text
stringlengths
17
85.6k
ପୂର୍ଣ୍ଣ ଦାସ ବାଉଲ (ଜଣାଶୁଣା ନାମ ପୂର୍ଣ୍ଣ ଦାସ ବାଉଲ ସମ୍ରାଟ; ଜନ୍ମ ୧୮ ମାର୍ଚ୍ଚ ୧୯୩୩) ଜଣେ ଭାରତୀୟ ସଙ୍ଗୀତଜ୍ଞ ଓ ଗାୟକ ଥିଲେ ଏବଂ ସେ ବାଉଲ ପରମ୍ପରାର ଗୀତ ଗାଉଥିଲେ । କେହି କେହି ତାଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦାସ ନାମରେ ଡାକୁଥିଲେ କିନ୍ତୁ ସେହି ନାମରେ ଅନେକ ଲୋକ ଥିବାରୁ ଦ୍ୱନ୍ଦ୍ୱ ଏଡ଼େଇବା ପାଇଁ ପୂର୍ଣ୍ଣ ଦାସ ବାଉଲ ନାମ ଦିଆଯାଇଥିଲା । ସେ ୧୪୦ ଦେଶ ଭ୍ରମଣ କରି ବାଉଲ ପରମ୍ପରାରେ ପ୍ରଦର୍ଶନ କରିଥିଲେ । ପରିବାର ଓ ପୃଷ୍ଠଭୂମି ବେଙ୍ଗଲରେ ଏକଦା ଭ୍ରମଣକାରୀ ଚାରଣ କବିଙ୍କର ପରବର୍ତ୍ତୀ ଅଧ୍ୟାୟରେ ବାଉଲ ପରମ୍ପରା ସୃଷ୍ଟି ହୋଇଥିଲେ ଯେଉଁମାନେ ଐତିହାସିକ ବେଙ୍ଗଲରେ ଭ୍ରମଣ କରୁଥିଲେ ଯାହା ଆଜି ଦୁଇ ଭାଗରେ ବିଭକ୍ତ ହୋଇ ବଙ୍ଗଳାଦେଶ ପୂର୍ବତନ 'ପୂର୍ବ ପାକିସ୍ଥାନ' ଓ ଭାରତରେ ପରିବର୍ତ୍ତୀତ ହୋଇଛି । ଏହି ବାଉଲ ଇଲାକାରେ ପଶ୍ଚିମ ବଙ୍ଗ, ବିହାର, ଆସାମ ଓ ଓଡ଼ିଶା ଅଛି । ବାଉଲ ଗୋଷ୍ଠୀରେ ଓ ଏହି ଅଞ୍ଚଳରେ ଦାସ ସାଙ୍ଗିଆ ଏକ ପାରମ୍ପରିକ ସାଙ୍ଗିଆ । ଭାରତର ପଶ୍ଚିମ ବଙ୍ଗରେ ଥିବା ବୀରଭୁମ ଜିଲ୍ଲା ନିବାସୀ ନଳିନୀ ଦାସ କଫ ବାଉଲଙ୍କର ସନ୍ତାନ ରୂପେ ବିରଭୁମ ନିକଟରେ ଥିବା ରାମ‌ପୁରହାଟ ନିକଟରେ ଥିବା ଏକଛକ ଗ୍ରାମରେ ୧୯୩୩ ମସିହାରେ ପୂର୍ଣ୍ଣ ଦାସ ବାଇଲ ସମ୍ରାଟ ଜନ୍ମ ଗ୍ରହଣ କରିଥିଲେ । ପୂର୍ଣ୍ଣ ଦାସ ବାଉଲଙ୍କ ପତ୍ନୀ ମଞ୍ଜୁ ଦାସ ବାଉଲ ମଧ୍ୟ ଜଣେ ବାଉଲ ଗାୟୀକା ଥିଲେ ଯିଏ ଭାରତୀୟ ଲୋକ ସଙ୍ଗୀତ ଓ ବେଙ୍ଗଲୀ ଲୋକ ଗୀତ ଗାୟୀକା ଥିଲେ ଓ ତାହା ସ‌ହିତ ସେ ଅଣ‌-ଇଂରାଜୀ ଭାଷାରେ ସଙ୍ଗୀତ ଲେଖିକା ଥିଲେ । ପୂର୍ଣ୍ଣ ଦାସଙ୍କର ତିନି ପୁଅ ମଧ୍ୟରୁ ସୁଭେନ୍ଦୁ (ସୁନ୍ଦର ଚନ୍ଦ୍ର) ବା ବାପି ଦାସ ବାଉଲ ମଧ୍ୟ ଜଣେ ସଙ୍ଗୀତକାର ଥିଲେ ଯିଏ ଅଧୁନା ତାଙ୍କର ସଙ୍ଗୀତକୁ ଜାଗତିକ ମିଶ୍ରଣ ରୂପ ଦେଉଛନ୍ତି ଓ ଫ୍ରାନସରେ ଅନେକ ବର୍ଷ ଧରି ବାସ କରୁଛନ୍ତି । ପୂର୍ଣ୍ଣ ଦାସ ବାଇଲ ସମ୍ରାଟଙ୍କର ଏକ ପୁଅ ଦିବ୍ୟେନ୍ଦୁ ଦାସ ବାଇଲ ପିତାଙ୍କ ସ‌ହିତ ମିଶି ବାଉଲ ସମ୍ରାଟ ସଙ୍ଗୀତ ମରଣୋତ୍ତର ଦଳ ଗଠନ କରିଛନ୍ତି । ପୂର୍ଣ୍ଣ ଦାସ ବାଇଲ ସମ୍ରାଟଙ୍କର ବଡ଼ ପୁଅ କୃଷ୍ଣେନ୍ଦୁ ଦାସ ବାଉଲ ମଧ୍ୟ ନିଜେ ଜଣେ ବାଉଲ ଓ ପିତାଙ୍କ ସାଥିରେ ମିଶି ସମସ୍ତ ମହାଦେଶ ଭ୍ରମଣ କରି ସାରିବା ପରେ କାନାଡ଼ାରେ ବାସ କରୁଛନ୍ତି । ପ୍ରଦର୍ଶନ ୨୦୧୩: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଇସ୍ତାନବୁଲ, କୋନ୍ୟା ଓ ତୁର୍କୀରେ । ୨୦୧୨: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଦକ୍ଷିଣ କୋରିଆରେ ସିଓଲରେ । ୨୦୦୯: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଅମେରିକାର କାଲିଫର୍ଣ୍ଣିଆରେ । ୨୦୦୬: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଚୀନର ସାଙ୍ଘାଇରେ । ୨୦୦୫: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଆମେରିକାରେ । ୨୦୦୪: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଅଷ୍ଟ୍ରେଲିଆର ଆଡିଲେଡରେ । ୨୦୦୩: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ନିୟୁ ୟୋର୍କ, ୱାସିଙ୍ଗଟନ, ଟେକ୍ସାସ, କାଲିଫର୍ଣ୍ଣିଆ, ଓଣ୍ଟାରିଓ । ୨୦୦୩: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଆରିଜୋନା, କାଲିଫର୍ଣ୍ଣିଆର ସାନ ଡିଏଗୋ ବିଶ୍ୱବିଦ୍ୟାଳୟରେ । ସମ୍ମାନ ୨୦୧୩ ପଦ୍ମଶ୍ରୀ ସମ୍ମାନ । ୧୯୯୯ ଶ୍ରୀ କେ ଆର ନାରାୟନଙ୍କ ପ୍ରଦତ୍ତ ଭାରତୀୟ ପ୍ରେସିଡେଣ୍ଡ ପୁରସ୍କାର । ୧୯୮୮ ପୁରୀ ବଡ଼ ଦେଉଳରେ ନାଦମଣି ସମ୍ମାନ । ୧୯୮୬ ପୁରୀ ଭଜନ ଉତ୍ସବରେ ନାଦବ୍ରହ୍ମ ସମ୍ମାନ ବାଉଲ ସମ୍ରାଟଙ୍କ ଦଳକୁ ଦିଆଯାଇଥିଲା । ୧୯୭୯ ସିସିଆଇ ସମ୍ମାନ ନୂଆ ଦିଲ୍ଲୀରେ ବାଉଲ ସମ୍ରାଟଙ୍କ ଦଳକୁ ଦିଆଯାଇଥିଲା । ୧୯୭୩ ବେଙ୍ଗାଲୁରୁର ସତ୍ୟ ସାଇବାବା ଅନୁଷ୍ଠାନ ତରଫରୁ ସ୍ୱର୍ଣ୍ଣ ପଦକ । ୧୯୬୭ ଭାରତର ପ୍ରେସିଡେଣ୍ଟ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାଙ୍କୁ ବାଉଲ ସମ୍ରାଟ ଉପାଧି ଦେଇଥିଲେ । ୧୯୫୮ ଆଲ୍ଲାହାବାଦ ସଙ୍ଗୀତ ମେଳା ତରଫରୁ ବାଉଲ ସମ୍ରାଟ ଦଳକୁ ବାଉଲ ଶିରୋମଣୀ ଉପାଧି ଦେଇଥିଲେ । ୧୯୫୨ ବନାରସ ସଙ୍ଗୀତ ସମ୍ମେଳନ ତରଫରୁ ବାଉଲ ରତ୍ନ ପୁରସ୍କାର । ୧୯୪୫ ଗାନ୍ଧିନ‌ଗର କଂଗ୍ରେସ ଅଧିବେଶନରେ ବାଉଲ ସମ୍ରାଟଙ୍କ ଦଳରୁ ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା ।
ଅତି ଗୁରୁତର ଘୂର୍ଣ୍ଣିବାତ୍ୟା ଫଣୀ ; ବଙ୍ଗଳା: ୨୦୧୯ ମସିହା ମଇ ମାସ ପ୍ରାରମ୍ଭରେ ଆସିଥିବା ଏକ ଶକ୍ତିଶାଳୀ କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟା । ଏହାକୁ ଫୋନୀ, ଫନି ଏବଂ ଫନୀ ନାମରେ ମଧ୍ୟ ଉଲ୍ଲେଖ କରାଯାଇଥାଏ । ଏହା ପୂର୍ବ ଭାରତରେ ପୁରୀଠାରେ ମଇ ମାସ ୩ ତାରିଖ ସକାଳରେ ଲ୍ୟାଣ୍ଡଫଲ କରିଥିଲା । ୨୦୧୯ ଉତ୍ତର ଭାରତୀୟ ମହାସାଗର ବାତ୍ୟା ଋତୁର ଫଣୀ ପଞ୍ଚମ ଗୁରୁତର ଝଡ଼ବାତ୍ୟା ଏବଂ ଚତୁର୍ଥ ନାମିତ ବାତ୍ୟା ଥିଲା । ଫଣୀ ପ୍ରଭାବରେ ଓଡ଼ିଶାର ପୁରୀ ଜିଲ୍ଲା ଏବଂ ଭୁବନେଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲାବେଳେ ପାଖାପାଖି ଦେଢ଼ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଓଡ଼ିଶାର ପ୍ରାୟ ୧୩ଟି ଜିଲ୍ଲାରେ ଏହି ବାତ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା । ବଙ୍ଗଳାଦେଶରେ ଫଣୀ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଓଡ଼ିଶାରେ ୪୧ ଜଣ ବ୍ୟକ୍ତିଙ୍କ ସମେତ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିଲା । ଉତ୍ପତ୍ତି ଫଣୀ ଭାରତ ମହାସାଗରରେ ସୁମାତ୍ରାର ପଶ୍ଚିମରେ ଅପ୍ରେଲ ୨୬ ତାରିଖରେ ଏକ କ୍ରାନ୍ତୀୟ ବିଷଣ୍ଣତାରୁ ଜନ୍ମିଥିଲା । ମିଳିତ ଟାଇଫୁନ ଚେତାବନୀ କେନ୍ଦ୍ର ଭାରତ ମହାସାଗରରେ ଏକ କ୍ରାନ୍ତୀୟ ବିଶୃଙ୍ଖଳା ଉପରେ ଆଖି ରଖିଥିଲା ଓ ୦୧ ନାମରେ ଚିହ୍ନଟ କରିଥିଲା । ଫଣୀ ଧୀରେ ଧୀରେ ପଶ୍ଚିମ ଆଡ଼କୁ ଗତିକରି ଶକ୍ତିଶାଳୀ ହେବା ପାଇଁ ଏକ ଅଞ୍ଚଳ ଖୋଜୁଥିଲା । ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେଲା ଆଉ ନାମିତ ହେବାର ଦୁଇ ଦିନ ପରେ ଏହା ଋତୁର ଦ୍ୱିତୀୟ ନାମିତ ବାତ୍ୟା ଫଣୀ ଘୂର୍ଣ୍ଣିବାତ୍ୟାରେ ପରିଣତ ହେଲା । ଫଣୀ ଉତ୍ତରକୁ ଗତି କଲା । ବିଭକ୍ତ ପବନରୁ ଦୂରେଇ ଗଲା ପରେ ଫଣୀ ଖୁବ ଶୀଘ୍ର ତୀବ୍ରତର ହେଲା ଓ ୨୦୧୯ ମସିହା ଅପ୍ରେଲ ମାସ ୩୦ ତାରିଖରେ ଋତୁର ପ୍ରଥମ ଘୂର୍ଣ୍ଣିବାତ୍ୟା ଭାବେ ଏକ ଅତି ଗୁରୁତର ଘୂର୍ଣ୍ଣିବାତ୍ୟାରେ ପରିଣତ ହେଲା । ଏହା "ବିଶାଖାପାଟଣା ଓ ଗୋପାଳପୁର ନିକଟରେ ବଙ୍ଗୋପସାଗର ଦେଇ ପୁରୀଠାରେ ପ୍ରାତଃ ୯.୦୦ ଟା ସମୟରେ ସ୍ଥଳଭାଗ ଛୁଇଁଲା । ଗୋପାଳପୁର ଓ ବ୍ରହ୍ମପୁରଠାରେ ଘଣ୍ଟା ପ୍ରତି ପବନର ବେଗ ୧୨୦ କିମି ପ୍ରତି ଘଣ୍ଟା ଥିବା ବେଳେ ପୁରୀଠାରେ ପବନର ବେଗ ୧୮୦ - ୨୦୦ କିମି ପ୍ରତି ଘଣ୍ଟା ରହିଥିଲା । ପ୍ରସ୍ତୁତି ଏହି ଘୁର୍ଣ୍ଣିବାତ୍ୟାର ମୁକାବିଲା କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କତା ସୂଚନା ଜାରୀ କରିଥିଲେ । ଭାରତର ଦକ୍ଷିଣ-ପୂର୍ବ ଅଞ୍ଚଳକୁ ଏହି ଘୁର୍ଣ୍ଣିବାତ୍ୟା ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଏସବୁ ଅଞ୍ଚଳ ପାଇଁ ହଳଦିଆ ଚେତାବନୀ ଜାରୀ କରାଯାଇଥିଲା । ଭାରତୀୟ ନୌସେନା ମଧ୍ୟ ବିଶାଖାପାଟଣା ଓ ଓଡ଼ିଶା ଉପକୂଳରେ ନୌଜାହାଜ ମୁତୟନ କରିଥିଲେ । ଫଣୀର ପ୍ରଭାବ ପଡ଼ିବା ସୁସ୍ପଷ୍ଟ ହେବା ପରେ ପ୍ରଶାସନ ତରଫରୁ ହାରାହାରି ୭,୮୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ମୟୁରଭଞ୍ଜ ଜିଲ୍ଲାରେ ପାଖାପାଖି ୪୫,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ବଙ୍ଗଳାଦେଶରେ ମଧ୍ୟ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ବାତ୍ୟା ମଇ ୩ ତାରିଖ ସକାଳେ ଏହି ଘୁର୍ଣ୍ଣିବାତ୍ୟା ପୁରୀ ନିକଟରେ ସ୍ଥଳ ଭାଗ ସ୍ପର୍ଶ କଲାପରେ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିଥିଲା । ପୁରୀରେ ଫଣୀ ସ୍ଥଳଭାଗ ସ୍ପର୍ଶ କରିବାମାତ୍ରେ ୧୭୦ରୁ ୨୦୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହିଥିଲା । ଅନେକ ଘରଦ୍ୱାର ଏବଂ ଗଛପତ୍ର ଭାଙ୍ଗିପଡିଥିଲା । ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଭୀଷଣ ପବନ ଓ ବର୍ଷା ଲାଗିରହିଥିଲା । ଅନେକ ନଦୀରେ ବନ୍ୟାର ଆଶଙ୍କା ଦେଖାଦେଇଥିଲା । ଗ୍ୟାଲେରି ବାତ୍ୟା ପରର ଅବସ୍ଥା କ୍ଷୟକ୍ଷତି ଫଣୀ ବାତ୍ୟାରେ ଓଡ଼ିଶାର ୧୪ଟି ଜିଲ୍ଲାର ମୋଟ ୧ କୋଟି ୫୦ ଲକ୍ଷ ୯୪ ହଜାର ୩୨୧ଜଣ ଲୋକ ପ୍ରଭାବିତ ହୋଇଥିଲେ । ଏହି ଜିଲାଗୁଡ଼ିକ ହେଲା:- ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ । ବାତ୍ୟାରେ ମୋଟ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗି ଯାଇଥିଲା । ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ଟେଲିକମ ସେବା ବାଧାପ୍ରାପ୍ତ ହୋଇଥିଲା । ୬୮ଟି ପଞ୍ଚାୟତ ସମିତିର ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଚାଷଜମି ଏବଂ ୧୨ ହଜାର ୭୭୭ ହେକ୍ଟର ନଡ଼ିଆ, ଆମ୍ବ, ପଣସ, କଦଳୀ, ପାନବରଜ ଆଦି ବାରମାସୀ ଫସଲ ଉଜୁଡ଼ିଯାଇଥିଲା । ଏହି କ୍ଷତିର ମୂଲ୍ୟ ପାଖାପାଖି ୧୪୫ କୋଟି ଥିଲା । ହୋଟେଲ ଶିଳ୍ପର ୫୦୦ କୋଟି ଟଙ୍କାର କ୍ଷତି ଘଟିଥିଲା । ଭୁବନେଶ୍ୱର ୧୯୯୯ ମସିହା ମହାବାତ୍ୟାର ଦୀର୍ଘ ୨୦ ବର୍ଷ ପରେ ଫଣୀ ରୂପକ ବାତ୍ୟା ଯୋଗୁଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହେଇଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନେକ କ୍ଷୟକ୍ଷତି ଯୋଗୁଁ ଏହାକୁ ମଇ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା । ଫଣୀ ଯୋଗୁଁ ଓଡ଼ିଶାର ସେସୁ ଶକ୍ତି ବିଭାଗରେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଥିଲାବେଳେ ୨୯ ଲକ୍ଷ ବ୍ୟକ୍ତି ବିଦ୍ୟୁତସେବାରୁ ବଞ୍ଚିତ ରହିଥିଲେ । ପ୍ରାୟ ୧୦,୦୦୦ରୁ ଅଧିକ ବିଦ୍ୟୁତ ଖୁଣ୍ଟି ଭାଙ୍ଗିଯାଇଥିଲା । ବାତ୍ୟା ପରେ ପାଣି ଏବଂ ବିଦ୍ୟୁତ ହିଁ ପ୍ରମୁଖ ସମସ୍ୟାରୂପେ ଉଭା ହୋଇଥିଲା । ଘଟଣାର ନଅ ଦିନପରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଥିଲା । ଅନେକ ଠେଲା ଏବଂ ଉଠାଦୋକାନୀଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା । ପୁରୀ ଜିଲ୍ଲା ପୁରୀ ଜିଲ୍ଲାର ପିପିଲିଠାରେ ଶହ ଶହ ବୃକ୍ଷଲତା ଉପୁଡ଼ି ପଡିଥିଲାବେଳେ ଅନେକ ଗୃହପାଳିତ ପଶୁଙ୍କର ପ୍ରାଣହାନୀ ତଥା ଅନେକଗୁଡ଼ିଏ କୁକୁଡ଼ା ଫାର୍ମ ମାଟିରେ ମିଶିଯାଇଥିଲା । ଅନେକ ୧୧ କେଭି ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡିଥିଲା, ଟେଲିକମ ପ୍ରଦାନକାରୀ ସଂସ୍ଥା ବିଏସଏନଏଲର ଦୁଇଟି ଆଣ୍ଟିନା ନଷ୍ଟ ହୋଇଯାଇଥିଲା । ପିପିଲିରେ ତାଣ୍ଡବ ରଚାଇଲା ଫଣି,୧ମୃତ, ୩୦ରୁ ଉର୍ଦ୍ଧ ଆହତ।।ଶହ ଶହ ସଂଖ୍ୟାରେ ୧୧କେଭି ଲାଇନ ଖୁଣ୍ଟ, ୧୩ କେଭି ଲାଇନ ଖୁଣ୍ଟ ସମେତ ଏକ ହଜାରରୁ ଉର୍ଦ୍ଧ ଏଲ୍‍ଟି ଲାଇନ ଖୁଣ୍ଟ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ରାସ୍ତା ସାରା ଛିଣ୍ଡା ବିଦ୍ୟୁତ ତାର ପଡିରହିଛି । କେତେକ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ଉପୁଡି ପଡିଛି । ସମଗ୍ର ଅଞ୍ଚଳରେ ରାସ୍ତା ଉପରେ ବଡ଼ ବଡ଼ ଗଛ ପଡିରହିଥିବା ଯୋଗୁଁ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି । ତେବେ ସମସ୍ତ ଗ୍ରାମ୍ୟରାସ୍ତାରେ ପଡିଥିବା ଗଛ ଓ ବିଦ୍ୟୁତ୍‍ ଖୁଣ୍ଟି ହଟାଯାଇନଥିବାରୁ କୌଣସି ଗ୍ରାମକୁ ଯିବା ସମ୍ଭବପର ହେଉନାହିଁ ।ପୁରୀ ଜିଲ୍ଲାରେ ମୋଟ ୧ ଲକ୍ଷ ୮୯ହଜାର ୯୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ପୁରୀଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ୭୪ ବର୍ଗକିଲୋମିଟର ସ୍ଥାନରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ କେବଳ ଥୁଣ୍ଟା ଗଛମାନଙ୍କର ମେଳି ପାଲଟିଛି । ୨୦୧୫ ମସିହାରେ ୭୨ କୋଟି ଟଙ୍କାରେ ୫୦୦ ବସ ରହିଲାଭଳି ନିର୍ମିତ ପୁରୀ ବସ ଷ୍ଟାଣ୍ଡର ପୁନରୁଦ୍ଧାର ପାଇଁ ୧୦ କୋଟି ଟଙ୍କାର ମରାମତି ଖର୍ଚ୍ଚ ଆକଳନ କରାଯାଇଥିଲା । ରିଲିଫ ଏବଂ ଆର୍ଥିକ ସହାୟତା ତଳିଆ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଥିବା ଆଶ୍ରୟୀମାନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା । ତାମିଲନାଡୁ ଏବଂ ଉତ୍ତରପ୍ରଦେଶ, ଉଭୟ ଓଡ଼ିଶାକୁ ୧୦ କୋଟି ଲେଖାଏଁ ପାଣ୍ଠିର ସହାୟତା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ରାଶି ରୁ ଓଡ଼ିଶାକୁ ୧୩୪୧କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସରକାର ପାଖାପାଖି ୧୦କୋଟି ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଧର୍ମଗୁରୁ ଦଲାଇଲାମା ମଧ୍ୟ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହା ଛଡ଼ା ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମାଧ୍ୟମରେ ପ୍ରଚାର ଯୋଗୁଁ ବିଭିନ୍ନ ଉତ୍ସରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଇଥିଲା । ଆଇଓସିଏଲ ତରଫରୁ ପୁରୀ ଜଗନ୍ନାଥ ମନ୍ଦିରକୁ ପାଞ୍ଚ କୋଟି ଦାନ କରାଯାଇଥିଲା । ଅତି ପ୍ରଭାବିତ ୫ଟି ଜିଲ୍ଲାର ଅନ୍ତେବାସୀଙ୍କୁ ମାଗଣା ଚାଉଳ, ଟଙ୍କା ଏବଂ ପଲିଥିନ ପ୍ରଦାନ କରାଯାଇଥିଲା । ପ୍ରତିକ୍ରିୟା ବାତ୍ୟା ପରେ ଦେଶ ବିଦେଶରୁ ଅନେକ ମହଲରୁ ଭାରତର ପୂର୍ବତଟବାସୀଙ୍କ ପାଇଁ ସୁହାନୁଭୂତି ଜ୍ଞାପନ କରାଯାଇଥିଲା । ଓଡ଼ିଶାରେ ବାତ୍ୟାର ପୂର୍ବ ପ୍ରସ୍ତୁତିକୁ ମିଳିତ ଜାତିସଂଘ ତରଫରୁ ପ୍ରଶଂସା କରାଯାଇଥିଲା । ଆହୁରି ଦେଖନ୍ତୁ ୧୯୯୯ ମହାବାତ୍ୟା ଫାଇଲିନ ହୁଡ଼ହୁଡ଼ କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟାଙ୍କ ନାମକରଣ ଟୀକା ଯାହାର ଫଣା ଥାଏ ତାହାକୁ ଫଣୀ ବୋଲି କୁହନ୍ତି । ଫଣୀ ହେଉଛି ନାଗ ବା ସାପର ଏକ ସମାନାର୍ଥ ।
୧୯୭୫ ଗ୍ରେଗୋରି ପାଞ୍ଜି ଅନୁସାରେ ବୁଧବାର ଦିନ ଆରମ୍ଭ ହେଇଥିବା ଏକ ସାଧାରଣ ବର୍ଷ, ମସିହା ଓ ଖ୍ରୀଷ୍ଟାବ୍ଦ ମାନ୍ୟତା ଅନୁସାରେ 1975 ବର୍ଷ, 2 ଶହସ୍ରାବ୍ଦର 975 ବର୍ଷ, 20 ଶତାବ୍ଦୀର 75 ବର୍ଷ, ଏବଂ ୧୯୭୦ ଦଶକର 6 ବର୍ଷ ଥିଲା ।
ଫାଲୁଦା ହିନ୍ଦୀ : : ଉର୍ଦ୍ଦୁ: ବଙ୍ଗଳା: , ଭାରତୀୟ ଉପ-ମହାଦ୍ୱୀପରେ ଏକ ମିଠା ଜାତୀୟ ଥଣ୍ଡା ରୂପେ ବହୁ ଲୋକପ୍ରିୟ ଅଟେ । ପରମ୍ପରାଗତ ରୂପେ ଏହାକୁ ଗୋଲାପ ଜଳ, ବେର୍ମୀସେଲି, କ୍ଷୀର, ମିଠା ତୁଳସୀରୁ ସାଧାରଣତଃ ପ୍ରସ୍ତୁତ ହୋଇଥାଏ । ପ୍ରାୟତଃ ଆଇସ୍କ୍ରିମର ଏକ ସ୍କୁପ ସହିତ ବନ୍ଦ ହୋଇଥିବା ଫାଲୁଦାକୁ ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ବେର୍ମୀସଲକୁ ଗହମଆରୋରୁଟ, କର୍ଣ୍ଣଷ୍ଟାର୍ଚ୍ଚ କିମ୍ବା ସାଗୋରୁ ପ୍ରସ୍ତୁତ ହୋଇଥାଏ । ଇତିହାସ ଫାଲୁଦାର ଉତ୍ପତ୍ତିକୁ ପୁନଶ୍ଚ ପର୍ସିଆ ସହିତ ତୁଳନା କରାଯାଇଥାଏ , ଯେଉଁଠାରେ ଏକ ସମାନ ମିଠା ଫାଲୁଦେ ଲୋକପ୍ରିୟ ଥିଲା । ବହୁ ମୁସଲମାନ ବ୍ୟବସାୟୀ ଏବଂ ରାଜବଂଶମାନଙ୍କ ସହିତ ଭାରତରେ ଏହି ମିଠା 16ବିଂ ଏବଂ 18ବିଂ ଶତାବ୍ଦୀରେ ତିଆରି ହୋଇଥିଲା । ଫାଲୁଦାକୁ ବର୍ତ୍ତମାନ ରୂପେ ମୋଗଲ ସାମ୍ରାଜ୍ୟଦ୍ୱାରା ବିକଶିତ କରାଯାଇଥିଲା ଏବଂ ତାହାର ବହୁ ବିଜୟ ସହିତ ସମ୍ପ୍ରସାରିତ ହୋଇଯାଇଥିଲା । ମୋଗଲ ଶାସକଦ୍ୱାରା ମୋଗଲ ଶାସକମାନେ ନିଜର ସ୍ୱୟଂ ରୂପାନ୍ତର ସହିତ ମିଠାକୁ ସରଂକ୍ଷିତ କରିଥିଲେ ।
୮୦୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଏହା ଭାରତରେ ଥିବା ମୁଖ୍ୟ ପର୍ବତ ଓ ପାର୍ବତ୍ୟମାଳ ସମୂହର ଏକ ତାଲିକା । ଅନ୍ୟ ପର୍ବତ ପର୍ବତ ଶ୍ରେଣୀ ପୁନଶ୍ଚ ଦେଖଣା ନୋଟ ସବୁ ଆଧାର ଆତ୍ମଲିପି ସମୂହ , (2008), (5 . ),978-81-8324-265-3 { }: , ; , (2005), : 2,250 , 978-1-4617-0331-0 { }: , (2010), : , & , 978-81-291-1687-1 { }: , (1999), & ,978-81-7387-097-2 { }: , (1999), & , & ,978-81-7387-100-9 { }: , (1999), & ,978-81-7387-096-5 { }: , (2001), & & ,978-81-7387-126-9 { }: 7200, . , 15 2015 , (2009), 978-1-74059-768-5, 2015-08-17, 2016-11-15 { }:
୯୧୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୧୪୫୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଦକ୍ଷିଣ ଚୀନ ସାଗର ପଶ୍ଚିମ ପ୍ରଶାନ୍ତ ମହାସାଗରର ଏକ ସୀମାବଦ୍ଧ ସମୁଦ୍ର ଅଟେ ଏହା ଉତ୍ତରରେ ଦକ୍ଷିଣ ଚୀନ , ପଶ୍ଚିମରେ ଇଣ୍ଡୋଚିନ୍ ଉପଦ୍ୱୀପ, ପୂର୍ବରେ ତାଇୱାନ ଏବଂ ଉତ୍ତର-ପଶ୍ଚିମ ଫିଲିପାଇନ୍ସ ଏବଂ ଦକ୍ଷିଣରେ ବୋର୍ନିଓ, ପୂର୍ବ ସୁମାତ୍ରା ଆଦି ଦ୍ୱୀପପୁଞ୍ଜଦ୍ୱାରା ଘେରା।ଏହାର କ୍ଷେତ୍ରଫଳ ପ୍ରାୟ ୩,୫୦୦,୦୦୦ ବର୍ଗ କିଲୋମିଟର ୧,୪୦୦,୦୦୦ ବର୍ଗ ମାଇଲ । ଦକ୍ଷିଣ ଚୀନ ସାଗର ଅର୍ଥନୈତିକ ଏବଂ ଭୂତାତ୍ତ୍ୱିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ବିଶ୍ୱର ଏକ ତୃତୀୟାଂଶ ସାମୁଦ୍ରିକ ପରିବହନ ଏହା ଦେଇ ହୋଇଥାଏ , ଯାହାର ପ୍ରତିବର୍ଷ ବାଣିଜ୍ୟିକ ମୁଲ୍ୟ ୩ ଟ୍ରିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଥାଏ। ବିପୁଳ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଭଣ୍ଡାର ଏହାର ସମୁଦ୍ର ତଳେ ଅବସ୍ଥିତ ବୋଲି ବିଶ୍ୱାସ କରାଯାଏ । ନାମକରଣ ଦକ୍ଷିଣ ଚୀନ ସାଗର, ପଶ୍ଚିମ ଫିଲିପାଇନ୍ ସାଗର ଭାବରେ ମଧ୍ୟ ଜଣାଶୁଣା । ଇଂରାଜୀ ଏବଂ ଅଧିକାଂଶ ୟୁରୋପୀୟ ଭାଷାରେ ଏହାର ନାମ ଦକ୍ଷିଣ ଚୀନ ସାଗର ଅନୁରୂପ ଷୋଡଶ ଶତାବ୍ଦୀରେ ପର୍ତ୍ତୁଗୀଜ୍ ନାବିକମାନେ ଏହାକୁ ଚୀନ ସାଗର (ମେରେ ଡା ଚାଇନା) ବୋଲି କହିଥିଲେ; ପରବର୍ତ୍ତୀ ସମୟରେ ଏହାକୁ ନିକଟସ୍ଥ ଜଳରାଶିଠାରୁ ଭିନ୍ନ କରିବା ଆବଶ୍ୟକ ହେଲା । ତେଣୁ ଏହାର ନାମ ଦକ୍ଷିଣ ଚୀନ ସାଗର ହେଲା। ଚୀନରେ ଏହକୁ ନାନ୍ ହାଇ ବ ଦକ୍ଷୀଣ ସାଗର ଓ ଭିଏତନାମ୍ରେ ଏହାକୁ ବିଏନ୍ ଡଙ୍ଗ୍ ବା ପୂର୍ବ ସାଗର କୁହାଯାଏ। ଭୂଗୋଳ ସମୁଦ୍ରରେ ସୀମାରେ ଥିବା ପ୍ରମୁଖ ଦେଶ ଏବଂ ଅଞ୍ଚଳଗୁଡିକ ମଧ୍ୟରେ : ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା, ରିପବ୍ଲିକ୍ ଅଫ୍ ଚାଇନା (ତାଇୱାନ), ଫିଲିପାଇନ୍ସ, ମାଲେସିଆ, ବ୍ରୁନେଇ, ଇଣ୍ଡୋନେସିଆ ଏବଂ ଭିଏତନାମ ଅନ୍ତର୍ଭୁକ୍ତ । ଦକ୍ଷିଣ ଚୀନ ସାଗରକୁ ପ୍ରବାହିତ ହେଉଥିବା ପ୍ରମୁଖ ନଦୀଗୁଡ଼ିକରେ ପର୍ଲ୍, ମିନ୍ , ଜିୟୁଲୁଙ୍ଗ, ରେଡ୍, ମେକୋଙ୍ଗ, ରାଜଙ୍ଗ, ପାହାଙ୍ଗ, ଅଗ୍ନୋ, ପାମ୍ପଙ୍ଗା, ଏବଂ ପାସିଗ୍ ନଦୀ ଅନ୍ତର୍ଭୁକ୍ତ । ଦକ୍ଷିଣ ଚୀନ ସାଗର ଏକ ମହୀ ସୋପାନ ଉପରେସ୍ଥିତ । ଇଓସିନ୍ ଯୁଗରେ (ପ୍ରାୟ ୪୫ ନିୟୁତ ବର୍ଷ ପୂର୍ବେ) ଭୂଚଳନ ଯୋଗୁ ଦକ୍ଷିଣ ଚୀନ ସାଗରର ବିସ୍ତାର ହୋଇଥିଲା । ପ୍ରାୟ ୧୭ ନିୟୁତ ବର୍ଷ ପୂର୍ବେ ସମ୍ପ୍ରସାରଣ ବନ୍ଦ ହୋଇଯାଇଥିଲା। ପିଟର କ୍ଲିଫ୍ଟଙ୍କଦ୍ୱାରା ଟୋନ୍ କିନ୍ ଉପସଗରର ସାମୁଦ୍ରିକ ଭୂତାତ୍ୱିକ ଅଧ୍ୟୟନରୁ ଜଣାପଡିଛି ଯେ ଅନ୍ତତଃ ୩୭ ନିୟୁତ ବର୍ଷ ପୂର୍ବେ ରେଡ୍ ନଦୀ ଚ୍ୟୁତି ସକ୍ରିୟ ଥିଲା ଯାହାକି ଦକ୍ଷିଣ ଚୀନ ସାଗରର ଗଠନରେ ଏକ ଭୂମିକା ନିର୍ବାହ କରିଥିଲା । ଦକ୍ଷିଣ ଚୀନ ସାଗର ସମ୍ପ୍ରସାରଣ ପରଠାରୁ ମେକୋଙ୍ଗ ନଦୀ, ରେଡ୍ ନଦୀ ଏବଂ ପର୍ଲ୍ ନଦୀଦ୍ୱାରା ଜମା ହୋଇଥିବା ଅବକ୍ଷୀପ୍ତର ଭଣ୍ଡାର ଅଟେ । ଏଥିମଧ୍ୟରୁ ଅନେକ ତ୍ରୀକୋଣ ଭୂମି ଖଣିଜ ତୈଳ ଏବଂ ଗ୍ୟାସରେ ଭରା । ଦକ୍ଷିଣ ଚୀନ ସାଗରରେ ୨୫୦ରୁ ଅଧିକ ଛୋଟ ଦ୍ୱୀପ, ଦ୍ୱୀପପୁଞ୍ଜ, ପ୍ରବାଳ ଦ୍ୱୀପ ଏବଂ ବାଲୁକା ପଠା ରହିଛି। ଅଧିକାଂଶଙ୍କର ଅଧିବାସୀ ନାହାଁନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚ ଜୁଆରରେ ଜଳ ମଗ୍ନ ହୋଇଯାଆନ୍ତି ଏବଂ କେତେକ ସ୍ଥାୟୀ ଭାବରେ ଜଳମଗ୍ନ ହୋଇଯାଆନ୍ତି । ଅର୍ଥନୈତିକ ଗୁରୁତ୍ୱ ଭୌଗୋଳିକ ଦୃଷ୍ଟିରୁ ଦକ୍ଷିଣ ଚୀନ ସାଗର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଳପଥ ଅଟେ ଏହା ବିଶ୍ୱର ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ସମୁଦ୍ର ପଥ । ବିଶ୍ୱର ବାର୍ଷିକ ବାଣିଜ୍ୟ ଜାହାଜ ପରିବହନର ୫୦%ରୁ ଅଧିକ ମାଲାକା ପ୍ରଣାଳି, ସୁଣ୍ଡା ପ୍ରଣାଳି ଏବଂ ଲମ୍ବୋକ୍ ପ୍ରଣାଳି ଦେଇ ଯାଇଥାଏ ଦିନକୁ 10 ନିୟୁତ ବ୍ୟାରେଲରୁ ଅଧିକ ଅଶୋଧିତ ଖଣିଜତୈଳ ମାଲାକା ପ୍ରଣାଳି ଦେଇ ପଠାଯାଏ । ଏହି ଅଞ୍ଚଳରେ ପ୍ରାୟ ୨୮ ବିଲିୟନ ବ୍ୟାରେଲ ତୈଳ ଓ 266 ଟ୍ରିଲିୟନ ଘନଫୁଟ ପ୍ରାକୃତିକ ଗ୍ୟାସ୍ ଭଣ୍ଡାରର ଆକଳନ କରା ଯାଇଛି ।
ଭବେନ୍ଦ୍ରନାଥ ମୁର୍ମୁ (୨୨ ଜୁନ ୧୯୪୨ - ୩ ମାର୍ଚ୍ଚ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଭବେନ୍ଦ୍ରନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଜନ୍ମ, ପରିବାର ଓ ଶିକ୍ଷା ଭବେନ୍ଦ୍ରନାଥ ମୁର୍ମୁ ୧୯୪୨ ମସିହାର ଜୁନ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ମାଝି ଏବଂ ପତ୍ନୀଙ୍କ ନାମ ରସବତୀ ମାଝି । ରାଜନୈତିକ ଜୀବନ ଭବେନ୍ଦ୍ରନାଥ ମୁର୍ମୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଭବେନ୍ଦ୍ରନାଥ ୧୯୮୬ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।
ଭରତ, ଭାରତୀୟ ମହାକାବ୍ୟ ରାମାୟଣରେ ଚିତ୍ରିତ ହୋଇଥିବା ଏକ ଚରିତ୍ର । ରାମାୟଣର ବର୍ଣ୍ଣନା ଅନୁଯାୟୀ, ଭରତ ଥିଲେ ରାଜା ଦଶରଥଙ୍କ ଦ୍ୱିତୀୟ ପୁତ୍ର । ତାଙ୍କ ମାତା ଥିଲେ କୈକେୟୀ । ରାମ, ଲକ୍ଷ୍ମଣ ଏବଂ ଶତୃଘ୍ନ ତାଙ୍କର ଅନ୍ୟ ଭାଇମାନେ ଥିଲେ । ରାମାୟଣ ଅନୁଯାୟୀ ରାମ, ବିଷ୍ଣୁଙ୍କର ସପ୍ତମ ଅବତାର ହୋଇଥିବାବେଳେ ଲକ୍ଷ୍ମଣ, ଭରତ ଏବଂ ଶତୃଘ୍ନଙ୍କୁ ଯଥାକ୍ରମେ ଶେଷନାଗ, ଶଙ୍କର ଏବଂ ସୁଦର୍ଶନ ଚକ୍ରର ଅବତାର ଭାବରେ ବିବେଚନା କରାଯାଏ । ଭାରତରେ ଏକମାତ୍ର କେରଳରେ ଭରତଙ୍କୁ ପୂଜା କରାଯିବା ପରମ୍ପରା ରହିଛି ଏବଂ ଏହି ଉପଲକ୍ଷେ ଭରତଙ୍କୁ ସମର୍ପିତ ଏକ ମନ୍ଦିର କେରକରେ ରହିଛି । ଜନ୍ମ ଓ ବିବାହ ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ । ଭରତ, ରାଜା ଜନକଙ୍କ କନିଷ୍ଠ ଭ୍ରାତା ରାଜା କୁଶଧ୍ୱଜଙ୍କ କନ୍ୟା ମାଣ୍ଡବୀଙ୍କୁ ବିବାହ କରିଥିଲେ । ତକ୍ଷ ଏବଂ ପୁଷ୍କଳ ନାମରେ ଦୁଇଟି ପୁତ୍ର ଥିଲେ । ପୌରାଣିକ ଗାଥା ରାମ ପିତୃ-ସତ୍ୟ ପାଳନ ନିମନ୍ତେ ବନବାସ ପାଇଁ ପ୍ରସ୍ତୁତ ହୁଅନ୍ତେ, ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ-ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟକୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭ୍ରାତୃ-ଭକ୍ତିର ଉଦାହରଣସ୍ୱରୂପ ଭରତ, ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ । ରାମ ଅଯୋଧ୍ୟାକୁ ଫେରିବା ପରେ ଭରତ ଏକ ଶୋଭାଯାତ୍ରାରେ ଯାଇ ରାମ,ସୀତା ଏବଂ ଭାଇ ଲକ୍ଷ୍ମଣଙ୍କୁ ଅଭିବାଦନ ଜଣାଇଲେ । ଯଦିଓ ରାମ ଲକ୍ଷ୍ମଣଙ୍କୁ ଯୁବରାଜ ଭାବେ ଘୋଷଣା କରିବାକୁ ଇଚ୍ଛା କରିଥିଲେ, ଲକ୍ଷ୍ମଣ ସୂଚାଇ ଦେଇଛନ୍ତି ଯେ ଅଯୋଧ୍ୟାର ପ୍ରଶାସକ ଭାବରେ ଭରତଙ୍କ ମହାନ ଗୁଣ ଏବଂ ବହୁ ବର୍ଷର ଅଭିଜ୍ଞତା ତାଙ୍କୁ ମହାନ କରିପାରିଛି । ଅତଏବ ଲକ୍ଷ୍ମଣଙ୍କ ବଦଲରେ ଭରତଙ୍କୁ ଯୁବରାଜ ଘୋଷଣା କରିବାକୁ ସେ ରାମଙ୍କୁ ନିବେଦନ କରିଥିଲେ । ତେଣୁ ରାମଙ୍କ ରାଜ୍ୟାଭିଷେକ ପରେ ଭରତ ହିଁ ତୁରନ୍ତ ରାମଙ୍କଦ୍ୱାରା ଯୁବରାଜ ଘୋଷିତ ହୋଇଥିଲେ ।
ଶିରପୁର-ୱାର୍ୱାଦେ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିରପୁର-ୱାର୍ୱାଦେ ସହରର ମୋଟ ଜନସଂଖ୍ୟା ୬୧୬୮୮ ଅଟେ । ସେଥି ମଧ୍ୟରୁ ୫୨.୦୭% ଜଣ ପରୁଷ ହୋଇଥିବା ବେଳେ ୪୭.୯୩% ଜଣ ନାରୀ ଅଟନ୍ତି । ଶିରପୁର-ୱାର୍ୱାଦେର ସାକ୍ଷରତା ହାର ୭୦.୦୮% ଅଟେ । ଏହା ଜାତୀୟ ହାରଠାରୁ ୫.୨୪% ପ୍ରତିଶତ କମ ଅଟେ । ସେଥିରୁ ୩୯.୬୭% ପ୍ରତିଶତ ପୁରୁଷ ଓ ୩୦.୪୧% ନାରୀ ଅଟନ୍ତି । ୧୩.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ମରାଠୀ ଶିରପୁର-ୱାର୍ୱାଦେର ସରକାରୀ ଭାଷା ଅଟେ ।
ବର୍ଷା ବା ବୃଷ୍ଟିପାତ ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ମେଘରେ ଥିବା ଜଳକଣା ଘନୀଭୂତ ହୋଇ ତରଳ ହେଲେ ଜଳ ଆକାରରେ ଭୂପୃଷ୍ଠରେ ପଡ଼ିଥାଏ । ବର୍ଷା ଜଳଚକ୍ରର ଏକ ଅଂଶବିଶେଷ । ଏହା ଜୀବଜଗତର ବିକାଶ ଏବଂ ଚାଷ ଇତ୍ୟାଦିରେ ସାହାଯ୍ୟ କରିଥାଏ । ବୃଷ୍ଟିପାତର ପରିମାଣ ମାପିବା ପାଇଁ ବୃଷ୍ଟିମାପକ ଯନ୍ତ୍ର ବ୍ୟବ‌ହାର କରାଯାଏ । ପ୍ରକାର ଭୂପୃଷ୍ଠର ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ସମୟରେ ମୁଖ୍ୟତଃ ନିମ୍ନଲିଖିତ ୩ ପ୍ରକାରର ବୃଷ୍ଟିପାତ ଦୃଷ୍ଟିଗୋଚର ହୁଏ: ୧. ପରିଚଳନ ବୃଷ୍ଟିପାତ ଉଦ୍ଧଗାମୀ ଜଳୀୟବାଷ୍ପ ଅତ୍ୟଧିକ ଉଚ୍ଚରେ ହେବାଦ୍ୱାରା ଯେଉଁ ବୃଷ୍ଟିପାତ ହୁଏ ତାହାକୁ ପରିଚଳନ ବୃଷ୍ଟିପାତ କୁହାଯାଏ। ଗ୍ରୀଷ୍ମ କାଳରେ ଭୂପୃଷ୍ଠ ଅତ୍ୟଧିକ ଗରମ ହେବାଦ୍ୱାରା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ହାଲୁକା ହୋଇ ଉପରକୁ ଉଠିଯାଏ। ଉପରେ ବାୟୁ ଚାପ କମ ଥିବାରୁ ଏହା ସମ୍ପ୍ରସାରିତ ହୁଏ ଫଳରେ ଏହାର ତାପମାତ୍ରା ହ୍ରାସ ପାଏ। ଏହାଦ୍ୱାରା ଘନିଭବନ ହୁଏ କାରଣ ବାୟୁ ପରିପୃକ୍ତ ହୋଇଯାଏ। ଏଭଳି ବର୍ଷାକୁ ପରିଚଳନ ବୃଷ୍ଟିପାତ କୁହାଯାଏ। ଘନିଭବନଦ୍ୱାରା ଜଳୀୟବାଷ୍ପ ଗୁପ୍ତ ତାପ ଛାଡ଼ିଥାଏ।ତେଣୁ ଜଳୀୟବାଷ୍ପ ଆହୁରି ଉପରକୁ ଯାଇ ଘନିଭବନ ହୁଏ।ଫଳରେ ବର୍ଷା ଅଧିକ ହୁଏ। ବିଷୁବମଣ୍ଡଲୀୟ ଅଞ୍ଚଳରେ ଏ ପ୍ରକାର ବୃଷ୍ଟିପାତ ଅପରାହ୍ନରେ ହୋଇଥାଏ। ୨. ଶୈଳୋତ୍କ୍ଷେପ ବୃଷ୍ଟିପାତ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁକୁ ଗତିପଥରେ ଉଚ୍ଚ ପର୍ବତଶ୍ରେଣୀ ଥିଲେ ବାୟୁ ବାଧାପ୍ରାପ୍ତ ହୋଇ ଉପରକୁ ଉଠିବାକୁ ଲାଗେ।ଉଦ୍ଧଗାମୀ ବାୟୁ କ୍ରମଶଃ ଶୀତଳ ହୁଏ। ତେଣୁ ଏହାର ଅପେକ୍ଷିକ ଆଦ୍ରତା ବୃଦ୍ଧି ପାଏ ଓ କ୍ରମେ ପରିପୃକ୍ତ ହୋଇଯାଏ।ଫଳରେ ମେଘ ସୃଷ୍ଟି ହୁଏ ଏବଂ ଘନିଭବନ ହେବାଦ୍ୱାର ସେଠାରେ ପ୍ରଚୁର ବର୍ଷା ହୁଏ। ଶୈଳୋତ୍କ୍ଷେପ ବୃଷ୍ଟିପାତ ପ୍ରବାହିତ ବାୟୁକୁ ବାଧା ଦେଉଥିବା ପାଶ୍ୱ ବା ପ୍ରତିବାତ ପାଶ୍ୱରେ ଅଧିକ ହୁଏ। ନିମ୍ନଗାମୀବାୟୁ ସଙ୍କୁଚିତ ହୁଏ ଏବଂ ତାପମାତ୍ରା ବୃଦ୍ଧି ପାଏ। ଫଳରେ ଆପକ୍ଷିକ ଆଦ୍ରତା ହ୍ରାସ ପାଏ ଓ ଘନିଭବନ ହେବାର ସମ୍ଭାବନା ନ ଥାଏ। ତେଣୁ ଅନୁବାତ ପାଶ୍ୱର୍ରେ କମ୍ ବର୍ଷା ହୁଏ। ସେଥିପାଇଁ ଅନୁବାତ ପାଶ୍ୱ ଅଞ୍ଚଳକୁ ବୃଷ୍ଟିଛାୟା ଅଞ୍ଚଳ କୁହାଯାଏ। ପଶ୍ଚିମଘାଟ ପର୍ବତମାଳାର ପୂର୍ବ ପାଶ୍ୱ ଏକ ବୃଷ୍ଟିଛାୟା ଅଞ୍ଚଳ। ପଶ୍ଚିମଘାଟ ପର୍ବତମାଳା ପୂର୍ବ ପାଶ୍ୱ ଏକ ବୃଷ୍ଟିଛାୟା ଅଞ୍ଚଳ କାରଣ ସେଠାରେ ଏହି କାରଣରୁ କମ୍ ବର୍ଷା ହୁଏ। ୩. ବାତାବର୍ତ୍ତ ବୃଷ୍ଟିପାତ ଯେତେବେଳେ ବୃଷ୍ଟିପାତ ବାତାବର୍ତ୍ତଦ୍ୱାରା ସଂଘଟିତ ହୋଇଥାଏ ତାହାକୁ ବାତାବର୍ତ୍ତଜନିତ ବୃଷ୍ଟିପାତ କୁହାଯାଏ। ଉଭୟ କ୍ରାନ୍ତିୟ ଓ ନାତିଶୀତୋଷ୍ଣ ମଣ୍ଡଳୀୟ ସହ ସମ୍ବନ୍ଧୀତ। ବତାବର୍ତରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଗୁର୍ଣ୍ଣାୟମାନ ଅବସ୍ଥାରେ ଘନିଭବନ ହୁଏ ଓ ପ୍ରଚୁର ବର୍ଷା କରାଏ। ଉଷ୍ଣ ଆଦ୍ର ଓ ଶୀତଳ ଶୁଷ୍କ ବାୟୁ ଉଭୟ ମିଳିତ ହୋଇ ଉଷ୍ଣ ବାୟୁ ଉପରକୁ ଉଠେ ଓ ବର୍ଷା ହୁଏ। ବୃଷ୍ଟିମାପକ ଯନ୍ତ୍ର ସାହାଯ୍ୟରେ ବୃଷ୍ଟିପାତ ମପାଯାଏ । ଆଧାର ବାହାର ଲିଙ୍କ , ?
୫୧୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
କେଳୁଚରଣ ମହାପାତ୍ର (୮ ଜାନୁଆରୀ ୧୯୨୬ - ୭ ଅପ୍ରେଲ ୨୦୦୪) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ । ବିଂଶ ଶତାବ୍ଦୀରେ ଓଡ଼ିଶୀର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ କେଳୁଚରଣଙ୍କର ପ୍ରମୂଖ ଭୂମିକା ରହିଥିଲା । ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ । ସେ ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନ କରିଛନ୍ତି । ଜୀବନୀ କେଳୁଚରଣ ପୁରୀରେ ଥିବା ଶିଳ୍ପୀଗ୍ରାମ ରଘୂରାଜପୁରର ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଚିନ୍ତାମଣୀ ମହାପାତ୍ର ଜଣେ ଚିତ୍ରକର ଓ ମର୍ଦ୍ଦଳ ବାଦକ ଥିଲେ । ଯାତ୍ରା ଓ ସଂକୀର୍ତ୍ତନ ତାଙ୍କ ଗ୍ରାମରେ ସବୁବେଳେ ପରିବେଷଣ କରାଯାଉଥିଲା । ଏ ସବୁର ପ୍ରଭାବ ପଡିଥିଲା ବାଳକ କେଳୁଚରଣଙ୍କ ଉପରେ । ଗ୍ରାମରେ ଥିବା ବଳଭଦ୍ର ସାହୁଙ୍କ ଆଖଡ଼ାକୁ କେଳୁଚରଣ ବରାବର ଯାଉଥିଲେ ଓ ସେଠାରେ ଶିଖା ଯାଉଥିବା ଗୋଟିପୁଅ ନାଚ ପ୍ରତି ଆକର୍ଷିତ ଥିଲେ । ପିତାଙ୍କୁ, କେଳୁଚରଣଙ୍କ ଗୋଟିପୁଅ ନାଚ କରିବା ପସନ୍ଦ ନଥିଲା । ସେ କେଳୁଚରଣଙ୍କୁ ଏଥିରୁ ନିବୃତ କରି, ପୁରୀରେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ "କୁଞ୍ଜ ବିହାରୀ ରାସ ଲୀଳା" ଦଳରେ ଛାଡିଥିଲେ । ଏଠାରେ କେଳୁଚରଣ ନୃତ୍ୟ ସଙ୍ଗୀତ ଅଭିନୟ ସହିତ ମଞ୍ଚସଜ୍ଜା, ମେକ୍ ଅପ୍, ନୃତ୍ୟ ସଂଯୋଜନା ଆଦି ଶିକ୍ଷା କରିଥିଲେ । ଏହି ଦଳ ବର୍ଷର ୬/୭ ମାସ ଗାଁ ଗାଁ ବୁଲି କୃଷ୍ଣଲୀଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରୁଥିଲେ । ଉପେନ୍ଦ୍ର ଭଞ୍ଜ, ବନମାଳୀ, ଗୋପାଳକୃଷ୍ଣ ଓ ଜୟଦେବ ଆଦିଙ୍କ ରଚନାରୁ "ବାଲ୍ୟଲୀଳା" , "ମାନଭଞ୍ଜନ" , "ରାଧା ପ୍ରେମାମୃତ" , "ବିଦଗ୍ଧ ମାଧବ" ଆଦି ବିଷୟ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଉଥିଲା । ନୃତ୍ୟ ସଂଯୋଜନା, ସଙ୍ଗୀତ, ମଞ୍ଚସଜ୍ୟା ଆଦୁ ସବୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କଦ୍ୱାରା କରାଯାଉଥିଲା । କେଳୁଚରଣ ଏହି ଦଳରେ ଦଶ ବର୍ଷ ରହିଥିଲେ । ଏଠାରେ ସେ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ । ଗୁରୁ-ଶିଷ୍ୟ ପରମ୍ପରାରେ ସମୃଦ୍ଧ ଏହି ଦଳରେ ଶିକ୍ଷାଗ୍ରହଣ ସହିତ କେଳୁଚରଣ, ଗୁରୁଙ୍କ ପାଇଁ ରୋଷେଇ, ବାସନ ମଜା ଭଳି ସେବା ମଧ୍ୟ କରୁଥିଲେ । ମୋହନ ସୁନ୍ଦର ଦେବଙ୍କ ପ୍ରଭାବ କେଳୁଚରଣଙ୍କ ଗଭୀର ଭାବରେ ପଡିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ କେଳୁଚରଣ ନିଜେ ଗୁରୁ ସାଜିଥିଲେ, ସେହି ଗୁରୁ-ଶିଷ୍ୟ ପରମ୍ପରାକୁ ଆବୋରୀ ଥିଲେ ଓ ଶିଷ୍ୟମାନଙ୍କୁ ନିଜ ସନ୍ତାନ ଭାବରେ ମନେ କରୁଥିଲେ । ପିତାଙ୍କ ଦେହନ ପରେ କେଳୁଚରଣଙ୍କୁ ରାସ ଲୀଳା ଦଳ ଛାଡି ଗାଁକୁ ଫେରିବାକୁ ପଡିଥିଲା । ଜୀବିକା ନିର୍ବାହ ପାଇଁ ଏକ ପାନ ବରଜରେ ମୂଲିଆ ଭାବରେ କାର୍ଯ୍ୟ କରିବାକୁ ପଡିଥିଲା । ତାଙ୍କ କଳାକାର ମନ ବିଦ୍ରୋହ କରିଥିଲା ଓ କିଛିଦିନ ପରେ ଗାଁ ଛାଡ଼ି କଟକ ଚାଲି ଆସିଥିଲେ । କଟକ ଆସି, ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇଥିଲେ । ଏଠାରେ ସେ ମଞ୍ଚ ସଜ୍ୟା ଓ ମର୍ଦଳ ବାଦନ ଆଦି କରୁଥିଲେ । ଦରମା ଥିଲା ମାସକୁ ୭ ଟଙ୍କା । କଟକରେ ସେ ହରିହର ରାଓଙ୍କଠାରୁ ତବଲାରେ ଅଧିକ ଶିକ୍ଷାଗ୍ରହଣ କରିଥିଲେ । ତାପରେ ସେ "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ଘଟିଥିଲା । ପଙ୍କଜ ଚରଣଙ୍କ ସଂଯୋଜନାରେ ନୃତ୍ୟ ନାଟିକା "ଦେବୀ ଭସ୍ମାସୁର" ରେ "ନଟରାଜ" ଭୂମିକାରେ କେଳୁଚରଣ ଲୋକଲୋଚନକୁ ଆସିଲେ । ଏଥିରେ "ମୋହିନୀ" ଭୂମିକାରେ ଅଭିନୟ କରିଥିଲେ "ଲକ୍ଷ୍ମୀପ୍ରିୟା" । ଏଠାରୁ ଆରମ୍ଭ ହୋଇଥିଲା କେଳୁଚରଣ-ଲକ୍ଷ୍ମୀପ୍ରିୟାଙ୍କର ଯୁଗଳବନ୍ଦୀ ଏବଂ ତାଙ୍କ ବିବାହ ପର୍ଯ୍ୟନ୍ତ ଏହି ଜୋଡି ପ୍ରାୟ ସବୁ ପରିବେଷଣରେ ଏକାଠି ନୃତ୍ୟାଭିନୟ କରୁଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ଥାଇ, କେଳୁଚରଣ ଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଗୁରୁ ଦୟାଳ ଶରଣ ଆଦିଙ୍କଠାରୁ ଅଭିନୟ ନୃତ୍ୟ ଓ ବ୍ୟାକରଣରେ ଅଧିକ ଜ୍ଞାନ ଆହରଣ କରିଥିଲେ । କ୍ରମେ ସେ ନିଜକୁ ଜଣେ ନର୍ତ୍ତକ, ବାଦକ ଓ ନୃତ୍ୟ ସଂଯୋଜକ ଭାବରେ ପ୍ରତିଷ୍ଠା କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ସେ ପ୍ରାୟ ୫/୬ ବର୍ଷ ରହିଥିଲେ । କେଳୁଚରଣଙ୍କୁ ୨୮ବର୍ଷ ହେଲା ବେଳକୁ ସେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳ ଛାଡି, ଉଭୟ ପୁରୀ ଚାଲି ଯାଇଥିଲେ । ପୁରୀରେ ସେମାନେ ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା କରି, ସେ ସବୁକୁ ଆୟତ୍ତ କରି ନିଜସ୍ୱ ଏକ ପରିଚୟ ସୃଷ୍ଟି କରି ପାରିଥିଲେ । କେଳୁଚରଣଙ୍କ ଭାଷାରେ "ଓଡ଼ିଶୀ ନୃତ୍ୟ ମାହାରୀର ଭାବ ଓ ଗୋଟିପୁଅର ଅଙ୍ଗଭଙ୍ଗୀକୁ ନିଜର କରିଛି" । ପୁରୀରେ ସେମାନେ "ଅନ୍ନପୂର୍ଣ୍ଣା ଏ" ଆନୁକୁଲ୍ୟରେ ନୃତ୍ୟ ପରିବେଷଣ କରୁଥିଲେ । କ୍ରମେ କେଳୁଚରଣ ଆକାଶବାଣୀ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ତବଲା ଓ ମର୍ଦଳ ବାଦନ କରିବା ଆରମ୍ଭ କରିଥିଲେ । ୧୯୫୩ ମସିହାରେ, ସେ କଟକର କଳା ବିକାଶ କେନ୍ଦ୍ରରେ ଯୋଗ ଦେଇଥିଲେ । ସେତେବେଳ ଯାଏଁ କଳା ବିକାଶ କେନ୍ଦ୍ରର ପାଠ୍ୟକ୍ରମରେ ଓଡ଼ିଶୀ ନୃତ୍ୟର ସ୍ଥାନ ନଥାଏ । କେଳୁଚରଣ ସେ କାମଟି କରି ପାରିଥିଲେ । କଳା ବିକାଶ କେନ୍ଦ୍ରରେ ସେ ୧୫ ବର୍ଷ କାଳ ଓଡ଼ିଶୀ ଶିକ୍ଷାଦାନ କରି ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ସୃଷ୍ଟି କରି ପାରିଥିଲେ । ଏ ସମୟରେ ସେ ସଂଯୁକ୍ତା ପାଣିଗ୍ରାହୀ, ମିନତି ମିଶ୍ର, ପ୍ରିୟମ୍ବଦା ମହାନ୍ତି ହେଜମାଦି ଆଦି ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । "ପଞ୍ଚପୁଷ୍ପା" , "କୃଷ୍ଣ ଗାଥା" , "ଗୀତ ଗୋବିନ୍ଦ" , "ଊର୍ବଶୀ" , "କୃଷ୍ଣ ଲୀଳା" , "ସାକ୍ଷୀଗୋପାଳ" , "କୋଣାର୍କ" ଆଦି କେଳୁଚରଣଙ୍କ ସେହି ସମୟରେ ନୃତ୍ୟ ସଂଯୋଜନା । କଳା ବିକାଶ କେନ୍ଦ୍ର ସହଯୋଗରେ ସେ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଖୋଦେଇ ହୋଇଥିବା ନର୍ତ୍ତକ/ନର୍ତ୍ତକୀମାନଙ୍କର ମୁଦ୍ରା ଉପରେ ଗବେଷଣା କରି, ସେଗୁଡିକୁ ନିଜ ନୃତ୍ୟ ମଧ୍ୟରେ ଆୟତ୍ତ କରିଥିଲେ । ସେତେବେଳକୁ କେଳୁଚରଣଙ୍କ ନିଜସ୍ୱ ନୃତ୍ୟ ଶୈଳୀ ସମୃଦ୍ଧ ହୋଇ ଆସୁଥିଲା । ଅଶି ଦଶକ ବେଳକୁ, କେଳୁଚରଣ କଳା ବିକାଶ କେନ୍ଦ୍ର ଛାଡି, ଭାରତର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲେ । ସେଗୁଡିକ ମଧ୍ୟରେ ଦିଲ୍ଲୀର ଗାନ୍ଧର୍ବ ମହାବିଦ୍ୟାଳୟ, ମୁମ୍ବାଇର ନେସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟ୍ସ, କଲିକତାର ପଦାତିକ ନୃତ୍ୟ କେନ୍ଦ୍ର ଅନ୍ୟତମ ଥିଲା । କେଳୁଚରଣଙ୍କର ଲୋକପ୍ରିୟତା ଓ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ି ଚାଲିଥିଲା । ବହୁ ବିଦେଶୀ ଶିଷ୍ୟ କଟକ ଆସି, କେଳୁଚରଣଙ୍କ ଘରେ ରହି ତାଙ୍କଠାରୁ ନୃତ୍ୟ ଶିକ୍ଷା କରୁଥିଲେ । ନିଜସ୍ୱ ନୃତ୍ୟ ପରିବେଷଣ ମଧ୍ୟ ଚାଲିଥିଲା । ଭାରତର ବିଭିନ୍ନ ସ୍ଥାନ ସହ ଜାପାନ, ଜର୍ମାନୀ, ଋଷିଆ, ଫ୍ରାନ୍ସ, ଯୁକ୍ତରାଜ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକା ଆଦି ସ୍ଥାନରେ ସେ ନୃତ୍ୟ ପରିବେଷଣ କରୁଥିଲେ । ସେ ଭୁବନେଶ୍ୱରସ୍ଥିତ "ଓଡ଼ିଶୀ ଗବେଷଣା କେନ୍ଦ୍ର ସହିତ ପ୍ରାୟ ୧୦ ବର୍ଷ ଧରି ଜଡ଼ିତ ରହିଥିଲେ । ଏହି ସମୟରେ ଓଡ଼ିଶୀ ନୃତ୍ୟ ବାବଦରେ ବହୁ ପ୍ରଲେଖନ ଆଦି କରି ଓଡ଼ିଶୀକୁ ପରପିଢି ପାଇଁ ସଂରକ୍ଷିତ କରିବା କାର୍ଯ୍ୟ କରିଥିଲେ । ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ତାଙ୍କରି ନାମରେ ନାମିତ କରାଯାଇଛି । ୧୯୯୫ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାଡିବା ପରେ, ସେ ନିଜସ୍ୱ ଅନୁଷ୍ଠାନ "ସୃଜନ" ର ନିର୍ମାଣ କରିଥିଲେ । ୨୦୦୪ ମସିହା ଅପ୍ରେଲ ୭ ତାରିଖରେ କେଳୁଚରଣ ଇହଧାମ ତ୍ୟାଗ କରିଥିଲେ ।
ଆର୍ଥିକ ସ୍ୱାଧୀନତା ହେଉଛି ଅନ୍ୟମାନଙ୍କ ଉପରେ ନିଯୁକ୍ତି କିମ୍ବା ନିର୍ଭରଶୀଳ ନହୋଇ, ଜୀବନର ବାକି ଜୀବନ ପାଇଁ ଜୀବନ ଯାପନ ଖର୍ଚ୍ଚ ଦେବା ପାଇଁ ଯଥେଷ୍ଟ ଆୟ କିମ୍ବା ସମ୍ପତ୍ତି ରହିବାର ସ୍ଥିତି ଚାକିରି କିମ୍ବା ନିଜର ସକ୍ରିୟ କାର୍ଯ୍ୟ ନକରି ଅର୍ଜିତ ଆୟକୁ ସାଧାରଣତଃ ନିଷ୍କ୍ରିୟ ଆୟ ବୋଲି କୁହାଯାଏ ଅନ୍ୟମାନେ ନିଜ ଲକ୍ଷ୍ୟ ଅନୁଯାୟୀ ଆର୍ଥିକ ସ୍ୱାଧୀନତାକୁ ଭିନ୍ନ ଭାବରେ ବ୍ୟାଖ୍ୟା କରନ୍ତି ନିଜସ୍ୱ ଲାଭ ଏବଂ ହାନି ସହିତ ଆର୍ଥିକ ସ୍ୱାଧୀନତା ହାସଲ କରିବା ପାଇଁ ଅନେକ ରଣନୀତି ଅଛି । ଯିଏ ଆର୍ଥିକ ସ୍ୱାଧୀନତା ହାସଲ କରିବାକୁ ଚାହାଁନ୍ତି, ସେ ଏକ ଆର୍ଥିକ ଯୋଜନା, ବ୍ୟକ୍ତିଗତ ଅର୍ଥ ବ୍ୟବସ୍ଥା ଏବଂ ବଜେଟ୍ ପାଇବାରେ ସାହାଯ୍ୟକାରୀ କରନ୍ତି, ଯାହାଦ୍ୱାରା ସେମାନଙ୍କର ବର୍ତ୍ତମାନର ଆୟ ଏବଂ ଖର୍ଚ୍ଚ ବିଷୟରେ ସେମାନଙ୍କର ସ୍ପଷ୍ଟ ଦୃଷ୍ଟିକୋଣ ରହିବ, ଏବଂ ସେମାନଙ୍କର ଆର୍ଥିକ ଲକ୍ଷ୍ୟ ଆଡ଼କୁ ଯିବା ପାଇଁ ଉପଯୁକ୍ତ ରଣନୀତି ଚିହ୍ନଟ ଏବଂ ବାଛିପାରିବେ ଏକ ଆର୍ଥିକ ଯୋଜନା ଜଣେ ବ୍ୟକ୍ତିଙ୍କ ଆର୍ଥିକ ପ୍ରତ୍ୟେକ ଦିଗକୁ ସମାଧାନ କରେ ଆର୍ଥିକ ସ୍ୱାଧୀନତା ହାସଲ କରିବା ପାଇଁ ଆୟର ନିଷ୍କ୍ରିୟ ଉତ୍ସ ନିମ୍ନଲିଖିତ ହେଉଛି ନିଷ୍କ୍ରିୟ ଆୟର ଉତ୍ସଗୁଡ଼ିକର ଏକ ଅଣ-ସମ୍ପୂର୍ଣ୍ଣ ତାଲିକା ଯାହା ସମ୍ଭାବ୍ୟ ଆର୍ଥିକ ସ୍ୱାଧୀନତା ପ୍ରଦାନ କରେ ବ୍ୟାଙ୍କ ସ୍ଥିର ଜମା ଏବଂ ମାସିକ ଆୟ ଯୋଜନା ବ୍ୟବସାୟ ମାଲିକାନା (ଯଦି ବ୍ୟବସାୟ ସକ୍ରିୟ କାର୍ଯ୍ୟ ଆବଶ୍ୟକ କରେ ନାହିଁ) ଷ୍ଟକ୍, ବଣ୍ଡ ଏବଂ ଆୟ ଟ୍ରଷ୍ଟରୁ ଡିଭିଡେଣ୍ଡ୍ ଜମା ଖାତା, ଟଙ୍କା ବଜାର ଆକାଉଣ୍ଟ କିମ୍ବା ଋଣରୁ ମିଳିଥିବା ସୁଧ ଜୀବନ ବାର୍ଷିକ ଷ୍ଟକ୍ ଏବଂ ବଣ୍ଡ୍ ସହିତ ଟିପ୍ପଣୀ ତେଲ ଲିଜ୍ ପେଟେଣ୍ଟ ଲାଇସେନ୍ସ ପେନ୍ସନ୍ ଭଡା ସମ୍ପତ୍ତି ସୃଜନାତ୍ମକ କାର୍ଯ୍ୟରୁ ରୟାଲଟି, ଯଥା ଫଟୋଗ୍ରାଫ୍, ବହି, ପେଟେଣ୍ଟ୍, ସଙ୍ଗୀତ ଇତ୍ୟାଦି ଟ୍ରଷ୍ଟ ଡେଡ୍ (ରିଅଲ୍ ଇଷ୍ଟେଟ୍) ଆର୍ଥିକ ସ୍ୱାଧୀନତା ପାଇଁ ଉପାୟ ଯଦି ଜଣେ ବ୍ୟକ୍ତି ସେମାନଙ୍କର ପ୍ରାଥମିକ ବୃତ୍ତି ବ୍ୟତୀତ ଅନ୍ୟ ଉତ୍ସରୁ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ଆୟ ସୃଷ୍ଟି କରିପାରିବ, ତେବେ ସେମାନେ ବୟସ, ବିଦ୍ୟମାନ ସମ୍ପତ୍ତି କିମ୍ବା ବର୍ତ୍ତମାନର ଦରମା ନିର୍ବିଶେଷରେ ଆର୍ଥିକ ସ୍ୱାଧୀନତା ହାସଲ କରିଛନ୍ତି ଉଦାହରଣ ସ୍ୱରୂପ, ଯଦି ଜଣେ ୨୫ ବର୍ଷ ବୟସ୍କଙ୍କର ମାସିକ ୧୦,୦୦୦ ଟଙ୍କା ଖର୍ଚ୍ଚ ହୁଏ, ଏବଂ ସମ୍ପତ୍ତି (ନିଷ୍କ୍ରିୟ ଆୟ) ଯାହା ମାସିକ ୧୦,୦୦୦ ଟଙ୍କା କିମ୍ବା ଅଧିକ ସୃଷ୍ଟି କରେ, ତେବେ ସେମାନେ ଆର୍ଥିକ ସ୍ୱାଧୀନତା ହାସଲ କରିଛନ୍ତି ବୋଲି କୁହାଯିବ ସେମାନଙ୍କର ବିଲ୍ ପୈଠ କରିବା ପାଇଁ ନିୟମିତ ଚାକିରି କରିବାର ଆବଶ୍ୟକତା ନାହିଁ ଅନ୍ୟ ପଟେ, ଯଦି ଜଣେ ୫୦ ବର୍ଷ ବୟସ୍କାଙ୍କର ସମ୍ପତ୍ତି ଅଛି ଯାହା ମାସକୁ ୧୦,୦୦,୦୦୦ ରୋଜଗାର କରନ୍ତି କିନ୍ତୁ ଖର୍ଚ୍ଚ ଯାହା ମାସିକ ତୁଳନାରେ ଅଧିକ, ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ନୁହଁନ୍ତି, କାରଣ ସେମାନଙ୍କୁ ପ୍ରତି ମାସରେ ଖର୍ଚ୍ଚ ଏବଂ ଆୟ ମଧ୍ୟର ପାର୍ଥକ୍ୟ ଅର୍ଜନ କରିବାକୁ ପଡ଼ିଥାଏ । ତଥାପି, ମୁଦ୍ରାସ୍ଫୀତିର ପ୍ରଭାବ ଉପରେ ବିଚାର କରାଯିବା ଆବଶ୍ୟକ ଯଦି ଜଣେ ବ୍ୟକ୍ତି ଆଜି ଜୀବନ ଧାରଣ ଖର୍ଚ୍ଚ ପାଇଁ ୧୦,୦୦୦/ମାସ ଆବଶ୍ୟକ କରନ୍ତି, ତେବେ ସେମାନଙ୍କୁ ୭% ବାର୍ଷିକ ମୁଦ୍ରାସ୍ଫୀତି ହାର ଅନୁମାନ କରି ସମାନ ଜୀବନଶୈଳୀକୁ ସମର୍ଥନ କରିବା ପାଇଁ ଆସନ୍ତା ବର୍ଷ ୧୦,୭୦୦/ମାସ ଏବଂ ପରବର୍ତ୍ତୀ ବର୍ଷ ୧୧,୪୪୯/ମାସ ଆବଶ୍ୟକ ହେବ। ତେଣୁ, ଯଦି ଉପରୋକ୍ତ ଉଦାହରଣରେ ଥିବା ବ୍ୟକ୍ତି ଏକ ସ୍ଥାୟୀତାରୁ ସେମାନଙ୍କର ନିଷ୍କ୍ରିୟ ଆୟ ହାସଲ କରନ୍ତି, ତେବେ ଏକ ସମୟ ଆସିବ ଯେତେବେଳେ ସେମାନେ ମୁଦ୍ରାସ୍ଫୀତି ହେତୁ ସେମାନଙ୍କର ଆର୍ଥିକ ସ୍ୱାଧୀନତା ହରାଇବେ ଯଦି କେହି ସେମାନଙ୍କର ମାଲିକାନା ଥିବା ଷ୍ଟକ‌ରୁ ଲାଭାଂଶରେ ୧୫,୦୦୦ ଟଙ୍କା ପାଆନ୍ତି, କିନ୍ତୁ ସେମାନଙ୍କର ଖର୍ଚ୍ଚ ମୋଟ ୧୦,୦୦୦, ସେମାନେ ସେମାନଙ୍କର ଲାଭାଂଶ ଆୟରେ ବଞ୍ଚିପାରିବେ କାରଣ ଏହା ସେମାନଙ୍କର ସମସ୍ତ ଖର୍ଚ୍ଚ ବଞ୍ଚିବା ପାଇଁ ଦେୟ ଦେଇଥାଏ । ଏବଂ ତାହାଛଡ଼ା ମଧ୍ୟ ୫,୦୦୦ ଟଙ୍କା ବଳିଥାଏ । ଏହି ପରିସ୍ଥିତିରେ, ଜଣେ ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ଅଟନ୍ତି । ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ଏବଂ ଦେୟ ଆର୍ଥିକ ସ୍ୱାଧୀନତା ହାସଲ କରିଛି କି ନାହିଁ ତାହା ନିର୍ଦ୍ଧାରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ଏକ ସମ୍ପତ୍ତି ହେଉଛି ଏକ ମୂଲ୍ୟ, ଯାହା ସହଜରେ ନଗଦରେ ପରିଣତ ହୋଇପାରିବ । ଅନ୍ୟ ପକ୍ଷରେ ଯଦି ଜଣେ ବ୍ୟକ୍ତିଙ୍କୁ ଋଣ ଦେବାକୁ ପଡିବ, ବା କ୍ଷତିପୂରଣ ପ୍ରଦାନ କରିବା ହେଉଛି ଏକ ଦେୟ ଯେହେତୁ ସମ୍ପତ୍ତି ଏବଂ ଖର୍ଚ୍ଚ ସମୀକରଣର ଦୁଇଟି ପାର୍ଶ୍ୱ ଅଛି, ଦୁଇଟି ମୁଖ୍ୟ ଦିଗ ଅଛି ଯାହା ସେମାନଙ୍କର ଶକ୍ତିକୁ ଧ୍ୟାନ ଦେଇପାରେ: ସମ୍ପତ୍ତି ସଂଗ୍ରହ କରିବା କିମ୍ବା ସେମାନଙ୍କର ଖର୍ଚ୍ଚ ହ୍ରାସ କରିବା ସମ୍ପତ୍ତି ଜମା ସମ୍ପତ୍ତିକୁ ଜମା କରିବା ଏହି ଗୋଟିଏ କିମ୍ବା ଉଭୟ ଉପାୟକୁ ଧ୍ୟାନ ଦେଇପାରେ: ରାଜସ୍ୱ ଉତ୍ପାଦନକାରୀ ସମ୍ପତ୍ତି ସଂଗ୍ରହ କରନ୍ତୁ ଯେପର୍ଯ୍ୟନ୍ତ ଉତ୍ପାଦିତ ରାଜସ୍ୱ ଜୀବନ / ଖର୍ଚ୍ଚକୁ ଅତିକ୍ରମ କରେ ଭବିଷ୍ୟତର ସମସ୍ତ ଜୀବନ / ଖର୍ଚ୍ଚ ବଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ନଗଦ ସମ୍ପତ୍ତି ସଂଗ୍ରହ କରନ୍ତୁ ଖର୍ଚ୍ଚ ହ୍ରାସ ଆର୍ଥିକ ସ୍ୱାଧୀନତାର ଅନ୍ୟ ଏକ ଉପାୟ ହେଉଛି ସମ୍ପତ୍ତି ସଂଗ୍ରହ କରିବା ସମୟରେ ନିୟମିତ ଖର୍ଚ୍ଚ ହ୍ରାସ କରିବା, ଆର୍ଥିକ ସ୍ୱାଧୀନତା ପାଇଁ ଆବଶ୍ୟକ ସମ୍ପତ୍ତି ପରିମାଣ ହ୍ରାସ କରିବା ସରଳ ଜୀବନଯାପନ, କିମ୍ବା ଖର୍ଚ୍ଚ ହ୍ରାସ କରିବାକୁ ଅନ୍ୟ କୌଶଳ ଉପରେ ଧ୍ୟାନ ଦେଇ ଏହା କରାଯାଇପାରିବ ଆଧାର ଆହୁରି ପଢ଼ନ୍ତୁ ଭିକି ରବିନ୍ ଏବଂ ଜୋ ଡୋମିଙ୍ଗେଜ୍ (1992) ତୁମର ଟଙ୍କା କିମ୍ବା ତୁମର ଜୀବନ, ତୁମର ଟଙ୍କା କିମ୍ବା ତୁମର ଜୀବନ: ଏକବିଂଶ ଶତାବ୍ଦୀ ପାଇଁ ସଂଶୋଧିତ ଏବଂ ଅଦ୍ୟତନ, ଡିସେମ୍ବର 2008ରେ ଭିକି ରବିନ୍ ମୋନିକ୍ ଟିଲଫୋର୍ଡ ଏବଂ ସହଯୋଗୀ ମାର୍କ ଜାଇଫମ୍ୟାନ୍ଙ୍କ ସହ ପେଙ୍ଗୁଇନ୍ ବୁକ‌ଦ୍ୱାରା ପ୍ରକାଶିତ
୩୩୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବଦନାମ ଗଳି ବା ବଦନାମ ଗଲି ୨୦୧୯ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ କଥାଚିତ୍ର, ଯାହାକି ୧୦ ମଇ ୨୦୧୯ରେ ଜୀ୫ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର କାହାଣୀ ଜଣେ ସରୋଗେଟ୍ ମଦର୍ ଉପରେ ଆଧାରିତ । କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପତ୍ରଲେଖା ପଲ୍ ଏବଂ ଦିବ୍ୟେନ୍ଦୁ ଶର୍ମା । ୨୦୧୯ ମସିହାର ମଦର୍ସ ଡେ 'ରେ ଏହା ମୁକ୍ତିଲାଭ କରିଥିଲା । ଅଭିନୟ ପତ୍ରଲେଖା ପଲ୍ - ନୟନିକା (ନୟନ) ଦିବ୍ୟେନ୍ଦୁ ଶର୍ମା - ରଣଦୀପ ସିଂହ ସୋଢ଼ୀ ଡଲି ଆଲୁୱାଲିଆ - ରଣଦୀପର ପିଉସୀ ପରିତୋଷ ଷଣ୍ଢ - ରଣଦୀପର ବାପା ମୁକ୍ତିଲାଭ ଏହି କଥାଚିତ୍ରଟି ମୁକ୍ତିଲାଭ କରିବା ପରେ ଏହାକୁ ସମୀକ୍ଷକମାନେ ଏହାକୁ ପସନ୍ଦ କରିଥିଲେ । ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଇଶିତା ସେନଗୁପ୍ତା ଏହାକୁ ସରୋଗେସି ଉପରେ ଏକ ମଜାଦାର କଥାଚିତ୍ର ବୋଲି ମନ୍ତବ୍ୟ ଦେଇଥିଲେ । ହାଇ ଅନ୍ ଫିଲ୍ମସ୍‌ର ନଫିସ୍ ଅହମ୍ମଦ ତାଙ୍କ ସମୀକ୍ଷାରେ ଲେଖିଥିଲେ, "ବଦନାମ ଗଳି ଏହାର କାହାଣୀ ଓ ମୌଳିକତା ପାଇଁ ଭଲ ନିଶ୍ଚିତ କିନ୍ତୁ ଦୁଃର୍ଭାଗ୍ୟବଶତଃ ଏହାର ଲେଖକମାନେ ଏହାକୁ ଭଲ ଭାବରେ ଉପସ୍ଥାପନ କରିପାରିନାହାନ୍ତି ।
ଓଡ଼ିଶାର ସର୍ବ ପ୍ରାଚୀନ ରାଜଧାନୀ ଭାବେ ଏହାର ଯଶ କିର୍ତିତ । ବିଶେଷ କରି ଶୈଳୋଦ୍ଭବ, ମାଠର, ଭୌମକର ଏବଂ ସୋମବଂଶୀ ବା କେଶରୀମାନଙ୍କ ଶାସନ କାଳରେ ଏହି ଭୂଭାଗ ଓଡ଼ିଶାର ରାଜଧାନୀ ରୂପେ ଭାରତ ବର୍ଷରେ ଏକ ବିଖ୍ୟାତ ସହରର ମାନ୍ୟତା ଲାଭ କରିଥିଲା । ଦେବୀ ବିରଜାଙ୍କ ନାମାନୁସାରେ ଏହାର ପ୍ରାଚୀନ ନାମ ଥିଲା ବିରଜା । ପରବର୍ତୀ ସମୟ ସମୟରେ ଏହାର ନାମରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଯଜ୍ଞପୁର, ଗୁହଦେବ ପାଟକ, ଯାଜନଗର, ଅଭିନବ ଯଯାତି ନଗର, ଯାଜିପୁର ଓ ଆଜିର ଯାଜପୁର ରୂପେ ଏହାର ନାମାନ୍ତର ଘଟିଅଛି । ଆଛତିଆ ଆରୋଡ଼ି ପର୍ଯ୍ୟନ୍ତ ଏହି ଭୂମଣ୍ଡଳ ବିସ୍ତୃତ । ସୋମବଂଶୀୟ ରାଜା ଯଜାତି କେଶରୀଙ୍କଦ୍ୱାରା ସ୍ଥାପିତ ଯାଜପୁର ସହର ନାମରେ ଏହି ଜିଲ୍ଲାର ନାମକରଣ କରାଯାଇଛି ୤ ୧୯୯୩ ମସିହ ଅପ୍ରେଲ ମାସରେ ଯାଜପୁର ଗୋଟିଏ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ନେଲା ଓ ଯାଜପୁର ସଦର ଗୋଟିଏ ଉପଖଣ୍ଡ (ସବଡ଼ିଭିଜନ) ହୋଇରହିଲା । ଯାଜପୁର ସହର ଜିଲ୍ଲାର ସଦର ମହକୁମା ହୋଇରହିଲା । ଆଗେ ଯାଜପୁର ଅଞ୍ଚଳ ବିଭିନ୍ନ ନଦୀଦ୍ୱାରା ବହୁତ କ୍ଷତିଗ୍ରସ୍ଥ ହେଉଥିଲା । ସେ ନଦୀଗୁଡିକ ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସୁଆଁ ଇତ୍ୟାଦି । ଅବିଭକ୍ତ କଟକ ଜିଲ୍ଲାର ତ୍ରିକୋଣ ଭୂମି ଅଞ୍ଚଳ ଏହିସବୁ ନଦୀଗୁଡିକଦ୍ୱାରା ବନ୍ୟାରେ ଅପୂରଣୀୟ କ୍ଷତି ହେଉଥିଲା ଓ ବହୁତ ଫସଲ ନଷ୍ଟ ହେଉଥିଲା । ଭୂଗୋଳ ଯାଜପୁର ଜିଲ୍ଲାର ଆୟତନ ୨,୮୮୭.୬୯ ବର୍ଗ କିମି । ଏହି ଜିଲ୍ଲାର ଉପର ଅଞ୍ଚଳ କିଛି ପାହାଡ଼ିଆ ଓ ଜଙ୍ଗଲଭୂମି ରହିଛି। ସମତଳ ଅଞ୍ଚଳରେ ଜଳସେଚନଦ୍ୱାରା କୃଷିର ଉନ୍ନତି ହୋଇପାରୁଛି। ତଥାପି ଜଙ୍ଗଲ ଓ ପାହାଡ଼ିଆ ଜମିର ପରିମାଣ ୭୨୫ ବର୍ଗ କିଲୋମିଟର। ଯାଜପୁର ଜିଲ୍ଲା ଖଣିଜ ଦ୍ରବ୍ୟରେ ଭରପୁର। ଏହି ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ବହୁ ପରିମାଣରେ କ୍ରୋମାଇଟ୍ ଉତ୍ପାଦନ ହୁଏ। ଅନେକ ଲୁହାପଥର ଭରି ରହିଛି ଯାହାକି ଆମ ରାଜ୍ୟର ପାରାଦ୍ୱୀପ ବନ୍ଦରରୁ ଜାହାଜ ଯୋଗେ ବିଦେଶକୁ ରତ୍ପାନୀ ହେଉଛି। ଅବସ୍ଥିତି ଏହାର ଉତ୍ତରରେ କେନ୍ଦୁଝର ଓ ଭଦ୍ରକ, ଦକ୍ଷିଣରେ କଟକ, ପୂର୍ବରେ କେନ୍ଦ୍ରାପଡ଼ା ଏବଂ ପଶ୍ଚିମରେ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ । ମୁଖ୍ୟ ନଦୀ ଓ ଶାଖାନଦୀ ବୈତରଣୀ ବ୍ରାହ୍ମଣୀ ଖରସ୍ରୋତା ବିରୂପା ବୁଢ଼ା କଣି ବଡ଼ଗେଙ୍ଗୁଟି କେଳୁଆ ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ଯାଜପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୮,୨୬,୨୭୫ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୬,୯୧,୨୬୪ ଓ ସହରାଞ୍ଚଳରେ ୧,୩୫,୦୧୧ ଲୋକ ବାସ କରନ୍ତି । ପୁରୁଷ: ୯,୨୬,୦୫୮ ମହିଳା: ୯,୦୦,୨୧୭ ଛ ବର୍ଷରୁ କମ: ୨,୦୭,୩୧୦ ସାକ୍ଷରତା ହାର: ୮୦.୪୪% ପୁରୁଷ: ୮୭.୩୬% ମହିଳା: ୭୩.୩୭% ଉତ୍ପନ୍ନ ଖାଦ୍ୟଶସ୍ୟ ଉତ୍ପନ୍ନ ଖାଦ୍ୟଶସ୍ୟ : ଧାନ, ମୁଗ, ବିରି, କୋଳଥ, ଚିନାବାଦାମ, ଆଳୁ, ଆଖୁ ଇତ୍ୟାଦି ଉତ୍ପନ୍ନ ହୁଏ । ସଦର ମହକୁମା ଯାଜପୁର ରୋଡ୍ ଯାଜପୁର ଟାଉନ୍ ବ୍ଳକ କୋରାଇ, ଧର୍ମଶାଳା, ବଡ଼ଚଣା, ଦଶରଥପୁର, ଦାନଗଦି, ବରି, ବିଞ୍ଝାରପୁର, ଯାଜପୁର ସଦର, ରସୁଲପୁର, ସୁକିନ୍ଦା ଗ୍ରାମ ପଞ୍ଚାୟତ ଯାଜପୁର ଜିଲ୍ଲାରେ ଥିବା ମୋଟ ୧,୭୮୧ଟି ଜିଲ୍ଲା ୩୧୧ଟି ଗ୍ରାମ ପଞ୍ଚାୟତ ମଧ୍ୟରେ ରହିଛି । ପର୍ଯ୍ୟଟନ ସ୍ଥଳୀ ପ୍ରସିଦ୍ଧ ବ୍ୟକ୍ତି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଅଭିମନ୍ୟୁ ସାମନ୍ତସିଂହାର, ବିଚ୍ଛନ୍ଦଚରଣ ପଟ୍ଟନାୟକ, ହାଡ଼ିଦାସ ପ୍ରମୁଖ ଅନ୍ୟତମ । ରାଜନୀତି ସୂଚନା: ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ * ଚିହ୍ନିତ ସଭ୍ୟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ ।
ରାଜନଗର (କ୍ରମିକ ସଂଖ୍ୟା: ୯୯) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଟ୍ଟାମୁଣ୍ଡାଇ (ବି), ରାଜନଗର ବ୍ଳକ ଓ ପଟ୍ଟାମୁଣ୍ଡାଇ ବ୍ଳକର କିଛି ଅଞ୍ଚଳ । ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ଧ୍ରୁବଚରଣ ସାହୁଙ୍କଠାରୁ ୫୪୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଲେଖ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନଳିନୀ କାନ୍ତ ମହାନ୍ତିଙ୍କଠାରୁ ୪,୩୩୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନ ଫଳାଫଳ *: ମୋଟ ବୈଧ ଭୋଟର ଶତକଡ଼ା ଭାଗ ନିର୍ବାଚିତ ବିଧାୟକଗଣ ୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି ।
ଲୈଲା ଓ ଲୈଲା, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରମ ଅଗ୍ର‌ୱାଲ । ସିଦ୍ଧାର୍ଥ ଅଗ୍ର‌ୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟି ୨୦୧୮ ମସିହା ନୂଆବର୍ଷ ପୂର୍ବରୁ ଡିସେମ୍ବର ୨୯ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ସେତେଟା ବ୍ୟବସାୟିକ ସଫଳତା ପାଇନଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଏବଂ ସନ୍‌ମୀରା ନାଗେଶ । ଅଭିନୟ ସ୍ୱରାଜ ବାରିକ ସନ୍‌ମିରା ନାଗେଶ ପ୍ରଦ୍ୟୁମ୍ନ ଲେଙ୍କା କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଆମି ଦାଶ, ଆର୍‌. ଏସ୍. କୁମାର, ନିବେଦିତା, ସୌରିନ ଭଟ୍ଟ, ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।
ନେଭିରାପିନ (ଇଂରାଜୀ ଭାଷାରେ ବା ) ବ୍ୟବସାୟୀକ ନାମ ଭିରାମ୍ୟୁନ ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗ ବିଶେଷତଃ ଏଚଆଇଭି ୧ ରୋଗର ଚିକିତ୍ସା ତ‌ଥା ପ୍ରତିଷେଧ ନିମନ୍ତେ ବ୍ୟବ‌ହାର ହୁଏ । ଏହା ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧମାନଙ୍କ ସ‌ହିତ ବ୍ୟବ‌ହାର କରାଯାଏ । ଏହା ମାତାଠାରୁ ଶିଶୁକୁ ସଂକ୍ରମଣ ବ୍ୟାପିବାକୁ ପ୍ରତିରୋଧ କରେ କିନ୍ତୁ ଅନ୍ୟାନ୍ୟ ସଂକ୍ରମଣ ବା ରୋଗ ଥିଲେ ଦିଆଯାଏ ନାହିଁ । ଏହା ପା ଟିରେ ଦିଆଯାଏ । ନେଭିରାପିନର ସାଧାରଣ ପ୍ରତିକ୍ରିୟା ମଧ୍ୟରେ ରାସ, ମୁଣ୍ଡବଥା, ଅଇ, ଥକ୍କାଣ ଓ ଯକୃତ ସମସ୍ୟା ଉତ୍ପନ୍ନ ହୁଏ । ପଥମ କିଛି ମାସରେ ରାସ ଓ ଯକୃତ ସମସ୍ୟା ସାଂଘାତିକ ହୋଇପାରେ, ତେଣୁ ଏହାକୁ ପ୍ରତିରୋଧ କରିବାକୁ ସଚେତନ ରହିବା ଉଚିତ । ଗର୍ଭାବସ୍ଥା ନିମନ୍ତେ ଏହା ନିରାପଦ ଥିବା ଜଣାଯାଏ । ଏହା ଏକ ନନ୍-ନ୍ୟୁକ୍ଲିଓସାଇଡ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର ଓ ରିଭର୍ସ ଟ୍ରାନ୍ସକ୍ରିପ୍ଟେଜକୁ ଅବରୋଧ କରି କାମକରେ । ନେଭିରାପିନ ଔଷଧ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ସନ ୨୦୧୪ରେ ୨.୧୬ରୁ ୧୬.୬୨ ଆମେରିକୀୟ ଡଲାର ଥିଲା । ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।
୧୭୬୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ, ବା ଆକ୍ୟୁଟ କୋଲାଞ୍ଜାଇଟିସ ବା କେବଳ କୋଲାଞ୍ଜାଇଟିସ (ଇଂରାଜୀ ଭାଷାରେ , ) ଏକ ପିତ୍ତନଳୀର ସଂକ୍ରମଣ ଯାହା ଜୀବାଣୁ ଯୋଗୁ ପ୍ରାୟ ହୁଏ ଓ ଡୁଓଡେନମ ମଧ୍ୟରେ ଥିବା ଆମ୍ପୁଲା ଅଫ ଭାଟରରରୁ ସଂକ୍ରମଣ ଉର୍ଦ୍ଧ୍ୱକୁ ଯାଏ । ପିତ୍ତାସ୍ମରୀଦ୍ୱାରା ପିତ୍ତନଳୀ ଅବରୋଧ ହୋଇଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ । ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ ଏକ ଡାକ୍ତରୀ ଜରୁରୀ ଅବସ୍ଥା । ଏହି ରୋଗ ହେଲେ ଚର୍ମ ଓ ଆଖିର ଧଳା ଅଂଶ ହଳଦିଆ ଦେଖାଯାଏ, ଜ୍ୱର, ଉଦର ଯନ୍ତ୍ରଣା ଓ ସାଂଘାତିକ ହୋଇଥିଲେ ନିମ୍ନ ରକ୍ତଚାପ ତ‌ଥା ଗୋଳମାଳିଆ ମାନସିକ ସ୍ଥିତି ଜାତ ହୋଇପାରେ । ଆରମ୍ଭରୁ ଶିରାଭ୍ୟନ୍ତର ତରଳ ପଦାର୍ଥ : ଓ ଆଣ୍ଟିବାୟୋଟିକ ଦିଆଯାଏ କିନ୍ତୁ ଅନ୍ତର୍ନିହିତ ସମସ୍ୟା ଯେପରିକି ପିତ୍ତାସ୍ମରୀ ଓ ସରୁ ପିତ୍ତନଳୀ ହୋଇଯାଇଥାଇପାରେ । ତେଣୁ ଏଣ୍ଡୋସ୍କୋପି କରି ଅଧିକ ପରୀକ୍ଷା ନିରୀକ୍ଷା ଓ ପିତ୍ତନଳୀ ଅବରୋଧ ଦୂର କରିବା ଚିକିତ୍ସା କରାଯାଏ । ଏହି କୋଲାଞ୍ଜାଇଟିସ ଶବ୍ଦଟି ତିନୋଟି ଗ୍ରୀକ ଭାଷାର ଶବ୍ଦରୁ ନିଆଯାଇଛି; କୋଲ ଅର୍ଥ ପିତ୍ତ, ଆଞ୍ଜ ଅର୍ଥ ରକ୍ତନଳି ଓ ଆଇଟିସ ଅର୍ଥ ପ୍ରଦାହକୁ ବୁଝାଏ ।( -, + -, + , ) ଚିହ୍ନ ଓ ଲକ୍ଷଣ କୋଲାଞ୍ଜାଇଟିସ ରୋଗ ହେଲେ ଉଦରର ଡାହାର ଦକ୍ଷିଣ ପାଖରେ ଯନ୍ତ୍ରଣା ହୁଏ, ଜ୍ୱର, କମ୍ପ ଓ ମ୍ୟାଲେସ ବା ଅସୁଖକର ଅନୁଭବ ହୁଏ । କେହି କେହି କାମଳ ହୋଇଥିବା ଅଭିଯୋଗ କରନ୍ତି । ଶାରୀରିକ ପରୀକ୍ଷାରେ କାମଳ ଥିବା ଦେଖାଯାଏ ଓ ଉଦରର ଦକ୍ଷିଣ ଉପର ଭାଗରେ ଦରଜ ଥିବା ଜଣାଯାଏ । କୋଲାଞ୍ଜାଇଟିସ ରୋଗରେ ସାର୍କୋସ ଟ୍ରାଏଡ ' ଲକ୍ଷଣ ତ୍ରୟ ଦେଖାଯାଏ ଯେଉଁଥିରେ ଉଦର ଯନ୍ତ୍ରଣା, କାମଳ ଓ ଜ୍ୱର ଦେଖାଯାଏ । ପୂର୍ବରୁ ଏହି ଲକ୍ଷଣ ତ୍ରୟ ୫୦-୭୦% ରୋଗୀଙ୍କର ଥିବା ସ୍ଥିର କରାଯାଉଥିବା ବେଳେ ଅଧୁନା ଏହା ୧୫-୨୦% ଥିବା ଜଣାଯାଏ । ରେନୋଲ୍ଡସ ପେଣ୍ଟାଡରେ ' ରେ ସାର୍କୋସ ତ୍ରୟ ସ‌ହିତ ସେପ୍ଟିକ ସକ୍ ଓ ଗୋଳମାଳିଆ ମାନସିକ ସ୍ଥିତି ଦେଖାଯାଏ । ଏହି ମିଶ୍ରିତ ଲକ୍ଷଣମାନ ରୋଗ ସାଂଘାତିକ ହେଉଥିବା ସୂଚନା ଦିଏ ଓ ରକ୍ତ ପୂତିତା କମ୍ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ । ବୟସ୍କ ରୋଗୀ କୌଣସି ପୂର୍ବ ଲକ୍ଷଣ ନଥାଇ ହଠାତ୍ ଖସିପଡ଼ନ୍ତି । ପିତ୍ତନଳୀରେ ସ୍ଟେଣ୍ଟ ଥିବା ରୋଗୀଙ୍କର କାମଳ ରହେନାହିଁ । କାରଣ ମୂଖ୍ୟତଃ ପିତ୍ତାସ୍ମରି ଥିବାରୁ ପିତ୍ତନଳୀ ଅବରୋଧ ହୋଇ ଏହି ରୋଗ ହୁଏ । ପିତ୍ତନଳୀ ସରୁ ହେବାର ଅନ୍ୟାନ୍ୟ ୧୦-୩୦% କାରଣମାନ: କୌଣସି କାରଣ ନଥାଇ ସରୁ ହେବା, ଅପରେଶନ ଜନିତ ଆଘାତ, ଅନେକ ରକମର ଅର୍ବୁଦ, ପିତ୍ତାଶୟ କର୍କଟ , କୋଲାଞ୍ଜିଓକାର୍ସିନୋମା, ଆମ୍ପୁଲା ଅଫ ଭାଟର କର୍କଟ, ଡୁଓଡେନମ କର୍କଟ , ଆନେରୋବିକ ଜୀବାଣୁ । ଜିଆ ଓ ଯକୃତ ଫ୍ଲୁକସ ଯୋଗୁ ହୋଇପାରେ । ଏଡସ ରୋଗୀଙ୍କ ଏଡସ କୋଲାଞ୍ଜିଓପାଥି ହୁଏ କିନ୍ତୁ ଏହାର ଉପସ୍ଥିତି ଉପ‌ଯୁକ୍ତ ଚିକିତ୍ସା ମିଳିବାରୁ କମିଯାଉଛି । ପିତ୍ତନଳୀରେ ଇଆରସିପି ଭଳି ଡାକ୍ତରୀ କାର୍ଯ୍ୟବିଧି ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ପ୍ରତିଷେଧକ ଆଣ୍ଟିବାୟୋଟିକ ଦିଆଯାଏ ।
କ୍ରନିକ ଥକା ସିଣ୍ଡ୍ରୋମ (ଇଂରାଜୀ ଭାଷାରେ / ), ଅନ୍ୟ ନାମ କ୍ରନିକ କ୍ଳାନ୍ତ ସିଣ୍ଡ୍ରୋମ, ମ୍ୟାଲଜିକ ଏନସେଫାଲୋମାୟେଲାଇଟିସ ମଧ୍ୟ କୁହାଯାଏ, ଏକ ଦୀର୍ଘକାଳୀନ ଅବସ୍ଥା ଯାହାଦ୍ୱାରା କାର୍ଯ୍ୟ କରିବାର କ୍ଷମତା ହ୍ରାସ ହୁଏ, କାର୍ଯ୍ୟକଳାପଦ୍ୱାରା କ୍ଳାନ୍ତି ଅଧକ ହୁଏ, ଶୋଇବା ପରେ ସତେଜ ଲାଗେନି ଏବଂ ଜ୍ଞାନଗତ ସମସ୍ୟା ଦେଖାଯାଏ । ଏହି ଲକ୍ଷଣଗୁଡ଼ିକ ଖରାପ ହେବାକୁ ଲାଗେ; ଯଦିଓ ସମୟ ସହିତ ପରିବର୍ତ୍ତନଶୀଳ ହୋଇପାରେ । ଯନ୍ତ୍ରଣା ମଧ୍ୟ ପ୍ରାୟଃ ଉପସ୍ଥିତ ଥାଏ । ଲକ୍ଷଣ ଏପରି ସ୍ତରକୁ ଯାଇପାରେ ଯେ ଜଣେ ବ୍ୟକ୍ତି ବିଛଣା ଛାଡିବାକୁ ଅସମର୍ଥ ହୁଏ । ରୋଗର କାରଣ ଅସ୍ପଷ୍ଟ; ଯଦିଓ କତିପୟ କାରକଗୁଡିକର ମିଶ୍ରଣ ବୋଲି ବିଶ୍ୱାସ କରାଯାଏ । ପ୍ରସ୍ତାବିତ ପ୍ରଣାଳୀରେ ସଂକ୍ରମଣ, ପ୍ରତିରକ୍ଷା ପ୍ରଣାଳୀ ପରିବର୍ତ୍ତନ, ହରମୋନାଲ ପରିବର୍ତ୍ତନ, ମେଟାବୋଲିଜିମ ପରିବର୍ତ୍ତନ ଏବଂ ଜେନେଟିକ୍ସ ଯୋଗୁ ହୋଇପାରେ । ରୋଗ ନିର୍ଣ୍ଣୟ ୩ କିମ୍ବା ୬ ମାସରୁ ଅଧିକ ଲକ୍ଷଣ ଉପରେ ଆଧାରିତ, ଯାହା ଅନ୍ୟ କୌଣସି କାରଣ ବା ଅବସ୍ଥା ହେତୁ ନୁହେଁ । ଏହା ଆରୋଗ୍ୟ ସାଧ୍ୟ ନୁହେଁ କିମ୍ବା ଏହାର ନିର୍ଦ୍ଦିଷ୍ଟ କୌଣସି ଚିକିତ୍ସା ନାହିଁ; ଲକ୍ଷଣଗୁଡ଼ିକର ଉନ୍ନତି ପାଇଁ ପ୍ରୟାସ କରାଯାଇଛି । ପେସିଂ ବା ବ୍ୟକ୍ତିଗତ କାର୍ଯ୍ୟକଳାପ ପରିଚାଳନା ସାହାଯ୍ୟରେ ଲକ୍ଷଣଗୁଡ଼ିକର ଅବନତି ନ ହେବାରେ ସାହାଯ୍ୟ କରିଥାଏ । ସ୍ଥିତିର କିଛି ଦିଗରେ ପରାମର୍ଶ ସାହାଯ୍ୟ କରିପାରେ । ୨୦୨୧ସୁଦ୍ଧା ଗ୍ରେଡ୍ ବ୍ୟାୟାମ ଥେରାପି ସୁପାରିଶ କରାଯାଏ ନାହିଁ । ଆକ୍ରାନ୍ତ ରୋଗୀର ସ୍କୁଲରେ ସମସ୍ୟା ହୁଏ ଓ ସାମାଜିକ ଜୀବନରେ ଅନେଜ ବିଘ୍ନ ଘଟେ । ଯେତେବେଳେ କିଛି ସମୟ ସହିତ ଉନ୍ନତି ହୁଏ, ଅନ୍ୟମାନେ ଏକ ବର୍ଦ୍ଧିତ ସମୟ ପାଇଁ ଅକ୍ଷମ ହୁଅନ୍ତି କ୍ରନିକ୍ ଥକା ସିଣ୍ଡ୍ରୋମ୍ ପ୍ରାୟ ୦.୯% ଲୋକଙ୍କୁ ପ୍ରଭାବିତ କରିଥାଏ ୨୦୧୫ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ପ୍ରାୟ ୦.୮ରୁ ୨.୫ ନିୟୁତ ଲୋକ ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଥିଲା । ୪୦ରୁ ୬୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଅଧିକ ପ୍ରଭାବିତ ହୁଅନ୍ତି; ମହିଳାମାନଙ୍କ ସହିତ ପୁରୁଷଙ୍କ ତୁଳନାରେ ୧.୫ରୁ ୪ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି । ଏହା ଅବଶ୍ୟ ଅନ୍ୟ ବୟସରେ ୦.୨% ପିଲାଙ୍କ ସମେତ ହୋଇପାରେ । ଅନ୍ତତଃ ପକ୍ଷେ ୧୯୩୦ ଦଶକରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି । ୧୯୫୦ ଦଶକରେ ଏହାର ନାମ "ବିନାଇନ ମ୍ୟାଲଜିକ ଏନସେଫାଲୋମାୟେଲାଇଟିସ୍" ଥିଲା; ଓ ୧୯୮୦ ଦଶକରେ "କ୍ରନିକ୍ ଥକା ସିଣ୍ଡ୍ରୋମ" ନାମରେ ପ୍ରଚଳିତ ହୋଇଥିଲା । ୨୦୦୩ ମସିହାରେ ଦୁଇଟି ଶବ୍ଦ ମିଳିତ ହୋଇଥିଲା ।
ବିଭୀଷଣ ମାଝି (ଜନ୍ମ: ୩୦ ଜୁନ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବିଭୀଷଣ ମାଝି ୧୯୭୨ ମସିହାର ଜୁନ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସରାଜୁ ମାଝି ଓ ପତ୍ନୀଙ୍କ ନାମ କଶାଇ ମାଝି । ରାଜନୈତିକ ଜୀବନ ବିଭୀଷଣ ମାଝି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
୧୦୯୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ରାଧାମୋହନ ନାୟକ (୧ ଜାନୁଆରୀ ୧୯୨୯ - ୪ ଜୁଲାଇ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ରାଧାମୋହନ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର ରାଧାମୋହନ ନାୟକ ୧୯୧୯ ମସିହାର ଜାନୁଆରୀ ମାସ ୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୌର ମୋହନ ନାୟକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍‌ରୁ କମ । ତାଙ୍କ ପତ୍ନୀଙ୍କ ନାମ ଲଳିତା ମୋହିନୀ ନାୟକ । ରାଜନୈତିକ ଜୀବନ ରାଧାମୋହନ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ ଓ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ମୃତ୍ୟୁ ରାଧାମୋହନ ନାୟକ ୨୦୧୨ ମସିହା ଜୁଲାଇ ମାସ ୪ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।
ଶାହାବାଦ, ରାମପୁର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ଗୁଲ୍ବର୍ଗ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଶାହାବାଦ, ରାମପୁର ୧୭.୧୨୫୬ ଉତ୍ତର ଅକ୍ଷାଂଶ ଓ ୭୬.୯୪୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶାହାବାଦ, ରାମପୁର ସହରର ମୋଟ ଜନସଂଖ୍ୟା ୫୦୫୮୭ ଅଟେ । ସେଥି ମଧ୍ୟରୁ ୫୧.୩୬% ଜଣ ପରୁଷ ହୋଇଥିବା ବେଳେ ୪୮.୬୪% ଜଣ ନାରୀ ଅଟନ୍ତି । ଶାହାବାଦ, ରାମପୁରର ସାକ୍ଷରତା ହାର ୫୭.୫୦% ଅଟେ । ଏହା ଜାତୀୟ ହାରଠାରୁ ୭.୩୪% ପ୍ରତିଶତ କମ ଅଟେ । ସେଥିରୁ ୩୪.୦୦% ପ୍ରତିଶତ ପୁରୁଷ ଓ ୨୩.୫୦% ନାରୀ ଅଟନ୍ତି । ୧୫.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା କନ୍ନଡ ଶାହାବାଦ, ରାମପୁରର ସରକାରୀ ଭାଷା ଅଟେ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୯ ଅପ୍ରେଲ ବର୍ଷର ୧୦୯ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୧୦ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୫୬ ଦିନ ବାକି ଅଛି ।
ଡେକ୍ସମିଥାଇଲଫେନିଡେଟ, ଏକ ବ୍ୟବସାୟୀକ ନାମ ଫୋକାଲିନ୍, ହେଉଛି ଏକ ଔଷଧ ଯାହା ୫ ବର୍ଷରୁ ଅଧିକ ବୟସ୍କଙ୍କ ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ୪ ସପ୍ତାହ ପରେ ଯଦି କୌଣସି ଉପକାର ଦେଖାଯାଏ ନାହିଁ ତେବେ ଏହାର ବ୍ୟବହାର ବନ୍ଦ କରିବା ଯୁକ୍ତିଯୁକ୍ତ ଏହା ପାଟିରେ ଦିଆଯାଏ ତୁରନ୍ତ କର୍ମକ୍ଷମ ସୂତ୍ର ୫ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ଏବଂ ବର୍ଦ୍ଧିତ କର୍ମକ୍ଷମ ସୂତ୍ର ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଭୋକ କମିବା ଏବଂ ଜ୍ୱର ଅନ୍ତର୍ଭୁକ୍ତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ଅପବ୍ୟବ‌ହାର, ସାଇକୋସିସ୍, ହଠାତ୍ ହୃଦ୍‌ରୋଘ ମୃତ୍ୟୁ, ମାନିଆ, ଆନାଫାଇଲକ୍‌ସିସ, ବାତ ଏବଂ ବିପଦପୂର୍ଣ୍ଣ ଭାବରେ ଦୀର୍ଘସ୍ଥାୟୀ ଇରେକ୍ସନ୍ ପ୍ରୟାପ୍ରିଜ୍ମ ହୋଇପାରେ ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ ଡେକ୍ସମିଥାଇଲଫେନିଡେଟ୍ ହେଉଛି ଏକ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଉତ୍ତେଜକ ଏହି ରୋଗରେ ଏହି ଔଷଧ କିପରି କାମ କରେ, ତାହା ଅସ୍ପଷ୍ଟ ଏହା ମିଥାଇଲଫେନିଡେଟର ଅଧିକ ସକ୍ରିୟ ଏନାନ୍ସିଓମର ଅଟେ ଯୁକ୍ତରାଷ୍ଟ୍ରରେ ୨୦୦୧ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଡେକ୍ସମେଥାଇଲଫେନିଡେଟ୍ ଅନୁମୋଦିତ ହୋଇଥିଲା ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଯୁକ୍ତରାଷ୍ଟ୍ରରେ ଏକ ମାସର ଯୋଗାଣର ହୋଲସେଲ ମୂଲ୍ୟ ପ୍ରାୟ ୮ ଡଲାର ଅଟେ । ୨୦୧୭ ମସିହାରେ ଏହା ଆମେରିକାର ୧୮୯ ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। ଏହା ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ଉପଲବ୍ଧ
୭୩୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଦେଓଗଡ଼ ଏକ ଭାରତୀୟ ପୌରପାଳିକା ଅଟେ । ଏହା ଝାଡ଼ଖଣ୍ଡର ଦେଓଗଡ଼ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଦେଓଗଡ଼ ୨୪.୪୮୯୮ ଉତ୍ତର ଅକ୍ଷାଂଶ ଓ ୮୬.୬୯୯୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦେଓଗଡ଼ ସହରର ମୋଟ ଜନସଂଖ୍ୟା ୯୮୩୭୨ ଅଟେ । ସେଥି ମଧ୍ୟରୁ ୫୪.୬୫% ଜଣ ପରୁଷ ହୋଇଥିବା ବେଳେ ୪୫.୩୫% ଜଣ ନାରୀ ଅଟନ୍ତି । ଦେଓଗଡ଼ର ସାକ୍ଷରତା ହାର ୭୫.୮୯% ଅଟେ । ଏହା ଜାତୀୟ ହାରଠାରୁ ୧୧.୦୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୪.୬୨% ପ୍ରତିଶତ ପୁରୁଷ ଓ ୩୧.୨୭% ନାରୀ ଅଟନ୍ତି । ୧୨.୦୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଓଡ଼ିଆ, ହିନ୍ଦୀ ଦେଓଗଡ଼ର ସରକାରୀ ଭାଷା ଅଟେ ।
୧୮୪୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସାରଦା ପ୍ରସନ୍ନ ନାୟକ ୧୩ ଡିସେମ୍ବର ୧୯୨୬ ୯ ସେପ୍ଟେମ୍ବର ୨୦୨୦ ଜଣେ ଓଡ଼ିଆ କଥାଚିତ୍ର ଗୀତିକାର ଓ ନିର୍ଦ୍ଦେଶକ ଥିଲେ । ସେ ୧୯୫୬ ମସିହାରେ ଭକ୍ତକବି ଜୟଦେବ ଚଳଚ୍ଚିତ୍ରରୁ ସହନିର୍ଦ୍ଦେଶକ ଭାବରେ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ରେଡ଼ିଓ ଓ ଦୂରଦର୍ଶନରେ ମଧ୍ୟ ସକ୍ରିୟ ରହିଆସିଥିଲେ । ସେ ତାଙ୍କ ନିର୍ମିତ ଚଳଚ୍ଚିତ୍ର କା, ସ୍ତ୍ରୀ ଓ ସଂସାରରେ ପାରଦର୍ଶିତା ପାଇଁ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ । ୨୦୧୩ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରିଥିଲେ । କୋଭିଡ-୧୯ରେ ପୀଡ଼ିତ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା । ବାଲ୍ୟଜୀବନ ଓ ଶିକ୍ଷା ସାରଦା ପ୍ରସନ୍ନ ନାୟକ ୧୯୨୬ ମସିହା ଡିସେମ୍ବର ୧୩ ତାରିଖରେ ଅବିଭକ୍ତ କଟକ ଜିଲ୍ଲାର ବୟାଳିଶ ମୌଜା ଅନ୍ତର୍ଗତ ଧୂଳିଶ୍ୱର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବାସୁଦେବ ନାୟକ ଓ ମାତାଙ୍କ ନାମ ସେବତୀ ନାୟକ । ତାଙ୍କ ପିତା ମନମୋହନ ପ୍ରେସର ମ୍ୟାନେଜର ଥିଲେ । ସାରଦା ପ୍ରସନ୍ନ ନାୟକ ନିଜ ପ୍ରାଥମିକ ଶିକ୍ଷା କଟକ ମଧୁସୂଦନ ନଗରସ୍ଥିତ ଭିକ୍ଟୋରିଆ ସ୍କୁଲ (ବର୍ତ୍ତମାନର ଭକ୍ତମଧୁ ବିଦ୍ୟାପୀଠ)ରୁ ଗ୍ରହଣ କରିଥିଲେ । ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କଲା ବେଳେ ନାଟକ ପାଇଁ ଆଗ୍ରହ ହୋଇଥିଲା । ବୃତ୍ତିଗତ ଜୀବନ ସାରଦା ପ୍ରସନ୍ନ ନାୟକଙ୍କୁ ନାଟକ ପାଇଁ ସୁରେନ ମହାନ୍ତି ପ୍ରେରଣା ଦେଇଥିଲା । ୧୯୪୮ରେ ଆକାଶବାଣୀ କଟକ ସ୍ଥାପନା ହେଲାପରେ ସେଠାରେ ମନୋରଞ୍ଜନ ଦାସଙ୍କ ନିର୍ଦ୍ଦେଶନାରେ ଗୋଟିଏ ନାଟକରେ ସହନାୟକ ଭୂମିକା ତାଙ୍କୁ ମିଳିଥିଲା । ୧୯୫୧ ମସିହାରୁ ସେ ନାଟକ ସଂଳାପ ରଚନା, ନିର୍ଦ୍ଦେଶନା ଓ ସଂଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ନାଟକଗୁଡ଼ିକ ମଧ୍ୟରେ ଶଙ୍ଖାଳି, ସୁନାମାଟି ଓ ପରିଶୋଧ ଅନ୍ୟତମ । ମନୋରଞ୍ଜନ ଦାସଙ୍କ ଅଭିଳାଷ ନାଟକ ପାଇଁ ସେ ପ୍ରଥମେ ଗୀତ ଲେଖିଥିଲେ । ୧୯୭୩ ମସିହାରେ ଏକମାତ୍ର ଭାରତୀୟ ଭାବରେ ସେ ଲଣ୍ଡନଠାରେ ଅନୁଷ୍ଠିତ ସିଇଡିଓ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ପାଇଥିଲେ । ସେଠାରେ ସେ ଚାର୍ଲସ ଡିକେନ୍ସଙ୍କ ବାସଭବନରେ ରହିଥିଲେ । ରାମାୟଣର ଭରତଙ୍କ ଚରିତ୍ରକୁ ନେଇ ରଚିତ ତାଙ୍କ ସ୍କ୍ରିନ ପ୍ଲେ ବ୍ରଦର୍ଲି ଲଭ ସେଠାରେ ମଞ୍ଚସ୍ଥ ହୋଇଥିଲା । ନାଟକରେ ତାଙ୍କ ଅଭିନୟରେ ଅଭିଭୂତ ହୋଇ ଆସାମର ପୂର୍ବତ୍ତନ ରାଜ୍ୟପାଳ ଲୋକନାଥ ମିଶ୍ର ତାଙ୍କୁ ଚଳଚ୍ଚିତ୍ର କରିବାପାଇଁ ପ୍ରୋତ୍ସାହିତ କରିଥିଲେ । କଲିକତାର ଷ୍ଟୁଡିଓ ଦେଖି ସେ ଚଳଚ୍ଚିତ୍ର ବାବଦରେ ଜ୍ଞାନ ଆହରଣ କରିଥିଲେ । ଭକ୍ତକବି ଜୟଦେବ ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଲେଖିବା ଓ ସହନିର୍ଦ୍ଦେଶନା କରି ସେ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ସେତେବେଳେ ଓଡ଼ିଆ ଚଳଚ୍ଚିତ୍ର ମୁଖ୍ୟତଃ ବଙ୍ଗାଳୀ ନିର୍ଦ୍ଦେଶକମାନଙ୍କଦ୍ୱାରା ନିର୍ମିତ ହେଉଥିଲା । ସେ ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ ଭାବରେ ଛଦ୍ମନାମ "ସିଦ୍ଧାର୍ଥ" ବ୍ୟବହାର କରି ଲକ୍ଷ୍ମୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଧାରଉଧାର କରି ସେ ୯୫,୦୦୦ ଟଙ୍କା ଖର୍ଚ୍ଚ କରି ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଚଳଚ୍ଚିତ୍ରଟି ସିନେମାହଲରେ ୧୦୦ଦିନ ପର୍ଯ୍ୟନ୍ତ ଚାଲିଥିଲା । ଲକ୍ଷ୍ମୀର ସଫଳତା ପରେ ସେ କା, ସ୍ତ୍ରୀ ଓ ସଂସାର ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଲକ୍ଷ୍ମୀ, କା ଓ ସ୍ତ୍ରୀ ଚଳଚ୍ଚିତ୍ର ପାଇଁ ସେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ । ଚଳଚ୍ଚିତ୍ର ନିର୍ମାଣ କଳାରେ ସେ ଭି ଶାନ୍ତାରାମଙ୍କୁ ନିଜର ପ୍ରେରଣା ଭାବରେ ଗ୍ରହଣ କରିଥିବା ପ୍ରକାଶ କରିଥିଲେ ।
୨୦୦୦ ମସିହା ଜାନୁଆରୀ ୨୭ ତାରିଖରେ ଓଡ଼ିଶା ମାନବ ଅଧିକାର ଆୟୋଗ ଗଠନ କରାଯାଇଥିଲା ଏବଂ ୧୧.୦୭.୨୦୦୩ରେ ଭାରତର ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଶ୍ରୀ ଜଷ୍ଟିସ୍ ଦେବପ୍ରିୟ ମହାପାତ୍ର ଏହାର ପ୍ରଥମ ମାନ୍ୟବର ଅଧ୍ୟକ୍ଷ ଭାବରେ ଯୋଗ ଦେଇଥିଲେ । ଅଧିକାର କ୍ଷେତ୍ର ଆୟୋଗ ମୁଖ୍ୟତଃ ସରକାରୀ କର୍ତ୍ତୃପକ୍ଷଙ୍କଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ବିଷୟରେ ଅନୁସନ୍ଧାନ କରନ୍ତି । ଏହି ଅଧିକାର ମୁଖ୍ୟତଃ ଜୀବନ, ସ୍ୱାଧୀନତା, ସମାନତା ଏବଂ ସମ୍ମାନ ସମ୍ବନ୍ଧୀୟ ଅଧିକାର ଯାହାକି ଭାରତୀୟ ସମ୍ବିଧାନଦ୍ୱାରା ସୁନିଶ୍ଚିତ କିମ୍ବା ଆନ୍ତର୍ଜାତୀୟ ଚୁକ୍ତିନାମାରେ ଅନ୍ତର୍ଭୁକ୍ତ । ଭାରତର ଅଦାଲତଦ୍ୱାରା ବିଭିନ୍ନ ସମୟରେ ଏହି ଅଧିକାର କାର୍ଯ୍ୟକାରୀ ହୋଇଥାଏ । ଏହି ଅଧିକାରର ସୁରକ୍ଷା ପାଇଁ ମାନବ ଅଧିକାର ଆୟୋଗ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଥାନ୍ତି । ଭାରତର ସମ୍ବିଧାନର ମୁଖବନ୍ଧରେ ସମସ୍ତ ନାଗରିକଙ୍କୁ ନ୍ୟାୟ ପ୍ରଦାନ ତଥା ସ୍ୱାଧୀନତା ଏବଂ ସମାନତାର ଅଧିକାର ସହ ବ୍ୟକ୍ତିର ସମ୍ମାନ ମଧ୍ୟ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ଦର୍ଶାଯାଇଛି । ତେବେ ୧୯୫୦ ମସିହାରେ ପ୍ରସ୍ତୁତ ଭାରତର ସମ୍ବିଧାନ, ୧୯୪୮ ମସିହାରେ କରାଯାଇଥିବା ମାନବ ଅଧିକାରର ସର୍ବଭାରତୀୟ ଘୋଷଣାନାମାରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଦ୍ୱାରା ଅନୁପ୍ରାଣିତ ହୋଇଥିଲା ଭାରତୀୟ ସମ୍ବିଧାନରେ ଗୁରୁତ୍ୱପୂର୍ଣ୍ଣ ନାଗରିକ ଅଧିକାର ମଧ୍ୟରେ ସମାନତାର ଅଧିକାର, ମୁକ୍ତ ବକ୍ତବ୍ୟର ଅଧିକାର, ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର, ମାନବ ଚାଲାଣ ତଥା ବାଧ୍ୟତାମୂଳକ ଶ୍ରମର ବିରୋଧ ପାଇଁ ଅଧିକାର, ବିବେକପୂର୍ଣ୍ଣ ଏବଂ ମୁକ୍ତ ବୃତ୍ତି, ନିଜ ଧର୍ମର ଅଭ୍ୟାସ ଏବଂ ପ୍ରଚାର ସହିତ ଅନେକ ନାଗରିକ ତଥା ରାଜନୈତିକ ଅଧିକାର ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । କାର୍ଯ୍ୟକ୍ଷେତ୍ର କମିଶନ ମାନବ ଅଧିକାର ଉଲଙ୍ଘନ ରୋକିବା ଦିଗରେ ନିମ୍ନ ଲିଖିତ ସମସ୍ତ କାର୍ଯ୍ୟ କରିପାରିବେ । ୧ ପୀଡିତା କିମ୍ବା ତାଙ୍କ ନାମରେ କୌଣସି ବ୍ୟକ୍ତିଙ୍କଦ୍ୱାରା ଦାଖଲ ହୋଇଥିବା ମାନବିକ ଅଧିକାରର ଉଲ୍ଲଂଘନର ଏକ ଆବେଦନ ଉପରେ ତାଙ୍କର ବିଶେଷ କ୍ଷମତା ବଳରେ ସ୍ୱୟଂ ଅନୁସନ୍ଧାନ କରିପାରିବେ । ୨ କୌଣସି ସରକାରୀ କର୍ମଚାରୀଙ୍କଦ୍ୱାରା ଏପରି ମାନବିକ ଅଧିକାର ଉଲ୍ଲଂଘନକୁ ରୋକିବାରେ ଅବହେଳା କରିବା ଆବେଦନ ଉପରେ ଅନୁସନ୍ଧାନ ତଥା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇପାରିବେ । ୩ ଅଦାଲତର ଅନୁମୋଦନ କ୍ରମେ କୋର୍ଟରେ ବିଚାରାଧୀନ ଥିବା ମାନବିକ ଅଧିକାରର ଉଲ୍ଲଂଘନ କିମ୍ବା କୌଣସି ପ୍ରକ୍ରିୟାରେ ଜଡିତ ହୋଇପାରିବ । ୪ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ଜେଲରେ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନରେ ଥିବା ଅନ୍ତେବାସୀଙ୍କ ଜୀବନ ଅବସ୍ଥା ଯାଞ୍ଚ କରିପାରିବେ ଯେଉଁଠାରେ ଚିକିତ୍ସା, ସଂସ୍କାର କିମ୍ବା ସୁରକ୍ଷା ଉଦ୍ଦେଶ୍ୟରେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥାଏ । ୫ ମାନବିକ ଅଧିକାରର ସୁରକ୍ଷା ନିଶ୍ଚିତ କରିବାକୁ ବଳବତ୍ତର ଥିବା ସମୟ ଆଇନରେ ପ୍ରଦତ୍ତ ସୁରକ୍ଷାଗୁଡିକ ସମୀକ୍ଷା କରିପାରିବେ । ୬ ମାନବ ଅଧିକାରର ଉପଭୋଗକୁ ବାଧା ଦେଉଥିବା କାରକଗୁଡିକୁ ସମୀକ୍ଷା କରିପାରିବେ । ୭ ମାନବ ଅଧିକାର କ୍ଷେତ୍ରରେ ଅନୁସନ୍ଧାନ ଏବଂ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ଏବଂ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିପାରିବେ । ଏହି କ୍ରମରେ ମାନବିକ ଅଧିକାର ସୁରକ୍ଷା ପାଇଁ ସାକ୍ଷରତା ଅଭିଯାନ, ପ୍ରକାଶନ, ସେମିନାର ଇତ୍ୟାଦି ମାଧ୍ୟମରେ ମାନବ ଅଧିକାର ସଚେତନତାକୁ ପ୍ରୋତ୍ସାହିତ କରିବେ । ୮ ମାନବ ଅଧିକାର ସଚେତନତା କ୍ଷେତ୍ରରେ ଅଧିକ କାର୍ଯ୍ୟ ପାଇଁ ଅଣ-ସରକାରୀ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ଯୋଗଦାନକୁ ଉତ୍ସାହିତ କରିବେ । ୯ ଅନ୍ୟ କୌଣସି କାର୍ଯ୍ୟ ଯାହାକି ମାନବିକ ଅଧିକାରର ପ୍ରୋତ୍ସାହନ ପାଇଁ ଆବଶ୍ୟକ ବୋଲି ବିବେଚନା କରାଯାଇପାରେ, ସେସବୁ ମଧ୍ୟ କରିବେ ବା କରାଇବେ । ୧୦ ଏତଦ୍ ବ୍ୟତୀତ ଯଦି ଜଣେ ସରକାରୀ କର୍ମଚାରୀଙ୍କଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ (କିମ୍ବା ଏହାର ପ୍ରବର୍ତ୍ତାଇବା) ରୋକିବା ପାଇଁ ଯଦି ଜଣେ ସରକାରୀ କର୍ମଚାରୀଙ୍କ ବିଫଳତା କିମ୍ବା ଅବହେଳା କମିଶନଙ୍କ ଦୃଷ୍ଟି ଗୋଚର ହୁଏ, ତେବେ କମିଶନ ଏଥିରେ ହସ୍ତକ୍ଷେପ କରିପାରିବେ ।
୧୫ ତିଥିରେ ଏକ ପକ୍ଷ ହୁଏ । କୃଷ୍ଣପକ୍ଷ ପୂର୍ଣ୍ଣିମାର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ।ଚନ୍ଦ୍ର ଅମାବାସ୍ୟାର ଅନ୍ଧକାରକୁ ଅଗ୍ରସର ହେଉଥିବାରୁ କୃଷ୍ଣ ପକ୍ଷ ବା ଅନ୍ଧାର ପକ୍ଷ ମଧ୍ୟ କୁହାଯାଏ ଶୁକ୍ଳପକ୍ଷ ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶେଷ ହୁଏ । ଅପରପକ୍ଷ ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ । ଦେବୀ ପକ୍ଷ ଆଶ୍ୱିନ ଶୁକ୍ଳ ପକ୍ଷକୁ ଦେବୀ ପକ୍ଷ ' ମଧ୍ୟ କହାଯାଏ । ଏହି ପକ୍ଷରେ ନବରାତ୍ରି ଓ ଦୁର୍ଗା ପୂଜା ପାଳନ କରାଯାଏ । ଧାର୍ମିକ ମହତ୍ତ୍ୱ ମହାଳୟା ଅମାବାସ୍ୟା ଦିନ ପିତୃ ପକ୍ଷ ଶେଷ ହେବା ସହ ଏହି ପକ୍ଷ ଆରମ୍ଭ ହୁଏ । ଏହି ଦିନରେ ଦେବ, ଦେବୀମାନେ ମଧ୍ୟ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି ଆରମ୍ଭ କରୁଥିବା ଏକ ହିନ୍ଦୁ ଧାମିକ ବିଶ୍ୱାସ । ଦେବୀ ପକ୍ଷର ପ୍ରଥମ ଦିନ ମାଆ ଦୁର୍ଗାଙ୍କର ପୃଥିବୀ ଯାତ୍ରା ଆରମ୍ଭ ହୁଏ । ପ୍ରଭୁ ରାମଚନ୍ଦ୍ରଙ୍କ ପୂର୍ବରୁ ଚୈତ୍ର ମାସରେ ମାଆଙ୍କ ପୂଜା କରାଯାଉଥିଲା, ଯାହା ବାସନ୍ତୀ ଦୂର୍ଗା ପୂଜା ଭାବେ ଏବେ ବି ପ୍ରଚଳିତ । ରାମଚନ୍ଦ୍ର ହିଁ ଶାରଦୀୟ ଦୂର୍ଗା ପୂଜା ଆରମ୍ଭ କରିଥିଲେ। ଲଙ୍କାନରେଶ ରାବଣଙ୍କ ଉପରେ ବିଜୟ ପ୍ରାପ୍ତି ପାଇଁ ସେ ଅସମୟରେ ଦୂର୍ଗାଙ୍କୁ ଆବାହନ କରିଥିଲେ । ତେଣୁ, ଶାରଦୀୟ ଦୁର୍ଗା ପୂଜାକୁ ଅକାଳ ବୋଧନ ମଧ୍ୟ କହାଯାଏ ।
ରମେଶ ଚନ୍ଦ୍ର ପରିଡ଼ା (ଜନ୍ମ ୪ ଜାନୁଆରୀ ୧୯୪୭) ଜଣେ ଭାରତୀୟ ରସାୟନ ବିଜ୍ଞାନୀ, ଶିକ୍ଷାବିତ୍ ଓ ଲେଖକ । ସେ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟରେ ରସାୟନ ବିଜ୍ଞାନର ପ୍ରଫେସର ଥିଲେ । ସେ ଓଡ଼ିଆ ଓ ଇଂରାଜୀ ଭାଷାରେ ୯୦ରୁ ଅଧିକ ଲୋକପ୍ରିୟ ବିଜ୍ଞାନ ପୁସ୍ତକ ରଚନା କରିଛନ୍ତି । ତାଙ୍କ ରଚିତ ଲିପିର କମ୍ପ୍ୟୁଟର ଶିକ୍ଷା ଜନପ୍ରିୟ ବିଜ୍ଞାନ ପୁସ୍ତକ ପାଇଁ ସେ ୧୯୯୫ ମସିହାରେ ଶିଶୁ-ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ପାଣି ଗୁଣ୍ଡୁରୀ (ଇଂରାଜୀରେ , ଜୀବବିଜ୍ଞାନ ନାମ ) ରଷ୍ଟ୍ରାଟୁଲିଡାଏ ପରିବାରର ଏକ ସଦସ୍ୟ ପକ୍ଷୀ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକାର ସନ୍ତସନ୍ତିଆ ଓ ଜଳମୟ ଅଞ୍ଚଳରେ ଏମାନେ ପରିଲକ୍ଷିତ ହୋଇଥାନ୍ତି । ବର୍ଣ୍ଣନା ପାଣି ଗୁଣ୍ଡୁରୀ ଏକ ମଧ୍ୟମ ଆକାରର ପକ୍ଷୀ । ଏହାର ଲାଲ୍ ମିଶା ମାଟିଆ ରଙ୍ଗର ଥଣ୍ଟଟି ଲମ୍ବା ଓ ଅଗ ପାଖରେ ଅଳ୍ପ ବଙ୍କା । ପାଣି ଗୁଣ୍ଡୁରୀ ପକ୍ଷୀର ଆଖିକୁ ଆବୃତ୍ତ କରି ଧଳା ବା ଗୋଲାପୀ ରଙ୍ଗର ପଟି ଦାଗ ରହିଥାଏ । ଏହାର ଡେଣାର ପରଗୁଡ଼ିକ ଗୋଲାକାରରେ ବିନ୍ୟସ୍ତ ଓ ଛିଟା ଦାଗଯୁକ୍ତ ହୋଇଥାଏ । ପାଣିଗୁଣ୍ଡୁରୀର ଲାଞ୍ଜଟି ଛୋଟ । ଡେଣା ବନ୍ଦ କଲେ, ଛାତି ଓ ପେଟ ପାଖର ଧଳା ଅଂଶ ପର୍ଯ୍ୟନ୍ତ ବନ୍ଦ ହୋଇଥାଏ । ରଙ୍ଗରେ ହୁରୁଡ଼ା ପରି ହେଲେ ମଧ୍ୟ ପାଣିଗୁଣ୍ଡୁରୀ ସେମାନଙ୍କ ପରିବାରର ନୁହେଁ । ଦେଖିବାରେ, ବ୍ୟବହାରରେ ଓ ଉଡ଼ିବା ଶୈଳୀରେ ଏମାନେ ଭିନ୍ନ । ପୁଣି ପାଣି ଗୁଣ୍ଡୁରୀର ଗୋଡ଼ ହୁରୁଡ଼ାଠାରୁ ଲମ୍ବା ଏବଂ ପାଣିଗୁଣ୍ଡୁରୀ ଅଧିକ ରଙ୍ଗଯୁକ୍ତ । ମାଈ ପାଣିଗୁଣ୍ଡୁରୀ ଅଣ୍ଡିରା ପାଣିଗୁଣ୍ଡୁରୀଠାରୁ ଆକାରରେ ବଡ଼ ଓ ଅଧିକ ରଙ୍ଗଯୁକ୍ତ । ମାଈମାନଙ୍କ ମୁଣ୍ଡର ଦୁଇ ପଟ, ବେକ ପ୍ରଭୃତି ଗାଢ଼ ମାଟିଆ ରଙ୍ଗର । ମାଈମାନଙ୍କ ଛାତି ଉପରେ ଏକ କଳା ପଟି ରହିଥାଏ । ଅଣ୍ଡିରା ପାଣିଗୁଣ୍ଡୁରୀ ଅବସନ୍ନ ବା ଫିକା ପାଉଁଶିଆ/ଧୂସର ରଙ୍ଗର । ବ୍ୟବହାର ପାଣି ଗୁଣ୍ଡୁରୀ ଚଢ଼େଇ ବେଶୀ ଡାକ ପକାଏ ନାହିଁ । ଅଣ୍ଡିରାମାନେ ବେଳେବେଳେ ଅତି ଧାରୁଆ ଡାକ ପକାନ୍ତି । ମିଳନ ବେଳେ ସାଥୀ ଆଗରେ ପ୍ରଦର୍ଶନ ପାଇଁ ମାଈମାନେ ଏକ ଗମ୍ଭୀର ଊକ୍ ଶବ୍ଦ ସୃଷ୍ଟି କରନ୍ତି । ପୋଖରୀ, ଜଳ ସ୍ରୋତ, ପଙ୍କ ଗାଡ଼ିଆ, ହ୍ରଦ, ସନ୍ତସନ୍ତିଆ ଭୂମିରେ ଏହି ପକ୍ଷୀମାନେ ଦେଖିବାକୁ ମିଳନ୍ତି । ଏମାନେ ଏକାକୀ, ଯୋଡ଼ି ଭାବେ ଓ ଏପରିକି ସମୟ ସମୟରେ ୧୨ଟି ପକ୍ଷୀଙ୍କ ଦଳ ରୂପେ ଦେଖାଦିଅନ୍ତି । ପାଣିଗୁଣ୍ଡୁରୀ ପକ୍ଷୀ ଅତି ଲାଜକୁଳା ଓ ଡରୁଆ । ଏମାନେ ଗଛ ବୁଦା ପାଖରେ ପାଣି ଭିତରେ ବୁଲୁଥାନ୍ତି ଯେପରିକି ବିପଦର ସଙ୍କେତ ପାଇଲେ ବା ହୁରୁଡ଼ିଗଲେ ତୁରନ୍ତ ଦୂରେଇ ଲୁଚିଯାନ୍ତି । ଉଡ଼ିବା ବେଳେ ଗୋଡ଼ଦୁଇଟି ହଲୁଥାଏ । କାଦୁଅରେ ଏମାନେ ନିଜର ଖାଦ୍ୟ ସନ୍ଧାନ କରୁଥାନ୍ତି । ମାଈ ପାଣିଗୁଣ୍ଡୁରୀ ମିଳନ ପାଇଁ ଚେଷ୍ଟା ଆରମ୍ଭ କରିଥାଏ ଓ ଏକାଧିକ ଅଣ୍ଡିରାଙ୍କ ସହ ମିଳନ କ୍ରିୟା କରିପାରେ । ଅଣ୍ଡିରା ପାଣିଗୁଣ୍ଡୁରୀ ପକ୍ଷୀ ଅଣ୍ଡା ଉଷୁମାନ୍ତି । ଆହାର ଛୋଟ କୀଟପତଙ୍ଗ, ଅମେରୁଦଣ୍ଡୀ ପ୍ରାଣୀ, ଜଳଚର ପୋକଯୋକ, ଗେଣ୍ଡା ଓ ବିଭିନ୍ନ ଗଛର ମଞ୍ଜି ଏମାନଙ୍କର ମୁଖ୍ୟ ଆହାର । ପ୍ରଜନନ ମିଳନ ଋତୁରେ ମାଈମାନେ ପ୍ରଥମେ ମିଳନ ପାଇଁ ପଦକ୍ଷେପ ନିଅନ୍ତି । ମାଈ ପାଣିଗୁଣ୍ଡୁରୀ ପକ୍ଷୀ ଏକାଧିକ ଅଣ୍ଡିରା ସାଥୀ ସହିତ ମିଳନ କରିବା ଦେଖାଯାଏ । ଏହି ପ୍ରଜାତିର ଅଣ୍ଡିରାମାନେ ଅଣ୍ଡା ଉଷୁମାନ୍ତି ଓ ଛୁଆଙ୍କ ଲାଳନପାଳନ କରିଥାନ୍ତି । ଶାବକମାନେ ଧୂସର ବା ଫିକା ମାଟିଆ ରଙ୍ଗର ଏବଂ ସେମାନଙ୍କ ଶରୀରରେ ଗୋଟିଏ କଳାଦାଗ ରହିଥାଏ । ବୟସ୍କ ଅଣ୍ଡିରା ଓ ତରୁଣ ପାଣିଗୁଣ୍ଡୁରୀ ଦେଖିବାକୁ ପ୍ରାୟ ଏକା ପରି କେବଳ ଛାତି ପାଖର ଦାଗରେ ଭିନ୍ନତା ଥାଏ । ବିପଦ ସମୟରେ ଅଣ୍ଡିରା ଚଢ଼େଇ ଛୁଆଙ୍କୁ ନିଜ ଡେଣାମଧ୍ୟରେ ଲୁଚାଇ ବୋହି ନେଇଥାଏ । ନରମ ଭୂମିରେ ପାଣିଗୁଣ୍ଡୁରୀ ଏକ ଛୋଟ ଓ ଅଗଭୀର ବସା ତିଆରି କରେ । ପାଣି ଭିତରେ ଓ କୂଳରେ ରହିଥିବା ଗଛର ଅଂଶ ଓ ଘାସକୁ ବ୍ୟବହାର କରି ଏହି ବସା ନିର୍ମିତ ହୋଇଥାଏ । ଅପ୍ରେଲ୍ ଓ ଜୁଲାଇ ମାସ ଏମାନଙ୍କ ପ୍ରଜନନ ସମୟ ।
ରଘୁନନ୍ଦନ ଦାସ (ଜନ୍ମ: ୩୦ ଡିସେମ୍ବର ୧୯୫୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା-ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ରଘୁନନ୍ଦନ ଦାସ ୧୯୫୮ ମସିହାର ଡିସେମ୍ବର ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିପିନ ବିହାରୀ ଦାସ ଓ ପତ୍ନୀଙ୍କ ନାମ ଅନୀତା ଦାସ । ରାଜନୈତିକ ଜୀବନ ରଘୁନନ୍ଦନ ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।
ବାଇଧର ବେହେରା (ମୃତ୍ୟୁ: ୧୬ ମାର୍ଚ୍ଚ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ବାଇଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବାଇଧର ବେହେରାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ ବେହେରା ଏବଂ ପତ୍ନୀଙ୍କ ନାମ ଇଚ୍ଛାମୟୀ ବେହେରା । ବାଇଧରଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ । ରାଜନୈତିକ ଜୀବନ ବାଇଧର ବେହେରା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ବାଇଧର ବେହେରା ୧୯୯୫ ମସିହାର ମାର୍ଚ୍ଚ ମାସ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।
୧୧୧୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଚୁଡ଼ାଘଷା ଚୁଡ଼ା ଗୁଣ୍ଡ, ନଡ଼ିଆ ଓ ଚିନି ଅଥବା ଗୁଡ଼ରେ ତିଆରି ଏକ ସୁମିଷ୍ଟ ବ୍ୟଞ୍ଜନ । ଏହାକୁ ମୁଖ୍ୟତଃ ଧାର୍ମିକ ଭୋଜି ଏବଂ ପର୍ବ ପର୍ବାଣିରେ ପ୍ରସାଦ ହିସାବରେ ତିଆରି କରାଯାଇଥାଏ । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏହାର ବ୍ୟବହାର ପୁରୀ ଜିଲ୍ଲାସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ହୋଇଥାଏ । ତେବେ ଉପକୂଳ ଓଡ଼ିଶାର ମୁଖ୍ୟ ଫସଲ ଧାନ ଓ ବହୁଳ ଭାବେ ଉତ୍ପାଦିତ ହେଉଥିବା ନଡ଼ିଆ ପାଇଁ ଏହି ବ୍ୟଞ୍ଜନର ଉଦ୍ଭବ ହେଇଥିବା ଅନୁମାନ କରାଯାଏ । ପ୍ରସ୍ତୁତି ପ୍ରଣାଳୀ ପାରମ୍ପରିକ ପ୍ରସ୍ତୁତି ପ୍ରଣାଳିରେ ଚୁଡ଼ାକୁ ହାତରେ ବା ସଢେଇରେ ଘଷି ଘଷି ଗୁଣ୍ଡ କରା ଯାଉଥିଲା ଏବଂ ପରେ ସେଥିରେ କୋରା ହୋଇଇଥିବା ନଡ଼ିଆ ଓ ଚିନି ମିଶ୍ରଣ ହେଉଥିଲା । ଏଥି ସହିତ ଚୁଡ଼ାଘଷାର ସ୍ୱାଦ ବଢାଇବା ପାଇଁ ଏଥିରେ ଘିଅ ଓ ଗୋଲମରିଚର ବ୍ୟବହାର ମଧ୍ୟ ହୋଇଥାଏ । ଆଜିକାଲି ଚୁଡ଼ାକୁ ଗ୍ରାଇଣ୍ଡରରେ ମଧ୍ୟ ଗୁଣ୍ଡ କରାଯାଉଛି । ଚୁଡ଼ାଘଷାରେ ନଡ଼ିଆର ପରିମାଣ ଏହାର ଉପଲବ୍ଧତା ହିସାବରେ ସ୍ଥିରୀକୃତ ହେଇଥାଏ । ଚୁଡ଼ାଘଷା ମଧ୍ୟ ବିନା ନଡ଼ିଆରେ ତିଆରି ହେଇପାରେ, ତେବେ ଏହାକୁ ଚୂଡ଼ା କଦମ୍ବା ବୋଲି କୁହା ଯାଇଥାଏ ।
ବିଭୂତି କାନୁନଗୋ ଓଡ଼ିଶାରେ ଜନ୍ମିତ ଜଣେ ଖ୍ୟାତନାମା ଓଡ଼ିଆ ଚିତ୍ରଶିଳ୍ପୀ । ତାଙ୍କ ନାମରେ ଭୁବନେଶ୍ୱରଠାରେ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ସ୍ଥାପିତ ହୋଇଛି ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ମାର୍ଚ୍ଚ ବର୍ଷର ୬୧ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୬୨ତମ । ବର୍ଷ ଶେଷ ହେବା ପାଇଁ ଆଉ ୩୦୪ ଦିନ ବାକି ଅଛି ।
ଅଂଶୁପା ହ୍ରଦ କଟକ ଜିଲ୍ଲାରେ ଅବସ୍ଥିତ ଏକ ମଧୁର ଜଳ ଓ ଅଶ୍ୱଖୁରାକୃତି ହ୍ରଦ । ଅବସ୍ଥାନ ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ । ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଛି । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି । ୨୦୨୧ ମସିହାରୁ ଏହି ହ୍ରଦକୁ ରାମସାର ସାଇଟ ଭାବରେ ଘୋଷିତ କରାଯାଇଛି ।
ଯୁଗେ ଯୁଗେ ମନ୍ୟୁଷ୍ୟ ଧନକୁ ପୂଜା କରି ଆସିଛି ଓ ଧନପତିର ଦାସତ୍ୱ ସ୍ୱୀକାର କରିଛି । ଏହି ମର୍ମରେ ବୋଧହୁଏ ନରବାହାନ , ଧନପତି କୁବେରଙ୍କ ପରିକଳ୍ପନା । ବୈଦିକ ବିଶ୍ୱାସରେ ଦିବପାଳମାନଙ୍କ ମଧ୍ୟରେ ସେ ଉତ୍ତର ଦିଗର ଅଧିପତି । କୁବେର ପୁଲଶ୍ୟଙ୍କ ପୁତ୍ର ହୋଇଥିବାରୁ ତାଙ୍କ ଅନ୍ୟନାମ ବୈଶ୍ରବଣ । ଏହା ବ୍ୟତିତ ତାଙ୍କ କୁତ୍ସିତ ରୂପଯୋଗୁଁ ସେ କୁବେର , ଧନପତି ଯୋଗୁ ଧନଦ, ଅଷ୍ଟନିଧିର ପ୍ରଭୁ ହେଇଥିବାରୁ ନିଧିପତି, ଯକ୍ଷମାନଙ୍କ ରାଜା ହେଇଥିବାରୁ ଯକ୍ଷପତି ବା ଯକ୍ଷେନ୍ଦ୍ର, ଗୁହ୍ୟିକମାନଙ୍କ ସ୍ୱାମୀ ହେଇଥିବାରୁ ଗୁହ୍ୟପତି ନାମରେ ମଧ୍ୟ ପରିଚିତ । ପରିଚୟ କୁବେରଙ୍କ ପତ୍ନୀଙ୍କ ନାମ ରିଦ୍ଧି ଓ ରାଜା ଜନ୍ନଭି ତାଙ୍କ ପୁତ୍ର ଅଟନ୍ତି । ତେବେ ଉତ୍ତର ଭାରତରେ କେତେକ ହିନ୍ଦୁମୂର୍ତ୍ତି କଳାରେ କୁବେରଙ୍କ ସହିତ ଲକ୍ଷ୍ମୀଙ୍କୁ ମଧ୍ୟ ଦେଖିବାକୁ ମିଳେ । କେତେକ ଗ୍ରନ୍ଥରେ କୁବେରଙ୍କୁ ଶିବଙ୍କ ଭ୍ରାତା ବୋଲି ମଧ୍ୟ କୁହାଯାଇଛି । କୈଳାସ ତାଙ୍କର ବାସସ୍ଥାନ ହୋଇଥିବାରୁ ତାହାଙ୍କୁ କୁବେରାଦ୍ରି ମଧ୍ୟ କୁହାଯାଏ । ଅନ୍ୟକେତେକ ସ୍ଥାନରେ ଅଳକାପୁରୀ ତାଙ୍କର ରାଜଧାନୀ ବୋଲି ବର୍ଣ୍ଣିତ ହେଇଥିବାରୁ ତାହା କୁବେରାଚଳ ନାମରେ ଖ୍ୟାତ । ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ କୁବେରଙ୍କୁ ଯକ୍ଷ ଓ ଗୁହ୍ୟିକ ଓ ତସ୍କରଙ୍କ ରାଜା ବୋଲି ବର୍ଣ୍ଣନା କରାଯାଇଛି ଏବଂ ଗଣମାନେ କୁବେରଙ୍କ ଆଜ୍ଞାଧୀନ ଭୃତବୋଲି କୁହାଯାଇଛି । କେତେକ ପ୍ରାଚୀନ ମନ୍ଦିରରେ ଲକ୍ଷ୍ମୀଙ୍କ ସହିତ କୁବେରଙ୍କୁ ଦେଖିବାକୁ ମିଳେ । ପୁରାଣ ଓ ଗ୍ରନ୍ଥ ବିଭିନ୍ନ ପୁରାଣ ଓ ଗ୍ରନ୍ଥମାନଙ୍କରେ କୁବେରଙ୍କ ରୂପ , ଆୟୁଧ ଓ ବାହାନ ବର୍ଣ୍ଣନାରେ କେତେକ ପାର୍ଥକ୍ୟ ଥିବା ସତ୍ତ୍ୱେ ସେ ପୃଥୁଳ ଶରୀର ଓ କଦାକାର । ମହାଭାରତରେ ତାଙ୍କ ବର୍ଣ୍ଣ ସୂର୍ଯ୍ୟଙ୍କ ସଦୃଶ୍ୟ ଉଜ୍ଜ୍ୱଳ ଓ ତାଙ୍କ ବାମ ଭାଗରେ ବାମା ରିଦ୍ଧି ରହିବା କୁହାଯାଇଛି । ବୃହତ ସଂହିତାରେ ଲମ୍ବୋଦର ଏବଂ ମସ୍ତକରେ କିଞ୍ଚିତ ବାମକୁ ଢ଼ଳିପଡ଼ିଥିବା ହୀରକଯୁକ୍ତ ମୁକୁଟ , ହସ୍ତମାନଙ୍କରେ ଶଙ୍ଖ ଓ ପଦ୍ମନିଧି ସହିତ ମୁଦ୍ଗର ଧାରଣ କରିଥିବା ବର୍ଣ୍ଣିତ ହୋଇଛି । ଏଠାରେ ତାହାଙ୍କ ବାହାନ ମନ୍ୟୁଷ୍ୟ । ପ୍ରାଚୀନ ଗ୍ରନ୍ଥ ଅଂଶୁମଦ୍ଭେଦାଦଗମର ବର୍ଣ୍ଣନା ଅନୁଯାୟୀ ତାହାଙ୍କ ଦୁଇ ହସ୍ତରୁ ବାମ ହସ୍ତରେ ମୁଦ୍ଗର ଓ ଦକ୍ଷିଣ ହସ୍ତ ବରଦ କିମ୍ବା ଅଭୟ ମୁଦ୍ରାରେ ରହିବା ସହିତ ତାଙ୍କ ନିକଟରେ ଶଂଙ୍ଖ ଓ ପଦ୍ମନିଧି କିମ୍ବା ଅଷ୍ଟନିଧି ପାତ୍ର ରହିବା ବର୍ଣ୍ଣିତ ହୋଇଛି । ଏଠାରେ ତାଙ୍କ ବାହାନ ମେଷ ଓ ଯକ୍ଷମାନେ ତାଙ୍କ ଅନୁଚର ଅଟନ୍ତି । ରୂପମଣ୍ଡନ ଗ୍ରନ୍ଥର ବର୍ଣ୍ଣନାନୁସାରେ ସେ ଚତୁର୍ଭୁଜ ଏବଂ ତାଙ୍କର ହସ୍ତରେ ନିଧିପାତ୍ର, ମୁଦ୍ଗର , ଅର୍ଦ୍ଧଚନ୍ଦ୍ର ଓ କମଣ୍ଡଳୁ ରହିଛି । ଏଠାରେ ସେ ନର କିମ୍ବା ଗଜାରୁଢ଼ । ଶିଳ୍ପଶାସ୍ତ୍ର ଶିଳ୍ପରତ୍ନରେ କୁବେରଙ୍କ କଦାକର ରୂପ , ଲୋମ୍ବୋଦର , ଆଜାନୁଲମ୍ବିତ ବାହୁ, ଅଷ୍ଟନିଧି ପାତ୍ର ସହିତ ତାହାଙ୍କ ରଥକୁ ମନ୍ୟୁଷ୍ୟ କିମ୍ବା ଗୁହ୍ୟିକମାନେ ବହନ କରୁଥିବା ବର୍ଣ୍ଣନା ରହିଛି । ହେମାଦ୍ରିଙ୍କ ରଚିତ ମୟସମାଗ୍ରହ ଶିଳ୍ପଶାସ୍ତ୍ରରେ ସେ ହସ୍ତରେ ନିଧିପାତ୍ର , ମଦ୍ୟପାତ୍ର ଧାରଣ କରିବା ସହ ପରିଚାରିକାମାନଙ୍କ ଗ୍ରହଣରେ ନିଶାଗ୍ରସ୍ତ ଦେଖାଯାଉଥିବା ଉଲ୍ଲେଖ ଅଛି । ଉତ୍ତର ଓ ଉତ୍ତର-ପଶ୍ଚିମାଞ୍ଚଳ ଅର୍ଥାତ ଗାନ୍ଧାର ଶୈଳୀର ଅନେକ ପ୍ରାଚୀନ ମୂର୍ତ୍ତି ଏହି ଭାବକୁ ନେଇ ନିର୍ମିତ ହୋଇଥିବା ଦେଖାଯାଏ । ବିଶ୍ୱାସ ବିଶ୍ୱାସ କରାଯାଏ ଯେ କୁବେର ତାଙ୍କ ଧନରାଶି ଓ ଅଷ୍ଟନିଧିର ରକ୍ଷାନିମନ୍ତେ ବିଭିନ୍ନ ଯୁଦ୍ଧାସ୍ତ୍ର ଧାରଣ କରିବା ସଙ୍ଗେ ସଙ୍ଗେ ଯକ୍ଷ ଓ ଗୁହ୍ୱିକଗଣଙ୍କୁ ଅନୁଚର ଭାବେ ନିଯୁକ୍ତ କରିଥାନ୍ତି । ମାର୍କଣ୍ଡେୟ ପୁରାଣ ଅନୁଯାୟୀ କୁବେରଙ୍କ ଅଷ୍ଟନିଧି ହେଲା - ପଦ୍ମ, ମହାପଦ୍ମ, କପଚ୍ଛ, ମୁକୁନ୍ଦ, ନୀଳ, ନଳ, ଶଙ୍ଖ ଓ ରତ୍ନ । କୁବେର ତାହାଙ୍କ ପତ୍ନୀ , ସମୃଦ୍ଧିର ଦେବୀ ରିଦ୍ଧୀଙ୍କ ସହିତ ପୂଜା ହୁଅନ୍ତି । କୌଟିଲ୍ୟ ତାହାଙ୍କ ଅର୍ଥଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ଓ ସମୃଦ୍ଧି ପ୍ରାପ୍ତି ନିମନ୍ତେ ରାଜପ୍ରାସାଦମାନଙ୍କର ଉତ୍ତର ଦିଗରେ କୁବେରଙ୍କ ମନ୍ଦିର ରହିବା ବିଧେୟ । ଏହି ବିଶ୍ୱାସରେ ପୂଜିତ ହେଉଥିବା ପ୍ରାଚୀନ ଭାରତର ନଗର, ନଗରୀ ଓ ପ୍ରାସାଦମାନଙ୍କରୁ ବହୁ ମୂର୍ତ୍ତି ପ୍ରାପ୍ତ ହେଉଛି । ଧର୍ମଧାରଣା ପ୍ରାଚୀନ ଧର୍ମ ଧାରଣାର ଲୋକପାଳ ପରମ୍ପରାରେ ପୂର୍ବ ଦିଗର ଦିଗପାଳ ହେଉଛନ୍ତି ଧୃତରାଷ୍ଟ୍ର, ପଶ୍ଚିମର ବିରୂପାକ୍ଷ, ଦକ୍ଷିଣର ବିରୂତକ ଓ ଉତ୍ତରର କୁବେର ଅଟନ୍ତି । ଏମାନେ ନିଜନିଜ ଦିଗର ରକ୍ଷାକର୍ତ୍ତା ଦେବତା । ବୌଦ୍ଧ ଧର୍ମ ଓ ଜୈନମାନେ ମଧ୍ୟ ଏହି ମର୍ମରେ କୁବେରଙ୍କୁ ବିଶ୍ୱାସ କରିବା ବେଳେ ଏହି ଧର୍ମ ଗ୍ରନ୍ଥମାନଙ୍କରେ ସେ ବୈଶ୍ରବଣ ଓ ଜାମ୍ବେଳ ନାମରେ ପରିଚିତ । ଏହା ବ୍ୟତିତ ସେ ପ୍ଣ୍ୟଜନ ଓ ପୂଜ୍ୟଜନ ଭାବରେ ସମ୍ମାନିତ । ବୌଦ୍ଧ ବୌଦ୍ଧ ଗ୍ରନ୍ଥମାନଙ୍କର ବିଭିନ୍ନ ସ୍ଥାନରେ ବୈଶ୍ରବଣ ବା ଜାମ୍ବେଳଙ୍କ ବିଷୟରେ ବର୍ଣ୍ଣନାମାନ ଦେଖାଯାଏ । ବଜ୍ରଜାନ ମତାବଲମ୍ବୀ ଅଭୟକ ଗୁପ୍ତଙ୍କ ରଚିତ ନିଷ୍ପନ୍ନ ଯୋଗାବଳି ଗ୍ରନ୍ଥରେ ଅଷ୍ଟଯକ୍ଷଙ୍କ ନାମ ମଧ୍ୟରେ ଧନଦ ଓ ବୈଶ୍ରବଣଙ୍କ ନାମ ଭିନ୍ନ ଭିନ୍ନ ଭାବରେ ରହିଛି । ଲଳିତବିସ୍ତାର ଗ୍ରନ୍ଥରେ ତାହାଙ୍କୁ ନିଧ୍ରଶ କୁହାଯିବା ସହିତ ତାଙ୍କୁ ଅଳକାପୁରୀ ନିବାସୀ ଦେବତା ଭାବରେ ଅବିହିତ କରାଯାଇଛି । ପାଲିଗ୍ରନ୍ଥ ଅତ୍ୟନିତ୍ୟାୟ ସୁତାନ୍ତରେ ସେ ଉତ୍ତରରୁ ଅଧୀଶ୍ୱର , ଅଳକାପୁରୀ ନିବାସୀ ବୁଦ୍ଧଙ୍କ ମୂଖ୍ୟ ସହଚର ବୋଲି ବର୍ଣ୍ଣନା ଦେଖାଯାଏ । କେତେକ ବୌଦ୍ଧଗ୍ରନ୍ଥରେ ଜାମ୍ବେଳଙ୍କ ପତ୍ନୀଙ୍କ ନାମ ହରତୀ ବୋଲି ଉଲ୍ଲେଖ ଅଛି । ହରତୀ ଲୋକଦେବତୀ ଅଟନ୍ତି । ସେ କୋପକଲେ ଶିଶୁମାନଙ୍କର ପ୍ରାଣନାଶ ହୋଇଥାଏ । କେତେକ ବୌଦ୍ଧ ମୂର୍ତ୍ତିକଳାରେ ଜାମ୍ବେଳ ଓ ହରତୀଙ୍କ ଯୁଗଳ ମୂର୍ତ୍ତି ଦେଖିବାକୁ ମିଳେ । ଜୈନ ଜୈନ ବିଶ୍ୱାସରେ ଜାମ୍ବେଳ ମହାବୀରଙ୍କ ମୂଖ୍ୟ ସହଚର । ସେ ଯକ୍ଷମାନଙ୍କ ରାଜା ହେଇଥିବାରୁ ପ୍ରତ୍ୟେକ ତୀର୍ଥଙ୍କରମାନଙ୍କ ସହିତ ଜଣେ ଜଣେ ଯକ୍ଷ ଓ ଯକ୍ଷଣୀ ଅନୁଚର ଭାବରେ ଥାଆନ୍ତି । ଜୈନ କୁବେର ବା ଜାମ୍ବେଳ ଅଧିକାଂଶ କ୍ଷେତ୍ରରେ ପୃଥୁଳ ଓ ଏବଂ ତାଙ୍କର ହସ୍ତରେ ମୁଦ୍ଗର ଓ ରତ୍ନ ପରିଲକ୍ଷିତ । ଏହାଙ୍କ ବାହାନ ମନୁଷ୍ୟ । କେତେକ ସ୍ଥାନରେ ମୁର୍ତ୍ତିର ପୃଷ୍ଠଭାଗରେ କଳ୍ପବୃକ୍ଷ ଦେଖାଯାଏ । ଜୈନ ଜାମ୍ବେଳଙ୍କ ମୁକୁଟରେ ତୀର୍ଥଙ୍କରଙ୍କର ଗୋଟିଏ ଗୋଟିଏ ପ୍ରତିମା ରହିଥାଏ । ଆଧାର ବାହାର ଆଧାର , (1915). 0-8426-0560-6. { }: , (1991). : . 0-7914-0622-9. { }:
ଜଗୁ ଅଟୋବାଲା, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ । ପ୍ରକାଶ ବରାଳ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ଜେମସ୍ ଆନ୍ଥୋନୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟିର ଓଡ଼ିଆ ସମେତ ବଙ୍ଗଳା ଭାଷାରେ ମଧ୍ୟ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ ଏବଂ ପାମେଲା ମଣ୍ଡଳ । ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମନୋଜ ମିଶ୍ର, ପ୍ରିନ୍ସ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ପୁପିନ୍ଦର ସିଂହ ପାମେଲା ମଣ୍ଡଳ ବିଜୟ ମହାନ୍ତି ତନ୍ଦ୍ରା ରାୟ ମନୋଜ ମିଶ୍ର ପ୍ରିନ୍ସ ସୁମନ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଅନ୍ତରା ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ମୁକ୍ତେଶ୍ୱର ଦେଉଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପର୍ଶୁରାମ ମନ୍ଦିରର ଅନତିଦୂରରେ ଅବସ୍ଥିତ । ଏହି ମନ୍ଦିରଟି ୯୫୦-୯୭୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଓଡ଼ିଶାରେ ହିନ୍ଦୁ ମନ୍ଦିର ଅନୁସନ୍ଧାନ ଏବଂ ଗବେଷଣାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମନ୍ଦିରର କାରୁକାର୍ଯ୍ୟ ପ୍ରାଚୀନ ବିକାଶର ନିଦର୍ଶନ ଦେଇଥାଏ, ଏଥିରୁ ଏକ ଶତ ବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷାର ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଏ; ଯାହା ଭୁବନେଶ୍ୱରରେସ୍ଥିତ ରାଜାରାଣୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳେ । ଏହା ମଧ୍ୟ ସହରର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଅଟେ । ଇତିହାସ ଏହାର ନିର୍ମାଣ ୧୦ମ ଶତାବ୍ଦୀରେ ସୋମବଂଶୀ ଶାସନ ସମୟରେ କରାଯାଇଥିଲା । ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ ମଧ୍ୟରେ ତିଆରି ହୋଇଥିଲା ବୋଲି ଅନେକ ଗବେଷଣାକାରୀ ଅନୁମାନ କରନ୍ତି । ଓଡ଼ିଶାର ବାକି ଦେଉଳମାନଙ୍କ ତୁଳନାରେ ଏହାର ଆକାର କମ (୩୫ ଫୁଟ), ମାତ୍ର ଏହାର ବାହାରଭାଗରେ ଥିବା ତୋରଣ ଓ ଭିତରର ପଥରରେ ଖୋଦା କାରୁକାର୍ଯ୍ୟ ରହିଛି । ଏହି ମନ୍ଦିରର ସମ୍ମୁଖ ଭାଗରେ ଥିବା ତୋରଣ ପାଖାପାଖି ସ୍ଥାନରେ ଥିବା ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ । ଏକ ଶୈବ ଧାର୍ମିକ ସ୍ଥଳ ସହ ଏହା ଓଡ଼ିଶା ମନ୍ଦିର ନିର୍ମାଣ ଶୈଳୀର ଏକ ଉପାସନା ସ୍ଥଳ । ନିର୍ମାଣ ଶୈଳୀ ୧୦ମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ଏକ ଛୋଟ, କାରୁକାର୍ଯ୍ୟ ଓ ସୂକ୍ଷ୍ମ କଳାରେ ଭରା ଏକ ବିଶ୍ୱକର୍ମା ମହାରଣା କାରୁକାର୍ଯ୍ୟର ନିଦର୍ଶନ । ଏହା ପାଖରେ ଏକ ପୋଖରୀ ଭକ୍ତମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ନାରୀମାନେ ଏହି ପୋଖରୀରେ ସନ୍ତାନ ଆଶାରେ ପଇସା ପକାଇଥାନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ପ୍ରତି ବର୍ଷ ମନ୍ଦିର ପରିସରରେ ତିନି ଦିନ ପାଇଁ ଏକ ନୃତ୍ୟ କାର୍ଯ୍ୟକ୍ରମ, ମୁକ୍ତେଶ୍ୱର ନୃତ୍ୟ ପର୍ବ ଆୟୋଜନ କରନ୍ତି । ଏହି ପର୍ବରେ ଓଡ଼ିଶୀ ନୃତ୍ୟ ଏବଂ ସଂଗୀତର ବୈଶିଷ୍ଟତାକୁ ପାଳନ କରାଯାଇଥାଏ । ରାଜ୍ୟ ସରକାରଙ୍କର ୱେବ ପୋର୍ଟାଲରେ ଏହି ଉତ୍ସବଟିର ୱେବକାଷ୍ଟ କରାଯାଇଥାଏ ।
୨୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଆଲବାନିଆ ଦକ୍ଷିଣ-ପଶ୍ଚିମ ଇଉରୋପରେ ଥିବା ଏକ ଦେଶ।
ଗଙ୍ଗାରାମପୁର ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଶ୍ଚିମବଙ୍ଗର ଦକ୍ଶିନ୍ ଦିନଜ୍ପୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଗଙ୍ଗାରାମପୁର ୨୫.୪୦୧୪ ଉତ୍ତର ଅକ୍ଷାଂଶ ଓ ୮୮.୫୨୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୮ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗଙ୍ଗାରାମପୁର ସହରର ମୋଟ ଜନସଂଖ୍ୟା ୫୩୫୪୮ ଅଟେ । ସେଥି ମଧ୍ୟରୁ ୫୧.୯୦% ଜଣ ପରୁଷ ହୋଇଥିବା ବେଳେ ୪୮.୧୦% ଜଣ ନାରୀ ଅଟନ୍ତି । ଗଙ୍ଗାରାମପୁରର ସାକ୍ଷରତା ହାର ୬୭.୧୯% ଅଟେ । ଏହା ଜାତୀୟ ହାରଠାରୁ -୨.୩୫% ପ୍ରତିଶତ କମ ଅଟେ । ସେଥିରୁ ୩୭.୯୭% ପ୍ରତିଶତ ପୁରୁଷ ଓ ୨୯.୨୨% ନାରୀ ଅଟନ୍ତି । ୧୩.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ବଙ୍ଗାଳୀ ଗଙ୍ଗାରାମପୁରର ସରକାରୀ ଭାଷା ଅଟେ ।
୧୦୮୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସ‌ହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହ‌ନ କରାଯାଏ । ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ଗଣେଶଙ୍କ ପରିଚୟ ଦେବତା : ହିନ୍ଦୁ ଦେବତା ମନ୍ତ୍ର : ଗଂ ଗଣପତୟେ ନମଃ, ଗଣେଶାୟ ନମଃ ଶସ୍ତ୍ର : ପରଶୁ, ପାଶ, ଅଂକୁଶ ପତ୍ନୀ : ୧. ରିଦ୍ଧି, ୨. ସିଦ୍ଧି (କେହି କେହି ବୁଦ୍ଧିଙ୍କୁ ମଧ୍ୟ ଗଣେଶଙ୍କ ପତ୍ନୀ ବୋଲି କହିଥାନ୍ତି) ଦକ୍ଷିଣ ଭାରତୀୟ ପରମ୍ପରାରେ ଗଣେଶଙ୍କୁ ବ୍ରହ୍ମଚାରୀ ରୂପରେ ଚିତ୍ରିତ କରାଯାଇଛି । ବାହନ : ମୂଷିକ ପିତା : ଭଗବାନ ଶିବ ମାତା : ଭଗବତୀ ପାର୍ବତୀ ଭାଇ : ଶ୍ରୀ କାର୍ତ୍ତିକେୟ ପୁରାଣ : ଗଣେଶ ପୁରାଣ, ମୁଦ୍ଗଲ ପୁରାଣ ତୀର୍ଥକ୍ଷେତ୍ର : ଅଷ୍ଟବିନାୟକ ପୌରାଣିକ ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ୱାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦ୍ର, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା । ଗଣେଶଙ୍କ ନାମ ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ। ଗଣେଶଙ୍କ ଅନ୍ୟ କେତେକ ନାମ ହେଲା : ସୁମୂଖ, ବିଘ୍ନହର୍ତ୍ତା, ବିଘ୍ନହର, ଧୂମ୍ରକେତୁ, ଗଣାଧ୍ୟକ୍ଷ, ବ୍ରହ୍ମଣସ୍ପତୀ, ମୟୂରେଶ୍ୱର, ବିଘ୍ନେଶ୍ୱର ଓ ଶୂର୍ପକର୍ଣ ଇତ୍ୟାଦି । ଶାସ୍ତ୍ର ମତେ ଗଣେଶଙ୍କ ଦ୍ୱାଦଶନାମ: ଏକଦନ୍ତ କୃଷ୍ଣପିଙ୍ଗାକ୍ଷ ଗଣପତି: ଗଣ ବା ଲୋକଙ୍କର ଦେବତା ବା ଗଣଦେବତା । ଗଜବକ୍ର: ଗଜାନନ: ଗଜ ବା ହାତୀ ମୁଣ୍ଡ ଥିବା ଦେବତା ଗଜାନନ । ଶରୀର ମଣିଷର ମସ୍ତକ ହାତୀର । ଶାସ୍ତ୍ରରେ କୁହାଯାଇଛି ଉଭୟ ମଣିଷ ଓ ହାତୀର ଆୟୁ ୧୨୦ ବର୍ଷ । ଉଭୟର ଗୁଣକୁ ଏକାଠି ହେଲେ ମଣିଷ ସଫଳ ହେବ । ତେଣୁ ଗଣେଶ ନିଜେ ଏହି ରୂପ ଧାରଣ କରିଛନ୍ତି । 'ଗ' ର ଅର୍ଥ ମୋକ୍ଷ ପ୍ରାପ୍ତି ପାଇଁ ସମାଧିରେ ଥିବା ଯୋଗୀ । 'ଜ' ର ଅର୍ଥ ଜୀବନ ପ୍ରତି ସାଂସାରିକ ଦୃଷ୍ଟିକୋଣ । ଅର୍ଥାତ୍ ସଂସାର ଭିତରେ ମୋକ୍ଷ ପ୍ରାପ୍ତ ସମ୍ଭବ କରାଇପାରନ୍ତି ଗଜାନନ । ବକ୍ରତୁଣ୍ଡ: ବିକଟ: ବିଘ୍ନରାଜେନ୍ଦ୍ର: ବିନାୟକ: ଗଣେଶଙ୍କର ଏହିନାମର ଅର୍ଥ ବିଶେଷ ନାୟକ । ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେତେବେଳେ ପ୍ରିୟବଚନ ବା ପ୍ରାର୍ଥନାଦ୍ୱାରା ଗଣେଶଙ୍କୁ ସନ୍ତୁଷ୍ଟ କରାଯାଏ ତେବେ ସେ ଭକ୍ତର ରାସ୍ତାରେ ଥିବା ସବୁ ବାଧା ଦୂର କରନ୍ତି । ଅର୍ଥାତ୍ ଭକ୍ତର ଜୀବନରେ ଥିବା ବିପର୍ଯ୍ୟୟ, ସବୁ ଅମଙ୍ଗଳ, ସବୁ ବାଧା ଦୂରେଇ ଦିଅନ୍ତି । ଧୂମ୍ରବର୍ଣ୍ଣ ଭାଲଚନ୍ଦ୍ର ଲମ୍ବୋଦର: ଲମ୍ବା ଉଦର ବା ବଡ଼ ପେଟ ଥିବାରୁ ତାଙ୍କୁ ଲମ୍ବୋଦର ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତ ଅର୍ଥରେ ଲମ୍ବୋଦର ତାଙ୍କୁ ହିଁ କୁହାଯାଏ ଯିଏ ସବୁକିଛି ଭଲ ବିଦ୍ୟା ଗ୍ରହଣ କରିପାରନ୍ତି ଏବଂ ସାଇତି ପାରନ୍ତି । ଗଣେଶ ପାର୍ବତୀଙ୍କ ନୁପୂରର ଶବ୍ଦଶୁଣି ସଙ୍ଗୀତ ଶିଖୁଥିଲେ । ପିତା ଶିବଙ୍କ ଡମ୍ବରୁର ଶବ୍ଦଶୁଣି ଚାରିବେଦ ଆୟତ କରିଥିଲେ । ତାଙ୍କର ଏହି ବିଶାଳ ବିଦ୍ୟାର ଭଣ୍ଡାର ହେଉଛି ତାଙ୍କର ପେଟ । ଏହି କାରଣରୁ ତାଙ୍କ ପେଟ ଖୁବ୍ ବଡ଼ । ଅବତାର ଗଣେଶ ଆଦିଦେବ ଭାବରେ ପରିଚିତ।ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ। ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ। ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ। ଦ୍ୱାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ। କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି। ବାସ୍ତୁଶାସ୍ତ୍ରରେ ଗଣେଶ ପ୍ରଥମ ପୂଜ୍ୟ ଶ୍ରୀଗଣେଶ । ନୂତନ ଘରେ ପ୍ରବେଶ ହେଉ ଅବା ଶୁଭ କାର୍ଯ୍ୟ , ସର୍ବ ପ୍ରଥମେ ଲୋଡା ହୁଅନ୍ତି ସେ। କାରଣ ତାଙ୍କୁ ପୂଜା କଲେ ସବୁକିଛି ମଙ୍ଗଳ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ। ଯଦି ଘରର ମୂଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ୱାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ । ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକାରାତ୍ମକ ଭାବ ଉତ୍ପନ ହେଇଥିବା ମନେହୁଏ ତେବେ ଘରଭିତରେ ପ୍ରବେଶ ଦ୍ୱାରକୁ ମୁହଁ କରି ଅନାଇବା ଭଳି ୯ ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ। ଘରର ଯେ କୈଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ। ବରଂ ଗଣେଶଙ୍କ ଫୋଟ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଅର୍ଥାର ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ। ଘରର ମଧ୍ୟଭାଗ ଅର୍ଥାତ ବ୍ରହ୍ମାସ୍ଥଳରେ ତୁଳସୀ ଗଛ ସହିତ ଶ୍ରୀଗଣେଶଙ୍କ ପୂଜା କଲେ ସମ୍ପୁର୍ଣ୍ଣ ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ। ଘରେ ଶ୍ରୀଗଣେଶଙ୍କର ବସିଥିବା ତଥା ଆଶୀର୍ବାଦ ଦେଉଥିବା ପ୍ରତିମା ପୂଜା କରିବାବେଳେ ବ୍ୟବସାୟିକ ପରିସରରେ ଭଗବାନଙ୍କର ଅନ୍ୟ ମୁଦ୍ରାର ପ୍ରତିମା ତଥା ଫୋଟ ରଖିବା ଭଲ। ଶ୍ରୀଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁ ନାହିଁ ଯାହାର ପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ। ମୂଖ୍ୟ ପର୍ବ ଗଣେଶ ଚତୁର୍ଥୀ, ବିକ୍ରମ ସଂବତର ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଏ । ଏହି ଶୁଭଦିନକୁ ହିନ୍ଦୁଧର୍ମରେ ଗଣେଶଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ଏହି ପର୍ବ ଦଶଦିନ ଧରି ଚାଲେ ଓ ଅନନ୍ତ ଚତୁର୍ଦ୍ଦଶୀରେ ସମାପ୍ତ ହେଇଥାଏ । ଓଡ଼ିଆ ବ୍ରତରେ ଗଣେଶ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ। ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ। ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ବୟାନ କରିଛନ୍ତି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି। ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ। ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ। ଅଷ୍ଟ ବିନାୟକ ମହାରାଷ୍ଟ୍ରରେ ଗଣେଶଙ୍କର ପୂଜା ବଡ଼ ଧୂମଧାମରେ ପାଳନ କରାଯାଏ। ମହାରାଷ୍ଟ୍ରରେ ହିନ୍ଦୁମାନେ ଅଷ୍ଟବିନାୟକଙ୍କର ଦର୍ଶନ କରିଥାନ୍ତି। ଏହି ଅଷ୍ଟବିନାୟକ ମନ୍ଦିର ଗୁଡ଼ିକ ମହାରାଷ୍ଟ୍ରର ନିମ୍ନ ସ୍ଥାନରେ ଦେଖିବାକୁ ମିଳେ। ଏହି ସମସ୍ତ ମନ୍ଦିର ପୁଣେ ସହରର ନିକଟବର୍ତୀ ଇଲାକାରେ ଅବସ୍ଥିତ। ଶାସ୍ତ୍ର ମତରେ ପ୍ରଥମେ ମୋରେଗାଁର ମୋରେଶ୍ୱରଙ୍କୁ ଦର୍ଶନ କରି ସିଦ୍ଧଟେକ, ପାଳି, ମହାଡ଼, ଥେଉର, ଲେଣ୍ୟାଣ୍ଡ୍ରି, ଓଝାର, ରଞ୍ଜନଗାଁ ଓ ପୁଣିଥରେ ମୋରେଗାଁ ଗଣପତିଙ୍କର ଦର୍ଶନ କଲେ ଅଷ୍ଟବିନାୟକ ଯାତ୍ରା ସଂପୂର୍ଣ ହୁଏ।
କୃପାସିନ୍ଧୁ ଭୁକ୍ତା ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ କୃପାସିନ୍ଧୁ ଭୁକ୍ତା କଂଗ୍ରେସର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।
ବ ରାମେଲଟେଅନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରୋଜେରେମ ବ୍ରାଣ୍ଡ ନାମରେ ବିକ୍ରି ହୋଇଥିବା ରାମେଲଟେଅନ, ନିଦ୍ରା ସମସ୍ୟା ପାଇଁ ବ୍ୟବହୃତ ଏକ ଔଷଧ । ଶୋଇବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ପାଟିରେ ଦିଆଯାଏ । ବ୍ୟବହାର ଅବଧି ଉପରେ କୌଣସି ସୀମା ନାହିଁ; ଯଦିଓ ଦୀର୍ଘକାଳୀନ କାର୍ଯ୍ୟକାରିତା ଅସ୍ପଷ୍ଟ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଅଇ, ଏବଂ ଶୋଇବାରେ ଅଧିକ ଅସୁବିଧା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ଅସ୍ୱାଭାବିକ ଚିନ୍ତାଧାରା ଏବଂ ଉଦାସୀନତା ହୋଇପାରେ । ଗର୍ଭଧାରଣ ଏବଂ ସ୍ତନ୍ୟପାନ ଉପରେ ପ୍ରଭାବ ଅସ୍ପଷ୍ଟ ଅଟେ। ଏହା ଏକ ମେଲାଟୋନିନ ରିସେପ୍ଟର ଆଗୋନିଷ୍ଟ ଏବଂ ମେଲାଟୋନିନ ପରି କାମ କରୁଥିବା ଆଶା କରାଯାଏ । ୧୯୯୬ ମସିହାରେ ରାମେଲଟେଅନ ଆବିଷ୍କୃତ ହୋଇଥିଲା ଏବଂ ୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । ଅସ୍ପଷ୍ଟ ପ୍ରଭାବ ହେତୁ ୨୦୦୮ରେ ୟୁରୋପରେ ଏହାର ଅନୁମୋଦନ‌କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଯୁକ୍ତରାଷ୍ଟ୍ରରେ ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୬୦ ଡଲାର ଖର୍ଚ୍ଚ ହୋଇଥାଏ । ଏହା ଏକ ନିୟନ୍ତ୍ରିତ ପଦାର୍ଥ ନୁହେଁ
୧୨୮୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଆନ୍ତର୍ଜାତିକ ଶାନ୍ତି ଦିବସ ପ୍ରତିବର୍ଷ ୨୧ ସେପ୍ଟେମ୍ବରରେ ସାରା ବିଶ୍ୱରେ ପାଳନ କରାଯାଏ । ସାରା ବିଶ୍ୱରେ ଯୁଦ୍ଧର ବିଭୀଷିକା ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଆହ୍ୱାନ କରି ଏହି ଦିବସ ପାଳନ କରାଯାଉଛି । ଇତିହାସ ଯୁକ୍ତରାଜ୍ୟ ଓ କୋଷ୍ଟାରିକା ଏହି ଦୁଇ ଦେଶର ଆହ୍ୱାନ ତଥା ପ୍ରାୟୋଜନା ଫଳରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ପାରିତ ହେବା ପରେ ସାରା ବିଶ୍ୱରେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବା ପାଇଁ ଗୋଟିଏ ଦିନ ଉତ୍ସର୍ଗ କରାଗଲା । ପ୍ରଥମେ ମିଳିତ ଜାତିସଂଘର ସାଧାରଣ ସଭାର ପ୍ରଥମ ଦିନ ଅର୍ଥାତ ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବେ ପାଳନ କରାଯାଉଥିଲେ ବି ୨୦୦୧ ମସିହାରେ ଏହା ପରିବର୍ତ୍ତିତ ହୋଇ ପ୍ରତିବର୍ଷ ସେପ୍ଟେମ୍ବର ମାସର ୨୧ ତାରିଖରେ ଏହି ଆନ୍ତର୍ଜାତିକ ଶାନ୍ତି ଦିବସ ପାଲନ କରାଗଲା ।
ମାନେର୍ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ ଅଟେ । ଏହା ବିହାରର ପତ୍ନ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ମାନେର୍ ୨୫.୬୪୭୩ ଉତ୍ତର ଅକ୍ଷାଂଶ ଓ ୮୪.୮୭୪୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୩ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନେର୍ ସହରର ମୋଟ ଜନସଂଖ୍ୟା ୨୬୯୧୨ ଅଟେ । ସେଥି ମଧ୍ୟରୁ ୫୩.୦୨% ଜଣ ପରୁଷ ହୋଇଥିବା ବେଳେ ୪୬.୯୮% ଜଣ ନାରୀ ଅଟନ୍ତି । ମାନେର୍ର ସାକ୍ଷରତା ହାର ୫୧.୯୬% ଅଟେ । ଏହା ଜାତୀୟ ହାରଠାରୁ ୧୨.୮୮% ପ୍ରତିଶତ କମ ଅଟେ । ସେଥିରୁ ୩୨.୨୯% ପ୍ରତିଶତ ପୁରୁଷ ଓ ୧୯.୬୬% ନାରୀ ଅଟନ୍ତି । ୧୮.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ମାନେର୍ର ସରକାରୀ ଭାଷା ଅଟେ ।
ଦିୱାନା ଦିୱାନୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରମୋଦ କୁମାର ସ୍ୱାଇଁ ଏବଂ ଶିବ ପ୍ରସାଦ ଦାସ । ପ୍ରମୋଦ କୁମାର ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି ଏବଂ ମଧୁମିତା ଚକ୍ରବର୍ତ୍ତୀ । ମଧୁମିତା ଜଣେ ବଙ୍ଗାଳୀ ଅଭିନେତ୍ରୀ । ସେ ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପୂର୍ବରୁ ସେ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିନଥିଲେ । ମିହିର ଦାସ, ମୀନ‌କେତନ, ଦେବାଶିଷ ପାତ୍ର, ପିଣ୍ଟୁ ନନ୍ଦ, ରୁନୁ ପରିଜା, ପିଙ୍କି ପ୍ରଧାନ, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଅଭିନୟ ବାବୁଶାନ୍ ମଧୁମିତା ଚକ୍ରବର୍ତ୍ତୀ ମିହିର ଦାସ ମୀନକେତନ ଦେବାଶିଷ ପାତ୍ର ପିଣ୍ଟୁ ନନ୍ଦ ରୁନୁ ପରିଜା ପିଙ୍କି ପ୍ରଧାନ ଜୀବନ ପଣ୍ଡା ଅଳକା ଷଡ଼ଙ୍ଗୀ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ସଂଗ୍ରାମ ମହାନ୍ତି, ହ୍ୟୁମାନ ସାଗର, ନିବେଦିତା, ତାରିକ୍ ଅଜିଜ୍, ଜାଗୃତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ପେଣ୍ଟୋକ୍ସିଫାଇଲିନ, ଅକ୍ସପେଣ୍ଟିଫାଇଲିନ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ଚାଲିଲା ବେଳେ ଯନ୍ତ୍ରଣା ଓ ଶିରା ଘାଆ କରୁଥିବା ପ୍ରାନ୍ତୀୟ ଧମନୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହି ଔଷଧ ବ୍ୟବ‌ହାର କଲେ ଲୋକମାନଙ୍କର ଚାଲିବା କ୍ଷମତା ଉନ୍ନତ ହେବାର ପ୍ରମାଣ ମିଳୁଛି । ଯୁକ୍ତରାଜ୍ୟରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବୁଲାଇବା ଏବଂ ବୁକୁଜ୍ୱାଳା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ। ଏହା ଏକ ଜାନ୍ଥିନ ଉତ୍ପାଦିତ ଔଷଧ ଏବଂ ଲାଲ ରକ୍ତ କଣିକାର ନମନୀୟତା ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ । ପେଣ୍ଟୋକ୍ସିଫାଇଲିନ ୧୯୮୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଅନୁମୋଦିତ ହୋଇଥିଲା । ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ହୁଏ । ଯୁକ୍ତରାଜ୍ୟରେ ଏହାର ଏକ ମାସ ବ୍ୟବ‌ହାରର ମୂଲ୍ୟ ୧୯ ପାଉଣ୍ଡ । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୩୬ ଡଲାର ।
ରାହୁରି ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଆହ୍ମଦ୍‌‌ନଗର ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ରାହୁରି ୧୯.୩୯୦୭ ଉତ୍ତର ଅକ୍ଷାଂଶ ଓ ୭୪.୬୪୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାହୁରି ସହରର ମୋଟ ଜନସଂଖ୍ୟା ୩୪୪୬୫ ଅଟେ । ସେଥି ମଧ୍ୟରୁ ୫୧.୭୯% ଜଣ ପରୁଷ ହୋଇଥିବା ବେଳେ ୪୮.୨୧% ଜଣ ନାରୀ ଅଟନ୍ତି । ରାହୁରିର ସାକ୍ଷରତା ହାର ୭୦.୨୦% ଅଟେ । ଏହା ଜାତୀୟ ହାରଠାରୁ ୫.୩୬% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୪% ପ୍ରତିଶତ ପୁରୁଷ ଓ ୩୦.୪୬% ନାରୀ ଅଟନ୍ତି । ୧୨.୭୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ମରାଠୀ ରାହୁରିର ସରକାରୀ ଭାଷା ଅଟେ ।
ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ (୧୫ ଅଗଷ୍ଟ ୧୯୪୦ - ୧୩ ଫେବୃଆରୀ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ ୧୯୪୦ ମସିହାର ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରତି ମ୍ରିଗାନ ଓ ପତ୍ନୀଙ୍କ ନାମ ସୁକୁମତି ମ୍ରିଗାନ । ରାଜନୈତିକ ଜୀବନ ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ପୂର୍ଣ୍ଣ ଚନ୍ଦ୍ର ମ୍ରିଗାନ ୨୦୦୦ ମସିହାର ଫେବୃଆରୀ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।
ବାଜି, ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଦାସ ଏବଂ ସସ୍ମିତା ଦାସ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଶ୍ରୀତମ ଦାସ । ବିଜୟ ମହାନ୍ତି, ମିହିର ଦାସ, ଅନିତ ଦାସ, ଉତ୍ତମ ମହାନ୍ତି, ଅଶ୍ରୁମୋଚନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ପ୍ରଥମେ ସିଦ୍ଧାନ୍ତ ସହ ଅନୁଭବ ମହାନ୍ତିଙ୍କୁ ଚୟନ କରାଯାଇଥିଲା, ମାତ୍ର ଅନୁଭବଙ୍କ ହାତରେ ସମୟ ନଥିବାରୁ ପରେ ଶ୍ରୀତମଙ୍କୁ ନିଆଯାଇଥିଲା । ଅଭିନୟ ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ବର୍ଷା ପ୍ରିୟଦର୍ଶିନୀ ଶ୍ରୀତମ ଦାସ ବିଜୟ ମହାନ୍ତି ମିହିର ଦାସ ଅନିତା ଦାସ ଉତ୍ତମ ମହାନ୍ତି ଅଶ୍ରୁମୋଚନ ମହାନ୍ତି କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ଦେବଦାସ ଛୋଟରାୟ, ନିମାଇଁ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହ‌ମଦ ଅଜିଜ୍, ଇରା ମହାନ୍ତି, ଉଦିତ ନାରାୟଣ, ନିଜାମ୍ ଶିବା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଜାପାନୀ ଭାଷା ଦକ୍ଷତା ପରୀକ୍ଷା ଜାପାନୀ: , ନିହୋଙ୍ଗୋ ନୌର‍୍ୟୋକୁ ଶିକେନ୍ , କିମ୍ବା , ଅଣ-ଦେଶୀ ବକ୍ତାମାନଙ୍କ ପାଇଁ ଜାପାନୀ ଭାଷା ଦକ୍ଷତାର ମୂଲ୍ୟାଙ୍କନ ଏବଂ ପ୍ରମାଣିତ କରିବା ପାଇଁ ଏକ ମାନକ ମାନଦଣ୍ଡ ପରୀକ୍ଷା, ଯାହା ଭାଷା ଜ୍ଞାନ, ପଠନ କ୍ଷମତା ଏବଂ ଶୁଣିବା କ୍ଷମତାକୁ ଅନ୍ତର୍ଭୁକ୍ତ କରେ । ଏହି ପରୀକ୍ଷଣ ଜାପାନ ଏବଂ ମନୋନୀତ ଦେଶଗୁଡିକରେ ବର୍ଷକୁ ଦୁଇଥର ଅନୁଷ୍ଠିତ ହୁଏ (ଜୁଲାଇ ଏବଂ ଡିସେମ୍ବରର ପ୍ରଥମ ରବିବାରରେ), ଏବଂ ଅନ୍ୟ ଅଞ୍ଚଳରେ ବର୍ଷକୁ ଥରେ ଡିସେମ୍ବରର ପ୍ରଥମ ରବିବାରରେ । ଜେଏଲ୍‌ପିଟି ପାଞ୍ଚଟି ସ୍ତରକୁ ନେଇ ଗଠିତ - 5 ଋ ଆରମ୍ଭ କରି 1 ପର୍ଯ୍ୟନ୍ତ । ୨୦୦୯ ପର୍ଯ୍ୟନ୍ତ ଏହି ପରୀକ୍ଷାରେ ଚାରୋଟି ସ୍ତର ଥିଲା, ୪ଟି ସର୍ବନିମ୍ନ ଏବଂ ୧ ହେଉଛି ସର୍ବୋଚ୍ଚ ସ୍ତରର ପ୍ରମାଣପତ୍ର । ଜେଏଲ୍‌ପିଟି ସାର୍ଟିଫିକେଟ୍ ସମୟ ସହିତ ସମୟ ସମାପ୍ତ ହୁଏ ନାହିଁ କିମ୍ବା ଅବୈଧ ହୋଇଯାଏ ନାହିଁ ।
ଶୋଲିଙ୍ଗୁର ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର ବେଲ୍ଲୋରେ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶୋଲିଙ୍ଗୁର ସହରର ମୋଟ ଜନସଂଖ୍ୟା ୨୬୫୯୭ ଅଟେ । ସେଥି ମଧ୍ୟରୁ ୫୦.୬୧% ଜଣ ପରୁଷ ହୋଇଥିବା ବେଳେ ୪୯.୩୯% ଜଣ ନାରୀ ଅଟନ୍ତି । ଶୋଲିଙ୍ଗୁରର ସାକ୍ଷରତା ହାର ୭୩.୬୮% ଅଟେ । ଏହା ଜାତୀୟ ହାରଠାରୁ ୮.୮୪% ପ୍ରତିଶତ କମ ଅଟେ । ସେଥିରୁ ୪୧.୦୨% ପ୍ରତିଶତ ପୁରୁଷ ଓ ୩୨.୬୬% ନାରୀ ଅଟନ୍ତି । ୧୧.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ଶୋଲିଙ୍ଗୁରର ସରକାରୀ ଭାଷା ଅଟେ ।
ମଞ୍ଜୁ ବାଲା ସ୍ୱାମୀ ( ଜନ୍ମ ୧ , ଜୁଲାଇ ୧୯୮୯ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ହମ୍ମାର ଥ୍ରୋ ବିଭାଗରେ ପ୍ରତିଯୋଗିତା କରିଥାନ୍ତି । ସେ ୨୦୧୪ ମସିହାରେ ଦକ୍ଷିଣ କୋରିଆର ଇଞ୍ଜିଆନଠାରେ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପରେ ରୌପ୍ୟ ପାଇଥିବା ପ୍ରତିଯୋଗୀ ଝଙ୍ଗ ଡୋପ ଟେଷ୍ଟରେ ବିଫଳ ହେବା ଯୋଗୁଁ ତାଙ୍କୁ ରୌପ୍ୟ ପଦକ ଦିଆଯାଇଥିଲା । ତେବେ ପୁଣି ରୌପ୍ୟ ବିଜେତାଙ୍କୁ ନିର୍ଦୋଷ ସାବିତ କରାଯାଇ ରୌପ୍ୟ ଦିଆ ଯାଇଥିଲା ।
ଶିବାନୀ ସଙ୍ଗୀତା, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ । ଶିବାନୀ ଉତ୍ତରଦାୟୀ ଧାରାବାହିକ ଜରିଆରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ଏବଂ ମିତରେ ମିତ ଚଳଚ୍ଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ କରିଥିଲେ । ଶିବାନୀ ଅଭିନେତା ବାବୁଶାନଙ୍କ ସ‌ହ ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ନାୟିକା ଭାବରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜ୍ୟ ନିର୍ବାଚନ କମିଶନର୍‌ଙ୍କଦ୍ୱାରା ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମର ଜଣେ ପ୍ରଚାରକ ଭାବରେ ମନୋନୀତ ହୋଇଥିଲେ । ପ୍ରାରମ୍ଭିକ ଜୀବନ ଅଭିନୟ ଜୀବନ ଶିବାନୀ ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ଓଡ଼ିଆ ଧାରାବାହିକ ଉତ୍ତରଦାୟୀରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦେବୀରେ ଅଭିନୟ କରିଥିଲେ । ଦେବୀ ଧାରାବାହିକରେ ସେ ନାୟିକାଙ୍କର ଛୋଟବେଳର ଭୂମିକାରେ ଅଭିନୟ କରିଥିଲେ । ଶିଶୁ କଳାକାର ଭାବରେ ତାଙ୍କର ଶେଷ ଅଭିନୀତ ଧାରାବାହିକ ଥିଲା ବଧୂ । ଏହି ଧାରାବାହିକଟି ସାର୍ଥକ ଟିଭିରେ ପ୍ରସାରିତ ହେଉଥିଲା । ବଧୂରେ ଶିବାନୀ ଅଭିନେତା ସୁକାନ୍ତ ରଥଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ଶିବାନୀ ଏହି ଧାରାବାହିକଟିରେ ଅଭିନୟ କରୁଥିବାବେଳେ ତାଙ୍କୁ ଚଳଚ୍ଚିତ୍ରରେ ନାୟିକା ହେବାର ସୁଯୋଗ ମିଳିଥିଲା, ତେଣୁ ସେ ଏହି ଧାରାବାହିକଟି ଛାଡ଼ିଦେଇଥିଲେ । ଶିବାନୀ ୨୦୦୯ରେ ଓଡ଼ିଆ କଥାଚିତ୍ର ମିତରେ ମିତ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ପହିଲି ରଜ, ଗୁଡ୍ ବୟ, ମିତ ବସିଛି ମୁଁ ଭୂତ ସାଥିରେ, ଲେଖୁଲେଖୁ ଲେଖିଦେଲି ଆଦି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ନାୟିକା ଶିବାନୀ ୨୦୧୭ ମସିହାରେ ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୭ ରଜ ସମୟରେ ମୁକ୍ତିଲାଭା କରିଥିବା ଓଡ଼ିଆ କଥାଚିତ୍ର ସିଷ୍ଟର ଶ୍ରୀଦେବୀରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଶିବାନୀଙ୍କ ସ‌ହ ନାୟକ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ମହାନ୍ତି । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମିହିର ଦାସ, ଅପରାଜିତା ମହାନ୍ତି, ସଲିଲ ମିତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୧୮ ମସିହା ଦୁର୍ଗାପୂଜା ସମୟରେ ଶିବାନୀ ଅଭିନେତା ଅନୁଭବ ମହାନ୍ତିଙ୍କ ସ‌ହ ଓଡ଼ିଆ କଥାଚିତ୍ର ପ୍ରେମ୍ କୁମାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ପୂର୍ବରୁ ରଜ ସମୟରେ ମୁକ୍ତିଲାଭ କରିବ ବୋଲି ସ୍ଥିର ହୋଇଥିଲା, ମାତ୍ର ଅନୁଭବଙ୍କ ଆହାତ କାରଣରୁ ଏହା ଦୁର୍ଗପୂଜା ସମୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ । ୨୦୨୦ ମସିହାରେ ସେ ଅଭିନେତା ଅରିନ୍ଦମ ରାୟଙ୍କର ନାୟିକା ଭାବରେ ବାବୁ ଭାଇଜାନ୍ ଫିଲ୍ମରେ ଅଭିନୟ କରିଥିଲେ । ଏହାପରେ ସେ ବାବୁଶାନ୍ ମହାନ୍ତିଙ୍କ ସହ ବିଦ୍ୟାରାଣ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଷ୍ଟୋଲୋନିଫେରା ( : ) ଏକ ପ୍ରବାଳ ଉପବର୍ଗ ଅଟେ । ଏହା ବର୍ଗର ଅନ୍ତର୍ଗତ । ଏଲ୍‌ୱକିୟରିଅ ଡାଇନୋସରକୁ ପୂର୍ବରୁ ୱକେରିଆ ଭାବେ ନାମକରଣ କରାଯାଇଥିଲା କିନ୍ତୁ ନାମଟି ମାନଙ୍କୁ ଦିଆଯାଇ ସାରିଥିବାରୁ ଅନ୍ତରାଷ୍ଟ୍ରୀୟ ପ୍ରାଣୀବୈଜ୍ଞାନିକ ନାମକରଣ କୋଡ ଅନୁଯାୟୀ ବର୍ତ୍ତମାନ ବଦଳେଇଦିଆଯାଇଛି ।
ଓଡ଼ିଆ ଭାଷାରେ +୨ ଏବଂ +୩ ସ୍ତରର ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନର ଲକ୍ଷ୍ୟ ନେଇ, ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା କାର୍ଯ୍ୟରତ । ଏହି ଅନୁଷ୍ଠାନଟି ବର୍ତ୍ତମାନ ଭୁବନେଶ୍ୱରର ଶୁକବିହାରଠାରେ କାର୍ଯ୍ୟକ୍ଷମ । ଅନୁଷ୍ଠାନଟି ଏଯାବତ ୬୦୦ରୁ ଅଧିକ ପାଠ୍ୟପୁସ୍ତକ ଏବଂ ବହୁ ଅନ୍ୟାନ୍ୟ ପୁସ୍ତକ ପ୍ରକାଶନ କରିସାଇଛି । ଡଃ ଗୀତିକା ତ୍ରିପାଠୀ ଅନୁଷ୍ଠାନଟିର ବର୍ତ୍ତମାନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ । ଇତିହାସ ସ୍ୱାଧୀନତା ପରେ, ଦେଶରେ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ସରକାରଙ୍କଦ୍ୱାରା ନିଯୁକ୍ତ କୋଠାରୀ କମିଶନ ଆଞ୍ଚଳିକ ଭାଷାଗୁଡିକୁ ଉଚ୍ଚଶିକ୍ଷାର ମାଧ୍ୟମ କରିବାପାଇଁ ସୁପାରିସ କରିଥିଲେ । ୧୯୬୮ମସିହାରେ ସରକାର ଏହି ସୁପାରିସକୁ ଗ୍ରହଣ କରି ଜାତୀୟ ଶିକ୍ଷାନୀତିର ଅନ୍ତର୍ଭୁକ୍ତ କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାର ଓଡ଼ିଆ ସମେତ ୧୪ଟି ଭାରତୀୟ ଭାଷାରେ ପାଠ୍ୟପୁସ୍ତକ ପ୍ରଣୟନ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହି ଅର୍ଥକୁ ଉପଯୋଗ କରି ଓଡ଼ିଶା ସରକାର ୧୯୭୦ ମସିହା ମାର୍ଚ୍ଚ ୧୧ ତାରିଖରେ 'ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା' ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ପ୍ରତିଷ୍ଠା କରିଥିଲେ । ଡଃ.ଗୋକୁଳାନନ୍ଦ ମହାପାତ୍ର ଏହି ଅନୁଷ୍ଠାନଟିର ପ୍ରଥମ ନିର୍ଦ୍ଦେଶକ (୦୧ ଅଗଷ୍ଟ ୧୯୭୦ଠାରୁ ୧୦ ଜୁନ ୧୯୭୨ ପର୍ଯ୍ୟନ୍ତ) ଭାବରେ ନିଯୁକ୍ତ ହୋଇଥିଲେ ।
ଏଇ ମିଳନ ଯୁଗ ଯୁଗର, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଝରଣା ମଲ୍ଲିକ ଏବଂ ବିଜୟ ବାରିକ । ଅଶୋକ କୁମାର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସୁବାସ ରାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜଦୀପ ଏବଂ ଏଲି । ଚନ୍ଦନ କର, ମୀନକେତନ, ବିଜୁ ବଡ଼ଜେନା, ପିଙ୍କି, ନୁପୂର ଘୋଷ, ପୁଷ୍ପା ପଣ୍ଡା, ଅସୀତ ପତି, ରବି ତ୍ରିପାଠୀ, ଅଶୋକ କୁମାର, ପ୍ରିୟା, ଶଚ୍ଚିକାନ୍ତ, ପ୍ରଫୁଲ୍ଲ ମିଶ୍ର, ଗୌରାଙ୍ଗ ଦାସ, ଚିନୁ, ତୋଫାନ, ପଞ୍ଚାନନ, ବାଉରି ବନ୍ଧୁ, ସୁଶାନ୍ତ, ପ୍ରତାପ ଶୁକ୍ଳ, ଦିପୁ, ମେରିନା, ଗାୟତ୍ରୀ, ଅଙ୍କିତା, ମଧୁସ୍ମିତା, ବବି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଅଭିନୟ ଶିଶୁ କଳାକାର ଆକାଶ ଅନୁପମ ଆଶିଷ ଅନୁରାଗ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାସ ରାମ । ମାନସ, ମନୋରଞ୍ଜନ, ଅରୁଣ ମନ୍ତ୍ରୀ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ଶକ୍ତି ମିଶ୍ର, ପମି, ଶୈଳଭାମା ମହାପାତ୍ର, ସୁବାସ ରାମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ରାଜ ମରିଚ (ଈଂରାଜୀରେ ବା ) ଏକ ପ୍ରକାରର କଲମୀ ବା ଶଂକର ଜାତୀୟ ଲଙ୍କା । ଭାରତରେ ମିଳୁଥିବା ସମସ୍ତ ପ୍ରକାରର ଲଙ୍କା ମଧ୍ୟରୁ ଏହା ସବୁଠାରୁ ଅଧିକ ରାଗ ବୋଲି କୁହାଯାଏ । ଏହି ଲଙ୍କାର ଅନ୍ୟ କେତେକ ସ୍ଥାନୀୟ ନାମ ହେଲା : ଭୂତ୍ ଜୋଲୋକିୟା, ଊ-ମୋରୋକ୍, ଲାଲ୍ ନାଗା, ନାଗା ଜୋଲୋକିୟା ଇତ୍ୟାଦି । ଏହି ମରିଚ ମୁଖ୍ୟତଃ ଉତ୍ତର-ପୂର୍ବ ଭାରତର ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲ୍ୟାଣ୍ଡ ଓ ମଣିପୁର ଇତ୍ୟାଦି ରାଜ୍ୟମାନଙ୍କରେ ଚାଷ କରାଯାଏ । ଚୀନୀ ଶିମଳାଲଙ୍କା ଓ ଫ୍ରୁଟେଶିନ୍ସ ଶିମଳାଲଙ୍କାର କଲମୀକରଣରୁ ଏହି ମରିଚର ସୃଷ୍ଟି ଏବଂ ଏହି ମରିଚ ବଙ୍ଗଳାଦେଶରେ ମିଳୁଥିବା ନାଗା ମୋରିଚ୍‍ର ନିକଟ ସମ୍ପର୍କୀୟ । ୨୦୦୭ ମସିହାରେ ଗିନିଜ୍ ବୁକ୍ ଅଫ୍ ୱଲ୍ଡ୍ ରେକର୍ଡ୍ସରେ ରାଜ ମରିଚକୁ ବିଶ୍ୱର ସବୁଠାରୁ ରାଗ ଲଙ୍କା ବୋଲି ମାନ୍ୟତା ମିଳିଥିଲା । ମେକ୍ସିକୋର ପ୍ରସିଦ୍ଧ ରାଗ ଶସ୍ ଟାବାସ୍କୋଠାରୁ ରାଜ ମରିଚ ୪୦୦ ଗୁଣ ଅଧିକ ରାଗ । ମରିଚର ରାଗକୁ ସ୍କୋଭିଲ୍ ରାଗ ଏକକ ଦ୍ୱାରା ମପାଯାଏ ଓ ରାଜ ମରିଚ କ୍ଷେତ୍ରରେ ଏହାର ମାନ ୧୦ ଲକ୍ଷରୁ ବି ଅଧିକ । ତେବେ କଲମୀକରଣରୁ ପ୍ରାପ୍ତ ଅନ୍ୟ କେତେକ ଲଙ୍କା ଏହାକୁ ପଛରେ ପକାଇ ଦେଇଛନ୍ତି । ସେମାନେ ହେଲେ - ୨୦୧୧ ମସିହାରେ ଉଦ୍ଭାବିତ ଇନ୍‍ପିନିଟି ଚିଲି, ତାହା ପରେ ନାଗା ଭାଇପର୍ ଶିମଳାଲଙ୍କା, ୨୦୧୨ ମସିହାରେ ତ୍ରିନିଦାଦ୍ ମୋରୁଗା ସ୍କର୍ପିୟନ୍ ଓ ସର୍ବଶେଷରେ ୨୦୧୩ ମସିହା ଅଗଷ୍ଟ ୭ ତାରିଖରେ କ୍ୟାରୋଲିନା ରୀପର୍ ସବୁଠାରୁ ରାଗ ଲଙ୍କା ଭାବେ ଘୋଷିତ ହୋଇଛନ୍ତି । ନାମକରଣ ବିଭିନ୍ନ ସ୍ଥାନରେ ରାଜ ମରିଚ ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଆସାମର ଅଧିକାଂଶ ସ୍ଥାନରେ ଏହାକୁ ଭୂତ୍ ଜୋଲୋକିୟା ବା ବିହ୍ ଜୋଲୋକିୟା କୁହାଯାଏ । ଏହି ମରିଚର ଅହମିୟା ଭାଷାର ନାମରେ ଥିବା ଭୂତ୍ ଶବ୍ଦଟି ଭୂଟାନୀରୁ ଗୃହୀତ । ଆସାମରେ ବିଭିନ୍ନ ଜାତିର ନାମରେ ବିଭିନ୍ନ ଗଛର ନାମ ରଖାଯାଉଥିବାରୁ ଏପରି ନାମକରଣ ସମ୍ଭବପର । ହେଲେ ଏହି ମରିଚ ପ୍ରଥମେ ଭୂଟାନରେ ଉତ୍ପତ୍ତି ହୋଇଥିଲା ବୋଲି କହିବା ଭୁଲ ହେବ । ଆସାମର ଅନ୍ୟ କିଛି ଅଞ୍ଚଳରେ ରାଜ ମରିଚକୁ ଲୋକେ ନୋଗା ଜୋଲୋକିୟା ବୋଲି ମଧ୍ୟ କହିଥାନ୍ତି । ଏହି ନାମଟି ନାଗାଲ୍ୟାଣ୍ଡର ପାହାଡ଼ ଓ ସମତଳ ଅଞ୍ଚଳରେ ବସବାସ କରୁଥିବା ବୀର ନାଗା ଯୋଦ୍ଧାଙ୍କ ନାମାନୁସାରେ ଦିଆଯାଇଛି । ଏହାର ବଡ଼ ଆକାର ପାଇଁ ୨୦୦୯ ମସିହାରେ ଏକ ନୂଆ ଈଂରାଜୀ ନାମ "ନାଗା କିଂଗ୍ ଚିଲି" ନାଗା ରାଜ ମରିଚ ମଧ୍ୟ ଶୁଣାଯାଇଥିଲା । ନାଗାଲ୍ୟାଣ୍ଡର କଥିତ ଭାଷାରେ ଏହି ଲଙ୍କାକୁ ରାଜା ମିର୍ଚା ରାଜା ମିର୍ଚି ବୋଲି କୁହାଯାଉଥିବାରୁ ଏପରି ନୂଆ ଈଂରାଜୀ ନାମ ସୃଷ୍ଟି ହୋଇଥାଇପାରେ । ତେବେ ଅହମିୟା ଭାଷାର ନାମ ଭୂତ୍ ଜୋଲୋକିୟା ଓ ବିହ୍ ଜୋଲୋକିୟା ଭାରତରେ ଏହାର ସବୁଠାରୁ ଅଧିକ ବୋଲାଯାଉଥିବା ନାମ । ଆସାମରେ ପ୍ରଚଳିତ ଭାଷା ଅନୁସାରେ ବିହ୍‍ର ଅର୍ଥ ହେଲା ବିଷ ଓ ଜୋଲୋକିୟାର ଅର୍ଥ ହେଲା ଶିମଳାଲଙ୍କା । ରାଜ ମରିଚ ଉଦ୍ଦେଶ୍ୟରେ କେହି କେହି ରହସ୍ୟମୟୀ ଭାରତୀୟ ମରିଚ, ଭାରତୀୟ କର୍କଷ ମରିଚ ଓ ଶାଗା ଜ୍ଲୋକିୟା ଇତ୍ୟାଦି ନାମର ପ୍ରୟୋଗ ମଧ୍ୟ କରିଥାନ୍ତି । ଆସାମର ତେଜପୁର ସହର ନାମରେ ଏହାକୁ "ତେଜପୁର ମରିଚ" ବୋଲି ମଧ୍ୟ କୁହାଯାଏ । ମଣିପୁରରେ ରାଜ ମରିଚକୁ ଊ-ମୋରୋକ୍ ବୋଲି କୁହନ୍ତି । ମଣିପୁରୀ ଭାଷାରେ ଊ ଶବ୍ଦର ଅର୍ଥ ହେଲା ଗଛ ଓ ମୋରୋକ୍ ଶବ୍ଦର ଅର୍ଥ ହେଲା ଲଙ୍କା । କୁକୀମାନେ ରାଜ ମରିଚକୁ ମାଲ୍ଚା-ଫୋଃ (ଯାହାର ଅର୍ଥ ସବୁଠାରୁ ତିକ୍ତ ବା ରାଗ ଲଙ୍କା) କହିଥନ୍ତି । ସ୍କୋଭିଲ୍ ମାନଦଣ୍ଡ ୨୦୦୦ ମସିହାରେ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରୟୋଗଶାଳା ସ୍କୋଭିଲ୍ ଏକକରେ ରାଜ ମରିଚର ରାଗର ମାପ ୮୫୫୦୦୦ ବୋଲି ପ୍ରକାଶ କରିଥିଲା । ୨୦୦୪ ମସିହାରେ ଅଧିକ ସଠିକ୍ ପରୀକ୍ଷଣ କରାଯିବାରୁ ଜଣା ପଡ଼ିଲା ଯେ ରାଜ ମରିଚର ସ୍କୋଭିଲ୍ ମାନ ପ୍ରାୟ ୧୦୪୧୪୨୭ । ତୁଳନାତ୍ମକ ଭାବେ ଦେଖିଲେ ଟାବାସ୍କୋ ଶସ୍ ୫୦୦୦-୧୦୦୦୦ ଏବଂ କେବଳ କାପାଶିସିନ୍ (ଯେଉଁ ଉପାଦାନ ଯୋଗୁଁ ଲଙ୍କା ରାଗ ଲାଗେ) ୧୬୦୦୦୦୦୦ ଏକକ । ୨୦୦୫ ମସିହାରେ ଲାସ୍ କ୍ରୁସେସ୍‍ସ୍ଥିତ ନ୍ୟୁ ମେକ୍ସିକୋ ବିଶ୍ୱବିଦ୍ୟାଳୟର ଚିଲି ପେପର୍ ଅନୁଷ୍ଠାନ ଜାଣିବାକୁ ପାଇଲା ଯେ ରାଜ ମରିଚର ମଞ୍ଜି ପୋତି ଦକ୍ଷିଣ ନ୍ୟୁ ମେକ୍ସିକୋରେ ଉତ୍ପନ୍ନ ହୋଇଥିବା ରାଜ ମରିଚର ସ୍କୋଭିଲ୍ ସଂଖ୍ୟା ପ୍ରାୟ ୧୦୦୧୩୦୪ । କେଉଁ ରାଜ ମରିଚ କେତେ ରାଗ ତାହା ମୁଖ୍ୟତଃ ଜଳବାୟୁ ଉପରେ ନିର୍ଭର କରେ । ୨୦୦୫ ମସିହରେ କରାଯାଇଥିବା ଏକ ପରୀକ୍ଷଣ ଅନୁସାରେ ଆସାମର ତେଜପୁରରେ ମିଳୁଥିବା ରାଜ ମରିଚ ଗ୍ୱାଲିୟର୍‍ର ଶୁଷ୍କ ଜଳବାୟୁରେ ଉତ୍ପନ୍ନ ରାଜ ମରିଚଠାରୁ ଦୁଇ ଗୁଣ ଅଧିକ ରାଗ । ମଣିପୁର ବିଶ୍ୱବିଦ୍ୟାଳୟର କେତେକ ଗବେଷକ ପରୀକ୍ଷା କରି ଦେଖିଥିଲେ ଉତ୍ତର ପୂର୍ବ ଭାରତ ଛଡ଼ା ଭାରତର ଅନ୍ୟ ସ୍ଥାନରେ ଚାଷ କରାଗଲେ ରାଜ ମରିଚର ସ୍କୋଭିଲ୍ ମାନ ପ୍ରାୟ ୩୨୯୧୦୦ ହୋଇଥାଏ । ରାଜ ମରିଚର ସମଗ୍ର ଫଳରେ କାପାଶିସିନ୍ ନାମକ ରାସାୟନିକ ଏକ ଉପାଦାନ ରହିଥାଏ । ଅନ୍ୟ ବହୁତ ପ୍ରକାରର ଲଙ୍କାରେ କିନ୍ତୁ ଏହି ଉପାଦାନ କେବଳ ମଞ୍ଜି ଓ ମଞ୍ଜିକୁ ଧରି ରଖିଥିବା ପ୍ଲାସେଣ୍ଟାରେ ମିଳେ । ଆକୃତି ପ୍ରକୃତି ପାଚିଲା ରାଜ ମରିଚ ୬୦ରୁ ୮୫ ମିଲିମିଟର୍ ଲମ୍ବା ଓ ୨୫ରୁ ୩୦ ମିଲିମିଟର୍ ମୋଟା ହୋଇଥାନ୍ତି । ପାଚିଲା ରାଜ ମରିଚ ଲାଲ୍, ହଳଦିଆ, କମଳା ବା ଚକୋଲେଟ୍ ରଙ୍ଗର ହୋଇଥାଏ । ଭାରତରେ ରାଜ ମରିଚର ବିଭିନ୍ନ ପ୍ରକାର ଦେଖିବାକୁ ମିଳିଥାଏ । ରାଜ ମରିଚର ବାହ୍ୟ ଆକୃତି ଭାରତରେ ମିଳୁଥିବା ଅନ୍ୟ ଶିମଳାଲଙ୍କା ଓ ସାଧାରଣ ଲଙ୍କାଠାରୁ ପତଳା ଓ ଭିନ୍ନ । ଲାଲ୍ ରଙ୍ଗର ରାଜ ମରିଚର ଦୁଇଟି ପ୍ରକାର ରହିଛି ଗୋଟିଏର ଚୋପା ଚିକ୍କଣିଆ ହୋଇଥିବା ବେଳେ ଅନ୍ୟଟି ଟିକିଏ ଖଦଡ଼ା । ଖଦଡ଼ା ରାଜ ମରିଚ ଗଛ ଅପେକ୍ଷାକୃତ ଉଚ୍ଚା ଓ ଏହାର ଡାଳ ଦୃଢ଼ ନୁହେଁ । ଚିକ୍କଣିଆ ରାଜ ମରିଚ ଗଛରେ ଅଧିକ ଫଳ ଲାଗେ, ଏହି ଗଛର ଆକାର ଛୋଟ କିନ୍ତୁ ଦୃଢ଼ ଶାଖାବିଶିଷ୍ଟ ହୋଇଥାଏ । ଉପଯୋଗ ସାଧାରଣ ମରିଚ ପରି ରାଜ ମରିଚ ମଧ୍ୟ ଖାଦ୍ୟରେ ବ୍ୟବହୃତ ହୁଏ । ଗ୍ରୀଷ୍ମ ଋତୁରେ ଅଧିକ ଉତ୍ତାପରୁ ବଞ୍ଚିବା ପାଇଁ ମଧ୍ୟ ଲୋକେ ରାଜ ମରିଚ ଖାଆନ୍ତି । ତରକାରୀ, ଆଚାର ଓ ଚଟଣିକୁ ରାଗ କରିବା ପାଇଁ ଏହି ମରିଚ ବ୍ୟବହାର କରାଯାଏ । ଏହି ମରିଚକୁ ଲୋକେ ଖରାରେ ଶୁଖାଇ ମଧ୍ୟ ଏହାକୁ ଖାଇବା ପାଇଁ ବ୍ୟବହାର କରନ୍ତି । ଏହି ମରିଚକୁ ଶିଳରେ ବାଟି ସେଥିରୁ ତିଆରି ହେଉଥିବା ଚଟଣି ଉତ୍ତର-ପୂର୍ବ ଭାରତର ଏକ ଲୋକପ୍ରିୟ ଖାଦ୍ୟ । ଘୁଷୁରୀ ମାଂସ ଓ ଶୁଖୁଆ ସହିତ ରାଜ ମରିଚର ଯୋଡ଼ି ଭାରି ଲୋକପ୍ରିୟ । ଭାରତର ଉତ୍ତର-ପୂର୍ବରେ ଲୋକେ ରାଜ ମରିଚ ଗୁଣ୍ଡ ନିଜ ଘର ଚାରିପଟେ ରହିଥିବା ଘେରି ବାଡ଼ ଉପରେ ଛିଞ୍ଚି ଦିଅନ୍ତି ବା ଧୂଆଁ ବାଣରେ ରାଜ ମରିଚ ଗୁଣ୍ଡ ବ୍ୟବହାର କରାଯାଏ । ବଣୁଆ ହାତୀମାନଙ୍କୁ ଗାଁଠାରୁ ଓ ଚାଷଜମିରୁ ଦୂରେଇ ରଖିବା ପାଇଁ ଏପରି କରାଯାଇଥାଏ । ଅତ୍ୟଧିକ ରାଗ ହୋଇଥିବାରୁ ବିଶ୍ୱରେ ଆୟୋଜିତ ବିଭିନ୍ନ ରାଗ ଜିନିଷ ଖାଇବା ପ୍ରତିଯୋଗିତାରେ ରାଜ ମରିଚ ଉପସ୍ଥିତ ଥାଏ । ପ୍ରତିରକ୍ଷା ସାମଗ୍ରୀ ୨୦୦୯ ମସିହାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ ର ବୈଜ୍ଞାନିକମାନେ ହାତ ବୋମାରେ ଲଙ୍କା ମରିଚ ଗୁଣ୍ଡ ବ୍ୟବହାର କରିବାର ପ୍ରସ୍ତାବ ରଖିଥିଲେ । ଲୁକ୍କାୟିତ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଅନ୍ୟ ରାସାୟନିକ ଓ ଗ୍ୟାସୀୟ ବୋମା ତୁଳନାରେ ଏହା କମ୍ ମରଣାନ୍ତକ । ଦୁର୍ବୃତ୍ତ ଓ ଅସାମାଜିକ ଲୋକଙ୍କଠାରୁ ନିଜର ସୁରକ୍ଷା ପାଇଁ ମହିଳାମାନଙ୍କୁ ଯେଉଁ ଲଙ୍କାଗୁଣ୍ଡ ସ୍ପ୍ରେ ବ୍ୟବହାର କରିବାପାଇଁ କୁହାଯାଏ, ସେଥିରୁ କେତେକ ସ୍ପ୍ରେରେ ରାଜ ମରିଚ ଗୁଣ୍ଡ ବ୍ୟବହୃତ ହୁଏ । ରାଜ ମରିଚ ଗୁଣ୍ଡର ବ୍ୟବହାର କରି ତିଆରି ହୋଇଥିବା ବୋମା, ଧୂଆଁବାଣ ଇତ୍ୟାଦି ଉତ୍ତେଜିତ ଆନ୍ଦୋଳନକାରୀଙ୍କୁ ଇତଃସ୍ତତଃ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ବୋଲି ମତ ରଖିଥିଲା । ୨୦୧୫ ମସିହା ଅଗଷ୍ଟ ମାସରେ ଗୁମ୍ଫା ମଧ୍ୟରେ ଲୁଚି ରହିଥିବା ସଜ୍ଜଦ୍ ଅହମଦକୁ ବାହାର କରାଇବା ପାଇଁ ଭାରତୀୟ ସୈନିକମାନେ ରାଜ ମରିଚ ଗୁଣ୍ଡ ଥିବା ବୋମା ବ୍ୟବହାର କରିଥିଲେ ଓ ନିଜ ଯୋଜନାରେ ସଫଳ ମଧ୍ୟ ହୋଇଥିଲେ । ୨୦୧୬ ମସିହା ଅଗଷ୍ଟ ମାସରେ ଭାରତୀୟ ସୁରକ୍ଷା ସେନାନୀମାନେ କାଶ୍ମୀରରେ ବିବାଦୀୟ ପେଲେଟ୍ ଗନ୍ ପରିବର୍ତ୍ତେ ଲଙ୍କାଗୁଣ୍ଡ ବୋମା ବ୍ୟବହାର କରିବେ ବୋଲି କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂ ଘୋଷଣା କରିଥିଲେ । ନାଗା ମରିଚ ଡୋର୍ସେଟ୍ ନାଗା ହେଉଛି ବଙ୍ଗଳାଦେଶୀ ନାଗା ମରିଚର ଏକ ଉପଶ୍ରେଣୀ । ୨୦୦୫ ମସିହାରୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ମିଳୁଥିବା ଭିନ୍ନ ଭିନ୍ନ ଡୋର୍ସେଟ୍ ନାଗା ଲଙ୍କାର ରାଗ ପରୀକ୍ଷା କରାଯାଇଆସୁଛି । ଭିନ୍ନ ଜଳବାୟୁ ଓ ପରିପକ୍ୱତାରେ ରହିଥିବା ଏହି ଲଙ୍କାର ରାଗ ସ୍କୋଭିଲ୍ ମାପ ୬୬୧୪୫୧ (୨୦୦୭ରେ ପରୀକ୍ଷା କରାଯାଇଥିବା କଞ୍ଚା ମରିଚ)ରୁ ଆରମ୍ଭ କରି ୧୦୩୨୩୧୦ (୨୦୦୯ରେ ପରୀକ୍ଷା କରାଯାଇଥିବା ପାଚିଲା ଲଙ୍କା) ପର୍ଯ୍ୟନ୍ତ ହୋଇପାରେ । ବିବିସି ଦ୍ୱାରା ନିର୍ମିତ ଗାର୍ଡେନର୍‍ସ୍ ୱଲ୍ଡ୍ ' କାର୍ଯ୍ୟକ୍ରମରେ ଡୋର୍ସେଟ୍ ନାଗା ମରିଚର ରାଗ ଆହୁରି ଅଧିକ ବୋଲି କୁହାଯାଇଥିଲା । ୨୦୦୬ ମସିହାରେ ଏକ କାର୍ଯ୍ୟକ୍ରମରେ ଡୋର୍ସେଟ୍ ନାଗା ମରିଚ ସମେତ ଅନେକ ଲଙ୍କାର ରାଗ ପରୀକ୍ଷା କରାଗଲା । ୱାର୍ୱିକ୍ ଙ୍କଦ୍ୱାରା କରାଯାଇଥିବା ଏହି ପରୀକ୍ଷଣରେ ଡୋର୍ସେଟ୍ ନାଗା ମରିଚର ରାଗ ସ୍ତର ପ୍ରାୟ ୧୫୯୮୨୨୭ ବୋଲି ସ୍ଥିର କରାଯାଇଥିଲା । ସେତେବେଳେ ଏହାକୁ ସବୁଠାରୁ ରାଗ ମରିଚ ବୋଲି କୁହାଗଲା ।
ଶୈଳେଶ୍ୱର ନନ୍ଦ (ଜନ୍ମ: ୪ ନଭେମ୍ବର ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ଡାକ୍ତର । ସେ ଓଡ଼ିଆ ନାଟକମାନ ରଚନା କରିବା ସହିତ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ବଡ଼ଭାଇ ଚନ୍ଦ୍ରଶେଖର ନନ୍ଦଙ୍କ ସହ ମିଶି, ସେ 'ଆରୋହଣ' ନାମକ ଏକ ନାଟ୍ୟାନୁଷ୍ଠାନ ଗଠନ କରିଥିଲେ । ୧୯୯୦-୯୩ ପର୍ଯ୍ୟନ୍ତ, ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଲେଫ୍ଲୁନୋମାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆରାଭା, ହେଉଛି ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ ଏବଂ ସୋରିଆଟିକ ଗଣ୍ଠି ପ୍ରଦାହ ରୋଗମାନଙ୍କର ଚିକିତ୍ସା ପାଇଁ ଓ ଅଙ୍ଗ ପ୍ରତିରୋପଣ ପରେ ପ୍ରତ୍ୟାଖ୍ୟାନକୁ ରୋକିବା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ଔଷଧର ପ୍ରଭାବ ସାଧାରଣତଃ ୬ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଥାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଯକୃତ ପ୍ରଦାହ, କେଶ ଝଡ଼ିବା ଏବଂ ରାସ ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଥ୍ରୋମ୍ବୋସାଇଟୋପେନିଆ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ କର୍କଟ ରୋଗ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ରୋଗ ପରିବର୍ତ୍ତନକାରୀ ଆଣ୍ଟିରିଉମାଟିକ୍ ଏବଂ ଇମ୍ୟୁନୋସପ୍ରେସାଣ୍ଟ ଔଷଧ । ଏହା ଡାଇହାଇଡ୍ରୋଓରୋଟେଟ୍ ଡିହାଇଡ୍ରୋଜେନେଜକୁଅବରୋଧ କରି ଲିମ୍ଫୋସାଇଟ ପରିମାଣ ହ୍ରାସ କରେ । ୧୯୮୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୯ରେ ୟୁରୋପରେ ମେଡିକାଲ ବ୍ୟବହାର ପାଇଁ ଲେଫ୍ଲୁନୋମାଇଡ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ୫ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୦ ଡଲାର ଅଟେ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୨ ନଭେମ୍ବର ବର୍ଷର ୩୨୬ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୩୨୭ତମ । ବର୍ଷ ଶେଷ ହେବା ପାଇଁ ଆଉ ୩୯ ଦିନ ବାକି ଅଛି ।
ଗୁରୁଦ୍ୱାରା ଗୁରୁ କା ବାଗ ଭାରତୀୟ ରାଜ୍ୟ ବିହାରରେ ଅବସ୍ଥିତ । ଏହା ତଖତ ହରମନ୍ଦିର ସାହିବର 3 କିଲୋମିଟର ପୂର୍ବ ଦିଗକୁ ଯେଉଁ ସ୍ଥାନରେ ଗୁରୁ ତେଘ ବାହାଦୁର ପ୍ରଥମେ ପାଟଣାର ଜଣାଶୁଣା ବ୍ୟକ୍ତି ନବାବ ରହୀମ ବଖ୍ଶ ଓ କରିମ ବଖ୍ଶଙ୍କ ଉଦ୍ୟାନର ରହିଥିଲେ ସେଟାକୁ ପାଟଣାର ସଙ୍ଗତ ଓ ତରୁଣା ଗୁରୁ ଗୋବିନ୍ଦ ସିଂହ ତାଙ୍କୁ ଭେଟିବାକୁ ଆସିଥିଲେ ସେଠାରେ ତାଙ୍କ ସମ୍ମାନାର୍ଥେ ଏହି ଗୁରୁଦ୍ୱାରା ସ୍ଥାପନ କରାଯାଇଥିଲା ବର୍ତ୍ତମାନର ଭାବନା 1970 0 1980 ମସିହାରେ ପୁନର୍ନିର୍ମିତ ହେଇଥିଲା । ତେବେ ପ୍ରାଚୀନ ଭବନ ଏବେ ମଧ୍ୟ ବ୍ୟବହାର ହଉଛି । ଏଠାରେ ଏକ ଅଶୁଷ୍କ ଇମିଲି ବୃକ୍ଷ ଯାହା ତଳେ ସଙ୍ଗତ ଗୁରୁ ତେଘ ବାହାଦୁରଙ୍କୁ ଭେଟିଥିଲେ ତାହା ମଧ୍ୟ ସ୍ମୃତି ଭାବରେ ରହିଛି ।
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏକ ଭାରତୀୟ ସଂସ୍କୃତ ଭାଷା ଅଧ୍ୟୟନ ବିଶ୍ୱବିଦ୍ୟାଳୟ । ଏହା ଓଡ଼ିଶାର ପୁରୀସ୍ଥିତ ତାଳବଣିଆଠାରେ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକମାତ୍ର ତଥା ଭାରତର ୧୫ଟି ସଂସ୍କୃତ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ । ଏହାର ପରିସର ପୁରୀ ବେଳାଭୂମି କୂଳରେ ୧୦୦ ଏକର ଜମି ଉପରେ ସ୍ଥାପିତ ଓ ଶ୍ରୀବିହାର ନାମରେ ଜଣା । ଭାରତରେ ଉଚ୍ଚତର ସଂସ୍କୃତ ଶିକ୍ଷା ପାଇଁ ସର୍ବପ୍ରଥମ ସଂସ୍କୃତ ବିଶ୍ୱବିଦ୍ୟାଳୟ ବାରଣାସୀର ସଂପୂର୍ଣ୍ଣାନନ୍ଦ ବିଶ୍ୱବିଦ୍ୟାଳୟ ଓ ଦ୍ୱିତୀୟ ଦରଭଙ୍ଗାସ୍ଥ କାମେଶ୍ୱର ସିଂହ ବିଶ୍ୱବିଦ୍ୟାଳୟ ପରେ ଏହି ବିଶ୍ୱବିଦ୍ୟାଳୟର ଭାରତରେ ତୃତୀୟତମ । ଇତିହାସ ଓଡ଼ିଶାରେ ସଂସ୍କୃତ ସାହିତ୍ୟର ରଚୟିତା ଶ୍ରୀଧର ସ୍ୱାମୀଙ୍କ ଶ୍ରୀମଦ୍ ଭାଗବତ ଟୀକା, ଜୟଦେବଙ୍କ ଗୀତଗୋବିନ୍ଦ ତଥା ରାଜ୍ୟ ସଂଗ୍ରହାଳୟରେ ଥିବା ୫୦,୦୦୦ରୁ ଅଧିକ ତାଳପତ୍ର ପୋଥି ମଧ୍ୟରୁ ୧୦,୦୦୦ରୁ ଉର୍ଦ୍ଧ୍ୱ ସଂସ୍କୃତ ଭାଷାରେ ରଚିତ ପୋଥି ଆଦିର ପଠନ ଓ ଗବେଷଣା ନିମନ୍ତେ ଏହି ବିଶ୍ୱବିଦ୍ୟାଳୟ ଆରମ୍ଭ କରାଯାଇଥିଲା । ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଭାରତୀକୃଷ୍ଣ ତୀର୍ଥ ସ୍ୱାମୀ ପୁରୀରେ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ୧୯୫୫ ମସିହାରେ ଅକ୍ଷୟ ତୃତୀୟା ତିଥିରେ ଗୋବର୍ଦ୍ଧନ ପୀଠ ପରିସରରେ ସଂସ୍କୃତ ଶିକ୍ଷାବିଦମାନଙ୍କର ଏକ ବୈଠକ ବସିଥିଲା । ସେଥିରେ ଯୋଗଦେଇ ତତ୍‌କାଳୀନ ଓଡ଼ିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ରାଧାନାଥ ରଥ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ ଉଠାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିକ୍ଷାମନ୍ତ୍ରୀ ଏହି ପ୍ରସ୍ତାବଟି ସଂସ୍କୃତ କମିଶନଙ୍କ ନିକଟକୁ ପଠାଇଥିଲେ । ସଂସ୍କୃତ କମିଶନ ଉକ୍ତ ଶିକ୍ଷାବିଦମାନଙ୍କୁ ଡକାଇ ବିଶ୍ୱବିଦ୍ୟାଳୟ ପାଇଁ ଆଗତ ପ୍ରସ୍ତାବ ବିଷୟରେ ତର୍ଜମା କରାଇଲେ । ହରେକୃଷ୍ଣ ମହତାବ, କରୁଣାକର କର, ଆର୍ତ୍ତବଲ୍ଲଭ ମହାନ୍ତି, ନୀଳକଣ୍ଠ ଦାସ, ସଂସ୍କୃତ ବିଶ୍ୱ ପରିଷଦ ସଭାପତି ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ମହାମହୋପାଧ୍ୟାୟ ଦାମୋଦର ଶାସ୍ତ୍ରୀ ପ୍ରମୁଖ ଏହି ପ୍ରସ୍ତାବର ସପକ୍ଷରେ ମତଦାନ କରିଥିଲେ । ମାତ୍ର ଏହି ପ୍ରସ୍ତାବଟି ୧୭ ବର୍ଷ ଧରି କାର୍ଯ୍ୟକାରି ହୋଇ ନଥିଲା । ୧୯୭୨ ମସିହାରେ ଏହି ପ୍ରସ୍ତାବ ବିଷୟରେ ଶିକ୍ଷାବିଦମାନେ ଆଲୋଚନା ଆରମ୍ଭ କରି ପୁରୁଣା ପ୍ରସ୍ତାବରେ କିଛି ପରିବର୍ତ୍ତନ କରି ଏକ ନୂଆ ପ୍ରସ୍ତାବ ଆଗତ କରିଥିଲେ । ତେବେ ତାହା କାର୍ଯ୍ୟକାରୀ ହୋଇନଥିଲା । ୧୯୮୦ ମସିହା ଜୁନ ୯ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲାପରେ ପୂର୍ବରୁ ଅଟକି ରହିଥିବା ପ୍ରସ୍ତାବଗୁଡ଼ିକ ଅନୁଧ୍ୟାନ କରି ସେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବନ୍ଦୋବସ୍ତ ଆରମ୍ଭ କରିଥିଲେ । ୧୯୮୦ ଜୁଲାଇ ୭ ତାରିଖ ଦିନ ପୁରୀର ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟରେ ଆୟୋଜିତ ଏକ ସମାବେଶରେ ପଟ୍ଟନାୟକ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା ବାବଦରେ ସୂଚନା ଦେଇଥିଲେ । ୧୯୮୧ ଜୁଲାଇ ୭ ତାରିଖ ଦିନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସଭାଗୃହରେ ଏକ ବିଶେଷ ଅଧିବେଶନ ଆୟୋଜିତ କରି ଏହି ବିଶ୍ୱବିଦ୍ୟାଳୟ ସ୍ଥାପନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ଉଦ୍ଘାଟନୀ ସଭାରେ ପଟ୍ଟନାୟକ ଓ ତତ୍କାଳୀନ ରାଜ୍ୟପାଳ ସି.ଏମ୍ ପୁନ୍ନାଚା ଯୋଗଦେଇଥିଲେ । ରାଜ୍ୟପାଳ ପୁରୀ ରାଜଭବନ ମଧ୍ୟରେ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କାର୍ଯ୍ୟ ଆରମ୍ଭ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହାପରେ ଜଗନ୍ନାଥ ମନ୍ଦିରର ପୂର୍ବ ଦିଗରେ ଢାଳୁଖଣ୍ଡ ମୌଜାର ୭୫ ଏକର ଜମି ଚିହ୍ନଟ କରାଯାଇ ମହାବିଦ୍ୟାଳୟ ଗଠନ ପାଇଁ ଶିଳାନ୍ୟାସ କରାଗଲା । ୧୯୮୧ ମସିହା ଜୁଲାଇ ୭ ତାରିଖ ହେରାପଞ୍ଚମୀ ଦିନ ଏହି ବିଶ୍ୱବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଶିକ୍ଷା ବ୍ୟବସ୍ଥା ବିଶ୍ୱବିଦ୍ୟାଳୟରେ ନିମ୍ନ ବିଭାଗ ଗୁଡିକରେ ଶିକ୍ଷାଦାନ କରାଯାଏ : ଧର୍ମଶାସ୍ତ୍ର ନ୍ୟାୟ ସାହିତ୍ୟ ସର୍ବଦର୍ଶନ ବେଦ ବ୍ୟାକରଣ ଅଦ୍ୱେତ ବେଦାନ୍ତ ଜ୍ୟୋତିର୍ବିଜ୍ଞାନ ଶାରିରିକ ଶିକ୍ଷା କମ୍ପ୍ୟୁଟର ଶିକ୍ଷା ଶିକ୍ଷା ଶାସ୍ତ୍ରୀ ସଂସ୍କୃତରେ ଅଧିକ ଶୋଧ କରିବା ପାଇଁ, ବିଶ୍ୱବିଦ୍ୟାଳୟରେ କାର୍ସ ନାମକ ଏକ ଶୋଧ ସଂସ୍ଥାନ ରହିଛି । ଏହି ସଂସ୍ଥାନ ଜଗନ୍ନାଥ ଜ୍ୟୋତିଃ ନାମକ ଏକ ଜର୍ଣ୍ଣାଲ ପ୍ରତିବର୍ଷ ପ୍ରକାଶ କରିଥାଏ । ପରିସରରେ ଥିବା ସୁବିଧା ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଲଗା ଛାତ୍ରାବାସ, ପାଠାଗାର, ସ୍ୱାସ୍ଥ୍ୟ କେନ୍ଦ୍ର, ଅତିଥି ଗୃହ ଇତ୍ୟାଦିର ସୁବିଧା ରହିଛି ।
ଆଳୁ ଟିକ୍କି ଏକ ଜଳଖିଆ ଅଟେ ଯାହାର ପ୍ରଗତୀ ଭାରତୀୟ ଉପମହାଦ୍ୱୀପରୁ ହୋଇଛି । ଏହା ମୁଖ୍ୟତଃ ଉତ୍ତର ଭାରତ, ଦକ୍ଷୀଣ ଭାରତ, ବଙ୍ଗଳାଦେଶ ଓ ପାକିସ୍ଥାନ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଛି । ଆଳୁ ଟିକ୍କି; ସିଝା ଆଳୁ, ପିଆଜ ଓ ବିଭିନ୍ନ ପ୍ରକାରର ମସଲାରୁ ପ୍ରସ୍ତୁତ ହୋଇଥାଏ । ହିନ୍ଦୀ, ମରାଠୀ ଓ ତାମିଲ ଭାଷାରେ ଆଳୁ ଶବ୍ଦର ଅର୍ଥ "ଆଳୁ" ଏବଂ "ଟିକ୍କି" ର ଅର୍ଥ "କଟଲେଟ" ଅଟେ । ଏହାକୁ ସାଧାରଣତଃ ପୁଦିନା ଚଟଣୀ, ତେନ୍ତୁଳୀ କିମ୍ବା ଦହି ସହିତ ପରୋସା ଯାଏ । ପରିବର୍ତ୍ତନ ଭାରତ, ମୁମ୍ବାଇ ସହରରେ ଆଳୁ ଟିକ୍କି ମୁଖ୍ୟତଃ ଏକ ମସଲା ଯୁକ୍ତ ତରକାରୀ ଓ ବିଭିନ୍ନ ଚଟଣୀ ସହିତ ପରୋସା ଯାଏ । ଏହାକୁ "ରଗଡା ପାଟ୍ଟିସ" କୁହାଯାଏ ଏବଂ ସମଗ୍ର ସହରର ଚାଟ ଷ୍ଟଲରେ ବିଶେଷ ରୂପେ "ଗିରଗାମ ଚୌପାଟୀ କିମ୍ବା ଚୋଯପାଟୀ ବୀଚ" ରେ ବିକ୍ରୀ କରାଯାଏ । ଆଳୁ ଟିକ୍କି; ଚକଟା ଆଳୁ, ଧନିଆ, ପିଆଜ, ମସଲା ଓ ଗରମ ତେଲରେ ଛଣା ହୋଇ ପ୍ରସ୍ତୁତ କରାଯାଏ । କିଛି ଉତ୍ତର ଭାରତୀୟ ଢାବାରେ ଏହାକୁ ବ୍ରେଡ ଭିତରେ ପୁରାଇ ସ୍ୟାଣ୍ଡୱିଚ ନାମରେ ବିକ୍ରୀ କରିଥା 'ନ୍ତି । ବାହାର ଦେଶରେ (ୟୁନାଇଟେଡ କିଙ୍ଗଡମ)ରେ, ପରିବା ଟିକ୍କି ବିଭିନ୍ନ ଦୋକାନରେ ସୁସ୍ୱାଦୁ ମୁଖରୋଚକ ଖାଦ୍ୟ ଭାବେ ବିଭିନ୍ନ କାଉଣ୍ଟରରେ ଉପଲବ୍ଧ ରହିଥାଏ । ଏହା ପୂର୍ବ-ମଧ୍ୟ ଦେଶୀୟ କ୍ଷେତ୍ରରେ ବହୁ ଲୋକପ୍ରୀୟ ଅଟେ । ଦିଲ୍ଲୀରେ, ଉତ୍ତର ପ୍ରଦେଶ ଆଳୁ ଟିକ୍କି ଓ ଅନ୍ୟ ଚାଟ ପାଇଁ ମୁଖ୍ୟତଃ ଭାବେ ଜଣାଯାଏ ।
ବିକ୍ରମଖୋଲ, ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାକ-ଐତିହାସିକ ପୁରାତତ୍ତ୍ୱ ସ୍ଥଳ । ଏହା ବେଲପାହାଡ଼ ସହରଠାରୁ ତିନି କିଲୋମିଟର ଦୂର ବଞ୍ଜାରୀ ଗ୍ରାମରେ ଅବସ୍ଥିତ । ଏଠାରେ ପ୍ରାଚୀନ ବ୍ରାହ୍ମୀଲିପି ଖୋଦିତ ପ୍ରସ୍ତର ଗୁମ୍ଫା ଦେଖିବାକୁ ମିଳେ । ଏଠାକାର ପ୍ରାକ-ଐତିହାସିକ ଶିଳାଲେଖକୁ ଖୃଷ୍ଟପୂର୍ବ ୩୦୦୦ ମସିହାର ବୋଲି ପ୍ରତ୍ନତତ୍ତ୍ୱବିଦ ମାନଙ୍କଦ୍ୱାରା ଚିହ୍ନଟ ହୋଇଛି । ଶିଳାଲେଖ ବିକ୍ରମଖୋଲସ୍ଥିତ ପ୍ରସ୍ତର ଆସ୍ଥାନ ଯେଉଁ ସ୍ଥାନରେ ଶିଳାଲେଖ ଅବିଷ୍କୃତ ହୋଇଥିଲା ତାହା ଖ୍ରୀଷ୍ଟ ପୂର୍ବ ୩୦୦୦ରୁ ଖ୍ରୀଷ୍ଟପୂର୍ବ ୪୦୦୦ ମସିହା ସମୟର । ୧୯୩୫ ମସିହାରେ ଡକ୍ଟର କେ. ପି ଜୟସ୍ୱାଲଙ୍କ ଏ ବିଷୟରେ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ । । ଖୋଦିତ ଶିଳାଲେଖ ଗୁଡ଼ିକୁ ୧୯୫୫ ମସିହାରେ ତର୍ଜମା କରାଯାଇଥିଲା । ଲିପି ଖୋଦିତ ପଥରଟିର ଦୈର୍ଘ୍ୟ ୩୭ ମିଟର, ପ୍ରସ୍ଥ ୫.୬୫ ମିଟର ଓ ଉଚ୍ଚତା ୮ ମିଟର । ଏହି ଲେଖା ଗୁଡ଼ିକର ସମ୍ପୂର୍ଣ୍ଣ ବିଶ୍ଳେଷଣ ବର୍ତ୍ତମାନ ଯାଏ କରାଯାଇନି । କିଛି ଇତିହାସବିଦ ଏହାକୁ ମହେଞ୍ଜୋଦାରୋ ସମୟର ବୋଲି କହିଥାନ୍ତି । ଦେଖାଯାଇଥାଏ ଯେ କିଛି ଖୋଦନ ପ୍ରଥମେ ଚିତ୍ରିତ ହେଇ ପରେ ଖୋଦନ କରାଯାଇଥିଲା । ଏହି ଲିପିର ଏକ ନକଲ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ରଖା ଯାଇଛି । ପ୍ରାଚୀନ ମହେଞ୍ଜୋଦାରୋ ସଭ୍ୟତାରେ ବ୍ୟବହୃତ ହେଉଥିବା ଲିପି ସହ ଏହାର ସାଦୃଶ୍ୟ ଥିବା ପ୍ରତ୍ନତାତ୍ୱିକ ଖନନ ଓ ଗବେଷଣାରୁ ଜଣାଯାଏ । ଲିପି ବ୍ୟତିତ କେତେକ ପଶୁପକ୍ଷୀଙ୍କ ଚିତ୍ର ମଧ୍ୟ ଶିଳାରେ ଦେଖାଯାଏ । ସ୍ୱାମୀ ଜ୍ଞାନନନ୍ଦ ନାମକ ସାଧୁ ଖୋଦିତ ଲିପି ଆବିଷ୍କାର କରିଥିଲେ । ଅବହେଳା ଐତିହାସିକମାନେ ମର୍ମାହତ ହେଇ କହିଥାନ୍ତି ଯେ ଏହି ବିରଳ ଲିପିରେ ଲିଖିତ ସିଲାଲେଖାକୁ ଚରମ ଅବହେଳା କରାଯାଉଥିବାରୁ ତାହା କ୍ରମଶଃ ନଷ୍ଟ ହେବାକୁ ଯାଉଛି । ନିକଟସ୍ଥ ପର୍ବତଞ୍ଚଳରେ କୋଇଲାଖଣି ସମୂହ ରହିଛି ଓ ବିନହୀନନା ଶିଳ୍ପ ଗଢ଼ି ଉଠିଛି । ଫଳରେ ପରିବେଶିକ ଅବସ୍ଥା ଏହି ଖୋଲା ଜଙ୍ଗଲ ସ୍ଥାନରେ ଥିବା ପ୍ରାକ- ଐତିହାସିକ ସ୍ଥଳ ରେ ବହୁ ପ୍ରଭାବ ପକାଉଛି । ଏହା ନିରାପତ୍ତା ବିହୀନ ଭାବରେ ଅରଣ୍ୟରେ ରହିଛି । ବିଭିନ୍ନ ସମୟରେ କିଛି ବ୍ୟକ୍ତି ଏଠାକୁ ଅବାଧ ଭାବରେ ଆସି ସିଲାଲେଖକୁ ନଷ୍ଟ ମଧ୍ୟ କରୁଥିବାର ଦେଖାଯାଏ । ଏହି ଅଞ୍ଚଳ ସରକାରଙ୍କ ସଂରକ୍ଷିତ ଜଙ୍ଗଲରେ ରହିଥିଲେ ମଧ୍ୟ ଅଞ୍ଚଳର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇ ନାହିଁ ।
ଭାବେ ସିନା କହିପାରେନା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତ ରଚନା କରିବା ସହିତ ସ୍ୱର ସଂଯୋଜନା କରିଥିଲେ । ଅଭିନେତା ଅସୀତ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ଓ ଅର୍ଚ୍ଚିତା ମହାନ୍ତି । ଦୁଷ୍ମନ୍ତ ପଣ୍ଡା, ଅସୀତ ପତି ପ୍ରଦ୍ୟୁମ୍ନ ଲେଙ୍କା, ମନିଷା ରଥ, ପୁପୁନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ର ଜରିଆରେ ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧ ତାରିଖରେ ମୁକ୍ତିଲାଭ କରିଥିଲା । ଅଭିନୟ ଅଭିଶେକ ରଥ ଅର୍ଚ୍ଚିତା ମହାନ୍ତି ଦୁଷ୍ମନ୍ତ ପଣ୍ଡା ଅସୀତ ପତି ପ୍ରଦ୍ୟୁମ୍ନ ଲେଙ୍କା ମନିଷା ରଥ - ଶାନ୍ତି ପୁପୁନ କାହାଣୀ ଗୀତ ଏବଂ ସଙ୍ଗୀତ ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ ।
୮୬୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଲାଲ ମୋହନ ପତି ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୟୂରଭଞ୍ଜ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ଲାଲ ମୋହନ ପତି ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।
ହରିୟାଣା ଭାରତର ଉତ୍ତର ଭାଗରେ ଅବସ୍ଥିତ ଏକ ରାଜ୍ୟ ଚଣ୍ଡୀଗଡ଼ ସହର ଏହାର ରାଜଧାନୀ ।
୧୭୧୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଶୋରାନୁର ଏକ ଭାରତୀୟ ପୌରପାଳିକା ଅଟେ । ଏହା କେରଳର ପଲକ୍କଦ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଶୋରାନୁର ୧୦.୭୬୧୦ ଉତ୍ତର ଅକ୍ଷାଂଶ ଓ ୭୬.୨୭୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୪ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶୋରାନୁର ସହରର ମୋଟ ଜନସଂଖ୍ୟା ୪୨୦୨୨ ଅଟେ । ସେଥି ମଧ୍ୟରୁ ୪୭.୫୮% ଜଣ ପରୁଷ ହୋଇଥିବା ବେଳେ ୫୨.୪୨% ଜଣ ନାରୀ ଅଟନ୍ତି । ଶୋରାନୁରର ସାକ୍ଷରତା ହାର ୮୩.୬୨% ଅଟେ । ଏହା ଜାତୀୟ ହାରଠାରୁ -୧୮.୭୮% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୯% ପ୍ରତିଶତ ପୁରୁଷ ଓ ୪୩.୦୩% ନାରୀ ଅଟନ୍ତି । ୧୦.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ମାଲୟଲାମ ଶୋରାନୁରର ସରକାରୀ ଭାଷା ଅଟେ ।
ଚଉଠିଆ,କେନ୍ଦୁଝର ଜିଲ୍ଲାର ଝୁମପୁରା ବ୍ଳକ ଅନ୍ତର୍ଗତ ଏକ ଛୋଟ ଗ୍ରାମ । ଅବସ୍ଥିତି ଏହା ଜିଲ୍ଲା ସଦର ମହକୁମା କେନ୍ଦୁଝରଠାରୁ ୩୫ କି.ମି. ଦୂରରେ ଅବସ୍ଥିତ । ଏହାର ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମ ସବୁ ହେଲା ରିମୁଳି, ଅର୍ସଲା, ଯୋଡ଼ା, କରଂଜିଆ ଇତ୍ୟାଦି । ଜନସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ୨୨୪ ପରିବାର ବିଶିଷ୍ଟ ଏହି ଗାଁର ମୋଟ ଜନସଂଖ୍ୟା ୮୯୨ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୪୫୧ ଏବଂ ମହିଳା ସଂଖ୍ୟା ୪୪୧ । ଏହି ଗ୍ରାମର ସାକ୍ଷରତା ହାର ଓଡ଼ିଶାର ସାକ୍ଷରତା ହାରଠାରୁ କମ୍‌ । ସ୍ଥାନୀୟ ଲୋକେ ମୂଖ୍ୟତଃ ଓଡ଼ିଆ ଭାଷା ବ୍ୟବହାର କରିଥାନ୍ତି ।
୨୩୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଜ୍ୟୋତିମଞ୍ଜରୀ ଦେବୀ (୧ ଜାନୁଆରୀ ୧୯୨୦ - ୩୦ ଜାନୁଆରୀ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ରଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଜ୍ୟୋତିମଞ୍ଜରୀ ଦେବୀ ୧୯୨୦ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜ ମୋହନ ଦେବ ଓ ପତିଙ୍କ ନାମ ଭାନୁଗଙ୍ଗ ତ୍ରିଭୂବନ ଦେବ । ରାଜନୈତିକ ଜୀବନ ଜ୍ୟୋତିମଞ୍ଜରୀ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଜ୍ୟୋତିମଞ୍ଜରୀ ଦେବୀ ୧୯୮୬ ମସିହାର ଜାନୁଆରୀ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।
ନୟାଗଡ଼ ଭାରତର ଓଡ଼ିଶାରେ ଥିବା ନୟାଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ନୟାଗଡ,ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ଗୋଟିଏ । ଏହା ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହା ଛେନାପୋଡ଼ ପାଇଁ ପ୍ରସିଦ୍ଧ । ଏହା ୮ଟି ବ୍ଲକକୁ ନେଇ ଗଠିତ । ସେଗୁଡିକ ହେଲେ : ୧- ଭାପୁର ୨- ଦଶପଲ୍ଲା ୩- ଗଣିଆ ୪- ଖଣ୍ଡପଡା ୫- ନୟାଗଡ଼ ୬- ନୂଆଗାଁ ୭- ଓଡଗାଁ ୮- ରଣପୁର ଭୂଗୋଳ ନୟାଗଡ଼ 20.13 85.1 .ରେ ଅବସ୍ଥିତ ଏହା ସମୁଦ୍ର ପତ୍ତନଠାରୁ ୧୭୮ ମିଟର ଉଚ୍ଚତାରେ ଅଛି ଏହି ସହରର ଦକ୍ଷିଣରେ ରୁଖୀ ପର୍ବତ ଓ ଉତ୍ତରରେ ବଲରାମ ପର୍ବତ ଅଛି
ଖୋୱାଇ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ତ୍ରିପୁରାର ୱେସ୍ତ୍ ତ୍ରିପୁର ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଖୋୱାଇ ସହରର ମୋଟ ଜନସଂଖ୍ୟା ୧୭୬୨୧ ଅଟେ । ସେଥି ମଧ୍ୟରୁ ୫୦.୬୦% ଜଣ ପରୁଷ ହୋଇଥିବା ବେଳେ ୪୯.୪୦% ଜଣ ନାରୀ ଅଟନ୍ତି । ଖୋୱାଇର ସାକ୍ଷରତା ହାର ୮୬.୩୨% ଅଟେ । ଏହା ଜାତୀୟ ହାରଠାରୁ ୨୧.୪୮% ପ୍ରତିଶତ କମ ଅଟେ । ସେଥିରୁ ୪୪.୪୪% ପ୍ରତିଶତ ପୁରୁଷ ଓ ୪୧.୮୯% ନାରୀ ଅଟନ୍ତି । ୯.୦୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ବଙ୍ଗାଳୀ, କୋକବୋରୋକ ଖୋୱାଇର ସରକାରୀ ଭାଷା ଅଟେ ।
ହାଇଡ୍ରୋକ୍ଲୋରୋକୁଇନ ବା ଏଚସିକ୍ୟୁ (ଇଂରାଜୀ ଭାଷାରେ ବା ) ବିକ୍ରୟ ନାମ ପ୍ଲାକ୍ୱେନିଲ ଏକ ଔଷଧ ଯାହା କେତେକ ଧରଣର ମ୍ୟାଲେରିଆର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । ଏହା ବିଶେଷତଃ କ୍ଲୋରୋକୁଇନ ସମ୍ବେଦନଶୀଳ ମ୍ୟାଲେରିଆରେ ଦିଆଯାଏ । ଏହା ବ୍ୟତୀତ ରିଉମାଟଏଡ ଆର୍ଥ୍ରାଇଟିସ, ଲୁପସ ଏରିଦେମାଟୋସସ ଓ ପରଫିରିଆ କ୍ୟୁଟାନିଅସ ଟାର୍ଡ଼ା ରୋଗମାନଙ୍କରେ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ । ହାଇଡ୍ରୋକ୍ଲୋରୋକୁଇନର ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବଥା, ଦୃଷ୍ଟି ପରିବର୍ତ୍ତନ ଓ ମାଂସପେଶୀ ଦୁର୍ବଳତା ଆଦି ଲକ୍ଷଣ ଦେଖାଯାଇପାରେ । ଆଲର୍ଜି ଭଳି ସାଂଘାତିକ ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଗର୍ଭାବସ୍ଥାରେ ଏହା ନିରାପଦ ଲାଗୁଥିଲେହେଁ ଏହା ଉପରେ ଉତ୍ତମ ଅନୁଶୀଳନ ହୋଇନାହିଁ । ହାଇଡ୍ରୋକ୍ଲୋରୋକୁଇନ ଏକ ଆଣ୍ଟିମ୍ୟାଲେରିଆଲ ଓ ୪-ଆମିନୋକୁଇନୋଲିନ (4- ) ଶ୍ରେଣୀର ଔଷଧ । ହାଇଡ୍ରୋକ୍ଲୋରୋକୁଇନ ସନ ୧୯୫୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ ଏହି ଔଷଧର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫.୪୦ରୁ ୭.୪୪ ଆମେରିକୀୟ ଡଲାର । ଇଂଲଣ୍ଡରେ ଏହି ପରିମାଣର ଔଷଧ ଖର୍ଚ୍ଚ ପ୍ରାୟ ୫୧.୫ ପାଉଣ୍ଡ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି । ଇତିହାସ ଲିଙ୍ଗରାଜ ଶବ୍ଦର ଅର୍ଥ ହେଉଛି 'ଲିଙ୍ଗମାନଙ୍କର ରାଜା' , 'ଲିଙ୍ଗ ପୂଜା' ଶିବ ପୂଜାର ପ୍ରତୀକ ହୋଇଥିବାରୁ ଏହା ଏକ ଶୈବ କ୍ଷେତ୍ର ଭାବରେ ଜଣାଶୁଣା । ଶିବ ଏଠାରେ ତ୍ରିଭୁବନେଶ୍ୱର (ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଦେବ) ଭାବରେ ପୂଜା ପାଇଥାନ୍ତି । ଏଠାରେ ଦେବୀ ପାର୍ବତୀ ଅନ୍ନପୂର୍ଣ୍ଣା ହୋଇ ପତ୍ନୀ ରୂପରେ ଲିଙ୍ଗରାଜଙ୍କ ସହିତ ପୂଜା ପାଇଥାନ୍ତି । ଏହି ମନ୍ଦିର ୧୦୦୦ ବର୍ଷରୁ ଅଧିକ ପୁରୁଣା । ଏହା ଷଷ୍ଠ ଶତାବ୍ଦୀରେ ତିଆରି ହୋଇଥିବାର ଅନେକ ପୁରାଣରେ ପ୍ରମାଣ ମିଳୁଥିଲେ ମଧ୍ୟ ୧୧ଶ ଶତାବ୍ଦୀରେ ପୁନର୍ନିମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିରର ନିର୍ମାଣ ସରିବା ବେଳକୁ ବିଷ୍ଣୁ ପୂଜାର ଆରମ୍ଭ ହୋଇସାରିଥିଲା ଯାହା ଏଠାରେ ହର (ଶିବ) ଓ ହରି (ବିଷ୍ଣୁ)ଙ୍କ ମିଳନର ପ୍ରମାଣ ଦେଇଥାଏ । ଲୋକ ବିଶ୍ୱାସ କିମ୍ବଦନ୍ତୀ ଅନୁସାରେ ଲିଙ୍ଗରାଜ ମନ୍ଦିରର ସମ୍ମୁଖରେ ଥିବା ଏକ ପୁଷ୍କରିଣୀରେ ମା ପାର୍ବତୀ ଗୋପାଳୁଣୀ ଅବତାରରେ କୀର୍ତ୍ତି ବାସ ଅସୁରଙ୍କୁ ବଧ କରିଥିଲେ । ଭୁବନେଶ୍ୱରରେ ଥିବା ଅନ୍ୟତମ ପ୍ରାଚୀନ ମନ୍ଦିର ବଇତାଳ ଦେଉଳରେ କାପାଳିନୀ ଦେବୀ ପୂଜିତ । ଶୀତଳ ଷଷ୍ଠୀ ସମୟରେ ଲିଙ୍ଗରାଜଙ୍କ ସହିତ ମା ପାର୍ବତୀଙ୍କ ବିବାହ ହୋଇଥାଏ । ଭାରତୀ ମଠସ୍ଥିତା କାମାକ୍ଷୀ ଦେବୀଙ୍କୁ ଲିଙ୍ଗରାଜଙ୍କ ଭଉଣୀ ବୋଲାଯାଏ । ଭୋଗ ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କଦଳୀ, ନଡ଼ିଆ ଓ କୋରାଖଇ ଅର୍ପଣ କରାଯାଇଥାଏ । ଗମନାଗମନ ଏଠାରେ ଲିଙ୍ଗରାଜ ଟେମ୍ପୁଲ ରୋଡ୍ ନାମରେ ଗୋଟିଏ ପାସେଞ୍ଜର୍ ହଲ୍ଟ୍ ଷ୍ଟେସନ ଅଛି ।
ଇତିହାସ ବଲାଙ୍ଗୀର ନାମଟି ବଳରାମ ଗଡରୁ ଆସିଛି ଏହାର ଆଉ ଏକ ବ୍ୟୁତ୍ପତ୍ତି ହେଲା " ବଲଂ ଅଙ୍ଗିକରୋତି ବିଶ୍ୱ ଯସ୍ୟ ତତ ବାଲାଙ୍ଗୀରମ ଅର୍ଥାତ ଯେଉଁ ଅଞ୍ଚଳ ବଳ, ଶକ୍ତି ସାମର୍ଥ୍ୟକୁ ସାରା ବିଶ୍ୱର ଲୋକେ ଅଙ୍ଗୀକାର ବା ସ୍ୱୀକାର କରନ୍ତି ଯେ ଏମାନେ ବଳବାନ ସେହି ଅଞ୍ଚଳକୁ ବଲାଙ୍ଗୀର ବୋଲି କୁହାଯାଏ ଦର୍ଶନୀୟ ସ୍ଥାନ ହରିଶଙ୍କର ମନ୍ଦିର ନୃସିଂହନାଥ ମନ୍ଦିର ବଲାଙ୍ଗୀର ରାଜ ପ୍ରାସାଦ ମା ପାଟଣେଶ୍ୱରୀ ମନ୍ଦିର ସୋମେଶ୍ବର ଶୈବପୀଠ ,ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ,ରାଣୀପୁର ଝରିଆଲ ଲୋକନାଥ ବାବା ମନ୍ଦିର ଗିରିଗୋବର୍ଦ୍ଧନ ମନ୍ଦିର, ଗଏଁତଲା ବ୍ରଜଧାମ, ସିଂଖମନ ବୀଶ୍ୱକର୍ମାଙ୍କଦ୍ୱାରା ନିର୍ମିତ ମହାଦେବ ମନ୍ଦିର, ସୂର୍ଡା ଶୀବ ମନ୍ଦିର, ଖୁଜେନପାଲି ଆନନ୍ଦ ନିକେତନ ଆଶ୍ରମ, ଖୁଜେନପାଲି ଯୋଗେଶ୍ୱର ମନ୍ଦିର ,ଯୋଗୀସର୍ଡା ହରି ହର ହାଈସ୍ ସ୍କୁଲ ,ଯୋଗୀସର୍ଡା ଆଧାର ଅଧିକ ତଥ୍ୟ [[ବଲାଙ୍ଗୀର ଗୋଟିଏ ବ୍ୟସ୍ତ ବହୁଲ ସହର।ଏହାକୁ ଚେସ୍ ବୋର୍ଡ଼ ସିଟି ମଧ୍ଯ କୁହାଯାଏ ।ଖାଇବା ପିଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ମଧ୍ୟ ସୁଲଭ ମୂଲ୍ୟରେ ମିଳେ । ଏହା ମଧ୍ୟ ଏକ ଦର୍ଶନୀୟ ସ୍ଥାନ ।
ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ନବମ ନକ୍ଷତ୍ର ହେଉଛି ଅଶ୍ଳେଷା । ରାଶିଚକ୍ର (ଅପମଣ୍ଡଳ)ରେ କର୍କଟ ରାଶିରେ ୧୬ ଡିଗ୍ରୀ ୪୦ ମିନିଟରୁ ୩୦ ଡିଗ୍ରୀ ଯାଏଁ ବ୍ୟାପ୍ତ । ଜ୍ୟୋତିଷୀୟ ପରିଚୟ ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ । ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । ବିଶେଷତ୍ୱ ହିନ୍ଦୁ ଜ୍ୟୋତିଷ ମତେ ଅଶ୍ଳେଷା ନକ୍ଷତ୍ର ଛଅଗୋଟି ତାରାର ( : ) ସମାହାର । ଏହି ତାରାପୁଞ୍ଜ ଏକ ସର୍ପ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ଅଶ୍ଳେଷା । ଅଶ୍ଳେଷା ରାଶିଚକ୍ରରେ କର୍କଟ (ରାଶି)ରେ ୧୬ ଡିଗ୍ରୀ ୪୦ ମିନିଟରୁ ୩୦ ଡିଗ୍ରୀ ଯାଏଁ ବ୍ୟାପ୍ତ । ବୁଧ ଏହାର ଅଧିପତି । ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ରାକ୍ଷସଗଣ ଓ ସତ୍ତ୍ୱ ଗୁଣ ସହ ସମ୍ବନ୍ଧିତ । ବୈଦିକ ଜ୍ୟୋତିଷ ମତେ ଅଶ୍ଳେଷା ନକ୍ଷତ୍ର ଲିଙ୍ଗ ଭେଦରେ ସ୍ତ୍ରୀ ଏବଂ ଜାତି ଭେଦରେ ଚାଣ୍ଡାଳ । ଅଶ୍ଳେଷା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ କ୍ଷଣକୋପୀ ଏବଂ କୁହାଳିଆ ପ୍ରକୃତିର ହୋଇଥାଆନ୍ତି । ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଅଶ୍ଳେଷା ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।
ଆଇସୋନିଆଜିଡ/ରିଫାପେଣ୍ଟାଇନ ହେଉଛି ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ମିଶ୍ରଣ । ନିର୍ଦ୍ଦିଷ୍ଟ ଭାବରେ ଏହା ସପ୍ତାହରେ ଥରେ ତିନି ମାସ ନିମନ୍ତେ ଲୁକ୍କାୟିତ ଯକ୍ଷ୍ମା ରୋଗର ଚିକିତ୍ସା ବ୍ୟବହୃତ ହୁଏ । ଏହା ସଂକ୍ରମଣରୁ ରୋଗ ହେବା ପର୍ଯ୍ୟନ୍ତ ପ୍ରଗତିର ବିପଦକୁ ୬୦ରୁ ୯୦% ହ୍ରାସ କରେ । ଏହାକୁ ପାଟିରେ ଦିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, କମ୍ ପ୍ଲାଟେଲେଟ୍ ଏବଂ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ । ସେଠାରେ ଅନେକ ସମ୍ଭାବ୍ୟ ଔଷଧର ପାରସ୍ପରିକ ପ୍ରତିକ୍ରିୟା ଅଛି । ଏହା ଆଇସୋନିଆଜିଡ ଓ ରିଫାପେଣ୍ଟାଇନ ଔଷଧର ଏକ ମିଶ୍ରଣ। ବ୍ୟାକ୍ଟେରିଆର କୋଷ ପ୍ରାଚୀର ଗଠନକୁ ବାଧା ଦେଇ ଆଇସୋନିଆଜିଡ କିଛି ଅଂଶ କାମ କରେ । ମାଇସିନ୍ ରିଫାମାଇସିନ ପରିବାରର ରିଫାପେଣ୍ଟାଇନ ଔଷଧ ଅଛି ଏବଂ ଡିଏନଏ-ନିର୍ଭରଶୀଳ ଆରଏନଏ ପଲିମେରେଜକୁଅବରୋଧ କରି କାର୍ଯ୍ୟ କରେ । ଏହି ମିଶ୍ରଣକୁ ୨୦୨୧ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଯୋଗ କରାଯାଇଥିଲା । ଏକ‌କ ଔଷଧଗୁଡ଼ିକ ପୂର୍ବରୁ ୨୦୧୫ ଏବଂ ୧୯୭୭ରେ ଅନ୍ତର୍ଭୁକ୍ତ କରାଯାଇଥିଲା ୨୦୨୨ ସୁଦ୍ଧା ବିକାଶଶୀଳ ଦେଶରେ ଏକ ପର୍ଯ୍ୟାୟ ଚିକିତ୍ସାର ମୂଲ୍ୟ ପ୍ରାୟ ୭୩ ଡଲାର ଥିଲା ।
ଭାରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ. ଭାରତରେ ସରକାର ଗଠନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ରୂପେ ମନମୋହନ ସିଂହ ଥିଲେ । ଇତିହାସ କଂଗ୍ରେସର ଇତିହାସକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରୁ । ପ୍ରାକ-ସ୍ୱାଧୀନତା ସମୟ ସ୍ୱାଧୀନତା ପର ସମୟ ପ୍ରାକ-ସ୍ୱାଧୀନତା ସମୟ ଭାରତର କିଛି ଲୋକଙ୍କୁ ପ୍ରତିନିଧି ବନେଇ ଦେଶରେ କଣ ଘଟୁଛି ଜାଣିବା ନିମିତ୍ତ ୧୮୮୫ ମସିହାରେ ବ୍ରିଟିଶ ସରକାର ଭାରତୀୟ ଜାତୀୟ କଂଗ୍ରେସ ନାମକ ଏକ ଦଳ ଗଠନ କରିଥିଲେ । ଯେବେ ବ୍ରିଟିଶ ସରକାର ଭାରତବାସୀଙ୍କର ମୌଳିକ ଆବଶ୍ୟକତା ପୁରାଣ କରିବାରେ ପଛଘୁଞ୍ଚା ଦେଲେ, ସମୟାନୁକ୍ରମେ କଂଗ୍ରେସର ଲକ୍ଷ୍ୟ ଏକ ସ୍ୱତନ୍ତ୍ର ଏବଂ ସ୍ୱାଧୀନ ଭାରତ ଗଠନରେ ନିବେଶିତ ହେଲା । ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହୁରୁ, ସୁଭାଷ ଚନ୍ଦ୍ର ବୋଷ, ବଲ୍ଲଭ ଭାଇ ପଟେଲ ଭଳି ବଳିଷ୍ଠ ନେତାମାନେ ସ୍ୱାଧୀନତା ପ୍ରାପ୍ତି ନିମିତ୍ତ କଂଗ୍ରେସଦଳରେ ରହି ବହୁ ଉଲ୍ଲେଖନୀୟ ଅବଦାନ କରିଥିଲେ । ଏହିଭଳି ଅନେକ କଂଗ୍ରେସକର୍ମୀ ଏବଂ ଅନ୍ୟାନ୍ୟ ଦଳର ଲୋକମାନଙ୍କ ସହାୟତାରେ ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା । ସ୍ୱାଧୀନତା ପର ସମୟ ସ୍ୱାଧିନତାପରେ ଏହି ଦଳ ଭାରତର କିଛି ବର୍ଷଧରି ସଂଖ୍ୟାଗରିଷ୍ଠ ଦଳ ରୂପେ ରହିଥିଲା । ୧୯୫୨ ମସିହାରେ ଦେଶରେ ପ୍ରଥମ ନିର୍ବାଚନ ହୋଇଥିଲା । ୧୯୭୭ ମସିହା ପର୍ଯ୍ୟନ୍ତ ଏକ ଅପରାଜୟ ଦଳ ରୂପେ ଏହା କେନ୍ଦ୍ରରେ ସରକାର ଗଢିଚାଲୁଥିଲା । ୧୯୭୭ ମସିହାରେ ଜନତା ଦଳ ପ୍ରଥମ ଥର ନିମିତ୍ତ କଂଗ୍ରେସକୁ ନିର୍ବାଚନରେ ପରାସ୍ତ କରିଥିଲା ।
୪୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
କାଟୁଲୁ ରବି କୁମାର (୨୪ ଅପ୍ରେଲ ୧୯୮୮ରେ ଜନ୍ମିତ) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ଭାରଉତ୍ତୋଳନକାରୀ । ସେ ୨୦୧୦ର ରାଜ୍ୟଗୋଷ୍ଠି କ୍ରୀଡ଼ା ରେ ପୁରୁଷ ୬୯ କି.ଗ୍ରା. ଭାରଉତ୍ତୋଳନରେ ସ୍ୱର୍ଣ୍ଣପଦକ ଜିତିଥିଲେ । ଜୀବନ ୨୪ ଅପ୍ରେଲ ୧୯୮୮ରେ ବ୍ରହ୍ମପୁରର ଗୋଟିଏ ସାଧାରଣ ଘରେ ରବି କୁମାର ଜନ୍ମଗ୍ରହଣ କରିଥିଲେ। ସେ ବ୍ରହ୍ମପୁରର ଗୋଟିଏ ବ୍ୟାୟାମଶାଳାରେ ଭାର ଉତ୍ତୋଳନ ଅଭ୍ୟାସ କରୁଥିଲେ । ପରେ ତାଙ୍କ ଗୁରୁଙ୍କ କହିବା ଅନୁସାରେ ଭାରତ୍ତୋଳନ ପ୍ରତି ମନ ବଳାଇଥିଲେ । ଏହା ପରେ ସେ ୨୦୦୯ ରାଜ୍ୟଗୋଷ୍ଠି କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ ସେହିପରି ୨୦୧୦ରେ ଭାରତରେ ଅନୁଷ୍ଠିତ ରାଜ୍ୟଗୋଷ୍ଠି କ୍ରୀଡ଼ାରେ ପୁଣି ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୧ରେ ଚାଇନାରେ ଅନୁଷ୍ଠିତ ସିନିୟର ଭାରତ୍ତେଳନ ପ୍ରତିଯୋଗୀତାରେ ୩ଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବର୍ତ୍ତମାନ ସେ ଭାରତୀୟ ସେନା ପାଇଁ କାର୍ଯ୍ୟରତ । କ୍ୟାରିଅର ଜାତୀୟ ୨୦୦୭ ନଭେମ୍ବରରେ ଇମ୍ଫାଲଠାରେ ଅନୁଷ୍ଠିତ ୪୪ତମ ଜାତୀୟ ଜୁନିୟର ଭାର ଉତ୍ତୋଳନର ୬୯ କେଜି ବିଭାଗରେ ସ୍ୱର୍ଣ୍ଣ ପଦକ ଅର୍ଜନ। ୨୦୦୭ ଡିସେମ୍ବରରେ ଭୁବନେଶ୍ୱରରେ ଆୟୋଜିତ ସିନିୟର ଭାର ଉତ୍ତୋଳନ ଚାମ୍ପିଆନଶିପରେ ରୌପ୍ୟ ପଦକ। ୨୦୦୧ ଫେବୃୟାରୀରେ ଜାମସେଦପୁରରେ ଆୟୋଜିତ ୪୪ତମ ନ୍ୟାଶନାଲ ଗେମ୍ସରେ ସର୍ଭିସେସ ପକ୍ଷରୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ପଦକ ଅର୍ଜନ। ୨୦୧୧ ମାର୍ଚ୍ଚରେ ବାଙ୍ଗାଲୋରଠାରେ ଅନୁଷ୍ଠିତ ସିନିୟର ଜାତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ୭୭ କେଜି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ। ଆନ୍ତର୍ଜାତୀକ ୨୦୦୭ ନଭେମ୍ବରରେ ଜୋର୍ଡାନରେ ଆୟୋଜିତ ୨୦ତମ ଏସିଆନ ଜୁନିଅର ଭାର ଉତ୍ତୋଳନ ଚାମ୍ପିଆନଶିପରେ ରୌପ୍ୟପଦକ। ୨୦୦୯ ଅକ୍ଟୋବର ୨୨ରେ ମାଲେସିଆର ପେନାଙ୍ଗରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାର ଉତ୍ତୋଳନ ଚାମ୍ପିଆନଶିପର ୬୯କେଜି ବିଭାଗରେ ୩ଟି ସ୍ୱର୍ଣ୍ଣ ପଦକ। ୨୦୧୦ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାର ୬୯କେଜି ବିଭାଗରେ ସ୍ୱର୍ଣ୍ଣ ପଦକ ଅର୍ଜନ। ୨୦୧୦ ନଭେମ୍ବର ୧୫ ତାରିଖରେ ଚୀନର ଗୁଆଙ୍ଗଝଉରେ ଅନୁଷ୍ଠିତ ୧୬ଶ ଏସିଆନ ଗେମ୍ସରେ ୫ମ ସ୍ଥାନ। ୨୦୧୧ ଏପ୍ରିଲ ୧୫ରେ ଚୀନର ଟୋଙ୍ଗଲିଙ୍ଗରେ ଅନୁଷ୍ଠିତ ସିନିୟର ଏସିଆନ ଭାର ଉତ୍ତୋଳନ ଚମ୍ପିଆନଶିପର ୬୯ କେଜି ବିଭାଗରେ ୩ଟି ବ୍ରୋଞ୍ଜ ପଦକ। ୨୦୧୨ ଏପ୍ରିଲ ୨୬ ଦକ୍ଷିଣ କୋରିଆର ପେଙ୍ଗଟେକରେ ଅନୁଷ୍ଠିତ ଏସିଆନ ଭାର ଉତ୍ତୋଳନ ଚାମ୍ପିଆନଶିପରେ ୬ଷ୍ଠ ସ୍ଥାନ। ପୁରସ୍କାର ୨୦୦୯ ଏପ୍ରିଲ ୧୧ ତାରିଖରେ ଏକଲବ୍ଯ ପୁରସ୍କାର । ୨୦୧୧ ଅଗଷ୍ଟ ୨୯ରେ ରାଷ୍ଟ୍ରପତିଦ୍ୱାରା ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
ରାଷ୍ଟ୍ରୀୟ ପ୍ରତିଜ୍ଞା ସ୍ୱାଧୀନ ଭାରତର ଜାତୀୟତାବାଦୀ ନିଷ୍ଠାର ଶପଥ । ଭାରତୀୟମାନେ ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ଶିକ୍ଷାସଂସ୍ଥାନ, ମୁଖ୍ୟତଃ ସାର୍ବଜନୀନ ଉତ୍ସବମାନଙ୍କରେ ତଥା ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସରେ ଏକ ସ୍ୱରରେ ଏହାକୁ ଗାନ କରନ୍ତି । ଏପରିକି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବହି ଏବଂ କ୍ୟାଲେଣ୍ଡରମାନଙ୍କରେ ଏହା ଲେଖାଯାଇଥାଏ । ପ୍ରାୟ ଭାରତୀୟ ବିଦ୍ୟାଳୟଙ୍କ ସକାଳ ପ୍ରାର୍ଥନାରେ ଏହା ବୋଲାଯାଏ । ଏହି ପ୍ରତିଜ୍ଞା ଲେଖକ ପ୍ୟାଦିମାରି ଭେଙ୍କଟ ସୁବା ରାଓଦ୍ୱାରା ୧୯୬୨ ମସିହାରେ ତେଲୁଗୁ ଭାଷାରେ ରଚିତ । ୧୯୬୩ ମସିହାରେ ବିଶାଖାପଟ୍ଟନମର ଗୋଟିଏ ବିଦ୍ୟାଳୟରେ ଏହା ବୋଲାଯାଇଥିଲା ଏବଂ ପରେ ଅନ୍ୟ ପ୍ରାଦେଶିକ ଭାଷାମାନଙ୍କୁ ଅନୁବାଦିତ ହୋଇଥିଲା । ଇତିହାସ ରାଷ୍ଟ୍ରୀୟ ପ୍ରତିଜ୍ଞା ପ୍ୟାଦିମାରି ଭେଙ୍କଟ ସୁବା ରାଓଙ୍କଦ୍ୱାରା ରଚିତ ହୋଇଥିଲା । ସୁବରାଓ ଜଣେ ତେଲୁଗୁ ଲେଖକ, ଏଣୁ ୧୯୬୨ ମସିହାରେ ବିଶାଖାପଟ୍ଟନମର ଜିଲ୍ଲା ଟ୍ରେଜେରୀ ଅଧିକାରୀ ପଦରେ ଥିବା ସମୟରେ ଏହାକୁ ଲେଖିଥିଲେ । ସେତେବେଳର ବରିଷ୍ଠ କଂଗ୍ରେସ ନେତା ତେନ୍ନେତି ବିଶ୍ୱନାଦମଙ୍କୁ ସେ ସମୀକ୍ଷା ନିମନ୍ତେ ପଠାଇଲେ । ଏହାପରେ ବିଶ୍ୱନାଦମ ତାହାକୁ ଶିକ୍ଷାମନ୍ତ୍ରୀ ପି.ଭି.ଜି.ରାଜୁ ସୁବା ରାଓଙ୍କୁ ପଠାଇଦେଲେ । ତେଲେଙ୍ଗାନାରେ ଜନ୍ମିତ ଶିକ୍ଷାମନ୍ତ୍ରୀ ତେଲୁଗୁ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଏବଂ ଆରବୀୟ ଭାଷାରେ ପ୍ରବୀଣ ଥିଲେ । ସାର୍ବଜନୀନ ସମାଗମମାନଙ୍କରେ ଭାରତବାସୀ ଗାନ କରନ୍ତି । ଜାତୀୟ ସଂଗୀତର କବିଙ୍କ ପରି ସୁବାରାଓ ଏତେ ପ୍ରସିଦ୍ଧ ନୁହନ୍ତି । ତାଙ୍କର ନାମ କୌଣସି ବହି କିମ୍ବା ଦସ୍ତାବିଜରେ ନାହିଁ । ମାତ୍ର ଭାରତ ସରକାରଙ୍କ ମାନବ ସଂସାଧନ ବିକାଶ ମନ୍ତ୍ରାଳୟର ଅଭିଲେଖରେ ତାଙ୍କ ବିଷୟରେ ଉଲ୍ଲେଖ ଅଛି । ନିଜ ନାତୁଣୀ ବିଦ୍ୟାଳୟ ପୁସ୍ତକରେ ପଢିବାପୂର୍ବରୁ ସୁବାରାଓ ନିଜେ ମଧ୍ୟ ଜାଣିନଥିଲେ ଯେ ରାଷ୍ଟ୍ରୀୟ ପ୍ରତିଜ୍ଞାର ରାଷ୍ଟ୍ରୀୟ ସଂଗୀତ ଏବଂ ରାଷ୍ଟ୍ରୀୟ ଗାନ ସଦୃଶ ମହତ୍ତ୍ୱ ରହିଛି । ପ୍ରତିଜ୍ଞା ଭାରତ ମୋର ଦେଶ । ଆମେ ସବୁ ଭାରତୀୟ ଭାଇ ଓ ଭଉଣୀ । ମୁଁ ମୋ ଦେଶକୁ ଭଲ ପାଏ । ଏହାର ସମୃଦ୍ଧି ଏବଂ ବିବିଧ ସଂସ୍କୃତି ପାଇଁ ମୋତେ ଗର୍ବ ଲାଗେ । ମୁଁ ସବୁବେଳେ ଏହାର ସୁଯୋଗ୍ୟ ଅଧୀକାରୀ ରହିବାକୁ ଚେଷ୍ଟା କରିବି । ମୁଁ ମୋର ମାତା ପିତା, ଶିକ୍ଷକ ଏବଂ ଗୁରୁଜନମାନଙ୍କୁ ସମ୍ମାନ ଜଣାଇବି ଓ ସମସ୍ତଙ୍କ ସହିତ ସୌଜନ୍ୟଶୀଳ ରହିବି । ମୁଁ ମୋର ଦେଶ ଓ ଦେଶବାସୀଙ୍କ ପ୍ରତି ସତ୍ୟନିଷ୍ଠ ରହିବାକୁ ପ୍ରତିଜ୍ଞା କରୁଛି। ସେମାନଙ୍କ କଲ୍ୟାଣ ଓ ସମୃଦ୍ଧିରେ ମୋର ସୁଖ ନିହିତ ।
ପ୍ରାଥମିକ ହୃତ୍‌ପିଣ୍ଡ ଅର୍ବୁଦ କୁହାଯାଏ ଯେତେବେଳେ ହୃତ୍‌ପିଣ୍ଡ ଭିତରେ କୌଣସି ଅସ୍ୱାଭାବିକ ବୃଦ୍ଧି ହୁଏ । ଏହି ବୃଦ୍ଧି କୋମଳ ବା କର୍କଟ ରୋଗ ହୋଇପାରେ କପାଟିକା ହୃଦ୍‌ରୋଗ, ପେରିକାର୍ଡ଼ିଆଲ ଇଫ୍ୟୁଜନ, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ହୃଦ୍‌ପାତ ଇତ୍ୟାଦି ଲକ୍ଷଣଗୁଡ଼ିକ ଏଥିରେ ଦେଖାଯାଇପାରେ ଏହି ରୋଗକୁ ପ୍ରାଥମିକ ବା ସେକେଣ୍ଡାରୀ ଭାବରେ ଦୁଇ ଭାଗରେ ବିଭକ୍ତ କରାଯାଏ । ପ୍ରାଥମିକ ଅର୍ବୁଦରେ ମିକ୍ସୋମା, ଲାଇପୋମା, ପାପିଲାରି ଫାଇବ୍ରୋଏଲାଷ୍ଟୋମା, ରାବ୍ଡୋମାୟୋମା, ଫାଇବ୍ରୋମା ଓ ଆଞ୍ଜିଓସାର୍କୋମା ରୋଗ ଅନ୍ତର୍ଭୁକ୍ତ କରାଯାଏ । ପ୍ରାଥମିକ ଅର୍ବୁଦର ପ୍ରାୟ ୯୦% କର୍କଟ ରୋଗ ନୁହେଁ। ମେଲାନୋମା, ଲିମ୍ଫୋମା, ଫୁସଫୁସ, ସ୍ତନ କିମ୍ବା ଗ୍ରାସନଳୀ କର୍କଟରୁ ହୃତ୍‌ପିଣ୍ଡକୁ ବିସ୍ତାର ହୋଇପାରେ। ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ଅର୍ବୁଦର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ ମିକ୍ସୋମା, ଆଞ୍ଜିଓସାର୍କୋମା ଏବଂ କିଛି ପାପିଲାରୀ ଫାଇବ୍ରୋବ୍ଲାଷ୍ଟୋମା ରୋଗ ଅସ୍ତ୍ରୋପଚାର କରି ଅପସାରଣ କରାଯାଇପାରେ। ଲାଇପୋମା ଏବଂ ରାବଡୋମାୟୋମା ରୋଗରେ କ୍ୱଚିତ୍ ହସ୍ତକ୍ଷେପ ଆବଶ୍ୟକ ହୁଏ କର୍କଟଗୁଡ଼ିକରେ କେମୋଥେରାପି ବା ବିକିରଣ ଥେରାପି ଆବଶ୍ୟକ ହୁଏ । ହୃତ୍‌ପିଣ୍ଡର ପ୍ରାଥମିକ ଅର୍ବୁଦଗୁଡ଼ିକ ବିରଳ ଥାଏ ଓ 0.୩ %ରୁ କମ୍ ଲୋକଙ୍କଠାରେ ଦେଖାଯାଏ, ସେକେଣ୍ଡାରୀ ଅର୍ବୁଦ ଅପେକ୍ଷାକୃତ ସାଧାରଣ ଅଟେ। ସେକେଣ୍ଡାରୀ ଅର୍ବୁଦର ଫଳାଫଳ ସାଧାରଣତଃ ଖରାପ ହୁଏ ହୃତ୍‌ପିଣ୍ଡ ଅର୍ବୁଦ ଅତିକମରେ ସନ ୧୮୩୫ରେ ଆଲବର୍ସ ବର୍ଣ୍ଣନା କରିବା ପରଠାରୁ ବର୍ଣ୍ଣନା କରାଯାଇଛି