text
stringlengths
17
85.6k
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା" ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା" , ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ । ୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ ଓଡ଼ିଆ ଯେ ଓଡ଼ିଆରେ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସଠିକ ଭାବରେ ନିରୂପଣ କରାଯାଇ ପାରି ନାହିଁ । ସାରଳା ଦାସ ପ୍ରଥମେ ମୂର୍ଖ ଥିଲେ; ପରେ ସାରଳା ଠାକୁରାଣୀଙ୍କଠାରେ ଅଧିଆ ପଡ଼ି ଠାକୁରାଣୀଙ୍କଠାରୁ ବର ପାଇଥିଲେ । ମା ଶାରଳା ଠାକୁରାଣୀଙ୍କ ମନ୍ଦିରରେ ପ୍ରତି ଦିନ ପଢ଼ା ଯାଉଥିବା ସଂସ୍କୃତ ମହାଭାରତ ପୁରାଣ ଶୁଣି ଓଡ଼ିଆରେ ମହାଭାରତ ରଚନା କରିଥିଲେ । କିନ୍ତୁ ମୂଳ ସଂସ୍କୃତ ମହାଭାରତ ସଙ୍ଗେ ଉକ୍ତ ମହାଭାରତ ଅବିକଳ ମେଳ ହୁଏ ନାହିଁ । ଏ ମହାଭାରତରେ କବି ଅନେକ ମୌଳିକ କଥା ଛାଡ଼ି ଯାଇଅଛନ୍ତି ଓ କେତେକ କାଳ୍ପନିକ ଆଖ୍ୟାନ ମଧ୍ୟ ଯୋଗ କରିଅଛନ୍ତି । ସାରଳା ଦାସ ମୂଳ ମହାଭାରତର ଭାବ ସମାନ ରଖିଥିଲେ ହେଁ ନିଜ ଜାଣତରୁ ଏଥିରେ ଅନେକ ପୌରାଣିକ ଘଟଣା ଓ କାହାଣୀମାନ ମିଶାଇ ଏହାକୁ ଅତି ସମୃଦ୍ଧ ଓ ମୌଳିକ କରି ଲେଖିଥିଲେ । ଓଡ଼ିଆ ପଦ୍ୟ ରଚନାରେ ଏହାଙ୍କର ଲେଖା ପ୍ରାଚୀନ ବୋଧ ହେଉଥିବାରୁ ଏହାଙ୍କୁ ଆଦିକବି ବୋଲି ଲୋକେ କହନ୍ତି । ପଞ୍ଚଦଶ ଶତାବ୍ଦୀର ଲୋକ ପୁରୀ ଜଗନ୍ନାଥଙ୍କ ଦେଉଳ ବେଢା ମଧ୍ୟସ୍ଥ କଳ୍ପବଟ ମୂଳେ ବସି ତାଙ୍କ ମହାଭାରତ ରଚନା କରିଥିଲେ । ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ । ସେ ସମୟରେ ଓଡ଼ିଶାରେ କପିଳେନ୍ଦ୍ର ଦେବ ରାଜା ଥିଲେ । ରାଜା ତାଙ୍କ କବିତ୍ୱରେ ସନ୍ତୁଷ୍ଟ ହୋଇ ତାଙ୍କୁ 'ପରିଡ଼ା' ଉପାଧି ଦେଇଥିଲେ । ତାଙ୍କ ବଂଶଧରମାନେ ସେହି 'ପରିଡ଼ା' ଉପାଧିକୁ 'ପରିଜା' ବୋଲି ଏବେ ବ୍ୟବହାର କରୁଅଛନ୍ତି । ତାଙ୍କ ନାମ ଅନୁସାରେ ଝଙ୍କଡ଼ର ଉତ୍ତର-ପଶ୍ଚିମରେ 'ସାରଳା' ନାମରେ ଗୋଟିଏ଼ ଗ୍ରାମ ବସିଥିଲା । ସେ ଗ୍ରାମକୁ ବର୍ତ୍ତମାନ 'ବଡ଼ ସାରୋଳ' ବୋଲାଯାଏ । କବି ନିରକ୍ଷର ଥାଇ ଜୀବନର ପ୍ରଥମ ଅବସ୍ଥାରେ ଚାଷବାସ ଓ ମୂଲିଆ କାମ କରୁଥିଲେ । ମହାଭାରତ ଲେଖି ସାରି ସେ ବୁଢ଼ାନଦୀ କୂଳରେ ଗୋଟିଏ ମଠ ସ୍ଥାପନ କରି ସେହିଠାରେ ଶେଷ ଜୀବନ କଟାଇଲେ । ତାଙ୍କୁ ଲୋକେ 'ମୁନିଗୋସାଇଁ' ବୋଲି ଡାକୁଥିଲେ ଓ ଏବେ ମଧ୍ୟ ସେହି ଆଶ୍ରମକୁ ସ୍ଥାନୀୟ ଲୋକେ ମୁନି ଗୋସାଈଁ ମଠ କହନ୍ତି। ମାଘ ଶୁକ୍ଳ ସପ୍ତମୀ ଦିନ ତାଙ୍କର ଦେହାନ୍ତ ହୋଇଥିଲା । ସାହିତ୍ୟ ସର୍ଜନା ସେ ପ୍ରଥମେ ବିଲଙ୍କା ରାମାୟଣ , ଦ୍ୱିତୀୟରେ ମହାଭାରତ ଓ ତୃତୀୟରେ ଚଣ୍ଡୀପୁରାଣ ବା ଶିରୀ ଭାଗବତ ରଚନା କରିଛନ୍ତି । କବିଙ୍କ ଭାଷାରେ :- "ପ୍ରଥମେ ଶ୍ରୀ ରାମାୟଣ ଦ୍ୱିତୀୟେ ଭାରତ ତୃତୀୟେ ଲିଖନ କଲି ଶିରୀ ଭାଗବତ" । ଏଠାରେ ରାମାୟଣ ଅର୍ଥ 'ବିଲଙ୍କା ରାମାୟଣ' , ଭାରତ ଅର୍ଥ 'ମହାଭାରତ' ଏବଂ ଶିରୀ ଭାଗବତ ଅର୍ଥ 'ଦେବୀ ଭାଗବତ' ବା 'ଚଣ୍ଡୀପୁରାଣ' । କେହି କେହି ଗବେଷକ ଶ୍ରୀ ରାମାୟଣ ଅର୍ଥ ବିଚିତ୍ର ରାମାୟଣ ବୋଲି ମତପୋଷଣ କରନ୍ତି । କିନ୍ତୁ ଏହା ଏପର୍ଯ୍ୟନ୍ତ ଏକ ବିବଦମାନ ବିଷୟ ହୋଇରହିଛି । ତାଙ୍କଦ୍ୱାରା ରଚିତ ପ୍ରମୁଖ ଗ୍ରନ୍ଥଗୁଡିକ ହେଲା :- ବିଲଙ୍କା ରାମାୟଣ ମହାଭାରତ ଚଣ୍ଡୀପୁରାଣ ଲକ୍ଷ୍ମୀନାରାୟଣ ବଚନିକା ଆଲୋଚନା:- ଆଦିକବି ଶାରଳା ଦାସ ନିଜ ଗ୍ରନ୍ଥମାନଙ୍କରେ ନିଜକୁ ମୁର୍ଖ, ଅଜ୍ଞାନ ତଥା କେବଳ ମା ଶାରଳାଙ୍କ ଆଶୀର୍ବାଦ ଯୋଗୁ କାବ୍ୟ ଲେଖିଛ୍ହନ୍ତି ବୋଲି ବର୍ଣ୍ଣନା କରିଛନ୍ତି; ତେଣୁ କିଛି ସମାଲୋଚକ ତାଙ୍କୁ ମହାମୁର୍ଖ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଯେକୌଣସି ପାଠକ ଯଦି ତାଙ୍କ ସାହିତ୍ୟ ପଢ଼ିବ, ତାହାହେଲେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋଟେ ଗଜମୁର୍ଖ ନ ଥିଲେ । ବରଂ ସେ ଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ, ତେଣୁ ସେ ତତ୍କାଳୀନ ସମାଜର ବୁଦ୍ଧିଜୀବିମାନଙ୍କୁ ମୂର୍ଖ ବନାଇ ଦେଉଥିଲେ । ଶାରଳା ଦାସ ଅବଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ, କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରବେଶ ଥିଲା । ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିବାରୁ ତାଙ୍କର ଅସୀମ ଜ୍ଞାନ ଥିଲା । ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ମଧ୍ୟ ବହୁତ ଥିଲା । ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବାଦ୍ୱାରା ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ । ଏତେ ସବୁ ସତ୍ତ୍ୱେ ସେ ସେତେବେଳର ସମାଜକୁ ଭୟ କରୁଥିଲେ, ତେଣୁ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡ଼ିଆରେ କେଖୁଥିଲେ । ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି । ଯାହା ମା ଶାରଳା କୁହନ୍ତି, ତାକୁ ସେ ଲେଖନ୍ତି । ମା ଶାରଳାଙ୍କ ନାମକୁ ନେଇ କବି ତାଙ୍କ ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଜଣେ ବିରଳ ପ୍ରତିଭା । ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ "ବିଲଙ୍କା ରାମାୟଣ" , "ମହାଭାରତ" , "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ । ଆହୁରି ଅନେକ ଗ୍ରନ୍ଥ ଶାରଳାଙ୍କଦ୍ୱାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କଦ୍ୱାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ । ବିଲଙ୍କା ରାମାଯ଼ଣ ରାବଣକୁ ବଧକରି ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରି ଆସିଥାନ୍ତି । ରାମଙ୍କର ରାଜ୍ୟାଭିଷେକର ଆୟୋଜନରେ ସାରା ଅଯୋଧ୍ୟା ଉତ୍ସବ ମୁଖର ହୋଇ ଉଠିଥାଏ । କିନ୍ତୁ ବିଧିର ବିଚିତ୍ର ବିଧାନ ଅଭିଷେକ ହୋଇଗଲେ ରାମଚନ୍ଦ୍ର ରାଜକାର୍ଯ୍ୟରେ ବ୍ୟସ୍ତଯିବେ, ତେଣୁ ବିଲଙ୍କାସୁରକୁ ବଧ କରି ଦେବତାମାନଙ୍କୁ କିପରି ଉଦ୍ଧାର କରିବେ ବୋଲି ବ୍ରହ୍ମାଙ୍କୁ ଯମ ପଚାରିଛନ୍ତି । ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ବିଲଙ୍କାସୁରକୁ ବଧ କରିବାକୁ ଯାଇଛନ୍ତି, ହେଲେ ସେଥିରେ ସଫଳ ହୋଇ ପାରି ନାହାନ୍ତି । ପରେ ହନୁମାନ ରାମଙ୍କ ସାହାଯ୍ୟ ସତ୍ତ୍ୱେ ମଧ୍ୟ ବଧ କରି ପାରି ନାହାନ୍ତି । ସେପଟେ କିପରି ରାମଙ୍କର ମୃତ୍ୟୁ ହେବ ବୋଲି ବିଲଙ୍କାସୁର ଗ୍ରାମଦେବତୀଙ୍କୁ ପୂଜା ଓ ଯଜ୍ଞ କରିଛି । ମାତ୍ର ହନୁମାନ ଓ ରାମଚନ୍ଦ୍ର ତାଙ୍କ ଯଜ୍ଞ ସମ୍ପୁର୍ଣ କରାଇ ଦେଇ ନାହାନ୍ତି । ବିଲଙ୍କାସୁରକୁ ବଧ କରିବାକୁ ସୀତାଙ୍କର ଆବଶ୍ୟକତା ଅଛି ବୋଲି ଦେବତାମାନେ କହିବାରୁ ହନୁମାନ ଯାଇ ସୀତା ଓ ଲକ୍ଷ୍ମଣଙ୍କୁ ବିଲଙ୍କା ଆଣିଛନ୍ତି । ରାମ, ଲକ୍ଷ୍ମଣ, ହନୁମାନ ମିଳିତଭାବରେ ଯୁଦ୍ଧ କରି ବିଲଙ୍କାସୁରକୁ ମାରି ପାରି ନାହାନ୍ତି । ଶେଷରେ ଦେବଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସକୁ ବଧ କରିବାକୁ ନିବେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି । ଯୁଦ୍ଧକରି ଶେଷରେ ବିବସ୍ତ୍ର ହେବାରୁ ବିଲଙ୍କାସୁର ସୀତାଙ୍କୁ ହରଣ କରି ନେବାକୁ ସ୍ଥିର କରିଥିବା ବେଳେ ରାମ, ଲକ୍ଷ୍ମଣଙ୍କ ମିଳିତ ଅସ୍ତ୍ରରେ ରାକ୍ଷସର ମୃତ୍ୟୁହୋଇଛି । ପରେ ରାମଙ୍କ ରାଜ୍ୟ ଅଭିଷେକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ମହାଭାରତ ବ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକବି ସାରଳା ଦାସ ଓଡ଼ିଆରେ ମହାଭାରତ ଲେଖିଛନ୍ତି । ସଂସ୍କୃତରୁ ସିଧା ସିଧା ଅନୁବାଦ ନ କରି କବି ତାଙ୍କର ଦୃଷ୍ଟିଭଙ୍ଗୀ ଓ ମୌଳିକ ବିଚାରବୋଧର ପ୍ରକାଶ କରିଛନ୍ତି । ଓଡ଼ିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ବେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି । କେତେକ ସ୍ଥାନରେ ସେ ମୂଳ ସଂସ୍କୃତ ମହାଭାରତର ଘଟଣାକୁ ସଂକ୍ଷିପ୍ତ କରିଛନ୍ତି ତ କେଉଠି ଛୋଟ ଘଟଣାକୁ ବଡ଼ କରି ବର୍ଣ୍ଣନା କରିଛନ୍ତି । ସେହିପରି ମୂଳ ମହାଭାରତର କେତେକ ଘଟଣାକୁ ସେ ସମ୍ପୁର୍ଣ ଛାଡ଼ି ଦେବାବେଳେ କିଛି ଘଟଣା ସେ ନିଜ ମନରୁ ବର୍ଣ୍ଣନା କରିଛନ୍ତି । କବି ଶାହାଡ଼ାଗଛର ମାହାତ୍ମ୍ୟ, ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ବିବାହ, ସିନ୍ଧିଚୋର କଥା, ସତ୍ୟ ଆମ୍ବ କଥା, ବାବନାଭୁତ କଥା, ଗାନ୍ଧାରିଙ୍କ ସନ୍ତାନଲାଭ କଥା, ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ, ଅଳସୁଆ କାହାଣୀ, ସିଂହ-ଶୃଗାଳ କଥା, ସିଂହ-ମଶା କଥା, ତୁଳସୀବଣ ବାଘ ଓ ତୁଳାମୁହାଁଙ୍କ ଗଳ୍ପ, କଳି ଅବତରଣ ପ୍ରସଙ୍ଗ ଓ ସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ବିବାହ କଥା - ଏମିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି । ଶାହଡ଼ାଗଛର ମାହାତ୍ମ୍ୟ ଥରେ ଭଗବାନ ମହାଦେବ ବୃଷଭ ପିଠିରେ ବସି ବୁଲି ଯାଉଥିଲେ । ବାଟରେ ଯାଉ ଯାଉ ଗୋଟିଏ ଶାହଡା ଗଛ ଦେଖି ବୃଷଭ ଖୁସିହେଲା, ଗଛ ନିକଟକୁ ଯାଇ ପତ୍ରଟିଏ ଆଣି ନିଜ ମୁଣ୍ଡରେ ରଖିଲା । ମହାଦେବ ଏହାର ରହସ୍ୟ କଣ ପଚାରିବାରୁ ବୃଷଭ ଉତ୍ତରଦେଲା "ଶାହାଡ଼ା ଗଛର ପତ୍ରକୁ ମୁଣ୍ଡରେ ରଖିଲେ ସେଦିନ ଅମୃତ ସଦୃଶ ଖାଦ୍ୟ ପଦାର୍ଥ ମିଳେ" । ଏକଥା ଶୁଣି ଶିବ ଆଶ୍ଚର୍ଯ୍ୟ ହେଲେ ଓ ଘଟଣାର ସତ୍ୟତା ପରୀକ୍ଷା କରିବାକୁ ସ୍ଥିର କଲେ । ବୃଷଭକୁ ନେଇ ବିଭିନ୍ନ ସ୍ଥାନ ବୁଲିବା ପରେ କ୍ଳାନ୍ତ ହୋଇ ସୁର୍ଯ଼୍ୟାସ୍ତ ସମୟକୁ ଶିବ କୈଳାସ ଫେରି ଆସିଲେ । ଏଣେ ପତିଙ୍କ ଆସିବାରେ ବିଳମ୍ବ ଦେଖି ପାର୍ବତୀ ଅମୃତତୁଲ୍ୟ ଭୋଜନ ବାଢ଼ି କେବଳ ପଞ୍ଚଗ୍ରାସୀ କରୁଥାନ୍ତି, ଠିକ୍ ସେତିକି ବେଳେ ଶିବଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା । ଦେବୀ ଖାଦ୍ୟ ଥାଳି ତରତରରେ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ସ୍ୱାମୀଙ୍କୁ ବନ୍ଦାପନା କରି ପ୍ରାସାଦକୁ ନେଇ ଆସିଲେ । ବୃଷଭକୁ କିଛି ଖାଦ୍ୟ ନ ଦେବାକୁ କଡା ଆଦେଶ ଦେଇ ଶିବ ଶୋଇଗଲେ । ସେପଟେ ବିଚରା ବୃଷଭ ସାରାଦିନ ବୁଲି ବୁଲି ଘରକୁ ଫେରିଲା ପରେ ପ୍ରଭୁଙ୍କ ନିଷ୍ଠୁର ଆଦେଶ ଶୁଣି ମନଦୁଃଖ କଲେ । ବାସିନଡା ଖାଇବାକୁ ପଡିବ ବୋଲି ଭାବି କୁଣ୍ଡରେ ଦେଖିଲା ବେଳକୁ ସେଥିରେ ଭଳିକି ଭଳି ଖାଦ୍ୟପଦାର୍ଥ ଭରି ରହିଥାଏ । ବୃଷଭ ଶାହଡ଼ା ଗଛ ଦେଖିବା ଓ ତା ପତ୍ରମୁଣ୍ଡରେ ରଖିବା ହେତୁ ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡିଲେ । ତା ପରଦିନ ସକାଳୁ ଶିବ ବୃଷଭଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିପାରିଲେ । ଉଆଁସୀ କନ୍ୟା ବ୍ରହ୍ମରାକ୍ଷସ ଦୋଷ ନେଇ ଜନ୍ମ ହୋଇଥିବାରୁ ଧୃତରାଷ୍ଟ୍ରଙ୍କୁ କନ୍ୟା ମିଳୁନଥିଲେ କି ଉଆଁସୀ କନ୍ୟା ଗାନ୍ଧାରୀଙ୍କୁ ବର ମିଳୁନଥିଲେ । ତେଣୁ ଦୁହେଁ ଅବିବାହିତ ଥିଲେ କାରଣ ଯେଉଁଠି ସେମାନଙ୍କ ବିବାହ ପ୍ରସ୍ତାବ ପଡୁଥିଲା, ସେ ବରକନ୍ୟାମାନେ ମରିଯାଉଥିଲେ । ଶେଷରେ ବ୍ୟାସକବି ନିଜେ ରାଜା ଗାନ୍ଧାରସେନଙ୍କୁ ତାଙ୍କ ପୁଅ ଧୃତରାଷ୍ଟ୍ରଙ୍କ ପାଇଁ ଗାନ୍ଧାରୀଙ୍କୁ ମାଗିଲେ । ଗାନ୍ଧାରସେନ ପ୍ରଥମେ ରାଜି ହେଉ ନଥିଲେ, କିନ୍ତୁ ବିବାହ ପୁର୍ବରୁ ତାଙ୍କର ଏକମାତ୍ର କନ୍ୟା ଗାନ୍ଧାରୀଙ୍କୁ ଶାହାଡ଼ାଗଛ ସହ ବିବାହ ଦେବେ ବୋଲି ବ୍ୟାସଦେବ ପରାମର୍ଶ ଦେବାରୁ ରାଜା ମାନିଲେ । ଯେମିତି ଶାହାଡ଼ାଗଛର ଡାଳରେ ଗାନ୍ଧାରୀଙ୍କ ହାତ ରଖି ହସ୍ତଗଣ୍ଠି ପଡିଛି, ଦେଖୁ ଦେଖୁ ଆଖିପିଛୁଳାକେ ସମସ୍ତଙ୍କ ଆଖି ଆଗରେ ଗଛଟି ପୋଡ଼ି ପାଉଁଶ ହୋଇଗଲା । ଗାନ୍ଧାରୀଙ୍କ ସବୁ ଦୋଷ କଟିଗଲା ଓ ସେ ଧୃତରାଷ୍ଟ୍ରଙ୍କୁ ବିବାହ କଲେ । ସତ୍ୟ ଆମ୍ବ କଥା ପାଣ୍ଡବମାନଙ୍କ ଅଜ୍ଞାତ ବନବାସ ସ୍ଥାନର ପରିଚୟ ପାଇବା ଉଦ୍ଦେଶ୍ୟରେ ଦିନେ ଦୁର୍ଯୋଧନ ଶକୁନିଙ୍କ ସହିତ ମନ୍ତ୍ରଣା କରିଛନ୍ତି ଓ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ଅନୁସନ୍ଧାନ ନିମିତ୍ତ ପଠାଇଛନ୍ତି । ଯେଉଁମାନେ ଆଶ୍ୱିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡବ ବୋଲି ଚିହ୍ନିବ ବୋଲି ଗୌରମୁଖଙ୍କୁ କହିଛନ୍ତି । ଚାରିମାସ ପର୍ଯନ୍ତ ଖୋଜିବା ପରେ ଶେଷରେ ଗୌରମୁଖ ପାଣ୍ଡବମାନଙ୍କୁ ଅସ୍କନ୍ଧ ବନରେ ଠାବ କରି ତାଙ୍କର ଅତିଥି ହୋଇଛନ୍ତି । ସେ ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ଖାଇବା ପାଇଁ ମାଗିଛନ୍ତି । ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡିଛନ୍ତି । ଅସମୟରେ ମିଳିବନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ବ ଆଣିବାକୁ ପଠାଇଛନ୍ତି ହେଲେ ସମସ୍ତେ ନିରାଶ ହୋଇ ଫେରିଛନ୍ତି । ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ନଙ୍କୁ ସ୍ମରଣ କରିଛନ୍ତି ଓ ତାଙ୍କୁ ପନ୍ହୁପାଣ୍ଡବ ସତକଥା କହିଛନ୍ତି । ପାଙ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ବ ଟାକୁଆରୁ ଗଜା ହୋଇ ଗଛ ହୋଇଛି, ଫୁଲ ଫୁଟିଛି, କଷି ଧରିଛି । ଶେଷକୁ ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ବଟି ପାଚି ହଳଦିଆ ପଡିଯାଇଛି । ଯୁଧିଷ୍ଠିର ଖୁସି ହୋଇ ବ୍ରାହ୍ମଣଙ୍କୁ ସେ ଅଦିନ ଆମ୍ବଟି ପ୍ରଦାନ କରିଛନ୍ତି । ବ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ଆମ୍ବଟି ନେଇ ସେଠାରୁ ପଳାଇ ଯାଇଛନ୍ତି । ମାତ୍ର ବ୍ରାହ୍ମଣଙ୍କର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ନ ଆମ୍ବଟି ହରଣ କରି ନେଇଛନ୍ତି ଓ ଦୁର୍ଯୋଧନ ପାଣ୍ଡବମାନଙ୍କ ସମ୍ବନ୍ଧରେ ଆଉ ପ୍ରମାଣ ପାଇନାହାନ୍ତି । ବାବନାଭୁତ କଥା ତୁଙ୍ଗଭଦ୍ରା ନଦୀ କୁଳରେ ଜ୍ଞାନପୁର ନାମକ ଗାଁଟିଏ । ଗାଁକୁ ଲାଗି ଏକ ବଡ଼ ଭୟଙ୍କର ମଶାଣୀ ଥାଏ, ଯାହାର ରାଜା ଥିଲା ବାବନାଭୁତ । ତା ଅଧୀନରେ ଥିବା ଭୁତ, ଡାହାଣୀ, ଚିରୁଗୁଣୀ ତାର ଆଦେଶ ପାଳନ୍ତି । ବାଟରେ ଯାଉଥିବା ଲୋକମାନଙ୍କୁ ସେମାନେ ଢେଲାପଥର ପକାଇ ହଇରାଣ କରନ୍ତି । ରାତିରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତବାନ୍ତି କରି ମରି ଯାଉଥିଲା । ଭୁତମାନଙ୍କର ଏପରି ଉତ୍ପାତଯୋଗୁ ଗାଁ ଲୋକମାନେ ଡରିଡରି ବଡ଼ କଷ୍ଟରେ ଦିନ ବିତାଉଥାନ୍ତି । ଦିନେ ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ବୋଲି ଜଣେ ବ୍ୟକ୍ତି ଆସି ସେ ଗାଁରେ ପହଙ୍ଚିଲେ, ତାଙ୍କୁ ଗୁଣି ଗାରୁଡି ଜଣାଥିଲା । ଲୋକମାନେ ରାଉଳଙ୍କୁ ପାଇ ଖୁସି ହେଲେ, ତାଙ୍କପାଇଁ ଘରଦ୍ୱାର କରିଦେଲେ । ରାଉଳଙ୍କର ଚାଷ କରିବାପାଇଁ ଜମି ଦରକାର ହେବାରୁ ସେ ସ୍ଥିର କଲେ ଯେ ବଡ଼ ମଶାଣୀକୁ ଲାଗି ଯେଉଁ ଅନାବାଦୀ ଜମି ଅଛି, ତାକୁ ତାଡି ଚାଷ କରିବେ । ଚାଷଜମିରୁ ଯାହା ଉତ୍ପନ୍ନ କରିବେ ତାକୁ ବିକି ପରିବାର ପୋଷିବେ । ଗାଁଲୋକଙ୍କୁ ସେ ମନକଥା କହିବାରୁ ସେମାନେ ତାଙ୍କୁ ବାବନାଭୁତର ଉପଦ୍ରବ କଥା କହିଲେ ଓ ସେ ଜମିରେ ଚାଷ ନ କରିବାକୁ ପରାମର୍ଶ ଦେଲେ । ଶୁଦ୍ରକ କହିଲା - "ମୁଁ କେତେ ଭୁତ ପ୍ରେତଙ୍କୁ ସାବାଡ଼ କରିଦେଇଚି, ବାବନାଟା କେତେ ମାତ୍ର ମୁଁ ଏବର୍ଷ ସେ ଜମିରେ ମାଘତିଳ ଚାଷ କରିବି । ମୋତେ ହଳ ଚାରିଟା ଯୋଗାଡ଼ କରିଦିଅ । ତେଣିକି ମୋ ଦାୟିତ୍ୱ । ତୁମେମାନେ ବ୍ୟସ୍ତ ହୁଅନାହିଁ । ମୁଁ କେବଳ ଚାଷ ଆରମ୍ଭ କରେ, ଦେଖିବ ବାବନା କିପରି ଏ ସ୍ଥାନ ଛାଡ଼ିଯାଉଛି ।" ହଳ କାମ ଆରମ୍ଭ ହେବାରୁ ଭୁତମାନେ ଯାଇ ବାବନାଭୁତକୁ ଏକଥା ଜଣାଇଲେ । ବାବନା ଆଦେଶରେ ଶହ ଶହ ଭୁତ ତାଙ୍କର କିଳିକିଳା ନାଦରେ ହଳିଆମାନଙ୍କୁ ଭୟଭୀତ କଲେ । ଏକଥା ଶ୍ହୁଣି ଶୁଦ୍ରକ ରାଉଳ ସେଠି ପହଙ୍ଚିଯାଇ ତା ବିଦ୍ୟା ପ୍ରୟୋଗ କଲା, ଦଉଡି ଠେଙ୍ଗାରେ ଭୁତମାନଙ୍କୁ ପାନେ ଦେଲା । ଭୁତମାନେ ମୁକ୍ତିଦେବାକୁ ପ୍ରାର୍ଥନା କରିବାରୁ ରାଉଳ କହିଲା ଯଦି ତାକୁ ୬୦ପଉଟି ତିଳ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ । ସେମାନେ ରାଜି ହୋଇ ପଳାଇଗଲେ ଓ ବାବନାକୁ ସବୁ କହିଲେ । ବାବନାଭୁତ ସେ କଥାରେ ରାଜି ହେଲାନାହିଁ, ବରଙ୍ଗ୍ ତା କାମ କରିବାକୁ ବାହାରି ଗଲା । ରାଉଳ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି, ନାନା କଥା କହୁଛି । ରାଉଳ ଜାଣିଲା ତାକୁ ଭୁତ ଗ୍ରାସିଛି । ସେ ମନ୍ତ୍ର ପଢ଼ି ଭୁତକୁ ପିଟିଲା । ବାବନାଭୁତ ନାକ ଘଷି ରାଉଳକୁ ଷାଠିଏ ପଉଟି ତିଳ ଦେଲା ଓ ତାର ବଂଶ ଦଳବଳ ନେଇ କୁଅଡେ ଚାଲିଗଲା । ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ । ଦ୍ୱାପର ଯୁଗର ଶ୍ରୀକୃଷ୍ଣ କଳିଯୁଗର ଜଗନ୍ନାଥ ଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା, ତାଙ୍କର ପ୍ରସିଦ୍ଧି ବିଶ୍ୱବ୍ୟାପୀ । ବିଶ୍ୱ ଦରବାରରେ ଓଡ଼ିଶାର ଜଗନ୍ନାଥ ଧର୍ମ ଅତୁଳନୀୟ, ସେ ହେଉଛନ୍ତି ସବୁ ଧର୍ମର ସମନ୍ୱୟ । ସବୁ ଚିନ୍ତା ଚେତନା ଏବଂ ସାରସ୍ୱତକୁ ଏକାଠି ମିଶାଇ ଦେଲେ ଯାହା ହେବ ତାହା ହିଁ ହେଉଛି - ଜଗନ୍ନାଥ ଧର୍ମ । ସେଇଥି ପାଇଁ ପ୍ରତ୍ୟେକ ଧର୍ମର ଧର୍ମାବଲମ୍ବୀ ତାଙ୍କୁ ନିଜ ନିଜ ଧର୍ମମତର ପ୍ରତୀକ ରୂପେ ଗ୍ରହଣ କରିବା ଲାଗି ଦ୍ୱିଧା ପ୍ରକଶ କରନ୍ତି ନାହିଁ । ଜଗତର ନାଥ ଜଗନ୍ନାଥଙ୍କୁ କିଏ କହେ 'ରାମ' କିଏ କହେ 'ବାମନ' କିଏ କହେ 'ଅଲେଖ ନିରଞନ' ପୁଣି କିଏ କହେ 'ବୁଦ୍ଧଦେବ' । ମାତ୍ର ଶାରଳା ଦାସ ଯୁକ୍ତି ଦର୍ଶାଇ ଦ୍ରୁଢ ସ୍ୱରରେ କହିଛନ୍ତି, ସେ ହେଉଛନ୍ତି 'ଶ୍ରୀକୃଷ୍ଣ' । ଦ୍ୱାପର ଯୁଗର କଥା । ଶ୍ରୀକୃଷ୍ଣ ଶିଆଳି ଲତାରେ ଚୁପ ଚାପ ଶୋଇଥିଲେ । ଏଇ ସମୟରେ ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିବା ଜାରାଶବର ଲତା ଗହଳିରେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା । ପାଖକୁ ଯାଇ ଦେଖେ ତ ସେ ଦ୍ୱାରିକାଧିପତି ଶ୍ରୀକୃଷ୍ଣ । ଜାରା ପ୍ରଭଙ୍କର ମହିମା ଆଗରୁ ଜାଣିଥିଲା, ଏବେ ଶ୍ରୀକୃଷ୍ଣଙ୍କର ହତ୍ୟାର କାରଣ ହୋଇଥିବାରୁ ସେ ନିଜକୁ ଖୁବ ଧିକ୍କାର କଲା । ମାତ୍ର ଏହା ଥିଲା ବିଧିର ବିଧାନ - ଜାରା ପୁର୍ବ ଜନ୍ମରେ ମାଗିଥିବା ବରର ମନସ୍କାମନା ପୁରଣ ମାତ୍ର । ଜାରାଶବର ହାତରେ ଶ୍ରୀକୃଷ୍ଣଙ୍କ ଦେହବସାନ ହେଲା ପରେ ପାଣ୍ଡବମାନେ ତାଙ୍କୁ ନେଇ ସମୁଦ୍ର କୁଳରେ ଦାହ କଲେ । ମାତ୍ର ସେ ଅକ୍ଷୟ ବ୍ରହ୍ମ ପୂର୍ଣ୍ଣ ଦାହ ହେଲା ନାହ୍ହି ତେଣୁ ପାଣ୍ଡବମାନେ ନିରାଶ ହୋଇ ଶେଷକୁ ଉପାୟ ନପାଇ ସେଇ ଦରପୋଡା ବ୍ରହ୍ମକୁ ସମୁଦ୍ରରେ ଭସାଇ ଦେଲେ । ସେ ବ୍ରହ୍ମ ଭାସି ଭାସି ଯାଇ ପୁରୀର ସମୁଦ୍ର ତଟରେ ପହନ୍ଚିଲା । ସେଇଠି ଯୁଗ ଯୁଗ ଧରି ସେ ନୀଳମାଧବ ରୁପରେ ପୂଜା ପାଇଲେ । ବିଷ୍ଣୁଙ୍କ ସନ୍ଧାନରେ ମାଳବରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବ୍ରାହ୍ମଣ ବିଦ୍ୟାପତି ଆସିଲେ । ନୀଳମାଧବ ଉଭେଇ ଯାଇ ବାଙ୍କି ମୁହାଣରେ ଦେଖା ଦେଲେ ଦାରୁବ୍ରହ୍ମ ଆକାରରେ । ରାଜା ସୈନ୍ୟସାମନ୍ତ, ସକଳ ଅଶ୍ୱ ଗଜ ନେଇ "ଦାରୁବ୍ରହ୍ମ" ପାଇଁ ଗଲେ । ଦାରୁବ୍ରହ୍ମ ପ୍ରୁଷ୍ଠରେ ଶ୍ରୀକୃଷ୍ଣଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ପ୍ରଭୃତି ଚିହ୍ଣ ସବୁ ବିଦ୍ୟମାନ ଥିଲା । ମାତ୍ର ଦାରୁବ୍ରହ୍ମ ଅଟଳ ରହିବାରୁ ରାଜା ଅଧିଆ ପଡିଲେ । ଠାକୁର ତାଙ୍କୁ ସ୍ୱପ୍ନରେ ଛାୟାପ୍ରାୟ ଦୃଶ୍ୟ ହୋଇ କହିଲେ "ରାଜା, ତୋର ପାର୍ଥିବ ଶକ୍ତି ବଳରେ ଏଠାରୁ ମୋତେ ଟଳେଇ ନେବାର ବୃଥା ଚେଷ୍ଟା କରନା । ଆସନ୍ତା କାଲି ମୋର ପ୍ରକୃତ ସେବକ ବିଦ୍ୟାପତିଙ୍କର ବଂଶଧରମାନଙ୍କୁ ଡକେଇ ଆଣି ଗୋଟିଏ ପାଖରେ ଠିଆ କରାଇବୁ ଓ ଆର ପାଖରେ ଜାରାର ବଂଶଧରଙ୍କୁ । ସେଇମାନେ ଏକତ୍ର ଛୁଇଁଲେ ମୁଁ ଯିବି " । ଶେଷରେ ତାହା ହି ହେଲା । ଦାରୁବ୍ରହ୍ମ ଭକ୍ତମାନଙ୍କ ଉପସ୍ଥିତିରେ ଅକ୍ଳେଶରେ ଉଠି ଚାଲିଲେ । ଅମୁହାଁ ଦେଉଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ପରାମର୍ଶରେ ମୂର୍ତ୍ତୀଗଢା ଆରମ୍ଭ ହେଲା । ଏଇ ମୂର୍ତ୍ତୀ ଗଢିବା କାର୍ଯ଼୍ୟ କଲେ ସ୍ୱୟଂ ବିଶ୍ୱକର୍ମା । ସେଇ ଦାରୁ ଦେବତା । । । ଶବର ଦେବତା । । । ହେଉଛନ୍ତି ଦ୍ୱାପରର ଶ୍ରୀକୃଷ୍ଣ (ଜଗନ୍ନାଥ) ବଳଭଦ୍ର ଏବଂ ସୁଭଦ୍ରା! ପାଖରେ ତାଙ୍କର ସୁଦର୍ଶନ । ଯାହା ପାଖରେ ବିଚାର ନାହିଁ ଆର୍ଯ଼୍ୟ, ଅନାର୍ଯ଼୍ୟ, ବ୍ରାହ୍ମଣ, ଶୁଦ୍ର, ହିନ୍ଦୁ, ମୁସଲମାନର । ସେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତଙ୍କର । ଆଜିକୁ ଛହଶହ ବର୍ଷ ତଳେ ଶାରଳା ଦାସ ଯାହା କଳ୍ପନା କରି ଯାଇଥିଲେ ଆଜି ତାହା ବାସ୍ତବ ରୁପ ନେଇଛି । କଳି ଅବତରଣ ପ୍ରସଙ୍ଗ ମହାଭାରତ ଯୁଦ୍ଧ ଶେଷ ହେଲା, ଧର୍ମରେ ଥିବାରୁ ପନ୍ଚୁପାଣ୍ଡବଙ୍କର ବିଜୟ ହେଲା । ସେତେବେଳକୁ ଦ୍ୱାପର ଯୁଗ ସରି ଆସିଲାଣି, କଳିଯୁଗ ପ୍ରବେଶ କରିବାକୁ ଥାଏ । କଳିକାଳରେ ଧର୍ମନନ୍ଦନ ଯୁଧିଷ୍ଠିର କିପରି ରାଜ୍ୟ କରିବେ ବୋଲି ଭାବି ସହଦେବ କଳିକୁ ଅଟକାଇ ରଖିଲେ । ଯୁଧିଷ୍ଠିର ସ୍ୱର୍ଗାରୋହଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି, ସେତିକିବେଳେ ତାଙ୍କ ପାଖହୁ ଏକ ମୋକଦ୍ଦମା ଆସିଲା । ଜଣେ ବ୍ରାହ୍ମଣ ତାଙ୍କର ଶୁଦ୍ର ଚାକର ସହ ସୁନାକଙ୍କଣ ଦୁଇଟି ଧରି ଆସିଲେ । ବ୍ରାହ୍ମଣଙ୍କ ଢିପଜମିରୁ ଖୋଳୁ ଖୋଳୁ ଶୁଦ୍ରକୁ ତାହା ମିଳିଥିଲା, ତେଣୁ ସେ ମାଲିକଙ୍କ ପାଖରେ ତାହା ଦେଲା । କିନ୍ତୁ ବ୍ରାହ୍ମଣ ସେ କଙ୍କଣ ଗ୍ରହଣ କଲେ ନାହିଁ, ବରଂ କହିଲେ ଯେ ସେ କଙ୍କଣ ତାଙ୍କର ପ୍ରାପ୍ୟ ନୁହେଁ କାରଣ ତାଙ୍କ ଚାକର ପରିଶ୍ରମ କରି ପାଇଥିବାରୁ କଙ୍କଣ ତାର ହେବା ଉଚିତ । ମାତ୍ର ଚାକର ସେକଥା ନ ଶୁଣି ମାଲିକଙ୍କ ଜମିରୁ ତାହା ମିଳିଥିବାରୁ ତାହା ମାଲିକଙ୍କର ବୋଲି ଯୁକ୍ତି କରିଥିଲା । ଏଥିପାଇଁ ଦୁଇଜଣଙ୍କ ଭିତରେ କଳିଗୋଳ ଭୟଙ୍କର ରୁପ ଧାରଣ କଲା । ଉଭୟ ଏହାର ସମାଧାନ ପାଇ ବହୁଲୋକଙ୍କ ପାଖକୁ ଯାଇ ନିରାଶ ହୋଇ ସେମାନେ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ ନ୍ୟାୟ ପାଇଁ । ଯୁଧିଷ୍ଠିର ସବୁ ସୁଣି ସମାଧାନ ପାଇଁ ମନ୍ତ୍ରୀ ସହଦେବଙ୍କୁ ପଚାରିଲେ । ସହଦେବ କହିଲେ ମୁ କଳିକୁ ଅଟକାଇ ରଖିଛି, ଏଣୁ ଦ୍ୱାପର ଯୁଗର ପ୍ରଭାବ ଏବେ ବି ରହିଛି । ଆପଣ ତ ସ୍ୱର୍ଗକୁ ବାହାରିଲେଣି । ଆପଣଙ୍କ ଆଜ୍ଞା ହେଲେ ମୁ କଳିକୁ ମୁକ୍ତ କରିଦେବି । ରାଜା ପରୀକ୍ଷିତ ଏହାର ବିଚାର କରିବେ । ଯୁଧିଷ୍ଠିର ସେଥିରେ ରାଜି ହେବାରୁ ସହଦେବ କଳିକୁ ମୁକ୍ତ କରିଦେଲେ । ପରୀକ୍ଷିତଙ୍କ ଆଗରେ ହଠାତ କଳି ପ୍ରଭାବରେ ବ୍ରାହ୍ମଣ ଓ ଶୁଦ୍ରଙ୍କ କଥା ଓ ଯୁକ୍ତି ବଦଳି ଗଲା । ଦୁହେଁ କଙ୍କଣକୁ ନିଜର ବୋଲି ଦାବୀ କଲେ, ନାନା ଯୁକ୍ତି ଦେଇ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ କଙ୍କଣର ମାଲିକ ସେମାନେ । ହଠାତ ଦୁହେଁ କଙ୍କଣ ପାଇବା ପାଇଁ କଳିଗୋଳ ମଧ୍ୟ କଲେ । ସବୁ ଶୁଣି ରାଜା ପରୀକ୍ଷିତ କହିଲେ - ତୁମେ କେହି ସେ ଜିନିଷ ପାଇବ ନାହିଁ । ତାହା ରାଜକୋଷରେ ଜମା ହେବ । ସେ ଘଟଣା ଦେଖି ଯୁଧିଷ୍ଠିର ଆଉ ମୁହୁର୍ତ୍ତଟିଏ ମଧ୍ୟ କଳି ରାଜୁତିରେ ନ ରହିବାକୁ ସ୍ଥିର କଲେ । ଚାରିଭାଇ ଓ ଦ୍ରୌପଦୀଙ୍କୁ ନେଇ ହିମାଳୟ ଅଭିମୁଖେ ଚାଲିଲେ । ଚଣ୍ଡି ପୁରାଣ ଶୁକ-ପରୀକ୍ଷିତ ସମ୍ବାଦ ଛଳରେ କବି ଚଣ୍ଡିପୁରାଣରେ ସମସ୍ତ କଥାକୁ ବର୍ଣ୍ଣନା କରିଛନ୍ତି । ମହାଭାରତର ବିଲଙ୍କା ରାମାୟଣ ପରି ଚଣ୍ଡିପୁରାଣ ଗ୍ରନ୍ଥଟି କବି ସାରଳା ଦାସ ଚଣ୍ଡିଙ୍କ ଆଜ୍ଞାରେ ତାଙ୍କରି ଭାଷାକୁ ପ୍ରକାଶ କରିବାର ବର୍ଣ୍ଣନା କରିଛନ୍ତି । ଏହି ପୁରାଣ ପରବର୍ତ୍ତୀ କାଳରେ ହିନ୍ଦୁମାନଙ୍କ ଘରେ ଚଣ୍ଡିପୁରାଣ ଭାବେ ଅଦ୍ୟାବଧି ପୂଜିତ ହେଉଛି । ବ୍ରହ୍ମାଙ୍କ ବଳରେ ବଳିୟାନ ମହିଷାସୁର ଦେବ, ଦାନବ, ଯକ୍ଷ, ରକ୍ଷ, ଗନ୍ଧର୍ବ, ନର ଓ ବାନର କାହାଦ୍ୱାରା ମୃତ୍ୟୁ ହେବନାହିଁ ବୋଲି ଜାଣି ପ୍ରବଳ ଯୁଦ୍ଧ ପରେ ସମସ୍ତଙ୍କୁ ପରାସ୍ତ କଲା । ଦିଗ୍ୱିଜୟୀ ବୀର ହୋଇ ଶେଷରେ ସ୍ୱର୍ଗ ଉପରେ ଆକ୍ରମଣ କଲା ଓ ଦେବଗଣଙ୍କୁ ପରାସ୍ତ କଲା । ଅନେକ ଦେବତାଙ୍କୁ ଆଣି ବନ୍ଦୀ କରିବାରୁ ଦେବତାମାନେ ଭୟରେ ଲୁଚିଲେ । ଦେବତାଙ୍କ ମୁଖର ଅଗ୍ନିରୁ ଦେବୀ ଦୁର୍ଗା ଜନ୍ମ ନେଲେ । ମହିଷାସୁର ଦେବୀଙ୍କ ମୋହିନୀ ରୁପରେ ଟାଣି ହୋଇ ତାଙ୍କୁ ସ୍ତ୍ରୀ ରୁପେ ପାଇବାପାଇଁ ତାର ସେନାପତି ଚାମର, ବେମାଳ, କାଳ, ବିକାଳ, କାନ୍ତିମାଳା, ବିଡାଳାକ୍ଷ, ରକ୍ତବିର୍ୟ, ବୀରଘଣ୍ଟ ଓ କାଳଦନ୍ତ ଆଦିଙ୍କୁ ପଠାଇଲା । ମାତ୍ର ଦେବୀ ସମସ୍ତଙ୍କୁ ମାରି ଶେଷରେ ମହିଷାସୁରକୁ ବଧ କରି ସମସ୍ତଙ୍କୁ ଶାନ୍ତି ପ୍ରଦାନ କଲେ । ଲକ୍ଷ୍ମୀନାରାୟଣ ବଚନିକା କବିଙ୍କ ଅନ୍ୟାନ୍ୟ ଗ୍ରନ୍ଥଗୁଡ଼ିକ "ଦାଣ୍ଡିବୃତ୍ତ" ରେ ଲେଖାଯାଇଛି । "ଲକ୍ଷ୍ମୀନାରାୟଣ ବଚନିକା" ଗ୍ରନ୍ଥଟି ଖୁବ କ୍ଷୁଦ୍ର, ଅଣାଅଶୀ ପଦର । ଗ୍ରନ୍ଥଟିରେ ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ବର୍ଣ୍ଣନା କରାଯାଇଛି । ଲକ୍ଷ୍ମୀନାରାୟଣ ତାଙ୍କର ଗୁରୁବାର ବ୍ରତ ସମ୍ବନ୍ଧରେ ଯାହା କିଛି ବର୍ଣ୍ଣନା କରିଛନ୍ତି ତାହାହିଁ ଗ୍ରନ୍ଥଟିର ବିଷୟବସ୍ତୁ । ଲକ୍ଷ୍ମୀ ମଣ୍ଡାଫୁଲ, ପଦ୍ମଫୁଲ ଓ ଅଁଳା ପୂଜାରେ ବହୁତ ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କୁ ମନଜାଣି ଫଳ ଦେଇଥାନ୍ତି । ଲକ୍ଷ୍ମୀ ପୁରୁଷ ଓ ସ୍ତ୍ରୀମାନଙ୍କର ବିଭିନ୍ନ ଆଚାର ବ୍ୟବହାର କଥା କହି କାହା ପାଖରେ କମ୍ ରହନ୍ତି ବର୍ଣ୍ଣନା କରିଛନ୍ତି । ଏହାଛଡା ସମାଜର ସମସ୍ତ ଅନୀତି କାର୍ଯ୍ୟକୁ ବାରଣ କରିଛନ୍ତି । ସମାଜରେ କେଉଁ ଦିନ କଣ କରିବ,କଣ ନ କରିବ, ଭଲ ବା ମନ୍ଦ କାମ କଲେ କି ଫଳ ମିଳେ, ଗୁରୁବାର ବ୍ରତ ଭାବେ ସମାଜକୁ ଉପଦେଶ ଦେଇଛନ୍ତି । ଗାଇ ବାଛୁରୀ ଜନ୍ମ ଦେଲେ କେତେ ଦିନ ପରେ ଦୁହିଁବା କଥା, କେଉଁ ତିଥିରେ କଣ ଖାଇବା ନିଷେଧ, ଦାନ୍ତରେ ନଖ କଟିଲେ କି ଫଳ ମିଳେ ବର୍ଣ୍ଣନା ରହିଛି । ଏସବୁଦ୍ୱାରା ବିଶୃଙ୍ଖଳା ଦୂର ହୋଇ ସମାଜ ସୁସ୍ଥ ହୋଇପାରିବ ବୋଲି ଜଣାଯାଏ । ମହାଭାରତ ମହାଭାରତରେ ସେ ୧୮ଟି ପର୍ବର ବର୍ଣ୍ଣନା କରିଛନ୍ତି ।
ରାଜା ରାମ ମନ୍ଦିର (ଯୋଡ଼ା ବାଂଲା ମନ୍ଦିର ଭାବରେ ମଧ୍ୟ ଜଣାଶୁଣା) ବାଂଲାଦେଶର ମଦାରିପୁର ଜିଲ୍ଲାରେ ଥିବା ଏକ ହିନ୍ଦୁ ମନ୍ଦିର । ଏହି ମନ୍ଦିର ରାଜୋଇର ଉପଜିଲ୍ଲାର ଖାଲିଆ ଗ୍ରାମରେ ଅବସ୍ଥିତ । ଏହା ସପ୍ତଦଶ ଶତାବ୍ଦୀରେ ଖାଲିଆର ଜମିଦାର ରାଜାରାମ ରାୟଙ୍କଦ୍ୱାରା ନିର୍ମିତ ହୋଇଥିଲା । ମନ୍ଦିରର ସମ୍ମୁଖ ଭାଗ ରାମାୟଣ-ମହାଭାରତର ଦୃଶ୍ୟରେ ସଜାଯାଇଥିବା ଟେରାକୋଟା ଟାଇଲରେ ଆଚ୍ଛାଦିତ ହୋଇଥିଲା । ବର୍ତ୍ତମାନ ମନ୍ଦିରଟି ବଙ୍ଗଳାଦେଶର ସରକାରଙ୍କ ଅଧିନରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଅଛି ।
୧୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସିନ୍ଧନୁର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ରଇଚୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ସିନ୍ଧନୁର ୧୫.୭୬୯୮ ଉତ୍ତର ଅକ୍ଷାଂଶ ଓ ୭୬.୭୫୫୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିନ୍ଧନୁର ସହରର ମୋଟ ଜନସଂଖ୍ୟା ୬୧୨୯୨ ଅଟେ । ସେଥି ମଧ୍ୟରୁ ୫୧.୧୯% ଜଣ ପରୁଷ ହୋଇଥିବା ବେଳେ ୪୮.୮୧% ଜଣ ନାରୀ ଅଟନ୍ତି । ସିନ୍ଧନୁରର ସାକ୍ଷରତା ହାର ୫୩.୬୭% ଅଟେ । ଏହା ଜାତୀୟ ହାରଠାରୁ ୧୧.୧୭% ପ୍ରତିଶତ କମ ଅଟେ । ସେଥିରୁ ୩୨.୧୦% ପ୍ରତିଶତ ପୁରୁଷ ଓ ୨୧.୫୮% ନାରୀ ଅଟନ୍ତି । ୧୫.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା କନ୍ନଡ ସିନ୍ଧନୁରର ସରକାରୀ ଭାଷା ଅଟେ ।
ପାରମ୍ପରିକ ଭୌତିକ ବିଜ୍ଞାନ ଅନୁସାରେ ପ୍ରତ୍ୟେକ ପରମାଣୁ ଇଲେକ୍ଟ୍ରନ୍, ନିଉଟ୍ରନ୍ ଓ ପ୍ରୋଟୋନ୍ ଆଦିଙ୍କଦ୍ୱାରା ଗଠିତ ବୋଲି କୁହାଯାଇଛି । ଅନେକ ଦିନ ପର୍ଯ୍ୟନ୍ତ ଇଲେକ୍ଟ୍ରନ୍, ପ୍ରୋଟୋନ୍ ଆଦି ପଦାର୍ଥର କ୍ଷୁଦ୍ରତମ ଅଂଶ ବୋଲାଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପରୀକ୍ଷାଦ୍ୱାରା ଜଣାପଡିଲା ଯେ ପରମାଣୁର ଏହି ତିନୋଟି ଅଂଶଙ୍କୁ ମୌଳିକ କ୍ଷୁଦ୍ରତମ କଣିକା ବୋଲି କୁହାଯାଇପାରିବ ନାହିଁ । ସେଥିପାଇଁ ଭୌତିକ ବିଜ୍ଞାନରେ ଏକ ମାନକ ମଡ଼େଲ୍ ‍ (ଈଂରାଜୀରେ ) ପ୍ରସ୍ତୁତ କରାଗଲା । ଏହି ମାନକ ମଡ଼େଲର ବ୍ୟବହାର କରି ଅଦ୍ୟାବଧି ଆବିଷ୍କୃତ ବିଭିନ୍ନ ପ୍ରକାରର ମୌଳିକ କ୍ଷୁଦ୍ରକଣିକା ଓ ୩ ପ୍ରକାରର ମୌଳିକ ବଳଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ସମଗ୍ର ବିଶ୍ୱରେ ଗବେଷଣାରତ ବୈଜ୍ଞାନିକମାନେ କ୍ରମାଗତ ଭାବେ ଏହି ମଡ଼େଲର ବିକାଶରେ ସହଯୋଗ କରିଛନ୍ତି । ୧୯୭୦ର ଦଶନ୍ଧିରେ ପ୍ରଥମେ କ୍ୱାର୍କ୍, ୧୯୯୫ ମସିହାରେ ଉର୍ଦ୍ଧ୍ୱ କ୍ୱାର୍କ୍, ୨୦୦୦ ମସିହାରେ ଟାଉ ନ୍ୟୁଟ୍ରିନୋ ଓ ୨୦୧୩ ମସିହାରେ ହିଗ୍ସ୍ ବୋଜୋନ୍ ଭଳି କ୍ଷୁଦ୍ରକଣମାନଙ୍କ ଆବିଷ୍କାର ଏହି ମଡ଼େଲକୁ ବଳିଷ୍ଠ କରିଛି । ମାନକ ମଡ଼େଲର କ୍ଷୁଦ୍ରକଣିକା ସମୂହ ମୌଳିକ କ୍ଷୁଦ୍ରକଣିକାମାନଙ୍କୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି । ସେମାନେ ହେଲେ - ଫର୍ମିଅନ୍ ଏବଂ ବୋଜୋନ୍ । ଫର୍ମିଅନମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସେମାନେ ହେଲେ - କ୍ୱାର୍କ୍ ଏବଂ ଲେପ୍ଟନ୍ । ବୋଜୋନମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ସେମାନେ ହେଲେ - ଗେଜ୍ ବୋଜୋନ୍ ଏବଂ ସ୍କେଲାର୍ ବୋଜୋନ୍ । ଫର୍ମିଅନ୍ ଏହି ଶ୍ରେଣୀର କ୍ଷୁଦ୍ରକଣିକା ପଲିଙ୍କ ଏକାନ୍ତିକ ସିଦ୍ଧାନ୍ତ ଅନୁସରଣ କରନ୍ତି । ସମୁଦାୟ ୧୨ଟି ମୌଳିକ କ୍ଷୁଦ୍ରକଣିକାଙ୍କୁ ଫର୍ମିଓନ୍ ଶ୍ରେଣୀଭୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୬ଟି କ୍ୱାର୍କ୍ ଓ ୬ଟି ଲେପ୍ଟନ୍ । ଏହି ସମସ୍ତ କ୍ଷୁଦ୍ରକଣିକାଙ୍କର ନିଜର ଅର୍ଦ୍ଧାବର୍ତ୍ତନ ରହିଛି । ସମସ୍ତ କ୍ଷୁଦ୍ରକଣିକାର ନିଜର ଏକ ପ୍ରତିବିମ୍ବ ସ୍ୱରୂପ ବିକ୍ଷୁଦ୍ରକଣିକା ମଧ୍ୟ ରହିଛି । କ୍ୱାର୍କ୍ କ୍ୱାର୍କ୍ ସାଧାରଣତଃ ୬ ପ୍ରକାରର । ସେମାନେ ହେଲେ କ୍ୱାର୍କ୍, କ୍ୱାର୍କ୍, କ୍ୱାର୍କ୍, କ୍ୱାର୍କ୍, କ୍ୱାର୍କ୍ ଓ କ୍ୱାର୍କ୍ । ଏହି କ୍ୱାର୍କମାନଙ୍କର ୬ଟି ଆଣ୍ଟିକ୍ୱାର୍କ୍ ମଧ୍ୟ ରହିଛନ୍ତି। କ୍ୱାର୍କମାନେ ସମ୍ମିଳିତ ହେବାଦ୍ୱାରା ଯେଉଁ ଗରିଷ୍ଠ କ୍ଷୁଦ୍ରକଣିକା ସୃଷ୍ଟି ହୁଏ ତାହାକୁ ହାଡ୍ରନ୍ କୁହନ୍ତି । ହାଡ୍ରନ୍ମାନଙ୍କ ମଧ୍ୟରେ ପ୍ରୋଟୋନ୍ ଓ ନ୍ୟୁଟ୍ରନ୍ ସବୁଠାରୁ ସ୍ଥାୟୀ। ଏହି ଦୁଇଟି ମିଶି ପରମାଣୁର ନାଭି ବା ନ୍ୟୁକ୍ଳିଅସ୍ ଗଠିତ ହୁଏ । କ୍ୱାର୍କ୍ ମାନଙ୍କ ମଧ୍ୟରେ ଯେଉଁସବୁ ପ୍ରକୃତି ନିହିତ ଥାଏ ସେଗୁଡ଼ିକ ହେଲା ବୈଦୁତିକ ଚାର୍ଜ୍, ରଙ୍ଗ ଚାର୍ଜ୍, ବସ୍ତୁତ୍ୱ ଓ ଆବର୍ତ୍ତନ । କ୍ୱାର୍କମାନେ ସ୍ୱାଧୀନଭାବରେ ରହିପାରନ୍ତି ନାହିଁ । କ୍ୱାର୍କ୍ ଓ କ୍ୱାର୍କର ବସ୍ତୁତ୍ୱ ଅନ୍ୟ ସବୁ କ୍ୱାର୍କମାନଙ୍କଠାରୁ କମ୍; ଆଉ ସେଥିପାଇଁ ସେମାନେ ସବୁଠାରୁ ସ୍ଥାୟୀ । ଅସ୍ଥାୟୀ କ୍ୱାର୍କଗୁଡିକ କ୍ଷୁଦ୍ରକଣିକା ଅବକ୍ଷୟ ପ୍ରକ୍ରିୟାଦ୍ୱାରା କ୍ୱାର୍କ୍ ଓ କ୍ୱାର୍କରେ ପରିବର୍ତ୍ତିତ ହେବାକୁ ଚେଷ୍ଟା କରନ୍ତି । କ୍ୱାର୍କର ବିପଦାର୍ଥକୁ ଆଣ୍ଟିକ୍ୱାର୍କ୍ କୁହାଯାଏ । କ୍ୱାର୍କମାନଙ୍କ ମଧ୍ୟରେ ଶକ୍ତିଶାଳୀ ନାଭିକୀୟ ବଳ ଦେଖାଯାଏ । ଲେପ୍ଟନ୍ ଲେପ୍ଟନ୍ ମଧ୍ୟ ୬ ପ୍ରକାରର - ଇଲେକ୍ଟ୍ରନ୍, ମ୍ୟୁଅନ୍, ଟାଉ, ଇଲେକ୍ଟ୍ରନ୍ ନ୍ୟୁଟ୍ରିନୋ, ମ୍ୟୁଅନ୍ ନ୍ୟୁଟ୍ରିନୋ, ଟାଉ ନ୍ୟୁଟ୍ରିନୋ । ଇଲେକ୍ଟ୍ରନ୍, ମ୍ୟୁଅନ୍ ଓ ଟାଉ ଚାର୍ଜବିଶିଷ୍ଟ ହୋଇଥିବା ବେଳେ ଅନ୍ୟ ତିନୋଟି ଚାର୍ଜବିହୀନ । ସମସ୍ତ ଚାର୍ଜବିଶିଷ୍ଟ ଲେପ୍ଟନଙ୍କ ମଧ୍ୟରେ ଇଲେକ୍ଟ୍ରନର ବସ୍ତୁତ୍ୱ ସର୍ବନିମ୍ନ, ତେଣୁ ଏହା ସବୁଠାରୁ ସ୍ଥାୟୀ ମଧ୍ୟ । ଅନ୍ୟ ଗୁରୁ ଲେପ୍ଟନମାନେ ଅବକ୍ଷୟ ହୋଇ ଇଲେକ୍ଟ୍ରନ୍ ହେବାକୁ ଚେଷ୍ଟା କରିଥାନ୍ତିା ବୋଜୋନ୍ ଏହି ଶ୍ରେଣୀର କ୍ଷୁଦ୍ରକଣିକା "ବୋଷ୍-ଆଇନ୍ ଷ୍ଟାଇନ୍ ପରିସଂଖ୍ୟାନ" ଅନୁସରଣ କରନ୍ତି । ବୋଷ୍-ଆଇନ୍ ଷ୍ଟାଇନ୍ ପରିସଂଖ୍ୟାନର ଅନ୍ୟତମ ପ୍ରବର୍ତ୍ତକ ସତ୍ୟେନ୍ଦ୍ର ନାଥ ବୋଷଙ୍କ ସମ୍ମାନରେ ବୈଜ୍ଞାନିକ ପଲ୍ ଡିରାକ୍ ଏହି କ୍ଷୁଦ୍ରକଣର ନାମ "ବୋଜୋନ୍" ରଖିଥିଲେ । ବୋଜୋନର କେତେକ ଉଦାହରଣ ହେଲେ: ଫୋଟୋନ୍, ଗ୍ଲୁଅନ୍, ବୋଜୋନ୍, ବୋଜୋନ୍, ହିଗ୍ସ୍ ବୋଜୋନ୍, ମେସନ୍ ଓ କାଳ୍ପନିକ କ୍ଷୁଦ୍ରକଣିକା ଗ୍ରାଭିଟନ୍ ଇତ୍ୟାଦି । ମୌଳିକ ଫର୍ମିଅନ‌ମାନେ ପଦାର୍ଥର ଗଠନ/ବିନ୍ୟାସ ପାଇଁ ଦାୟୀ । କିନ୍ତୁ ମୌଳିକ ବୋଜୋନ୍ଗୁଡ଼ିକ ପଦାର୍ଥକୁ ବାନ୍ଧି ରଖୁଥିବା ବଳର ବାହକ । ମାନକ ମଡ଼େଲରେ ମହାକର୍ଷଣ ବଳର ସଂଜ୍ଞା ନାହିଁ । କିନ୍ତୁ ସର୍ବସାଧାରଣ ମହାକର୍ଷଣ ବଳ ବିଷୟରେ ଅବଗତ । ଯଦି ମହାକର୍ଷଣ ବଳ କୌଣସି କ୍ଷୁଦ୍ରକଣିକା ଯୋଗୁଁ ସୃଷ୍ଟ ତେବେ ତାହା ବୋଜୋନ୍ ଛଡା ଅନ୍ୟ କିଛି ହୋଇପାରିବ ନାହିଁ । ତେଣୁ ମାନକ ମଡ଼େଲରେ ଏକ କାଳ୍ପନିକ ବୋଜୋନକୁ ସ୍ଥାନ ଦିଆଯାଇଛି । ଏହାର ନାମ ଗ୍ରାଭିଟନ୍ । ଗେଜ୍ ବୋଜୋନ୍ ଗେଜ୍ ବୋଜୋନର ଆଭ୍ୟନ୍ତରୀଣ ଆବର୍ତ୍ତନର ମାତ୍ରା ୧ । ମୌଳିକ କ୍ଷୁଦ୍ରକଣମାନେ ପରସ୍ପର ମଧ୍ୟରେ ଗେଜ୍ ବୋଜୋନ୍ ବିନିମୟଦ୍ୱାରା ପରସ୍ପର ଉପରେ ବଳ ପ୍ରୟୋଗ କରିଥାନ୍ତି । ବିଦ୍ୟୁତ୍-ଚୁମ୍ବକୀୟ ବଳର ବାହକ/କାରଣ ହେଲା ଫୋଟୋନ୍ । ବୋଜୋନ୍ ଓ ବୋଜୋନ୍ ଶକ୍ତିହୀନ ନାଭିକୀୟ ବଳର ବାହକ । ଶକ୍ତିଶାଳୀ ନାଭିକୀୟ ବଳର କାରଣ ହେଲା ଗ୍ଲୁଅନ୍ । ସ୍କେଲାର୍ ବୋଜୋନ୍ ସ୍କେଲାର୍ ବୋଜୋନର ଆଭ୍ୟନ୍ତରୀଣ ଆବର୍ତ୍ତନର ମାତ୍ରା ୦ । ଏକମାତ୍ର ପ୍ରକାରର ସ୍କେଲାର୍ ବୋଜୋନ୍ ଅଦ୍ୟାବଧି ଆବିଷ୍କୃତ ହୋଇଛି । ତାହାର ନାମ ହିଗ୍ସ୍ ବୋଜୋନ୍ । ହିଗ୍ସ୍ ବୋଜୋନ୍ ଯୋଗୁଁ ବୋଜୋନ୍ ଓ ବୋଜୋନଙ୍କୁ ବସ୍ତୁତ୍ୱ ମିଳେ । ମାର୍ଚ୍ଚ୍ ୧୪, ୨୦୧୩ରେ ହିଗ୍ସ୍ ବୋଜୋନର ସ୍ଥିତି ସତ୍ୟ ବୋଲି ପ୍ରମାଣିତ ହୋଇଥିଲା । ଏହାର ଆବିଷ୍କାର ପାଇଁ ଦୁଇ ବୈଜ୍ଞାନିକ: ପିଟର୍ ହିଗ୍ସ୍ ଓ ଫ୍ରାଙ୍କୋଇ ଏଙ୍ଗଲର୍ଟ୍ ୨୦୧୩ ମସିହାରେ ନୋବେଲ୍ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ । ହିଗ୍ସ୍ ବୋଜୋନକୁ ବୋଲି ଅଭିହିତ କରାଯାଇଥିଲା । ମାନକ ମଡ଼େଲର ବଳସମୂହ ଶକ୍ତିଶାଳୀ ନାଭିକୀୟ ବଳ ଶକ୍ତିଶାଳୀ ବଳ ବିଦ୍ୟୁତ୍-ଚୁମ୍ବକୀୟ ବଳଠାରୁ ପ୍ରାୟ ୧୩୭ ଗୁଣ ଓ ଶକ୍ତିହୀନ ବଳର ପ୍ରାୟ ଦଶ ଲକ୍ଷ ଗୁଣ । ସାଧାରଣତଃ ଏହି ବଳ ପଦାର୍ଥରେ ଥିବା କ୍ୱାର୍କ୍ମାନଙ୍କୁ ପ୍ରୋଟୋନ୍ ଓ ନ୍ୟୁଟ୍ରନ୍ ମଧ୍ୟରେ ବାନ୍ଧି ରଖିଥାଏ । ଏହା ସହିତ ଶକ୍ତିଶାଳୀ ବଳ ପ୍ରୋଟୋନ୍ ଓ ନ୍ୟୁଟ୍ରନଙ୍କୁ ନ୍ୟୁକ୍ଲିୟସ୍ ବା ନାଭି ମଧ୍ୟରେ ବାନ୍ଧିରଖେ । ପ୍ରୋଟୋନ୍ ଓ ନ୍ୟୁଟ୍ରନ୍ ନିଜର ବସ୍ତୁତ୍ୱ ଏହି ଶକ୍ତିଶାଳୀ ବଳଦ୍ୱାରା ସୃଷ୍ଟ କ୍ଷେତ୍ରର ଶକ୍ତିରୁ ପାଇଥାନ୍ତି । କାରଣ ପ୍ରୋଟୋନ୍ ମଧ୍ୟରେ ଥିବା ସମସ୍ତ କ୍ୱାର୍କର ବସ୍ତୁତ୍ୱର ସମଷ୍ଟି ପ୍ରୋଟୋନର ବସ୍ତୁତ୍ୱର କେବଳ ୧% । ଶକ୍ତିହୀନ ନାଭିକୀୟ ବଳ ଏହି ପ୍ରକାରର ବଳର ପ୍ରଭାବ କ୍ଷେତ୍ର ଓ ବଳର ମାନ ବିଦ୍ୟୁତ୍-ଚୁମ୍ବକୀୟ ବଳ କିମ୍ବା ଶକ୍ତିଶାଳୀ ବଳଠାରୁ ଅପେକ୍ଷାକୃତ ଭାବେ ସୀମିତ । ତେଣୁ ଏହାକୁ ଶକ୍ତିହୀନ ବଳ ବୋଲି କୁହାଯାଏ । ଶକ୍ତିହୀନ ବଳ ହିଁ ନାଭିକୀୟ ଅବକ୍ଷୟର କାରଣ । ଫର୍ମିଅନ୍ ପରସ୍ପର ମଧ୍ୟରେ + ବୋଜୋନ୍, - ବୋଜୋନ୍ ଓ ବୋଜୋନ୍ ବିନିମୟଦ୍ୱାରା ଶକ୍ତିହୀନ ବଳ ଜାତ ହୁଏ । ଏହି ତିନି ପ୍ରକାରର ବୋଜୋନର ବସ୍ତୁତ୍ୱ ପ୍ରୋଟୋନ୍ ବା ନ୍ୟୁଟ୍ରନର ବସ୍ତୁତ୍ୱଠାରୁ ଅଧିକ । ତେଣୁ ଏମାନଙ୍କ ବଳର ପ୍ରଭାବ କ୍ଷେତ୍ର କମ୍ । ବିଦ୍ୟୁତ୍-ଚୁମ୍ବକୀୟ ବଳ ପାରମାଣବିକ ନାଭିର ଯୁକ୍ତ ଚାର୍ଜ୍ ଓ ଇଲେକ୍ଟ୍ରନ୍ ମାନଙ୍କ ବିଯୁକ୍ତ ଚାର୍ଜ୍ ଯୋଗୁଁ ଯେଉଁ ବିଦ୍ୟୁତ୍-ଚୁମ୍ବକୀୟ ବଳ ସୃଷ୍ଟି ହୁଏ, ତାହା ଅଣୁମାନଙ୍କ ମଧ୍ୟରେ ଦେଖାଯାଉଥିବା ପରସ୍ପର କ୍ରିୟା ପାଇଁ ଦାୟୀ । ଏହି ବଳ ଅତିକ୍ଷୁଦ୍ର ବସ୍ତୁମାନଙ୍କର ସଂବେଗର କାରଣ ମଧ୍ୟ ଦର୍ଶାଇଥାଆନ୍ତି । ଆମ ଦେହର ଅଣୁ ଓ କୌଣସି ପଦାର୍ଥର ଅଣୁମାନଙ୍କ ମଧ୍ୟରେ କ୍ରିୟା-ପ୍ରତିକ୍ରିୟା ଯୋଗୁଁ ଆମେ ସେମାନଙ୍କ ପ୍ରକୃତ ସ୍ୱରୂପ ଅନୁଭବ କରିପାରୁ । ସମସ୍ତ ରାସାୟନିକ କ୍ରିୟା ପଛରେ ମଧ୍ୟ ଏହି ବଳର ଭୂମିକା ରହିଛି । ମହାକର୍ଷଣ ବଳ ଏହି ବଳର ପ୍ରଭାବ କମ୍ । କିନ୍ତୁ ଏହାର ପ୍ରଭାବ କ୍ଷେତ୍ର ଅତି ବିଶାଳ । ସାଧାରଣତଃ ଅଧିକ ବସ୍ତୁତ୍ୱ ବିଶିଷ୍ଟ ବସ୍ତୁମାନଙ୍କ ମଧ୍ୟରେ ଏହି ବଳର ପ୍ରଭାବ ଦେଖାଯାଏ । କିନ୍ତୁ କଣିକାମାନଙ୍କ ବସ୍ତୁତ୍ୱ ଅତି କମ୍ ହୋଇଥିବାରୁ ଏହି ବଳର ମାନ ମଧ୍ୟ ନଗଣ୍ୟ । ଏହି କାରଣରୁ ମହାକର୍ଷଣ ବଳ ବିଷୟରେ ମାନକ ମଡ଼େଲରେ କୌଣସି ବର୍ଣ୍ଣନା ନାହିଁ । ପରବର୍ତ୍ତୀ ସମୟରେ କାଳ୍ପନିକ ବୋଜୋନ୍ ଗ୍ରାଭିଟନ୍ ସହିତ ମହାକର୍ଷଣ ବଳର ସମ୍ପର୍କ ସ୍ଥାପନ କରାଯାଇ ଏମାନଙ୍କୁ ଆଦର୍ଶ ମାନଦଣ୍ଡରେ ସ୍ଥାନ ଦିଆଯାଇଛି । ଆଧାର . (2006). : , . (2004). : . 0-8018-7971- . " " . ; . (2003). : . 978-0-585-44550-2. ; . (2000). 3-540-67672-4. ; . ; . (2006). : . (1987). & . 0-471-60386-4. (1987). 0-201-11749-5. ; . (2006). 0-19-851961-3. ; . ; . (1994). 978-0-521-47652-2. ' (1988). 0-521-34785-8. : , 2. ( 2013) 920 , . ( 2013) 952 . ( , 2010) 670 - . ; . (1973). " " . 9: 1 141. :1973 .....9....1 . :10.1016/0370-1573 (73)90027-6. ; . (2012). " " . 72 (11). :1209.2716. :2012 ...72.2205 . :10.114010052-012-2205-9. ; . (1999). " + ". 83 (8): 1529. : - /9904020. :1999 ..83.1529 . :10.1103/ .83.1529. (2000). " . : - /0001283. { }: . (1999). " ". : - /9912523. { }:
ମୋଜେଜା ଅସରଫ ମୋନାଲିସା (ଜନ୍ମ: ୫ ଅକ୍ଟୋବର ୧୯୮୭, ଜନ୍ମସ୍ଥାନ: ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଏବଂ ନର୍ତ୍ତକୀ । ସେ ଦୂରଦର୍ଶନର ବିଜ୍ଞାପନରେ ପ୍ରଥମେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଏଥିସ‌ହିତ ବିଭିନ୍ନ ମଞ୍ଚରେ ନୃତ୍ୟ କରୁଥିଲେ । ଏହି ସମୟରେ ସେ ୨୦୦୦ ମସିହାରେ ମିସ୍ ଫଟୋଜେନିକ୍ ପୁରସ୍କାର ମଧ୍ୟ ପାଇଥିଲେ । ସେ ଅନେକ ଦୂରଦର୍ଶନ ଚେନାରେ ବିଭିନ୍ନ ଧାରାବାହିକ ଏବଂ ଟେଲି ଫିଲ୍ମରେ ଅଭିନୟ କରିଥିଲେ । ଏତଦ୍ ବ୍ୟତୀତ ସେ ଜଣେ ପ୍ରଶିକ୍ଷିତ ନର୍ତ୍ତକୀ । ମୋନାଲିସା ମାତ୍ର ୧୦ ବର୍ଷ ବୟସରେ ବିଭିନ୍ନ ମଞ୍ଚରେ ନୃତ୍ୟ କରିବା ସ‌ହ ଅଭିନୟ ଆରମ୍ଭ କରିଥିଲେ ଏବଂ ଏଥି ସ‌ହ ମଡେଲିଂ ମଧ୍ୟ କରୁଥିଲେ । ଜଣେ ନର୍ତ୍ତକୀ ଭାବରେ ସେ ତାଙ୍କର ପେଶା ଆରମ୍ଭ କରିଥିଲେ ଏବଂ ଦୂରଦର୍ଶନର ବିଜ୍ଞାପନରେ ତାଙ୍କ ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । ଏହାପରେ ସେ ଦୂରଦର୍ଶନ ଧାରାବାହିକ ଏବଂ ନାଟକମାନଙ୍କରେ ଅଭିନୟ କରିଥିଲେ । ବୟସ ଜୋଖନ ଏଖୁସ, କାଗଜର ଫୁଲ ଏବଂ ହୁମାୟୁନ ଅହମଦଙ୍କର ତ୍ରିଶ୍ନା ଆଦି ନାଟକରେ ଅଭିନୟ କରିଥିଲେ । ବିଭିନ୍ନ ବ୍ରାଣ୍ଡ ଗୁଡ଼ିକ ମଧ୍ୟରୁ ମୋନାଲିସା ବାଂଲାଲିଙ୍କ ଟେଲି କମୁନିକେସନର ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ପ୍ରାରମ୍ଭିକ ଜୀବନ ମୋନାଲିସା ୫ ଅକ୍ଟୋବର ୧୯୮୭ରେ ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଅସରଫ ହୁସେନ ଏବଂ ମମତାଜ ବେଗମ୍ ହେଉଛନ୍ତି ତାଙ୍କ ମାଆ । ପରିବାରରେ ସେ ହେଉଛନ୍ତି ତିନି ଭଉଣୀଙ୍କ ମଧ୍ୟରେ କନିଷ୍ଠା । ୧୯୯୯ ମସିହାରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଥିଲା । ଅଭିନୟ, ମଡେଲିଂ ଓ ନୃତ୍ୟ ମୋନାଲିସା ମାତ୍ର ୧୦ ବର୍ଷ ବୟସରେ ମଞ୍ଚରେ ନୃତ୍ୟ ଏବଂ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ନୃତ୍ୟ କରିବା ସମୟରେ ଜଣେ ନର୍ତ୍ତକୀ ଭାବରେ ତୁର୍କୀରେ ଅନୁଷ୍ଠିତ ଏକ ମଞ୍ଚରେ ନୃତ୍ୟ ପାଇଁ ବିଦେଶ ଯାତ୍ର କରିଥିଲେ । ଜଣେ ନର୍ତ୍ତକୀ ଭାବରେ ମୋନାଲିସା ତାଙ୍କର ପେଶା ଆରମ୍ଭ କରିଥିଲେ ମଧ୍ୟ ଜଣେ ବିଜ୍ଞାପନର ଅଭିନେତ୍ରୀ ଭାବରେ ସେ ଅଧିକ ଲୋକପ୍ରିୟତା ଅର୍ଜନ କରିଥିଲେ । ତାରିକ ଆନମ ଖାନ୍‌ଙ୍କ ନିର୍ଦ୍ଦେଶନାରେ ସେ ପ୍ରଥମେ ଫେୟାର ଆଣ୍ଡ ଲଭ୍‌ଲି ପାଇଁ ବିଜ୍ଞାପନରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବୟସ ଜୋଖନ ଏଖୁସ, କାଗଜର ଫୁଲ ଏବଂ ହୁମାୟୁନ ଅହମଦଙ୍କର ତ୍ରିଶ୍ନା ଆଦି ଦୂରଦର୍ଶନ ନାଟକରେ ଅଭିନୟ କରିଥିଲେ । ବିବାହ ପରେ ୨୦୧୩ରେ ସେ ତାଙ୍କ ପତିଙ୍କ ସ‌ହ ନିୟୁର୍କ ଚାଲିଯାଇଥିଲେ ଏବଂ ସେଠାରେ ସେ ଆମେରିକାସ୍ଥିତ ଏକ ବଙ୍ଗଳା ଟିଭି ଚେନାଲରେ ପ୍ରୋଗ୍ରମ ହେଡ୍ ଭାବରେ କାର୍ଯ୍ୟ କରିଥିଲେ । ଏହାର ତିନିବର୍ଷ ପରେ ସେ ପୁଣିଥରେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଅଭିନୟ ଓ ମଡେଲିଂରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଯମୁନା ଗ୍ରୁପର ଟିଭି ଓ ଫ୍ରିଜ୍ ପାଇଁ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ସେ ଇଦ୍ ପାଇଁ ୮ଟି ସ୍ୱତନ୍ତ୍ର ନାଟକରେ ଅଭିନୟ କରିଥିଲେ । ବୈବାହିକ ଜୀବନ ୧୨ ଜୁନ ୨୦୧୨ରେ ଫିୟାଜ ଶରୀଫଙ୍କ ସ‌ହିତ ମୋନାଲିସାଙ୍କର ନିର୍ବନ୍ଧ ହୋଇଥିଲା । ଏହାପରେ ୧୨ ଡିସେମ୍ବର ୨୦୧୨ରେ ଉଭୟଙ୍କର ବିବାହ ହୋଇଥିଲା । ଢାକାରେ ଗଲ୍ଫ କ୍ଲବ୍ ଅଫ୍ ପାଲ୍ମାରେ ସେମାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
୧୫୨୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୧୦୫୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
୭୪୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ବୁଦ୍ଧ ଧାତୁ ଯାଦି ବଙ୍ଗଳାଦେଶରେ ଥିବା ଏହି ବୁଦ୍ଧ ମନ୍ଦିର । ଏହା ବନ୍ଦରବନ ସ୍ୱର୍ଣ୍ଣ ମନ୍ଦିର ନାମରେ ମଧ୍ୟ ଜଣାଯାଏ । ଏହି ବୁଦ୍ଧ ମନ୍ଦିରଟି ବଙ୍ଗଳାଦେଶର ବନ୍ଦରବନ ନ‌ଗରର ବାଳଘାଟ ସ‌ହର ପାଖରେ ଅବସ୍ଥିତ । ଏହି ମନ୍ଦିରଟି ବଙ୍ଗଳାଦେଶର ସର୍ବ ବୃହତ ଥେରାବଦ ବୁଦ୍ଧ ମନ୍ଦିର ଏବଂ ଏହି ମନ୍ଦିରରେ ବଙ୍ଗଳାଦେଶର ୨ୟ ସର୍ବ ବୃହତ ବୁଦ୍ଧ ମୂର୍ତ୍ତୀ ରହିଛି । ଏହି ମନ୍ଦିରଟି ଥେରାବଦ ବୁଦ୍ଧିଇଜିମ୍‌ ଅଧିନରେ ରହିଛି । ଏହି ମନ୍ଦିରଟି ବଙ୍ଗଳାଦେଶରେ ଥିବା ଇଣ୍ଡିଜେନସ୍ ଲୋକଙ୍କଦ୍ୱାରା ପରିଚାଳିତ ହୋଇଥାଏ । ଏହି ମନ୍ଦିରଟି ୨୦୦୦ ମସିହାରେ ନିର୍ମିତ ହୋଇଥିଲା । ମନ୍ଦିରଟି ଅରକନେସ ଶୈଳୀରେ ନିର୍ମିତ ହୋଇଥିଲା । ଏହି ଶୈଳୀ ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆରେ ବ୍ୟବ‌ହାର ହୋଇଥାଏ । ଅବସ୍ଥିତି ସେଠାକାର ସ୍ଥାନୀୟ କଥିତ ଭାଷାରେ ବୁଦ୍ଧ ମନ୍ଦିରକୁ "କ୍ୟାଙ୍ଗ୍" ବୋଲି କୁହନ୍ତି । ଏହି ମନ୍ଦିରଟି ବନ୍ଦରବନ ଜିଲ୍ଲାରେ ଅବସ୍ଥିତ । ବନ୍ଦରବନ ଜିଲ୍ଲାର ବଙ୍ଗଳାଦେଶର ଦକ୍ଷିଣ-ପୂର୍ବ ଭାଗରେ ଅବସ୍ଥିତ । ଚିତ୍ତାଗୋଙ୍ଗ ପାହାଡ଼ିଆ ଅଞ୍ଚଳରେ ଚିତ୍ତାଗୋଙ୍ଗ ମଣ୍ଡଳରେ ଏହି ମନ୍ଦିରଟି ରହିଛି । ପାହାଡ଼ିଆ ସ‌ହର ବନ୍ଦରବନରେ ଥିବା ଏହି ମନ୍ଦିରକୁ ଲାଗିକି ଦୁଇଟି ପାହାଡ଼ ରହିଛି ଏବଂ ଗୋଟିଏ ଜଙ୍ଗଲ ରହିଛି । ମନ୍ଦିରକୁ ଲାଗିଥିବା ପାହାଡ଼ ଦୁଇଟି ହେଲା ତାଞ୍ଜିଡଙ୍ଗ 4,000 1,200 ଏବଂ କେଓକେରାଡଙ୍ଗ 4,632 1,412 । ମନ୍ଦିରକୁ ଲାଗିକି ବଡ଼ ବଡ଼ ଗଛରେ ପରିପୂର୍ଣ୍ଣ ଜଙ୍ଗଲଟିର ରହିଛି । ଏହି ସ‌ହର ଦେଇ ସାଙ୍ଗୁ ନ‌ଦୀ ମଧ୍ୟ ବୋହି ଯାଇଛି । ଏହି ପାଖରେ ଗୋଟିଏ ଝରଣା ମଧ୍ୟ ରହିଛି । ଏହି ମନ୍ଦିରଟି ଏହି ଗିରି ଶୃଙ୍ଗର ଉପରେ ନିର୍ମାଣ କରାଯାଇଛି, ଯାହାକି ବାଳଘାଟ ସ‌ହରଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିରଟି ବନ୍ଦରବନ ସ‌ହରଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ । ଚିତ୍ତାଗଙ୍ଗ, ବଙ୍ଗଳାଦେଶର ସୁରମ୍ୟ ସ୍ଥାନ, ଏହା ବନ୍ଦରବନ ସ‌ହରଠାରୁ ୯୨ କିଲୋମିଟର ଦୂରରେ ଅବସ୍ଥିତ । ଏହି ସ୍ଥାନରେ ଏକ ଜାତୀୟ ସାଂସ୍କୃତି ଅନୁଷ୍ଠାନ ଏବଂ ସଂଗ୍ରାହଳୟ ରହିଛି । ଦେବତା ପୋଖରୀ ନାମକ ଏହ ଦ୍ରଦ ଅଛି ଏହି ପାହାଡ଼ ଉପରେ । ନିର୍ମାଣ ଶୈଳୀ ପାହାଡ଼ ଶୀଖରରେ ନିର୍ମିତ ଏହି ପ୍ରଭାବଶାଳୀ ମନ୍ଦିରଟି ଅତ୍ୟନ୍ତ ସୁନ୍ଦର ମୂର୍ତ୍ତୀକଳାଦ୍ୱାରା ସୁସଜ୍ଜିତ ହୋଇଛି । ଏହି ମନ୍ଦିରକୁ ଯିବାକୁ ଏକ ସୁନ୍ଦର ସିଡ଼ି ମଧ୍ୟ ନିର୍ମିତ ହୋଇଛି । ଏହି ପବିତ୍ର ସ୍ଥାନରେ ଦେଶର ଦ୍ୱିତୀୟ ସର୍ବ ବୃହତ ବୁଦ୍ଧ ମୂର୍ତ୍ତୀ ସ‌ହିତ ଏକ ଛୋଟ ବୁଦ୍ଧ ମୂର୍ତ୍ତୀ ମଧ୍ୟ ରହିଛି । ମନ୍ଦିର ପରିସରରେ ଡ୍ରାଗନ ଦଣ୍ଡାରେ ଗୋଟିଏ ସ୍ୱର୍ଣ୍ଣ ଘଣ୍ଟା ଝୁଲୁଥାଏ । ଏହି ମନ୍ଦିରଟିର ନିର୍ମାଣ ୧୯୯୫ ମସିହାରେ ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ୨୦୦୦ ମସିହାରେ ଶେଷ ହୋଇଥିଲା । ବୁଦ୍ଧଙ୍କର ଭୌତିକ ଅବଶେଷ ଏହି ମନ୍ଦିରରେ ଥିବା ଚାରୋଟି ମୂର୍ତ୍ତୀ ତଳେ ଅବସ୍ଥାପିତ କରାଯାଇଛି । ବୁଦ୍ଧ ସବୁଆଡ଼େ ଶାନ୍ତି ସ୍ଥାପନ କରିବାକୁ ଚାହାନ୍ତି ବୋଲି ଏହି ବିଶ୍ୱାସ ସ‌ହ ବୁଦ୍ଧଙ୍କର ଭୌତିକ ଅବଶେଷ ଅବସ୍ଥାପନ କରାଯାଇଛି । ଏହି ମନ୍ଦିରଟି ଏବେ ବୁଦ୍ଧ ପର୍ଯ୍ୟଟକ ସଂସ୍ଥା ସ‌ହ ଦକ୍ଷିଣ ଏସିଆ ଉପମହାଦେଶୀୟ ଆର୍ଥିକ ସ‌ହଯୋଗରେ ବିକଶିତ ହୋଇଛି । ଏହା ଏବେ ବଙ୍ଗଳାଦେଶର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ । ଏହି ମନ୍ଦିର ଭିତରେ କୌଣସି ଛୋଟ ଛୋଟ ପୋଷାକ ପରିଧାନ‌କାରୀ ପ୍ରବେଶ ଅନୁମତି ନାହିଁ । ଜୋତା ମଧ୍ୟ ମନ୍ଦିର ଭିତରକୁ ନେବାର ଅନୁମତି ନାହିଁ ।
ଗାଙ୍ଗଟକ ସହର ଭାରତର ଉତ୍ତର-ପୂର୍ବାଞ୍ଚଳରେ ଅବସ୍ଥିତ 'ସିକ୍କିମ' ରାଜ୍ୟର ରାଜଧାନୀ ଭୂଗୋଳ ଜନସଂଖ୍ୟା ଗାଙ୍ଗଟକର ଜନସଂଖ୍ୟା 2011 ଜନଗଣନା ରେ 1000,286 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52,459 ଥିବା ବେଳେ ମହିଳା ସଂଖ୍ୟା 47,827 ରହିଥିଲା । 6 ବର୍ଷରୁ କମସଂଖ୍ୟା ଏଠାରେ 9.24 % ଥିଲା । ସାକ୍ଷ୍ୟରତା ହାର 89.33 % ଥିଲା , ଯାହା ସର୍ବଭାରତୀୟ ହାର ଓ ସିକ୍କିମ ରାଜ୍ୟ ହାରଠାରୁ ଅଧିକ ଥିଲା । ଏଠାରେ ସମୁଦାୟ 23,773 ପାରିବାରିକ ବାସ ଗୃହ ଥିବାର ଜଣାଯାଏ ।
ଝାରସୁଗୁଡ଼ା ଭାରତର ଓଡ଼ିଶାରେ ଥିବା ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।
୬୩୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଲାଖିସରାଇ ଏକ ଭାରତୀୟ ପୌରପାଳିକା ଅଟେ । ଏହା ବିହାରର ଲଖିସରଇ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାଖିସରାଇ ସହରର ମୋଟ ଜନସଂଖ୍ୟା ୩୯୭୪୫ ଅଟେ । ସେଥି ମଧ୍ୟରୁ ୫୩.୦୨% ଜଣ ପରୁଷ ହୋଇଥିବା ବେଳେ ୪୬.୯୮% ଜଣ ନାରୀ ଅଟନ୍ତି । ଲାଖିସରାଇର ସାକ୍ଷରତା ହାର ୫୨.୬୬% ଅଟେ । ଏହା ଜାତୀୟ ହାରଠାରୁ ୧୨.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୧.୯୭% ପ୍ରତିଶତ ପୁରୁଷ ଓ ୨୦.୬୯% ନାରୀ ଅଟନ୍ତି । ୧୫.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ଲାଖିସରାଇର ସରକାରୀ ଭାଷା ଅଟେ ।
ଜଗତିଆଳ ଏକ ଭାରତୀୟ ପୌରପାଳିକା ଅଟେ । ଏହା ଆନ୍ଧ୍ର ପ୍ରଦେଶର କରିମ୍‌‌ନଗର ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଜଗତିଆଳ ୧୮.୭୯୪୭ ଉତ୍ତର ଅକ୍ଷାଂଶ ଓ ୭୮.୯୧୬୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୮୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଜଗତିଆଳ ସହରର ମୋଟ ଜନସଂଖ୍ୟା ୮୯୪୩୮ ଅଟେ । ସେଥି ମଧ୍ୟରୁ ୪୮.୩୦% ଜଣ ପରୁଷ ହୋଇଥିବା ବେଳେ ୫୧.୭୦% ଜଣ ନାରୀ ଅଟନ୍ତି । ଜଗତିଆଳର ସାକ୍ଷରତା ହାର ୬୨.୭୦% ଅଟେ । ଏହା ଜାତୀୟ ହାରଠାରୁ ୨.୧୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୧୧% ପ୍ରତିଶତ ପୁରୁଷ ଓ ୨୬.୫୮% ନାରୀ ଅଟନ୍ତି । ୧୨.୦୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତେଲୁଗୁ ଜଗତିଆଳର ସରକାରୀ ଭାଷା ଅଟେ ।
ଶୁକ୍ର ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଏହା ଦ୍ୱିତୀୟ ଗ୍ରହ ।
ଅଭିଷେକ ବଚ୍ଚନ ହିନ୍ଦି: ୧୯୭୬ରେ ଜନ୍ମିତ ଜଣେ ହିନ୍ଦୀ କଥାଚିତ୍ର ଅଭିନେତା ।
ପୁଷ୍ପେନ୍ଦ୍ର ସିଂହ ଦେଓ (ଜନ୍ମ: ୨୬ ଜାନୁଆରୀ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋକସରା ଓ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ପୁଷ୍ପେନ୍ଦ୍ର ସିଂହ ଦେଓ ୧୯୬୬ ମସିହାର ଜାନୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ରଭାନୁ ସିଂହ ଦେଓ ଓ ମାଆଙ୍କ ନାମ ରୋଷନୀ ସିଂହ ଦେଓ ଏବଂ ପତ୍ନୀଙ୍କ ନାମ ପଦ୍ମା ସିଂହ ଦେଓ । ତାଙ୍କ ମାତାପିତା ଉଭୟ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ଏବଂ ଓଡ଼ିଶା ବିଧାନ ସଭାକୁ ନିର୍ବଚିତ ହୋଇଥିଲେ । ରାଜନୈତିକ ଜୀବନ ପୁଷ୍ପେନ୍ଦ୍ର ସିଂହ ଦେଓ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୧୧ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏବଂ ୨୦୧୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନ ପ୍ରଚାର ବେଳେ କୌଦଳା ଗ୍ରାମରେ ତାଙ୍କୁ ଗ୍ରାମବାସୀମାନେ ଅଟକାଇ ୨୦୧୪ ମସିହାରେ କରିଥିବା ତାଙ୍କର ନିର୍ବାଚନୀ ପ୍ରତିଜ୍ଞା ଉପରେ ପ୍ରଶ୍ନ କରିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪,୦୬,୨୬୦ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ରହିଥିଲେ । ଭାରତୀୟ ଜନତା ପାର୍ଟିର ବସନ୍ତ କୁମାର ପଣ୍ଡାଙ୍କୁଠାରୁ ସେ ୨୬,୮୧୪ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୮,୯୬୩ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ସୁଧୀର ରଞ୍ଜନ ପାଟଯୋଶୀଙ୍କ ଠାରୁ ୧୮,୯୨୭ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।
ଚୀନର ବିଶାଳ ପ୍ରାଚୀର ବା ଚୀନର ସୁଦୀର୍ଘ ପ୍ରାଚୀର (ଈଂରାଜୀରେ ) ଅନେକଗୁଡ଼ିଏ ସ୍ଥାନରେ ନିର୍ମିତ ଦୁର୍ଗ ପ୍ରାଚୀର ସଦୃଶ ଅଂଶକୁ ସଂଯୋଜିତ କରି ଗଠିତ । ପଥର, ଇଟା, ପୋଡ଼ାମାଟି, କାଠ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରି ପୂର୍ବ-ପଶ୍ଚିମ ଦିଗରେ ଏହି ବିଶାଳ କାନ୍ଥର ନିର୍ମାଣ କରାଯାଇଥିଲା । ପ୍ରାଚୀନ ଚୀନର ଉତ୍ତର ପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶର ରକ୍ଷା କରିବା ହିଁ ଏହି କାନ୍ଥ ନିର୍ମାଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ କାନ୍ଥକୁ ପରବର୍ତ୍ତୀ ସମୟରେ ଯୋଡ଼ି ଏକ ବିଶାଳ ଓ ମଜବୁତ୍ ପ୍ରାଚୀର ପ୍ରସ୍ତୁତ କରାଗଲା । ବିଶେଷ କରି ଖ୍ରୀଷ୍ଟପୂର୍ବ ୨୨୦-୨୦୬ ବେଳକୁ ଚୀନର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍‍ଙ୍କ ଶାସନ କାଳରେ ନିର୍ମିତ ଅଂଶ ପ୍ରସିଦ୍ଧ କିନ୍ତୁ ବର୍ତ୍ତମାନ ଏହି ଅଂଶର କେବଳ କିଛି ଅବଶେଷ ରହିଛି । ଅନେକ ରାଜବଂଶ ଏହି ପ୍ରାଚୀରର ପ୍ରସାରଣ, ମରାମତି ଓ ଦୃଢୀକରଣରେ ଯୋଗଦାନ କରିଥିଲେ ; ତେବେ ମିଂଗ୍ ରାଜବଂଶର ଶାସନ ସମୟରେ (ଖ୍ରୀଷ୍ଟାବ୍ଦ ୧୩୬୮-୧୬୪୪) ନିର୍ମିତ କାନ୍ଥର ଅଧିକାଂଶ ଭାଗ ଭଲ ଅବସ୍ଥାରେ ରହିଛି । ସୁରକ୍ଷା ବ୍ୟତୀତ ସୀମାରେଖା ନିର୍ଦ୍ଧାରଣ, ରେଶମ ସଡ଼କରେ କର ଆଦାୟ, ବାଣିଜ୍ୟ ନିୟନ୍ତ୍ରଣ ଓ ଆପ୍ରବାସ ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ପ୍ରାଚୀର ସହାୟକ ହୋଇଥିଲା । ସୈନ୍ୟ ଛାଉଣୀ, ପହରାରେ ସହାୟତା ପାଇଁ ମୀନାର, ଆଲୁଅ ବା ଧୁଆଁ ସହାୟତାରେ ପ୍ରାଚୀରର ଏକ ସ୍ଥାନରୁ ବହୁ ଦୂରରେ ରହିଥିବା ଅନ୍ୟ ଅଂଶକୁ ସତର୍କ ସୂଚନା ଇତ୍ୟାଦିର ସୁବ୍ୟବସ୍ଥା କରାଯିବା ଫଳରେ ପ୍ରାଚୀରର ସୁରକ୍ଷା କ୍ଷମତା ବୃଦ୍ଧି ପାଇଥିଲା । ଏତତ୍ ବ୍ୟତୀତ ବିଶାଳ ପ୍ରାଚୀରର ଛାତଟି ପ୍ରଶସ୍ତ ହୋଇଥିବାରୁ ଶସ୍ତ୍ର, ସୈନ୍ୟ, ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ଖୁବ୍ ସୁବିଧା ହେଉଥିଲା । ଚୀନର ବିଶାଳ ପ୍ରାଚୀର ଆଭ୍ୟନ୍ତରୀଣ ମଂଗୋଲିଆର ଦକ୍ଷିଣ ସୀମାକୁ ସଂଲଗ୍ନ ହୋଇ ପୂର୍ବରେ ଡାନଡୋଂଗଠାରୁ ପଶ୍ଚିମରେ ଲୋପ୍ ହ୍ରଦ ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ମିଂଗ୍ ସମୟରେ ନିର୍ମିତ ପ୍ରାଚୀର ପ୍ରାୟ ୮୮୫୦ କି.ମି. ଦୀର୍ଘ ଥିଲା ବୋଲି ଜଣାପଡ଼ିଛି । ମିଂଗ୍ ପ୍ରାଚୀରର ୬୨୫୯ କି.ମି. ମନୁଷ୍ୟକୃତ କାନ୍ଥ, ୩୫୯ କି.ମି. ବିରାଟ ଖାଲ ଓ ୨୨୩୨ କି.ମି. ପାହାଡ଼ ଓ ନଦୀ ପରି ପ୍ରାକୃତିକ ସୀମା ଓ ବାଧାରେ ପୂର୍ଣ୍ଣ । ଆଉ ଏକ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପ୍ରାଚୀରର ସମସ୍ତ ଅଂଶକୁ ମିଶାଇ ୨୧୧୯୬ କି.ମି. ଦୀର୍ଘ ବୋଲି ତଥ୍ୟ ଯୋଗାଇଥିଲା । ଆଜିକାର ସମୟରେ ଚୀନର ବିଶାଳ ପ୍ରାଚୀର ଏକ ସର୍ବୋତ୍କୃଷ୍ଟ ଐତିହାସିକ କିର୍ତ୍ତୀମାନ ଭାବେ ପରିଗଣିତ ହୁଏ । ନାମ ବିଭିନ୍ନ ପ୍ରାଚୀରର ସମାହାରରେ ଗଠିତ ବିଶାଳ ପ୍ରାଚୀରର ପ୍ରାଚୀନ ସମୟରେ ଅନେକ ସ୍ଥାନୀୟ ଓ ବିଦେଶୀ ନାମ ରହିଥିଲା । ଚୀନ ଐତିହାସିକ ସିମା ଚିଆନ୍‍ଙ୍କ ବିବରଣୀରେ ଏହାକୁ "ଦୀର୍ଘ ପ୍ରାଚୀର ଯୁଗଳ" ମୂଳ ଚୀନୀ ନାମ , ଚାଂଗ୍‍ଚେଂଗ୍ ବୋଲି କୁହାଯାଇଛି । ସେହି ସମୟରେ ଦୁଇଟି ବିରାଟ ପ୍ରାଚୀର ରହିଥିଲା । ସିମା ଚିଆନ୍‍ଙ୍କ ବିବରଣୀରେ "ଦଶ ହଜାର ମାଇଲ୍ ଦୀର୍ଘ ପ୍ରାଚୀର" , ୱାନ୍‍ଲି ଚାଂଗ୍‍ଚେଂଗ୍ ନାମଟି ନଥିଲେ ମଧ୍ୟ ତାଙ୍କରି ବିବରଣୀରୁ ଏହି ନାମର ଉତ୍ପତ୍ତି ବୋଲି କୁହାଯାଏ । ୪୯୩ ମସିହାର ସଂଗ୍ ପୁସ୍ତକରେ ସେନାପତି ତାନ୍ ଦାଓଜି "ଦଶ ହଜାର ମାଇଲ୍ ଦୀର୍ଘ ପ୍ରାଚୀର" ବିଷୟ ଉଲ୍ଲେଖ କରିଥିବା କୁହାଯାଇଛି । ପାରମ୍ପରିକ ଚୀନରେ ଗ୍ରାମର ସୀମା ମାପିବା ପାଇଁ ବ୍ୟବହୃତ ଆନୁମାନିକ ମାପକ ଲି. ଭିନ୍ନ ଭୌଗୋଳିକ ପରିସ୍ଥିତିରେ ପରିବର୍ତ୍ତିତ ହେଉଥିଲା ଏବଂ ଏହାର ହାରାହାରି ମାନ ବର୍ତ୍ତମାନ ସମୟର ଈଂରାଜୀ ମାପକ ମାଇଲ୍‍ର ପ୍ରାୟ ଏକ-ତୃତୀୟାଂଶ (୫୪୦ ମିଟର୍) ହେବ । ୧୯୩୦ ମସିହାରେ ଚୀନର ପରିସୀମା ନିର୍ଦ୍ଧାରଣ ପରେ ଏହାର ମାନ ୫୦୦ ମିଟର୍ ବୋଲି ନିର୍ଦ୍ଧାରିତ ହୋଇଛି । ଏହି ବିଚାରରେ ବିଶାଳ ପ୍ରାଚୀରର ଦୈର୍ଘ୍ୟ ପ୍ରାୟ ୫୦୦୦ କି.ମି. ହେବ । ତେବେ ଅନ୍ୟ ଭାଷାମାନଙ୍କରେ ବ୍ୟବହୃତ ଅଗଣିତ , ଅମାପ ଇତ୍ୟାଦି ଶବ୍ଦ ପରି ଏଠାରେ ଦଶ ହଜାର ଶବ୍ଦର ବ୍ୟବହାରକୁ ଏକ ଅତ୍ୟୁକ୍ତି ବୋଲି କୁହାଯାଇପାରେ । ଏହି ପ୍ରାଚୀର ସହିତ ଚୀନର ପ୍ରଥମ ସମ୍ରାଟ ତଥା କ୍ରୁର ଅତ୍ୟାଚାରୀ ଶାସକ ଚିନ୍ ଶି ହୁଆଂଗ୍‍ଙ୍କ ନାମ ଜଡ଼ିତ ଥିବାରୁ ଚିନ୍ ରାଜବଂଶର ପରବର୍ତ୍ତୀ ରାଜବଂଶମାନେ "ଦୀର୍ଘ ପ୍ରାଚୀର" ର କାୟାବୃଦ୍ଧିରେ ରହିଥିବା ନିଜ ଯୋଗଦାନକୁ ଦୀର୍ଘ ପ୍ରାଚୀର ନ କହି ଭିନ୍ନ ଭିନ୍ନ ନାମରେ ଅଭିହିତ କରିଥିଲେ । ମଧ୍ୟଯୁଗୀୟ ବିବରଣୀ ଅନୁଯାୟୀ ଏହାକୁ ଦୁର୍ଗ, ବାହ୍ୟଦୁର୍ଗ, ବାଧକ, ସୀମା ପ୍ରାଚୀର ଆଦି ନାମର ଉଲ୍ଲେଖ ମିଳିଛି । ସ୍ଥାନୀୟ ଭାଷା ଓ କାବ୍ୟ କବିତାରେ "ବାଇଗଣୀ ସୀମାନ୍ତ" , "ଭୂମି ଡ୍ରାଗନ୍" ପରି ନାମଦ୍ୱାରା ବିଶାଳ ପ୍ରାଚୀରକୁ ସମ୍ବୋଧିତ କରାଯାଇଛି । କେବଳ ଚିଂଗ୍ ରାଜବଂଶର ରାଜୁତି ସମୟରୁ କ୍ଷୁଦ୍ର କ୍ଷୁଦ୍ର ସମସ୍ତ ପ୍ରାଚୀର ଖଣ୍ଡକୁ ଏକ ନାମ ବିଶାଳ ପ୍ରାଚୀର ବୋଲି କୁହାଯିବା ଆରମ୍ଭ ହେଲା । ଆଧୁନିକ ଯୁଗର ପ୍ରାରମ୍ଭରେ ଚୀନକୁ ଭ୍ରମଣ କରିଥିବା ୟୁରୋପୀୟମାନଙ୍କ ବିବରଣୀରୁ ଚୀନୀ ପ୍ରାଚୀର ନାମଟି ଉଦ୍ଧୃତ ହୋଇଛି । ୧୯ଶ ଶତାବ୍ଦୀ ବେଳକୁ "ଚୀନର ବିଶାଳ ପ୍ରାଚୀର" " " ନାମଟି ଈଂରାଜୀ, ଜର୍ମାନ୍ ଓ ଫରାସୀ ଭାଷାରେ ଗୃହୀତ ହେଲା କିନ୍ତୁ ଅନ୍ୟ ୟୁରୋପୀୟ ଭାଷାରେ ଏହାର ନାମ "ଚୀନୀ ପ୍ରାଚୀର" " " ହିଁ ରହିଛି । ଇତିହାସ ପ୍ରାରମ୍ଭିକ ଅବସ୍ଥା ଖ୍ରୀ.ପୂ. ୮ମରୁ ୫ମ ଶତାବ୍ଦୀ ବେଳକୁ ଚୀନର ଲୋକମାନେ ବଡ଼ ପ୍ରାଚୀର ନିର୍ମାଣ କରିବାର ଜ୍ଞାନ କୌଶଳ ବିଷୟରେ ଅବଗତ ଥିଲେ । ମୁଖ୍ୟତଃ ବସନ୍ତ ଓ ଶରତ ଋତୁରେ କାନ୍ଥ ନିର୍ମାଣ କରାଯାଉଥିଲା । ଚିନ୍, ୱେଇ, ଝାଓ, ଚି, ୟାନ୍ ଓ ଝୋଂଗ୍‍ଶାନ୍ ରାଜ୍ୟମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିବାରୁ, ଏମାନେ ସୁରକ୍ଷା ପାଇଁ ନିଜ ନିଜ ସୀମାନ୍ତରେ ପ୍ରାଚୀର ନିର୍ମାଣ କରାଇଥିଲେ । ମାଟି ଓ ଛୋଟ ପଥରରେ ନିର୍ମିତ ଏହି କାନ୍ଥଗୁଡ଼ିକ କିନ୍ତୁ କେବଳ ଖଣ୍ଡା, ବର୍ଚ୍ଛାଧାରୀ ସେନାମାନଙ୍କୁ କିଛି ମାତ୍ରାରେ ପ୍ରତିରୋଧ କରିବା ପାଇଁ ସକ୍ଷମ ଥିଲା । ଚିନ୍ ରାଜ୍ୟର ରାଜା ଝେଂଗ୍ ନିଜ ଶତ୍ରୁମାନଙ୍କୁ ଦମନ କରି ଚୀନର ଏକତ୍ରିକରଣ କରିଥିଲେ ଓ ଖ୍ରୀ.ପୂ. ୨୨୧ରେ ଚୀନର ପ୍ରଥମ ସମ୍ରାଟ ଭାବେ ଚିନ୍ ସାମ୍ରାଜ୍ୟ (ଚିନ୍ ଶି ହୁଆଂଗ୍)ର ସ୍ଥାପନା କରିଥିଲେ । ସାମ୍ରାଜ୍ୟର ଏକତ୍ରୀକରଣ ଓ ଆନ୍ତଃ-ବିପ୍ଳବକୁ ଆଖିରେ ରଖି ସେ କିଛି ଛୋଟ ପ୍ରାଚୀରକୁ ଭାଙ୍ଗିଦେଲେ । ଉତ୍ତର ପଟୁ ଜ୍ୟୋଂଗ୍ନୁ ବିପ୍ଳବୀଙ୍କ ଆକ୍ରମଣରୁ ଦେଶର ସୁରକ୍ଷା କରିବା ପାଇଁ ସେ ନୂଆ ପ୍ରାଚୀର ନିର୍ମାଣ କରିବା ପାଇଁ ଆଦେଶ ଦେଲେ । ପୂର୍ବରୁ ରହିଥିବା କାନ୍ଥମାନଙ୍କୁ ସୁଦୃଢ଼ କରି ଏକ ବିରାଟ ପ୍ରାଚୀର ନିର୍ମାଣ କରିବା ତାଙ୍କ ଉଦ୍ଦେଶ୍ୟ ଥିଲା ଯେପରିକି ସାମ୍ରାଜ୍ୟର ସମ୍ପୂର୍ଣ୍ଣ ଉତ୍ତର ସୀମା ସୁରକ୍ଷିତ ହୋଇପାରିବ । ଏତେ ବିରାଟ ପ୍ରାଚୀର ନିର୍ମାଣ ପାଇଁ କଞ୍ଚାମାଲ ପରିବହନ କଷ୍ଟକର ବ୍ୟାପାର ଥିଲା, ତେଣୁ ଆଖପାଖରେ ମିଳୁଥିବା କଞ୍ଚାମାଲ ବ୍ୟବହାର କରିବା ସମୟୋପଯୋଗୀ ଓ ସହଜସାଧ୍ୟ ଥିଲା । ପାହାଡ଼ ଉପର ଦେଇ ଯାଉଥିବା ପ୍ରାଚୀରର ଅଂଶ ପାଇଁ ସେହି ପାହାଡ଼ରୁ ପଥର କାଟି ବ୍ୟବହାର କରାଯାଉଥିଲା । ଏହି ଚିନ୍ ପ୍ରାଚୀରର ଦୈର୍ଘ୍ୟ ଓ ବ୍ୟାପ୍ତି କେତେ ଥିଲା ତାହାର କୌଣସି ଐତିହାସିକ ଉଲ୍ଲେଖ ନାହିଁ । ପ୍ରାଚୀନ ସମୟରେ ନିର୍ମିତ ଏହି କାନ୍ଥର ଅନେକ ଅଂଶର ବର୍ତ୍ତମାନ ଅବକ୍ଷୟ ଘଟିଛି । କେତେ ଲୋକ ଏହି କାନ୍ଥର ନିର୍ମାଣରେ ଯୋଗଦାନ କରିଥିଲେ ତାହାର କୌଣସି ଐତିହାସିକ ପ୍ରମାଣ ନାହିଁ କିନ୍ତୁ କେତେକ ଲେଖକଙ୍କ ମତାନୁସାରେ ଚିନ୍ ପ୍ରାଚୀରର ନିର୍ମାଣ କାର୍ଯ୍ୟ ବେଳେ ଲକ୍ଷ ଲକ୍ଷ ଶ୍ରମିକ ପ୍ରାଣ ହରାଇଥିଲେ । ପରବର୍ତ୍ତୀ ସମୟରେ ହାନ୍ ରାଜବଂଶ, ସ୍ୱି ରାଜବଂଶ ଓ ଉତ୍ତର ପ୍ରାନ୍ତର ରାଜବଂଶମାନେ ଉତ୍ତର ପଟୁ ହେଉଥିବା ଆକ୍ରମଣରୁ ନିଜ ରାଜ୍ୟର ସୁରକ୍ଷା ପାଇଁ ଏହି ପ୍ରାଚୀରର ପ୍ରସରଣ, ମରାମତି ଓ ପୁନରୁଦ୍ଧାର କରାଇଥିଲେ । ତାଂଗ୍ ଓ ସୋଂଗ୍ ରାଜବଂଶର ଶାସନ ସମୟରେ ଏହି ପ୍ରାଚୀରରେ କିଛି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ହୋଇନଥିଲା । ଲାୟୋ, ଜିନ୍ ଓ ୟୁଆନ୍ ଇତ୍ୟାଦି ରାଜବଂଶ ଦଶମରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଚୀନର ଉତ୍ତର ପାର୍ଶ୍ୱରେ ଶାସନ କରୁଥିଲେ ଓ ନିଜ ରାଜ୍ୟର ସୁରକ୍ଷା ପାଇଁ ଦ୍ୱାଦଶ ଶତାବ୍ଦୀରେ କେତେକ ପ୍ରାଚୀରର ନିର୍ମାଣ କରାଇଥିଲେ । କିନ୍ତୁ ଏଗୁଡ଼ିକ ବିଶାଳ ପ୍ରାଚୀରରୁ ଅନେକ ଦୂରକୁ କେନ୍ଦ୍ରୀୟ ମଂଗୋଲିଆରେ ରହିଥିଲା । ମିଂଗ୍ ଶାସନ କାଳରେ ଅବସ୍ଥା ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ମିଂଗ୍ ରାଜବଂଶ କ୍ଷମତାକୁ ଆସିବା ପରେ ଏହାର ଶାସକମାନେ ପୁଣି ଥରେ ବିଶାଳ ପ୍ରାଚୀରର ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେଲେ । ତୁମୁ ଯୁଦ୍ଧରେ ଓଇରାତ୍‍ମାନଙ୍କଠାରୁ ମିଂଗ୍ ସେନା ପରାଜିତ ହେବା ଯୋଗୁଁ ବିଶାଳ ପ୍ରାଚୀରର ଆବଶ୍ୟକତା ଅନୁଭବ କରିଥିଲେ ଓ ସେଥିପାଇଁ ଏହି ପଦକ୍ଷେପ ନେଇଥିଲେ । ଅନେକ ସମୟ ଧରି ଲାଗି ରହିଥିବା ସଂଘର୍ଷରେ ମିଂଗ୍‍ସେନା ମଂଗୋଲିଆର ବିଦ୍ରୋହୀ ଗୋଷ୍ଠୀମାନଙ୍କୁ ପ୍ରତିହତ କରିପାରୁନଥିଲେ ଯାହା ସାମ୍ରାଜ୍ୟକୁ କ୍ଷତିଗ୍ରସ୍ତ କରୁଥିଲା । ତେଣୁ ଏହି ଯାଯାବର ବିଦ୍ରୋହୀ ଗୋଷ୍ଠୀମାନଙ୍କୁ ଦମନ କରିବା ପାଇଁ ଏକ ନୂତନ ଯୋଜନା କ୍ରମେ ମିଂଗ୍ ଶାସକମାନେ ଚୀନର ଉତ୍ତର ସୀମାରେ ବିଶାଳ ପ୍ରାଚୀରର ସମ୍ପ୍ରସାରଣରେ ମନ ଦେଲେ । ମଂଗୋଲ୍‍ମାନଙ୍କ ନିୟନ୍ତ୍ରଣ ଓ ଆଧିପତ୍ୟରେ ଥିବା ଅଂଶର ସମ୍ମାନ କରି ୟେଲୋ ନଦୀ ପରିବର୍ତ୍ତେ ଓର୍ଡୋସ୍ ମରୁଭୂମିର ଦକ୍ଷିଣ ସୀମାରେ ମିଂଗ୍‍ମାନେ ପ୍ରାଚୀର ସମ୍ପ୍ରସାରଣ କରାଇଲେ । ମିଂଗ୍‍ମାନଙ୍କଦ୍ୱାରା ନିର୍ମିତ ଅଂଶ ପଥର ଓ ଇଟାରେ ନିର୍ମାଣ କରାଯାଇଥିବାରୁ ପୂର୍ବରୁ ନିର୍ମିତ ଅଂଶ ଅପେକ୍ଷା ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ ଥିଲା । ଏହି ସମୟରେ ବିଶାଳ ପ୍ରାଚୀରରେ ପ୍ରାୟ ୨୫୦୦୦ଟି ନିରୀକ୍ଷଣ ସ୍ତମ୍ଭ ବା ମୀନାର ନିର୍ମାଣ କରାଯାଇଥିଲା । କିନ୍ତୁ ମଂଗୋଲ୍‍ମାନେ ଦୁର୍ବଳ ଅଂଶରୁ ଅନୁପ୍ରବେଶ ବଜାୟ ରଖିଥିବାରୁ ମିଂଗ୍‍ମାନେ ପୂର୍ବ ଅଂଶର ମରାମତି ଓ ଦୃଢ଼ୀକରଣର ଆବଶ୍ୟକତା ଉପଲବ୍ଧି କରିଥିଲେ ଓ ଏହା ପଛରେ ଅନେକ ସମ୍ବଳ ବିନିଯୋଗ କରିଥିଲେ । ମିଂଗ୍‍ମାନଙ୍କ ରାଜଧାନୀ ବେଜିଂଗ୍ ନିକଟ ଦେଇ ଯାଇଥିବା କାନ୍ଥର ଅଂଶ ଅତ୍ୟନ୍ତ ସୁଦୃଢ଼ ଥିଲା । ୧୫୬୭ ମସିହାରୁ ୧୫୭୦ ମସିହା ମଧ୍ୟରେ ଚି ଜିଗ୍ୱାଂଗ୍ କାନ୍ଥର ଅନେକ ଅଂଶର ଦୃଢ଼ୀକରଣ କରାଇଲେ ଓ ମଂଗୋଲ୍ ଅନୁପ୍ରବେଶକାରୀଙ୍କ ଆଗମନ ବିଷୟରେ ସୂଚନା ଦେବାହ ପାଇଁ ଶାନ୍‍ହାଇଗ୍ୱାନ୍‍ ଗିରିପଥରୁ ଚାଂପିଂ ପର୍ଯ୍ୟନ୍ତ ଅଂଶରେ ପ୍ରାୟ ୧୨୦୦ ନିରୀକ୍ଷଣ ସ୍ତମ୍ଭର ନିର୍ମାଣ କରାଇଲେ । ୧୪୪୦ରୁ ୧୪୬୦ ମଧ୍ୟରେ ମିଂଗ୍ ଶାସକମାନେ "ଲ୍ୟାଓଡୋଂ ପ୍ରାଚୀର" ର ମଧ୍ୟ ନିର୍ମାଣ କରାଇଥିଲେ । ଏହି ପ୍ରାଚୀର ମଧ୍ୟ ବିଶାଳ ପ୍ରାଚୀରର ଏକ ଅଂଶ ପରି ଥିଲା ଓ ଉତ୍ତର ଓ ଉତ୍ତର-ପୂର୍ବ ଦିଗରୁ ଜିଆଞ୍ଝୋଉ ଜୁର୍ଚେନ୍ ଓ ମଂଗୋଲ୍ ଓରିୟାଂଘାନ୍‍ମାନଙ୍କ ଆକ୍ରମଣ ଓ ଲୁଣ୍ଠନ ଉଦ୍ୟମରୁ ଲ୍ୟାଓଡୋଂ ପ୍ରଗଣାର କୃଷିକ୍ଷେତ୍ରମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ପ୍ରାଚୀର ନିର୍ମାଣର ମୂଳ ଉଦ୍ଦେଶ୍ୟ ଥିଲା । ପଥର, ଟାଇଲ୍, ମାଟି ବ୍ୟବହାର କରି ଓ କାନ୍ଥର ଉଭୟ ପାର୍ଶ୍ୱରେ ଗଭୀର ଖାଇ ଖୋଳି ଲ୍ୟାଓଡୋଂ ପ୍ରାଚୀର ତିଆରି ହୋଇଥିଲା । ମିଂଗ୍ ସାମ୍ରାଜ୍ୟର ପତନ ସମୟରେ ପ୍ରାୟ ୧୬୦୦ ମସିହା ବେଳକୁ ମୁଣ୍ଡ ଟେକି ଉଠିଥିବା ମଞ୍ଚୁ ଅନୁପ୍ରବେଶକାରୀ ଦଳଙ୍କ ପ୍ରତିରୋଧରେ ବିଶାଳ ପ୍ରାଚୀର ଖୁବ୍ ସହାୟକ ହୋଇଥିଲା । ସଂଘର୍ଷରେ ମିଂଗ୍ ସେନା ଲ୍ୟାଓଡୋଂ ଅଞ୍ଚଳ ହରାଇଥିଲେ କିନ୍ତୁ ଶାନ୍‍ହାଇ ପ୍ରବେଶପଥରେ ଦୃଢ଼ ପ୍ରତିରୋଧ ଯୋଗୁଁ ମଞ୍ଚୁମାନେ ଚୀନର ଅଭ୍ୟନ୍ତରକୁ ଅନୁପ୍ରବେଶ କରିପାରିନଥିଲେ । ଶେଷରେ ବେଜିଂଗ୍ ଲି ଜିଚେଂଗ୍‍ ବିଦ୍ରୋହୀ ଗୋଷ୍ଠୀଙ୍କ ଅଧୀନକୁ ଆସିବା ପରେ, ୧୬୪୪ ମସିହା ବେଳକୁ ମଞ୍ଚୁମାନେ ବିଶାଳ ପ୍ରାଚୀର ଲଂଘିବାରେ ସମର୍ଥ ହୋଇଥିଲେ । ଏହା ପୂର୍ବରୁ ମଞ୍ଚୁମାନେ କରିଥିବା ଅନୁପ୍ରବେଶର ମୁଖ୍ୟ ଉଦ୍ଦେଶ୍ୟ ଲୁଣ୍ଠନ ଥିଲା । କିନ୍ତୁ ୧୬୪୪ ମସିହାର ଅନୁପ୍ରବେଶର ଉଦ୍ଦେଶ୍ୟ ଥିଲା ନୂଆ ଇଲାକା ଅଧୀନ କରିବା । ଶାନ୍‍ହାଇ ପ୍ରବେଶପଥ ନିକଟରେ ମିଂଗ୍ ସେନାର ସେନାପତି ୱୁ ସାଂଗ୍ୱି ମଞ୍ଚୁମାନଙ୍କ ସହିତ ସନ୍ଧି କଲେ ଓ ଦ୍ୱାର ଖୋଲି ସେମାନଙ୍କୁ ଭିତରକୁ ପଶିବାରେ ସହାୟତା କରିଥିଲେ । ମଞ୍ଚୁମାନଙ୍କ ସହାୟତାରେ ବେଜିଂଗ୍‍ରୁ ବିପ୍ଳବୀ ଗୋଷ୍ଠୀଙ୍କୁ ବିତାଡ଼ିତ କରିବା ତାଙ୍କ ଲକ୍ଷ୍ୟ ଥିଲା । ମଞ୍ଚୁମାନେ ବେଜିଂଗ୍ ଅଧିକାର କରି ବିପ୍ଳବୀମାନଙ୍କଦ୍ୱାରା ପ୍ରତିଷ୍ଠିତ ଶୁନ ସାମ୍ରାଜ୍ୟ ଓ ଅବଶିଷ୍ଟ ମିଂଗ୍ ବିଦ୍ରୋହର ଅନ୍ତ ଘଟାଇ ଚୀନରେ ଚିଂଗ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ । ଚିଂଗ୍ ଶାସନ ସମୟରେ ମଂଗୋଲିଆ ଚୀନ ସାମ୍ରାଜ୍ୟର ସୀମା ମଧ୍ୟରେ ରହିଲା ଓ ପ୍ରାଚୀରର ବହୁ ଉତ୍ତରକୁ ସାମ୍ରାଜ୍ୟର ସୀମା ବ୍ୟାପ୍ତ ଥିଲା । ତେଣୁ ବିଶାଳ ପ୍ରାଚୀରର ମରାମତି ଇତ୍ୟାଦି ଆବଶ୍ୟକ ନଥିଲା । ମିଂଗ୍‍ମାନଙ୍କ ଲ୍ୟାଓଡୋଂ ପ୍ରାଚୀର ପରି ମଞ୍ଚୁରିଆର ଚିଂଗ୍ ଶାସକମାନେ ବିଦେଶୀଙ୍କ ଅନୁପ୍ରବେଶ ନିୟନ୍ତ୍ରଣ ପାଇଁ ୱିଲୋ ପାଲିସେଡ୍ ନିର୍ମାଣ କରାଇଥିଲେ । ବୈଦେଶିକ ବିବରଣୀରେ ବିଶାଳ ପ୍ରାଚୀର ୟୁଆନ୍ ସାମ୍ରାଜ୍ୟର ଶାସନ କାଳରେ ଚୀନ ବା ମଂଗୋଲିଆ ଯାତ୍ରା କରିଥିବା ୟୁରୋପୀୟ ପରିବ୍ରାଜକ ଯଥା ମାର୍କୋ ପୋଲୋ, ଜିଓଭାନି ଦା ପ୍ୟାନ୍ ଡେଲ୍ କାର୍ପିନେ, ରୁବ୍ରକ୍‍ର ୱିଲିୟମ୍, ଜିଓଭାନି ଡେ ମାରିଗ୍ନୋଲି ଇତ୍ୟାଦିଙ୍କ ମଧ୍ୟରୁ କେହି ଜଣେ ବି ବିଶାଳ ପ୍ରାଚୀର ବିଷୟରେ ଉଲ୍ଲେଖ କରିନାହାନ୍ତି । ଉତ୍ତର ଆଫ୍ରିକୀୟ ପରିବ୍ରାଜକ ଇବନ୍ ବତୁତା ପ୍ରାୟ ୧୩୪୬ ମସିହା ବେଳକୁ ୟୁଆନ୍ ସାମ୍ରାଜ୍ୟର ଶାସନକାଳରେ ଚୀନ ଭ୍ରମଣରେ ଯାଇଥିଲେ ଓ ଚୀନ ଆସିବା ପୂର୍ବରୁ ସେ ସମ୍ଭବତଃ ବିଶାଳ ପ୍ରାଚୀର ସମ୍ପର୍କରେ ଜାଣିଥିଲେ । ସେ ନିଜ ଯାତ୍ରା ବିବରଣୀରେ ଲେଖିଯାଇଛନ୍ତି ଯେ ଜେଇତୁନ୍‍ରୁ ପ୍ରାୟ ୬୦ ଦିନର ଯାତ୍ରା ପରେ ବିଶାଳ ପ୍ରାଚୀରଠାରେ ପହଞ୍ଚି ହେବ । କୋରାନ୍‍ରେ ବର୍ଣ୍ଣିତ ପ୍ରାଚୀର କିମ୍ବଦନ୍ତୀ ସହିତ ବିଶାଳ ପ୍ରାଚୀରର ସମ୍ପର୍କିତ ବୋଲି ଅନୁମାନ କରିଥିଲେ । ଗଗ୍ ଓ ମାଗଗ୍‍ଙ୍କ ପ୍ରାଦୁର୍ଭାବରୁ ଲୋକଙ୍କ ସୁରକ୍ଷା ପାଇଁ ଧୁଲ୍-କରନୈନ୍ ଯାହାଙ୍କୁ ଆଲେକ୍‍ଜାଣ୍ଡାର୍‍ ବୋଲି କେହି କେହି ଚିହ୍ନିତ କରନ୍ତି ସୂର୍ଯ୍ୟୋଦୟର ଦେଶ ନିକଟରେ ଏକ ବିଶାଳ ପ୍ରାଚୀର ନିର୍ମାଣ କରାଇଥିଲେ ବୋଲି କିମ୍ବଦନ୍ତୀ ରହିଥିଲା । ତେବେ ଇବନ୍ ବତୁତା ନିଜେ ବିଶାଳ ପ୍ରାଚୀର ଦେଖିନଥିଲେ ବା କାହାଠାରୁ ଏହା ବିଷୟରେ ସବିଶେଷ ତଥ୍ୟ ପାଇ ନଥିଲେ । ତେଣୁ ଏଥିରୁ ଅନୁମାନ କରାଯାଇପାରିବ ଯେ ଯଦିଓ ସେ ସମୟରେ ବିଶାଳ ପ୍ରାଚୀରର କିଛି ଅଂଶ ରହିଥିଲା, ତାହା ସେତେ ମହତ୍ତ୍ୱ ବହନ କରୁନଥିଲା । ୧୬ଶ ଶତାବ୍ଦୀ ବେଳକୁ ୟୁରୋପୀୟମାନେ ସମୁଦ୍ର ପଥରେ ଆସି ମିଂଗ୍ ସାମ୍ରାଜ୍ୟ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ଏହି ସମୟ ପରଠାରୁ ୟୁରୋପ୍‍ରେ ବିଶାଳ ପ୍ରାଚୀର ସମ୍ପର୍କିତ ଖବର ଓ ଲେଖା ପହଞ୍ଚିବାକୁ ଲାଗିଲା । ସେତେବେଳ ପର୍ଯ୍ୟନ୍ତ ପ୍ରାୟ ଏକ ଶତାବ୍ଦୀ ଯାଏ କୌଣସି ୟୁରୋପୀୟ ଏହି ପ୍ରାଚୀର ଦେଖିବାର ସୁଯୋଗ ପାଇନଥିଲେ । ମଂଗୋଲ୍ ବା ଟାର୍ଟାରଙ୍କ ଆକ୍ରମଣରୁ ଦେଶର ସୁରକ୍ଷାରେ ଏହି ପ୍ରାଚୀରର ମହତ୍ତ୍ୱ ଓ କାନ୍ଥର ଗାଠନିକ ବିବରଣୀ ଯେଉଁ ପୁସ୍ତକରେ ପ୍ରଥମେ ଦେଖିବାକୁ ମିଳେ, ସେଇଟି ହେଉଛି ୧୫୬୩ ମସିହାରେ ଲିଖିତ ଜୋଆ ଡି ବ୍ୟାରୋସ୍‍ଙ୍କ ଏସିଆ । ଅନ୍ୟ କିଛି ପାଶ୍ଚାତ୍ୟ ପରିବ୍ରାଜକ ଯାହାଙ୍କ ଲେଖାରେ ବିଶାଳ ପ୍ରାଚୀର ବିଷୟ ବର୍ଣ୍ଣିତ ସେମାନେ ହେଲେ : ଗ୍ୟାସ୍ପର୍ ଦା କ୍ରୁଜ୍, ବେଣ୍ଟୋ ଦେ ଗୋଏସ୍, ମାତିଓ ରିଚି, ପାଦ୍ରୀ ଜୁଆନ୍ ଗୋଞ୍ଜାଲେଜ୍ ଡି ମେଣ୍ଡୋଜା ଇତ୍ୟାଦି । ୧୫୫୯ରେ ଗ୍ୟାସ୍ପର୍ ଦା କ୍ରୁଜ୍‍ଙ୍କ ଲିଖିତ " " (ଚୀନ ଓ ଏହାର ସଂଲଗ୍ନ ଅଞ୍ଚଳମାନଙ୍କ ବିବରଣୀ)ରେ ବିଶାଳ ପ୍ରାଚୀର ସମ୍ପର୍କରେ ଏକ ଆଲୋଚନା ରହିଛି । ୧୬୦୫ ମସିହାରେ ପର୍ତ୍ତୁଗୀଜ୍ ଜେସ୍ୱିଟ୍ ଧର୍ମଭ୍ରାତା ବେଣ୍ଟୋ ଦେ ଗୋଏସ୍ ଭାରତରୁ ବାହାରି ଉତ୍ତର-ପଶ୍ଚିମରେ ରହିଥିବା ଜ୍ୟାୟୁ ଗିରିପଥ ନିକଟରେ ବିଶାଳ ପ୍ରାଚୀର ବାଟରେ ଚୀନକୁ ପ୍ରବେଶ କରିଥିଲେ । ଏପରି କରିବାରେ ସେ ଥିଲେ ପ୍ରଥମ ୟୁରୋପୀୟ । ପ୍ରାରମ୍ଭିକ ସମୟରେ ଲିଖିତ ୟୁରୋପୀୟ ଧାରା ବିବରଣୀ ସମସାମୟିକ ଚୀନୀ ମତର ଅନୁସରଣ କରୁଥିଲା । କିନ୍ତୁ ପରେ ଏହି ମତ ଅତିରଞ୍ଜିତ ହେଲାପରି ମନେ ହୁଏ । ଖ୍ରୀ.ପୂ. ତୃତୀୟ ଶତାବ୍ଦୀର ପ୍ରଥମ ମିଂଗ୍ ଶାସକ ମିଂଗ୍ ପ୍ରାଚୀରର ନିର୍ମାଣ କରାଇଥିବା ତ୍ରୁଟିପୂର୍ଣ୍ଣ ତଥ୍ୟ ସବୁଆଡ଼େ ଦେଖିବାକୁ ମିଳିଥିଲା । ପ୍ରଥମ ଓ ଦ୍ୱିତୀୟ ଅଫିମ ଯୁଦ୍ଧରେ ପରାସ୍ତ ହେବା ପରେ ଚୀନରେ ବିଦେଶୀ ବେପାରୀ ଓ ପର୍ଯ୍ୟଟକଙ୍କ ନିମନ୍ତେ ଦ୍ୱାର ଖୋଲିଥିଲା । ବିଶାଳ ପ୍ରାଚୀର ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ କେନ୍ଦ୍ର ପାଲଟିଗଲା । ୧୯ଶ ଶତାବ୍ଦୀ ପରେ ଲେଖାଯାଇଥିବା ଯାତ୍ରା ବିବରଣୀ ଓ ଲେଖା ସବୁ ବିଶାଳ ପ୍ରାଚୀରର ଅନେକ ଗୁଣଗାନ କଲେ ।ଏହି ପ୍ରଚାର ଯୋଗୁଁ ଅନେକ ଲୋକଙ୍କ ଏବେ ବି ଭୁଲ ଧାରଣା ରହିଛି ଯେ ବିଶାଳ ପ୍ରାଚୀର ଏତେ ସୁଦୀର୍ଘ ଯେ ଚନ୍ଦ୍ର, ଏପରିକି ମଙ୍ଗଳ ଗ୍ରହର ପୃଷ୍ଠରୁ ଏହା ଖାଲି ଆଖିରେ ଦିଶେ । ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ପ୍ରାଚୀରର ବ୍ୟାପ୍ତି ବିଶାଳ ପ୍ରାଚୀରର ସଂଜ୍ଞା ନିରୂପିତ ହୋଇନଥିବାରୁ ଏହାର ପ୍ରକୃତ ଗତିପଥ କେଉଁଟି ତାହା କହିବା କଷ୍ଟକର ; ତେଣୁ ମିଂଗ୍ ଶାସନ ସମୟରେ ନିର୍ମିତ ପ୍ରାଚୀରର ଗତିପଥ ମୁଖ୍ୟତଃ ଗୃହୀତ ହୋଇଥାଏ । ଗାଂସୁ ଅଞ୍ଚଳରେ ଥିବା ଜ୍ୟାୟୁଗ୍ୱାନ ପ୍ରବେଶପଥ ମିଂଗ୍ ପ୍ରାଚୀରର ପଶ୍ଚିମ ସୀମା । ହାନ୍ ଶାସନ ସମୟରେ ୟୁମେନ୍ ପ୍ରବେଶପଥ ଓ ୟାଂଗ୍ ଗିରିପଥରେ ନିର୍ମିତ ପ୍ରାଚୀର ଜ୍ୟୟୁଗ୍ୱାନଠାରୁ ଆହୁରି ପଶ୍ଚିମକୁ ଅବସ୍ଥିତ । କିନ୍ତୁ ଏହି ଦୁଇ ଗିରିପଥ ପର୍ଯ୍ୟନ୍ତ ରହିଥିବା ପ୍ରାଚୀର ଅତ୍ୟନ୍ତ ଅସ୍ପଷ୍ଟ । ଜ୍ୟାୟୁଗ୍ୱାନ ପ୍ରବେଶପଥରୁ କାନ୍ଥ ସ୍ଥାନେ ସ୍ଥାନେ ବିଖଣ୍ଡିତ ହୋଇ ହେକ୍ସି କରିଡର୍ ଓ ନିଂଗ୍ଜିଆ ଦେଇ ୟିଞ୍ଚୁଆନ୍‍ଠାରେ ୟେଲୋ ନଦୀ କୁଣ୍ଡଳୀର ପଶ୍ଚିମ ପର୍ଯ୍ୟନ୍ତ ଯାଇଛି । ଏହି ସ୍ଥାନରୁ ମିଂଗ୍ କାଳରେ ନିର୍ମିତ ପ୍ରମୁଖ ପ୍ରାଚୀର ଓର୍ଡୋସ୍ ମରୁଭୂମି ମଧ୍ୟଦେଇ ୟେଲୋ ନଦୀ କୁଣ୍ଡଳୀର ପୂର୍ବ ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଛି । ଜିନ୍‍ଝୌର ପିଆଣ୍ଟୋଉ ଗିରିପଥ ନିକଟରେ ( ,) ବିଶାଳ ପ୍ରାଚୀର "ବାହ୍ୟ ବିଶାଳ ପ୍ରାଚୀର" ( ,) ଓ "ଆନ୍ତଃ ବିଶାଳ ପ୍ରାଚୀର" , ଏପରି ଦୁଇ ଭାଗରେ ବିଭକ୍ତ ହୋଇଛି । ବାହ୍ୟ ବିଶାଳ ପ୍ରାଚୀର ମଂଗୋଲିଆ ସୀମା, ସାନ୍ଜି ଇତ୍ୟାଦିକୁ ଲାଗି ହେବେଇ ଅଞ୍ଚଳ ପର୍ଯ୍ୟନ୍ତ ଓ ଆନ୍ତଃ ବାହ୍ୟ ପ୍ରାଚୀର ପିଆଣ୍ଟୋଉ ଗିରିପଥର ଦକ୍ଷିଣ-ପୂର୍ବ ଦିଗକୁ ୪୦୦ କି.ମି. ଦୂରତା ଅତିକ୍ରମ କରି ପିଂଜିଂ, ୟାନ୍‍ମେନ୍ ପରି କିଛି ପ୍ରମୁଖ ଗିରିପଥ ଦେଇ ସିହାଇୟେ ( , ), ନିକଟରେ ପୁଣି ବାହ୍ୟ ବିଶାଳ ପ୍ରାଚୀର ସହିତ ମିଳିତ ହୋଇଛି । ବେଜିଂଗ୍ ନଗରପାଳିକା ଚତୁର୍ଦିଗରେ ରହିଥିବା ବିଶାଳ ପ୍ରାଚୀରର ଅଂଶ ପ୍ରଖ୍ୟାତ । କାରଣ ଏହି ଅଂଶର ଅନେକ ଥର ମରାମତି ହୋଇଛି ଓ ପର୍ଯ୍ୟଟକମାନେ ମଧ୍ୟ ବହୁ ସଂଖ୍ୟାରେ ଏଠାକୁ ଆସିଥାନ୍ତି । ଚୀନ ସରକାରଙ୍କଦ୍ୱାରା ଝାଂଗ୍‍ଜିଆକୌ ନିକଟରେସ୍ଥିତ ବାଡାଲିଂ ବିଶାଳ ପ୍ରାଚୀରର ଅଂଶ ପର୍ଯ୍ୟଟକଙ୍କ ଓ ବୈଦେଶିକ ଗଣ୍ୟମାନ୍ୟ ଅତିଥିଙ୍କ ପାଇଁ ସର୍ବପ୍ରଥମେ ଖୋଲାଯାଇଥିଲା । ବାଡାଲିଂରୁ ଦକ୍ଷିଣକୁ ଜୁୟଂଗ୍ ଗିରିପଥ ରହିଛି ଯାହା ପ୍ରାଚୀନ ବେଜିଂଗ୍‍ର ସୁରକ୍ଷା ଦୃଷ୍ଟିରୁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା । ପ୍ରାଚୀନ ସମୟରେ ଅନେକ ସୈନ୍ୟ ଏହି ଗିରିପଥରେ ପହରା ଦେଉଥିଲେ । ପଥର ଓ ଇଟାରେ ନିର୍ମିତ ବିଶାଳ ପ୍ରାଚୀରର ଏହି ନିର୍ଦ୍ଦିଷ୍ଟ ଅଂଶର ଉଚ୍ଚତା ୭.୮ ମିଟର୍ ଓ ମୋଟେଇ ୫ ମିଟର୍ । ଜିନ୍‍ଶାନ୍‍ଲିଂ ନିକଟବର୍ତ୍ତୀ ମିଂଗ୍ ବିଶାଳ ପ୍ରାଚୀରର ଅଂଶର ଗଠନାତ୍ମକ ବିଶେଷତ୍ତ୍ୱ ଉଲ୍ଲେଖନୀୟ । ଏହି ସ୍ଥାନରେ ପ୍ରାଚୀରଟି ପର୍ବତର ଅତି ଢାଲୁଆ ଭୂମିରେ ଅଗ୍ରସର ହୋଇଛି । ଏହି ଅଂଶର ଦୈର୍ଘ୍ୟ ପ୍ରାୟ ୧୧ କି.ମି., ଉଚ୍ଚତା ୫-୮ ମିଟର୍, କାନ୍ଥର ତଳ ଓ ଉପର ପାଖର ପ୍ରସ୍ଥ ଯଥାକ୍ରମେ ୬ ମିଟର୍ ଓ ୫ ମିଟର୍ । ୱାଂଜିଂଲୌ ( ,) ଜିନ୍‍ଶାନ୍‍ଲିଂର ୬୭ଟି ପହରା ସ୍ତମ୍ଭ ମଧ୍ୟରୁ ଅନ୍ୟତମ ଯାହା ସମୁଦ୍ର ପତନରୁ ୯୮୦ ମିଟର୍ ଉଚ୍ଚତାରେ ଅବସ୍ଥିତ । ଜିନ୍‍ଶାନ୍‍ଲିଂର ଦକ୍ଷିଣ-ପୂର୍ବକୁ ମୁତ୍ୟାନ୍ୟୁ ବିଶାଳ ପ୍ରାଚୀରର ଅଂଶ ପାର୍ବତୀୟ ପଥରେ ପ୍ରାୟ ୨.୨୫ କି.ମି. ଅତିକ୍ରମ କରି ଉତ୍ତର-ପଶ୍ଚିମ ପର୍ଯ୍ୟନ୍ତ ଯାଇଛି । ପଶ୍ଚିମରେ ଜୁୟୋଂଗ୍ୱାନ୍ ଗିରିପଥ ଓ ପୂର୍ବରେ ଗୁବୈକୌ ଏହି ଅଂଶଦ୍ୱାରା ସଂଯୋଜିତ । ସାଂସ୍କୃତିକ ବିପ୍ଳବ ସମୟରେ ଏହି ଅଂଶର ପ୍ରଥମେ ନବୀକରଣ କରାଯାଇଥିଲା । ପାରମ୍ପରିକ ଭାବେ ବୋହାଇ ଉପସାଗର ନିକଟରେ ରହିଥିବା ଶାନ୍‍ହାଇ ଗିରିପଥକୁ ବିଶାଳ ପ୍ରାଚୀରର ଶେଷସୀମା ବୋଲି କୁହାଯାଇଥାଏ । ସ୍ଥାନୀୟ ଭାଷାରେ ଶାନ୍‍ହାଇ ଗିରିପଥକୁ "ସ୍ୱର୍ଗ ତଳେସ୍ଥିତ ପ୍ରଥମ ଗିରିପଥ" ଈଂରାଜୀରେ " " ଓ ଶାନ୍‍ହାଇ ଗିରିପଥ ଦେଇଯାଇଥିବା ବିଶାଳ ପ୍ରାଚୀରର ଅଂଶ ଯାହା ସମୁଦ୍ର ସହିତ ମିଶିଛି ତାହାକୁ "ବୁଢ଼ା ଡ୍ରାଗନ୍ ‍ର ମୁଣ୍ଡ ଈଂରାଜୀରେ " " ବୋଲି କୁହାଯାଏ । ଶାନ୍‍ହାଇ ଗିରିପଥରୁ ୩ କି.ମି. ଉତ୍ତରକୁ ଜିଆଓଶାନ୍ ଗିରିପଥସ୍ଥିତ ବିଶାଳ ପ୍ରାଚୀରର ଅଂଶ ରହିଛି । ଏହାକୁ ବିଶାଳ ପ୍ରାଚୀରର ପ୍ରଥମ ପର୍ବତ ବୋଲି ମଧ୍ୟ କୁହାଯାଏ । ଶାନ୍‍ହାଇଗ୍ୱାନରୁ ୧୫ କି.ମି. ଉତ୍ତର-ପୂର୍ବକୁ ଜ୍ୟୁମେଂକୌ ( ,) ନାମକ ଏକ ଛୋଟ ଅଂଶ ରହିଛି ଯେଉଁଠାରେ ବିଶାଳ ପ୍ରାଚୀର ଏକ ସେତୁ ରୂପେ ବ୍ୟବହୃତ ହୁଏ । ଜ୍ୟୁମେଂକୌ ପରେ ଲ୍ୟାଓଡୋଂ ପ୍ରାଚୀର ବାହାରି ହୁଶାନ ପ୍ରାଚୀରଠାରେ ମିଳିତ ହୋଇଛି । ହୁଶାନ ପ୍ରାଚୀର ଚୀନ ଓ ଉତ୍ତର କୋରିଆ ସୀମାରେ ରହିଥିବା ଡାନ୍‍ଡୋଂ ନଗର ନିକଟରେ ଅବସ୍ଥିତ । ବିଭିନ୍ନ ପାହାଡ଼, ପର୍ବତ, ଖାଇ ଓ ନଦୀରେ ଲୁଚି ରହିଥିବା ପ୍ରାୟ ୧୮୦ କି.ମି. ଦୀର୍ଘ ବିଶାଳ ପ୍ରାଚୀରର ବିଭିନ୍ନ ଅଜଣା ଅଂଶ ୨୦୦୯ ମସିହାରେ ଆବିଷ୍କୃତ ହୋଇଥିଲା । ଅବଲୋହିତ ଦୂରତା ସନ୍ଧାନକାରୀ ଓ ଜିପିଏସ୍ ଉପକରଣମାନଙ୍କ ସହାୟତାରେ ଏହା କରାଯାଇପାରିଲା । ୨୦୧୫ ମାର୍ଚ୍ଚ ଓ ଅପ୍ରେଲ୍ ମାସରେ ଭିନ୍ନ ଭିନ୍ନ ୯ଗୋଟି ବିଖଣ୍ଡିତ ଅଂଶ (ମୋଟ ପ୍ରାୟ ୧୦ କି.ମି. ଦୀର୍ଘ) ଆବିଷ୍କୃତ ହେଲା ଯାହା ବିଶାଳ ପ୍ରାଚୀରର ଅଂଶ ବୋଲି ଗବେଷକମାନେ ବିଶ୍ୱାସ କରନ୍ତି । ଏହି ଅଂଶ ନିଂଗଜିଆ ଓ ଗାନ୍‍ସୁ ସୀମାରେ ଅବସ୍ଥିତ । ଗଠନାତ୍ମକ ତଥ୍ୟ ପ୍ରଥମେ ନିର୍ମାଣ କରାଯାଇଥିବା ବିଶାଳ ପ୍ରାଚୀରର ଅଂଶଗୁଡ଼ିକ ମାଟି, କାଠ, ପଥର ପରି ଉପାଦାନର ବ୍ୟବହାର କରିଥିବା ବେଳେ ପରବର୍ତ୍ତୀ ସମୟର ନିର୍ମାଣ କାର୍ଯ୍ୟ ପାଇଁ ଇଟା ମଧ୍ୟ ବ୍ୟବହୃତ ହେବାରେ ଲାଗିଲା । ମିଂଗ୍ କାଳରେ ଇଟାର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ତାହା ବ୍ୟତୀତ ଚୂନ, ପଥର, ଟାଇଲ୍ ଇତ୍ୟାଦିର ବ୍ୟବହାର ମଧ୍ୟ ମିଂଗ୍ ଶାସନକାଳରେ ହୋଇଥିବା ଜଣାପଡ଼ିଛି । ପଥର ଅପେକ୍ଷା ଇଟା ହାଲୁକା ହୋଇଥିବାରୁ ଇଟାର ବ୍ୟବହାର ପରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଥିଲା । ପୁଣି ଇଟାରେ ନିର୍ମିତ ଅଟ୍ଟାଳିକା ମାଟିରେ ନିର୍ମିତ ଅଂଶଠାରୁ ଅଧିକ ଦୃଢ଼ ଓ ଦୀର୍ଘସ୍ଥାୟୀ ହୋଇପାରେ । ପଥର ଅଧିକ ଦୃଢ଼ କିନ୍ତୁ ନିର୍ମାଣ ସମୟରେ ଏହାକୁ ବ୍ୟବହାର କରିବା କଷ୍ଟକର ବ୍ୟାପାର । ଏହି କାରଣରୁ ଇଟା ପରି ଆକାରରେ କଟା ଯାଇଥିବା ପଥରକୁ ପ୍ରାଚୀରର ମୂଳଦୁଆ, ତୋରଣ ଓ ସ୍ତମ୍ଭ ପାଇଁ ବ୍ୟବହାର କରିବାର ବିଧି ଆରମ୍ଭ ହୋଇଥିଲା । ପ୍ରାଚୀରର ଉପର ଭାଗରେ ଯୁଦ୍ଧ ପାଇଁ ଉଦ୍ଦିଷ୍ଟ ନିମ୍ନ ଉଚ୍ଚତାର (ପ୍ରାୟ ୩୦ ସେ.ମି.) କାନ୍ଥମାନ (ଈଂରାଜୀରେ ) ନିର୍ମିତ ହୋଇଛି ଯାହା ପରସ୍ପରଠାରୁ ପ୍ରାୟ ୨୩ ସେ.ମି. ବ୍ୟବଧାନରେ ରହିଛନ୍ତି । କାନ୍ଥ ଉପରୁ ପ୍ରହରୀମାନେ ସବୁପଟର ସର୍ବେକ୍ଷଣ କରିପାରୁଥିଲେ । କାନ୍ଥର ଉପରେ ରହିଥିବା ଅନ୍ୟ ସୈନ୍ୟଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା, ସେମାନଙ୍କୁ ଆସନ୍ନ ଆକ୍ରମଣର ସୂଚନା ଦେବା ପ୍ରତିରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଜରୁରୀ ଥିଲା । ତେଣୁ ପର୍ବତ ଶୃଙ୍ଗ ବା ଉଚ୍ଚ ସ୍ଥାନ ଦେଇ ଯାଇଥିବା ପ୍ରାଚୀରର ଅଂଶରେ ଆଲୋକଦ୍ୱାରା ସୂଚନା ଦେବା ପାଇଁ ଉଚ୍ଚ ମୀନାରମାନ ନିର୍ମାଣ କରାଯାଇଥିଲା ଯାହା ବତୀଘର ପରି ବହୁ ଦୂରରୁ ଦେଖି ହେଉଥିଲା । ଫାଶ ପରି ବ୍ୟବହାର କରାଯାଇପାରୁଥିବା ହତ୍ୟାକାରୀ କାଠ ଦ୍ୱାର ମଧ୍ୟ କେତେକ ସ୍ଥାନରେ ରହିଥିଲା । କାନ୍ଥର ଭିତର ପଟକୁ ସୈନ୍ୟ ଛାଉଣୀ, ଶସ୍ତ୍ରାଗାର, ଅଶ୍ୱାଳୟ ଇତ୍ୟାଦି ମଧ୍ୟ ରହିଥିଲା । ସାମ୍ପ୍ରତିକ ଅବସ୍ଥା ବେଜିଂଗ୍‍ର ଉତ୍ତର ଓ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଉଦ୍ଦିଷ୍ଟ ପ୍ରାଚୀରର ଅଂଶର ବର୍ତ୍ତମାନ ପୁନରୁଦ୍ଧାର ଓ ନବୀକରଣ କରାଯାଇଛି । କିନ୍ତୁ ପ୍ରାଚୀରର ବହୁ ଅଂଶ ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ପ୍ରାଚୀରର ଭଗ୍ନ ଅଂଶର ପଥର ଅନ୍ୟ ନିର୍ମାଣ କାମରେ ବ୍ୟବହାର କରିବା ଦେଖାଯାଇଛି । କାନ୍ଥର ଅନ୍ୟ କେତେ ଅଂଶରେ ଗ୍ରାଫିଟି ଚିତ୍ର କରାଯାଇଛି ତ କିଛି ଅଂଶ ଲୋକଙ୍କଦ୍ୱାରା ଲେଖାଲେଖି ଓ ନଷ୍ଟ କରିଦିଆଯାଇଛି । ପ୍ରାଚୀନ ଲେଖ ଥିବା ପଥର ସବୁ ବାହାର କରି ବଜାରରେ ବିକ୍ରି କରିଦିଆଯାଇଛି । ଅନ୍ୟ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବୋଲି ପ୍ରାଚୀରର କିଛି ଅଂଶ ଭାଙ୍ଗି ଦିଆଯାଇଛି । ରାଜ୍ୟ ସାଂସ୍କୃତିକ ଐତିହ୍ୟ ପ୍ରଶାସନଦ୍ୱାରା ୨୦୧୨ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମିଂଗ୍ ପ୍ରାଚୀରର ୨୨% ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇସାରିଲାଣି । ସମୁଦାୟ ବିଶାଳ ପ୍ରାଚୀରର ୧୯୬୧ କି.ମି. ଏବେ ଆଉ ନାହିଁ । ବାଲିଝଡ଼ରେ ହେଉଥିବା ଅବକ୍ଷୟ କାରଣରୁ ଆଗାମୀ ୨୦ ବର୍ଷ ମଧ୍ୟରେ ଗାଂସୁ ଅଞ୍ଚଳରେ ରହିଥିବା ପ୍ରାଚୀରର ୬୦ କି.ମି.ରୁ ଅଧିକ ଅଂଶ ମଧ୍ୟ ବିଲୟ ହୋଇଯିବାର ସମ୍ଭାବନା ରହିଛି । କିଛି ସ୍ଥାନରେ କାନ୍ଥଟି ୫ ମିଟର୍ ଉଚ୍ଚା କାନ୍ଥ ଭାଙ୍ଗି ବର୍ତ୍ତମାନ ୨ ମିଟର୍ ବା ତାହାଠାରୁ କମ୍ ଉଚ୍ଚତାର ହୋଇଗଲାଣି । ପ୍ରାଚୀରର ସ୍ଥାନେ ସ୍ଥାନେ ଦଣ୍ଡାୟମାନ ନିରୀକ୍ଷଣ ମୀନାର ଯାହା ଏହି ପ୍ରାଚୀରର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା, ସେଥିରୁ ମଧ୍ୟ ଅନେକ ବର୍ତ୍ତମାନ ନଷ୍ଟ ହୋଇସାରିଲାଣି । ପଶ୍ଚିମ ପଟେ ରହିଥିବା କାନ୍ଥର ଅଧିକାଂଶ ଭାଗ ଇଟା-ପଥର ପରିବର୍ତ୍ତେ ମାଟିରେ ତିଆରି ହୋଇଥିବାରୁ ଏହାର ଶୀଘ୍ର ଅବକ୍ଷୟ ଘଟିବା ଅବଶ୍ୟମ୍ଭାବୀ । ଲ୍ୟାଓନିଂଗ୍ ଓ ହେବେଇ ସୀମାରେ ରହିଥିବା ପ୍ରାଚୀରର ଏକ ଅଂଶ ୨୦୧୪ ମସିହାରେ କଂକ୍ରିଟ୍ଦ୍ୱାରା ପୁନଃନିର୍ମିତ ହୋଇଥିଲା ଓ ଏହି ନିର୍ମାଣ କାର୍ଯ୍ୟ ଅନେକଙ୍କଦ୍ୱାରା ସମାଲୋଚିତ ହୋଇଥିଲା । ମହାକାଶରୁ ଚୀନର ବିଶାଳ ପ୍ରାଚୀର ଚନ୍ଦ୍ରରୁ ବିଶାଳ ପ୍ରାଚୀର ଈଂରେଜ ପୁରାତତ୍ତ୍ୱବିତ୍ ୱିଲିୟମ୍ ଷ୍ଟୁକେଲିଙ୍କ ୧୭୫୪ ମସିହାର ଏକ ଲେଖାରୁ ଚନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଦେଖିଲେ ଚୀନର ବିଶାଳ ପ୍ରାଚୀର ଦେଖାଯାଉଥିବା କଥାର ଅନ୍ୟତମ ଉଲ୍ଲେଖ ମିଳିଛି । ଷ୍ଟୁକେଲି ଲେଖିଯାଇଛନ୍ତି ଯେ, "୧୩୦ କି.ମି. ଦୀର୍ଘ ହାଡ୍ରିଆନ୍ ପ୍ରାଚୀରକୁ ମଧ୍ୟ ପଛରେ ପକାଇଦେଇଥିବା ଚୀନୀ ପ୍ରାଚୀରର ବ୍ରହ୍ମାଣ୍ଡରେ ସ୍ୱତନ୍ତ୍ର ପରିଚୟ ରହିଛି ଓ ଏହାକୁ ଚନ୍ଦ୍ରରୁ ମଧ୍ୟ ସମ୍ଭବତଃ ଦେଖାଯାଇପାରିବ ।" ୧୮୯୫ ମସିହାରେ ହେନେରି ନର୍ମାନ୍ ମଧ୍ୟ ଲେଖିଥିଲେ ଯେ " ପୁରୁଣା ଓ ଜରାଜୀର୍ଣ୍ଣ ହୋଇଥିବା ସତ୍ତ୍ୱେ ଏହି ପ୍ରାଚୀର ପୃଥିବୀରେ ଏକମାତ୍ର ମନୁଷ୍ୟକୃତ କୀର୍ତ୍ତି ଯାହା ଚନ୍ଦ୍ରରୁ ଦୃଶ୍ୟମାନ ହୋଇ ଅନେକ ପ୍ରଶଂସା ଲାଭ କରିଛି ।" ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ମଙ୍ଗଳ କେନାଲ୍ ଥିବା ସ୍ପଷ୍ଟ ରୂପେ ଜଣା ପଡ଼ିବା ପରେ ବିଶାଳ ପ୍ରାଚୀର ପରି ପତଳା ଓ ଲମ୍ବା କୀର୍ତ୍ତି ମଧ୍ୟ ମହାକାଶରୁ ଦେଖାଯିବ ବୋଲି ଧାରଣା ଜାଗ୍ରତ ହୋଇଥିବା ସମ୍ଭବପର । ୧୯୩୨ ମସିହାର ରିପ୍ଲିସ୍ ବିଲିଭ୍ ଇଟ୍ ଅର୍ ନଟ୍ ମୂଳ ଈଂରାଜୀ ' ରେ ମଧ୍ୟ ଏହି ତଥ୍ୟ ରଖାଯାଇଥିଲା ଯେ ବିଶାଳ ପ୍ରାଚୀର ଚନ୍ଦ୍ରରୁ ମଧ୍ୟ ଦେଖାଯାଏ । ରିଚାର୍ଡ୍ ହେଲିବର୍ଟନ୍‍ଙ୍କ ୧୯୩୮ ମସିହାରେ ପ୍ରକାଶିତ ପୁସ୍ତକ ସେକେଣ୍ଡ ବୁକ୍ ଅଫ୍ ମାର୍ଭେଲ୍‍ସ୍ (ମୂଳ ଈଂରାଜୀ ନାମ )ରେ ମଧ୍ୟ ଅନୁରୂପ କଥା ଲେଖାଅଛି । ଚନ୍ଦ୍ରରୁ ବିଶାଳ ପ୍ରାଚୀର ଦେଖାଯିବାର ଦାବୀକୁ ଅନେକ ମହଲରୁ ପ୍ରତ୍ୟାଖ୍ୟାନ କରାଯାଇଛି । କିନ୍ତୁ ବହୁ ସମୟରୁ ପ୍ରଚାର ହୋଇ ଆସୁଥିବା ଏହି ଅସତ୍ୟ ତଥ୍ୟ ଲୋକଙ୍କ ମନରେ ଘର କରି ବସିରହିଛି । ପ୍ରାଚୀରଟି ସର୍ବାଧିକ ୯.୧ ମିଟର୍ (୨୯ ଫୁଟ୍ ୧୦ ଇଞ୍ଚ୍) ଓସାର । ଅଧିକାଂଶ ସ୍ଥାନରେ ଏହାର ରଙ୍ଗ ସେହି ସ୍ଥାନର ମାଟି ସହିତ ପୁରାପୁରି ମିଶିଯାଏ । ଦୂରରେ ରହିଥିବା ବସ୍ତୁକୁ ଖାଲି ଆଖିରେ ଦେଖିବାର କ୍ଷମତାର ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଆମେ ଜାଣିବାକୁ ପାଇବା ଯେ ଏହା ସମ୍ଭବପର ନୁହେଁ । ଖାଲି ଆଖିରେ ଚନ୍ଦ୍ରରୁ ଦେଖିବା ପାଇଁ ସାଧାରଣ ଦୃଷ୍ଟିଶକ୍ତିର ୧୭୦୦୦ ଗୁଣ ଟେଲିସ୍କୋପ୍ ଆବଶ୍ୟକ । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ଯେ, ଚନ୍ଦ୍ରକୁ ଯାତ୍ରା କରିଥିବା ଅନେକ ମହାକାଶଚାରୀଙ୍କ ମଧ୍ୟରୁ କେହି ବି ଖାଲି ଆଖିରେ ବିଶାଳ ପ୍ରାଚୀର ଦେଖିଥିବା ବିଷୟ ଦାବୀ କରିନାହାନ୍ତି । ପୃଥିବୀ ନିକଟବର୍ତ୍ତୀ ଉପଗ୍ରହ କକ୍ଷରୁ ବିଶାଳ ପ୍ରାଚୀର ଆଉ ଏକ ବିବାଦୀୟ ପ୍ରଶ୍ନ ହେଲା ପୃଥିବୀ ନିକଟସ୍ଥ ଉପଗ୍ରହ କକ୍ଷରୁ (ପୃଥିବୀ ପୃଷ୍ଠରୁ ପ୍ରାୟ ୧୦୦ ମାଇଲ୍ ବା ୧୬୦ କି.ମି. ଦୂରରୁ) ଚୀନର ବିଶାଳ ପ୍ରାଚୀର ଦେଖାଯାଏ ନା ନାହିଁ । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରୀୟ ବୈମାନିକ ବିଜ୍ଞାନ ଓ ମହାକାଶ ବିଜ୍ଞାନ ପ୍ରଶାସନ ସଂସ୍ଥା (ନାସା - ) ଅନୁସାରେ ବିଶାଳ ପ୍ରାଚୀର ଅତି ସ୍ୱଚ୍ଛ ପାଗ ଓ ଉପଯୁକ୍ତ ଆଲୋକ ଥିଲେ ହିଁ ଅସ୍ପଷ୍ଟ ଭାବେ ଦେଖାଯାଏ । ସାଧାରଣତଃ ଦେଖାଯାଏ ନାହିଁ ଓ ଅନ୍ୟ ମନୁଷ୍ୟକୃତ ଅଟ୍ଟାଳିକାଙ୍କ ଭଳି ଏହାକୁ ସ୍ପଷ୍ଟ ରୂପେ ବାରି ହୁଏନାହିଁ । ଅନ୍ୟ କେତେକ ବିଶେଷଜ୍ଞଙ୍କ ମତରେ ମନୁଷ୍ୟ ଦୃଷ୍ଟିର ଅଳ୍ପ କ୍ଷମତା ଯୋଗୁଁ ନିକଟତମ ଉପଗ୍ରହ କକ୍ଷରୁ ମଧ୍ୟ ଖାଲି ଆଖିରେ ବିଶାଳ ପ୍ରାଚୀର ଦେଖିବା କଷ୍ଟକର ଓ ପ୍ରାୟ ସାଧାରଣ ଦୃଷ୍ଟି କ୍ଷମତାର ୭.୭ ଗୁଣ ଦୃଷ୍ଟିଶକ୍ତିରେ ବିଶାଳ ପ୍ରାଚୀର ଦେଖିବା ସମ୍ଭବ ହୋଇପାରିବ । ମହାକାଶଚାରୀ ୱିଲିୟମ୍ ପୋଗ୍‍ୟଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା ଯେ ସେ ସ୍କାଇଲାବ୍‍ରୁ ବିଶାଳ ପ୍ରାଚୀର ଦେଖିଥିଲେ କିନ୍ତୁ ପ୍ରକୃତରେ ତାହା ବେଜିଂଗ୍ ନିକଟସ୍ଥ ଗ୍ରାଣ୍ଡ କେନାଲ୍ ଥିଲା । ସେ ଦୂରବିକ୍ଷଣ ସହାୟତାରେ ବିଶାଳ ପ୍ରାଚୀର ଦେଖିଥିଲେ ଓ ଆହୁରି ମଧ୍ୟ କହିଥିଲେ ଯେ ଖାଲି ଆଖିରେ ବିଶାଳ ପ୍ରାଚୀର ଦେଖାଯାଉନଥିଲା । ୧୯୮୦ ଦଶନ୍ଧିରେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସିନେଟର୍ ଜେକ୍ ଗାର୍ଣ୍ଣ୍ ଏକ ମହାକାଶଯାନରୁ ବିଶାଳ ପ୍ରାଚୀର ଦେଖିଥିବାର ଦାବୀ ରଖିଥିଲେ ଯାହାକୁ ଅନେକ ମହାକାଶଚାରୀ ପ୍ରତ୍ୟାଖ୍ୟାନ କରିଥିଲେ । ଯୁକ୍ତରାଷ୍ଟ୍ରର ଜଣେ ପୁରୁଖା ମହାକାଶଚାରୀ ଜିନ୍ ସେର୍ନାନ୍ କହିଥିଲେ ଯେ ୧୦୦ରୁ ୨୦୦ ମାଇଲ୍ ଉପର ଉପଗ୍ରହ କକ୍ଷରୁ ବିଶାଳ ପ୍ରାଚୀର ସତରେ ଖାଲି ଆଖିରେ ଦେଖିହେବ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଏକ୍ସପିଡିସନ୍-୭ର ବୈଜ୍ଞାନିକ ଏଡ୍ ଲୁ ଏହି ବିଷୟରେ କହିଥିଲେ ଯେ "ପୃଥିବୀର ଅନ୍ୟ ବହୁ ବସ୍ତୁଙ୍କ ସହିତ ତୁଳନା କଲେ ବିଶାଳ ପ୍ରାଚୀର ଅପେକ୍ଷାକୃତ ଅସ୍ପଷ୍ଟ ଭାବେ ଦିଶେ ଓ ବିଶାଳ ପ୍ରାଚୀର ଦେଖିବା ପାଇଁ ଦେଖଣାହାରୀକୁ ଠିକ୍ ସ୍ଥାନରେ ଖୋଜିବାକୁ ହେବ ।" ୨୦୦୧ ମସିହାରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଆପୋଲୋ-୧୧ରୁ ତାଙ୍କୁ ଦେଖାଯାଇଥିବା ଦୃଶ୍ୟ ସମ୍ପର୍କରେ କହିଥିଲେ ଯେ " ମୋର ବିଶ୍ୱାସ ଯେ ମୁଁ କୌଣସି ମନୁଷ୍ୟକୃତ ବସ୍ତୁ ବା ଅଟ୍ଟାଳିକା ଦେଖିପାରିନଥିଲି । ଆଜି ପର୍ଯ୍ୟନ୍ତ ମୁଁ ଏପରି କୌଣସି ବ୍ୟକ୍ତି ସହିତ କଥା ହୋଇନାହିଁ ଯେ କହିପାରିବ କି ସେ ଉପଗ୍ରହ କକ୍ଷରୁ ଚୀନର ବିଶାଳ ପ୍ରାଚୀର ଦେଖିଛି ।....ଚୀନ ଉପରେ ସ୍ପଷ୍ଟ ଦିବାଲୋକ ସମୟରେ ଉଡ଼ିଥିବା ଅନେକ ମହାକାଶଚାରୀଙ୍କୁ ମୁଁ ଏ କଥା ପଚାରିଛି ; କିନ୍ତୁ ମୁଁ କଥା ହୋଇଥିବା ଲୋକଙ୍କ ମଧ୍ୟରେ କେହି କହିନାହାନ୍ତି ଯେ ସେମାନେ ବିଶାଳ ପ୍ରାଚୀର ଦେଖିଛନ୍ତି ।" ଅକ୍ଟୋବର ୨୦୦୩ ମସିହାରେ ଚୀନର ମହାକାଶଚାରୀ ୟାଂଗ୍ ଲିୱେଇ ଉପଗ୍ରହ କକ୍ଷରୁ ବିଶାଳ ପ୍ରାଚୀରକୁ ବାରି ପାରିଲେ ନାହିଁ ବୋଲି କହିଥିଲେ । ଏହାର ପ୍ରତ୍ୟୁତ୍ତରରେ ୟୁରୋପୀୟ ମହାକାଶ ସଂସ୍ଥା ଏକ ପ୍ରେସ୍ ବିଜ୍ଞପ୍ତି କରି କହିଲା ଯେ ୧୬୦-୩୨୦ କି.ମି. ଉପଗ୍ରହ କକ୍ଷରୁ ଖାଲି ଆଖିରେ ବିଶାଳ ପ୍ରାଚୀର ଦେଖାଯାଏ । ଏହାର ପ୍ରମାଣରେ ସଂସ୍ଥା ଏକ ଉପଗ୍ରହ କକ୍ଷରୁ ଉତ୍ତୋଳନ କରାଯାଇଥିବା ଏକ ଫଟୋ ଚିତ୍ର ମଧ୍ୟ ପ୍ରକାଶ କରିଥିଲା । କିନ୍ତୁ ଏକ ସପ୍ତାହ ପରେ ଏହି ସଂସ୍ଥା ପୁଣି ଏକ ପ୍ରେସ୍ ବିଜ୍ଞପ୍ତିରେ ନିଜ ଭୁଲ ସ୍ୱୀକାର କରି କହିଲା ଯେ ଯାହାକୁ ସେମାନେ ବିଶାଳ ପ୍ରାଚୀର ବୋଲି ଭାବୁଥିଲେ ତାହା ପ୍ରକୃତରେ ଏକ ନଦୀ ଥିଲା । ଜଣେ ଚୀନୀ-ଆମେରିକୀୟ ମହାକାଶଚାରୀ ଲିରୋଏ ଚ୍ୟାଓ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ବିଶାଳ ପ୍ରାଚୀରର ଏକ ଚିତ୍ର ଉତ୍ତୋଳନ କରିଥିଲେ । ଏଥିରେ ବିଶାଳ ପ୍ରାଚୀର ଏତେ ଅସ୍ପଷ୍ଟ ଯେ ଉତ୍ତୋଳକ ଫଟୋ ଉଠାଇବା ପରେ ନିଜେ ବହୁ ସମୟ ପର୍ଯ୍ୟନ୍ତ ଜାଣି ପାରିନଥିଲେ ଯେ ସେ ବିଶାଳ ପ୍ରାଚୀରର ଫଟୋ ଉଠାଇଛନ୍ତି । ଏହି ଫଟୋ ଚିତ୍ରକୁ ଭିତ୍ତି କରି ଏକ ଚୀନ ଦୈନିକ କହିଥିଲା ଯେ ଅତି ସୁହାଇଲା ପରି ପାଗ ଓ ଆଲୋକ ରହିଥିଲେ ବିଶାଳ ପ୍ରାଚୀରକୁ ଖାଲି ଆଖିରେ ମହାକାଶରୁ ଦେଖାଯାଇପାରିବ, ତେବେ କେଉଁଠି ଦେଖିଲେ ଦିଶିବ ତାହା ଦେଖଣାହାରୀକୁ ଜଣାଥିବା ଦରକାର । ତେବେ କ୍ୟାମେରା ଲେନ୍ସ୍‍ର ଦୃଷ୍ଟିକ୍ଷମତା ଖାଲି ଆଖିରୁ ଢେର ଅଧିକ ହୋଇଥିବାରୁ ଫଟୋ ଚିତ୍ର ଏହା ପ୍ରତିପାଦନ କରେନାହିଁ ଯେ ଖାଲି ଆଖିରେ ମହାକାଶରୁ ବିଶାଳ ପ୍ରାଚୀର ଦେଖାଯାଇପାରିବ । ଚିତ୍ର ଗ୍ୟାଲେରି ଆହୁରି ଦେଖନ୍ତୁ ନୋଟ୍ ଆଧାର , (1985). : . , ; . 213. 0-89065-118-3. { }: , . (2001). : . 978-0-8047-4684-7. { }: , (2006). . 3. 1-84162-158-7. { }: , . (2006). ' : . 3 . 0-415-34850-1. { }: , (2007). " . ( 21, 2007): 58 67. { }: , (2008). : . 192. 1-4262-0231-8. { }: 1 : : , (2008). : ' . 978-0-674-03149-4. { }: , (2008). " ?" . 1 (1): 3 4. :10.3921/ .2008.3. 2008-09-10. { }: , (2006). : 1000 2000. : . 978-0-330-42241-3. { }: , (2010). : 978-0-674-04787-7. { }: , ; , .; , . (2005). 35. 0-7910-8019-6. { }: , ; , ; ,. (2010). : - . 978-90-481-3057-3. { }: , ( 2007). 221 1644. 978-1-84603-004-8. { }: , (1983). " " . - . 43 (2): 643 63. 2719110. { }: , (1988). " . 2 (1): 67 104. { }: , (1990). 978-0-521-42707-4. { }: ,. (1866). : . 36 37 . { }:
କଳାବୁଦା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ପଞ୍ଚାୟତ ସମିତି ଅଧୀନରେ ଥିବା ଏକ ଗାଁ ଓ ଗ୍ରାମପଞ୍ଚାୟତ । ଭୌଗଳିକ ଅବସ୍ଥିତି ଓ ଜଳବାୟୁ ଏହି ଗ୍ରାମଟି କଟକ ସହରଠାରୁ ପ୍ରାୟ ୬୫କି.ମି. ଦୂରରେ ଏବଂ କେନ୍ଦ୍ରାପଡ଼ା ସହରଠାରୁ ପ୍ରାୟ ୧୨କି.ମି. ଦୂରରେ ଅବସ୍ଥିତ । ଗ୍ରାମର ଅବସ୍ଥିତି ଚିତ୍ରୋପ୍ତଳା ନଦୀ କୂଳରେ । କଳାବୁଦା ହେଉଛି ଏକ ଗାଁ ଏବଂ ଗ୍ରାମପଞ୍ଚାୟତ ଯେଉଁଥିରେ କଳାବୁଦା (କ), କଳାବୁଦା (ଖ), କଳାବୁଦା (ଗ), ଅନ୍ଧାଲୋ, ମଇଦିପୁର ଓ ଗୋବିନ୍ଦପୁର ଗ୍ରାମ ଅନ୍ତର୍ଗତ । ଗ୍ରାମଟି ଉପକୂଳବର୍ତୀ ଅଞ୍ଚଳରେ ଥିବାରୁ ମଧ୍ୟମ ଧରଣର ଜଳବାୟୁ ଅନୁଭୁତ ହୁଏ । କିମ୍ବଦନ୍ତୀ ଗ୍ରାମରେ ପୂର୍ବ କାଳରେ ବହୁତ କାରିଗର ଓ କଳାରେ ନିପୁଣ ଲୋକ ରହୁଥିବାରୁ, ଗ୍ରାମର ନାମକରଣ ଏହିଭଳି ହୋଇଛି ବୋଲି ବିଶ୍ୱାସ କରାଯାଏ କଳାବୁଦା ବା କଳାରେ ପରିପୂର୍ଣ୍ଣ ଥିବା ଏକ ଅଞ୍ଚଳ । ମାହଳରେ ଥିବା ଜଗନ୍ନାଥ ମନ୍ଦିରର ସ୍ୱର୍ଗଦ୍ୱାର ରୂପେ ଏହି ଗାଁରେ ଥିବା ଶ୍ମଶାନକୁ ଧରିନିଆଯାଇଛି । ଦେବଦେବୀ ଓ ମନ୍ଦିର ଗାଁର ପୂର୍ବ ଦିଗରେ ଏକ ଶିବ ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତୀତ ଏଠାରେ ଜଗନ୍ନାଥ ମନ୍ଦିର, ଶନି ମନ୍ଦିର, ସୂର୍ଯ୍ୟ ମନ୍ଦିର ଅଛି । ଗ୍ରାମର ମଝିରେ ମା ମଙ୍ଗଳା ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି । ଏହି ଗ୍ରାମରେ ଦୁଇଟି ଆଶ୍ରମ (କହ୍ନେଇ ଗୋସାଇଁ ଏବଂ ଦଧିଚି ମୁନି) ଅଛି । ପର୍ବ ପର୍ବାଣି ଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବପର୍ବାଣି ପାଳନ କରାଯାଏ । ଦଶହରା, ବାରୁଣୀ ମେଳା ଓ ଶନିମେଳା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ ରଥଯାତ୍ରା, ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ । ଜୀବନ ଜୀବିକା ଗ୍ରାମର ଅଧିକାଂଶ ଲୋକେ ସରକାରୀ ଚାକିରିଆ । ପୂର୍ବ ଅପେକ୍ଷା ଏବେ ଚାଷ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି । ଗ୍ରାମରେ ପ୍ରାୟ ସବୁ ବର୍ଗର ଲୋକେ ବସବାସ କରନ୍ତି । ଗ୍ରାମର ଅଧିକାଂଶ ପିଲାମାନେ ଏବେ ବାହାରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟୟନ ରତ । ସୁବିଧା ସୁଯୋଗ ଏହି ଗ୍ରାମରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, ଡାକ ଓ ତାରର ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି । ପାଖରେ ଚିତ୍ରୋପ୍ତଳା ନଦୀ ଉପରେ ଥିବା ପୋଲଟି ଏ ଅଞ୍ଚଳର ଏକ ମୁଖ୍ୟ ଯୋଗା ଯୋଗ ମାଧ୍ୟମ ।
ଶ୍ରୀଦେବ (ଜନ୍ମ: ୨୫ ଫେବୃଆରୀ ୧୯୫୮) ଜଣେ ଓଡ଼ିଆ କବି, ପତ୍ରିକା ସମ୍ପାଦକ ଓ ଖବରକାଗଜ ସ୍ତମ୍ଭକାର । ସେ ବାଲେଶ୍ୱରରୁ ପ୍ରକାଶିତ ଚନ୍ଦ୍ରଭାଗା ପତ୍ରିକାର ସମ୍ପାଦକ ଅଟନ୍ତି । ୧୯୫୮ ମସିହାରେ ଶ୍ରୀଦେବ ବାଲେଶ୍ୱର ଜିଲ୍ଲାର ରସାଳପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆକାଶବାଣୀ କଟକର ଯୁବବାଣୀ କାର୍ଯକ୍ରମରେ ପ୍ରଥମେ ତାଙ୍କର ମୋ ନଷ୍ଟ ନାୟିକା ନାମକ ଏକ କବିତା ପରିବେଷଣ କରାଯାଇଥିଲା । କଲିକତାରୁ ପ୍ରକାଶିତ ଆସନ୍ତାକାଲି ତାଙ୍କର କବିତା ସୃଷ୍ଟି: ଶୃଙ୍ଗାର ପ୍ରଥମେ ପ୍ରକାଶ କରିଥିଲା । ଏହା ପରେ ତାଙ୍କ କବିତା ଓ ଲେଖା ଅନବରତ ଭାବରେ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜରେ ପ୍ରକାଶିତ ହୋଇଛି ।
ଏନଫୋର୍ଟୁମାବ ଭେଡୋଟିନ (ଇଂରାଜୀ ଭାଷାରେ ), ପ୍ୟାଡସେଭ୍ ଏହାର ଏକ ବିକ୍ରୟ ନାମ, ହେଉଛି ୟୁରୋଥେଲିଆଲ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଅନ୍ତତଃ ପକ୍ଷେ ଅତି ଆଗେଇ ଯାଇଥିବା ରୋଗରେ ଆକ୍ରାନ୍ତ ଏବଂ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ରୋଗୀଙ୍କଠାରେ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ପ୍ରାନ୍ତିୟ ସ୍ନାୟୁ କ୍ଷତି, ଭୋକ କମିବା, ରାସ, କେଶହାନୀ, ଅଇ, ପରିବର୍ତ୍ତିତ ସ୍ୱାଦ, ତରଳ ଝାଡ଼ା, ବୃକ୍‌କ ସମସ୍ୟା ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମଧୁମେହ ଜନିତ କିଟୋଏସିଡୋସିସ, ନିମୋନାଇଟିସ୍, ଆଖି ସମସ୍ୟା ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଭେଡୋଟିନ ସହିତ ସଂଲଗ୍ନ ହୋଇଥିବା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏକ ମାଇକ୍ରୋଟ୍ୟୁବୁଲ୍-ବ୍ୟାଘାତକାରୀ ଏଜେଣ୍ଟ । ମୋନୋକ୍ଲୋନାଲ ଆଣ୍ଟିବଡି ନେକ୍ଟିନ-୪ ସହିତ ସଂଲଗ୍ନ ହୁଏ । ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏନଫୋର୍ଟୁମାବ ଭେଡୋଟିନ୍ ଅନୁମୋଦିତ ହୋଇଥିଲା । ୨୦୨୧ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ । ଯୁକ୍ତରାଷ୍ଟ୍ରରେ ୭୦ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ୪ ସପ୍ତାହର ଔଷଧ ଖର୍ଚ୍ଚ ପ୍ରାୟ ୩୩,୪୦୦ ଡଲାର ଅଟେ ।
ଛବିର ମଣିଷ ୧୯୯୦ ମସିହାରେ ଡିଡି ଓଡ଼ିଆରେ ପ୍ରସାରିତ ହୋଇଥିବା ଏକ ଓଡ଼ିଆ ଟେଲି ଫିଲ୍ମ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପ୍ରଣବ ଦାସ ।
୧୬୯୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ହିଷ୍ଟ୍ରେଲିନ (ଇଂରାଜୀ ଭାଷାରେ ), ଅନ୍ୟମାନଙ୍କ ମଧ୍ୟରେ ଭାଣ୍ଟାସ୍ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଉନ୍ନତ ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଅକାଳ ବିକଶିତ ବୟଃପ୍ରାପ୍ତି ଏବଂ ଟ୍ରାନ୍ସଜେଣ୍ଡର ବା ବିପରୀତ ଲିଙ୍ଗି ପିଲାମାନଙ୍କ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଫୋଡ଼ା ହୋଇଥିବା ସ୍ଥାନରେ କଷ୍ଟ, ଉଷୁମ ଲାଲ ରଙ୍ଗ, ସ୍ତନ ଆକାର ବୃଦ୍ଧି, ଯୌନ‌କ୍ରିୟାରେ ଅସୁବିଧା, ଥକ୍କାଣ, ବୃକ୍‌କ ସମସ୍ୟା, କୋଷ୍ଠକାଠିନ୍ୟ, ଓଜନ ହ୍ରାସ ଏବଂ ଶୋଇବାରେ ଅସୁବିଧା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକସିସ ଏବଂ ପିଟୁଇଟାରି ଆପୋପ୍ଲେକ୍ସି ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଗୋନାଡୋଟ୍ରୋପିନ୍-ରିଲିଜ୍ ହରମୋନ୍ ପରି କାର୍ଯ୍ୟ କରିଥାଏ, ଫଳସ୍ୱରୂପ ଲ୍ୟୁଟିନାଇଜିଂ ହରମୋନ୍ ଏବଂ ଫୋଲିକଲ୍ ଉତ୍ତେଜକ ହରମୋନ୍ ବୃଦ୍ଧି ପାଏ ଏବଂ ଟେଷ୍ଟୋଷ୍ଟେରନ୍ ଏବଂ ଇଷ୍ଟ୍ରୋଜେନ ହ୍ରାସ ପାଏ । ୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ହିଷ୍ଟ୍ରେଲିନ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୦୨୧ ସୁଦ୍ଧା ଏକ ପ୍ରତିରୋପଣର ମୂଲ୍ୟ ପ୍ରାୟ ୫,୧୦୦ ଡଲାର ଥିଲା । ୨୦୧୪ ପରଠାରୁ ଏହା ଆଉ ଯୁକ୍ତରାଜ୍ୟରେ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।
ଶୈଳେଶ୍ୱର ନନ୍ଦ (ଜନ୍ମ: ୪ ନଭେମ୍ବର ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ଡାକ୍ତର । ସେ ଓଡ଼ିଆ ନାଟକମାନ ରଚନା କରିବା ସହିତ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ବଡ଼ଭାଇ ଚନ୍ଦ୍ରଶେଖର ନନ୍ଦଙ୍କ ସହ ମିଶି, ସେ 'ଆରୋହଣ' ନାମକ ଏକ ନାଟ୍ୟାନୁଷ୍ଠାନ ଗଠନ କରିଥିଲେ । ୧୯୯୦-୯୩ ପର୍ଯ୍ୟନ୍ତ, ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮ - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ପବିତ୍ର ମୋହନ ପ୍ରଧାନ ୧୯୦୮ ମସିହାର ଫେବୃଆରୀ ମାସ ୮ ତାରିଖରେ ତାଳଚେର ଅନ୍ତର୍ଗତ ପୋଇପାଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଭରତ ପ୍ରଧାନ । ଶୈଶବରୁ ହିଁ ସେ ବାପାଙ୍କୁ ହରେଇଥିଲେ । ପବିତ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ରାଜନୈତିକ ଜୀବନ ସ୍ୱାଧୀନତା ପୂର୍ବରୁ ପବିତ୍ର ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏଥିପାଇଁ ତାଙ୍କୁ ରାଜଦ୍ରୋହ ଅଭିଯୋଗ ଓ କାରାବରଣ କରିବାକୁ ପଡିଥିଲା । ସ୍ୱାଧିନତା ପରେ ସେ ଗଡ଼ଜାତ ଆନ୍ଦୋଳନରେ ଯୋଗଦେଇଥିଲେ । ଗଡ଼ଜାତ ମିଶ୍ରଣ ପରେ ସେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ । ୧୯୪୬ ମସିହାରେ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ଓ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ସ୍ୱାଧୀନତା ପରର ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଭାରତୀୟ ଲୋକ ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ବିଧାନ ସଭା ସଭ୍ୟ ବିବରଣୀ ମୃତ୍ୟୁ ପବିତ୍ର ୧୯୮୮ ମସିହାର ସେପ୍ଟେମ୍ବର ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
ଭରତ ଚନ୍ଦ୍ର ହୋତା (ମୃତ୍ୟୁ: ୪ ଜୁଲାଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବା ଓ ଶିକ୍ଷା ଭରତ ଚନ୍ଦ୍ର ହୋତାଙ୍କ ବାପାଙ୍କ ନାମ ନଟବର ହୋତା ଏବଂ ପତ୍ନୀଙ୍କ ନାମ ତିଳୋତ୍ତମା ହୋତା। ରାଜନୈତିକ ଜୀବନ ଭରତ ଚନ୍ଦ୍ର ହୋତା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ମୃତ୍ୟୁ ଭରତ ଚନ୍ଦ୍ର ହୋତା ୨୦୦୦ ମସିହାର ଜୁଲାଇ ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ୭ ଜୁଲାଇ ୨୦୦୦ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ।
ଖେଲାରି , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏହା କୋଇଲା ଖଣି ଅଞ୍ଚଳ ଭାବରେ ବିଖ୍ୟାତ । ଏଠାରେ ଥିବା ରେଳ ଷ୍ଟେସନ ଅଙ୍କଲ ପାଇଁ ଏକ ମୁଖ୍ୟ ଷ୍ଟେସନ ଭାବରେ ରହିଛି । ଏହା ଭାରତୀୟ ରାଜଧାନୀ ଦିଲ୍ଲୀ , ରାଁଚୀ , କଲିକତା , ଦାଲତଙଗଞ୍ଜ ଧାନବାଦ ସହ ସୁ ସଂଯୁକ୍ତ । ଏଠାରେ ସେଣ୍ଟ୍ରାଲକୋଲ ଲିମିଟେଡ ଅଧୀନରେ କୋଇଲାଖଣି ସମୂହ ପରିଚାଳିତ । ଜନସଂଖ୍ୟା 2001 ଜନଗଣନା ଅନୁସାରେ[ଏଠାରେ ଜନସଂଖ୍ୟା18,699 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏହି ଅଞ୍ଚଳରେ ସାକ୍ଷ୍ୟରତା ହାର 59% ରହିଥିଲା । ଏହା ମଧ୍ୟରୁ ପୁରୁଷ ସାକ୍ଷ୍ୟରତା 69%ହାର ଥିଲା ଓ ମହିଳା ସାକ୍ଷ୍ୟରତା ହାର 49%ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ଏଠାରେ ଥିଲା ।
ତୋର ଦିନେକୁ ମୋର ଦିନେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ପ୍ରଦ୍ୟୁମ୍ନ ଲେଙ୍କା । ରଣଜିତ ପଟ୍ଟନାୟକ କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ସିଦ୍ଧାର୍ଥ ଅଗ୍ରୱାଲ କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଅରିନ୍ଦମ ରାୟ, ରିୟା ଦେ ଓ ଶୀତଲ ପାତ୍ର । ଏହି ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅରିନ୍ଦମ ରାୟ ଏବଂ ଅମ୍ଳାନ ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଦୁଇଜଣ ନାୟକ ଏବଂ ଦୁଇ ନାୟିକା ଅଭିନୟ କରିଥିଲେ । ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ରତନ ମେହେର, ଅସୀତ ପତି, ସାତ୍ୟକି ମିଶ୍ର, କୀର୍ତ୍ତୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଅରିନ୍ଦମ ରାୟ ଶୀତଲ ପାତ୍ର ଅମ୍ଳାନ ଦାସ ରିୟା ଦେ ମିହିର ଦାସ ପ୍ରଦ୍ୟୁମ୍ନ ଲେଙ୍କା ରତନ ମେହେର ଅସୀତ ପତି ସାତ୍ୟକି ମିଶ୍ର କୀର୍ତ୍ତି ମହାନ୍ତି ଗୀତ ଏବଂ ସଙ୍ଗୀତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ।
ରାମକୃଷ୍ଣ ମିସନ ବେଳାଭୂମି, ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନାମଠାରେ ଥିବା ଏକ ଜନପ୍ରିୟ ସମୁଦ୍ର ବେଳାଭୂମି । ଏହାର ନିକଟରେ ଥିବା ରାମକୃଷ୍ଣ ମିସନ ଆଶ୍ରମ ଅନୁସାରେ ତାହାର ନାମ ଏହିପରି ରହିଛି । ଏଠାରେ ଭାରତୀୟ ନୌସେନାର କୁରସୁରା ସବ ମାରାଇନ ସଂଗ୍ରହାଳୟ ମଧ୍ୟ ଏକ ବଡ ଆକର୍ଷଣ ଭାବେ ରହିଛି । . ବର୍ଣ୍ଣନା ଏହି ବେଳାଭୂମିକୁ ପ୍ରତ୍ୟହ ବହୁ ସଂଖ୍ୟାରେ ଦର୍ଶକ ଆସିଥାନ୍ତି । ସମୁଦ୍ର ତଟରେ ସନ୍ତରଣ , ସୂର୍ଯ୍ୟ ସ୍ନାନ , ବେଳାଭୂମି ଭଲିବଲ ଖେଳ ଆଦି ଏଠାରେ ହେଇଥାଏ । ଏଠାରେ ଏକ ଏକୁଆରିଆମ , ମାଁ କାଲୀ ମନ୍ଦିର , ବିଶାଖା ସଂଗ୍ରହାଳୟ , ତଟବର୍ତୀ ରେଷ୍ଟୁରାଣ୍ଟ ସବୁ ରହିଛି । କୁରସୁରା ସବ ମାରାଇନ ସଂଗ୍ରହାଳୟରେ ପ୍ରାଚୀନ ସବ ମାରାଇନ ଦର୍ଶକଙ୍କ ଦେଖିବା ପାଇଁ ରଖାଯାଇଛି ।
ଟାଜାରୋଟିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ତାଜୋରାକ୍, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ପ୍ଲେକ୍ ସୋରିଆସିସ୍ ଏବଂ ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଫୋଟୋଏଜେଡ (ଅଲଟ୍ରାଭାୟୋଲେଟ ସଂସ୍ପର୍ଶ) ଚର୍ମ ପାଇଁ ମଧ୍ୟ ବ୍ୟବହୃତ ହୁଏ । ଏହା ଚର୍ମରେ ପ୍ରୟୋଗ କରାଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଲାଲିମା, ଚୋପା ଛାଡ଼ିବା, ଗଲୁ, ଏବଂ ଚର୍ମ ଯନ୍ତ୍ରଣା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତପଦାହ ଆଶଙ୍କା ବୃଦ୍ଧି ପାଇଥାଏ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ କିନ୍ତୁ ସ୍ତନ୍ୟପାନ ସମୟରେ ବ୍ୟବହାର ଠିକ୍ ଦେଖାଯାଏ । ଏହା ଆସେଟିଲେନିକ ଶ୍ରେଣୀର ଏକ ତୃତୀୟ ପିଢ଼ିର ରେଟିନଏଡ୍ ଔଷଧ । ୧୯୯୭ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଟାଜାରୋଟିନ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୦.୧% ଗ୍ରାମ ବିଶିଷ୍ଟ ଟ୍ୟୁବର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭୦ ଡଲାର୍ ଥିଲା । ଯୁକ୍ତରାଜ୍ୟରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୧୫ ପାଉଣ୍ଡ ଥିଲା । ୨୦୨୧ ସୁଦ୍ଧା ଏହା ଅନ୍ୟ କେତେକ ୟୁରୋପୀୟ ଦେଶରେ ମଧ୍ୟ ଏହା ଉପଲବ୍ଧ ହୋଇଛି ।
ଦୀପକ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା । ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଦୀପକ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ନୃତ୍ୟ କରିଥିଲେ । ପ୍ରାରମ୍ଭିକ ଜୀବନ ଏବଂ ପରିବାର ଦୀପକ ବାରିକ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଜଣେ ଆଲବମ୍‌ର ନାୟକ ଭାରେ ଓଡ଼ିଆ ଆଲବମ୍‌ରେ ନୃତ୍ୟ କରିଥିଲେ । ଦୀପକ ୨୦୧୮ ମସିହାରେ ତାଙ୍କର ପ୍ରେମିକା ତନୁଜାଙ୍କୁ ବିବାହ କରିଥିଲେ । ଅଭିନୟ ଜୀବନ ଦୀପକ ଓଡ଼ିଆ ଆଲବମ୍ ଜଗତରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଅନେକ ଲୋକପ୍ରିୟ ଆଲବମ୍ ଗୀତରେ ଦୀପକ ନୃତ୍ୟ କରିଥିଲେ । ସେ ଲିପି, ସୁଇଟ୍ ଭଳି ଅନେକ ଲୋକପ୍ରିୟ ଆଲବମ୍ ତାରକାଙ୍କ ସ‌ହ ମଧ୍ୟ ଅଭିନୟ କରିଥିଲେ । ଏହାପରେ ଦୀପକ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ଦୀପକ ଫ୍ୟାମିଲି ନମ୍ବର୍ ୱାନ୍, ଚାନ୍ଦ ନା ତମେ ତାରା, ସପନର ନାୟିକା, ଆଖି ଖୋଲିଲେ ତୁ ତୁ ହି ତୁ, ତମେ ଥିଲେ ସାଥିରେ, ଗଳ୍ପ ନୁହେଁ ଅଳ୍ପ ଦିନର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଦୀପକ ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ସାର୍ଥକ ଟିଭିରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୨୦୧୭ରେ ସାର୍ଥକର କାର୍ଯ୍ୟକ୍ରମ ରଜ କୁଇନ୍‌ରେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ ( . , . ) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ । ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ ନେପାଳର କପିଳବାସ୍ତୁଠାରେ ହୋଇଥିଲା । ଜୀବନୀ ଗୌତମ ବୁଦ୍ଧ ବୌଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ । ସେ ଖ୍ରୀ. ପୂ ୫୬୭ (ମତାନ୍ତର)ରେ ହିମାଳୟର ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ଜନ୍ମ ଗ୍ରହଣ କରିଥିଲେ । କପିଳାବାସ୍ତୁ ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା । ଗୌତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ । ତାଙ୍କର ମାତାଙ୍କ ନାମ ଥିଲା ମାୟାଦେବୀ । ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ବିମାତା ଗୌତମୀଙ୍କଦ୍ୱାରା ସେ ପରିପାଳିତ ହୋଇଥିଲେ । < ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲା । ସେ ସଂସାରବିରାଗୀ ଥିଲେ । ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୌତମଙ୍କୁ ଗୋପାନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ବିବାହ କରାଇଥିଲେ । ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଏସବୁ ସତ୍ତ୍ୱେ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା । କିମ୍ବଦନ୍ତୀ କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ, ଏକ ରୁଗ୍ଣ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ କଲେ । ମନୁଷ୍ୟର ଜନ୍ମ, ବାର୍ଦ୍ଧକ୍ୟ, ରୋଗ, ଦୁଃଖ, କ୍ଳେଶ, ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଃଖରେ ଅଭିଭୂତ ହୋଇପଡ଼ିଲେ । ସେ ଏସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ । ଏହି ସମୟରେ ଦିନେ ସେ ଏକ ପ୍ରସନ୍ନବଦନ ଜନୈକ ସନ୍ନ୍ୟାସୀଙ୍କୁ ଦେଖିଲେ । ସନ୍ନ୍ୟାସ ବରଣ କଲେ ଦୁଃଖରୁ ତ୍ରାହି ମିଳିବ ବୋଲି ସେ ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ମାୟାବନ୍ଧନ ଛିନ୍ନକରି ସମସ୍ତଙ୍କ ଅଗୋଚରରେ ରାଜପ୍ରସଦ ତ୍ୟାଗ କରିଥିଲେ । ବୌଦ୍ଧ ଧର୍ମ ବୌଦ୍ଧ ଧର୍ମ (ପାଳି: ବୋଧ ଧର୍ମ) ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ୱାସ ଓ ଆଚରଣ ରହିଛି । ଏହା ଗୌତମ ବୁଦ୍ଧଙ୍କ ଶିକ୍ଷାକୁ ନେଇ ଗଠିତ । ୬ଷ୍ଠ ଓ ୪ର୍ଥ ଖ୍ରୀ.ପୂ.ରେ ବୁଦ୍ଧ ଭାରତୀୟ ଉପମହାଦେଶର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ଦେଇଥିଲେ । ସେ ବୌଦ୍ଧବାଦୀମାନଙ୍କ ପାଇଁ, ବୋଧି ବା ଜଣେ ଆଲୋକିତ ଗୁରୁ, ଯେ ତାହାଙ୍କର ଜ୍ଞାନକୁ ଚେତନା ରହିତ ଜନଙ୍କୁ ଅବିଦ୍ୟାର ବିନାଶ କରିବା ନିମିତ୍ତ ଶିକ୍ଷା ଦେଇଥିବା ଗୁରୁ ଭାବରେ ଜଣା; ଯାହା ସଂସାର କଷଣରୁ ତରିବାରେ ଜଣଙ୍କୁ ସହଯୋଗ କରିଥାଏ । ବୌଦ୍ଧଧର୍ମର ପ୍ରସାର ଗୌତମ ବୁଦ୍ଧଙ୍କ ପରିନିର୍ମାଣର ଅଳ୍ପ କାଳ ମଧ୍ୟରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା । ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ, ଭାରତ ବାହାରେ ଯଥା, ପଶ୍ଚିମରେ ଗ୍ରୀସ ଦେଶଠାରୁ ପୂର୍ବରେ ବ୍ରହ୍ମଦେଶ (ବର୍ତ୍ତମାନର ମିଆଁମାର) ଏବଂ ଦକ୍ଷିଣରେ ସିଂହଳ (ବର୍ତ୍ତମାନର ଶ୍ରୀଲଙ୍କା) ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣ ବଂଶର ଶ୍ରେଷ୍ଠ ସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ ଚୀନ, ତିବ୍ୱତ, ଜାପାନ ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ କନୌଜର ରାଜା ହର୍ଷବର୍ଦ୍ଧନଙ୍କ ସାହାଯ୍ୟରେ ବୌଦ୍ଧଧର୍ମ ବିଶେଷ ଅଗ୍ରଗତି ଲାଭ କରିଥିଲା । ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧଧର୍ମ ପୃଥିବୀର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା ।ପ୍ରାଚୀନ ରାଜା ମହାରାଜାମାନଙ୍କଦ୍ୱାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା, ସ୍ତୂପ, ଚୈତ୍ୟ, ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତି ଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିଲା, ଯାହା ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା । ସମ୍ରାଟ ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ । ଆହୁରି ଦେଖନ୍ତୁ ବୁଦ୍ଧ ପୂର୍ଣ୍ଣିମା ବୌଦ୍ଧ ଧର୍ମ ଆଧାର ବାହାର ତଥ୍ୟ . ' : ?
ବିଶ୍ୱ ବୌଦ୍ଧିକ ସମ୍ପଦ ଦିବସ ପ୍ରତିବର୍ଷ ଅପ୍ରିଲ ମାସ ୨୬ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ । ଏହି କାର୍ଯ୍ୟକ୍ରମ ୨୦୦୦ ମସିହାରେ ବିଶ୍ୱ "ବୌଦ୍ଧିକ ସଂପଦ ସଂଗଠନ" ଦ୍ୱାରା ପେଟେଣ୍ଟ, କପି ରାଇଟ୍, ଟ୍ରେଡମାର୍କ ଇତ୍ୟାଦିର ଦୈନିକ ଜୀବନରେ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି ତଥା ବୌଦ୍ଧିକ ସମ୍ପଦର ବିକାଶ ଦିଗରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ପାଳିତ କରାଯାଉଛି । ୧୯୭୦ ମସିହା ଏହି ତାରିଖରେ ବିଶ୍ୱ ବୌଦ୍ଧିକ ସଂଗଠନ ସ୍ଥାପନା ଉପଲକ୍ଷେ ଏକ ସମ୍ମେଳନ ଆୟୋଜିତ ହୋଇଥିବାରୁ ଅପ୍ରେଲ ୨୬କୁ ବିଶ୍ୱ ବୌଦ୍ଧିକ ସମ୍ପଦ ଦିବସ ଭାବେ ପାଳନ କରାଯାଉଛି । ଇତିହାସ ପ୍ରଥମେ ସେପ୍ଟେମ୍ବର ୧୯୯୮ରେ ବିଶ୍ୱ ବୌଦ୍ଧିକ ସଂଗଠନ ର ସଦସ୍ୟ ରାଷ୍ଟ୍ରମାନଙ୍କର ଏକ ସମ୍ମେଳନରେ ଏ ସଂପର୍କିତ ଏକ ବୟାନ ଜାରୀ କରାଯାଇଥିଲା । ଏହା ପରେ ଜାତୀୟ ଅଲଜେରିଆଇ ଶିଳ୍ପ ସଂସ୍ଥାନର ମହା ନିର୍ଦ୍ଦେଶକ ୭ ଅପ୍ରେଲ ୧୯୯୯ ମସିହାରେ ବୌଦ୍ଧିକ ସଂପଦର ଉପଯୁକ୍ତ ସଂରକ୍ଷଣ, ବିକାଶ ତଥା ଏହାର ଉନ୍ନତିକରଣ ଉଦ୍ଦେଶ୍ୟରେ ଏକ ଦିବସ ପାଳନ ସକାଶେ ଏକ ପ୍ରସ୍ତାବ ଆଣିଥିଲେ । ପରବର୍ତ୍ତୀ ସମୟରେ ୯ ଅଗଷ୍ଟ ୧୯୯୯ ଦିନ ବିଶ୍ୱ ବୌଦ୍ଧିକ ସଂଗଠନର ଚିନୀ ପ୍ରତିନିଧି ବିଶ୍ୱ ବୌଦ୍ଧିକ ସଂପଦ ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତାବ ଆଗତ କରିଥିଲେ । ଫଳରେ ଅକ୍ଟୋବର ୧, ୧୯୯୯ ଦିନ ବିଶ୍ୱ ବୌଦ୍ଧିକ ସଂଗଠନ ର ଏକ ସାଧାରଣ ବୈଠକରେ ଏକ ବିଶେଷ ଦିବସକୁ ବିଶ୍ୱ ବୌଦ୍ଧିକ ଦିବସ ରୂପେ ପାଳନ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଗଲା ।
ଦିଫୁ ଏକ ଭାରତୀୟ ସହର ଅଞ୍ଚଳ କମିଟି ଅଟେ । ଏହା ଆସାମର କର୍ବି ଆଙ୍ଗ୍ଲୋଙ୍ଗ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଦିଫୁ ୨୫.୮୪୩୪ ଉତ୍ତର ଅକ୍ଷାଂଶ ଓ ୯୩.୪୩୧୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦିଫୁ ସହରର ମୋଟ ଜନସଂଖ୍ୟା ୫୨୦୬୨ ଅଟେ । ସେଥି ମଧ୍ୟରୁ ୫୩.୩୩% ଜଣ ପରୁଷ ହୋଇଥିବା ବେଳେ ୪୬.୬୭% ଜଣ ନାରୀ ଅଟନ୍ତି । ଦିଫୁର ସାକ୍ଷରତା ହାର ୭୪.୮୬% ଅଟେ । ଏହା ଜାତୀୟ ହାରଠାରୁ -୧୦.୦୨% ପ୍ରତିଶତ କମ ଅଟେ । ସେଥିରୁ ୪୨.୭୭% ପ୍ରତିଶତ ପୁରୁଷ ଓ ୩୨.୦୮% ନାରୀ ଅଟନ୍ତି । ୧୨.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଅହମିଆ ଦିଫୁର ସରକାରୀ ଭାଷା ଅଟେ ।
ଉତ୍ତମ କୁମାର ପ୍ରଧାନ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୧୯୮୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ନଚିକେତାର ହାତ" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।
ମାନସୀ ପ୍ରଧାନ ଜଣେ ଭାରତୀୟ ମହିଳା କର୍ମୀ ଓ ଲେଖିକା ଯିଏ ୨୦୧୩ରେ ରାଣୀ ଲକ୍ଷ୍ମୀବାଇ ସ୍ତ୍ରୀ ଶକ୍ତି ପୁରସ୍କାର ପାଇଥିଲେ । ୨୦୧୧ରେ ସେ ଜାତୀୟ ମହିଳା କମିଶନ ତରଫରୁ ଆଉଟଷ୍ଟାଡିଙ୍ଗ ଉମ୍ୟାନ ଆୱାର୍ଡ଼ ପାଇଥିଲେ । ସେ ନିର୍ଭୟା ବାହିନୀ ଓ ଓଉଆଇଏସଏସର ପ୍ରତିଷ୍ଠାତା ଥିଲେ । ନାରୀ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସେ ଭାରତରେ ରାଷ୍ଟ୍ରୀୟ ଅଭିଯାନ କରିଥିଲେ । ସେ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ (ସେନସର ବୋର୍ଡ)ରେ କାର୍ଯ୍ୟରତ । ସେ ବିଶ୍ୱ ମହିଳା ସଂଗଠନ ଆନ୍ତର୍ଜାତୀୟ ସଂଚାଳନ ପରିଷଦ ଓ ଜାତୀୟ ମହିଳା କମିଶନ ତଦନ୍ତ କମିଟିର ସଭ୍ୟା ଅଟନ୍ତି । ବ୍ୟକ୍ତିଗତ ଜୀବନ ଓ ଶିକ୍ଷାଗତ ଯୋଗ୍ୟତା ମାନସୀ ଖୋର୍ଦ୍ଧା ଜିଲ୍ଲା ଆୟତପୁରସ୍ଥିତ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଗୋଦାବରୀଶ ପ୍ରଧାନ ଓ ହେମଲତା ପ୍ରଧାନଙ୍କ ମାନସୀ ଥିଲେ ଜ୍ୟେଷ୍ଠା କନ୍ୟା । ତାଙ୍କ ବାପା ଜଣେ ଚାଷୀ ଓ ମା ଜଣେ ଗୃହିଣୀ ଥିଲେ । ଆଇନ ଡିଗ୍ରୀ ହାସଲ ପାଇଁ ତାଙ୍କ ଗାଁର ପ୍ରଥମ ମହିଳା ରୁପରେ ମାନସୀ ପ୍ରତିଦିନ ସେ ୧୫ କିମି ଯାଉଥିଲେ । ସରକାରୀ ମହିଳା କଲେଜ, ପୁରୀରୁ ସେ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ । ପରେ ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭାଷା ସାହିତ୍ୟରେ ସ୍ନାତକତର ହାସଲ କରିଥିଲେ । ସାହିତ୍ୟିକ କାର୍ଯ୍ୟ ମାନସୀ ପ୍ରଧାନ ଜଣେ ଲେଖିକା ଓ କବି ଥିଲେ । ତାଙ୍କର ଚତୁର୍ଥ ବହି ଉର୍ମି ଓ ଉଚ୍ଛ୍ୱାସ ୮ଟି ଭାଷାକୁ ଅନୁବାଦ କରାଯାଇଥିଲା ।
ଫେରି ଆସୁଥିବି କୋଳକୁ ତୋ 'ର ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ରବି ମିଶ୍ର । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିପ୍ରକାଶ ପଣ୍ଡା ଓ ପୁନମ ମିଶ୍ର । ସଲୋନି, ରବି ମିଶ୍ର, ବିରେନ ମିଶ୍ର, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ଗୁଡି, ଧିରେନ ମିଶ୍ର, ଶୈଳେନ୍ଦ୍ର, ଭିକାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ସେପ୍ଟେମ୍ବର ୧୮ ତାରିଖରେ ଜୀ ସାର୍ଥକରେ ପ୍ରସାରିତ ହୋଇଥିଲା । ଅଭିନୟ ଜ୍ୟୋତିପ୍ରକାଶ ପଣ୍ଡା ପୁନମ ମିଶ୍ର ସଲୋନି ବିଜୁ ବଡ଼ଜେନା ପ୍ରେମାଞ୍ଜନ ପରିଡ଼ା ବିରେନ ମିଶ୍ର ଗୁଡି ଧିରେନ ମିଶ୍ର ଶୈଳନ୍ଦ୍ର ଭିକାରୀ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲୀ ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ନେହା ନିହାରିକା, ମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର, ସିଧିସ୍ନା ବିନ୍ଧାଣୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ୭ ସେପ୍ଟେମ୍ବର ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।
ପୁରୁଷୋତ୍ତମ ନାୟକ (୯ ମାର୍ଚ୍ଚ ୧୯୧୧ - ୧୬ ନଭେମ୍ବର ୨୦୧୪) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୯୩୪ରେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ସେ ଓଡ଼ିଶା ପଦଯାତ୍ରା କରିଥିଲେ । ବିଭିନ୍ନ ଜନସଭାରେ ଯୋଗଦେଇ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ଗାନ୍ଧିଙ୍କ ସଙ୍ଗେ ମିଶି ସେ ସ୍ୱଦେଶୀ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ୧୯୪୦ ମସିହାରେ ଗାନ୍ଧୀଙ୍କ ଆହ୍ୱାନରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହରେ ସାମିଲ ହୋଇ ପ୍ରଥମେ ୩ ମାସ, ଦ୍ୱିତୀୟ ଥର ୫ ମାସ ଓ ତୃତୀୟ ଥର ୬ ମାସ ଧରି କାରାଦଣ୍ଡ ଭୋଗିଥିଲେ । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ଗିରଫ ପରୱାନାକୁ ଏଡ଼ାଇବା ପାଇଁ ସେ ଆତ୍ମଗୋପନ କରିଥିଲେ । ୧୯୪୯ରେ ଫୋର୍ଡ଼ ଫାଉଣ୍ଡେସନ ଯୋଜନାରେ ଗଠିତ କମିଟିର ସଭାପତି ଦାୟିତ୍ୱ ତୁଲାଇଥିଲେ । ଏଥି ସହିତ ୧୨ବର୍ଷ ପାଇଁ କଟକ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ଓ ୧୯୫୩-୧୯୫୬ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ବିଧାୟକ ଥିଲେ । ୧୯୫୮-୧୯୬୨ ପର୍ଯ୍ୟନ୍ତ ଡେରାବିଶ ପଞ୍ଚାୟତ ସମିତି ସଭାପତି, ୧୯୫୯-୬୯ ପର୍ଯ୍ୟନ୍ତ ଓଡ଼ିଶା ଝୋଟ ବାଣିଜ୍ୟ ସମବାୟ ସମିତିର ସଭାପତି, ୧୯୫୮-୭୩ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପାୱାରଲୁମ ସମବାୟ ସମିତି, ୮ ବର୍ଷ ଧରି ଅଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ସମିତିର ଉପସଭାପତି, ୬ବର୍ଷ ଧରି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଓ ରାଜ୍ୟ ଭୂଦାନ ଯଜ୍ଞ ସମିତିର ସରକାରୀ ମନୋନୀତ ସଭ୍ୟ ଥିଲେ । ଜୀବନୀ ପରିବାର ନାୟକ ୧୯୧୧ ମାର୍ଚ୍ଚ ୯ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ପଞ୍ଚାୟତ ସମିତି ସନ୍ଥପୁରା ଗ୍ରାମରେ ପିତା କୃଷ୍ଣଚନ୍ଦ୍ର ନାୟକ ଔରସରୁ ଓ ମାତା ମାଳତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ବାପା ମା ଙ୍କ ୫ ଜଣ ସନ୍ତାନଙ୍କ ମଧ୍ୟରୁ ସେ ଦ୍ୱିତୀୟ ସନ୍ତାନ । ବାଲ୍ୟକାଳରୁ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗନେଇଥିଲେ । ତାଙ୍କ ବଡ଼ ପୁଅ ନିରଞ୍ଜନ ଏବଂ ସାନ ପୁଅ ବିଚିତ୍ରାନନ୍ଦ । ୨୦୧୪ ମସିହା ନଭେମ୍ବର ୧୬ ତାରିଖରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନାରେ ୧୦୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି ଦେଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।
୯୦୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ହସିଲା ସଂସାର ଭାଙ୍ଗିଲା କିଏ, ୨୦୦୬ରେ ମୁକ୍ତିଲାଭକରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ମଳୟ ମିଶ୍ର ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ । ଅନୁ ଚୌଧୁରୀ, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଅନୁ ଚୌଧୁରୀ ସିଦ୍ଧାନ୍ତ ମହାପାତ୍ର ଜୟୀରାମ ସାମଲ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।
ରୋଗର,ବ ରୋମୋସୋଜୁମାବ, ବେପାର ନାମ ଇଭେନିଟି, ହେଉଛି ଅଷ୍ଟିଓପୋରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଏହି ଔଷଧ ଗ୍ରହଣ କଲେ ମେରୁଦଣ୍ଡ ଭାଙ୍ଗିଯିବାର ଆଶଙ୍କା ହ୍ରାସ ହୁଏ । ଏହା ଚର୍ମ ତଳେ ଇଞ୍ଜେକ୍ସନଦ୍ୱାରା ବ୍ୟବହୃତ ହୁଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ କ୍ୟାଲସିୟମ୍ ବା ହାଇପୋକ୍ୟାଲସେମିଆ ହୋଇପାରେ । ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସ୍କ୍ଲେରୋଷ୍ଟିନ ସ‌ହିତ ସଂଲଗ୍ନ ହୋଇ ଅବରୋଧ କରେ । ରୋମୋସୋଜୁମାବ ରୋଗା ହାଡ଼ର ଗଠନକୁ ବୃଦ୍ଧି କରିଥାଏ ଏବଂ ହାଡ଼ ଭାଙ୍ଗିବା ହ୍ରାସ କରିଥାଏ । ୨୦୧୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରୋମୋସୋଜୁମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୨୦୫୦ ଡଲାର ଖର୍ଚ୍ଚ ହୋଇଥାଏ । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୪୩୦ ପାଉଣ୍ଡ ।
ସ୍ତନ୍ୟପାନ, (ଇଂରାଜୀ ଭାଷାରେ ବ୍ରେଷ୍ଟଫିଡ/ ବା ନର୍ସିଙ୍ଗ/ ) ଶବ୍ଦ ମହିଳା ସ୍ତନରୁ ଶିଶୁ ଦୁଗଧ ପାନ କରିବାକୁ ବୁଝାଏ । ଶିଶୁ ଜନ୍ମ ପରେ ପରେ ସ୍ତନ୍ୟପାନ ଆରମ୍ଭ କରିବା ଉଚିତ ଓ ଶୁଶୁର ଇଚ୍ଛା ଅନୁଯାୟୀ ଦେବା ଉଚିତ । ଜୀବନର ପ୍ରଥମ କିଛି ସପ୍ତାହ ପର୍ଯ୍ୟନ୍ତ ଛୁଆକୁ ଦିନ‌କୁ ୮ରୁ ୧୨ ଥର ପିଏଇବା ଉଚିତ । ପ୍ରତ୍ୟେକ ସ୍ତନରୁ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ପିଆଯାଏ । ଶିଶୁର ବୟସ ବୃଦ୍ଧି ସ‌ହିତ ସ୍ତନ୍ୟପାନର ଆବୃତ୍ତି କମିଯାଏ । କେତେକ ମାତା ସ୍ତନରୁ ପମ୍ପ ସାହାଯ୍ୟରେ ଦୁଧ ପରବର୍ତ୍ତୀ ବ୍ୟବ‌ହାର ନିମନ୍ତେ ବା ଅନ୍ୟମାନଙ୍କ ନିମନ୍ତେ ବାହାର କରି ଗଚ୍ଛିତ କରି ରଖନ୍ତି । ସ୍ତନ୍ୟପାନ ଉଭୟ ମାତା ଓ ଶିଶୁର ଉପକାର କରେ । ଇନଫ୍ୟାଣ୍ଟ ଫର୍ମୁଲା ଏକ ବ୍ୟବସାୟ ପ୍ରସ୍ତୁତ ଶିଶୁ ଖାଦ୍ୟ ଯାହାର ଅନେକ ଉପକାରୀତା ନାହିଁ । ହିସାବ କରି ଦେଖାଯାଇଛି ସାରା ପୃଥିବୀରେ ପ୍ରତି ବର୍ଷ ଏକ ନିୟୁତରୁ ଅଧିକ ଶିଶୁ ସ୍ତନ୍ୟପାନକରି ବଞ୍ଚି ପାରିବେ । ସ୍ତନ୍ୟପାନ‌ଦ୍ୱାରା ଶ୍ୱାସ‌କ୍ରିୟା ନଳୀ ସଂକ୍ରମଣ ଓ ତରଳ ଝାଡ଼ା ରୋଗ ସଙ୍କଟ କମିଯାଏ । ଏହି ସତ୍ୟ ଉଭୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କ ନିମନ୍ତେ ପ୍ର‌ଯୁଜ୍ୟ । ଅନ୍ୟ ଉପକାର ମଧ୍ୟରେ ଆଜମା, ଖାଦ୍ୟ ଆଲର୍ଜି, ସିଲିଆକ ରୋଗ, ଟାଇପ ୧ ଡାଏବେଟିସ ଓ ଲିଉକେମିଆ ରୋଗମାନଙ୍କ ସଙ୍କଟ କମିଯାଏ । ସ୍ତନ୍ୟପାନ କଲେ ବୋଧଶକ୍ତି ଉନ୍ନତ ହୁଏ ଓ ବଡ଼ ହେଲେ ମୋଟାପା ସମ୍ଭାବନା କମିଯାଏ । କେତେକ ମାତା ସ୍ତନ୍ୟପାନ ନିମନ୍ତେ ଚାପ ଅନୁଭବ କରନ୍ତି, କିନ୍ତୁ ସ୍ତନ୍ୟପାନ ନ କରି ମଧ୍ୟ ପିଲାମାନେ ଉଲ୍ଲେଖନୀୟ କ୍ଷତି ବିନା ସାଧାରଣ ଭାବେ ବଢ଼ିପାରନ୍ତି । ସ୍ତନ୍ୟପାନ କରେଇଲେ ପ୍ରସବ ପରେ ମାଆର ରକ୍ତସ୍ରାବ କମ ହୁଏ, ଜରାୟୁ ସଙ୍କୋଚନ ଭଲ ହୁଏ, ଓଜନ ହ୍ରାସ କମ ହୁଏ ଓ ପ୍ରସବ ପରବର୍ତ୍ତୀ ଅବସାଦ କମ ହୁଏ । ପରବର୍ତ୍ତୀ ଋତୁସ୍ତାବ ସମୟ ବଢ଼ିଯାଏ ଓ ଏହି ଦୁଗ୍ଧ ସ୍ରବଣ ଋତୁରୋଧ ଫଳରେ ପ୍ରଜନନ କ୍ଷମତା ବିଳମ୍ବରେ ଆସେ । ଦୀର୍ଘକାଳୀନ ଉପକାର ମଧ୍ୟରେ ସ୍ତନ କର୍କଟ, ହୃତପିଣ୍ଡରକ୍ତନଳୀ ରୋଗ ଓ ରିଉମାଟଏଡ ରୋଗ ସଙ୍କଟ କମିଯାଏ । ବଜାର ଶିଶୁଖାଦ୍ୟ ଅପେକ୍ଷା ସ୍ତନ୍ୟପାନ ନିଃଶୁଳ୍କ ଅଟେ । ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରୁଛି । ଏହାର ଅର୍ଥ ଭିଟାମିନ ଡି ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ବା ପାନୀୟ ଦିଆଯାଏ ନାହିଁ । ଏକ ବର୍ଷ ବୟସ ପର୍ଯ୍ୟନ୍ତ ନିରନ୍ତର ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । ସାରା ପୃଥିବୀରେ ପ୍ରାୟ ୩୮ % ଶିଶୁ ପ୍ରଥମ ୬ ମାସ ଧରି କେବଳ ସ୍ତନ୍ୟପାନ କରନ୍ତି । ଆମେରିକାରେ ୭୫ % ମହିଳା ସ୍ତନ୍ୟପାନ ଆରମ୍ଭ କରନ୍ତି ଓ ୪୩ % ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାନ୍ତି । ସ୍ତନ୍ୟପାନ ବନ୍ଦ କରିବାକୁଥିବା ଡାକ୍ତରୀ ଉପଦେଶ ଅତି ଅସାଧାରଣ । ସ୍ତନ୍ୟପାନ ସମୟରେ ଅନେକ ଔଷଧ ଖାଇବାକୁ ମନା କରାଯାଏ ।
ତ୍ରିନାଥ ସାମନ୍ତରାୟ (୨୩ ନଭେମ୍ବର ୧୯୨୧ - ୨୬ ଜୁଲାଇ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ତ୍ରିନାଥ ୧୯୨୧ ମସିହାର ନଭେମ୍ବର ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶିବରାମ ସାହୁ ଓ ପତ୍ନୀଙ୍କ ନାମ ହେମା ସାମନ୍ତରାୟ । ରାଜନୈତିକ ଜୀବନ ତ୍ରିନାଥ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ମୃତ୍ୟୁ ତ୍ରିନାଥ ୨୦୦୦ ମସିହାର ଜୁଲାଇ ୨୬ ତାରିଖରେ ୭୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ସ୍ୱରୂପ କୁମାର ଦାସ (ଜନ୍ମ: ୧୧ ଅପ୍ରେଲ ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସ୍ୱରୂପ କୁମାର ଦାସ ୧୯୭୦ ମସିହାର ଅପ୍ରେଲ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧିରେନ୍ଦ୍ର ପ୍ରସାଦ ଦାସ ଓ ପତ୍ନୀଙ୍କ ନାମ ସାଗରିକା ଦାସ । ରାଜନୈତିକ ଜୀବନ ସ୍ୱରୂପ କୁମାର ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୨୦ ମସିହାରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ପରାଜିତ କରି ୧୬ଶ ଓଡ଼ିଶା ବିଧାନ ସଭା ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୦,୭୩୪ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପାର୍ଥୀ ମାନସ କୁମାର ଦତ୍ତଙ୍କ ଠାରୁ ୨୮,୬୨୬ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।
ଶାଓଚିଲଙ୍ଗ : ;ମାନେ " " ଡାଇନୋସର ବଂଶର ଜୀବ ଅଟେ । ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଏସିଆରୁ ମିଳିଥିଲା । ଏହି ଡାଇନୋସରଟି କ୍ରେଟାସିଅସ ଯୁଗରେ ବାସ କରୁଥିଲା ।
ସତ୍ୟ ନାରାୟଣ ମହାରଣା ଓଡ଼ିଶାର ଜନ୍ମିତ ଜଣେ ଭାରତୀୟ ମହାରଣା, ମୂର୍ତ୍ତିକାର ଓ ବାଲୁକାଶିଳ୍ପୀ । ୨୦୨୦ ମସିହାରେ ସେ ପୁରୀ ରଥଯାତ୍ରାର ନନ୍ଦିଘୋଷ ରଥର ୧.୩ ସେମି ଓ ୬୦୦ ମିଲିଗ୍ରାମ ଓଜନ ବିଶିଷ୍ଟ ଉଚ୍ଚ କ୍ଷୁଦ୍ର କାଠ ପ୍ରତିକୃତି ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡସ ୨୦୨୦ରେ କ୍ଷୁଦ୍ରତମ ରଥ ନିର୍ମାଣ ରେକର୍ଡ଼ ପାଇଁ ସ୍ଥାନପାଇଥିଲେ । ଏହି ନୂଆ ରେକର୍ଡ଼ ୩.୫୫୬ ସେମି ଓ ୩.୩୦୨ ସେମି ମାପ ଓ ୩ ଗ୍ରାମ ଓଜନବିଶିଷ୍ଟ ତାଙ୍କ ନିଜର ପୂର୍ବ ରେକର୍ଡ଼ ଭାଙ୍ଗିଥିଲା । ଜୀବନୀ ସତ୍ୟ ନାରାୟଣ ମହାରଣା ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ବ୍ରହ୍ମପୁରଠାରେ ଜନ୍ମନେଇଥିଲେ । ତାଙ୍କ ବାପାଙ୍କ ନାମ ସୁବାସ ଚନ୍ଦ୍ର ମହାରଣା ଓ ମାଆଙ୍କ ନାମ ସୁବାସିନୀ ମହାରଣା । ତାଙ୍କ ବଡ଼ଭାଇ ସଞ୍ଜୟ ମହାରଣା ଓ ବାପା ଉଭୟ ମାଟିରେ ମୂର୍ତ୍ତି ଗଢ଼ନ୍ତି । ରେକର୍ଡ ୨୦୨୩ ମସିହା ସୁଦ୍ଧା ସତ୍ୟ ନାରାୟଣ ମହାରଣା ମୋଟ ୨୫ଟି ଆନ୍ତର୍ଜାତୀୟ ଓ ଜାତୀୟ ପୁରସ୍କାର ଜିତିସାରିଥିଲେ । ସେଯାବତ ରେକର୍ଡ଼ ହୋଇଥିବା କ୍ଷୁଦ୍ରତମ ହକିଷ୍ଟିକ ତିଆରି କରିଥିଲେ । ସେ ଏହି ସମୟରେ ଏକ ୫ ମି.ମି. ଲମ୍ବ ଓ ୧ ମି.ମି. ମୋଟାଇ ବିଶିଷ୍ଟ ଏବଂ ଆଉ ଏକ ୧ ସେ.ମି. ଲମ୍ବ ଓ ୧ ମି.ମି. ଓସାର ବିଶିଷ୍ଟ ଦୁଇଟି ହକିଷ୍ଟିକ ତିଆରି କରିଥିଲେ । ସେମି ଓ ୩.୩୦୨ ସେମି ମାପ ଓ ୩ ଗ୍ରାମ ଓଜନବିଶିଷ୍ଟ ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନପାଇଥିଲେ । ୨୦୨୦ ମସିହାରେ ତିଆରି ରଥର ଓଜନ ୬୦୦ ମିଲିଗ୍ରାମ ଏବଂ ଏହା ଛୋଟ କାଠ, ରଙ୍ଗୀନ ପୋଷାକ ତଥା ରଙ୍ଗ ବ୍ୟବହାର କରି ତିଆରି ହୋଇଛି ଏହି ରଥ ତିଆରି କରିବାକୁ ତାଙ୍କୁ ଚାରି ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହି ରଥ ପ୍ରତିକୃତିରେ ନନ୍ଦିଘୋଷ ରଥର ମୂଳ ସବିଶେଷ ରହିଛି । ନନ୍ଦିଘୋଷର ଉଚ୍ଚତା ୧୩ ମିଟରରୁ ଅଧିକ ପ୍ରତିକୃତିଟିରେ ଜଗନ୍ନାଥଙ୍କ ଅତ୍ୟନ୍ତ ଛୋଟ ମୂର୍ତ୍ତିଟିଏ ରହିଛି ଏବଂ ଏହା ସହିତ ରଥସାରଥି, ୧୬ଟି ଛୋଟ ଚକ ଏବଂ ଏହାର ଉପରେ ଏକ ଛୋଟ ବାନା ମଧ୍ୟ ରହିଛି କ୍ଷୁଦ୍ରକାୟ ପ୍ରତିକୃତି ନିର୍ମାଣରେ ଆଗ୍ରହୀ ୨୦୧୯ ଜୁଲାଇରେ ପ୍ରଥମେ ୬.୩୫ ସେମି ଉଚ୍ଚ ଏବଂ ୭.୬୨ ସେମି ଚଉଡ଼ାବିଶିଷ୍ଟ ପ୍ରତିକୃତି ନିର୍ମାଣ କରିଥିଲେ । ତାହାର ଓଜନ ୮ ଗ୍ରାମ ଥିଲା ୨୦୧୮ରେ ତାଙ୍କଦ୍ୱାରା ନିର୍ମିତ ୧୧.୪୩ ସେମି ଉଚ୍ଚ ନନ୍ଦିଘୋଷ ରଥ ବାବଦରେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ଉଲ୍ଲେଖ ହୋଇଇଥିଲା ।
୧୨୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ସରବଜିତ ସିଂ ୧୯୬୩ କିମ୍ବା ୧୯୬୪ - ୨ ମଇ ୨୦୧୩ ପାକିସ୍ତାନଦ୍ୱାରା ମଞ୍ଜିତ ସିଂ ନାମିତ କରାଯାଇଥିଲା । ଜଣେ ଭାରତୀୟ ନାଗରିକ ଅଟନ୍ତି । ସରବଜିତଙ୍କୁ ପାକିସ୍ତାନ ଅଦାଲତ ତରଫରୁ ଜଣେ ଆତଙ୍କବାଦୀ ଓ ଗୁପ୍ତଚର ହେବା ଦୋଷରେ ଫାଶୀ ଦଣ୍ଡରେ ଦଣ୍ଡ଼ିତ କରାଯାଇଥିଲା । ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋଟରେ ୧୪ ଜଣ ସାଧାରଣ ଜନତାଙ୍କୁ ମାରିଦେବାର ଦୋଷାରୋପ କରାଯାଇଥିଲା । କିନ୍ତୁ ସରବଜିତ ପରେ ଦାବି କରିଥିଲେ ଯେ, ସେ ଜଣେ ସାଧାରଣ ଚାଷୀ ଯିଏକି ବୋମା ବିସ୍ଫୋରଣର ୩ ମାସ ପରେ ଭୁଲ୍ ବଶତଃ ପାକିସ୍ତାନରେ ପ୍ରବେଶ କରିଯାଇଥିଲେ । ଅସ୍ପଷ୍ଟ ଭାରତୀୟ ସୂତ୍ରରୁ ପ୍ରକାଶ ପାଇଥିଲା କି, ସରବଜିତ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ର) ପାଇଁ କାମ କରୁଥିଲେ । ପାକିସ୍ତାନ ଉଚ୍ଚନ୍ୟାୟାଳୟ ତରଫରୁ ସରବଜିତଙ୍କୁ ୧୯୯୧ରେ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । କିନ୍ତୁ ତାଙ୍କର ଫାଶୀକୁ ପାକିସ୍ତାନ ସରକାର ତରଫରୁ ବାରମ୍ବାର ସ୍ଥଗିତ କରାଯାଉଥିଲା । କିନ୍ତୁ କୋତ ଲଖପତ ଜେଲରେ ତାଙ୍କୁ ସାଥି କଏଦୀମାନେ ଆକ୍ରମଣ କରିଥିଲେ ଓ ୬ ଦିନ ଲାହୋର ଡାକ୍ତରଖାନାରେ ରହିବା ପରେ ୨୦୧୩ ଅପ୍ରେଲରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଏକ କଥାଚିତ୍ର ପ୍ରକାଶ କରାଯାଇଅଛି । ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ତାଙ୍କ ଭଉଣୀ ଦଲବୀର ସିଂ, ରନବୀର ହୂଡା ଓ ରିଚା ଚଡା, ଯଥାକ୍ରମେ ସରବଜିତ ଓ ତାଙ୍କ ପତ୍ନୀ ସୁଖପ୍ରୀତ ଭୂମିକାରେ ଅଭିନୟ କରିଛନ୍ତି । ଜୀବନୀ ଓ ପରିବାର ସରବଜିତ ଭିଖିୱିଣ୍ଡ (ଭାରତ-ପାକିସ୍ତାନ ସୀମା ପଞ୍ଜାବର ଟର୍ନ ତରଣ ଜିଲ୍ଲା)ରେ ଜନ୍ମ ଗ୍ରହଣ କରିଥିଲେ । ମଲ୍ଲଯୁଦ୍ଧ ଓ ବିଲୁପ୍ତ ପ୍ରାୟ ପାରା ରଖିବା ତାଙ୍କର ସଉକ ଥିଲା । ଭାଗଚାଷୀ ଭାବରେ ସେ ଅନ୍ୟମାନଙ୍କ ଜମିରେ ଚାଷକରୁଥିଲେ । ସେ ସୁଖପ୍ରୀତ କୌରଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇ କନ୍ୟା ଥିଲେ ସ୍ୱପ୍ନଦୀପ ଓ ପୁନମ । ସରବଜିତଙ୍କ ମୁକ୍ତି ପାଇଁ ତାଙ୍କ ଭଉଣୀ ଦଳବୀର ସିଂ ୧୯୯୧ରୁ ୨୦୧୩ ପର୍ଯ୍ୟନ୍ତ ଲଢେଇ କରିଚାଲିଥିଲେ । ଗିରଫ ଓ ମାମଲା ରୁଜୁ ସରବଜିତ ଭାରତ-ପାକିସ୍ତାନ ସୀମାରେ ଏକ ଅଗୋଚର ରୂପରେ ପାକିସ୍ତାନର କସୁରଠାରେ ରେଞ୍ଜର ମାନଙ୍କଦ୍ୱାରା ଧରାପଡ଼ିଥିଲେ । ତାଙ୍କ ସମର୍ଥକମାନେ ଦାବି କରିଥିଲେ ଯେ ସରବଜିତ ନିସାସକ୍ତ ଅବସ୍ଥାରେ ଭୁଲ୍ ବଶତଃ ପାକିସ୍ତାନ ପଳାଇଥିଲେ ଓ ଯେଉଁଠି ତାଙ୍କୁ ସନ୍ଦେହରେ ମଞ୍ଜିତ ନାମରେ ନାମିତ କରାଯାଇ ଗିରଫ କରାଯାଇଥିଲା । ତାଙ୍କ ଯିବାର ପ୍ରାୟ ୯ ମାସ ପର୍ଯ୍ୟନ୍ତ ତାଙ୍କ ପରିବାର ତାଙ୍କୁ ପାଗଳପ୍ରାୟ ଖୋଜି ବାକୁ ଚେଷ୍ଟା କରିଥିଲେ ଓ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ । ପ୍ରାୟ ୧ ବର୍ଷ ପରେ ତାଙ୍କ ଭଉଣୀ ଦଲଜିତ ସରବଜିତଙ୍କ ହାତ ଲେଖା ଚିଠି ପାଇଲେ ଓ ଜାଣିବାକୁ ପାଇଲେ ଯେ ସରବଜିତ ପାକିସ୍ତାନରେ ବୋମା ବିସ୍ଫୋରଣ ଅପରାଧରେ ଭୁଲରେ ମଞ୍ଜିତ ପରିଚୟ ନେଇ ଜେଲରେ ଅଛନ୍ତି ଓ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଅଛି । . ଅନ୍ୟ ଏକ ତଥ୍ୟରୁ ପ୍ରକାଶ କି ସରବଜିତଙ୍କୁ ପ୍ରଥମେ ବେଆଇନ ଭାବରେ ଭାରତ-ପାକିସ୍ତାନ ସୀମା ଅତିକ୍ରମ ଅଭିଯୋଗରେ ଗିରଫ କରାଯାଇଥିଲା । କିନ୍ତୁ ୮ ଦିନ ପରେ ପାକିସ୍ତାନ ପୋଲିସ ୧୯୯୦ରେ ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋରଣ ଅପରାଧରେ ଦୋଷୀ କରାଇଦେଇଥିଲା । ତାଙ୍କୁ ମଞ୍ଜିତ ସିଂ ରୂପରେ ଗିରଫ କରାଯାଇଥିଲା ଓ ଫାଶୀ ଦଣ୍ଡ ଦିଆଯାଇଥିଲା । ପରେ ମଞ୍ଜିତ ସିଂକୁ ପ୍ରଥମେ କାନାଡା ଓ ପରେ ଭାରତରେ ଗିରଫ କରାଯାଇଥିଲା । . ମୃତ୍ୟୁ ଦଣ୍ଡାଦେଶ ୧୯୯୧ରେ ସରବଜିତଙ୍କୁ ପାକିସ୍ତାନ ପାକିସ୍ତାନ ସେନା ଅଧିନିୟମ ଅନୁସାରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ଦଣ୍ଡାଦେଶ ପ୍ରଥମେ ଉଚ୍ଚ ନାୟାଳୟ ଓ ପରେଉଚ୍ଚତମ ନ୍ୟାୟାଳୟ ତରଫରୁ ସ୍ଥଗିତ ରଖାଯାଇଥିଲା । ମାର୍ଚ୍ଚ ୨୦୦୬ରେ ସରବଜିତଙ୍କ ଓକିଲ ଉପସ୍ଥିତ ନଥିବାରୁ ସୁପ୍ରିମ କୋର୍ଟ ସରବଜିତଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ପିଟିସନ ଖାରଜ କରିଦେଇଥିଲେ । . ପ୍ରଶିକ୍ଷଣ ଓ ସମସ୍ୟା ପାକିସ୍ତାନ ମାନବ ଅଧିକାରର କର୍ମୀ ଅଂଶର ବୁରନେ ଦାବି କରିଥିଲେକି ସରବଜିତ କୌଣସି ବୋମା ବିସ୍ଫୋରଣ ଅପରାଧ ସହ ଜଡ଼ିତ ନାହାନ୍ତି ଓ ୩୦ ଅଗଷ୍ଟ ୧୯୯୦ରେ କସୁରଠାରେ ତାଙ୍କୁ ବେଆଇନ ଭାବରେ ପାକିସ୍ତାନ ସୀମାରେ ପଶିଯିବା ପାଇଁ ଗିରଫ କରାଯାଇଥିଲା । ସେ ଆହୁରି ମଧ୍ୟ ଦାବି କରିଥିଲେ କି ୮ ଦିନ ପରେ ପୋଲିସ ତାଙ୍କୁ ଆତଙ୍କବଦୀର ଆଖ୍ୟା ଦେଇ ବୋମା ବିସ୍ଫୋରଣ ଅପରାଧରେ ଗିରଫ କରିଥିଲା । ଆଉ ଜଣେ ବ୍ରିଟିଶ ଓକିଲ ସରବଜିତଙ୍କ ମୁକ୍ତି ପାଇଁ ଆନ୍ଦୋଳନ କରିଥିଲେ ଓ ଅନେକ ଅସୁବିଧାର ସମୁଖୀନ ହୋଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ୨୬ ଏପ୍ରିଲ ୨୦୦୮ରେ ମୁଖ୍ୟ ସାକ୍ଷୀ ଶୌକତ ସଲିମ ସମ୍ବାଦିକଙ୍କ ସମୁଖରେ ନିଜର ବୟାନ ବଦଳାଇଥିଲା ଓ କହିଥିଲା କି ତାର ବାପା, ମା ବୋମା ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିଲେ ଏବଂ ପୋଲିସର ଧମକରେ ସେ ସରବଜିତଙ୍କ ଦୋଷୀ ବୋଲି କହିଥିଲା । ସରବଜିତଙ୍କ ଓକିଲ ଅବଦୁଲ ରାଣା ହାମିଦ ପ୍ରମାଣ କରିଥିଲେ କି ସଲିମ କଥାରେ କୌଣସି ସତ୍ୟତା ନଥିଲା ଓ ସେ ପୋଲିସର ଧମକରେ ସରବଜିତଙ୍କ ବିରୁଦ୍ଧରେ କହିଥିଲା । କିନ୍ତୁ ତାଙ୍କ କ୍ଷମା ଆବେଦନକୁ ପ୍ରଥମେ ଅଦାଲତରେ ଓ ପରେ ପାକିସ୍ତାନ ରାଷ୍ଟ୍ରପତିଙ୍କଦ୍ୱାରା ଖାରଜ କରାଯାଇଥିଲା । ୨୦୦୮ରେ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସରବଜିତଙ୍କ କ୍ଷମା ଆବେଦନକୁ ପୁଣିଥରେ ଖାରଜ କରିଥିଲେ । ପାକିସ୍ତାନ ରାଷ୍ଟ୍ରପତିଙ୍କ ମୁର୍ଖାମି ୨୬ ଜୁନ ୨୦୧୨ରେ ଏମିତି ଏକ ଘଟଣା ଘଟିଥିଲା କି ତାହା ପ୍ରଥମେ ସରବଜିତଙ୍କ ପରିବାରକୁ ଓ ସମ୍ପୂର୍ଣ୍ଣ ଭାରତବାସୀଙ୍କୁ ଖୁସି କରେଇଦେଇଥିଲା ଓ ପରେ ଜଣା ପଡ଼ିଥିଲା ଯେ ସେମାନଙ୍କ ଖୁସି କ୍ଷଣସ୍ଥାୟୀ ଥିଲା କାରଣ ସେହିଦିନ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ନିଜେ ସରବଜିତଙ୍କ ମୁକ୍ତି ଘୋଷଣା କରିଥିଲେ । କିନ୍ତୁ ପରେ କହିଥିଲେ କି ସେ ମୁକ୍ତି ସରବଜିତଙ୍କ ନୁହେଁ ତାହା ହେଉଛି ସୁରଜୀତ ସିଂଙ୍କର । (୧୯୮୯ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଅନ୍ୟ ଏକ କଏଦୀ ) ସରବଜିତଙ୍କ ପରିବାର ପାଇଁ ଏହା ଏକ କ୍ରୁର ହସକଥା ଛଡା ଆଉ କିଛି ନଥିଲା । ସରବଜିତ ଆଉଥରେ ୬୫ତମ ସ୍ୱାଧୀନତା ଦିବସରେ କ୍ଷମା ଆବେଦନ ଅପିଲ କରିଥିଲେ । ମୁକ୍ତିର ସଂଗ୍ରାମ ୨୩ ଅଗଷ୍ଟ ୨୦୦୫ରେ ସରବଜିତଙ୍କ କଥା ଭାରତୀୟ ପାର୍ଲିଆମେଣ୍ଟରେ ପଡ଼ିଥିଲା ଓ ସରକାର ଏହାର ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ ଓ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଚୁପ ବସିପଡ଼ିଥିଲେ । ୨୦୦୮ରେ ସରବଜିତଙ୍କ ପରିବାର ପାକିସ୍ତାନ ଗସ୍ତରେ ଯାଇ ପାକିସ୍ତାନର ପ୍ରମୁଖ ନେତା ମନ୍ତ୍ରୀ ତଥା ରାଷ୍ଟ୍ରପତି ନବାଜ ସରିଫଙ୍କୁ ଭେଟିଥିଲେ । ସେ ସରବଜିତଙ୍କ ଦୁଃଖ ଓ କଷ୍ଟକୁ ବୁଝିଥିଲେ ଓ ଏକ ସର୍ତ୍ତରେ ଛାଡ଼ିବାକୁ ରାଜିହୋଇଥିଲେ । ତାଙ୍କ ସର୍ତ୍ତ ଥିଲା କି ଭାରତ ସରକାର ଦରକାର, ପଡ଼ିଲେ କିମ୍ବା କିଛି ପ୍ରମାଣ ମିଳିଲେ ପୁଣିଥରେ ସରବଜିତଙ୍କୁ ପାକିସ୍ତାନକୁ ପଠେଇବେ । କ୍ଷମା ପ୍ରାର୍ଥନା ୧୯୯୧ ପରେ ସରବଜିତଙ୍କ ଓକିଲଙ୍କଦ୍ୱାରା ବହୁତ ପିଟିସନ ଭରାଯାଇଥିଲା । ପଞ୍ଚମ ପିଟିସନ ୨୮ ମଇ ୨୦୧୨ରେ ପ୍ରାୟ ୧୦୦,୦୦୦ ଭାରତୀୟଙ୍କ ସ୍ୱାକ୍ଷର ସହ ଭରାଯାଇଥିଲା । କିନ୍ତୁ କ୍ରୁର ପାକିସ୍ତାନ ସରକାରଙ୍କ ପାଇଁ ଏହା ଯଥେଷ୍ଟ ନଥିଲା ଓ ସମସ୍ତ ପିଟିସନକୁ ଖାରଜ କରିଦେଇଥିଲା । ସରବଜିତଙ୍କୁ ମୁକ୍ତି ପାଇଁ ଆନ୍ଦୋଳନ ୨୦୦୯ରେ ବ୍ରିଟିଶ ଓକିଲ ଯାସ ଉପ୍ପଳ ସରବଜିତଙ୍କ କଥାକୁ ସମସ୍ତ ଲୋକଲୋଚନକୁ ଆଣିବାକୁ . ନାମରେ ଏକ ୱେବସାଇଟ ତିଆରି କରିଥିଲେ । ପାକିସ୍ତାନ ଓକିଲ ଅବସିସ ସେଖ ତାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ ଓ ସମସ୍ତ ମାନବ ଅଧିକାରୀଙ୍କୁ ସେମାନଙ୍କୁ ସାହାଯ୍ୟର ହାତ ବଢେଇଥିଲେ । ବଲିଉଡ ଅଭିନେତା ଓ କର୍ମୀ ରାଜା ମୁରାଦ ସରବଜିତଙ୍କ ମୁକ୍ତି ପାଇଁ ଆନ୍ଦୋଳୋନରେ ଯୋଗ ଦେଇ ପ୍ରାୟ ୧୩୮,୨୨୬ ସ୍ୱାକ୍ଷର ଏକାଠି କରିଥିଲେ । ସରବଜିତଙ୍କ ମୃତ୍ୟୁ ୨୬ ଏପ୍ରିଲ ୨୦୧୩ ପ୍ରାୟ ସନ୍ଧ୍ୟା ବେଳେ ସେଣ୍ଟ୍ରାଲ ଜେଲ ଲାହୋରରେ ସରବଜିତଙ୍କୁ ଅନ୍ୟ କଏଦୀମାନେ ଇଟା, ଧାରୁଆ ଧାତୁ ଖଣ୍ଡ, ଲୁହା ଛଡ, ବ୍ଲେଡ, ପ୍ରଭୃତିଦ୍ୱାରା ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜିନ୍ନା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଓ ପିଠି ହାଡ ଭାଙ୍ଗି ଯାଇଥିଲା; ଏପରିକି ସେ କୋମାକୁ ଚାଲିଯାଇଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ଆକ୍ରମଣକୁ ବିଭିନ୍ନ ସୂତ୍ରରୁ ବିଭିନ୍ନ ପ୍ରକାରରେ ଦେଖାଯାଇଥିଲା । କିଏ କହିଲା ୬ ଜଣ ସମ୍ପୃକ୍ତ ଥିଲେ ତ କିଏ କହିଲା ୨ ଜଣ । ଅନ୍ୟ ଏକ ସୂତ୍ରରୁ ପ୍ରକାଶ ପାଇଲା କି ତାଙ୍କୁ ତାଙ୍କ ଜେଲ କୋଠରି ମଧ୍ୟରେ ଆକ୍ରମଣ କରାଯାଇଥିଲା । ଆଉ କିଏ କହିଥିଲେ ଯେ ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କୁ ଅଧଘଣ୍ଟା ପାଇଁ ବାହାରକୁ ଅଣାଯାଇଥିଲା ଆଉ ସେତିକି ମଧ୍ୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ତାଙ୍କ ଭଉଣୀ କହିବା ମୁତାବକ ତାଙ୍କ ଭାଇଙ୍କ ମୃତ୍ୟୁ ପଛରେ ପାକିସ୍ତାନ ପୋଲିସର ହାତ ଅଛି । ଡାକ୍ତରଖାନାକୁ ତାଙ୍କ ଭଉଣୀ,ପତ୍ନୀ, ଓ ଦୁଇ ଝିଅଙ୍କୁ ଦେଖିବାକୁ ଛଡ଼ାଯାଇଥିଲା । ସରବଜିତଙ୍କୁ ଅଫଜଲ ଗୁରୁର ମୃତ୍ୟୁ ପରେ ଧମକ ଦିଆଯାଇଥିଲା । ୨୦୦୧ରେ ଭାରତୀୟ ରାଜ୍ୟସଭା ଉପରେ ଆକ୍ରମଣ ପାଇଁ ଗୁରୁକୁ ଫେବୃଆରି ୨୦୧୩ରେ ଭାରତରେ ଫାଶୀ ଦିଆଯାଇଥିଲା । କିଛି ସୂତ୍ରରୁ ପ୍ରକାଶ ପାଇଥିଲା କି ଗୁରୁର ମୃତ୍ୟୁ ପାଇଁ ସରବଜିତଙ୍କ ଉପରେ ଆକ୍ରମଣ ହୋଇଥିଲା । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ଆକ୍ରମଣକୁ ଅତ୍ୟନ୍ତ ଦୁଃଖର ବିଷୟ କହିବା ସହ ନିନ୍ଦା କରିଥିଲେ । ୨୯ ଅପ୍ରେଲ ୨୦୧୩ରେ ମାନବିକତା ଦୃଷ୍ଟିରୁ ସରବଜିତଙ୍କୁ ଛାଡ଼ିବା କିମ୍ବା ଭାରତରେ ଚିକିତ୍ସା ପାଇଁ ଛାଡ଼ିବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ପାଷାଣ ପ୍ରାୟ ପାକିସ୍ତାନ ସରକାର ଏଥିରେ ମଧ୍ୟ ରାଜି ହୋଇ ନଥିଲା । ଆହୁରି ମଧ୍ୟ ପାକିସ୍ତାନର ଉଚ୍ଚତମ ନ୍ୟାୟାଳୟ ସରବଜିତଙ୍କ ଚିକିତ୍ସା ଆମେରିକାରେ ହେବାକୁ ଦେଇନଥିଲା । ମଇ ୧, ୨୦୧୩ ଜିନ୍ନା ଡାକ୍ତରଖାନାରେ ଡାକ୍ତରମାନେ ମସ୍ତିଷ୍କ ମୃତ ହୋଇଯିବା ଫଳରେ, ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କିନ୍ତୁ ପାକିସ୍ତାନ କର୍ତ୍ତୁପକ୍ଷ କୌଣସି ମନ୍ତବ୍ୟ ଦେଇନଥିଲେ । ପରିବାରର ସମସ୍ତେ ଭାରତ ଫେରିଆସିଥିଲେ । ତାଙ୍କ ଭଉଣୀ ଦଳଜିତଙ୍କ କହିବା ଅନୁସାରେ ଯେଉଁ ଡାକ୍ତରମାନେ ତାଙ୍କ ଭାଇର ଚିକିତ୍ସା କରୁଥିଲେ ସେମାନେ ସଚ୍ଚୋଟ ନଥିଲେ ଓ ସେମାନଙ୍କ ବାମହାତର ବୁଢ଼ା ଆଙ୍ଗୁଠିରେ କାଳିର ଚିହ୍ନ ଦେଖିଥିଲେ। ମଇ ୨, ୨୦୧୩ ରାତି ୧୨ଟା ୪୫ରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଦିନ ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କୁ ଭାରତ ଅଣାଯାଇଥିଲା । ଭାରତୀୟ ଡାକ୍ତରମାନେ କହିଥିଲେ କି ସରବଜିତଙ୍କ ଦେହରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ଚିହ୍ନବର୍ଣ୍ଣ ନ ଥିଲା । ତାଙ୍କ ଖପୁରି ୨ ଫାଳ ହୋଇଯାଇଥିଲା ।
ସୁଧାରାଣୀ ଜେନା ୬ ଫେବୃଆରୀ ୧୯୪୨ ୨୨ ଅଗଷ୍ଟ ୨୦୨୩ ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ୧୯୬୧ ମସିହାରେ ଓଡ଼ିଆ କଥାଚିତ୍ର ପରିଣାମ ଜରିଆରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୧୯୭୬ ମସିହାରୁ ୧୯୯୪ ଯାଏଁ କଥାଚିତ୍ର ଜଗତରେ ସକ୍ରିୟ ଥିଲେ । ଜନ୍ମ, ପରିବା ଓ ଶିକ୍ଷା ୧୯୪୨ ମସିହାର ଫେବୃଆରୀ ୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିଗତ ପେଶାରେ ସେ ଜଣେ ସ୍ତ୍ରୀ ଓ ପ୍ରସୁତି ବିଭାଗର ଡାକ୍ତର ଥିଲେ । ଅଭିନୟ ଜୀବନ ୧୯୬୧ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲା । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପରିଣାମ । ଏହି କଥାଚିତ୍ରଟିର ତାଙ୍କ ନିଜ ନାମ ପରିବର୍ତ୍ତେ ତାଙ୍କୁ ଗୀତିସୁଧା ନାମରେ ନାମିତ କରାଯାଇଥିଲା । ଏହା ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ପୁଣି ଥରେ ୧୯୭୬ ମସିହାରେ ପ୍ରଥମ ରଙ୍ଗୀନ ଓଡ଼ିଆ କଥାଚିତ୍ର ଗପ ହେଲେବି ସତ ଜରିଆରେ ଅଭିନୟ ଜଗତକୁ ଫେରିଥିଲେ । ସେ ରାମ ବଳରାମ, କାବେରୀ, ଝିଅଟି ସୀତା ପରି, ଶଙ୍ଖ ମହୁରୀ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ଭାଗ୍ୟ ହାତେ ଡୋରି, ଗଢ଼ି ଜାଣିଲେ ଘର ସୁନ୍ଦର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ମେଡିକାଲ କଲଜରେ ପଢ଼ିବା ସମୟରେ ସେ ଚାରି ବର୍ଷ ଧରି ନାଟକରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମିହିର ମୁଖାର୍ଜୀ ସ୍ମୃତି ପୁରସ୍କାର ପାଇଥିଲେ । ଅଭିନୀତ କଥାଚିତ୍ର ମୃତ୍ୟୁ ସୁଧାରାଣୀ ୨୦୨୩ ମସିହାର ଅଗଷ୍ଟ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଶ୍ରୀଲଙ୍କାର ସ୍ୱାଧୀନତା ଆନ୍ଦୋଳନ ଏକ ଶାନ୍ତିପୂର୍ଣ୍ଣ ରାଜନୈତିକ ଆନ୍ଦୋଳନ ଥିଲା ଯାହା ବ୍ରିଟିଶ ସାମ୍ରାଜ୍ୟରୁ ଶ୍ରୀଲଙ୍କା (ତତ୍କାଳୀନ ବ୍ରିଟିଶ ସିଲୋନ୍ ଦେଶ) ପାଇଁ ସ୍ୱାଧୀନତା ତଥା ଆତ୍ମ-ଶାସନ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲା । ୪୦୦ ବର୍ଷ ଧରି ଚାଲିଥିବା ବ୍ରିଟିଶ ପ୍ରଶାସନରୁ ସିଲୋନ୍ ପ୍ରତିନିଧୀଙ୍କ ନିକଟକୁ ରାଜନୈତିକ କ୍ଷମତାର ହସ୍ତାନ୍ତର ଏକ୍ ଶାନ୍ତିପୂର୍ଣ୍ଣ ଭାବରେ ଶକ୍ତି ହସ୍ତାନ୍ତର ଭାବରେ ଜଣାଶୁଣା ଥିଲା । ଏହି ଆନ୍ଦୋଳନ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆରମ୍ଭ ହୋଇଥିଲା ଏବଂ ମୁଖ୍ୟତ ଶିକ୍ଷିତ ମଧ୍ୟବିତ୍ତଙ୍କଦ୍ୱାରା ପରିଚାଳିତ ହୋଇଥିଲା । ଏହା ସଫଳ ହେବା ସହ ୪ ଫେବୃଆରୀ ୧୯୪୮ ରେ, ସିଲୋନ୍‌କୁ "ଡୋମିନିଅନ୍ ଅଫ୍ ସିଲୋନ୍" ଭାବରେ ଡୋମିନିୟମ ସ୍ଥିତି ସହ ସ୍ୱାଧୀନତା ପ୍ରଦାନ କରାଯାଇଥିଲା । ବ୍ରିଟିଶ କମନୱେଲଥ ମଧ୍ୟରେ ଏହାର ଡୋମିନିଅନ ସ୍ଥିତି ପରବର୍ତ୍ତୀ ୨୪ ବର୍ଷ ପାଇଁ ୨୨ ମେ ୧୯୭୨ ପର୍ଯ୍ୟନ୍ତ ରଖାଯାଇଥିଲା ଏବଂ ୟା ପରେ ଏହା ଏକ ଗଣତନ୍ତ୍ର ହୋଇଗଲା ଏବଂ ଏହାର ନାମ ଶ୍ରୀଲଙ୍କା ଗଣତନ୍ତ୍ର ବା ଶ୍ରୀଲଙ୍କା ହେଲା । ଇତିହାସ ଆସେୟି ଯୁଦ୍ଧ ଏବଂ ପରବର୍ତ୍ତୀ ସମୟର ୱାଟରଲୁ ଯୁଦ୍ଧ ପରେ ବ୍ରିଟିଶ ରାଜ ଏସିଆରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ଭାରତ, ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାରେ ବିପର୍ଯ୍ୟୟ ଯୋଗୁଁ ଏହାର ପ୍ରତିଷ୍ଠା କେବଳ କିଛିମାତ୍ରାରେ ହ୍ରାସ ପାଇଲା । ୧୯୧୪ ମସିହା ପର୍ଯ୍ୟନ୍ତ ବ୍ରିଟିଶ ଶାସନ ନିରଙ୍କୁଶ ରହିଥିଲା । ଶ୍ରୀଲଙ୍କାରେ ଶାସନ ସମୟରେ ବ୍ରିଟିଶମାନେ ବହୁତ ଶକ୍ତିଶାଳୀ ଥିଲେ ଏବଂ ଅନ୍ୟ କୌଣସି ଶକ୍ତି ଅପେକ୍ଷା ଅଧିକ ସ୍ଥାୟୀ ପ୍ରଭାବ ବିସ୍ତାର କରିପାରିଥିଲେ । ୧୮୧୭ ମସିହାରେ ଉଭା ୱେଲେସା ବିଦ୍ରୋହ ସହିତ ବ୍ରିଟିଶ କଲୋନୀ ଶକ୍ତି ବିରୁଦ୍ଧରେ ଶ୍ରୀଲଙ୍କାର ମୁକ୍ତି ସଂଗ୍ରାମ ଆରମ୍ଭ ହୋଇଥିଲା । ଏହି ବିଦ୍ରୋହ ବିଫଳ ହେଲା । ୧୮୩୦ ମସିହାରେ ପୁନର୍ବାର ବିଦ୍ରୋହର ପ୍ରୟାସ ଆରମ୍ଭ ହୋଇଥିଲା । ଅନ୍ୟ ଏକ ଘଟଣାକ୍ରମରେ ବ୍ରିଟିଶ ସରକାର ୧୮୪୦ର କ୍ରାଉନ୍ ଲ୍ୟାଣ୍ଡସ୍ (ଏନକ୍ରାଚମେଣ୍ଟସ୍) ଅର୍ଡିନାନ୍ସ ସଂଖ୍ୟା ୧୨ଦ୍ୱାରା କାଣ୍ଡି ଏବଂ ସଂହଳୀ କୃଷକମାନଙ୍କର ଜମି ଛଡ଼ାଇ ନେଇଥିଲେ । ୧୮୪୮ର ମାତାଲେ ବିଦ୍ରୋହର ନେତୃତ୍ୱ ନେଇଥିଲେ ପାରନାଗାମା ନିଲାମେ, ସ୍ୱର୍ଣ୍ଣପାଳୀ ପାରନାଗାମା କୁମାରିହାମୀ (ପାରନାଗାମା ନିଲାମଙ୍କ ଝିଅ), ସୁରିୟାବନ୍ଦରା ନିଲାମ (ପୁଅ), ଗୋଙ୍ଗାଲେଗୋଡା ବୃନ୍ଦା, ଡାଇନସ୍, ଡିଙ୍ଗି ରାଲା ଏବଂ ମାତାଲେର ଗାଁ ମୁଖିଆମାନେ । ମୁଖ୍ୟତଃ ଏହା ବ୍ରିଟିସ କଲୋନିଅଲ ସରକାର ବିରୁଦ୍ଧରେ ସିଲୋନ କୃଷକମାନଙ୍କର ବିଦ୍ରୋହ ଥିଲା । ନେତୃତ୍ୱ ପ୍ରଥମ ଥର ପାଇଁ କାଣ୍ଡିଆନ୍ ପ୍ରଦେଶରେ ସାଧାରଣ ଲୋକ ହାତକୁ ଗଲା । ଦକ୍ଷ ନେତୃତ୍ୱର ଅଭାବରେ ସଂଗ୍ରାମକୁ ଆଗେଇ ନେବା ଏବଂ ଏହାକୁ କ୍ଷମତାକୁ ଆଣିବାରେ ସକ୍ଷମ ଏହି ବିଦ୍ରୋହ ସକ୍ଷମ ହୋଇପାରିନା ନାହିଁ । କୃଷି ତଥା ଅର୍ଥନିତୀର ପ୍ରଭାବ ଅର୍ଥନୀତି ତଥା ବୈଦେଶିକ ମୁଦ୍ରା ପାଇଁ ରାଜସ୍ୱର ମୁଖ୍ୟ ଉତ୍ସ ଥିଲା କୃଷି । ଶ୍ରୀଲଙ୍କାରେ କୃଷି ଉତ୍ପନ୍ନକାରୀ ଏହି ଭୂମି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ବିଭିନ୍ନ ଦେଶ ମଧ୍ୟରେ ଅନେକ ଯୁଦ୍ଧର କାରଣ ହୋଇଛି । ୧୮୩୦ ଦଶକରେ ଶ୍ରୀଲଙ୍କାରେ କଫିଚାଷ ଆରମ୍ଭ ହୋଇଥିଲା, କୃଷକ ମାନଙ୍କଠାରୁ ନିଆଯାଇଥିବା ଉଚ୍ଚଭୂମିରେ ଏହି ଫସଲ ଭଲ ଅମଳ ଦେଇଥିଲା । ଶ୍ରୀଲଙ୍କାରେ ପୁଞ୍ଜିବାଦ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ହେବାର ଏକ ମୁଖ୍ୟ କାରଣ ଥିଲା ୱେଷ୍ଟଇଣ୍ଡିଜରେ ଦାସତ୍ୱ ପ୍ରଥା ରଦ୍ଦ ହେବା ପରେ ସେଠାରେ କଫି ଉତ୍ପାଦନରେ ହ୍ରାସ । ଅବଶ୍ୟ, ବିତାଡିତ କୃଷକମାନେ କଫି ଚାଷରେ ନିୟୋଜିତ ହୋଇନଥିଲେ: କାଣ୍ଡିଆନ୍ ସିଂହଳୀ ଗ୍ରାମବାସୀମାନେ ସେମାନଙ୍କର ପାରମ୍ପାରିକ ଜମି ଛାଡି ସେଭଳି କଠିନ ପରିସ୍ଥିତିରେ ମୁଲିଆ ଭାବେ କାମ କରିବାକୁ ମନା କରିଦେଇଥିଲେ । ତେଣୁ ବ୍ରିଟିଶମାନେ ଭାରତରେ ବାଧ୍ୟ ହୋଇ କଫିଶିଳ୍ପ ପାଇଁ ଦକ୍ଷିଣ ଭାରତରୁ ଶହ ଶହ ତାମିଲ 'କୁଲି' କୁ ଶ୍ରୀଲଙ୍କାକୁ ପରିବହନ କରି ଚୁକ୍ତିଭିତ୍ତିକ ଶ୍ରମର ଏକ କୁଖ୍ୟାତ ପ୍ରଣାଳୀ ପ୍ରତିଷ୍ଠା କରିଥିଲେ । ପରିଣାମ ସ୍ୱରୂପ ଯାତ୍ରା ସମୟରେ ଏବଂ ବୃକ୍ଷରୋପଣରେ ଶହ ଶହ ତାମିଲ ଶ୍ରମିକ ମୃତ୍ୟୁ ବରଣ କରିଥିଲେ । ୧୮୭୦ ଦଶକରେ କଫି ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିଲା । କିନ୍ତୁ ଏହା ସୃଷ୍ଟି କରିଥିବା ଅର୍ଥନୈତିକ ବ୍ୟବସ୍ଥା ଏହାର ଉତ୍ତରାଧିକାରୀ ଚା ର ଯୁଗରେ ଅକ୍ଷୁର୍ଣ୍ଣ ରହିଥିଲା, ଯାହା ୧୮୮୦ ପରଠାରୁ ବ୍ୟାପକ ପରିମାଣରେ ପ୍ରଚଳିତ ହୋଇଥିଲା । ଚା ପାଇଁ ଅଧିକ ପୁଞ୍ଜି ନିବେଶ ଆବଶ୍ୟକ ହେଉଥିଲା ଏବଂ ପ୍ରକ୍ରିୟାକରଣ ପାଇଁ ଅଧିକ ପରିମାଣର ପ୍ରାରମ୍ଭିକ ନିବେଶର ଆବଶ୍ୟକତା ଥିଲା । ଫଳରେ ଏଠାକାର ମାଲିକମାନେ ପୁଞ୍ଜି ଯୋଗାଡ କରିବା ନିମିତ୍ତ ଲଣ୍ଡନ 'ଷ୍ଟର୍ଲିଂ ଫାର୍ମସ୍' କିମ୍ବା କଲମ୍ବୋ 'ଟଙ୍କା ଫାର୍ମ' ରେ ଅବସ୍ଥିତ ବୃହତ ଇଂରାଜୀ ଏକତ୍ରିତ କମ୍ପାନୀର ସହାୟତା ନେବାକୁ ବାଧ୍ୟ ହେଲେ । ଏହିପରି ଭାବରେ ଚା ଶିଳ୍ପରେ ଏକଚାଟିଆ ବ୍ୟବସାୟ, ଶ୍ରୀଲଙ୍କାର ଅର୍ଥନୀତିକୁ ବିପର୍ଯ୍ୟୟ କରି କୃଷକ ସମାଜ ପାଇଁ ବିପଦର କାରଣ ବନିଯାଇଥିଲା । ମୁକ୍ତି ସଂଗ୍ରାମର ପ୍ରାରମ୍ଭ ଅଙ୍ଗାରିକା ଧର୍ମପାଳ ପରି ବୌଦ୍ଧ ପୁନରୁତ୍‌ଥାନବାଦୀ ବୌଦ୍ଧ ଧର୍ମକୁ ସଂହଳୀ ଚେତନା ସହିତ ଯୋଡିବା ଆରମ୍ଭ କରି ଏକ ସିଂହଳି-ବୌଦ୍ଧ ଚେତନା ସୃଷ୍ଟି କରି ଏକ ସାମାଜିକ ଆନ୍ଦୋଳନ ସହିତ ଜଡ଼ିତ ହୋଇଥିଲେ । ଏହା ବିଶେଷ ଭାବରେ କ୍ଷୁଦ୍ର ବ୍ୟବସାୟୀ ଏବଂ ଚାଷୀଙ୍କୁ ଆକର୍ଷିତ କରିଥିଲା, ଯେଉଁମାନେ ବର୍ତ୍ତମାନର ବ୍ରିଟିଶ ଶାସକମାନଙ୍କଦ୍ୱାରା ସୃଷ୍ଟି ହୋଇଥିବା ମୁଦାଲିୟର ନାମକ ନୂତନ ଗୋଷ୍ଠୀ ବିରୋଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେ । ୧୯୧୫ ମସିହାରେ କଲମ୍ବୋରେ ମୁସଲମାନମାନଙ୍କ ବିରୁଦ୍ଧରେ ବାଣିଜ୍ୟିକ-ଜାତିଗତ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିଲା ଏବଂ ଖ୍ରୀଷ୍ଟିଆନମାନଙ୍କ ସହ ବୌଦ୍ଧମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ବ୍ରିଟିଶମାନଙ୍କ ବିରୋଧରେ ଏହା ମଧ୍ୟ ଏକ ବିରୋଧ ହୋଇଥିବାରୁ ବ୍ରିଟିଶମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଧର୍ମପାଳଙ୍କ ଗୋଡ ଭାଙ୍ଗିଯାଇ ସେ ଜାଫନାରେ ଗୃହବନ୍ଦୀ ଭାବେ ରହିଲେ; ସେଠାରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ୧୯୧୫ର ଏହି ଦଙ୍ଗା ସମୟରେ ବ୍ରିଟିଶ ଉପନିବେଶ ସରକାରଦ୍ୱାରା ଶହ ଶହ ସିଂହଳି ତଥା ବୌଦ୍ଧଧର୍ମୀଙ୍କୁ ଗିରଫ କରାଯାଇଥିଲା । ୧୯୧୯ ମସିହାରେ ଅଧିକ ସ୍ୱାଧୀନତା ଦାବୀ ପୂର୍ବକ ଆନ୍ଦୋଳନ ପାଇଁ ସିଲୋନ୍ ନ୍ୟାସନାଲ କଂଗ୍ରେସ ପ୍ରତିଷ୍ଠା କରାଯାଇଥିଲା । ଏହା ମୁଖ୍ୟତଃ ଧର୍ମପାଳଙ୍କୁ ବିରୋଧ କରୁଥିବା କମ୍ପ୍ରାଡୋର ଅଭିଜିତଙ୍କ ପ୍ରତିନିଧିତ୍ୱ କରିଥିଲା । ତେବେ ଏହି ସିଲୋନ୍ ନ୍ୟାସନାଲ କଂଗ୍ରେସ ଡୋନୋମୋର ସାମ୍ବିଧାନିକ ଆୟୋଗଦ୍ୱାରା "ସାର୍ବଜନୀନ ମତାଧିକାର" ପ୍ରସ୍ତାବକୁ ଜୋରଦାର ବିରୋଧ କରିଥିଲେ । ୟୁଥ ଲିଗ ଧର୍ମପାଳଙ୍କ ଅନୁସରଣକାରୀ ଯୁବକମାନେ ନିଜକୁ "ୟୁଥ୍ ଲିଗ" ଭାବେ ସଂଗଠିତ କରି ଶ୍ରୀଲଙ୍କା ପାଇଁ ସ୍ୱାଧୀନତା ଏବଂ ନ୍ୟାୟ ଦାବୀରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ତେବେ ଧର୍ମପାଳଙ୍କ ୟୁଥ୍ ଲିଗ୍ ପରିବର୍ତ୍ତେ ଜାଫନାର ତାମିଲ ଯୁବକମାନେ ହିଁ ପ୍ରଥମେ ବ୍ରିଟିସ ଉପନିବେଶ ସକାରକୁ ବିରୋଧ କରିବା ଆରମ୍ଭ କଲେ । ୧୯୨୪ ମସିହାରେ "ଜାଫ୍ନା ଛାତ୍ର କଂଗ୍ରେସ" ନାମରେ ନାମିତ ହୋଇ ଜାଫ୍ନା ଯୁବ କଂଗ୍ରେସ ପ୍ରତିଷ୍ଠା ହେଲା । ଭାରତୀୟ ସ୍ୱାଧୀନତା ଆନ୍ଦୋଳନଦ୍ୱାରା ପ୍ରଭାବିତ ହୋଇ ଏହା ଧର୍ମନିରପେକ୍ଷ ଥିଲା ଏବଂ ସଂପୂର୍ଣ୍ଣ ସ୍ୱରାଜ (ସଂପୂର୍ଣ୍ଣ ସ୍ୱୟଂ ଶାସନ) ଦାବୀ କରୋଇବା ସହ ଜାତୀୟ ଏକତା ବଜାୟ ରହିବା ସହ ଜାତିଦ୍ୱାରା ଲଗାଯାଇଥିବା ଅସମାନତାକୁ ଦୂର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । ୧୯୨୭ ମସିହାରେ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କୁ ଜାଫ୍ନା ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଥିଲା । ୧୯୩୧ ମସିହାରେ ଜାଫନାରେ ହୋଇଥିବା ପ୍ରଥମ ରାଜ୍ୟ ପରିଷଦ ନିର୍ବାଚନକୁ ବହିଷ୍କାର କରିବା ସହ ଯୁକ୍ତି ବାଢିଥିଲା ଯେ ଡୋନୋମୋରେ କମିଶନଙ୍କ ସଂସ୍କାର ପର୍ଯ୍ୟାପ୍ତ ଭାବେ ସ୍ୱୟଂ ଶାସନ ଭାବେ ଗ୍ରହଣୀୟ ନୁହେଁ । ୧୯୩୦ ଦଶକରେ ଦକ୍ଷିଣରେ ୟୁଥ୍ ଲିଗ୍ ଗଠନ କରାଯାଇଥିଲା । ଏଥିରେ ପ୍ରାୟ କୋଟିଏ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ଯେଉଁମାନେ ବାମପନ୍ଥୀ ଆଦର୍ଶଦ୍ୱାରା ପ୍ରଭାବିତ ବ୍ରିଟେନରୁ ଶିକ୍ଷା ସମାପ୍ତ କରି ଫେରି ଆସିଥିଲେ । ସିଲୋନ ଜାତୀୟ କଂଗ୍ରେସର ମନ୍ତ୍ରୀମାନେ ଦେଶପାଇଁ ସ୍ୱାଧୀନତା ଦାବି କରିବା ପରିବର୍ତ୍ତେ ସେମାନଙ୍କର କ୍ଷମତା ବୃଦ୍ଧି ପାଇଁ ବ୍ରିଟିଶ କଲୋନୀ ସରକାରଙ୍କୁ ନିବେଦନ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ତେବେ ୟୁଥ୍ ଲିଗ୍ଦ୍ୱାରା ଜୋରଦାର ବିରୋଧ ଅଭିଯାନ ପରେ ସେମାନେ ଏହି ସ୍ମାରକପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ସାଉଥ୍ କଲମ୍ବୋ ୟୁଥ୍ ଲିଗ୍ ୱେଲାୱାଟ୍ ସ୍ପିନିଂ ଏବଂ ବୁଣାକାର ମିଲରେ ଏକ ଧର୍ମଘଟରେ ଜଡ଼ିତ ହୋଇଯାଇଥିଲା । ଏହା ସିଂହଳ ଭାଷାରେ କାମକୁରୁୱା (ଦି ୱାର୍କର୍) ନାମରେ ଏକ ସାମୟିକ ପତ୍ରିକା ପ୍ରକାଶ କରିଥିଲା । ସୂରିଆ ମାଲ ଆନ୍ଦୋଳନ ଆର୍ମିଷ୍ଟାଇସ୍ ଦିବସ (୧୧ ନଭେମ୍ବର)ରେ ପପି (ଦେଶପାଇଁ ଶହୀଦ ହୋଇଥିବା ସୈନ୍ୟଙ୍କ ସମ୍ମାନାର୍ଥେ ପ୍ରଦାନ କରାଯାଉଥିବା ଏକପ୍ରକାର ଫୁଲ) ବିକ୍ରିର ଆୟକୁ ଶ୍ରୀଲଙ୍କାର ପୂର୍ବତନ ସୈନ୍ୟଙ୍କ ସୁବିଧାକୁ ଆଖିବୁଜିଦେଇ ବ୍ରିଟିଶ ପୂର୍ବତନ ସୈନ୍ୟଙ୍କ ସୁବିଧା ପାଇଁ ବ୍ୟବହାର କରାଯାଉଥିବାରୁ ଏହାର ଜୋରଦାର ବିରୋଧ କରାଯାଇଥିଲା । ଏହି ଅବସରରେ ଏଲିଆନ୍ ପେରେରା, ବ୍ରିଟିଶ ଅଧିକୃତ ସିଲୋନର ଅନ୍ୟତମ ପୂର୍ବତନ ସାମରିକ କର୍ମଚାରୀ, ଏହାକୁ ବିରିଧ ପୂର୍ବକ ଏହି ଦିନ ସୁରିଆ (ପୋର୍ଟିଆ ଗଛ) ଫୁଲ ବିକ୍ରୀ କରିଥିଲେ, ଯାହାର ଆୟ ସିଲୋନର ପୂର୍ବତନ ଅଭାବୀ ସୈନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ହୋଇଥିଲା । ସାଉଥ୍ କଲମ୍ବୋ ୟୁଥ୍ ଲିଗ୍ ବର୍ତ୍ତମାନ ସୁରିଆ-ମାଲ୍ ଆନ୍ଦୋଳନରେ ଜଡ଼ିତ ହୋଇ ସାମ୍ରାଜ୍ୟବାଦୀ ତଥା ଯୁଦ୍ଧ ବିରୋଧୀ ଭିତ୍ତିରେ ଏହାକୁ ପୁନର୍ଜୀବିତ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ପ୍ରତିବର୍ଷ ଯୁବକ ଓ ଯୁବତୀମାନେ ପପି ବିକ୍ରେତାମାନଙ୍କ ସହିତ ପ୍ରତିଯୋଗିତାରେ ଆର୍ମିଷ୍ଟାଇସ୍ ଦିବସରେ ରାସ୍ତାରେ ସୁରିଆ ଫୁଲ ବିକ୍ରି କରୁଥିଲେ । ସୁରିଆ ମାଲର କ୍ରେତାମାନେ ସାଧାରଣତଃ ସମାଜର ଗରିବ ଶ୍ରେଣୀର ଥିଲେ ଏବଂ ସଂଗୃହିତ ପାଣ୍ଠି ବଡ଼ ଆକାରର ନ ଥିଲା । କିନ୍ତୁ ଏହି ଆନ୍ଦୋଳନ ସେହି ସମୟର ସାମ୍ରାଜ୍ୟବାଦୀ ବିରୋଧୀ ମାନସିକ ଯୁବକମାନଙ୍କ ପାଇଁ ଏକ ସମାବେଶ ପ୍ରଦାନ କରିଥିଲା । ବ୍ରିଟିଶ ଉପନିବେଶ କର୍ତ୍ତୃପକ୍ଷଙ୍କଦ୍ୱାରା 'ଷ୍ଟ୍ରିଟ୍ କଲେକ୍ସନ୍ ରେଗୁଲେସନ୍ ଅର୍ଡିନାନ୍ସ' ମାଧ୍ୟମରେ ଏହି ଆନ୍ଦୋଳନର ପ୍ରଭାବକୁ ରୋକିବାକୁ ଚେଷ୍ଟା କରାଯାଇଥିଲା । ସ୍ୱାଧୀନ ଶ୍ରୀଲଙ୍କା ବିଲ ଶ୍ରୀଲଙ୍କାରେ ବ୍ରିଟିଶ ଉପନିବେଶ ସରକାର ତଥା ସରକାରଙ୍କ ବର୍ଣ୍ଣବୈଷମ୍ୟ ନୀତି ବିରୁଦ୍ଧରେ ଜନମତ ପ୍ରବଲ ହେବାକୁ ଲାଗିଲା । ପ୍ରଥମ କରି ନଭେମ୍ବର ୧୯୪୪ ରେ, ପାନାଦୁରା ପାଇଁ ରାଜ୍ୟ ପରିଷଦର ସଦସ୍ୟ ସାର୍ ସୁସନ୍ତ ଦେ ଦେ ଫୋନସେକା ରାଜ୍ୟ ପରିଷଦରେ ସ୍ୱାଧୀନ ଶ୍ରୀଲଙ୍କା ପାଇଁ ଏକ ଆଧିପତ୍ୟ-ସମ୍ବିଧାନର ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତୀ ସମୟରେ, ୧୯ ଜାନୁୟାରୀ ୧୯୪୫ରେ ରାଜ୍ୟ ପରିଷଦରେ ଡୋମିନିୟନ ସ୍ଥିତିର "ସ୍ୱାଧୀନ ଶ୍ରୀଲଙ୍କା ବିଲ୍" ପ୍ରବର୍ତ୍ତିତ ହୋଇଥିଲା । ସିଲୋନ୍ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନରେ ୨୭-୨୮ ଜାନୁୟାରୀ ୧୯୪୫ରେ ଅନୁଷ୍ଠିତ ହୋଇଥିଲା ଏହାର ସଭାପତି ଜର୍ଜ ଇ ଡି ସିଲଭା ଏକ ବାର୍ତ୍ତାରେ କହିଥିଲେ ଯେ ଆଜି ଆମେ ସ୍ୱାଧୀନତା ପାଇଁ ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଦେଇଛୁ । ତେଣୁ ସଂପୂର୍ଣ୍ନ ସ୍ୱାଧୀନତାରୁ କମ୍ କିଛି ବି ଗ୍ରହଣ କରାଯାଇପାରିବ ନାହିଁ । ସିଲୋନ ଜାତୀୟ କଂଗ୍ରେସ ତେଣୁ 'ଏକ ସଂପୂର୍ଣ୍ଣ ସ୍ୱାଧୀନ ଶ୍ରୀଲଙ୍କା ଲଙ୍କା ପାଇଁ ଏକ ନୂତନ ସମ୍ବିଧାନ' ପ୍ରଦାନ କରୁଥିବା ବିଲ୍ ଆଣିବାକୁ ତାର ଦାବୀ ଦୋହରାଇଲା । ଫଳରେ ଏହି ବିଲ ଫଳପ୍ରଦ ହୋଇପାରି ନ ଥିଲା । ୪ ଫେବୃଆରୀ ୧୯୪୮ରେ ବ୍ରିଟେନ ସହିତ ସାମରିକ ଚୁକ୍ତିନାମା ସହିତ ଡୋମିନିଅନ୍ ସ୍ୱାଧୀନତା ସ୍ଥିତି ଅନୁସରଣ କରାଯାଇଥିଲା, ଏହା ପରେ ସ୍ୱାଧୀନତାକୁ ପରିସୀମା ବୃଦ୍ଧି କରାଯାଇଥିଲା ଏବଂ ସେନାନାଇକେ ଶ୍ରୀଲଙ୍କାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୪୯ ମସିହାରେ, ସିଲୋନ୍ ତାମିଲମାନଙ୍କର ନେତାଙ୍କ ସହମତି କ୍ରମେ ୟୁଏନପି ସରକାର ଭାରତୀୟ ତାମିଲ ଶ୍ରମିକମାନଙ୍କୁ ଅସମ୍ମାନ କରିଥିଲେ । ସିଂହଳି କାଣ୍ଡିଆନ ନେତାଙ୍କୁ ଖୁସି କରିବା ପାଇଁ ତଥା ସଂହଳି ତାମିଲଙ୍କ ଭୋତରେ ବୀଜୟୀ ହେବାପାଇଁ ସେନାନାୟକେଙ୍କୁ ଏହି ମୂଲ୍ୟ ଦେବାକୁ ପଡିଥିଲା । ୧୯୫୨ ମସିହାରେ ଘୋଡାରୁ ଖସିଯିବା ପରେ ସେନାନାଇକେଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ପୁତ୍ର ତତ୍କାଳୀନ କୃଷି ମନ୍ତ୍ରୀ ଡୁଡଲି ସେନାୟାକେଙ୍କ ଉତ୍ତରାଧିକାରୀ ହୋଇଥିଲେ । ୧୯୫୩ ମସିହାରେ ସେ ୟୁଏନପି ବିରୋଧରେ ବାମପନ୍ଥୀ ଦଳଙ୍କଦ୍ୱାରା ଏକ ବୃହତ ସାଧାରଣ ଧର୍ମଘଟ ପରେ ଇସ୍ତଫା ଦେଇଥିଲେ । ତାଙ୍କ ପରେ ଜଣେ ବରିଷ୍ଠ ରାଜନେତା ତଥା ଡୁଡଲି ସେନାନାଇକେଙ୍କ ମାମୁଁ ଜନ୍ କୋଟେଲାୱାଲା ରହିଥିଲେ । କୋଟେଲାୱାଲାଙ୍କର ବ୍ୟକ୍ତିଗତ ସମ୍ମାନ କିମ୍ବା ରାଜନୈତିକ ଆଭିମୁଖ୍ୟ ନ ଥିଲା । ରାଜନୈତିକ ସକ୍ରିୟ ବୌଦ୍ଧ ଭିକ୍ଷୁମାନଙ୍କୁ ଆକ୍ରମଣ କରି ସେ ବଣ୍ଡାରାଇଙ୍କ ସମର୍ଥକ ଥିବା ବୌଦ୍ଧ ସମର୍ଥନକୁ ମଧ୍ୟ ବିରୋଧ କରିଥିଲେ । ୧୯୫୬ ମସିହାରେ, ସିନେଟ୍ ରଦ୍ଦ ହେଲା ଏବଂ ସିଂହଳୀ ସରକାରୀ ଭାଷା ଭାବରେ ତାମିଲ୍ ସହିତ ଦ୍ୱିତୀୟ ଭାଷା ଭାବରେ ପ୍ରତିଷ୍ଠିତ ହେଲା । ଲଣ୍ଡନରେ ଥିବା ପ୍ରିଭୀ କାଉନସିଲର ଜୁଡିସିଆଲ୍ କମିଟିରେ ଅପିଲକୁ ରଦ୍ଦ କରି ମାର୍କ୍ସବାଦୀ କାର୍ଯ୍ୟକ୍ରମର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ଏବଂ ମାଲିକାନା କମ୍ପାନୀଗୁଡିକଦ୍ୱାରା ଚାଲିଥିବା ବିନିଯୋଗକୁ ରୋକିବା ପାଇଁ ବୃକ୍ଷରୋପଣ ଜାତୀୟକରଣ କରାଯାଇଥିଲା ।
ପତ୍ରାଟୁ, ଝାଡ଼ଖଣ୍ଡ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଝାଡ଼ଖଣ୍ଡର ହଜରିବଗ୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପତ୍ରାଟୁ, ଝାଡ଼ଖଣ୍ଡ ୨୩.୬୬୪୫ ଉତ୍ତର ଅକ୍ଷାଂଶ ଓ ୮୫.୩୦୫୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପତ୍ରାଟୁ, ଝାଡ଼ଖଣ୍ଡ ସହରର ମୋଟ ଜନସଂଖ୍ୟା ୩୨୧୩୨ ଅଟେ । ସେଥି ମଧ୍ୟରୁ ୫୩.୮୭% ଜଣ ପରୁଷ ହୋଇଥିବା ବେଳେ ୪୬.୧୩% ଜଣ ନାରୀ ଅଟନ୍ତି । ପତ୍ରାଟୁ, ଝାଡ଼ଖଣ୍ଡର ସାକ୍ଷରତା ହାର ୭୦.୪୭% ଅଟେ । ଏହା ଜାତୀୟ ହାରଠାରୁ ୫.୬୩% ପ୍ରତିଶତ କମ ଅଟେ । ସେଥିରୁ ୪୨.୪୬% ପ୍ରତିଶତ ପୁରୁଷ ଓ ୨୮.୦୧% ନାରୀ ଅଟନ୍ତି । ୧୩.୦୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ଓଡ଼ିଆ, ହିନ୍ଦୀ ପତ୍ରାଟୁ, ଝାଡ଼ଖଣ୍ଡର ସରକାରୀ ଭାଷା ଅଟେ ।
ପୋଲ୍ଲାଚି ଏକ ଭାରତୀୟ ପୌରପାଳିକା ଅଟେ । ଏହା ତାମିଲନାଡୁର କୋଇମ୍ବତୋରେ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ପୋଲ୍ଲାଚି ୧୦.୬୫୬୪ ଉତ୍ତର ଅକ୍ଷାଂଶ ଓ ୭୭.୦୦୪୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୨୧ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋଲ୍ଲାଚି ସହରର ମୋଟ ଜନସଂଖ୍ୟା ୮୮୨୯୩ ଅଟେ । ସେଥି ମଧ୍ୟରୁ ୫୦.୨୧% ଜଣ ପରୁଷ ହୋଇଥିବା ବେଳେ ୪୯.୭୯% ଜଣ ନାରୀ ଅଟନ୍ତି । ପୋଲ୍ଲାଚିର ସାକ୍ଷରତା ହାର ୭୮.୫୨% ଅଟେ । ଏହା ଜାତୀୟ ହାରଠାରୁ -୧୩.୬୮% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୩% ପ୍ରତିଶତ ପୁରୁଷ ଓ ୩୬.୮୯% ନାରୀ ଅଟନ୍ତି । ୮.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ପୋଲ୍ଲାଚିର ସରକାରୀ ଭାଷା ଅଟେ ।
୧୧୮୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ
ଅଙ୍କୋସର୍ସିଆସିସ (ଇଂରାଜୀରେ ), ବା ନ‌ଦୀ ଅନ୍ଧତ୍ୱ/ ରିଭର ବ୍ଲାଇଣ୍ଡନେସ (ଇଂରାଜୀରେ ) ବା ରୋବ୍ଲ ରୋଗ (ଇଂରାଜୀରେ ), ଏକ ରୋଗ ଯାହା ଏକ ପ୍ରକାର ପରଜୀବୀ ପୋକ ଅଙ୍କୋସର୍କା ଭୋଲ୍‌ଭ୍ୟୁଲସ (ଇଂରାଜୀରେ ) ସଂକ୍ରମଣଦ୍ୱାରା ଲୋକଙ୍କୁ ହୁଏ । ଅତ୍ୟଧିକ ଗଲୁ , ଚର୍ମ ତଳେ ଆବୁ ଓ ଅନ୍ଧତ୍ୱ ଏହାର ଲକ୍ଷଣ । ଚକ୍ଷୁ ସଂକ୍ରମଣ ରୋଗରେ ଟ୍ରାକୋମା ପରେ ଏହା ଦ୍ୱିତୀୟ ସର୍ବାଧିକ ସ୍ଥାନ ଗ୍ରହଣ କରେ । ସିମୁଲିଅମ୍ ଟାଇପ୍‌ର କଳା ମାଛି/ବ୍ଲାକ୍ ଫ୍ଲାଇ (ଇଂରାଜୀରେ ) କାମୁଡ଼ିବାଦ୍ୱାରା ଏହି ପରଜୀବୀ ପୋକ ବିସ୍ତାର ଲାଭ କରେ । ଏହି ସଂକ୍ରମଣ ନିମନ୍ତେ ସାଧାରଣତଃ ଅନେକ ଥର କାମୁଡ଼ିବା ଦରକାର ହୁଏ । ଏହି ମାଛି ନ‌ଦୀ ତଟରେ ବଞ୍ଚନ୍ତି, ଏଣୁ ଏହାର ନାମ ନ‌ଦୀ ଅନ୍ଧତ୍ୱ ବା ରିଭର ବ୍ଲାଇଣ୍ଡନେସ ହୋଇଛି । ଥରେ ଲୋକ ଶରୀରରେ ପ୍ରବେଶ କଲାପରେ ପୋକ ଲାର୍ଭା ସୃଷ୍ଟି କରନ୍ତି ଯେଉଁମାନେ ଚର୍ମକୁ ଆସନ୍ତି । ଏଠାରେ ସେମାନେ ଅନ୍ୟ କଳା ମାଛି କାମୁଡ଼ିବାବେଳେ ସେମାନଙ୍କୁ ସଂକ୍ରମିତ କରନ୍ତି । ଅନେକ ଉପାୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ଯଥା ଅଣୁବୀକ୍ଷଣ ତଳେ ଚର୍ମ ବାୟୋପ୍ସି ନେଇ ନର୍ମାଲ ସାଲାଇନରେ ଥୋଇଲେ ଲାର୍ଭା ବାହାରି ଆସିବା ଦେଖାଯାଏ, ଚକ୍ଷୁରେ ଲାର୍ଭା ଖୋଜି ଓ ଚର୍ମ ତଳ ଆବୁ ମଧ୍ୟରେ ବୟଃପ୍ରାପ୍ତ ପୋକ ଖୋଜି ମିଳିଲେ ନିର୍ଣ୍ଣୟ କରାଯାଏ । ଟିକା ଏହି ରୋଗ ନିମନ୍ତେ ଅଦ୍ୟାପି ବାହାରି ନାହିଁ । ମାଛି କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା କରାଯାଏ । ପୋକ ଘଉଡ଼ାକାରୀ ଔଷଧ ଓ ଉପ‌ଯୁକ୍ତ ପୋଷାକ ବ୍ୟବ‌ହାର ଆବଶ୍ୟକ ହୁଏ । ମାଛି ବଂଶ କମ୍ କରିବା ନିମନ୍ତେ ଔଷଧ ସ୍ପ୍ରେ କରିବା ଦରକାର । . ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କୁ ଇଭରମେକ୍‌ଟିନ ଔଷଧ ଛଅରୁ ବାର ମାସରେ ଦିଆଯାଏ । . ଡକ୍‌ସିସାଇକ୍ଲିନ ଏହାର ସ‌ହ‌ଯୋଗୀ ଜୀବାଣୁକୁ ମାରି ଦେବାପରେ ଏହି ପୋକ ଦୁର୍ବଳ ହୋଇଯାଉଥିବାରୁ ଅନେକ ଏହାକୁ ଦେବାକୁ ନିର୍ଦ୍ଦେଶ ଦିଅନ୍ତି । ଅପରେଶନ୍ କରି ଚର୍ମ ତଳ ଆବୁକୁ କାଢ଼ିଦିଆଯାଏ । ନ‌ ଦୀ ଅନ୍ଧତ୍ୱ ରୋଗଦ୍ୱାରା ପ୍ରାୟ ୧୭ରୁ ୨୫ ନିୟୁତ ଲୋକ ସଂକ୍ରମିତ ହୁଅନ୍ତି ଯେଉଁମାନଙ୍କ ମଧ୍ୟରୁ ପ୍ରୟ ୦.୮ ନିୟୁତ ସମ୍ୟକ୍ ଅନ୍ଧତ୍ୱର ଶୀକାର ହୁଅନ୍ତି । ସବ୍ ସାହାରା ଆଫ୍ରିକା ଇଲାକାରେ ଅଧିକାଂଶ ସଂକ୍ରମଣ ହେଲେ ମଧ୍ୟ ୟେମେନ ଓ କେତେକ ମଧ୍ୟ ଆମେରିକା ଓ ଦକ୍ଷିଣ ଆମେରିକାରେ କିଛି ରିପୋର୍ଟ ହୋଇଛି । ସନ ୧୯୧୫ରେ ଡାକ୍ତର ରୋଡୋଲ୍‌ଫୋ ରୋବ୍ଲ ପ୍ରଥମେ ଚକ୍ଷୁ ରୋଗ ସ‌ହ ଏହି ରୋଗକୁ ଲିଙ୍କ କରିଥିଲେ । ଅବ‌ହେଳିତ ଗ୍ରଷ୍ମମଣ୍ଡଳୀୟ ରୋଗରେ ଏହାକୁ ଡବ୍ଲ୍ୟୁ.ଏଚ୍.ଓ. ଏହାକୁ ନାମିତ କରିଛନ୍ତି ।
ସାଇଗନ, ଦକ୍ଷିଣ ଭିଏତନାମର ରାଜଧାନୀ ।
ହରିୟାଣା ଭାରତର ଉତ୍ତର ଭାଗରେ ଅବସ୍ଥିତ ଏକ ରାଜ୍ୟ ଚଣ୍ଡୀଗଡ଼ ସହର ଏହାର ରାଜଧାନୀ ।
ଟାଫାସିଟାମାବ (ଇଂରାଜୀ ଭାଷାରେ ), ମୋଞ୍ଜୁଭିରେ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପୁନରାବର୍ତ୍ତନ କିମ୍ବା ରିଫାକ୍ଟରି ଡିଫ୍ୟୁଜ୍ ବଡ ବି-ସେଲ୍ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ ଅଟୋଲୋଗସ ଷ୍ଟେମ ସେଲ ପ୍ରତିରୋପଣ ଏକ ବିକଳ୍ପ ନୁହେଁ । ଏହା ଲେନାଲିଡୋମାଇଡ ସହିତ ଏକତ୍ର ଦିଆଯାଏ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଥକ୍କା, ତରଳ ଝାଡ଼ା, କାଶ, ଜ୍ୱର, ଅଙ୍ଗ ଫୁଲିଯିବା, ଉପର ଶ୍ୱାସନଳୀ ସଂକ୍ରମଣ ଏବଂ ଖାଦ୍ୟ ରୁଚି କମ ହୋଇଯାଏ । ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତର୍ନିଧାନ ବା ଇନଫ୍ୟୁଜନ ସମ୍ବନ୍ଧୀୟ ପ୍ରତିକ୍ରିୟା, ଅସ୍ଥି ମଜ୍ଜା ଦମନ ଏବଂ ସଂକ୍ରମଣ ହୋଇପାରେ ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି୧୯ ( 19) ସହିତ ସଂଲଗ୍ନ ହୁଏ ଏବଂ ଏହା ପ୍ରକାଶ କରୁଥିବା ଜୀବକୋଷକୁ ମାରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ସାହିତ କରେ । ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଟାଫାସିଟାମାବ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୭୦ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଏହାର ଏକ ମାତ୍ରା ବା ଡୋଜ ପିଛା ମୁଲ୍ୟ ପ୍ରାୟ ୬୪୦୦ ଡଲାର ଥିଲା । ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ପ୍ରସ୍ତୁତ ।
ସିରା, ଭାରତ ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ତୁମ୍କୁର୍ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ସିରା, ଭାରତ ୧୩.୭୪୧୬ ଉତ୍ତର ଅକ୍ଷାଂଶ ଓ ୭୬.୯୦୪୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୦୯ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିରା, ଭାରତ ସହରର ମୋଟ ଜନସଂଖ୍ୟା ୫୦୦୫୬ ଅଟେ । ସେଥି ମଧ୍ୟରୁ ୫୧.୬୬% ଜଣ ପରୁଷ ହୋଇଥିବା ବେଳେ ୪୮.୩୪% ଜଣ ନାରୀ ଅଟନ୍ତି । ସିରା, ଭାରତର ସାକ୍ଷରତା ହାର ୬୬.୭୬% ଅଟେ । ଏହା ଜାତୀୟ ହାରଠାରୁ -୧.୯୨% ପ୍ରତିଶତ କମ ଅଟେ । ସେଥିରୁ ୩୬.୯୬% ପ୍ରତିଶତ ପୁରୁଷ ଓ ୨୯.୮୦% ନାରୀ ଅଟନ୍ତି । ୧୨.୯୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା କନ୍ନଡ ସିରା, ଭାରତର ସରକାରୀ ଭାଷା ଅଟେ ।
ସଂଗ୍ରାମ ବିଶ୍ୱାଳ, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏ ଚଳଚ୍ଚିତ୍ରର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସକଳ ତୀର୍ଥ ତୋ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ ଆଖି ମୋ ଆଇନା, ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ପ୍ରାରମ୍ଭିକ ଜୀବନ ଓ ପରିବାର ସଂଗ୍ରାମ ବିଶ୍ୱାଳଙ୍କର ପୁଅ ସାଜନ୍ ବିଶ୍ୱାଳ ମୁ୍କ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ରାମ ନାମ ସତ୍ୟ ହେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳ ୧୯୯୧ ମସିହାରେ ଓଡ଼ିଆ କଥାଚିତ୍ର ବସ୍ତ୍ର ହରଣରେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୧୯୯୪ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶକ ଭାବରେ ପ୍ରବେଶ କରିଥିଲେ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏରେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ସକଳ ତୀର୍ଥ ତୋ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ ଆଖି ମୋ ଆଇନା, ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ମଇ ବର୍ଷର ୧୪୧ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୪୨ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୨୪ ଦିନ ବାକି ଅଛି ।
ରୋମୀୟ ସାମ୍ରାଜ୍ୟ (ଲାଟିନ୍); ଇମ୍ପେରିଅମ ରୋମାନମ, (କୋଇନେ ଗ୍ରୀକ୍); ବାସିଲେଇଆ ତୋନ୍ ରୋମାଇଓନ , ପ୍ରାଚୀନ ରୋମର ସାଧାରଣତନ୍ତ୍ର ପରବର୍ତ୍ତୀ ପର୍ଯ୍ୟାୟ ଅଟେ । ଏକ ରାଜ୍ଯ ହିସାବରେ, ଏହା ଭୂମଧ୍ଯସାଗର ଚାରିପଟେ, ଉତ୍ତର ଆଫ୍ରିକାରେ ଏବଂ ପଶ୍ଚିମ ଏସିଆରେ ସୁବିସ୍ତୃତ ଅଞ୍ଚଳ ନିଜ ଅଧିନରେ ରଖିଥିଲା । ସାମ୍ରାଜ୍ୟର ସର୍ବେସର୍ବା ଏହାର ସମ୍ରାଟମାନେ ଥିଲେ । କାଇଜର ଅଗଷ୍ଟସଙ୍କ ସିଂହାସନ ଆରୋହଣଠାରୁ ତୃତୀୟ ଶତାବ୍ଦୀର ସାମରିକ ଅରାଜକତା, ଏହା ଏକ ପ୍ରଥମତନ୍ତ୍ର ହୋଇ ରହିଥିଲା, ଯାହାର ମାତୃଦେଶ ଇଟାଲୀ ଏବଂ ଏକମାତ୍ର ରାଜଧାନୀ ରୋମରେ ଅବସ୍ଥିତ ଥିଲା । ସାମରିକ ଅରାଜକତା ପରେ, ଏକାଧିକ ସମ୍ରାଟଙ୍କଦ୍ୱାରା ସାମ୍ରାଜ୍ୟର ଶାସନ ହେଲା । ଏହି ସମ୍ରାଟମାନେ ମିଳିତ ଭାବରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯ ଓ ପୂର୍ବ ରୋମୀୟ ସାମ୍ରାଜ୍ଯ (ବାଇଜାଣ୍ଟୀୟ ସାମ୍ରାଜ୍ଯ)ର ଶାସନ କଲେ । ଖ୍ରୀ.ଅ. ୪୭୬ ପର୍ଯ୍ୟନ୍ତ ଉଭୟ ସାମ୍ରାଜ୍ଯର ଆଧିକାରିକ ରାଜଧାନୀ ରୋମରେ ହିଁ ଥିଲା । ଖ୍ରୀଷ୍ଟାଦ୍ଦ ୩୮୦ରେ ଖ୍ରୀଷ୍ଟଧର୍ମକୁ ରାଜଧର୍ମ ରୂପେ ଉଦଘୋଷଣା କରିବା ଏବଂ ଜର୍ମାନୀ ରାଜାମାନଙ୍କ ହାତରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯର ପତନ ପରେ ଶାସ୍ତ୍ରୀୟ ପ୍ରାଚୀନତାର ଅନ୍ତ ହେଲା ଏବଂ ମଧ୍ଯଯୁଗର ଆରମ୍ଭ ହେଲା । ଏହା ସହ ପୂର୍ବୀ ରୋମୀୟ ସାମ୍ରାଜ୍ଯର ହେଲେନୀକରଣ ଯୋଗୁଁ ଇତିହାସକାରମାନେ ପୂର୍ବ ରୋମୀୟ ସାମ୍ରାଜ୍ଯକୁ ବିଜାଣ୍ଟିନୀୟ ସାମ୍ରାଜ୍ଯ ବୋଲି ପୃଥକ ନାମକରଣ କରିଛନ୍ତି । ରୋମୀୟ ସାମ୍ରାଜ୍ଯର ପୂର୍ବାଧିକାରୀ, ରୋମୀୟ ସାଧାରଣତନ୍ତ୍ର (ଯାହା ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ରୋମର ରାଜତନ୍ତ୍ରକୁ ବିସ୍ଥାପିତ କରିଥିଲା) କ୍ରମେ ରାଜନୈତିକ ବିବାଦ ଓ କ୍ରମିକ ଗୃହଯୁଦ୍ଧଦ୍ୱାରା ଦୁର୍ବଳ ହୋଇଯାଇଥିଲା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ମଧ୍ଯ ଭାଗରେ, ଜୁଲିଅସ କାଇଜରଙ୍କୁ ନିରବଚ୍ଛିନ୍ନ ଏକଛତ୍ରବାଦୀ ରୂପେ ନିଯୁକ୍ତି ଦିଆଗଲା ଏବଂ ପରେ ଖ୍ରୀଷ୍ଟପୂର୍ବ ୪୪ରେ ତାଙ୍କର ହତ୍ଯା କରିଦିଆଗଲା । ଗୃହଯୁଦ୍ଧ ଓ ରାଜହତ୍ୟା ବଢ଼ି ଚାଲିଲା, ଏବଂ ଶେଷରେ ଆକ୍ଟିଅମ ଯୁଦ୍ଧରେ ମାର୍କ ଆଣ୍ଟୋନି ଓ କ୍ଲିଓପାଟ୍ରାଙ୍କ ଉପରେ କାଇଜରଙ୍କ ପୋଷ୍ୟପୁତ୍ର ଅକ୍ଟୋଭିଆନଙ୍କ ବିଜୟ ହେଲା । ସେ ପରବର୍ତ୍ତୀ ବର୍ଷରେ ରୋମୀୟ ମିଶର ଓ ଟୋଲେମୀୟ ମିଶରକୁ ନିଜ ଅକ୍ତିଆରରେ ଆଣିଲେ । ଏଥି ସହିତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ମାସେଡୋନର ମହାନ ଆଲେକ୍ଜାଣ୍ଡରଙ୍କ ଯୁଦ୍ଧଘୋଷଦ୍ୱାରା ପ୍ରାରମ୍ଭିତ ହେଲେନୀୟ ଯୁଗର ଅନ୍ତ ହେଲା । ଫଳରେ ଅକ୍ଟୋଭିଆନଙ୍କ କ୍ଷମତା ଅଭେଦ୍ୟ ହୋଇଗଲା ଏବଂ ଖ୍ରୀଷ୍ଟପୂର୍ବ ୨୭ରେ ରୋମୀୟ ସିନେଟ ଆଧିକାରିକ ଭାବରେ ତାଙ୍କୁ ଅସୀମିତ କ୍ଷମତା ପ୍ରଦାନ କଲା । ଏଥିସହିତ ସେ ପ୍ରଥମ ଥର ପାଇଁ ଅଗଷ୍ଟସ ଉପାଧିରେ ଭୂଷିତ ହୋଇ ରୋମୀୟ ସାମ୍ରାଜ୍ଯର ପ୍ରଥମ ସମ୍ରାଟ ହେଲେ । ସାମ୍ରାଜ୍ୟରେ ପ୍ରଥମ ଦୁଇ ଶତାବ୍ଦୀ ଧରି ଅକଳ୍ପନୀୟ ସ୍ଥିରତା ଓ ଅଭିବୃଦ୍ଧି ପରିଲକ୍ଷିତ ହେଲା, ଯାହା ପାକ୍ସ ରୋମାନା (ରୋମୀୟ ଶାନ୍ତି) ନାମରେ ପରିଚିତ ହେଲା । ଖ୍ରୀଷ୍ଟାବ୍ଦ ୯୮ରୁ ୧୧୭ ମଧ୍ଯରେ ଟ୍ରାଜାନଙ୍କ ଶାସନକାଳରେ ରୋମ ଏହାର ସର୍ବାଧିକ ଆଞ୍ଚଳିକ ବିସ୍ତାର ଲାଭ କଲା । ଖ୍ରୀଷ୍ଟାବ୍ଦ ୧୭୭ରୁ ୧୯୨ ମଧ୍ଯରେ କୋମୋଡସଙ୍କ ରାଜୁତି ବେଳେ ସାମ୍ରାଜ୍ଯରେ ବିଭିନ୍ନ ସମସ୍ୟା ଓ ଅବନ୍ନତିର ସୂତ୍ରପାତ ହେଲା । ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ସାମ୍ରାଜ୍ଯ ଏକ ମହାବିପଦର ସମ୍ମୁଖୀନ ହେଲା, ଯାହା ଏହାର ଅସ୍ତିତ୍ବରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହି ସମୟରେ ଗାଲୀୟ ସାମ୍ରାଜ୍ଯ ଓ ପାଲମିରିନ ସାମ୍ରାଜ୍ଯ ରୋମୀୟ ରାଜ୍ଯଠାରୁ ଅଲଗା ହୋଇଗଲେ ଏବଂ କେତେକ ଅଳ୍ପକାଳୀନ ସମ୍ରାଟମାନେ ରାଜ୍ୟର ନେତୃତ୍ବ ନେଲେ । ଖ୍ରୀଷ୍ଟାବ୍ଦ ୨୭୦ରୁ ୨୭୫ ମଧ୍ଯରେ, ଅରେଲିଆନ ସାମ୍ରାଜ୍ଯକୁ ପୁଣି ଏକତ୍ରୀତ କରିଥିଲେ । ସାମ୍ରାଜ୍ଯକୁ ସ୍ଥିରତା ପ୍ରଦାନ କରିବା ପାଇଁ, ସମ୍ରାଟ ଡିଓକ୍ଲେଟିଆନ ୨୮୬ ମସିହାରେ ଗ୍ରୀକ୍ ପୂର୍ବ ଓ ଲାଟିନ୍ ପଶ୍ଚିମ ଏହିପରି ଭାବରେ ଦୁଇଟି ଭିନ୍ନ ସାମ୍ରାଜ୍ଯସଭାର ସ୍ଥାପନା କଲେ । ୩୧୩ ମସିହାରେ ମିଲାନଙ୍କ ଅଧ୍ୟାଦେଶ ପରେ ଖ୍ରୀଷ୍ଟୀଆନମାନେ କ୍ଷମତାକୁ ଆସିଲେ । ପ୍ରବ୍ରଜନ କାଳର କିଛି ସମୟ ପରେ, ଜର୍ମାନୀୟ ଓ ଆଟିଲିଆର ହୁଣମାନଙ୍କ ବାରମ୍ବାର ଆକ୍ରମଣ ଯୋଗୁଁ ପଶ୍ଚିମ ସାମ୍ରାଜ୍ଯର ପତନ ଘଟିଲା । ଜର୍ମାନୀୟ ହେରୁଲୀୟଙ୍କ ହାତରେ ରାଭେନ୍ନାର ପତନ ସହିତ ଖ୍ରୀଷ୍ଟାବ୍ଦ ୪୭୬ରେ ଓଡୋଆସେରଙ୍କଦ୍ୱାରା ରମୁଲସ ଅଗଷ୍ଟସଙ୍କ ବିସ୍ଥାପନ ଯୋଗୁଁ ଶେଷରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯ ଭାଙ୍ଗି ପଡିଲା । ଖ୍ରୀଷ୍ଟାବ୍ଦ ୪୮୦ରେ ପୂର୍ବ ରୋମୀୟ ସମ୍ରାଟ ଜେନୋ ଏହାର ଆନୁଷ୍ଠାନିକ ଉଚ୍ଛେଦ କଲେ । ପରବର୍ତ୍ତୀ କାଳରେ, ପଶ୍ଚିମ ରୋମୀୟ ସାମ୍ରାଜ୍ଯର ଅଞ୍ଚଳରେ ଗଢିଉଠିଥିବା କେତେକ ନୂତନ ସାମ୍ରାଜ୍ଯ ବା ରାଜ୍ଯ, ବିଶେଷ କରି ପବିତ୍ର ରୋମୀୟ ସାମ୍ରାଜ୍ଯ ଦାବି କରୁଥିଲେ ଯେ ସେମାନେ ରୋମୀୟ ସମ୍ରାଟମାନଙ୍କ ବାସ୍ତବିକ ଉତ୍ତରାଧିକାରୀ । ପୂର୍ବ ରୋମୀୟ ସାମ୍ରାଜ୍ଯ ଆଉ ଏକ ସହସ୍ରାବ୍ଦ ପର୍ଯ୍ୟନ୍ତ ତିଷ୍ଠି ରହିପାରିଥିଲା । ଶେଷରେ ୧୪୫୩ ମସିହାରେ ସୁଲତାନ ମେହମେଦ ଦ୍ୱିତୀୟଙ୍କ ଓଟୋମାନ ତୁର୍କୀମାନଙ୍କ ହାତରେ କୋନଷ୍ଟାଣ୍ଟିନୋପଲର ପତନ ଯୋଗୁଁ ପୂର୍ବ ସାମ୍ରାଜ୍ଯର ମଧ୍ଯ ଅନ୍ତ ଘଟିଲା । ରୋମୀୟ ସାମ୍ରାଜ୍ଯର ବିସ୍ତୃତି ଓ ଏହାର ଦୀର୍ଘକାଳର ତିଷ୍ଠତି କାରଣରୁ, ରୋମର ଅନୁଷ୍ଠାନ ଓ ସଂସ୍କୃତିଗୁଡିକ ଏହା ଅଧିନସ୍ଥ ଅଞ୍ଚଳ ତଥା ବାହାର ଅଞ୍ଚଳମାନଙ୍କର ଭାଷା, ଧର୍ମ, କଳା, ସ୍ଥାପନ ଶୈଳୀ ଦର୍ଶନ, ବିଧି ତଥା ପ୍ରଶାସନର ପ୍ରରୂପରେ, ସୁଦୂର ପ୍ରସାରୀ ପ୍ରଭାବ ପକାଇଥିଲା । ରୋମୀୟମାନଙ୍କ ଲାଟିନ ଭାଷା, ମଧ୍ଯଯୁଗ ଓ ଆଧୁନିକ ଯୁଗର ରୋମୀୟ ଭାଷାସମୂହରେ ପରିବର୍ଦ୍ଧିତ ହେଲା, ଅପରପକ୍ଷରେ ମଧ୍ଯଯୁଗୀୟ ଗ୍ରୀକ୍ ଭାଷା, ପୂର୍ବ ରୋମୀୟ ସାମ୍ରାଜ୍ଯର ରାଜଭାଷାର ମର୍ଯ୍ୟାଦା ପାଇଲା । ସାମ୍ରାଜ୍ଯର ଖ୍ରୀଷ୍ଟଧର୍ମରେ ଦିକ୍ଷିତ ହେବା ପରେ ମଧ୍ଯଯୁଗୀୟ ଖ୍ରୀଷ୍ଟରାଜ୍ୟ ସ୍ଥାପନ ହେଲା । ଇଟାଲୀୟ ପୁନର୍ଜାଗରଣ ଉପରେ ଗ୍ରୀକ୍ ଓ ରୋମୀୟ କଳାର ଗଭୀର ପ୍ରଭାବ ପଡିଥିଲା । ରୋମର କଳାକୃତିର ପରମ୍ପରା, ରୋମନେସ୍କ, ପୁନର୍ଜାଗରଣ ଓ ନୂଆ ଶାସ୍ତ୍ରୀୟ ସ୍ଥାପତ୍ୟ କଳା ଉପରେ ଗଭୀର ପ୍ରଭାବ ପକାଇଛି । ଇତିହାସ ସାଧାରଣତନ୍ତ୍ରରୁ ସାମ୍ରାଜ୍ଯରେ ପରିବର୍ଦ୍ଧନ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ରୋମୀୟ ସାଧାରଣତନ୍ତ୍ରର ସ୍ଥାପନ ପରେ ରୋମ ବିସ୍ତାର ଆରମ୍ଭ କରିଥିଲା, କିନ୍ତୁ ତୃତୀୟ ଶତାବ୍ଦୀ ପୂର୍ବରୁ ଏହା ଇଟାଲୀୟ ଉପଦ୍ବୀପ ମଧ୍ଯରେ ହିଁ ସୀମିତ ଥିଲା । ତାପରେ, ଏକ ସମ୍ରାଟ ପାଇବା ପୂର୍ବରୁ ଏହା ଏକ ସାମ୍ରାଜ୍ଯ ବା ମହାଶକ୍ତିରେ ପରିଣତ ହୋଇସାରିଥିଲା । ରୋମୀୟ ସାଧାରଣତନ୍ତ୍ର, ଆଧୁନିକ ଜାତି-ରାଷ୍ଟ୍ର ନ ଥିଲା, ଅପିତୁ କେତେକ ସହରମାନଙ୍କୁ ଏକତ୍ର ସ୍ୱୟଂଶାସନର ଅଧିକାର (ରୋମୀୟ ସିନେଟ ଦ୍ୱାରା) ଦିଆଯାଇଥିଲା ଏବଂ ପ୍ରାନ୍ତଗୁଡ଼ିକ ସାମରିକ ସେନାନାୟକମାନଙ୍କଦ୍ୱାରା ଶାସିତ ହେଉଥିଲା । ଏହା ସମ୍ରାଟମାନଙ୍କଦ୍ୱାରା ଶାସିତ ନ ହୋଇ ପ୍ରତି ବର୍ଷ ନିର୍ବାଚିତ ମାଜିଷ୍ଟ୍ରେଟମାନଙ୍କଦ୍ୱାରା ସିନେଟର ନିର୍ଦ୍ଦେଶ କ୍ରମେ ଶାସିତ ହେଉଥିଲା । କେତେକ କାରଣ ବସତଃ ପ୍ରଥମ ଶତାବ୍ଦୀରେ ଅନେକ ରାଜନୈତିକ ଓ ସାମରିକ ଅସ୍ଥିରତା ଦେଖାଦେଇଥିଲା, ଯାହା ପର୍ଯ୍ୟାୟ କ୍ରମେ ସମ୍ରାଟମାନଙ୍କ ଶାସନ ପାଇଁ ପଥ ଉନ୍ମୋଚନ କଲା । କୋନ୍ସୁଲର ସାମରିକ କ୍ଷମତା, ରୋମୀୟ ବୈଧିକ ଚିନ୍ତାଧାରା ଇମ୍ପେରିଅମ ଉପରେ ନିର୍ଭର କରୁଥିଲା, ଯାହାର ଶାବ୍ଦିକ ଅର୍ଥ ହେଉଛି "ଆଦେଶ" (ସାମରିକ ବିଷୟବସ୍ତୁରେ). କେତେକାଂଶରେ, ସଫଳ କନ୍ସୁଲମାନଙ୍କୁ ସମ୍ମାନସୂଚକ ଉପାଧି ଇମ୍ପେରାଟୋର (କମାଣ୍ଡର)ରେ ଭୂଷିତ କରାଯାଉଥିଲା । ଇଟାଲୀ ବାହାରେ ନିଜର ବିସ୍ତାର କରୁଥିବା ସତ୍ତ୍ବେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଶେଷାର୍ଦ୍ଧରେ ରୋମରେ ଆନ୍ତରିକ କଳହ, ଷଡ଼ଯନ୍ତ୍ର ତଥା ଗୃହଯୁଦ୍ଧ ବଢ଼ିଚାଲିଲା । ଏହି ସମୟକୁ ରୋମୀୟ ସାଧାରଣତନ୍ତ୍ରର ସଙ୍କଟ ବୋଲି କୁହାଯାଏ । ଏହି ଯୁଗର ସମାପ୍ତି ବେଳକୁ, ଖ୍ରୀଷ୍ଟପୂର୍ବ ୪୪ରେ ଜୁଲିୟସ କାଇଜର ମୃତ୍ଯୁ ପୂର୍ବରୁ ଆମରଣ ଏକଛତ୍ରବାଦୀ ରୂପେ ଉଭା ହେଲେ । କାଇଜରଙ୍କ ପୋଷ୍ୟପୁତ୍ର ଓକ୍ଟାଭିଆନ ଓ ମାର୍କ ଆଣ୍ଟୋନିଙ୍କ ନେତୃତ୍ବରେ ଏକ ସୈନ୍ୟବାହିନୀ ଖ୍ରୀଷ୍ଟପୂର୍ବ ୪୨ରେ ଫିଲିପ୍ପୀର ଯୁଦ୍ଧରେ କାଇଜରଙ୍କ ହତ୍ଯାକାରୀମାନଙ୍କୁ ରୋମରୁ ବହିଷ୍କାର କରି ପରାସ୍ତ କଲେ । ଆଣ୍ଟୋନି ଓ ଓକ୍ଟାଭିଆନ ରୋମୀୟ ସାମ୍ରାଜ୍ଯକୁ ନିଜ ମଧ୍ଯରେ ବାଣ୍ଟି ନେଲେ କିନ୍ତୁ ତାହା ବେଶୀ ସମୟ ତିଷ୍ଠି ରହିପାରିଲା ନାହିଁ । ଶେଷରେ ଖ୍ରୀଷ୍ଟପୂର୍ବ ୩୧ରେ ହୋଇଥିବା ଆକ୍ଟିଅମର ଯୁଦ୍ଧରେ ମାର୍କ ଆଣ୍ଟୋନି ଓ କ୍ଲିଓପାଟ୍ରା ଓକ୍ଟାଭିଆନଙ୍କ ସମ୍ମୁଖରେ ପରାଜିତ ହେଲେ । ଏହିପରି ଭାବରେ ରୋମୀୟ ସାଧାରଣତନ୍ତ୍ରର ଅନ୍ତିମ ଯୁଦ୍ଧର ସମାପ୍ତି ହେଲା । ଖ୍ରୀଷ୍ଟପୂର୍ବ ୨୭ରେ ସିନେଟ ଓ ରୋମୀୟ ଲୋକମାନେ ଓକ୍ଟାଭିଆନଙ୍କୁ ପ୍ରୋକୋନ୍ସୁଲୀୟ ଇମ୍ପେରିଅମର କ୍ଷମତା ସହିତ ପ୍ରନ୍ସେପ୍ସ "ପ୍ରଥମ ନାଗରିକ" ଭାବରେ ଆଖ୍ୟାୟିତ କଲେ । ଫଳରେ ପ୍ରନ୍ସିପତନ୍ତ୍ରର ଆରମ୍ଭ ହେଲା ଏବଂ ଏହା ସହିତ ତାଙ୍କୁ ଅଗଷ୍ଟସ (ସମ୍ମାନନୀୟ) ଉପାଧିରେ ଭୂଷିତ କଲେ । ପୂର୍ବର ସାମ୍ବିଧାନିକ ଶୈଳୀରେ କୌଣସି ପରିବର୍ତ୍ତନ ଅଣାଗଲା ନାହିଁ, କିନ୍ତୁ ଅଗଷ୍ଟସ ଏଥିରେ ନିଜର ଆଧିପତ୍ଯ ଜାହିର କରିପାରିଲେ । ଏହି ସମୟରେ ରାଜ୍ଯର ନାମ ଅବଶ୍ଯ ସାଧାରଣତନ୍ତ୍ର ହୋଇରହିଲା, କିନ୍ତୁ ଅଗଷ୍ଟସଙ୍କ ସମକାଳୀନ ପ୍ରତିଦ୍ବନ୍ଦୀମାନେ ଜାଣିସାରିଥିଲେ ଯେ ଅଗଷ୍ଟସଙ୍କ ହାତରେ ବାସ୍ତବିକ କ୍ଷମତା ଆସି ସାରିଛି । ଯେହେତୁ ତାଙ୍କ ଶାସନ ଏକ ଶତାବ୍ଦୀ ଧରି ଲାଗିରହିଥିବା ଗୃହଯୁଦ୍ଧର ଅବସାନ କରିଥିଲା ଏବଂ ଏକ ଅକଳ୍ପନୀୟ ଶାନ୍ତି ଓ ସମୃଦ୍ଧିର ଯୁଗର ଆରମ୍ଭ କରିଥିଲା, ଲୋକମାନେ ତାଙ୍କୁ ବହୁତ ସମ୍ମାନ ଦେଲେ ଓ ସେ ପ୍ରକାରାନ୍ତରେ ବିଧିବଦ୍ଧ ନହେଲେହେଁ ବାସ୍ତବିକ ରାଜତନ୍ତ୍ରୀ ହୋଇସାରିଥିଲେ । ତାଙ୍କ ଶାସନକାଳରେ, ଏକ ନୂତନ ସାମ୍ବିଧାନିକ ସ୍ଥିତିର ଅଭ୍ୟୁଦୟ ହେଲା । ପାକ୍ସ ରୋମାନା ତଥାକଥିତ ପାଞ୍ଚ ଭଲ ସମ୍ରାଟ (ବାମରୁ ଡାହାଣ): ନର୍ଭା, ଟ୍ରାଜାନ, ହାଦ୍ରିଆନ, ଆଣ୍ଟୋନିନସ ପିଅସ ଏବଂ ମାର୍କସ ଔରେଲିଅସ ଅଗଷ୍ଟସଙ୍କ ରାଜୁତି କାଳରୁ ୨୦୦ ବର୍ଷ ପର୍ଯ୍ୟନ୍ତ ସମୟକୁ ପାରମ୍ପରିକ ଭାବେ ପାକ୍ସ ରୋମାନା "ରୋମୀୟ ଶାନ୍ତି" କୁହାଗଲା । ଏହି ସମୟରେ ରୋମରେ ଅଭୂତପୂର୍ବ ସାମାଜିକ ସ୍ଥିରତା ଓ ସମ୍ପନ୍ନତା ଦେଖାଗଲା, ଯାହା ଫଳରେ ସାମ୍ରାଜ୍ଯରେ ଏକତା ରହିଲା । ପ୍ରାନ୍ତଗୁଡ଼ିକରେ ବିଦ୍ରୋହ ବେଳେବେଳେ ଦେଖାଦେଉଥିଲେ ମଧ୍ଯ ସେଗୁଡ଼ିକୁ ଅତି ସହଜରେ ବର୍ବରତାର ସହିତ ଦମନ କରାଯାଉଥିଲା । ରାଜବଂଶର ଉତ୍ତରାଧିକାରର ନୀତି ପ୍ରତିଷ୍ଠା କରିବାରେ ଅଗଷ୍ଟସଙ୍କ ସଫଳତା ତାଙ୍କର ଅନେକ ପ୍ରତିଭାଶାଳୀ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କଦ୍ୱାରା ସୀମିତ ଥିଲା । ଜୁଲୀୟ-କ୍ଲୌଡୀୟ ରାଜବଂଶର ଚାରିଜଣ - ଟିବେରିଅସ, କାଲିଗୁଲା, କ୍ଲୌଡିଅସ, ନେରୋ ଆଦି ସମ୍ରାଟ ପଦବୀ ଆରୋହଣ କରିଥିଲେ । ଖ୍ରୀଷ୍ଟୀୟ ୬୯ରେ ସଂଘର୍ଷଗ୍ରସ୍ତ ଚତୁର୍ସମ୍ରାଟଙ୍କ ବର୍ଷ ପରେ ବିଜେତା ରୂପେ ଭେସ୍ପାସିଆନ ଉଭା ହେଲେ । ଭେସ୍ପାସିଆନ ଫ୍ଲାଭୀୟ ରାଜବଂଶର ସ୍ଥାପନ କଲେ । ଏହା ପରେ ନର୍ଭା-ଆଣ୍ଟୋନିନେ ରାଜବଂଶ ସ୍ଥାପିତ ହେଲା - ଯାହା ପଞ୍ଚ ଭଲ ସମ୍ରାଟଙ୍କୁ (ଯଥା - ନର୍ଭା, ଟ୍ରାଜାନ, ହାଦ୍ରିଆନ, ଆଣ୍ଟୋନିନସ ପିଅସ ଓ ମାର୍କସ ଔରେଲିଅସ) ଜନ୍ମ ଦେଇଥିଲା । ପଶ୍ଚିମର ପତନ ଓ ପୂର୍ବର ତିଷ୍ଠନ ତତ୍କାଳୀନ ପ୍ରଦର୍ଶକ ଡିଓ କାସିଅସଙ୍କ ମତରେ, ଖ୍ରୀଷ୍ଟୀୟ ୧୮୦ରେ ସମ୍ରାଟ କୋମୋଡସଙ୍କ ସିଂହାସନାରୋହଣ ପରେ ଏକ ସୁନାର ରାଜ୍ଯ, ଏକ ଲୁହା ଓ କଳଙ୍କିର ରାଜ୍ଯରେ ପତିତ ହେଲା । ତାଙ୍କର ଏହି ଟିପ୍ପଣୀ ଯୋଗୁଁ କେତେକ ଇତିହାସକାର, ବିଶେଷତଃ ଏଡୱାର୍ଡ ଗିବନ, କୋମୋଡସଙ୍କ ରାଜୁତିକାଳକୁ ସାମ୍ରାଜ୍ଯର ପତନର ଆରମ୍ଭ ବୋଲି କହନ୍ତି । ଖ୍ରୀଷ୍ଟୀୟ ୨୧୨ରେ କାରାକାଲ୍ଲାଙ୍କ ଶାସନ କାଳରେ ସମସ୍ତ ମୁକ୍ତଜାତ ଲୋକଙ୍କୁ ରୋମୀୟ ନାଗରିକତା ଦିଆଯାଉଥିଲା । ଏହାସତ୍ତ୍ବେ ସେଭେରୀୟ ରାଜବଂଶ ସମୟଟି ଉତ୍ତେଜନା ପୂର୍ଣ୍ଣ ଥିଲା - କୋଣସି ସମ୍ରାଟଙ୍କ ଶାସନ ହତ୍ଯା କିମ୍ବା ପ୍ରାଣଦଣ୍ତଦ୍ୱାରା ବାରମ୍ବାର ଶେଷ କରି ଦିଆଯାଉଥିଲା - ଏବଂ ଏହି ରାଜବଂଶର ପତନ ପରେ ରୋମୀୟ ସାମ୍ରାଜ୍ଯ ତୃତୀୟ ଶତାବ୍ଦୀର ମହାବିପଦର କବଳରେ କବଳିତ ହେଲା । ଏହି ସମୟରେ ବାରମ୍ବାର ବହିରାକ୍ରମଣ, ସାମାଜିକ ବିଶୃଙ୍ଖଳା, ଅର୍ଥନୈତିକ ବିଶୃଙ୍ଖଳା ତଥା ପ୍ଲେଗ ଆଦି ଦେଖାଯାଇଥିଲା । ଐତିହାସିକ କାଳାନ୍ତରର ବର୍ଣ୍ଣନାରେ, ଏହି ବିପତ୍ତିକୁ ଶାସ୍ତ୍ରୀୟ ପ୍ରାଚୀନତାରୁ ପରବର୍ତ୍ତୀ ପ୍ରାଚୀନତାକୁ ପ୍ରବେଶର ଚିହ୍ନ ବୋଲି ଧରାଯାଏ । ଔରେଲିଆନ (୨୭୦ରୁ ୨୭୫ ପର୍ଯ୍ୟନ୍ତ ଶାସନକାଳ), ସାମ୍ରାଜ୍ଯକୁ ବିଧ୍ବଂସ ମୁହଁରୁ ବଞ୍ଚେଇଲେ ଏବଂ ଏହାକୁ ସ୍ଥିରତା ପ୍ରଦାନ କଲେ । ଡିଓକ୍ଲେଟିଆନ ସାମ୍ରାଜ୍ଯର ସଂପୂର୍ଣ୍ଣ ପୁନରୁତ୍ଥାନ କଲେ, କିନ୍ତୁ ପ୍ରିନ୍ସେପ୍ସର ଭୂମିକା ନ୍ୟୁନ କଲେ ଓ ପ୍ରଥମ ଥର ପାଇଁ ଡୋମିନେ, "ମାଷ୍ଟର" ବା "ସ୍ୱାମୀ" ରୂପେ ସମ୍ବୋଧିତ ହେଲେ । ଡିଓକ୍ଲେଟିଆନଙ୍କ ରାଜୁତି କାଳରେ ଖ୍ରୀଷ୍ଟଧର୍ମ ବିରୁଦ୍ଧରେ ସାମ୍ରାଜ୍ଯ ଠୋସ ପଦକ୍ଷେପ ନେଇଥିଲା, ଯାହାକୁ "ମହୌତ୍ପିଡ଼ନ" ବୋଲି କୁହାଯାଏ । ଡିଓକ୍ଲେଟିଆନ, ସାମ୍ରାଜ୍ଯକୁ ଚାରୋଟି ଭାଗରେ ବିଭକ୍ତ କଲେ ଏବଂ ପ୍ରତ୍ୟେକ ଭାଗ ଏକ ଭିନ୍ନ ସମ୍ରାଟଦ୍ୱାରା ଶାସିତ ହେଲା, ଏହାକୁ ଚତୁର୍ତନ୍ତ୍ର କୁହାଯାଏ । ରୋମକୁ କବଳିତ କରିଥିବା ବିଶୃଙ୍ଖଳା ସବୁର ଅନ୍ତ ଘଟାଇଥିବା ଭାବି ସେ ଓ ତାଙ୍କ ସହିତ ତାଙ୍କର ସହ-ସମ୍ରାଟ ପଦବୀରୁ ସ୍ୱେଚ୍ଛାରେ ଅବସର ନେଲେ । କିନ୍ତୁ କିଛି ସମୟ ପରେ ହିଁ ଚତୁର୍ତନ୍ତ୍ର ଭାଙ୍ଗିଗଲା । ମହାନ କୋନଷ୍ଟାଇନ ଶେଷରେ ବିଧିବ୍ୟବସ୍ଥାର ପୁନର୍ସ୍ଥାପନା କଲେ । ସେ ଖ୍ରୀଷ୍ଟଧର୍ମରେ ଦିକ୍ଷିତ ହୋଇଥିବା ପ୍ରଥମ ସମ୍ରାଟ ହେଲେ ଏବଂ କୋନଷ୍ଟାଣ୍ଟିନୋପଲକୁ ପୂର୍ବ ସାମ୍ରାଜ୍ଯର ନୂତନ ରାଜଧାନୀ କରାଇଲେ । କୋନଷ୍ଟାଇନୀୟ ଓ ଭାଲେଣ୍ଟିନୀୟ ରାଜବଂଶର ଶାସନକାଳରେ, ସାମ୍ରାଜ୍ଯଟି ପୂର୍ବ-ପଶ୍ଚିମ ଅକ୍ଷରେ ବିଭାଜିତ ଥିଲା ଏବଂ ରୋମ ଓ କୋନଷ୍ଟାଣ୍ଟିନୋପଲ ଦ୍ୱୈତ କ୍ଷମତାର ଆଧାର ଥିଲା ।