text
stringlengths 17
85.6k
|
---|
ଫ୍ଲୁଭୋକ୍ସାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଲୁଭକ୍ସ, ହେଉଛି ଏକ ସିଲେକ୍ଟିଭ୍ ସେରୋଟୋନିନ୍ ରିଅପଟେକ୍ ଇନହିବିଟର ଶ୍ରେଣୀର ଔଷଧ । ଏହା ମୁଖ୍ୟତଃ ଅବସେସିଭ୍-କମ୍ପଲସିଭ ଡିଜଅର୍ଡ଼ର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ପ୍ରମୁଖ ଅବସାଦ ବେମାରୀ, ବୁଲେମିଆ ଏବଂ ପ୍ୟାନିକ୍ ଡିଜଅର୍ଡର୍, ସାମାଜିକ ଚିନ୍ତା ବ୍ୟାଧି ଏବଂ ଆଘାତୋତ୍ତର ଚାପ ବେମାରୀ ଭଳି ରୋଗମାନଙ୍କରେ ମଧ୍ୟ ଏହା ବ୍ୟବହାର ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରାଳୁ ଭାବ, ଯୌନ ସମସ୍ୟା, ଝାଳ ଏବଂ ଉତ୍ତେଜନା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ହେବାର ଆଶଙ୍କା ଏବଂ ଯକୃତ ଜନିତ ସମସ୍ୟା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଅସ୍ପଷ୍ଟ ସୁରକ୍ଷା ଅଟେ । ଫ୍ଲୁଭକ୍ସାମାଇନ୍ ବ୍ୟବହାର ପାଇଁ ସ୍ତନ୍ୟପାନ ବନ୍ଦ କରିବା ଆବଶ୍ୟକ ନୁହେଁ । ୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫ୍ଲୁଭକ୍ସାମାଇନ୍ ଅନୁମୋଦିତ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଏହାର ନାମ ଲିପିବଦ୍ଧ ଅଛି । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଛି । ଯୁକ୍ତରାଜ୍ୟରେ ୨୦୨୦ ସୁଦ୍ଧା ଦୈନିକ ୧୦୦ମିଗ୍ରାର ସାଧାରଣ ମାତ୍ରା ପାଇଁ ପ୍ରତି ମାସରେ ପ୍ରାୟ ୧୮ ପାଉଣ୍ଡ ଖର୍ଚ୍ଚ ହୋଇଥାଏ । ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୨୧ ସୁଦ୍ଧା ପ୍ରାୟ ୧୫ ଡଲାର ଥିଲା । |
ହିଙ୍ଗଳାଜ ଭବାନୀ ଶକ୍ତିପୀଠ ପାକିସ୍ଥାନର ବେଲୁଚିସ୍ତାନ ନିକଟରେ ଥିବା ଏକ ପ୍ରାଚୀନ ଶକ୍ତିପୀଠ । ପୁରାଣ ମତରେ ୫୧ଗୋଟି ଶକ୍ତି ପୀଠ ମଧ୍ୟରୁ ଏହା ପ୍ରଥମ ପୀଠ । ତାହାକୁ ହିଙ୍ଗୁଳା ମନ୍ଦିର କୁହା ନଯାଇ ହିଙ୍ଗଲାଜ ମନ୍ଦିର କୁହାଯାଉଛି । ହିଙ୍ଗଲାଜ ହିନ୍ଦୁ ମନ୍ଦିର ହେଲେ ସୁଦ୍ଧା ଇସଲାମ ଧର୍ମର ଲୋକମାନେ ଏହି ତୀର୍ଥସ୍ଥାନକୁ ସମ୍ମାନ ଦିଅନ୍ତି । ଏହି ମନ୍ଦିର ପାକିସ୍ତାନୀ ହିନ୍ଦୁ ଓ ସିନ୍ଧିଙ୍କଦ୍ୱାରା ଏକ ସମ୍ମାନିତ ତୀର୍ଥସ୍ଥାନ । ମୁସଲମାନମାନେ ଏହାକୁ ନନୀ ମନ୍ଦିର ବା ନନୀଙ୍କ ହଜ୍ ବୋଲି କୁହନ୍ତି । ପୁରାଣବର୍ଣ୍ଣିତ ସିନ୍ଧୁ ରାଜା ଜୟଦ୍ରଥ ଏଠାରେ ଦେବୀ ମନ୍ଦିର ନିର୍ମାଣ କରିଥିଲେ ବୋଲି ମହାଭାରତରେ ବର୍ଣ୍ଣିତ ଅଛି । ୟୁରୋପର ୟୁନାନୀ ରାଜା ସିକନ୍ଦରଙ୍କ ଭାରତ ଆକ୍ରମଣକାଳରେ ଏହି ହିଙ୍ଗଲାଜ ପର୍ବତମାଳା ନିକଟରେ ବାଲିକୋର୍ଟ ଦୁର୍ଗର ରାଜା ବଳରାମଙ୍କ ସହିତ ଯୁଦ୍ଧ ହୋଇଥିଲା । ବିକ୍ରମାଦିତ୍ୟ ମଧ୍ୟ ଏହିସ୍ଥାନକୁ ତୀର୍ଥ କରିବାକୁ ଯାଉଥିଲେ । ମୋଗଲ ରାଜ୍ୟର ଅଧିକାରୀ ତୋଡର ମଲ୍ଲ, ବିହାରୀ ମଲ୍ଲ, ରାଜାଭିଜ୍ ସିଂହ, ରାଜା ମାଥୋ ସିଂହ ମଧ୍ୟ ହିଙ୍ଗରାଜ ତୀର୍ଥ ଭ୍ରମଣ କରିଥିଲେ । ପୌରାଣିକ ବର୍ଣ୍ଣନା ହିନ୍ଦୁ ପୁରାଣ ଅନୁସାରେ ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଛିନ୍ନମସ୍ତାଙ୍କର ଅନ୍ୟ ରୂପ ହେଉଛନ୍ତି ହିଙ୍ଗୁଳା ଓ ସେ ରକ୍ତବର୍ଣ୍ଣା କାଳୀ ବୋଲି ଜଣା । ହିଙ୍ଗୁଳାଙ୍କୁ ସର୍ବ ପ୍ରଥମେ ଆଦିମ ଅଧିବାସୀମାନେ ପୂଜା କରୁଥିଲେ । ହିଙ୍ଗୁଳା ଶବ୍ଦଟି ମୁଣ୍ଡାରୀ ଭାଷାରୁ ଆସିଛି ବୋଲି ଗବେଷକମାନେ ମତ ଦିଅନ୍ତି । ଶକ୍ତିପୀଠ ପୌରାଣିକ ବର୍ଣ୍ଣନା ଅନୁସାରେ ଏଠାରେ ଦକ୍ଷ ଯଜ୍ଞରେ ଦଗ୍ଧ ହୋଇଥିବା ସତୀଙ୍କର ବ୍ରହ୍ମରନ୍ଧ୍ର ପଡ଼ିଥିଲା । ଛିନ୍ନମସ୍ତାଙ୍କ ନାମ କୋଟ୍ଟରୀ (ଯେଉଁ ନାରୀ ବସ୍ତ୍ର ହୀନ )ଓ ଭୈରବଙ୍କ ନାମ ଭୀମଲୋଚନ । ହିନ୍ଦୁମାନେ ଅର୍ଦ୍ଧଶକ୍ତି ଦେବୀ ରୂପେ ଏହି ପୀଠରେ ଉପାସନା କରୁଥିବା ବେଳେ ମୁସଲମାନ ଓ ଅନ୍ୟଧର୍ମର ଭାଇଭଉଣୀମାନେ ହିଙ୍ଗଲାଜ ମାତାଜୀ ବୋଲି କହନ୍ତି । ଅବସ୍ଥିତି ବେଲୁଚିସ୍ତାନ ପ୍ରଦେଶର ଲ୍ୟାର ନାମକ ତହସିଲରେ କ୍ଷୀରଥର ପର୍ବତମାଳା ମଧ୍ୟରେ ହିଙ୍ଗଲାଜ ନାମକ ଗୁମ୍ଫା ଅଛି । ଏହି ଗୁମ୍ଫା ଥିବା ପାହାଡ ତଳେ ହିଙ୍ଗୋଳ ନଦୀ ପ୍ରବାହିତ । ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟର ଏହା ହେଉଛି ପ୍ରସିଦ୍ଧ ଓ ବୃହତ ତୀର୍ଥସ୍ଥାନ । କରାଚିରୁ ହିଙ୍ଗଲାଜ ଗୁମ୍ଫା ପ୍ରାୟ ୧୭୦ମାଇଲ । ବହୁ ଦୁର୍ଗମ ପଥ ଓ ଯାତ୍ରା ବି ବହୁ କଷ୍ଟକର । କରାଚିରୁ କ୍ୱେତା ପର୍ଯ୍ୟନ୍ତ ପ୍ରଶସ୍ତ ରାଜପଥ, ତା ପରେ ସଂକୀର୍ଣ୍ଣ ପଥ । ପଶ୍ଚିମ ଆଡୁ ଆସିଲେ ଲ୍ୟାରି ସହର ଦେଇ ଅଘୋରୀ ନଦୀ ପାର ହେବାକୁ ପଡେ । ସେଠାରୁ ନଦୀ ପାର ହେଲେ ଶେଷ ରହଣିସ୍ଥଳ ହେଉଛି ଆଶାପୁରା । ସେହି ରାସ୍ତା କଡେ କଡେ ପର୍ବତମାଳାମାନଙ୍କରେ ବିଭିନ୍ନ ତୀର୍ଥସ୍ଥାନ ଓ ଦେବଦେବୀଙ୍କର ମନ୍ଦିର ଦେଖିବାକୁ ମିଳେ । ଗଣେଶ, କାଳୀମାତା, ଗୋରେଖନାଥ, ଧୂନୀ, ବ୍ରହ୍ମକୁଣ୍ଡ, ତ୍ରିକୁଣ୍ଡ, ମହାକାଳୀ କୁଣ୍ଡ, ଗୁରୁ ନାନକ, ଖରାଓ, ରାମ ଦରୋଖା, ବେଥକ ଓ ଅନୀଳ କୁନ୍ତୀ ପ୍ରଭୃତି ଉପାସନା ସ୍ଥାନ । କିମ୍ବଦନ୍ତୀ ପୁରାଣରେ ଏହିସ୍ଥାନ ବିଷୟରେ ବିଭିନ୍ନ କିମ୍ବଦନ୍ତୀ ଅଛି । ତ୍ରେତୟା ଯୁଗରେ ପର୍ଶୁରାମ ଅବତାର ନେଇଥିଲେ । ସେହିସମୟରେ ଦଧିଚି ଋଷି ମଧ୍ୟ ଥିଲେ । ଦଧିଚି ମୁନି ଏକ ସୁନ୍ଦର ଆଖ୍ୟାନ ଅବତାରଣା କରିଛନ୍ତି । ସେତେବେଳେ ସେଠାରେ ତତରାମାଙ୍ଗେଲୀୟ ବଂଶର କିଛିଲୋକ ବାସ କରୁଥିଲେ । ସେମାନଙ୍କର ଜଣେ ରାଜା ଥିଲେ ଯାହାଙ୍କର ନାମ ବଚ୍ଛତର । ତାଙ୍କର ଦୁଇପୁତ୍ର ଥିଲେ । ଜଣଙ୍କର ନାମ ହିଙ୍ଗୋଳ ଓ ଅନ୍ୟଟିର ନାମ ସୁନ୍ଦର । ପୁରାଣ ଅନୁସାରେ ସେମାନେ ସୂର୍ଯ୍ୟବଂଶୀୟ । ସେମାନେ ସାହସୀ, ମାତ୍ର ନିଷ୍ଠୁର । ବିଳାସୀ ଜୀବନଯାପନ କରୁଥିଲେ । ସେମାନଙ୍କ ରାଜ୍ୟର ସୀମା ଚୀନକୁ ଲାଗିଥିଲା । ଚୀନର ରାଜା ଥିଲେ ଚନ୍ଦ୍ରବଂଶୀ କ୍ଷତ୍ରୀୟ । ସେ ଶିବ ଉପାସକ ଥିଲେ । ରାଜପୁତ୍ର ସୁନ୍ଦର ପଡୋଶୀ ରାଜ୍ୟ ଆକ୍ରମଣ କରି ହଜାର ହଜାର ଲୋକଙ୍କୁ ହତ୍ୟା କଲେ । ସମସ୍ତ ଧନରତ୍ନ ଲୁଟି ନେଇସାରିବା ପରେ ପୁଣି ଦେୟ ବାବଦକୁ ଅର୍ଥ ଦାବି କଲେ । ନିଷ୍ଠୁର ରାଜପୁତ୍ରଙ୍କଠାରୁ ରକ୍ଷା ପାଇବା ପାଇଁ ସେତେବେଳେ ପ୍ରଜାଗଣ ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ । ସେମାନଙ୍କର ପ୍ରାର୍ଥନାରେ ପ୍ରସନ୍ନ ହୋଇ ଶିବଙ୍କ ଆଜ୍ଞାରେ ଗଣେଶ ତିନିଦିନ ମଧ୍ୟରେ ରାଜପୁତ୍ର ସୁନ୍ଦରକୁ ବଧ କଲେ । ସୁନ୍ଦରଙ୍କର ବଧପରେ ତାଙ୍କର ଭାଇ ହିଙ୍ଗୋଳ ଅତି ଭୟଙ୍କର ହୋଇ ଭାତୃ ମୃତ୍ୟୁର ପ୍ରତିଶୋଧ ପାଇଁ ଶପଥ ନେଲା । ହିଙ୍ଗୋଳ ଘୋର ତପସ୍ୟାକରି ବରପ୍ରାପ୍ତ ହେଲା ଯେ ତ୍ରିଭୁବନରେ କୌଣସି ପ୍ରାଣୀ ତାକୁ ବଧ କରିପାରିବେ ନାହିଁ । ମାତ୍ର ତା ର ମୃତ୍ୟୁ ଏପରିସ୍ଥାନରେ ହେବ ଯେଉଁଠାରେ ସୂର୍ଯ୍ୟାଲୋକ ଯାତାୟତ କରିପାରୁ ନଥିବ । ବର ପାଇ ହିଙ୍ଗୋଳ ଅନ୍ୟ ରାଜାମାନଙ୍କୁ ପରାସ୍ତ କରି ସମସ୍ତଙ୍କୁ ଭୟଭୀତ କରାଇ ରାଜତ୍ୱ କରିବାକୁ ଲାଗିଲା । ନିଜର ପରିଚୟ ସେ ରଖିଲା ହିଙ୍ଗୋଳ ଦେବ । ତା ର ରାଜତ୍ୱ କାଳରେ ଲୋକମାନେ ବିବଶ ହୋଇ ଅଶେଷ ଦୁଃଖ ଭୋଗ କଲେ । ରାଜା ହିଙ୍ଗୋଳଙ୍କ କବଳରୁ ରକ୍ଷା ପାଇବା ପାଇଁ ଦେବୀମାତାଙ୍କ ମନ୍ଦିରରେ ବିରାଟ ଯଜ୍ଞର ଆୟୋଜନ ହେଲା । ଦେବୀମାତା ଆବିର୍ଭୂତା ହୋଇ ହିଙ୍ଗୋଳ ବଧ ନିମନ୍ତେ ଶପଥ ନେଲେ । ଦେବୀଙ୍କ କୋପରୁ ରକ୍ଷା ପାଇବା ପାଇଁ ହିଙ୍ଗୋଳ ପର୍ବତମାଳାର ଗୁମ୍ଫା ମଧ୍ୟରେ ଲୁଚିଲା । ହେଲେ ସେଠାକୁ ସୂର୍ଯ୍ୟକିରଣ ପ୍ରବେଶ କରିପାରୁ ନଥିଲା । ଦେବୀ ସେହି ଗୁମ୍ଫା ମଧ୍ୟରେ ପ୍ରବେଶ କରି ତ୍ରିଶୂଳଦ୍ୱାରା ତାକୁ ବଧ କଲେ । ଜୀବନର ଶେଷ ମୁହୂର୍ତ୍ତରେ ହିଙ୍ଗୋଳ ପ୍ରାର୍ଥନା କଲା ଯେ, ଭବିଷ୍ୟତରେ ତା ନାମ ଅନୁସାରେ ସେହିସ୍ଥାନ ହିଙ୍ଗୋଳ ତୀର୍ଥ ନାମରେ ନାମିତ ହେଉ । ତାହା ହିଁ ହେଲା । ପୌରାଣିକ ପୁରାଣର ଅନ୍ୟ ଏକ ତତ୍ତ୍ୱ ଅନୁସାରେ ମହାଦେବଙ୍କ ପତ୍ନୀ ସତୀଙ୍କ ମୃତ ଶରୀରର ଭିନ୍ନଭିନ୍ନ ଖଣ୍ଡ ପଡ଼ିଥିବା ସ୍ଥାନ ଦେବୀପୀଠ ଭାବେ ପରିଗଣିତ । ସତ୍ୟ ଯୁଗରେ ଦକ୍ଷ ପ୍ରଜାପତି ଗୋଟିଏ ଯଜ୍ଞାନୁଷ୍ଠାନ କଲେ । କିନ୍ତୁ ସେଠାକୁ ଜାମାତା ମହାଦେବଙ୍କୁ ନିମନ୍ତ୍ରଣ କଲେନାହିଁ । ଦକ୍ଷକନ୍ୟା ତଥା ମହାଦେବଙ୍କ ପତ୍ନୀ ସତୀ ସ୍ୱାମୀଙ୍କ ବାରଣ ସତ୍ତ୍ୱେ ଯଜ୍ଞ ସ୍ଥଳକୁ ଗଲେ । ପ୍ରଜାପତି ଦକ୍ଷ ସତୀଙ୍କ ଆଗରେ ମହାଦେବଙ୍କୁ ଗାଳିଦେବାରୁ ସ୍ୱାମୀଙ୍କ ଅପମାନ ସହିନପାରି ସେହି ଯଜ୍ଞ କୁଣ୍ଡରେ ଝାସ ଦେଇ ସତୀ ପ୍ରାଣତ୍ୟାଗ କଲେ । ମହାଦେବ ଏକଥା ଜାଣିପାରି ଯଜ୍ଞସ୍ଥଳକୁ ଆସି କ୍ରୋଧିତ ହୋଇ ଦକ୍ଷ ଯଜ୍ଞକୁ ନଷ୍ଟ କରିଦେଲେ ଏବଂ ସତୀଙ୍କ ମୃତଦେହ କାନ୍ଧରେ ପକାଇ ତ୍ରିଭୁବନ ଭ୍ରମଣ କଲେ । ଏହା ଦେଖି ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରଦ୍ୱାରା ସତୀଙ୍କ ଦେହକୁ ଖଣ୍ଡ ଖଣ୍ଡ କରି ପକାଇଲେ । ସେହି ଅଂଶମାନ ବିଭିନ୍ନ ସ୍ଥାନରେ ପତିତ ହୋଇ ସେସବୁ ସ୍ଥାନ ୫୧ଟି ଶକ୍ତିପୀଠ ଓ ୨୬ଟି ଉପପୀଠ ଭାବେ ମହାତୀର୍ଥ ରୂପେ ପରିଗଣିତ ହେଲା । ପ୍ରତ୍ୟେକ ପୀଠରେ ଏକ ଭୈରବୀ ଓ ଏକ ଭୈରବ ଉଦ୍ଭଟ ହେଲେ । ସେହି ଅନୁସାରେ ଦେବୀଙ୍କ ମସ୍ତକ କନରାଜ ପର୍ବତ ଉପରେ ପଡ଼ିଲା, ଯାହାକି ଶକ୍ତିପୀଠ ହିଙ୍ଗଲାଜ ତୀର୍ଥ । ଆଧାର ଆହୁରି ପଢ଼ନ୍ତୁ , ; , (2000). . 186. 81 87100-50-8. { }: , (2000). : , . - . 2989. 9788177552676. { }: : 1 ; , (1998). 8 . 18 19, 35, 39. 9788120808799. { }: , (1998). : . 158 59. 9780143414216. { }: |
ଗୋଆ ଏକ୍ସପ୍ରେସ , ଭାରତୀୟ ରେଳବାଇର ଏକ ଦୈନିକ ସୁପରଫ୍ଷ୍ଟ ଟ୍ରେନ ।ଏହା ଗୋଆର ଭାସ୍କୋ-ଡା-ଗାମାଠାରୁ ନୂଆ ଦିଲ୍ଲୀସ୍ଥିତ ହଜରତ ନିଯମୁଦ୍ଦିଂସହ ସଂଯୋଗ କରେ । ଏହା ଦକ୍ଷିଣ ପଶ୍ଚିମ ରେଳ ଡିଭିଜନ ଏକ ଅଗ୍ରାଧିକାର ଟ୍ରେନ ଓ ଏହା ହୁବଲି ଡିଭିଜନ ପାଇଁ ଏକ ମହତ୍ୱପୂର୍ଣ ଲିଙ୍କ ଟ୍ରେନ । ଅନନ୍ୟ ରାଜଧାନୀକୁ ସଂଯୋଗ କରୁଥିବା ଟ୍ରେନ ପରି ଏହା ଗୋଆକୁ ଭାରତୀୟ ରାଜଧାନୀ ଦିଲ୍ଲୀ ସହ ସଂଯୋଗ କରିଥାଏ । ଇତିହାସ ଏହି ଟ୍ରେନ ପ୍ରଥମକରି 1987 ମସିହାରେ ଚଳାଚଳ ଆରମ୍ଭ କରିଥିଲା । ସେତେବେଳେ ଗୋଆକୁ ରେଳ ଲିଙ୍କ ମିଟର ଗାଜରେ ଥିଲା । ତେଣୁ ଏହା ଦ୍ୱିବିଭକ୍ତ ହେଇ ପ୍ରଥମ ସ୍ତରରେ ଗୋଆରୁ ଇରାଜ ଯାଏ ମିଟର ଗାଜରେ ଓ ତାହା ପରେ ସେଠାରୁ ଦିଲ୍ଲୀ ଯାଏ ଅନନ୍ୟ ଏକ ବ୍ର୍ଯାଡ ଗଜ ଟ୍ରେନ ଦିଲ୍ଲୀ ଯାଏ ଯାଉଥିଲା । ପରେ ସମୁଦାଯ ଲାଇନ ବ୍ର୍ଯାଡ ଗଜ ହେଲାପରେ ଏକ ଟ୍ରେନ ଭାବରେ ଏହା ଚଳୁଛି । ଯାତ୍ରାପଥ କୋଙ୍କଣୀ ରେଳପଥ କାର୍ଯ୍ୟକାରୀ ହେବା ଆଗରୁ ଏହି ଟ୍ରେନ ମାର୍ଗଓ , ଲୋନଦା , ବେଲଗାଓ ସଙ୍ଗଲି , ସତରା , ଭୋପାଲ ଆଗ୍ରା , ମଥୁରା ଗ୍ୱାଲିଆର ଆଦି ଷ୍ଟେସନ ଦେଇ ଦିଲ୍ଲୀ ଯାଇଥାଏ । ଏହାର ଯାତ୍ରା ସମୟ 39 ଘଣ୍ଟା 25 ମିନିଟ ଓ ଏହା ସମୁଦାଯ 2202 କିଲୋମିଟର ଯାତ୍ରାକରିଥାଏ । ଏହା ଭାରତୀୟ ରାଜ୍ୟ କରଣତକ , ମହାରାଷ୍ଟ୍ର , ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ , ହରିୟଣା ଓ ରାଜସ୍ଥାନ ଦେଇ ଯାଇଥାଏ । ଦୈନିକ ଗୋଆ - ନିଜମୁଦ୍ଦିନ ଏକ୍ସପ୍ରେସ ଏହି ଟ୍ରେନ ଦୁଧ ସାଗର ଜଳପ୍ରପାତ ଷ୍ଟ୍ରେସନଠାରେ ରହଣିକରେ କିନ୍ତୁ ତାହା ଅଣଅଫିସିଆଲ ଭାବରେ । |
ଫସଫୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ମୋନୁରୋଲ୍, ଏକ ଆଣ୍ଟିବାୟୋଟିକ ଯାହା ମୁଖ୍ୟତଃ ମୂତ୍ରାଶୟ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ କିଡନୀ ସଂକ୍ରମଣ ପାଇଁ ଏହା ସୁପାରିଶ କରାଯାଏ ନାହିଁ ବେଳେବେଳେ ଏହା ପ୍ରୋଷ୍ଟେଟ ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ଏହା ସାଧାରଣତଃ ପାଟିରେ ଦିଆଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ମୁଣ୍ଡବିନ୍ଧା ଏବଂ ଯୋନୀପଥ ଇଷ୍ଟ ସଂକ୍ରମଣ ଅନ୍ତର୍ଭୁକ୍ତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ କ୍ଲୋଷ୍ଟ୍ରିଡିୟମ୍ ଡିଫାଇସିଲ୍ - ସମ୍ପର୍କୀୟ ତରଳ ଝାଡ଼ା ଅନ୍ତର୍ଭୁକ୍ତ ହୋଇପାରେ ଗର୍ଭାବସ୍ଥାରେ ବ୍ୟବହାର କ୍ଷତିକାରକ ବୋଲି ଜଣାପଡିନଥିବାବେଳେ ମଧ୍ୟ ଏପରି ବ୍ୟବହାର ସୁପାରିଶ କରାଯାଏ ନାହିଁ ସ୍ତନ୍ୟପାନ କରାଇବା ସମୟରେ ଗୋଟିଏ ମାତ୍ର ମାତ୍ରା ନିରାପଦ ଦେଖାଯାଏ ଜୀବାଣୁର କୋଷ ପ୍ରାଚୀର ଉତ୍ପାଦନରେ ବାଧା ଦେଇ ଫସଫୋମାଇସିନ କାମ କରେ। ଫସଫୋମାଇସିନ ୧୯୬୯ ମସିହାରେ ଆବିଷ୍କୃତ ହୋଇଥିଲା ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ୧୯୯୬ ମସିହାରେ ଅନୁମୋଦିତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଯୁକ୍ତରାଜ୍ୟରେ ଏହାର ଏକ କୋର୍ଷ ପାଇଁ ମୂଲ୍ୟ ୪.୮୬ ପାଉଣ୍ଡ ୨୦୧୯ରେ ଯୁକ୍ତରାଷ୍ଟ୍ରର ଏହି ରାଶି ପ୍ରାୟ ୯୫ ଆମେରିକୀୟ ଡଲାର ଅଟେ। ଏହା ମୂଳତଃ ଏକ ନିର୍ଦ୍ଦିଷ୍ଟ ପ୍ରକାର ସ୍ଟ୍ରେପ୍ଟୋମାଇସେସରୁ ଉତ୍ପାଦିତ ହୋଇଥିଲା, ଯଦିଓ ଏହା ବର୍ତ୍ତମାନ ରାସାୟନିକ ଭାବରେ ପ୍ରସ୍ତୁତ କରାଯାଉଛି |
ବିଦୁସ୍ମିତା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ ଆଲବମ ଜଗତରେ ପ୍ରଥମେ ପ୍ରବେଶ କରିଥିଲେ । ଏହାପରେ ସେ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଥିଲେ । ବଧୂ ନୁହେଁ ମୁଁ ବନ୍ଧୁ ଚଳଚ୍ଚିତ୍ରରେ ସେ ନାୟିକା ଭାବରେ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରିତ ଧାରାବାହିକ ପରୀରେ ସେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ଆଇଟମ ନୃତ୍ୟ ପାଇଁ ଅଧିକ ପରିଚିତ । ଚକ୍ଲେଟ୍ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ଆଇଟମ୍ ନୃତ୍ୟ କରିଥିଲେ । ପ୍ରାରମ୍ଭିକ ଜୀବବ ବିଦୁସ୍ମିତା ଜନ୍ମପରେ ମାତ୍ର ୨୪ ଦିନର ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ପାରିବାରିକ ଅସୁବିଧା ହେତୁ ସେ ମାତ୍ର ଅଳ୍ପ ବୟସରେ ଓଡ଼ିଆ ଆଲବମ୍ ଦୁନିଆରେ ପ୍ରବେଶ କରିଥିଲେ । ସେ ତାଙ୍କର ଦଶମ ଶ୍ରେଣୀ ପରେ ପରେ ଓଡ଼ିଆ ଆଲବମ୍ରେ ଅଭିନୟ କରିଥିଲେ । ଅଭିନୟ ଜୀବନ ବିଦୁସ୍ମିତା ଜଣେ ଓଡ଼ିଆ ଆଲବମ୍ ଅଭିନେତ୍ରୀ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ ଚଳଚ୍ଚିତ୍ରରେ ଆଇଟମ୍ ନୃତ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ସହକାରୀ ଭୂମିକାରେ ଏବଂ ଖଳ ଭୂମିକାରେ ଅଭିନୟ କରିବା ପରେ କଥାଚିତ୍ରର ନାୟିକା ଭାବରେ ମଧ୍ୟ ଅଭିନୟ କରିଥିଲେ । ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ସେ ଜଣେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବିଦୁସ୍ମିତା ଓଡ଼ିଆ ଆଲବମ୍ ସହିତ ସମ୍ବଲପୁରୀ ଆଲବମ୍ରେ ଅଭିନୟ କରିଛନ୍ତି । ଏହାପରେ ବିଦୁସ୍ମିତାଙ୍କର ବିବାହ ହୋଇଥିଲା ଏବଂ ବିବାହ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଆଇଟମ୍ ଗୀତରେ ନୃତ୍ୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଚକ୍ଲେଟ୍ରେ ସେ ପ୍ରଥମ କରି ଆଇଟମ ନୃତ୍ୟ କରିଥିଲେ । ଏହାପରେ ସେ ଲଭ୍ ମାଷ୍ଟର, ରଙ୍ଗିଲା ବାବା, ତୋ ପ୍ରେମରେ ପଡ଼ିଲା ପରେ ଆଦି କଥାଚିତ୍ରରେ ଆଇଟମ ଗୀତରେ ନୃତ୍ୟ କରିଥିଲେ । ୨୦୧୧ରେ ବିଦୁସ୍ମିତା ଓଡ଼ିଆ କଥାଚିତ୍ର ଦୋସ୍ତିରେ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୧୩ରେ ସେ ବଧୂ ନୁହେଁ ମୁଁ ବନ୍ଧୁ କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । କେହି ଜଣେ ଭଲ ଲାଗେରେ, ତୁ କହିବୁ ନା ମୁଁ, ଜବରଦସ୍ତ ପ୍ରେମିକ ଆଦି ଓଡ଼ିଆ କଥାଚିତ୍ରରେ ସେ ଅଭିନୟ କରିଛନ୍ତି । ବିଦୁସ୍ମିତା ରଙ୍ଗିଲା ବାବା ଚଳଚ୍ଚିତ୍ରରେ ଏକ ନୃତ୍ୟର ନିର୍ଦ୍ଦେଶନା ଦେଇଥିଲେ । ବିଦୁସ୍ମିତା ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରତି ଓଡ଼ିଆ ଧାରାବାହିକ ପରୀରେ ସେ ଚାରୁ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ସେ ପ୍ରଥମେ ଏକ ନାକାରାତ୍ମକ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଧାରାବାହିକଟିର କାହାଣୀର ପରିବର୍ତ୍ତନରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମା ' ରାଣ ମିଛ କ ହୁନିର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦୁସ୍ମିତାଙ୍କ ସହ ହରିହର ମହାପାତ୍ର ଅଭିନୟ କରିଥିଲେ । ବୈବାହିକ ଜୀବନ ବିଦୁସ୍ମିତା ୨୦୧୧ ମସିହାରେ ଅନନ୍ତ ଦାସଙ୍କୁ ବିବାହ କରିଥିଲେ । |
ଅଧିରାଜ ମୋହନ ପାଣିଗ୍ରାହୀ (ଜନ୍ମ: ୧୪ ଜୁଲାଇ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଅଧିରାଜ ମୋହନ ପାଣିଗ୍ରାହୀ ୧୯୭୬ ମସିହାର ଜୁଲାଇ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦିନେଶ ଚନ୍ଦ୍ର ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ପ୍ରିୟଦର୍ଶିନୀ ପାଣିଗ୍ରାହୀ । ରାଜନୈତିକ ଜୀବନ ଅଧିରାଜ ମୋହନ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । |
ରୁଦ୍ରପୁର, ଉତ୍ତର ପ୍ରଦେଶ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହାର ଉଧମ୍ ସିଙ୍ଘ୍ ନଗର ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରୁଦ୍ରପୁର, ଉତ୍ତର ପ୍ରଦେଶ ସହରର ମୋଟ ଜନସଂଖ୍ୟା ୮୮୭୨୦ ଅଟେ । ସେଥି ମଧ୍ୟରୁ ୫୩.୨୯% ଜଣ ପରୁଷ ହୋଇଥିବା ବେଳେ ୪୬.୭୧% ଜଣ ନାରୀ ଅଟନ୍ତି । ରୁଦ୍ରପୁର, ଉତ୍ତର ପ୍ରଦେଶର ସାକ୍ଷରତା ହାର ୫୪.୬୯% ଅଟେ । ଏହା ଜାତୀୟ ହାରଠାରୁ ୧୦.୧୫% ପ୍ରତିଶତ କମ ଅଟେ । ସେଥିରୁ ୩୨.୮୦% ପ୍ରତିଶତ ପୁରୁଷ ଓ ୨୧.୮୯% ନାରୀ ଅଟନ୍ତି । ୧୬.୨୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ରୁଦ୍ରପୁର, ଉତ୍ତର ପ୍ରଦେଶର ସରକାରୀ ଭାଷା ଅଟେ । |
୨୩୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ବେଲିଜ ମଧ୍ୟ ଆମେରିକାରେ ଥିବା ଏକ ଦେଶ । |
ଟ୍ରାୟାମଟେରିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡାଇରେନିୟମ, ହେଉଛି ହୃଦଘାତ, ଉଚ୍ଚ ରକ୍ତଚାପ କିମ୍ବା ଫୁଲା ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । ଉଚ୍ଚ ରକ୍ତଚାପ ପାଇଁ ସାଧାରଣତଃ ଅନ୍ୟାନ୍ୟ ଔଷଧ ସହିତ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ ସର୍ବାଧିକ ପ୍ରଭାବ ନିମନ୍ତେ କିଛି ଦିନ ଲାଗିପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପରକାଲେମିଆ, କିଡନୀ ସମସ୍ୟା, ଯକୃତ ସମସ୍ୟା, ଅଇ, ଦୁର୍ବଳତା ଏବଂ ଥ୍ରୋମ୍ବୋସାଇଟିପେନିଆ ହୋଇପାରେ । ପରିସ୍ରାର ରଙ୍ଗ ସାମାନ୍ୟ ନୀଳ ଦେଖାଯାଏ । ମଧୁମେହ ରୋଗୀ, ବୟସ୍କ ବ୍ୟକ୍ତି ଏବଂ ଗାଉଟ ରୋଗ ଥିଲେ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଗର୍ଭାବସ୍ଥାରେ ସାଧାରଣତଃ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ ଯଦିଓ କ୍ଷତିର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ । ଏହା ଏକ ପୋଟାସିଅମ-ସ୍ପେୟାରିଙ୍ଗ ଡାଇୟୁରେଟିକ । ୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହା ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଟେ । ଯୁକ୍ତରାଜ୍ୟରେ ଦିନକୁ ୫୦ ମିଗ୍ରା ହିସାବରେ ଔଷଧ ଦେଲେ ମାସକୁ ୪୨ ପାଉଣ୍ଡ ଖର୍ଚ୍ଚ ହୁଏ । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୫୦ ଡଲାର ଅଟେ। ଏହା ହାଇଡ୍ରୋକ୍ଲୋରୋଥିଆଜାଇଡ/ଟ୍ରାଇମେଟେରେନ୍, କ୍ଲୋରଟାଲିଡୋନ/ଟ୍ରାଇଆମେଟେରିନ, ଏବଂ ଫୁରୋସେମାଇଡ/ ଟ୍ରାଇମଟେରିନ୍ ସହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ହୁଏ । |
ଇନ୍ଦୋର, ମଧ୍ୟ ପ୍ରଦେଶର ଏକ ପ୍ରମୂଖ ସହର ଓ ବାଣିଜ୍ୟ କେନ୍ଦ୍ର । |
୧୫୫୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ସିଂହାରୀ ଶ୍ୟାମସୁନ୍ଦର କର ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ, ଗୁରୁ ଓ ମର୍ଦ୍ଦଳ ବାଦକ ଥିଲେ । ପୁରୀର ପରମ୍ପରାନୁସାରେ ଶାସ୍ତ୍ରୀୟ ପଦ୍ଧତିରେ ମର୍ଦ୍ଦଳ ବାଦନ କରି ଏହାକୁ ଓଡ଼ିଶୀ ସଙ୍ଗୀତର ମୌଳିକ ବାଦ୍ୟଯନ୍ତ୍ର ଭାବେ ପ୍ରଚଳିତ କରାଇପାରିଥିଲେ । ସେ ଶ୍ରୀମନ୍ଦିରରେ ସିଂହାରୀ ସେବା କରୁଥିବାରୁ ସିଂହାରୀ ଶ୍ୟାମସୁନ୍ଦର କର ନାମରେ ସେ ବେଶୀ ପରିଚିତ ଥିଲେ । ଓଡ଼ିଶୀ ସଙ୍ଗୀତର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ସିଂହାରୀ ଶ୍ୟାମସୁନ୍ଦରଙ୍କର ଅବଦାନ ଆଦ୍ୟଗଣ୍ୟ ଥିବାରୁ ତାଙ୍କୁ ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ଭାବେ ଜଣାଯାଏ । ଜୀବନୀ ଶ୍ୟାମସୁନ୍ଦର, ପୁରୀର ମଣିକର୍ଣ୍ଣିକା ସାହିରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ତାଙ୍କର ସଙ୍ଗୀତ ପ୍ରତି ଆକର୍ଷଣ ରହିଥିଲା । ପିତାମାତାଙ୍କ ମନାକରିବା ସତ୍ତ୍ୱେ ସେ ରାତି ଅନିଦ୍ରା ହୋଇ ସୁଆଙ୍ଗ, ଲୀଳା ଆଦି ଦେଖୁଥିଲେ । କମ ବୟସରୁ ତାଙ୍କର ପିତାଙ୍କର ଦେହାନ୍ତ ହୋଇଯାଇଥିଲା । ସଂସ୍କୃତ ଟୋଲରେ ସେ ପାଠ ପଢ଼ିଥିଲେ । ଜଗନ୍ନାଥ ପ୍ରତିହାରୀ, ହରିହର ରାୟଗୁରୁ ଓ ଚିନ୍ତାମଣି ମିଶ୍ର ଆଦି ଗୁରୁଙ୍କଠାରୁ ସେ ଓଡ଼ିଶୀ ସଙ୍ଗୀତ ଓ ମର୍ଦ୍ଦଳ ବାଦନ ଶିକ୍ଷାଲାଭ କରିଥିଲେ । ପୁରୀର କାଳିକାକୋଟ ଥିଲା ତାଙ୍କର ସଙ୍ଗୀତ ସାଧନା କେନ୍ଦ୍ର । ସେ ଆକାଶବାଣୀ କଟକ କେନ୍ଦ୍ରର ନିୟମିତ କଣ୍ଠଶିଳ୍ପୀ ଥିଲେ ଓ କଟକ କେନ୍ଦ୍ର ସ୍ଥାପନ ହେବା ଆଗରୁ ଆକାଶବାଣୀ କଲିକତା କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରୁଥିଲେ । ୧୯୫୪ମସିହାରେ ଦିଲ୍ଲୀର ଲାଲ କିଲ୍ଲାଠାରେ ଏକ ସଙ୍ଗୀତ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶୀ ସଙ୍ଗୀତ ଓ ମର୍ଦ୍ଦଳ ବାଦନ ପରିବେଷଣ କରିଥିଲେ । ନିଜ ଘରେ ସେ "ଶ୍ୟାମସୁନ୍ଦର ସଙ୍ଗୀତ ମହାବିଦ୍ୟାଳୟ" ପ୍ରତିଷ୍ଠା କରି, ସଙ୍ଗୀତ ଶିକ୍ଷାଦାନ କରୁଥିଲେ । ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ ନୃସିଂହନାଥ ଖୁଣ୍ଟିଆ, ମାର୍କଣ୍ଡେୟ ମହାପାତ୍ର, କାଶୀନାଥ ପୂଜାପଣ୍ଡା, ଲୋକନାଥ ପାଳ, ଲୋକନାଥ ରଥ, ପଶ୍ଚିମେଶ୍ୱର ଜେନା, ଅଖିଳ କୁମାର ଲେଙ୍କା, ଶ୍ୟାମାମଣି ପଟ୍ଟନାୟକ ଓ ଗୋପାଳ ଚନ୍ଦ୍ର ପଣ୍ଡା ଅନ୍ୟତମ । ଓଡ଼ିଶାର ପ୍ରାୟ ସମସ୍ତ ମର୍ଦ୍ଦଳ ଗୁରୁ ସିଂହାରୀଙ୍କ ଶିଷ୍ୟ ଓ ଅଭିନୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅନନ୍ୟ ଦକ୍ଷତା ଥିଲା । ସେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ନୃତ୍ୟାଭିନୟରେ ଶିକ୍ଷା ପ୍ରଦାନ କରିଛନ୍ତି । ୧୯୭୫ ମସିହା ମାର୍ଚ୍ଚ ୧୬ତାରିଖରେ ଶ୍ୟାମସୁନ୍ଦର କର ଇହଲୀଳା ସମ୍ବରଣ କରିଥିଲେ । ଗାୟକୀ ସିଂହାରୀ ଶ୍ୟାମସୁନ୍ଦର କର ପୁରୀରେ ଜନ୍ମିତ ହୋଇଥିବାରୁ ତାଙ୍କ ଗାୟନ ଶୈଳୀରେ ପୁରୀର ଗଭୀର ଛାପ ରହିଛି । ଅଧୁନା ୟୁଟ୍ୟୁବରେ ତାଙ୍କର ତିନିଗୋଟି ସଙ୍ଗୀତ ଗ୍ରାମୋଫୋନରୁ ଉଦ୍ଧାର କରାଯାଇ ଛଡ଼ାଯାଇଛି । ସେଗୁଡ଼ିକ ହେଲା ଦୀନବାନ୍ଧବ ଦଇତାରୀ (ଜଣାଣ) ଓ କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରୀ ଚମ୍ପୂରୁ ଦୁଇଗୋଟି ଗୀତ - ଛଳବାହିନୀଶ ହେ (ଛ ଗୀତ) ଓ କ୍ଷମାନୁକମ୍ପାଧର ହେ କ୍ଷ ଗୀତ । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୦ ଜୁନ ବର୍ଷର ୧୬୧ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୬୨ତମ । ବର୍ଷ ଶେଷ ହେବା ପାଇଁ ଆଉ ୨୦୪ ଦିନ ବାକି ଅଛି । |
କାଙ୍ଗରା ଦୁର୍ଗ : ଭାରତୀୟ ରାଜ୍ୟ ହିମାଚଳପ୍ରଦେଶର କାଙ୍ଗରାଠାରେ ଅବସ୍ଥିତ । ଏହା ରାଜ୍ୟ ରାଜଧାନୀ ଧର୍ମଶାଳାଠାରୁ ୨୦ କିଲୋମିଟର ଦୂର । ଇତିହାସ ମହାଭାରତରେ ଉଲ୍ଲେଖ ଥିବା ତ୍ରିଗର୍ତ ରାଜବଂଶର ଦାୟାଦ କୁହାଯାଉଥିବା କାଙ୍ଗରା ରାଜପୁତ ରାଜପରିବାରଦ୍ୱାରା ଏହି ଦୁର୍ଗ ନିର୍ମିତ ହେଇଥିଲା । ଏହା ହିମାଲୟ ପର୍ବତଞ୍ଚଳର ସର୍ବ ବୃହତ ଓ ସର୍ବପୁରାତନ ଦୁର୍ଗ ବୋଲି କଥିତ ଅଛି । ୧୬୧୫ ମସିହାରେ ଆକବରଙ୍କ ଆକ୍ରମଣରୁ ଏହି ଦୁର୍ଗ ବର୍ତି ଯାଇଥିବା ବେଳେ ୧୬୨୦ ମସିହାରେ ଜାହାଙ୍ଗୀର ଏହାକୁ ଅଧିକାର କରିଥିଲେ । ଏଠାରେ ଜାହାଙ୍ଗୀର ତାଙ୍କର ସୈନ୍ୟ ଦଳ ରଖିଥିଲେ । ରାଜା ସଂସାର ଚାନ୍ଦ - ତାଙ୍କର ପୂର୍ବଜମାନଙ୍କର ଏହି ଦୁର୍ଗକୁ ୧୭୮୯ ମସିହାରେ ଉଦ୍ଧାର କରିବାରେ ସକ୍ଷମ ହେଇଥିଲେ । . ଏହି ଦୁର୍ଗ ଏକ ଭୂମିକମ୍ପଦ୍ୱାରା ପ୍ରଭୁତ ଭାବରେ କ୍ଷ୍ୟତିଗ୍ରସ୍ତ ହେବା ପୂର୍ବରୁ ୧୯୦୫ ମସିହା ଯାଏ ବ୍ରିଟିଶ ସେନାଙ୍କ ଅଧୀନରେ ଗାରିସନ ଭାବରେ ବ୍ୟବହାର ହଉଥିଲା । ଅବସ୍ଥିତି ଦୁର୍ଗର ଅବସ୍ଥିତି 32.1 76.27 / 32.1; 76.27 ଠାରେ । ଏହା କଙ୍ଗ୍ର ପର୍ବତର ଗଡାଣି ଓ ଓ ନିକଟସ୍ଥ ବନଗଙ୍ଗା ଓ ମାଝି ନଦୀର ସଙ୍ଗମ ସ୍ଥଳ ନିକଟରେ ଅବସ୍ଥିତ । ପୁରାତନ କାଙ୍ଗର ଦୁର୍ଗ ନିକଟରେ ଜୟନ୍ତୀ ମାଲା ମନ୍ଦିର ମଧ୍ୟ ଅବସ୍ଥିତ । ଏହି ମନ୍ଦିର ଗୁରଖା ସେନା ବାହିନୀର ଜେନେରାଲଙ୍କଦ୍ୱାରା ନିର୍ମିତ ହେଇଥିଲା । ଏଠାରେ ଏକ ଛୋଟ ମ୍ୟୁଜିୟମ ମଧ୍ୟ ରହିଛି । ଏଠାରେ କାଙ୍ଗରା ଦୁର୍ଗର ଏଇତିହାସିକ ସ୍ମାରକୀ ରହିଛି । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୦ ଜାନୁଆରୀ ବର୍ଷର ୨୦ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୫ ଦିନ ବାକି ଅଛି ଅଧିବର୍ଷ ଗୁଡ଼ିକରେ ୩୪୬ ଦିନ । ଜନ୍ମ ୧୯୦୧ ବିଚ୍ଛନ୍ଦଚରଣ ପଟ୍ଟନାୟକ, ଓଡ଼ିଆ ସାହିତ୍ୟିକ (ମୃତ୍ୟୁ: ୧୯୬୧) ୧୯୩୮ ପ୍ରଣବ ପଟ୍ଟନାୟକ, ଜୟଦେବ ପୁରସ୍କାର ପ୍ରାପ୍ତ ଗାୟକ ୧୯୪୦ ହରିହର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ୧୯୪୯ ଅଜିତ ଦାସ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଅଭିନେତା ଓ ନାଟ୍ୟଗୁରୁ (ମୃତ୍ୟୁ: ୧୩ ସେପ୍ଟେମ୍ବର ୨୦୨୦) ମୃତ୍ୟୁ ଘଟଣାବଳୀ ୧୯୩୬ ଏଡୱାର୍ଠ-ଅଷ୍ଟମ ଇଂଲଣ୍ଡର ରାଜାଭାବେ ଅଭିଷିକ୍ତ। ୧୯୮୬ ଆମେରିକାରେ ମାର୍ଟିନ ଲୁଥର କିଙ୍ଗଙ୍କ ଜନ୍ମ ଦିବସକୁ ଜାତୀୟ ସ୍ଥରରେ ଛୁଟିଦିନ ଘୋଷଣା । ୧୯୮୮ ଆଣ୍ଡ୍ୟୁ ହଫମ୍ୟାନ୍ ସ୍କେଟିଂରେ ବିଶ୍ୱ ରେକର୍ଡ । ୧୯୯୦ ମହାକାଶ ଯାନ କଲମ୍ବିଆ-୧୦ ଅବତରଣ । ୧୯୯୩ ବିଲ କ୍ଲିଣ୍ଟନ ଆମେରିକାର ୪୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ। |
ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ ( :/ /)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା । ଇତିହାସ ଆଧୁନିକ ଆଣ୍ଡ୍ରଏଡ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, .ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା । |
ବଦ୍ରିନାରାୟଣ ପାତ୍ର (ଜନ୍ମ: ୧୪ ନଭେମ୍ବର ୧୯୪୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ବଦ୍ରିନାରାୟଣ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସେ ୧୬ଶ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୦, ୨୦୦୦, ୨୦୦୯, ୨୦୧୪ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଯଥାକ୍ରମେ ୧୦ମ, ୧୨ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର ବଦ୍ରିନାରାୟଣ ପାତ୍ର ୧୯୪୩ ମସିହାର ନଭେମ୍ବର ମାସ ୧୪ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷମାକର ପାତ୍ର । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର । ତାଙ୍କ ପତ୍ନୀଙ୍କ ନାମ ସ୍ୱର୍ଣ୍ଣପ୍ରଭା ପାତ୍ର । ରାଜନୈତିକ ଜୀବନ ବଦ୍ରିନାରାୟଣ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । |
ଫୁରଲିଝରଣ ଇଂରାଜୀ: , / / ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସଦରମହକୁମା ଭବାନୀପାଟଣା ପାଖରେ ଥିବା ଏକ ଚିରଝର ଜଳପ୍ରପାତ । ଏହା ୧୬ ମିଟର ଉଚ୍ଚ ଓ ଏହାର ସୂର୍ଯ୍ୟକିରଣ ଯୋଗୁ ସୃଷ୍ଟି ହେଉଥିବା ବହୁରଙ୍ଗୀ ଇନ୍ଦ୍ରଧନୁ ନିମନ୍ତେ ପରିଚିତ । ଏହା ରାଜ୍ୟର ଏକ ଜଣାଶୁଣା ଜଳପ୍ରପାତ ଓ ବଣଭୋଜି ନିମନ୍ତେ ଜଣା ଏକ ପର୍ଯ୍ୟଟନ ସ୍ଥଳୀ । ଏହା କରଳାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଅବସ୍ଥିତ । |
ଏପିଡର୍ମଏଡ ସିଷ୍ଟ ସାଧାରଣତଃ ଅଗମ୍ଭୀର ଚର୍ମ ସିଷ୍ଟ । ସାଧାରଣତଃ ରୋଗୀମାନେ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ, ଯେପର୍ଯ୍ୟନ୍ତ ଏକ ପୁଞ୍ଜିତ ପୂଯ ତିଆରି ହୋଇନଥାଏ କିମ୍ବା ଆଭ୍ୟନ୍ତରୀଣ ଭାବରେ ଫାଟି ନଥାଏ । ଏକ ଅନ୍ଧାରୁଆ ଗାତ ଉପସ୍ଥିତ ଥାଇପାରେ । ସେଗୁଡ଼ିକ ମୁହଁ, ବେକ ଏବଂ ଦେହରେ ଅଧିକ ଦେଖାଯାଏ; ଯଦିଓ ଯେ କୌଣସି ସ୍ଥାନରେ ସୃଷ୍ଟି ହୋଇପାରେ । ବର୍ଷ ବର୍ଷ ଧରି ସେମାନେ ଧୀରେ ଧୀରେ ବଢ଼ନ୍ତି ବିରଳ ଜଟିଳତା ମଧ୍ୟରେ କର୍କଟ ହୋଇପାରେ । ସାଧାରଣତ ସେଗୁଡ଼ିକ ଅନିୟମିତ ଭାବରେ ସୃଷ୍ଟି ହୁଏ ଯଦିଓ ଗାର୍ଡନର୍ ସିଣ୍ଡ୍ରୋମ, ଗୋର୍ଲିନ୍ ସିଣ୍ଡ୍ରୋମ ଏବଂ ଔଷଧ ସାଇକ୍ଲୋସ୍ପୋରିନ ସହିତ ଜଡିତ ହୋଇପାରେ । ସେଗୁଡିକ ଏପିଡର୍ମିସ୍ (ଚର୍ମର ଉପର ସ୍ତର) ତଳେ ଘଟିଥାଏ ଏବଂ ସେଥିରେ କେରାଟିନ ଭର୍ତି ହୋଇଥାଏ । ଲକ୍ଷଣ ଏବଂ ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ କରାଯାଏ । ଲକ୍ଷଣ ନଥିବା ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ନାହିଁ । କ୍ୟାପସୁଲକୁ ହଟାଇବା ପାଇଁ ପ୍ରୟାସ ସହିତ ବଡ଼ ସିଷ୍ଟ ଥିଲେ ଅସ୍ତ୍ରୋପଚାର କରି ଅପସାରଣ କରାଯାଇପାରେ । ସଂକ୍ରମିତ ହୋଇଥିଲେ ଆଣ୍ଟିବାୟୋଟିକ ସହିତ ଇନସାଇଜ ଓ ନିଷ୍କାସନ କରାଯାଇପାରେ । ସେଗୁଡ଼ିକ ହେଉଛି ସାଧାରଣ ପ୍ରକାରର ସିଷ୍ଟ । ଏହି ରୋଗ ୩୦ ଓ ୪୦ ଦଶକରେ ଦେଖାଯାଏ । ସେମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ମହିଳାଙ୍କୁ ପ୍ରଭାବିତ କରନ୍ତି । ସେବମ ନ ଥିବାରୁ ସେମାନଙ୍କୁ ଭୁଲ୍ ଭାବରେ "ସେବାସିସ୍ ସିଷ୍ଟ" ଭାବରେ ସମ୍ବୋଧିତ କରାଯାଇଛି । |
ମୁକ୍ତିୟାର୍ ଅଲ୍ଲୀ ଜଣେ ରାଜସ୍ଥାନୀ ଲୋକଗୀତ ଗାୟକ । ସେ ସୁଫି ସଙ୍ଗୀତର ମୌଖିକ ପରମ୍ପରା ମିରାସିସ୍ ସମ୍ପ୍ରଦାୟର ଜଣେ ସେମି-ନୋମାଡିକ୍ ଗାୟକ ଭାବରେ ଜଣାଶୁଣା । ତାଙ୍କ ପରିବାରର ପୁରୁଷମାନେ ଅନେକ ପିଢ଼ିରୁ ମୁଖ୍ୟତଃ ସୁଫି ସଙ୍ଗୀତ ସହିତ ଜଡ଼ିତ ଅଛନ୍ତି । ସେ କବୀର, ମୀରାବାଇ, ବୁଲେଃ ଶାହା ଭଳି କବିମାନଙ୍କର କବିତାକୁ ମୁଖ୍ୟତଃ ଗାନ କରିଥାନ୍ତି । ହଦ୍ ଅନହଦ୍ କଥାଚିତ୍ର ପାଇଁ ସେ କବୀରଙ୍କର ଅନେକ ଗୀତ ଗାଇଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା । ୨୦୦୭ ମସିହାରେ ସେ ଆନ୍ତର୍ଜାତୀୟ ସଙ୍ଗୀତ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଅନେକ ହିନ୍ଦୀ କଥାଚିତ୍ରରେ କଣ୍ଠଦାନ କରିଛନ୍ତି, ଯେଉଁଥିରୁ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ଫାଇଣ୍ଡି ଫେନିର ଗୀତ 'ଫେନି ରେ' ପାଇଁ ତାଙ୍କୁ ଗ୍ଲୋବାଲ୍ ଇଣ୍ଡିୟାନ୍ ମ୍ୟୁଜିକ୍ ଏକାଡେମୀ ଅୱାର୍ଡ୍ସଦ୍ୱାରା ଶ୍ରେଷ୍ଠ ନବାଗତ ଗାୟକ ଭାବରେ ପୁରସ୍କୃତ କରାଯାଇଥିଲା । ସେ ଫ୍ରେଞ୍ଚ ସଙ୍ଗୀତକାର ମଠିଆସ୍ ଡୁପ୍ଲେସାଏଙ୍କ ସହିତ ଏକ କଥାଚିତ୍ରରେ କାମ କରିଥିଲେ । |
ସାର ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ, ଏଫ୍.ଆର୍.ସି.ଏସ୍.ଇଂଲାଣ୍ଡ, ଏଫ୍.ଆର୍.ଏସ୍., ଏଫ୍.ଆର.ଏସ୍.ଇ. (୬ ଅଗଷ୍ଟ ୧୮୮୧ - ୧୧ ମାର୍ଚ୍ଚ ୧୯୫୫) ସ୍କଟଲ୍ୟାଣ୍ଡର ବାସିନ୍ଦା ଥିଲେ ଓ ଜଣେ ଜୀବବିଜ୍ଞାନୀ, ଔଷଧ ବିଜ୍ଞାନୀ ତଥା ଉଦ୍ଭିଦ ବିଜ୍ଞାନୀ ଥିଲେ । ସେ ବାକ୍ଟେରିଓଲୋଜି, ଇମ୍ମ୍ୟୁନୋଲୋଜି ଓ କେମୋଥେରାପି ବିଷୟମାନଙ୍କରେ ଅନେକ ସନ୍ଦର୍ଭ ଲେଖିଛନ୍ତି । ତାଙ୍କର ବିଖ୍ୟାତ ଆବିଷ୍କାର ମଧ୍ୟରେ ୧୯୨୩ ମସିହାରେ ଲାଇସୋଜାଇମ ଏଞ୍ଜାଇମ ଥିଲା । ୧୯୨୮ ମସିହାରେ ପେନିସିଲିଅମ୍ ନୋଟାଟମରୁ ପେନିସିଲିନ୍ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ନିମନ୍ତେ ସେ ୧୯୪୫ ମସିହାରେ ଫିଜିଓଲୋଜି କିମ୍ବା ମେଡିସିନରେ ହୋବାର୍ଡ ଫ୍ଲୋରେ ଓ ଏର୍ନ୍ସ୍ଟ ବୋରିସ୍ ଚେନଙ୍କ ସହ ନୋବେଲ ପୁରସ୍କାର ପାଇଥିଲେ । ଜୀବନୀ ପ୍ରାକ ଜୀବନ ଓ ଶିକ୍ଷା ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ ସ୍କଟଲାଣ୍ଡର ଡାର୍ଭେଲ ପାଖାରେ ଲୋଚଫିଲ୍ଡ ଫାର୍ମରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ପିତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କର ତୃତୀୟ ସନ୍ତାନ ଥିଲେ । ତାଙ୍କ ପିତା ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କାର ମାତାଙ୍କୁ ବିବାହ କଲାବେଳେ ବୟସ ୫୯ ହୋଇଥିଲା । ତାଙ୍କୁ ୭ ବର୍ଷ ବୟସ ହୋଇଥିଲା ବେଳେ ପିତାଙ୍କର ମୃତ୍ୟୁ ହୋଇଥିଲା । ଫ୍ଲେମିଙ୍ଗ ଲାଉଡୁନ ମୁର ସ୍କୁଲ ଓ ଡାର୍ଭେଲ ସ୍କୁଲରେ ଶିକ୍ଷା ଲାଭ କରି ଦୁଇ ବର୍ଷର ବୃତ୍ତି ପାଇଲେ । ତା ପରେ ସେ ଲଣ୍ଡନ ଯାଇ ରୟଲ ପଲିଟେକନିକ ଇନସ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ଗୋଟିଏ ଜାହାଜ କମ୍ପାନୀରେ ଚାରି ବର୍ଷ କାମ କଲାପରେ ସେ କିଛି ପୈତୃକ ଧନ ପାଇଲେ । ତାଙ୍କର ବଡ଼ ଭାଇ ଟମ ଜଣେ ଡାକ୍ତର ଥିଲେ ଓ ତାଙ୍କୁ ଡାକ୍ତରୀ ବିଦ୍ୟା ପଢିବାକୁ ଉତ୍ସାହିତ କଲେ । ପାଡିଙ୍ଗଟନର ସେଣ୍ଟ ମେରି ମେଡିକାଲ ସ୍କୁଲରୁ ୧୯୦୬ ମସିହାରେ ଏମ୍.ବି.ବି.ଏସ୍. ଡିଗ୍ରୀ ହାସଲ କଲେ । ଏହା ପରେ ସେ ସାର ଆଲମ୍ରୋଥ ରାଇଟଙ୍କର ସହାୟକ ବ୍ୟାକ୍ଟେରିଓଲୋଜିସ୍ଟ ଭାବେ ଯୋଗ ଦେଲେ । ସେ ୧୯୦୮ ମସିହାରେ ବ୍ୟାକ୍ଟେରିଓଲୋଜିରେ ସ୍ୱର୍ଣ୍ଣ ପଦକ ସହ ବି.ଏସ୍.ସି ଡିଗ୍ରୀ ପାଇଲେ । ପ୍ରଥମ ବିଶ୍ୱ ଯୁଦ୍ଧରେ କ୍ୟାପଟେନ ହିସାବରେ ଯୁଦ୍ଧ କରି ଫେରିବା ପରେ ୧୯୨୮ ମସିହାରେ ତାଙ୍କୁ ୟୁନିଭରସିଟି ଅଫ ଲଣ୍ଡନରେ ପ୍ରଫେସର ପଦବୀ ମିଳିଲା । ଗବେଷଣା ଆକସ୍ମିକ ଆବିସ୍କାର ସ୍ଟାଫିଲୋକୋକସ ଜୀବାଣୁର ପ୍ରପର୍ଟି ବିଷୟ ନୁସନ୍ଧାନ ୧୯୨୭ ମସିହାରେ କରୁଥିଲେ । ଲାବୋରେଟରୀର ଜିନିଷପତ୍ର ଇତଃସ୍ତତ ଭାବରେ ଥାଏ । ଅନେକ ଗୁଡିଏ ସ୍ଟାଫିଲୋକୋକସ କଲଚର ପ୍ଲେଟ ଥିଲା । ସେପ୍ଟେମ୍ବର ୩ ତାରିଖ ୧୯୨୮ ମସିହାରେ ଛୁଟିରୁ ଫେରି ସେ ଦେଖିଲେ ଗୋଟିଏ କଲଚର ପ୍ଲେଟରେ ଫିମ୍ପି ଲାଗିଯାଇଛି ଓ ଫିମ୍ପି ଲାଗିଥିବା ସ୍ଟାଫିଲୋକୋକସ ମନ୍ଦା ଚାରିପାଖରେ କିଛି ଅଂଶ ମରିଯାଇଛି । ସେହି ଫିମ୍ପି ଥିବା ସ୍ଥାନଠାରୁ ଦୂରରେ ଥିବା ସ୍ଟାଫିଲୋକୋକସ ମନ୍ଦା ମରିନାହିଁ । ସେହି ଫିମ୍ପିକୁ କଲଚର କରି ଦେଖିଲେ ତାହା ମଧ୍ୟରୁ ଏକ ପ୍ରକାର ରସ ନିର୍ଗତ ହେଉଛି । ଏହି ଫିମ୍ପିର ନାମକୁ ସେ ପେନିଲିଅମ ଜେନସ ନାମ ଦେଇ ରଖିଲେ ଓ ସେହି ରସ ଭଳି ପଦାର୍ଥକୁ ୭ ମାର୍ଚ୍ଚ ୧୯୨୯ ମସିହାରେ ପେନିସିଲିନ ନାମ ଦେଲେ । ସମ୍ମାନ ଓ ପୁରସ୍କାର ଫ୍ଲେମିଙ୍ଗ ୧୯୪୫ ମସିହାରେ ନୋବେଲ ପୁରସ୍କାର ପାଇଥିଲେ । ତାଙ୍କ ସହ ସହ ବିଜେତା ଭାବେ ଫ୍ଲୋରେ ଓ ଚେନ ମଧ୍ୟ ଏହି ପୁରସ୍କାର ପାଇଥିଲେ । ପୋଣ୍ଟିଫିକାଲ୍ ଏକାଡେମି ଅଫ ସାଇନ୍ସରେ ସଭ୍ୟ ଥିଲେ । ରୟଲ ସୋସାଇଟି ଅଫ୍ ଲଣ୍ଡନର ଫେଲୋ ଥିଲେ । ଇଂଲଣ୍ଡର ରୟଲ କଲେଜ ଅଫ୍ ସର୍ଜନଦ୍ୱାରା ହଣ୍ଟେରିଆନ ପ୍ରଫେସର ପଦବୀ ପାଇଥିଲେ । କିଙ୍ଗ ଜର୍ଜ ତାଙ୍କୁ ୧୯୪୪ ମସିହାରେ ନାଇଟ ବ୍ୟାଚେଲର ଉପାଧି ଦେଇଥିଲେ । ତାଙ୍କୁ ଅର୍ଡର ଅଫ୍ ଆଲ୍ଫୋନ୍ସୋ ଦି ବାଇଜ୍ର ନାଇଟ ଗ୍ରାଣ୍ଡ କ୍ରସ କରା ଯାଇଥିଲା । ଟାଇମ ମାଗାଜିନ ତାଙ୍କୁ ବିଂଶ ଶତାବ୍ଦୀର ବିଶିଷ୍ଟ ଲୋକ ଭାବେ ଘୋଷଣା କରିଥିଲା । ୨୦୦୨ ମସିହାରେ ବି.ବି.ସି. ତାଙ୍କୁ ଇଂଲାଣ୍ଡର ୧୦୦ ବିଶିଷ୍ଟ ଲୋକ ହିସାବାରେ ଗଣ ଭୋଟଦ୍ୱାରା ସମ୍ମନିତ କରିଥିଲା । ମାଡ୍ରିଡର ବୁଲ୍ରିଙ୍ଗ୍ ସମ୍ମୁଖରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ରେଗ ସହରର ଗୋଟିଏ ଛକକୁ ତାଙ୍କ ନାମ ଅନୁସାରେ ନାମ କରଣ କରାଯାଇଛି । ସୋଫିଆ ବୁଲଗେରିଆର ଗୋଟିଏ ସ୍କୁଲର ନାମକୁ ତାଙ୍କର ନାମ ଦିଆଯାଇଛି । ୨୦୦୯ ମସିହାରେ ୫ ପାଉଣ୍ଡ ନୋଟରେ ତାଙ୍କର ଛବି ସ୍ଥାନ ପାଇଥିଲା । ଗୋଟିଏ ଆସ୍ଟେରଏଡର ନାମ '୯୧୦୦୬ ଫ୍ଲେମିଙ୍ଗ' ଦିଆଯାଇଛି । |
ନୱସୀନ ନହରୀନ ମୋଉ ବଙ୍ଗଳା: (1985-08-15)ଅଗଷ୍ଟ ୧୫, ୧୯୮୫ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ଦୂରଦର୍ଶନ ଏବଂ ବଙ୍ଗଳାଦେଶର କଥାଚିତ୍ର ଜଗତରେ ଅଭିନୟ କରନ୍ତି । ସେ ପ୍ରାର୍ଥନା, ମୁଖୋଷ ମନୁଷ ଆଦି ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ଏତଦ୍ ବ୍ୟତୀତ ସେ ଜଣେ ମଡେଲ, ଦୂରଦର୍ଶନ ତଥା ରେଡ଼ିଓ ଉପସ୍ଥାପିକା ଏବଂ ସେ ବିଭିନ୍ନ ମଞ୍ଚରେ ମଧ୍ୟ ବିଭିନ୍ନ ନାଟକରେ ଅଭିନୟ କରିଛନ୍ତି । ୨୦୦୭ ମସିହାରୁ ସେ ବିଭିନ୍ନ ଦୂରଦର୍ଶନ ବିଜ୍ଞାପନ ଏବଂ ଖବର କାଗଜ ତଥା ପ୍ରିଣ୍ଟି ମିଡ଼ିଆ ବିଜ୍ଞାପନରେ ଜଣେ ମଡେଲ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ସେ ରେଡ଼ିଓର ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ରେଡ଼ିଓ ଟୁ-ଡେ, ରେଡ଼ିଓ ଫ୍ରୁଟି, ଧମାକା ଏଫ୍ଏମ୍ ଏବଂ ରେଡ଼ିଓ ଅମ୍ବର ଭଳି ବେତାର କେନ୍ଦ୍ରରେ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ । ପ୍ରାରମ୍ଭିକ ଜୀବନ ନୱସୀନ ନହରୀନ ମୋଉ ୧୯୮୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଖୁଲ୍ନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ ମୁଖ୍ୟତଃ ବାଂଲାଦେଶର ବିଭିନ୍ନ ଜିଲ୍ଲାମାନଙ୍କରେ କଟିଛି । ତାଙ୍କ ବାପା ଶେକ୍ ଅମଜାଦ ହୁସେନ ବଙ୍ଗଳାଦେଶ ବୈଷୟିକ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ଜସ୍ମିନ ଅଖତାର ଜଣେ ଗୃହିଣୀ । ସେ ମାତ୍ର ସାତ ବର୍ଷ ବୟସରେ ନୃତ୍ୟ କରିବା ଆରମ୍ଭ କରିଥିଲେ । ୧୯୯୪ ମସିହାରେ ତାଙ୍କୁ ନୃତ୍ୟରେ ଖେଳଘର ପୁରସ୍କାର ମିଳିଥିଲା । ସେ ତାଙ୍କର ପେଶା ଜଣେ ରେଡ଼ିଓ ଉପସ୍ଥାପିକା ଭାବରେ କାର୍ଯ୍ୟ କରି ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ବଙ୍ଗଳାଦେଶର ଦୂରଦର୍ଶନ ଆର୍ଟିଭିରେ ପ୍ରସାରିତ ଏକ ଟେଲିଫୋନିକ୍ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା "ଜେଗେ ଅଛୋ କି" । ୨୦୦୮ ମସିହାରୁ ୨୦୧୧ ମସିହା ଯାଏଁ ଚାଲିଥିବା ଏହି କାର୍ଯ୍ୟକ୍ରମଟି ସେହି ସମୟରେ ଅନେକ ଲୋକପ୍ରିୟତା ପାଇଥିଲା । ପେଶା ନୱସୀନ ନହରୀନ ମୋଉଙ୍କୁ ଲୋକମାନେ ମୁଖ୍ୟତଃ ନୱସୀନ ନାମରେ ହିଁ ଜାଣନ୍ତି । ସେ ଜଣେ ରେଡ଼ିଓ ଉପସ୍ଥାପିକା ଭାବରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସେ ସେ ଜଣେ ମଡେଲ ଭାବରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଜଣେ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଦୂରଦର୍ଶନରେ କାର୍ଯ୍ୟ କରୁଛନ୍ତି । "ଧୂପଛାୟ" ଧାରାବାହିକ ଜରିଆରେ ସେ ଛୋଟ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୬ ମସିହାରେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ସେ ତାଙ୍କର ସହ-କଳାକାର ହିଲୋଲଙ୍କ ସହ ଅଭିନୟ ଆରମ୍ଭ କରିଥିଲେ । ୨୦୧୫ରୁ ୨୦୧୭ ଯାଏଁ ସେ ରେଡ଼ିଓ ଅମ୍ବରର ଜଣେ ପ୍ରୋଗ୍ରାମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୧୦ରେ ଅନ୍ୟ ଏକ ବଙ୍ଗଳା ରେଡ଼ିଓ "ଚେନାଲ ଆଇ" ରେ ପ୍ରୋଗ୍ରାମ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୩ ମସିହାରେ ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏତଦ୍ ବ୍ୟତୀତ ସେ ୨୦୧୬ରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କା, ୨୦୧୨ରେ ବାଂଲାଦେଶ ପ୍ରିମିୟର ଲିଗ୍ର ପ୍ରଥମ ସଂସ୍କରଣର ଆରମ୍ଭ କାର୍ଯ୍ୟକ୍ରମ ଆଦିରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । |
ମଧୁସ୍ମିତା ମହାନ୍ତି, (ଜନ୍ମ: ୧୫ ଜୁଲାଇ ୧୯୭୩) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ମଧୁସ୍ମିତା ଏକଳ ଓ ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ଜେନାଙ୍କ ସହ ଯୁଗଳ ନୃତ୍ୟ ପାଇଁ ପରିଚିତ । ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ପାଇଁ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଯୁବ ପୁରସ୍କାର, ମାହାରୀ ସମ୍ମାନ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସିନିୟର ଫେଲୋସିପ ଆଦି ପ୍ରାପ୍ତ ହୋଇଛି । ବ୍ୟକ୍ତିଗତ ଜୀବନ ଓ ଶିକ୍ଷା ମଧୁସ୍ମିତା ୧୯୭୩ ମସିହା ଜୁଲାଇ ୧୫ ତାରିଖରେ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବଂଶୀବାଦକ । ସେ ୭ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ନୃତ୍ୟଗୁରୁ ଥିଲେ ତମାଳ ପାତ୍ର । ୧୯୮୪ ମସିହାରେ ସେ ଓଡ଼ିଶା ଡାନ୍ସ ଏକାଡ଼େମୀରେ ଯୋଗ ଦେଇଥିଲେ । ସେଠାରେ ସେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ଅରୁଣା ମହାନ୍ତି ଓ ଗଙ୍ଗାଧର ପ୍ରଧାନଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଓଡ଼ିଶୀରେ ଅଳଙ୍କାର ପୂର୍ଣ୍ଣ ଶିକ୍ଷା ସମାପ୍ତ କରିଛନ୍ତି । ଓଡ଼ିଶା ଡାନ୍ସ ଏକାଡ଼େମୀରେ ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ଜେନା ମଧ୍ୟ ନୃତ୍ୟ ଶିକ୍ଷା କରୁଥିଲେ । ୧୯୯୮ ମସିହା କୋଣାର୍କ ନୃତ୍ୟ ଉତ୍ସବରେ ରମେଶ ଓ ମଧୁସ୍ମିତାଙ୍କୁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନୃତ୍ୟ ନିର୍ଦ୍ଦେଶନା ହରଗୌରାଷ୍ଟକରେ ପ୍ରଥମ ଥର ଏକାଠି ନାଚିବାକୁ ସୁଯୋଗ ମିଳିଥିଲା । ଯୁଗଳ ନୃତ୍ୟରୁ ସେମାନଙ୍କର ବନ୍ଧୁତ୍ୱ, ୨୦୦୨ ମସିହାରେ ବିବାହରେ ପରିଣତ ହୋଇଥିଲା । ତାଙ୍କ କନ୍ୟା ତନିଶା ତନୁଶ୍ରୀ ମଧ୍ୟ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା । ନର୍ତ୍ତକୀ ଜୀବନ ମଧୁସ୍ମିତା ଓଡ଼ିଶା ଡାନ୍ସ ଏକାଡ଼େମୀ ଏକଳ ନୃତ୍ୟର ପ୍ରମୁଖ ନର୍ତ୍ତକୀ ଓ ସେହି ଅନୁଷ୍ଠାନର ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ । ସେ ଜର୍ମାନୀ, ଇଟାଲୀ, କ୍ରୋଏସିଆ ଓ ଇଂଲଣ୍ଡ ଆଦି ଦେଶରେ ନୃତ୍ୟ ପରିବେଷଣ କରିଛନ୍ତି । କୋଣାର୍କ ନୃତ୍ୟ ଉତ୍ସବ, ପଲ୍ଲବୋତ୍ସବ, ପୋଲାଚୀ ଉତ୍ସବ, କାଳିଦାସ ସମାରୋହ, ପୁରୀ ବେଳାଭୂମି ଉତ୍ସବ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀଦ୍ୱାରା ଆୟୋଜିତ ସ୍ୱର୍ଣ୍ଣ ନୃତ୍ୟ ସମାରୋହ, ସ୍ୱର୍ଣ୍ଣ ନୃତ୍ୟ ପ୍ରତିଭା ଆଦି କାର୍ଯ୍ୟକ୍ରମରେ ଓଡ଼ିଶା ଡାନ୍ସ ଏକାଡ଼େମୀର ମୁଖ୍ୟ ନର୍ତ୍ତକୀ ଭାବରେ ଓଡ଼ିଶୀ ପରିବେଷଣ କରିଛନ୍ତି । |
ଲାଲଗଞ୍ଜ, ବିହାର ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ଉତ୍ତର ପ୍ରଦେଶର ଆଜମ୍ଗଡ଼ ଜିଲ୍ଲାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତି ଲାଲଗଞ୍ଜ, ବିହାର ୨୫.୯୩୧୮ ଉତ୍ତର ଅକ୍ଷାଂଶ ଓ ୮୧.୭୦୪୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୯୮ ଫୁଟ ଉଚ୍ଚତାରେ ରହିଛି । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାଲଗଞ୍ଜ, ବିହାର ସହରର ମୋଟ ଜନସଂଖ୍ୟା ୧୧୮୧୦ ଅଟେ । ସେଥି ମଧ୍ୟରୁ ୫୧.୨୧% ଜଣ ପରୁଷ ହୋଇଥିବା ବେଳେ ୪୮.୭୯% ଜଣ ନାରୀ ଅଟନ୍ତି । ଲାଲଗଞ୍ଜ, ବିହାରର ସାକ୍ଷରତା ହାର ୫୮.୯୦% ଅଟେ । ଏହା ଜାତୀୟ ହାରଠାରୁ ୫.୯୪% ପ୍ରତିଶତ କମ ଅଟେ । ସେଥିରୁ ୩୪.୦୪% ପ୍ରତିଶତ ପୁରୁଷ ଓ ୨୪.୮୬% ନାରୀ ଅଟନ୍ତି । ୧୮.୩୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ହିନ୍ଦୀ ଲାଲଗଞ୍ଜ, ବିହାରର ସରକାରୀ ଭାଷା ଅଟେ । |
ବରୀନ୍ଦର ବାଳବୀର ସିଂହ ସରନ (ଜନ୍ମ 10 ଡିସେମ୍ବର, 1992 ) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ଜଣେ ଦ୍ରୁତ ଗତି ବୋଲର । ସେ ପଞ୍ଜାବ ରାଜ୍ୟ ପାଇଁ ଘରେଇ କ୍ରିକେଟ ଖେଳିବା ସହ ରେ 2015 ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ ଦଳ ପାଇଙ୍ଖେଲୁଥିଲେ । ସେ ଭାରତ ପାଇଁ ପ୍ରଥମ ଏକଦିବସୀୟ ଅନ୍ତର୍ଜାତିକ ମେଚ 2016 ମସିହା ଜାନୁୟାରୀ ମାସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିବା ସହ ଜିମ୍ବାବ୍ୱେ ବିରୁଦ୍ଧରେ ପ୍ରଥମ 20 ମେଚ ଖେଳିଥିଲେ । 20ରେ ସେ ଜିମ୍ବାବ୍ୱେ ବିରୁଦ୍ଧରେ ମାତ୍ର 10 ରନ ଦେଇ 4ଟି ୱିକେଟ ନେଇଥିଲେ ଯାହା ଟି20 ମେଚରେ ଭାରତର ଶ୍ରେଷ୍ଠ ବୋଲିଂ ରହିଛି । ଘରେଇ ଖେଳ ପ୍ରଦର୍ଶନ 17 ବର୍ଷ ହେବା ଯାଏ ବରୀନ୍ଦର କ୍ରିକେଟ ନ ଖେଳି ବକସିଙ୍ଗ ଓ ଦୌଡାଳି ଭାବରେ ଖେଳ ଜଗତରେ ଥିଲେ । ସେ ସେଥିରେ ପୁରସ୍କାର ମଧ୍ୟ ପାଇଥିଲେ । ତେବେ 2011-12 ସିଜନରେ ସେ ପଞ୍ଜାବ ଦଳ ପାଇଁ ରଣଜୀ ଟ୍ରଫି ଓ 20 ଦଳରେ ଖେଳିବା ପରେ ଆହତ ଜନିତ କାରଣରୁ 2014 ମସିହା ଯାଏ ଖେଳରୁ ଦୂରରେ ରହିଥିଲେ । 2015 ରେ ସେ ରାଜସ୍ଥାନ ରୟାଲ .ପାଇଁ ଚୁକ୍ତିବଦ୍ଧ ହେଇ ମାତ୍ର ଗୋଟିଏ ମେଚ ଖେଳି ଥିଲେ ଅନ୍ତର୍ଜାତିକ ପ୍ରଦର୍ଶନ ମାତ୍ର 8ଟି ଲିଷ୍ଟ ମେଚ ଖେଳିଥିବା ବରୀନ୍ଦର ଭାରତୀୟ ଏକଦିବାସୀୟ ଜାତୀୟ ଦଳରେ ଅଷ୍ଟ୍ରେଲିଆ ଗସ୍ତରେ ଖେଳି ପର୍ଥଠାରେ ପ୍ରଥମ ମେଚରେ ଫିଞ୍ଚ , ବର୍ନର ଓ ସ୍ମିଥଙ୍କୁ ଆଉଟ କରି ଥିଲେ । . ତାହା ପରେ ସେ ଭାରତୀୟ ଦଳ ସହ ଜିମ୍ବାବ୍ୱେ ଗସ୍ତରେ ଯାଇଥିଲେ । |
ବୋଭାଇନ ସ୍ପୋଞ୍ଜିଫର୍ମ ଏନକେଫାଲୋପାଥି (ଇଂରାଜୀ ଭାଷାରେ / , ସାଧାରଣରେ ଜଣାଶୁଣା ନାମ ମ୍ୟାଡ କାୱ ଡିଜିଜ ବା ପାଗଳା ଗାଈ ରୋଗ) ଏକ ସ୍ନାୟୁ କ୍ଷୟକାରି ରୋଗ ଗୋଜାତି ରୋଗ । ଏହି ରୋଗରେ ପରିବର୍ତ୍ତିତ ବ୍ୟବହାର, ଚାଲି ସମସ୍ୟା, ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ । ପରେ ଚଳପ୍ରଚଳ ଓ ଘୁଞ୍ଚିବା ଅକ୍ଷମତା ଦେଖାଯାଏ । ଇନକ୍ୟୁବେସନ ସମୟ ପ୍ରାୟ ୪ରୁ ୫ ବର୍ଷ । ଲକ୍ଷଣ ଦେଖାଯିବା ପରଠାରୁ କିଛି ସପ୍ତାହରୁ କିଛି ମାସ ମଧ୍ୟରେ ମୃତ୍ୟୁ ହୁଏ । ମଣିଷକୁ ଏହାର ଭାରିଆଣ୍ଟ କ୍ରଜଫେଲ୍ଟ ରୋଗ / ଯୋଗୁ ହୁଏ । ସନ ୨୦୧୮ ସୁଦ୍ଧା ପୃଥିବୀରେ ୨୩୧ ରୋଗୀ ଚିହ୍ନଟ ହୋଇଥିଲେ । ଏକ ପ୍ରକାର ମିସଫୋଲ୍ଡେଡ ପ୍ରୋଟିନ, ନାମ ପ୍ରିଅନ ଯୋଗୁ ଏହି ରୋଗ ହୁଏ । ସ୍ୱତଃ ରୋଗଗ୍ରସ୍ତ ହୋଇଥିବା ଯନ୍ତୁ ବା ସ୍କ୍ରାପି ସଂକ୍ରମିତ ମେଣ୍ଢାରୁ ତିଆରି ହୋଇଥିବା ସଂକ୍ରମିତ ମାଂସ ଓ ହାଡ଼ ଖାଦ୍ୟ ଖାଇଲେ ଏହି ରୋଗ ହେଉଥିବା ସନ୍ଦେହ କରାଯାଏ । ଏହି ମାଂସ ଓ ହାଡ଼ ଖାଦ୍ୟ ଖାଦ୍ୟ ପୋଷା ଗାଈମାନଙ୍କୁ ଦିଆହେବା ଯୋଗୁ ସଂଯୁକ୍ତ ରାଷ୍ଟ୍ରରେ ମଡ଼କ ପଡ଼ିଥିଲା । ଲକ୍ଷଣ ଦେଖି ସନ୍ଦେହ କରାଯାଏ ଓ ମସ୍ତିଷ୍କ ପରୀକ୍ଷା କରି ରୋଗ ନିଶ୍ଚିତ କରାଯାଏ । ଏହାକୁ କ୍ଲାସିକ ଓ ଆଟିପିକାଲ ନାମରେ ବର୍ଗୀକରଣ କରାଯାଏ ଓ ଅଟିପିକାଲକୁ ଏଚ- ଓ ଏଲ ଟାଇପରେ ବିଭକ୍ତ କରାଯାଏ । ସଂଯୁକ୍ତ ରାଷ୍ଟ୍ରରେ ପ୍ରତିଷେଧ ନିମନ୍ତେ ୩୦ ମାସରୁ ଅଧିକ ବୟସର ପଶୁଙ୍କୁ ମଣିଷ ବା ପଶୁଖାଦ୍ୟ ଯୋଗାଣର ଖାଦ୍ୟ ଦେବାର ପ୍ରତିବନ୍ଧ ଲାଗିଛି । ତିରିଶ ମାସ ବୟସରୁ ଅଧିକ ହୋଇଥିବା ଗାଈକୁ ଉପଯୁକ୍ତ ପରୀକ୍ଷା କରିବା ପରେ ମାନବ ଖାଦ୍ୟ ନିମନ୍ତେ ଦିଆଯାଏ । ଉତ୍ତର ଆମେରିକାରେ ଏଥି ଯୋଗୁ ନିର୍ଦ୍ଦିଷ୍ଟ ସଙ୍କଟ ଥିବା ଖାଦ୍ୟକୁ ପଶୁ ଖାଦ୍ୟ ଭାବରେ ଦିଆଯାଏନି । ଏହି ରୋଗ ନିର୍ମୁଳ କରିବା ନିମନ୍ତେ ପ୍ରାୟ ୪.୪ ନିୟୁତ ଗାଈଙ୍କୁ ମାରିଦିଆଯାଇଥିଲା । ସନ ୨୦୧୭ରେ ମାତ୍ର ୪ଟି କେଶ୍ ରିପୋର୍ଟ ହୋଇଥିଲା ଓ ଏହା ପ୍ରାୟ ନିଶ୍ଚିହ୍ନ ହୋଇଥିବା ମନେକରାଯାଉଥିଲା । ସଂଯୁକ୍ତ ରାଷ୍ଟ୍ରରେ ସନ୧୯୮୬ରୁ ୨୦୧୫ ମଧ୍ୟରେ ୧୮୪,୦୦୦ ରୋଗା ଗାଈ ଚିହ୍ନଟ ହୋଇଥିଲେ ଓ ୧୯୯୩ରେ ସର୍ବାଧିକ ଚିହ୍ନଟ ହୋଇଥିଲେ । ପୃଥିବୀର ଅନ୍ୟ ସ୍ଥାନମାନଙ୍କରେ ଅଧିକ କିଛି ହଜାର କେଶ୍ ରିପୋର୍ଟ ହୋଇଥିଲା । କିଛି ନିୟୁତ ରୋଗଗ୍ରସ୍ତ ଗାଈ ଖାଦ୍ୟ ଯୋଗାଣରେ ଥିଲେ ବୋଲି ବିଶ୍ୱାସ କରାଯାଏ । |
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଇଂରାଜୀ: ) ଓଡ଼ିଶାର ସମ୍ବଲପୁରସ୍ଥିତ ଏକ ବିଶ୍ୱବିଦ୍ୟାଳୟ । ଏହା ଦ୍ୱାରା ' ' ଗ୍ରେଡର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ । ପୂର୍ବରୁ ଏହା ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହାରୁ ଜଣା ଥିଲା । ଗଙ୍ଗାଧର ମେହେର ମହାବିଦ୍ୟାଳୟ ବାବଦରେ ୧୯୪୪ ମସିହାରେ ସମ୍ବଲପୁର ସହରରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ 'ସମ୍ବଲପୁର କଲେଜ' ନାମରେ ପ୍ରତିଷ୍ଠିତ ହୋଇ ତତ୍କାଳୀନ ଜିଲ୍ଲା ସ୍କୁଲରେ କାର୍ଯ୍ୟ କରୁଥିଲା । ପରେ କବି ଗଙ୍ଗାଧର ମେହେରଙ୍କ ନାମାନୁସାରେ ଏହାର ନାମ 'ଗଙ୍ଗାଧର ମେହେର କଲେଜ' ହେଲା । ଏହା ପ୍ରଥମେ ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହାରେ ହିଁ ସ୍ଥାପିତ ହେଇଥିଲା । ପରେ ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ୱତଃଅନୁବନ୍ଧିତ ହେଲା । ୧୯୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହେଇଥିବା ଏହି ସହ ଶିକ୍ଷା ମହାବିଦ୍ୟାଳୟ ୨୦୧୫ ବେଳକୁ ଏକ ସମ୍ପୂର୍ଣ୍ଣ ସ୍ନାତକୋତ୍ତର ମହାବିଦ୍ୟାଳୟରେ ପରିଣତ ହେଇ ପ୍ରାୟ ୪୫୦୦ ଛାତ୍ର ଛାତ୍ରୀ ଓ ୧୯ଟି ବିଭାଗ ସହ ଚାଲିଛି । ଏଥିରେ ପାରମ୍ପରିକ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ସହ କମ୍ପ୍ୟୁଟର ପ୍ରୟୋଗ ବିଭାଗ, ବୟନ କଳା ବିଭାଗ, ଫଟୋଗ୍ରାଫି ଶିକ୍ଷା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି । ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ ବିଭାଗ ଯଥା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱୟଂଶାସନ ମାନ୍ୟତା ୧୯୯୧ ମସିହାରୁ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହୋଇଥିଲା । ଏହାଦ୍ୱାରା ଏହି ମହାବିଦ୍ୟାଳୟ ନିଜର ପରୀକ୍ଷା ପରିଚାଳନା ସହ, ପାଠ୍ୟଖସଡ଼ା, ନୂତନ ବିଷୟ ଆରମ୍ଭ କରିବାର ସୁଯୋଗ ପାଇଲା । ଚାରିଟି ବିଭାଗରେ . ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଏଠାରେ ଉପଲବ୍ଧ । ଆବେଦନ ଏହାର ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ନାମଲେଖା ଓଡ଼ିଶା ସରକାରଙ୍କ ମାଧ୍ୟମରେ ହେଉ ଥିବା ବେଳେ ସ୍ନାତକୋତ୍ତର ଶ୍ରେଣୀରେ ବିଶ୍ୱବିଦ୍ୟାଳୟର ନିଜସ୍ୱ ମାନଦଣ୍ଡ ଅନୁସାରେ ଚୟନ ହୁଏ । ଏହାର . ବିଭାଗ ପାଇଁ ନାମଲେଖା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ହାଉଥିବା ଜଏଣ୍ଟ ଏଣ୍ଟରାନ୍ସ ପରୀକ୍ଷା ଜରିଆରେ ହେଇଥାଏ । |
ଗଙ୍ଗବଂଶୀୟ ରାଜାମାନେ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଆରମ୍ଭରୁ ବଂଶଧାରା ଓ ନାଗାବଳୀ ନଦୀ ଦୁଇଟି ପ୍ରବାହିତ କଳିଙ୍ଗରାଜ୍ୟରେ ରାଜତ୍ୱ କରିଥିଲେ । କଳିଙ୍ଗ ନଗର ବା ବଂଶଧାରା ନଦୀ ତୀରବର୍ତ୍ତୀ ମୂଖଲିଙ୍ଗମ୍ ଠାରେ ଏହାର ରାଜଧାନୀ ଥିଲା। ଏକାଦଶ ଶତାବ୍ଦୀ ମଧ୍ୟଭାଗରେ ଏହି ବଂଶର ରାଜା ରାଜରାଜଦେବ ପ୍ରଥମେ କ୍ଷମତାଶାଳୀ ହୋଇ ଉତ୍ତର ଦିଗକୁ ରାଜ୍ୟ ବିସ୍ତାର କରିଥିଲେ । ତାଙ୍କର ପୁତ୍ରଙ୍କର ନାମ ଅନନ୍ତବର୍ମନ ଚୋଳଗଙ୍ଗ ଦେବ । ଅନନ୍ତବର୍ମନଙ୍କ ମାତା ରାଜସୁନ୍ଦରୀ ଚୋଳବଂଶୀୟ ଓ ପିତା ଗଙ୍ଗବଂଶୀୟ ହୋଇଥିବାରୁ ତାଙ୍କର ଏପରି ନାମକରଣ ହୋଇଥିଲା । ତାଙ୍କର ଅନ୍ୟ ନାମ ଥିଲା ଚୂଡ଼ଙ୍ଗ ଦେବ ବା ଗଙ୍ଗେଶ୍ୱର ଦେବ । ରାଜ୍ୟ ବିସ୍ତାର ଚୋଳଗଙ୍ଗ ଜଣେ ଦିଗ୍ ବିଜୟୀ ସମ୍ରାଟ ଥିଲେ । ସେ ୧୧୧୨ ଖ୍ରୀଷ୍ଟାବ୍ଦରେ ସୋମବଂଶୀ ରାଜାଙ୍କୁ ପରାସ୍ତ କରି ଋଷିକୁଲ୍ୟା ନଦୀର ଉତ୍ତରରେ ଅବସ୍ଥିତ ଉତ୍କଳ ରାଜ୍ୟ ଅଧିକାର କରିଥିଲେ। ଉତ୍କଳ ଅଧିକାର ପରେ ସେ ଉତ୍ତର ଦିଗକୁ ଅଭିଯାନ ଚଳାଇ ଗଙ୍ଗାକୂଳବର୍ତ୍ତୀ ମନ୍ଦାର ଦୁର୍ଗ ଅଧିକାର କରିଥିଲେ । ଏହା ଅଧୁନିକ ହୁଗୁଳି ଜିଲ୍ଲାରେ ଅବସ୍ଥିତ । ସେ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରି ବିରାଟ ଗଙ୍ଗସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଭୁବନେଶ୍ୱର, ପୁରୀ, ଯାଜପୁର, ଆନ୍ଧ୍ର ରାଜ୍ୟରେ ଅବସ୍ଥିତ ମୁଖଲିଙ୍ଗମ୍ , ଶ୍ରୀକର୍ମ, ସିଂହାଚଳ ବା ସୀମାଚଳଓ ଗୋଦାବରୀ ନଦୀ ତୀରବର୍ତ୍ତୀ ଦ୍ରାକ୍ଷାରାମଠାରେ ତାଙ୍କ ରାଜତ୍ୱକାଳର ଶତ ଶତ ଶିଳାଲେଖ ଅଦ୍ୟାବଧି ବିଦ୍ୟାମାନ । ପୁରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଚୋଳଗଙ୍ଗ ଦେବଙ୍କ ରାଜତ୍ୱକାଳରେ ବୈଷ୍ଣବ ଧର୍ମପ୍ରଚାରକ ରାମାନୁଜାଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆଗମନ କରି ସେଠାରେ ନିଜ ମତ ପ୍ରଚାର ପାଇଁ ମଠ ପ୍ରତିଷ୍ଠା କରିଥିଲେ। ଚୋଳଗଙ୍ଗ ଦେବ ଶ୍ରୀରାମାନୁଜଙ୍କଦ୍ୱାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ । ଏହା ପରେ ସେ ପୁରୀରେ କ୍ଷୁଦ୍ର ଓ ଜରାଜୀର୍ଣ୍ଣ ମନ୍ଦିରକୁ ଭାଙ୍ଗି ଏକ ଉତ୍ତୁଙ୍ଗ ମନ୍ଦିର ନିର୍ମାଣ କରିଥିଲେ । ତାହା ଅଦ୍ୟାପି ଦଣ୍ଡାୟମାନ ରହିଛି। ଏହି ମନ୍ଦିର ଫଳରେ ପୁରୀ ସମଗ୍ର ଭାରତରେ ଏକ ପ୍ରସିଦ୍ଧ ବୈଷ୍ଣବକ୍ଷେତ୍ର ରୂପେ ପରିଗଣିତ ହେଲା । ସେ ଧଉଳି ଓ ଭୁବନେଶ୍ୱର ଅଞ୍ଚଳରେ ବ୍ରାହ୍ମଣ ଧର୍ମର ପ୍ରାଧାନ୍ୟ ପ୍ରତିଷ୍ଠା ପାଇଁ କେତେକ ବ୍ରାହ୍ମଣଶାସନ ଓ ବହୁ ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ । ଧଉଳିର ଅଦୂରରେ ଅବସ୍ଥିତ କୈଶଲ୍ୟା ଗଙ୍ଗା ନାମକ ବିରାଟ ଜଳାଶୟ ତାଙ୍କର ଅନ୍ୟ ଏକ ପ୍ରଧାନ କୀର୍ତ୍ତି । କଟକରେ ରାଜଧାନୀ ପ୍ରତିଷ୍ଠା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଭୂଖଣ୍ଡ ଅଧିକାର କରିବାପରେ ସେ ତାଙ୍କ ପୂର୍ବପୁରୁଷମାନଙ୍କ ରାଜଧାନୀ କଳିଙ୍ଗ ନଗର ପରିବର୍ତ୍ତରେ ଉତ୍କଳର କେନ୍ଦ୍ରସ୍ଥଳରେ ଅବସ୍ଥିତ କଟକରେ ରାଜଧାନୀ ପ୍ରତିଷ୍ଠା କରିଥିଲେ। ମହାନଦୀ ଉତ୍କଳର ଗଙ୍ଗା ସ୍ୱରୂପା । ତେଣୁ ଗଙ୍ଗା ତୀରବର୍ତ୍ତୀ ପୁରାଣପ୍ରସିଦ୍ଧ ବାରାଣାସୀର ସମକକ୍ଷ ହୋଇଥିବାରୁ ସେ ନିଜ ରାଜଧାନୀର ନାମ ଦେଇଥିଲେ ଅଭିନବ ବାରାଣସୀ କଟକ । ପରବର୍ତ୍ତୀ କାଳରେ ଏହା ବିଡା଼ନାସୀ କଟକ ଓ ଶେଷରେ କଟକ ନାମରେ ପରିଚିତ ହେଲା । ତାଙ୍କ ରାଜତ୍ୱକାଳରୁ ୧୯୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରାୟ ଆଠଶହ ବର୍ଷକାଳ କଟକ ଓଡ଼ିଶାର ରାଜଧାନୀ ରୂପେ ପ୍ରତିଷ୍ଠା ଲାଭ କରିଥିଲା । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟବିସ୍ତାର, ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ନିର୍ମାଣ, କଟକରେ ରାଜଧାନୀ ପ୍ରତିଷ୍ଠା ପ୍ରଭୃତି କୀର୍ତ୍ତିକଳାପ ପାଇଁ ଚୋଳଗଙ୍ଗ ଦେବ ଉତ୍କଳର ଜଣେ ବିଶିଷ୍ଟ ସମ୍ରାଟ ରୂପେ ପରିଚିତ ହୋଇଥିଲେ । |
ରମେଶ ଭଟ (ଜନ୍ମ: ୭ ଜାନୁଆରୀ ୧୯୪୬) ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ କନ୍ନଡ଼-ଭାଷୀ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି । ପ୍ରାରମ୍ଭିକ ଜୀବନ ରମେଶ ଭଟ ୧୯୪୬ ମସିହାର ଜାନୁଆରୀ ୭ ତାରିଖରେ କୁଣ୍ଡାପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ମଙ୍କିରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ଜବାହାରଲାଲ ନେହେରୁଙ୍କ ଭଳି ଜାତୀୟ ନେତାମାନଙ୍କର ଭୂମିକାରେ ସ୍କୁଲ ଡ୍ରାମରେ ଅଭିନୟ କରିଥିଲେ । ତାଙ୍କ ବାପା ରତ୍ନାକର ରାଓ ବାଙ୍ଗାଲୋରକୁ ବଦଳି ହୋଇଯିବାପରେ ସେ ବାଙ୍ଗାଲୋର ଚାଲିଯାଇଥିଲେ ଏବଂ ସେଠାରେ ଚାମରାଜାପେଟଠାରେ ଥିବା ମଡେଲ ହାଇସ୍କୁଲରେ ପଢ଼ିଥିଲେ । ଏହାପରେ ସେ ବାଙ୍ଗାଲୋରର ଏସଜେ ପଲିଟେକ୍ନିକ୍ରୁ ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ । ସେ ତାଙ୍କ ବାପାଙ୍କ ବ୍ୟବସାୟରେ ଯୋଗଦେବା ପୂର୍ବରୁ ଜଣେ ଫିଟର୍ ଭାବରେ କାର୍ଯ୍ୟ କରୁଥିଲେ । ସେ ନିଜର ବ୍ୟବସାୟ ଚଳାଉଥିଲେ । ଅଭିନୟ ଜୀବନ ୧୯୬୦ ଏବଂ ୧୯୭୦ ଦଶକରେ ସେ ସ୍ପନ୍ଦନା, ନାଟରଙ୍ଗ ଏବଂ ବେନାକା ଭଳି ଥିଏଟର ଦଳ ସହିତ କାମ କରିଥିଲେ । ଥିଏଟରରେ କାମ କରିବା ଫଳରେ ଶଙ୍କର ନାଗଙ୍କ ସହିତ ତାଙ୍କର ସମ୍ପର୍କ ବଢ଼ିଥିଲେ ଏବଂ ଅନେକ ନାଟକ, ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଧାରାବାହିକ ଆଦିରେ କାମ କରିଥିଲେ । ସେ ମାଲଗୁଡ଼ି ଡେସ୍ ଧାରାବାହିକର ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୮୩ ମସିହାରେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା କଥାଚିତ୍ର ପରମେଶି ପ୍ରେମ ପ୍ରସଙ୍ଗର ନିର୍ଦ୍ଦେଶନା ଦେଇଥିଲେ । |
ମେସାଲାଜିନ, ଅନ୍ୟ ନାମ ମେସାଲାମାଇନ୍ କିମ୍ବା 5-ଆମିନୋସାଲିସିଲିକ ଏସିଡ ( 5- ) ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ଅଲସରାଟିଭ ଅଲସରେଟିଭ କୋଲାଇଟିସ ଏବଂ କ୍ରୋନ୍ ରୋଗ ସମେତ ଇନଫ୍ଲାମେଟୋରି ବାୱେଲ ଡିଜିଜ ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଏହା ସାଧାରଣତଃ ସାମାନ୍ୟରୁ ମଧ୍ୟମ ଗୁରୁତର ଧରଣର ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଏହା ପାଟିରେଦ୍ୱାରା ମଳଦ୍ୱାର ମଧ୍ୟରେ ଦିଆଯାଏ ପାଟିରେ ନିଆଯାଉଥିବା ଔଷଧ ଗୁଡ଼ିକ ଏକାଭଳି ପ୍ରଭାବଶାଳୀ ଦେଖାଯାଏ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ପେଟ ଯନ୍ତ୍ରଣା ଏବଂ ଜ୍ୱର ଅନ୍ତର୍ଭୁକ୍ତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ପେରିକାର୍ଡାଇଟିସ, ଯକୃତ ସମସ୍ୟା, ଏବଂ ବୃକ୍କ ସମସ୍ୟା ହୋଇପାରେ। ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ ସମୟରେ ନିରାପଦ ଦେଖାଯାଏ ସଲଫା ଆଲର୍ଜି ଥିବା ଲୋକଙ୍କଠାରେ କିଛି ସୂତ୍ର ସମସ୍ୟା ସୃଷ୍ଟି କରିପାରେ ମେସାଲାଜିନ ହେଉଛି ଏକ ଆମିନୋସାଲିସଲେଟ ଏବଂ ଆଣ୍ଟି-ଇନଫ୍ଲାମେଟୋରି ଔଷଧ ଏହା ଅନ୍ତନଳୀ ସହିତ ସିଧାସଳଖ ଯୋଗାଯୋଗ କରି କାର୍ଯ୍ୟକ୍ଷମ ହୁଏ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ମେସାଲାଜାଇନ୍ ୧୯୮୭ ମସିହାର ଅନୁମୋଦିତ ହୋଇଥିଲା ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଏବଂ ଅନେକ ବ୍ୟବସାୟୀକ ନାମରେ ବିକ୍ରି ହୁଏ ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୨୧ ସୁଦ୍ଧା ଏନଏଚଏସକୁ ୩୦ ପାଉଣ୍ଡରୁ କମ ଖର୍ଚ୍ଚ କରିବାକୁ ପଡ଼େ ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୨୮୮ ଡଲାର ଅଟେ । ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ ୨୪୬ତମ ସାଧାରଣତ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା |
ସୁଧୀର କୁମାର ସାମଲ (ଜନ୍ମ: ୧ ଜାନୁଆରୀ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସୁଧୀର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ସୁଧୀର ୧୯୬୪ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅଧିକାରୀ ସାମଲ ଓ ପତ୍ନୀଙ୍କ ନାମ ଅବନ୍ତୀ ସାମଲ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ । ରାଜନୈତିକ ଜୀବନ ସୁଧୀର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । |
ବନମାଳୀ ବାବୁ (୯ ମାର୍ଚ୍ଚ ୧୯୧୮ - ୫ ଅଗଷ୍ଟ ୧୯୯୮) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରତିନିଧି ଭାବରେ ରାଜନୀତିରେ ସକ୍ରିୟ ଥିଲେ । ୧୯୬୧ ମସିହାରେ ବନମାଳୀ ବାବୁ କଂଗ୍ରେସ ଦଳର ପ୍ରତିନିଧି ଭାବରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭା ଏବଂ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୭୧ ମସିହାରେ ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ବନମାଳି ୧୯୧୮ ମସିହାର ମାର୍ଚ୍ଚ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋକୁଳ ଚନ୍ଦ୍ର ବାବୁ ଓ ପତ୍ନୀଙ୍କ ନାମ ସରୋଜ କୁମାରୀ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଓ ପରେ ସେ ଓକିଲାତି ପଢ଼ିଥିଲେ । ରାଜନୈତିକ ଜୀବନ ବନମାଳି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ମସିହାରୁ ୧୯୭୭ ମସିହାଯାଏଁ ସେ ଲୋକ ସଭାର ସାଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ମୃତ୍ୟୁ ବନମାଳି ବାବୁ ୧୯୯୮ ମସିହାର ମଇ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । |
ମହର୍ଷି ଗୌତମ ପୁରାଣ ବର୍ଣ୍ଣିତ ସପ୍ତଋଷିଙ୍କ ମଧ୍ୟରୁ ଅନ୍ୟତମ । ବୈଦିକ ସମୟର ଏହି ଋଷି ମନ୍ତଦ୍ରଷ୍ଟା ଥିଲେ ବୋଲି ପୁରାନ ବର୍ଣ୍ଣିତ । ଗୌତମଙ୍କ, ପତ୍ନୀ ଅହଲ୍ୟାଙ୍କୁ ପ୍ରାତଃ ସ୍ମରଣୀୟ ପଞ୍ଚ କନ୍ୟାଙ୍କ ମଧ୍ୟରେ ଗଣନା କରାଯାଏ । ଅହଲ୍ୟା ଥିଲେ ବ୍ରହ୍ମାଙ୍କ ମାନସ କନ୍ୟା ଯିଏ କି ଅତୁଲନୀୟ ସୌନ୍ଦର୍ଯ୍ୟର ଅଧିକାରୀ ଥିଲେ । ହନୁମାନଙ୍କ ମାତା ଅଞ୍ଜନୀ ଥିଲେ ଗୌତମ ଋଷି ଏବଂ ଅହଲ୍ୟାଙ୍କ କନ୍ୟା । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଦେବତାମାନଙ୍କଦ୍ୱାରା ତିରଷ୍କୃତ ହେବା ପରେ ଋଷି ଗୌତମଙ୍କଠାରୁ ଦୀକ୍ଷା ପୂର୍ଣ୍ଣ କରିଥିଲେ । ଋଷିମାନଙ୍କର ଈର୍ଷାର ପାତ୍ର ହେତୁ ଗା ହତ୍ୟାର ମିଥ୍ୟା ଅଭିଯୋଗରୁ ମୁକ୍ତି ପାଇବାପାଇଁ ନାସିକସ୍ଥିତ ତ୍ରୟମ୍ବକେଶ୍ୱର ନିକଟରେ କଠୋର ତପସ୍ୟା କରିଥିଲେ । ଉତ୍ତରପ୍ରଦେଶର ଗୋମତି ନଦୀ ମଧ୍ୟ ଋଷି ଗୌତମଙ୍କ ନାମରେ ପ୍ରସିଦ୍ଧ । ଏହା ବ୍ୟତୀତ ରାଜସ୍ଥାନର ପ୍ରତାପଗଡ ଜିଲ୍ଲାର ଗୌତମେଶ୍ୱର ମହାଦେବ ତୀର୍ଥରେସ୍ଥିତ ମନ୍ଦାକିନୀ ଗଙ୍ଗା କୁଣ୍ଡ ବିଷୟରେ ମଧ୍ୟ ଏକ ବିଶ୍ୱାସ ରହିଛି ଯେ ମହର୍ଷି ଗୌତମ ଏହି ପୁଷ୍କରିଣୀରେ ଗାଧୋଇବା ପରେ ଗୋ ହତ୍ୟା ଦୋଷରୁ ମୁକ୍ତି ପାଇଥିଲେ । ଅହଲ୍ୟାଙ୍କୁ ଅଭିଶାପ ରାମାୟଣରେ ଅହଲ୍ୟାଙ୍କୁ ଗୌତମଙ୍କ ପତ୍ନୀ ବୋଲି ବର୍ଣ୍ଣନା କରାଯାଇଛି । ରାମାୟଣର ଉତ୍ତରା କାଣ୍ଡରେ ସେମାନଙ୍କର ବିବାହ କଥା ଲିପିବଦ୍ଧ ହୋଇଛି । କାହାଣୀ ଅନୁଯାୟୀ ବ୍ରହ୍ମା, ସୃଷ୍ଟିକର୍ତ୍ତା ଭଗବାନ ଏକ ସୁନ୍ଦର କନ୍ୟା ସୃଷ୍ଟି କରନ୍ତି ଏବଂ ତାଙ୍କୁ ଗୌତମଙ୍କୁ ବର ରୂପେ ଉପହାର ଦିଅନ୍ତି । ପରେ ତାଙ୍କରି ଔରସରୁ ଶତାନନ୍ଦ ନାମକ ଏକ ପୁତ୍ର ଜନ୍ମ ହୁଏ । ବାଳକାଣ୍ଡରେ ଉଲ୍ଲେଖ ଅଛି ଯେ ଗୌତମ ଋଷି ଇନ୍ଦ୍ରଙ୍କ ସହ ଅହଲ୍ୟାଙ୍କୁ ଅସଂଜତ ଅବସ୍ଥାରେ ଦେଖି, ଛଦ୍ମବେଶୀ ଇନ୍ଦ୍ରଙ୍କୁ ଅଭିଶାପ ଦେଇଛନ୍ତି । ତା ପରେ ଋଷି ଗୌତମ ଅହଲ୍ୟାଙ୍କୁ ଏକ ପଥର ହୋଇଯିବା ପାଇଁ ଅଭିଶାପ ଦିଅନ୍ତି । ଅହଲ୍ୟାଙ୍କ ଅନୁରୋଧ କ୍ରମେ ଏହି ଅଭିଶାପରେ ସାମାନ୍ୟ ପରିବର୍ତ୍ତନ ହୋଇ ପ୍ରଭୁ ରାମଙ୍କ ପାଦ ସ୍ପର୍ଶ ହୋଇ ସେ ଶାପରୁ ମୁକ୍ତି ଲାଭ ହେବେ ବୋଲି ଋଷି ଆଶ୍ୱାସନା ଦିଅନ୍ତି । |
ଏସ୍ଟ୍ରାଡିଅଲ ସାଇପାୟୋନେଟ/ମେଡ୍ରୋକ୍ସିପ୍ରୋଜେସ୍ଟେରନ ଆସେଟେଟ (ଇଂରାଜୀ ଭାଷାରେ / , ବିକ୍ରୟ ନାମ ଲୁନେଲେ) ଏକ ମିଶ୍ରିତ ଇଞ୍ଜେକସନ ଜନ୍ମ ନିରୋଧକ ଏଥିରେ ଏସ୍ଟ୍ରାଡିଅଲ ସାଇପାୟୋନେଟ ଯାହା ଏକ ଏସ୍ଟ୍ରୋଜେନ ଓ ମେଡ୍ରୋକ୍ସିପ୍ରୋଜେସ୍ଟେରନ ଆସେଟେଟ ଯାହା ଏକ ପ୍ରୋଜେସ୍ଟିନ ମିଶ୍ରିତ ଭାବରେ ଥାଆନ୍ତି । ଏହା ସ୍ୱଳ୍ପକାଳ ବ୍ୟବହାର ନିମନ୍ତେ ମାସକୁ ଥରେ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହି ଔଷଧଦ୍ୱାରା ସାଧାରଣତଃ ଅନିୟମିତ ଋତୁସ୍ରାବ ହୋଇପାରେ ଯାହା ସମୟକ୍ରମେ ଭଲ ହୋଇଯାଏ । ଏହା ବ୍ୟତୀତ ରକ୍ତ ଜମାଟ , ମୁଣ୍ଡବଥା, କେଶହାନି, ଅବସାଦ , ଅଇ ଓ ସ୍ତନ ଯନ୍ତ୍ରଣା ହୋଇପାରେ । ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସୁପାରିସ କରାଯାଏନାହିଁ । ସ୍ତନ୍ୟପାନ ସମୟରେ କିନ୍ତୁ ନିରାପଦ ହୋଇପାରେ । ଏହା ଡିମ୍ବକ୍ଷରଣ ବିଧିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏସ୍ଟ୍ରାଡିଅଲ ସାଇପାୟୋନେଟ/ମେଡ୍ରୋକ୍ସିପ୍ରୋଜେସ୍ଟେରନ ଆସେଟେଟ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ମେକ୍ସିକୋ, ଥାଇଲ୍ୟାଣ୍ଡ ଓ ଇଣ୍ଡୋନେସିଆ ଇତ୍ୟାଦି ଦେଶମାନଙ୍କରେ ଏହା ବ୍ୟବହର ହେଉଛି । ବ୍ୟବସାୟୀକ ସୂତ୍ରରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳୁନି । |
ଜନସ୍ୱାର୍ଥ ମାମଲା ଭାରତୀୟ ଆଇନ ବ୍ୟବସ୍ଥାରେ ସାର୍ବଜନିକ ହିତ ତଥା ଅଧିକାରର ରକ୍ଷା ନିମିତ୍ତ ମାମଲା ଦାୟର ପାଇଁଁ ଏକ ଆଇନଗତ ପ୍ରାବଧାନ । ଅନ୍ୟସବୁ ଅଦାଲତି ମାମଲା ଭଳି ଏହି ମାମଲାରେ ସର୍ବଦା ପୀଡ଼ିତ ପକ୍ଷ ନିଜେ ଅଦାଲତକୁ ଯିବା ଜରୁରୀ ନୁହେଁଁ । ଏହା ଭାରତର ଯେ କୌଣସି ନାଗରିକଦ୍ୱାରା ଏବଂ ଆବଶ୍ୟକ ସ୍ଥଳେ ସ୍ୱୟଂ ଅଦାଲତଦ୍ୱାରା ଆଗତ କରାଯାଇପାରିବ । ଭାରତରେ ଜନହିତ ମାମଲା ଜରିଆରେ ବହୁ କ୍ଷେତ୍ରରେ ଯେପରିକି ବିଚାରାଧୀନ ବନ୍ଦୀ, ବାଳଶ୍ରମିକ, ପର୍ଯ୍ୟାବରଣ, ଗ୍ରାହକ ସେବା, ଶିକ୍ଷା, ରାଜନୀତି, ନିର୍ବାଚନ, ମାନବାଧୀକାର ଏପରିକି ନ୍ୟାୟପାଳିକାକୁ ମଧ୍ୟ ପ୍ରଭାବିତ କରିପାରିଛି । ଭାରତର ସମ୍ବିଧାନରେ ଏହାର ପରିଭାଷା ଦେଖିବାକୁ ନ ମିଳିଲେ ମଧ୍ୟ ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ସାମ୍ବିଧାନିକ ବ୍ୟାଖ୍ୟାରୁ ଏହାର ବ୍ୟୁତ୍ପତ୍ତି । ଇତିହାସ ଜନହିତ ମାମଲା ଅନ୍ୟ ସାଧାରଣ ଅଦାଲତି ମାମଲାଠାରୁ ଭିନ୍ନ । ଭାରତୀୟ ନ୍ୟାୟୀକ ବ୍ୟବସ୍ଥାରେ ପ୍ରାରମ୍ଭରୁ ଏହି ପ୍ରାବଧାନ ବା ବ୍ୟବସ୍ଥା ନ ଥିଲେ ବି ବିଭିନ୍ନ କାରଣରୁ ସତୁରୀ ଏବଂ ଅଶୀ ଦଶକ ମଧ୍ୟରେଏହାର ବିକାଶ ହୋଇଛି । ଡିସେମ୍ବର ୧୯୭୯ ମସିହାରେ ଆବେଦନକାରୀ କପିଲ ହିଙ୍ଗୋରାନୀ ବିହାରର ବିଭିନ୍ନ କାରାଗାରରେ ରହିଥିବା ବିଚାରାଧୀନ ବନ୍ଦୀମାନଙ୍କର ଦୁର୍ଦ୍ଦଶାକୁ ନେଇ ଭାରତର ଉଚ୍ଚତମ ନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ । ମାମଲାଟି ପ୍ରକୃତରେ କୋଉଣସି ନିର୍ଦ୍ଦିଷ୍ଟ ବିଚାରାଧୀନ ବନ୍ଦୀ ଦାୟର କରି ନ ଥିଲେ ବରଂ ଏହା ଏକାଧିକ ବିଚାରାଧୀନ ବନ୍ଦୀଙ୍କଦ୍ୱାରା ଦାୟର କରାଯାଇଥିଲା । ଆବେଦନକାରୀଭାବେ ହୁସେନ୍ନାରା ଖାତୁନ କରିଥିବା ଏହି ମାମଲାଟି ବିଚାରପତି ଜଷ୍ଟିସ କ୍ରୀଷ୍ଣା ଆୟାରଙ୍କ୍ ଇଜଲାସରେ ଶୁଣାଣି ହୋଇଥିଲା । ପରବର୍ତ୍ତୀ ସମୟରେ ମାମଲାଟି ହୁସେନ୍ନାରା ଖାତୁନ ବନାମ ବିହାର ରାଜ୍ୟ ଭାବେ ଜ୍ଞାତ ହୋଇଥିଲା । ଉକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଆଦେଶ ଜାରି କଲେ କି, ବିଚାରାଧୀନ ବନ୍ଦୀମାନେ ତ୍ୱରିତ ନ୍ୟାୟ ତଥା ଆଇନଗତ ସହାୟତା ପାଇବା ପାଇଁଁ ହକ୍ଦାର ଅଟନ୍ତି । ଅଦାଲତଙ୍କ ଏହି ରାୟ ଫଳରେ ବିହାର କାରାଗାରରେ ବିଚାରାଧୀନ ଅନେକ ବନ୍ଦୀ ଜେଲରୁ ମୁକୁଳିବା ସହ ଅନେକ ମାମଲାର ତ୍ୱରିତ ଫୈସଲା ହୋଇଥିଲା । ଏହି ରାୟ ଫଳରେ ଭାରତୀୟ ବିଚାର ବ୍ୟବସ୍ଥାରେ ଏକ ନୂତନ ପରିଭାଷାର ସୂତ୍ରପାତ ହେଲା । ପରବର୍ତ୍ତୀ ସମୟରେ ଅନ୍ୟ ଏକ ମାମଲା ଏସ୍. ପି. ଗୁପ୍ତା ବନାମ ଭାରତ ସରକାରରେ ଜନହିତ ମାମଲାର ସଜ୍ଞା ପରିଭାଷିତ କରିଥିଲେ । ଏହାଫଳରେ ଭାରତୀୟ ନ୍ୟାୟୀକ ବ୍ୟବସ୍ଥାରେ ଜନହିତ ମାମଲା ସନ୍ଦର୍ଭରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଲା । ଜନହିତ ମାମଲାର ଏହି ନୂତନ ପରିଭାଷା ବାସ୍ତବରେ ଭାରତୀୟ ସମ୍ବିଧାନର ଧାରା ୩୯- (କ) ପ୍ରକାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁଁ ଉଦ୍ଦିଷ୍ଟ । ଅଶୀ ଦଶକ ପୂର୍ବରୁ କେବଳ ପୀଡ଼ିତ ହିଁଁ ବାଦୀ ଭାବେ ନ୍ୟାୟ ପାଇଁଁ ଅଦାଲତି ମାମଲା ଦାୟର କରିପାରୁଥିଲେ । କିନ୍ତୁ ଉଚ୍ଚତମ ନ୍ୟାୟାଳୟଙ୍କ ଏହି ନୂତନ ବିଧି ବ୍ୟବସ୍ଥା ଫଳରେ ବହୁଜନ ହିତ ସାଧନ ନିମିତ୍ତ ଏକ ମାମଲା ଭାରତର ଯେ କେହି ନାଗରିକ ବା ବେସରକାରୀ ସଂଗଠନ ଦାୟର କରିପାରିବେ । ଏପରିକି ଅନେକ ସମୟରେ ଘଟଣର ଗୁରୁତ୍ୱ ଦୃଷ୍ଟିରୁ ନ୍ୟାୟାଳୟକୁ ପଠାଯାଇଥିବା ପତ୍ରଟିଏକୁ ମଧ୍ୟ ନ୍ୟାୟାଳୟ ଜନହିତ ମାମଲା ଭାବେ ଗ୍ରହଣ କରି ଏହାର ବିଚାର କରିଥାଆନ୍ତି । ବିଶେଷତ୍ୱ ଜନହିତ ମାମଲା ବସ୍ତୁତଃ ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ସରକାରୀ କିମ୍ବା ବେସରକାରୀ ସଂସ୍ଥା ବିରୁଦ୍ଧରେ ଦାୟର ହୋଇପାରିବ । ଏହା କେହି ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦାୟର ନ ହେଲେ ବି ବ୍ୟକ୍ତି ବିଶେଷ ଏହି କ୍ଷେତ୍ରରେ ପ୍ରତିବାଦୀ ହୋଇପାରିବେ । ଜନହିତ ମାମଲା ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ଅଧିକାର ପାଇଁଁ ନ ହୋଇ ବହୁଜନ ହିତାୟ ବା ସାର୍ବଜନିକ ହିତ/ଅଧିକାର ସକାଶେ ଦାୟର ହେବା ଜରୁରୀ । ଜନହିତ ମାମଲା ବିଚାର ସାଧାରଣତଃ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଉଚ୍ଚ ନ୍ୟାୟାଳୟରେ କିମ୍ବା ସମ୍ବିଧାନର ଧାରା ୩୨ ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟରେ ହିଁଁ ଦାୟର କରାଯାଇପାରିବ । ଜନହିତ ମାମଲାର ସୁପରିଚାଳନା ନିମିତ୍ତ ଅନେକ ସମୟରେ ସଂପୃକ୍ତ ଉଚ୍ଚନ୍ୟାୟାଳୟ କିମ୍ବା ଉଚ୍ଚତମ ନ୍ୟାୟାଳୟ ଆବଶ୍ୟକୀୟ ଆଇନ ପ୍ରଣୟନ କରିଥାନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏ ସଂକ୍ରାନ୍ତରେ " , 2010" ପ୍ରଣୟନ କରିଛନ୍ତି । କେତେକ ଐତିହାସିକ ଜନହିତ ମାମଲା . କର୍ମ କ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନ ବିରୁଦ୍ଧରେ ଏହି ମାମଲା ଙ୍କଦ୍ୱାରା ଭାରତର ଉଚ୍ଚତମ ନ୍ୟାୟାଳୟରେ ଆଗତ କରାଯାଇଥିଲା । ଏହି ମାମଲାର ରାୟ ଫଳରେ କର୍ମ କ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନକୁ ବ୍ୟକ୍ତି ବିଶେଷର ସାମ୍ବିଧାନିକ ଅଧିକାରର ହନନ ବୋଲି ମାନ୍ୟ ହେଲା ଏବଂ ଏହା ରୋକିବା ପାଇଁଁ ଉଚ୍ଚତମ ନ୍ୟାୟାଳୟ ବିଧିବଦ୍ଧ ଦିଶାନିର୍ଦ୍ଦେଶ ଜାରୀ କରିଛନ୍ତି । . ଉକ୍ତ ଜନହିତ ମାମଲା ଉଚ୍ଚତମ ନ୍ୟାୟାଳୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାୟ ସହ ଏକାଧିକ ଆଦେଶ ଜାରି କରିଛନ୍ତି । ପରିବେଶକୁ ପ୍ରହୁଷଣ କରୁଥିବା ଅନେକ କଳ କାରଖାନା ବନ୍ଦ ହେବା ସହ ପ୍ରଦୁଷଣ ରୋକିବା ଦିଗରେ ଏହି ରାୟ ସୁଦୂର ପ୍ରସାରୀ ପ୍ରଭାବ ପକାଇପାରିଛି । |
ପାରାଙ୍ଗିପେତ୍ତାଇ ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର କୁଦ୍ଦଲୋରେ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାରାଙ୍ଗିପେତ୍ତାଇ ସହରର ମୋଟ ଜନସଂଖ୍ୟା ୨୦୯୦୧ ଅଟେ । ସେଥି ମଧ୍ୟରୁ ୪୮.୭୦% ଜଣ ପରୁଷ ହୋଇଥିବା ବେଳେ ୫୧.୩୦% ଜଣ ନାରୀ ଅଟନ୍ତି । ପାରାଙ୍ଗିପେତ୍ତାଇର ସାକ୍ଷରତା ହାର ୭୪.୮୮% ଅଟେ । ଏହା ଜାତୀୟ ହାରଠାରୁ -୧୦.୦୪% ପ୍ରତିଶତ କମ ଅଟେ । ସେଥିରୁ ୩୯.୪୦% ପ୍ରତିଶତ ପୁରୁଷ ଓ ୩୫.୪୮% ନାରୀ ଅଟନ୍ତି । ୧୧.୭୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ପାରାଙ୍ଗିପେତ୍ତାଇର ସରକାରୀ ଭାଷା ଅଟେ । |
'ସମୟ' ବସନ୍ତ କୁମାର ବିଶ୍ୱାଳଙ୍କ ପ୍ରତିଷ୍ଠିତ ଏକ ଓଡ଼ିଆ ଖବରକାଗଜ । ସମୟ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ବ୍ରହ୍ମପୁର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଅଛି । |
ସହରାଇ ଓରାମ (ଜନ୍ମ: ୮ ଜାନୁଆରୀ ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସହରାଇ ଓଡ଼ିଶା ରାଜନୀତିରେ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ପାଞ୍ଚଥର କାର୍ଯ୍ୟ କରିଛନ୍ତି । ୧୯୭୧, ୧୯୭୭, ୧୯୮୦, ୧୯୯୦ ଓ ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ, ୮ମ, ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ଶିକ୍ଷା ଓ ପରିବାର ସହରାଇ ଓରାମ ୧୯୪୨ ମସିହାର ଜାନୁଆରୀ ମାସ ୮ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କହ୍ନାଇ ଓରାମ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ଶାନ୍ତିଲତା ଓରାମ । |
ଉର୍ଦ୍ଧ୍ୱଭାଗ ଫିମର ଅସ୍ଥି ଭଗ୍ନ ନାମ ଦିଆଯାଏ ଯେତେବେଳେ ଫିମର ଅସ୍ଥିର ଉପର ମୁଣ୍ଟରେ ଥିବା ଅଂଶ ଭାଙ୍ଗିଯାଏ । ଲକ୍ଷଣ: ହିପରେ ଯନ୍ତ୍ରଣା ବିଶେଷତଃ ଚଳପ୍ରଚଳ ସମୟରେ ହୁଏ ଓ ଅବୟବ ଛୋଟ ହୋଇଯାଏ । ସାଧାରଣତଃ ବ୍ୟକ୍ତିଟି ଚାଲିପାରେ ନାହିଁ । ଅଧିକାଂଶ କ୍ଷେତ୍ରରେ ପଡ଼ିଯିବା ଯୋଗୁ ଏଭଳି ଭାଙ୍ଗିବା ଦେଖାଯାଏ । ଓଷ୍ଟିଓପୋରୋସିସ, ଅନେକ ଔଷଧ ସେବନ, ଆଲକୋହୋଲ ବ୍ୟବହାର, ମେଟାସ୍ଟାଟିକ କର୍କଟ ଇତ୍ୟାଦି ଥିଲେ ଏହି ଭଙ୍ଗା ସଙ୍କଟ ଅଧିକ ହୁଏ । ଭଙ୍ଗା ନିଶ୍ଚିତ କରିବା ନିମନ୍ତେ ଏକ୍ସ-ରେ , ଏମଆରଆଇ , ସିଟି ସ୍କାନ , ବୋନ ସ୍କାନର ସାହାଯ୍ୟ ନିଆଯାଏ । ଯନ୍ତ୍ରଣା ଉପଶମ ନିମନ୍ତେ ଓପିଓଏଡ ଦିଆଯାଏ ବା ସ୍ନାୟୁ ଅବରୋଧ କରାଯାଏ । ରୋଗୀର ସ୍ୱାସ୍ଥ୍ୟ ଭଲ ଥିଲେ ୨ ଦିନ ମଧରେ ଅପରେଶନ କରିବାକୁ ଉପଦେଶ ଦିଆଯାଏ । ଏହି ଭଙ୍ଗା ନିମନ୍ତେ ଟୋଟାଲ ହିପ ରିପ୍ଲେସମେଣ୍ଟ ବା ସ୍କୃ ଦିଆଯାଏ । ଅପରେଶନ ପରେ ଡିପ ଭେନ ଥ୍ରୋମ୍ବୋସିସ ହେବା ସମ୍ଭାବନା ଥିବାରୁ ପ୍ରତିଷେଧ ନିମନ୍ତେ ଜାଗରୁକ ରହି ଚିକିତ୍ସା କରାଯାଏ । ପ୍ରାୟ ୧୫% ମହିଳାଙ୍କର ଏହି ଭଙ୍ଗା ହେବା ଦେଖାଯାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଅଧକ ଭାଙ୍ଗିବା ଦେଖାଯାଏ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ଭଙ୍ଗା ଅଧିକ ହେବା ଦେଖାଯାଏ । ଏହି ଭଙ୍ଗା ପରବର୍ଷ ପ୍ରାୟ ୨୦% ବୟସ୍କ ଲୋକ ମୃତ୍ୟୁ ବରଣ କରନ୍ତି । |
ତୁ ମୋ ସୁନା ଚଢ଼େଇ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିତିନ ପଣ୍ଡା, ଭୂପେଶ ପଣ୍ଡା, ସୀତାଂଶୁ ମହାନ୍ତି ଓ ଏସ୍. ଦିଲୀପ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଦିଲୀପ ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଏଲ୍ସା ଘୋଷ । ରାଇମୋହନ ପରିଡ଼ା, ଦୈତାରୀ ପଣ୍ଡା, ବାବୁ ପ୍ରଧାନ, ଭୂପତି ତ୍ରିପାଠୀ, ଚିନ୍ତାମଣି ବିଶ୍ୱାଳ, ଶ୍ରେୟା, କ୍ରିଷ୍ଣା କର, ଅମର, ବୁଲୁ, ମାନସ ମିଶ୍ର, ଜୟାସ୍ୱାମୀ, ଜୀବନ ପଣ୍ଡା, ଚାନ୍ଦିନୀ, ମିତା ଚକ୍ରବର୍ତ୍ତୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ ଜ୍ୟୋତିରଞ୍ଜନ ନାୟକ ଏଲ୍ସା ଘୋଷ ଦୈତାରି ପଣ୍ଡା ବାବୁ ପ୍ରଧାନ ଭୂପତି ତ୍ରିପାଠୀ ଚିନ୍ତାମଣି ବିଶ୍ୱାଳ ଶ୍ରେୟା କ୍ରିଷ୍ଣା କର ଅମର ବୁଲୁ ମାନସ ମିଶ୍ର ଜୟାସ୍ୱାମୀ ଜୀବନ ପଣ୍ଡା ଚାନ୍ଦିନୀ ଜେନା ମିତା ଚକ୍ରବର୍ତ୍ତୀ ରାଇମୋହନ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ନିର୍ମଳ ନାୟକ ଅରୁଣ ମନ୍ତ୍ରୀ ଓ ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, କୌଶିକ୍, ଅର୍ପିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । |
ମେନିଙ୍ଗୋକୋକାଲ ଟିକା ଯେ କୌଣସି ଟିକାକୁ ବୁଝାଏ ଯାହା ନାଇସେରିଆ ମେନିଞ୍ଜାଇଟିଡିସ୍ ସଂକ୍ରମଣକୁ ପ୍ରତିରୋଧ କରେ । ଟିକାର ବିଭିନ୍ନ ସଂସ୍କରଣ ମିଳୁଛି ଯାହା କେତେକ ବା ସମସ୍ତ ମେନିଙ୍ଗୋକୋକସ୍ ଏ, ସି, ଡବ୍ଲ୍ୟୁ ଓ ୱାଇ ବିରୁଦ୍ଧରେ କାର୍ଯ୍ୟକ୍ଷମ ହୁଏ । ଏହି ଟିକା ଗୁଡ଼ିକ ୮୫ରୁ ୧୦୦% କାର୍ଯ୍ୟକ୍ଷମ ହୁଅନ୍ତି । ଏହି ଟିକା ବହୁଳ ଭାବରେ ଦେଲେ ମେନିଞ୍ଜାଇଟିସ୍ ଓ ସେପ୍ସିସ୍ ରୋଗୀ ସଂଖ୍ୟା କମିଯାଏ । ଏହି ଟିକା ମାଂସପେଶୀରେ ବା ଚର୍ମତଳେ ଦିଆଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶ ଦେଉଛି ଯେ ଯେଉଁଠାରେ ମଧ୍ୟମ ବା ଅତ୍ୟଧିକ ରୋଗ ହେଉଛି ବା ବାରମ୍ବାର ପ୍ରକୋପ ହେଉଛି ସେଠାରେ ରୁଟିନ ଟିକାକରଣ ଆବଶ୍ୟକ । ସ୍ୱଳ୍ପ ସଙ୍କଟାପନ୍ନ ଦେଶମାନଙ୍କରେ କେବଳ ଅଧିକ ସଂକଟ ଥିବା ଜାଗାରେ ଟିକା ଦେବା ଉଚିତ । ଆଫ୍ରିକା ମେନିଞ୍ଜାଇଟିସ ବେଲ୍ଟରେ ୧ରୁ ୩୦ ବର୍ଷ ବୟସ୍କ ସମସ୍ତ ଲୋକଙ୍କୁ ମେନିଙ୍ଗୋକୋକାଲ ଏ କଞ୍ଜୁଗେଟ ଟିକା ଦେବାକୁ ଚେଷ୍ଟା କରା କାନାଡ଼ା ଓ ଆମେରିକାରେ ସବୁ କିଶୋର ବୟସର ଲୋକଙ୍କୁ ଓ ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ରୁଟିନ ଭାବରେ ସମସ୍ତ ୪ ପ୍ରକାର ଟିକା ଦିଆଯାଉଛି । ମକ୍କାକୁ ଯାଇ ହଜ କରିବାକୁ ଯାଉଥିବା ଲୋକଙ୍କୁ ଏହି ଟିକା ଦେବା ଆବଶ୍ୟକ । ଏହି ଟିକା ସାଧାରଣତଃ ନିରାପଦ । କେତେକ ଲୋକଙ୍କର ଟିକା ନେବା ସ୍ଥାନ ଫୁଲିଯାଏ ଓ ଲାଲ ଦେଖାଯାଏ । ଗର୍ଭାବସ୍ଥାରେ ମଧ୍ୟ ଏହାର ବ୍ୟବହାର ବିପଦମୁକ୍ତ ଜଣାଯାଏ । ନିୟୁତ ଲୋକରେ ଜଣକର ଅତ୍ୟଧିକ ଆଲର୍ଜି ହୁଏ । ପ୍ରଥମ ମେନିଙ୍ଗୋକୋକାଲ ଟିକା ସନ ୧୯୭୦ରେ ମିଳିଲା ।ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହାର ଡୋଜ ପିଛା ହୋଲସେଲ ମୂଲ୍ୟ ସନ ୨୦୧୪ରେ ୩.୨୩ରୁ ୧୦.୭୭ ଆମେରିକୀୟ ଡଲାର । ଆମେରିକାରେ ଏହାର ମୂଲ୍ୟ ଗୋଟେ କୋର୍ସ ପିଛା ୧୦୦ରୁ ୨୦୦ ଡଲାର । |
ଅରକୁଟ ବୟୁକାକତେନ (ଫ୍ରେବୃ୍ୁଆରୀ ୬, ୧୯୭୫ ଜନ୍ମିତ) ହେଉଛନ୍ତି ଜଣେ ତୁର୍କି କମ୍ପ୍ୟୁଟର ବୈଜ୍ଞାନିକ ଯେକି କ୍ଲବ ନେକ୍ସସ, ଇନ ସରକଲ, ଏବଂ ଅରକୁଟ ଭଳି ସାମାଜିକ ନେଟୱର୍କ ସେବାର ପ୍ରଚଳନ ଅରମ୍ଭ କରିଥିଲେ । ଅରକୁଟ ବୟୁକାକତେନ ପୂର୍ବରୁ ଗୁଗଲରେ ଜାଣେ ପ୍ରବନ୍ଧକ ଭାବେ କାମ କରୁଥିଲେ । ବ୍ୟବସାୟ ଜୀବନ କୋନୟା, ତୁର୍କିରେ ଜନ୍ମିତ ବୟୁକାକତେନ ଅଙ୍କାରାର ବିଲକେଣ୍ଟ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଇନ୍ଜିନିୟରିଂରେ ବିଏସସିର ଡିଗ୍ରୀ ପ୍ରାପ୍ତ କରିଥିଲେ । ଏହା ପରେ ସ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମଏସ ଏବଂ ସ୍ନାତକ ପ୍ରାପ୍ତ କରିଥିଲେ । ସେ ସ୍ଟାନଫୋର୍ଡରେ କରିଥିବା ଅନୁସନ୍ଧାନ ମଧ୍ୟରୁ ୱେବ ସନ୍ଧାନୀ ଏବଂ ପିଡ଼ିଏ ବ୍ୟବହାର ଅନ୍ୟତମ । |
ଓଡ଼ିଆ ସିନେମା ଜଗତରେ ୨୦୦୨ରେ ତିଆରି ହୋଇଥିବା ଓଡ଼ିଆ କଥାଚିତ୍ର । |
ମୃତ୍ୟୁଞ୍ଜୟ ରଥ ( ୧୪ ମଇ ୧୮୮୨ - ୧୯୨୪) ଜଣେ ସଂସ୍କୃତ ପଣ୍ଡିତ, ଭାଷାବିତ ଓ ଅନୁବାଦକ ଥିଲେ । ମାତ୍ର ୩୭ବର୍ଷର ଜୀବନକାଳ ମଧ୍ୟରେ ସେ ଅନେକ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଥିଲେ । ଅନୁବାଦ ଭିନ୍ନ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ । ମୃତ୍ୟୁଞ୍ଜୟ ୧୮୮୨ ମସିହା ମଇ ମାସ ୧୪ ତାରିଖରେ ବାଳକାଟିଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୪ ମସିହାରେ, ୩୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । |
କୈଳାଶ ଚନ୍ଦ୍ର ମହାପାତ୍ର (ଜନ୍ମ: ୨ ମାର୍ଚ୍ଚ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କୈଳାଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା କୈଳାଶ ଚନ୍ଦ୍ର ମହାପାତ୍ର ୧୯୪୫ ମସିହାର ମାର୍ଚ୍ଚ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଂଶୀଧର ମହାପାତ୍ର ଏବଂ ପତ୍ନୀଙ୍କ ନାମ ସୁଶୀଳା ମହାପାତ୍ର । ରାଜନୈତିକ ଜୀବନ କୈଳାଶ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଛନ୍ତି । |
ଜୟନାରାୟଣ ମିଶ୍ର (ଜନ୍ମ: ୨ ସେପ୍ଟେମ୍ବର ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ, ୧୪ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଜନ୍ମ, ପରିବାର ଓ ଶିକ୍ଷା ଜୟନାରାୟଣ ୧୯୪୦ ମସିହାର ସେପ୍ଟେମ୍ବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୃସିଂହ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁନନ୍ଦା ପାଣିଗ୍ରାହୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବି.ଏ., ଏଲ୍.ଏଲ୍.ବି. । ରାଜନୈତିକ ଜୀବନ ଜୟନାରାୟଣ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । |
ବୈକଳ୍ପିକ ଚିକିତ୍ସା (ଇଂରାଜୀ ଭାଷାରେ ) ନାମ ପାଶ୍ଚାତ୍ୟ ଜଗତରେ ସେହି ସବୁ ଚିକିତ୍ସା ପଦ୍ଧତି ଗୁଡ଼ିକୁ କୁହାଯାଏ ଯାହା ପରମ୍ପରାଗତ ଚିକିତ୍ସା ପଦ୍ଧତି ଭିତରେ ରଖିବା ସମ୍ଭବ ନୁହେଁ, ବା ଏମିତି ପଦ୍ଧତି ଯାହାକୁ ଏକ ସମାନ ରୂପରେ କେବେ ପ୍ରଭାବୀ ମାନନ୍ତି ନାହିଁ । ଏହାକୁ ପ୍ରାୟତଃ ସାକ୍ଷ୍ୟ ଆଧାରିତ ଚିକିତ୍ସା ପଦ୍ଧତି ରୂପରେ ଦେଖାଯାଏ ଏବଂ ଏଥିରେ ବୈଜ୍ଞାନିକ ଆଧାର ସ୍ଥାନରେ ଐତିହାସିକ ବା ସାଂସ୍କୃତିକ ଉପଚାର ପଦ୍ଧତିଗୁଡ଼ିକ ସାମିଲ ହୋଇଥାଏ । ଆମେରିକାର ନେସନାଲ ସେଣ୍ଟର ଫର କମ୍ପ୍ଲିମେଣ୍ଟାରୀ ଆଣ୍ଡ ଅଲ୍ଟରନେଟିଭ ମେଡିସିନରେ (ଏନସୀସୀଏଏମ) ଏମିତି ଉଦାହରଣର ଉଲ୍ଲେଖ ରହିଛି, ଯେଉଁଥିରେ ଅନ୍ୟ ପଦ୍ଧତି ଗୁଡ଼ିକର ଅତିରିକ୍ତ ପ୍ରାକୃତିକ ଚିକିତ୍ସା, ପାଦ-ଚିକିତ୍ସା , ଜଡ଼ି ବୁଟି ଚିକିତ୍ସା, ପାରମ୍ପରିକ ଚୀନା ଚିକିତ୍ସା ପଦ୍ଧତି, ଆୟୁର୍ବେଦ, ଧ୍ୟାନ, ଯୋଗ, ଜୈବ ପ୍ରତିପୁଷ୍ଟି, ସମ୍ମୋହନ, ହୋମିଓପାଥି, ଏକ୍ୟୁପଂକ୍ଚର ଏବଂ ପୋଷଣ-ଆଧାରିତ ଉପଚାର-ପଦ୍ଧତି ଗୁଡ଼ିକ ସାମିଲ ଅଟନ୍ତି । ଏହାକୁ ପ୍ରାୟତଃ ପୂରକ ଚିକିତ୍ସା ପଦ୍ଧତିହିସାବରେ ମାନ୍ୟତା ମିଳିଛି, ଯାହାର ସାମାନ୍ୟ ଅର୍ଥ ହେଉଛି, ମୁଖ୍ୟ ଧାରାରେ ଥିବା ଟେକନିକ ବା କୌଶଳର ସଂଯୋଗରେ ପ୍ରୟୋଗ କରା ଯାଉଥିବା ସମାନ ହସ୍ତକ୍ଷେପ, ଯେଉଁ ଗୁଡ଼ିକୁ ପୂରକ ତଥା ବୈକଳ୍ପିକ ଚିକିତ୍ସା ପଦ୍ଧତି ବା କେମ ହିସାବରେ ପରିଗଣିତ କରାଯାଏ। ବୈକଳ୍ପିକ ଚିକିତ୍ସା ପଦ୍ଧତିର କିଛି ଅନୁସଂଧାନକର୍ତା ଏହି ସମୂହୀକରଣର ବିରୋଧ କରିଥାନ୍ତି ଏବଂ ଏଇ ବିଧିଗୁଡ଼ିକର ଭିତରେ ଫରକ ରଖିବା ପସଂଦ କରିଥାନ୍ତି, ତଥାପି ସେମାନେ କେମ ଶବ୍ଦର ପ୍ରୟୋଗ କରିଥାନ୍ତି, ଯାହା ମାନକ ହୋଇ ସାରିଛି। |
ଶ୍ୟାମଳଦାସ ଗାନ୍ଧୀ (୧୮୯୭-୧୯୫୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏକି ଅରଜୀ ହୁକୁମତ ବା ଜୁନାଗଡ଼ ରାଜ୍ୟର ପୁରୁଧା ଥିଲେ । ପ୍ରାରମ୍ଭିକ ଜୀବନ ଶ୍ୟାମଳ ଦାସ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ବଡ଼ ଭାଇ ଲକ୍ଷ୍ମୀଦାସ/କାଳିଦାସ କରମଚାନ୍ଦ ଗାନ୍ଧୀଙ୍କ ପୁଅ ଥିଲେ । ସେ ତାଙ୍କ ଦାଦ ମୋହନଦାସଙ୍କ ବଡ଼ ଅନୁଗାମୀ ଥିଲେ । ପ୍ରଥମେ ସେ ଜନ୍ମଭୂମି ନାମକ ଏକ ଗୁଜରାଟୀ ଖବର କାଗଜରେ କାମ କରୁଥିଲେ, ଯାହାକି ସନ୍ଧ୍ୟା ସମୟରେ ପ୍ରକାଶ ପାଉଥିଲା । ମାତ୍ର ପରେ କିଛି ମତପାର୍ଥକ୍ୟ ହେବାରୁସ ଏ ତାଙ୍କର ନିଜର ଖବର କାଗଜ ଛାପିବା ଆରମ୍ଭ କରିଥିଲେ, ଯାହକି ଥିଲା "ବନ୍ଦେ ମାତରମ୍" । ଜୁନାଗଡ଼କୁ ଭାରତରେ ମିଶେଇବା ୧୯୪୭ ମସିହାରେ ଯେତେବେଳେ ଜୁନାଗଡ଼ର ନବାବ ତାଙ୍କ ରାଜ୍ୟକୁ ପାକିସ୍ତାନରେ ମିଶେଇବାକୁ ଚାହିଁଲେ, ସେତେବେଳେ ଶ୍ୟାମଳଦାସ ଭାରତରେ ମିଶିବା ପାଇଁ ଜୁନାଗଡ଼ର ଜନତାଙ୍କଦ୍ୱାରା ଗଠକ କରାଯାଇଥିବା ସଂଘର ନେତୃତ୍ୱ ନେଇଥିଲେ ଏବଂ ଭାରତରେ ମିଶିବା ପାଇଁ ଜନମତ ଏକାଠି କରିଥିଲେ । ଯେତେବେଳେ ଭାରତୀୟ ସୈନ୍ୟ ଜୁନାଗଡ଼ର ମଙ୍ଗ୍ରୋଲ୍ ଏବଂ ମାନବଦାର ଭଳି ସ୍ଥାନରେ ପ୍ରବେଶ କଲେ, ସେତେବେଳେ ନବାବଙ୍କ ଦେୱାନ ସାର୍ ଶାଃ ନବାବ ଭୁଟ୍ଟୋଙ୍କ ଆମନ୍ତ୍ରଣ କ୍ରମେ ଶ୍ୟାମଳଦାସଙ୍କ ଉପସ୍ଥିତିରେ ଜୁନାଗଡ଼ ଭାରତରେ ମିଶିଥିଲା । ସ୍ମୃତି ଆଜି ଜୁନାଗଡ଼ ଏବଂ ଗୁଜରାଟ ରାଜ୍ୟର ଜଣେ ବୀର ତଥା ଦେଶପ୍ରେମୀ ଭାବରେ ଶ୍ୟାମଳଦାସ ଗାନ୍ଧୀଙ୍କୁ ସମସ୍ତ ମନେ ରଖିଛ୍ନତି । ତାଙ୍କ ନାମରେ ଅନେକ ବିଦ୍ୟାଳୟ, ସର୍ବସାଧାରଣ ଭିତ୍ତିଭୂମି ଏବଂ ଡାକ୍ତରଖାନା ନିର୍ମାଣ କରାଯାଇଛି । ମୁମ୍ବାଇର ସ୍ମାରକୀ ପ୍ରିନ୍ସେସ୍ ଷ୍ଟ୍ରିଟ୍କୁ ଶ୍ୟାମଳଦାସ ଗାନ୍ଧୀ ମାର୍ଗ ନାମରେ ନାମିକ କରାଯାଇଛି । |
ତପନ ପଟ୍ଟନାୟକ ୮ ଜୁନ ୧୯୫୧ ୧୪ ମାର୍ଚ୍ଚ ୨୦୨୩ ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର, ଲେଖକ, ଔପନ୍ୟାସିକ ଓ ପ୍ରକାଶକ ଥିଲେ । ତାଙ୍କର ଜଣାଶୁଣା ପୁସ୍ତକ ମଧ୍ୟରେ ସ୍ମୃତିତୀର୍ଥ, ଅଶ୍ରୁ ଓ ଅନ୍ଧକାର, କାବ୍ୟତାରା, ଢେଉ ଢେଉ ଅନ୍ଧକାର, ଫେରିବାର ମୂର୍ଚ୍ଛନାରେ, ଝରା ଶିଶିର, ଋତୁର ବାସ୍ନାରେ ଆଦି ଅନ୍ୟତମ । ସେ ପାଞ୍ଚ ଦଶନ୍ଧି ଧରି ରଚନାରେ ସକ୍ରିୟ ଥିଲେ । ତାଙ୍କ ସାହିତ୍ୟରେ ମୁଖ୍ୟତଃ ଜୀବନ, ପ୍ରକୃତି ଓ ଦର୍ଶନ ସନ୍ନିବେଶିତ । ତାଙ୍କ ରଚିତ ୪୮ ଖଣ୍ଡ ପୁସ୍ତକ ମଧ୍ୟରେ ୩୦ଟି କବିତା ସଂକଳନ, ୫ଟି ଗୀତିକବିତା ସଂକଳନ, ୧୧ଟି ଗଳ୍ପ ସଂକଳନ ଓ ୨ଟି ନାଟକ ଅନ୍ତର୍ଭୁକ୍ତ । ତାଙ୍କର ବିଭିନ୍ନ ପୁସ୍ତକ ଓଡ଼ିଆରୁ ଇଂରାଜୀକୁ ଅନୂଦିତ ହୋଇଛି । ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ୨୦୦୭ ମସିହାରେ ତାଙ୍କୁ ରାଜଧାନୀ ପୁସ୍ତକମେଳା ପୁରସ୍କାର ମିଳିଥିଲା । ୨୦୨୩ ମାର୍ଚ୍ଚ ୧୪ ତାରିଖରେ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଥିଲା । ଜୀବନୀ ତପନ ପଟ୍ଟନାୟକ ଓଡ଼ିଶା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁରଠାରେ ୧୯୫୧ ମସିହା ଜୁନ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁ ୨୦୨୩ ମାର୍ଚ୍ଚ ମାସରେ ଶାରିରୀକ ଅସୁସ୍ଥତା ହେତୁ ସେ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୧୪ ତାରିଖରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । |
ସୋନାଲୀ ବେନ୍ଦ୍ରେ (ଜନ୍ମ: ୧ ଜାନୁଆରୀ ୧୯୭୫) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସୋନାଲୀ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ, ମରାଠୀ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୧୯୯୪ରେ ଆଗ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିବା ସୋନାଲୀ ୨୦୦୧ରେ ହିନ୍ଦୀ କଥାଚିତ୍ର ଜଗତରୁ ବିଦାୟ ନେଇଥିଲେ । ପୁଣିଥରେ ସେ ୨୦୦୯ରେ ଦୂରଦର୍ଶନ କାର୍ଯ୍ୟକ୍ରମକୁ ଫେରିଥିଲେ । ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୋଲ୍ଡି ବେହେଲଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି । ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା । ଅଭିନୟ ଜୀବନ ଚଳଚ୍ଚିତ୍ର ଷ୍ଟାର ଡଷ୍ଟ ଟ୍ୟାଲେଣ୍ଟ ସର୍ଚ୍ଚରେ ବଛାଯିବା ପୂର୍ବରୁ ସୋନାଲୀ ଜଣେ ମଡେଲ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ମୁମ୍ବାଇକୁ ନିମନ୍ତ୍ରିତ ହୋଇଥିଲେ ଏବଂ ବିଭିନ୍ନ ଉଚ୍ଚଶ୍ରେଣୀର କଳାକାରଙ୍କଠାରୁ ପ୍ରଶିକ୍ଷଣ ନେବାପରେ ଭାରତୀୟ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୪ରେ ସୋନାଲୀ ଅଭିନେତା ଗୋବିନ୍ଦାଙ୍କ ଆଗ୍ ଚଳଚ୍ଚିତ୍ରରେ ପ୍ରଥମ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ସଫଳ ହୋଇନଥିଲେ ମଧ୍ୟ ଏହାର ଗୀତଗୁଡ଼ିକ ଆକର୍ଷଣୀୟ ହୋଇପାରିଥିଲା । ସୋନାଲୀ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାରର ଲକ୍ସ ନିଉ ଫେସ୍ ଅଫ ଦ ଇଅର ଏବଂ ଷ୍ଟାର ସ୍କ୍ରିନ୍ ଆୱାର୍ଡ଼ ମୋଷ୍ଟ ପ୍ରିମିସିଙ୍ଗ ନିଉକମର୍ ପୁରସ୍କାର ପାଇଥିଲେ । ସୋନାଲୀଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ଦିଲ୍ଜାଲେ, ଭାଇ, ସର୍ଫରୋସ୍, ଜଖମ୍, ଡୁପ୍ଲିକେଟ୍, କଧାଲର୍ ଧିନମ୍, ହମ୍ ସାଥ୍ ସାଥ ହୈ, ତେରା ମେରା ସାଥ୍ ରହେନା, ଅନାହାଟ୍ ଇତ୍ୟାଦି । ସୋନାଲୀ ଚାରି ଖାନ୍ (ଶାହାରୁଖ, ସଲମାନ, ଅମିର ଏବଂ ସୈଫ୍)ଙ୍କ ଅଭିନୟ କରିବା ସହ ଅଭିନେତା ଅକ୍ଷୟ କୁମାର, ସୁନୀଲ ଶେଟ୍ଟି ଏବଂ ଅଜୟ ଦେବଗନଙ୍କ ଭଳି ବଡ଼ ବଡ଼ କଳାକରମାନଙ୍କ ସହ ଅଭିନୟ କରିଛନ୍ତି । ସୋନଲୀ ତେଲୁଗୁ ଚଳଚ୍ଚିତ୍ରରେ ଅଭିନେତା ଚିରଞ୍ଜିବୀଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି । ସୋନାଲୀ ତାଙ୍କ ଅଭିନୟ ସହ ଭଲ ନୃତ୍ୟ ପାଇଁ ମଧ୍ୟ ଗଦ୍ଦର, ସାପୁତ୍, ବମ୍ବେ, ଲାଜ୍ଜା ଏବଂ ମେଜର ସାବ୍ ଭଳି କିଛି ଚଳଚ୍ଚିତ୍ରରେ କାମ ପାଇଥିଲେ । ୨୦୦୩ରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର କଲ୍ ହୋ ନା ହୋରେ ସୋନାଲୀ ଏକ କ୍ଷୁଦ୍ରଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ସୋନାଲୀ ମଞ୍ଚ ଅଭିନୟ ଆପ୍ କି ସୋନିଆରେ ମଧ୍ୟ ଅଭିନୟ କରିଥିଲେ । ୧ ନଭେମ୍ବର ୧୯୯୬ରେ ମାଇକେଲ ଜାକ୍ସନ୍ ଭାରତ ଆସିଥିବାବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ସୋନାଲୀ ପାରମ୍ପାରିକ ମହାରାଷ୍ଟ୍ରିଆନ୍ ଶଢ଼ୀରେ ଯାଇଥିଲେ ଏବଂ ଜାକ୍ସନ୍ଙ୍କ ପାଇଁ ଆରତୀ କରିଥିଲେ । ଦୂରଦର୍ଶନ ସୋନାଲୀ ଏକ ଦୂରଦର୍ଶନରେ ଏକ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ କ୍ୟା ମସ୍ତି କ୍ୟା ଦମ୍....ର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ଏବଂ ସୋନି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟରେ ବିଚାରିକା ରୂପେ କାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ ୫୦ମ ଫିଲ୍ମଫେୟାର ସଭାରେ ଅଭିନେତା ସୈଫ୍ ଅଲ୍ଲି ଖାନ୍ଙ୍କ ସହ ସୋନାଲୀ ଉପସ୍ଥାପନା କରିଥିଲେ । ବିଚାରିକା ଭାବରେ ସେ ମିଷ୍ଟର ଆଣ୍ଡ ମିସେସ୍ ଟେଲିଭିଜନ୍, ଇଣ୍ଡିଆନ୍ ଆଇଡୋଲ୍-୪, ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ, ହିନ୍ଦୁସ୍ତାନ କେ ହୁନର୍ବାଜ୍, ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜ୍ ଆଦି କାର୍ଯ୍ୟକ୍ରମରେ କାମ କରିଥିଲେ । ମାର୍ଚ୍ଚ-ଏପ୍ରିଲ ୨୦୧୪ରେ କଲର୍ସ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମିସନ୍ ସପ୍ନେର ଉପସ୍ଥାପିକା ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । |
ବେଞ୍ଜଏଲ ପେରକ୍ସାଇଡ (ଇଂରାଜୀ ଭାଷାରେ ବା ) ଏକ ଔଷଧ ଓ କାରଖାନାରେ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ । ସାମାନ୍ୟରୁ ମଧ୍ୟମ ଧରଣର ବ୍ରଣ ଚିକିତ୍ସାରେ ଏହା ବ୍ୟବହାର କରାଯାଏ । ସାଂଘାତିକ ହୋଇଥିଲେ ଅନ୍ୟାନ୍ୟ ଔଷଧ ସହିତ ଦିଆଯାଏ । ଏହା କେତେକ ସ୍ଥଳରେ କ୍ଲିଣ୍ଡାମାଇସିନ ଭଳି ଆଣ୍ଟିବାୟୋଟିକ ସାଥିରେ ମିଶ୍ରିତ ହୋଇ ଥାଏ । ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ଅଟା ପରିଷ୍କାର , କେଶ ଉଜ୍ଜ୍ୱଳ , ସଫେଦ ଦାନ୍ତ ଓ ଲୁଗା ଧଳା କରିବାକୁ ବ୍ୟବହାର କରାଯାଏ । ପ୍ଲାସ୍ଟିକ କାରଖାନାରେ ମଧ୍ୟ ବ୍ୟବହୃତ ହୁଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଶୁଷ୍କ ହୋଇ ଚୋପା ଛାଡ଼େ ଓ ଗଲୁ ହୁଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ଏହା ପେରକ୍ସାଇଡ ପରିବାରର ଏହ ରାସାୟନିକ ଦ୍ରବ୍ୟ । ବ୍ରଣ ରୋଗରେ ଏହା ଜୀବାଣୁ ମାରିଦିଏ । ବେଞ୍ଜଏଲ ପେରକ୍ସାଇଡ ସନ ୧୯୦୫ରେ ପ୍ରଥମେ ପ୍ରସ୍ତୁତ କାରଯାଇଥିଲା ଓ ଚିକିତ୍ସା କ୍ଷେତ୍ରରେ ସନ ୧୯୩୦ରୁ ବ୍ୟବହାର କରାଗଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ' ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦%ର ଏକ ୧୫୦ମି:ଲି: ବୋତଲର ଦାମ ୪ ପାଉଣ୍ଡ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସାରେ ୨୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । |
୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୩୦୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ରୁକ୍ମଣୀ ଦେବୀ ମନ୍ଦିର, ଭାରତର ଦ୍ୱାରକାଠାରୁ 2 କିଲୋମିଟର ଦୂରରେ ରହିଥିବା ଏକ ହିନ୍ଦୁ ମନ୍ଦିର । ଭଗବାନ ଶ୍ରୀକୃଷ୍ଣଙ୍କ ରାଣୀ ରୁକ୍ମିଣୀଙ୍କ ଉପାସନା ପାଇଁ ଏହା ନିର୍ମିତ । ଏହି ମନ୍ଦିର 2500 ବର୍ଷ ପୁରାତନ ବୋଲି ଲୋକବାଦ ଥିଲେ ମଧ୍ୟ ଏହାର ନିର୍ମାଣ ଶୈଳୀରୁ ଏହା 12 ଶ ଶତାବ୍ଦୀର ବୋଲି ଜଣାଯାଇଥାଏ । ବର୍ଣ୍ଣନା ମନ୍ଦିରରେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତି ପ୍ରସ୍ତରରେ ଖୋଦନ କରାଯାଇ ମଦିର କାନ୍ଥ ବାହାରେ ଖଞ୍ଜା ଯାଇଛି । ମନ୍ଦିର ଭିତରେ ରୁକ୍ମିଣୀଙ୍କ ପ୍ରତିମା ରହିଛି । ଏଥିରେ ଥିବା ସ୍ତମ୍ଭର ମୂଳ ଅଂଶରେ କ୍ଷୋଦିତ ମନୀଷା ଓ ହାତୀ ମୂର୍ତି ସମୂହ ରହିଛି । କିମ୍ବଦନ୍ତୀ ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କର ପତ୍ନୀ ରୁକ୍ମିଣୀ ପରଶ୍ୱରଠାରୁ ଏତେ ଦୂରରେ ଅବସ୍ଥାନ କରୁଥିବା ବିଷୟରେ ଏକ କାହାଣୀ ରହିଛି । ଥରେ ଶ୍ରୀକୃଷ୍ଣ ଓ ରୁକ୍ମିଣୀ ମହାମୁନି ଦୁର୍ବାସାଙ୍କୁ ତାଙ୍କ ଘରେ ଭୋଜନ ପାଇଁ ରଥରେ ଆମନ୍ତ୍ରଣ କରୁଥିଲେ । ବାଟରେ ଶୋଷ ହେବାରୁ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ଜଳ ପାଇଁ କହିବାରୁ ଶ୍ରୀକୃଷ୍ଣ ଗଙ୍ଗା ଜଳ ତାଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ମହା କ୍ରୋଧୀ ମୁନି ଦୁର୍ବାସା ତାଙ୍କୁ ଆଗରୁ ଜଳ ନ ଦେବାରୁ ସେ ପତିପତ୍ନୀ ବିଚ୍ଛିନ୍ନ ହେଇ ରହିବେ ବୋଲି ଅଭିଶାପ ପ୍ରଦାନ କରିଥିଲେ । |
ବେଲଜୁଟିଫାନ (ଇଂରାଜୀ ଭାଷାରେ ), ୱେଲିରେଗ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଭନ୍ ହିପେଲ-ଲିଣ୍ଡାଉ ରୋଗ-ଆସୋସିଏଟେଡ୍ ବୃକ୍କୀୟ ଜୀବକୋଷ କର୍କଟ, କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର (ସିଏନ୍ଏସ୍) ହେମାଞ୍ଜିଓବ୍ଲାଷ୍ଟୋମା କିମ୍ବା ଅଗ୍ନାଶୟ ନ୍ୟୁରୋଏଣ୍ଡୋକ୍ରାଇନ୍ ଅର୍ବୁଦର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ହେମୋଗ୍ଲୋବିନ୍, ଥକ୍କା, ବୃକ୍କ ସମସ୍ୟା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ରକ୍ତରେ ଶର୍କରା ବୃଦ୍ଧି, ଏବଂ ଅଇ ଲାଗିବା ହୋଇପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଅମ୍ଳଜାନ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି ହୋଇପାରେ । ଏହା ଏକ ହାଇପୋକ୍ସିଆ-ଇଣ୍ଡ୍ୟୁସିବ୍ଲ ଫ୍ୟାକ୍ଟର୍ ୨ ଇନହିବିଟର । ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ବେଲଜୁଟିଫାନ ଅନୁମୋଦିତ ହୋଇଥିଲା । ଯୁକ୍ତରାଜ୍ୟରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ୨୦୨୨ ସୁଦ୍ଧା ପ୍ରାୟ ୧୨,୦୦୦ ହେଉଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୮,୦୦୦ ଡଲାର ଅଟେ ୟୁରୋପରେ ଏହା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ । |
2018 ମସିହାର ଶୀତକାଳୀନ ଅଲିମ୍ପିକ, ଦକ୍ଷିଣ କୋରିଆର ପ୍ୟୋଙ୍ଗଚାଙ୍ଗରେ ଆୟୋଜନ କରାଯାଇଛି । ଏହା ଶୀତକାଳୀନ ଅଲିମ୍ପିକର ୨୩ତମ ସଂସ୍କରଣ ଅଟେ । ଜୁଲାଇ ୨୦୧୧ ମସିହାରେ ଡରବନ, ଦକ୍ଷୀଣ ଆଫ୍ରିକାରେ ଅନ୍ତଃରାଷ୍ଟ୍ରୀୟ ଅଲିମ୍ପିକ ସଙ୍ଘର ୧୨୩ତମ ଆଇଓସି ସତ୍ର ଅନୁସାରେ ପ୍ୟୋଙ୍ଗଚାଙ୍ଗକୁ ଏହି ଖେଳ ଆୟୋଜନ କରିବା ନିମନ୍ତେ ବଛାଯାଇ ଥିଲା । ଦକ୍ଷିଣ କୋରିଆ ପ୍ରଥମ ଥର ପାଇଁ ଶୀତକାଳୀନ ଅଲିମ୍ପିକ ଖେଳର ସେବା କରିଛି, ଯଦିଓ ଏହି ଦେଶରେ ଆୟୋଜିତ ହେଉଥିବା ଦ୍ୱିତୀୟ ଅଲିମ୍ପିକ କ୍ରୀଡ଼ା (ପ୍ରଥମ ୧୯୮୮ ଗ୍ରୀଷ୍ମକାଳୀନ ଅଲିମ୍ପିକ) ଅଟେ । ଶୀତକାଳୀନ ଅଲିମ୍ପିକ ୨୦୧୮ ମସିହା ଫେବୃଆରୀ ୯ରୁ ୨୫ ପର୍ଯ୍ୟନ୍ତ ଚାଲିବ, ଉଦଘାଟନ ସମାରୋହ ପୂର୍ବରୁ ୮ ଓ ୯ ଫେବୃଆରୀରେ କିଛି ସ୍ପର୍ଦ୍ଧା ଆୟୋଜିତ କରାଯାଇଛି । ଏହି ଆୟୋଜନରେ ପନ୍ଦରଟି ଖେଳରେ ୧୦୨ ସ୍ପର୍ଦ୍ଧା ରହିଛି, ଯେଉଁଥିରେ ବିଗ ଏୟାର ସ୍ନୋବୋଡିଙ୍ଗ, ମାସ ସ୍ଟାର୍ଟ ସ୍ପିଡ ସ୍କେଟିଙ୍ଗ, ମିଶ୍ରିତ ଯୁଗଳ କଲିଙ୍ଗ ଏବଂ ମିଶ୍ରିତ ଟୀମ ଅପ୍ଲାଇନ ସ୍କେଟୀଙ୍ଗ ଆଦି ଖେଳ ଶୀତକାଳୀନ ଅଲିମ୍ପିକ କାର୍ଯ୍ୟକ୍ରମରେ ସାମିଲ ରହିଛି । ୯୨ ରାଷ୍ଟ୍ରୀୟ ଅଲିମ୍ପିକ ସମିତି (ଦେଶ)ର ସମୁଦାୟ ୨,୯୫୨ ଖେଳାଳୀ ଏହି ଆୟୋଜନରେ ଭାଗ ନେବେ । ଇକ୍ୱାଡୋର, ଏରିଣ୍ଟିୟା, କୋସୋବୋ, ମଲେଶିୟା, ନାଇଜେରିୟା ଓ ସିଙ୍ଗାପୁରର ଏହା ପ୍ରଥମ ଶୀତକାଳୀନ ଅଲିମ୍ପିକ ଅଟେ । ନିଲାମୀ ପ୍ୟୋଙ୍ଗଚାଙ୍ଗ, ୨୦୧୦ ଏବଂ ୨୦୧୪ ମସିହା ଶୀତକାଳୀନ ଅଲିମ୍ପିକ ଖେଳର ଆତିଥେୟ ପାଇଁ ନିଲାମ ଲଗାଇ ଥିଲେ, କିନ୍ତୁ କ୍ରମଶଃ ବ୍ୟାକୁବର ଏବଂ ସୋଚୀରେ ମତଦାନର ଅନ୍ତିମ ଦ୍ୱାରାରେ ହାରିଯାଇଥିଲେ । 2011 ମସିହାରେ ଡରବନରେ ୧୨୩ତମ ଆଇଓସି ସତ୍ରରେ ପ୍ୟୋଙ୍ଗଚାଙ୍ଗ ଦଳର ଶହର ରୂପେ ବଛାଯାଇଥିଲା, ତାହାକୁ ନିଜର ପ୍ରତିସ୍ପନ୍ଧିର ଅପେକ୍ଷା ମତଦାନର ପ୍ରଥମ କ୍ଷେପରେ ଆବଶ୍ୟକ ୪୮ ଭୋଟର ବହୁମତ ହାସିଲ କରାଯାଇଥିଲା । ସୀତକାଳୀନ ଖେଳର ଆତିଥ୍ୟ କରିବା ପାଇଁ ପ୍ୟୋଙ୍ଗଚାଙ୍ଗ ତୃତୀୟ ଏସିୟାଇ ଙ୍ଗର ଅଟେ । ଏହା ପୂରାବରୁ ଦୁଇ ଆୟୋଜନ ଜାପାନର ସାପ୍ପୋରୋ (୧୯୭୨ ଶୀତକାଳୀନ ଅଲିମ୍ପିକ) ଏବଂ ନାଗାନୋ (୧୯୯୮ ଶୀତକାଳୀନ ଅଲିମ୍ପିକ) ସହରରେ ହୋଇସାରିଛି । ଆୟୋଜନ 2018 ମସିହା ଶୀତକାଳୀନ ଅଲିମ୍ପିକର ଉଦ୍ଘାଟନ ସମାରୋହ ୯ ଫେବୃୟାରୀ ୨୦୧୮ ମସିହାରେ ପ୍ୟୋଙ୍ଗଚାଙ୍ଗ ଅଲିମ୍ପିକ ଷ୍ଟାଡିୟମରେ ଆୟୋଜିତ କରାଯାଇଛି; ୧୦୦ ମିଲିୟନ ଆମେରିକା ଡଲାରର ଉପଯୋଗ କେବଳ ଏହି ଅଲିମ୍ପିକ ଓ ପୌରାଲମ୍ପିକ ସମାରୋହ ପାଇଁ କରାଯାଇଛି ଓ ଆୟୋଜନର ସମାପ୍ତ ହେବାପରେ ତାକୁ ଧ୍ୱସ୍ତ କରିଦିଆଯିବ । |
କୁମାରଗଞ୍ଜ, ଏକ ସହର । ଏହା ଭାରତୀୟ ରାଜ୍ୟ ଉତ୍ତରପ୍ରଦେଶର ଫାଇଜାବାଦ ଜିଲ୍ଲାରେ ଅବସ୍ଥିତ । ଏହା ଫାଇଜାବାଦ ରାୟବରେଲୀ ଜାତୀୟ ରାଜପଥ ଉପରେ ଅବସ୍ଥିତ । ଜନସଂଖ୍ୟା 2011 ଜନଗଣନା ଅନୁସାରେ ଏଠାକାର ଜନସଂଖ୍ୟା 19,990 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 51% ଥିବା ବେଳେ ମହିଳା ସଂଖ୍ୟା 49 % ଥିଲା । ଏଠାରେ ସାକ୍ଷ୍ୟରତା ହାର 62 % ରହିଥିଲା । 6 ବର୍ଷରୁ କମ ସଂଖ୍ୟା 17% ରହିଥିଲା । |
ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ଼ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି , ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା । ଗାଲିଲିଓଙ୍କ ନାଁ ତାଙ୍କର ଜଣେ ପୂର୍ବଜ, ଗାଲିଲିଓ ବୋନଇୟୁଟି ,ଙ୍କ ନାଁ ଅନୁସାରେ ଦିଆଯାଇଥିଲା । ଗାଲିଲିଓ ବୋନଇୟୁଟି (୧୩୭୦ - ୧୪୫୦) ଜଣେ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ରାଜନୈତିଜ୍ଞ ଥିଲେ । ୧୪ଶ ଶତାବ୍ଦୀର ଶେଷ ଭାଗକୁ ପରିବାରର ଶେଷ ନାଁ 'ବୋନଇୟୁଟି' ରୁ 'ଗାଲିଲି' କୁ ପରିବର୍ତ୍ତନ କରି ଦିଆଯାଇଥିଲା । ଶିକ୍ଷା ଓ ଉଦ୍ଭାବନ ପ୍ରାରମ୍ଭିକ ଶିକ୍ଷା ପିସାରେ ଚାରୁକଳା ଓ ବିଜ୍ଞାନ ଶିକ୍ଷା ପାଇଁ ଏକ ବିଖ୍ୟାତ ଶିକ୍ଷା କେନ୍ଦ୍ର ଥାଏ । ଗାଲିଲିଓ ଏହାର ସଦୁପଯୋଗ ପାଇଁ ସୁବିଧା ପାଇଲେ । କିନ୍ତୁ ତାଙ୍କୁ ଜଣେ ବିଖ୍ୟାତ ଡାକ୍ତର କରିବା ପାଇଁ ତାଙ୍କ ବାପଙ୍କର ଇଚ୍ଛାଥାଏ । ତେଣୁ ସେ ପିସା ବିଶ୍ୱବିଦ୍ୟାଳୟରେ ଭେଷଜ ବିଜ୍ଞାନ ଶିକ୍ଷା ପାଇଁ ପ୍ରବେଶ କଲେ । ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବାବେଳେ ୨୦ ବର୍ଷ ବୟସରେ ସେ ଏକ ବୈଜ୍ଞାନିକ ତତ୍ତ୍ୱ ଆବିଷ୍କାର କଲେ । ପିସାର ଗୀର୍ଜାରେ ସମସ୍ତେ ପ୍ରାର୍ଥନାରତ ଥାନ୍ତି ; ଛାତ୍ର ଗାଲିଲିଓ ଗୀର୍ଜା ଛାତରେ ଝୁଲୁଥିବା ବତୀ ଗୁଡିକର ଦୋଳୋନ କାଳ ନିରୂପଣ କରିବାପାଇଁ ସ୍ଥିର କଲେ । ସେତେବେଳେ ଘଣ୍ଟା ବାହାରି ନଥାଏ । ନିଜ ନାଡୀର ଦପ୍ ଦପ୍ ଗଣି ସ୍ଥିର କଲେ ଯେ ବତୀର ପୂର୍ଣ୍ଣ ଦୋଳନ ଗୁଡିକର ସମୟ ସମାନ । ପୁଣି ପ୍ରତ୍ୟେକ ବତୀ ପ୍ରତି ଏହା ପ୍ରଯୁଜ୍ୟ । ପରେ ସେ ପ୍ରମାଣ କରିଥିଲେ ଯେ ଦୋଳନ ବିସ୍ତାର ଯାହାହେଲେ ମଧ୍ୟ ଦୈର୍ଘ୍ୟ ସମାନ ଥିଲେ ଦୋଳନକାଳରେ ପରିବର୍ତ୍ତନ ଘଟୁନାହିଁ । ତାଙ୍କ ଉଦ୍ଭାବିତ ଦୋଳକ ସାହାଯ୍ୟରେ ରୋଗୀର ନାଡୀ ଦେଖିବାପାଇଁ ଡାକ୍ତରଙ୍କୁ ପରାମର୍ଶଦେଲେ । ଏକ ଦୋଳକ ଘଣ୍ଟା ପାଇଁ ମଧ୍ୟ ସେ ଯୋଜନା କରିଥିଲେ । ପରେ ଖ୍ରୀଷ୍ଟିୟାନ ହାଇଜିନ୍ସ ଏକ ଦୋଳକ ଘଣ୍ଟା ତିଆରି କରିଥିଲେ । ଉଦ୍ଭାବନ ଓ ସମାଲୋଚନା ୧୫୮୫ ବେଳକୁ ଗାଲିଲିଓ ପୁଣି ଅର୍ଥାଭାବରେ ପଡ଼ିଲେ । ବିଶ୍ୱବିଦ୍ୟାଳୟରୁ ନାଁ କଟିଗଲା । ଘରୋଇ ଭାବରେ ପଢ଼ିବାକୁ ଯାଇ ସେ ଗଣିତ ପ୍ରତି ଅଧିକ ଧ୍ୟାନ ଦେଲେ । ସେତିକିବେଳେ ଆରିଷ୍ଟୋଟଲଙ୍କଦ୍ୱାରା ପ୍ରତିଷ୍ଠିତ ଗତି ବିଜ୍ଞାନ ସମ୍ପର୍କିତ କେତେକ ନିୟମକୁ ସମାଲୋଚନା କରିବାକୁ ଆରମ୍ଭ କଲେ । ଗାଲିଲିଓଙ୍କ ପାଣ୍ଡିତ୍ୟ, ତୁସକାନୀର ଡିଉକ୍ଙ୍କ ଦୃଷ୍ଟି ଆକର୍ଷଣ କଲା । ପିସା ବିଶ୍ୱବିଦ୍ୟାୟାଳୟରେ ଗାଲିଲିଓଙ୍କୁ ନିଯୁକ୍ତି ଦେବାପାଇଁ ଏକ ଅଧ୍ୟାପକ ପଦ ସୃଷ୍ଟି କରାଗଲା । ୨୫ ବର୍ଷ ବୟସରେ ଗାଲିଲିଓ ଗଣିତ ପ୍ରଫେସର ହୋଇ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ହେଲେ । ସେ ଯୁବକ; ତାଙ୍କ ବିଶ୍ୱବିଦ୍ୟାଳୟ ଡିଗ୍ରୀ କି ଉପାଧି ନଥିଲା; ଏଣେ ପୁଣି ଆରିଷ୍ଟୋଟଲଙ୍କ ମତବାଦକୁ ବିରୋଧ କରୁଥିଲେ । ଅନ୍ୟ ଅଧ୍ୟାପକମାନେ ଏହାକୁ ଅର୍ବାଚୀନ ଔଦ୍ଧତ୍ୟ ମନେକଲେ । କ୍ରମେ କନ୍ଦଳ ଘନେଇ ଆସିଲା । ପତ୍ର ଓ ପଥର ପଡ଼ିବା ବିଷୟରେ ଆରିଷ୍ଟୋଟଲ କହିଥିବା କଥା ଭୁଲ । ଆରିଷ୍ଟୋଟଲ 'ବାୟୁ ମାଧ୍ୟମ' ଯୋଗୁଁ ହଉଥିବା ପ୍ରତିରୋଧ କଥା ଭୁଲିଯାଇଥିଲେ । ଆରିଷ୍ଟୋଟଲଙ୍କ ଏହି ଭ୍ରମକୁ ଏକ ପରୀକ୍ଷାରେ ସାବ୍ୟସ୍ତ କରିବାପାଇଁ ସେ ଚେଷ୍ଟା କରିଥିଲେ । ଗାଲିଲିଓଙ୍କ ଜଣେ ଛାତ୍ର ଭିନସେଞ୍ଜୋ ବିବାନୀ ଏକ ଜୀବନୀରେ ଲେଖିଛନ୍ତି ଯେ ଗାଲିଲିଓ ଦୁଇଟି ପେଣ୍ଡୁକୁ ବଙ୍କା ହୋଇ ଠିଆ ହୋଇଥିବା ପିସା ଟାୱାର ଉପରୁ ତଳକୁ ପକେଇଥିଲେ । ପେଣ୍ଡୁ ଦ୍ୱୟ ଏକ ପ୍ରକାର ପଦାର୍ଥରେ ଗଢ଼ା କିନ୍ତୁ ଦୁଇଟିର ଅଲଗା ଅଲଗା ବସ୍ତୁତ୍ୱ ଥିଲା । ଗାଲିଲିଓ ଦେଖେଇବାକୁ ଚାହୁଁଥିଲେ ଯେ ପେଣ୍ଡୁ ଦ୍ୱୟର ବସ୍ତୁତ୍ୱ ଅଲଗା ହବା ସତ୍ତ୍ୱେ ତଳେ ପଡ଼ିବା ସମୟ ଏକା ହବ । କିନ୍ତୁ ଆରିଷ୍ଟୋଟଲ ଭାବୁଥିଲେ ଯେ ଓଜନିଆ ବସ୍ତୁ ଶୀଘ୍ର ପଡ଼ିବ ଓ ହାଲୁକା ଡେରିରେ । କିଛି ଇତିହାସକାରଙ୍କ କହିବା ଅନୁଯାୟୀ ଏହିପରି କୌଣସି ପରୀକ୍ଷା ହେଇନଥିଲା । । କିନ୍ତୁ ଡ୍ରେକ ଙ୍କ କହିବା ଅନୁଯାୟୀ ଏହି ପରୀକ୍ଷା ହୋଇଥିଲା , ଅଳ୍ପ ବହୁତେ ବିବାନୀ କହିବାପରି । ଉକ୍ତ ପରିକ୍ଷାଟି ପ୍ରକୃତରେ ସିମୋନ ଷ୍ଟିଭିନ କରିଥିଲେ ୧୫୬୮ରେ ଏବଂ ବ୍ୟବହୃତ କୋଠାଟି ଥିଲା ଡେଲଫ୍ଟ ଗୀର୍ଜାର ଟାୱାର । ଗାଲିଲିଓ ପତନଶୀଳ ବସ୍ତୁର ସମୟ ମାପିବା ପାଇଁ ଜଳଘଡିର ବ୍ୟବହାର କରୁଥିଲେ । ପେଣ୍ଡୁକୁ ଏକ ଅନତ ସମତଳ ଉପରେ ଗଡେଇ ଦେଉଥିଲେ ଓ ଭିନ୍ନ ଭିନ୍ନ ସ୍ଥାନରେ ପେଣ୍ଡୁଟି ପହଞ୍ଚିଲା ବେଳକୁ, ଜଳଘଡିରୁ କେତେ ବୁନ୍ଦା ଜଳ ତଳେ ପଡୁଥିଲା ମାପିନେଉଥିଲେ । ଭିନ୍ନ ଭିନ୍ନ ସମତଳ ପାଇଁ ସେ ପରୀକ୍ଷାର ପୁନରାବୃତ୍ତି କରିଥିଲେ । ଶେଷରେ ସେ ସିଦ୍ଧାନ୍ତରେ ଉପନୀତ ହେଲେଯେ, "ପତମାନ ବସ୍ତୁ ଅତିକ୍ରମ କରୁଥିବା ଦୂରତା, ତଦ୍ଦ୍ୱାରା ଅତିକ୍ରାନ୍ତ ହେଉଥିବା ସମୟର ବର୍ଗ ଅନୁସାରେ ପରିବର୍ତ୍ତିତ ହେଉଥାଏ ।" ଜଳଘଡି ସାହାଯ୍ୟରେ ପରୀକ୍ଷା କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ, ଆଜି ଆଧୁନିକ ସୂକ୍ଷ୍ମ ଇଲେକଟ୍ରୋନିକ୍ ଯନ୍ତ୍ର ସାହାଯ୍ୟରେ ସମୟ ମାପି ପରୀକ୍ଷା କଲେ ଜଣାଯାଏଯେ ତାଙ୍କ ସିଦ୍ଧାନ୍ତ ନିର୍ଭୁଲ ଥିଲା । ପ୍ରକ୍ଷିପ୍ତ ବସ୍ତୁର ଗତି ପରାବୋଲୀୟ ହେବ ବୋଲି ସେ ଦର୍ଶାଇଥିଲେ । ତା 'ର ଭୂସମାନ୍ତର ପରିବେଗ ବଦଳିବ ନାହିଁ । ଭୂଲମ୍ବ ପରିବେଗ ପତମାନ ବସ୍ତୁର ପରିବେଗ ପରି ବଦଳିବ । ବନ୍ଧୁକ ଫୁଟିଲେ ଗୁଳି କେଉଁ ପଥ ଦେଇଯିବ ସେ ସଠିକ ଭାବେ ଦର୍ଶାଇଥିଲେ । କପରନିକସ ଙ୍କ ସୌରକୈନ୍ଦ୍ରିକ ମତବାଦକୁ ସେ ସମର୍ଥନ କରିଥିଲେ । ସୂର୍ଯ୍ୟ କେନ୍ଦ୍ରରେ ସ୍ଥିର, ପୃଥିବୀ ଘୂରୁଛି । ଆପେକ୍ଷିକ ଗତି ଯୋଗୁଁ ଆମେ ପୃଥିବୀର ଘୁର୍ଣନ କଥା ଜାଣିପାରୁ ନାହୁଁ । ନାନା ପରୀକ୍ଷା ଓ ପ୍ରମାଣ ବଳରେ ସେ ଏହା ପ୍ରମାଣ କଲେ, କିନ୍ତୁ ତାଙ୍କ ବିରୋଧରେ ଜନମତ ଏତେ ପ୍ରବଳ ହେଲା ଯେ , ତାଙ୍କୁ ୧୫୯୧ରେ ପିସା ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଗଲା । କିନ୍ତୁ ବର୍ଷକ ପରେ ସେ ପଡୁଆ/ପଡ୍ୱା ବିଶ୍ୱବିଦ୍ୟାଳୟରେ ଗଣିତ ପ୍ରଫେସର ରୂପେ ନିଯୁକ୍ତି ପାଇଗଲେ । ତାଙ୍କ ଖ୍ୟାତି ଏତେ ପ୍ରସରି ଗଲା ଯେ ଇଉରୋପର ଚାରିଆଡୁ ଛାତ୍ର ତାଙ୍କ ନିକଟରେ ଅଧ୍ୟୟନ କରିବାକୁ ଆସିଲେ । ପଡୁଆରେ ଥିଲାବେଳେ ସେ ନିଜେ ଲେନ୍ସ ତିଆରିକରି ଟେଲିସ୍କୋପ / ଦୂରବୀକ୍ଷଣ ଗଢ଼ିଲେ । ପ୍ରଥମେ ସେ ଘୋଷଣା କଲେ ଯେ ଚନ୍ଦ୍ରପୃଷ୍ଠ ସମତଳ ନୁହଁ । ପାହାଡ଼, ଉପତ୍ୟକାରେ ତାହା ପରିପୂର୍ଣ୍ଣ । ସେ ପ୍ରଥମେ ଗ୍ରହ ଓ ନକ୍ଷତ୍ର ମଧ୍ୟରେ ପ୍ରଭେଦ ଦର୍ଶାଇଲେ । ନକ୍ଷେତ୍ରର ନିଜର ଆଲୋକ ଅଛି, ଗ୍ରହଗୁଡ଼ିକ ଅନ୍ୟ ଉଜ୍ଜଳ ବସ୍ତୁର ଆଲୋକରେ ଆଲୋକିତ । ଛାୟାପଥରେ ଥିବା ଧଳା ଦାଗଗୁଡ଼ିକ ପ୍ରକୃତରେ ଅସଂଖ୍ୟ ନକ୍ଷତ୍ର । ଚନ୍ଦ୍ରରେ ପାହାଡ଼ର ଉଚ୍ଚତା ସେ ମାପିପାରିଥିଲେ । ବୃହସ୍ପତିର ଚନ୍ଦ୍ର ଥିବା କଥା ସେ କହିଥିଲେ । ତାଙ୍କ ସମ୍ମାନାର୍ଥେ ସେଗୁଡିକୁ ଗାଲିଲିଓଙ୍କ ଚନ୍ଦ୍ର କୁହାଯାଏ । ସଂଘର୍ଷମୟ ଜୀବନ ଶେଷ ଜୀବନ ଗ୍ରହାଣୁ 697 ର ନାମ ତାଙ୍କ ସମ୍ମାନାର୍ଥେ ରଖାଯାଇଥିଲା । ଦୁନିଆକୁ ବିଶ୍ୱ ଦର୍ଶନରେ ସାହାଯ୍ୟ କରିବାପାଇଁ ଯେ ଦୂରବୀକ୍ଷଣ ତିଆରି କରିଥିଲେ , ଶେଷରେ ଚକ୍ଷୁ ହରାଇ ଶେଷ ନିଶ୍ୱାସ ତ୍ୟାଗ କଲେ । ତାଙ୍କ ଜୀବନରେ ସେ ଆରିଷ୍ଟୋଟଲଙ୍କ ଅନେକ ଚିନ୍ତାଧାରାକୁ ଖଣ୍ଡନ କରିଥିଲେ । ବିଜ୍ଞାନ ସମ୍ରାଟ ନିଉଟନଙ୍କ ଆବିଷ୍କାର ଓ ଉଦ୍ଭାବନ ପାଇଁ ସେ ପଥ ଉନ୍ମୁକ୍ତ କରିଗଲେ । ଏହି ମହାତ୍ମାଙ୍କ କାନ୍ଧରେ ଠିଆ ହୋଇ ନିଉଟନ ଜ୍ଞାନ ରାଜ୍ୟରେ ଅଧିକ ଦୂରକୁ ଦୃଷ୍ଟି ନିକ୍ଷେପ କରିପାରିଥିଲେ । ଗାଲିଲିଓ ଆଧୁନିକ ପ୍ରୟୋଗାତ୍ମକ ବା ପରୀକ୍ଷାମୂଳକ ବିଜ୍ଞାନର ଭିତ୍ତି ସ୍ଥାପନ କରିଗଲେ । ସମୟ ରେଖା ୧୫୪୩ ନିକୋଲସ କପରନିକସ , ଟଲେମୀଙ୍କ ଭୂ-କୈନ୍ଦ୍ରିକ ମଡେଲର ବିକଳ୍ପ ରୂପେ ପ୍ରକାଶ କଲେ, ଯାହାକି କପରନିକସଙ୍କ ମୃତ୍ୟୁ ପରବର୍ତ୍ତୀ କାଳରେ ଆରିଷ୍ଟୋଟଲୀୟ ଭୌତିକ-ଶାସ୍ତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟିକଲା । ୧୫୬୩ ପିତା ଭିନସେଞ୍ଜୋ ଗାଲିଲୀଙ୍କର , ଗୁଲିଆ ଆମ୍ମାନାତିଙ୍କ ସହ ବିବାହ । ୧୫୬୪ ଜନ୍ମ ଇଟାଲୀର ପିସା ସହରରେ । ~୧୫୭୦ ଥୋମାସ ଡିଗ୍ସ , ତାଙ୍କ ପିତା ଲିଓନାର୍ଡ ଡିଗ୍ସ ତିଆରି କରିଥିବା ଏକ ଦୂରବୀକ୍ଷଣର (୧୫୪୦-୧୫୫୯ ମଧ୍ୟବର୍ତ୍ତୀ କାଳରେ) ଗଠନ ବର୍ଣ୍ଣନା କରି ପାଣ୍ଟୋମେଟ୍ରିଆ ପ୍ରକାଶ କଲେ । ୧୫୭୩ ଟାଇକୋ ବ୍ରହେ , ଆରିଷ୍ଟୋଟଲଙ୍କ ଅପରିବର୍ତ୍ତନୀୟ ଓ ଶାଶ୍ୱତ ଆକାଶୀୟ କ୍ଷେତ୍ରର ଚିନ୍ତାଧାରାକୁ ଖଣ୍ଡନ କରି (ନୂଆ ତରକା ଉପରେ) ପ୍ରକାଶ କଲେ । ୧୫୭୬ ' ,୧୫୮୧ ତାଙ୍କ ପିତା, ଭିନସେଞ୍ଜୋ ଗାଲିଲି ସଙ୍ଗୀତର ସିଦ୍ଧାନ୍ତଗୁଡ଼ିକ ସମ୍ପର୍କରେ ପ୍ରକାଶ କଲେ । ୧୫୮୧ ଭେଷଜ ବିଜ୍ଞାନର ଛାତ୍ର ଭାବେ ପିସା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ । ୧୫୮୨ ଓଷ୍ଟିଲୀୟ ରିଚି ଙ୍କର ଗଣିତ ବ୍ୟାଖ୍ୟାନରେ ଉପସ୍ଥିତ ରହିଥିଲେ ଏବଂ ତା 'ପରେ ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ନିର୍ଣ୍ଣୟ ନେଲେ । ୧୫୮୫ ଡିଗ୍ରୀ ନ 'ନେଇ ପିସା ବିଶ୍ୱବିଦ୍ୟାଳୟ ଛାଡିଥିଲେ ଓ ଅନୁଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । 1586 ର ଉଦ୍ଭାବନ; (ଅଳ୍ପ ସନ୍ତୁଳନ)ର ରଚନା । |
ଶିଶୁ ସାହିତ୍ୟ କିମ୍ବା କିଶୋର ସାହିତ୍ୟରେ ପିଲାମାନଙ୍କ ପାଇଁ ରଚିତ କାହାଣୀ, ପୁସ୍ତକ, ପତ୍ରିକା ଏବଂ କବିତା ଅନ୍ତର୍ଭୁକ୍ତ । ଆଧୁନିକ ଶିଶୁ ସାହିତ୍ୟ ଦୁଇଟି ଭିନ୍ନ ଶ୍ରେଣୀରେ ବିଭକ୍ତ: ବର୍ଗ କିମ୍ବା ପାଠକଙ୍କ ବୟସସୀମା । ଶିଶୁ ସାହିତ୍ୟର ଆରମ୍ଭ ପରୀ କାହାଣୀ ଏବଂ ଗୀତ ଆଦି ଯାଏ ବ୍ୟାପକ ବୋଲି ମାନିହେବ । ତେବେ ଅଷ୍ଟାଦଶ ଶତାବ୍ଦୀରେ ମାତ୍ର ଏସବୁ ଶିଶୁ ସାହିତ୍ୟ ଭିତରେ ଗଣାହେଲା । ଗୀତଗୁଡ଼ିକ ଏକ ବ୍ୟାପକ ମୌଖିକ ପରମ୍ପରାର ଅଂଶବିଶେଷ, ଯାହା ମୁଦ୍ରଣ ପ୍ରକାଶ ହେବା ପୂର୍ବରୁ ବୟସ୍କମାନେ ପିଲାମାନଙ୍କୁ ଶୁଣାଇଥିଲେ । ମୁଦ୍ରଣ ଆଗରୁ ଆଦି ଶିଶୁ ସାହିତ୍ୟର ଆରମ୍ଭ ଖୋଜିବା କଷ୍ଟକର । ମୁଦ୍ରଣ ବ୍ୟାପକ ଭାବେ ବ୍ୟବହାର ହେବା ପରେ ମଧ୍ୟ ଅନେକ କ୍ଲାସିକ "ଶିଶୁ" କାହାଣୀ ମୂଳତଃ ବୟସ୍କମାନଙ୍କ ପାଇଁ ରଚନା କରାଯାଇଥିଲା ଏବଂ ପରେ ଅଳ୍ପ ବୟସ୍କ ପାଇଁ ଗ୍ରହଣ କରାଯାଇଥିଲା । ପଞ୍ଚଦଶ ଶତାବ୍ଦୀରୁ ବିଶେଷ କରି ପିଲାମାନଙ୍କ ପାଇଁ ଅନେକ ସାହିତ୍ୟ ରଚନା କରାଯାଇଥିଲା ଓ ଏଥିରେ ପ୍ରାୟତଃ ଏକ ନୈତିକ କିମ୍ବା ଧାର୍ମିକ ବାର୍ତ୍ତା ରହିଥିଲା । ପିଲାମାନଙ୍କର ସାହିତ୍ୟକୁ ମୌଳବାଦୀ ପରମ୍ପରା ଭଳି ଧାର୍ମିକ ଉତ୍ସ, କିମ୍ବା ଚାର୍ଲ୍ସ ଡାରଉଇନଙ୍କ ଏବଂ ଜନ ଲକଙ୍କ ପ୍ରଭାବଦ୍ୱାରା ଦାର୍ଶନିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ପ୍ରଦାନ କରାଯାଇଚି । ଉନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭକୁ "ଶିଶୁ ସାହିତ୍ୟର ସୁବର୍ଣ୍ଣ ଯୁଗ" କୁହାଯାଏ କାରଣ ସେହି ସମୟରେ ଅନେକ କ୍ଲାସିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା । ଜାତୀୟ ପରମ୍ପରା ଭାରତ ଓଡ଼ିଶାରେ ଜହ୍ନମାମୁ, ମୀନା ବଜାର, ସଂସାର, ମନପବନ, ନନ୍ଦନକାନନ ଆଦି ନିୟମିତ ପତ୍ରିକା ଓଡ଼ିଆରେ ଶିଶୁସାହିତ୍ୟ ପ୍ରକାଶ କରିଥାନ୍ତି । |
ଋଣ ହେଉଛି ଜଣେ, ଅନେକ ବ୍ୟକ୍ତି କିମ୍ବା କୌଣସି ସଂସ୍ଥା ଇତ୍ୟାଦି କାହାଠୁ ଟଙ୍କା ଧାର ବା ବାକି ଆଣିଥିଲେ କୁହାଯାଇଥାଏ । ରୁଣକର୍ତ୍ତା ବା ଧାରୁଆ ସମ୍ପୂର୍ଣ୍ଣରୂପେ ମୂଳଧନ ଶୁଝିଲା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସୁଧ ସହିତ ପରିଶୋଧ କରିବାକୁ ପଡିଥାଏ । ସାଧାରଣତଃ ଏକ ଦଲିଲରେ ଅନ୍ୟାନ୍ୟ ଦରକାରୀ ତଥ୍ୟ ସହିତ ଋଣ ନେଇଥିବା ମୂଳଧନ, ଋଣଦାତାଙ୍କୁ ମିଳିବାକୁ ଥିବା ବାର୍ଷିକ ସୁଧ, ଋଣକର୍ତ୍ତାଙ୍କର ପରବର୍ତ୍ତୀ ଟଙ୍କା ଦେବା ତାରିଖ ଇତ୍ୟାଦି ଲେଖାଥାଏ । ଋଣକର୍ତ୍ତାରୂପେ ଧାର ଦେବା ବ୍ୟାଙ୍କ ଏବଂ କ୍ରେଡିଟ କାର୍ଡ କମ୍ପାନୀଗୁଡିକର ଏକ ମୁଖ୍ୟ ବ୍ୟବସାୟ ମାର୍ଗ ଅଟେ । ଆଜିକାଲି ଅନେକ ଗୁଡିଏ ଆପ ନିଜର ଗ୍ରାହକମାନଙ୍କ ପାଇଁ ମଧ୍ୟ ଆଂଶିକ ପ୍ରକାରର ଋଣ ଦେଉଛନ୍ତି । ଅନ୍ୟ ସଂସ୍ଥାଗୁଡ଼ିକ ଋଣ କଣ୍ଟ୍ରାକ୍ଟ ଯଥା ବଣ୍ଡ ପ୍ରକାଶ କରି ଧାର କରିଥାନ୍ତି । ବିଭିନ୍ନ ପ୍ରକାରର ଋଣ ସୁରକ୍ଷିତ ଏହି ଋଣରେ ରୁଣକର୍ତ୍ତା କିଛି ସମ୍ପତ୍ତି (ଯଥା: କାର, ଜମି, ଘର, ସୁନାରୂପା ଇତ୍ୟାଦି) ବନ୍ଧାରେ ରଖି ଋଣ ନେଇଥାନ୍ତି । ଋଣ ଶୁଝି ନପାରିଲେ ଋଣଦାତା କ୍ଷତିପୂରଣ ବାବଦରେ ବନ୍ଧାଥିବା ସମ୍ପତ୍ତିକୁ ନିଜ ଅକ୍ତିଆରକୁ ଆଣିପାରିବେ । ସେହିଭଳି ଏକ କାର କିଣିବାକୁ ନିଆଯାଇଥିବା କାର ଋଣରେ କିଣାଯାଇଥିବା କାରଟି ବନ୍ଧା ପଡ଼ିଥାଏ । ଦୁଇ ପ୍ରକାରର ଗାଡ଼ି ଋଣ ଥାଏ । ସିଧାସଳଖ ଋଣ, ଏଥିରେ ବ୍ୟାଙ୍କରୁ ସିଧାସଳଖ ଋଣ ନିଆଯାଇଥାଏ । ପରୋକ୍ଷ ଋଣ, ଏଥିରେ ବିକ୍ରୀକରୁଥିବା ଗାଡ଼ିର ଶୋରୁମ ଡିଲର ବ୍ୟାଙ୍କ ଏବଂ ରୁଣକର୍ତ୍ତାଙ୍କ ଭିତରେ ମଧ୍ୟସ୍ଥି ସାଜି ଋଣ ବ୍ୟବସ୍ଥା କରାଇଦିଅନ୍ତି । ଅସୁରକ୍ଷିତ ଅସୁରକ୍ଷିତ ରୂଣଗୁଡ଼ିକରେ କିଛି ବନ୍ଧା ରଖାଯାଇନଥାଏ । ବିଭିନ୍ନ ପ୍ରକାରର ଏହି ଭଳି ରୂଣଗୁଡ଼ିକ ହେଲା: କ୍ରେଡିଟ କାର୍ଡ଼ ଋଣ ବ୍ୟକ୍ତିଗତ ଋଣ ବ୍ୟାଙ୍କ ଓଭରଡ୍ରାଫ୍ଟ ଇତ୍ୟାଦି । ସୁଧର ହାର ଉଭୟପକ୍ଷଙ୍କର ମଧ୍ୟରେ ନିର୍ଦ୍ଧାରଣ କରାଯାଇଥାଏ । ଏଥିରେ କୌଣସି ନିୟମ ନଥାଏ । ସାଧାରଣତଃ ଅସୁରକ୍ଷିତ ଋଣର ସୁଧାର ହାର ଅଧିକ ଥାଏ, କାରଣ ଏଥିରେ ଋଣଦାତାଙ୍କର ଟଙ୍କା ବୁଡ଼ିବାର ଅବସର ଅଧିକ ଥାଏ । ଦାବି ଦାବିଯୁକ୍ତ ଋଣଗୁଡିକ ସ୍ୱଳ୍ପମିଆଦୀ ଋଣ ହୋଇଥାଏ । ଏହାର ପରିଶୋଧ କରିବାର କୌଣସି ନିର୍ଦ୍ଧାରିତ ସମୟ ନଥାଏ । ଅନ୍ୟପକ୍ଷରେ ଏହାର ଏକ ଭାସମାନ ଋଣ ଥାଏ ଯାହା ସମୟାନୁସାରେ ପରିବର୍ତ୍ତିତ ହୋଇଥାଏ । ଋଣଦାତା ଚାହିଁଲେ କେବେବି ଋଣ ପରିଶୋଧ ପାଇଁ ଦାବି କରିପାରିବେ । ଏହା ଉଭୟ ସୁରକ୍ଷିତ କିମ୍ବା ଅସୁରକ୍ଷିତ ହୋଇପାରେ । ରିହାତିଯୁକ୍ତ ଏକ ରିହାତିଯୁକ୍ତ ଋଣରେ ମୁଖ୍ୟତଃ ସୁଧ କିଛି ପରିମାଣରେ ସରକାରଙ୍କଦ୍ୱାରା କମ କରାଯାଇଥାଏ । ଯୁକ୍ତରାଷ୍ଟ୍ରରେ ଛାତ୍ରଋଣରେ ଏହିଭଳି ହୋଇଥାଏ । ସୁବିଧାପୂର୍ଣ୍ଣ ଏହି ଋଣ ପ୍ରାୟତଃ ବିଦେଶୀ କମ୍ପାନୀ ବିକାଶଶୀଳ ଦେଶକୁ ସୁଧରେ ରିହାତି ଦେଇ କିମ୍ବା ପରିଶୋଧର ସମୟ ବଢ଼ାଇ ପ୍ରଦାନ କରିଥାନ୍ତି । ଲକ୍ଷିତ ଗ୍ରାହକ ରୁଣକର୍ତ୍ତା ବ୍ୟକ୍ତି କିମ୍ବା ବ୍ୟବସାୟ ହିସାବରେ ଅଲଗା ନିୟମ ହୋଇଥାଏ । ବ୍ୟକ୍ତିଗତ ସାଧାରଣ ବ୍ୟକ୍ତିଗତ ଋଣଗୁଡ଼ିକ ହେଲା ମର୍ଡଗେଜ ଋଣ, କାର ଋଣ, କ୍ରେଡିଟ କାର୍ଡ଼, ଇନଷ୍ଟାଲମେଂଟ ଋଣ ଏବଂ ଦରମା ଋଣ ଇତ୍ୟାଦି । ବ୍ୟକ୍ତିର କ୍ରେଡିଟ ସ୍କୋର ଦେଖିକି ଋଣର ପରିମାଣ ଆଦି ଧାର୍ଯ୍ୟ ହୋଇଥାଏ । ଅଧିକ ସମୟର ଋଣ ନେଲେ ମାସିକ ଦେୟର ପରିମାଣ କମ ହୋଇଥାଏ । କିନ୍ତୁ ଯେତେ ଅଧିକ ସମୟ ନେବେ ସେତେ ଅଧିକ ସୁଧ ସହ ମୂଳ ଦେବାକୁ ପଡିଥାଏ । ବ୍ୟବସାୟିକ ବ୍ୟବସାୟର କ୍ରେଡିଟ ରେଟିଙ୍ଗ ଦେଖି କର୍ପୋରେଟ ବଣ୍ଡ, ବ୍ୟବସାୟିକ ମର୍ଡଗେଜ ଆଦି ରଖି ଋଣ ମିଳିଥାଏ । ଋଣ ପରିଶୋଧ ସାଧାରଣତଃ ଅଧିକାଂଶ ଋଣରେ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସମାନ ପରିମାଣର ଅର୍ଥ ପେୟ କରିବାକୁ ପଡିଥାଏ । 1 + 1 + 1 { { { , (1+ )^ }{ (1+ )^ -1}}} ଯେଉଁଠାରେ ମାସିକ ସ୍ଥାୟୀ ଦେୟ: ଋଣର ପରିମାଣ: ଋଣ ପରିଶୋଧର ସମୟ: ମାସ ଏବଂ ମାସିକ ସୁଧ ହାର: ଋଣ ଶୋଷଣ ରୁଣକର୍ତ୍ତାଙ୍କୁ ଅସୁବିଧାରେ ପକେଇବାକୁ ନିୟମହୀନ ବଜାର (ମୁଖ୍ୟତଃ ବ୍ୟକ୍ତିଗତ ଋଣ ସାଧାରଣ ଲୋକଙ୍କଠାରୁ ଆଣିଲେ)ର ଋଣଦାତାମାନେ ଶୋଷଣ କରିଥାନ୍ତି । ଋଣଦାତା ଅଧିକ ସୁଧର ହାର କିମ୍ବା ଖୁବ କମ ସମୟ ଋଣ ପରିଶୋଧ କରିବାକୁ ଦେଇ, ବନ୍ଧା ସମ୍ପତ୍ତି ହାତେଇ ନେବାର ନଜିର ରହିଛି । କ୍ରେଡିଟ କାର୍ଡ଼ କମ୍ପାନୀଗୁଡ଼ିକ ସାଧାରଣତଃ ଅଧିକ ସୁଧ ହାର ପାଇଁ ସମାଲୋଚିତ ହୋଇଥାନ୍ତି । ଅନ୍ୟାନ୍ୟ ଋଣ ପରିଶୋଧ ନକରିପାରି ଚାଷୀ ଆତ୍ମହତ୍ୟା ଭାରତରେ ଏକ ମୁଖ୍ୟ ସମସ୍ୟା । ୨୦୧୮ ମସିହାରେ ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ଚାଷୀ ଋଣଗ୍ରସ୍ତ ଥିଲେ । |
ମାନିଆ ଏକ ରୋଗ ଯେଉଁଥିରେ ଅସ୍ୱାଭାବିକ ଉଚ୍ଚ ମନୋଦଶା ଓ ଅଧିକ ଶକ୍ତି ବୃଦ୍ଧି ହୁଏ । ଲକ୍ଷଣ: ଅତ୍ୟଧିକ ବାର୍ତ୍ତାଳାପ, ଦ୍ରୁତ ବକ୍ତୃତା, ସହଜ ବିଭ୍ରାନ୍ତି, ଅତିସକ୍ରିୟତା ଏବଂ ଶୋଇବା ଆବଶ୍ୟକତା କମିଯାଏ ଏହା ଏପରି ଏକ ମାତ୍ରାରେ ଘଟିଥାଏ ଯାହା ଯୋଗୁ ଦୈନନ୍ଦିନ କାର୍ଯ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଥାଏ ରୋଗ ଜଟିଳ ହେଲେ ଅତ୍ୟଧିକ ଅର୍ଥ ଖର୍ଚ୍ଚ କରିବା, ଅପ୍ରସ୍ତୁତ ବ୍ୟବସାୟ ଆରମ୍ଭ କରିବା, ଭ୍ରମଣ କିମ୍ବା ବ୍ୟଭିଚାର ଇତ୍ୟାଦି ସମସ୍ୟା ସୃଷ୍ଟି କରିପାରେ ମାନିଆର ଗୋଟିଏ ଘଟଣା ବାଇପୋଲାର୧ ଡିଜଅର୍ଡ଼ର ନିର୍ଣ୍ଣୟ କରିବା ପାଇଁ ଯଥେଷ୍ଟ ହୁଏ । ଏହାର ମୂଳ କାରଣ ସ୍ପଷ୍ଟ ନୁହେଁ କିନ୍ତୁ ଜେନେଟିକ୍, ସାମାଜିକ ଏବଂ ମାନସିକ କାରଣଗୁଡ଼ିକର ମିଶ୍ରଣ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ ରୋଗ ନିର୍ଣ୍ଣୟ ନିମନ୍ତେ ଲକ୍ଷଣମାନ ଅତିକମରେ ଏକ ସପ୍ତାହ ପର୍ଯ୍ୟନ୍ତ ଉପସ୍ଥିତ ରହିବା ଆବଶ୍ୟକ କିମ୍ବା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆବଶ୍ୟକତା ହାଇପୋମାନିଆ ରୋଗ ଏହାଠାରୁ କମ୍ ଗୁରୁତର ଏବଂ ସ୍ୱଳ୍ପ ସମୟ ପାଇଁ ହୁଏ ଏହାର ଚିକିତ୍ସାରେ ହାଲୋପେରିଡଲ୍ ଏବଂ ଲିଥିୟମ ଔଷଧ ଭଳି ଆଣ୍ଟିସାଇକୋଟିକ୍ ଆବଶ୍ୟକ ହୋଇପାରେ ଫଳାଫଳ ସାଧାରଣତଃ ଭଲ ଅଟେ ମାନିଆ କିଛି ସମୟ ନିମନ୍ତେ ପ୍ରାୟ ୪% ଲୋକଙ୍କୁ ପ୍ରଭାବିତ କରିଥାଏ ପୁରୁଷ ଏବଂ ମହିଳା ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ସାଧାରଣତଃ ୨୫ ବର୍ଷ ବୟସରେ ଏହା ଆରମ୍ଭ ହୁଏ । ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟସ ଏହି ମାନିଆ ରୋଗର ବର୍ଣ୍ଣନା କରିଥିଲେ । |
ଅକ୍ଷୟ କପୁର (ଜନ୍ମ: ୧୮ ସେପ୍ଟେମ୍ବର ୧୯୮୦; ଜନ୍ମନାମ: ସ୍ୱପ୍ନିଲ ଗୋହିଲ) ଜଣେ ଭାରତୀୟ ଅଭିନେତା । ସେ ହିନ୍ଦୀ, ତେଲୁଗୁ ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି । ଜୀବନୀ ୧୯୮୦ ମସିହାର ସେପ୍ଟେମ୍ବର ୧୮ ତାରିଖରେ ସେ ଭାରତରେ ଜନ୍ମଗ୍ରହଣ କରିଥିଲେ ଓ ୬ ମାସ ବୟସରେ ଆମେରିକାକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କର ପିଲାଦିନ ଓ କିଶୋର ଅବସ୍ଥା ନ୍ୟୁ ଜର୍ସିର ପିଟ୍ସଗ୍ରୋଭରେ କଟିଥିଲା । ବ୍ରୋଡ୍ୱେ ପ୍ଲେସ୍ର କିଛି ନାକଟରେ ଅଭିନୟ କରିବା ସହିତ ସେ ଥିଏଟର ଅଭିନୟର ପ୍ରଶିକ୍ଷଣ ନେଇଥିଲେ । ଏହା ପରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସେ କାମ କରିବା ଆରମ୍ଭ କରିଥିଲେ । ୨୦୦୪ ମସିହାରେ ରୋମାଣ୍ଟିକ୍ କମେଡ଼ି ପପ୍କର୍ଣ୍ଣ ଖାଓ ମସ୍ତ ହୋ ଜାଓ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥଲେ । ୨୦୦୬ ମସିହାରେ, ସେ ତାଙ୍କର ଦ୍ୱିତୀୟ ହିନ୍ଦୀ କଥାଚିତ୍ର ଅଲାଗରେ ଅଭିନୟ କରିଥିଲେ, ଯାହାକି ପାଉଡର ନାମକ ଏକ ଆମେରିକୀୟ ଇଂରାଜୀ କଥାଚିତ୍ରର ରିମେକ୍ ଥିଲା । ଏଥିରେ ସେ ଅସାଧାରଣ ଅଲୌକିକ ଶକ୍ତି ଥିବା ଏବଂ ସମଗ୍ର ଶରୀରରେ କେଶ ନଥିବା ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ । ଯଦିଓ ଉଭୟ କଥାଚିତ୍ର ବକ୍ସ ଅଫିସରେ ସଫଳତା ପାଇନଥିଲା, ତଥାପି ସମୀକ୍ଷକଙ୍କଦ୍ୱାରା ପ୍ରଶଂସା କରାଯାଇଥିଲା । ସେ ଏ ବିଉଟିଫୁଲ୍ ମାଇଣ୍ଡ୍... ଅଫ୍ ଗ୍ଲାଡିଏଟର୍ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହାକି ଓସ୍କାର ପୁରସ୍କାର ବିଜେତା କଥାଚିତ୍ର ଏ ବିଉଟିଫୁଲ୍ ମାଇଣ୍ଡ୍ ଓ ଗ୍ଳାଡିଏଟର୍ର ସ୍ପୁଫ୍ ଥିଲା । ୨୦୦୯ ମସିହାରେ, ସେ କଲ୍ କିସ୍ନେ ଦେଖାରେ ଏକ ଛୋଟ ଭୂମିକାରେ କାମ କରିଥିଲେ । |
ଡ୍ୱେନ ଡଗଲାସ ଜନସନ, ୧୯୭୨ ମସିହା ମଇ ମାସ ଦୁଇ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । 'ଦ ରକ' ନାମରେ ସେ ଲୋକପ୍ରିୟ । ସେ ଜଣେ ଚଳଚ୍ଚିତ୍ର ଅଭିନେତା, ପ୍ରଯୋଜକ ଏବଂ ଅର୍ଦ୍ଧ ଅବସରପ୍ରାପ୍ତ କୁଶଳୀ କୁସ୍ତିବାଜ ମଧ୍ୟ । ସେ ଜଣେ ବଡ଼ କୁସ୍ତିବାଜ ହିସାବରେ ବିଖ୍ୟାତ । ତାଙ୍କର ଜୀବନୀ ପୁସ୍ତକ " " ୨୦୦୦ ମସିହାରେ ସବୁଠାରୁ ଅଧିକ ବିକ୍ରିହୋଇଥିବା ବହିବୋଲି ନିଉୟର୍କ ଟାଇମସ ଲେଖିଥିଲା । ପ୍ରାରମ୍ଭିକ ଜୀବନ ଡୱେନ ଡଗଲାସ ଜନସନ, ମଇ ୨, ୧୯୭୨ ମସିହାରେ, କାଲିଫର୍ନିଆର ହାୱାର୍ଡରେ ଆଟା ଜନସନ (ନେ ମାଭିୟା; ଜନ୍ମ ୧୯୪୮) ଏବଂ ପୂର୍ବତନ ପେସାଦାର କୁସ୍ତି ରକି ଜନସନ (ୱେଡ ଡଗଲାସ ବୋଲ୍ସ; ୧୯୪୪-୨୦୨୦)ରେ ଜନ୍ମଗ୍ରହଣ କରିଥିଲେ । । ବଡ଼ ହୋଇ, ଜନସନ ତାଙ୍କ ମା 'ଙ୍କ ପରିବାର ସହିତ ନ୍ୟୁଜିଲ୍ୟାଣ୍ଡରେ କିଛି ସମୟ ରହିଲେ, ଯେଉଁଠାରେ ସେ ଆମେରିକା ଫେରିବା ପୂର୍ବରୁ ଗ୍ରେ ଲିନର ରିଚମଣ୍ଡ ରୋଡ ପ୍ରାଥମିକ ବିଦ୍ୟାଳୟରେ ପଢ଼ିଥିଲେ । ଏହା ପରେ ସେ କନେକ୍ଟିକଟ୍ର ହାମଡେନ୍ ଯିବା ପୂର୍ବରୁ ଉତ୍ତର କାରୋଲିନାର ଚାର୍ଲୋଟର ମଣ୍ଟକ୍ଲେୟାର ପ୍ରାଥମିକ ବିଦ୍ୟାଳୟରେ ପଢ଼ିଥିଲେ ଏବଂ ସେଠାରେ ସେ ଶେଫର୍ ଗ୍ଲେନ୍ ପ୍ରାଥମିକ ବିଦ୍ୟାଳୟ ଏବଂ ହାମଡେନ୍ ମିଡିଲ୍ ସ୍କୁଲରେ ଦୁଇ ବର୍ଷ ବିତାଇଥିଲେ। ଜନ୍ସନ୍ ତାଙ୍କର ଉଚ୍ଚ ବିଦ୍ୟାଳୟ ବର୍ଷ ହାୱାଇର ହନୋଲୁଲୁରେ ଥିବା ରାଷ୍ଟ୍ରପତି ୱିଲିୟମ୍ ମ୍ୟାକକିନ୍ଲି ହାଇସ୍କୁଲ୍, ଗ୍ଲେନକ୍ଲିଫ୍ ହାଇସ୍କୁଲ୍ ଏବଂ ଟେନେସିର ନାଶଭିଲ୍ଲାର ମ୍ୟାକଗଭକ୍ ହାଇସ୍କୁଲ୍ ଏବଂ ପେନ୍ସିଲଭାନିଆର ବେଥଲେହେମ୍ରେ ଥିବା ଫ୍ରିଡମ୍ ହାଇସ୍କୁଲରେ ଅତିବାହିତ କରିଥିଲେ। ୧୭ ବର୍ଷ ବୟସ ପୂର୍ବରୁ ଯୁଦ୍ଧ, ଚୋରି ଏବଂ ଠକେଇ ଅଭିଯୋଗରେ ତାଙ୍କୁ ଏକାଧିକ ଥର ଗିରଫ କରାଯାଇଥିଲା । ଜନସନ ତାଙ୍କ ହାଇସ୍କୁଲର ଗ୍ରିଡିରନ୍ ଫୁଟବଲ୍, ଟ୍ରାକ୍ ଏବଂ ଫିଲ୍ଡ ଏବଂ ରେସଲିଂ ଦଳରେ ଯୋଗ ଦେଇ କ୍ରୀଡ଼ା ଖେଳିବା ଆରମ୍ଭ କରିଥିଲେ । ଫୁଟବଲ ପେଶା ଜନସନ ଏକ ଫୁଟବଲ୍ ଖେଳାଳି ଥିଲେ ଏବଂ ଅନେକ ଡିଭିଜନରୁ ପ୍ରସ୍ତାବ ପାଇଥିଲେ ସେ କଲେଜିୟଟ୍ ପ୍ରୋଗ୍ରାମରୁ ପ୍ରସ୍ତାବ ଗ୍ରହଣ କରିଥିଲେ ସେ ମାଆମି ବିଶ୍ୱବିଦ୍ୟାଳୟରୁ ଏକ ପୂର୍ଣ୍ଣ ଛାତ୍ରବୃତ୍ତି ଉପରେ ସ୍ଥିର କଲେ ଯେଉଁଠାରେ ସେ ପ୍ରାୟତଃ ପ୍ରତିରକ୍ଷା ମୁକାବିଲା କରିଥିଲେ ୧୯୯୧ ରେ, ସେ ମିଆମି ହରିକାନ୍ସର ଜାତୀୟ ଚାମ୍ପିୟନଶିପ ଦଳରେ ଥିଲେ। ଅନେକ ଆହତ ହେବା ପରେ ପରେ ତାଙ୍କୁ ଷ୍ଟାର୍ ଲାଇନ୍ଅପ୍ରେ ଫାମର ୱାରେନ୍ ସପ୍ଙ୍କ ଭବିଷ୍ୟତର ପ୍ରୋ ଫୁଟବଲ୍ ହଲ୍ଦ୍ୱାରା ସ୍ଥାନିତ କରାଯାଇଥିଲା ଜନସନ ୧୯୯୫ରେ ସ୍ନାତକୋତ୍ତର ଏବଂ ଫିଜିଓଲୋଜିରେ ସ୍ନାତକୋତ୍ତର ସ୍ନାତକ ହାସଲ କରିବା ପରେ, ସେ କାନାଡାର ଫୁଟବଲ ଲିଗର କଲଗରୀ ଷ୍ଟାମ୍ପେଡର୍ସଙ୍କ ସହ ଲାଇନ ବ୍ୟାକର ଭାବରେ ଚୁକ୍ତି କରିଥିଲେ। ତାଙ୍କୁ ଅଭ୍ୟାସ ରୋଷ୍ଟରରେ ନିଯୁକ୍ତ କରାଯାଇଥିଲା କିନ୍ତୁ ଦ୍ୱିତୀୟ ସିଜନରେ ଦୁଇମାସ କଟାଯାଇଥିଲା। |
ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ଼ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି , ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା । ଗାଲିଲିଓଙ୍କ ନାଁ ତାଙ୍କର ଜଣେ ପୂର୍ବଜ, ଗାଲିଲିଓ ବୋନଇୟୁଟି ,ଙ୍କ ନାଁ ଅନୁସାରେ ଦିଆଯାଇଥିଲା । ଗାଲିଲିଓ ବୋନଇୟୁଟି (୧୩୭୦ - ୧୪୫୦) ଜଣେ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ରାଜନୈତିଜ୍ଞ ଥିଲେ । ୧୪ଶ ଶତାବ୍ଦୀର ଶେଷ ଭାଗକୁ ପରିବାରର ଶେଷ ନାଁ 'ବୋନଇୟୁଟି' ରୁ 'ଗାଲିଲି' କୁ ପରିବର୍ତ୍ତନ କରି ଦିଆଯାଇଥିଲା । ଶିକ୍ଷା ଓ ଉଦ୍ଭାବନ ପ୍ରାରମ୍ଭିକ ଶିକ୍ଷା ପିସାରେ ଚାରୁକଳା ଓ ବିଜ୍ଞାନ ଶିକ୍ଷା ପାଇଁ ଏକ ବିଖ୍ୟାତ ଶିକ୍ଷା କେନ୍ଦ୍ର ଥାଏ । ଗାଲିଲିଓ ଏହାର ସଦୁପଯୋଗ ପାଇଁ ସୁବିଧା ପାଇଲେ । କିନ୍ତୁ ତାଙ୍କୁ ଜଣେ ବିଖ୍ୟାତ ଡାକ୍ତର କରିବା ପାଇଁ ତାଙ୍କ ବାପଙ୍କର ଇଚ୍ଛାଥାଏ । ତେଣୁ ସେ ପିସା ବିଶ୍ୱବିଦ୍ୟାଳୟରେ ଭେଷଜ ବିଜ୍ଞାନ ଶିକ୍ଷା ପାଇଁ ପ୍ରବେଶ କଲେ । ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବାବେଳେ ୨୦ ବର୍ଷ ବୟସରେ ସେ ଏକ ବୈଜ୍ଞାନିକ ତତ୍ତ୍ୱ ଆବିଷ୍କାର କଲେ । ପିସାର ଗୀର୍ଜାରେ ସମସ୍ତେ ପ୍ରାର୍ଥନାରତ ଥାନ୍ତି ; ଛାତ୍ର ଗାଲିଲିଓ ଗୀର୍ଜା ଛାତରେ ଝୁଲୁଥିବା ବତୀ ଗୁଡିକର ଦୋଳୋନ କାଳ ନିରୂପଣ କରିବାପାଇଁ ସ୍ଥିର କଲେ । ସେତେବେଳେ ଘଣ୍ଟା ବାହାରି ନଥାଏ । ନିଜ ନାଡୀର ଦପ୍ ଦପ୍ ଗଣି ସ୍ଥିର କଲେ ଯେ ବତୀର ପୂର୍ଣ୍ଣ ଦୋଳନ ଗୁଡିକର ସମୟ ସମାନ । ପୁଣି ପ୍ରତ୍ୟେକ ବତୀ ପ୍ରତି ଏହା ପ୍ରଯୁଜ୍ୟ । ପରେ ସେ ପ୍ରମାଣ କରିଥିଲେ ଯେ ଦୋଳନ ବିସ୍ତାର ଯାହାହେଲେ ମଧ୍ୟ ଦୈର୍ଘ୍ୟ ସମାନ ଥିଲେ ଦୋଳନକାଳରେ ପରିବର୍ତ୍ତନ ଘଟୁନାହିଁ । ତାଙ୍କ ଉଦ୍ଭାବିତ ଦୋଳକ ସାହାଯ୍ୟରେ ରୋଗୀର ନାଡୀ ଦେଖିବାପାଇଁ ଡାକ୍ତରଙ୍କୁ ପରାମର୍ଶଦେଲେ । ଏକ ଦୋଳକ ଘଣ୍ଟା ପାଇଁ ମଧ୍ୟ ସେ ଯୋଜନା କରିଥିଲେ । ପରେ ଖ୍ରୀଷ୍ଟିୟାନ ହାଇଜିନ୍ସ ଏକ ଦୋଳକ ଘଣ୍ଟା ତିଆରି କରିଥିଲେ । ଉଦ୍ଭାବନ ଓ ସମାଲୋଚନା ୧୫୮୫ ବେଳକୁ ଗାଲିଲିଓ ପୁଣି ଅର୍ଥାଭାବରେ ପଡ଼ିଲେ । ବିଶ୍ୱବିଦ୍ୟାଳୟରୁ ନାଁ କଟିଗଲା । ଘରୋଇ ଭାବରେ ପଢ଼ିବାକୁ ଯାଇ ସେ ଗଣିତ ପ୍ରତି ଅଧିକ ଧ୍ୟାନ ଦେଲେ । ସେତିକିବେଳେ ଆରିଷ୍ଟୋଟଲଙ୍କଦ୍ୱାରା ପ୍ରତିଷ୍ଠିତ ଗତି ବିଜ୍ଞାନ ସମ୍ପର୍କିତ କେତେକ ନିୟମକୁ ସମାଲୋଚନା କରିବାକୁ ଆରମ୍ଭ କଲେ । ଗାଲିଲିଓଙ୍କ ପାଣ୍ଡିତ୍ୟ, ତୁସକାନୀର ଡିଉକ୍ଙ୍କ ଦୃଷ୍ଟି ଆକର୍ଷଣ କଲା । ପିସା ବିଶ୍ୱବିଦ୍ୟାୟାଳୟରେ ଗାଲିଲିଓଙ୍କୁ ନିଯୁକ୍ତି ଦେବାପାଇଁ ଏକ ଅଧ୍ୟାପକ ପଦ ସୃଷ୍ଟି କରାଗଲା । ୨୫ ବର୍ଷ ବୟସରେ ଗାଲିଲିଓ ଗଣିତ ପ୍ରଫେସର ହୋଇ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ହେଲେ । ସେ ଯୁବକ; ତାଙ୍କ ବିଶ୍ୱବିଦ୍ୟାଳୟ ଡିଗ୍ରୀ କି ଉପାଧି ନଥିଲା; ଏଣେ ପୁଣି ଆରିଷ୍ଟୋଟଲଙ୍କ ମତବାଦକୁ ବିରୋଧ କରୁଥିଲେ । ଅନ୍ୟ ଅଧ୍ୟାପକମାନେ ଏହାକୁ ଅର୍ବାଚୀନ ଔଦ୍ଧତ୍ୟ ମନେକଲେ । କ୍ରମେ କନ୍ଦଳ ଘନେଇ ଆସିଲା । ପତ୍ର ଓ ପଥର ପଡ଼ିବା ବିଷୟରେ ଆରିଷ୍ଟୋଟଲ କହିଥିବା କଥା ଭୁଲ । ଆରିଷ୍ଟୋଟଲ 'ବାୟୁ ମାଧ୍ୟମ' ଯୋଗୁଁ ହଉଥିବା ପ୍ରତିରୋଧ କଥା ଭୁଲିଯାଇଥିଲେ । ଆରିଷ୍ଟୋଟଲଙ୍କ ଏହି ଭ୍ରମକୁ ଏକ ପରୀକ୍ଷାରେ ସାବ୍ୟସ୍ତ କରିବାପାଇଁ ସେ ଚେଷ୍ଟା କରିଥିଲେ । ଗାଲିଲିଓଙ୍କ ଜଣେ ଛାତ୍ର ଭିନସେଞ୍ଜୋ ବିବାନୀ ଏକ ଜୀବନୀରେ ଲେଖିଛନ୍ତି ଯେ ଗାଲିଲିଓ ଦୁଇଟି ପେଣ୍ଡୁକୁ ବଙ୍କା ହୋଇ ଠିଆ ହୋଇଥିବା ପିସା ଟାୱାର ଉପରୁ ତଳକୁ ପକେଇଥିଲେ । ପେଣ୍ଡୁ ଦ୍ୱୟ ଏକ ପ୍ରକାର ପଦାର୍ଥରେ ଗଢ଼ା କିନ୍ତୁ ଦୁଇଟିର ଅଲଗା ଅଲଗା ବସ୍ତୁତ୍ୱ ଥିଲା । ଗାଲିଲିଓ ଦେଖେଇବାକୁ ଚାହୁଁଥିଲେ ଯେ ପେଣ୍ଡୁ ଦ୍ୱୟର ବସ୍ତୁତ୍ୱ ଅଲଗା ହବା ସତ୍ତ୍ୱେ ତଳେ ପଡ଼ିବା ସମୟ ଏକା ହବ । କିନ୍ତୁ ଆରିଷ୍ଟୋଟଲ ଭାବୁଥିଲେ ଯେ ଓଜନିଆ ବସ୍ତୁ ଶୀଘ୍ର ପଡ଼ିବ ଓ ହାଲୁକା ଡେରିରେ । କିଛି ଇତିହାସକାରଙ୍କ କହିବା ଅନୁଯାୟୀ ଏହିପରି କୌଣସି ପରୀକ୍ଷା ହେଇନଥିଲା । । କିନ୍ତୁ ଡ୍ରେକ ଙ୍କ କହିବା ଅନୁଯାୟୀ ଏହି ପରୀକ୍ଷା ହୋଇଥିଲା , ଅଳ୍ପ ବହୁତେ ବିବାନୀ କହିବାପରି । ଉକ୍ତ ପରିକ୍ଷାଟି ପ୍ରକୃତରେ ସିମୋନ ଷ୍ଟିଭିନ କରିଥିଲେ ୧୫୬୮ରେ ଏବଂ ବ୍ୟବହୃତ କୋଠାଟି ଥିଲା ଡେଲଫ୍ଟ ଗୀର୍ଜାର ଟାୱାର । ଗାଲିଲିଓ ପତନଶୀଳ ବସ୍ତୁର ସମୟ ମାପିବା ପାଇଁ ଜଳଘଡିର ବ୍ୟବହାର କରୁଥିଲେ । ପେଣ୍ଡୁକୁ ଏକ ଅନତ ସମତଳ ଉପରେ ଗଡେଇ ଦେଉଥିଲେ ଓ ଭିନ୍ନ ଭିନ୍ନ ସ୍ଥାନରେ ପେଣ୍ଡୁଟି ପହଞ୍ଚିଲା ବେଳକୁ, ଜଳଘଡିରୁ କେତେ ବୁନ୍ଦା ଜଳ ତଳେ ପଡୁଥିଲା ମାପିନେଉଥିଲେ । ଭିନ୍ନ ଭିନ୍ନ ସମତଳ ପାଇଁ ସେ ପରୀକ୍ଷାର ପୁନରାବୃତ୍ତି କରିଥିଲେ । ଶେଷରେ ସେ ସିଦ୍ଧାନ୍ତରେ ଉପନୀତ ହେଲେଯେ, "ପତମାନ ବସ୍ତୁ ଅତିକ୍ରମ କରୁଥିବା ଦୂରତା, ତଦ୍ଦ୍ୱାରା ଅତିକ୍ରାନ୍ତ ହେଉଥିବା ସମୟର ବର୍ଗ ଅନୁସାରେ ପରିବର୍ତ୍ତିତ ହେଉଥାଏ ।" ଜଳଘଡି ସାହାଯ୍ୟରେ ପରୀକ୍ଷା କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ, ଆଜି ଆଧୁନିକ ସୂକ୍ଷ୍ମ ଇଲେକଟ୍ରୋନିକ୍ ଯନ୍ତ୍ର ସାହାଯ୍ୟରେ ସମୟ ମାପି ପରୀକ୍ଷା କଲେ ଜଣାଯାଏଯେ ତାଙ୍କ ସିଦ୍ଧାନ୍ତ ନିର୍ଭୁଲ ଥିଲା । ପ୍ରକ୍ଷିପ୍ତ ବସ୍ତୁର ଗତି ପରାବୋଲୀୟ ହେବ ବୋଲି ସେ ଦର୍ଶାଇଥିଲେ । ତା 'ର ଭୂସମାନ୍ତର ପରିବେଗ ବଦଳିବ ନାହିଁ । ଭୂଲମ୍ବ ପରିବେଗ ପତମାନ ବସ୍ତୁର ପରିବେଗ ପରି ବଦଳିବ । ବନ୍ଧୁକ ଫୁଟିଲେ ଗୁଳି କେଉଁ ପଥ ଦେଇଯିବ ସେ ସଠିକ ଭାବେ ଦର୍ଶାଇଥିଲେ । କପରନିକସ ଙ୍କ ସୌରକୈନ୍ଦ୍ରିକ ମତବାଦକୁ ସେ ସମର୍ଥନ କରିଥିଲେ । ସୂର୍ଯ୍ୟ କେନ୍ଦ୍ରରେ ସ୍ଥିର, ପୃଥିବୀ ଘୂରୁଛି । ଆପେକ୍ଷିକ ଗତି ଯୋଗୁଁ ଆମେ ପୃଥିବୀର ଘୁର୍ଣନ କଥା ଜାଣିପାରୁ ନାହୁଁ । ନାନା ପରୀକ୍ଷା ଓ ପ୍ରମାଣ ବଳରେ ସେ ଏହା ପ୍ରମାଣ କଲେ, କିନ୍ତୁ ତାଙ୍କ ବିରୋଧରେ ଜନମତ ଏତେ ପ୍ରବଳ ହେଲା ଯେ , ତାଙ୍କୁ ୧୫୯୧ରେ ପିସା ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଗଲା । କିନ୍ତୁ ବର୍ଷକ ପରେ ସେ ପଡୁଆ/ପଡ୍ୱା ବିଶ୍ୱବିଦ୍ୟାଳୟରେ ଗଣିତ ପ୍ରଫେସର ରୂପେ ନିଯୁକ୍ତି ପାଇଗଲେ । ତାଙ୍କ ଖ୍ୟାତି ଏତେ ପ୍ରସରି ଗଲା ଯେ ଇଉରୋପର ଚାରିଆଡୁ ଛାତ୍ର ତାଙ୍କ ନିକଟରେ ଅଧ୍ୟୟନ କରିବାକୁ ଆସିଲେ । ପଡୁଆରେ ଥିଲାବେଳେ ସେ ନିଜେ ଲେନ୍ସ ତିଆରିକରି ଟେଲିସ୍କୋପ / ଦୂରବୀକ୍ଷଣ ଗଢ଼ିଲେ । ପ୍ରଥମେ ସେ ଘୋଷଣା କଲେ ଯେ ଚନ୍ଦ୍ରପୃଷ୍ଠ ସମତଳ ନୁହଁ । ପାହାଡ଼, ଉପତ୍ୟକାରେ ତାହା ପରିପୂର୍ଣ୍ଣ । ସେ ପ୍ରଥମେ ଗ୍ରହ ଓ ନକ୍ଷତ୍ର ମଧ୍ୟରେ ପ୍ରଭେଦ ଦର୍ଶାଇଲେ । ନକ୍ଷେତ୍ରର ନିଜର ଆଲୋକ ଅଛି, ଗ୍ରହଗୁଡ଼ିକ ଅନ୍ୟ ଉଜ୍ଜଳ ବସ୍ତୁର ଆଲୋକରେ ଆଲୋକିତ । ଛାୟାପଥରେ ଥିବା ଧଳା ଦାଗଗୁଡ଼ିକ ପ୍ରକୃତରେ ଅସଂଖ୍ୟ ନକ୍ଷତ୍ର । ଚନ୍ଦ୍ରରେ ପାହାଡ଼ର ଉଚ୍ଚତା ସେ ମାପିପାରିଥିଲେ । ବୃହସ୍ପତିର ଚନ୍ଦ୍ର ଥିବା କଥା ସେ କହିଥିଲେ । ତାଙ୍କ ସମ୍ମାନାର୍ଥେ ସେଗୁଡିକୁ ଗାଲିଲିଓଙ୍କ ଚନ୍ଦ୍ର କୁହାଯାଏ । ସଂଘର୍ଷମୟ ଜୀବନ ଶେଷ ଜୀବନ ଗ୍ରହାଣୁ 697 ର ନାମ ତାଙ୍କ ସମ୍ମାନାର୍ଥେ ରଖାଯାଇଥିଲା । ଦୁନିଆକୁ ବିଶ୍ୱ ଦର୍ଶନରେ ସାହାଯ୍ୟ କରିବାପାଇଁ ଯେ ଦୂରବୀକ୍ଷଣ ତିଆରି କରିଥିଲେ , ଶେଷରେ ଚକ୍ଷୁ ହରାଇ ଶେଷ ନିଶ୍ୱାସ ତ୍ୟାଗ କଲେ । ତାଙ୍କ ଜୀବନରେ ସେ ଆରିଷ୍ଟୋଟଲଙ୍କ ଅନେକ ଚିନ୍ତାଧାରାକୁ ଖଣ୍ଡନ କରିଥିଲେ । ବିଜ୍ଞାନ ସମ୍ରାଟ ନିଉଟନଙ୍କ ଆବିଷ୍କାର ଓ ଉଦ୍ଭାବନ ପାଇଁ ସେ ପଥ ଉନ୍ମୁକ୍ତ କରିଗଲେ । ଏହି ମହାତ୍ମାଙ୍କ କାନ୍ଧରେ ଠିଆ ହୋଇ ନିଉଟନ ଜ୍ଞାନ ରାଜ୍ୟରେ ଅଧିକ ଦୂରକୁ ଦୃଷ୍ଟି ନିକ୍ଷେପ କରିପାରିଥିଲେ । ଗାଲିଲିଓ ଆଧୁନିକ ପ୍ରୟୋଗାତ୍ମକ ବା ପରୀକ୍ଷାମୂଳକ ବିଜ୍ଞାନର ଭିତ୍ତି ସ୍ଥାପନ କରିଗଲେ । ସମୟ ରେଖା ୧୫୪୩ ନିକୋଲସ କପରନିକସ , ଟଲେମୀଙ୍କ ଭୂ-କୈନ୍ଦ୍ରିକ ମଡେଲର ବିକଳ୍ପ ରୂପେ ପ୍ରକାଶ କଲେ, ଯାହାକି କପରନିକସଙ୍କ ମୃତ୍ୟୁ ପରବର୍ତ୍ତୀ କାଳରେ ଆରିଷ୍ଟୋଟଲୀୟ ଭୌତିକ-ଶାସ୍ତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟିକଲା । ୧୫୬୩ ପିତା ଭିନସେଞ୍ଜୋ ଗାଲିଲୀଙ୍କର , ଗୁଲିଆ ଆମ୍ମାନାତିଙ୍କ ସହ ବିବାହ । ୧୫୬୪ ଜନ୍ମ ଇଟାଲୀର ପିସା ସହରରେ । ~୧୫୭୦ ଥୋମାସ ଡିଗ୍ସ , ତାଙ୍କ ପିତା ଲିଓନାର୍ଡ ଡିଗ୍ସ ତିଆରି କରିଥିବା ଏକ ଦୂରବୀକ୍ଷଣର (୧୫୪୦-୧୫୫୯ ମଧ୍ୟବର୍ତ୍ତୀ କାଳରେ) ଗଠନ ବର୍ଣ୍ଣନା କରି ପାଣ୍ଟୋମେଟ୍ରିଆ ପ୍ରକାଶ କଲେ । ୧୫୭୩ ଟାଇକୋ ବ୍ରହେ , ଆରିଷ୍ଟୋଟଲଙ୍କ ଅପରିବର୍ତ୍ତନୀୟ ଓ ଶାଶ୍ୱତ ଆକାଶୀୟ କ୍ଷେତ୍ରର ଚିନ୍ତାଧାରାକୁ ଖଣ୍ଡନ କରି (ନୂଆ ତରକା ଉପରେ) ପ୍ରକାଶ କଲେ । ୧୫୭୬ ' ,୧୫୮୧ ତାଙ୍କ ପିତା, ଭିନସେଞ୍ଜୋ ଗାଲିଲି ସଙ୍ଗୀତର ସିଦ୍ଧାନ୍ତଗୁଡ଼ିକ ସମ୍ପର୍କରେ ପ୍ରକାଶ କଲେ । ୧୫୮୧ ଭେଷଜ ବିଜ୍ଞାନର ଛାତ୍ର ଭାବେ ପିସା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ । ୧୫୮୨ ଓଷ୍ଟିଲୀୟ ରିଚି ଙ୍କର ଗଣିତ ବ୍ୟାଖ୍ୟାନରେ ଉପସ୍ଥିତ ରହିଥିଲେ ଏବଂ ତା 'ପରେ ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ନିର୍ଣ୍ଣୟ ନେଲେ । ୧୫୮୫ ଡିଗ୍ରୀ ନ 'ନେଇ ପିସା ବିଶ୍ୱବିଦ୍ୟାଳୟ ଛାଡିଥିଲେ ଓ ଅନୁଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । 1586 ର ଉଦ୍ଭାବନ; (ଅଳ୍ପ ସନ୍ତୁଳନ)ର ରଚନା । |
ଫିଲିପାଇନ ପଇସା, ପୂର୍ବନାମ "ପେସୋ" ଫିଲିପାଇନ ଇଂଗ୍ରାଜି ଉଚ୍ଚାରଣ:/ /, / /; ଫିଲିପିନୋ ଭାଷା "ପିସୋ" କିମ୍ବା "ପ୍ସୋ" ; ସାଇନ: ; କୋଡ: ଦ୍ୱାରା ଇଂଗ୍ରାଜିରେ ସନ୍ଦର୍ଭିତ କରାଯାଇଥାଏ, ଏହା ଫିଲିପାଇନର ଆଧିକାରିକ ମୁଦ୍ରା ଅଟେ । ଏହାକୁ 100 ସେଣ୍ଟିମୋସ "ଫିଲିପିନୋ ଭାଷା" ସେତିମୋରେ ବିଭାଜିତ କରାଯାଇଛି । ସଂଯୁକ୍ତ ରାଜ୍ୟ ଆମେରିକାର ଏକ ପୂର୍ବ ଉପନିବେଶ ରୂପେ, ଦେଶ ନିଜ ମୁଦ୍ରାଗୁଡ଼ିକ ଉପରେ ଇଂରାଜୀର ପ୍ରୟୋଗ କରିଥିଲେ, ତା 'ସହିତ ପେସୋ ଶବ୍ଦ 1967 ମସିହା ପର୍ଯ୍ୟନ୍ତ ନୋଟ ଏବଂ ପଇସାରେ ପ୍ରଦର୍ଶିତ ରହିଥିଲା । ଫିଲିପିନୋ ଭାଷାକୁ ଏହାର ନୋଟ ଏବଂ ପଇସା ନିଜର କରିବା ପରେ "ପେସୋ" ଶବ୍ଦର ପ୍ରୟୋଗ ଏବେ ବ୍ୟବହାର କରାଯାଉଛି । ଆଇଏସଓ 4217 ପ୍ରତି ମାନକ ଅନ୍ତଃ ରାଷ୍ଟ୍ରୀୟ ବର୍ତ୍ତନୀ 2017 ମସିହାରେ ଇଚ୍ଛାରଣ ପେସୋରେ ପରିବର୍ତ୍ତନ କରାଯାଇଥିଲା । ପେସୋକୁ ସାଧାରଣତଃ ପ୍ରତୀକ "ଦ୍ୱାରା ଚିହ୍ନଟ କରାଯାଇଥାଏ । ଫିଲିପିନ ପେସୋ ଚିହ୍ନକୁ ଇଂରାଜୀ ଭାଷାରେ ଲେଖିବାର ଅନ୍ୟ ଉପାୟ ରହିଛି - " " , " " , " " , ଫିଲିପାଇନର ପଇସା ଏବଂ ବ୍ୟାଙ୍କ ନୋଟକୁ "ଫ୍ୟୁଜନ ସିଟି" ରେସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ( ବ୍ୟାଙ୍କୋ ସେଣ୍ଟ୍ରାଲ ଏନଜି ଫିଲିପାଇନ)ର ସୁରକ୍ଷିତ ପରିସରରେ ମୁଦ୍ରିତ କରାଯାଇଛି । ପଇସା 10,25 ଏବଂ 50 ସେଣ୍ଟିବୋସ ଏବଂ 1 ପେସୋର ପଇସା ଉପଲବ୍ଧ ରହିଛି । କିନ୍ତୁ 1 ପେସୋକୁ ଛାଡି ଅନ୍ୟ ପଇସା ଅଧିକ ଚଳୁନହିଁ । ଡିସେମ୍ବର ମାସ 2008 ରେ, 1 ପେସୋରେ କମ ମୂଲ୍ୟର ସମସ୍ତ ପଇସାକୁ ଚଳନରୁ ବାହାର କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । କାରଣ, ଏସବୁର ବ୍ୟବହାର ବେଶୀ କରାଯାଉନଥିଲ । ବ୍ୟାଙ୍କ ନୋଟ 1949 ମସିହାରର , ଫିଲିପାଇନର ସେଣ୍ଟ୍ରାଲ ବ୍ୟାଙ୍କ କାଗଜର ପଇସା ଗୁଡିକୁ ସମ୍ଭାଳିଥିଲା । ଏହା ପୂର୍ବରୁ ନୋଟଗୁଡ଼ିକ "ବିଜୟ ଖଜଣା ପ୍ରମାଣ ପତ୍ର" ରେ ଛପା ଯାଇଥିଲା । 1951 ମସିହାରୁ ଏଠାରେ ନିୟମିତ ରୂପେ 5, 10, 20 ଓ 50ର ସେଣ୍ଟିମୋସ ଏବଂ 1, 2, 5, 10, 20, 50, 100, 200 ଓ 500 ପେସୋର ନୋଟକୁ ନିୟମିତ ରୂପେ ଛପା ହେବାରେ ଲାଗିଲା । 1985 ମସିହାରେ ସିବିପି, 500 ପେସୋର ନୋଟ ସହିତ " ନ୍ୟୁ ଡିଜାଇନ ସିରିଜ" ଜାରୀ କରିଥିଲେ, ଏହାପରେ 1991 ମସିହାରେ 1000 ପେସୋ ନୋଟ (ପ୍ରଥମ ଥର) ଏବଂ 2002 ମସିହାରେ 200 ପେସୋ ନୋଟ ଜାରି କରାଯାଇଥିଲା । ଐତିହାସିକ ବିନିମୟ ଦର 1950 ମସିହାରେ, ଆମେରିକା ଡ଼ଲାର ସାମ୍ନାରେ ବିନିମୟ ଦର 2 ପେସୋ ଥିଲା ଏବଂ ଅସ୍ଥିର ମୁକ୍ତ ଦର 1965 ମସିହାରେ ସମାପ୍ତ କରିଦିଆ ଯାଇଥିଲା, ଯାହାର ପରିଣାମ ସ୍ୱରୂପ ଡ଼ଲାରରେ 3.57 ପେସୋ ଏବଂ ତା 'ପରେ 6.40 ପ୍ରତି ଡ଼ଲାର ଥିଲା । ବହୁ ଅବମୂଲ୍ୟନର ପାଳନ କରାଯାଇଥିଲା ଯେଉଁଥିରେ 1984 ମସିହାରେ ପେସୋ ଟ୍ରେଡିଂରେ ଅଳିଆ ଫ୍ଲୋଟରୁ 11.25 ପ୍ରତି ଡ଼ଲାରରେ ବ୍ୟାପାର କରାଗଲା, ଏବଂ 1986 ମସିହାରେ ଡ଼ଲାର ପାଇଁ 201 କରାଯାଇଥିଲା । ଖୁବଶୀଘ୍ର 1990 ଦଶକରେ ପେସୋକୁ ପୁନଶ୍ଚ 28 ଡ଼ଲାର ପ୍ରତି ଡ଼ଲାରର ଅବମୂଲ୍ୟନ କରାଯାଇଥିଲା । 1997 ମସିହା ଏସିଆ ବିତ୍ତୀୟ ସଙ୍କଟ କାରଣରୁ, ଜୁଲାଇ 1997 ମସିହାରେ 46.50 ଏବଂ 2001 ମସିହାରେ ପାଖାପାଖି 50 ହୋଇଗଲା। |
ଲାଲି ହବ କାହାର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ରବି ମିଶ୍ର । ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟି ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଅଚାର୍ଯ୍ୟ ଓ ସୂର୍ଯ୍ୟମୟୀ ମହାପାତ୍ର । ବବି ମିଶ୍ର, ପିଣ୍ଟୁ ନନ୍ଦ, ରବି ମିଶ୍ର, ଜୀବନ ପଣ୍ଡା, ଚୌଧୁରୀ ବିକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୩୧ ଅକ୍ଟୋବର ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । ଅଭିନୟ ସମ୍ବିତ ଆଚାର୍ଯ୍ୟ - କ୍ରିଷ୍ଣା ସୂର୍ଯ୍ୟମୟୀ ମହାପାତ୍ର - ଲାଲି ବବି ମିଶ୍ର - ଦୁର୍ଗାଶଙ୍କର ପିଣ୍ଟୁ ନନ୍ଦ - ଶକ୍ତିଶଙ୍କର ରବି ମିଶ୍ର - ଗୋବର୍ଦ୍ଧନ/ଗୋବର ଜୀବନ ପଣ୍ଡା ଚୌଧୁରୀ ଜୟପ୍ରକାଶ ଦାସ - ଚୈତନ୍ୟ କାହାଣୀ ଗୀତ ଏବଂ ସଙ୍ଗୀତ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତିଗୁଡ଼ିକ ରଚନା କରିଥିଲେ । ତାରିଜ୍ ଅଜିଜ୍, ଅଭିଜିତ ମଜୁମଦାର, ସୋହିନୀ ମିଶ୍ର, ସତ୍ୟଜିତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । |
କଙ୍କେ , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲାର ଏକ ସହର । ଏଠାରେ କଙ୍କେ ଡ୍ୟାମ ନାମରେ ଏକ ବୃହତ ଜଳାଶୟ ରହିଛି ଓ ଏଠାରୁ ରାଞ୍ଚି ସହରକୁ ମଧ୍ୟ ଜଳ ଯୋଗାଣ ହେଇଥାଏ । କଙ୍କେ ମାନସିକ ଚିକିସ୍ଥଳୟ ଭାରତର ଏକ ବୃହତ ମାନସିକ ବ୍ୟାଧି ଗ୍ରସ୍ତଙ୍କ ହସ୍ପିଟାଲ । ଏହା ବ୍ରିଟିଶ ସମୟରେ ସ୍ଥାପିତ ହେଇଥିଲା । ଏଠାରେ ବୀର୍ସା କୃଷି ବିଶ୍ୱବିଦ୍ୟାଳୟ , କୋଇଲା ଖଣି ପରିଚାଳନା ପ୍ରତିଷ୍ଠାନ , ପଶୁ ହସ୍ପିଟାଲ ଓ ଅନ୍ୟ ପ୍ରତିଷ୍ଠାନ ସବୁ ଏଠାରେ ରହିଛି । ଭୌଗୋଳିକ ଅବସ୍ଥିତି କଙ୍କେର ଭୌଗୋଳିକ ଅବସ୍ଥିତି 23.43 85.32 / 23.43; 85.32. ଏହା ସମୁଦ୍ରପତ୍ତାନଠାରୁ 2004 ଫୁଟ ଉପରେ ରହିଛି । ଜନସଂଖ୍ୟା 2001 ଜନଗଣନା ଅନୁସାରେ[ଏଠାରେ ଜନସଂଖ୍ୟା17,560 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏହି ଅଞ୍ଚଳରେ ସାକ୍ଷ୍ୟରତା ହାର 75% ରହିଥିଲା । ଏହା ମଧ୍ୟରୁ ପୁରୁଷ ସାକ୍ଷ୍ୟରତା 80%ହାର ଥିଲା ଓ ମହିଳା ସାକ୍ଷ୍ୟରତା ହାର 70%ଥିଲା । 6 ବର୍ଷରୁ କମ ସଂଖ୍ୟା 11 % ଏଠାରେ ଥିଲା । |
ନାନ୍ଦେଡ୍-ୱାଘାଲା ଏକ ଭାରତୀୟ ପୌର ପରିଷଦ ଅଟେ । ଏହା ମହାରାଷ୍ଟ୍ରର ନନ୍ଦେଦ୍ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାନ୍ଦେଡ୍-ୱାଘାଲା ସହରର ମୋଟ ଜନସଂଖ୍ୟା ୪୩୦୫୯୮ ଅଟେ । ସେଥି ମଧ୍ୟରୁ ୫୨.୨୦% ଜଣ ପରୁଷ ହୋଇଥିବା ବେଳେ ୪୭.୮୦% ଜଣ ନାରୀ ଅଟନ୍ତି । ନାନ୍ଦେଡ୍-ୱାଘାଲାର ସାକ୍ଷରତା ହାର ୬୯.୮୭% ଅଟେ । ଏହା ଜାତୀୟ ହାରଠାରୁ ୫.୦୩% ପ୍ରତିଶତ କମ ଅଟେ । ସେଥିରୁ ୩୯.୮୩% ପ୍ରତିଶତ ପୁରୁଷ ଓ ୩୦.୦୪% ନାରୀ ଅଟନ୍ତି । ୧୪.୯୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ମରାଠୀ ନାନ୍ଦେଡ୍-ୱାଘାଲାର ସରକାରୀ ଭାଷା ଅଟେ । |
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩. ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭. ବାହୁଡ଼ା ଯାତ୍ରା ଓ ୮. ନୀଳାଦ୍ରି ବିଜେ । ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜେ । ଏହାକୁ ଗୁଣ୍ଡିଚା ପଞ୍ଚକ କୁହଯାଏ । ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି । ଋଗ୍ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହୋଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାହିୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି । ରଥଯାତ୍ରା ପ୍ରତିଶବ୍ଦ ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଘୋଷଯାତ୍ରା । ଆଡ଼ପମଣ୍ଡପ ଯାତ୍ରା: ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପମଣ୍ଡପରେ ବିଜେ କରୁଥିବାରୁ ଆଡ଼ପମଣ୍ଡପ ଯାତ୍ରା । ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା: ପ୍ରଭୁଙ୍କର ଜନ୍ମ ବେଦୀ ଆଡ଼ପମଣ୍ଡପଠାରେ ହୋଇଥିବାରୁ ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା । ଦଶାବତାର ଯାତ୍ରା: ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଦଶାବତାର ଯାତ୍ରା । ପତିତପାବନ ଯାତ୍ରା: ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ପତିତପାବନ ଯାତ୍ରା । ନବଦିନାତ୍ମକ ଯାତ୍ରା: ଏହି ଯାତ୍ରା ଯିବା ଆସିବା ଓ ରହଣୀକୁ ମିଶେଇ ୯ ଦିନ ହେଉଥିବାରୁ ନବଦିନାତ୍ମକ ଯାତ୍ରା । ଗୁଣ୍ଡିଚା ଯାତ୍ରା: ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହା ଗୁଣ୍ଡିଚା ଯାତ୍ରା । ପ୍ରାଚୀନତା ଓ ଇତିହାସ ହରିହର କାନୁନଗୋଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ଏକ ବୌଦ୍ଧ ଅନୁଷ୍ଠାନ । ସିଂହଳରେ ଯେଉଁ ରଥଯାତ୍ରା ପାଳିତ ହୁଏ, ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ବାହାର କରି ହାତୀ ଉପରେ ଥୋଇ ମହା ସମାରୋହରେ ଶୋଭାଯାତ୍ରାରେ ନିଆଯାଏ ଓ ନଗରର ରାଜମାର୍ଗ ମାନ ବୁଲାଇ ସେହି ଦନ୍ତକୁ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାହୁଏ। ସେଠାରେ ଛଅଦିନ ରହିବା ପରେ ପୁଣି ଦନ୍ତ ମନ୍ଦିରକୁ ଫେରି ଆସେ । ପୁରୀରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଜଗନ୍ନାଥ ମହାପ୍ରଭୁ କାଷ୍ଠ ନିର୍ମିତ ରଥରେ ବାହାରି ଶୀକ୍ଷେତ୍ରର ବଡ଼ଦାଣ୍ଡ ଅତିକ୍ରମ କରି ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚନ୍ତି ଏବଂ ସେଠାରେ ୭ଦିନ ରହି ପୁଣି ଶୁକ୍ଳ ଦଶମୀ ଦିନ ଶ୍ରୀମନ୍ଦିରରକୁ ବାହୁଡା ବିଜେରେ ଫେରିଥାନ୍ତି । ପୁରାତତ୍ତ୍ୱବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତନୁଯାୟୀ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି ମାତ୍ର। ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ଉଲ୍ଲେଖ ଅଛି ଯେ, ବୀର ନରସିଂହ ଦେବ ରାଜା ରାଜ୍ୟ କଲେ। ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅ ରଥ ହେଉଥିଲା, ରାଜା ତାହା ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ । ଏ ଦୁଇ ପାଖେ ବଳଗଣ୍ଡି କଲେ । କେହି ଜଣେ ଗବେଷକ ଲାଙ୍ଗୁଳା ନରସିଂହ ଦେବଙ୍କ ପରବର୍ତ୍ତୀ ରାଜା ଭାନୁଦେବଙ୍କ (ଖ୍ରୀ.ଅ ୧୨୬୪-୧୨୭୮)ଙ୍କ ସମୟରେ ଛଅ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଏହି ଛଅ ରଥ କେବେଠାରୁ ଶ୍ରୀକ୍ଷେତ୍ରରେ ପ୍ରଚଳିତ ହେଲା, ସେ ସମ୍ପର୍କରେ ମାଦଳା ପାଞ୍ଜିରୁ କୈଣସି ତଥ୍ୟ ମିଳୁନାହିଁ । କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଛି। ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି। ଖ୍ରୀ.ଅ ଅଷ୍ଟମ ବା ନବମ ଶତାଦ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ଭିକାରୀ ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ରଥ ଚକଡା ପୋଥିରୁ ଉଦ୍ଧାର କରି ଗବେଷକ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି । ଏହି ରଥ ଚକଡା ପାଣ୍ଡୁଲିପିଟି ପୁରୀ ବାସେଳି ସାହିର ତତକାଳୀନ ରଥ ଅମୀନ ଓ ରଥକାର ଫକୀର ମହାପାତ୍ରଙ୍କଠାରୁ ପ୍ରାପ୍ତ ଓ ପୁରୀ ବଡ଼ ଓଡ଼ିଆ ମଠରେ ତାହା ସୁରକ୍ଷିତ ଥିଲା ବୋଲି ରଥଶର୍ମା ଉଲ୍ଲେଖ କରିଛନ୍ତି। ଯଯାତିଙ୍କ ବେଳେ ଜଗନ୍ନାଥ ମନ୍ଦିରର ଉଚ୍ଚତା ମାତ୍ର ୪୮ ହାତ ଥିଲା। ଠାକୁରେ ୨ହାତ ୧୦ଆଙ୍ଗୁଳର ଥିଲେ ଓ ରଥମାନ ୧୮ ହାତ ଉଚ୍ଚ ଥିଲା । ତିନି ରଥ ବୋଧେ ସମାନ ଥିଲା। ରଥ ଛଅ ଗୋଟି ହେଉଥିଲା । ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା । ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହା ଚାରି ଚକିଆ ଶଗଡି ସଦୃଶ୍ୟ ହେଉଥିଲା । ଏହି ତିନିଗୋଟି ରଥ ମାଳିନୀ ବା ବଡ଼ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା । ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ଷୋହଳ ଚକିଆ , ଚଉଦ ଚକିଆ ଓ ବାର ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଯାଉଥିଲେ ଆଗେ ଆଗେ। ପଛରେ ତିନି ରଥକୁ ଟାଣୁଥିଲେ ଭକତମାନେ । ରଥରେ ଚାଉଳ, ନଡିଆ ଖଣ୍ଡ ପଡି ଭୋଗ ଲାଗୁଥିଲା । ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା । ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଅର ପଟକୁ ଠାକୁରମାନେ ବିଜେ କରି ଚାରି ଚକିଆ ଶଗଡି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢାକୁ ଯାଆନ୍ତି । ସାତ ଦିନ ପରେ ନବଦିନ ଯାତ୍ରା ସମାପ୍ତ କରି ବାହୁଡା ଯାତ୍ରା ହେଉଥିଲା। ପ୍ରାବନ୍ଧକ ଡକ୍ଟର ହରିହର କାନୁନଗୋଙ୍କ ମତରେ ଯଯାତିଙ୍କ ସମୟରେ ହୋଇଥିବା ଘଟଣାଟି ବିଶ୍ୱାସଯୋଗ୍ୟ ମନେହୁଏ। ସମ୍ଭବତଃ ଜଗନ୍ନାଥଙ୍କୁ ୩୮ହାତର ଏକ ପଟୋଳରେ ସ୍ଥାପନା କଲା ବେଳେ ପୂର୍ବରୁ ଅନୁସୃତ ରଥଯାତ୍ରା ପରମ୍ପରାର ପ୍ରଭାବରେ ଯଯାତି ଏହି ରଥଯାତ୍ରାର ପ୍ରଚଳନ କରିଥିଲେ । ପରବର୍ତ୍ତୀ ଦ୍ୱାଦଶ ଶତାଦ୍ଦୀରେ ୧୦୦ ହାତର କିମ୍ବା ୧୨୫ ହାତର ବଡ଼ ଦେଉଳ ନିର୍ମାଣ ସମାପ୍ତି ଓ ଠାକୁରମାନଙ୍କ ବିଜେ ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ.ଅ.୧୨୧୧-୧୨୩୮)ଙ୍କ ସମୟ ହୋଇଥିବାରୁ ସେହି ବର୍ଷଠାରୁ ପୂର୍ବ ସ୍ମୃତିକୁ ମନେ ରଖିବା ପାଇଁ ବଡ଼ ଦେଉଳରୁ ଗୁଣ୍ଡିଚା ଘରକୁ ଦିଅଁଙ୍କର ରଥଯାତ୍ରା ଦକ୍ଷିଣାଭିମୁଖୀରେ ହୋଇଥିବା ସମ୍ଭବପର । ଯଯାତିଙ୍କ ସମୟରେ ବଡ଼ ଦାଣ୍ଡର ବଳଗଣ୍ଡିଠାରେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଛଅ ରଥ ନିର୍ମାଣ କରାଯାଉଥିଲା ଏବଂ ବୀର ନରସିଂହ ଦେବ ଓରଫ ପ୍ରଥମ ଭାନୁଦେବ (ଖ୍ରୀ.ଅ.୧୨୬୪-୧୨୭୮) କିମ୍ବା ଦ୍ୱିତୀୟ ନରସିଂହ ଦେବ (ଖ୍ରୀ.ଅ ୧୨୭୮-୧୩୦୭)ଙ୍କ ସମୟରେ ଏହି ମାଳିନୀ ନଦୀ (ଶରଧାବାଲି)କୁ ପୋତି ଦେବା ଫଳରେ ଛଅ ରଥ ପରିବର୍ତ୍ତେ ତିନି ରଥ ତିନି ରଥ ନିର୍ମିତ ହୋଇ ଆସୁଅଛି । ଅପରପକ୍ଷରେ ଗବେଷକ ଡଃ ନୀଳକଣ୍ଠ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, ଖ୍ରୀ.ଅ ୧୨୭୦ରେ ମାଧବାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ ଏକ ଯାତ୍ରାରେ ଦୁଇ ପ୍ରକାର ରଥ ବ୍ୟବହାର ଶାସ୍ତ୍ର ବିରୋଧୀ ବୋଲି ମତ ଦେଇ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ମାତ୍ର ତିନି ଗୋଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ ୧୨୬୪-୧୨୮୭ ଏ ବ୍ୟବସ୍ଥା କରିଥିଲେ । ମାଳିନୀ ବା ଶରଧା ନଦୀ ପୋତା ହେଲା ପରେ ଏହା ବଡ଼ ଦାଣ୍ଡରେ ପରିଣତ ହେଲା । ଖ୍ରୀଷ୍ଟୀୟ ନବମ ଶତାଦ୍ଦୀର କବି ମୁରାରୀ ମିଶ୍ର ସ୍ୱୀୟ ସୃଷ୍ଟିରେ ରଥଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ବୋଲି କେତେକ ଅଲୋଚକ ମତପୋଷଣ କରିଛନ୍ତି । ଶ୍ରୀବିଗ୍ରହମାନଙ୍କ ରଥଯାତ୍ରା କାଳରେ ମୁରାରୀ ମିଶ୍ରଙ୍କ ରଚିତ ସୁପ୍ରସିଦ୍ଧ ସଂସ୍କୃତ ନାଟକ ଅନର୍ଘ ରାଘବ ସମେତ ବହୁ ସଂସ୍କୃତ କାବ୍ୟ ଭକ୍ତମାନଙ୍କର ଚିତ୍ତ ବିନୋଦନ ପାଇଁ ଅଭିନୀତ ହେଉଥିବାରୁ ସୂଚନା ତାଙ୍କ ରଚନାରୁ ମିଳିଥାଏ । କବି ମୁରାରୀ ମିଶ୍ରଙ୍କ ରଚନାରୁ ଜଣାଯାଏ ଯେ, ଭାଗବତଃ ପୁରୁଷୋତ୍ତମସ୍ୟ ଯାତ୍ରାୟା ମୁପସ୍ଥାନୀୟା ସଭାସଦଃ। ଏଠାରେ ଶ୍ରୀପୁରୁଷୋତ୍ତମ ବା ଶ୍ରୀଜଗନ୍ନାଥଙ୍କ ଯେଉଁ ଯାତ୍ରାର ନାମ ଉଲ୍ଲେଖ କରିଛନ୍ତି, ତାହା ଆଲୋଚକମାନଙ୍କଦ୍ୱାରା ରଥଯାତ୍ରା ରୂପେ ଗୃହୀତ ହୋଇଛି। ମାତ୍ର ବର୍ଣ୍ଣିତ ଯାତ୍ରାର କାଳ ନିରୂପିତ ହୋଇନଥିବାରୁ ଏହାକୁ ରଥଯାତ୍ରା ଭାବରେ ଗ୍ରହଣ କରିବାରେ ମତଦ୍ୱୈଧ ପରିଲକ୍ଷିତ ହୋଇଥାଏ । ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ୧୨୨୩ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ କାଳରେ ରଥଯାତ୍ରା ପ୍ରଚଳନ କଥା ଉଲ୍ଲେଖ କରିଛନ୍ତି । ରାଜଗୁରୁଙ୍କ ମତରେ ୧୨୨୩ ଖ୍ରୀଷ୍ଟାବ୍ଦ ପରେ କୈଣସି ସମୟରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଦାରୁ ନିର୍ମିତ ହେବାରେ ଓ ଆଦିବାସୀ ଦଇତାମାନେ ଶ୍ରୀଜଗନ୍ନାଥଙ୍କ ସେବକ ରୂପେ ନିଯୁକ୍ତି ହେବାର ରଥଯାତ୍ରାର ସୃଷ୍ଟି ହୋଇଛି। ପୌରାଣିକ କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ୱାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ପାଣ୍ଡବମାନେ ତାହାହିଁ କଲେ। ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ୱୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ୱାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ୱାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ : ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି। ବିଭିନ୍ନ ପୁରାଣରେ ଘୋଷଯାତ୍ରା ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ହୋଇଛି। ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ। ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ । ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ଶ୍ଳୋକଟି ସର୍ବ ମୁଖ ନିଃସୃତ, ତାହା ହେଉଛି - ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି - ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ। ସ୍କନ୍ଧ ପୁରାଣ ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଛି। ନିମ୍ନରେ ସେହି ବିବରଣୀର ସାରମର୍ମ ଉଲ୍ଲେଖ କରାଯାଇଛି - ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ । କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଆଜ୍ୟଧାରଯୁକ୍ତ ଅଷ୍ଟୋତ୍ତର ଶତ ଆହୁତି ଦେବେ। ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ। ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ। କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ। ବୃକ୍ଷର ପ୍ରୀତି ପାଇଁ ଶ୍ହେ ଦୁଗ୍ଧାନ୍ନ ଆହୁତି ଦେବେ । ଆଚାର୍ଯ୍ୟ ପତଗଧ୍ୱଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ। ସେଠାରେ ମଙ୍ଗଳଧ୍ୱନି କରାଇବେ । ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ୱଗୃହକୁ ଫେରିବେ । ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ୱଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ । ସ୍କନ୍ଧ ପୁରାଣ ଅନୁସାରେ - ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ୱଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ । ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨ (ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ । ଏହି ରଥଯାତ୍ରାକୁ ନବଦିନାତ୍ମକ ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ରା। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ। ଶୁକ୍ଳ ଦ୍ୱିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନକରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ କଲେ ମହାପୂଣ୍ୟ ହୋଇଥାଏ। ଏହାକୁ ମହାବେଦୀ ମହୋତ୍ସବ ବ୍ରତ କୁହାଯାଏ। ଅଷ୍ଟମ ଦିବସରେ ବ୍ରତ ଶେଷ ହୁଏ। ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ । ଏହା ଅତି ପବିତ୍ର ସମୟ । ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି, ମଘା ନକ୍ଷତ୍ର, ଜଗନ୍ନାଥଙ୍କ ମହା ସମାଗମ ଏ ତିନି ମହାବେଦୀ ଯୋଗର ତ୍ରିପାଦ ସ୍ୱରୂପ। ଏହା ସହିତ ଇନ୍ଦ୍ରଦ୍ୟୁମ୍ନ ସରୋବର ମିଳିତ ହେଲେ ଚତୁସ୍ପାଦ ଯୋଗ ହୁଏ। ଏହା ପୂର୍ଣ୍ଣଯୋଗ ଏବଂ ପିତୃମାନଙ୍କର ମୁକ୍ତିପଦ। ଚୈତନ୍ୟ ଚରିତାମୃତ ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ । ପୁନଶ୍ଚ ଉକ୍ତ ଗ୍ରନ୍ଥରେ ହୋଇଥିବା ବର୍ଣ୍ଣନା ଅନୁଯାୟୀ , ସେ ସମୟରେ ରଥର ସାଜସଜ୍ଜା ଉତ୍ତମମାନର ଥିଲା। ଏହା ଦର୍ଶନ କରି ସମସ୍ତେ ବିସ୍ମୟ ପ୍ରକାଶ କରୁଥିଲେ। ରଥ ସଦ୍ୟ ସୁବର୍ଣ୍ଣ ଛାଉଣୀ ହେବା ଭଳି ପ୍ରତୀୟମାନ ହେଉଥିଲା ଓ ଏହା ସୁମେରୁ ପର୍ବତ ସଦୃଶ ଅତି ଉଚ୍ଚ ଥିଲା। ରଥଗୁଡିକ ଉଜ୍ଜ୍ୱଳ ଦର୍ପଣ ଓ ଶହ ଶହ ଚାମରଦ୍ୱାରା ସଜ୍ଜିତ ହେଉଥିଲା। ରଥ ଉପରେ ସୁନ୍ଦର ଚାନ୍ଦୁଆ ଟଣା ହେଉଥିଲା ଏବଂ ଅଗ୍ର ଭାଗରେ ଅତି ସୁନ୍ଦର ପତକା ଶୋଭା ପାଉଥିଲା। ରଥଗୁଡିକ ମଧ୍ୟ ପାଟବସ୍ତ୍ର ଏବଂ ନାନା ପ୍ରକାର ଚିତ୍ରଦ୍ୱାରା ସୁଜ୍ଜିତ ହେଉଥିଲା। ଘଣ୍ଟା, ଘଣ୍ଟି, କିଙ୍କିଣୀ ପ୍ରଭୃତି ବିବିଧ ବାଦ୍ୟ ମଧ୍ୟ ବାଜୁଥିଲା। ସେତେବେଳେ ଠାକୁରମାନଙ୍କ ପହଣ୍ଡି ଦଇତାମାନଙ୍କଦ୍ୱାରା ହେଉଥିଲା। ଶ୍ରୀଜଗନ୍ନାଥଙ୍କ ବାହକ ଦଇତାମାନେ ମତ୍ତହସ୍ତୀ ତୁଲ୍ୟ ଶକ୍ତିଶାଳୀ ଥିଲେ । ପହଣ୍ଡି ସମୟରେ ପହଣ୍ଡି ସ୍ଥାନଠାରୁ ରଥ ପର୍ଯ୍ୟନ୍ତ ତୁଳା ନିର୍ମିତ ଉଚ୍ଚାଗଦି ବା ତୁଳୀ ବିଛାଇ ଦିଆଯାଉଥିଲା ଏବଂ ଦଇତାମାନେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଗଦିରୁ ଅନ୍ୟ ଏକ ଗଦିକୁ ବହନ କରି ନେଇଯାଉଥିଲେ, ଏହି ସମୟରେ କେତେକ ତୁଳା ଖଣ୍ଡ ଖଣ୍ଡ ହୋଇ ଛିଡି଼ ଯାଉଥିଲା ଏବଂ ତୁଳା ସବୁ ଆକାଶରେ ଉଡୁଥିଲା ଓ ଗଦି ଫାଟିବା ସମୟରେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଥିଲା। ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ । ତାଙ୍କ ସହିତ ହସ୍ତୀମାନଙ୍କୁ ମଧ୍ୟ ରଥଟଣା କାର୍ଯ୍ୟରେ ଲଗାଯାଉଥିଲା । ଶ୍ରୀଚୈତନ୍ୟ ସେତେବେଳେ ରଥ ଆଗରେ ଭାବ ବିହ୍ୱଳିତ ନୃତ୍ୟ ଓ ସଂକୀର୍ତ୍ତନ କରୁଥିଲେ । ଶ୍ରୀଚୈତନ୍ୟ ଏକ ସଙ୍ଗେ ସାତଟି ଦଳରେ ନୃତ୍ୟ କରୁଥିଲେ । ତତ୍କାଳୀନ ସମୟରେ ବଳଗଣ୍ଡିଠାରେ ରଥ ଦୀର୍ଘ ସମୟ ରହିବାର ପ୍ରଥା ଥିଲା । ସେହି ସ୍ଥାନରେ ଜଗନ୍ନାଥଙ୍କ ନିକଟରେ ବିପୁଳ ପରିମାଣର ଭୋଗ ଲାଗିବାର ନିୟମ ବା ଚଳଣି ମଧ୍ୟ ଥିଲା । ନୀଳାଦ୍ରି ମହୋଦୟରେ ଘୋଷଯାତ୍ରା ନୀଳାଦ୍ରି ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରାଯାଇଥିଲା । ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ । ସେଥିପାଇଁ ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ସଂସାରର ଆନନ୍ଦବର୍ଦ୍ଧକ ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି,ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ୱର୍ଣ୍ଣପୁରୀ ନିର୍ମାଣ କରିଥିଲେ । ସେହିଠାରେ ଦୁଇ ସ୍ୱର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ । ନୀଳାଦ୍ରି ମହୋଦୟ ୫ମ ଅଧ୍ୟାୟ ୨୯ ଶ୍ଳୋକ ଅର୍ଥାତ ସ୍ୱର୍ଣ୍ଣପୁରୀରେ ଦେବଦୂତ ଦ୍ୱୟ ନାନା ରୁଚିର ଅଳଙ୍କାର ମାନ ସଂଯୁକ୍ତ କରି ରଥ ତିନୋଟି ନିର୍ମାଣ କରିଥିଲେ ।ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ୱାରା ସଜାଇଥିଲେ । ସେଥିରେ ନାନା ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଇଥିଲେ । ରଥର ଚକ ଗୁଡ଼ିକ ଲୁହାରେ ତିଆରି କରିଥିଲେ । ରଥଚକର ଅରଗୁଡ଼ିକ ସୁନାରେତିଆରି କରିଥିଲେ । ସୁନା ଚକ ବେଶ ଆକର୍ଷକ ଥିଲା । ରଥ କେବଳ ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଯାଇନଥିଲା , ଏହାର ଚାରିପଟେ ନାନା ଅବତାରମାନଙ୍କରେ ପ୍ରକଟିତ ହୋଇଥିବା ଭଗବାନଙ୍କର ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା । ସେଗୁଡିକୁ ପାର୍ଶ୍ୱ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଇଥିଲେ । ସୁନାରେ ଘୋଡ଼ା ନିର୍ମାଣ କରି ରଥରେ ସଂଯୋଗ କଲେ । ଦେଖିଲା ମାତ୍ରକେ ଦର୍ପ ପ୍ରକାଶ କରୁଥିବା ସମୁଜ୍ଜ୍ୱଳ ଆକୃତିର ଦୁଇଟି ନିଧି ସେହି ରଥରେ ମଣ୍ଡିତ କଲେ । ତିନି ଲୋକ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରାଯାଇଥିଲା । ସେଥିମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ହେଉଛି "ଗରୁଡ ଧ୍ୱଜ" ଜଗତଜନନୀ ମା ' ସୁଭଦ୍ରାଙ୍କ ସୁବର୍ଣ୍ଣମୟ ରଥର ନାମ "ପଦ୍ମ ଧ୍ୱଜ" ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ରଥର ନାମ "ତାଳ ଧ୍ୱଜ" ରଥ ତିନୋଟି ନିର୍ମାଣ ହେବ ପରେ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ ତୋରଣ ଓ ବିଭିନ୍ନ ଧାରଣର ପତାକା ସଂଯୋଗ କରାଯାଇଥିଲା । ନାନା ଶୁଭଗୁଣରେ ଅନ୍ୱିତ, ନବଜଳଧର ପରି ସୁନ୍ଦର ସମସ୍ତଙ୍କ ଦର୍ଶନାନନ୍ଦଦାୟୀ ଅତି ସୁସଜ୍ଜିତ ତିନି ରଥକୁ ଦେଖି ସମସ୍ତେ ଚକିତ ହୋଇଥିଲେ । ଏହା ପରେ ରଥ ତିନୋଟିକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠା କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ରଥଯାତ୍ରା । ହିନ୍ଦୁ ଜ୍ୟୋତିଷ ମତେ ହିନ୍ଦୁ ଜ୍ୟୋତିଷିକ ତତ୍ତ୍ୱରେ ଗ୍ରହଜଗତ ନଅଗୋଟି ଗ୍ରହଙ୍କୁ ନେଇ ଗଠିତ, ଯଥା- ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ । ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟ ଜ୍ୟୋତିଷିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଛାଡ଼ି ଘୋଶଯାତ୍ରାରେ ନବଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଆଷାଢ଼ ଶୁକ୍ଳ ତୃତୀୟାଠାରୁ ଆଷାଢ଼ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି ଏବଂ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ପହଣ୍ଡି ହୋଇ ରଥ ଚଢ଼ି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରାସହ ନବଗ୍ରହଙ୍କ ଘନିଷ୍ଟ ସମ୍ପର୍କ ରହିଛି । ଶ୍ରୀଜଗନ୍ନାଥଙ୍କ ଏହି ନବଦିନ ଯାତ୍ରା ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରିଥାଏ । ସପ୍ତାହକର ସାତଦିନ ଗ୍ରହମଣ୍ଡଳର ଗ୍ରହମାନଙ୍କ ନାମରେ ନାମିତ । ରବିଙ୍କ ଉଦ୍ଦେଶ୍ୟରେ ରବିବାର, ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୋମବାର, ମଙ୍ଗଳଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର, ବୁଧଙ୍କ ଉଦ୍ଦେଶ୍ୟରେ ବୁଧବାର, ଦେବଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଗୁରୁବାର, ଶୁକ୍ରଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଓ ଶନିଙ୍କ ଉଦ୍ଦେଶ୍ୟରେ ଶନିବାର । କିନ୍ତୁ ଅନ୍ୟ ଦୁଇଗ୍ରହ, ଯଥା ରାହୁ ଓ କେତୁ ଛାୟାଗ୍ରହ ହେତୁ ଏମାନଙ୍କର କୌଣସି ସ୍ୱତନ୍ତ୍ର ବାର ନାହିଁ । ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ସାତଦିନ ରହନ୍ତି ଏବଂ ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରନ୍ତି । ଆଷାଢ଼ ମାସର ତୃତୀୟା ତିଥି ଯେଉଁଦିନ ପଡ଼ିବ ସେହିଦିନ ଶ୍ରୀଜଗନ୍ନାଥ ସେହିବାରର ପ୍ରତୀକଗ୍ରହ ରୂପେ ପୂଜା ପାଆନ୍ତି । ମନେକର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଘୋଷଯାତ୍ରା ଦିନ ରବିବାର ହେଲେ ତୃତୀୟା ସୋମବାର ହେବ ଏବଂ ତୃତୀୟାଠାରୁ ଶ୍ରୀଜଗନ୍ନାଥ ଆଗାମୀ ରବିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତ୍ୟେକ ଗ୍ରହଙ୍କ ନିର୍ଦ୍ଧିଷ୍ଟ ସେହି ଗ୍ରହଙ୍କ ସ୍ୱରୂପ ଭାବରେ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି । ସୋମବାର ଦିନ ଚନ୍ଦ୍ରଙ୍କ ସ୍ୱରୂପ, ମଙ୍ଗଳବାର ଦିନ ମଙ୍ଗଳଙ୍କ ସ୍ୱରୂପ, ବୁଧବାର ଦିନ ବୁଧଙ୍କ ସ୍ୱରୂପ, ଗୁରୁବାର ଦିନ ବୃହସ୍ପତିଙ୍କ ସ୍ୱରୂପ, ଶୁକ୍ରବାର ଦିନ ଶୁକ୍ରଙ୍କ ସ୍ୱରୂପ, ଶନିବାର ଦିନ ଶନିଙ୍କ ସ୍ୱରୂପ ଓ ରବିବାର ଦିନ ରବିଙ୍କ ସ୍ୱରୂପ ଭାବରେ ପୂଜା ପାଆନ୍ତି । କିନ୍ତୁ ରାହୁ ଓ କେତୁ ଏ ଦୁଇ ଗ୍ରହଙ୍କ ସ୍ୱତନ୍ତ୍ର ବାର ନଥିବା ହେତୁ ପ୍ରଥମ ଗୁଣ୍ଡିଚା ଘୋଷଯାତ୍ରା ଓ ଶେଷ ବାହୁଡ଼ା ଏ ଦୁଇ ଦିବସକୁ ରାହୁ ଓ କେତୁଙ୍କ ପାଇଁ ନିର୍ଦ୍ଦିଷ୍ଟ ବୋଲି ନିର୍ଣ୍ଣୟ କରାହୁଏ । ଏକସପ୍ତାହ ବ୍ୟାପି ଗୁଣ୍ଡିଚାରେ ରହଣୀ କାଳ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ରବିଙ୍କ ପର୍ଯ୍ୟନ୍ତ ସପ୍ତଗ୍ରହକୁ ସୂଚେଇଲା ଭଳି ଦୁଇ ଯାତ୍ରାକୁ ସାଙ୍କେତିକ ଭାବରେ ରାହୁ ଓ କେତୁଙ୍କୁ ସୂଚାଇ ନବଦିନ ବ୍ୟାପି ଯାତ୍ରା ନବଗ୍ରହକୁ ସମ୍ପୂର୍ଣ୍ଣ କରେ । ରଥ ନିର୍ମାଣର ଶାସ୍ତ୍ରୀୟ ପଦ୍ଧତି ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି। ଶିଳ୍ପସାର ସଂଗ୍ରହ ପୋଥିରେ ୨ୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା,କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ୩୦ ଚଉଠା, ଛୋଟ ଦୁଇ ଅଖ ଲମ୍ବ ୨୪ ଚଉଠା। ଏହି ଏକ ଚଉଠାକୁ ୧୨ ଭାଗ କରାଯାଏ। ୧୭ ଚଉଠ ୮ ଅଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡା ଡାଇ ହାଣିବ। ଗୁଳିର ଉଚ୍ଚ ୫ ଚଉଠ ୮ ଅଙ୍ଗୁଳ ଗୁଳି ବହଳ ଛାଡି ଛାଡି ଅଖରେ କାନ କିଳା ବିନ୍ଧ କରିବ । ମୁହାଣକୁ ଗୁଳି ନିଶ୍ୱାସ ୮ ଅଙ୍ଗୁଳ ଛାଡି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ । ମୁହାଣ ମଝାଲକୁ ୮ ଚଉଠ ୪ ଅଙ୍ଗୁଳ ଛାଡି ବଡ଼ ଅଖ କାବିଳା ବିନ୍ଧ ଧାରଣାରେ କରିବେ । ୧୦ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ । ଧାରଣା ବାହି ଉପରେ ଜିଆ ୮ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ୪ ଚଉଠ ୧୨ଅଙ୍ଗୁଳ ଉଚ୍ଚ ଖୁସି କରିବ । ଏଥି ଉପରେ ଛନ୍ଦା ପକାଇବ। ଚକଡା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ୧୪ ଚଉଠ ରଖି ଖୁସି କରିବ। ସିଂହାସନର ଉଚ୍ଚ ୧୨ ଅଙ୍ଗୁଳ କରିବ। ଜିଆ ବହଳ ୧୨ ଆଙ୍ଗୁଳ କରିବ। ଓସାର ୧ ଚଉଠା ନାଇକା ଉପରେ ୮ଚଉଠାଇ ଚଉତାଳ କରିବ। ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ୫ ଅଙ୍ଗୁଳ ଫୁଲିଠାରୁ ଭୂଇଁ ଅଁଳା, ୨ ଚଉଠ ୪ ଅଙ୍ଗୁଳ। ଭୂଇଁ ମଝାଲ ସୂତାଠାରୁ ୨ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡା ୩ ଚଉଠ ୪ ଅଙ୍ଗୁଳ, କୋଣ ପାଖୁଡା ୧ ଚଉଠ ୪ ଅଙ୍ଗୁଳ, ଫୁଲିଠାରୁ ୧ ଚଉଠ ଲେଖା ଛାଡି ଦୁଇ ପାଖୁଡା ବସାଇବ। ଏହି ପରି ଚାରିପାଖେ ୧୬ ଗୋଟି ପାଖୁଡା ମାରିବ। ଫୁଲିଠାରୁ ୧ ଚଉଠ ୨ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ୧ ଚଉଠ ଉଚ୍ଚରେ ଚଢ଼େଇ ଖୋଜ ବସାଇବ। ଏଥି ଉପରେ ପାଖୁଡା ହଂସ ପାଦି ମାରିବ। ଚାରି ପାଖେ ହାରାମାଳି ମାରିବ। ଏଥି ଉପରେ ୬ ଚଉଠରେ ବିନ୍ଧ କରି ୮ ଅଙ୍ଗୁଳ ଛାଡି ଓରା ପକାଇବ। ଏହ ପରେ ୨ୟ ଭୂଇଁ, ୨ୟ ପାଖୁଡା ମାରିବ। ଏପରି ଚାରିଦିଗେ ୧୨ ପାଖୁଡା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ୬ ଚଉଠରେ ବସିବ। ପ୍ରଥମେ ପଟଳ ଲମ୍ବ ୮ ଚଉଠ,ରାହା କାଟଣ ଶେଷଠାରୁ ୧୪ ଅଙ୍ଗୁଳ ଉଚ୍ଚ, ୨ୟ ରାହା ମଧ୍ୟ ୧୨ ଅଙ୍ଗୁଳ ଉଚ୍ଚରେ କାଟଣ ହେବ। ଏହି ପରି ଚାରିପାଖ ପଟଳ କରିବ। ପ୍ରଥମ ସାତପୁର ପଟଳ ଉଚ୍ଚ ୨ ଚଉଠ, ସାତପୁରରେ କୋଣ ଓରା ପକାଇ ପଟଳ ଲଦିବ। ପଟଳ ଭୂଇଁ ଉପରଠାରୁ ବଡ଼ ଖୋଜ ମଧ୍ୟ ଚୌତାଳରେ ୨ ଚଉଠ ୧୨ ଅଙ୍ଗୁଳ ରଖି ବସାଇବ। ଏଥି ଉପରେ ପାରାଭାଡି ଭୂଇଁ ୩ ଚଉଠ ୮ଅଙ୍ଗୁଳରେ ଚଉତାଳ କରି ବସାଇବ। ପ୍ରଥମ ସାତପୁର ପଟଳ ଉପରେ ପଟଳ ଭୂଇଁ ଲଦା ହେବ। ୨ୟ ରାହା ୨ ଅଙ୍ଗୁଳ ଲେଖାରେ ପୁରକୁ ପୁର ସାତପୁର କାଟିବ। ୨ୟ ସାତପୁର ପଟଳ ୨ ଚଉଠ କରିବ। ଏଥି ଉପରେ ୧ ଚଉଠ ଉପରେ ମାଙ୍କଡ଼/ଛନ୍ଦା ଦୁଇଗୋଟି ଚଉତାଳ କରି ପକାଇବ। ଦଧିନଉତି ୨ ଚଉଠ ଉଚ୍ଚରେ ମାଙ୍କଡ଼ଛନ୍ଦା ଉପରେ କଳସ ଚକ୍ର ପତାକା ହେବ । କଳଶା ଶିଖାଠାରୁ ପାରାଭାଡି ଭୂଇଁ ତଳ ପର୍ଯ୍ୟନ୍ତ ଦଖିନଉତି ଖୋଜ ହେବ। ରଥପାଦ ଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଥିବା ଅଂଶଗୁଡ଼ିକ ମଧ୍ୟରେ ଚକ, ଦଣ୍ଡିଆ,ଅର,ବାଙ୍କି ହଂସପଟା,କଣି,ଶଙ୍ଖଦ୍ୱାର,ଜାଲି,ଗାଈପଟା,ସିଂହାସନ,କନକ ମୁଣ୍ଡେଇ, ଭୂମି,ଷୋଳ ନାହକ,ମଗରଦଣ୍ଡା, ବସନ୍ତ,ଦୁଆରଘୋଡ଼ା, ସାରଥୀ ପୀଡ଼,କୁମ୍ଭପଟି,ରାହୁପଟି,ଆଠ ନାହାକା, ପୀଢ଼,ଋଷିପଟା,ଦଣ୍ଡା, ପାରାଭାଡି,ଖପୁରୀ,ପାଦ, ଓଲଟ ଶୁଆ,ଦଧିନଉତି,କଣ୍ଠି,ଦଣ୍ଡ,ଚକ୍ର ଓ କେତନ । ଶିଳ୍ପ ଶାସ୍ତ୍ରାନୁଯାୟୀ ରଥର ଅଙ୍ଗ ଗୁଡିକୁ ସାଧାରଣତଃ ୧୩ଟି ମୂଖ୍ୟ ଅଙ୍ଗରେ ବିଭକ୍ତ କରାୟାଇଛି। ଯଥା- (୧) ଚକ୍ରପୀଠ, (୨) ଅରଦଣ୍ଡା, (୩)ଗଗରା, (୪) ମୂଳନାଭ, (୫) ବରାଣ୍ଡି, (୬) ହଂସପଟା, (୭) ରଥଗର୍ଭ, (୮) ପାରାଭାଡି, (୯) କଳସ ପୀଠ, (୧୦) ଦଧିନଉତି, (୧୧) କର୍ଣ୍ଣଅଳା, (୧୨) ଧାତୁ କଳସ ଓ (୧୩) ଆୟୁଧ ଧ୍ୱଜା । ରଥ ନିର୍ମାଣର ପୃଷ୍ଠଭୂମି ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା, ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ। ସେହି ପରି ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ୱଜ। ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ତୋନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ। ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ। କେତେକ ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଯଥା - ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ୱକର୍ମା ମହାରଣା, ରୂପକାର , ଭୋଇ ଇତ୍ୟାଦି ସେବକମାନେ ଶାଢ଼ୀ ବନ୍ଧାଇଥାନ୍ତି। ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅରସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ରଖାଯାଏ । ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା। ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ। ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି। ରଥ ସଂହିତା ଅନୁଯାୟୀ ତିନୋଟି ରଥ ନିର୍ମାଣ ପାଇଁ ୧୧୩୯ଟି କାଠ ଆସିଥାଏ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଉପରିବର୍ଣ୍ଣିତ କାଠ ଯୋଗାଇ ଆସୁଛନ୍ତି। ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଅରଣ୍ୟ ଅଧିକାରୀମାନେ ୮୬୨ଟି ଖଣ୍ଡ ଅସନ, ଧଉରା ଓ ଫାସୀ ଇତ୍ୟାଦି କାଠ ପଠାଇଥାନ୍ତି। ଏଥି ମଧରୁ ୭୨ ଖଣ୍ଡ ଫାସୀ ଅଟେ। ଏତଦବ୍ୟତୀତ ରଣପୁର ଜଙ୍ଗଲରୁ ୨୭୪ ଖଣ୍ଡ କଞ୍ଚାକାଠ ଓ ତିନୋଟି ଶିମୁଳି କାଠ ଆସିଥାଏ। ତିନି ରଥ ନିର୍ମାଣ କାର୍ଯ୍ୟର ଅନୁକୁଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହିତ ତତ୍ ପରଦିନଠାରୁ ନିର୍ମାଣ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ। ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଅନ୍ତର୍ଭୁକ୍ତ ବିଶ୍ୱକର୍ମା ମହାରଣା, ଭୋଇ,ରୂପକାର,ଦରଜି,କମାର ପ୍ରମୁଖ ସେବକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ତନ୍ମଧ୍ୟରୁ ସମୁଦାୟ ୬୦ଜଣ ମହାରଣା, ୭୫ଜଣ ଭୋଇ, ୧୫ କମାର,୧୫ରୁ୨୦ ଚିତ୍ରକର,୭/୮ଜଣ ଦରଜି, ୧୫ଜଣ ରୂପକାର ସେବକ ଅନ୍ତର୍ଭୁକ୍ତ । ମହାପ୍ରଭୁମାନଙ୍କ ବ୍ୟବହୃତ ତିନି ଗୋଟି ରଥର ଗଠନ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ। ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ। ଏହା ବ୍ୟତୀତ ପ୍ରତି ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ। ସୂଚନାଯୋଗ୍ଯ ଯେ, କେବଳ ନବକଳେବର ବର୍ଷ ନୂତନ ଭାବେ ସାରଥୀ,ଅଶ୍ୱ, ପାର୍ଶ୍ୱ ଦେବତା, ଠେକରା ବାଡ଼, ରଥବ୍ରେକ,ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ। ଏଥି ନିମନ୍ତେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ସ୍ୱତନ୍ତ୍ର ଭାବେ ଜଙ୍ଗଲ ବିଭାଗ ଯୋଗାଇଥାନ୍ତି। ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ। ପୂର୍ବେ ଓ.ଟି.ଏମ୍ ମିଲରୁ ଆସୁଥିବା ଏହି କନା ମୂଖ୍ୟତଃ ନଲି,ହଳଦିଆ,ନେଳି ଓ କଳା ରଙ୍ଗର ଅଟେ। ପ୍ରାୟ ଏକ ହଜାର ମିଟରରୁ ଉର୍ଦ୍ଧ କନା ତିନି ରଥର ମଣ୍ଡଣି,ଘେର,ଚାନ୍ଦୁଆ ନିମନ୍ତେ ଆବଶ୍ୟକ ହୋଇଥାଏ। ସମ୍ପ୍ରତି କିଛି ବର୍ଷ ଧରି ରଥ ନିମିତ୍ତ ଆବଶ୍ୟକ କନା ବମ୍ବେର ପ୍ରସିଦ୍ଧ କପଡ଼ା କମ୍ପାନୀ ସେଞ୍ଚୁରୀ ମିଲରୁ ଆସୁଅଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ୱଜ ରଥ ପାଇଁ ନାଲି ଓ ନେଳି କନା ଓ ଦର୍ପଦଳନ ରଥ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ। ନନ୍ଦିଘୋଷ,ତାଳଧ୍ୱଜ ଓ ଦର୍ପଦଳନ (ଦେବଦଳନ) ରଥରେ ଯଥାକ୍ରମେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇଥାଆନ୍ତି । ୬ଫୁଟ୍ ଉଚ୍ଚତାର ୧୬ ଚକ ବିଶିଷ୍ଟ ନନ୍ଦିଘୋଷ ରଥର ଦୈର୍ଘ୍ୟ ପ୍ରସ୍ଥ ୩୪ ଫୁଟ ୬ ଇଞ୍ଚ ଲେଖାଏଁ ଓ ଉଚ୍ଚତା ୪୬ ଫୁଟ ଇଞ୍ଚ । ତାଳଧ୍ୱଜ ରଥର ଦୈର୍ଘ୍ୟ ପ୍ରସ୍ଥ ୩୩ ଫୁଟ ଲେଖାଏଁ ଓ ଉଚ୍ଚତା ୪୫ ଫୁଟ । ଏଥିରେ ୬ ଫୁଟ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୪ ଚକ ଲାଗିଥାଏ। ସେହି ପରି ଦର୍ପଦଳନ ବା ଦେବଦଳନ ରଥ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ଏବଂ ୧୨ ଚକ ଏହି ରଥରେ ଲାଗିଥାଏ। ରଥର ଦୈର୍ଘ୍ୟ ପ୍ରସ୍ଥ ୩୧ ଫୁଟ ୬ ଇଞ୍ଚ ଲେଖାଏଁ । ଉଚ୍ଚତା ଯଥାକ୍ରମେ ୪୫ ଫୁଟ ୬ ଇଞ୍ଚ, ୪୫ ଫୁଟ ଓ ୪୪ ଫୁଟ୍ ୬ ଇଞ୍ଚ ଅଟେ । ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥ ଗୁଡିକୁ ଭାଙ୍ଗି ଦିଆଯାଏ। କେବଳ ସାରଥୀ,ଘୋଡ଼ା, ପାର୍ଶ୍ୱଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ସାଇତି ରଖାଯାଏ। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହାଠାରୁ ରଥଟଣା ସମୟରେ ତିନୋଟି ରଥର ବ୍ରେକକୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି। ବିଭିନ୍ନ ତିଥିରେ ରଥ ନିର୍ମାଣର ବିଧି ପ୍ରତିବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତିନୋଟି ରଥ ପରମ୍ପରା ପ୍ରକାରେ ନିର୍ମିତ ହୋଇ ଆସୁଅଛି। ରଥକାଠ ପହଞ୍ଚିବାଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ। ରଥକାଠ ପୁରୀରେ ପହଞ୍ଚିବା (ରଥଖଳାରେ ଅନୁକୂଳ ପୂଜା) - ଶ୍ରୀପଞ୍ଚମୀ କାଠଚିରା - ଶ୍ରୀରାମ ନବମୀ ରଥନିର୍ମାଣ ଅନୁକୂଳ - ଅକ୍ଷୟ ତୃତୀୟା ଗୁଜ ଅନୁକୂଳ - ନୃସିଂହ ଚତୁର୍ଦ୍ଦଶୀ ଚକ ତିଆରି ହୋଇ ଦିଅଁଙ୍କ ଆଜ୍ଞାମାଳ ଲାଗି (ଅନ୍ତତଃ ୬ଟି ଚକ) - ଭଉଁରୀ ଦିନ ଚାରି ନାହକ ଡେରା ଅନୁକୂଳ - ଦେବସ୍ନାନ ପୂର୍ଣ୍ଣିମା ରଥଖଳାରୁ ସିଂହଦ୍ୱାର ଯାଏଁ ରଥଟଣା - ନେତ୍ରୋତ୍ସବ (ଶ୍ରୀଗୁଣ୍ଡିଚା ପୂର୍ବଦିନ) ରଥତ୍ରୟର ଏହି ନିର୍ମାଣ କାର୍ଯ୍ୟକୁ ପୁରୀ ପୂର୍ତ୍ତ ବିଭାଗର ଏକଜିକ୍ୟୁଟିଭ ଇଞ୍ଜିନିୟର ଏବଂ ବିଶେଷଜ୍ଞ କମିଟି ତଦାରଖ କରିଥାନ୍ତି । ରଥଟଣା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବ ପ୍ରଥା ଅନୁଯାୟୀ ଟ.୫୦/- ଫିସ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଦାଖଲ କରି ରଥ ଚାଲିବା ଉପଯୁକ୍ତ ବୋଲି ପୂର୍ତ୍ତ ବିଭାଗରୁ ଏକ ସାର୍ଟିଫିକେଟ ହାସଲ କରିଥାନ୍ତି। ରଥ ନିର୍ମାଣରେ ସେବକମାନଙ୍କ ଭୂମିକା ବଢ଼େଇ ମହାରଣା ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ୧୦୫ ନମ୍ବର ସେବାରେ ବଢ଼େଇ ମହାରଣାମାନଙ୍କ ସମ୍ପର୍କେ ଉଲ୍ଲେଖ ରହିଛି। ଏମାନଙ୍କ ମଧ୍ୟରେ ସୁତାର, ତଳି ମହାରଣା, ମହାରଣା, ରଥ ଅମିନ ଭାବରେ ରଥ ନିର୍ମାଣରେ ସଂମ୍ପୃକ୍ତ ରହି କାର୍ଯ୍ୟ କରିଥାନ୍ତି। ରଥ ନିର୍ମାଣ ଅନୁକୂଳଠାରୁ ବାହୁଡା ଯାତ୍ରା ଶେଷ ଯାଏଁ ମହାରଣା ସେବକମାନେ ରଥ ନିର୍ମାଣ, ରଥଟଣା ଇତ୍ୟାଦି କାର୍ଯ୍ୟରେ ନିଯୋଜିତ ରହିଥାନ୍ତି। ୩୪ଗୋଟି ଅଙ୍ଗ ବିଶିଷ୍ଟ ତିନୋଟି ରଥର ନିର୍ମାଣ ନିମନ୍ତେ ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ମୂଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଜଣେ ଲେଖାଏଁ ସୁତାର ମହାରଣା, ତଳି ମହାରଣା ନିୟୋଜିତ ହୋଇ କାର୍ଯ୍ୟ କରିଥାନ୍ତି। ଏତଦବ୍ୟତୀତ ରଥ କାଠର ମାପଚୁପ ଦେଖିବା ପାଇଁ ଜଣେ ରଥ ଅମୀନ ମଧ୍ୟ ରହନ୍ତି। ଓଝା ମହାରଣା ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ସେବା ନଂ ୧୦୧ରେ ଓଝା ମହାରଣା ସେବା ବିଷୟ ଉଲେଖ ରହିଛି। ସମ୍ପ୍ରତି ମାତ୍ର ଚାରି ଘର ଏହି ଓଝା ମହାରଣା ସେବା ନିର୍ବାହ କରୁଛନ୍ତି। ତିନି ରଥ ବାଡ଼ଗ୍ରାହୀ ଭାବେ ଯଥାକ୍ରମେ ଜଗନ୍ନାଥଙ୍କ ରଥ ପାଇଁ ପଥୁରିଆ ସାହିର ଦାଶରଥି ମହାରଣା, ବଳଭଦ୍ରଙ୍କ ରଥ ପାଇଁ ପଥୁରିଆ ସହିର କାଶିନାଥ ମହାରଣା, କୁନିଆ ମହାରଣା ଓ ସୁଭଦ୍ରାଙ୍କ ରଥର ବାଡ଼ଗ୍ରାହୀ ଭାବେ କ୍ଷୀରୋଦ ମହରଣା (ଧାନକୁଟି ସାହି, ପୁରୀ) ଓଝା ମହାରଣା ସେବା କାର୍ଯ୍ୟ କରୁଥିବା ଜଣାଯାଏ । ପ୍ରତି ବର୍ଷ ରଥ ନିର୍ମାଣ ସମୟରେ ତିନି ରଥରେ ବ୍ୟବହୃତ ହେଉଥିବା ସମସ୍ତ ଲୁହାକଣ୍ଟା, ବଳା,ପନ୍ଦାରି ଯୋଗାଇବା ବ୍ୟତୀତ ରଥଯାତ୍ରା ପୂର୍ବ ଦିନ ରଥ ଖଳାରୁ ସିଂହଦ୍ୱାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକ ଚାନ୍ଦୁଆ ବାନ୍ଧିଥାନ୍ତି। ଅକ୍ଷୟ ତୃତୀୟାଠାରୁ ପରମ୍ପରା ଅନୁଯାୟୀ ଓଝା ମହାରଣା ସେବକମାନେ ଶାଢ଼ୀ଼ ବନ୍ଧାଇ ଏବଂ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ମହାପ୍ରସାଦ ଓ ନଡ଼ିଆ ଗ୍ରହଣ କରି ଦୋଳବେଦୀଠାରେ ଶାଳ ଅନୁକୂଳ କରିଥାନ୍ତି। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ସମୟରେ ଏହି ସେବକ ତିନୋଟି ଟାଙ୍ଗିଆ ମଧ୍ୟ ଯୋଗାଇଥାନ୍ତି। ଏହାର ଦୁଇ ତିନିଦିନ ପରେ ଦୋଳବେଦୀଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରୀ ଦିନ ପନ୍ଦାରି, ଜୋକିଆ, ହୁକର ମଧ୍ୟ ଅନୁକୂଳ କରାଯାଇଥାଏ। ଏହି ସବୁ କାର୍ଯ୍ୟ ଦୋଳବେଦୀ କୁଞ୍ଜ ଭିତରେ ହୋଇଥାଏ। ପ୍ରତି ଦିନ ମୋଟ ୧୮ ଜଣ ଓଝା ମହାରଣା ଓ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଥିବା ଶ୍ରମିକ ନିୟୋଜିତ ହୋଇଥାଏ। ନିଜ ନିଜ ରଥର ବାଡ଼ଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ୱାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ଟା, ପନ୍ଦାରି ୨ଟା ଓ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଲୁହା ରଡ଼୍ ଓ ପ୍ଲେଟରେ ଓଝା ମହାରଣା ସେବକମାନେ ପ୍ରତିରଥର ଅଖ ଓ ଦଣ୍ଡାରେ କଣ୍ଡା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଧ୍ୱଜ ରଥ ପାଇଁ ୯ ଗଣ୍ଡା ୨ଟା ଓ ଦେବଦଳ୍ନ ରଥ ପାଇଁ ୭ ଗଣ୍ଡା ୨ଟା ବିଡିଆ କଣ୍ଟା ଶାଳ ପ୍ରସ୍ତୁତ କରିଥାନ୍ତି। ଏତଦବ୍ୟତୀତ ପାରାଭାଡ଼ି ନିର୍ମାଣ ସମୟରେ ପୋଟଳ ଉପରେ ବାଗିଆ ବାଡେଇଥାନ୍ତି। ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ତାର ପରିଚ୍ଛା କଣ୍ଟା, ଦୁଆର ବେଢା଼ କଣ୍ଟା, ବେଢା଼ କଣ୍ଟା, ଜଙ୍ଘା ଓ ନାରାଜ କଣ୍ଟା, ଗୋଡି଼ଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ୱତନ୍ତ୍ର ଶୈଳୀରେ ଓଝା ମହାରଣାଙ୍କଦ୍ୱାରା ନିର୍ମିତ ହୋଇଥାଏ। ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ। ରଥଯାତ୍ରା ସମୟରେ ଯଦି ଚକ କିମ୍ବା ଅନ୍ୟାନ୍ୟ ମରାମତି କାର୍ଯ୍ୟ ଆବଶ୍ୟକ ପଡେ, ଓଝା ମହାରଣା ମନେ ଆବଶ୍ୟକୀୟ ଲୁହା କଣ୍ଟା ଓ କ୍ଲାମ୍ପ ଇତ୍ୟାଦି ଜରୁରୀକାଳୀନ ଭାବେ ନିର୍ମିତ କରି ଯୋଗାଇଥାନ୍ତି। ଏତଦବ୍ୟତୀତ ଅଣସର ସମୟରେ ଅଣସର ଗୃହକୁ ଯିବା ନିମନ୍ତେ ସହସ୍ର (ଲୁହାରେ ନିର୍ମିତ ଏକ ଅସ୍ତ୍ର) ନିର୍ମିତ କରି ପତନି ଶାଢ଼ୀ଼ରେ ବାନ୍ଧି ଦଇତାପତିଙ୍କ ଜିମାରେ ଦେଇଥାନ୍ତି । ଏହି କାର୍ଯ୍ୟ ହେଲା ବେଳେ ଓଝା ମହରଣାମାନେ ହବିଷାନ୍ନ କରି ଅତ୍ୟନ୍ତ ନିୟମ ନିଷ୍ଠାର ସହିତ ରହିଥାନ୍ତି। ସମ୍ପ୍ରତି ଓଝା ମହାରଣାଙ୍କଦ୍ୱାରା ପ୍ରସ୍ତୁତ ଶାଳ ଦୋଳବେଦୀ କୁଞ୍ଜଠାରେ ହେଇଥିବା ଜଣାଯାଏ। ଅନ୍ୟାନ୍ୟ ସେବକ ରଥ ଭୋଇ :ସେବା ନଂ ୯୭ରେ ରଥ ଭୋଇ ସେବା ସମ୍ପର୍କରେ ସବିଶେଷ ବିବରଣୀ ଲିପିବଦ୍ଧ ରହିଛି। ରଥ କାମରେ ଯେତେ ମୁଲିଆ ଦରକାର ହୁଏ ଏ ସର୍ଦ୍ଦାର ଭୋଇମାନେ ନିଜେ କାମ କରନ୍ତି ଓ ଅନ୍ୟ ମୁଲିଆ ଲଗାଇ କାମ କରାନ୍ତି। ରଥଖଳାର ଛାମୁଣ୍ଡିଆ ତିଆରି କରିବା ଓ ଅନ୍ୟାନ୍ୟ ରଥ କାଠ ବୋହିବା ସଙ୍ଗେ ସଙ୍ଗେ ରଥ ନିର୍ମାଣ ଓ ରଥଟଣାରେ ସକ୍ରିୟ ଅଂଶ କରିଥାନ୍ତି। ଦରଜୀ ସେବା : ସ୍ୱତ୍ତ୍ୱଲିପିର ୯୫ ନଂ ସେବାରେ ଦରଜୀ ସେବକଙ୍କ କାର୍ଯ୍ୟ ସମ୍ପର୍କରେ ବିବରଣ ରହିଛି। ରଥର ମଣ୍ଡଣି, ଚାନ୍ଦୁଆ ଇତ୍ର୍ୟାଦି ସିଲାଇ କାର୍ଯ୍ୟ ଦରଜୀ ସେବକମାନେ କରିଥାନ୍ତି। ତାମରା ବିଶୋଇ : (ସେବା ନଂ ୯୦) ଉକ୍ତ ସେବକ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିଧି ଅନୁସାରେ ତାମ୍ରପଟା ଇତ୍ୟାଦି ତିଆରି କରି ବାହୁଟ ଓ ସେନାପଟାରେ ତାମରା ଦିଅନ୍ତି । କରତିଆ: (ସେବା ନଂ ୯୧) ରଥ ନିର୍ମାଣ ପାଇଁ ତୁମ୍ବ କାଟିବା ଓ ରଥର କାଠ ପଟା କାମ କରିଥାନ୍ତି । ଏ ସେବକ ନିଜେ କରତି କାମ କରନ୍ତି ଓ ଅନ୍ୟ କରତିଆକୁ କାମ କରିବାକୁ ଯୋଗାଇ ଦିଅନ୍ତି। ରୂପକାର: (ସେବା ନଂ ୮୮) ରଥ ନିର୍ମାଣରେ ଯେତେ ରୂପ କାର୍ଯ୍ୟ ପଡେ, ଏହି ସେବକ ତାହା କରିଥାନ୍ତି । ଏପରିକି ନବକଳେବର ବର୍ଷମାନଙ୍କରେ ସାରଥୀ, ସଖୀ, ଓଲଟ ଶୁଆ, କଳସ ଓ ପାର୍ଶ୍ୱ ଦେବତା ନିର୍ମାଣ ଏହି ସେବକଙ୍କଦ୍ୱାରା ତିଆରି ହୋଇଥାଏ। ରଥଟଣା ପୂର୍ବରୁ ଘୋଡ଼ା ବନ୍ଧା କାର୍ଯ୍ୟ ଏହି ସେବକଙ୍କର ଅଟେ। ଚିତ୍ରକାର : (ସେବା ନଂ ୮୭) ଏହି ସେବକ ରଥବାଡ଼, ପାର୍ଶ୍ୱ ଦେବଦେବୀ, ଓଲଟ ଶୁଆ, କଳସ ଓ ରଥରେ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ସମସ୍ତ ଚିତ୍ର କାର୍ଯ୍ୟ କରିଥାନ୍ତି । ତିନି ରଥର ବିଶେଷତା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ତିନିଗୋଟି ରଥ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ନିର୍ମାଣ କରାଯାଉଥିଲେ ହେଁ ପ୍ରତି ରଥରେ ଅଧିଷ୍ଠିତ ହେଉଥିବା ପାର୍ଶ୍ୱ ଦେବତାଙ୍କର ନିର୍ମାଣ ହୋଇନଥାଏ। କେବଳ ନବକଳେବର ବର୍ଷମାନଙ୍କରେ ରୂପକାର ସେବକମାନେ ନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ୱ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରିଥାନ୍ତି। ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାନ୍ତି। ଆବଶ୍ୟକ ପଡିଲେ ରୂପକାର ସେବକମାନଙ୍କଦ୍ୱାରା ଏହାର ମରାମତି କାର୍ଯ୍ୟ ହୋଇଥାଏ। ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ନଅ ମୂର୍ତ୍ତି ଲେଖାଏଁ ପାର୍ଶ୍ୱଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ। ନନ୍ଦିଘୋଷ 'ନନ୍ଦିଘୋଷ' ବା 'ଗରୁଡ଼ଧ୍ୱଜ' ବା 'କପିଳଧ୍ୱଜ' ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି । ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ୧୬ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ । ସାରଥି: ଦାରୁକ । ରଥର ଦଉଡ଼ି: ଶଙ୍ଖଚୂଡ଼ । ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ) ସ୍ଥାପନ କରାଯାଏ । ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ । ଧ୍ୱଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ । ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି । ତାଳଧ୍ୱଜ 'ତାଳଧ୍ୱଜ' ବା 'ଲଙ୍ଗଳ ଧ୍ୱଜ' ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି। ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ । ଏହି ରଥରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ। ଦଧିନଉତି: ହିରଣ୍ମୟୀ ସାରଥି: ମାତଳୀ । ରଥର ଦଉଡ଼ି: ବାସୁକୀ । ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ତୀବ୍ର, ଘୋର, ଦୀର୍ଘଶ୍ରମ ଏବଂ ସ୍ବର୍ଣ୍ଣନାଭ) ବା (ସ୍ଥିରା, ଧୃତି, ସ୍ଥିତି ଏବଂ ପ୍ରଜ୍ଞା) ବା (ଶଙ୍ଖ,ସୁଚ଼ିତ୍ର, ଅଙ୍ଗଦ ଏବଂ ମେଘନାଦ) ସ୍ଥାପନ କରାଯାଏ । ଧ୍ୱଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ । ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ୱବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି । ଦର୍ପଦଳନ 'ଦର୍ପଦଳନ' ବା 'ପଦ୍ମଧ୍ୱଜ' ବା 'ଦେବଦଳନ' ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି । ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ । ସାରଥି: ଅର୍ଜୁନ । ରଥର ଦଉଡ଼ି: ସ୍ୱର୍ଣ୍ଣ୍ଣଚୂଡ଼ । ଧ୍ୱଜପମୂର୍ତ୍ତି: ଜୟଦୁର୍ଗା । ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ । ନାଲି ଓ କଳା ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ (ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ । ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ (ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଦ୍ୟୁତ) ସ୍ଥାପନ କରାଯାଏ । ରଥ ଯାତ୍ରାର କେତେକ ବିଶେଷ ନୀତି ନବ ଯୌବନ ଦର୍ଶନ (ନେତ୍ରୋତ୍ସବ) : ଚକା ଅପସର, ମଙ୍ଗଳ ଆରତି, ମଇଲମ, ଅବକାଶ, ଦଶ ଅବତାର ଦିଅଁ ବାହୁଡା଼ ବିଜେ, ତାଟି ଫିଟିବା, ପରିମାଣିକ ଦର୍ଶନ, ସର୍ବ ସାଧାରଣ ଦର୍ଶନ, ଦଇତାପତି ସର୍ବାଙ୍ଗ, ବନ୍ଦାପନ, ରୋଷ ହୋମ, ରାଜନୀତି, ଯାତ୍ରାଙ୍ଗୀ, ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ ଓ ଘଣ୍ଟଛତା, ସକାଳ ଧୂପ (କେବଳ କୋଠ ଭୋଗ), ଭୋଗ ମଣ୍ଡପ ଆରମ୍ଭ, ରଥ ଆଜ୍ଞାମାଳ ବିଜେ, ଭୋଗ ମଣ୍ଡପ ପୂଜା ଶେଷ, ମଧ୍ୟାହ୍ନ ଧୂପ (କେବଳ କୋଠ ଭୋଗ), ଅଙ୍କୁରାରୋପଣ ଓ ଆବଶ୍ୟକ ହେଲେ ୩ୟ ଭୋଗ ମଣ୍ଡପ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ,ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ (ଗୁପ୍ତ ନୀତି), ସେନାପଟା ଲାଗି ଗୁପ୍ତ ନୀତି । ସୂଚନାଯୋଗ୍ୟ ଯେ, ଯେଉଁ ବର୍ଷ ଉଭା ପଡିଥାଏ, ଉକ୍ତ ଦିନ ରଥଖଳାରୁ ତିନି ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯାଇଥାଏ। ସାଧାରଣତଃ ଉକ୍ତ ଦିନ ପ୍ରତ୍ୟୁଷ ୫ଟା ୩୦ମିଠାରୁ ତତପର ଦିନ ଭୋର ୫ ଘଟିକା ମଧ୍ୟରେ ଏହି ନୀତିଗୁଡ଼ିକ ସମାହିତ ହୋଇଥାଏ। ଶ୍ରୀଗୁଣ୍ଡିଚା (ରଥଯାତ୍ରା) : ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ବଲ୍ଲଭ ଓ ସକାଳ ଧୂପ, ରଥ ପ୍ରତିଷ୍ଠା ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ, ପହଣ୍ଡି ଶେଷ, ମଦନମୋହନ, ରାମ , କୃଷ୍ଣ ବିଜେ, ଚିତା ଲାଗି, ଛେରା ପହଁରା, ଚାରମାଳ ଫିଟା ଓ ଘୋଡ଼ା଼ ସାରଥୀ ଲାଗିବା ଓ ରଥଟଣା ଆରମ୍ଭ । ସନ୍ଧ୍ୟା ଦର୍ଶନ : ଦ୍ୱାର ଫିଟା,ମଙ୍ଗଳ ଆଳତି , ମଇଲମ ଓ ତଡ଼ପ ଲାଗି, ଅବକାଶ,ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳ ବଲ୍ଲଭ, ସକାଳ ଧୂପ,ଭୋଗ ମଣ୍ଡପ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ, ନୂଆଲାଗି ଲାଗି ବେଶ, ମଧ୍ୟାହ୍ନ ଧୂପ, ୨ୟ ଭୋଗ ମଣ୍ଡପ, ମଇଲମ ଓ ବେଶ, ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଟୁଆ, ବାହୁଟ କଣ୍ଟ, ଚାର ବନ୍ଧା, କୁସୁମି ଲାଗି, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ (କେବଳ କୋଠ ଭୋଗ), ୩ୟ ଭୋଗ ମଣ୍ଡପ, ରାହସକୁ ଦିଅଁ ବିଜେ, ମଇଲମ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ ସିଂହାର ଭୋଗ । ବାହୁଡା ଯାତ୍ରା : ନବଯୌବନ ଦର୍ଶନ ଦେବସ୍ନାନ ପୂର୍ଣ୍ଣିମା ରାତ୍ରରେ ସ୍ନାନ ବେଦୀରୁ ପହଣ୍ଡି ବିଜେରେ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନ କରିଥାନ୍ତି। ଅଣସର ତାଟି ସମ୍ମୁଖରେ ତିନୋଟି ପଟି ଚିତ୍ର ପ୍ରତିମା ରହିଥାଏ। ଏହି ପଟି ଠାକୁର ମଧ୍ୟରେ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅନ୍ତର୍ଭୁକ୍ତ। ପରମ୍ପରା ଅନୁଯାୟୀ ଏହି ପଟି ଦିଅଁ ଦଶାବତାର ଠାକୁର ରୂପେ ପରିଚିତ । ସୂଚନାଯୋଗ୍ୟ ଯେ, ବାସୁଦେବଙ୍କ ଚିତ୍ର ସମ୍ମୁଖରେ ଦୋଳଗୋବିନ୍ଦ, ରାମ ଓ ନୃସିଂହ ବିରାଜମାନ କରିଥିବା ବେଳେ ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ନାରାୟଣଙ୍କ ଚିତ୍ର ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। କୁହାଯାଏ ଯେ, ଏହି ସମୟରେ ଠାକୁରମାନେ ଜ୍ୱର ରୋଗରେ ପୀଡି଼ତ ହୋଇଥାନ୍ତି। ଶ୍ରୀମନ୍ଦିରର ବୈଦ୍ୟ ସେବକମାନଙ୍କଦ୍ୱାରା ପ୍ରସ୍ତୁତ ଦଶମୂଳ ପାଚକ (ମୋଦକ) ମହାପ୍ରଭୁଙ୍କୁ ଭୋଗ କରାଯିବା ପରେ ଜ୍ୱର ରୋଗ ଭଲ ହୋଇଥାଏ । ବାସ୍ତବିକ ଏହି ଅଣସର ସମୟରେ ପତି ମହାପାତ୍ର ଓ ଦଇତାପତି ସେବକମାନେ ଠାକୁରମାନଙ୍କର ଅତ୍ୟନ୍ତ ଗୋପନୀୟ ନୀତିରେ ଅଂଶଗ୍ରହଣ କରିଥାନ୍ତି। ଏହି ସମୟରେ ଅଣସର ପଣା, ଘଣାଲାଗି, ଖଳି ଲାଗି, ଚକା ଅପସର ଓ ଅନ୍ୟାନ୍ୟ ଗୁପ୍ତ ନୀତିମାନ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ପନ୍ଦର ଦିନର ଅନବସର ପରେ ନବଯୌବନ ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ମିଳିଥାଏ। ସେଦିନ ପ୍ରଭାତରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଇତ୍ୟାଦି୮ ନୀତି ବଢ଼ିବା ପରେ ଦଶାବତାର ପଟି ଦିଅଁମାନଙ୍କର ବାହୁଡା ବିଜେ ହୋଇଥାଏ। ତତ୍ପରେ କୋଠ ସୁଆଁସିଆମାନେ ଅଣସର ଗୃହ ତାଟି ଖୋଲିଥାନ୍ତି। ଠାକୁରମାନେ ଚକା ଉପରେ ବିରାଜମାନ କରିଥିବା ସମ୍ମୁଖସ୍ଥାନ ପାଣିରେ ଭଲ ଭାବରେ ଧୁଆଯିବା ପରେ ନବଯୌବନ ଦର୍ଶନ ନିମିତ୍ତ ପରିମାଣିକ ଟିକେଟ କିଣିଥିବା ଦର୍ଶନାର୍ଥୀମାନଙ୍କୁ ପ୍ରଥମେ ଜଗମୋହନ ଭିତରକୁ ଛଡା଼ ଯାଇଥାଏ। ପ୍ରାୟ ଏକ ଘଣ୍ଟା ଧରି ପରିମାଣିକ ଦର୍ଶନ ଚାଲିବା ପରେ ଜନସାଧାରଣଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ହୋଇଥାଏ। ଉକ୍ତ ଦିନ ଠାକୁରମାନଙ୍କର କେତେକ ବିଶେଷ ନୀତି ହୋଇଥାଏ। ଶ୍ରୀଗୁଣ୍ଡିଚା ଶ୍ରୀଗୁଣ୍ଡିଚାର ଠିକ ପୂର୍ବ ଦିନ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାଠାରେ ଥିବା ତିନିରଥ ସୁସଜ୍ଜିତ ପୂର୍ବକ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ରଥଗୁଡି଼କ ଅପରାହ୍ନରେ ଟଣା ହୋଇ ସିଂହଦ୍ୱାରଠାରେ ରଖାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଜଗନ୍ନାଥ, ସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ। ନେତ୍ରୋତ୍ସବ ଦିନ ବିଳମ୍ବିତ ରାତ୍ରରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହମାନଙ୍କ କେତେକ ଗୁପ୍ତ ନୀତି ଯଥା ବାହୁଟକଣ୍ଟ, ସେନାପଟା, ଶୁକ୍ଳ ସଜ ଲାଗି ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଲ ପୂଜା, ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବକମାନଙ୍କଦ୍ୱାରା ସମାପିତ ହୋଇଥାଏ। ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ ( ଖେଚେଡି଼ ଭୋଗ) ପୂଜା ଅନୁଷ୍ଠିତ ହୋଇଥାଏ । ଅପରପକ୍ଷରେ ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ। ତତ୍ପରେ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ନୀତି ଅନୁଷ୍ଠିତ ହେବା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାପର୍ଣ ନୀତି ବଢ଼ି଼ଥାଏ। ପହଣ୍ଡି ସମୟରେ ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ବିଜେ ହୋଇଥାନ୍ତି। ଜଗମୋହନଠାରେ ଘଣ୍ଟ , ପକାଉଜ ଇତ୍ୟାଦି ବାଦ୍ୟ ବାଜିଥାଏ। ବିଭିନ୍ନ ମଠର ମଠାଧୀଶ, ବ୍ୟକ୍ତିବିଶେଷମାନେ ଚାମର, ଆଲଟ ସେବା କରିବା ସହିତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ପହଣ୍ଡି ଦେଖିବା ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ଦର୍ଶନ ଟିକେଟ ବିକ୍ରୟ କରାଯାଇ ଦର୍ଶନାର୍ଥୀମାନଙ୍କୁ ମନ୍ଦିର ପରିସରକୁ ଆସିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଥାଏ। ଠାକୁରମାନେ ଜଗମୋହନର ସାତ ପାହଚ ଉପରେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ' ଶ୍ରୀମସ୍ତକରେ ଲଗାଯାଇଥାଏ। ପହଣ୍ଡି ସମୟରେ ବେହେରା ଖୁଣ୍ଟିଆ ମଣିମା ଡା଼କ ଦେଇଥାନ୍ତି। ସମଗ୍ର ବଡ଼ ଦେଉଳ ଓ ସିଂହଦ୍ୱାର ଅଞ୍ଚଳ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଓ ଦେବ ଧ୍ୱନି ଶବ୍ଦରେ ପ୍ରକମ୍ପିତ ହୋଇଥାଏ। ଶ୍ରୀବିଗ୍ରହମାନେ ରଥାରୁଢ଼ ହେବାପରେ ପୁଷ୍ପାଳକ ମହାଜନମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ, କୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ଘସା (ତେଲିଙ୍ଗି) ଓ କାହାଳି ବାଦ୍ୟ ସହ ବଣିଆ ସେବକମାନଙ୍କଠାରୁ ସୋଲ ଚିତା ତିନୋଟି ଅଣାଯାଇ ସିଂହଦ୍ୱାର ସଂଲଗ୍ନ ଛାଉଣୀ ମଠରେ ରଖାଯାଇଥାଏ । ରଥ ଉପରେ ରୁନ୍ଧା, ଫୁଲମାଳ, ବେଶ, ଶୋଲ ଚିତା ଲାଗି ଇତ୍ୟାଦି ନୀତି ବଢ଼ିବା ସଙ୍ଗେ ସଙ୍ଗେ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥାନ୍ତି। ଏହା ପରେ ପାରମ୍ପାରିକ ନୀତିରେ ଗଜପତି ମହାରାଜାଙ୍କଦ୍ୱାରା ଛେରାପହଁରା ନୀତି ସମାହିତ ହୋଇଥାଏ। ଏଥି ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ନୀତି ପାଇଁ ଆବଶ୍ୟକ ଥିବା ଦୈନନ୍ଦିନ ସାଜ ବସ୍ତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଥିବା ସିନ୍ଦୁକକୁ କୋଠ ସୁଆଁସିଆ ସେବକମାନେ ରଥ ଉପରେ ଆଣି ରଖିଥାନ୍ତି। ଛେରା ପହଁରା ନୀତି ଶେଷ ହେବା ପରେ ରଥରେ ସାରଥୀଙ୍କୁ ଅଧିଷ୍ଠିତ କରାଯାଏ। ରଥରୁ ଚାରମାଳ ଖୋଲାଯିବା ପରେ ଘୋଡ଼ା଼ ବନ୍ଧାଯାଏ। ଏହି କାର୍ଯ୍ୟକ୍ରମ ସରିବା ପରେ ରଥରେ ଦଉଡି଼ ଲଗାଯାଇ ରଥଟଣା ହୋଇଥାଏ। ପହଣ୍ଡି ବିଜେ ପୁରୁଷୋତ୍ତମ କ୍ଷେତ୍ରରେ କେଉଁ ପ୍ରାଚୀନ କାଳରୁ ଶ୍ରୀବିଗ୍ରହମାନଙ୍କର ଏହି ପହଣ୍ଡି ବିଜୟ ହୋଇଛି, ତାହା ଏବେ ମଧ୍ୟ ଅଜ୍ଞାତ ରହିଛି । ପହଣ୍ଡି ଶବ୍ଦଟି ସଂସ୍କୃତରେ ପାଦହୁଣ୍ଡନ ବା ପାଦ ହୁଣ୍ଡ ଶବ୍ଦରୁ ସୃଷ୍ଟି। ପାହୁଣ୍ଡ ପାହୁଣ୍ଡ ହୋଇ ଚାଲିବାକୁ ବା ଆକ୍ଷରିକ ଅର୍ଥରେ ଗୋଟିଏ ଗୋଟିଏ ପାଦ ପକାଇ ଚାଲିବାକୁ ପହଣ୍ଡି କୁହାଯାଏ। କେତେକ ଗବେଷକଙ୍କ ମତରେ ଏହା ପାହୁଣ୍ଡ ଶବ୍ଦର ଅପଭ୍ରଂଶ । ସମ୍ଭବତଃ ସ୍ନାନ ଓ ରଥଯାତ୍ରାର ଆରମ୍ଭ କାଳରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇ ଆସୁଅଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୁଇଟି ମୂଖ୍ୟ ଯାତ୍ରା ଯଥା ସ୍ନାନ ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀବିଗ୍ରହମାନେ ପହଣ୍ଡି ବିଜେ କରିଥାନ୍ତି। ଏହି ଦୁଇ ଯାତ୍ରାରେ ସର୍ବ ମୋଟ ଛଅ ଥର ପହଣ୍ଡି ହୋଇଥାଏ। ତନ୍ମଧ୍ୟରୁ ୧- ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନରୁ ସ୍ନାନ ଯାତ୍ରା ପାଇଁ ଆନନ୍ଦ ବଜାରରେ ଥିବା ସ୍ନାନ ମଣ୍ଡପକୁ ବିଜେ, ୨- ସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ବିଳମ୍ବିତ ରାତ୍ରରେ ସ୍ନାନ ମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ, ୩ - ଶ୍ରୀଗୁଣ୍ଡିଚା ଦିନ ଅଣସର ପିଣ୍ଡିରୁ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଥିବା ତିନି ରଥକୁ ବିଜେ, ୪ - ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥ ଉପରୁ ଗୁଣ୍ଡିଚା ଘର ସିଂହାସନକୁ ବିଜେ, ୫ - ବାହୁଡା଼ ଯାତ୍ରା ଦିନ ଗୁଣ୍ଡିଚା ଘରଠାରୁ ତିନି ରଥକୁ ବାହୁଡା଼ ବିଜେ ଏବଂ ନୀଳାଦ୍ରି ବିଜୟ ଦିନ ସିଂହଦ୍ୱାରଠାରେ ଥିବା ତିନି ରଥ ଉପରୁ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନକୁ ବିଜେ କରିଥାନ୍ତି। ମହାପ୍ରଭୁମାନଙ୍କର ଏହି ଛଅଗୋଟି ପହଣ୍ଡି ମଧ୍ୟରୁ ତିନି ଥର ଗୋଟି ପହଣ୍ଡି ଓ ତିନି ଥର ଧାଡି଼ ପହଣ୍ଡି ହୋଇଥାଏ। ଶ୍ରୀବିଗ୍ରହମାନଙ୍କ ସମସ୍ତ ବିଜେ ସମୟର ଧାଡି଼ ପହଣ୍ଡି ଓ ବାହୁଡା଼ ବିଜେଗୁଡିକ ସମୟରେ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥାଏ। ଗୋଟି ପହଣ୍ଡିରେ ଏକ ମୂର୍ତ୍ତି ଠାକୁର ବିଜେ ହୋଇ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ଅନ୍ୟ ବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇଥାଏ। କିନ୍ତୁନ୍ ଧାଡି଼ ପହଣ୍ଡିରେ ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କରନ୍ତି। ଶ୍ରୀବିଗ୍ରହମାନଙ୍କ ଏହି ପହଣ୍ଡି ବିଜେ ସମୟରେ ଓ ପୂର୍ବରୁ କେତେକ ନିର୍ଦ୍ଦିଷ୍ଟ ନୀତି ସମ୍ପନ୍ନ ହୋଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ରତ୍ନ ସିଂହାସନରେ ମହାପ୍ରଭୁମାନଙ୍କର କେବଳ ମଙ୍ଗଳାର୍ପଣ କରାଯାଇ ସର୍ବ ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥାଏ। ତେଣୁ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି ଯେ - ସୁଦର୍ଶନ ଓ ସୁଭଦ୍ରା ଦଇତାପତିମାନଙ୍କ ହସ୍ତ ଓ ସ୍କନ୍ଧାବଲମ୍ବନ ପୂର୍ବକ ପହଣ୍ଡି ବିଜେ ହୋଇ ରଥାରୋହଣ କରିଥିବା ବେଳେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ପାଟ ଡୋରିରେ ବା ରଜ୍ଜୁଦ୍ୱାରା ଆକର୍ଷଣ କରି ଧିରେ ଧିରେ ପହଣ୍ଡି ବିଜେ କରାଇଥାନ୍ତି। ପହଣ୍ଡି ବିଜେ ପୂର୍ବରୁ ତିନି ବାଡ଼ରେ ଯଥାକ୍ରମେ ପୂଜାପଣ୍ଡା ଜଗନ୍ନାଥଙ୍କ ବାଡ଼ରେ, ମୁଦିରଥ ବଳଭଦ୍ରଙ୍କ ବାଡ଼ରେ ଓ ପତି ମହାପାତ୍ର ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି। ଗରାବଡ଼ୁ ସେବକ ମଙ୍ଗଳାର୍ପଣର ସମସ୍ତ ଜିନିଷମାନ ନୀତି ସମ୍ପୃକ୍ତ ସେବକଙ୍କ ହାତକୁ ବଢ଼ାଇଥାନ୍ତି। ମଙ୍ଗଳାର୍ପଣ ସମୟରେ ସୁଦ୍ଧ ସୁଆର ଓ ଭଣ୍ଡାର ମେକାପ ମଧ୍ୟ ସେଠାରେ ଉପସ୍ଥିତ ଥାଇ ଉକ୍ତ ନୀତିରେ ଅଂଶଗ୍ରହଣ କରିଥାନ୍ତି। ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥାନ୍ତି। ଶ୍ରୀଜୀଉମାନଙ୍କୁ ପାଟ ଅଗଣା, ଆନନ୍ଦ ବଜାର, ଭିତର ସିଂହଦ୍ୱାର, ବାଇଶିପାହାଚ, ସିଂହଦ୍ୱାର, ଗୁମୁଟି, ଅରୁଣସ୍ତମ୍ଭ ଦେଇ ରଥ ପର୍ଯ୍ୟନ୍ତ ନିଆଯାଇଥାଏ । ଶ୍ରୀବିଗ୍ରହମାନଙ୍କ ପବିତ୍ର ପହଣ୍ଡି ବିଜେ ସମୟରେ ପ୍ରଥମେ ବିଜେ କାହାଳି ବାଜିବା ପରେ ଘଣ୍ଟୁଆ , କାହାଳିଆ, ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ଆଦି ତାଳ ସହକାରେ ବଜେ । ଭକ୍ତ ତଥା ଦର୍ଶନାର୍ଥୀମାନେ ଏହି ସମୟରେ ପୁଷ୍ପବର୍ଷଣ କରିବା ସଙ୍ଗେ ସଙ୍ଗେ ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମଗ୍ର ପରିବେଶକୁ ଆନନ୍ଦିତ ମୁଖରିତ କରିଥାନ୍ତି। ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟନ୍ୟ ସେବକମାନେ ଡୋରି ଧରିଥାନ୍ତି। ଛାମୁ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ସେବକ ପହଣ୍ଡି ତଥା ଠାକୁରମାନଙ୍କ ଆଗରେ ବେତ ଧରି ମଣିମା, ଶ୍ରୀଅଙ୍ଗକୁ ସାବଧାନ ବୋଲି ଉଚ୍ଚାରଣ କରି ଠାକୁରମାନଙ୍କ ଆଗେ ଆଗେ ଯୋଡି଼ ବେତ ବାଡେଇ ବାଡେଅ ଚାଲିଥାନ୍ତି। ଏହି ପବିତ୍ର ପହଣ୍ଡି ବିଜେରେ ଅଂଶଗ୍ରହଣ କରୁଥିବା ସେବକମାନେ କେତେକ ନିଷ୍ଠାପରତା ଅବଲମ୍ବନ କରିଥାନ୍ତି, ଯଥା ନିଶ ରଖିବେ ନାହିଁ, ଅଶୌଚ ହୋଇ କିମ୍ବା ସାର୍ଟ ପ୍ୟାଣ୍ଟ ପିନ୍ଧି ମହାପ୍ରଭୁଙ୍କ ପହଣ୍ଡି ନୀତିରେ ଅଂଶଗ୍ରହଣ କରିପାରିବେ ନାହିଁ । ଚତୁର୍ଦ୍ଧାମୂର୍ତ୍ତି ସାତ ପାହାଚ ଉପରକୁ ପରମ୍ପରା କ୍ରମେ ବିଜେ ହୋଇ ଆସିବା କ୍ଷଣି ରାଘବଦାସ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୋଲ, ଜରି, ତୁଳସୀ, ଫୁଲ ଓ ବାଉଁଶ ପାତିଆରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଟାହିୟା ଠାକୁରମାନଙ୍କ ଶ୍ରୀମସ୍ତକରେ ଲାଗି କରାଯାଏ ଓ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କ ପକ୍ଷରୁ ପନ୍ତି ଭୋଗ ତଥା ଚାମର, ଆଲଟ ସେବା କରାଯାଏ। ଘଣ୍ଟୁଆ ସେବକମାନେ ତାଳରେ ଘଣ୍ଟବଜାଇବା ସହିତ ପଖାଉଜ ବାଦ୍ୟ ଓ ଆଗେ ଆଗେ ଗୋଟିପୁଅ ନୃତ୍ୟ ତଥା ଉପସ୍ଥିତ ଜନତାଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠେ। ରଥଯାତ୍ରା ଦିନ ଠାକୁରମାନଙ୍କ ମଙ୍ଗଳ ଆଳତି , ଅବକାଶ, ଖେଚେଡି଼ ଭୋଗ (ସକାଳ ଧୂପ), ମଙ୍ଗଳାର୍ପଣ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ମହାପ୍ରଭୁମାନେ ଅଣସର ପିଣ୍ଡି ବା ଭିତର କାଠ ନିକଟରେ ଚକା ଉପରେ ଉପବେଶନ କରିଥାନ୍ତି। ପହଣ୍ଡି ବିଜେ ସମୟରେ ଭିତର ବେଢା଼ ଓ ଆନନ୍ଦ ବଜାର ମଧ୍ୟ ଦେଇ ବାଇଶି ପାହାଚ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ କେତେକ ନିର୍ଦ୍ଦିଷ୍ଟ ମଠ, ସେବାୟତ ଓ ନିଯୋଗମାନଙ୍କ ପକ୍ଷରୁ ପଣା ଓ ପନ୍ତୀ ଭୋଗ ଇତ୍ୟାଦି କରାଯାଇଥାଏ। ସୁଦର୍ଶନ, ସୁଭଦ୍ରା, ବଳଭଦ୍ର ଓ ଜଗନ୍ନାଥ ଯଥାକ୍ରମେ ଦେବଦଳନ, ତାଳଧ୍ୱଜ, ନନ୍ଦିଘୋଷ ରଥ ଉପରେ ଅଧିଷ୍ଠିତ ହୋଇଥାନ୍ତି। ପହଣ୍ଡି ଶେଷ ହେବାପରେ ପୁଷ୍ପାଳକ ମହାଜନମାନେ ମଦନମୋହନଙ୍କୁ ଜଗନ୍ନାଥ ରଥରେ ଓ ରାମକୃଷ୍ଣ ବିଗ୍ରହ ଦ୍ୱୟଙ୍କୁ ବଳଭଦ୍ରଙ୍କ ରଥରେ ବିଜେ କରାଇଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଠାକୁରମାନଙ୍କ ନୀଳାଦ୍ରି ବିଜେରେ ଶ୍ରୀମନ୍ଦିରକୁ ଓ ଗୁଣ୍ଡିଚା ଘରକୁ ପହଣ୍ଡି ବିଜେ କରିବା ପୂର୍ବରୁ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଏ। ରଥ ଉପରୁ ପହଣ୍ଡି ବିଜେ କରିବା ପୂର୍ବରୁ ରଥ ଉପରେ ଠାକୁରମାନଙ୍କ କେତେକ ବିଶେଷ ନୀତି ମୁଦିରସ୍ତ, ପତିମହାପାତ୍ର ସେବକମାନଙ୍କଦ୍ୱାରା ସମ୍ପାଦିତ ହୋଇଥାଏ। ବହୁଡା ବିଜେ ସମୟରେ ପତି ମହାପାତ୍ର ସେବକଙ୍କଦ୍ୱାରା ଶ୍ରୀବିଗ୍ରହମାନଙ୍କୁ ଘଷା, ଧଣ୍ଡି, ବିଡି଼ଆ ଆଦି ଅର୍ପଣ କରାଯାଏ। ଏତଦବ୍ୟତୀତ ବାହୁଡା଼ ଦିନ ଗୁଣ୍ଡିଚା ମନ୍ଦିରରେ ଠାକୁରମାନେ ପହଣ୍ଡି ବିଜେରେ ଭିତର ବେଢାରେ ପହଞ୍ଚିବା ପରେ ମୁକ୍ତି ମଣ୍ଡପ ପକ୍ଷରୁ ଏକ ପନ୍ତି ଭୋଗ ହୋଇଥାଏ ଓ ରାଘବ ଦାସ ମଠ ପ୍ରଦତ୍ତ ଫୁଲ ଟାହିୟା ଲାଗି ହୋଇଥାଏ। ମହାପ୍ରଭୁମାନଙ୍କ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିରର କୋଠ ସୁଆଁସିଆ ସେବକମାନେ ଗୁଣ୍ଡିଚା ମନ୍ଦିର ରତ୍ନ ସିଂହାସନ ଏବଂ ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନଠାରେ ଚାରମାଳ ବାନ୍ଧିଥାନ୍ତି। ସିଂହସନରୁ ନେହି ଚାରମାଳ ଉପରେ ଠାକୁରମାନେ ଧିରେ ଧିରେ ପହଣ୍ଡି ବିଜେ କରିଥାନ୍ତି। ଏଠାରେ ମଧ୍ୟ ପତିମହାପାତ୍ର ଓ ମୁଦିରଥ ସେବକଙ୍କ ସ୍ୱତନ୍ତ୍ର ନୀତିର ଆବଶ୍ୟକ ପଡିଥାଏ। ଦଇତାପତି, ପୂଜପଣ୍ଡା, ମହାସୁଆର, ପ୍ରତିହାରୀ ପ୍ରମୁଖ ସେବକମାନେ ମୁଖ୍ୟ ବିଗ୍ରହଙ୍କ ସ୍କନ୍ଧ, ଶ୍ରୀମସ୍ତକ, ଶ୍ରୀଭୂଜ ତଳେ ରହିବା ସଙ୍ଗେ ସଙ୍ଗେ ପାଟ ଡୋରିରେ ଆଗ ଓ ପଛରେ ରହି ଧିରେ ଧିରେ ପହଣ୍ଦି ବିଜେ କରିଥାନ୍ତି। କିନ୍ତୁ ସୁଦର୍ଶନ ଓ ସୁଭଦ୍ରା ଦେବୀଙ୍କୁ ଦଇତାପତି ସେବକମାନେ ହସ୍ତ ଓ ସ୍କନ୍ଧରେ ବହନକରି ବିଜେ କରାଇଥାନ୍ତି। ପହଣ୍ଡି ବିଜେ ପୂର୍ବରୁ ଚାରିବାଡ଼ର ବାଡ଼ଗ୍ରାହୀ ଦଇତା ସେବକମାନେ ଉପସ୍ଥିତ ହୋଇଥାନ୍ତି ଓ ପହଣ୍ଡି ସହ ତତପୂର୍ବ ନୀତିରେ ଅଂଶଗ୍ରହଣ କରିଥାନ୍ତି। ଶ୍ରୀବିଗ୍ରହମାନଙ୍କ ଏହି ପହଣ୍ଡି ବିଜେରୁ ଉତ୍କଳୀୟ ସଂସ୍କୃତିର ମହାନତାର ପରିଚୟ ମିଳେ। ତାହା ଯେପରି ବିଶେଷତ୍ୱପୂର୍ଣ୍ଣ ସେପରି ଭାବଦ୍ୟୋତକ । ଏପରିକି ଅତୀତରେ ବହୁ ଭକ୍ତ, କବିଗଣ ଠାକୁରର ଏହି ପବିତ୍ର ପହଣ୍ଡି ଦର୍ଶନ ପୂର୍ବକ ଭାବ ବିହ୍ୱଳିତ ହୋଇ ଅନେକ ଜଣାଣ,ଭଜନ, ସ୍ତୋତ୍ର ଇତ୍ୟାଦି ରଚନା କରି ନିଜକୁ ପ୍ରଭୁପାଦ ତଳେ ସମର୍ପି ଦେଇଛନ୍ତି। ଛେରାପହଁରା ଶ୍ରୀଗୁଣ୍ଡିଚା ଓ ବାହୁଡା଼ ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା। ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ। ବିଭିନ୍ନ ପ୍ରାଚୀନ ଗ୍ରନ୍ଥ, କାବ୍ୟ ଇତ୍ୟାଦିରେ ଛେରା ପହଁରା ନୀତି ଯେଉଁ ଭାବରେ ବର୍ଣ୍ଣିତ ହୋଇଛି, ତାହା ଦୀର୍ଘ ଏକ ଶହ ବର୍ଷ ମଧ୍ୟରେ ସେପରି ଭାବରେ ଅନୁଷ୍ଠିତ ହେଉନଥିବା ଜଣାଯାଏ । କେତେକ ଐତିହାସିକ, ପ୍ରାବନ୍ଧିକ ଏବଂ ଗବେଷକମାନଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଆଜକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ୍ଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ (ସାନ୍ତରା) କୁଞ୍ଜ ମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ ୧୪୫୬ ଶକାବ୍ଦରେ ଶ୍ରୀଚୈତନ୍ୟ ଚକଡା଼ ପୋଥି ରଚନା ଶେଷ କରି ତାହା ପ୍ରତାପରୁଦ୍ର ଦେବଙ୍କୁ ଅର୍ପଣ କରିଥିଲେ । ଏଠାରେ ବର୍ଣ୍ଣିତ ହୋଇଥିବା ଛତାତଳ ଅର୍ଥ ସିଂହଦ୍ୱାରଠାରେ ଅବସ୍ଥିତ ବଡ଼ଛତା ମଠଠାରୁ ରଥ ପର୍ଯ୍ୟନ୍ତ । ଏପରିକି ଚୈତନ୍ୟ ମହାପ୍ରଭୁଙ୍କ ତିରୋଧାନର ୮୦ବର୍ଷ ପରେ କୃଷ୍ଣ ଦାସ କବିରାଜ ଗୋସ୍ୱମୀଙ୍କ ପ୍ରଣୀତ ଶ୍ରୀଚୈତନ୍ୟ ଚରିତାମୃତ ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ଉଲ୍ଲେଖ ଅଛି ଯେ, ପଥ କହିଲେ ରାସ୍ତାକୁ ବୁଝାଯାଉଅଛି। ସୁତରାଂ ସେହି ସମୟରେ ଠାକୁରମାନେ ପହଣ୍ଡି ହୋଇ ଆସୁଥିବା ରାସ୍ତାକୁ ସୁବର୍ଣ୍ଣ ମାର୍ଜନୀରେ ଗଜପତିମାନେ ସଫାକରି ଭକ୍ତିଭାବର ପରିଚୟ ଦେଉଥିଲେ। ଇଂରେଜ ପ୍ରଶାସକ ଜନ୍ ବିମସ୍ (୧୮୬୯-୧୮୭୭)ଙ୍କଦ୍ୱାରା ରଚିତ ପୁସ୍ତକର ୩୨୩ ପୃଷ୍ଠାର ଶେଷଭାଗରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଜଗନ୍ନାଥ ରଥରେ ବସିଯିବାର ବଡ଼ ଉତ୍ସବ ଦିନ ରାଜା ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି । ଏଥିରୁ ଅନୁମିତ ହୁଏ ଯେ, ଗଜପତି ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ଠାକୁରମାନଙ୍କ ପହଣ୍ଡି ବେଳେ ଶ୍ରୀମନ୍ଦିର ଆଗରେ ପାହଚ ଓ ରାସ୍ତକୁ ସୁନା ଖଡି଼କାରେ ଓଳାଇବା ବିଧି ବଳବତ୍ତର ଥିଲା। ମାତ୍ର ତାଙ୍କ ରୁଗ୍ଣ ପୁତ୍ର ରାଜା ମୁକୁନ୍ଦ ଦେବଙ୍କ ସମୟରେ ରଥ ଉପରର ଚତୁଃପାର୍ଶ୍ୱ ଛେରା ପହଁରାର ନୂତନ ବିଧି ବିଧାନ ହୋଇଥିଲା ଏବଂ ଏହି ପ୍ରଥା ଅଦ୍ୟାବଧି ଅନୁସୃତ ହୋଇ ଆସୁଅଛି। ଛେରା ଓ ପହଁରା ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଛେରା ପହଁରାର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରତଳା , ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ,ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ତିନି ରଥ ଉପରେ ଶ୍ରୀବିଗ୍ରହହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୁଢ଼ ହେବାପରେ ଏବଂ ଅନ୍ୟାନ୍ୟ ନୀତି ଯଥା ମଦନମୋହନ, ରାମ, କୃଷ୍ଣ ବିଜେ , ସୋଲ, ଚିତା ଲାଗି ରୁନ୍ଧା ଇତ୍ୟାଦି ନୀତି ବଢ଼ିବା ପରେ ମୁଖ୍ୟ ବିଗ୍ରହଙ୍କ ମଇଲମ ଓ ମାଳଫୁଲ ଲାଗି ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ପୋଲିସ ଶ୍ରୀନଅର ନିକଟକୁ ଯାଇ ବିଧିବଦ୍ଧ ଭାବରେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି। ଖବର ପାଇ ଗଜପତି ମହାରାଜ ପାରମ୍ପାରିକ ପୋଷାକ ପରିଧାନ କରି ସମ୍ପୂର୍ଣ୍ଣ ରାଜକୀୟ ବେଶରେ ଆସିଥାନ୍ତି । ଉକ୍ତଦିନ ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଙ୍ଗେ ସଙ୍ଗେ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୌପ୍ୟ ନିର୍ମିତ ତାମଯାନ (ମେହେନା)ରେ ବିଜେ କରିଥାନ୍ତି । ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି। ପ୍ରଥମେ ଗରାବଡ଼ୁ ସେବକଙ୍କଠାରୁ ହାତୁଆଣି (ରାଜାଙ୍କ ହାତକୁ ଉକ୍ତ ସେବକ ପାଣି ବଢ଼ାଇଥାନ୍ତି) ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି । ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି। ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି। ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ପୂଜା ପିଙ୍ଗଣରେ ଧରିଥାଏ। ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡି଼କା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରିଥାନ୍ତି। ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢ଼ାଇଥାନ୍ତି। ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ସରିଥାଏ। ଛେରା ପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ତଥା ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଉକ୍ତ ସେବା ମୁଦିରଥ ସେବକ କରିଥାନ୍ତି। ଏପରିକି ଅତୀତରେ ବହୁବର୍ଷ ଧରି ମୁଦିରଥ ସେବକ ଛେରା ପହଁରା ସେବା କରିଥିବାର ପ୍ରମାଣ ରହିଛି। ରଥ ଚକଡା଼ରେ ଛେରା ପହଁରା ସମ୍ପର୍କୀୟ ଏକ ବିବରଣୀ ମିଳୁଅଛି। ଯଥା : ଶ୍ରୀରାମଚନ୍ଦ୍ର ଦେବ ମୋଗଲ ହେବାରୁ ରାମଚନ୍ଦ୍ର ବଡ଼ଜେନା ରାଉତ ରାଜୁତିରେ ମୁନିମ୍ ଖାଁ ଡରରେ ପାଲରେ ପଡି ମୋଗଲ ବୋଲାଇଲେ । ଶକବତ୍ସରେ ୧୫୦୮ରେ ରଥଯାତ୍ରାରେ ରାଜାଥାଇ ମୁଗଲ ହୋଇଯିବାରୁ ଛେରା ପହଁରା କରିବା ନୋହିଲା ମୁଦିରଥ (ମୁଦ୍ର ହସ୍ତ) ଶାଢ଼ୀ଼ ନଥିବାରୁ ଛେରା ପହଁରା ଦାମୋଦର ଚମ୍ପତିରାୟ ଛେରା ପହଁରା କରିବା କଥା ଉଠିଲା । ମାତ୍ର ପରିଶେଷରେ ଭିତରଚ୍ଛ ନାରୟଣ ମହାପାତ୍ର ଛେରା ପହଁରା କଲେ। ଅତୀତରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାରେ ଗଜପତି ମହାରାଜାମାନେ ଛେରା ପହଁରା ନିମିତ୍ତ ବହୁ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ବାହାରୁଥିଲେ । ପୂର୍ବେ ଖୋର୍ଦ୍ଧା ତଥା ପୁରୀ ଗଜପତି ମହାରାଜାମାନେ ଏକାଧିକ ହସ୍ତୀ ଗୃହପାଳିତ ପଶୁ ରୂପେ ପାଳନ କରୁଥିଲେ। ରଥଯାତ୍ରା ଅବସରରେ ଗଜପତି ମହାରାଜାମାନେ ରଥରେ ଛେରା ପହଁରା ସେବା କରିବା ସମୟରେ ସୁସଜ୍ଜିତ ହସ୍ତୀ ମଧ୍ୟ ଶୋଭାଯାତ୍ରାର ଅଗ୍ରଭାଗରେ ରହୁଥିଲେ, ଯାହାକି ଅତ୍ୟନ୍ତ ମନମୁଗ୍ଧକର ଦୃଶ୍ୟ ଅଟେ। ପୂର୍ବ ପରମ୍ପରାକୁ ରକ୍ଷାକରି ପୁରୀ ଗଜପତି ମହାରାଜାଙ୍କଦ୍ୱାରା ପ୍ରତିପାଳିତ ପ୍ରାୟ ଚାରି ପାଞ୍ଚଗୋଟି ହସ୍ତୀ ମଧ୍ୟରୁ କ୍ରମେ କ୍ରମେ କ୍ଷୟହୋଇ ଶେଷକୁ ମାତ୍ର ଦୁଇଗୋଟି ହସ୍ତୀ ଥିଲେ । ତନ୍ମଧ୍ୟରୁ ଗଙ୍ଗାରାମ ନାମକ ଏକ ହସ୍ତୀକୁ ଗଜପତି ମହାରାଜ ବୀରକିଶୋର ଦେବ (ଖ୍ରୀ.ଅ. ୧୯୫୬-୧୯୭୦)ଙ୍କ ସମୟରେ ମସ୍ତିଷ୍କ ବିକୃତି ଯୋଗୁଁ ମାରି ଦିଆଯାଇଥିଲା ଏବଂ ମୋତି ନାମକ ଶେଷ ହସ୍ତୀଟିର ଏକ ଆକସ୍ମିକ ଦୁର୍ଘଟଣା ବଶତଃ ୧୯୭୭ ମସିହାରେ ମୃତ୍ୟୁ ହୋଇଯାଇଥିଲା । ଅପରପକ୍ଷରେ ହସ୍ତୀ ପାଳନ ବହୁ ବ୍ୟୟ ସାପେକ୍ଷ ହେଉଥିବାରୁ ଗଜପତିଙ୍କ ବଂଶରେ ହସ୍ତୀ ପାଳନ ପରମ୍ପରାରେ ପୂର୍ଣ୍ଣଛେଦ ପଡିଲା । ବିଗତ କିଛିଦିନ ଧରି ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଛେରା ପହଁରା ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ନନ୍ଦନକାନନରୁ ଏକ ହସ୍ତୀ ଅଣାଯାଉଥିଲା। କିନ୍ତୁ କେତେକ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ନନ୍ଦନକାନନ କର୍ତ୍ତୃପକ୍ଷ ଆଉ ହସ୍ତୀ ଯୋଗାଉ ନାହାନ୍ତି। ୨୦୦୧ ଏବଂ ୨୦୦୨ ମସିହାରେ ବାରଣାସୀର ଜୈନକ ହାତୀ ବ୍ୟବସାୟୀ ଦୁଇଟି ହସ୍ତୀକୁ ପୁରୀକୁ ଆଣି ରଥଯାତ୍ରାରେ ଅଂଶଗ୍ରହଣ କରି ଫେରି ଯାଉଥିବା ଜଣାଯାଏ। ସମ୍ପ୍ରତି କେତେକ ଅସୁବିଧା କାରଣବଶତଃ ପାଞ୍ଚ ବର୍ଷ ଧରି ଛେରା ପହଁରା ନିମିତ୍ତ ହସ୍ତୀ ଯୋଗଦାନ କରୁନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ପୁରୀ ଗଜପତି ମହାରାଜା ରଥଯାତ୍ରା ଓ ବାହୁଡା଼ ଯାତ୍ରା ବ୍ୟତୀତ ଦୋଳବେଦୀରେ , ସ୍ନାନବେଦୀରେ ଓ ଚାପ ଉପରେ ଛେରା ପହଁରା ସେବା କରିଥିବା ଜଣାଯାଏ। ରଥଟଣା ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର (ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ ) ଭୋଇ ସେବକମାନଙ୍କ ସହାୟତାରେ ଖୋଲା ଯାଇଥାଏ । ତତ୍ପରେ ସାରଥୀ ଓ ଅଶ୍ୱଙ୍କୁ ଆରୋହଣ ପୂର୍ବକୁ ରୂପକାର ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି଼ଦ୍ୱାରା ବାନ୍ଧିଥାନ୍ତି। ଏହା ପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଇଥାଏ। ପ୍ରତି ରଥରେ ୪ଟି ଲେଖାଏଁ ଦଉଡି଼ ବନ୍ଧା ଯାଇଥାଏ। ରଥ ଟଣାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡି଼ । ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଗତ କିଛି ବର୍ଷ ଧରି ଏହି ଦଉଡ଼ି ରାଜ୍ୟ କେରଳ କଏର ନିଗମରୁ ଆଣାଯାଉଅଛି। ପୂର୍ବରୁ କଲିକତା କଏର ବୋର୍ଡ଼ ଏହି ଦଉଡି ଯୋଗାଉଥିଲା। ଦଉଡ଼ିର ମାପ ଓ ସଂଖ୍ୟା ନିମ୍ନରେ ଉଲ୍ଲେଖ କରାଯାଇଛି। ୮ ଇଞ୍ଚ ଗୋଲାଇ ବିଶିଷ୍ଟ ୨୨୦ ଫୁଟ୍ ଲମ୍ବର ୧୨ ଗୋଟି ଦଉଡ଼ି ତିନି ରଥ ପାଇଁ ଆବଶ୍ୟକ ପଡିଥାଏ। ୩ ଇଞ୍ଚ ଗୋଲାଇ ବିଶିଷ୍ଟ ୪୫୦ ଫୁଟ୍ ଲମ୍ବର ୩ଟି ଦଉଡି ରଥ ଘେର ପାଇଁ ଦରକାର ହୋଇଥାଏ। ୨୨୦ ଫୁଟ୍ ଲମ୍ବର ଏକଗୋଟି ଦଉଡି ଜରୁରୀ ଆବଶ୍ୟକତା ପାଇଁ ସଂରକ୍ଷିତ ରଖାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ । ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ । ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି । ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି । ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ। ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ଏଥି ମଧ୍ୟରେ ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଅବସ୍ଥିତ ମାଉସୀ ମା ମନ୍ଦିରଠାରେ ଠାକୁରମାନଙ୍କୁ ପୋଡ଼ ପିଠା ଭୋଗ ଲାଗିଥାଏ । ପ୍ରତି ରଥ ଉପରେ ଶ୍ରୀମନ୍ଦିର ପୋଲିସ କର୍ମଚାରୀ (ବରକନ୍ଦାଜ) ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ ଦେବା ସହିତ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ଏକ ପତାକା ଧରି ରଥଟଣାର ନିୟନ୍ତ୍ରଣରେ ସାହାହର୍ଯ୍ୟ କରିଥାନ୍ତି । ଯଦି ଗୋଟିଏ ଦିନରେ ରଥ ତିନିଟି ଯାକ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚି ନ ପାରେ, ତେବେ ତହିଁପର ଦିନ ସକାଳେ ଏହି ରଥଟଣା ହୋଇ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥାଏ । ଯାତ୍ରାରେ ମଠମାନଙ୍କ ଭୂମିକା ଜଗନ୍ନାଥ ମନ୍ଦିରର ଅଧିକାଂଶ ରୀତିନୀତି ଓ ଯାନିଯାତ୍ରାଦି ସହିତ ମଠମାନଙ୍କର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହି ଆସିଛି। ସମ୍ପ୍ରତି ସେହି ପରମ୍ପରା କେତେକାଂଶ ଲୋପ ପାଇ ଯାଇଥିଲେ ହେଁ, କେତେକ ରୀତିନିତି, ବେଶ, ଯାନିଯାତ୍ରାଦି ସହ ନିର୍ଦ୍ଦିଷ୍ଟ ମଠମାନଙ୍କର ସମ୍ପର୍କ ଏବେ ବି ଅକ୍ଷୁର୍ଣ୍ଣ ରହିଛି। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ସମ୍ପ୍ରଦାୟର ମଠମାନଙ୍କ ସହିତ ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ସେବା ସମ୍ପର୍କ ରହିଛି। ଏଥି ନିମନ୍ତେ ବହୁ ବଦାନ୍ୟ ବ୍ୟକ୍ତିବିଶେଷ ମଠ ମାରଫତରେ ହଜାର ହଜାର ଏକ ଭୂ-ସମ୍ପତି ତଥା ଅମୃତ ମଣୋହି ସମ୍ପତ୍ତି ଜଗନ୍ନାଥଙ୍କ ଦୈନନ୍ଦିନ ସେବା ବିଧାନର ସୁପରିଚାଳନା ନିମନ୍ତେ ଖଞ୍ଜିଥିଲେ। ମୂଖ୍ୟତଃ ବିଗ୍ରହମାନଙ୍କ ଅମୃତ ମୋଣହି ଭୋଗଠାରୁ ଆରମ୍ଭ କରି ଜଗନ୍ନାଥଙ୍କ ବିଭିନ୍ନ ବେଶ ଓ ନୀତି ସମୟରେ ପୁଷ୍ପହାର, ପଦକ, ସୋଲ ତଥା ଜରି ଜମ୍ବୁରାରେ ନିର୍ମିତ ବେଶ ସାମଗ୍ରୀ ଯଥା (ହାତୀ ବେଶ, ପଦ୍ମ ବେଶ, ନବାଙ୍କ ବେଶ) ତ୍ରିମୁଣ୍ଡି ଚାନ୍ଦୁଆ, କନକ ମୁଣ୍ଡି ମରାମତି କରିବା, ରତ୍ନ ସିଂହାସନ ମାର୍ଜନା କରିବା, ଅଣସର ତାଟି ଓ ଚକଟା ଭୋଗ ଯୋଗାଇବା, ମଶାଲ ଜାଳିବା, ଚନ୍ଦନ କାଠ ଓ ରାଶି ତେଲ ଯୋଗାଇବା, ଠାକୁରଙ୍କ ସମସ୍ତ ପହଣ୍ଡି ବିଜେ ସମୟରେ ସୋଲ, ବାଉଁଶ ପାଲିଆ ଓ ଫୁଲ ତୁଳସୀଦ୍ୱାରା ନିର୍ମିତ ଟାହିୟା ପଠାଇବା, ଅଣସର ଓ ଅଧର ପଣା ଯୋଗାଇବା, ଦୈନନ୍ଦିନ ବଲ୍ଲଭ ଭୋଗ, ମହନ ଭୋଗ, ବାଲ ଭୋଗ, ଖଟଣି ମହାପ୍ରସାଦ, ଯାନିଯାତ୍ରା ଇତ୍ୟାଦିରେ ପନ୍ତି ଭୋଗ କରିବା, ଚାମର , ଆଲଟ ସେବା ଓ ସଂକୀର୍ତ୍ତନ କରିବା, ମଙ୍ଗଳ ଆଳତି ଓ ପହୁଡ଼ ଆଳତିରେ ଭଜନ କୀର୍ତ୍ତନ, ପହଣ୍ଡି ବିଜେର ଡୋରୀ ପଠାଇବା, ମାଳଚୂଳ ଯୋଗାଇବା ସହିତ ଶହ ଶହ ବର୍ଷ ପୂର୍ବେ ରଥ ଦଉଡି଼, ରଥକାଠ ବୁହା ହେବା ସମୟରେ ଶଗଡ଼ ଯୋଗାଇବା ଏବଂ ପ୍ରତ୍ୟେକ ଠାକୁରମାନଙ୍କ କୋଠ ଭୋଗ ସାମଗ୍ରୀ ତଦାରଖ ଇତ୍ୟାଦି ସେବାମାନ ରହିଥିଲା । ଏହିପରି ଏହି ସେବା ନିର୍ବାହ ନିମନ୍ତେ ସମ୍ପୃକ୍ତ ମଠର ମହନ୍ତମାନଙ୍କୁ ତତ୍କାଳୀନ ରାଜା ମହାରାଜାମାନେ ଶ୍ରୀମନ୍ଦିର ସରଘର, ରୋଷରେ ଚୁଲା, ଶ୍ରୀମନ୍ଦିରକୁ ମହନ୍ତାଇ ଶାଢ଼ୀ଼ ବନ୍ଧାଇବା ଇତ୍ୟାଦି ପ୍ରଦାନ କରିଥିବାର ବହୁତ ପ୍ରମାଣ ରହିଛି। ସମ୍ପ୍ରତି ଏହି ସେବାରୁ ଅଳ୍ପ ସଂଖ୍ୟକ ମଠ ବିଚ୍ୟୁତ ହୋଇ ଯାଇଥିଲେ ହେଁ, ଏବେବି ଅନ୍ୟ କେତେକ ମଠ ଶ୍ରୀମନ୍ଦିରର ସେବାପୁଜା, ଯାନିଯାତ୍ରା ସହିତ ସଂଶ୍ଳିଷ୍ଟ ରହି ଆସୁଅଛନ୍ତି। ବିଶେଷକରି ଜଗନ୍ନାଥ ମହାପ୍ରଭୁଙ୍କର ରଥ ଓ ବାହୁଡା଼ ଯାତ୍ରାରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କର ସେବା ଓ ଦ୍ରବ୍ୟ ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଘବ ଦାସ ମଠ ରଥଯାତ୍ରାର ଅୟମାରମ୍ଭ ପୂର୍ବରୁ ଶ୍ରୀମନ୍ଦିରର ଅଣସର ପିଣ୍ଡିରେ ଗୋଟିଏ କାଠର କନକମୁଣ୍ଡି ଓ ପ୍ରଭା ଏହି ମଠ ଯୋଗାଇଥାଏ। ଅଣସର ବିଧି ସମୟରେ ରାଘବ ଦାସ ମଠ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପଣା ଓ ଚକଟା ଭୋଗ, (ଧୁଆ ମୁଗ, ପଣସ) ଓ ଖଞ୍ଜା ମୁତାବକ ସାତ ସେର ରାଶି ତେଲ ଯୋଗାଇଥାନ୍ତି । ଖଳିଲାଗି ଏକାଦଶୀ ଦିନ ବିଗ୍ରହମାନଙ୍କ ସର୍ବାଙ୍ଗ ନିମନ୍ତେ ୭ କିଲୋଗ୍ରାମ ଚନ୍ଦନକାଠ, କର୍ପୂର, କେଶର ଏବଂ ଭିତର ପନ୍ତି ଭୋଗ ଇନିଷାତ୍ ମାନ ମଠ ତରଫରୁ ଯୋଗାଇଯାଇଥାଏ। ଏତଦ୍ ବ୍ୟତୀତ ଠାକୁରମାନଙ୍କ ନିମନ୍ତେ ହାତ ତନ୍ତ ବୁଣା ଲୁଗା ଏକ ଗଜ ଓସାର, ଷୋହଳ ହାତ ଲମ୍ବର ୨୪ଟି ଏବଂ ଏକୋଇଶି ହାତ ଲମ୍ବ ୨ଟି ବନ୍ଧା ଯାଇ ଏକଗୋଟି ଲେଖାଏଁ ମୋଟ ୨୭ ଗୋଟି ଗଡା଼ ଲୁଗା ମନ୍ଦିର କାର୍ଯ୍ୟାଳୟ କିମ୍ବା ଶ୍ରୀମନ୍ଦିରସ୍ଥ ଗାରଦଠାରେ ଉକ୍ତ ମଠ ଦାଖଲ କରିଥାନ୍ତି। ନବଯୌବନ ଦର୍ଶନ ଦିନ ଅଣସର ତାଟି ଖୋଲିବା ପରେ ମଠର କର୍ମଚାରୀମାନେ ଉକ୍ତ ତାଟିକୁ ପ୍ରାପ୍ୟ ସ୍ୱରୂପ ମଠକୁ ଆଣିଥାନ୍ତି। ଶ୍ରୀଗୁଣ୍ଡିଚା ପୂର୍ବ ଦିନ ମଠ ତରଫରୁ ଜଗନ୍ନାଥ ଓ ବଳଭଦ୍ରଙ୍କ ପହଣ୍ଡିରେ ଆବଶ୍ୟକ ଦୁଇ ଗୋଟି ବିଜେ ତୁଳୀ ଦିଆଯାଏ। ଏତଦ୍ ବ୍ୟତୀତ ସେନାପଟା ଲାଗି ନୀତି ପାଇଁ ମଠ ଶୁକ୍ଳ ସଜ ଯୋଗାଇଥାନ୍ତି। ଶ୍ରୀଗୁଣ୍ଡିଚା ଦିନ ରଥକୁ ବିଜେ କରିବା ସମୟରେ ଶ୍ରୀମନ୍ଦିରର ସାତ ପାହାଚଠାରେ ଶ୍ରୀବିଗ୍ରହମାନେ ଶ୍ରୀମସ୍ତକରେ ଯେଉଁ ଟାହିୟା ଧାରଣ କରିଥାନ୍ତି, ତାହା ରାଘବ ଦସ ମଠ ଯୋଗାଇଥାନ୍ତି। ବାଉଁଶ ପାତିଆ , ସୋଲ, ବିଭିନ୍ନ ପୁଷ୍ପ, ତୁଳସୀ , ଦୁବ ଇତ୍ୟାଦି ସାମଗ୍ରୀରେ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ୪ ଗୋଟି ବଡ଼ ଟାହିୟା ମଠ ଯୋଗାଇଥାନ୍ତି। ଶ୍ରୀଗୁଣ୍ଡିଚା ଦିନ ସକାଳ ଧୂପରେ ମଠର ଖେଚୁଡି଼ ଭୋଗ ହୋଇଥାଏ। ରଥ ଉପର ଠାକୁରମାନେ ବିରାଜିତ ହେବା ପରେ ବାଲିଆ ମୌଜାରୁ ଆସିଥିବା ତୁଳସୀ ଚୂଳମାଳ ଇତ୍ୟାଦି ବିଗ୍ରହମାନଙ୍କୁ ଲାଗି କରାଯାଇଥାଏ। ରଥ ଚାଲିବା ସମୟରେ ବଡ଼ଦାଣ୍ଡସ୍ଥ ନରେନ୍ଦ୍ର ମହଲାଠାରେ ପନ୍ତିଭୋଗ ହୋଇଥାଏ। ମଠ ସୂତ୍ରରୁ ଜଣାଯାଏ ଯେ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା କୂଅ ସଫାଇ କାମ ଏହି ମଠଦ୍ୱାରା ଅତୀତରେ କରାଯାଉଥିଲା। ବିଗ୍ରହମାନେ ରଥ ଉପରୁ ଗୁଣ୍ଡିଚା ମନ୍ଦିରର ସିଂହାସନକୁ ବିଜେ କରିବା ସମୟରେ ମଠ ତରଫରୁ ଟାହିୟା ଓ ପନ୍ତି ଭୋଗ କରାଯାଇଥାଏ। ଗୁଣ୍ଡିଚା ମନ୍ଦିରର ଉକ୍ତ ୯ ଦିନ ନିମନ୍ତେ ଅସ୍ଥାୟୀ ଚାଳି ଘର ମଠଦ୍ୱାରା ତିଆରି ହୋଇଥାଏ। ଏଥିପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ ଆବଶ୍ୟକୀୟ ଅନୁମତି ପ୍ରଦାନ କରାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ଗୁଣ୍ଡିଚା ଘର ପନ୍ତି ଭୋଗ ପିଠା ଗୁଣ୍ଡିଚା ମନ୍ଦିର କୋଠ ଭୋଗ ରୋଷରେ କୋଠଭୋଗ ମହାସୁଆରମାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସେହି ପନ୍ତିଭୋଗ ମଠର ଖଞ୍ଜାଥିବା ମନ୍ଦିରର ମହସୁଆର ମୁହଁରେ ତୁଣ୍ଡି ବାନ୍ଧି ଛେକ ନିଅନ୍ତି ଓ ପନ୍ତି ବାଢ଼ନ୍ତି। ଏହି ଭୋଗ ଶେଷ ହେବା ପରେ ବିଭିନ୍ନ ନିଯୋଗ, ସେବାୟତ, ଶ୍ରୀନଅର, ମଠ ସେବାୟତ ତଥା କର୍ମଚାରୀଙ୍କୁ ବିତରଣ କରାଯାଇଥାଏ। ଏପରିକି ଗୁଣ୍ଡିଚା ମନ୍ଦିରରେ ଥିବା କୋଠ ଭୋଗ ରୋଷ ଚୁଲିରେ ପିଠା ତିଆରି ହେବା ପରମ୍ପରା ରାଘବ ଦାସ ମଠ ବ୍ୟତୀତ ଅନ୍ୟ କୈଣସି ମଠର ନାହିଁ । ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ରଥ ଉପରେ ଠାକୁରମାନଙ୍କ ପ୍ରସିଦ୍ଧ ସୁନାବେଶ ଅବକାଶରେ ମଠ ପକ୍ଷରୁ ପୁରି, ସୋଲା,ମହନ ଭୋଗ ଇତ୍ୟାଦି ଭୋଗ ହୋଇଥାଏ। ଦ୍ୱାଦଶୀ ଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ମଠ ତରଫରୁ ତିନି ରଥରେ ତିନି ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ତ୍ରୋୟଦଶୀ ଦିନ ବିଗ୍ରହମାନଙ୍କ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ମଠରୁ ସମସ୍ତ ପହଣ୍ଡି ବିଜେରେ ଆସୁଥିବା ଟାହିୟା ତୁଳନାରେ ସାମାନ୍ୟ ବଡ଼ ଆକାରର ଟାହିୟା ଯୋଗାଇ ଦିଆଯାଏ। ଉକ୍ତଦିନ ରାତିରେ ଜଗମୋହନରେ ଲକ୍ଷ୍ମୀ ନାରାୟଣ ଗଇଁଠାଳ ଫିଟିବା ସମୟରେ ଭିତରେ ମଠ ପକ୍ଷରୁ ରସଗୋଲା ଭୋଗ ହୋଇଥାଏ। ଗୋବର୍ଦ୍ଧନ ମଠ ରଥଯାତ୍ରା ଦିନ ଶ୍ରୀମନ୍ଦିରର ବାଇଶି ପାହାଚ ସଲଗ୍ନ କାଶୀ ବିଶ୍ୱନାଥ ମନ୍ଦିର ନିକଟସ୍ଥ ମଠର ସରଘର (ପ୍ଳଟ ନଂ ୧୬୫)ଠାରେ ଗୋବର୍ଦ୍ଧନ ମଠ ପକ୍ଷରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ ହୋଇଥାଏ । ସେହିପରି ଗୁଣ୍ଡିଚା ମନ୍ଦିର ଓ ବାହୁଡା଼ ପହଣ୍ଡି ସମୟରେ ମଧ୍ୟ ପନ୍ତି ଭୋଗ ହୋଇଥାଏ। ରଥଯାତ୍ରା ଦିନ ଠାକୁରମାନେ ରଥାରୂଢ଼ ହେବା ପରେ ମଠର ମଠାଧୀଶ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା ଅନୁଯାୟୀ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିଥାନ୍ତି। ଶଙ୍କରାନନ୍ଦ ମଠ ରଥଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ମଠ ତରଫରୁ ଶ୍ରୀମନ୍ଦିରର ଭିତର ବେଢା଼ରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପନ୍ତି ଭୋଗ କରାଯାଇଥାଏ। ସେହିପରି ବାହୁଡା଼ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରଠାରେ ମଠ ପକ୍ଷରୁ ୪ଟି ପନ୍ତି ଭୋଗ ହୋଇଥାଏ। ଜଗନ୍ନାଥବଲ୍ଲଭ ମଠ ରଥଯାତ୍ରା ଓ ବାହୁଡା଼ ଯାତ୍ରା ସମୟରେ ଜଗନ୍ନାଥବଲ୍ଲଭ ମଠ ତରଫରୁ ବିଭିନ୍ନ ସ୍ଥାନରେ ସର୍ବମୋଟ ୨୩ ଗୋଟି ପନ୍ତି ଭୋଗ ହୋଇଥାଏ। ତନ୍ମଧ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରାଦିନ ଶ୍ରୀମନ୍ଦିର ଭିତରେ ୪ଟି, ରଥ ଚାଲିବା ସମୟରେ ମଠର ବିଜେସ୍ଥଳୀଠାରେ ୩ଟି, ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବା ସମୟରେ ୪ଟି, ହେରାପଞ୍ଚମୀ ଦିନ ଶ୍ରୀମନ୍ଦିରରୁ ଲକ୍ଷ୍ମୀ ଠାକୁରାଣୀ ରଥ ଭାଙ୍ଗୀ ବାହୁଡା଼ ବିଜେ କରିବା ସମୟରେ ମଠର ବିଜେସ୍ଥଳୀଠାରେ ଗୋଟିଏ, ବାହୁଡା଼ ଦିନ ମଠ ବିଜେ ସ୍ଥଳୀଠାରେ ୩ଟି ଓ ନୀଳାଦ୍ରି ବିଜେ ଦିନ ଶ୍ରୀମନ୍ଦିରର ପରିସରରେ ୪ଟି ପନ୍ତି ଭୋଗ ହୋଇଥାଏ। ଏହା ବ୍ୟତୀତ ରଥ ଉପରକୁ ମଠ ତରଫରୁ ଠାକୁରମାନଙ୍କ ଲାଗି ଉଦ୍ଦେଶ୍ୟରେ ମାଳ, ଚୂଳ ଇତ୍ୟାଦି ପଠାଯାଇଥାଏ। ଜଟିଆ ବାବାଜୀ (ସମାଧୀ ଆଶ୍ରମ) ମଠ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫରୁ ବାରଣାସୀସ୍ଥ ଶ୍ରୀ ବିଜୟକୃଷ୍ଣ ମଠର ସଭାପତିଙ୍କ ନିକଟକୁ ଠାକୁରମାନଙ୍କ ପହଣ୍ଡି ନୀତି ପାଇଁ ୪ଟି ବିଜେ ଡୋରି ଯୋଗାଇବା ପାଇଁ ପତ୍ର ଲେଖା ଯାଇଥାଏ । ଉକ୍ତ ମଠ ପୁରୀର ଜଟିଆ ବାବା ମଠ ଜରିଆରେ ୨ଟି ବିଜେ ଡୋରି ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପ୍ରଦାନ କରିଥାନ୍ତି। ବଡ଼ ଓଡ଼ିଆ ମଠ ରାଘବ ଦାସ ମଠ ଭଳି ବଡ଼ ଓଡ଼ିଆ ମଠ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଜଡି଼ତ ରହିଥାନ୍ତି। ଅଣସର ବିଧି ସମୟରେ ବଡ଼ ଓଡ଼ିଆ ମଠ ତରଫରୁ ଚକଟା ଭୋଗ ଓ ଅଣସର ପାଞ୍ଚମୀ ବା ଫୁଲୁରି ଲାଗି ନୀତି ପାଇଁ ୨ଟି କୁଡୁଆରେ ୫ ସେର ରାଶି ତେଲ ଯୋଗାଇଥାନ୍ତି। ସ୍ୱତ୍ତ୍ୱଲିପି ଅନୁଯାୟୀ ନେତ୍ରୋତ୍ସବ ଦିନ ବଡ଼ ଓଡ଼ିଆ ମଠ ଅଧିକାରୀଙ୍କ ଶାଢ଼ୀ଼ ବନ୍ଧାକୁ ବାର ଲାଗି ଶାଢ଼ୀ଼ (ପାଟ ବସ୍ତ୍ର) ମନ୍ଦିର ପ୍ରଶାସନ ତରଫରୁ ପ୍ରଦାନ କରାୟାଇଥାଏ । ପରମ୍ପରା ଅନୁଯାୟୀ ଗୁଣ୍ଡିଚା ଘରଠାରେ ପନ୍ତି ଚାଳି କରିବା ପାଇଁ ଏହି ମଠକୁ ମନ୍ଦିର କାର୍ଯ୍ୟାଳୟ ତରଫରୁଅନୁମତି ଦିଆଯାଏ। ଧୂଳିଆ ଗୁଣ୍ଡିଚା ଦିନ ଆଡ଼ପ ବିଜେ ସମୟରେ ଓ ବାହୁଡା଼ଯାତ୍ରା ଦିନ ଏହି ମଠ ତରଫରୁ ପନ୍ତିଭୋଗ ହୋଇଥାଏ। ଗୁଣ୍ଡିଚା ଘରେ ଷଷ୍ଠୀ ଦିନ ସର୍ବାଙ୍ଗ ନୀତି ନିମନ୍ତେ ଆବଶ୍ୟକୀୟ ଚନ୍ଦନ ଇତ୍ୟାଦି ସାମଗ୍ରୀ ବଡ଼ ଓଡ଼ିଆ ମଠ ଯୋଗାଇଥାଏ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେଉଥିବା ଅଧରପଣା ସମଗ୍ରୀ ଏହି ମଠ ଯୋଗାଇଥାନ୍ତି। ପରମ୍ପରା ପ୍ରକାରେ ଓଡ଼ିଆ ମଠ ରତ୍ନସିଂହାସନ ଉପରେ ବନ୍ଧା ହେବା ପାଇଁ ପ୍ରତିବର୍ଷ ନୂତନ ଭାବେ ତ୍ରିମୁଣ୍ଡି ଚାନ୍ଦୁଆ ଓ ଚକା ଅପସର ନୀତି ପାଇଁ ପାଟ କନା ଯୋଗାଇଥାନ୍ତି। କନକମୁଣ୍ଡି ମରାମତି କରିବା କାର୍ଯ୍ୟ ଏହି ମଠର ଦାୟିତ୍ୱ ଅଟେ। ନୀଳାଦ୍ରି ବିଜେ ଦିନ ମଠ ତରଫରୁ ରତ୍ନସିଂହାସନ ମାର୍ଜନା କରାଯାଏ ଓ ନୀଳଚକ୍ରରେ ନୂତନ ଧ୍ୱଜା ବନ୍ଧାଯାଏ। ଛାଉଣୀ ମଠ ରଥଯାତ୍ରା ଦିନ ଶ୍ରୀମନ୍ଦିରର ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ଅଣାଯାଇ ଏହି ମଠର ବିଜେସ୍ଥଳୀଠାରେ ରଖାଯାଇଥାଏ। ଠାକୁରମାନେ ରଥାରୂଢ଼ ହେବାପରେ ଏହି ସୋଲ ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲଗାଯାଇଥାଏ। ରଥଯାତ୍ରା, ବାହୁଡା଼ ଯାତ୍ରା ଓ ନୀଳାଦ୍ରି ବିଜେ ଦିନ ଏହି ମଠର ବିଜେସ୍ଥଳୀଠାରେ ଠାକୁରମାନଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ କରାଯାଇଥାଏ। ମହୀପ୍ରକାଶ ମଠ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ଅଣସର ସମୟରେ ଏହି ମଠ ମଇଲମ ଓ ଚକଡା଼ ଭୋଗ ଯୋଗାଇଥାନ୍ତି। ଶ୍ରୀରାମ ଦାସ (ଦକ୍ଷିଣ ପାର୍ଶ୍ୱ) ମଠ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା଼ ଯାତ୍ରା ଓ ନୀଳାଦ୍ରି ବିଜେ ଦିନ ଉକ୍ତ ମଠ ତରଫରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ତଥା ରଥ ଚାଲିବା ସମୟରେ ପନ୍ତି ଭୋଗ ହୋଇଥାଏ । ଏହି ମଠ ତତଫରୁ ଗୁଣ୍ଡିଚା ଘରଠାରେ ପନ୍ତି ଚାଳି ନିର୍ମାଣ କରାଯାଇଥାଏ। ରଥଯାତ୍ରାରେ ଉକ୍ତ ମଠର ମହନ୍ତ ଚାମର ଓ ଆଲଟ ସେବା କରିବାର ଅଧିକାର ରହିଛି। ଏମାର ମଠ ପୁରୀ ପ୍ରସିଦ୍ଧ ଏମାର ମଠ ତରଫରୁ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା, ଆଡ଼ପ ବିଜେ, ହେରା ପଞ୍ଚମୀ, ନୀଳାଦ୍ରି ବିଜେ ଦିନମାନଙ୍କରେ ପନ୍ତି ଭୋଗ ହୋଇଥାଏ। ଅଣସର ସମୟରେ ମଠ ପକ୍ଷରୁ ଚକଟା ଭୋଗ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ମଠକୁ ଗୁଣ୍ଡିଚା ମନ୍ଦିରଠାରେ ସାମୟିକ ଭାବେ ପନ୍ତି ଚାଳି ନିର୍ମାଣ କରିବା ପାଇଁ ଅନୁମତି ଦିଆଯାଇଥାଏ। ଏହି ମଠର ମହନ୍ତ ରଥଯାତ୍ରା ଓ ବାହୁଡା଼ ଯାତ୍ରା ସମୟରେ ଚାମର ଓ ଆଲଟ ସେବା କରିବାର ଅଧିକାର ରହିଛି। ନେବଳ ଦାସ ମଠ ଏହି ମଠ ଗୁଣ୍ଡିଚା ଘରେ ପନ୍ତି ଚାଳି କରିବା ପାଇଁ ଶ୍ରୀମନ୍ଦିରରୁ ଅନୁମତି ପାଇଥାନ୍ତି। ଗୁଣ୍ଡିଚା ଯାତ୍ରା ପରଦିନ ଅର୍ଥାତ ଆଡ଼ପ ବିଜେ ଦିନ ଏହିଠାରେ ମଠ ତରଫରୁ ପନ୍ତି ଭୋଗ ହୋଇଥାଏ। ଗଙ୍ଗାମାତା ମଠ ଗୁଣ୍ଡିଚା ଘରକୁ ଠାକୁରମାନଙ୍କ ଆଡ଼ପ ବିଜେ ସମୟରେ ଓ ବାହୁଡା଼ ଯାତ୍ରା ଦିନ ଉକ୍ତ ମଠ ତରଫରୁ ପନ୍ତି ଭୋଗ ହୋଇଥାଏ। ଅନ୍ୟ ମଠ ଭଳି ଏ ମଠକୁ ମଧ୍ୟ ଗୁଣ୍ଡିଚା ଘରେ ପନ୍ତି ଚାଳି କରିବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ଅନୁମତି ଦିଆୟାଇଥାଏ। ଉପରବର୍ଣ୍ଣିତ ମଠମାନଙ୍କ ବ୍ୟତୀତ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଥିବା ଅନ୍ୟାନ୍ୟ ମଠମଧ୍ୟରେ ସାନଛତା ମଠ, ସଂକ୍ରାନ୍ତି ମଠ, ତ୍ରିମାଳ ମଠ, ରେବସା ମଠ, ଉତ୍ତରପାର୍ଶ୍ୱ ମଠ, କେନ୍ଦୁଝର ମଠ, ସୁନାର ଗୌରାଙ୍ଗ ମଠ, ଘୁମୁସର ମଠ, ଲବଣିଖିଆ ମଠ, ରାଧାବଲ୍ଲଭ ମଠ, ମଙ୍ଗୁ ମଠ, ଆଉଲା ମଠ, ଗୋପାଳ ତୀର୍ଥ ମଠ ତରଫରୁ ପରମ୍ପରା ତଥା ସ୍ୱତ୍ତ୍ୱଲିପି ଉଲ୍ଲେଖ ପ୍ରକାରେ ଶ୍ରୀଗୁଣ୍ଡିଚା ଯାତ୍ରା ଆଡ଼ପ ବିଜେ, ହେରା ପଞ୍ଚମୀ, ବାହୁଡା଼ ଯାତ୍ରା, ନୀଳାଦ୍ରି ବିଜେ ତିଥିମାନଙ୍କରେ ପନ୍ତି ଭୋଗ ହୋଇଥାଏ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବେ ଶିବତୀର୍ଥ ମଠ ତରଫରୁ ଗୁଣ୍ଡିଚା ଯାତ୍ରା ଓ ଲକ୍ଷ୍ମୀ ନାରୟଣ ଭେଟ ସମୟରେ (ଚାହାଣୀ ମଣ୍ଡପଠାରେ) ପନ୍ତି ଭୋଗ ହେଉଥିଲା । ଅନେକ ଦିନରୁ ଉକ୍ତ ମଠଟି ଲୋପ ପାଇଯିବାରୁ ଏହି ପନ୍ତି ଭୋଗ ମଧ୍ୟ ବନ୍ଦ ହୋଇଯାଇଛି। ଏତଦ୍ ବ୍ୟତୀତ ରଥଯାତ୍ରା ସମୟରେ ଅନୁଷ୍ଠିତ ପନ୍ତି ତାଲିକାରେ ଜିୟର ସ୍ୱାମୀ ମଠ ଅନ୍ତର୍ଭୁକ୍ତ ନ ହୋଇଥିଲେ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ ରଥତ୍ରୟ ପ୍ରତ୍ୟାବର୍ତ୍ତନ କରି ସିଂହଦ୍ୱାରଠାରେ ପହଞ୍ଚିବା ପରେ ଏକାଦଶୀ ଦିନ ମଠ ତରଫରୁ ବହୁ ଅର୍ଥ ଖର୍ଚ୍ଚ କରାଯାଇ ବିଭିନ୍ନ ପ୍ରକାରର ସୁମିଷ୍ଟ ସ୍ୱାଦିଷ୍ଟ ପିଷ୍ଟକ ରଥ ଉପରେ ବିରାଜିତ ଠାକୁରମାନଙ୍କୁ ପୂଜାପଣ୍ଡା ସେବକମାନଙ୍କଦ୍ୱାରା ନୈବେଦ୍ୟ କରାୟାଇଥାଏ। ରଥଯାତ୍ରା ଉତ୍ସବ ଅବସରରେ ବିଭିନ୍ନ ମଠ ତରଫରୁ ବିଭିନ୍ନ ଦ୍ରବ୍ୟ ଯୋଗାଣ, ପନ୍ତି ଭୋଗ, ମଠାଧୀଶମାନଙ୍କ ଉପଚାର ଚାମର ଓ ଆଲଟ ସେବା କରିବା ବିଷୟ ଜଗନ୍ନାଥ ମନ୍ଦିର ସ୍ୱତ୍ତ୍ୱଲିପିର ୧୧୯ ନମ୍ବର ତାଲିକାରେ ଥିବା ବ୍ୟକ୍ତିଗତ ଓ ଅନୁଷ୍ଠାନିକ ସେବା ତଥା ଉପସ୍ୱତରେ ଉଲ୍ଲେଖ ରହିଛି। ଧୂଳିଆ ଗୁଣ୍ଡିଚା ଓ କାଦୁଆ ଗୁଣ୍ଡିଚା ସାଧରଣତଃ ଶ୍ରୀଗୁଣ୍ଡିଚା ପର ଦିନକୁ ଧୂଳିଆ ଗୁଣ୍ଡିଚା କୁହାଯାଏ । ରଥଯାତ୍ରା ସମ୍ପର୍କରେ ମିଳୁଥିବା ପ୍ରାଚୀନ ଗ୍ରନ୍ଥ, କାବ୍ୟ, କବିତାରୁ ଧୂଳିଆ ଗୁଣ୍ଡିଚା ବିଷୟରେ କୈଣସି ଉଲ୍ଲେଖ ଥିବାର ଦୃଷ୍ଟିକୁ ଆସୁନାହିଁ । ଆଜକୁ ପ୍ରାୟ ୧୫୦ବର୍ଷ ପୂର୍ବେ ଉତ୍କଳ ଦୀପିକା ସମ୍ବାଦ ପତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ସେତେବେଳେ ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଞ୍ଚିବାକୁ ପ୍ରାୟ ତିନି ଚାରି ଦିନ ସମୟ ଲାଗି ଯାଉଥିଲା । ସେ ସମୟରେ ପଶ୍ଚିମା ଓ ବଙ୍ଗୀୟ ଯାତ୍ରୀମାନେ ଗୁଣ୍ଡିଚା ପର ଦିନ ତିନି ରଥ ଟାଣିବାର ସୁଯୋଗ ପାଉଥିଲେ । ଏହି ଦିନର ଯାତ୍ରା ଧୂଳିଆ ଗୁଣ୍ଡିଚା ନାମରେ ପରିଚିତ ହେଉଥିଲା। ଅଦ୍ୟାବଧି ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଗୁଣ୍ଡିଚା ପର ଦିନର ରଥଟଣା ଓ ଯାତ୍ରାକୁ ଧୂଳିଆ ଗୁଣ୍ଡିଚା ନାମରେ କୁହାଯାଇଥାଏ। ଅନ୍ୟ କେତେକଙ୍କ ମତରେ ପୂର୍ବେ ଯେଉଁ ବର୍ଷ ରଥଯାତ୍ରା ଦିନ ପ୍ରବଳ ଖରା ହୋଇ ରାସ୍ତାରେ ଧୂଳି ଉଡି଼ଥାଏ, ସେହି ଦିନର ଯାତ୍ରାକୁ ଧୂଳିଆ ଗୁଣ୍ଡିଚା ଓ ଅନ୍ୟ ପକ୍ଷରେ ରଥଯାତ୍ରା ଦିନ ପ୍ରବଳ ବର୍ଷା ହୋଇ ରାସ୍ତା କାଦୁଅ ହେଲେ ସେଦିନର ଯାତ୍ରାକୁ କାଦୁଆ ଗୁଣ୍ଡିଚା ନାମରେ କଥିତ ହୋଇଥାଏ। ରଥ ଭୋଗ ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନ ଭୋଗ ନ ହୋଇ କେବଳ ଶୁଖିଲା ଭୋଗ ହୋଇଥାଏ। ଗୋପାଳବଲ୍ଲବଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଧୂପରେ ମୂଖ୍ୟତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୁଏ । ସ୍ୱତନ୍ତ୍ର ଆକାରର ରଥ କୋରା ଶ୍ରୀମନ୍ଦିରରେ ନିର୍ମିତ ହୋଇ ବଡ଼ଦାଣ୍ଡରେ ରଥ ଯେଉଁ ସ୍ଥାନରେ ରହି ନୀତି ଆରମ୍ଭ ହୋଇଥାଏ, ସେଠାରେ ଏହି ଭୋଗ କରାଯାଏ। ମହାସୁଆରମାନେ ଭୋଗ ଆଣି ରଥ ଉପରେ ପନ୍ତିରେ ବାଢ଼ନ୍ତି । ପୂଜାପଣ୍ଡାମାନେ ପଞ୍ଚୋପଚାରରେ ଏହି ଧୂପ ପୂଜାଗୁଡି଼କୁ ସମାପନ କରିଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି ଯେ, ରଥ ଉପରେ ପୂର୍ବରୁ ହେଉଥିବା ଭୋଗଗୁଡ଼ିକ ମଧ୍ୟରେ ବଡ଼ ସାନ ମନୋହର- ୧୬ ମୂର୍ତ୍ତି, ପଶୁପାଳନ କାକର - ୯ ମୂର୍ତ୍ତି, ତାଟ ବାବଦ ନାଡି- ୮ ମୂର୍ତ୍ତି, ଗଜା ବଡ଼ ସାନ - ୪ ମୂର୍ତ୍ତି, ଟାକୁଆ - ୨ ମୂର୍ତ୍ତି, ଫେଣି- ୧ ମୂର୍ତ୍ତି, କକରା - ୧୨ ମୂର୍ତ୍ତି,ଡାଳିମ୍ବ- ୩୦ ମୂର୍ତ୍ତି, ଟାକୁଆ ସାନ ସରା- ୪ ମୂର୍ତ୍ତି, ଗଜା- ୧୫ ମୂର୍ତ୍ତି, ସୁଆର ନଡୁ- ୧୪ ମୂର୍ତ୍ତି ଓ କାକରା - ୫ ମୂର୍ତ୍ତି ଅନ୍ତର୍ଭୁକ୍ତ । ଏତଦ୍ ବ୍ୟତୀତ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଘଣ୍ଟ ଛତା ଅଧିକ ଭୋଗ ମଧ୍ୟରେ କୋରା - ୭୪ ମୂର୍ତ୍ତି, ଖଇ- ୨୧ ଓଳି, ବଡ଼ କାକରା- ୪୮ ମୂର୍ତ୍ତି, ଉଠା କାକର -୨୬ ମୂର୍ତ୍ତି, ମହା ପ୍ରଶସ୍ତ ମନହର - ୮ମୂର୍ତ୍ତି, ବଡ଼ ଅମାଲୁ- ୩୦ମୂର୍ତ୍ତି, ସାନ ଅମାଲୁ- ୬୧ ମୂର୍ତ୍ତି,ଝଡେଇ ନେଦା - ୧ ତାଡ଼, ମାଣ୍ଡୁଅ - ୨୭ ମୂର୍ତ୍ତି, ଟାକୁଆ - ୨୨ ମୂର୍ତ୍ତି, ଟାକୁଆ ବଡ଼ସେରା - ୪ ମୂର୍ତ୍ତି, ରଥ ମନହର- ୨୬ ମୂର୍ତ୍ତି, ମରିଚ ନଡୁ-୧୦୪ ମୂର୍ତ୍ତି ଉଲ୍ଲେଖ ଥିବା ଜଣାଯାଏ। ଅନେକ ବର୍ଷ ପୂର୍ବରୁ ଏପରିକି ସ୍ୱତ୍ତ୍ୱଲିପି ପ୍ରଣୀତ ହେବା ଆଗରୁ ଉପରୋକ୍ତ ବର୍ଣ୍ଣିତ ଭୋଗ ଦ୍ରବ୍ୟ ରଥ ଉପରେ ଭୋଗ ହେଉନାହିଁ। ସମ୍ପ୍ରତି ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାରର ଓ ଧାର୍ଯ୍ୟ ପରିମାଣର ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହେଉଛି। ହେରା ପଞ୍ଚମୀ ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମୀ ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ। ଯାତ୍ରା ଭାଗବତରେ କୁହାଯାଇଛି - ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରା ପଞ୍ଚମୀ ଭବତି । ତେବେ ହେରା ପଞ୍ଚମୀ ନୀତି ସମ୍ପର୍କରେ ବାମଦେବ ସଂହିତରେ ବିଶେଷ ଭାବେ ବର୍ଣ୍ଣନା ହୋଇଥିବା ଜଣାଯାଏ । ପୁରୀ ଓଡ଼ିଆ ମଠରେ ସଂରକ୍ଷିଣ ରଥ "ଚକଡ଼ା ପୋଥି" ର ବର୍ଣ୍ଣନାନୁଯାୟୀ: ଏହିପରି ୭ ଜଣ ରାଜା ଭାନୁ ବାସୁଦେବ ନାମରେ ରାଜୁତି କରିବା ପରେ କପିଳେଶ୍ୱର ଦେବ ହେରା ଯାତ୍ରାରେ ବିଧାନକୁ ଆଟୋପରେ କରାଇଲେ । ପୂର୍ବରୁ ମନ୍ତ୍ର ବାକ୍ୟରେ ଲକ୍ଷ୍ମୀ ନାରୟଣ ବନ୍ଦାପନା କରାଯାଉଥିଲା। ଯାତ୍ରାର ୫ମ ଦିବସରେ କପିଳେଶ୍ୱର ସୁବର୍ଣ୍ଣ ଲକ୍ଷ୍ମୀ ଗଡା଼ଇ ହେରା ଗୋହିରୀ ବସାଇ ଆଡ଼ମ୍ବରରେ ପଞ୍ଚ ପାଣ୍ଡବଙ୍କୁ ନେଇ ହେରା ପଞ୍ଚମୀ କଲେ । ଗୁଣ୍ଡିଚାୟା ପଞ୍ଚମ ଦିବସେ ବିମାନେପରି ଶ୍ରୀମହାଲକ୍ଷ୍ମୀ ଗୃହୀତ୍ୱା ରଥ ସମୀପେ ତିଷ୍ଠେତ୍ । ତତୋ ଜନାନ୍ ପ୍ରେକ୍ଷୟିତ୍ୱା ଜଗନ୍ନାଥ ଦେବସ୍ୟ ସେବକାନାନ ୟେତ୍ । ତାନ୍ ଲକ୍ଷ୍ମୀ ସମୀପେ ସ୍ଥାପୟିତ୍ୱା ତତ୍ର ଦାସୀଦାସୟୋ ଉକ୍ତି ପ୍ରତ୍ୟୁକ୍ତି ର୍ଭବତି। ତତୋ ମହାଲକ୍ଷ୍ମୀ ଜଗନ୍ନାଥ ଦେବସ୍ୟ ସମୀପଂ ଗତ୍ୱା ସଂମୁଖେ ତିଷ୍ଠେତ୍ । ତତୋ ଦେବଂ କର୍ପୂରାତ୍ରିକଂ ଦଦ୍ୟାତ୍ । ଏତଦାରାତ୍ରିକଂ ଲକ୍ଷ୍ମୀ ଦତ୍ୱା ଦୁର୍ବାକ୍ଷତୈ ର୍ଦେବଂ ଦେବୀଂ ଚ ବନ୍ଦାପୟେତ୍ । ତତୋ ଜଗନ୍ନାଥ ଦେବସ୍ୟ ପ୍ରାସାଦ ମାଳଂ ଲକ୍ଷ୍ମୀ ଦଧ୍ୟାତ୍ । ତତୋ ଲକ୍ଷ୍ମୀଃ କର୍ପୂର, ଚନ୍ଦନଂ ମୋହନ ଚୂର୍ଣ୍ଣଂ ଗୃହୀତ୍ୱା ଦେବସୋପରି ପ୍ରକ୍ଷିପେତ୍ । ତତଃ ସ୍ୱଗୃହଂ ପ୍ରତି ଦେବୀ ମାନୟେତ୍ । ଲକ୍ଷ୍ମୀ ସ୍ୱସ୍ଥାନେ ପ୍ରବେଶୟେତ୍ । ଇତି ହେରା ଯାତ୍ରା । ହେରା ପଞ୍ଚମୀ ଯାତ୍ରା ସମ୍ପର୍କରେ ଏକ ସୁନ୍ଦର ଜନଶୃତି ବା ଆଖ୍ୟୟିକା ରହିଛି। ତାହା ହେଲା, ଜଗନ୍ନାଥ ତାଙ୍କର ଭ୍ରାତା ଓ ଭଗିନୀଙ୍କ ସହ ରଥରେ ଗୁଣ୍ଡିଚା ଘରକୁ ଯାତ୍ରା କରିବା ଫଳରେ ପତି ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ସ୍ୱକୀୟ ବିରହ ବ୍ୟଥା ଭଗିନୀକଳ୍ପା ବିମଳାଦେବୀଙ୍କ ପାଖରେ ବର୍ଣ୍ଣନା କରି ପ୍ରତିକାରର ପରାମର୍ଶ ଚାହିଁଥିଲେ। ଏହି ବିଷୟ ବାମଦେବ ସଂହିତାରେ ବର୍ଣ୍ଣନା ହୋଇଛି। ବିମଳାଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱାନା ବାକ୍ୟରେ ବୁଝାଇ କହିଥିଲେ ଯେ, ସ୍ୱାମୀ ଯଦି କେବେ ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାଟିତ କରିବାକୁ ପଡିଥାଏ। ତେଣୁ ତୁମ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯାତ୍ରା କରିବା ଉଚିତ୍ । ଏହି ମରାମର୍ଶ ଦେବାରୁ ଶ୍ରୀଗୁଣ୍ଡିଚାର ପଞ୍ଚମ ଦିବସରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କର ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିଥିବାରୁ ପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖ କରାଯିବା ନିମନ୍ତେ ଆଦେଶ ଦିଆଗଲା । ଯାହା ଫଳରେ କି ହେରା ପଞ୍ଚମୀର ପ୍ରରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣମୋଡ଼ ହୋଇଥାଏ। ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ତ୍ୱଲିପିରେ ହୋଇଥିବା ଉଲ୍ଲେଖ ପ୍ରକାରେ ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି। ଏହା ପରେ ବନକ ଲାଗି, ପାଟ ଶାଢ଼ୀ଼, ଅଳାଙ୍କାର ଇତ୍ୟାଦି ଲାଗି ହୋଇ ବେଶ ବଢ଼ିବା ପରେ ପୂଜାପଣ୍ଡା ସେବକଙ୍କଦ୍ୱାରା ପନ୍ତି ଭୋଗ ହୋଇଥାଏ। ତତ୍ପରେ ବଟବୃକ୍ଷ ତଳେ ରହିଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାନ୍ତି। ବିମାନବଡ଼ୁ ସେବକମାନେ ବିମାନକୁ ଧାରଣ କରି ଘଣ୍ଟ, କାହାଳି, ଛତା ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ନେଇ ଗୁଣ୍ଡିଚା ଘର ସମ୍ମୁଖସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ରଥ ପାଶରେ ରଖିଥାନ୍ତି। ଏଠାରେ ପତିମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ,ଘସା ବିଡିଆ ଓ ହଦି ପଟି ମଣୋହି କରନ୍ତି। ଏ ସମୟ ମଧ୍ୟରେ ଗୁଣ୍ଡିଚା ଘରେ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ସରି ଶାଢ଼ୀ଼ ଲାଗି ହୋଇ ଆଳତି ବଢ଼ିଥାଏ। ଆଳତି ପରେ ଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ବଢେ। ତତ୍ପରେ ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ୱାରଠାକୁ ଆସିଥାନ୍ତି। ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଧୂପ ଦୀପ ଦିଆଯାଇ ଟେରା ପଡେ । ଏହା ପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦୁଆର ପାଖରେ ରହିଥାଏ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁ ସେବକଙ୍କଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହି ପଟି ମଣୋହି କରନ୍ତି। ଉପରୋକ୍ତ ନୀତି ଶେଷ ହେବାପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରା ଗୋହିରୀ ସାହି ବାଟେ ଲକ୍ଷ୍ମୀଙ୍କୁ ବଡ଼ ଦେଉଳକୁ ବାହୁଡା଼ ବିଜେରେ ଅଣାଯାଏ। ଉଭୟ ଆସିବା ଓ ବାହୁଡା଼ ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡା଼ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରାଗୋହିରୀ ସାହି ଓ ମଠ ବିଜେ ସ୍ଥଳୀଠାରେ ପନ୍ତି ଭୋଗ କରାଯାଇଥାଏ। ଦକ୍ଷିଣ ମୋଡ଼ ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ। ରଥତ୍ରୟ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରେ ଥାଏ। ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବ ପ୍ରଥମେ ଟଣା ହୋଇଥାଏ। ତତ୍ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ମନ୍ଦିର ଅଧିକାରୀ, କର୍ମଚାରୀ, ରଥ ନିର୍ଦ୍ଦେଶକ ଦଳ ଓ ସରକାରୀ ପୋଲିସ ଏହି ରଥକୁ ଟାଣିଥାନ୍ତି। ପୂର୍ବେ କଳା ବେଠିଆ (ଶ୍ରମିକ) ଓ ହସ୍ତୀମାନଙ୍କ ସାହାଯ୍ୟରେ ରଥର ଦକ୍ଷିଣ ମୋଡ଼ ହେଉଥିଲା । ଏହି ରଥଟଣାର ତାତ୍ପର୍ଯ୍ୟ ହେଲା ଯେ ରଥର ଉଭୟ ସମ୍ମୁଖ ଓ ପଶ୍ଚାତ୍ ଭାଗରେ ଦଉଡି ସଂଯୋଗ ହେଉଥିଲା। ଗୋଟିଏ ରଥଟଣା ହେବା ବେଳେ ରଥକୁ କିଛି ଦୂର ଆଗକୁ ଓ ପୁନଶ୍ଚ ପଛକୁ ଏହିପରି ବାରମ୍ବାର ଟଣାଯାଇ ଧିରେ ଧିରେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରୁ ଅପରପାର୍ଶ୍ୱରେ ଥିବା ନାକଚଣା ଦ୍ୱାର ସମ୍ମୁଖରେ ଦକ୍ଷିଣାଭିମୁଖରେ ଯଥାସମ୍ଭବ ସମାନ ଭାବେ ରଖାଯାଇଥାଏ। ସାଧରଣତଃ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥାଏ। କିନ୍ତୁ କେତେ ବର୍ଷ ଏକ ଦିନରେ ଦକ୍ଷିଣ ମୋଡ଼ ହୋଇଥିବାର ପ୍ରମାଣ ରହିଛି। ସୂଚନାଯୋଗ୍ୟ ଯେ, ଦକ୍ଷିଣ ମୋଡ଼ ସମୟରେ ରଥ ଉପରେ ଘଣ୍ଟୁଆ ଘଣ୍ଟ ବଜାଇବା ସହିତ ଡାକୁଆ ରଥ ଉପରେ ଠିଆ ହୋଇ ରଥ ଗୀତ ବୋଇଥାନ୍ତି। ଭୋଇ ଓ ମହାରଣାମାନେ ରଥଟଣାରେ ସାହାଯ୍ୟ କରିଥାନ୍ତି। ୧୯୮୫-୮୬ ମସିହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ବଡ଼ଶଙ୍ଖପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଅଞ୍ଚଳ ନିମ୍ନ ଥିଲା। ପ୍ରାୟ ୨-୩ ଫୁଟ୍ ପର୍ଯ୍ୟନ୍ତ ଜଳ ଉଭୟ ପାର୍ଶ୍ୱରେ ଜମି ରହୁଥିଲା । ସେତେବେଳେ ରଥର ଦକ୍ଷିଣ ମୋଡ଼ ବହୁ କଷ୍ଟରେ କରାଯାଉଥିଲା । ସନ୍ଧ୍ୟା ଦର୍ଶନ ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲିଉ ବର୍ଣ୍ଣନା କରାନଯାଇ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ କରାଯାଇଛି। ଯଥା : ପରବର୍ତ୍ତୀ କାଳରେ ଏହି ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସାଟୋପସ୍ଥିତି ଦେଖି ଏହି ମଣ୍ଡପକୁ ଆଡ଼ପ ମଣ୍ଡପ କୁହାଯାଇଛି ବୋଲି ପଣ୍ଡିତ ହରିହର ମହାପାତ୍ର ମତ ପ୍ରକାଶ କରିଛନ୍ତି। ଶ୍ରୀବିଗ୍ରହମାନଙ୍କର ଆଡ଼ପ ମଣ୍ଡପରେ ଅବସ୍ଥାନ ସମୟରେ ଦର୍ଶନାର୍ଥୀ ତଥା ହକ୍ତ ସମାଜ ସେଠାରେ ସ୍ମବେତ ହେବା ପୂର୍ବକ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନର ପ୍ରଶସ୍ତି ଥିଲେ ମଧ୍ୟ ସନ୍ଧ୍ୟା ବା ରାତ୍ରିକାଳୀନ ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ରହିଛି। ଯଥା : ବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଅଟେ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ସାବଧାନ ଭାବେ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ , ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ । ବିଶେଷତଃ ଏକ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ। ସେହି ପରି ଜନସାଧାରଣରେ ବହୁ ପ୍ରଚାରିତ ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ , ଦୀପ ପ୍ରଜ୍ଜ୍ୱଳନ , ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଅପ୍ୟାୟିତ କରିଥିବା ଜଣାଯାଏ। ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡା଼ ପୂର୍ବ ଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି। ଉକ୍ତ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି। ମୋଟ ଉପରେ ଏଠାରେ ସନ୍ଧ୍ୟା ଶବ୍ଦର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ହେବ । ଉକ୍ତଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହା ପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି। ବାହୁଡା଼ ଯାତ୍ରା ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା ଦକ୍ଷିଣାଭିମୁଖୀ ଯାତ୍ରା କୁହାଯାଏ। ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି - ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ । ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ଅର୍ଥାତ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ। ଉକ୍ତ ଦିନ ପ୍ରାତଃ କାଳ ଅତ୍ୟନ୍ତ ସମୃଦ୍ଧିବାନ୍ ଅଟେ । ସେଦିନ ବିଷ୍ଣୁଙ୍କର ପାଲିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ । ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା଼ ୟାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ । ନବମୀ ଦିନ ରାତିରେ ବଡ଼ସିଂହାର , ପହୁଡ଼ ଆଳତି ସରିବା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ଗମ୍ଭୀରାରୁ ବାହାରି ଆସିଥାନ୍ତି। ଏହା ପରେ ଦଇତାପତିମାନେ ଠାକୁରମାନଙ୍କ ଅନ୍ୟାନ୍ୟ ଗୁପ୍ତସେବା କରିବା ସହିତ କୋଠ ସୁଆଁସିଆମାନେ ସିଂହାସନକୁ ଲଗାଇ ଚାରମାଳ ବାନ୍ଧିଥାନ୍ତି। ରାଘବ ଦାସ ମଠ ଦେଇଥିବା ଶୁକ୍ଳ ସଜକୁ ଦଇତା ସେବକମାନେ ଠାକୁରମାନଙ୍କୁ ଲାଗି କରାଇଥାନ୍ତି। ବାହୁଡା଼ ଯାତ୍ରା ଦିନ ସକାଳ ସମୟରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ଭିତରଚ୍ଛ ମହାପାତ୍ର ଓ ପାଳିଆ ପୁଷ୍ପାଳକମାନେ ବଢ଼ାଇବା ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ପୂଜାପଣ୍ଡା ଓ ଅନ୍ୟାନ୍ୟ ନୀତି ସମ୍ପୃକ୍ତ ସେବକମାନଙ୍କ ସାହାର୍ୟ୍ୟରେ ପୂଜା ସମାପନ ହୋଇଥାଏ। ଏହା ପରେ ଦଇତାପତିମାନେ ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି (ଗୁପ୍ତ ନୀତି) କରିଥାନ୍ତି । ଉକ୍ତ କାର୍ଯ୍ୟ ଶେଷ ହେବାପରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକଙ୍କଦ୍ୱାରା ତିନିବାଡ଼ରେ ମଙ୍ଗଳାର୍ପଣ ହୋଇଥାଏ। ତତ୍ପରେ ମୁଦିରସ୍ତ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ସମାପନ କରିବା ପରେ ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡା଼ ପହଣ୍ଡି ଆରମ୍ଭ ହୋଇଥାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ଶ୍ରୀମସ୍ତକରେ ଲାଗି କରାଯିବା ସହିତ, ପତି ମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ , ସଞ୍ଜ କାହାଳି ଓ ଘସା, ବିଡ଼ିଆ ମଣୋହି କରିଥାନ୍ତି। ଏହି ସମୟରେ ପୁଷ୍ପାଳକ ମହାଜନମାନେ ତୁଳି ଲାଗି ବଢ଼ାଇଥାନ୍ତି। ଏହି ନୀତି ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ସ୍ୱ ସ୍ୱ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢ଼ିଥାଏ। ଠାକୁରମାନଙ୍କ ବାହୁଡା଼ ପହଣ୍ଡି ଓ ରଥଟଣା ସମୟରେ ହେଉଥିବା ପନ୍ତି ତାଲିକା ନିମ୍ନରେ ଉଲ୍ଲେଖ କରାଯାଇଛି। ୧.ଗୋପୀନାଥ ପୂଜାପଣ୍ଡା, ୨.ଗୁଣ୍ଡିଚାଘର ମୁକ୍ତି ମଣ୍ଡପ, ୩. ଗୋପାଳ ତୀର୍ଥ ମଠ, ୪. ଶ୍ରୀରାମ ଦାସ ମଠ, ୫.ସରକାରୀ (ରାଘବ ଦାସ), ୬. ଓଡ଼ିଆ ମଠ, ୭.ଜଗନ୍ନାଥ ବଲ୍ଲଭ, ୮.ଗଙ୍ଗାମାତା ମଠ, ୯.ଉତ୍ତର ପାର୍ଶ୍ୱ ମଠ, ୧୦.ସଂକ୍ରାନ୍ତି ମଠ, ୧୧.ରାଧା ବଲ୍ଲଭ, ୧୨.ବିଶୁନି ଜାଗା, ୧୩.ଇନ୍ଦ୍ରାସ୍ୱାମୀ, ୧୪.ଲୋକନି ବାବୁ, ୧୫.ମାଳି ଜେଗା, ୧୬. (କ) ବିମ୍ବଳା ବାବୁ ଓ (ଖ) ସୁନାର ଗୌରାଙ୍ଗ ମଠ ୧୭. ଭାରତୀ କୋଠା, ୧୮.ଜଗନ୍ନାଥ ମିଶ୍ର, ୧୯.ନିମି ଆଖେଡା଼ ,୨୦.ମଣ୍ଡଳ କୋଠା, ୨୧.ଜଗନ୍ନାଥ ବଲ୍ଲଭ ମଠ ପରିସର, ୨୨.ଭିଙ୍ଗାରପୁର, ୨୩. କେନ୍ଦୁଝର କୋଠି, ୨୪.ଅଦ୍ୱୈତ ପ୍ରସାଦ, ୨୫. ନୀଳମଣି ବ୍ରହ୍ମା, ୨୬.ଗଙ୍ଗାଧର ମହାପାତ୍ର, ୨୭. ସାଗର ହରି ପ୍ରତିହାରୀ, ୨୮. ମରିଚ କୋଟ, ୨୯. ବଳରାମ କୋଟ, ୩୦. ଶ୍ରୀରାମ ଦାସ ଠାକୁରମାନେ ରଥାରୂଢ଼ ହେବା ପୂର୍ବରୁ ବିଶ୍ୱକର୍ମା ମହାରଣା , ଦରଜୀ ସେବକ, କୋଠ ସୁଆଁସିଆ ପ୍ରଭୃତି ସେବକ ତିନି ରଥର ଆବଶ୍ୟକୀୟ ମରାମତି କାର୍ଯ୍ୟ ପୂର୍ବଦିନରୁ କରି ଦେଇଥାନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦାଧିକାରୀ ଛେରା ପହଁରା ନିମିତ୍ତ ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି। ସେହି ଦିନ ଗଜପତି ବଡ଼ଶଙ୍ଖଠାରୁ ହସ୍ତୀ, ଛତି, କାହାଳୀ ସହ ବର୍ଣ୍ଣାଢ୍ୟ଼ ଶୋଭାଯାତ୍ରାରେ ତାମଯାନ୍ରେ ବସି ଗୁଣ୍ଡିଚା ଘର ନାକଚଣା ଦ୍ୱାରଠାରେ ରହିଥିବା ରଥ ନିକଟକୁ ଆସିଥାନ୍ତି। ସେଠାରେ ଶ୍ରୀଗୁଣ୍ଡିଚା ଦିନ ପରି ତିନି ରଥରେ ଛେରା ପହଁରା କରିଥାନ୍ତି। ଛେରା ପହଁରା ନୀତି ସରିବା ପରେ ଭୋଇ ସେବକମାନେ ରଥରୁ ଚାରମାଳ ଖୋଲିବା ସଙ୍ଗେ ସଙ୍ଗେ ରୂପକାର ସେବକମାନେ ରଥରେ ଘୋଡ଼ା଼ ବାନ୍ଧିଥାନ୍ତି। ମହାରଣା ଓ ଭୋଇ ସେବକମନେ ଅରଥ ଦଉଡି ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥଟଣା ହୋଇଥାଏ। ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ରଥଟଣା ହୋଇ ସିଂହଦ୍ୱାରକୁ ଆସିଥାଏ। ଲକ୍ଷ୍ମୀନାରାୟଣ ଭେଟ ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ହୋଇଥାଏ । ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହଚ ଦ୍ୱାରଠାରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ପାଲିଙ୍କି ଆନନ୍ଦବଜାରସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଏ। ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚନ୍ତି। ପରମ୍ପରା ଅନୁଯାୟୀ ସେହି ସମୟରେ ବଳଭଦ୍ରଙ୍କ ରଥ ସମ୍ମୁଖରେ ରଥ ଘେର ପକାଯାଇଥାଏ। ଶ୍ରୀନଅର ସିଂହଦ୍ୱାରରେ ଗଜପତି ମହାରାଜା ଉପସ୍ଥିତ ହୋଇଥାନ୍ତି। ଦହିପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଜଗନ୍ନାଥଙ୍କ ସହିତ ଭେଟ ହୁଅନ୍ତି। ତତ୍ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିବା ସଙ୍ଗେ ସଙ୍ଗେ ଶ୍ରୀନଅରଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ୱାରଠାରେ ରଖାଯାଇଥାଏ। ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡ଼ୁ, ବିମାନବଡ଼ୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ଉପସ୍ଥିତ ରହିଥାନ୍ତି। ରଥ ଉପରେ ସୁନାବେଶ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନା ବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ । ମହାପ୍ରଭୁଙ୍କ ସକଳ ବେଶରେ ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ପ୍ରାବଲ୍ୟ ପରିସ୍ଫୁଟ ହୋଇଥାଏ। ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା : କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଦଶହରା ପ୍ରଭୃତି ଦିବସମାନଙ୍କରେ ରାଜବେଶ, ରାଜା ରାଜେଶ୍ୱର ଇତ୍ୟାଦି ସୁନାବେଶରେ ସଜ୍ଜିତ ହେଉଥିଲେ ହେଁ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି । ଏହି ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବା ପ୍ରମାଣ ଶିଳାଲେଖରୁ ମିଳୁଅଛି। ତୃତୀୟ ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କର ଜନୈକ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ । ପରେ ତାଙ୍କ ପୁତ୍ର ଭାବେ ଲାଙ୍ଗୁଳା ନରସିଂହ ଦେବ (୧୨୩୮- ୧୨୬୬) ମଧ୍ୟ ନିଜକୁ ପୁରୁଷୋତ୍ତମ ପୁତ୍ର ଭାବେ ଅଭିହିତ କରିଥିଲେ । ଭାନୁଦେବ ତୃତୀୟ (୧୩୦୮-୧୩୨୮) ଜଗନ୍ନାଥଙ୍କୁ ରାଜାଧିରାଜ ରୂପେ ସ୍ୱୀକାର କରି ମହାପ୍ରଭୁଙ୍କ ନାମରେ ଅଙ୍କ ଗଣନା ଆରମ୍ଭ କରିଥିଲେ । ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ (୧୪୩୫-୧୪୬୬) ଜଗନ୍ନାଥଙ୍କୁ ଜାତୀୟ ଦେବତା ରୂପେ ପ୍ରଚାରିତ କରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ । ଏପରିକି ଅନଙ୍ଗଭୀନ ଦେବ ଓ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇବର୍ଷ ଧରି ଅଭିଷେକ ହୋଇନଥିଲେ । କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ବଡ଼ ବଢା଼ଉ ବେଶ । ବଡ଼ତଢାଉ ବେଶ ମତରେ କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନାଅଳଙ୍କାର ଆଣିଥିଲେ ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି । ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ । ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ବିନତି କରିଥିଲେ । ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନା ବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନା ବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁ ଆସିଥାଏ। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି। ରଥ ଉପରେ ଅନ୍ୟାନ୍ୟ ନୀତି ଶୟନ ଏକାଦଶୀ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ସମସ୍ତ ଏକାଦଶୀ ନୀତି ଅନ୍ୟ ଏକଦଶୀ ନୀତି ପରି ଅନୁଷ୍ଠିତ ହୋଇଥାଏ। ଉକ୍ତଦିନ ବିଳମ୍ବିତ ରାତ୍ରରେ ସୁନାବେଶ ଓଲାଗି ହେବାପରେ ମଇଲମ, ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ହୋଇ ମହାସ୍ନାନ, ପୂଜା ଠା ' ହେଲା ପରେ ଭଣ୍ଡାର ଘରୁ ସ୍ୱର୍ଣ୍ଣ୍ଣର ଶୟନ ଠାକୁର ତିନି ମୂର୍ତ୍ତିଙ୍କୁ ବିଜେ କରାଇଥାନ୍ତି। ତିନିଜଣ ପୂଜାପଣ୍ଡା ଏହି ଶୟନ ଠାକୁରଙ୍କୁ ତିନି ରଥ ଉପରକୁ ବିଜେ କରି ଯଥା ବଳଭଦ୍ର ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଏବଂ ଜଗନ୍ନାଥଙ୍କ ରଥରେ ଶ୍ରୀନାରାୟଣଙ୍କୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ଲାଗି କରାଇବା ପରେ ରଥ ଉପରେ ମହାସ୍ନାନ ନୀତି ବଢ଼ାଇଥାନ୍ତି। ଏହାପରେ ସର୍ବାଙ୍ଗ ଲାଗି, ନୂଆ ପତନି ଲୁଗା ଲାଗି ଓ ମାଳଫୁଲ ଲାଗି ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ, ବଡ଼ସିଂହାର ସରିବା ପରେ ଅଧିକା ଭୋଗ ହେଲେ ଏହାକୁ ବଲ୍ଲଭ ବଡ଼ସିଂହାର ଭୋଗ କହନ୍ତି। ତିନିଜଣ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ଏହି ପୂଜା କରିଥାନ୍ତି। ଏହାପରେ କର୍ପୂର ଆଳତି ବଢ଼ି ତିନିଜଣ ପୂଜାପଣ୍ଡା ତିନି ରଥକୁ ବିଜେ ହୋଇଥିବା ଶୟନ ଠାକୁରଙ୍କୁ ହାତରେ ଧରି ମନ୍ଦିରର ଭଣ୍ଡାର ଦୁଆରଠାରୁ ନେଇଥାନ୍ତି। ସେଠାରେ ପରମ୍ପରା ଅନୁଯାୟୀ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଏହି ବିଶେଷ ନୀତିରେ ଭଣ୍ଡାର ମେକାପ , ପାଳିଅ ପଢିଆରି, ଚଳୁଚ୍ଛ ମହାପାତ୍ର, ପ୍ରଧାନୀ , ଘଣ୍ଟୁଆ , ଛତାର, ପୂଜପଣ୍ଡା, କାହାଳିଆ, କୋଠ ସୁଆଁସିଆ, ତାଟ ଦରଜି, ମୁଦିରସ୍ତ, ତଢା଼ଉ କରଣ ପ୍ରମୁଖ ସେବକ ଅଂଶ ଗ୍ରହଣ କରିଥାନ୍ତି। ଅଧର ପଣା ବାହୁଡା଼ ଯାତ୍ରା ପରେ ସିଂହଦ୍ୱାରଠାରେ ତିନି ରଥ ଉପରେ ସୁନାବେଶ ଓ ତତ୍ ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ। ସ୍ୱତ୍ତ୍ୱଲିପି ଅନୁଯାୟୀ ବାହୁଡା଼ ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ। ପ୍ରକୃତ ପକ୍ଷେ ଏହା ଏକାଦଶୀ ଦିନ ମଧ୍ୟ ହୋଇ ନ ପାରି ଦ୍ୱାଦଶୀ ତିଥିରେ ଏହି ଅଧର ପଣା ଭୋଗ କରାଯାଉଛି। ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ , କୃଷ୍ଣଙ୍କ ଇଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ସମ୍ପ୍ରତି ତିନି ରଥ ପାଇଁ ଦ୍ୱାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ। ମନ୍ଦିର ପ୍ରଶାସନ , ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ , ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନଥାଏ। ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବେ ଅଧର ପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭ ମଠ କୂପରେ ଆସୁଥିଲା । ପରବର୍ତ୍ତୀ ସମୟରେ ସିଂହଦ୍ୱାରା ସମ୍ମୁଖ କୂପରୁ ଏହି ଜଳ ଅଣାଯାଉଛି। ଜଳବୁହା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡେଇଥାନ୍ତି, ଯେପରିକି କେହି ଜଳକୁ ସ୍ପର୍ଶ କରିପାରିବେ ନାହିଁ । ଅଧରପଣା ଭୋଗ ପୂରରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିକା (ଜାଲିକନା) ପକାଯାଏ । ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି। ମହାସୁଆରମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥରେ ପୂଜା ଠା ' କରନ୍ତି। ତତ୍ ପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି। ନୀଳାଦ୍ରି ବିଜେ ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନାଧିଷ୍ଠିତ ହୋଇଥାନ୍ତି। ଶାସ୍ତ୍ରରେ ଯଦି ଓ ଉଲ୍ଲେଖ ରହିଛି ଦ୍ୱାଦଶୀ ଦିନମହାପ୍ରଭୁ ନୀଳାଦ୍ରି ବିଜେ କରନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୋୟଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ। ଏହି ପରମ୍ପରା ଦୀର୍ଘ ଅନେକ ବର୍ଷ ଧରି ଅନୁସୃତ ହୋଇ ଆସୁଅଛି। ନୀଳାଦ୍ରି ବିଜେ ପହଣ୍ଡି ବିଜେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ । ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ। ଏହାପରେ ଦର୍ଶବ ନିମିତ୍ତ କିଛି ସମୟ ଭକ୍ତମାନଙ୍କୁ ରଥ ଉପରୁ ଛଡା ଯାଇଥାଏ। ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ। ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି। ତତ୍ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ , ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ। ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ବଢ଼ିଥାଏ। ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ। ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ମନ୍ଦିରଠାରେ ରଥ ଉପରୁ ଠାକୁରମାନେ ଗୁଣ୍ଡିଚା ଘର ରତ୍ନସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ପ୍ରକାର ନୀତି ଅନୁସୃତ ହୋଇଥାଏ, ଠିକ୍ ସେହିପରି ସିଂହଦ୍ୱାରଠାରେ ନୀଳାଦ୍ରି ବିଜେ ପହଣ୍ଡିରେ ସମ ନୀତି ପାଳିତ ହୁଏ। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢ଼ାଇଥାନ୍ତି । ଏହି ସମୟରେ ପରମ୍ପର ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ୱାର ଖୋଲିଯାଏ । ପୁନଶ୍ଚ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକତରେ ବିଜେ କରିବା ସମୟରେ ଉକ୍ତ ଦ୍ୱାର ଭିତର ପଟୁ ବନ୍ଦ କରାଯାଇଥାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ୱାରର ଭିତର ପଟେ ଜନୈକ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ୱାରର ଅପରପାର୍ଶ୍ୱରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ୱାର ଫିଟିଥାଏ। ମହାପ୍ରଭୁ ପହଣ୍ଡି ବିଜେ ବିଜେରେ ଭିତର କାଠ ସମ୍ମୁଖସ୍ଥ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ଗଇଁଠାଳ (ଋକ୍ମିଣୀ ବିବାହ କାଳର) ଫିଟେ ଓ ବନ୍ଦାପନା , ରସ ଗୋଲା ଭୋଗ ଇତ୍ୟାଦି ଭିତରଚ୍ଛ ମହାପାତ୍ରଙ୍କଦ୍ୱାରା ସମାହିତ ହୋଇଥାଏ । ଏହା ପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ରସଗୋଲା ଭୋଗ ହୋଇଥାଏ। ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ଏହି ରସଗୋଲା ତିଆରି ହୋଇଥାଏ। କଥିତ ଅଛି ଯେ, ମହାପ୍ରଭୁ ଲକ୍ଷ୍ମୀଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମନୋରଞ୍ଜନ କରିଥିଲେ । ଅତୀତର ରଥଯାତ୍ରା ୧୯୯୯ ମସିହା ରଥଯାତ୍ରା ସାଧାରଣତଃ ଶତାବ୍ଦୀର ଶେଷ ରଥଯାତ୍ରା ରୂପେ ବିଦିତ । ଏହା ଓଡ଼ିଶା ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ସାରା ଭାରତ ବର୍ଷର ଲକ୍ଷ ଲକ୍ଷ ଭକ୍ତ ତଥା ତୀର୍ଥଯାତ୍ରୀ ମହାପ୍ରଭୁମାନଙ୍କ ରଥଟଣା, ସମୟାନୁସାରେ ନୀତି ସମ୍ପାଦନ, ସର୍ବୋପରି ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ, ପରିମଳ ଓ ଆଇନ ଶୃଙ୍ଖଳା ଇତ୍ୟାଦିର ଆୟୋଜନ ସୂଚାରରୂପେ ସମାହିତ ହୋଇଥିବାରୁ ଗଭୀର ସନ୍ତୋଷ ଲାଭ କରିଥିଲେ । ଏପରିକି ଭାବବିହ୍ୱଳ ହୋଇ ସ୍ୱଂୟ ଗଜପତି ମହାରାଜା କହିଥିଲେ : ସ୍ୱଂୟ ଜଗନ୍ନାଥ ହିଁ ଶତାବ୍ଦୀର ଶେଷ ରଥଯାତ୍ରାକୁ ପରିଚାଳନା କରିଥିଲେ। ବିଶେଷ କରି ଠାକୁରଙ୍କ କରୁଣାରୁ ଉଭୟ ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରାରେ ନୀତି ପାଳନ କ୍ଷେତ୍ରରେ ତତ୍ପରତା ଏବଂ ଗୋଟିଏ ଦିନରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ଉଲ୍ଲେଖଯୋଗ୍ୟ ଘଟଣା ଥିଲା । ବିଭିନ୍ନ ସ୍ଥାନରେ ଭିନ୍ନ ପରମ୍ପରା ବାଲିଅନ୍ତା ବ୍ଲକ ଅଧିନସ୍ଥ କକକରୁଦ୍ରପୁରସ୍ଥିତ ପତିତପାବନଦେବଙ୍କ ବାହୁଡ଼ା ଯାତ୍ରା ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥାଏ । ଏହା ପୁରୀ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାର ଠିକ ପରଦିନ ଅର୍ଥାତ ଦ୍ୱାଦଶୀ ଦିନ ହୋଇଥାଏ । ଶ୍ରୀଗୁଣ୍ଡିଚା ଦିନ ପୁରୀ ପରି ଏକା ଦିନରେ ରଥଯାତ୍ରା ହୋଇଥାଏ । କିମ୍ବଦନ୍ତୀ ଅନୁଯାୟୀ ପୁରୀ ଏମାର ମଠର ମହନ୍ତ ସେବାୟତ ବର୍ଗ ଜଗନ୍ନାଥଙ୍କ ବାହୁଡ଼ା ଯାତ ଓ ସୁନାବେଶ ସମ୍ପୂର୍ଣ୍ଣ ହେବା ପରେ ଏଠାକୁ ଆସି ବାହୁଡ଼ା ଯାତ୍ରା କରୁଥିଲେ । ସେବେଠାରୁ ଏହି ପରମ୍ପରା ଚାଲି ଆସୁଛି । ବିଶ୍ୱର ବିଭିନ୍ନ ସ୍ଥାନରେ ରଥଯାତ୍ରା ସମ୍ବଲପୁର ସମ୍ବଲପୁରରେ ଶୈବ, ଶାକ୍ତ, ଏବଂ ବୈଷ୍ଣବ ଧର୍ମର ସମନ୍ୱୟ ଦେଖିବାକୁ ମିଳେ । ଏଠାକାର ସବୁ ଗ୍ରାମରେ ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ । ଏଠାରେ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା କରାଯାଏ । ଏଠାରେ ପାଳନ କରାଯାଉଥିବା ରଥଯାତ୍ରାରେ ସାମାନ୍ୟ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା ହେଲାପରେ ୧୫୪୯ରେ ଚୌହାନ ଶାସକମାନେ ଏହାକୁ ରାଜଧାନୀ କରିଥିଲେ । ୧୮୪୯ ମସିହା ବେଳକୁ ରାଜାମାନେ ଏଠାରେ ମନ୍ଦିର ପ୍ରତିଷ୍ଠା କରାଇଥିଲେ । ତୃତୀୟ ରଜା ବଳଭଦ୍ର ଦେବଙ୍କ ସମୟରେ ମହାନଦୀ ଖାଡ଼ି ଝାଡ଼ୁଆପଡ଼ା ଏବଂ ବ୍ରହ୍ମପୁରା ଦେଉଳ ତିଆରି ହୋଇଥିଲା ।ଏହି ଦେଉଳରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଉଛନ୍ତି । ଦେଉଳ ପ୍ରତିଷ୍ଠା ପରଠୁ ରଥଯାତ୍ରା ପରମ୍ପରା ଏଠାରେ ଆରମ୍ଭ ହୋଇଥିଲା । ସମ୍ବଲପୁର ସହରରେ ଥିବା ୨୭ ଜଗନ୍ନାଥ ମନ୍ଦିରରୁ ୨୫ଟିରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଝାଡ଼ୁଆପଡ଼ା, ବ୍ରହ୍ମପୁରା, ମହାନ୍ତିପଡ଼ା, ଦଧିବମାନ, କୁଞ୍ଜେଲପଡ଼ାର ହୋତାପଡ଼ା, ହାଟ ପଡ଼ାର ସତ୍ୟବାଦୀ, ଦଳେଇପଡ଼ାର ମଦନମୋହନ, ଲିଆଖାଇ, ଯଜ୍ଞ ବରାହ, ଗୁରୁପଡ଼ାର ଟିମନୀ, ବାଲିବନ୍ଧର କୋଠା ମହାପ୍ରଭୁ, ମୁଦୀପଡ଼ାର ଜଗନ୍ନାଥ, ମଠପାଲିର ରାଣୀମଠ, ଭାତରାର ରାମଜୀ ମଠ, ଧନୁପାଲିର ଗୋପାଳଜୀ, କ୍ଷେତରାଜପୁର, ବଡ଼ବଜାର, ବାଲିବନ୍ଧର ରଘୁନାଥଜୀଉ,ସାକ୍ଷୀପଡ଼ାର ରାଧାମଦନଗୋପାଳ ମନ୍ଦିରରେ ଶ୍ରୀ ଜଗନ୍ନାଥ ପୂଜା ପାଆନ୍ତି । ଏମାନଙ୍କ ମଧ୍ୟରୁ ଅନେକ ସ୍ଥାନରେ ଜଗନ୍ନାଥଙ୍କ ସମେତ ବଳଭଦ୍ର ଓ ସୁଭଦ୍ରା ଏକାଠି ପୂଜା ପାଆନ୍ତି । ପଚାଶ ଦଶକ ବେଳକୁ ହୀରାକୁଦ ନଦୀବନ୍ଧ ତିଆରି ଲାଗି କିଛି ମନ୍ଦିର ବୁଡ଼ିଗଲା । ସେ ଭିତରୁ ସହର ବୁଢ଼ାରଜାରେ ବସ୍ତି ଆରମ୍ଭ କରିଥିବା ଉଦବୁସ୍ତ ପରିବାରମାନେ ସେମାନଙ୍କ ବାପା ଅଜାଙ୍କ ପତରା ଗାଁରୁ ୩ବିଗ୍ରହ ଆଣି କରି ରଥଯାତ୍ରା ଆରମ୍ଭ କରିଥିଲେ ।ରଥଯାତ୍ରାଦିନ ରଥଗୁଡ଼ିକ ପଛକୁ ପଛ ହୋଇ ଯାତ୍ରା କରନ୍ତି। ତେଣୁ ଲୋକମୁଖରେ ଅଛି: ରଥଯାତ୍ରାର ନଅ ଦିନ ଜଗନ୍ନାଥ ନଅଟି ଭିନ୍ନ ଭିନ୍ନ ବେଶରେ ସଜେଇ ହୁଅନ୍ତି । ଶେଷ ଦିନରେ ବରହମପୁରା ମନ୍ଦିରର ମହାପୁରୁ ରାଜ୍ୟ ଅଭିଷେକ ଅବତାରରେ ଧାରଣ କରନ୍ତି । ତାଙ୍କୁ ୧୦୮ ପ୍ରକାର ଅଳଙ୍କାରରେ ବେଶ ଲାଗି ହୁଏ । ମନ୍ଦିରରେ ଗମ୍ଭୀରା ଭିତରକୁ ପହଣ୍ଡି ବିଜେ କଲାବେଳେ ବଚନିକା ପାଠ କରାଯାଏ । ରଥଛୁଆଁ / ରଥଛିଆଁ ବିଶ୍ୱାସ ସମ୍ବଲପୁରରେ ରଥଛିଆଁ ଗୋଟିଏ ଅଲଗା ଓ ନିଆରା ପରମ୍ପରା । ଜନମ ହେଲା ଛୁଆକୁ ଭାତ ଖୁଆ ହେଲା ପରଠୁ ଦେଉଳ ପ୍ରବେଶ ବିଧି ଅଛି । ଏହା ଆଗରୁ ରଥଛିଆଁ ବିଧି ଅଛି । ରଥଯାତ୍ରା ବେଳେ ଛୁଆମାନଙ୍କୁ ନୂଆ କନା ନୂଆ ଜାମା ପିନ୍ଧାଇ ରଥାଋଢ଼ ବିଗ୍ରହଙ୍କୁ ଦର୍ଶନ କରାଯାଏ । ଏହାଦ୍ୱାରା ଛୁଆର ଭବିଷ୍ୟତ ଉଜ୍ଜ୍ୱଳ ହେବାର ବିଶ୍ୱାସ କରାଯାଏ । ସେଥିପାଇଁ ମା ବାପାମାନେ ଛୁଆକୁ ରଥଛିଆଁ କରେଇଥାଆନ୍ତି । |
ଡୁଲୋକ୍ସେଟିନ (ଇଂରାଜୀ ଭାଷାରେ , ଏକ ବ୍ୟବସାୟୀକ ନାମ ସିମ୍ବାଲ୍ଟା/ ) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ଜେନେରାଲାଇଜଡ ଆଙ୍ଗଜାଇଟି ଡିଜଅର୍ଡ଼ର , ଫାଇବ୍ରୋମ୍ୟାଲ୍ଜିଆ, ଓ ନିଉରୋପାଥିକ ଯନ୍ତ୍ରଣା ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ଡୁଲୋକ୍ସେଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ଅଇ, ଥକ୍କାଣ ଅନୁଭବ, ମୁଣ୍ଡ ଓଜନିଆ, ଉତ୍ତେଜନା, ଯୌନ ସମସ୍ୟା ଓ ଅଧିକ ସ୍ୱେଦ ନିର୍ଗତ ହୁଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ସଙ୍କଟ, ସେରୋଟୋନିନ ସିଣ୍ଡ୍ରୋମ, ମାନିଆ , ଓ ଯକୃତ ସମସ୍ୟ ହୋଇପାରେ । ଏହି ଔଷଧ ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଉଇଥଡ୍ରଆଲ ସିଣ୍ଡ୍ରୋମ ସୃଷ୍ଟି ହୋଇପାରେ । ଗର୍ଭାବସ୍ଥାର ଶେଷ ଭାଗରେ ଏହା ଶିଶୁର କ୍ଷତି କରିପାରେ । ଏହା ଏକ ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର ଔଷଧ । ଏହାର କାର୍ଯ୍ୟବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୨୦୦୪ରେ ଡୁଲୋକ୍ସିଟିନ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ ବିକ୍ରୟ ହୁଏ । ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୦ ଆମେରିକୀୟ ଡଲାର ଥିଲା । ସନ ୨୦୧୬ରେ ଏହାର ୧୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୪୮ତମ ସ୍ଥାନ ଅଧିକାର କରିଥିଲା । |
ସଚ୍ଚିଦାନନ୍ଦ ମିଶ୍ର (ମୃତ୍ୟୁ: ୨୦୧୫) ଜଣେ ଓଡ଼ିଆ ଲେଖକ ଓ ସମାଲୋଚକ ଥିଲେ । ୧୯୮୪ ମସିହାରେ ତାଙ୍କୁ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ବଳଦେବ ରଥ ଅଧ୍ୟୟନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ରଚନାବଳୀ ବଳଦେବ ରଥ ଅଧ୍ୟୟନ (ପ୍ରବନ୍ଧ) ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ ମୃତ୍ୟୁ ୨୦୧୫ ମସିହାର ଅଗଷ୍ଟ ମାସରେ ସେ ମୃତ୍ୟୁବରଣ କରିଥିଲେ । |
ମାଣିକରାମ ମହାନ୍ତ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ ମାଣିକରାମ ମହାନ୍ତ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ । |
୮୬୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ତେଲକୋଇ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡ଼ିଭିଜନ ଅନ୍ତର୍ଗତ ଗୋଟିଏ ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀ । ତେଲକୋଇ ବ୍ଲକରେ ମୋଟ ୧୪୫ଟା ଗାଁ ଅଛି। |
ଟୋଲାଜାମାଇଡ (ଇଂରାଜୀ ଭାଷାରେ ), ଟୋଲିନାସେ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଟାଇପ-୨ ମଧୁମେହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ । ଔଷଧର ପ୍ରଭାବ ୨୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଭୋକ କମିବା, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋପାରେ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ କମ୍ ରକ୍ତ ଶର୍କରା ଅନ୍ତର୍ଭୁକ୍ତ ହୋଇପାରେ ଯକୃତ କିମ୍ବା ବୃକ୍କ ଜନିତ ସମସ୍ୟାରେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ଦେଖାଯାଏ । ଏହା ଏକ ସଲଫୋନିଲୁରିଆ ଅଟେ । ୧୯୬୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟୋଲାଜାମାଇଡ୍ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୨୫୦ ମିଗ୍ରା ବିଶିସ୍ଟ ୯୦ଟି ବଟିକାର ମୂଲ୍ୟ ପ୍ରାୟ ୫୪ ଡଲାର |
ଜୀବାଣୁ ଶ୍ୱାସନଳୀ ପ୍ରଦାହ ରୋଗରେ ଜୀବାଣୁ ସଂକ୍ରମଣ ଯୋଗୁ ପ୍ରଦାହ ହୁଏ । ଏହାର ଲକ୍ଷଣ ମଧ୍ୟରେ ଶ୍ୱାସକ୍ରିୟା ସମୟରେ ଘଡ଼ ଘଡ଼ ଶବ୍ଦ, ଜ୍ୱର, ଖଙ୍କାର ମିଶ୍ରିତ କାଶ ଏବଂ ଯନ୍ତ୍ରଣା ହୋଇପାରେ । ରୋଗ ଜଟିଳ ହେଲେ ବାୟୁପଥରେ ଅବରୋଧ କିମ୍ବା ଟ୍ରାକିଆଲ୍ ଷ୍ଟେନୋସିସ୍ ବା ଶ୍ୱାସନଳୀ ସଙ୍କୋଚନ ହୋଇପାରେ । ଏହା କ୍ରୁପ୍ କିମ୍ବା ଅନ୍ୟାନ୍ୟ ଭୂତାଣୁ ଜନିତ ଶ୍ୱାସକ୍ରିୟା ସଂକ୍ରମଣ ପରେ ହୋଇପାରେ । ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ଏଣ୍ଡୋଟ୍ରାକିଆଲ୍ ଇଣ୍ଟ୍ୟୁବେସନ୍, ଟ୍ରାକିଓଷ୍ଟୋମି ଏବଂ ଖରାପ ପ୍ରତିରକ୍ଷା କାର୍ଯ୍ୟ ଯୋଗୁ ହୋଇପାରେ । ସାଧାରଣତଃ ଜଡ଼ିତ ଜୀବାଣୁ ମଧ୍ୟରେ ଷ୍ଟାଫିଲୋକୋକସ୍ ଅରିଅସ୍ ଏବଂ ଷ୍ଟ୍ରେପଟୋକୋକାଇ ଅନ୍ତର୍ଭୁକ୍ତ। ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ବ୍ରୋଙ୍କୋସ୍କୋପି କିମ୍ବା ଏକ୍ସ-ରେଦ୍ୱାରା ଏହା ନିଶ୍ଚିତ ହୋଇପାରେ। ଚିକିତ୍ସାରେ ଆଣ୍ଟିବାୟୋଟିକ୍ ଏବଂ ବେଳେବେଳେ ଏଣ୍ଡୋଟ୍ରା କିଆଲ ଇଣ୍ଟ୍ୟୁବେସନ୍ କରାଯାଏ । ଆଣ୍ଟିବାୟୋଟିକ୍ ମଧ୍ୟରେ ସେଫ୍ଟ୍ରିଆକ୍ସନ୍ ସହିତ ଭାନକୋମାଇସିନ୍ କିମ୍ବା ଆମୋକ୍ସିସିଲିନ୍/କ୍ଲାଭୁଲାନେଟ୍ ଦିଆଯାଇ ପାରେ । ପ୍ରଶ୍ୱାସପ୍ରାପ୍ତ ଏପିନେଫ୍ରିନ୍ ଉପଯୋଗୀ ନୁହେଁ । ଚିକିତ୍ସା ସହିତ ଫଳାଫଳ ସାଧାରଣତଃ ଭଲ ହୋଇଥିଲେ ମଧ୍ୟ ଲୋକମାନେ ଏହାର ପରିଣାମ ସ୍ୱରୂପ ମରିପାରନ୍ତି । ଜୀବାଣୁ ଶ୍ୱାସନଳୀ ପ୍ରଦାହ ଏକ ବିରଳ ରୋଗ, ପ୍ରତିବର୍ଷ ପ୍ରାୟ ୧ରୁ ୧୦ ପିଲାଙ୍କୁ ପ୍ରଭାବିତ କରିଥାଏ। ଏହା ସାଧାରଣତ ୩ରୁ ୮ବର୍ଷ ବୟସର ଛୋଟ ପିଲାମାନଙ୍କୁ ପ୍ରଭାବିତ କରିଥାଏ । ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୋଇପାରନ୍ତି। ଏହା ସାଧାରଣତ ଶୀତ ଶେଷରେ ଦେଖାଯାଏ । ପ୍ରଥମେ ୧୯୨୦ ଦଶକରେ ଏହି ଅବସ୍ଥା ବର୍ଣ୍ଣନା କରାଯାଇଥିଲା। |
ପ୍ରାଚୀ ନଦୀ ବା ପ୍ରାଚୀସରସ୍ୱତୀ ନଦୀ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବାହିତ ଏକ ପୁରାତନ, ମାତ୍ର କ୍ଷୁଦ୍ର ନଦୀ। ସଂସ୍କୃତ ପଦ୍ମପୁରାଣ ଅନୁସାରେ ପ୍ରାଚୀ ନଦୀ ଗଙ୍ଗାଠାରୁ ମଧ୍ୟ ପୁରାତନ। ପୁଣ୍ୟତୋୟା ପ୍ରାଚୀ ନାମରେ ପ୍ରସିଦ୍ଧ ଏହି ନଦୀକୁ ଅତ୍ୟନ୍ତ ପବିତ୍ର ଭାବରେ ଗ୍ରହଣ କରାଯାଏ । ପୁରାଣ ଓ ଇତିହାସ ପ୍ରସିଦ୍ଧ ଏହି ନଦୀଟିର ବର୍ତ୍ତମାନ ଦୈର୍ଘ୍ୟ ୬୦ରୁ ୭୦ କି.ମି. ମଧ୍ୟରେ । ଏହି ନଦୀ କୂଳରେ ଅନେକ ପୁରାତନ ଦେବପୀଠ ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳେ । ଶୈବ, ବୈଷ୍ଣବ, ଶାକ୍ତ, ବୌଦ୍ଧ, ଜୈନ ଆଦି ନାନାଦି ପରମ୍ପରାର ବିଚିତ୍ର ସହାବସ୍ଥାନ ଏହି ନଦୀ ଉପତ୍ୟକାରେ ରହିଛି । ପ୍ରାଚୀନ ଐତିହ୍ୟ ସମ୍ପନ୍ନ ପ୍ରାଚୀନଦୀର ଉଲ୍ଲେଖ ପଦ୍ମ ପୁରାଣ ତଥା ଅନ୍ୟାନ୍ୟ ଗ୍ରନ୍ଥରେ ମିଳିଥାଏ । ଐତିହାସିକମାନଙ୍କ ମତରେ ପ୍ରାଚୀ ମହାନଦୀର ଏକ ପୁରାତନ ଅଂଶବିଶେଷ । ନାମର ଉତ୍ପତ୍ତି ପ୍ରାଚୀ ଶବ୍ଦର ଆକ୍ଷରିକ ଅର୍ଥ 'ପୂର୍ବଦିଗ' ଅଟେ। ପୌରାଣିକ ବର୍ଣ୍ଣନା ଅନୁଯାୟୀ, ଦେବତାମାନଙ୍କ ପ୍ରାର୍ଥନା ରକ୍ଷା କରି, ସରସ୍ୱତୀ ନଦୀ କପିଳ ମୁନୀଙ୍କ ଆଶ୍ରମରୁ ଉଦ୍ଭୂତା ହୋଇ ସମୁଦ୍ରରେ ମିଶିଥିଲେ । ପୂର୍ବାଭିମୁଖୀ ହୋଇ ଗତି କରିବାରୁ ତାଙ୍କର ନାମ ପ୍ରାଚୀ ସରସ୍ୱତୀ ହେଲା। ସମୟ କ୍ରମେ ସରସ୍ୱତୀ ଶବ୍ଦର ବ୍ୟବହାର ବନ୍ଦ ହୋଇ କେବଳ ପ୍ରାଚୀ ନାମରେ ଏହି ନଦୀ ଜଣାଗଲା । ତ୍ରିଲୋଚନ ଦାସଙ୍କ ଗ୍ରନ୍ଥ ପ୍ରାଚୀ ମାହାତ୍ମ୍ୟରେ ମଧ୍ୟ ଉଲ୍ଲେଖ ରହିଛି ଯେ ସମୁଦ୍ରରେ ମହାଦେବଙ୍କ ରେତ ସ୍ଖଳିତ ହୋଇ ବାଡ଼ବାନଳ ଜାତ ହେଲା । ଏହା ଯୋଗୁଁ ଜଗତରେ ସମସ୍ତ ପ୍ରାଣୀ ଭୟଭୀତ ହେଲେ । ଏହି ବାଡ଼ବାନଳକୁ ଶମିତ କରିବା ପାଇଁ ଦେବତାମାନେ ଗଙ୍ଗା, ଯମୁନା ଓ ନର୍ମଦା ଆଦି ଦେବୀମାନଙ୍କୁ ଅନୁରୋଧ କଲେ, କିନ୍ତୁ ସେହି ଦେବୀମାନେ ଏ କାର୍ଯ୍ୟ କରିବାକୁ ଅକ୍ଷମ ହେବାରୁ ଶେଷକୁ ଯାଇ ସରସ୍ୱତୀଙ୍କ ଶରଣ ପଶିଲେ । ସରସ୍ୱତୀ ଦେବଦେବୀଙ୍କ ଅନୁରୋଧ ରକ୍ଷା କରି ପଶ୍ଚିମ ଦିଗରୁ ପାତାଳପୁର ମାର୍ଗ ଦେଇ ପୂର୍ବମୁଖୀ ହୋଇ ଆସିଲେ । ଏଣୁ ତାଙ୍କ ଅନ୍ୟ ନାମ ହେଲା 'ପ୍ରାଚୀ' । ଭୌଗୋଳିକ ଅବସ୍ଥିତି ବର୍ତ୍ତମାନର ଅବସ୍ଥିତି ଅନୁସାରେ ପ୍ରାଚୀ ନଦୀ ଫୁଲନଖରା ନିକଟରୁ ବାହାରି, ଅସ୍ତରଙ୍ଗ ନିକଟବର୍ତ୍ତୀ ବେଳଙ୍ଗ ନିକଟରେ ସମୁଦ୍ରରେ ମିଶିଛି । କ୍ଷୁଦ୍ର କଳେବରର ଏହି ନଦୀଟି ବର୍ତ୍ତମାନ ଅଧିକ ସଙ୍କୁଚିତ ହୋଇଯାଇଛି । ପ୍ରାୟ ୬୦ରୁ ୭୦ କି.ମି. ପରେ ଏହା ସମୁଦ୍ରରେ ମିଶିଛି । ଏହି ଦୂରତା ମଧ୍ୟରେ ସୋଲ ନଦୀ, ଯାହାକୁ ପ୍ରାଚୀର ଉପନଦୀ ଭାବରେ କେହି କେହି ଗ୍ରହଣ କରନ୍ତି, ଅନ୍ତର୍ଭୁକ୍ତ । ଏହି ନଦୀଟିର ଅନେକ ଉପନଦୀ ଓ ଶାଖାନଦୀ ରହିଥିଲା । ସମୟକ୍ରମେ ଏସବୁର କଳେବର କମି ଯାଇଛି ତଥା ଅନେକ ନଦୀ ଏବେ ଲୁପ୍ତ । ଏହି ନଦୀ ସମୁଦ୍ରରେ ମିଶିବା ପୁର୍ବରୁ କାଦୁଆ ନାମକ ଅନ୍ୟ ଏକ ନଦୀ ସହ ମିଶିଛି । କାଦୁଆକୁ ପ୍ରାଚୀର ଉପନଦୀ ଭାବରେ ଗ୍ରହଣ କରାଯାଏ । ପ୍ରାଚୀ ଉପତ୍ୟକାର ଐତିହାସିକ ବିଭବ ପ୍ରାଚୀ ନଦୀ କୁଳରେ ପ୍ରାୟ ଶହେରୁ ଅଧିକ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠ।ନ ରହିଛି । ସେଥିମଧ୍ୟରୁ ଗୀତଗୋବିନ୍ଦ ରଚୟିତା ଶ୍ରୀଜୟଦେବଙ୍କ ସାଧନା ପୀଠ କେନ୍ଦୁବିଲ (ବର୍ତ୍ତମାନର କେନ୍ଦୁଲି ଗ୍ରାମ, ବାଲିପାଟଣା ବ୍ଲକ ,ଖୋର୍ଦ୍ଧା ଜିଲ୍ଲା), ଜହାନିଆ ପୀର (ଅସ୍ତରଙ୍ଗ ବ୍ଲକ ,ପୁରୀ), ଅଡସପୁର ନିକଟସ୍ଥ ଗୁପ୍ତମାଣିକ ମଠ (ବରହାପୁର), ସ ।ଧୁଗୁମ୍ଫ। ମଠ (ଓଲଟପୁର), ଫତେଗଡ଼ ମଠ (ବଜ଼ାରସାହୀ), ସିଦ୍ଧଗୁମ୍ଫା ମଠ, ଜଗମୋହନକୁଦ (ସୁନ୍ଦରଗ୍ରାମ), କପିଳମୁନି ଅଶ୍ରମ (ନିଆଳି ବ୍ଲକ), ମାଧବାନନ୍ଦ ଜୀଉ ମଠ (ଅଡସପୁର), ଅନ୍ତର୍ଭେଦୀ ମଠ -ତ୍ରିବେଣୀଘାଟ କଣ୍ଟ।ପଡା ଶାସନ , ରାଧାକାନ୍ତ ମଠ ନୁଅ।ଗଁ।, ଅର୍କତୀର୍ଥ ମଠ ଓ ସିଦ୍ଧମଠ (ନିଆଳି), ରତ୍ନବଟ (ନିମାପଡ଼ା ବ୍ଲକ), ବଳରାମ ଦାସ ଗାଦୀ (ଏବରଂଗ, କୋଣାର୍କ), ବୌଦ୍ଧ ପୀଠ (କୁରୁମା, କୋଣାର୍କ) ଆଦି ପ୍ରସିଦ୍ଧ । ଏତଦ ବ୍ୟତୀତ ଅଡସପୁରରେ ଓ କାକଟପୁରର ନୀଳକଣ୍ଠଶ୍ୱର ମନ୍ଦିରରେ ର୍ଜୈନ ତୀର୍ଥଙ୍କରଙ୍କ ପ୍ରତିମୁର୍ତ୍ତୀ ଦେଖିବାକୁ ମିଳେ । ଏହି ଉପତ୍ୟକା (ଓଲଟପୁର ନିକଟସ୍ଥ ବାଇରୋଇ ଗ୍ରାମ)ରେ ଦିନେ କବି ରାମକୃଷ୍ଣ ନନ୍ଦ ତାଙ୍କ କଲାଜୟୀ ସୃଷ୍ଟି ଆହେ ଦୟାମୟ ବିଶ୍ୱ ବିହାରୀ ରଚନା କରିଯାଇଥିଲେ । ଏଥିରୁ ଜଣାପଡେ ଯେ ପ୍ରାଚୀ ନଦୀ ଉପତ୍ୟକାରେ ସବୁ ଧର୍ମ ଓ ସମ୍ପ୍ରଦାୟର ସମିଶ୍ରଣ ଯୁଗ ଯୁଗ ଧରି ରହିଆସିଛି । ଉପତ୍ୟକା ଐତିହାସିକ ଦୃଷ୍ଟିରୁ ବିଭବପୂର୍ଣ୍ଣ । ଏଠାରେ ବହୁ ଧର୍ମ ଓ ମତବାଦର ସହାବସ୍ଥାନ ଘଟିଥିବାର ଦେଖାଯାଏ । ଏହି ଅଞ୍ଛଳରେ ଭୌମକର, ସୋମ ଓ ଗଙ୍ଗବଂଶ ସମୟର ଅନେକ ସ୍ଥାପତ୍ୟ ଦେଖିବାକୁ ମିଳେ । ଶୈବ, ଶାକ୍ତ, ବୈଷ୍ଣବ ଆଦି ପରମ୍ପରା ପ୍ରଚଳିତ ଅନେକ ପୀଠ ପୁରାତନ କାଳରୁ ଏଠାରେ ବିଦ୍ୟମାନ । ଏହି ଅଞ୍ଛଳରେ ଥିବା ଦ୍ୱାଦଶ ମାଧବ ଓ ଦ୍ୱାଦଶ ଶମ୍ଭୁ ପୀଠଗୁଡ଼ିକ ଅତୀତର ଧାର୍ମିକ ପରମ୍ପରା ବିଷୟରେ ସୂଚନା ଦିଏ । ଏତଦବ୍ୟତୀତ ବୌଦ୍ଧ ଓ ଜୈନ ପରମ୍ପରାର ଅନେକ ପ୍ରମାଣ ଏଠାରେ ମିଳୁଛି । ଅନେକ ସ୍ଥାନରେ ଏକତ୍ର ହରିହର ଉପାସନାର ପୀଠ ଦେଖାଯାଏ ତଥା ଅନେକ ପୁରାତନ ଶୈବ ଓ ବୈଷ୍ଣବ ପୀଠ ଦେଖାଯାଏ । ଅନେକ ଗୁଡ଼ିଏ ଶାକ୍ତ ଉପାସନା ଓ ତନ୍ତ୍ର ପୀଠ ମଧ୍ୟ ଦେଖିବାକୁ ମିଳେ । ପ୍ରଧାନ ହିନ୍ଦୁ ପୀଠମାନଙ୍କ ମଧ୍ୟରେ ନିଆଳିର ଶୋଭନେଶ୍ୱର, ମାଧବର ମାଧବାନନ୍ଦ ଜୀଉ, ଚୌରାସୀର ବରାହୀ ମନ୍ଦିର ଓ କାକଟପୁରର ମଙ୍ଗଳା ମନ୍ଦିର ଅନ୍ୟତମ । ବର୍ତ୍ତମାନ କୌଣସି ବୌଦ୍ଧପୀଠ ବିଦ୍ୟମାନ ନଥିଲେ ମଧ୍ୟ ଅନେକ ସ୍ଥାନରେ ବୌଦ୍ଧ ଓ ଜୈନ ମୂର୍ତ୍ତୀ ହିନ୍ଦୁ ମନ୍ଦିରରେ ପୂଜା ହେବାର ଦେଖିବାକୁ ମିଳେ । ଏକଦା ପ୍ରାଚୀର ଏକ ଶାଖା ନଦୀ ଥିବା ଚିତ୍ରୋତ୍ପଳା ନଦୀ ମୁହାଣରେ ଏକ ବନ୍ଦର ଥିବା ବିଶ୍ୱାସ କରାଯାଏ । ସାରଳା ମହାଭାରତରେ ଏହି ନଦୀ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ନଦୀ କୂଳରୁ ଅନେକ ବଡ଼ ପ୍ରସ୍ତର ମିଳୁଅଛି । କିମ୍ବଦନ୍ତୀ ଅନୁସାରେ କୋଣାର୍କ ମନ୍ଦିର ନିର୍ମାଣ ସମୟରେ ପ୍ରାଚୀ ଓ ଚିତ୍ରୋତ୍ପଳା ନଦୀଦ୍ୱାରା ପଥର ବୁହାଯାଉ ଥିଲା । ପ୍ରାଚୀ ଉପତ୍ୟକାରେ ଅନେକ ପୁରାତନ ଗଡ ମଧ୍ୟ ଦେଖିବାକୁ ମିଳେ । ବର୍ତ୍ତମାନ ଏହି ନଦୀ କ୍ଷୁଦ୍ର କଳେବର ଧାରଣ କରିଛି, ମାତ୍ର ପୁର୍ବରୁ ଏହାର ବିସ୍ତୃତି ଅଧିକ ଥିଲା । ନିକଟରେ ଏହି ନଦୀ ଉପତ୍ୟକାରେ ତାମ୍ରପ୍ରସ୍ତର ଯୁଗର ସଭ୍ୟତାର ପ୍ରମାଣ ମିଳିଛି । କଟକ ଜିଲ୍ଲା ନିଆଳି ଅଂଚଳର ଭାରତୀ ହୁଡା ନିକଟରେ ପୁରୁଣା ଯୁଗର ସତ ଜାଣିବାକୁ ଉଦ୍ୟମ କରୁଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ । ଅନ୍ୟୂନ ୪,୦୦୦ ବର୍ଷ ତଳର ମାଟି ପାତ୍ର, ପଥରର କୁରାଢୀ, ମଣିଷଙ୍କ ବ୍ୟବହାର କରୁଥିବା ଉପକରଣ, ଜୀବଜନ୍ତୁ, ମଣିଷଙ୍କ ହାଡ଼ର ସନ୍ଧାନ ମିଳିଛି । ପ୍ରାଚୀ ମାହାତ୍ମ୍ୟ ଓ ଧାର୍ମିକ ବିଶ୍ୱାସ ସଂସ୍କୃତ ପଦ୍ମପୁରାଣର ଏକ ଅଂଶରେ ପ୍ରାଚୀନଦୀ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ରହିଛି । ଏହା ପ୍ରାଚୀ ମାହାତ୍ମ୍ୟ ନାମରେ ପ୍ରସିଦ୍ଧ । ଏହି ଗ୍ରନ୍ଥରେ ପ୍ରାଚୀନଦୀ ତୀରସ୍ଥ ବିଭିନ୍ନ ଦେବପୀଠର ବର୍ଣ୍ଣନା ଓ ପ୍ରାଚୀନଦୀର ଉତ୍ପତ୍ତି ସମ୍ବନ୍ଧୀୟ କିମ୍ବଦନ୍ତୀର ଉଲ୍ଲେଖ ମିଳେ । ପ୍ରାଚୀନଦୀକୁ ଏକ ଅତି ପବିତ୍ର ନଦୀ ଭାବରେ ଗ୍ରହଣ କରାଯାଏ । ପ୍ରାଚୀନଦୀ ଗଙ୍ଗାଠାରୁ ମଧ୍ୟ ପୁରାତନ ବୋଲି ବିଶ୍ୱାସ କରାଯାଏ । ତ୍ରିବେଣୀ ନାମକ ସ୍ଥାନରେ ଯେଉଁଠାରେ ପ୍ରାଚୀ ସହ ମଣିକର୍ଣ୍ଣିକା ନାମକ ଉପନଦୀ ମିଶିଛି, ଗୁପ୍ତ ଗଙ୍ଗାର ଏକ ଧାରା ମଧ୍ୟ ମିଶିଛି ବୋଲି ବିଶ୍ୱାସ କରାଯାଏ । ଏହି ସ୍ଥାନରେ ତ୍ରିବେଣୀ ଅମାବାସ୍ୟାରେ ଏକ ବୁଡ଼ ପଡେ ଓ ଅନେକ ଲୋକ ସ୍ନାନ କରନ୍ତି । ପ୍ରାଚୀ କୂଳରେ ଅଗ୍ନିତୀର୍ଥ, ଚକ୍ରତୀର୍ଥ ଆଦି ଅନେକ ତୀର୍ଥ ଆଜି ମଧ୍ୟ ବିଦ୍ୟମାନ । କାକଟପୁରର ପ୍ରସିଦ୍ଧ ମଙ୍ଗଳା ମନ୍ଦିର ଓ ଦେଉଳୀ ମଠ ପ୍ରାଚୀ କୂଳରେ ଅବସ୍ଥିତ । ଏତଦ୍ବ୍ୟତୀତ ପ୍ରାଚୀ କୂଳରେ ଅନେକ ପୁରାତନ ମଠ ଓ ଆଶ୍ରମ ଦେଖାଯାଏ । ଏଠାରେ ମିଳୁଥିବା ଅବଶେଷରୁ ଜଣାପଡେ, ଏକଦା ବୌଦ୍ଧ ଓ ଜୈନ ଧର୍ମର ପ୍ରଭାବ ରହିଥିଲା । ଚୌରାସୀର ବରାହୀ ମନ୍ଦିରରୁ ତନ୍ତ୍ରର ପ୍ରଭାବ ଅନୁମାନ କରିହୁଏ । |
ସାଥ୍ୟମଙ୍ଗାଲମ ଏକ ଭାରତୀୟ ପୌରପାଳିକା ଅଟେ । ଏହା ତାମିଲନାଡୁର ଏରୋଦେ ଜିଲ୍ଲାରେ ଅବସ୍ଥିତ । ଜନସଂଖ୍ୟା ଓ ସାକ୍ଷରତା ୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଥ୍ୟମଙ୍ଗାଲମ ସହରର ମୋଟ ଜନସଂଖ୍ୟା ୩୩୭୩୮ ଅଟେ । ସେଥି ମଧ୍ୟରୁ ୫୦.୯୨% ଜଣ ପରୁଷ ହୋଇଥିବା ବେଳେ ୪୯.୦୮% ଜଣ ନାରୀ ଅଟନ୍ତି । ସାଥ୍ୟମଙ୍ଗାଲମର ସାକ୍ଷରତା ହାର ୬୭.୫୦% ଅଟେ । ଏହା ଜାତୀୟ ହାରଠାରୁ -୨.୬୬% ପ୍ରତିଶତ କମ ଅଟେ । ସେଥିରୁ ୩୭.୭୩% ପ୍ରତିଶତ ପୁରୁଷ ଓ ୨୯.୭୬% ନାରୀ ଅଟନ୍ତି । ୯.୩୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି । ଭାଷା ତାମିଲ ସାଥ୍ୟମଙ୍ଗାଲମର ସରକାରୀ ଭାଷା ଅଟେ । |
ଦୋହରା ବିଷୋୟୀ ଜଣେ ସ୍ୱାଧୀନତା ସଂଗ୍ରାମୀ । ସେ ଓଡ଼ିଶାର କଳାହାଣ୍ଡି ଜିଲାର "କନ୍ଧମେଳି" ରେ ଭାଗନେଇଥିବା ଜଣେ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର । ସ୍ୱାଧୀନତାରେ ଭୂମିକା ୧୮୩୬ ମସିହାରେ ଘୁମୁସରର ରାଜା ଥିଲେ ଧନଞ୍ଜୟ ଭଞ୍ଜ ଏବଂ ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଷୋୟୀ । ଧନଞ୍ଜୟ ଭଞ୍ଜ ଇଂରେଜମାନଙ୍କୁ ରାଜସ୍ୱ ପୈଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରିଦିଆଯାଇଥିଲା ଏବଂ ସେତେବେଳେ ଇଂରେଜମାନଙ୍କ ବିରୋଧରେ ଏକ ବିପ୍ଳବ ଆରମ୍ଭ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଦୋହରା ବିଷୋୟୀ । ସେ ୧୮୩୫ରୁ ୧୮୩୭ ଯାଏଁ ଏହି ବିପ୍ଳବକୁ ଜାରି ରଖିଥିଲେ । କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ମାନ ରହିଥାନ୍ତି । ସେମାନଙ୍କ ଭିତରେ "କୁଇ" ଓ "କୁବି" ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀ ଓ ଦୋହରା ବିଷୋୟୀ ଅନ୍ୟତମ । ଚକରା ବିଷୋୟୀଙ୍କ ସହ ସେ କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ "କନ୍ଧ ମେଳି" ଜରିଆରେ ସେ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ । ଦୋହରାଙ୍କ ନେତୃତ୍ୱରେ କନ୍ଧମାନେ ଧନୁତୀର ସାହାଯ୍ୟରେ ୧୩ ଜଣ ଇଂରେଜ ସୈନ୍ୟ ଏବଂ ୨ ଜଣ ଇଂରେଜ ସେନାପତିଙ୍କୁ ହତ୍ୟ କରିଥିଲେ । ଦୋହରାଙ୍କୁ ଅନୁଗୋଳଠାରେ ବନ୍ଦୀ କରାଯାଇଥିଲା ଏବଂ ମାନ୍ଦ୍ରାଜରେ ତାଙ୍କର ମୃତ୍ୟୁ ହୋଇଥିଲା । |
ଅଗଷ୍ଟା ଏଡା କିଙ୍ଗ, କାଉଣ୍ଟେସ୍ ଅଫ୍ ଲଭ୍ଲେସ୍ ୧୦ ଡିସେମ୍ବର ୧୮୧୫-୨୭ ନଭେମ୍ବର ୧୮୫୨, ଜନ୍ମନାମ - ଅଗଷ୍ଟା ଏଡା ବାଇରନ୍ ଜଣେ ବ୍ରିଟିଶ ଗଣିତଜ୍ଞ ଥିଲେ ଏବଂ ଏଡା ଲଭ୍ଲେସ୍ ନାମରେ ଜଣାଶୁଣା । ସେ ମୁଖ୍ୟତଃ ଭାବେ ଚାର୍ଲସ୍ ବ୍ୟାବେଜ୍ଙ୍କଦ୍ୱାରା ଆଦ୍ୟ ନିର୍ମିତ ଯାନ୍ତ୍ରିକ କମ୍ପ୍ୟୁଟର ଆନାଲିଟିକାଲ୍ ଇଞ୍ଜିନ ଉପରେ ଅନେକ କାର୍ଯ୍ୟ କରିଥିଲେ । ତାଙ୍କଦ୍ୱାରା ପ୍ରସ୍ତୁତ ନୋଟ୍ ବା ତମସୁକ ଗୁଡ଼ିକୁ କୌଣସି ଏକ ଯନ୍ତ୍ର ବା ମେସିନ ଉଦ୍ଦେଶ୍ୟରେ ଲିଖିତ ପ୍ରଥମ ଆଲ୍ଗୋରିଦମ୍ ବୋଲି ମାନ୍ୟତା ମିଳିଛି ଏବଂ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର କୁହାଯାଇଥାଏ । ଏଡା ଲଭ୍ଲେସ୍ଙ୍କ ଜନ୍ମ ୧୦ ଡିସେମ୍ବର ୧୮୧୫ରେ ପ୍ରସିଦ୍ଧ ଇଂରାଜୀ କବି ଲର୍ଡ ବାଇରନ୍ ଓ ଆନେ ଇଜାବେଲା ବାଇରନ୍ଙ୍କ ଔରସରୁ ହୋଇଥିଲା । ଏଡାଙ୍କ ଜନ୍ମର ଏକମାସ ପରେ ତାଙ୍କ ବାପା, ମାଆଙ୍କଠାରୁ ଅଲଗା ହୋଇଯାଇଥିଲେ ଓ ଚାରିମାସ ପରେ ଇଂଲଣ୍ଡ ଛାଡ଼ି ଚାଲିଯାଇଥିଲେ; ଏବଂ ଶେଷରେ "ଗ୍ରୀକ୍ ସ୍ୱାଧୀନତା ସଂଗ୍ରାମ " ସମୟରେ ରୋଗରେ ପୀଡ଼ିତ ହୋଇ ଏଡାଙ୍କୁ ୮ ବର୍ଷ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ । ଏଡାଙ୍କ ମାଆ ଲର୍ଡ ବାଇରନ୍ଙ୍କ ପ୍ରତି ତିକ୍ତତା ହେତୁ ଏଡାଙ୍କୁ ତାଙ୍କଠାରୁ ଦୂରେଇ ରଖିବାକୁ, ଏଡାଙ୍କୁ ଗଣିତ ଓ ତର୍କ ପଢ଼ିବାକୁ ଅଧିକା ଉତ୍ସାହିତ କରିଥିଲେ । ଏହା ସତ୍ତ୍ୱେ ଏଡା ନିଜ ବାପାଙ୍କ ପ୍ରତି ଆଗ୍ରହ ରଖିଥିଲେ ଏବଂ ନିଜର ଶେଷ ଇଚ୍ଛା ଅନୁସାରେ, ନିଜ ବାପାଙ୍କ ସମାଧି କଡ଼ରେ ସମାଧି ନେବାର ଅଭିଳାଷ ପୂରଣ କରିଥିଲେ । ଏଡା ନିଜର ଦୃଷ୍ଟିକୋଣକୁ "କାବ୍ୟିକ ବିଜ୍ଞାନ " ଓ ନିଜକୁ ଜଣେ "ବିଶ୍ଳେଷିକା (ଓ ତତ୍ତ୍ୱଜ୍ଞାନୀ) ଭାବେ ବର୍ଣ୍ଣନା କରିଛନ୍ତି । ଆଦ୍ୟ ଯୌବନରେ ନିଜର ଗଣିତ ପ୍ରତିଭା ହେତୁ ସମସାମୟିକ ବ୍ରିଟିଶ ଗଣିତଜ୍ଞ ଚାର୍ଲସ୍ ବ୍ୟାବେଜ୍ଙ୍କ ସହିତ ତାଙ୍କର ସଂପର୍କ ଓ ବନ୍ଧୁତା ଥିଲା, ଏବଂ ବିଶେଷ ଭାବେ ସେ ଚାର୍ଲସ୍ ବ୍ୟାବେଜ୍ ଆନାଲିଟିକାଲ୍ ଇଞ୍ଜିନ ଉପରେ କରିଥିବା ଗବେଷଣା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ । ୧୮୪୨-୪୩ ମଧ୍ୟରେ ସେ "ଫେଡେରିକୋ ଲୁଇଗି ମେନାବ୍ରିଆ" ନାମକ ଜଣେ ଇଟାଲୀୟ ସେନାବାହିନୀର ଇଞ୍ଜିନିୟରଙ୍କ କାମକୁ ଅନୁବାଦ କରିଥିଲେ, ଏବଂ ନିଜର ଏକ ବିସ୍ତୃତ ନୋଟ୍ ପ୍ରଦାନ କରିଥିଲେ । ଏହି ନୋଟ୍ରେ ମେସିନ୍ ନିମନ୍ତେ ଲିଖିତ ପ୍ରଥମ ପ୍ରୋଗ୍ରାମ ରହିଥିବାର ବିଶ୍ୱାସ କରାଯାଏ । ଏଡାଙ୍କ ନୋଟ୍ ଗୁଡ଼ିକୁ କମ୍ପ୍ୟୁଟରର ଆଦ୍ୟ-ଇତିହାସ ଦୃଷ୍ଟିରୁ ଅତି ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଏ ଓ ସେ କମ୍ପ୍ୟୁଟର କେବଳ ସଂଖ୍ୟାଗଣନା ନ କରି ଅନ୍ୟ କାମ ପାଇଁ ଉପଯୋଗୀ ହୋଇପାରିବ ବୋଲି ମଧ୍ୟ କଳ୍ପନା କରିଥିଲେ । ତାଙ୍କର କାବ୍ୟିକ ବିଜ୍ଞାନ ଦୃଷ୍ଟିକୋଣ ଆନାଲିଟିକାଲ୍ ଇଞ୍ଜିନ ଉପରେ ଅନେକ ପ୍ରଶ୍ନ ଉଠାଇଥିଲା ଏବଂ ସମାଜ ଓ ବ୍ୟକ୍ତିବିଶେଷ ମଧ୍ୟରେ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା କିପରି ଭାବେ ସହଯୋଗୀ ହୋଇପାରିବ ସେ ଉପରେ ଅନେକ ପରୀକ୍ଷା ହୋଇଥିଲା । ଜୀବନୀ ବାଲ୍ୟ ଜୀବନ ଏଡା ଲଭ୍ଲେସ୍ଙ୍କ ଜନ୍ମ ୧୦ ଡିସେମ୍ବର ୧୮୧୫ରେ ଇଂରାଜୀ କବି ଜର୍ଜ ଗର୍ଡନ୍ ବାଇରନ୍, ୬ଷ୍ଠ ବାରନ୍ ବାଇରନ୍, ଓ ଆନେ ଇଜାବେଲା "ଆନାବେଲା" ମିଲ୍ବାଙ୍କେ ବାରୋନେସ୍ ବାଇରନ୍ଙ୍କ ଔରସରୁ ଅଗଷ୍ଟା ଏଡା ବାଇରନ୍ ନାମରେ ହୋଇଥିଲା । ଜର୍ଜ ବାଇରନ୍ ଏକ ପୁତ୍ର ସନ୍ତାନର ଆଶା ପୋଷଣ କରିଥିଲେ ଓ ସ୍ତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ନିରାଶ ହୋଇଥିଲେ । ଅଗଷ୍ଟାଙ୍କ ନାମକରଣ ବାଇରନ୍ଙ୍କ ସାବତ ଭଉଣୀ ଅଗଷ୍ଟା ଲିଃଙ୍କ ନାମ ଅନୁସାରେ ହୋଇଥିଲା ଓ ବାଇରନ୍ ତାଙ୍କୁ "ଏଡା" ନାମରେ ସମ୍ବୋଧନ କରୁଥିଲେ । ଜାନୁଆରୀ ୧୬, ୧୮୧୬ରେ ଆନାବେଲା ନିଜ ପିତାମାତାଙ୍କ କଥାରେ, ତାଙ୍କ କିର୍କବି ମାଲୋରିସ୍ଥିତ ନିଜ ଘରକୁ ଏକମାସର ଏଡାଙ୍କୁ ଧରି ଚାଲିଯାଇଥିଲେ । ସେ ସମୟର ବ୍ରିଟିଶ ନିୟମ ଅନୁଯାୟୀ ବିବାହ ବିଚ୍ଛେଦ କ୍ଷେତ୍ରରେ ବାପାମାନେ ନିଜ ସନ୍ତାନର ଅଭିଭାବକ ଦାୟିତ୍ୱ ତୁଲାଉଥିଲେ ମଧ୍ୟ, ବାଇରନ୍ ନିଜର ପୈତୃକ ଅଧିକାର ଦାବୀ କରିନଥିଲେ; କିନ୍ତୁ ନିଜ ଭଉଣୀଙ୍କୁ ଏଡାଙ୍କ ବିକାଶ ସଂପର୍କୀୟ ଖବର ଜଣାଇବାକୁ ଅନୁରୋଧ କରିଥିଲେ । ୨୧ ଏପ୍ରିଲରେ ବାଇରନ୍ ବିଚ୍ଛେଦ ପତ୍ରରେ ସ୍ୱାକ୍ଷର କରିଥିଲେ ଓ ନିଜର ଅନିଚ୍ଛା ସତ୍ତ୍ୱେ କିଛିଦିନ ପରେ ଇଂଲଣ୍ଡ ଛାଡ଼ି ଚାଲିଯାଇଥିଲେ । ବିବାହ ବିଚ୍ଛେଦ ଉପରାନ୍ତ, ଆନାବେଲା ବାରରନ୍ଙ୍କ ଉପରେ ଅମାନବିକ ବ୍ୟବହାରର ଆରୋପ ମଧ୍ୟ ଲଗାଇଥିଲେ । ଏହି ଘଟଣାକ୍ରମଗୁଡ଼ିକ ଏଡାଙ୍କୁ ଭିକ୍ଟୋରିଆନ୍ ସମାଜରେ ପରିଚିତ କରାଇଥିଲା । ବାଇରନ୍ ନିଜ ଝିଅଙ୍କ ସହିତ କୌଣସି ସଂପର୍କ ରଖିନଥିଲେ ଓ କେବେ ପୁଣି ଦେଖିବାର ସୁଯୋଗ ମଧ୍ୟ ପାଇନଥିଲେ । ବାଇରନ୍ ୧୮୨୪ରେ ଏଡାଙ୍କୁ ୮ ବର୍ଷ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ ଓ ଏଡାଙ୍କ ଜୀବନରେ ମାଆ ଆନାବେଲାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏଡା ତାଙ୍କ ବାପାଙ୍କ ପରିବାରର ବାର୍ଷିକ ତୈଳଚିତ୍ରରେ ମଧ୍ୟ ନିଜର ବିଂଶ ଜନ୍ମବାର୍ଷିକୀ ପର୍ଯ୍ୟନ୍ତ ସ୍ଥାନ ପାଇନଥିଲେ । ୧୮୫୬ରେ ଏଡାଙ୍କ ମାଆ ଆଇନ ଅନୁଯାୟୀ "ବାରୋନେସ୍ ୱେଣ୍ଟୱର୍ଥ " ହୋଇଥିଲେ । ଆନାବେଲା କିଶୋରୀ ଏଡାଙ୍କ ସହିତ ଘନିଷ୍ଠ ସଂପର୍କ ରଖି ନଥିଲେ, ଓ ପ୍ରାୟତଃ ଏଡାଙ୍କୁ ନିଜ ଆଇ ଜୁଡିଥ୍, ଲେଡି ମିଲ୍ବାଙ୍କେଙ୍କ ତତ୍ତ୍ୱାବଧାନରେ ଛାଡ଼ିଦେଉଥିଲେ । କିନ୍ତୁ ସେ ସମୟରେ ସାମାଜିକ ଚଳଣିକୁ (ବିବାହ ବିଚ୍ଛେଦରେ ପିତାମାନେ ସନ୍ତାନଙ୍କ ତତ୍ତ୍ୱାବଧାନ ତଥା ମଙ୍ଗଳ ନିମନ୍ତେ ଦାୟୀ) ଆଖି ଆଗରେ ରଖି ଆନାବେଲା ନିଜକୁ ଜଣେ ଆଦର୍ଶ ମାଆ ଭାବେ ଦର୍ଶାଉ ଥିଲେ । ଏଥି ନିମନ୍ତେ ସେ ନିଜ ମାଆଙ୍କୁ ଏଡାଙ୍କ ମଙ୍ଗଳ ସଂପର୍କିତ ଚିଠି ଲେଖୁଥିଲେ ଓ ସେଗୁଡ଼ିକୁ ସାଇତି ରଖିବାକୁ ମଧ୍ୟ କହୁଥିଲେ; କାରଣ ତାହା ପରବର୍ତ୍ତୀ ସମୟରେ ଜଣେ ଯତ୍ନବାନ ମାଆର ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ । ଏକ ଚିଠିରେ ଆନାବେଲା ଏଡାଙ୍କୁ ଏକ ବସ୍ତୁ ଭଳି ବର୍ଣ୍ଣନା କରିଥିଲେ । ଏଡାଙ୍କ କୈଶୋରରେ ତାଙ୍କ ମାଆଙ୍କ ଅନ୍ତରଙ୍ଗ ବାନ୍ଧବୀମାନେ ଏଡାଙ୍କୁ ନଜରରେ ରଖୁଥିଲେ । ଏଡା ପରବର୍ତ୍ତୀ ସମୟରେ ଏହି ପର୍ଯ୍ୟବେକ୍ଷକମାନଙ୍କୁ ତାଙ୍କ ଉପରେ କପୋଳକଳ୍ପିତ ଗପ ସୃଷ୍ଟିକରିବାର ଆରୋପ ଲଗାଇଥିଲେ । ଏଡା ଛୋଟ ବୟସରୁ ଅଧିକାଂଶ ସମୟରେ ରୋଗଗ୍ରସ୍ତ ରହୁଥିଲେ ଓ ଆଠ ବର୍ଷ ବୟସରେ ତୀବ୍ର ମୁଣ୍ଡବିନ୍ଧା ଅନୁଭବ କରିଥିଲେ ଯାହା ତାଙ୍କ ଦୃଷ୍ଟିଶକ୍ତିକୁ ଘଟାଇଥିଲା । ଜୁନ୍ ୧୯୨୯ରେ ମିଳିମିଳାରେ ଆକ୍ରାନ୍ତ ହୋଇ ସେ ପକ୍ଷାଘାତରେ ପିଡ଼ୀତ ହୋଇଥିଲେ । ତାଙ୍କୁ ପ୍ରାୟ ଏକ ବର୍ଷ ବିଛଣାରେ ରହିବାକୁ ପଡ଼ିଥିଲା ଓ ଏହା ତାଙ୍କ ବିକଳଙ୍ଗତାକୁ ବଢାଇଥିଲା ବୋଲି ମନେ କରାଯାଏ । ୧୮୩୧ ସୁଦ୍ଧା ସେ କ୍ରଚ୍ ଧରି ଚାଲିବା ଆରମ୍ଭ କରିଥିଲେ । ରୋଗଗ୍ରସ୍ତ ରହିବା ସତ୍ତ୍ୱ ଏଡା ଗଣିତ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଅତ୍ୟଧିକ ଆଗ୍ରହ ପୋଷଣ କରିଥିଲେ । ୧୨ ବର୍ଷ ବୟସରେ ସେ ଉଡ଼ିବାକୁ ଆଶା ରଖିଥିଲେ ଏବଂ ଏହି ସ୍ୱପ୍ନକୁ ଗୁରୁତ୍ୱ ସହିତ ଗ୍ରହଣ କରି ଅଗ୍ରସର ହୋଇଥିଲେ । ଫେବୃଆରୀ ୧୯୨୮ରେ, ସେ ପକ୍ଷ ବନାଇବାକୁ କାମ କରିଥିଲେ । ଏଥି ନିମନ୍ତେ ସେ ଅନେକ ପ୍ରକାର କାଗଜ, ସିଲ୍କ, ତାର ଓ ପରର ପରୀକ୍ଷା କରିଥିଲେ । ଏହା ବ୍ୟତୀତ ପକ୍ଷୀମାନଙ୍କ ଶରୀର ବିଜ୍ଞାନକୁ ଅନୁସରଣ କରି ଦେହ ଓ ପକ୍ଷର ସଠିକ ଅନୁପାତ ନିର୍ଣ୍ଣୟ କରିଥିଲେ । ଏଥିପାଇଁ ଏକ ବହି ଲେଖିବାକୁ ମଧ୍ୟ ମନସ୍ଥ କରିଥିଲେ । ଶେଷରେ ବାଷ୍ପକୁ କିପରି ଉଡାଣ ସହିତ ଯୋଡ଼ା ଯାଇପାରିବ ସେଥିପାଇଁ ଚିନ୍ତା କରିଥିଲେ । ୧୮୩୩ର ଆଦ୍ୟ ଭାଗରେ ଏଡା ନିଜର ଜଣେ ପ୍ରଶିକ୍ଷକଙ୍କ ସହିତ ସଂପର୍କ ରଖିଥିବାର ଜଣାପଡ଼ିବାରୁ ସେ ତାଙ୍କ ସହିତ ଘର ଛାଡ଼ି ଚାଲିଯିବାର ଉଦ୍ୟମ କରିଥିଲେ । ପ୍ରଶିକ୍ଷକଙ୍କ ସମ୍ବନ୍ଧୀୟମାନେ ଏଡାଙ୍କୁ ଚିହ୍ନିପାରି, ଏଡାଙ୍କ ମାଆଙ୍କୁ ଖବର ଦେଇଥିଲେ । ଆନାବେଲା ଓ ତାଙ୍କ ବାନ୍ଧବୀମାନଙ୍କଦ୍ୱାରା ଏହି ଖବରକୁ ସମାଜ ଆଗରୁ ଲୁଚାଇ ରଖାଯାଇଥିଲା । ଏଡା ନିଜର ସାନ ସାବତ ଭଉଣୀ ଆଲେଗ୍ରା ଯିଏ ଲର୍ଡ ବାଇରନ୍ ଓ କ୍ଲେୟାର୍ କ୍ଲେୟାର୍ମୋଣ୍ଟଙ୍କ ଝିଅ ଥିଲେ, କେବେ ଭେଟି ନଥିଲେ । ଆଲେଗ୍ରା ୧୮୨୨ରେ ୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଏଡା ବାଇରନ୍ଙ୍କ ସାବତ ଭଉଣୀ ଅଗଷ୍ଟା ଲିଃଙ୍କ ଝିଅ ଏଲିଜାବେଥ୍ ମେଡୋରା ଲିଃଙ୍କ ସହିତ କିଛି ମାତ୍ରାରେ ସଂପର୍କ ରଖିଥିଲେ । ଯୌବନ ଏଡା ଓ ତାଙ୍କ ପ୍ରଶିକ୍ଷକ ମେରି ସମର୍ଭିଲେଙ୍କ ଘନିଷ୍ଠ ସଂପର୍କ ବଢ଼ିଉଠିଥିଲା । ସମର୍ଭିଲେଙ୍କୁ ସେ ଅଧିକ ସମ୍ମାନ ଓ ଶ୍ରଦ୍ଧା କରୁଥିଲେ ଓ ସେମାନେ ଅନେକ ବର୍ଷ ପର୍ଯ୍ୟନ୍ତ ସଂପର୍କ ରଖିଥିଲେ। ଆଣ୍ଡ୍ରିଉ କ୍ରସ, ସାର୍ ଡେଭିଡ଼ ବ୍ରିଉଷ୍ଟର, ଚାର୍ଲସ୍ ହ୍ୱେଟ୍ଷ୍ଟୋନ୍, ଚାର୍ଲସ୍ ଡିକେନ୍ସ ଓ ମାଇକେଲ ଫାରାଡେ ମଧ୍ୟ ଏଡାଙ୍କ ଜଣାଶୁଣା ଥିଲେ । ୧୮୩୪ ସୁଦ୍ଧା ଏଡା କୋର୍ଟକୁ ନିୟମିତ ଯାଉଥିଲେ ଓ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ଏଡା ଭଲ ନାଚୁଥିଲେ ଓ ଅନେକ ସମୟରେ ଲୋକଙ୍କ ପ୍ରଶଂସାର ପାତ୍ର ହେଉଥିଲେ । କିନ୍ତୁ ଲର୍ଡ ବାଇରନ୍ଙ୍କ ବନ୍ଧୁ ଜନ୍ ହୋବ୍ହାଉସ୍ ତାଙ୍କୁ ଜଣେ ମୋଟା ଚମଡ଼ାଧାରୀ ମହିଳା ଯିଏ କେବଳ ତାଙ୍କ ବନ୍ଧୁଙ୍କ ମୁହଁ ନେଇ ଜନ୍ମ ହୋଇଛି ବୋଲି ବର୍ଣ୍ଣନା କରିଥିଲେ । ଏଭଳି ବର୍ଣ୍ଣନା କରିବା ପରେ ୨୪ ଫେବୃଆରୀ ୧୮୩୪ରେ ଏଡାଙ୍କର ହୋବ୍ହାଉସଙ୍କ ସହିତ ଦେଖା ହୋଇଥିଲା ଓ ଏଡା ତାଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି କହିଥିଲେ ମଧ୍ୟ ଆଗାମୀ ସମୟରେ ବନ୍ଧୁ ଭାବେ ଗ୍ରହଣ କରିଥିଲେ । ୮ ଜୁଲାଇ ୧୮୩୫ରେ ଏଡା ୱିଲିଅମ୍ କିଙ୍ଗ, ୮ମ ବାରନ୍ କିଙ୍ଗଙ୍କୁ ବିବାହ କରିଥିଲେ ଓ ବାରୋନେସ୍ କିଙ୍ଗରେ ପରିଣତ ହୋଇଥିଲେ । ସେମାନଙ୍କର ଓକ୍ହାମ୍, ସରେଠାରେ ଥିବା ଓକ୍ହାମ୍ ପାର୍କରେ ଏକ ବିଶାଳ ବାସଭବନ ଥିଲା । ଏହା ବ୍ୟତୀତ ଲୋଚ୍ ଟୋରିଡନ୍ ଓ ଲଣ୍ଡନଠାରେ ମଧ୍ୟ ବାସଗୃହ ଥିଲା । ପୋର୍ଲୋକ୍ ୱେର୍, ସମର୍ସେଟ୍ ନିକଟରେ ଥିବା ୱର୍ଦି ମାନୋର୍ରେ ସେମାନେ ନିଜର ମଧୁଶଯ୍ୟା କଟାଇଥିଲେ । ସେହି ମାନୋର୍ଟି ଶିକାର ସମୟରେ ବିଶ୍ରାମଗୃହ ଭାବେ ବ୍ୟବହାର କରିବା ପାଇଁ ୧୭୯୯ରେ ନିର୍ମିତ ହୋଇଥିଲା ଏବଂ ମଧୁଶଯ୍ୟ ନିମନ୍ତେ ରାଜା ଏହାକୁ ପୁଣି ଉନ୍ନତ ଭାବେ ସଜାଡ଼ିଥିଲେ । ପରେ ସେମାନଙ୍କ ଖରାଦିନ ଛୁଟି କଟାଇବାକୁ ଏହା ବ୍ୟବହୃତ ହୋଇଥିଲା । ତାଙ୍କର ତିନିଟି ସନ୍ତାନ ଥିଲେ: ବାଇରନ୍ (ଜନ୍ମ-୧୨ ମଇ ୧୮୩୬); ଆନେ ଇଜାବେଲା (ଡାକନାମା ଆନାବେଲା ଓ ପରେ ଲେଡି ଆନେ ବ୍ଲଣ୍ଟ; ଜନ୍ମ - ୨୨ ସେପ୍ଟେମ୍ବର ୧୮୩୭), ଓ ରାଲ୍ଫ ଗର୍ଡନ ଜନ୍ମ - ୨ ଜୁଲାଇ ୧୮୩୯ । ଆନାବେଲାଙ୍କ ଜନ୍ମ ଠିକ୍ ପରେ ପରେ ଏଡା ବହୁଦିନ ଧରି ରୋଗରେ ପୀଡ଼ିତ ରହିଥିଲେ ଓ ଭଲ ହେବାପାଇଁ ଅନେକ ମାସ ନେଇଥିଲେ । ୧୮୩୮ରେ ଏଡାଙ୍କ ସ୍ୱାମୀ ଆର୍ଲ୍ ଅଫ୍ ଲଭ୍ସେସ୍ ହୋଇଥିଲେ, ତେଣୁ ଏଡା ତାଙ୍କ ବୈବାହିକ ଜୀବନ ସାରା "ଦି ରାଇଟ୍ ଅନରେବ୍ଲ୍ ଦି କାଉଣ୍ଟେସ୍ ଅଫ୍ ଲଭ୍ଲେସ୍ " ଭାବେ ରହିଥିଲେ । ୧୮୪୩-୪୪ରେ ଏଡାଙ୍କ ମାଆ ୱିଲିଅମ୍ ବେଞ୍ଜାମିନ୍ କାର୍ପେଣ୍ଟର୍ଙ୍କୁ ତାଙ୍କ ସନ୍ତାନମାନଙ୍କୁ ପଢ଼ାଇବା ପାଇଁ ନିଯୁକ୍ତ କରିଥିଲେ ଓ ଏଡାଙ୍କ ନୈତିକ ଉପଦେଷ୍ଟା ହେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ୱିଲିଅମ୍ ଏଡାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ ଓ ପରେ ଏଡାଙ୍କ ସହିତ ସଂପର୍କ ରଖିବାକୁ ଚେଷ୍ଟା କରିବାରୁ ଏଡା ତାଙ୍କଠାରୁ ଦୂରେଇ ଯାଇଥିଲେ । ୧୮୪୧ରେ ଏଡା ଓ ମେଡୋରା ଲିଃଙ୍କୁ ଏଡାଙ୍କ ମାଆ ଜଣାଇଥିଲେ ଯେ, ଲର୍ଡ ବାଇରନ୍ ମେଡୋରାଙ୍କ ମଧ୍ୟ ବାପା ଅଟନ୍ତି । ୨୭ ଫେବୃଆରୀ ୧୮୪୧ରେ ଏଡା ତାଙ୍କ ମାଆଙ୍କୁ ଲେଖି ଜଣାଇଥିଲେ; "ସେ ଏଥିରେ ବିଲକୁଲ୍ ଆଶ୍ଚର୍ଯ୍ୟାନ୍ୱିତ ନୁହନ୍ତି । ତାଙ୍କ ମାଆ କେବଳ ଏକ ଛୋଟ ସନ୍ଦେହ ଦୂର କରିଛନ୍ତି ଯାହା ଏଡା ବର୍ଷ ବର୍ଷ ଧରି ସନ୍ଦେହ କରୁଥିଲେ ।" ଏଡା ଲର୍ଡ ବାଇରନ୍ କୁ ଏହି ଅବୈଧ ସଂପର୍କ ପାଇଁ ଦୋଷୀ ମାନି ନଥିଲେ ଓ ଅଗଷ୍ଟା ଲିଃଙ୍କ ଚରିତ୍ରକୁ କୁଟିଳ ବୋଲି ଦୋଷ ଦେଇଥିଲେ । ୧୮୪୦ରେ ଏଡା ଅନେକ ବିବାଦୀୟ ଖବରରେ ଛନ୍ଦି ହୋଇ ପଡ଼ିଥିଲେ ଯେପରିକି ପ୍ରଥମରେ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷ ବନ୍ଧୁଙ୍କ ସହିତ ସଂପର୍କ, ଦ୍ୱିତୀୟରେ ଜୁଆ ଖେଳିବାର ନିଶା । ଏହି ଜୁଆଖେଳଦ୍ୱାରା ସେ ଅନେକ ପୁରୁଷ ବନ୍ଧୁଙ୍କୁ ନେଇ ଏକ ସିଣ୍ଡିକେଟ୍ ଗଢ଼ିଥିଲେ ଓ ଋଣ ପାଇଁ ୧୮୫୧ରେ ଏକ ଗାଣିତିକ ମଡେଲ ମଧ୍ୟ ବାହାର କରିଥିଲେ । କିନ୍ତୁ ଜୁଆରେ ଅନେକ ଟଙ୍କା ହାରିବା ପରେ ସେ ସିଣ୍ଡିକେଟ୍କୁ ଋଣ ପରିଶୋଧ ନ କରି ପାରିବାରୁ, ଏହା ସ୍ୱାମୀଙ୍କୁ ଜଣାଇବାକୁ ବାଧ୍ୟ ହୋଇଥିଲେ । ୧୮୪୪ ପରେ ଆଣ୍ଡ୍ରିଉ କ୍ରସଙ୍କ ପୁଅ ଜନ୍ ସହିତ ତାଙ୍କର ଏକ ଛାୟା ସଂପର୍କ ଗଢ଼ିଉଠିଥିଲା । ଜନ୍ କ୍ରସ ତାଙ୍କର ଅନେକ ଚିଠିପତ୍ରକୁ ଏକ ଚୁକ୍ତିପତ୍ର ଅନୁସାରେ ଏଡାଙ୍କ ମୃତ୍ୟୁ ପରେ ନଷ୍ଟ କରିଦେଇଥିଲେ । ଏଡାଙ୍କ ଅନ୍ତିମ ସମୟରେ ଏଡା ଜନ୍ଙ୍କ ଆଗମନ ନେଇ ପ୍ରାୟ ଭୟଭୀତ ରହୁଥିଲେ । ମୃତ୍ୟୁ ୨୭ ନଭେମ୍ବର ୧୮୫୨ରେ ଏଡା ୩୬ ବର୍ଷ ବୟସରେ ଗର୍ଭାଶୟ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁର କାରଣ ଡାକ୍ତରଙ୍କଦ୍ୱାରା ଅତ୍ୟଧିକ ରକ୍ତପାତ ବୋଲି ମନେ କରାଯାଏ । ମୃତ୍ୟୁ ପୂର୍ବରୁ ଏଡା ଅନେକ ମାସ ଧରି ରୋଗଗ୍ରସ୍ତ ଥିଲେ, ଓ ସେହି ସମୟରେ ଆନାବେଲା ତାଙ୍କ ଆଦେଶ ନେଇ ସମସ୍ତ ବନ୍ଧୁବାନ୍ଧବଙ୍କ ସହ ସଂପର୍କ ଛିନ୍ନ କରିଦେଇଥିଲେ । ଏଡା ମାଆଙ୍କଦ୍ୱାରା ପ୍ରଭାବିତ ହୋଇ ଧାର୍ମିକ ଭାବେ ରୂପାନ୍ତରିତ ହୋଇଥିଲେ ଓ ଆନାବେଲାଙ୍କୁ ନିଜ ପ୍ରବନ୍ଧକ ଭାବେ ବାଛିଥିଲେ । ୩୦ ଅଗଷ୍ଟରେ ସ୍ୱାମୀଙ୍କ ନିକଟରେ କିଛି ଦୋଷ ସ୍ୱୀକାର କରିବା ପରେ ସେ ତାଙ୍କ ସହ ସମସ୍ତ ସଂପର୍କ ଛିନ୍ନ କରିଥିଲେ । ଏଡା ସ୍ୱାମୀଙ୍କୁ କ ଣ କହିଥିଲା ଆଜି ପର୍ଯ୍ୟନ୍ତ ଅଜଣା ରହିଛି । ଏଡାଙ୍କ ଅନୁରୋଧ କ୍ରମେ ତାଙ୍କୁ ନିଜ ବାପାଙ୍କ ସମାଧି ନିକଟରେ ସେଣ୍ଟ ମ୍ୟାରୀ ମାଗ୍ଡାଲିନ୍ ଚର୍ଚ୍ଚ, ହକ୍ନଲ; ନଟିଂହାମ୍, ଇଂଲଣ୍ଡଠାରେ ସମାଧି ଦିଆଯାଇଥିଲା । ଶିକ୍ଷା ଏଡା ରୋଗଗ୍ରସ୍ତ ରହିବା ସତ୍ତ୍ୱେ ନିଜର ଶିକ୍ଷା ଜାରି ରଖିଥିଲେ । ଲର୍ଡ ବାଇରନ୍ଙ୍କଠାରୁ ସଂସ୍ପର୍ଶରୁ ଦୂରେଇ ରଖିବା ନିମନ୍ତେ ତାଙ୍କ ମାଆ ଏଡାଙ୍କୁ ଛୋଟ ବୟସରୁ ଗଣିତ ପଢ଼ିବାକୁ ଆଗ୍ରହୀ କରିଥିଲେ । ୱିଲିଅମ୍ ଫ୍ରେଣ୍ଡ, ୱିଲିଅମ୍ କିଙ୍ଗ ଓ ମେରି ସମର୍ଭିଲେଙ୍କଠାରୁ ଘରୋଇ ଶିକ୍ଷା ଗ୍ରହଣ କରୁଥିଲେ । ପରେ ଏଡା ପ୍ରସିଦ୍ଧ ଗଣିତଜ୍ଞ ଓ ତାର୍କିକ ଅଗଷ୍ଟସ୍ ଡି ମୋର୍ଗାନ୍ଙ୍କଠାରୁ ମଧ୍ୟ ଶିକ୍ଷା ଲାଭ କରିଥିଲେ । ୧୮୩୨ ମସିହାରୁ, ୧୭ ବର୍ଷ ବୟସରେ ଏଡାଙ୍କ ଗଣିତ ପ୍ରତିଭାର ବିକାଶ ହୋଇଥିଲା ଓ ଯୌବନାବସ୍ଥାରେ ତାଙ୍କୁ ଗଣିତ ବହୁମାତ୍ରାରେ ପ୍ରଭାବିତ କରି ରଖିଥିଲା । ଲେଡି ବାଇରନ୍ଙ୍କୁ ଏକ ଚିଠିରେ ଡି ମୋର୍ଗାନ୍ ଜଣାଇଥିଲେ ଯେ; ଏଡାଙ୍କ ଗଣିତ ପ୍ରତିଭା ତାଙ୍କୁ ଭବିଷ୍ୟତରେ ଏକ ଆଗଧାଡ଼ିର ଗଣିତଜ୍ଞ ମାନ୍ୟତା ଆଣିଦେବ । ଏଡା ଅନେକ ସମୟରେ କବିତା ଓ ବିଜ୍ଞାନର ବିଷୟବସ୍ତୁକୁ ମିଳାଇ ଅନେକ ମୌଳିକ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିଲେ । ଏଡା ବିଶ୍ୱାସ କରୁଥିଲେ ଯେ ଅନ୍ତର୍ଜ୍ଞାନ ଓ ପରିକଳ୍ପନା ଗଣିତ ଓ ବିଜ୍ଞାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ତତ୍ତ୍ୱମିମାଂସାକୁ ଗଣିତ ଭଳି ମାନ୍ୟ କରୁଥିଲେ ଏବଂ ଏହି ଦୁଇଟି ବିଷୟଦ୍ୱାରା ଆମ ଚାରିପଟେ ରହିଥିବା ଅଦୃଶ୍ୟ ପୃଥିବୀର ଅନେକ ଅଜଣା କଥା ଜାଣିହେବ ବୋଲି ବିଶ୍ୱାସ କରୁଥିଲେ । କାର୍ଯ୍ୟ ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମ ୧୮୪୦ରେ ବ୍ୟାବେଜ୍ ଟ୍ୟୁରିନ୍ ବିଶ୍ୱବିଦ୍ୟାଳୟକୁ ତାଙ୍କ "ଆନାଲିଟିକାଲ୍ ଇଞ୍ଜିନ " ଉପରେ ଏକ ଅଭିଭାଷଣ ଦେବାକୁ ଆମନ୍ତ୍ରିତ ହୋଇଥିଲେ । ଲୁଇଗି ମେନାବ୍ରିଆ ନାମକ ଜଣେ ଇଟାଲୀୟ ଇଞ୍ଜିନିଅର, ଯେ କି ପରବର୍ତ୍ତୀ ସମୟରେ ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ; ବ୍ୟାବେଜ୍ଙ୍କ ଅଭିଭାଷଣକୁ ଫରାସୀ ଭାଷାରେ ଅନୁବାଦ କରିଥିଲେ ଓ ତାହା ଜେନେଭା ବିଶ୍ୱବିଦ୍ୟାଳୟର ଏକ ଜର୍ଣ୍ଣାଲ୍ରେ ଅକ୍ଟୋବର ୧୮୪୨ରେ ପ୍ରକାଶିତ ହୋଇଥିଲା । ବ୍ୟାବେଜ୍ଙ୍କ ବନ୍ଧୁ ଚାର୍ଲସ୍ ହ୍ୱେଟ୍ଷ୍ଟୋନ୍ ଏଡାଙ୍କୁ ମେନାବ୍ରିଆଙ୍କ ପେପର୍ର ଇଂରାଜୀ ଅନୁବାଦ କରିବାକୁ କହିଥିଲେ । ଏଡା ସେହି ପେପର୍ଟିକୁ ନୋଟ୍ ଦେଇ ଲେଖିଥିଲେ ଓ ତାହା ମଧ୍ୟ ଅନୁବାଦରେ ଯୋଗ କରାଯାଇଥିଲା । ସେହି ବର୍ଷର ଅଧିକାଂଶ ଭାଗ ଏଡା ବ୍ୟାବେଜ୍ଙ୍କ ସହାୟତାରେ ଅନୁବାଦରେ ବ୍ୟସ୍ତ ରହିଥିଲେ । ସେହି ନୋଟ୍ଗୁଡ଼ିକ ମେନାବ୍ରିଆଙ୍କ କାମଠାରୁ ବ୍ୟାପକ ଥିଲା ଓ ଟେଲର୍ଙ୍କ "ସାଇଣ୍ଟିଫିକ୍ ମୋୟରସ୍ "ରେ ପ୍ରକାଶିତ ହୋଇଥିଲା । ୧୯୫୩ ମସିହାରେ, ଏଡାଙ୍କ ମୃତ୍ୟୁର ପ୍ରାୟ ୧୦୦ ବର୍ଷ ପରେ ଚାର୍ଲସ୍ ବ୍ୟାବେଜ୍ଙ୍କ ଆନାଲିଟିକାଲ୍ ଇଞ୍ଜିନ ବିଷୟରେ ଏଡାଙ୍କ ନୋଟ୍ଗୁଡ଼ିକ ପୁନଃ-ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ସମୟରେ ଆନାଲିଟିକାଲ୍ ଇଞ୍ଜିନକୁ କମ୍ପ୍ୟୁଟରର ଆଦ୍ୟ ମଡେଲ ଭାବେ ଗ୍ରହଣ କରାଯାଏ ଓ ଏଡାଙ୍କ ନୋଟ୍ଗୁଡ଼ିକ ସଫ୍ଟୱେରର ବିବରଣୀ ବୋଲି ଧରାଯାଏ । ଏଡାଙ୍କ ନୋଟ୍ଗୁଡ଼ିକ ଇଂରାଜୀ ବର୍ଣ୍ଣମାଳାର "ଏ " ଠାରୁ "ଜି " ପର୍ଯ୍ୟନ୍ତ କ୍ରମାନୁସାରେ ଥିଲା, ଏବଂ ସେଥିରେ ଆନାଲିଟିକାଲ୍ ଇଞ୍ଜିନ ନିମନ୍ତେ "ବର୍ଣ୍ଣୋଲି ସଂଖ୍ୟା" ଗଣନା କରିବାକୁ ଏକ ଆଲ୍ଗୋରିଦମ୍ ରହିଛି । ଏହି ଗଣନା ପଦ୍ଧତିକୁ କମ୍ପ୍ୟୁଟର ନିମନ୍ତେ ପ୍ରଥମ ଆଲ୍ଗୋରିଦମ୍ କୁହାଯାଏ ଓ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର କୁହାଯାଏ । ଆନାଲିଟିକାଲ୍ ଇଞ୍ଜିନ୍ଟି ସଂପୂର୍ଣ୍ଣ ଭାବେ ନିର୍ମିତ ହୋଇ ପାରିନଥିଲା ଓ ସେଥି ପାଇଁ ଏଡାଙ୍କ ପଦ୍ଧତିର କେବେ ପରୀକ୍ଷଣ ହୋଇ ପାରି ନଥିଲା । ବିବାଦ ଲୋକପ୍ରିୟ ସଂସ୍କୃତିରେ ଏଡା ଓ ତାଙ୍କ ବାପାଙ୍କ ସଂପର୍କକୁ ନେଇ ରୋମୁଲସ୍ ଲିନ୍ନି ୧୯୭୭ରେ "ଚାଇଲ୍ ଡ ବାଇରନ୍ " ନାମକ ଏକ ନାଟକ ଲେଖିଥିଲେ । ୧୯୯୦ରେ ୱିଲିଅମ୍ ଗିବ୍ସନ୍ ଓ ବ୍ରୁସ୍ ଷ୍ଟର୍ଲିଂ "ଦି ଡିଫରେନ୍ ସ ଇଞ୍ଜିନ " ନାମକ ଏକ ଉପନ୍ୟାସ ରଚନା କରିଥିଲେ । ଏହା ବ୍ୟତୀତ ୧୯୯୭ରେ "କନ୍ ସିଭିଙ୍ଗ ଏଡା " ନାମକ ଏକ ଚଳଚ୍ଚିତ୍ର, ଓ ୨୦୦୫ରେ ଜନ୍ କ୍ରୌଲିଙ୍କ ଉପନ୍ୟାସ "ଲର୍ଡ ବାଇରନ୍ ସ୍ ନଭେଲ୍ : ଦି ଇଭିନିଙ୍ଗ୍ ଲ୍ୟାଣ୍ଡ "ରେ ମଧ୍ୟ ଏଡାଙ୍କୁ ଚିତ୍ରଣ କରାଯାଇଥିଲା । ୧୯୯୩ରେ ଟମ୍ ଷ୍ଟୋପ୍ପାର୍ଡଙ୍କ ନାଟକ "ଏର୍କାଡିଆ" ରେ ଥିବା ଚରିତ୍ର ଥୋମାସିନା କଭର୍ଲି ଏଡାଙ୍କ ଉପରେ ଆଧାରିତ ଥିଲା । ସିଡ୍ନୀ ପାଡୁଆଙ୍କ ୱେବ୍ କମିକ୍ "ଦି ଥ୍ରିଲିଙ୍ଗ ଆଡ୍ ଭେଞ୍ଚର୍ସ ଅଫ୍ ଲଭ୍ଲେସ୍ ଏଣ୍ଡ ବ୍ୟାବେଜ୍ "ରେ ଏଡା ଓ ବ୍ୟାବେଜ୍ ମୁଖ୍ୟ ଚରିତ୍ର ଭାବେ ଜଣାଶୁଣା । ଏହି କମିକ୍ରେ ଏଡାଙ୍କ ନୋଟ୍ରୁ ବହୁ ତଥ୍ୟ ସିଧାସଳଖ ବ୍ୟବହାର କରାଯାଇଛି । ସ୍ମୃତିରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗଦ୍ୱାରା "ଏଡା" ନାମକ ଏକ କମ୍ପ୍ୟୁଟର ଭାଷା ବିକାଶ କରାଯାଇଥିଲା । ଏହି ଭାଷାର ସନ୍ଦର୍ଭ ପୁସ୍ତିକାଟି ୧୦ ଡିସେମ୍ବର ୧୯୮୦ରେ ଗୃହୀତ ହୋଇଥିଲା, ଏହାର ପ୍ରତିରକ୍ଷା ମାନକ ଭାଷାକୁ ଏଡାଙ୍କ ଜନ୍ମବର୍ଷର ସଂଖ୍ୟା ଦିଆଯାଇଥିଲା । ୧୯୯୮ରୁ "ବ୍ରିଟିଶ କମ୍ପ୍ୟୁଟର ସୋସାଇଟି" ଏଡାଙ୍କ ନାମରେ ଏକ ପଦକ ପ୍ରଦାନ କରିଆସୁଛି ଓ ୨୦୦୮ରୁ ମହିଳା କମ୍ପ୍ୟୁଟର ବିଜ୍ଞାନୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଉଛି । ଯୁକ୍ତରାଜ୍ୟରେ ଅନୁଷ୍ଠିତ ହେଉଥିବା ବାର୍ଷିକ "ବି.ସି.ଏସ୍ . ୱିମେନ ଲଭ୍ଲେସ୍ କୋଲୋକିୟମ୍ " ଏଡାଙ୍କ ନାମ ଅନୁସାରେ ହୋଇଛି । ମଧ୍ୟ-ଅକ୍ଟୋବର୍ରେ ମଧ୍ୟ "ଏଡା ଲଭ୍ ଲେସ୍ ଦିବସ " ପାଳନ କରାଯାଏ । ମହିଳାମାନଙ୍କୁ ନେଇ ମୁକ୍ତ ସଂସ୍କୃତି ଉପରେ ଏକ ଅଭିଯାନ "ଏଡା ଇନିସିଏଟିଭ୍ " ମଧ୍ୟ ଆରମ୍ଭ ହୋଇଛି । ଏଡାଙ୍କ ୧୯୭ତମ ଜନ୍ମବାର୍ଷିକୀରେ ଗୁଗଲ ଏକ "ଗୁଗଲ ଡୁଡଲ୍ " ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲା । ଏହି ଡୁଡଲ୍ରେ ଏଡା ଏକ ଗାଣିତିକ ସୁତ୍ର ଉପରେ କାର୍ଯ୍ୟ କରୁଥିବାର ଓ କମ୍ପ୍ୟୁଟର ବିବର୍ତ୍ତନକୁ ଚିତ୍ର ମାଧ୍ୟମରେ ଦର୍ଶା ଯାଇଥିଲା । ଜାରାଗୋଜା ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ଓ ଅଭିଯାନ୍ତ୍ରିକୀ ଅଟ୍ଟାଳିକାକୁ ଏଡା ବାଇରନ୍ ଅଟ୍ଟାଳିକା ଭାବେ ନାମକରଣ କରାଯାଇଛି । ପୋର୍ଲକ୍ ଗ୍ରାମରେ ଥିବା କମ୍ପ୍ୟୁଟର ସେଣ୍ଟରକୁ ମଧ୍ୟ ଏଡାଙ୍କ ସମ୍ମାନାର୍ଥେ ନାମ ଦିଆଯାଇଛି । କିର୍କବି-ଇନ୍-ଆଶ୍ଫିଲ୍ଡ, ନଟିଂହାମ୍ରେ ଥିବା ଏକ ଅଟ୍ଟାଳିକାକୁ ମଧ୍ୟ "ଏଡା ଲଭ୍ ଲେସ୍ ହାଉସ " ନାମ ଦିଆଯାଇଛି । ଲଣ୍ଡନର କ୍ରସରୋଡ଼ ରେଳ ପ୍ରକଳ୍ପରେ ବ୍ୟବହୃତ ହୋଇଥିବା ଏକ ଟନେଲ୍ ଖୋଳା ମେସିନ୍କୁ ମଧ୍ୟ ଏଡା ଲଭ୍ଲେସ୍ଙ୍କ ନାମ ଅନୁସାରେ "ଏଡା" ଦିଆଯାଇଥିଲା । |
କାଳିଜାଇ ମନ୍ଦିର ଓଡ଼ିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ୱୀପ ମଧ୍ୟରେ ଅବସ୍ଥିତ। ନୀଳ ଜଳର ଚଦରରେ ଆବୃତ ହୋଇ ଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା। ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ୍ଣ ଏ ଦ୍ୱୀପରେ ମା କାଳିଜାଇ ପୂଜା ପାଉଛନ୍ତି । କାଳିଜାଇ ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମା ଙ୍କ ଦର୍ଶନ ପାଇଁ ଆସିଥନ୍ତି । ମକର ସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକରମେଳା ଅନୁଷ୍ଠିତ ହୁଏ । ଜାନୁଆରୀ ମାସରେ ପଡୁଥିବା ମକରମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ । ଏହି ପର୍ବରେ ଆଖପାଖ ଅଞ୍ଛଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । କିମ୍ବଦନ୍ତୀ କିମ୍ବଦନ୍ତୀ ଅନୁସାରେ କାଳି ଓ ଜାଇ, ମା ଙ୍କର ଦୁଇ ପୃଥକ ପୃଥକ ସ୍ୱରୂପ । ମା କାଳୀ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ସ୍ଥାନୀୟ ଅଞ୍ଛଳର ଜଣେ ସାଧାରଣ ଝିଅ ଥିଲା । ଯିଏକି କୈାଣସି ସମୟରେ ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇଯାଇଥିଲା । ସେଠାରେ ଅବସ୍ଥିତ ଅନ୍ୟ ଏକ ଦ୍ୱୀପ ପାରିକୁଦକୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡର ସମ୍ମୁଖୀନ ହୋଇଥିଲା । ଝଡର ପ୍ରଭାବ ଅତି ତୀବ୍ର ଥିବାରୁ ନାଆଟି ସେହି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା । ପରେ ଜାଇର ପିତା ଓ ନାବିକ ଉଭୟ ବର୍ତ୍ତିଯାଇଥିଲେ , ମାତ୍ର ଜାଇର କୈଣସି ପତ୍ତା ମିଳିନଥିଲା । ଶୁଣିବାକୁ ମିଳେ ଯେ ଏହି ଘଟଣାର କିଛିଦିନ ପରେ ସେହି ବାଟ ଦେଇ ଯାଉଥିବା ନାବିକମାନେ ଜାଇର କାନ୍ଦଣା ଶୁଣିବାକୁ ପାଉଥିଲେ । ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ । ଐତିହାସିକ ତଥ୍ୟ ଅନୁସାରେ ମା କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କଦ୍ୱାରା ନିର୍ମାଣ ହୋଇଥିଲା । ଏହା ପରଠୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି । ବିଶ୍ୱାସ ଲକ୍ଷ ଲକ୍ଷ ଲୋକ ଚିଲିକା ହ୍ରଦ ଉପରେ ନିଜ ଜୀବିକା ନିର୍ବାହ ପାଇଁ ନିର୍ଭର କରିଥାନ୍ତି । ମାଛ ଓ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ପାଇଁ ପ୍ରତିଦିନ ସେମାନଙ୍କୁ ଚିଲିକାର ଗଭୀର ଗଣ୍ଡ ମଧ୍ୟକୁ ଯିବାକୁ ପଡ଼ିଥାଏ । ବିଶ୍ୱାସ ଅଛି ଯେ ସେହି ମତ୍ସ୍ୟଜୀବୀମାନଙ୍କୁ ମା କାଳିଜାଇ ପ୍ରତି ବିପଦ ମୁହୁର୍ତ୍ତରେ ବିଭିନ୍ନ ଝଡଝଞାରୁ ରକ୍ଷା କରିଥାନ୍ତି । ତେଣୁ ଚିଲିକାର ମତ୍ସ୍ୟଜୀବୀମାନେ , ତାଙ୍କୁ ଇଷ୍ଟଦେବୀ ରୂପେ ପୂଜା କରନ୍ତି । ଗମନାଗମନ ସୁବିଧା କାଳିଜାଇକୁ ଯିବାକୁ ହେଲେ , ପ୍ରଥମେ ରାଜଧାନୀ ଭୁବନେଶ୍ୱରରୁ ସଡକପଥରେ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟ ୯୧ କିମି. ଅତିକ୍ରମ କରିବାକୁ ପଡ଼ିବ । ଏହା ପରେ ବାଲୁଗାଁଠାରୁ ୧୮ କିମି. ଦୂର କାଳିଜାଇକୁ ଜଳପଥ ଦେଇ ଯିବାକୁ ହେବ । ଏଥିପାଇଁ ବିଭିନ୍ନ ଲଞ୍ଛର୍ ଓ ବୋଟ୍ର ସୁବିଧା ରହିଛି । |
ନ୍ୟାୟଶାସ୍ତ୍ର ଅନୁସାରେ ସାଧାରଣତଃ ପ୍ରଥମ ପକ୍ଷ, ଅପର ପକ୍ଷ ବିରୁଦ୍ଧରେ କୌଣସି ଅଭିଯୋଗ ନେଇ ଅଦାଲତର ଦ୍ୱାରସ୍ଥ ହୁଅନ୍ତି । ଭାରତର ନ୍ୟାୟୀକ ବ୍ୟବସ୍ଥାରେ ବିଶେଷଭାବେ ଦେୱାନୀ ମକଦ୍ଦମାରେ ଏହି ପ୍ରଥମ ପକ୍ଷକୁ ବାଦୀ କୁହାଯାଏ । ଅଭିଯୋଗର ସାମନା କରୁଥିବା ଦ୍ୱିତୀୟ ପକ୍ଷକୁ ପ୍ରତିବାଦୀ କୁହାଯାଏ । ପ୍ରଥମ ପକ୍ଷର ବିବିଧତା ବିବାଦର ପ୍ରକାର ଭେଦକୁ ନେଇ ପ୍ରଥମ ପକ୍ଷ ବା ବାଦୀ ଏକ ବା ଏକାଧିକ ବ୍ୟକ୍ତିବିଶେଷ ହୋଇପାରନ୍ତି । ବସ୍ତୁତଃ ଦେୱାନୀ ମକଦ୍ଦମାରେ ଯେଉଁମାନେ ନ୍ୟାୟ ମାଧ୍ୟମରେ ନିଜ ନିଜର ଅଧିକାର ଲାଭ କରିବାକୁ ଦାବୀ କରିପାରନ୍ତି, ସେସବୁ ପ୍ରଥମ ପକ୍ଷର ଅନ୍ତର୍ଗତ ହେବେ । କେବଳ ସେତିକି ନୁହେଁ, ପ୍ରଥମ ପକ୍ଷ (ବାଦୀ) ସର୍ବଦା ବ୍ୟକ୍ତି ବିଶେଷ ନ ହୋଇ କୌଣସି ଅନୁଷ୍ଠାନ ମଧ୍ୟ ହୋଇପାରେ । ଅନେକ ସମୟରେ ଜନସ୍ୱାର୍ଥ ମାମଲା ଭଳି ବିବାଦରେ ବହୁଜନ ସ୍ୱାର୍ଥ ନିମନ୍ତେ ଯେ କେହି ବ୍ୟକ୍ତି ବିଶେଷ ବାଦୀ ଭାବେ ଏଭଳି ଜନ ସ୍ୱାର୍ଥ ମାମଲା ଦାଖଲ କରିପାରିବେ । ଦେୱାନୀ ମକଦ୍ଦମାଟିଏ ଚାଲିଥିବାବେଳେ ଯଦି ବାଦୀଙ୍କର ମୃତ୍ୟୁ ଦୁଏ, ତେବେ ମୂଳବାଦୀଙ୍କର ଉତ୍ତରାଧିକାରୀ ଉକ୍ତ ମକଦ୍ଦମାରେ ନୂତନ ବାଦୀ ଭାବେ ପକ୍ଷଭୁକ୍ତ ହେବେ । ଆଇନାନୁମୋଦିତ ବିଶେଷ ପରିସ୍ଥିତିରେ ଏକ ଦେୱାନୀ ମକଦ୍ଦମାର ପ୍ରତିବାଦୀ ମଧ୍ୟ ଅଦାଲତଙ୍କ ଅନୁମତି ପୂର୍ବକ ବାଦୀ ଭାବେ ନିଜର ପକ୍ଷ ପରିବର୍ତ୍ତନ କରିପାରିବେ । ଅଦାଲତି ପ୍ରକ୍ରିୟାରେ ବାଦୀକୁ ହିଁ ନିଜର ମାମଲା ଅଦାଲତରେ ପ୍ରମାଣ କରିବାକୁ ହେବ । |
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ ) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ , ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ ସୃଷ୍ଟି କରିଥାଏ । ମୋଟ କର୍କଟ ମୃତ୍ୟୁ ସଂଖ୍ୟାର ୨୨% ମୃତ୍ୟୁ ତମାଖୁ ବ୍ୟବହାରଦ୍ୱାରା ହେଉଛି । ଆଉ ୧୦ %ମୃତ୍ୟୁର କାରଣ ଗୁଡ଼ିକ ହେଲା ମେଦବହୁଳତା, ଖାଦ୍ୟାଭାବ, ଶାରୀରିକ ପରିଶ୍ରମର ଅଭାବ ଓ ମଦିରା ସେବନ । ଅନ୍ୟ କେତେକ ଘଟକ ବା ଫ୍ୟାକ୍ଟର ମଧ୍ୟରେ କତିପୟ ସଂକ୍ରମଣ, ବିକିରଣ ପ୍ରଭାବ ଏବଂ ପରିବେଶ ପ୍ରଦୁଷଣ । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଓ ମାନବ ପାପିଲୋମାଭୁତାଣୁ ସଂକ୍ରମଣ ଯୋଗୁ୨୦ % କର୍କଟ ରୋଗ ହୁଏ । ଏହି ଘଟକଗୁଡ଼ିକ ଆଶିଂକ ଭାବରେ ଜୀବକୋଷରେ ଥିବା ଜିନ୍ରେ ପରିବର୍ତ୍ତନ ସୃଷ୍ଟି କରନ୍ତି । କର୍କଟ ଆରମ୍ଭ ହେବା ପୂର୍ବରୁ ଏହି ଜିନ ପରିବର୍ତ୍ତନ ଆବଶ୍ୟକ ହୁଏ । ପ୍ରାୟତଃ ୫ରୁ ୧୦ ପ୍ରତିଶତ କ୍ଷେତ୍ରରେ ରୋଗୀ ନିଜର ପିତାମାତାଙ୍କଠାରୁ ବଂଶାନୁକ୍ରମେ ତୃଟିପୁର୍ଣ୍ଣ ଜିନ ଗ୍ରହଣ କରିଥାଆନ୍ତି । କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଓ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ପରେ ଏହାକୁ ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ସାହାଯ୍ୟରେ ସୁନିଶ୍ଚିତ କରାଯାଏ । ଧୁମ୍ରପାନ ନ କଲେ, ଅଧିକ ପରିବା, ଫଳ ଓ ଶସ୍ୟ ଖାଇଲେ, ମାଂସ ଓ ଅତ୍ୟଧିକ ପରିଷୃତ ଶସ୍ୟ ନ ଖାଇଲେ, ସୁସ୍ଥ ଓଜନ ରଖିପାରିଲେ, ବ୍ୟାୟାମ କଲେ, ସୂର୍ଯ୍ୟାଲୋକ ପ୍ରଭାବିତ କମ ହେଲେ ଓ କେତେକ ସଂକ୍ରମଣ ନିମନ୍ତେ ଟିକା ନେଲେ କର୍କଟରୁ ରକ୍ଷା ମିଳିପାରିବ । ଜରାୟୁ ଓ କୋଲୋ-ରେକ୍ଟାଲ କର୍କଟରେ ସ୍କ୍ରିନିଙ୍ଗ କରି ପ୍ରାରମ୍ଭିକ ଚିହ୍ନଟ କରିପାରିଲେ ଉପକାର ହୁଏ । ସ୍ତନ କର୍କଟ ରୋଗରେ ସ୍କ୍ରିନିଙ୍ଗର ଉପକାରୀତା ଦ୍ୱନ୍ଦାତ୍ମକ ଅଛି । କର୍କଟ ରୋଗରେ ବିକୀରଣ ଚିକିତ୍ସା, ଅପରେଶନ୍, କେମୋଥେରାପି ଓ ଟାର୍ଗେଟେଡ୍ ଥେରାପି ସାହାଯ୍ୟରେ ମିଶ୍ରିତ ଚିକିତ୍ସା କରାଯାଏ । ଯନ୍ତ୍ରଣା ଓ ଲକ୍ଷଣ ମୁତାବକ ଚିକିତ୍ସା ଅତି ଗୁରୁତ୍ତ୍ୱପୂର୍ଣ୍ଣ । ରୋଗ ଅଧିକ ହୋଇଥିଲେ ଉପଶମପ୍ରଦ ଚିକିତ୍ସା ଆବଶ୍ୟକ ହୁଏ । ଚିକିତ୍ସା ଆରମ୍ଭରୁ କେଉଁ ପ୍ରକାର କର୍କଟ ଓ କେତେ ଅଂଶ ପ୍ରଭାବିତ ହୋଇଛି, ତାହା ଉପରେ ରୋଗରୁ ରକ୍ଷା ପାଇବା ନିର୍ଭର କରେ । ବିକଶିତ ରାଷ୍ଟ୍ରମାନଙ୍କରେ ୧୫ ବର୍ଷ ବୟସରୁ କମ୍ ପିଲାଙ୍କର ପାଞ୍ଚ ବର୍ଷ ବଞ୍ଚିବା ହାର ପ୍ରାୟ ୮୦ % ଥାଏ । ଆମେରିକାରେ ୫ ବର୍ଷ ବଞ୍ଚିବାର ହାରାହାରି ସମ୍ଭାବନା ୬୬ % । କର୍କଟ ରୋଗକୁ ଚିହ୍ନଟ କରିବା ପାଇଁ ବହୁତ ଗୁଡ଼ିଏ ଉପାୟ ଅଛି ଯେପରିକି ରୋଗର ଲକ୍ଷଣ, ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କୋଷ କିମ୍ବା ଗ୍ରନ୍ଥିମାନଙ୍କର ପରୀକ୍ଷା ଏବଂ ବିଭିନ୍ନ ପ୍ରକାର ଫଟୋ ପରୀକ୍ଷା । କର୍କଟ ରୋଗ ସାଧାରଣ ଭାବେ କେମୋଥେରାପି (ଔଷଧ ବା ରାସାୟନିକ ଦ୍ରବ୍ୟଦ୍ୱାରା କର୍କଟ ରୋଗର ଚିକିତ୍ସା), ବିକିରଣ ଚିକିତ୍ସା କିମ୍ବା ଶଲ୍ୟଚିକିତ୍ସାର ସାହାଯ୍ୟରେ ଉପଶମ କରିବାର ଚେଷ୍ଟା କରାଯାଇ ଥାଏ । ଏଥିରେ ରୋଗୀର ରୋଗର ସ୍ଥାନ, ଆକ୍ରାନ୍ତର ପରିମାଣ ଉପରେ ରୋଗୀର ଚିକିତ୍ସା ଏବଂ ସଂଘର୍ଷ ନିର୍ଭର କରିଥାଏ । ସବୁ ବୟସରେ ଏହି ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ଥାଏ, କିଛି ନିର୍ଦ୍ଦିଷ୍ଟ କର୍କଟ ରୋଗ ସାଧାରଣତଃ ଛୁଆମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ, କର୍କଟ ରୋଗର ସମ୍ଭାବନା ବୟସ ବଢ଼ିବା ସଙ୍ଗେ ସଙ୍ଗେ ବଢ଼ିଥାଏ । ବର୍ଷ ୨୦୦୭ରେ ସାରା ପୃଥିବୀରେ କର୍କଟ ରୋଗ ଶତକଡା ୧୩ ପ୍ରତିଶତ ମୃତ୍ୟୁର କାରଣ ଥିଲା ଯାହାକି ୭.୩ ନିୟୁତ ରୋଗୀ । ବର୍ତ୍ତମାନ ଧିରେ ଧିରେ ଏହି ସଂଖ୍ୟା ବଢିଚାଲିଛି; ତାହାର ପ୍ରଧାନ କାରଣ ଆମ୍ଭମାନଙ୍କ ବଞ୍ଚିବାର ପରିବର୍ତ୍ତିତ ଶୈଳୀ । ସଂଜ୍ଞା ଅସାଧାରଣ ଜୀବକୋଷ ସଂଖ୍ୟା ବୃଦ୍ଧି ସହ ପାର୍ଶ୍ୱବର୍ତ୍ତୀ ଓ ଦୂରବର୍ତ୍ତୀ ସ୍ଥାନକୁ ମାଡ଼ିଯିବା ଗୁଣ ଥାଇ ଅନେକ ଗୁଡ଼ିଏ ରୋଗମାନଙ୍କର ପରିବାରକୁ କର୍କଟ କୁହାଯାଏ । ଏହାକୁ ଅର୍ବୁଦର ଏକ ସବ୍ ସେଟ୍ ବୋଲି ଧରାଯାଏ । ଅନିୟନ୍ତ୍ରିତ ବୃଦ୍ଧିପ୍ରାପ୍ତ ଗୋଟିଏ ଜୀବକୋଷର ଦଳକୁ ଅର୍ବୁଦ କୁହାଗଲେ ମଧ୍ୟ ଏହା ବିକ୍ଷିପ୍ତ ଭାବେ ରହିପାରେ । କର୍କଟର ୬ଟି ଗୁଣ ଥାଏ ବୃଦ୍ଧି ସଙ୍କେତ ନିମନ୍ତେ ଆତ୍ମନିର୍ଭରଶୀଳ । ବୃଦ୍ଧି ନ ହେବା ସଙ୍କେତ ପ୍ରତି ଅଣସମ୍ବେଦନଶୀଳ । ଆପୋପ୍ଟୋସିସ୍ (ପ୍ରୋଗ୍ରାମ ଥିବା ଜୀବକୋଷ ମୃତ୍ୟୁ) ଏଡ଼େଇ ଯିବା । ସୀମାହୀନ ଦ୍ୱିଗୁଣିତ ହେବା ସାମର୍ଥ୍ୟ । ପୁରାତନ ରକ୍ତନଳୀରୁ ନୂତନ ରକ୍ତନଳୀ ସୃଷ୍ଟି ହେବା ଓ ଚାଲୁ ରହିବା । ମେଟାସ୍ଟାସିସ୍ ଓ ସ୍ଥାନୀୟ ଦଖଲର ସକ୍ରିୟତା ସାମର୍ଥ୍ୟ । ଗୋଟିଏ ସାଧାରଣ ଜୀବକୋଷର ବୃଦ୍ଧି ହୋଇ ବିଭିନ୍ନ ସ୍ତର ଦେଇ ଗତି କରି କର୍କଟ ସୃଷ୍ଟି ହେବାକୁ ମାଲିଗ୍ନାଣ୍ଟ ପ୍ରୋଗ୍ରେସନ୍ କୁହାଯାଏ । ଚିହ୍ନ ଓ ଲକ୍ଷଣ କର୍କଟ ରୋଗ ଆରମ୍ଭ ହେବା ବେଳେ ପ୍ରାୟ କୌଣସି ଲକ୍ଷଣ ପ୍ରକାଶ କରାଏ ନାହିଁ । ଏହା ଗୋଟିଏ ବୃଦ୍ଧି ହେଉଥିବା ଗୋଟାଳି ବା କ୍ଷତ (ଘାଆ) ଆକାରରେ ପ୍ରକାଶ ପାଏ । ଏହାର ପ୍ରକାର ଓ ରୋଗଗ୍ରସ୍ତ ସ୍ଥାନ ଉପରେ ଲକ୍ଷଣ ନିର୍ଭର କରେ । କେତକ ଲକ୍ଷଣ ନିର୍ଦ୍ଦିଷ୍ଟ କର୍କଟ ରୋଗର ହୋଇଥିବାବେଳେ କେତେକ ଅନିର୍ଦ୍ଦିଷ୍ଟ ବା ଅନ୍ୟ ରୋଗର ଲକ୍ଷଣ ହୋଇପାରେ । ଏଥି ଯୋଗୁ କର୍କଟକୁ ବିରାଟ ଅନୁକରଣକାରୀ କୁହାଯାଏ । ଏଥି ଯୋଗୁ କର୍କଟ ରୋଗ ନିର୍ଣ୍ଣୟ ହେବା ପୂର୍ବରୁ ଲକ୍ଷଣ ଦେଖି ଅନ୍ୟ ରୋଗ ହୋଇଥିବ ଭାବି ତାହା ନିମନ୍ତେ ଚିକିତ୍ସା ହେଉଥିବାର ଦେଖାଯାଏ । ସ୍ଥାନୀୟ ଲକ୍ଷଣ ଅର୍ବୁଦ ବା କ୍ଷତ ଅନୁସାରେ ସ୍ଥାନୀୟ ଲକ୍ଷଣ ଦେଖାଯାଇପାରେ । ଉଦାହରଣ ସ୍ୱରୁପ, ଫୁସଫୁସ କର୍କଟ ହେଲେ ବାୟୁ ନଳୀ ଅବରୋଧ ହୋଇ କାଶ କିମ୍ବା ନିମୋନିଆ ହୁଏ; ଏସୋଫେଗସ୍ କର୍କଟ ହେଲେ ତାହାର ନଳୀ ସଂକୀର୍ଣ୍ଣ ହୋଇ ଖାଇବାରେ ଅସୁବିଧା ଓ କଷ୍ଟ ହୋଇପାରେ ଏବଂ କଲୋରେକ୍ଟାଲ କର୍କଟ ହେଲେ ଅନ୍ତନଳୀ ସରୁ ହୋଇ ଝାଡ଼ା ଅଭ୍ୟାସ ବଦଳିଯାଏ । ସ୍ତନରେ ବା ଅଣ୍ଡକୋଷରେ କର୍କଟ ହେଲେ ଛୁଇଁକରି ଅନୁଭବ କରିହୁଏ । କ୍ଷତ ଚର୍ମରେ ହେଲେ ରକ୍ତସ୍ରାବ ହୋଇପାରେ, ଫୁସଫୁସରେ ହେଲେ ରକ୍ତମିଶା କାଶ ହୋଇପାରେ, ଅନ୍ତନଳୀରେ ହେଲେ ରକ୍ତହୀନତା ବା ଆନିମିଆ ହୁଏ, ମୂତ୍ରାଶୟରେ ହେଲେ ମୂତ୍ରରେ ରକ୍ତ ପଡ଼େ, ଓ ଜରାୟୁରେ ହେଲେ ଯୋନୀପଥରୁ ରକ୍ତସ୍ରାବ ହୁଏ । ରୋଗ ଅଧିକା ହେଲେ ଯନ୍ତ୍ରଣା ହୁଏ କିନ୍ତୁ ଆରମ୍ଭ ହେଲାବେଳେ କୌଣସି କଷ୍ଟ ହୁଏ ନାହିଁ । କେତେକ କର୍କଟ ଛାତିରେ ହେଲେ ତରଳ ପଦାର୍ଥ ଜମିଯାଏ । ପେଟରେ ହେଲେ ମଧ୍ୟ ତରଳ ପଦାର୍ଥ ଜମିଯାଏ ଯାହାକୁ ଆସାଇଟିସ କୁହାଯାଏ । ଦୈହିକ ଲକ୍ଷଣ ଏହି ଲକ୍ଷଣ ସମୂହ ସ୍ଥାନୀୟ ବା ଦୂରବର୍ତ୍ତୀ ପ୍ରଭାବ ନୁହେଁ, ଦେହରେ ରୋଗର ସାଧାରଣ ପ୍ରଭାବ ଯୋଗୁ ହୁଏ । ଏହାର କିଛି ଲକ୍ଷଣ ମଧ୍ୟରେ ଅନିଚ୍ଛାକୃତ ଓଜନ ହ୍ରାସ, ଜ୍ୱର, ଅତ୍ୟଧିକ ଥକ୍କା ଲାଗିବା ଓ ଚର୍ମ ପରିବର୍ତ୍ତନ ଦେଖାଯାଏ । ହଜକିନ୍ ରୋଗ, ଲିଉକେମିଆ, ଯକୃତ ଓ ବୃକ୍କରେ କର୍କଟ ହେଲେ ଅଜଣା ଉତ୍ସରୁ ଲଗାଏତ ଜ୍ୱର ହୁଏ । କେତେକେ କର୍କଟ ରୋଗରେ ନିର୍ଦ୍ଦିଷ୍ଟ ସମୂହ ଲକ୍ଷଣ ପ୍ରକାଶ ପାଏ ଯାହାକୁ ପାରାନିଓପ୍ଲାସ୍ଟିକ ଫେନୋମେନା କହନ୍ତି । ଉଦାହରଣ ସ୍ୱରୁପ ଥାଇମୋମା ରୋଗରେ ମ୍ୟାସ୍ଥେନିଆ ଗ୍ରାଭିସ୍ ହୁଏ ଓ ଫୁସ୍ଫୁସ୍ କର୍କଟରେ କ୍ଲବିଙ୍ଗ ହୁଏ । ମେଟାସ୍ଟାସିସ୍ କର୍କଟ ରୋଗ ଏହାର ଉଦ୍ରେକ ସ୍ଥାନରୁ ବିସ୍ତାରିତ ହୋଇପାରେ; ସ୍ଥାନୀୟ ବିସ୍ତାର, ଲସିକା/ ଲିମ୍ଫ ନଳୀ ମଧ୍ୟ ଦେଇ ସ୍ଥାନୀୟ ଲିମ୍ଫ ନୋଡ ଓ ରକ୍ତ ନଳୀ ମାଧ୍ୟମରେ ଦୂରବର୍ତ୍ତୀ ସ୍ଥାନକୁ କର୍କଟ କୋଷ ଯାଇ ନୂଆ ସ୍ଥାନରେ ସେହି ରୋଗ ହୁଏ । ଏହି ଦୂରବର୍ତ୍ତୀ ଇଲାକାରେ ରୋଗ ହେଲେ ତାହାକୁ ସେହି ରୋଗର ମେଟାସ୍ଟାସିସ୍ କହନ୍ତି । ମେଟାସ୍ଟାସିସ୍ ହୋଇଥିବା ସ୍ଥାନ ଅନୁସାରେ ଲକ୍ଷଣ ପ୍ରକାଶ ପାଏ; ଏହା ବର୍ଦ୍ଧିଷ୍ଣୁ ଲିମ୍ଫ ନୋଡ, ବର୍ଦ୍ଧିଷ୍ଣୁ ଯକୃତ କିମ୍ବା ପ୍ଲୀହା ହୋଇପାରେ ଯାହାକୁ ଆଙ୍ଗୁଳିଦ୍ୱାରା ଅନୁଭବ କରାଯାଇପାରେ, ଅସ୍ଥିରେ ହେଲେ ଅସ୍ଥି ଭଗ୍ନ ହୋଇପାରେ ଓ ସ୍ନାୟୁଗତ ଲକ୍ଷଣ ଦେଖାଯାଏ । କାରଣ ପରିବେଶ ଘଟକମାନଙ୍କ ଯୋଗୁ ୯୦-୯୫% କର୍କଟ ହୁଏ, ବାକି ୫-୧୦% ବଂଶଗତ ଅସାଧାରଣ ଗୁଣସୂତ୍ର ଯୋଗୁ ହୁଏ । କର୍କଟ ଗବେଷଣାକାରୀଙ୍କ ସଂଜ୍ଞା ଅନୁସାରେ ପରିବେଶ ଅର୍ଥ ବଂଶାନୁକ୍ରମିକ ଗୁଣସୂତ୍ର ଯୋଗୁ ନ ଆସିଥିବା ସମସ୍ତ କାରକ, ଯେପରିକି ଜୀବନଚର୍ଯ୍ୟା, ଅର୍ଥନୈତିକ ତଥା ବ୍ୟବହାରିକ ଘଟକ ଯାହା କେବଳ ପ୍ରଦୂଷଣ ନୁହେଁ । ସାଧାରଣ ପରିବେଶ ଘଟକ ମଧ୍ୟରେ ଟୋବାକୋ (୧୫-୩୦%), ଖାଦ୍ୟ ଓ ମୋଟାପଣ (୩୦-୩୫%), ସଂକ୍ରମଣ (୧୫-୨୦%), ବିକୀରଣ (ଆୟୋନାଇଜିଙ୍ଗ ଓ ନନ ଆୟୋନାଇଜିଙ୍ଗ ୧୦%), ଚାପ, ଶାରୀରିକ କର୍ମ ଅଭାବ ଓ ପରିବେଶ ପ୍ରଦୂଷଣକାରୀ ନାମ ଉଲ୍ଲେଖଯୋଗ୍ୟ । ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ କାରଣକୁ ଅଙ୍ଗୁଳି ଦେଖାଇହେବ ନାହିଁ କାରଣ ଏହା ଏକାଧିକ କାରଣ ଯୋଗୁ ହୋଇପାରେ । ଉଦାହରଣ ସ୍ୱରୁପ ଟୋବାକୋ ଯୋଗୁ କର୍କଟ ହେଲେ ମଧ୍ୟ ବାୟୁ ପ୍ରଦୂଷଣ ଓ ବିକୀରଣ ଯୋଗୁ ମଧ୍ୟ ହୋଇପାରେ । ଗର୍ଭ ଓ ଅଙ୍ଗ ପ୍ରତିରୋପଣ ଭଳି କେତେକ ଅଳ୍ପ ଉଦାହରଣ ଛଡ଼ା ଏହି ରୋଗ ସଞ୍ଚାରିତ ହୁଏ ନାହିଁ । ରାସାୟନିକ ପଦାର୍ଥ କେତେକ ନିର୍ଦ୍ଦିଷ୍ଟ ପଦାର୍ଥ ସହ କେତେକ ନିର୍ଦ୍ଦିଷ୍ଟ କର୍କଟ ରୋଗ ହେବାର ସମ୍ଭାବନା ଅଛି । ଏହି ପଦାର୍ଥମାନଙ୍କୁ କାର୍ସିନୋଜେନ୍ କୁହାଯାଏ । ଧୁଆଁ ପତ୍ର ଆଘ୍ରାଣଦ୍ୱାରା ୯୦ % ଫୁସ୍ଫୁସ୍ କର୍କଟ ହୁଏ । ଏହାଦ୍ୱାରା ସ୍ୱରଯନ୍ତ୍ର, ମୁଣ୍ଡ, ବେକ, ପାକସ୍ଥଳୀ, ମୂତ୍ରାଶୟ, ବୃକ୍କ, ଏସୋଫେଗସ୍ ଓ ଅଗ୍ନାଶୟରେ ମଧ୍ୟ କର୍କଟ ହୁଏ । ଟୋବାକୋ ଧୁଆଁରେ ନାଇଟ୍ରୋସାମିନ୍ ଓ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ ସହ ପ୍ରାୟ ୫୦ ପ୍ରକାରରୁ ଉର୍ଦ୍ଧ୍ୱ କାର୍ସିନୋଜେନ୍ ଅଛି । ବିକଶିତ ଦେଶମାନଙ୍କରେ କର୍କଟ ଜନିତ ମୃତ୍ୟୁ ପ୍ରତି ୩ ଜଣରେ ଜଣକର ଓ ସାରା ପୃଥିବୀରେ ପ୍ରତି ୫ ଜଣରେ ଜଣକର କେବଳ ଟୋବାକୋ ଯୋଗୁ ହୁଏ । ଧୁମ୍ରପାନ ଅଧିକ କଲେ ମୃତ୍ୟୁ ହାର ଅଧିକ ହେବା ଓ ୧୯୫୦ ମସିହା ପରେ ଧୁମ୍ରପାନ କମିବାରେ ୧୯୯୦ ମସିହା ପରେ ଫୁସ୍ଫୁସ୍ ମୃତ୍ୟୁ ହାର କମିବା ଜଣାଯାଇଛି । ସମୁଦାୟ କର୍କଟ ରୋଗ ମଧ୍ୟରୁ ପୁରୁଷମାନଙ୍କର ୧୦ % ଓ ମହିଳାମାନଙ୍କର ୩ % କେବଳ ମଦିରା ଯୋଗୁ ହୁଏ ଯାହା ଯକୃତ ଓ ଖାଦ୍ୟନଳୀରେ ଅଧିକ ହୁଏ । କର୍ମକ୍ଷେତ୍ରରେ କାର୍ସିନୋଜେନ୍ ଯୋଗୁ ୨%ରୁ ୨୦% କର୍କଟ ରୋଗ ହୁଏ । ଏହି କାରଣ ଯୋଗୁ ପୃଥିବୀରେ ୨୦୦,୦୦୦ ଲୋକ ମୃତ୍ୟୁ ବରଣ କରନ୍ତି । ନିୟୁତ ସଂଖ୍ୟକ ଶ୍ରମିକଙ୍କର ଟୋବାକୋ ଧୁଆଁ ଓ ଆଜ୍ବେସ୍ଟସ ଯୋଗୁ ଫୁସ୍ଫୁସ୍ କର୍କଟ ଓ ମେସୋଥେଲିଓମା ହୁଏ । ବେଞ୍ଜିନ୍ ସଂସ୍ପର୍ଶରେ ଆସି ଲିଉକେମିଆଁ ରୋଗରେ ଆକ୍ରାନ୍ତ ହୁଅନ୍ତି । ଖାଦ୍ୟ ଓ ବ୍ୟାୟାମ କର୍କଟ ମୃତ୍ୟୁର ୩୦%-୩୫% କେବଳ ଖାଦ୍ୟ, ଶାରୀରିକ କର୍ମହୀନତା ଓ ମୋଟାପଣ ଯୋଗୁ ହୁଏ । ଆମେରିକାରେ ଅଧିକ ଓଜନ ଯୋଗୁ ଅନେକ ପ୍ରକାରର କର୍କଟ ହୁଏ ଓ ସମୁଦାୟ କର୍କଟ ମୃତ୍ୟୁର ୧୪%ରୁ ୨୦% ଏହି କାରଣ ଯୋଗୁ ହୁଏ । ଇଂଲଣ୍ଡରେ ୫ ନିୟୁତ ଲୋକଙ୍କୁ ନେଇ ଗୋଟିଏ ଅନୁଶୀଳନରୁ ଜଣାଯାଏ, ଅଧିକ ବଡି ମାସ୍ ଇଣ୍ଡେକ୍ସ ସହ ଅତି କମ୍ରେ ୧୦ ପ୍ରକାର କର୍କଟ ରୋଗର ୧୨୦୦୦ ରୋଗୀଙ୍କ ସମ୍ପର୍କ ଅଛି । ଶାରୀରିକ କର୍ମହୀନତା କେବଳ ଓଜନ ଉପରେ ପ୍ରଭାବ ପକାଏ ନାହିଁ, ଏହା ଇମ୍ମ୍ୟୁନ ସିସ୍ଟମ ଓ ଏଣ୍ଡୋକ୍ରାଇନ୍ ସିସ୍ଟମ ଉପରେ ବିଯୁକ୍ତାତ୍ମକ ପ୍ରଭାବ ପକାଏ । ଅଳ୍ପ ପରିବା ଓ ଅଧିକ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଅପେକ୍ଷା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁ ରୋଗ ସମ୍ଭାବନା ହୁଏ । କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ କେତେକ ନିର୍ଦ୍ଦିଷ୍ଟ କର୍କଟ ସହ ସମ୍ପର୍କ ରଖିଥାଏ । ଅଧିକ ଲବଣଯୁକ୍ତ ଖାଦ୍ୟର ପାକସ୍ଥଳୀ କର୍କଟ ସହ ସମ୍ପର୍କ ଥାଏ ଓ ଆଫ୍ଲାଟକ୍ସିନ ସହ ଯକୃତ କର୍କଟ ସମ୍ଭାବନା ଥାଏ । ଗୁଆ ଚୋବାଇଲେ ମୂଖ କର୍କଟ ହୁଏ । ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଖାଦ୍ୟ ଗ୍ରହଣ କରୁଥିବା ଯୋଗୁ ଅଲଗା ପ୍ରକାର କର୍କଟ ହୁଏ । ଅଧିକ ଲବଣଯୁକ୍ତ ଖାଦ୍ୟ ଖାଇବା ଯୋଗୁ ଜାପାନରେ ପାକସ୍ଥଳୀ କର୍କଟ ଓ ଆମେରିକାରେ କୋଲୋନ୍ କର୍କଟ ହୁଏ ଯାହା ଖାଦ୍ୟ ସହ କର୍କଟର ସମ୍ପର୍କ ଥିବା ସମ୍ଭାବନା ପ୍ରମାଣ କରେ । ଅନ୍ୟ ଦେଶରେ ବାସ କରିବାକୁ ଗଲେ ସେହି ଦେଶରେ ହେଉଥିବା କର୍କଟ ରୋଗ ହୁଏ ଯାହା ଖାଦ୍ୟ ସହ କର୍କଟର ସମ୍ପର୍କ ଥିବା ପ୍ରମାଣ କରେ । ସଂକ୍ରମଣ କର୍କଟ ରୋଗ ସୃଷ୍ଟି କରୁଥିବା ଭୁତାଣୁକୁ ଅଙ୍କୋଭାଇରସ କୁହାଯାଏ । ଏମାନଙ୍କ ନାମ ସହ ରୋଗ ନାମ : ମାନବ ପାପିଲୋମା ଭାଇରସ , ଏବସଟେନ ବାର ଭୂତାଣୁ (ବି ସେଲ ଲିମ୍ଫୋପ୍ରୋଲିଫରେଟିଭ ରୋଗ) ଓ ନାଜୋଫାରିଞ୍ଜିଆଲ କାରସିନୋମା , କାପୋଷି ସାରକୋମା ହର୍ପିସ ଭୂତାଣୁ କାପୋଷି ସାରକୋମା ଓ ପ୍ରାଥମିକ ଇଫ୍ୟୁଜନ ଲିମ୍ଫୋମା ' ଓ , ହେପାଟାଇଟିସ ବି ଓ ହେପାଟାଇଟିସ ସି ହେପାଟୋସେଲ୍ଲ୍ୟୁଳାର କର୍କଟ , ଏବଂ ହ୍ୟୁମ୍ୟାନଟି ସେଲ ଲିଉକେମିଆ ଭୂତାଣୁ - ୧ ଟି ସେଲ ଲିଉକେମିଆ । ଜୀବାଣୁ ସଂକ୍ରମଣର ଉଦାହରଣ - ହେଲିକୋବ୍ୟାକ୍ଟର ପାଇଲୋରିଦ୍ୱାରା ପାକସ୍ଥଳୀ କର୍କଟ ହୁଏ । ସେହିଭଳି ପରଜୀବୀ ସିସ୍ଟୋସୋମା ହେମାଟୋବିଅମ୍ଦ୍ୱାରା ସ୍କ୍ୱାମସ୍ ସେଲ୍ କର୍କଟ, ଯକୃତ ଫ୍ଲ୍ୟୁକଦ୍ୱାରା ପିତ୍ତ ନଳୀ କର୍କଟ ରୋଗ ହୁଏ । ବିକୀରଣ କର୍କଟ ରୋଗର ୧୦% ବିକୀରଣ ଯୋଗୁ ହୁଏ, ତାହା ମଧ୍ୟରେ ଆୟୋନାଇଜିଙ୍ଗ୍ ଓ ନନ୍-ଆୟୋନାଇଜିଙ୍ଗ୍ ଅଲ୍ଟ୍ରାଭାୟୋଲେଟ ବିକୀରଣ ଥାଏ । ଅଧିକନ୍ତୁ ଅଧିକଂଶ ନନ୍ ଇନଭେସିଭ କର୍କଟ ମଧ୍ୟରେ ସୂର୍ଯ୍ୟ ବିକୀରଣରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ ଜନିତ ନନ୍-ମେଲାନୋମା ଚର୍ମ କର୍କଟ, ମେଡିକାଲ୍ ଇମେଜିଙ୍ଗ ଓ ରାଡନ ଗ୍ୟାସ । ଆୟୋନାଇଜିଙ୍ଗ ବିକୀରଣ ଟାଣୁଆ ମ୍ୟୁଟାଜେନ୍ ନୁହେଁ । ଅକ୍ରିୟ ଧୂମ୍ରପାନ ଯୋଗୁ କର୍କଟ ହେବା ଭଳି ରାଡନ୍ ଗ୍ୟସ୍ ଯୋଗୁ କର୍କଟ ହୁଏ ।। ବିକୀରଣ ସହ ଅନ୍ୟ କର୍କଟ ସୃଷ୍ଟିକାରୀ ଏଜେଣ୍ଟ ମିଶିଲେ ଅଧିକ ରୋଗ ସଙ୍କଟ ଜାତ ହୁଏ ଯେପରିକି ରାଡନ୍ ଗ୍ୟାସ୍ ସହ ଧୂମ୍ରପାନ ।। ବିକୀରଣ ଯୋଗୁ ଶରୀରର ସମସ୍ତ ଅଂଶରେ ଓ ସବୁ ବୟସରେ କର୍କଟ ହୋଇପାରେ । ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ଶିଶୁ ଓ କିଶୋର ବୟସରେ ବିକୀରଣ ଜନିତ ଲିଉକେମିଆ ହେବାର ସମ୍ଭାବନା ଅଧିକ ଦେଖାଯାଏ, ଜନ୍ମ ପୂର୍ବରୁ ବିକୀରଣ ପ୍ରଭାବିତ ହୋଇଥିଲେ ୧୦ ଗୁଣ ଅଧିକ ସଂକଟ ଥାଏ ।। ଚିକିତ୍ସା ବିକୀରଣ ଅଳ୍ପ ହେଲେ ମଧ୍ୟ ପ୍ରଭାବ ପକାଇପାରେ । କୌଣସି କର୍କଟ ରୋଗ ନିମନ୍ତେ ବିକୀରଣ କଲେ ଅନ୍ୟ ଗୋଟିଏ ପ୍ରକାରର କର୍କଟ ହୋଇପାରେ । ଦୀର୍ଘ ସମୟ ଧରି ଅଲ୍ଟ୍ରାଭାୟୋଲେଟ ବିକୀରଣ ହେଉଥିଲେ ମେଲାନୋମା ଓ ଅନ୍ୟ ଚର୍ମ କର୍କଟ ରୋଗ ହୁଏ । କର୍କଟ ରୋଗର ୧୦% ବିକୀରଣ ଯୋଗୁ ହୁଏ, ତାହା ମଧ୍ୟରେ ଆୟୋନାଇଜିଙ୍ଗ୍ ଓ ନନ୍-ଆୟୋନାଇଜିଙ୍ଗ୍ ବିକୀରଣ ଥାଏ । ଅଧିକନ୍ତୁ ଅଧିକଂଶ ନନ୍ ଇନଭେସିଭ କର୍କଟ ମଧ୍ୟରେ ସୂର୍ଯ୍ୟ ବିକୀରଣରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ ଜନିତ ନନ୍-ମେଲାନୋମା ଚର୍ମ କର୍କଟ, ମେଡିକାଲ୍ ଇମେଜିଙ୍ଗ ଓ ରାଡନ ଗ୍ୟାସ । ଆୟୋନାଇଜିଙ୍ଗ ବିକୀରଣ ଟାଣୁଆ ମ୍ୟୁଟାଜେନ୍ ନୁହେଁ । ଅକ୍ରିୟ ଧୂମ୍ରପାନ ଯୋଗୁ କର୍କଟ ହେବା ଭଳି ରାଡନ୍ ଗ୍ୟସ୍ ଯୋଗୁ କର୍କଟ ହୁଏ । ବିକୀରଣ ଯୋଗୁ ଶରୀରର ସମସ୍ତ ଅଂଶରେ ଓ ସବୁ ବୟସରେ କର୍କଟ ହୋଇପାରେ । ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ଶିଶୁ ଓ କିଶୋର ବୟସରେ ବିକୀରଣ ଜନିତ ଲିଉକେମିଆ ହେବାର ସମ୍ଭାବନା ଅଧିକ ଦେଖାଯାଏ, ଜନ୍ମ ପୂର୍ବରୁ ବିକୀରଣ ପ୍ରଭାବିତ ହୋଇଥିଲେ ୧୦ ଗୁଣ ଅଧିକ ସଂକଟ ଥାଏ । ଚିକିତ୍ସା ବିକୀରଣ ଅଳ୍ପ ହେଲେ ମଧ୍ୟ ପ୍ରଭାବ ପକାଇପାରେ । କୌଣସି କର୍କଟ ରୋଗ ନିମନ୍ତେ ବିକୀରଣ କଲେ ଅନ୍ୟ ଗୋଟିଏ ପ୍ରକାରର କର୍କଟ ହୋଇପାରେ । କେତେକ ପ୍ରକାର ଡାକ୍ତରୀ ଇମେଜିଙ୍ଗରେ ବ୍ୟବହାର ହୁଏ । ଦୀର୍ଘ ସମୟ ଧରି ସୂର୍ଯ୍ୟରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ ବିକୀରଣ ହେଉଥିଲେ ମେଲାନୋମା ଓ ଅନ୍ୟ ଚର୍ମ କର୍କଟ ରୋଗ ହୁଏ । ନନ୍ ଆୟୋନାଇଜିଙ୍ଗ୍ ମଧ୍ୟମ ୱେଭ ଅଲ୍ଟ୍ରାଭାୟୋଲେଟ ଯୋଗୁ ଅଧିକାଂଶ ବହୁଳଭାବେ ନନ୍-ମେଲାନୋମା କର୍କଟ ହେଉଥିବା ପ୍ରମାଣିତ ହୋଇସାରିଛି । ମୋବାଇଲ ଫୋନ୍ ଓ ଇଲେକ୍ଟ୍ରିକ୍ ଶକ୍ତି ସଞ୍ଚାରଣ ଭଳି ଉତ୍ସମାନଙ୍କରୁ ନନ୍-ଆୟୋନାଇଜିଙ୍ଗ ରେଡିଓ ଫ୍ରିକ୍ୱେଏନ୍ସି ଇତ୍ୟାଦି ସମ୍ଭାବିତ କାର୍ସିନୋଜେନ୍ ହୋଇପାରେ ବୋଲି ଡବ୍ଲ୍ୟୁ.ଏଚ୍.ଓ.ର ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର୍ ବର୍ଣ୍ଣନା କରିଛି । କିନ୍ତୁ ସେଲ୍ ଫୋନ ଓ ବିକୀରଣ ମଧ୍ୟରେ ସର୍ବଦା ଲିଙ୍କ ଥିବା ସଙ୍କଟ ଦେଖାଯାଇ ନାହିଁ । ବଂଶାନୁକ୍ରମିକତା ଅଧିକାଂଶ କର୍କଟ ବଂଶାନୁକ୍ରମିକ ନୁହେଁ । ଉତ୍ତରାଧିକାର ସୂତ୍ରରେ ପାଇଥିବା ତୃଟିପୁର୍ଣ୍ଣ ଗୁଣସୁତ୍ର ଯୋଗୁ ବଂଶାନୁକ୍ରମିକ କର୍କଟ ହୁଏ । ସମୁଦାୟ ଜନସଂଖ୍ୟାର 0.୩ % ଲୋକଙ୍କର ଗୁଣସୁତ୍ର ମ୍ୟୁଟେସନ ଥାଏ ଓ ଏହା ବିରାଟ ସଙ୍କଟ ରୂପେ ସମୁଦାୟ କର୍କଟ ରୋଗର ୩ରୁ ୧୦ % ଥାଏ । ବି.ଆର.ସି.ଏ. ୧ ଓ ବି.ଆର.ସି.ଏ. ୨ ଜିନ ମ୍ୟୁଟେସନ ହେଲେ ୭୫% ସ୍ତନ ଓ ଜରାୟୁ କର୍କଟ ହୁଏ ତଥା ୩ % କୋଲୋରେକ୍ଟାଲ କର୍କଟ ରୋଗ କେବଳ ହେରେଡିଟାରି ନନ୍-ପଲିପସ୍ କୋଲୋରେକ୍ଟାଲ କର୍କଟା ଥାଏ । ଭୌତିକ ଏଜେଣ୍ଟ ଏମିତି ପଦାର୍ଥ ଅଛି ଯାହାର କିଛି ରାସାୟନିକ ପ୍ରଭାବ ନ ଥାଇ ଭୌତିକ ପ୍ରଭାବ ଯୋଗୁ କର୍କଟ ରୋଗ ହୁଏ । ଆଜବେସ୍ଟସ୍ ଏକ ଫାଇବର ଥିବା ପ୍ରାକୃତିକ ପଦାର୍ଥ ଯାହା ଫୁସଫୁସର ସେରସ୍ ମେମ୍ବ୍ରେନରୁ ବାହାରୁଥିବା ମେସୋଥେଲିଓମା ରୋଗର ଏକ ମୂଖ୍ୟ କାରଣ । ଅନ୍ୟ ପଦାର୍ଥ ମଧ୍ୟରେ ୱାଲାସ୍ଟୋନାଇଟ, ଆଟ୍ଟାପଲ୍ଜାଇଟ୍, ଗ୍ଲାସ ଉଲ ଓ ରକ୍ ଉଲ୍ ସେହିଭଳି ସମାନ ପ୍ରଭାବ ପକାନ୍ତି । ଫାଇବର ନ ଥାଇ କର୍କଟ କରାଉଥିବା ପଦାର୍ଥ ମଧ୍ୟରେ କୋବାଲ୍ଟ, ନିକେଲ ଓ କ୍ରିସ୍ଟାଲାଇନ ସିଲିକା ଯେପରିକି କ୍ୱାର୍ଜ, କ୍ରିସ୍ତୋବାଲାଇଟ ନାମ ଉଲ୍ଲେଖଯୋଗ୍ୟ । ଭୌତିକ ପଦାର୍ଥଗୁଡ଼ିକ କ୍ଷୁଦ୍ର ଆକାରରେ ବର୍ଷ ବର୍ଷ ଧରି ସଂସ୍ପର୍ଷରେ ଆସି ଶରୀର ମଧ୍ୟକୁ ରହିଲେ କର୍କଟ ରୋଗ ସମ୍ଭାବନା ହୁଏ । ଶାରୀରିକ ଆଘାତ ଯୋଗୁ କର୍କଟ ହେବା ଅତି ବିରଳ । ହାଡ଼ ଭାଙ୍ଗିବା ଯୋଗୁ କର୍କଟ ହେବା ପ୍ରମାଣିତ ହୋଇନାହିଁ । ଆଘାତ ଯୋଗୁ ଜରାୟୁ, ସ୍ତନ ଓ ମସ୍ତିଷ୍କ କର୍କଟ ହେବା ଗ୍ରହଣ ଯୋଗ୍ୟ ନୁହେଁ । ଗୋଟିଏ ସ୍ଥାନକୁ ବାରମ୍ବାର ଉତ୍ତପ୍ତ କଲେ ଚର୍ମ କର୍କଟ ହୋଇପାରେ ଯେପରିକି କାଙ୍ଗ୍ରିଦ୍ୱାରା ଶୀତରୁ ରକ୍ଷା ପାଇବା ନିମନ୍ତେ କରାଯାଏ (କାଶ୍ମୀରରେ), ବିଶେଷତଃ ଯଦି ଉତ୍ତାପ ଉତ୍ସରେ କାର୍ସିନୋଜେନିକ ପଦାର୍ଥ ଥାଏ । ବାରମ୍ବାର ଉତ୍ତପ୍ତ ଚା ପାନ କଲେ ଏସୋଫେଗସ୍ରେ କର୍କଟ ହୋଇପାରେ । ବିଶ୍ୱାସ କରାଯାଏ, ସିଧାସଳଖ ଆଘାତ ଯୋଗୁ ନ ହୋଇ ଆଗରୁ ଥିବା ପ୍ରି-କର୍କଟ ଘାଆ ମରାମତ ସମୟର ପ୍ରକ୍ରିୟରେ କର୍କଟରେ ରୁପାନ୍ତରିତ ହୋଇଯାଏ । ଗୋଟିଏ ସ୍ଥାନ ବାରମ୍ବାର ଆଘାତପ୍ରାପ୍ତ ହେଲେ ଅତ୍ୟଧିକ କୋଷ ତିଆରି ହୋଇ କର୍କଟ ମ୍ୟୁଟେସନ ହୋଇଯାଏ । ପ୍ରଦାହ ଯୋଗୁ କର୍କଟ ହେବା ପ୍ରମାଣ ନାହିଁ, କିନ୍ତୁ ଏହାଦ୍ୱାରା କର୍କଟ କୋଷମାନଙ୍କର ସଂଖ୍ୟା ବୃଦ୍ଧି, ବଞ୍ଚିରହିବା ଓ ସ୍ଥାନାନ୍ତର ହେବା ମାଇକ୍ରୋଏନ୍ଭିରନ୍ମେଣ୍ଟ ଯୋଗୁ ହୋଇପାରେ । ହର୍ମୋନ କର୍କଟ ଜୀବକୋଷ ସଂଖ୍ୟା ବୃଦ୍ଧି କରିବାରେ ହର୍ମୋନର ଭୂମିକା ଅଛି । ଇନ୍ସୁଲିନ୍ ଭଳି ହର୍ମୋନର୍ ବୃଦ୍ଧି ଉପାଦାନ ଥାଏ ଓ ଏହାର ପ୍ରୋଟିନ୍ ବନ୍ଧନ କ୍ଷମତା ଯୋଗୁ କୋଷ ସଂଖ୍ୟା ବୃଦ୍ଧି, ବିଭେଦିକରଣ ଓ ମୃତ୍ୟୁ ହେଉଥିବା ଯୋଗୁ କାର୍ସିନୋଜେନ୍ ହୋଇଥିବା ପ୍ରସ୍ତାବ ଥାଏ । ଯୌନ ସମ୍ପର୍କୀୟ କର୍କଟ ଯେପରିକି ସ୍ତନ, ଏଣ୍ଡୋମେଟ୍ରିଅମ୍, [[ପ୍ରୋସ୍ଟେଟ, ଓଭାରି ଓ ଟେସ୍ଟିସ୍ ତଥା ଥାଇରଏଡ଼ ଓ ଅସ୍ଥି କର୍କଟ ହେବାରେ ହର୍ମୋନ୍ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଉଦାହରଣ ସ୍ୱରୂପ, ସ୍ତନ କର୍କଟ ରୋଗୀଙ୍କ ଝିଅମାନଙ୍କର ଏସ୍ଟ୍ରୋଜେନ୍ ଓ ପ୍ରୋଜେସ୍ଟେରନ୍ ସ୍ତର ଏହି ରୋଗ ନ ଥିବା ମହିଳାମାନଙ୍କର ଝିଅମାନଙ୍କ ଅପେକ୍ଷା କମ ଥାଏ । ସ୍ତନ କର୍କଟ ଜିନ୍ ନ ଥାଇ ମଧ୍ୟ ଏହି ମହିଳାମାନଙ୍କର ଏହି ଉଚ୍ଚ ହର୍ମୋନ ସ୍ତର ଯୋଗୁ ଅଧିକ ସଂଙ୍କଟାବସ୍ଥା ଥାଏ । ସେହିପରି ଆମେରିକା ଲୋକଙ୍କ ଅପେକ୍ଷା ଆଫ୍ରିକା ଲୋକମାନଙ୍କର ଟେସ୍ଟୋସ୍ଟେରନ୍ ସ୍ତର ଅଧିକ ଥିବାରୁ ପ୍ରୋସ୍ଟେଟ କର୍କଟ ଅଧିକ ହୁଏ । ଏସିଆର ମୂଳ ଅଧିବାସୀଙ୍କର ଟେସ୍ଟୋସ୍ଟେରନ୍ ହର୍ମୋନ ସ୍ତର କମ୍ ଥିବାରୁ କମ୍ ପ୍ରୋସ୍ଟେଟ କର୍କଟ ହୁଏ । ମୋଟା ଲୋକଙ୍କର କୌଣସି ହର୍ମୋନ୍ ସ୍ତର ଅଧିକ ଥିବାରୁ ଅଧିକ କର୍କଟ ରୋଗ ହୁଏ । ହର୍ମୋନ୍ ରେପ୍ଲେସମେଣ୍ଟ ଥେରାପି ନେଉଥିବା ମହିଳାମାନଙ୍କର୍ ସେହି ହର୍ମୋନ୍ ସମ୍ପର୍କୀୟ କର୍କଟ ସମ୍ଭାବନା ଅଧିକ ଥାଏ । ଅଧିକ ବ୍ୟାୟାମ କରୁଥିବା ଲୋକଙ୍କର ଏହି ହର୍ମୋନ୍ ସ୍ତର କମ୍ ଥିବା ଯୋଗୁ ସ୍ୱଳ୍ପ ସଙ୍କଟ ଥାଏ । କେତେକ ଚିକିତ୍ସାଦ୍ୱାରା ହର୍ମୋନ୍ ସ୍ତର କମେଇ ହର୍ମୋନ ସମ୍ବେଦନଶୀଳ କର୍କଟ କମେଇ ଦିଆଯାଇପାରୁଛି । ବିକାରୀ-ଶରୀର କ୍ରିୟା ଜେନେଟିକ ଅନିୟନ୍ତ୍ରିତ ଜୀବକୋଷ ବିକାଶ ଯୋଗୁ କର୍କଟ ରୋଗ ହୁଏ । ସାଧାରଣ ଜୀବକୋଷକୁ କର୍କଟ ଜୀବକୋଷରେ ପରିଣତ କରିବା ନିମନ୍ତେ ଜିନ୍ମାନେ ଦାୟୀ ଯେଉଁମାନଙ୍କଦ୍ୱାରା ଜୀବକୋଷର ବୃଦ୍ଧି ଓ ବିକାଶ ହୁଏ । ଏହି ପ୍ରଭାବିତ ଜିନ୍ଗୁଡ଼ିକ ଦୁଇ ଭାଗରେ ବିଭକ୍ତ । କୋଷ ବୃଦ୍ଧି ଓ ପ୍ରଜନନ ନିମନ୍ତେ ଅଙ୍କୋଜିନ ଦାୟୀ । ଟ୍ୟୁମର ସପ୍ରେସର ଜିନ କୋଷ ବିଭାଜନ ଓ ତିଷ୍ଠିବାକୁ ରୋକେ । ନୂଆ ଅଙ୍କୋଜିନ ସୃଷ୍ଟି, ସାଧାରଣ ଅଙ୍କୋଜିନର ଅତି-ଅଭିବ୍ୟକ୍ତି, ଟ୍ୟୁମର ସପ୍ରେସର ଜିନର ନିମ୍ନ ବା ଅନୁପସ୍ଥିତି ଯୋଗୁ କର୍କଟ ହୁଏ । ଅନେକ ଜିନ ପରିବର୍ତ୍ତନ ଯୋଗୁ ସାଧାରଣ ଜୀବକୋଷ କର୍କଟ ଜୀବକୋଷରେ ପରିବର୍ତ୍ତିତ ହୋଇଯାଏ । ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରକ୍ରିୟାଦ୍ୱାରା ଜୀବକୋଷର ପରିବର୍ତ୍ତନ ହୁଏ । କ୍ରୋମୋଜୋମର ଅଧିକ କପି (୨୦ରୁ ଅଧିକ) ହୋଇଗଲେ ଜେନିମିକ୍ ଆମ୍ପ୍ଲିଫିକେସନ୍ ହୁଏ । ଦୁଇଟି କ୍ରୋମୋଜୋମ ସ୍ଥାନର ସଂଯୋଗ ହେଲେ ଟ୍ରାନ୍ସଲୋକେସନ ହୁଏ, ଉଦାହରଣ: କ୍ରନିକ ମାୟେଲୋଜେନସ୍ ଲିଉକେମିଆରେ ଫିଲାଡେଲଫିଆ କ୍ରୋମୋଜୋମ ୯ ଓ ୨୨ର ସଂଯୋଗ ହୁଏ ଯାହା ଯୋଗୁ ବିସିଆର ଏବିଆଇ ଫ୍ୟୁଜନ ପ୍ରୋଟିନ ତିଆରି ହୁଏ ଯାହା ଏକ ଅଙ୍କୋଜେନିକ ଟାଇରୋସିନ୍ କାଇନେଜ ଅଟେ । ଏପିଜେନେଟିକ ମେଟାସ୍ଟାସିସ କର୍କଟ ରୋଗର ଦେହ ମଧ୍ୟରେ ସ୍ଥାନାନ୍ତରକୁ ମେଟାସ୍ଟାସିସ କୁହାଯାଏ । ପ୍ରଥମ ସ୍ଥାନରେ ହେଉଥିବା କର୍କଟକୁ ପ୍ରାଇମେରୀ ବା ପ୍ରାଥମିକ କର୍କଟ ଓ ନୂତନ ସ୍ଥାନରେ ହେଉଥିବା କର୍କଟକୁ ମେଟାସ୍ଟାସିସ ଟ୍ୟୁମର୍ କୁହାଯାଏ । ପ୍ରାୟ ପ୍ରତ୍ୟେକ କର୍କଟ ମେଟାସ୍ଟାସିସ ହୋଇପାରେ । ଅଧିକାଂଶ କର୍କଟମୃତ୍ୟୁ ଦୁରବର୍ତ୍ତୀ ଅଙ୍ଗରେ ମେଟାସ୍ଟାସିସ ଯୋଗୁ ହୁଏ । ବିଳମ୍ବିତ କର୍କଟ ରୋଗରେ ମେଟାସ୍ଟାସିସ ହେବା ଅତି ସାଧାରଣ କଥା । କର୍କଟ କୋଷ ରକ୍ତନଳୀ, ଲିମ୍ଫାଟିକ ବା ଉଭୟ ମାଧ୍ୟମରେ ଦୂରବର୍ତ୍ତୀ ସ୍ଥାନକୁ ସ୍ଥାନାନ୍ତର ହୁଏ । ପ୍ରଥମେ ସ୍ଥାନୀୟ ବିସ୍ତାର ହୁଏ ଓ ତାପରେ ଏହା ରକ୍ତନଳୀ ବା ଲିମ୍ଫାଟିକ ମଧ୍ୟକୁ ପ୍ରବେଶ କରେ । ଦୂରବର୍ତ୍ତୀ ସ୍ଥାନରେ ଏହା ବାହାରକୁ ଆସେ ନୂଆ ଜାଗାରେ ରହି ସଂଖ୍ୟା ବୃଦ୍ଧି ସହ ନୂଆ ରକ୍ତନଳୀ ତିଆରି କରାଏ । କେତେକ କର୍କଟ ନିଜ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ମେଟାସ୍ଟାସିସ କରନ୍ତି କିନ୍ତୁ ଅଧିକାଂଶ କ୍ଷେତ୍ରରେ ଫୁସଫୁସ୍, ଯକୃତ, ମସ୍ତିଷ୍କ ଓ ଅସ୍ଥିରେ ମେଟାସ୍ଟାସିସ ହୁଏ । ରୋଗ ନିର୍ଣ୍ଣୟ ଅଧିକାଂଶ କର୍କଟ ରୋଗ ପ୍ରାରମ୍ଭରେ ଲକ୍ଷଣ ଓ ଚିହ୍ନ ତଥା ସ୍କ୍ରିନିଙ୍ଗଦ୍ୱାରା ନିର୍ଣ୍ଣୟ ହୁଏ । ପାଥୋଲୋଜିସ୍ଟଙ୍କଦ୍ୱାରା ରୋଗ ହୋଇଥିବା ସ୍ଥାନରୁ ତନ୍ତୁ ନେଇ ପରୀକ୍ଷାକରି ଶେଷ ସିଦ୍ଧାନ୍ତରେ ଉପନିତ ହୁଏ । ଏହା ବ୍ୟତୀତ ରକ୍ତ ପରୀକ୍ଷା, ଏକ୍ସ-ରେ, ସି.ଟି. ସ୍କାନ୍ ଓ ଏଣ୍ଡୋସ୍କୋପି କରିବା ଆବଶ୍ୟକ ହୁଏ । ଅଧିକାଂଶ ରୋଗୀ ଏହି ରୋଗ ହୋଇଛି ଶୁଣି ଅତ୍ୟଧିକ ଭାବପ୍ରବଣ ଓ ବିସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରନ୍ତି ଯାହାର ସଙ୍କଟ କର୍କଟ ମୃତ୍ୟୁ ସଂଖ୍ୟର ପ୍ରାୟ ଦୁଇଗୁଣ । ବର୍ଗୀକରଣ କର୍କଟ କୋଷ ଅଣୁବୀକ୍ଷଣ ଯନ୍ତ୍ରରେ ଯେଉଁ ଜୀବକୋଷ ସଦୃଷ ଦେଖାଯାଏ ସେହି କୋଷରୁ ଏହା ଆସିଛି ବୋଲି ଧରାଯାଏ ଓ ସେହି ଅନୁସାରେ ବର୍ଗୀକରଣ କରାଯାଏ । କାର୍ସିନୋମା: ଏହା ଏପିଥେଲିଆଲ୍ କୋଷରୁ ଜାତ ହୁଏ । ଅଧିକାଂଶ କର୍କଟ ଏହି ଶ୍ରେଣୀର, ବୟସ୍କମାନଙ୍କର, ସ୍ତନ, ପ୍ରୋସ୍ଟେଟ, ଫୁସ୍ଫୁସ୍, ଅଗ୍ନାଶୟ ଓ କୋଲୋନ୍ ଇତ୍ୟାଦି ଅଙ୍ଗରୁ ଏହା ହୁଏ । ସାର୍କୋମା: ଏହା କନେକ୍ଟିଭ ତନ୍ତୁରୁ (ଅସ୍ଥି, ଉପାସ୍ଥି, ଚର୍ବି, ସ୍ନାୟୁ ଇତ୍ୟାଦି) ଜାତ ହୁଏ । ଅସ୍ଥି ମଜ୍ଜ୍ଜା ବାହାରେ ଥିବା ମେସେନ୍କାଇମାଲ୍ ତନ୍ତୁରୁ ଜାତ ହୁଏ । ଲିମ୍ଫୋମା ଓ ଲିଉକେମିଆ: ରକ୍ତରେ ଥିବା କୋଷମାନଙ୍କରୁ ଏମାନଙ୍କର ଜନ୍ମ । ଲିଉକେମିଆ ରୋଗ ପିଲାମାନଙ୍କୁ ହୁଏ ଓ ପିଲାଙ୍କ ସମୁଦାୟ କର୍କଟ ରୋଗର ୩୦% ହୁଏ । ଜର୍ମ ସେଲ୍ ଟ୍ୟୁମର: ଏହା ଟେସ୍ଟିସ ଓ ଓଭାରିରୁ ଜାତ ହୁଏ । ବ୍ଲାସ୍ଟୋମା: ଏହା ଏମ୍ବ୍ରିଓନିକ୍ କୋଷରୁ ଜାତ ହୁଏ । ଜାତ ହୋଇଥିବା ତନ୍ତୁ ବା ଅଙ୍ଗ ସହ ଉପରଲିଖିତ ନାମ ଯୋଗ କରି କର୍କଟର ନାମକରଣ କରାଯାଏ । ଯକୃତରୁ (ହେପାଟୋ ଯକୃତ) ଜାତ କାର୍ସିନୋମାକୁ ହେପାଟୋକାର୍ସିନୋମା, ବ୍ଲାସ୍ଟୋମାକୁ ହେପାଟୋବ୍ଲାସ୍ଟୋମା କୁହାଯାଏ । ଅଙ୍ଗ ବା ତନ୍ତୁର ଇଂରାଜୀ ନାମକୁ ବ୍ୟବହାର କରାଯାଏ । କର୍କଟ ଶ୍ରେଣୀର ନ ହୋଇ ଅର୍ବୁଦ ହେଲେ ତାହାକୁ ବିନାଇନ୍ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଏ । ଏହି ଶ୍ରେଣୀର ଅର୍ବୁଦମାନଙ୍କ ନାମ ଶେଷରେ -ଓମା ବ୍ୟବହାର କରାଯାଏ, ଯେପରି ଚର୍ବିରୁ ହେଲେ ଲାଇପୋମାୟୋମା, ମେଲାନୋମା ଇତ୍ୟାଦି । କେତେକ କର୍କଟର ନାମ ଅଣୁବିକ୍ଷଣିକ ଆକୃତି ଅନୁସାରେ ଦିଆଯାଏ, ଯେପରିକି ସ୍ପିଣ୍ଡଲସେଲ୍ କାର୍ସିନୋମା । ପାଥୋଲୋଜି ପାଥୋଲୋଜିସ୍ଟ ପରୀକ୍ଷା କରି ତନ୍ତୁବିଷୟକ ରୋଗ ନିର୍ଣ୍ଣୟ କରି ଜୀବକୋଷର ପ୍ରକାର, ହିସ୍ଟୋଲୋଜିକାଲ୍ ଗ୍ରେଡ୍, ଜେନେଟିକ ଅସୁବିଧା ଓ ଅନ୍ୟାନ୍ୟ ବିଷୟରେ ମତ ଦିଅନ୍ତି । ରୋଗ କେତେଦୂର ଆଗେଇଛି ଓ କି ପ୍ରକାର ଚିକିତ୍ସା ଆବଶ୍ୟକ ତାହା ପାଥୋଲୋଜି ପରୀକ୍ଷାପରେ ଜଣାଯାଏ । ଏହା ବ୍ୟତିତ ସାଇଟୋଜେନେଟିକ୍ସ୍ ଓ ଇମ୍ମ୍ୟୁନୋହିସ୍ଟୋକେମିସ୍ଟ୍ରି ବିଷରୟରେ ମଧ୍ୟ ଜଣାଯାଏ । କର୍କଟ ଜୀବକୋଷରେ ହେଉଥିବା ମୋଲିକ୍ୟୁଲାର ପରିବର୍ତ୍ତନ ଯେପରିକି ମ୍ୟୁଟେସନ୍, ଫ୍ୟୁଜନ୍ ଜିନ୍ ଓ ନ୍ୟୁମରିକାଲ୍ କ୍ରୋମୋଜୋମ୍ ପରିବର୍ତ୍ତନ ଏହି ପରୀକ୍ଷାଦ୍ୱାରା ଜଣାଯାଏ । ଏହାଦ୍ୱାରା ରୋଗ ବିଷୟରେ ପୂର୍ବାନୂମାନ କରାଯାଇପାରେ ଓ ସର୍ବୋତ୍ତମ ଚିକିତ୍ସା କରାଯାଇପାରେ । ପ୍ରତିଷେଧ କର୍କଟ ସଙ୍କଟ କମ୍ କରିବା ନିମନ୍ତେ ନିଆଯାଉଥିବା ସତର୍କ ବ୍ୟବସ୍ଥାକୁ କର୍କଟ ପ୍ରତିଷେଧ କୁହାଯାଏ । ଅଧିକାଂଶ କର୍କଟ ରୋଗ ପରିବେଶ ପ୍ରଭାବାରୁ ହେଉଥିବାରୁ ଜୀବନଚର୍ଯ୍ୟାର ପରିବର୍ତ୍ତନ କରି ରୋକାଯାଇପାରିବ । ତେଣୁ କର୍କଟ ଏକ ପ୍ରତିରୋଧ-ସମ୍ପର୍ଣ୍ଣ ରୋଗ ବୋଲି ଧରାଯାଏ । ସଙ୍କଟ ସୃଷ୍ଟିକାରୀ ଉପାଦାନମାନଙ୍କୁ ରୋକିପାରିଲେ କର୍କଟ ରୋକିହେବ ଯଥା ଟୋବାକୋ, ଅଧିକ ଓଜନ/ସ୍ଥୌଲ୍ୟତା, ଖାଦ୍ୟାଭାବ, ସ୍ୱଳ୍ପ ଶାରୀରିକ ବ୍ୟାୟାମ, ଯୌନ ସଂକ୍ରମଣ ଓ ବାୟୁ ପ୍ରଦୁଷଣ । ପ୍ରାକୃତିକ ବିକୀରଣ, ବଂଶାନୁକ୍ରମିକ ଜେନେଟିକ ଅବ୍ୟବସ୍ଥା ଇତ୍ୟାଦି ପରିବେଶ ଜନିତ ହେଲେ ମଧ୍ୟ ରୋକିହେବ ନାହିଁ । ଖାଦ୍ୟ ସମ୍ପର୍କୀୟ କର୍କଟ ରୋଗ ସଙ୍କଟ ନିବାରଣ ନିମନ୍ତେ ଅନେକ ପ୍ରକାର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଉପାଦେୟତା ନିମନ୍ତେ କୌଣସି ନିଧାର୍ଯ୍ୟ ପ୍ରମାଣ ମିଳିନାହିଁ । ସ୍ଥୌଲ୍ୟତା ଓ ମଦପାନକୁ ପ୍ରାଥମିକ ଖାଦ୍ୟ ସଙ୍କଟ ହିସାବରେ ନିଆଯାଏ; ସ୍ୱଳ୍ପ ଫଳ ଓ ପରିବା ଆହାର ସହ ଲାଲ ମାଂସକୁ ସଙ୍କଟ ବୋଲି ଧରାଯାଇଥିଲେ ମଧ୍ୟ ପ୍ରମାଣିତ ହୋଇନାହିଁ । ୨୦୧୪ ମସିହାର ମେଟା-ଆନାଲିସିସ୍ରେ କର୍କଟ ସହ ଫଳ ଓ ପରିବାର କୌଣସି ସମ୍ପର୍କ ଥିବା ଜଣାଯାଇନାହିଁ । କଫି ଖାଇବା ସହ ଯକୃତ କର୍କଟ କମ୍ ହେବା ଧରାଯାଏ । ଅନୁଶୀଳନରେ ଜଣାଯାଏ, ଲାଲ ଓ ପ୍ରକ୍ରିୟାକୃତା ମାଂସ ସହ ସ୍ତନ କର୍କଟ, କୋଲୋନ କର୍କଟ ଓ ଅଗ୍ନାଶୟ କର୍କଟ ରୋଗମାନଙ୍କର ସମ୍ପର୍କ ଅଛି; ମାଂସରେ କାର୍ସିମୋଜନ୍ ଥାଇ ଉଚ୍ଚ ଉତ୍ତାପରେ ରାନ୍ଧିବା ଯୋଗୁ ଏହା ସମ୍ଭବ ଥାଇପାରେ । କର୍କଟ ନିବାରଣ ନିମନ୍ତେ ପରିବା, ଫଳ, ଶସ୍ୟଜାତ ଖାଦ୍ୟ ଓ ମାଛର ବ୍ୟବହାର ସହ ଲାଲ ମାଂସ (ଘୁଷୁରି, ଗୋ, ମେଣ୍ଢା ମାଂସ), ପଶୁ ଚର୍ବି ଓ ପରିଷ୍କୃତ ଶ୍ୱେତସାର ନ ଖାଇବା ନିମନ୍ତେ ପରାମର୍ଶ ଦିଆଯାଏ । ଔଷଧ ଔଷଧଦ୍ୱାରା କର୍କଟ ରୋଗ ନିବାରଣ କରିପାରିବା ପ୍ରସ୍ତାବ ଅତି ଆକର୍ଷଣୀୟ ଓ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସପକ୍ଷରେ ପ୍ରମାଣ ମିଳୁଛି । କେତେକ କ୍ଷେତ୍ରରେ ଜନସାଧାରଣଙ୍କ ମଧ୍ୟରେ ଏନ୍.ଏସ୍.ଏ.ଆଇ.ଡି. ଔଷଧଦ୍ୱାରା କୋଲୋରେକ୍ଟାଲ୍ କର୍କଟ ସମ୍ଭାବନା କମ୍ କରିହୁଏ କିନ୍ତୁ ଏମାନଙ୍କର ଖାଦ୍ୟନଳୀ ଓ ହୃତ୍ପିଣ୍ଡ-ରକ୍ତନଳୀ ଉପରେ ପାର୍ଶ୍ୱ ପ୍ରତିକ୍ରିୟା ଥିବା ଯୋଗୁ ଅଧିକ କ୍ଷତି କରନ୍ତି । ଆସ୍ପିରିନ୍]]ଦ୍ୱାରା]] କର୍କଟ ମୃତ୍ୟୁ ସଙ୍କଟ ୭% କମ୍ ହୁଏ । ଫ୍ୟାମିଲିଆଲ୍ ଆଡେନୋମାଟସ୍ ପଲିପୋସିସ୍ ରୋଗଗ୍ରସ୍ତ ଲୋକଙ୍କର କକ୍ସ-୨ ଇନ୍ହିବିଟରଦ୍ୱାରା ପଲିପ ତିଆରି ହାର କମିଯାଏ କିନ୍ତୁ ସେହି ପୁରୁଣା ପାର୍ଶ୍ୱପ୍ରତିକ୍ରିୟା ସମସ୍ୟା । ଉଚ୍ଚ ସଙ୍କଟାପନ୍ନ ସ୍ତନ କର୍କଟ ରୋଗୀ ଟାମୋକ୍ସିଫେନ୍ ବା ରାଲୋକ୍ସିଫେନ୍ ନେଲେ ଏହି ସଙ୍କଟ କମିଯାଏ । ଭିଟାମିନ ଖାଇ କର୍କଟ ଦୂର କରିବା ଜଣାଯାଇ ନାହିଁ, ଯଦିଓ ଭିଟାମିନ୍ ଡି କମ୍ ଥିଲେ ଅଧିକ କର୍କଟ ସମ୍ଭାବନା ରହେ । ଏହି ତଥ୍ୟ କାରଣ ମୂଳକ ବା ସୁରକ୍ଷାକାରୀ ତାହା ଜଣାଯାଇ ନାହିଁ । ଅଧିକ ସଙ୍କଟାସ୍ପଦ ଲୋକ ବିଟା କ୍ୟାରୋଟିନ ଖାଇଲେ ଫୁସ୍ଫୁସ୍ କର୍କଟ ଅଧିକ ହୁଏ । କୋଲୋନ୍ କର୍କଟରେ ଫଲିକ୍ ଏସିଡ ଉପକାରୀ ସାବ୍ୟସ୍ତ ହୋଇନାହିଁ । ସେଲେନିୟମ୍ ଅଧିକ ଦେଲେ ମଧ୍ୟ ଉପକାରୀତା ଜଣାଯାଇ ନାହିଁ । ଟିକା କେତେକ କାର୍ସିନୋଜେନିକ୍ ଭୁତାଣୁଜନିତ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଟିକା ପ୍ରସ୍ତୁତ କରାଯାଇଛି । ସର୍ଭାଇକାଲ କର୍କଟ ସଙ୍କଟକୁ ମାନବ ପାପିଲୋମା ଭୁତାଣୁ ଟିକା କମେଇ ଦିଏ । ହେପାଟାଇଟିସ ବି ସଂକ୍ରମଣକୁ ହେପାଟାଇଟିସ ଟିକା ପ୍ରତିରୋଧ କରିବାଦ୍ୱାରା ଯକୃତ କର୍କଟ ରୋଗର ସଙ୍କଟରୁ ରକ୍ଷା ମିଳିଥାଏ । ସମ୍ବଳ ଉପଲବ୍ଧ ଥିଲେ ଉପରଲିଖିତ ଦୁଇ ଟିକା ଦେବାକୁ ପ୍ରସ୍ତାବ ଦିଆଯାଏ । ସ୍କ୍ରିନିଙ୍ଗ ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଇଲେ ରୋଗ ନିର୍ଣ୍ଣୟ ହୁଏ, କିନ୍ତୁ କର୍କଟ ରୋଗରେ ରୋଗ ଆରମ୍ଭ ହୋଇ ସୂଚନାକାରୀ ଲକ୍ଷଣ ପ୍ରକାଶ ପାଇବା ପୁର୍ବରୁ ସ୍କ୍ରିନିଙ୍ଗ କରାଯାଏ । ଶାରୀରିକ ପରୀକ୍ଷା, ରକ୍ତ ଓ ପରିସ୍ରା ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗଦ୍ୱାରା ଏହା କରାଯାଏ । ଅଧୁନା କେତେକ ପ୍ରକାର କର୍କଟ ନିମନ୍ତେ ପରୀକ୍ଷା ସୁବିଧା ଥାଇ ମଧ୍ୟ ସ୍କ୍ରିନିଙ୍ଗ ସମ୍ଭବ ହୋଇପାରିନାହିଁ । ସାମୁହିକ ସ୍କ୍ରିନିଙ୍ଗରେ ପ୍ରତ୍ୟେକ ବ୍ୟକ୍ତିକୁ ସ୍କ୍ରିନିଙ୍ଗ କରାଯାଏ । ପାରିବାରିକ କର୍କଟ ଇତିହାସ ଥାଇ ସଙ୍କଟ ଥିଲେ ସ୍କ୍ରିନିଙ୍ଗ କରାଯାଏ । କେତେକ କାରକ ସହ ସ୍କ୍ରିନିଙ୍ଗ ସଙ୍କଟ ଓ ଖର୍ଚ୍ଚ ବନାମ ଉପକାରୀତାର ହିସାବକୁ ନେଇ ସ୍କ୍ରିନିଙ୍ଗ ଚୟନ କରାଯାଏ । ଏହି କାରକ ଗୁଡ଼ିକ ହେଲା: ଏକ୍ସ-ରେ ଜନିତ ଆୟୋନାଇଜିଙ୍ଗ ରାଡିଏସନ ସଙ୍କଟର ବିପଦ । କର୍କଟ ଚିହ୍ନଟକାରୀ ପରୀକ୍ଷାର ନିଶ୍ଚିତ ଫଳାଫଳ ସମ୍ଭାବନା । କର୍କଟ ଥାଇ: ବିରଳ କର୍କଟ ନିମନ୍ତେ ସ୍କ୍ରିନିଙ୍ଗ ଅନାବଶ୍ୟକ । ସନୁସରଣକାରୀ ପରୀକ୍ଷାର ବିପଦ । ଉପଯୁକ୍ତ ଚିକିତ୍ସା ଉପଲବ୍ଧ କି ନାହିଁ । ତୁରନ୍ତ ସ୍କ୍ରିନିଙ୍ଗ କଲେ ଫଳାଫଳର ନିଶ୍ଚିତତା । କର୍କଟର ଚିକିତ୍ସା ଅଛି କି ନାହିଁ । ପରୀକ୍ଷା ରୋଗୀନିମନ୍ତେ ଗ୍ରହଣୀୟ କି ନୁହେଁ, କଷ୍ଟଦାୟକ କି ବା ରୋଗୀ ଏହା ନିମନ୍ତେ ମନା କରିବ କି । ସ୍କ୍ରିନିଙ୍ଗ ଖର୍ଚ୍ଚ । ସୁପାରିସ ୟୁଏସ୍ ପ୍ରିଭେଣ୍ଟିଭ ସର୍ଭିସ ଟାସ୍କ ଫୋର୍ସ ସୁପାରିସ କରେ: ଯେଉଁ ମହିଳାଙ୍କର ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଯୌନ ସମ୍ଭୋଗ କ୍ଷମତା ଅଛି ଓ ସର୍ଭିକ୍ସ ଅଛି ସେମାନଙ୍କର ସର୍ଭାଇକାଲ କର୍କଟ ନିମନ୍ତେ ସ୍କ୍ରିନିଙ୍ଗ କରାଯାଉ । ସେହିପରି ପୁରୁଷମାନଙ୍କର ଓକଲ୍ଟ ବ୍ଲଡ ପରୀକ୍ଷା, ସିଗ୍ମାଏଡୋସ୍କୋପି କିମ୍ବା କୋଲୋନୋସ୍କୋପି ମାଧ୍ୟମରେ ୫୦ ବର୍ଷ ବୟଷରୁ ୭୫ ବର୍ଷ ବୟଷ ପର୍ଯ୍ୟନ୍ତ ସ୍କ୍ରିନିଙ୍ଗ କରାଯାଉ । ଚର୍ମ, ପାଟି, ଫୁସଫୁସ କିମ୍ବା ପ୍ରୋସ୍ଟେଟ କର୍କଟ ନିମନ୍ତେ ୭୫ ବର୍ଷ ବୟସ୍କଙ୍କ ସ୍କ୍ରିନିଙ୍ଗ କରିବାକୁ ଯଥେଷ୍ଟ ପ୍ରମାଣ ନାହିଁ । ମୂତ୍ରାଶୟ, ଟେସ୍ଟିସ, ଓଭାରି, ଅଗ୍ନାଶୟ ଓ ପ୍ରୋସ୍ଟେଟ ଆଦି ଅଙ୍ଗମାନଙ୍କର କର୍କଟ ନିମନ୍ତେ ରୁଟିନ ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରୁନାହାନ୍ତି । ୫୦ରୁ ୭୪ ବୟସ୍କା ମହିଳାଙ୍କର ସ୍ତନ କର୍କଟ ନିମନ୍ତେ ମାମୋଗ୍ରାଫି ସ୍କ୍ରିନିଙ୍ଗ କରିବାକୁ ସୁପାରିସ କରୁଛନ୍ତି କିନ୍ତୁ ନିଜଦ୍ୱାରା ସ୍ତନ ପରୀକ୍ଷା ବା ଡାକ୍ତରୀ କ୍ଲିନିକାଲ ପରୀକ୍ଷା ମନା କରୁଛନ୍ତି । ଅନ୍ୟ ଦିଗରେ କକ୍ରେନ ରିଭିୟୁ ଦର୍ଶାଉଛି ମାମୋଗ୍ରାଫିଦ୍ୱାରା ଭଲ ଅପେକ୍ଷା କ୍ଷତି ଅଧିକ ହେଉଛି । ଜାପାନରେ ଅଧିକ ପାକସ୍ଥଳି କର୍କଟ ହେଉଥିବା ଯୋଗୁ ଫୋଟୋଫ୍ଲୋରୋସ୍କୋପି ସ୍କ୍ରିନିଙ୍ଗ କରାଯାଏ । ଜେନେଟିକ ପରୀକ୍ଷା ବ୍ୟକ୍ତିଗତ ଉଚ୍ଚ ସଙ୍କଟାପନ୍ନ ବ୍ୟକ୍ତିଙ୍କର ଜେନେଟିକ ପରୀକ୍ଷା ନିମନ୍ତେ ସୁପାରିସ କରାଯାଏ । ମ୍ୟୁଟେସନ କ୍ୟାରିଅରଙ୍କର ଅଧିକ ସର୍ଭେଲାନ୍ସ, କେମୋପ୍ରିଭେନସନ ଓ ପ୍ରିଭେଣ୍ଟିଭ ଅପରେଶନ କରି ପରବର୍ତ୍ତୀ ସଙ୍କଟରୁ ମୁକ୍ତି ପାଇବା ନିମନ୍ତେ ଚେଷ୍ଟା କରାଯାଏ । ଚିକିତ୍ସା କର୍କଟ ରୋଗ ଚିକିତ୍ସା ନିମନ୍ତେ ଅନେକ ପଦ୍ଧତି ଉପଲବ୍ଧ ଅଛି ଯଥା ଅପରେସନ, କେମୋଥେରାପି, ରାଡିଏସନ ଥେରାପି, ହରମୋନ ଥେରାପି, ଟାର୍ଗେଟେଡ ଥେରାପି ଓ ପାଲିଏଟିଭ କେୟାର/ଯତ୍ନ । ରୋଗର ପ୍ରକାର, ସ୍ଥାନ, ଗ୍ରେଡ ଇତ୍ୟାଦି ଅନୁସାରେ ବିଚାର କରିବା ସହ ରୋଗୀର ସ୍ୱାସ୍ଥ୍ୟ ଓ ଇଚ୍ଛା ଉପରେ ନିର୍ଭର କରି ଚିକିତ୍ସା ପଦ୍ଧତି ଅନୁସରଣ କରାଯାଏ । ଚିକିତ୍ସାଦ୍ୱାରା ରୋଗମୁକ୍ତ ହୋଇପାରେ ବା ହୋଇନପାରେ । କେମୋଥେରାପି ଏକ ବା ଏକାଧିକ ଜୀବକୋଷ-ବିଷାକ୍ତ କର୍କଟ ବିରୋଧୀ ଔଷଧଦ୍ୱାର ଏକ ମାନାଙ୍କ ଚିକିତ୍ସା ସାହାଯ୍ୟରେ ଉପଚାର କରାଯାଏ । ଅନେକ କିସମର ଭିନ୍ନ ଭିନ୍ନ କର୍କଟବିରୋଧୀ ଔଷଧ ଗୁଡ଼ିକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା ଆଲକିଲେଟିଙ୍ଗ ଏଜେଣ୍ଟ ଓ ଆଣ୍ଟିମେଟାବୋଲାଇଟ । ଦୃତ ଗତିରେ ବିଭାଜିତ ହେଉଥିବା କର୍କଟ ଜୀବକୋଷଗୁଡ଼ିକୁ ଚିରାଚରିତ କେମୋଥେରାପି ଔଷଧ ମାରିଦିଏ ବା ନଷ୍ଟ କରିଦିଏ । କେମୋଥେରାପିର ଅନ୍ୟ ଏକ ପ୍ରକାର ଉପଚାର ହେଲ ଟାର୍ଗେଟେଡ ଥେରାପି ଯାହାଦ୍ୱାରା ସାଧାରଣ ଜୀବକୋଷ ଓ କର୍କଟ କୋଷ ମଧ୍ୟରେ ଥିବା ମଲିକ୍ୟୁଲାର ପାର୍ଥକ୍ୟକୁ ଲକ୍ଷ କରି ଚିକିତ୍ସା କରାଯାଏ । ପ୍ରଥମ ଟାର୍ଗେଟେଡ ଥେରାପିଦ୍ୱାରା ଏସ୍ଟ୍ରୋଜେନ ରିସେପ୍ଟର ମଲିକ୍ୟୁଲକୁ ବାଧା ଦେଇ ସ୍ତନ କର୍କଟର ବୃଦ୍ଧି ବନ୍ଦ କରିଦିଆଯାଇଥିଲା । କ୍ରନିକ ମାୟେଲୋଜେନସ ଲିଉକେମିଆ ରୋଗରେ ବିସିଆର-ଏବିଆଇ ଇନହିବିଟର ବ୍ୟବହୃତ ହେଉଛି । ଅଧୁନା ସ୍ତନ କର୍କଟ, ମଲ୍ଟିପ୍ଲ ମାୟେଲୋମା, ଲିମ୍ଫୋମା, ପ୍ରୋସ୍ଟେଟ କର୍କଟ, ମେଲାନୋମା ଇତ୍ୟାଦି କର୍କଟ ରୋଗମାନଙ୍କର ଚିକିତ୍ସା ଏହି ପଦ୍ଧତିରେ ଚାଲିଛି । କର୍କଟ ରୋଗର ପ୍ରକାର ଓ ଅବସ୍ଥା ବା ସୋପାନ ଉପରେ କେମୋଥେରାପିର କକ୍ଷତା ନିର୍ଭର କରେ । ସ୍ତନ କର୍କଟ, କୋଲୋରେକ୍ଟାଲ କର୍କଟ, ଅଗ୍ନାଶୟ କର୍କଟ, ଓଷ୍ଟିଓଜେନିକ ସାର୍କୋମା (କର୍କଟ), ଟେସ୍ଟିକୁଲାର (ଅଣ୍ଡକୋଷ) କର୍କଟ, କେତେକ ଫୁସଫୁସ କର୍କଟ ଭଳି ଅନେକ କର୍କଟ ରୋଗରେ ଅପରେଶନ ସହ କେମୋଥେରାପି ଉପକାରୀ ହୁଏ । କେତେକ ଲିଉକେମିଆ ଆରୋଗ୍ୟ ହୁଏ, କେତେକ ମସ୍ତିଷ୍କ ଅର୍ବୁଦ କିଛି ଭଲ ହୁଏ ନାହିଁ, ଓ କେତେକ ନନ୍ ମଲାନୋମା ଚର୍ମ କର୍କଟ ରୋଗରେ ଅଦରକାରୀ ସାବ୍ୟସ୍ତ ହୁଏ । କେମୋଥେରାପିର ଫଳପ୍ରଦତା ଅନେକ ସମୟରେ ତାହାର ବିଷାକ୍ତ ପ୍ରଭାବ ଯୋଗୁ ସୀମିତ ହୋଇଯାଏ । ସମ୍ପୁର୍ଣ୍ଣ ନୀରୋଗ ନ ହେଲେ ମଧ୍ୟ ଯନ୍ତ୍ରଣା ଲାଘବ ଓ ଆକାର କମେଇବା ନିମନ୍ତେ କେତେକ କର୍କଟ ରୋଗରେ କେମୋଥେରାପି ଦିଆଯାଏ । ରାଡିଏସନ କର୍କଟ ରୋଗ ଆରୋଗ୍ୟ ନିମନ୍ତେ ବା ଏହାର ଲକ୍ଷଣଗୁଡ଼ିକ ସ୍ୱଳ୍ପ କରିବା ନିମନ୍ତେ ଆୟୋନାଇଜିଙ୍ଗ ରାଡିଏସନ ପଦ୍ଧତିଦ୍ୱାରା ରାଡିଏସନ ଥେରାପି ଦିଆଯାଏ । ଏହାଦ୍ୱାରା କର୍କଟ ଜୀବକୋଷଗୁଡ଼ିକର ଡି.ଏନ.ଏ ନଷ୍ଟ ହୋଇ କୋଷଗୁଡ଼ିକ ମରିଯାଆନ୍ତି । ଶରୀରରେ ଥିବା ଅନ୍ୟ ତନ୍ତୁଗୁଡ଼ିକ ନ ହେବା ନିମନ୍ତେ ସ୍ୱଳ୍ପ ପରିମାଣର ରାଡିଏସନ ସ୍ରୋତ ବିଭିନ୍ନ ଦିଗରୁ ଲକ୍ଷ କରି ଛଡ଼ାଯାଏ ଯାହାଦ୍ୱାରା ସେଗୁଡ଼ିକ ଏକତ୍ର ହୋଇ କର୍କଟ କୋଷଗୁଡ଼ିକରେ ପଡ଼ି ତୀବ୍ର ହୋଇ କୋଷମାନଙ୍କଦ୍ୱାର ଶୋଷିତ ହୁଅନ୍ତି କିନ୍ତୁ ସ୍ୱଳ୍ପ ପରିମାଣ ଯୋଗୁ ସୁସ୍ଥ କୋଷମାନଙ୍କର କିଛି ହାନୀ ହୁଏନାହିଁ । କେମୋଥେରାପି ଭଳି ରାଡିଏସନ ପଦ୍ଧତିରେ ମଧ୍ୟ ବିଭିନ୍ନ କର୍କଟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାନ୍ତି । ସମୁଦାୟ କର୍କଟ ରୋଗ ସଂଖ୍ୟାର ଅର୍ଦ୍ଧେକ ନିମନ୍ତେ ରାଡିଏସନ ବ୍ୟବହାର କରାଯାଏ । ରାଡିଏସନ ଉତ୍ସ ବାହାରୁ ବା ଭିତରୁ (ବ୍ରାକିଥେରାପି) ଦିଆଯାଇପାରେ । ଏହି ଉପଚାର ସାଧାରଣତଃ ଅପରେସନ ଅଥବା କେମୋଥେରାପି ସହିତ ଦିଆଯାଏ । ମୁଣ୍ଡ ଓ ବେକରେ ହେଉଥିବା ପ୍ରାରମ୍ଭିକ କର୍କଟ ନିମନ୍ତେ ଏହା ଏକକ ଭାବେ ଦିଆଯାଏ, କାହା ସହିତ ନୁହେଁ । ଅସ୍ଥି ମେଟାସ୍ଟାସିସ ହୋଇଥିଲେ ୭୦% ରୋଗୀଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇଥାଏ । ଅପରେଶନ ପୃଥକିକୃତ ଓ ଏକତ୍ରିତ କର୍କଟ ରୋଗରେ ଅପରେଶନ କରାଯାଏ ଯାହାଦ୍ୱାରା ବଞ୍ଚିବା ବା ଉପକାର ପାଇବା ସମୟ ବୃଦ୍ଧି ପାଏ । ଏଥି ନିମନ୍ତେ କର୍କଟର ନିଧାର୍ଯ୍ୟ ନିର୍ଣ୍ଣୟ ଓ ବାୟୋପ୍ସିଦ୍ୱାରା ସଠିକ ସ୍ତର ବା ଗ୍ରେଡ ନିର୍ଣ୍ଣୟ କରିବା ଅତ୍ୟାବଶ୍ୟକ ହୁଏ । ଅପରେଶନ କରି ସମୁଦାୟ କର୍କଟ ତନ୍ତୁ ସହ ସେହି ସ୍ଥାନର ଲିମ୍ଫ ନୋଡ ସମୂହକୁ ବାହାର କରିଦିଆଯାଏ । କେତେକ କର୍କଟରେ ଏହି ଅପରେଶନ ଚିକିତ୍ସା ହିଁ ଦୂରୀକରଣ ନିମନ୍ତେ ଯଥେଷ୍ଟ ହୁଏ । ପାଲିଏଟିଭ ଯତ୍ନ ଏହି ଚିକିତ୍ସାଦ୍ୱାରା ରୋଗୀ ସୁସ୍ଥ ଅନୁଭବ କରେ, ଏହା ସହ କର୍କଟ ରୋଗର ଡାକ୍ତରୀ ଚିକିତ୍ସା କରାଯାଇପାରେ ବା ନ କରାଯାଇପାରେ । ଏହି ଉପଚାରଦ୍ୱାରା ରୋଗୀର ଶାରୀରିକ, ଆଧ୍ୟାତ୍ମିକ ଓ ମାନସିକ-ସାମାଜିକ ଉଦ୍ବିଗ୍ନତା କମ୍ କରିବାକୁ ଚେଷ୍ଟା କରାଯାଏ । ଏହି ଚିକିତ୍ସା ସାହାଯ୍ୟରେ ରୋଗୀର ଜୀବନଚର୍ଯ୍ୟା ଉନ୍ନତ କରିବାକୁ ମଧ୍ୟ ଚେଷ୍ଟା କରାଯାଏ । ରୋଗର ପ୍ରତ୍ୟେକ ସ୍ତରରେ ଆରାମ ଦେବାନିମନ୍ତେ ପାଲିଏଟିଭ ଚିକିତ୍ସା ଆବଶ୍ୟକ । ମେଡିକାଲ ସ୍ପେସିଆଲିଟି ପ୍ରଫେସନାଲ ଅର୍ଗାନାଇଜେସନ ରେକମେଣ୍ଡ କରନ୍ତି ଯେ ଲୋକ ଓ ଡାକ୍ତର ଉଭୟ ଆରୋଗ୍ୟ ହେବାକୁ ଥିବା ପଦ୍ଧତି ଅପେକ୍ଷା କେବଳ ପାଲିଏଟିଭ ଯତ୍ନକୁ ଅଧିକ ଆରାମ ପାଆନ୍ତି । ଏମାନଙ୍କ ମଧ୍ୟରେ- ସ୍ୱଳ୍ପ କାର୍ଯ୍ୟକ୍ଷମ ଲୋକ ଯିଏ ନିଜ ଯତ୍ନ ନେବାକୁ ଅକ୍ଷମ । ସଠିକ ଚିକିତ୍ସାରେ ଉପକୃତ ହେଉ ନ ଥିବା ରୋଗୀ । କୌଣସି ଉପଯୁକ୍ତ ଚିକିତ୍ସାପ୍ରତି ଅନୁପଯୁକ୍ତ । ଡାକ୍ତର ଯଦି ଅନୁଭବ କରେ କୌଣସି ଚିକିତ୍ସାରେ ଉନ୍ନତି ହେବା ଜଣାଯାଉ ନାହିଁ । ଆଉ ଏକ ଅଲଗା ଚିକିତ୍ସା ହେଉଛି ହୋସପାଇସ ଚିକିତ୍ସା ଯେଉଁଥିରେ ଦୀର୍ଘସ୍ଥାୟୀ ରୋଗ, ଶେଷ ସ୍ତର ରୋଗୀ ଓ ଅତି ବିଷମ ରୋଗୀର କଷ୍ଟ ଲାଘବ କରିବାକୁ ଚେଷ୍ଟା କରାଯାଏ ଓ ଆଧ୍ୟାତ୍ମିକ ଅସୁସ୍ଥତାକୁ ଓ ଆବେଗ ପ୍ରବଣତାକୁ ଧ୍ୟାନ ଦିଆଯାଏ । ଏହା ସହ ପାଲିଏଟିଭ ଚିକିତ୍ସା ସମାନ ନୁହେଁ କାରଣ ଏଥିରେ ଚିକିତ୍ସା ବନ୍ଦ କରାଯାଏ ନାହିଁ । ଅଧିକ ମାରାତ୍ମକ ଲକ୍ଷଣ (ଯନ୍ତ୍ରଣା, ଅଣନିଶ୍ୱାସୀ, ଅଇ ହେବା ଓ ଦୁର୍ବଳତା) ଥିଲେ ପାଲିଏଟିଭ ଯତ୍ନ ଶୀଘ୍ର ଆରମ୍ଭ କରିବା ଆବଶ୍ୟକ । ଅଧିକନ୍ତୁ ୧୨ମାସରୁ କମ ଆୟୁଷ ଥିବା ଜଣାପଡ଼ିଲେ ଉପଯୁକ୍ତ ଚିକିତ୍ସା ଦିଆଯାଉଥିଲେ ମଧ୍ୟ ପାଲିଏଟିଭ ଚିକିତ୍ସା ଆବଶ୍ୟକ । ଇମ୍ମ୍ୟୁନୋଥେରାପି ଶରୀରର ଇମ୍ମ୍ୟୁନ ସିସ୍ଟମକୁ ଉତ୍ତେଜିତ କରି କର୍କଟ ରୋଗ ବିରୁଦ୍ଧରେ ଲଢେଇ କରିବା ନମନ୍ତେ ଅନେକ ପ୍ରକାର ଇମ୍ମ୍ୟୁନୋଥେରାପି ବ୍ୟବହାର ହେଉଛି ୧୯୯୭ ମସିହାଠାରୁ ଓ ଏହି ଦିଗରେ ଉନ୍ନତ ଗବେଷଣା ଚାଲୁ ରହିଛି । ଅଲ୍ଟରନେଟିଭ ମେଡିସିନ ଗତାନୁଗତିକ ଚିକିତ୍ସା ବ୍ୟତୀତ ଅନେକ ପ୍ରକାର ଅନ୍ୟ ଚିକତ୍ସା ଉପଲବ୍ଧ ଅଛି ଯାହାକୁ କମ୍ପ୍ଲିମେଣ୍ଟାରି ଓ ଅଲ୍ଟରନେଟିଭ କର୍କଟ ଚିକିତ୍ସା କୁହାଯାଉଛି । ଗତାନୁଗତିକ ଚିକିତ୍ସା ସହିତ ହେଉଥିବା ଅନ୍ୟ ଚିକିତ୍ସାକୁ କମ୍ପ୍ଲିମେଣ୍ଟାରି ଓ ଏହାକୁ ଛାଡ଼ି ଅନ୍ୟ ଚିକିତ୍ସାକୁ ଅଲ୍ଟରନେଟିଭ ମେଡିସିନ କୁହାଯାଏ । ଏଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବରେ ପରୀକ୍ଷିତ ହୋଇନାହିଁ । ଏମାନଙ୍କ ମଧ୍ୟରୁ କେତେକ କୌଣସି ଫଳଦାୟୀ ନ ହେଲେ ମଧ୍ୟ ବଜାରରେ ମିଳୁଛି । ଗବେଷଣାକାରୀ ଆଣ୍ଡ୍ରୁ ଜେ ଭିକର ଉଲ୍ଲେଖ କରିଛନ୍ତି; ନିଷ୍ଫଳା ଚିକିତ୍ସାକୁ ଅଣପ୍ରମାଣିତ ନ କହି ପ୍ରମାଣବିହୀନ କହିବା ଉଚିତ ହେବ । ପୁର୍ବାନୁମାନ କର୍କଟ ରୋଗର ଗୋଟିଏ ମୃତ୍ୟୁଦାୟୀ ରୋଗ ହିସାବରେ ଖ୍ୟାତି ଅଛି । ଏହି ରୋଗ ନିମନ୍ତେ ଚିକିତ୍ସିତ ହେଉଥିବା ଅର୍ଦ୍ଧେକ ଲୋକ ମେଟାସ୍ଟାସିସ ଦାଉରୁ ବା ଚିକିତ୍ସା ହେତୁ ମୃତ୍ୟୁ ବରଣ କରନ୍ତି । ବିକାଶଶୀଳ ଦେଶମାନଙ୍କରେ ବଞ୍ଚିବା ଆଶା ଆହୁରି ଖରାପ, ଆଂଶିକ ଭାବରେ ସେଠାରେ ପ୍ରଚଳିତ ସାଧାରଣ କର୍କଟ ରୋଗକୁ ଚିକିତ୍ସା କରିବା ଅନ୍ୟ ଉନ୍ନତ ଦେଶମାନଙ୍କ ଜୀବନଚର୍ଯ୍ୟା ସହ ହେଉଥିବା ରୋଗ ଅପେକ୍ଷା ଅଧିକ କଷ୍ଟସାଧ୍ୟ । ବଞ୍ଚିବା ହାର ଏହାର ପ୍ରକାର, ସ୍ଟେଜ ଓ ରୋଗ ନିର୍ଣ୍ଣୟ ସମୟ ଉପରେ ନିର୍ଭର କରେ ଓ ୫ବର୍ଷ ବଞ୍ଚିବା କ୍ୱଚିତ ଦେଖାଯାଏ । ଥରେ ମେଟାସ୍ଟାସିସ ହୋଇଗଲେ ଏହାର ପୁର୍ବାନୁମାନ ଆହୁରି ଖରାପ ହୁଏ । ଚିକିତ୍ସାଦ୍ୱାରା ବଞ୍ଚିଯିବା ଲୋକଙ୍କର ଆଉଥରେ ପ୍ରାଥମିକ କର୍କଟ ହେବା ସମ୍ଭାବନା ଅନ୍ୟ ଲୋକଙ୍କ ଅପେକ୍ଷା ବହୁତ ଅଧିକ ହୁଏ । ଏହାର କାରଣରୁପେ କୁହାଯାଏ ଯେ ପ୍ରଥମ ରୋଗର ରିସ୍କ ବା ସଙ୍କଟାବସ୍ଥା ପୁର୍ବଭଳି ସମାନ ରହିଥିବାରୁ, ଚିକିତ୍ସା ପ୍ରଭାବରୁ ଓ ଅଧିକ ସ୍କ୍ରିନିଙ୍ଗ ସୁବିଧା ଯୋଗୁ ଏହା ହୁଏ । ସ୍ୱଳ୍ପ କାଳୀନ ବା ଦୀର୍ଘକାଳୀନ ପୁର୍ବାନୁମାନ କରିବା କଷ୍ଟକର ଓ ତାହା କେତେକ କାରକ ଉପରେ ନିର୍ଭର କରେ । ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କାରକ ହେଲା କର୍କଟ ପ୍ରକାର, ରୋଗୀର ବୟସ ଓ ସାଧାରଣ ସ୍ୱାସ୍ଥ୍ୟ । ଜଣେ ଶହେ ବର୍ଷ ବୟସ୍କ ବ୍ୟକ୍ତି ସଫଳ ଚିକିତ୍ସା ପାଇଲେ ମଧ୍ୟ ପାଞ୍ଚ ବର୍ଷ ବଞ୍ଚିବା ଆଶା ଦୁରୁହ । ଉତ୍ତମ ଜୀବନଚର୍ଯ୍ୟା ଭୋଗ କରୁଥିବା ବ୍ୟକ୍ତି ଅଧିକ ସମୟ ବଞ୍ଚିବା ସମ୍ଭବ । ନିମ୍ନ ଜୀବନଚର୍ଯ୍ୟା ବିଶିଷ୍ଟ ଲୋକ ଅବସାଦଗ୍ରସ୍ତ ଓ ଚିକିତ୍ସା ପର ଅସୁବିଧା ଯୋଗୁ ଆୟୁଷ କମ୍ ହୁଏ । ଯାହାର ପୂର୍ବାନୁମାନ ଭଲ ନୁହେଁ ସେ ସଠିକ ଭାବେ ଜାଣିପାରେ ଯେ ତାହାର ଅବସ୍ଥା ସଙ୍ଗୀନ । କର୍କଟ ରୋଗୀ ଚଲାବୁଲା କରୁଥିଲେ ମଧ୍ୟ ଶିରାରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ଅଧିକ ଥାଏ । ହେପାରିନ ବ୍ୟବହାରଦ୍ୱାରା ଜମାଟ ବାନ୍ଧିବା ରୋକି ହୁଏ ଓ ବଞ୍ଚିବା ସମୟ ବଢ଼ିଯାଏ । |
ଯମୁନା ହିନ୍ଦୁ ଧର୍ମରେ ଏକ ପବିତ୍ର ନଦୀର ନାମ ଯାହା ଗଙ୍ଗା ନଦୀର ମୂଖ୍ୟ ଉପନଦୀ । ଏହି ନଦୀକୁ ଯମୁନା ନାମରେ ହିନ୍ଦୁ ଠାକୁରାଣୀ ଭାବରେ ପୂଜା କରାଯାଏ । କେତେକ ପୂର୍ବତନ ପୋଥିରେ ଯମୁନାଙ୍କୁ ଯମି ଓ ପରବର୍ତ୍ତୀ କାଳରେ କାଳିନ୍ଦୀ ନାମରେ ଲେଖାଯାଇଛି । ହିନ୍ଦୁ ପୋଥି ଅନୁସାରେ ଯମୁନାଙ୍କ ପିତାଙ୍କ ନାମ ସୂର୍ଯ୍ୟ ଓ ମାତାଙ୍କ ନାମ ସଞ୍ଜନା (ମେଘ ଦେବୀ) ଥିଲା । ମୃତ୍ୟୁର ଦେବତା ଯମଙ୍କର ସେ ଯମଜ ଭଉଣୀ ଥିଲେ । ଭଗବାନ କୃଷ୍ଣଙ୍କର ଅଷ୍ଟଭାର୍ଯ୍ୟା ମଧ୍ୟରୁ ସେ ଏକ ପତ୍ନୀ ଥିଲେ । କୃଷ୍ଣଙ୍କର ବାଲ୍ୟ କାଳରେ ନଦୀ ଭାବରେ ଯମୁନାର ବଡ଼ ଭୂମିକା ଥିଲା । ହିନ୍ଦୁ ଧର୍ମ ଅନୁସାରେ ଯମୁନା ନଦୀରେ ସ୍ନାନ କଲେ ନିଜର ଅର୍ଜିତ ସମସ୍ତ ପାପ ଧ୍ରୌତ ହୋଇଯାଏ । ମୂର୍ତ୍ତି ବିଜ୍ଞାନ ଗୁପ୍ତ ବଂଶର ରାଜତ୍ୱ କାଳରୁ ମନ୍ଦିର କବାଟରେ ଗଙ୍ଗା ଓ ଯମୁନାଙ୍କର ମୂର୍ତ୍ତି ଦେଖିବାକୁ ମିଳେ । ଅଗ୍ନି ପୁରାଣ ଅନୁସାରେ ଯମୁନାଙ୍କର ଦେହ ରଙ୍ଗ କଳା, ତାଙ୍କର ବାହନ ହେଉଛି କଚ୍ଛପ ଓ ସେ ତାଙ୍କର ହାତରେ ଗୋଟିଏ ଜଳ ପାତ୍ର ଧରିଥାଆନ୍ତି । ଗୋଟିଏ ପୁରାତନ ଚିତ୍ରରେ ତାଙ୍କୁ ଗୋରା ରଙ୍ଗ ବିଶିଷ୍ଟ ଏକ ସୁନ୍ଦରୀ ମହିଳା ଭାବରେ ଦର୍ଶାଯାଇଛି । ପରିବାର ଓ ନାମ କେତେକ ପୁରାଣ ଶାସ୍ତ୍ରରେ ଯମୁନାଙ୍କୁ ସୂର୍ଯ୍ୟଙ୍କ କନ୍ୟା ଓ ଅନ୍ୟ କେତେକ ଶାସ୍ତ୍ରରେ ବ୍ରହ୍ମା ଓ ତାଙ୍କ ପତ୍ନୀ ସରଣ୍ୟୁ ବା ସଞ୍ଜନାଙ୍କର କନ୍ୟା ଭାବରେ ଲିଖିତ ଅଛି । ସଞ୍ଜନା ହେଉଛନ୍ତି ମେଘର ଦେବୀ । ମୃତ୍ୟୁର ଦେବତା ଯମଙ୍କର ଯମଜ ଭାବରେ ଯମୁନାଙ୍କୁ ଚିତ୍ରଣ କରାଯାଇଛି । ତାଙ୍କର ଭାଇମାନଙ୍କର ନାମ ଯଥାକ୍ରମେ ପ୍ରଥମ ବ୍ୟବସ୍ୱତ ମନୁ (ମାନବ), ଅଶ୍ୱିନୀ ଯମଜ ଭ୍ରାତା (ସ୍ୱର୍ଗ ଚିକିତ୍ସକ) ଓ ଶନି । ସୂର୍ଯ୍ୟଙ୍କର ସେ ପ୍ରିୟ ସନ୍ତାନ ଭାବରେ ଚିତ୍ରଣ ହୋଇଛନ୍ତି । ସୂର୍ଯ୍ୟଙ୍କ କନ୍ୟା ଭାବରେ ତାଙ୍କର ସୂର୍ଯ୍ୟତନୟା, ସୂର୍ଯ୍ୟଜା ଓ ରବିନନ୍ଦିନୀ ନାମମାନ ଉଲ୍ଲେଖ ଅଛି । ସୂର୍ଯ୍ୟଙ୍କ ପତ୍ନୀ ସଞ୍ଜନା ତାଙ୍କର ପତିଙ୍କର ପ୍ରଚଣ୍ଡ ଉତ୍ତାପ ସହ୍ୟ କରିନପାରି ତାଙ୍କ ସମ୍ମୁଖରେ ନିଜ ଚକ୍ଷୁ ଦ୍ୱୟ ବନ୍ଦ କରିଦେବାରୁ କ୍ରୋଧାନ୍ୱିତ ହୋଇ ସୂର୍ଯ୍ୟ କହିଲେ, ତୁମର ସନ୍ତାନ କଳା ରଙ୍ଗର ହେବ ଓ ତାଙ୍କୁ ଯମ କୁହାଯିବ । ତା ପରେ ସଞ୍ଜନା ତାଙ୍କୁ ଖୋଲା ଆଖିରେ ଦେଖିବାକୁ ଚେଷ୍ଟା କଲାବେଳେ ଆଖି ମିଟି ମିଟି ହୋଇଗଲା । ପୁନଶ୍ଚ ସୂର୍ଯ୍ୟ କ୍ରୋଧରେ କହିଲେ, ତୁମର କନ୍ୟାର ନାମ ଯମୁନା ହେବ । ଖୋଲା ଆଖି ରଖିଥିବାରୁ ଯମୁନା ସଦାସର୍ବଦା ଦେବୀ ରୂପରେ ଚିରକାଳ ପୂଜ୍ୟ ହୋଇ ରହିବାକୁ ଆଶୀର୍ବାଦ ଦେଲେ । ଯମଙ୍କର ରଙ୍ଗ କଳା ଥିବାରୁ ତାଙ୍କ ଭଉଣୀ ଭାବରେ ତାଙ୍କୁ କାଳିନ୍ଦୀ ନାମକରଣ ହୋଇଥିବା ଅନୁମାନ କରାଯାଏ । ଅନ୍ୟ ଏକ ଉତ୍ସରୁ ଜଣାଯାଏ କାଳିନ୍ଦ ପର୍ବତରୁ ବାହାରିଥିବାରୁ ତାଙ୍କ ନାମ କାଳିନ୍ଦୀ ହୋଇଛି । ଯମୁନା ରଙ୍ଗ ପ୍ରଥମେ ସ୍ୱଚ୍ଛ ଥିଲା । ସତୀ ବିରହରେ ମ୍ରିୟମାଣ ହୋଇ ଶିବ ଅବଶେଷରେ ଯମୁନା ନଦୀଜଳ ମଧ୍ୟକୁ ଝାସ ଦେଇଥିଲେ । ତାଙ୍କର ଦୁଃଖ ଓ ଅପୂରଣୀୟ କାମନା ଥାଇ ଜଳରେ ଝାସ ଦେବାରୁ ଜଳର ରଙ୍ଗ କଳା ହୋଇଗଲା । ଯମ ସହିତ ନାମ ଓ ଫ୍ଲାହେର୍ଟି ଙ୍କ ଲେଖା ଅନୁସାରେ ବେଦ (ବେଦ) ବିଶ୍ୱାସରେ ଯମଙ୍କ (ଯମ) ଯମଜ ଭଉଣୀଙ୍କର ନାମ ଯମି ଥିଲା । ଯମ ଓ ଯମି ଦୁହେଁ ଠାକୁର ଥିଲେ । ଯମ ମୃତ୍ୟୁର ଦେବତା ଥିଲେ ଓ ଅନ୍ୟ ପକ୍ଷରେ ଯମି ଜୀବନ ଦେବୀ ଥିଲେ । |
ଇତିହାସ ପୂର୍ବ କାଳରେ ମାଲକାନଗିରି କୋରୁକୋଣ୍ଡା ନକିଟରେ ଥିବା ସବୁଳୟାଠାରେ ଗୋଟଏି ରାଜ୍ୟର ରାଜଧାନୀ ଥିଲା । ଏହି ରାଜ୍ୟର ରାଜାମାନେ ସ୍ୱାଧୀନ ପ୍ରିୟ ଥିଲେ, କାହାର ଅଧୀନତାକୁ ସ୍ୱୀକାର କରୁ ନଥିଲେ । ସେ ରାଜ୍ୟର ରାଜା ଥିଲେ ଅର୍ଜୁନ ମଲ୍ଲିକ । ସେ ଜୟପୁର ରାଜାଙ୍କର ଅଧୀନତା ନକରିବାରୁ ତାଙ୍କୁ ହତ୍ୟା କରାଗଲା । ନୂଆ ରାଜାଙ୍କ ନାମ ହେଲା, ମଲ୍ଲିକ ମର୍ଦ୍ଦନ କୃଷ୍ଣ । ସେ ମଲ୍ଲିକ ମର୍ଦ୍ଦନ ଗିରି ନାମକ ଉଆସ ତିଆରି କରି ଦେବଡଙ୍ଗରରେ ରହିଲେ । ଶୁଣାଯାଏ- ସେହି ଉଆସ ନାମରେ ରାଜ୍ୟର ନାମ ମାଲକାନଗିରି ହୋଇଗଲା । ଏହି ରାଜ୍ୟକୁ ଚାରିଟି ମୁଠାରେ ବିଭକ୍ତ କରାଯାଇଥିଲା । ଏହି ବିଂଶର ଶେଷ ରାଜା ପରମାନନ୍ଦ ପାତ୍ରଙ୍କ ମୃତ୍ୟୁ ପରେ ତାଙ୍କର ଝିଅ ରାଜକୁମାରୀ ବାଙ୍ଗରା ଦେବୀ ରାଜ୍ୟର ପରୋକ୍ଷ ଶାସନ ଦାୟିତ୍ୱରେ ଥିବା ସମୟରେ ୧୮୪୮ ମସହିାରେ ଇଂରେଜମାନେ ଜୟପୁର ରାଜ୍ୟର ପ୍ରତ୍ୟକ୍ଷ ଶାସନ ଭାର ଗ୍ରହଣ କଲେ । ଜଣେ ଇଂରେଜ ଏଜେଣ୍ଟ ସୋମଲେଟ ସାହେବ ଜୟପରୁରେ ରହିଲେ । ତାଙ୍କ ପରେ ରୀଡ ସାହେବ ଏଜେଣ୍ଟ ଥିବା ସମୟରେ ପ୍ରଜା ଓ ଜମିଦାରମାନେ ଅସନ୍ତୋଷ ପ୍ରକାଶ କଲେ । ସେମାନେ ଇଂରେଜମାନଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୁଦ୍ଧ ଘୋଷଣା କରିଥିଲେ । ରାଜକୁମାରୀ ବାଙ୍ଗରା ଦେବୀଙ୍କ ମନ୍ତ୍ରୀ ଏରମା ରାଜୁଙ୍କ ସାହାଯ୍ୟରେ ଷଡଯନ୍ତ୍ର ଆରମ୍ଭ ହେଲା । ୧୮୫୫ ମସିହାରେ ମେରଅିା ଏଜେଣ୍ଟ କ୍ୟାପ୍ଟେନ ମେକନେଲ ଦଳବଳ ଧରିବାଙ୍ଗରା ଦେବୀଙ୍କ ଉଆସରେ ପହଞ୍ଚିଲେ । ବାଙ୍ଗରା ଦେବୀଙ୍କର ଅଳ୍ପ ସଂଖ୍ୟକ ସୈନ୍ୟ ବନ୍ଧୁକଧାରୀ ଇଂରେଜ ସୈନ୍ୟଙ୍କୁ ଦେଖି ଲୁଚିଲେ । ବଳିପଥ୍ରାକୁ ବନ୍ଦ କରବିା ପାଇ ନିଦ୍ଦେର୍ଶ ଦେଇ କ୍ୟାପ୍ଟେନଫେରି ଆସିବା ପରେ ବାଙ୍ଗରା ଦେବୀ ବିଭିନ୍ନ ଅଞ୍ଚଳର ପ୍ରଜା ଓ ବିଦ୍ରୋହୀଙ୍କ ସହତି ମଶିି ବିଦ୍ରୋହ ଆରମ୍ଭ କଲେ । ଚନ୍ତିାପାଲଠିାରେ ଇଂରେଜ ବାହିନୀ ସହିତ ତାଙ୍କର ସଂଗ୍ରାମ ଚାଲିଲା । ବାଙ୍ଗରା ଦେବୀ ଏଥିରେ ପରାସ୍ତ ହୋଇ ଭବିଷ୍ୟତରେ ଆଉ ବିଦ୍ରୋହ କରିବେ ନାହ ବୋଲି ଚୁକ୍ତବିଦ୍ଧ ହେଲେ । ଏହି ପରାଜୟ ଓ ସନ୍ଧି ଫଳରେ ମାଲକାନଗିରି ଇଂରେଜମାନଙ୍କ ଅଧୀନକୁ ଆସିଗଲା । ତଥାପି କେତେଜଣ ବିଦ୍ରୋହୀ ଜଙ୍ଗଲରେ ଲୁଚିରହି ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ ଚଳାଇଥିଲେ । ବାଙ୍ଗରା ଦେବୀଙ୍କର ପ୍ରମୁଖ ସହଯୋଗୀ ତାମା ଦୋରା ପୁଣି ସଙ୍ଗଠନକୁ ସୁଦୃଢ କରି ସଂଗ୍ରାମୀମାନଙ୍କୁ ଏକତ୍ର କରିଥିଲେ । ଏହି ସମୟରେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ କୋୟା ସମାଜ ଇଂରେଜମାନଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ଜଣେ ତେରବର୍ଷର ଯବୁତୀକୁ ବଳିଦେଇଦେଲେ । ଏଣେ ଅନ୍ଧବିଶ୍ୱାସ ଗୁଣିଆ ବୋଲି ଭାବି ଚାରିଜଣ ଉଆସବାସୀଙ୍କୁ ମଧ୍ୟ ସତୀ ନଦୀରେ ବୁଡାଇ ଦେଲେ । ଇଂରେଜମାନଙ୍କ ନିକଟରେ ଏହି ଖବର ପହଞ୍ଚିବାରୁ ପୁଣି ରୀଡ ସାହେବ ମାଲକାନଗିରିରେ ପହଞ୍ଚି ବାଙ୍ଗରା ଦେବୀଙ୍କୁ କ୍ଷମତାଚ୍ୟୁତ କରିଦେଲେ । ବାଙ୍ଗରା ଦେବୀଙ୍କୁ ପଣୁିଥରେ ଶାସନ ଗାଦିରେ ବସାଇବା ଉଦ୍ଦେଶ୍ୟରେ ତାମା ଦୋରା ବିଦ୍ରୋହ ଆରମ୍ଭ କରିଦେଲେ । ଥାନାରେ ଥିବା ପୁଲିସଙ୍କୁ ହତ୍ୟା କଲେ । ୧୮୭୯ ମସହିାରେ ଇଂରେଜ ଏଜେଣ୍ଟ ବିଦ୍ରୋହ ଦମନ ଆରମ୍ଭ କରିଦେଲେ । ମୋଟୁ ଦିଗରୁ ଆସିଥିବା ପୁଲିସ ଫଉଜ ବିଦ୍ରୋହୀମାନଙ୍କ ଆକ୍ରମଣକୁ ସମ୍ମୁଖୀନ ହୋଇନପାରି ଫେରି ଯାଇଥିଲେ । ତାମାଦୋରା ଓ ବାଙ୍ଗରା ଦେବୀ କୋୟା ବିଦ୍ରୋହୀମାନଙ୍କ ସହଯୋଗରେ ରାଜଗାଦିରେ ଅଭଷିକ୍ତି ହେଲେ । ୧୮୮୦ ମସିହା ଜୁଲାଇ ମାସରେ ପୁଣି ଥରେ ଇଂରେଜ ସୈନ୍ୟ ଓ ବିଦ୍ରୋହୀମାନଙ୍କ ମଧ୍ୟରେ ଭୟଙ୍କର ସଂଗ୍ରାମ ହେଲା । ତାମାଦୋରା ପରାସ୍ତ ହୋଇ ଜଙ୍ଗଲରେ ଲୁଚିଲେ । ଇଂରେଜମାନଙ୍କ ବିରୋଧରେ ଚାଲୁଥିବା ସଂଗ୍ରାମ ଧୀରେ ଧୀରେ ନିସ୍ତେଜ ହୋଇ ପଡିଲା । ତାମା ଦୋରା ନିହତ ହେଲେ । ରାଣୀ ବାଙ୍ଗରା ଦେବୀ ଅସହାୟ ଅବସ୍ଥାରେ ଦୁଶ୍ଚିନ୍ତା ଓ ବୃଦ୍ଧାବସ୍ଥା କାରଣରୁ ଦେହତ୍ୟାଗ କଲେ । କୋୟା ଜାତିର ଏହି ବୀରା ରମଣୀ ସ୍ୱାଧୀନତା ପାଇଁ ଯେଉଁ ସାହସ ଓ ଶକ୍ତି ପ୍ରଦର୍ଶନ କରିମହାଶକ୍ତଶିାଳୀ ଇଂରେଜ ବାହନିୀ ସହତି ଲଢିଥିଲେ, ତାହା ଯୁଗଯୁଗ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଥିବ । |
ସାଇଖମ ମୀରାବାଈ ଚାନୁ (ଜନ୍ମ ୮ ଅଗଷ୍ଟ ୧୯୯୪) ଜଣେ ଭାରତୀୟ ମହିଳା ଭାରୋତ୍ତୋଳନକାରୀ । ୨୦୨୦ ଟୋକିଓ ଅଲିମ୍ପିକର ୪୯କେଜି ବର୍ଗରେ ସେ ରୌପ୍ୟପଦକ ହାସଲ କରିଥିଲେ । ଟୋକିଓ ଅଲିମ୍ପିକରେ ଏହା ଥିଲା ଭାରତର ପ୍ରଥମ ପଦକ । ୨୦୧୪ ମସିହାରୁ ମୀରାବାଈ ଭାରତକୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ସେ ପ୍ରଥମେ ୪୮କିଗ୍ରା ବର୍ଗରେ ଖେଳୁଥିଲେ ଓ ପରେ ୪୯ କିଗ୍ରା ବର୍ଗକୁ ପରିବର୍ତ୍ତନ କରିଥିଲେ । ସେ ଭାରଉତ୍ତୋଳନରେ ଭାରତ ପାଇଁ ବିଶ୍ୱ ଚାମ୍ପିୟନସିପ, କମନୱେଲ୍ଥ ଓ ଏସୀୟ କ୍ରୀଡ଼ାରେ ପଦକ ଜିତିଛନ୍ତି । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୨୦ ଟୋକିଓ ଅଲିମ୍ପିକରେ ୪୯କିଗ୍ରା ବର୍ଗରେ ସମୁଦାୟ ୨୨୦କିଗ୍ରା ଓଜନ ଉଠାଇ ସେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିଲେ । ସେ ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ୪୮କିଗ୍ରା ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ । ୨୦୧୭ ଆମେରିକାର ଆନାହେଇମରେ ହୋଇଥିବା ବିଶ୍ୱ ଭାରୋତ୍ତୋଳନ ଚ୍ୟାମ୍ପିୟନସିପର ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣପଦକ ଜିତିଥିଲେ । ଆଗରୁ ସେ କମନୱେଲ୍ଥ ଗେମ୍ସରେ ପଦକ ଓ ୨୦୧୪ରେ ଗ୍ଲାସଗୋରେ ହୋଇଥିବା କମନୱେଲ୍ଥ ଗେମ୍ସରେ ମହିଳା ୪୮ କିଗ୍ରା ବିଭାଗରେ ରୌପ୍ୟପଦକ ଜିତିଥିଲେ । ସେଠରେ ଆଉଜଣେ ଭାରତୀୟା କୁମୁକଚାମ ସଞ୍ଜିତା ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ୨୦୧୮ ଗୋଲ୍ଡ଼ କୋଷ୍ଟ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣପଦକ ଜିଣି ଏକ କମନୱେଲ୍ଥ ଗେମ୍ସ ରେକର୍ଡ଼ ପ୍ରତିଷ୍ଠା କରିଥିଲେ । ମୀରାବାଈ ୨୦୧୬ ରିଓ ଅଲମ୍ପିକ୍ସର ମହିଳା ୪୮ କିଗ୍ରା ବିଭାଗରେ ମନୋନୀତ ହୋଇଥିଲେ । ତେବେ ସେ କ୍ଲିନ ଆଣ୍ଡ ଜର୍କ ବିଭାଗରେ ସେ ତିନି ଥର ଭିତରେ ଏହା ସାରିବାରେ ଅସମର୍ଥ ହୋଇଥିଲେ । ୨୦୧୭ ଆମେରିକାର ଆନାହେଇମରେ ହୋଇଥିବା ବିଶ୍ୱ ଭାରୋତ୍ତୋଳନ ଚ୍ୟାମ୍ପିୟନସିପର ସେ ମହିଳା ୪୮ କିଗ୍ରା ବିଭାଗରେ ସେ ପ୍ରତିଯୋଗିତା ରେକର୍ଡ଼ରେ ସେ ସର୍ବମୋଟ ୧୯୪ କିଗ୍ରା (୮୫ କିଗ୍ରା ସ୍ନାଚ ଓ ୧୦୯ କିଗ୍ରା କ୍ଲିନ ଆଣ୍ଡ ଜର୍କ) ଭାରୋତ୍ତଳନ କରି ସେ ସ୍ୱର୍ଣ୍ଣପଦକ ଜିଣିଥିଲେ । କ୍ରୀଡ଼ା ନିମନ୍ତେ ତାଙ୍କ ଅବଦାନ ନିମନ୍ତେ ମଣିପୁରର ରାଜ୍ୟପାଳ ଏନ. ବିରେନ୍ଦ୍ର ସିଂହ ସମ୍ମାନୀତ ହୋଇଥିଲେ ଓ ତାଙ୍କୁ ୨୦ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ବ୍ୟକ୍ତିଗତ ଜୀବନ ମୀରାବାଈ ଚାନୁ, ୧୯୯୪ ମସିହା ଅଗଷ୍ଟ ମାସ ୮ ତାରିଖରେ ମଣିପୁରର ରାଜଧାନୀ ଇମ୍ଫାଲର ନୋଙ୍ଗପୋକ କାକଚିଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । |
ଅଭିନବ ଗୋମତାମ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି । ସେ ପ୍ରଥମେ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରେ ତେଲୁଗୁ ଭାଷାର କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିଥିଲେ । ୨୦୧୪ ମସିହାରେ ସେ ତେଲୁଗୁ କଥାଚିତ୍ର ମୈନେ ପ୍ୟାର୍ କିୟାରେ ଏକ ଚରିତ୍ର ଅଭିନେତା ଭାବରେ କାମ କରିଥିଲେ । ଏହାପରେ ସେ ତେଲୁଗୁ କଥାଚିତ୍ର ଜଗତରେ ଜଣେ ପାର୍ଶ୍ୱ ଅଭିନେତା ଭାବରେ ସକ୍ରିୟ ଅଛନ୍ତି । ପ୍ରାରମ୍ଭିକ ଜୀବନ ଅଭିନବ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ବିଜ୍ଞାନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସରୁ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି । ଅଭିନୟ ଜୀବନ ସେ ପ୍ରଥମେ ଥିଏଟର ନାଟକରେ କାମ କରିବା ଆରମ୍ଭ କରିଥିଲେ । ସେ ଲାମାକାନ, ଉଡ଼ାଣ ପର୍ଫର୍ମିଂ ଆର୍ଟସ୍ ଏବଂ ଅହମ ଥିଏଟର ଭଳି ନାଟକ ସଂସ୍ଥାରେ କାମ କରିଛନ୍ତି । ତେଲୁଗୁ କଥାଚିତ୍ର ଜଗତର କାମ କରିବା ପୂର୍ବରୁ ସେ କିଛି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୪ ମସିହାରେ ସେ ତେଲୁଗୁ କଥାଚିତ୍ର ଜଗତରେ ଜଣେ ଚରିତ୍ର ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ । ମଲ୍ଲି ରାବା (୨୦୧୭), ଇ ନାଗାରାନିକି ଏମାଣ୍ଡି (୨୦୧୮), ସୀତା (୨୦୧୯), ଫାଲକନୁମା ଦାସ (୨୦୧୯) ଏବଂ ମୀକୁ ମାତ୍ରମେ ଚେପ୍ତା (୨୦୧୯) ଭଳି ତେଲୁଗୁ କଥାଚିତ୍ରରେ ସେ କାମ କରିଛନ୍ତି । ତାଙ୍କ ଅଭିନୀତ କଥାଚିତ୍ର ମୀକୁ ମାତ୍ରମେ ଚେପ୍ତା ଉପରେ ସିନେମା ଏକ୍ସପ୍ରେସଦ୍ୱାରା ପ୍ରକାଶିତ ସମୀକ୍ଷାରେ ତାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା, ମାତ୍ରା ଏହି କଥାଚିତ୍ରଟିକୁ ବରଖାସ୍ତା କରାଯାଇଥିଲା । ଇ ନାଗାରାନିକି ଏମାଣ୍ଡିରେ ତାଙ୍କ ଅଭିନୀତ ଭୂମିକା ପାଇଁ ତାଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା । |
ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା, (ଜନ୍ମ: ୪ ମାର୍ଚ୍ଚ ୧୯୨୦) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ । ବୃତ୍ତିରେ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର, କବିତା, ପ୍ରବନ୍ଧ, ନାଟକ ଓ ଅନୁବାଦ ଆଦି ସାହିତ୍ୟର ବହୁ ବିଭାଗରେ ଲେଖନି ଚାଳନା କରିଛନ୍ତି । ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ । ବ୍ୟକ୍ତିଗତ ଜୀବନ ଗୋବିନ୍ଦ୍ର ଚନ୍ଦ୍ର ୧୯୨୦ ମସିହା ମାର୍ଚ୍ଚ ୪ ତାରିଖରେ ବଲାଙ୍ଗୀର ଜିଲ୍ଲାର ଟିକରପଡାଠାରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ସେ ବିଧିବଦ୍ଧଭାବେ ମହାବିଦ୍ୟାଳୟରେ ଅଧ୍ୟୟନ ନକରି, ଘରୋଇ ଭାବରେ ପାଠ ପଢ଼ି ସ୍ନାତକ ହୋଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ସେ ସଂସ୍କୃତରେ ମଧ୍ୟ ନାଗପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଲାଭ କରିଛନ୍ତି । ବିଦ୍ୟାଳୟ ଶିକ୍ଷକ ଭାବରେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରି, ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ସାହିତ୍ୟିକ ଜୀବନ ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ "ମଞ୍ଜରୀ" ନାମକ ହାତଲେଖା ପତ୍ରିକା ସମ୍ପାଦନାରୁ ଗୋବିନ୍ଦ ଚନ୍ଦ୍ରଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ପତ୍ରିକା ସମ୍ପାଦନା ସହିତ, ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ । |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଜୁନ ବର୍ଷର ୧୭୪ତମ ଦିବସ ଅଟେ ଅଧିବର୍ଷ ଗୁଡ଼ିକରେ - ୧୭୫ତମ । ବର୍ଷ ଶେଷ ହେବା ପାଇଁ ଆଉ ୧୯୧ ଦିନ ବାକି ଅଛି । |
ରମାକାନ୍ତ ମିଶ୍ର (ଜନ୍ମ: ୧୭ ଜୁନ ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରମାକାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୯୫, ୧୯୯୫ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ତଥା ଥରେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ । ଜନ୍ମ, ପରିବାର ଓ ଶିକ୍ଷା ରମାକାନ୍ତ ମିଶ୍ର ୧୯୪୪ ମସିହାର ଜୁନ ମାସ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଦ୍ୟାଧର ମିଶ୍ର ଏବଂ ପତ୍ନୀଙ୍କ ନାମ ପ୍ରମିଳା କୁମାରୀ ମିଶ୍ର । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ । ରାଜନୈତିକ ଜୀବନ ରମାକାନ୍ତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ରମାକାନ୍ତ ୧୯୯୬ ମସିହାରୁ ୧୯୯୯ ମସିହାଯାଏଁ ଏବଂ ୧୯୯୯ ମସିହାରୁ ୨୦୦୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୦୦ ମସିହାରୁ ୨୦୦୪ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ । |
ଟ୍ରାଇମେଥୋପ୍ରିମ ସଲଫାମେଥୋକ୍ସାଜୋଲ , ଅନ୍ୟ ନାମ କୋ-ଟ୍ରାଇମୋକ୍ସାଜୋଲ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଏଥିରେ ଗୋଟିଏ ଭାଗ ଟ୍ରାଇମେଥୋପ୍ରିମ ଓ ୫ ଭାଗ ସଲଫାମେଥୋକ୍ସାଜୋଲ (୧:୫) ଥାଏ । ମୂତ୍ରନଳୀ ସଂକ୍ରମଣ, ଏମଆରଏସଏ ଚର୍ମ ସଂକ୍ରମଣ, ପର୍ଯ୍ୟଟକ ତରଳ ଝାଡ଼ା, ଶ୍ୱାସନଳୀ ସଂକ୍ରମଣ, ଓ ଆନ୍ତ୍ରିକ ଜ୍ୱର ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ । ଏଚଆଇଭି/ଏଡ୍ସ୍ ଥିବା ଲୋକଙ୍କର ନିମୋସିସ୍ଟିକ ନିମୋନିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ଉଭୟ ନିମନ୍ତେ ଏହା ପ୍ରୟୋଗ କରାଯାଏ । ଏହା ପାଟିରେ ଦିଆଯାଏ ଓ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଅଇ, ବାନ୍ତି, ରାସ, ଓ ତରଳ ଝାଡ଼ା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।ସାଙ୍ଘାତିକ ଆଲର୍ଜି ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା ବେଳେ ବେଳେ ହୁଏ । ଗର୍ଭାବସ୍ଥା ଶେଷ ଭାଗରେ ଏହା ନ ଦେବାକୁ ନିର୍ଦ୍ଦେଶ ଦିଆଯାଏ । ଶିଶୁ ସୁସ୍ଥ ଥିଲେ [ସ୍ତନ୍ୟପାନ]] କରାଯାଇପାରେ । ଏହି ଔଷଧ ଯୋଗୁ ଜୀବାଣୁ ମୃତ୍ୟୁ ହୁଏ । ଏହା ଆଣ୍ଟିଫୋଲେଟ କାମ କରେ । ସନ ୧୯୭୪ରେ ପ୍ରଥମେ ଏହି ଔଷଧ ବିକ୍ରି ଆରମ୍ଭ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକାର ମୂଲ୍ୟ ଡୋଜ ପିଛା ୦.୪୦ ଡଲାର । |
ଓଡ଼ିଆ ସିନେମା ଜଗତରେ ୧୯୯୦ରେ ତିଆରି ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର |
ଇଥିଓପିଆ, ଆଫ୍ରିକାରେ ଥିବା ଏକ ଦେଶ । ଇତିହାସ ଭୂଗୋଳ ଧର୍ମ ପ୍ରଶାସନିକ ବିଭାଗ ଭାଷା ଆଧାର ବାହାର ତଥ୍ୟ 2008-10-16 . 2011-11-10 . |
କିରଣ ଜନଜାନି ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ହମ୍ ନେ ଲି ହୈ ଶପଥରେ ତାଙ୍କ ଅଭିନୀତ ଚରିତ୍ର ଉଜ୍ୱଳ ମିଶ୍ର ପାଇଁ ସେ ଜଣାଶୁଣା । ସେ ଏଣ୍ଡ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ସନ୍ତୋଷୀ ମାଆ, ଜୀ ଟିଭିରେ ପ୍ରସାରିତ ୟେ ତେରି ଗଲିୟାଁ ଭଳି ଧାରାବାହିକରେ କାମ କରିଛନ୍ତି । ଜୀବନୀ କିରଣ ୧୨ ମାର୍ଚ୍ଚରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ସେ କୋଲେଜିଓ କସ୍ମୋପଲିଟାନୋ ଡି କଲମ୍ବିଆରେ ପଢ଼ୁଥିଲେ ଏବଂ ମୁମ୍ବାଇର ଶ୍ରୀ ଭିଲେ ପାର୍ଲେ କେଲାବାନି ମଣ୍ଡଳସ୍ ନାର୍ସୀ ମୋଞ୍ଜୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଷ୍ଟଡିଜ୍ରୁ ସ୍ନାତକ କରିଛନ୍ତି । ସେ ମେକ୍ଅପ୍ ଡିଜାଇନର୍ ରୁତି କେ ଜେନଜାନୀଙ୍କୁ ବିବାହ କରିଛନ୍ତି । ସେ ଅନେକ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରିଛନ୍ତି । ରିୟା ସେନଙ୍କ ସହ ସେ ଫାଲଗୁନି ପଠକଙ୍କ ଗୀତ ୟାଦ୍ ପିଆ କି ଆନେ ଲାଗିରେ ଅଭିନୟ କରିଥିଲେ ଏବଂ ହ୍ୟାରି ଆନନ୍ଦଙ୍କ ଆଲବମ ଚାହତରେ "ଦିଲ୍ ଦିଲ୍ ନହିଁ ରାହା ମେରା" ଗୀତରେ ମଧ୍ୟ ଅଭିନୟ କରିଥିଲେ । କିରଣ ତାଙ୍କ ଝିଅଙ୍କର ଜନ୍ମ ପରେ ତାଙ୍କ ନାମ କରଣଉଦୟ ଜେନଜାନିକୁ ବଦଳାଇଥିଲେ । ଅବଶ୍ୟ ଏବେ ବି କଥାଚିତ୍ର ଜଗତରେ ସେ କିରଣ ଭାବରେ ପରିଚିତ । |
ଆସାମରେ ଜନ୍ମିତ ଭୁପେନ ହଜାରିକା ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟକ, ଗୀତିକାର, ସଂଗୀତଜ୍ଞ, କବି ତଥା ଚଳଚ୍ଚିତ୍ର ନିର୍ମାତା ଥିଲେ । ମୁଖ୍ୟତଃ ଆସାମ ଭାଷାରେ ତାଙ୍କଦ୍ୱାରା ଲିଖିତ ଗୀତଗୁଡିକ ମାନବିକତା ଏବଂ ସର୍ବଭାରତୀୟ ଭାତୃଭାବ ନିମନ୍ତେ ଜଣାଶୁଣା । ତାଙ୍କର ଏହି ଗୀତଗୁଡିକ ଅନେକ ଭାଷାରେ,ବିଶେଷତଃ ବଙ୍ଗଳା ଏବଂ ହିନ୍ଦୀରେ ଅନୁବାଦ ଏବଂ ଗାନ କରାଯାଇଛି । ସାମ୍ପ୍ରଦାୟିକ ବନ୍ଧୁତା, ସର୍ବଭାରତୀୟ ନ୍ୟାୟ ଏବଂ ସମବେଦନା ଉପରେ ଆଧାରିତ ତାଙ୍କର ଗୀତଗୁଡ଼ିକ ଆସାମ (ଭାରତ), ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଲୋକମାନଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ ସେ ଆସାମ ଏବଂ ଉତ୍ତର ପୂର୍ବ ଭାରତର ସଂସ୍କୃତି ଏବଂ ଲୋକ ସଂଗୀତକୁ ଜାତୀୟ ସ୍ତରରେ ହିନ୍ଦୀ ସିନେମା ମାଧ୍ୟମରେ ପରିଚିତ କରାଇଥିଲେ । ସେ ୧୯୭୫ରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ସଂଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୭), ପଦ୍ମଶ୍ରୀ (୧୯୭୭), ପଦ୍ମଭୂଷଣ (୨୦୦୧), ଏବଂ ଦାଦା ସାହେବ ଫାଲକେ ପୁରସ୍କାର (୧୯୯୨) ପାଇଥିଲେ ତାଙ୍କୁ ୨୦୧୨ ମସିହାରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ, ଏବଂ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ହଜାରିକା ଡିସେମ୍ବର ୧୯୯୮ରୁ ଡିସେମ୍ବର ୨୦୦୩ ପର୍ଯ୍ୟନ୍ତ "ସଂଗୀତ ନାଟକ ଏକାଡେମୀ" ର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ବ୍ୟକ୍ତିଗତ ଜୀବନ ଜଣେ ସଂଗୀତଜ୍ଞ ଭାବରେ ଖ୍ୟାତି ଅର୍ଜନ କରିଥିବା ହଜାରିକା, ୮ ସେପ୍ଟେମ୍ବର ୧୯୨୬ରେ ଆସାମର ସାଦିଆରେ ପିତା ନୀଳକଣ୍ଠ ଏବଂ ମାତା ଶାନ୍ତିପ୍ରିୟା ହାଜାରିକାଙ୍କ ଜ୍ୟେଷ୍ଠପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ମୂଳତଃ ଶିଭସାଗର ଜିଲ୍ଲାର ଏକ ସହର ନାଜିରାର ବାସିନ୍ଦା ଥିଲେ । ଦଶ ପିଲାଙ୍କ ମଧ୍ୟରୁ ବଡ଼, ଭୁପେନ ହାଜାରିକା (ତଥା ତାଙ୍କ ଭାଇଭଉଣୀମାନେ) ତାଙ୍କ ମା ଙ୍କ ସଂଗୀତ ପ୍ରଭାବରେ ପ୍ରଭାବିତ ହୋଇଥିଲେ । ଫଳରେ ସେ ଆସାମର ପାରମ୍ପାରିକ ସଙ୍ଗୀତ ଶିକ୍ଷା କରିବା ଅବସର ସେ ଲାଭ କରିଥିଲେ । ତାଙ୍କ ପିତା ୧୯୨୯ ମସିହାରେ ଆଉକିଛି ଭଲ ଜୀବିକା ସନ୍ଧନରେ ଗୁଆହାଟିର ଭରାଲୁମୁଖ ଅଞ୍ଚଳକୁ ଚାଲିଆସିଥିଲେ । ସେଠାରେ ଭୁପେନ ହଜାରିକା ତାଙ୍କର ବାଲ୍ୟକାଳ ବିତାଇଥିଲେ । ପୁଣି ଜୀବିକା ସନ୍ଧାନ କରୁ କରୁ ୧୯୩୨ ମସିହାରେ ତାଙ୍କ ପିତା ଧୁବ୍ରି ଏବଂ ୧୯୩୫ରେ ତେଜପୁରକୁ ଚାଲିଗଲେ । ତେଜପୁରରେ ଭୁପେନ ହଜାରିକାଙ୍କୁ ଯେତେବେଳେ ୧୦ ବର୍ଷ ବୟସ, ଏକ ସାଧାରଣ କାର୍ଯ୍ୟକ୍ରମରେ ତାଙ୍କ ମାଆଙ୍କଦ୍ୱାରା ଶିଖାଯାଇଥିବା ଏକ ବୋର୍ଗିତ (ଶ୍ରୀମନ୍ତ ଶଙ୍କରଦେବ ଏବଂ ଶ୍ରୀ ଶ୍ରୀ ମାଧବଦେବଙ୍କଦ୍ୱାରା ଲିଖିତ ପାରମ୍ପାରିକ ଶାସ୍ତ୍ରୀୟ ଆସାମୀୟ ଭକ୍ତି ଗୀତ) ଗାନ କଲାବେଳେ ଜ୍ୟୋତିପ୍ରସାଦ ଅଗ୍ରୱାଲା, ଆସାମର ଗୀତିକାର, ନାଟ୍ୟକାର ତଥା ପ୍ରଥମ ଆସାମର ଚଳଚ୍ଚିତ୍ର ନିର୍ମାତା ତଥା ଆସାମର ଜଣାଶୁଣା କଳାକାର ତଥା ବିପ୍ଳବୀ କବି ବିଷ୍ଣୁ ପ୍ରସାଦ ରାଧାଙ୍କଦ୍ୱାରା ଭୁପେନଙ୍କ ପ୍ରତିଭା ଆବିଷ୍କୃତ ହୋଇଥିଲା । ସିନେମା ଜଗତକୁ ଅବଦାନ ସେ ତାଙ୍କ ମାତୃଭାଷା ଆସାମ ବ୍ୟତୀତ ବଙ୍ଗଳା ଏବଂ ହିନ୍ଦୀ ସମେତ ଅନ୍ୟାନ୍ୟ ଭାଷାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି । ତାଙ୍କର ଗୀତ ଏବଂ ରଚନାଗୁଡ଼ିକର ସମାହାରକୁ ଆସାମରେ ଭୁପେନ୍ଦ୍ର ସଂଗୀତ କୁହାଯାଏ । ଆସାମର ଚଳଚ୍ଚିତ୍ର ଶିଳ୍ପରେ ଜଣେ ଅଗ୍ରଦୂତ ଭାବରେ ଶ୍ରୀ ଭୁପେନ ହାଜାରିକା ଆସାମ ସିନେମାକୁ ବିଶ୍ୱ ମାନଚିତ୍ରରେ ଆଣିବାରେ ସାହାଯ୍ୟ କରିଛନ୍ତି । ସେ ସିନେମା ଏବଂ ସଙ୍ଗୀତର ମାଧ୍ୟମ ମାଧ୍ୟମରେ ସମସ୍ତ ଉତ୍ତର-ପୂର୍ବ ରାଜ୍ୟକୁ ସଫଳତାର ସହ ଯୋଡିଛନ୍ତି । ସେ ଆସାମର ଲୋକପ୍ରିୟ ମାସିକ ପତ୍ରିକା "ଅମର ପ୍ରତିନିଧି" ଏବଂ "ପ୍ରତିଧ୍ୱନୀ" ର ସମ୍ପାଦକ ମଧ୍ୟ ରହିଥିଲେ । |
ଶଲାବୁଢ଼ା ୨୦୧୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଳାଧଳା ସିନେମା । ଏହା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା । ଗ୍ରାମୀଣ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟିର ନାୟକ ଜଣେ ଉଦାର ବୟସ୍କ ବ୍ୟକ୍ତି । ଦୁର୍ଭିକ୍ଷ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ କିପରି ଗ୍ରାମବାସୀମାନଙ୍କୁ ସାହାଯ୍ୟ କରିବା ଜାରୀ ରଖିପାରିଛନ୍ତି ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । କଥାଚିତ୍ରଟିର କାହାଣୀ ସବ୍ୟସାଚୀଙ୍କ ପିତା କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କଦ୍ୱାରା ଲିଖିତ । ଏହାର ପ୍ରଯୋଜନା କରିଛନ୍ତି ତାଙ୍କ ଭାଇ ସୁଶାନ୍ତ ମହାପାତ୍ର । ଭାଇ ଓମପ୍ରକାଶ ଓ ରାଜେନ୍ଦ୍ର ଯଥାକ୍ରମେ କ୍ୟାମେରା ପରିଚାଳନା ଓ ସମ୍ପାଦନା ଦାୟିତ୍ୱରେ ଅଛନ୍ତି । ସବ୍ୟସାଚୀଙ୍କ ପୁତ୍ର ଚୋଡ଼ଗଙ୍ଗ ମହାପାତ୍ର ଏହି ଚଳଚ୍ଚିତ୍ରର ସହନିର୍ଦ୍ଦେଶକ ଅଟନ୍ତି । ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା କରିଛନ୍ତି ପଙ୍କଜ ଜାଲ ଓ ଘାସିରାମ ମିଶ୍ର । ମୁଖ୍ୟ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ୮୩ ବର୍ଷ ବୟସ୍କ ନାଟ୍ୟକର୍ମୀ ଅଟଳ ବିହାରୀ ପଣ୍ଡା । ଚଳଚ୍ଚିତ୍ରଟିରେ ଅଟଳ ବିହାରୀଙ୍କ ସମେତ ଅନେକ ନୂଆ କଳାକାରମାନଙ୍କୁ ସୁଯୋଗ ଦିଆଯାଇଛି । ଅଭିନୟରେ ଶଲାବୁଢ଼ା କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରବୃନ୍ଦ : ଅଟଳ ବିହାରୀ ପଣ୍ଡା ରତନ ମେହେର ପୃଥ୍ୱୀରାଜ ତପସ୍ୱିନୀ ଗୁରୁ ପୁରୁଷୋତ୍ତମ ମିଶ୍ର ପ୍ରଦ୍ୟୁମ୍ନ ସାହୁ ରୋଜାଲିନ ଷଢ଼ଙ୍ଗୀ ବିନୋଦ ପାତ୍ର ଗୋପାଳ ପ୍ରଧାନ ବିଜୟ ତ୍ରିପାଠୀ ଗଦାଧର ବାରିକ ବାଞ୍ଛାନିଧି ପଟ୍ଟନାୟକ ପୁରସ୍କାର ଏବଂ ସମ୍ମାନ ଭାରତୀୟ ପାନୋରାମା ଓ କଲିକତା ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ । ଜାକର୍ତ୍ତା ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଫର ସ୍ପିରିଚୁଆଲିଟି, ରିଲିଜିୟନ ଆଣ୍ଡ ଭିଜିଓନାରୀ-୨୦୧୩ରେ 'ଆୱର୍ଡ ଅଫ ଏକ୍ସଲେନ୍ସି' ସମ୍ମାନ । |
୮୩୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
୧୫୬୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ପ୍ରବାସିନୀ ମହାକୁଡ଼ (ଜନ୍ମ: ୨୪ ନଭେମ୍ବର ୧୯୫୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଓ ଅନୁବାଦକ । ୨୦୦୯ ମସିହାରେ ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା ପୁସ୍ତକ ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ । ପ୍ରବାସିନୀ ୧୯୫୭ ମସିହାରେ କଳାହାଣ୍ଡି ଜିଲ୍ଲାର କୋକସରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେମାନେ ଥିଲେ ତିନି ଭଉଣୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ପିଲାଦିନ ବିତିଥିଲା । ସେ ଓଡ଼ିଆରେ ସ୍ନାତକତ୍ତୋର ପାଠ ପଢିଛନ୍ତି । କିଶୋର ସାହିତ୍ୟ ପତ୍ରିକା "ସୌରଭ" ରେ ତାଙ୍କର ପ୍ରଥମ ଲେଖା ପ୍ରକାଶିତ ହୋଇଥିଲା । ପ୍ରଥମ କବିତା "ସ୍ୱରାଜ" ଖବର କାଗଜରେ ପ୍ରକାଶ ପାଇଥିଲା । ତାଙ୍କ ପ୍ରଥମ ଉପନ୍ୟାସିକା "ସୁପର୍ଣ୍ଣା" ଓ ପ୍ରଥମ କବିତା ପୁସ୍ତକ "ମୁହୂର୍ତ୍ତ ମୁହୂର୍ତ୍ତ" ପ୍ରେଣ୍ଡ ପବ୍ଲିସରସ ପ୍ରକାଶ କରିଥିଲେ । |