url
stringlengths
29
226
text
stringlengths
7
18.1k
https://www.dharitri.com/france-violence-unrest-after-teen-murder/
ଜଳୁଛି ଫ୍ରାନ୍ସ: ଟ୍ରାଫିକ ନିୟମ ନ ମାନିବାରୁ କିଶୋରଙ୍କ ଉପରକୁ ଗୁଳି ଚଳାଇଥିଲା ପୋଲିସ ପ୍ୟାରିସ,୨୯।୬: ଫ୍ରାନ୍ସର ଜଣେ କିଶୋରଙ୍କ ହତ୍ୟା ପରେ ସେଠାରେ ହିଂସା ଉପୁଜିଛି। ଲୋକେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। କିଛି ଗାଡିକୁ ପୋଡି ଦିଆଯାଇଥିବା ବେଳେ ସ୍ଥିତି ସଙ୍କିନ ରହିଛି। ଏହି ହିଂସା ଘଟଣାରେ ପୋଲିସ ଏବେ ପର୍ଯ୍ୟନ୍ତ ପ୍ରାୟ ୩୧ ଲୋକଙ୍କୁ ଗିରଫ କରିଛି। ଏହି ଘଟଣାରେ ୨୪ରୁ ଅଧିକ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି।
https://www.dharitri.com/shiridi-sai-temple-will-be-closed-indefinitely-from-may-1/
ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରିଡ଼ି ସାଇ ମନ୍ଦିର ମୁମ୍ବାଇ/ନୂଆଦିଲ୍ଲୀ,୨୭ା୪: ମହାରାଷ୍ଟ୍ରର ଅହମ୍ମଦନଗର-ମନମା ଜାତୀୟ ରାଜମାର୍ଗଥିବା ପ୍ରସିଦ୍ଧ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସାଇ ବାବାଙ୍କ ମନ୍ଦିରରେ ସିଆଇଏସ୍ଏଫ୍ ମୁତୟନକୁ ନେଇ ବିରୋଧ କରାଯାଉଛି। ଏମିତି କି ଶିରିଡ଼ି ଗ୍ରାମବାସୀ ସିଆଇଏସ୍ଏଫ୍ ମୁତୟନକୁ ବିରୋଧ କରିଛନ୍ତି। ଏହି ସିଆଇଏସ୍ଏଫ୍ ସମସ୍ତ ଶିଳ୍ପ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେଶନ ଏବଂ ବିମାନବନ୍ଦରକୁ ସୁରକ୍ଷା ଦେଇଥାନ୍ତି। କିନ୍ତୁ ଶିରିଡ଼ି ମନ୍ଦିରରେ ରହୁଥିବା ଲୋକମାନେ ସେଠାରେ ସିଏସ୍ଏଫ୍ ନିୟୋଜନକୁ ନେଇ ଖୁସି ନୁହନ୍ତି। ସୂଚନାଯୋଗ୍ୟ, ବିଶ୍ୱର କୋଟି କୋଟି ଲୋକ ସାଇବାବାଙ୍କ ଉପରେ ବିଶ୍ୱାସ କରିଥାନ୍ତି। ଶିରିଡ଼ିରେ ଥିବା ସାଇ ମନ୍ଦିର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଭାବରେ ପରିଗଣିତ। ଏହି ମନ୍ଦିରକୁ ଭକ୍ତମାନେ ବହୁତ ଦାନ କରିଥାନ୍ତି। ଏହି ମନ୍ଦିରକୁ ଆସୁଥିବା ଦାନ ପ୍ରାୟତଃ ଚର୍ଚ୍ଚାର ବିଷୟ ହୋଇ ରହିଥାଏ। ଏଭଳି ପରିସ୍ଥିତିରେ ବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବାର ଘୋଷଣା ଶ୍ରଦ୍ଧାଳୁଙ୍କ ମନରେ କୁଠାରଘାତ ସୃଷ୍ଟିକରିଛି।
https://www.dharitri.com/ଭୁଲ-ତଥ୍ୟ-ଦେଇ-ବ୍ୟାଙ୍କରୁ-୪-ଲ/
ଭୁଲ ତଥ୍ୟ ଦେଇ ବ୍ୟାଙ୍କରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଉଠାଣ: ଜଣେ ଅଟକ ବାସୁଦେବପୁର,୮।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମର ଜଣେ ଏରୋନେଟିକ୍ ଇଞ୍ଜିନିୟର ଦୁଇଟି ବ୍ୟାଙ୍କରେ ଭୁଲ କାଗଜପତ୍ର ଦେଇ ଅନ୍ୟ ଜଣେ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ଉଠାଣ କରିନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ନାମରେ ଏହି ଋଣ କରାଯାଇଥିବା ସଂପୃକ୍ତ ବ୍ୟାଙ୍କରୁ ତାଙ୍କୁ ଅବଗତ କରାଯିବା ପରେ ସେ ଋଣ କରି ନ ଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କ ନାମରେ ଋଣ ଉଠାଣ ହେଲା ତାହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହି ଋଣ ଉଠାଣ କରି ନେଇଥିବା ଯୁବ ଇଞ୍ଜିନିୟରଙ୍କୁ ସ୍ଥାନୀୟ ଗୁଆଗଡ଼ିଆ ଲୋକମାନେ ଅଟକ ରଖି ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି। ବାସୁଦେବପୁର ଥାନା ଆଇଆଇସି ମଧୁମିତା ମହାନ୍ତି ଉକ୍ତ ଯୁବ ଇଞ୍ଜିନିୟରଙ୍କୁ ଗ୍ରାମବାସୀଙ୍କଠାରୁ ଉଦ୍ଧାର କରି ପଚରାଉଚରା ପାଇଁ ଥାନାରେ ଅଟକ ରଖିଛନ୍ତି। ଏହି ଘଟଣା ବ୍ୟାଙ୍କ ସମ୍ପର୍କିତ ହୋଇଥିବାବେଳେ ଆଜି ରବିବାର ଥିବାରୁ ଅଧିକ ତଦନ୍ତ ଆବଶ୍ୟକତା ଥିଲେ ମଧ୍ୟ ହୋଇପାରିନାହିଁ। ତେବେ ସୋମବାର ଏନେଇ ଅଧିକ ତଦନ୍ତ କରାଯିବ।
https://www.dharitri.com/risk-of-deer-health-being-affected/
ହରିଣଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହେବା ଆଶଙ୍କା କଟକ ଅଫିସ,୨୫ା୪: କଟକ ମହାନଗର ନିଗମ (ସିଏମ୍ସି) ଅନ୍ତର୍ଗତ ତୁଳସୀପୁର ବିଜୁ ପଟ୍ଟନାୟକ ରୋଡ୍ର ମହାନଦୀ ବନ୍ଧ ସନ୍ନିକଟରେ ଡିଅର ପାର୍କ ଅବସ୍ଥିତ। ଏହି ପାର୍କରେ ସ୍ବଳ୍ପ ସ୍ଥାନରେ ୨୫୦ରୁ ଅଧିକ ହରିଣ ରହିଛନ୍ତି। ପ୍ରତ୍ୟେକ ଦିନ ଏଠାକୁ ହରିଣ ଦେଖିବା ପାଇଁ ବହୁ ଲୋକ ଆସୁଛନ୍ତି। ସେମାନେ ଖୁସିରେ ହରିଣମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଦେଉଛନ୍ତି। ତେବେ ଏହାଦ୍ୱାରା ହରିଣମାନଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଜଙ୍ଗଲରେ ହରିଣମାନେ ବୁଲି ବୁଲି ନିଜ ଆବଶ୍ୟକତା ଅନୁସାରେ ଖାଦ୍ୟ ଖାଇଥାନ୍ତି। ତେବେ ଉକ୍ତ ପାର୍କରେ ହରିଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ଦିଆଯାଏ। ଖାଦ୍ୟରେ ଫଳ, ପନିପରିବା ସହ ବିଭିନ୍ନ ଶସ୍ୟ ସାମିଲ ଥାଏ। ହରିଣମାନଙ୍କ ଖାଦ୍ୟ ଓ ରକ୍ଷଣାବେକ୍ଷଣ ବାବଦରେ ସିଏମ୍ସି ପକ୍ଷରୁ ବର୍ଷକୁ ୫୧,୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ମେସାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ନଦୀ ବନ୍ଧ ଦେଇ ଯାଇଥିବା ରାସ୍ତାପାର୍ଶ୍ୱରେ ଲୋକେ ଅଟକିଯାଇ ହରିଣ ଦେଖିଥାନ୍ତି। ବିସ୍କୁଟ୍ ଏବଂ ଅନ୍ୟ ଖାଦ୍ୟ କିଣି ସେମାନଙ୍କୁ ଦେଇଥାନ୍ତି। ତେବେ ସେଠାରେ ଏହି ଲୋକଙ୍କୁ ରୋକିବା ପାଇଁ ସୁରକ୍ଷାକର୍ମୀ ନାହାନ୍ତି। କୌଣସି ସୂଚନା ଫଳକ ମଧ୍ୟ ନାହିଁ। ପାର୍କ ଚାରିପଟେ ତାରଜାଲି ଗୁଡ଼ାଯାଇଛି, କିନ୍ତୁ ତାହା ନାମକୁ ମାତ୍ର। ଖାଦ୍ୟ ଲୋଭରେ ହରିଣମାନେ ଜାଲି ନିକଟକୁ ଚାଲିଆସିଥାନ୍ତି। ରାସ୍ତାରେ ଛିଡ଼ା ହୋଇ ଲୋକେ ଖାଦ୍ୟ ଜାଲି ମଧ୍ୟକୁ ବିସ୍କୁଟ ଫିଙ୍ଗିଥାନ୍ତି। ହରିଣମାନେ ସେହି ଖାଦ୍ୟ ଖାଇ ବେଳେବେଳେ ଅସୁସ୍ଥ ହୋଇପଡ଼ିଥାନ୍ତି ବୋଲି ଅଭିଯୋଗ ଶୁଣିବାକୁ ମିଳେ। ସେହିପରି ଏହି ପାର୍କରେ କମ୍ ସ୍ଥାନରେ ମାତ୍ରାଧିକ ହରିଣ ରହୁଛନ୍ତି। ପାର୍କ ସ୍ଥାନାନ୍ତରଣ ହେବା ନେଇ ୪ବର୍ଷ ହେଲା କୁହାଯାଉଛି। ମାତ୍ର ପଦକ୍ଷେପ ନିଆଯାଉନାହିଁ। ୧୯୮୧ ମସିହାରେ ୫ଟି ହରିଣକୁ ନେଇ ପ୍ରାୟ ଅଢେଇ ଏକର ଜମିରେ ଗଢିଉଠିଥିବା ଏହି ପାର୍କ ଅବସ୍ଥା ଦୟନୀୟ ଅବସ୍ଥାରେ ପହଞ୍ଚିଲାଣି। ଏନେଇ ସାମାଜିକ କର୍ମୀ ଈଶ୍ୱର ମହାନ୍ତି କହିଛନ୍ତି, ହରିଣଙ୍କୁ ବାହାର ଖାଦ୍ୟ ଦେବା ଦ୍ୱାରା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ। ଏଥିପାଇଁ ଲୋକେ ସଚେତନ ହେବା ଆବଶ୍ୟକ। ସେହିପରି ଲୋକଙ୍କୁ ବାରଣ କରିବା ପାଇଁ ସେଠାରେ ସୁରକ୍ଷା କର୍ମୀ ନିୟୋଜନ ସହ ସୂଚନା ଫଳକ ଲଗାଯିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଏ ନେଇ ଡିଅର ପାର୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
https://www.dharitri.com/the-people-of-sainsasasana-are-drinking-water-from-the-river/
ନଦୀ ପାଣି ପିଉଛନ୍ତି ଶାଇଁସଶାସନବାସୀ ନିମାପଡ଼ା,୧୦।୩(ଡି.ଏନ୍.ଏ.): ଗ୍ରୀଷ୍ମଋତୁ ଆରମ୍ଭରୁ ନିମାପଡ଼ା ବ୍ଲକରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ଏହି ବ୍ଲକ ଅଧୀନ ଶାଇଁସଶାସନ ପଞ୍ଚାୟତରେ ଗତ କିଛିଦିନ ହେବ ପାନୀୟଜଳ ନ ପାଇ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପଞ୍ଚାୟତର ତୋରିଆବନ୍ଧ ଗ୍ରାମରେ ଥିବା ପମ୍ପହାଉସରେ ବିଦ୍ୟୁତ୍ ସଂଯୋଗ କଟିଯାଇଥିବାରୁ ତାହା ଏବେ ଅଚଳ ହୋଇପଡ଼ିଛି। ଫଳରେ ୪ଦିନ ହେବ ଏହି ପଞ୍ଚାୟତର ୯ନଂ., ୧୦ନଂ., ୧୧ନଂ. ଆଦି ୩ ଓ୍ବାର୍ଡର ତୋରିଆବନ୍ଧ, ପ୍ରଧାନସାହି, ରାବଣାସାହି, ତେଲି ସାହି, ମଠ ସାହି, ମାଳି ସାହି, ତୋଟାସାହି ଆଦି ୮ଗ୍ରାମକୁ ପାଇପଲାଇନ ଜଳଯୋଗାଣ ବନ୍ଦ ରହିଛି। ଗ୍ରୀଷ୍ମଦିନ ଆରମ୍ଭରୁ ଖରାର ପ୍ରଖର ବଢ଼ିଯାଇଥିବା ବେଳେ ପାଇପଲାଇନ ଯୋଗାଣ ବନ୍ଦ ଯୋଗୁ ଗଁାଗଣ୍ଡା ସାହିର ମହିଳାମାନେ ବାଧ୍ୟ ହୋଇ ଅଧ କିଲୋମିଟର ଦୂର ନଦୀକୁ ଯାଇ ପାଣି ଆଣିବା ସହ ସେହି ଜଳକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଆଖପାଖରେ କୌଣସି ପାଇପ କିମ୍ବା ନଳକୂପ ନ ଥିବାରୁ ଏତେ ଦୂର ଯାଇ ନଦୀରୁ ପାଣି ଆଣିବା ମହିଳାଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି। ପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ବକେୟା ବିଦ୍ୟୁତ୍ ବିଲ୍ ପୈଠ କରି ନ ଥିବାରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ପମ୍ପହାଉସର ବିଦ୍ୟୁତ୍ ଲାଇନ ସଂଯୋଗ କାଟିଦିଆଯାଇଛି। ଏଥିଯୋଗୁ ଶାଇଁସଶାସନ ପଞ୍ଚାୟତର ଉପରୋକ୍ତ ୩ଟି ଓ୍ବାର୍ଡରେ ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଏ ସମସ୍ୟା ସମ୍ପର୍କରେ ନବନିର୍ବାଚିତ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ସମିତିସଭ୍ୟା ସନ୍ଧ୍ୟାରାଣୀ ରଥ ପ୍ରମୁଖ ବିଡିଓ ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପରୋକ୍ତ ୩ଟି ଓ୍ବାର୍ଡର ୮ଟି ସାହିକୁ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରା ନ ଗଲେ ଓ୍ବାର୍ଡବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବେ ବୋଲି ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ବିଡିଓ ବସନ୍ତ କୁମାର ମଲ୍ଲିକ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ପ୍ରବୀର କୁମାର ବଳଙ୍କୁ ପଚାରିବାରେ ତୁରନ୍ତ ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉଭୟେ କହିଛନ୍ତି।
https://www.dharitri.com/central-govt-employees-retiring-during-covid-19-to-get-provisional-pension/
ବର୍ତ୍ତମାନ ଅବସର ନେଉଥିଲେ ପେନ୍‌ସନରେ ଆଶ୍ୱସ୍ତି ନୂଆଦିଲ୍ଲୀ,୨୮।୭: କରୋନା ମହାମାରୀ ସମୟରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କୁ ଆଶ୍ୱସ୍ତି। ବର୍ତ୍ତମାନ ସମୟରେ ଯେଉଁମାନେ ସରକାରୀ କର୍ମଚାରୀ ଅବସର ନେବେ ସେମାନଙ୍କୁ ପ୍ରୋଭିଜନାଲ ପେନ୍ସନ ବା ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ପେନ୍ସନ ସୁବିଧା ପ୍ରଦାନ ନେଇ ସରକାର ବ୍ୟବସ୍ଥା କରିବେ। ମହାମାରୀ ପାଇଁ ସରକାରୀ କାର୍ଯ୍ୟାଳୟଗୁଡିକରେ କାର୍ଯ୍ୟ ବର୍ତ୍ତମାନ ବାଧାପ୍ରାପ୍ତ ହୋଇଛି। ଏହି ସମୟରେ ଯେଉଁ କର୍ମଚାରୀ ଅବସର ନେଉଛନ୍ତି ସେମାନଙ୍କୁ ପେନ୍ସନ ପେମେଣ୍ଟ ଅର୍ଡର (ପିପିଓ) ଦିଆଯିବାରେ ବିଭିନ୍ନ ଅସୁବିଧା ଉପୁଜୁଛି। ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଧ୍ୟାନରେ ରଖିଛନ୍ତି। କର୍ମଚାରୀଙ୍କୁ ନିୟମିତ ପେନ୍ସନ ନ ମିଳିବା ଯାଏ ସାମୟିକ ପେନ୍ସନ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।
https://www.dharitri.com/କରୋନା-ପାଇଁ-ସାମାଜିକ-ଦୂରତା/
କରୋନା ପାଇଁ ସାମାଜିକ ଦୂରତା: ଦୀକ୍ଷାନ୍ତ ସମାରୋହରେ ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କଲା ରୋବୋ ଟୋକିଓ,୫ ।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି । ଏଥିରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜାପାନର ବିଜନେସ୍ ବ୍ରେକଥ୍ରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଦୀକ୍ଷାନ୍ତ ସମାରୋହ ପାଳନ କରାଯାଇଛି । ସ୍ଥାନୀୟ ହୋଟେଲ ଗ୍ରାଣ୍ଡ୍ ପ୍ୟାଲେସଠାରେ ଆୟୋଜିତ ହୋଇଥିବା ଏହି ସମାରୋହରେ ଛାତ୍ରୀଛାତ୍ରଙ୍କ ବଦଳରେ ରୋବୋ ଡିଗ୍ରୀ ପ୍ରମାଣପତ୍ର ମୁଖ୍ୟ ଅତିଥିଙ୍କଠାରୁ ଗ୍ରହଣ କରିଛି । ରୋବୋଠାରେ ଲଗାଯାଇଥିବା ଆଇପଡ ମାଧ୍ୟମରେ ଛାତ୍ରୀଛାତ୍ରୀ ସମାରୋହଭ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିଛନ୍ତି । ଏହି ଅବସରରେ ୪ଜଣଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଟୋକିଓରେ ଲକଡାଉନ୍ ଜାରି ନ ହୋଇଥିଲେ ମଧ୍ୟ ଲୋକେ ସଚେତନତ ହୋଇ ସାମାଜିକ ଦୂରତାା ବଜାୟୀ ରଖୁଛନ୍ତି ।
https://www.dharitri.com/bagla-dharamsala-land-sale-case-miscellaneous-filing-on-behalf-of-the-petitioners/
ବଗଲା ଧର୍ମଶାଳା ଜମି ବିକ୍ରି ଘଟଣା : ଆବେଦନକାରୀଙ୍କ ପକ୍ଷରୁ ମିସ୍‌କେସ୍‌ ଦାଖଲ କଟକ ଅଫିସ,୧୧। ୧୦: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ବିବାଦକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲା ବିଚାରାଧୀନ ଥିବାବେଳେ ଏଥିରେ ସଂଶୋଧନ ଦର୍ଶାଇ ଆବେଦନକାରୀ ତଥା ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ଶନିବାର ଏକ ମିସ୍କେସ୍ ଦାଖଲ କରିଛନ୍ତି। ବଗଲା ଧର୍ମଶାଳା ଜମି ସାବକ ରେକର୍ଡ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅଟେ। ଅମୃତ ମଣୋହୀ ସମ୍ପତ୍ତିକୁ ବିକ୍ରି କରିବାର କ୍ଷମତା ଜିଲାପାଳଙ୍କର ନାହିଁ। ଏହି ବେଆଇନ ବିକ୍ରି ଯୋଗୁ ମହାପ୍ରଭୁଙ୍କର ୫କୋଟି ଟଙ୍କାର ଭୂରାଜସ୍ବ କ୍ଷତି ହୋଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୁରୀ ତହସିଲଦାରଙ୍କ ଦ୍ୱାରା ଜମି ମାଲିକାନା ରେକର୍ଡ ସଂଶୋଧନ, ମ୍ୟୁଟେଶନ ଏବଂ ୬ଜଣ ଲଜିଂ ମାଲିକଙ୍କୁ ଜମିପଟ୍ଟା ପ୍ରଦାନ ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। ମାଟିତୋଟା ମୌଜାରେ ପ୍ରସାଦ ଯୋଜନାରେ ଧର୍ମଶାଳା ନିର୍ମାଣ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆବଣ୍ଟନ କରିଥିବା ୨ ଏକର ଜମି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ପାଇଁ ଆଦୌ ଉପଯୁକ୍ତ ନୁହେଁ ବୋଲି ଦର୍ଶାଇ ଆବେଦନକାରୀ ବସ୍ତିଆ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆବଶ୍ୟକ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟରେ ଦାଖଲ କରାଯାଇଛି ବୋଲି ଆବେଦନକାରୀ କହିଛନ୍ତି।
https://www.dharitri.com/g20-summit-2023-india-while-pm-modi-speech-bharat-india-vs-bharat-row-congress-opposition/
ଜି-୨୦ରେ ମୋଦିଙ୍କ ସମ୍ବୋଧନ ସମୟରେ ନେମପ୍ଲେଟରେ ଲେଖାଯାଇଛି ‘ଭାରତ’ ନୂଆଦିଲ୍ଲୀ,୯।୯: ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ତାଙ୍କ ସାମ୍ନାରେ ରଖାଯାଇଥିବା ନେମପ୍ଲେଟରେ ‘ଭାରତ’ ଲେଖାଯାଇଥିବା ଦେଖାଯାଇଥିଲା। ଘଟରା ହେଲା ଏବେ ଦେଶରେ ‘ଭାରତ’ ବନାମ ‘ଇଣ୍ଡିଆ’କୁ ନେଇ ଏକ ଜୋରଦାର ବିତର୍କ ଚାଲିଛି ଏବଂ ଇଣ୍ଡିଆର ନାମ ଭାରତକୁ ପରିବର୍ତ୍ତନ କରାଯାଇପାରିବ ବୋଲି କଳ୍ପନାଜଳ୍ପନା କରାଯାଉଛି। ଆଉ ବିଶ୍ୱ ସ୍ତରର ଏହି ଶିଖର ସମ୍ମିଳନୀରେ ଭାରତ ଲେଖାଥିବା ନେମପ୍ଲେଟ ଦେଖିବା ପରେ ଏବେ ପୁଣିଥରେ ରାଜନୀତି ଆରମ୍ଭ ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି। ଏହା ସହିତ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସୋସିଆଲ ମିଡିଆ ସାଇଟ ଏକ୍ସ (ପୂର୍ବରୁ ଟୁଇଟର) ରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆଶା ଏବଂ ବିଶ୍ୱାସର ନୂଆ ନାମ – ଭାରତ।
https://www.dharitri.com/coronavirus-update-ପୁଣି-୯୯-କରୋନା-ପଜିଟିଭ୍‌/
CORONAVIRUS UPDATE: ପୁଣି ୯୯ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଲା ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସକାଳେ ଆଉ ୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୫୨, ବାଲେଶ୍ୱରରେ ୩୩ ଜଣ, ଯାଜପୁରରେ ୭ ଜଣ ଓ ସୁନ୍ଦରଗଡର ୭ ଜଣ ରହିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି।
https://www.dharitri.com/ଶଶି-ଥରୁରଙ୍କ-ବିରୋଧରେ-ଓ୍ବା/
ଶଶି ଥରୁରଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ନୂଆଦିଲ୍ଲୀ,୧୨।୧୧: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଥରୁର ଦେଇଥିବା ବିବାଦୀୟ ବୟାନ ମାମଲାରେ ଦିଲ୍ଲୀ ରୋଜ ଏଭେନ୍ୟୁ କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଥରୁରଙ୍କ ବିରୋଧରେ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ଓ୍ବାରେଣ୍ଟ ଜାରି ହେବା ପରେ ଥରୁରଙ୍କ ଅଡୁଆ ବଢ଼ିଯାଇଛି। ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୨୮ରେ ବେଙ୍ଗାଲୁରୁ ସାହିତ୍ୟ ସମାରୋହରେ ସେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ମୋଦି ହେଉଛନ୍ତି ଶିବଲିଙ୍ଗ ଉପରେ ବସିଥିବା ଏକ କଙ୍କଡା ବିଛା ସଦୃଶ। ଏହାକୁ ନା ହାତ ମାରିହେବ ନା ଚପଲରେ ମାରିହେବ ବୋଲି ଥରୁର କହିଥିଲେ। ଏହି ବୟାନ ପରେ ରାଜନୈତିକ ସରଗରମ ହୋଇଥିଲା। ଭାଜପା ନେତା ରାଜୀବ ବବ୍ବର ଏନେଇ ଥରୁରଙ୍କ ବିରୋଧରେ ଏକ ଅପରାଧିକ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ। ସେ କହିଥିଲେ, ଥରୁରଙ୍କ ଏହି ବୟାନ ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚାଇଛି।
https://www.dharitri.com/mamata-banerjee-meets-pm-modi-talked-about-several-issues/
ମୋଦିଙ୍କୁ ଭେଟିଲେ ମମତା ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚାରିଦିନିଆ ଦିଲ୍ଲୀ ଗସ୍ତରେ। ଗୁରୁବାର ସେ ଏଠାରେ ପହଞ୍ଚିବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସେ ତାଙ୍କୁ ବାକି ରହିଥିବା ଜିଏସ୍ଟି ବାବଦ ଅର୍ଥ ଦେବାକୁ ଅନୁରୋଧ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି। ତେବେ ମମତା ୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବେ। ମୋଦିଙ୍କୁ ଭେଟିବା ପରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ମଧ୍ୟ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି।
https://www.dharitri.com/all-new-bmw-ce-04-in-the-market/
ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪ ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍ ତଥା ବିଏମ୍ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ବିଏମ୍ଡବ୍ଲ୍ୟୁ ସିଇ ୦୪’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡର ପ୍ରଥମ ପ୍ରିମିୟମ ଇଲେକ୍ଟ୍ରିକ ଦୁଇଚକିଆ ଯାନର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ମଡେଲ ତଥା ଅର୍ବାନ ଇଲେକ୍ଟ୍ରିକ ସ୍କୁଟର କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ୍ (ସିବିୟୁ) ଭାବେ ଭାରତର କିଛି ବଛାବଛା ପ୍ରମୁଖ ନଗରରେ ଏହା ଉପଲବ୍ଧ ହେବ। ଏହାର ଡେଲିଭରି ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହାର ଇଲେକ୍ଟ୍ରି ଡ୍ରାଇଭ, ଫର୍ୱାର୍ଡ-ଲୁକିଂ ଡିଜାଇନ ଓ ନୂତନ ଟେକ୍ନୋଲୋଜି ସହ ଏହି ନୂଆ ସ୍କୁଟରକୁ ଏକ ସତେଜ ମୋବିଲିଟି ଅନୁଭୂତି ପାଇଁ ନିର୍ମାଣ କରାଯାଇଛି। ଏ ସମ୍ପର୍କରେ ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଣ୍ଟ ବିକ୍ରମ ପାୱା କହିଛନ୍ତି, ଅଲ୍-ନ୍ୟୁ ବିଏମ୍ଡବ୍ଲ୍ୟୁ ସିଇ ୦୪ ହେଉଛି, ବିଏମ୍ଡବ୍ଲ୍ୟୁ ମୋଟୋରାଡ୍ ଇଣ୍ଡିଆ ବ୍ରାଣ୍ଡ୍ରେ ଇଲେକ୍ଟ୍ରୋ-ମୋବିଲିଟିର ଏକ ସମ୍ପୂର୍ଣ୍ଣ ନୂତନ ଯୁଗର ଆରମ୍ଭ। ଲିକ୍ୱିଡ୍-କୁଲ୍ଡ ଇଲେକ୍ଟ୍ରିକ ମୋଟର ସହିତ ବିଏମ୍ଡବ୍ଲ୍ୟୁ ସିଇ ୦୪ର ଅଭିନବ ଇଲେକ୍ଟ୍ରିକ ଡ୍ରାଇଭ ୪୨ ଏଚ୍ପି (୩୧କେଡବ୍ଲ୍ୟୁ)ର ସର୍ବାଧିକ ଆଉଟ୍ପୁଟ୍ ପ୍ରଦାନ କରୁଛି। ପର୍ମାନେଣ୍ଟ ମ୍ୟାଗ୍ନେଟ ଇଲେକ୍ଟ୍ରିକ ମୋଟର ବିଏମ୍ଡବ୍ଲ୍ୟୁ କାର୍ଗୁଡିକ ଭଳି ବ୍ୟାଟେରି ଓ ରିୟର ହୁଇଲ୍ ମଧ୍ୟରେ ଫ୍ରେମ୍ରେ ମାଉଣ୍ଟ ହୋଇଛି। କ୍ଲାସିକ ପାଇଁ ‘ଟ୍ରାଫିକ୍ ଲାଇଟ୍ ଘଣ୍ଟା ପ୍ରତି ୦ରୁ ୫୦କି.ମି.ରେ ଷ୍ଟାର୍ଟ ହେଉଛି, ଏହା କେବଳ ୨.୬ସେକେଣ୍ଡରେ ଏକ ତତ୍କାଳ ଆକ୍ସିିଲରେଶନ ପ୍ରଦାନ କରୁଛି। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୨୦ କି.ମି. ରହିଛି। ୮.୫ କେଡବ୍ଲ୍ୟୁଏଚ୍ର ଶୁଦ୍ଧ କ୍ଷମତା ସହ ଲିଥିୟମ-ଆୟନ ବ୍ୟାଟେରି ୧୩୦କି.ମି.ର ବିସ୍ତୃତ ରେଞ୍ଜ ଏବଂ ପ୍ରତି ୧୦୦ କି.ମି. ପିଛା ୭.୭ କେଡବ୍ଲ୍ୟୁଏଚ୍ର ଏନର୍ଜି କଞ୍ଜମ୍ପଶନ ପ୍ରଦାନ କରୁଛି। ଏହା ଏକ ମାଗଣା ୨.୩ କେଡବ୍ଲ୍ୟୁ ହୋମ୍ ଚାର୍ଜର ସହିତ ଆସିବ, ଯାହ ୦-୮୦% ଚାର୍ଜ ପାଇଁ ୩ ଘଣ୍ଟା ୩୦ ମିନିଟ୍ ମିନିଟ୍ ସମୟ ନେଇଥାଏ। ଅପ୍ସନାଲ ବିଏମ୍ଡବ୍ଲ୍ୟୁ ୱାଲ୍ବକ୍ସ ଚାର୍ଜର କେବଳ ୬୫ମିନିଟ୍ରେ ସମାନ ସ୍ତରର ଚାର୍ଜିଂ ପ୍ରଦାନ କରୁଛି।
https://www.dharitri.com/kapil-dev-biggest-match-winner-india-has-ever-proudecd-says-sunil-gavaskar/
ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ଭାବେ କେଉଁ ଖେଳାଳିଙ୍କ ନାମ କହିଲେ ଗାଭାସ୍କର ନୂଆଦିଲ୍ଲୀ, ୨୫।୩- କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ୧୯୮୩ ମସିହାରେ ଦିନିକିଆ ବିଶ୍ୱକପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ଏହି ସ୍ମରଣୀୟ ବିଶ୍ୱକପ୍ ଜିତିବାର ୩୭ ବର୍ଷ ପୂର୍ତ୍ତି ପାଳନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କପିଳ ଦେବଙ୍କୁ ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍ ବିଜେତା ବୋଲି ପ୍ରାକ୍ତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି। ଏକ ସାକ୍ଷାତ୍କାର ଅବସରରେ ଗାଭାସ୍କର କହିଛନ୍ତି, ମୁଁ ବିନମ୍ରତାର ସହ କହିବାକୁ ଚାହୁଁଛି କି ମୋ ବିଚାରରେ ଭାରତ ଆଜି ପର୍ଯ୍ୟନ୍ତ ଯେତେଜଣ କ୍ରିକେଟର୍ ସୃଷ୍ଟି କରିଛି ସେମାନଙ୍କ ମଧ୍ୟରୁ କପିଳ ମହାନ ଏବଂ ସର୍ବଶ୍ରେଷ୍ଠ ମ୍ୟାଚ୍ ବିଜେତା। କାହିଁକି ନା ସେ ଉଭୟ ବ୍ୟାଟ୍ ଓ ବଲ୍ରେ ମ୍ୟାଚ୍ ଜିତାଇବାର ଦକ୍ଷତା ରଖୁଥିଲେ। ସେହିଭଳି କପିଳଙ୍କ ସହ ପ୍ରଥମ ସାକ୍ଷାତ୍କାରକୁ ନେଇ ଗାଭାସ୍କର କହିଛନ୍ତି, ୧୯୭୮ରେ ଆମେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥାଉ। ଚେନ୍ନାଇର ଏମ୍. ଚିନ୍ନସ୍ବାମୀ ଷ୍ଟାଡିୟମରେ ମୁମ୍ବାଇ ଓ ହରିୟାଣା ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଉଥାଏ। କପିଳ ଏବଂ ରାଜେନ୍ଦ୍ର ଜାଡେଜା ନାମକ ଆଉ ଜଣେ ଅଲ୍ରାଉଣ୍ଡର ପ୍ରାରମ୍ଭିକ ବୋଲିଂ କରୁଥାନ୍ତି। କପିଳ ସେହି ମ୍ୟାଚ୍ରେ ଭଲ ଆଉଟ୍ ସୁଇଂ କରୁଥିଲେ ମଧ୍ୟ କ୍ରିଜ ବାହାରୁ ବୋଲିଂ କରୁଥିବାରୁ ସହଜରେ ଆମେ ତାଙ୍କୁ ଖେଳି ଦେଉଥିଲୁ। ଏହାପରେ ମୁଁ କପିଳଙ୍କ ପାଖକୁ ଯାଇ ଷ୍ଟମ୍ପ୍ସ ନିକଟରୁ ବୋଲିଂ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲି। କିନ୍ତୁ କପିଳ ଭାବିଥିଲେ ଯେ, ମୁଁ ତାଙ୍କ ସହ ସ୍ଲେଜିଂ କରୁଛି। ତେବେ ପରବର୍ତ୍ତୀ ଓଭରରେ ସେ ଷ୍ଟମ୍ପ୍ସ ନିକଟରୁ ବୋଲିଂ କରିଥିଲେ ଏବଂ ପୁରା ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କ ଅଡ଼ୁଆରେ ପକାଇବାରେ ସଫଳ ହୋଇପାରିଥିଲେ ବୋଲି ଗାଭାସ୍କର ଏହି ସାକ୍ଷାତ୍କାର ଅବସରରେ ପ୍ରକାଶ କରିଛନ୍ତି।
https://www.dharitri.com/england-coach-brendon-mccullum-praised-pakistan-origin-spinner-shoaib-bashir-get-place-playing-11-2nd-test-against-india/
ଭାରତ ବିପକ୍ଷ ୨ୟ ଟେଷ୍ଟରେ ଏହି ପାକିସ୍ତାନୀଙ୍କୁ ଇଂଲଣ୍ଡର ପ୍ଲେ-୧୧ରେ ମିଳିବ ସ୍ଥାନ ନୂଆଦିଲ୍ଲୀ,୩୧।୧: ହାଇଦ୍ରାବାଦରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୨୮ ରନ୍ରେ ପରାସ୍ତ କରିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପ୍ରସ୍ତୁତିରେ ବ୍ୟସ୍ତ ଅଛି। ପ୍ରଥମ ଟେଷ୍ଟରେ ଜିତିବା ସତ୍ତ୍ୱେ ଇଂରାଜୀ ଦଳ ଗୋଟିଏ ପରିବର୍ତ୍ତନ ସହିତ ଦ୍ୱିତୀୟ ଟେଷ୍ଟ ପ୍ରବେଶ କରିପାରନ୍ତି। ବାସ୍ତବରେ, ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ପାକିସ୍ତାନୀ ବଂଶୋଭବ ସ୍ପିନର ଶୋଏବ ବଶୀରଙ୍କୁ ପ୍ଲେ-୧୧ରେ ସାମିଲ କରିପାରେ। ପାକିସ୍ତାନୀ ବଂଶୋଭବ ଶୋଏବ ବଶୀର ଜଣେ ବ୍ରିଟିଶ ନାଗରିକ। ତେବେ ଭିସା ସମସ୍ୟା ହେତୁ ସେ ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଭାରତରେ ପହଞ୍ଚିପାରିନଥିଲେ। ତେବେ ବର୍ତ୍ତମାନ ସେ ଭାରତ ଆସିଛନ୍ତି ଏବଂ ଦ୍ୱିତୀୟ ଟେଷ୍ଟରେ ସେ ଇଂଲଣ୍ଡର ପ୍ଲେ-୧୧ରେ ଅଂଶ ହୋଇପାରିବେ ବୋଲି ବିଶ୍ୱାସ କରାଯାଉଛି। ସେନ୍ରାଡିଓଙ୍କ ସହ କଥାବାର୍ତ୍ତା କରି ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ବ୍ରେଣ୍ଡନ ମ୍ୟାକକୁଲମ କହିଛନ୍ତି ଯେ, ଶୋଏବ ବଶୀର ତାଙ୍କ ଗ୍ରୁପରେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି ।
https://www.dharitri.com/the-tribal-museum-can-be-visited-in-virtual-mode-every-sunday/
ପ୍ରତି ରବିବାର ଭର୍ଚୁଆଲ୍‌ ମୋଡ୍‌ରେ ବୁଲିପାରିବେ ଜନଜାତି ସଂଗ୍ରହାଳୟ ଭୁବନେଶ୍ୱର, ୪।୫ (ବ୍ୟୁରୋ): ମହାମାରୀ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରସ୍ଥିତ ଜନଜାତି ସଂଗ୍ରହାଳୟକୁ ଗତ ଏପ୍ରିଲ ୨୬ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। କିନ୍ତୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍ସିଏସ୍ଟିଆର୍ଟିଆଇ ପରିସରରେ ଥିବା ଏହି ସଂଗ୍ରହାଳୟକୁ ଭର୍ଚୁଆଲ୍ ମୋଡ୍ରେ ଦେଖିପାରିବେ। ଲୋକମାନେ ଫେସ୍ବୁକ୍ ଓ ଟୁଇଟର୍ ପେଜ୍ @scstrti, @stscdev ଖୋଲି ପ୍ରତି ରବିବାର ସଂଗ୍ରହାଳୟ ବୁଲି ଦେଖିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି। ଦେଶର ଶ୍ରେଷ୍ଠ ବିବେଚିତ ଏହି ଜନଜାତି ସଂଗ୍ରହାଳୟ ‘ମାନବ ସଂଗ୍ରହାଳୟ’ ଭାବେ ପରିଚିତ। ଏଠାରେ ୬୨ ଜନଜାତି ଓ ୧୩ ଆଦିମ ଜନଜାତିଙ୍କ ଜୀବନଶୈଳୀ, ସଂସ୍କୃତି ସମ୍ପର୍କିତ ୫ଟି ଗ୍ୟାଲେରି ସହ ପିଭିଟିଜି ଗ୍ୟାଲେରି ରହିଛି। ସେହିପରି ଜନଜାତି ପୂଜାପୀଠ, ଜନଜାତି ବାସଗୃହ, କାରୁକୃତି ଓ ବ୍ୟବହୃତ ବସ୍ତୁର ସମାହାର ସହ ଅଡିଟୋରିୟମ୍ ରହିଛି। ଭର୍ଚୁଆଲ ମୋଡ୍ରେ ଆରମ୍ଭ ହୋଇଥିବା ୬ ମିନିଟ୍ର ବୃତ୍ତଚିତ୍ରରେ ପର୍ଯ୍ୟଟକମାନେ ଜନଜାତି ସଂଗ୍ରହାଳୟ ସମ୍ପର୍କରେ ଜାଣିପାରିବେ ବୋଲି କୁହାଯାଇଛି।
https://www.dharitri.com/protest-against-school-fee/
ସ୍କୁଲ ଫି ଛାଡ କରିବାକୁ ରକ୍ତରେ ଲେଖିଲେ ଚିଠି ହଲଦ୍ୱାନୀ,୨୦।୮: କରୋନା ମହାମାରୀ ପାଇଁ ଦେଶରେ ଲାଗୁ କରାଯାଇଛି ଲକ୍ ଡାଉନ। ଏହି ସମୟରେ ଅଧିକାଂଶ ଘରୋଇ ସ୍କୁଲ ଅନ୍ଲାଇନ୍ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି। ପିଲା ମୋବାଇଲ ଲ୍ୟାପଟପ ଜରିଆରେ ଘରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ଏହାପରେ ଏବେ ବିଭିନ୍ନ ଘରୋଇ ସ୍କୁଲ ପିଲାଙ୍କୁ ଫି ମାଗିଛନ୍ତି, ଯାହାକୁ ବହୁ ବ୍ୟକ୍ତି ବିରୋଧ କରୁଛନ୍ତି। ହଲଦ୍ୱାନୀରେ ସ୍କୁଲ ଫି’ ଛାଡ କରିବା ପ୍ରତିବାଦରେ ଗତ ୧୪ ଦିନ ହେବ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି। ଶେଷରେ ବୁଧବାର ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ରକ୍ତରେ ଚିଠି ଲେଖିଥିବା ଦେଖାଯାଇଛି। ଅଭିଯୋଗକାରୀ କହିଛନ୍ତି ଏବେ ପ୍ରାୟ ସମସ୍ତ ସରକାରୀ ସ୍କୁଲ ଅଭିଭାବକମାନଙ୍କୁ ଶୋଷଣ କରୁଛନ୍ତି କହିଲେ ଚଳେ। ତେଣୁ କରୋନା ମହାମାରୀ ସମୟରେ ସ୍କୁଲ ଫି ଛାଡ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
https://www.dharitri.com/cricket-news-shahrukh-khan-hugs-prithvi-shaw-girlfriend-nidhi-tapadia/
VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି… ନୂଆଦିଲ୍ଲୀ,୭।୫: ଆଇପିଏଲ୍ର କିଛି ଟିମ୍ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ ଅଥବା କୋଲକାତାର ଶାହାରୁଖ ଖାନ୍, ଉଭୟ କଳାକାର ଦଳକୁ ସମର୍ଥନ ଜଣାଇବାକୁ ପ୍ରାୟତଃ ଉପସ୍ଥିତ ରହିଥାନ୍ତି। ଏଣୁ ଅନେକଙ୍କୁ ତାଙ୍କୁ ଭେଟିବାକୁ ସୁଯୋଗ ମିଳିଯାଇଥାଏ। ଏହି କ୍ରମରେ ଏବେ ପୃଥ୍ବୀ ଶ’ଙ୍କ ପ୍ରେମିକା ନିଧୀ ତପାଡ଼ିଆ ବଲିଉଡ୍ର ବାଦ୍ଶାହାଙ୍କୁ ଭେଟିବାରେ ସଫଳ ହୋଇଛନ୍ତି। ସେ ଏହାକୁ ନେଇ ଏତେ ଖୁସି ହୋଇଯାଇଥିଲେ ଯେ ଦେଖୁଦେଖୁ ଶାହାରୁଖଙ୍କୁ କୁଣ୍ଡାଇ ପକାଇଥିଲେ। ଇଡେନ ଗାର୍ଡେନରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହୋଇଥିବା ମୁକାବିଲାରେ ଶାହାରୁଖ ପହଞ୍ଚିଥିଲେ। ଏହି ମ୍ୟାଚ୍କୁ ଦେଖିବାକୁ ନିଧୀ ମଧ୍ୟ ଯାଇଥିଲେ। ମ୍ୟାଚ୍ ଶେଷ ହେବା ପରେ ସେ ଶାହାରୁଖଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏପରିକି ନିଜର ପ୍ରିୟ କଳାକାରଙ୍କୁ ଭେଟି ନିଧୀ ଖୁସିରେ ନାଚି ଉଠିଥିଲେ। ଏହାର ଏକ ଭିଡିଓ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ବିଶେଷ ମୂହୁର୍ତ୍ତ ଲାଗି ସେ ଏକ ଗୀତ ମଧ୍ୟ ଲେଖିଛନ୍ତି-ମେ ଅଗର କହୁଁ ତୁମସା ହସି, କାୟନାତ ମେ ନହିଁ ହେ କୋଇ…। ତେବେ ନିଧୀ ହେଉଛନ୍ତି ଜଣେ ମଡେଲ ଏବଂ ଅଭିନେତ୍ରୀ। ସେ ମହାରାଷ୍ଟ୍ରର ନାସିକର ବାସିନ୍ଦା। ପୃଥ୍ବୀ ଭାଲେଣ୍ଟାଇନ୍ ଡେ’ରେ ପ୍ରଥମ ଥର ଲାଗି ତାଙ୍କ ସହ ପ୍ରଥମ ଫଟୋ ଶେୟାର କରିଥିଲେ। ସେବେଠାରୁ ଉଭୟ ଚର୍ଚ୍ଚାରେ ଅଛନ୍ତି।
https://www.dharitri.com/kidambi-srikanth-returns-to-top-10/
ଟପ୍‌ ୧୦କୁ ଫେରିଲେ ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ଚାମ୍ପିୟନଶିପ୍ରେ ଐତିହାସିକ ରୌପ୍ୟ ପଦକ ଜିତିବା ପରେ ଟପ୍-୧୦କୁ ଫେରିଛନ୍ତି ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଶଟଲର କିଡାମ୍ବି ଶ୍ରୀକାନ୍ତ। ପୂର୍ବ ଅପେକ୍ଷା ୪ଟି ସ୍ଥାନ ଉପରକୁ ଉଠି ୨୮ ବର୍ଷୀୟ ଶଟଲର ୧୦ମ ର଼୍ୟାଙ୍କ ହାସଲ କରିଛନ୍ତି। ଏହା ଦର୍ଶାଇଛି ସଦ୍ୟପ୍ରକାଶିତ ବିଶ୍ୱ ବ୍ୟାଡ୍ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍)ର ର଼୍ୟାଙ୍କିଙ୍ଗ୍। ସେହିଭଳି ବିଶ୍ୱ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ପଦକ ହାତେଇଥିବା ଲକ୍ଷ୍ୟ ସେନ ଦୁଇଟି ସୋପାନ ଉପରକୁ ଉଠି ହାସଲ କରିଛନ୍ତି ୧୭ ତମ ମାନ୍ୟତା। କିନ୍ତୁ ବି ସାଇ ପ୍ରଣୀଥ(୧୮ତମ)ଙ୍କ ମାନ୍ୟତା ଦୁଇଟି ସ୍ଥାନ ତଳକୁ ଖସିଛି। ମହିଳା ସିଙ୍ଗଲ୍ସ ବର୍ଗରେ ଦୁଇ ଥର ଅଲିମ୍ପିକ୍ ପଦକଧାରୀ ପି ଭି ସିନ୍ଧୁ ୭ମ ସ୍ଥାନରେ ରହିଥିବା ବେଳେ ବିଭିନ୍ନ ଆହତ ସମସ୍ୟା ସହ ସଂଘର୍ଷ କରୁଥିବା ସାଇନା ନେହ୍ବାଲ ୨୫ତମ ସ୍ଥାନରେ ଅଛନ୍ତି।
https://www.dharitri.com/ମହାଶିବରାତ୍ରି-ଉପଲକ୍ଷେ-ଦେଶ/
ମହାଶିବରାତ୍ରି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ନୂଆଦିଲ୍ଲୀ,୨୧।୨: ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ମୋଦି ଟୁଇଟ କରି ଦେଶବାସୀଙ୍କୁ ମହାଶିବରାତ୍ରିର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏଥିସହ ବାବା ଭୋଳାନାଥଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ସମୃଦ୍ଧି ଆସୁ ବୋଲି ମୋଦି ଟୁଇଟ କରି ଲେଖିଛନ୍ତି। ସେହିପରି କୋବିନ୍ଦ ମଧ୍ୟ ଟୁଇଟ କରି ଶିବରାତ୍ରିର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଶୁକ୍ରବାର ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ପଞ୍ଚାକ୍ଷରୀ ମନ୍ତ୍ରରେ ସମସ୍ତ ଶୈବପୀଠ ଗୁଞ୍ଜରିତ ହୋଇ ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।
https://www.dharitri.com/russian-crew-lands-on-earth-after-filming-first-movie-in-space/
ସରିଲା ମହାକାଶରେ ଫିଲ୍ମ ଶୁଟିଂ ମସ୍କୋ,୧୭।୧୦: ମହାକାଶରେ ପ୍ରଥମ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଶୁଟିଂ ରବିବାର ଶେଷ ହୋଇଛି। ଏହି ଫିଲ୍ମର ଶୁଟିଂ ପାଇଁ କଳାକାରମାନେ ମହାକାଶକୁ ୧୨ ଦିନ ଯାତ୍ରା କରିଥିଲେ। ଏହି ଟିମ୍ରେ ଫିଲ୍ମ ନିର୍ମାତାଙ୍କ ସହ ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ୍ ଅଭିନୟ କରିବାକୁ ଯାଇଥିଲେ। ସୋୟୁଜ ଏମଏସ-୧୮ଯାନରେ ସେମାନେ ମହାକାଶରୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି।ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଋଷିଆନ ସ୍ପେସ୍ ଏଜେନ୍ସି। ଏହି ଟିମ୍ ପ୍ରଥମ ଥର ପାଇଁ ମହାକାଶରେ ଫିଲ୍ମ ଶୁଟିଂ କରି ଇତିହାସ ରଚିିଛନ୍ତି। ଶୁଟିଂ ପାଇଁ ୩୭ ବର୍ଷୀୟା ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ୍ ଓ ୩୮ ବର୍ଷୀୟ ନିର୍ଦ୍ଦେଶକ କ୍ଲିମ୍ ଶିପେଙ୍କୋ ରକେଟ୍ ଯୋଗେ ମହାକାଶ ଯାତ୍ରା କରିଥିଲେ। ସେମାନଙ୍କ ଅବତରଣ ସମୟର ଭିଜୁଆଲ ମଧ୍ୟ ଏହି ଫିଲ୍ମରେ ସ୍ଥାନ ପାଇବ। ଫିଲ୍ମର ଶୁଟିଂ ଏହାର ବଜେଟ୍ ମଧ୍ୟରେ ଶେଷ ହୋଇଛି।
https://www.dharitri.com/bola-tinubu-is-the-president-of-nigeria/
ବୋଲା ଟିନୁବୁ ନାଇଜେରିଆ ରାଷ୍ଟ୍ରପତି ଅବୁଜା, ୨।୩: ନାଇଜେରିଆର ଶାସକ ଅଲ୍ ପ୍ରୋଗ୍ରେସିଭ୍ କଂଗ୍ରେସ (ଏପିିସି) ନେତା ବୋଲା ଟିନୁବୁ ଶନିବାର-ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ର ନାଇଜେରିଆରେ ଜଣେ ରାଜନୈତିକ ‘ଗଡ୍ ଫାଦର୍’ ଭାବେ ପରିଚିତ ଏହି ୭୦ ବର୍ଷୀୟ ଭେଟେରାନ୍ ବର୍ତ୍ତମାନର ରାଷ୍ଟ୍ରପତି ମୁହମ୍ମଦୁ ବୁହାରିଙ୍କ ସ୍ଥାନ ନେବେ। ଅନ୍ୟପକ୍ଷେ ବିରୋଧୀ ଲେବର୍ ପାର୍ଟି ପ୍ରାର୍ଥୀ ପିଟର ଓବି ସରକାର ଗଢ଼ିବାରେ ସକ୍ଷମ ହୋଇନ ଥିଲେ ହେଁ ଟିନୁବୁଙ୍କ ରାଜ୍ୟ ଲାଗୋସ୍ରେ ବିଜୟୀ ହୋଇଛନ୍ତି। ଏକ ମୁସ୍ଲିମ୍ ପରିବାରରେ ଜନ୍ମିତ ଟିନୁବୁ ଆମେରିକାରେ ଆକାଉଣ୍ଟାଣ୍ଟ୍ ଭାବେ ତାଲିମ ନେଇ ଅନେକ କମ୍ପାନୀରେ କାର୍ଯ୍ୟ କରିଥିଲେ। ରାଜନୀତିରେ ଯୋଗଦେବା ପରେ ସେ ପ୍ରଥମେ ସିନେଟର୍ ଓ ପରେ ୧୯୯୯- ୨୦୦୭ ପର୍ଯ୍ୟନ୍ତ ଲାଗୋସ୍ ଷ୍ଟେଟ୍ ଗଭର୍ନର ଦାୟିତ୍ୱ ତୁଲାଇଥିଲେ।
https://www.dharitri.com/president-draupadi-murmu-on-the-cover-page-of-femina-magazine/
ଫେମିନା କଭର୍‌ ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ,୧୫।୮: ଦେଶର ଜଣାଶୁଣା ପତ୍ରିକା ଫେମିନା ମାଗାଜିନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର ଷ୍ଟୋରୀ କରିଛି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍ ଏହାର ଅଗଷ୍ଟ ଏଡିସନ କଭର୍ ପେଜରେ ସ୍ଥାନ ଦେଇଛି। ଏହାର ପ୍ରଥମ କପି ଟାଇମ୍ସ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିନୀତ ଜୈନ ରାଷ୍ଟ୍ରପତିଙ୍କୁ ଭେଟି ପ୍ରଦାନ କରିଛନ୍ତି। ତେବେ ମହିଳା ସଶକ୍ତିକରଣର ଅଭିବ୍ୟକ୍ତି ଭାବେ ମାଗାଜିନ୍ର କଭର ପେଜରେ ରାଷ୍ଟ୍ରପତିଙ୍କୁ ଦର୍ଶାଯାଇଛି। ଏଥିରେ ତାଙ୍କର ରାଜନୈତିକ, ସାମାଜିକ, ଶିକ୍ଷା ଆଦି ଦିଗରେ କରାଯାଇଥିବା କାମଗୁଡ଼ିକୁ ବିଶେଷ ଭାବେ ଦର୍ଶାଯାଇଛି।
https://www.dharitri.com/rolled-the-first-aluminum-tubular-rail-rake/
ଗଡ଼ିଲା ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍‌ ଭୁବନେଶ୍ୱର, ୧୭।୧୦ (ବ୍ୟୁରୋ): ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳ ରେକ୍ (ଓ୍ବାଗନ) ଓଡ଼ିଶାରୁ ଗଡ଼ିିଛି। ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳଷ୍ଟେଶନର ୬ନମ୍ବର ପ୍ଲାଟଫର୍ମଠାରେ ଏହି ରେଳ ରେକ୍କୁ ଉଦ୍ଘାଟନ କରିଛନ୍ତି। ଏହି ଟ୍ରେନ ଭୁବନେଶ୍ୱରରୁ ବିଳାସପୁର ଯାତ୍ରା କରିଛି। ଭାରତୀୟ ରେଳ କ୍ଷେତ୍ରରେ ଏହି ଆଲୁମିନିୟମ୍ ରେଳ ରେକ୍ ଏକ ଉଦ୍ଭାବନ। ତେବେ ଓଡ଼ିଶାରୁ ଏହାର ଶୁଭାରମ୍ଭ ହୋଇଥିବାରୁ ସବୁଠାରୁ ବେଶି ଖୁସି ଲାଗୁଛି ବୋଲି ମନ୍ତ୍ରୀ କହିଛନ୍ତି। ବହୁଳ ପରିବହନ ପାଇଁ ଭାରତର ଆଧୁନିକୀକରଣ ଅଭିଯାନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ପଣ୍ୟବାହୀ ଟ୍ରେନ୍ ରେକ୍କୁ ଆଲୁମିନିୟମକୁ ପରିବର୍ତ୍ତନ କରିବା ଦ୍ୱାରା ଭାରତୀୟ ରେଳପଥ ପାଇଁ କାର୍ବନ ଫୁଟ୍ପ୍ରିଣ୍ଟକୁ ଯଥେଷ୍ଟ ହ୍ରାସ କରିବାରେ ସହାୟକ ହେବ। ଆଲୁମିନିୟମ ପଣ୍ୟବାହୀ ଟ୍ରେନର ଗୋଟିଏ ରେକ୍ ଏହାର ଜୀବନକାଳ ମଧ୍ୟରେ ୧୪,୫୦୦ ଟନ୍ କାର୍ବନ ଡାଇଅକ୍ସାଇଡ୍ ଅଧିକ ସଞ୍ଚୟ କରିପାରିବ। ଏହା ହାଲୁକା, କମ୍ ଖର୍ଚ୍ଚଦାୟକ ଏବଂ ସ୍ଥାୟୀ ଅଟେ। ହାଲୁକା ୱାଗନ ହୋଇଥିବାରୁ ଏଥିରେ କମ୍ ଶକ୍ତି ଖର୍ଚ୍ଚ ହେବ। ଆଲୁମିନିୟମ ୱାଗନ ପଣ୍ୟ ବୋଝେଇ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ମାଲବାହୀ ଟ୍ରେନ୍ ରେକ ହିଣ୍ଡାଲ୍କୋ ଦ୍ୱାରା ବିକଶିତ କରାଯାଇଛି। ଏବେ ପ୍ରଚଳିତ ଇସ୍ପାତ ରେକ୍ ଅପେକ୍ଷା ଏହା ଅଧିକ ଚମକପ୍ରଦ, ୧୮୦ ଟନ୍ ହାଲୁକା ଏବଂ ୫-୧୦% ଅଧିକ ପରିମାଣର ମାଲ ପରିବହନ କରିପାରିବ। ଶକ୍ତି ସଞ୍ଚୟ କରିବା ସହିତ ଷ୍ଟକ୍ ଏବଂ ରେଲ୍କୁ ଅପେକ୍ଷାକୃତ ସୁରକ୍ଷିତ ରଖିବ ଏବଂ ଲାଭଦାୟକ ହେବ। ଆଲୁମିନିୟମ ମାଲବାହୀ ୱାଗନ ତଳପାର୍ଶ୍ୱରୁ ପଣ୍ୟ ଖଲାସ କରିବ। ଏହା ବିଶେଷ ଭାବରେ କୋଇଲା ପରିବହନ ପାଇଁ ଡିଜାଇନ ହୋଇଛି। ଏହି ୱାଗନର ଆଜୀବନ କାର୍ବନ ଡାଇଅକ୍ସାଇଡ୍ ସଞ୍ଚୟ କ୍ଷମତା ପ୍ରାୟ ୮ରୁ ୧୦ ଟନ ରହିଥିବା ଆକଳନ କରାଯାଉଛି। ଏହି ଅବସରରେ ମନ୍ତ୍ରୀ ରେଳ ଅଧିକାରୀଙ୍କ ସହ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ, ହିଣ୍ଡାଲ୍କୋ କାର୍ଯ୍ୟବାହୀ ନିର୍ଦ୍ଦେଶକ ସତୀଶ ପାଇ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ପ୍ରବନ୍ଧକ ରିଙ୍କେଶ ରୟ, ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
https://www.dharitri.com/the-cdmos-certificate-was-revoked-by-four-doctors/
ସିଡିଏମ୍‌ଓଙ୍କ ପ୍ରମାଣପତ୍ରକୁ କାଟିଦେଲେ ୪ ଡାକ୍ତର: ଶିକ୍ଷକ ନିଯୁକ୍ତିରୁ ବଞ୍ଚିତ ହେଲେ ୬୭ ଦିବ୍ୟାଙ୍ଗ ଭୁବନେଶ୍ୱର, ୨୦।୧୨(ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ୧୬ ତାରିଖରେ ରାଜ୍ୟ ସରକାର ୬,୧୩୧ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ମୋଟ ୧୧,୪୦୦ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସବୁ ପ୍ରକାର ପରୀକ୍ଷା ପରେ ଉପରୋକ୍ତ ନିଯୁକ୍ତି ଦିଆଯାଇଛି। ହେଲେ ବହୁ ଆଶାୟୀ ଦିବ୍ୟାଙ୍ଗ ସରକାରୀ ବ୍ୟବସ୍ଥାରେ ଛନ୍ଦି ହୋଇ ନିଯୁକ୍ତିରୁ ବଞ୍ଚତ୍ତ ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ)ଙ୍କଠାରୁ ସେମାନେ ପାଇଥିବା ଶାରୀରିକ ଅକ୍ଷମତା ପ୍ରମାଣପତ୍ରକୁ ନିଯୁକ୍ତିବେଳେ ୪ ଡାକ୍ତରଙ୍କ ଚୟନକାରୀ ବୋର୍ଡ କାଟିଦେଇ ଆଉ ଏକ ପ୍ରମାଣପତ୍ର ଦେଇଛି, ଯାହାକି ସେମାନଙ୍କ ନିଯୁକ୍ତି ସ୍ବପ୍ନକୁ ଚୂରମାର କରିଦେଇଛି। ଦୁଇ ପ୍ରମାଣପତ୍ର ସରକାରୀ ବ୍ୟବସ୍ଥାରୁ ମିଳିଥିବାବେଳେ ସେଥିରେ ଥିବା ଭିନ୍ନତା ବିରୋଧରେ ଆଶାୟୀ ଦିବ୍ୟାଙ୍ଗମାନେ କୋର୍ଟର ଆଶ୍ରୟ ନେବାକୁ ଯାଉଛନ୍ତି। ପୁରୀ ଜିଲା ହନ୍ତୁକ ପଞ୍ଚାୟତ ବାଣିଆକେରା ଗଁାର ସୁକାନ୍ତ ମହାପାତ୍ର ୧୧,୪୦୦ ଶିକ୍ଷକ ପଦବୀ ମଧ୍ୟରୁ ସଂସ୍କୃତ ଶିକ୍ଷକ ପାଇଁ ଆବେଦନ କରିଥିଲେ। ସୁକାନ୍ତ ହେଉଛନ୍ତି ଦିବ୍ୟାଙ୍ଗ। ସଂସ୍କୃତ ଶିକ୍ଷକ ଲାଗି ମୋଟ ୧,୨୬୦ ପଦବୀ ରହିଥିଲା। ଦିବ୍ୟାଙ୍ଗଙ୍କ ପାଇଁ ୧୪୩ ପଦବୀ ସଂରକ୍ଷିତ ରହିଥିଲା। ସୁକାନ୍ତ ଏଥିପାଇଁ ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପରେ ଜିଲା ଶିକ୍ଷା ଅଧିକାରୀଙ୍କ ଅଫିସ୍ରୁ ଡାକରା ଆସିଲା। ପ୍ରବେଶିକା ପରୀକ୍ଷାଫଳ ଅନୁଯାୟୀ ତାଙ୍କୁ ଜିଲା ଏବଂ ସ୍କୁଲ ବାଛିବାକୁ ଦିଆଗଲା। ତାଙ୍କୁ ଗଞ୍ଜାମ ଜିଲାର ବେଗୁନିଆପଡ଼ାସ୍ଥିତ ଜନତା ନୋଡାଲ ହାଇସ୍କୁଲରେ ନିଯୁକ୍ତି ଲାଗି ଚୟନ କରାଗଲା। ସେହି ସମୟରେ ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍ରେ ସୁକାନ୍ତଙ୍କ ଶାରୀରିକ ଅକ୍ଷମ ଥିବାର ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ସିଡିଏମ୍ଓଙ୍କ ତରଫରୁ ମିଳିଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ ଗ୍ରହଣ କରିବା ପରେ ଯାଇ ତାଙ୍କୁ ସ୍କୁଲ ବାଛିବାର ସୁଯୋଗ ମିଳିଥିଲା। ହେଲେ ଶିକ୍ଷକ ପଦବୀରେ ନିଯୁକ୍ତିପତ୍ର ଦେବା ପୂର୍ବରୁ ଗତ ଡିସେମ୍ବର ୧୫ରେ ଭୁବନେଶ୍ୱରସ୍ଥିତ ୟୁନିଟ୍-୧ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଚୟନ ହୋଇଥିବା ୧୪୩ ଆଶାୟୀ ଶିକ୍ଷକଙ୍କୁ ନେଇ ପୁଣି ପରୀକ୍ଷା କରାଗଲା। ୪ ଜଣିଆ ଡାକ୍ତରୀ ବୋର୍ଡ ବସି ସେମାନେ କେତେ ପ୍ରତିଶତ ଦିବ୍ୟାଙ୍ଗ ତାହାକୁ ନେଇ ସାର୍ଟିଫିକେଟ ଦେଲେ। ଫଳରେ ସୁକାନ୍ତ ସମେତ ୬୭ ଜଣ ଦିବ୍ୟାଙ୍ଗ ନିଯୁକ୍ତି ପାଇବାରୁ ବଞ୍ଚତ୍ତ ହେଲେ। ସୁକାନ୍ତ ଏଭଳି ଚୟନ ପଦ୍ଧତିକୁ ନେଇ ପ୍ରଶ୍ନ ଉଠାଇବା ସହିତ ସରକାରଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି, ଯଦି ସେ ୫୦% ପରମାନେଣ୍ଟ ଦିବ୍ୟାଙ୍ଗ ଥିବା ସିଡିଏମ୍ଓ ସାର୍ଟିଫିକେଟ ଦେଇଛନ୍ତି ଏବଂ ତାହାକୁ ଆଧାର କରି ୨୦୧୫ ମେ ୧ରୁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଦିଆଯାଉଛି, ତେବେ ଏଠାରେ ବୋର୍ଡ ତାଙ୍କୁ କେମିତି କାଟିଲେ। ବୋର୍ଡ କେଉଁ ଆଧାରରେ ୨୦% ଟେମ୍ପରାରି ଦିବ୍ୟାଙ୍ଗ ବୋଲି ରିପୋର୍ଟ ଦେଲେ। ତେବେ ସିଡିଏମ୍ଓ ଏବଂ ଚୟନକାରୀ ବୋର୍ଡ ମଧ୍ୟରୁ କିଏ ଠିକ୍, କିଏ ଭୁଲ୍ ସରକାର ଉତ୍ତର ରଖନ୍ତୁ ବୋଲି ସୁକାନ୍ତ ଦାବି କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରର ରେଣୁବାଳା ପ୍ରଧାନ ସମାନ ଅଭିଯୋଗ ଆଣିଛନ୍ତି। ସବୁ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହେବା ସତ୍ତ୍ୱେ ଦିବ୍ୟାଙ୍ଗ ସାର୍ଟିଫିକେଟରେ ୬୦% ଅକ୍ଷମତା ଥାଇ ମଧ୍ୟ କିପରି ତାଙ୍କୁ ବାଦ୍ ଦିଆଗଲା। ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ତାଙ୍କୁ ୪୦% ଅକ୍ଷମତା ଦର୍ଶାଯାଇ କାହିଁକି ବାଦ୍ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଏଭଳି ଅନେକ ଦିବ୍ୟାଙ୍ଗ ଆଶାୟୀ ଏଥିରୁ ବାଦ୍ ପଡିଥିବା ସେ କହିଛନ୍ତି। ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଟେଲିଫୋନ୍ ଯୋଗେ କିଛି ଅଭିଯୋଗ ତାଙ୍କ ନିକଟରେ ପହଞ୍ଚତ୍ଛି। ଦିବ୍ୟାଙ୍ଗ ଆଶାୟୀଙ୍କ ଯେଉଁ ସମସ୍ୟା ହୋଇଛି ତାହା ଲିଖିତ ଆକାରରେ ଜଣାଇବା ପରେ ସମାଧାନ ଲାଗି ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନିଯୁକ୍ତି ପାଇଥିବା କେତେଜଣ ଶିକ୍ଷୟିତ୍ରୀ, ଶିକ୍ଷକ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଦିବ୍ୟାଙ୍ଗ ଆଶାୟୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଗଣଶିକ୍ଷା ବିଭାଗ ଏସ୍ଓପି ଜାରି କରିବା ସହ ଯେକୌଣସି ସୂତ୍ରରୁ ଅଭିଯୋଗ ଆସିଲେ ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଞ୍ଚ କରିବା ଲାଗି ଜିଲା ଶିକ୍ଷା ଅଧିକାରୀମାନଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି।
https://www.dharitri.com/virat-kohli-does-not-want-to-showcase-his-trophies-and-achievements-in-house-after-the-birth-of-their-baby/
ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି କ୍ରିକେଟର୍ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ୨୦୧୮ରେ କୋହଲି ଏକ ସାକ୍ଷାତକାରରେ କହିଥିଲେ ମୁଁ ଜାଣନି ପିତା କେବେ ହେବି, କିନ୍ତୁ ପିତା ହେବା ପରେ କ’ଣ ସବୁ ତ୍ୟାଗ କରିବି ତାହା ମୋତେ ଜଣା। ସନ୍ତାନ ଆସିବା ପରେ ମୋର ଏକ ପରିବାର ହେବ। ସେମାନଙ୍କୁ ସମୟ ଦେବା ମୋ ପାଇଁ ଜରୁରୀ ହେବ। ମୋ କ୍ୟରିୟର୍ ସହ ଯୋଡି ହୋଇଥିବା କୌଣସି ଜିନିଷ ନିଜ ବେଡ୍ରୁମ୍ରେ ରଖିବି ନାହିଁ । କ୍ରିକେଟ କ୍ୟାରିୟରରେ ମିଳିଥିବା ସବୁ ଟ୍ରଫି ଏକତ୍ର କରି ଅନ୍ୟ ଯାଗାରେ ରଖିବି। ମୁଁ ଚାହେଁ ନାହିଁ ମୋ ପିଲା ଜଣେ ସେଲିବ୍ରିଟି ଭାବେ ବଢୁ। ସେ ସାଧାରଣ ଜୀବନଯାପନ କରୁ ବୋଲି ମୁଁ ଚାହେଁ ବୋଲି ସେ କହିଥିଲେ। ଏବେ ପିତା ହେବା ଜାଣିବା ପରେ କୋହଲି ନିଜ କଥା ରଖିବେ ବୋଲି ଚର୍ଚ୍ଚା ହେଉଛି। କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହ ଫଟୋ ଶେୟାର କରି ପିତା ହେବା ଖବର ନିଜ ପ୍ରଶଂସକଙ୍କୁ ଜଣାଇଥିଲେ।
https://www.dharitri.com/୬୫ବର୍ଷ-ବୟସ୍କ-ଓକିଲଙ୍କୁ-ଘର/
କରୋନା ପାଇଁ ହାଇକୋର୍ଟଙ୍କ ସତର୍କତା: ୬୫ବର୍ଷ ବୟସ୍କ ଓକିଲଙ୍କୁ ଘରୁ ଭିଡିଓ କନ୍‌ଫରେନ୍ସ ସୁବିଧା କଟକ ଅଫିସ୍,୮।୫: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ହାଇକୋର୍ଟ ଭିଡିିଓ କନଫରେନ୍ସ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ହାଇକୋର୍ଟ ରେଜିଷ୍ଟ୍ରାର, ଆଡଭୋକେଟ୍ ଜେନେରାଲ୍ ଏବଂ ହାଇକୋର୍ଟ ଓକିଲ ସଂଘର କର୍ମକତ୍ତର୍ର୍ାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଓକିଲମାନଙ୍କ ସୁରକ୍ଷା ନେଇ ଆଲୋଚନା କରାଯାଇଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଣୁ ୬୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଓକିଲମାନଙ୍କୁ ଭିଡିଓ କନ୍ଫରେନ୍ସ ସୁବିଧା ପ୍ରଦାନ କରାଯିବ। ସେମାନେ ଚାହିଁଲେ ନିଜ ଘରୁ ଭିଡିିଓ କନ୍ଫରେନ୍ସ ଶୁଣାଣିରେ ଭାଗ ନେଇପାରିବେ। ତେବେ ଏଥିପାଇଁ ତାଙ୍କୁ ଆଗୁଆ ହାଇକୋର୍ଟଙ୍କୁ ଇ-ମେଲ୍ ଜରିଆରେ ଅବଗତ କରିବାକୁ ପଡ଼ିବ। ଆବେଦନ ବେଳେ ସେମାନଙ୍କ କେସ୍ ନମ୍ବର, ଆଇଟମ୍ ନମ୍ବର ଏବଂ ବେଞ୍ଚ ସମ୍ପର୍କରେ ଉଲ୍ଲେଖ କରିବାକୁ ହେବ। ଏଥିସହ ସେମାନଙ୍କ ଫୋନ୍ ନମ୍ବର ଏବଂ ଇ-ମେଲ୍ ଦେବାକୁ ପଡ଼ିବ। ସେମାନଙ୍କୁ ହାଇକୋର୍ଟ ପକ୍ଷରୁ ଭିଡିଓ କନ୍ଫରେନ୍ସ ଲିଙ୍କ୍ ପଠାଯିବ, ଯାହାକୁ ବ୍ୟବହାର କରି ସେମାନେ ଶୁଣାଣିରେ ଭାଗନେଇପାରିବେ। ସେହିଭଳି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। କାର୍ଯ୍ୟ ସରିବା ପରେ କୋର୍ଟ ପରିସରରେ ଉପସ୍ଥିତ ନ ରହିବା ପାଇଁ ଓକିଲମାନଙ୍କୁ ପରାମର୍ଶ ଦିଆଯାଇଛି। ହାଇକୋର୍ଟ କୋର୍ଟ ପରିସରରୁ ଭିଡିଓ କନ୍ଫରେନ୍ସରେ ଶୁଣାଣିରେ ଭାଗନେବା ବେଳେ ସାମାଜିକ ଦୂରତା ପାଳନ କରିବାକୁ ହେବ। ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଏନେଇ ଓକିଲଙ୍କୁ ଅବଗତ କରିବାକୁ କୁହାଯାଇଛି। ୪ କିମ୍ବା ୫ ଜଣ ଓକିଲ ହିଁ ଭିଡିିଓ କନ୍ଫରେନ୍ସ ରୁମ୍ରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। ଯେଉଁଠାରେ ୫ରୁ ଅଧିକ କୋର୍ଟ କର୍ମଚାରୀ, ଆଇନ୍ଜୀବୀ, ଆବେଦନକାରୀଙ୍କ ଉପସ୍ଥିତ ଜରୁରୀ, ତୁରନ୍ତ ସେହି ସ୍ଥାନକୁ ବିଶୋଧନ କରିବା ପାଇଁ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର୍ଙ୍କୁ କୁହାଯାଇଛି। କୋର୍ଟ ଆଦେଶଗୁଡ଼ିକ ବିଶୋଧନ ହେବା ପରେ ହିଁ ବିଚାରପତିଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍ ବ୍ୟତୀତ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ପାଇଁ ଡେପୁଟି ରେଜିଷ୍ଟ୍ରାର୍(ପ୍ରୋଟୋକଲ୍)ଙ୍କୁ ପରାମର୍ଶ ଦିଆଯାଇଛି।
https://www.dharitri.com/vijayawada-200-young-paddlers-stranded-in-vijayawada-due-to-cyclone-michaung/
ବାତ୍ୟା ଯାଗୁ ଫସିଗଲେ ୨୦୦ ଖେଳାଳି ବିଜୟଓ୍ବାଡା,୫।୧୨: ମିଗଜୋମ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ୨୦୦ ଟେବୁଲ ଟେନିସ ଖେଳାଳି ଫସି ଯାଇଛନ୍ତି। ଏହି ଖେଳାଳୀମାନେ ସେଠାରେ ଆୟୋଜିତ ନ୍ୟାଶନାଲ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଖେଳିବାକୁ ଆସିଥିଲେ। ଖେଳ ସରି ଯାଇଥିଲେ ମଧ୍ୟ ସେମାନେ ସେଠାରୁ ବାହାରି ପାରୁ ନାହାନ୍ତି। ସେମାନଙ୍କ ସହ ତାଙ୍କ ପରିବାର ସଦସ୍ୟ ମଧ୍ୟ ଫସି ରହିଛନ୍ତି। ନ୍ୟାସନାଲ ରାଙ୍କିଙ୍ଗ ଇଭେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବିଜୟୱାଡା ଖେଳା ଯାଇଥିଲା। ଅନ୍ତିମ ରାଉଣ୍ଡ ପଞ୍ଚକୁଲାରେ ଡିସେମ୍ବରମ୍ବ ୮ରେ ଖେଳାଯିବ । ତେବେ ଏହା ପୂର୍ବରୁ ସବୁ ଖେଳାଳି ସେଠାରେ ପହଞ୍ଚିବା ଆବଶ୍ୟକ । ଏପରି ସ୍ଥିତି ଯୋଗୁ ଟେବୁଲ ଟେନିସ ସଂଘ ଟୁର୍ଣ୍ଣାମେଣ୍ଟ ପାଇଁ ନୂଆ ତାରିଖ ଘୋଷଣା କରିପାରେ ।
https://www.dharitri.com/odia-girl-manaswini/
ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ଅଂଶଗ୍ରହଣ କରିଥିଲେ। କୋଚ୍ ସବୀର ବକ୍ସଙ୍କଠାରୁ ପ୍ରଶିକ୍ଷଣ ନେଉଥିବା ମନସ୍ବିନୀ ଉକ୍ତ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି। ସ୍ବର୍ଣ୍ଣପଦକ ପାଇବା ବେଳେ ଓଡ଼ିଶାରୁ ପର୍ଯ୍ୟବେକ୍ଷକ ଭାବେ କ୍ରୀଡ଼ା ଓ ଯୁବ ସେବା ବିଭାଗର ଶୈଳେନ୍ଦ୍ର ଜେନା ଉପସ୍ଥିତ ଥିଲେ ମନସ୍ବିନୀ ହେଉଛନ୍ତି ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ପଣିବନ୍ଧ ଗ୍ରାମର ଭାସ୍କର ମହାରଣାଙ୍କ ଝିଅ। ବାପା ବୃତ୍ତିରେ ଜଣେ କାରିଗର। ମା’ ପ୍ରମିଳା ଗୃହିଣୀ। ସାଧାରଣ ଗରିବ ପରିବାରରୁ ଆସିଥିବା ମନସ୍ବିନୀଙ୍କୁ ଅର୍ଥ ବାଧକ ସାଜିବାରୁ ଅଧାରୁ ପାଠପଢ଼l ଛାଡ଼ି ଦେଇଥିଲେ। ହେଲେ ଅଧା ପାଠ ପଢା ଛାଡ଼ି ଉଚ୍ଚାଭିଳାଷୀ ମନସ୍ବିନୀ ପାଣି ଖେଳକୁଦ ତଥା ପାଣିରେ ପହଁରିବାକୁ ଭଲ ପାଉଥିଲେ। ଏମିତି ଖେଳୁ ଖେଳୁ ବିଣ୍ଡ୍ସର୍ଫିଙ୍ଗ ଖେଳ ପ୍ରତି ଆଗ୍ରହ ବଢିଥିଲା। ମାତ୍ର ୧୪ ବର୍ଷ ବୟସରେ ଏହି ଓଡ଼ିଆ ଝିଅ ସେଥିରେ ପାଦ ଦେଇଥିଲେ। ଇତିମଧ୍ୟରେ ସେ ଅନେକ ଜାତୀୟ ବିଣ୍ଡସର୍ଫିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଓ ଟାଇଟଲ ଜିତି ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି। ୨୦୧୧-୧୨ରେ ଗୋଆର ଏକ ଜାତୀୟସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ବର୍ଣ୍ଣପଦକ ପାଇଥିବା ବେଳେ ୨୦୧୩ରେ ପୁଣି ଗୋଆରେ ସମସ୍ତ ୧୨ଟି ରେସ୍ରେ ସ୍ବର୍ଣ୍ଣ ପଦକ ୨୦୧୪ରେ ଡୋନାପୋଲରେ ଜାତୀୟ ଚାମ୍ପିୟନଶିପ୍ରେ ପ୍ରଥମ ସ୍ଥାନ, ୨୦୧୫ରେ ରାମେଶ୍ୱର ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ଏବଂ ସେହି ବର୍ଷ ବ୍ୟାଙ୍କିଂ ଓପନିଂ ସେଲିଂ ଚାମ୍ପିୟନ୍ଶିପ୍ରେ ଗୋଲ୍ଡ ମେଡାଲ ପାଇସାରିଛନ୍ତି ମନସ୍ବିନୀ। ଏଥିପାଇଁ ଏହି ଦୁଃସାହସିକ କ୍ରୀଡ଼ା ବିଜୟିନୀ ମନସ୍ବିନୀଙ୍କୁ ଓଡ଼ିଶା ଗୌରବ ପୁରସ୍କାର ପ୍ରଦାନ କରାଯାଇଛି।
https://www.dharitri.com/ranchi-mp-mla-court-in-jharkhand-rejects-rahul-gandhi-plea/
ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା ରାଞ୍ଚି,୩।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝଟକା। ରାଞ୍ଚିର ଏମ୍ପି-ବିଧାୟକ କୋର୍ଟ ବୁଧବାର ମୋଦି ସରନେମ ମାମଲାରେ ବ୍ୟକ୍ତିଗତ ହାଜର ହେବା ଆବେଦନକୁ ଖାରଜ କରିଦେଇଛନ୍ତି। ରାଞ୍ଚିରେ ପ୍ରଦିପ ମୋଦି ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ଏହି ମାମଲାରେ ଅତିରିକ୍ତ ସରକାରୀ ଓକିଲ ପୁଷ୍ପା ସିହ୍ନା ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢିଥିବା ବେଳେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଓକିଲ ପ୍ରଦିପ ଚନ୍ଦ୍ର ଯୁକ୍ତି ବାଢିଥିଲେ। ସୂଚନାଯୋଗ୍ୟ, ଗୁଜରାଟର ସୁରଟ କୋର୍ଟ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ରାହୁଲ ଗାନ୍ଧୀ ଏମ୍ପି ସଦସ୍ୟତା ହରାଇଛନ୍ତି। ବର୍ତ୍ତମାନ ରାହୁଲ ଗାନ୍ଧୀ ଆସନ୍ତା ୧୦ରେ କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି।
https://www.dharitri.com/ଉଲ୍ଲଂଘନକାରୀଙ୍କୁ-ସାବାଡ୍‌/
ଉଲ୍ଲଂଘନକାରୀଙ୍କୁ ସାବାଡ୍‌ କର: ଡିଜିପି ଢେଙ୍କାନାଳ ଅଫିସ୍, ୧।୪: ଢେଙ୍କାନାଳ ଜିଲା ପୋଲିସ କାର୍ଯ୍ୟାଳୟରେ ମଙ୍ଗଳବାର ଲକ୍ଡାଉନ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। ତାଲାବନ୍ଦ ନେଇ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ଡିଜିପି ସନ୍ତୋଷ ବ୍ୟକ୍ତ କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବା ସହ ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ସେ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିଜିପି ମଙ୍ଗଳବାର ମଧ୍ୟାହ୍ନରେ ଜିଲା ପୋଲିସ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଅଫିସକୁ ପ୍ରବେଶ କରିବା ପୂର୍ବରୁ ସେ ହାତକୁ ସାନିଟାଇଜ୍ କରିଥିଲେ। ଢେଙ୍କାନାଳ ସହର ସମେତ ଜିଲାରେ ଲକ୍ଡାଉନ୍ ସମୟରେ ନିଆଯାଇଥିବା ବିଭିନ୍ନ ବିଷୟକୁ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏବଂ ଏସ୍ପି ଅନୁପମା ଜେମ୍ସଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। କାର୍ଯ୍ୟରତ ସମୟରେ ବିରକ୍ତି ନ ହେବା, ନମ୍ର ବ୍ୟବହାର ପ୍ରଦର୍ଶନ, ଲକ୍ଡାଉନ ସମୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଗୋଟିଏ ଦିନ ଛୁଟି ପ୍ରଦାନ କରିବା ଉପରେ କରିବା ସେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଜିଲାରେ ମହଜୁଦ୍ ଥିବା ଅତ୍ୟାବଶ୍ୟକ ସାମଗ୍ରୀ, ବାହାରୁ ଯୋଗାଣ ହେଉଥିବା ସାମଗ୍ରୀ ଏବଂ ଔଷଧକୁ ନ ଅଟକାଇବା, ଲକ୍ଡାଉନ, କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେଉଥିବା ମାମଲାଗୁଡ଼ିକୁ ଠିକ୍ ଭାବେ ଅନୁଧ୍ୟାନ କରିବା, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଡିଜିପି ରିଜର୍ଭ ପୋଲିସ ଲାଇନସ୍ଥିତ ବାରାକ୍ଗୁଡ଼ିକ ପରିଦର୍ଶନ କରି କର୍ମଚାରୀଙ୍କ ରହିବା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସାମାଜିକ ଦୂରତା ବଜାୟ ରଖିବା, ସ୍ବଚ୍ଛତା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ଲକ୍ଡାଉନ ପାଇଁ ହୋଇଥିବା ଜିଲା କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା, ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଦିଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଏହାପରେ ଢେଙ୍କାନାଳ-କପିଳାସ ରାସ୍ତାର ସରଖିଆସ୍ଥିତ ଓଏସ୍ଏପି ଫାଷ୍ଟ ବାଟାଲିୟନ କ୍ୟାମ୍ପସ ପରିଦର୍ଶନ କରି କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ଜିଲାରେ ଲକ୍ଡାଉନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୀମାନ୍ତରେ କଡ଼ା ନଜର ରଖାଯାଇଛି।
https://www.dharitri.com/spotting-ganguly-with-boytcott-in-lords-stands/
ବଡ଼ ପ୍ରଶଂସକଙ୍କ ସହ ଲର୍ଡ୍ସରେ ଗାଙ୍ଗୁଲି ଲଡର୍ସ,୧୨।୮: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ମ୍ୟାଚ୍ର ପ୍ରଥମ ଦିନ ଷ୍ଟାଣ୍ଡ୍ସରେ ନଜର ଆସିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ବିସିସିଆଇ ସମ୍ପାଦକ ଜୟ ଶାହ, ଉପ ସଭାପତି ରାଜିବ ଶୁକ୍ଲା, ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖ୍ୟ ଟମ ହାରିସନଙ୍କ ସହ କ୍ରିକେଟର ମଜା ନେଇଥିଲେ। ଦୀର୍ଘ ଦିନ ପରେ ଗାଙ୍ଗୁଲିଙ୍କ ଦେଖିବାକୁ ମିଳିଥିଲା ତାଙ୍କର ବଡ଼ ପ୍ରଶଂସକ ତଥା ପୂର୍ବତନ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜିଓଫ୍ରେ ବୟକଟ୍ଙ୍କ ସହ। କୌତୁହଳର ବିଷୟ ହେଲା, ଗାଙ୍ଗୁଲିଙ୍କୁ ‘ପ୍ରିନ୍ସ ଅଫ୍ କୋଲକାତା’ ନାମ ଦେଇଥିଲେ ବୟକଟ। ୟୁକେ ସରକାର ଗତ ୮ ତାରିଖରେ ଭାରତକୁ ରେଡ୍ ତାଲିକାରୁ ହଟାଇ ଅମ୍ବର ଲିଷ୍ଟରେ ସାମିଲ କରିଛି। ଫଳରେ ୟୁକେ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁଯାୟୀ, କୋଭିଡ୍-୧୯ ଟିକାର ଉଭୟ ଡୋଜ ନେଇଥିବା ବ୍ୟକ୍ତିମାନଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ନାହିଁ।
https://www.dharitri.com/୨-ଲକ୍ଷ-୧୦-ହଜାର-ବର୍ଷର-ପୁରୁଣ/
୨ ଲକ୍ଷ ୧୦ ହଜାର ବର୍ଷର ପୁରୁଣା ମାନବ ଜୀବାଶ୍ମ ଓ୍ବାଶିଂଟନ: ଦକ୍ଷିଣ ଗ୍ରୀସ୍ର ଏପିଡିମା ନାମକ ଏକ ଗୁମ୍ଫାରୁ ୧୯୭୮ ମସିହାରେ ଗବେଷକମାନେ ଦୁଇଟି ମଣିଷ ଖପୁରିର ଅଂଶବିଶେଷ ପାଇଥିଲେ। ୟୁନିଭର୍ସିଟି ଅଫ୍ ଏଥେନ୍ସ ସ୍କୁଲ୍ ଅଫ୍ ମେଡିସିନ୍ର ମାନବ ବିଜ୍ଞାନୀମାନେ ଏହି ଖପୁରିର ସନ୍ଧାନ କରିଥିଲେ। ଦୀର୍ଘବର୍ଷର ଗବେଷଣା ପରେ ଅଧିକ ନଷ୍ଟ ହୋଇଯାଇଥିବା ଏହି ଦୁଇଟି ନିଅଁଣ୍ଡଥ୍ରାଲ( ଆଦିମାନବ)ଙ୍କ ଖପୁରି ବୋଲି ଚିହ୍ନଟ କରାଯାଇଛି। ଏହା ପୂର୍ବରୁ ୟୁରୋପରେ ୪୫ହଜାର ବର୍ଷ ପୂର୍ବର ମଣିଷଙ୍କ ଜୀବାଶ୍ମ ମିଳିଥିଲା । କିନ୍ତୁ ଏହି ଖପୁରୀ ୨ ଲକ୍ଷ ୧୦ ହଜାର ବର୍ଷ ତଳର ବୋଲି ସ୍ପଷ୍ଟ ହୋଇଛି ଓ ଏହା ଆଫ୍ରିକା ବାହାରେ ରହୁଥିବା ଆଦିମାନବଙ୍କର। ଆଫ୍ରିକାରେ ୩ ଲକ୍ଷ ବର୍ଷ ପୂର୍ବରୁ ଆଦିମ ମଣିଷ ରହୁଥିଲେ ଓ ଦେଢ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରୁ ୟୁରୋପ୍କୁ ସେମାନେ ଆସିଥିବା ଯାହା କୁହାଯାଉଥିଲା ତା’ର ବହୁ ବର୍ଷ ପୂର୍ବରୁ ୟୁରୋପରେ ରହୁଥିବାର ପ୍ରମାଣ ଏହିି ଖପୁରିରୁ ମିଳିଛି। ଗବେଷଣାରେ ସାମିଲ ହୋଇଥିବା ଜର୍ମାନୀର ଟ୍ୟୁବିଂଜେନ ୟୁନିଭର୍ସିଟିର ଗବେଷକ କଟ୍ରିନା ହାର୍ବଟି କହନ୍ତି,ଏହି ମଣିଷ କାହିଁକି ବିଲୁପ୍ତ ହୋଇଗଲେ ତାହାର କାରଣ ଜଣାପଡିନି। ଏ ସମ୍ପର୍କିତ ତଥ୍ୟ ନେଚର ଜର୍ନାଲରେ ପ୍ରକାଶ ପାଇଛି। ମିଳିଥିବା ଦୁଇଟି ଖପୁରି ମଧ୍ୟରୁ ଗୋଟିକର ନାମକରଣ କରାଯାଇଛି ଏପିଡିମା-୨ । ଏହା ୧ଲକ୍ଷ ୭୦ହଜାର ବର୍ଷ ତଳର। ଏହା ନିଅଁଣ୍ଡଥ୍ରାଲଙ୍କ ଖପୁରି। ଏହାପରେ ଅନ୍ୟଟିର ନାମ ରହିଛି ଏପିଡିମା-୧, ଯାହା ଏହାଠାରୁ ଅହୁରି ୪୦,୦୦୦ ବର୍ଷ ପୂର୍ବର ଅର୍ଥାତ ୨ଲକ୍ଷ ୧୦ହଜାର ବର୍ଷ ପୂର୍ବର ଓ ଏହା ହୋମୋ ସାମ୍ପିଏନ(ନିଅଁଣ୍ଡଥ୍ରାଲଙ୍କଠାରୁ ପୁରୁଣା ମଣିଷ)ଙ୍କ ଖପୁରି।
https://www.dharitri.com/tina-ambani-anil-ambani-son-jai-anmol-ambani-gets-engaged-to-krishna-shah/
ଅମ୍ବାନୀଙ୍କ ଘରେ ପୁଣି ବାଜିବ ଶାହାନାଇ! ମୁମ୍ବାଇ,୧୯ ।୧୨: ଉଦ୍ଦ୍ୟୋଗପତି ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କର ଏନଗେଜମେଣ୍ଟ ସରିଛି । କୃଷ୍ଣା ଶାହାଙ୍କ ସହ ଅନମୋଲଙ୍କର ବିବାହ ହେବାକୁ ଯାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଏମାନଙ୍କ ଏନ୍ଗେଜ୍ମେଣ୍ଟର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ଅନମୋଲ ଓ କୃଷ୍ଣା ସେମାନଙ୍କ ଏନ୍ଗେଜ୍ମେଣ୍ଟ ମୁଦି ଦେଖାଉଥିବା ଦେଖାଯାଇଛି । ଖୁବଶୀଘ୍ର ଏହି ବିବାହ ସମ୍ପନ୍ନ ହେବ ବୋଲି କୁହାଯାଉଛି । ତେବେ ବଳିଉଡ୍ ଅଭିନେତ୍ରୀ କରିନା କପୁର ଖାଁଙ୍କ ଭାଇ ଅରମାନ ଜୈନ ଅନମୋଲଙ୍କର ଜଣେ ଭଲ ବନ୍ଧୁ ହୋଇଥିବା ବେଳେ ସେ ଏକ ଫଟୋ ଶେୟାର କରି ଭାବି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅମ୍ବାନି ପରିବାର ପକ୍ଷରୁ ଏହି ବିବାହ ସମ୍ପର୍କରେ କୌଣସି ଘୋଷଣା କରଯାଇ ନ ଥିବା ବେଳେ ଏମିତି ଖବର କେବଳ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି ।
https://www.dharitri.com/the-man-running-like-a-spider-on-the-wall/
କାନ୍ଥରେ ସ୍ପାଇଡର ପରି ଦୌଡୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ… ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ ଆଉ କିଛି ଭାବପ୍ରବଣ କରିଦିଏ। ଆଉ କିଛି ଭିଡିଓ ଚକିତ ବି କରେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଭିଡିଓରେ ଜଣେ ବ୍ୟକ୍ତି ସ୍ପାଇଡର ପରି କାନ୍ଥରେ ଚଢୁଛନ୍ତି। ଲୋକମାନେ ତାଙ୍କର ଏପରି ପ୍ରତିଭା ଦେଖି ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରୁଛନ୍ତି। ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଶେୟାର କରିସାରିଲେଣି। ବ୍ୟକ୍ତି ଜଣକ କାନ୍ଥରେ ଦ୍ରୁତ ଗତିରେ ଦୌଡୁଛନ୍ତି। ସାଧାରଣତଃ ଏପରି କାନ୍ଥରେ ଜଣେ ମଣିଷ ଗୋଟିଏ ପାଦ ବି ଚାଲି ପାରିବ ନାହିଁ, କିନ୍ତୁ ଏହି ବ୍ୟକ୍ତି ଆଖି ପିଛୁଳାକେ ଦୌଡ଼ିପାରନ୍ତି ଏବଂ ଅଧା କାନ୍ଥ ଅତିକ୍ରମ କରନ୍ତି। ଅବଶ୍ୟ, ଏହା ପରେ ତାଙ୍କ ପାଦ ଖସିଗଲା ଏବଂ ସେ ସିଧା ପାଣି ଭିତରକୁ ଖସିପଡ଼ିଲେ। ଭିଡିଓରେ ତାଙ୍କର ଏପରି ବିପଜ୍ଜନକ ଷ୍ଟଣ୍ଟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇ୍ନଷ୍ଟାଗ୍ରାମରେ କ୍ୱିନୋନେରୋଲ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୪୧ କୋଟିରୁ ଅଧିକ ଲୋକ ଦେଖିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ଏହି କ୍ଲିପ୍ ପସନ୍ଦ କରିଛନ୍ତି। ଲୋକମାନେ ଭିଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର ଉକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କରି କହିଛନ୍ତି, ପାଦ ଖସି ନ ଥିଲେ ସେ ସଫଳତା ପାଇଥାନ୍ତେ।
https://www.dharitri.com/neglect-of-the-kbk-area/
ବିଦ୍ୟୁତ୍‌ ବଣ୍ଟନରେ କେବିକେ ଅଞ୍ଚଳକୁ ଅବହେଳା ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କେବିକେ ଅଞ୍ଚଳକୁ ବିଦ୍ୟୁତ୍ ବଣ୍ଟନରେ ରାଜ୍ୟ ସରକାର ଅବହେଳା କରୁଥିବା କହିଛନ୍ତି। ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡ, ବାଲିମେଳା ଦ୍ୱାରା ୭୬% ଜଳବିଦ୍ୟୁତ୍ କେବିକେ ଅଞ୍ଚଳ ଓଡ଼ିଶାକୁ ଦେଉଥିଲେ ମଧ୍ୟ ସେହି ଅଞ୍ଚଳକୁ ଅବହେଳା କରାଯାଉଛି। ସେଠାରୁ ବିଦ୍ୟୁତ୍ ଆସି ଉପକୂଳରେ ଦିଆଯାଉଛି, ହେଲେ ସେଠାକାର ଲୋକେ ଅନ୍ଧାରରେ ରହୁଛନ୍ତି। ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ହଜାର ହଜାର ଆଦିବାସୀ, ଗରିବ ଘର ହରାଇଥିବା ବେଳେ ସେମାନଙ୍କ ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଗୋଟିଏ ପାହାଡ଼ ବିକ୍ରିକରି ଦକ୍ଷିଣ ଓଡ଼ିଶାକୁ ସୁନା କରିଦେବି ବୋଲି ରାଜ୍ୟ ସରକାର କହିଥିଲେ। ହେଲେ ଏ ସରକାର କିଛି କରିପାରିଲେନି ବୋଲି ଗୃହରେ ତାରା କହିଥିଲେ।
https://www.dharitri.com/australia-new-zealand-sent-help-turkey/
ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଇସ୍ତାନବୁଲ୍,୭।୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୫ହଜାର ଅତିକ୍ରମ କରିଥିବା ବେଳେ ଆହତଙ୍କ ସଂଖ୍ୟା ୩୦ହଜାରରୁ ଅଧିକ ହୋଇଥିବା କୁହାଯାଇଛି। ଏବେ ବି ଘଟଣାସ୍ଥଳରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶହ ଶହ ଲୋକ ଏବେ ବି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଇତିମଧ୍ୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁର୍କୀ ଏବଂ ସିରିଆର ଭୂକମ୍ପ ପ୍ରଭାବିତ ଅଞ୍ଚଳ ପାଇଁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ୧୧ ମିଲିୟନ ଡଲାର (ପ୍ରାୟ ୯୦ କୋଟି ଟଙ୍କା) ଆର୍ଥିକ ସହାୟତା ଘୋଷଣା କରିଛି। ଏତଦ୍ବ୍ୟତୀତ ଯେକୌଣସି ସହାୟତା ପାଇଁ ଏହି ୨ ଦେଶ ତୁର୍କୀକୁ ଆଶ୍ୱାସନା ଦେଇଛନ୍ତି।
https://www.dharitri.com/before-the-world-cup-controversial-slogans-written-on-government-building-in-dharamshala/
ବିଶ୍ୱକପ୍‌ ପୂର୍ବରୁ ଖଲିସ୍ତାନୀ ଷଡଯନ୍ତ୍ର! ଧର୍ମଶାଳାର ସରକାରୀ କୋଠା କାନ୍ଥରେ ଲେଖାଯାଇଛି ବିବାଦୀୟ ସ୍ଲୋଗାନ ଧର୍ମଶାଳା,୪।୧୦: ହିମାଚଳ ପ୍ରଦେଶର ଧର୍ମଶାଳାରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ଏହାପୂର୍ବରୁ ଏଠାରେ ଘଟିଥିବା ଏକ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳାରେ ଥିବା ଜଳଶକ୍ତି ବିଭାଗ କାର୍ଯ୍ୟାଳୟ କାନ୍ଥରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖାଯାଇଛି। ଏନେଇ ଜଣାପଡ଼ିବା ପରେ ପୋଲିସ ବିଭାଗ ସକ୍ରିୟ ହୋଇଉଠିଛି। ଖଲିସ୍ତାନୀ ସମର୍ଥକମାନେ କାନ୍ଥରେ କଳା ସ୍ପ୍ରେ ପେଣ୍ଟ ସହ ସ୍ଲୋଗାନ ଲେଖିଛନ୍ତି। ଘଟଣା ନେଇ ସୂଚନା ପାଇବା ପରେ ପୋଲିସ ମାମଲା ରୁଜୁ କରିବା ସହ ସ୍ଲୋଗାନ୍କୁ ହଟାଇ ଦେଇଛି। ଏଥିସହ ଏନେଇ ମାମଲା ରୁଜୁ ହୋଇ ତଦନ୍ତ ଲାଗି ପୋଲିସ ଟିମ୍ ଗଠନ କରାଯାଇଛି। ଏହାଛଡ଼ା ଏକ ଭିଡିଓ ବାର୍ତ୍ତାରେ ବିଶ୍ୱକପ୍ ମ୍ୟାଚ୍ରେ ବ୍ୟାଘାତ ସୃଷ୍ଟି କରିବାକୁ କୁହାଯାଇଛି। ତଥାପି ପୋଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଏସ୍ପି ଶାଳିନୀ ଅଗ୍ନିହୋତ୍ରୀ ଗଣମାଧ୍ୟମକୁ କହିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସଫଳତାର ସହ ମ୍ୟାଚ୍ ଖେଳାଯିବ ବୋଲି ସେ ମଧ୍ୟ କହିଛନ୍ତି।
https://www.dharitri.com/rahul-met-the-bangladeshi-leader-in-england-pitroda-made-a-big-revelation/
ଇଂଲଣ୍ଡରେ ବାଂଲାଦେଶୀ ନେତାଙ୍କୁ ସାକ୍ଷାତ କରିଛନ୍ତି ରାହୁଲ? ବଡ଼ ଖୁଲାସା କଲେ ପିଟ୍ରୋଡା ନୂଆଦିଲ୍ଲୀ,୧୮।୮: ଇଣ୍ଡିଆନ ଓଭରସିଜ କଂଗ୍ରେସ ସଭାପତି ସାମ ପିଟ୍ରୋଡା ଆଇଏନଏସକୁ ସାକ୍ଷାତକାର ଦେବା ସମୟରେ ରାହୁଲ ଗାନ୍ଧୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ଇଂଲଣ୍ଡ ଗସ୍ତ ସମୟରେ ସେ ଜଣେ ବାଂଲାଦେଶୀ ନେତାଙ୍କର ପୁଅଙ୍କୁ ଭେଟିଥିବାର ଚର୍ଚ୍ଚା ହେଉଛି ଯାହାକୁ ନେଇ ବଡ଼ ବୟାନ ଦେଇଛନ୍ତି ପିଟ୍ରୋଡା। ସେପ୍ଟେମ୍ବରରେ ରାହୁଲ ଆମେରିକା ଗସ୍ତ କରିବେ ନା ସ୍ଥଗିତ ରହିବ ଏନେଇ ପିଟ୍ରୋଡା ଗଣମାଧ୍ୟମ ପ୍ରଶ୍ନରେ ପିଟ୍ରୋଡା କହିଛନ୍ତି, ତାଙ୍କ ଗସ୍ତ ବିଷୟରେ ବହୁତ ଶୀଘ୍ର ସୂଚନା ଦିଆଯିବ। ଆମେ ଏହା ଉପରେ କାର୍ଯ୍ୟ କରୁଛୁ। ଯେତେବେଳେ ତାରିଖ ଚୂଡାନ୍ତ ହୋଇଯିବ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ। ଯଦି ଯାତ୍ରା ସ୍ଥଗିତ ରଖାଯାଏ, ତେବେ ଏହାକୁ ନେଇ ମଧ୍ୟ ସୂଚନା ଦିଆଯିବ। ଲଣ୍ଡନ ଗସ୍ତ ସମୟରେ ଖାଲିଦା ଜିଆଙ୍କ ପୁଅ ତାରିକ ରେହମାନଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତ କରିଛନ୍ତି କି ଏନେଇ ଯେତେବେଳେ ପିଟ୍ରୋଡାଙ୍କୁ ପଚରାଯାଇଥିଲା ସେ କହିଛନ୍ତି, ସର୍ବପ୍ରଥମେ ଏହା ଭୁଲ ଅଟେ। ମୁଁ ସବୁବେଳେ ରାହୁଲ ଗାନ୍ଧୀଙ୍କ ସହ ଥିଲି, କିନ୍ତୁ ଲୋକମାନେ ମିଛ ଆଲୋଚନା କରୁଛନ୍ତି। ମିଛ କହିବା ଭାରତରେ ଏକ ସାଧାରଣ କଥା। ଏହି ପ୍ରକାରର ଭୁଲ ତଥ୍ୟ ପ୍ରଚାର ଜାରି ରହିଛ। ମୁଁ ଏହି ପ୍ରକାର ସୂଚନା ପ୍ରତି ଧ୍ୟାନ ଦେଉ ନାହିଁ । ଯେତେବେଳେ ଲୋକମାନେ ମିଛ କହିବା ପାଇଁ ଟଙ୍କା ପାଆନ୍ତି ସେତେବେଳେ କ’ଣ କରାଯାଇ ପାରିବ।
https://www.dharitri.com/cole-india-may-pay-extra-dividends/
କୋଲ୍‌ ଇଣ୍ଡିଆ ଦେଇପାରେ ଅତିରିକ୍ତ ଡିଭିଡେଣ୍ଡ ନୂଆଦିଲ୍ଲୀ: କୋଲ୍ ଇଣ୍ଡିଆ ଏହାର ଅଂଶୀଦାରଙ୍କୁ ୨୦ରୁ ୨୫ ପ୍ରତିଶତ ଅତିରିକ୍ତ ଡିଭିଡେଣ୍ଡ ଦେଇପାରେ। ସୋମବାର ହେବାକୁ ଥିବା କମ୍ପାନୀର ବୋର୍ଡ ବୈଠକରେ ଏ ନେଇ ଘୋଷଣା ହୋଇପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ୨୦୨୦-୨୧ ଆର୍ଥତ୍କ ବର୍ଷ ୪ର୍ଥ ତ୍ରୈମାସ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଏଠାରେ ମଧ୍ୟ ଘୋଷଣା କରାଯିବ। ଗତ ଆର୍ଥତ୍କ ବର୍ଷ ଲାଗି ଉତ୍ପାଦନ ଏବଂ ଡେସପାଚ୍ ଲକ୍ଷ୍ୟ ହାସଲ କରିବାରେ କମ୍ପାନୀ ବିଫଳ ହୋଇଛି। ମାତ୍ର ୧୩ ହଜାର କୋଟି ଟଙ୍କାର ସଂଶୋଧିତ ପୁଞ୍ଜି ବ୍ୟୟ ଲକ୍ଷ୍ୟକୁ କମ୍ପାନୀ ହାସଲ କରିବାକୁ ସକ୍ଷମ ହୋଇଛି। ଅଧିକାରୀ ଜଣକ କହିଛନ୍ତି, ଲାଭାଂଶର ଏକ ଅଂଶ ଘୋଷଣା କରିବାକୁ ପ୍ରୟାସ ହୋଇପାରେ। ପୂର୍ବରୁ ହୋଇଥିବା ଅନ୍ତରୀଣ ଲାଭାଂଶଠାରୁ ଏହା କମ୍ ହୋଇପାରେ।
https://www.dharitri.com/ଗ୍ରୀନ-କେମେଷ୍ଟ୍ରି-ଖାତା-ମୂ/
ଗ୍ରୀନ କେମେଷ୍ଟ୍ରି ଖାତା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିଲେ ବିଦ୍ୟାର୍ଥୀ ବ୍ରହ୍ମପୁର ଅଫିସ,୧୩ା୯-ବୁଗୁଡା ପିପୁଲସ୍ କଲେଜ ଯୁକ୍ତ ୩ ରସାୟନ ବିଜ୍ଞାନ ସମ୍ମାନର ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଛି ା ୫ ସେମିଷ୍ଟାରର ଗ୍ରିନ କେମେଷ୍ଟ୍ରି ବିଷୟର ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଆର୍ଟିଆଇରେ ମଗାଯାଇଥିବା ଉତ୍ତରଖାତାର ନକଲ ଧରି ଶୁକ୍ରବାର କେତେଜଣ ଛାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ପୁର୍ନବାର ପରୀକ୍ଷା ଖାତା ମୁଲ୍ୟାୟନ କରିବାକୁ ସେମାନେ ଦାବି କରିଛନ୍ତି ା ଛାତ୍ରୀଛାତ୍ରଙ୍କ ଅଭିଯୋଗ ଯେ, ୫ମ ସେମିଷ୍ଟାରର ଗ୍ରୀନ କେମେଷ୍ଟ୍ରି ବିଷୟର ପରୀକ୍ଷା ଖାତା ମୂଲ୍ୟାୟନ ବେଳେ ପ୍ରଶ୍ନପତ୍ର ବଦଳ ହୋଇଥିବା ଯୋଗୁ ଏଭଳି ତ୍ରୁଟି ହୋଇଛି। ଯାହାଫଳରେ ପିପୁଲସ୍ କଲେଜର ଉକ୍ତ ବିଭାଗର ୨୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୬ ଜଣ ଫେଲ ହୋଇଛନ୍ତି ା ଅନ୍ୟପକ୍ଷରେ ୱେବସାଇଟରେ ପ୍ରକାଶିତ ଫଳାଫଳ ଓ ପରୀକ୍ଷା ଖାତା ମୂଲ୍ୟାୟନ ଫଳରେ ମଧ୍ୟ ତାଳମେଳ ରହୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଆର୍ଟିଆଇରେ ଆସିଥିବା ୧୩ ଜଣଙ୍କ ପରୀକ୍ଷା ଖାତା ନକଲରେ ଦେଖାଯାଇଛି ଯେ, ଅଧିକାଂଶ ପ୍ରଶ୍ନର ଉତ୍ତର ଠିକ ଥାଇ ବି ମାର୍କ ଦିଆଯାଇ ନାହିଁ ା ପରୀକ୍ଷା ଖାତା ନକଲ ମଗାଯାଇଥିବା ସମସ୍ତ ୧୩ ଛାତ୍ର ସର୍ବନିମ୍ନ ପାସ ମାର୍କ ଆଣିବାକୁ ଯୋଗ୍ୟ ଅଛନ୍ତି ା ଏ ନେଇ ୩ ମାସ ପୂର୍ବରୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଅବଗତ କରାଯାଇଛି ା ତଥାପି କୌଣସି ପଦକ୍ଷେପ ନିଆଯାଇନାହିଁ ା ଛାତ୍ରୀ ଶୁଭଶ୍ରୀ ଜେନା କହିଛନ୍ତି, ୩ ମାସ ହେଲା ଅଭିଯୋଗ କରାଯିବା ସତ୍ତ୍ୱେ ଖାତା ପୁନଃ ମୁଲ୍ୟାୟନ ଓ ଫଳାଫଳ ପ୍ରକାଶ ଦିଗରେ ପଦକ୍ଷେପ ନିଆଯାଇ ନାହିଁ ା ଯାହାଦ୍ୱାରା ଜଣେ ଛାତ୍ରୀ ପୂର୍ବରୁ ବିିଇଡି ପାଇଥିବା ସତ୍ତ୍ୱେ ନାମଲେଖାଇ ପାରି ନ ଥିବା ସେ କହିଛନ୍ତି ା ଆସନ୍ତା ୧୯ରେ କୋଲକାତାର ଟିସିଏସରେ ନିଯୁକ୍ତି ସୁଯୋଗ ପାଇଥିଲେ ମଧ୍ୟ ଉକ୍ତ ତ୍ରୁଟି ବିଷୟର ଫଳାଫଳ ପ୍ରକାଶରେ ବିଳମ୍ବ ଯୋଗୁଁ କାର୍ଯ୍ୟରେ ଯୋଗଦେବାରେ ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି ା ସେହିପରି ଶିବାନୀ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଆରପିଏଫରେ ନିଯୁକ୍ତି ସୁଯୋଗ ମିଳିଛି ା କିନ୍ତୁ ପରୀକ୍ଷା ଫଳାଫଳଜନିତ ତ୍ରୁଟିରୁ କାର୍ଯ୍ୟରେ ଯୋଗଦେବାରେ ବାଧା ସୃଷ୍ଟି ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି ା ଅନ୍ୟପକ୍ଷରେ ପରୀକ୍ଷା ନିୟନ୍ତ୍ରକ ସୁରେନ୍ଦ୍ର ସେଠୀ କହିଛନ୍ତି, ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ରହିଛି ା ନୂତନ କୁଳପତି ନିଯୁକ୍ତି ହେବା ପରେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ା ବର୍ତ୍ତମାନ ନିଯୁକ୍ତି ସୁଯୋଗ ପାଇଥିବା ଛାତ୍ରୀଙ୍କୁ ଜରୁରୀକାଳିନ ଭାବେ ଅଣ୍ଡରଟେକିଂ ଦିଆଯାଇଥିବା ସେ ସୂଚାଇଛନ୍ତି ା
https://www.dharitri.com/ndia-middle-east-europe-corridor-will-be-the-backbone-of-world-trade/
ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବ ନୂଆଦିଲ୍ଲୀ,୨୫ା୯(ପି.ଟି.): ଆଗାମୀ ଶହ ଶହ ବର୍ଷ ପାଇଁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି। ଭାରତରେ ଏହାର ପରିକଳ୍ପନା କରାଯାଇଥିଲା ବୋଲି ଇତିହାସ ମନେରଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ଭାରତ ଯେତେବେଳେ ସମୃଦ୍ଧ ତଥା ବାଣିଜ୍ୟ ମହାଶକ୍ତି ଥିଲା, ସେତେବେଳେ ପ୍ରାଚୀନ ବାଣିଜ୍ୟ କରିଡର ‘ସିଲ୍କ ରୁଟ୍’କୁ ବ୍ୟବହାର କରୁଥିଲା। ନିିକଟରେ ଅନୁଷ୍ଠିତ ଜି୨୦ ସମିଟ୍ରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ପାଇଁ ନୂଆଦିଲ୍ଲୀ ପ୍ରସ୍ତାବ ଦେଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଚନ୍ଦ୍ରୟାନ-୩ ମିଶନ୍ର ସଫଳତା ପରେ ଜି୨୦ ସମ୍ମିଳନୀର ସଫଳତାପୂର୍ଣ୍ଣ ଆୟୋଜନ ଦେଶବାସୀଙ୍କ ଖୁସିକୁ ଦ୍ୱିଗୁଣିତ କରିଛି। ଏଥିପାଇଁ ସାରା ବିଶ୍ୱରୁ ପ୍ରଶଂସାର ବାର୍ତ୍ତା ତାଙ୍କ ନିକଟକୁ ଆସିଥିବା ମୋଦି କହିଛନ୍ତି। ଆଫ୍ରିକୀୟ ୟୁନିୟନକୁ ଜି୨୦ର ସଦସ୍ୟ କରାଇବାରେ ସଫଳ ହୋଇଥିବା ଭାରତର ନେତୃତ୍ୱକୁ ବିଶ୍ୱ ସ୍ବୀକୃତି ଦେଇଛି। ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ୨ରେ ବିଭିନ୍ନ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯିବା ଲାଗି ଯୋଜନା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଜନସାଧାରଣ ଏଥିରେ ବହୁସଂଖ୍ୟାରେ ସାମିଲ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି। ଏଥିସହ କେତେକ ଖଦି ବସ୍ତ୍ର କିଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପଡୁଥିବାବେଳେ ଏହି ସେକ୍ଟରରେ ବିପୁଳ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ପର୍ଯ୍ୟଟକ ଆକର୍ଷଣ କରିବାରେ ସଦ୍ଦିଚ୍ଛାର ବଡ଼ ଭୂମିକା ଥିବା ମୋଦି କହିଚନ୍ତି। ବିଶ୍ୱ ଐତିହ୍ୟ ସ୍ଥାନ ତାଲିକାରେ ରବୀନ୍ଦ୍ର ନାଥ ଟାଗୋରଙ୍କ ଶାନ୍ତିିନିକେତନ ସ୍ଥାନ ପାଇବା ଦେଶ ପାଇଁ ଗର୍ବର ବିଷୟ। ଚନ୍ଦ୍ରୟାନ-୩ର ସଫଳତାକୁ ୮୦ ଲକ୍ଷରୁ ଅଧିକ ଲୋକ ଇସ୍ରୋର ୟୁଟ୍ୟୁବ୍ ଲାଇଭ୍ ଚ୍ୟାନେଲରେ ଦେଖିଛନ୍ତି, ଯାହାକି ଏକ ରେକର୍ଡ ବୋଲି ସେ କହିଛନ୍ତି।
https://www.dharitri.com/kanamandani-begins-for-the-car/
ରଥ ଲାଗି କନାମଣ୍ଡଣି ଆରମ୍ଭ ପୁରୀ ଅଫିସ,୧୮।୬: ରଥକୁ ସୁସଜ୍ଜିତ ପାଇଁ କନାମଣ୍ଡଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମହାପ୍ରଭୁଙ୍କ ପାରମ୍ପରିକ ଦର୍ଜୀ ସେବକଙ୍କ ତତ୍ତ୍ୱାବଧାନରେ ସିଲେଇ କାର୍ଯ୍ୟ ଆରମ୍ଭ ହୋଇଛି । ରଥର ବତା ଓ ବିଳାଶପଟି ତିଆରିରୁ କନାମଣ୍ଡଣି କାମର ଶୁଭାରମ୍ଭ ହୋଇଛି । ରଥ କନା, କଇଁଚୀ, ସୂତା, ଗଜ ଆଦି ସିଲେଇ ସାମଗ୍ରୀ ଏକାଠି ରଖି ପୂଜା କରାଯାଇ କାମ ଆରମ୍ଭ ହୋଇଥିଲା।
https://www.dharitri.com/prime-ministers-brother-suggested-in-jantar-mantra/
ଜନ୍ତର ମନ୍ତରରେ ଧାରଣା ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ… ନୂଆଦିଲ୍ଲୀ, ୨।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି। ଅଲ ଇଣ୍ଡିଆ ଫେୟାର ପ୍ରାଇସ ଦୋକାନ ଡିଲର ଫେଡେରେଶନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦି ସଂଗଠନର ବିଭିନ୍ନ ଦାବି ନେଇ ମଙ୍ଗଳବାର ଧାରଣରେ ବସିଥିଲେ। ପ୍ରହ୍ଲାଦ ମୋଦି ଏବଂ ସଂଗଠନର ଅନ୍ୟ ସଦସ୍ୟମାନେ ଜନ୍ତର ମନ୍ତରରେ ଏକାଠି ହୋଇ ସ୍ଲୋଗାନ ଦେଇଥିଲେ। ପ୍ରହ୍ଲାଦ କହିଛନ୍ତି ଯେ ସଂଗଠନର ଏକ ପ୍ରତିନିଧୀମଣ୍ଡଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ ଏବଂ ଆମର ଦୀର୍ଘ ଦିନର ଦାବିକୁ ତାଲିକାଭୁକ୍ତ କରିବେ। ମୁଦ୍ରାସ୍ଫୀତି ଏବଂ ଦୋକାନ ଚଳାଇବା ଖର୍ଚ୍ଚରେ ଆମର ମାର୍ଜିନକୁ କିଲୋଗ୍ରାମରେ ମାତ୍ର ୨୦ ପଇସା ବୃଦ୍ଧି କରିବା ଏକ ନିଷ୍ଠୁର ଉପହାସ ଭଳି ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି। ଆମର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ। ସଂଗଠନ ର ଜାତୀୟ ସାଧାରଣ ସମ୍ପାଦକ ବିଶ୍ୱମ୍ବର ବସୁ କହିଛନ୍ତି ଯେ ସେମାନେ ସେମାନଙ୍କର ୯ ସୂତ୍ରୀ ଦାବି ସହ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାଖଲ କରିବେ। ସେ କହିଛନ୍ତି ଯେ ଆମେ ବୁଧବାର ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ଭେଟିବାକୁ ଯୋଜନା କରୁଛୁ। ଚାଉଳ, ଗହମ ଏବଂ ଚିନି ତଥା ଖାଇବା ତେଲ ଏବଂ ଡାଲି ମୂଲ୍ୟରେ ବିକ୍ରି ହେଉଥିବା କ୍ଷତି ପାଇଁ ସଂଗଠନ ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି। ମାଗଣା ବିତରଣର ପଶ୍ଚିମବଙ୍ଗ ରାଶନ ମଡେଲ ସାରା ଦେଶରେ କାର୍ଯ୍ୟକାରୀ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ବାସୁ କହିଛନ୍ତି ଯେ ଆମେ ମଧ୍ୟ ଦାବି କରୁଛୁ ଯେ ଖାଇବା ତେଲ, ଡାଲି ଏବଂ ଏଲପିଜି ଗ୍ୟାସ ସିଲିଣ୍ଡର ଉଚିତ ମୂଲ୍ୟ ଦୋକାନ ମାଧ୍ୟମରେ ଯୋଗାଇ ଦିଆଯାଉ। ଗ୍ରାମାଞ୍ଚଳରେ ଉଚିତ ମୂଲ୍ୟ ଦୋକାନର ଡିଲରମାନଙ୍କୁ ଚାଉଳ ଏବଂ ଗହମ ପାଇଁ ପ୍ରତ୍ୟକ୍ଷ କ୍ରୟ ଏଜେଣ୍ଟ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଉଚିତ। ଆମର ଦାବି ମଧ୍ୟ ଟିଏମସି ଏମ୍ପି ସୌଗତ ରାୟ ସଂସଦରେ ଉଠାଇଥିଲେ। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।
https://www.dharitri.com/2011-world-cup-final-fixing-allegations-criminal-investigation-order/
୨୦୧୧ ବିଶ୍ୱକପ୍‌ ଫାଇନାଲ ଫିକ୍ସିଂ ଅଭିଯୋଗ: ଆପରାଧିକ ତଦନ୍ତ ନିର୍ଦ୍ଦେଶ କଲମ୍ବୋ, ୧ା୭: ଆଇସିସି ବିଶ୍ୱକପ୍ ୨୦୧୧ ଫାଇନାଲ ଫିକ୍ସିଂ ହୋଇଥିବା ଯେଉଁ ଅଭିଯୋଗ ହୋଇଛି ତାହାର ଆପରାଧିକ ଯାଞ୍ଚ ପାଇଁ ଶ୍ରୀଲଙ୍କା ସରକାର ନିର୍ଦ୍ଦେଶ ଦେଇଛନ୍ତି। ମ୍ୟାଚରେ କୁମାର ସଙ୍ଗକାରାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଭାରତ ନିକଟରୁ ହାରିଯାଇଥିଲା। ଶ୍ରୀଲଙ୍କା କ୍ରିକେଟ କିମ୍ବଦନ୍ତୀ ଅର୍ଜୁନ ରଣତୁଙ୍ଗା ମଧ୍ୟ ଫଳାଫଳ ଉପରେ ସନ୍ଦେହ ପ୍ରକଟ କରିଥିଲେ। ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା କ୍ରୀଡ଼ା ମନ୍ତ୍ରଣାଳୟ ସଚିବ କେ.ଡି.ଏସ୍ ରୁଓ୍ବାନଚନ୍ଦ୍ରା ସୋମବାର ପ୍ରକାଶ କରିଛନ୍ତି। କ୍ରୀଡ଼ା ସମ୍ପର୍କିତ ଅପରାଧର ବୁଝାଶୁଝା ପୋଲିସ ବିଭାଗର ସ୍ବତନ୍ତ୍ର ସ୍ବାଧୀନ ତଦନ୍ତ ୟୁନିଟ ଦ୍ୱାରା ଏହା କରାଯାଉଛି। ଚଳିତମାସ ପ୍ରଥମଭାଗରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥ୍ଗାମେଜ୍ ଅଭିଯୋଗକରି କହିଥିଲେ ଶ୍ରୀଲଙ୍କା ଏହି ମ୍ୟାଚକୁ ବିକ୍ରି କରି ଦେଇଥିଲା, ଯାହା ଫଳରେ ଭାରତ ବିଜୟ ଲାଭ କରିଥିଲା। ସେ ଏକଥା ମଧ୍ୟ କହିଛନ୍ତି ଏହି କାର୍ଯ୍ୟପାଇଁ ମୁଁ କୌଣସି ଖେଳାଳିଙ୍କୁ ଦୋଷାରୋପ କରିବାକୁ ଚାହୁ ନାହିଁ। କିନ୍ତୁ କେତେକଙ୍କର ଏହା ପଛରେ ହାତ ରହିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତଦନ୍ତକାରୀମାନେ ମଙ୍ଗଳବାର ପୂର୍ବତନ ଅଧିନାୟକ ତଥା ୨୦୧୧ ଫାଇନାଲ ପାଇଁ ମୁଖ୍ୟ ଚୟନକର୍ତ୍ତା ଥିବା ଅରବିନ୍ଦ ଡି’ସିଲ୍ଭାଙ୍କୁ ଜେରା କରିଛନ୍ତି। ସୂଚନାଯୋଗ୍ୟ, ଫାଇନାଲ ମ୍ୟାଚ୍ଟି ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲେ ମଧ୍ୟ ୬ ଉଇକେଟରେ ପରାସ୍ତ ହୋଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ଓଭରରେ ଦଳ ୨୭୪/୬ ସ୍କୋର କରିଥିଲା। ଭାରତୀୟ ସୁପରଷ୍ଟାର ସଚିନ ତେନ୍ଦୁଲକର ମାତ୍ର ୧୮ରନ କରି ଆଉଟ ହୋଇଯିବା ପରେ ଶ୍ରୀଲଙ୍କା ଭଲ ସ୍ଥିତିରେ ଥିଲା। କୁମାର ସଙ୍ଗକାରାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କାର ଦୁର୍ବଳ ବୋଲିଂ ଓ ଫିଲ୍ଡିଂ ଯୋଗୁ ଭାରତ ମ୍ୟାଚରେ ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ବିଜୟ ଲାଭ କରିଥିଲା। ଅନ୍ୟପକ୍ଷରେ ସଙ୍ଗକାରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆଲୁଥ୍ଗାମେଜ ତାଙ୍କ ଅଭିଯୋଗକୁ ଗ୍ଲୋବାଲ ଗଭର୍ନିଂବଡି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରେ ଉପସ୍ଥାପନ କରିବା ଉଚିତ୍।
https://www.dharitri.com/allegations-of-irregularities-in-selection/
ପାଚିକା ଚୟନରେ ଅନିୟମିତତା ଅଭିଯୋଗ ରୂପସା, ୧୭।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା-୧ ଅଙ୍ଗନୱାଡ଼ି କେନ୍ଦ୍ରରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ପାଚିକା ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଅଭିଭାବକ ଓ ଗ୍ରାମବାସୀ ହୂରମାତୁନ ବିବି, ହମିରା ବିବି, ରେଶମା ବିବି, ରାସମଣୀ ସିଂ, ଶାନ୍ତି ସିଂ, ମିତା ସିଂ, ସୁଭଦ୍ରା ସିଂ ପ୍ରମୁଖ କେନ୍ଦ୍ରରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ପିଲାଙ୍କ ପାଠପଢ଼ା ସହ ଖାଦ୍ୟ ରୋଷେଇ ବନ୍ଦ ରହିଥିବା ଜଣାପଡ଼ିଛି। କେନ୍ଦ୍ରରେ ୩୫ ଜଣ ପିଲା ପଢ଼ନ୍ତି। ଅଧିକାଂଶ ପିଲା ଆଦିବାସୀ ବର୍ଗର। ଗତ ୪ବର୍ଷ ଧରି ପାଚିକା ପଦବୀ ଖାଲି ପଡ଼ିଥିଲା। ୨୦୨୦ ଡିସେମ୍ବରରେ ପାଚିକା ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ପାଚିକା ପାଇଁ ଗୀତା ସିଂ, ରେଖା ସିଂ ଓ ବୀଣାପାଣି ପ୍ରଧାନ ଆବେଦନ କରିଥିଲେ। ଗତ ନଭେମ୍ବର ୧୯ ତାରିଖରେ ଏହି କେନ୍ଦ୍ରରେ ପାଚିକା ଚୟନ ନିମନ୍ତେ ବିଭାଗ ପକ୍ଷରୁ ବୈଠକ ହୋଇଥିଲା। ବିଭାଗୀୟ ଅଧିକାରୀ ଉପସ୍ଥିତ ନ ଥିବା ଦର୍ଶାଇ ପରବର୍ତ୍ତୀ ପର୍ଯ୍ୟାୟରେ ଚୟନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ଗତ ୧୫ ତାରିଖରେ ବସ୍ତା ବ୍ଲକ କାର୍ଯ୍ୟାଳୟରେ ଆବେଦନକାରୀଙ୍କୁ ଡକାଯାଇ ବିଭାଗ ପକ୍ଷରୁ ଅକସ୍ମାତ ପରୀକ୍ଷା କରାଯାଇ ବୀଣାପାଣି ପ୍ରଧାନଙ୍କୁ ପାଚିକା ଭାବେ ଚୟନ କରାଯିବାକୁ ବିରୋଧ ହୋଇଛି। ଆଦିବାସୀ ବର୍ଗର ମହିଳା ପାଚିକା ହୋଇପାରିବେ ନାହିଁ ବୋଲି ସେଠାରେ ଉପସ୍ଥିତ ଅଧିକାରୀ ଆବେଦନକାରୀଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ଚୟନ ଲାଗି ବିପୁଳ ଅର୍ଥ କାରବାର ହୋଇଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଇଡ଼ ଲାଇନ ମୁତାବକ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କେନ୍ଦ୍ରରେ ପାଚିକା ଚୟନ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକ ମହଲରୁ ଚେତାବନୀ ଦିଆଯାଇଛି। ଅଙ୍ଗନୱାଡ଼ି କର୍ମୀ ପୁଷ୍ପମଞ୍ଜରୀ ଦାସ କେନ୍ଦ୍ରରେ ତାଲା ପଡ଼ିବା ଯୋଗୁ ପିଲାଙ୍କୁ ଖାଦ୍ୟଦେବା ଓ ପାଠ ପଢ଼ା ବନ୍ଦ ରହିଥିବା କହିଛନ୍ତି। ସିଡିପିଓ ଦୀପ୍ତିରାଣୀ ସିଂହ ପାଚିକା ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରାର୍ଥୀନୀଙ୍କୁ ଚୟନ କରାଯାଇଛି ବୋଲି କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ପ୍ରତି ହୋଇଥିବା ଅଭିଯୋଗ ମିଥ୍ୟା ବୋଲି ସେ ପ୍ରକାଶ କରିଛନ୍ତି।
https://www.dharitri.com/china-us-corona-infection-increased-government-on-alert-orders-all-states-for-genome-sequencing/
ଚାଇନା-ଆମେରିକାରେ ବଢ଼ିଲା କରୋନା ସଂକ୍ରମଣ: ସରକାର ସତର୍କ, ଜିନୋମ ସିକ୍ୱେନ୍ସିଂ ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ… ନୂଆଦିଲ୍ଲୀ,୨୦।୧୨ : ଚାଇନା ଏବଂ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ସତର୍କ ହୋଇପଡିଛନ୍ତି। କରୋନାର ନୂଆ ଜିନୋମ ସିକ୍ୱେନ୍ସିଂ କରିବାକୁ ସରକାର ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ପକ୍ଷରୁ ଏସିଡିସି ଏବଂ ଆଇସିଏମଆରକୁ ଏକ ଚିଠି ଲେଖାଯାଇଛି। ଏଥିରେ କୁହାଯାଇଛି ଯେ ସମସ୍ତ ରାଜ୍ୟକୁ ଜିନୋମ ସିକ୍ୱେନ୍ସିଂ ଉପରେ ଗୁରୁତ୍ୱ ଦେବାକୁ ପଡିବ। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣର ଅଧିକ ମାମଲା ନାହିଁ, ମୃତ୍ୟୁ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। କିନ୍ତୁ ଏହି ଭାଇରସ ସାରା ବିଶ୍ୱରେ ବ୍ୟାପିଯାଉଥିବାରୁ ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଅବହେଳା କରିବାକୁ ଚାହୁଁନାହାଁନ୍ତି। କରୋନା ମାମଲା ସମ୍ପର୍କରେ କେନ୍ଦ୍ର ସରକାର ବୁଧବାର ଏକ ସମୀକ୍ଷା ବୈଠକ ଡାକିଛନ୍ତି। ସୱାସ୍ଥ୍ୟ ସଚିବ କହିଛନ୍ତି ଯେ ଯଦି କରୋନାର ନୂତନ ଭାରିଆଣ୍ଟର ଗୁଡିକ ଠିକ ସମୟରେ ଚିହ୍ନଟ କରାଯାଏ ତେବେ ଚିକିତ୍ସା ପାଇଁ ସୁବିଧା ହେବ। ଏଥିପାଇଁ ଜିନୋମ ସିକ୍ୱେନ୍ସିଂ ଆବଶ୍ୟକ। ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଇବାକୁ ମଧ୍ୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସମସ୍ତ ରାଜ୍ୟକୁ ସଜାଗ ରହିବାକୁ କହିଛନ୍ତି। କେନ୍ଦ୍ର ସରକାର ସନ୍ଦେହ କରୁଛନ୍ତି ଯେ କରୋନାର ଏକ ନୂତନ ଭାରିଆଣ୍ଟ ଅଛି, ଯେଉଁ କାରଣରୁ ଆଗାମୀ ଦିନରେ ହଠାତ ମାମଲା ବୃଦ୍ଧି ପାଇପାରେ। କେନ୍ଦ୍ର ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ବିଶ୍ୱର ଅନେକ ଦେଶରେ କରୋନା ମାମଲା ଯେପରି ବଢୁଛି, ଏହା ଜଣାପଡୁଛି ଯେ କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏଭଳି ପରିସ୍ଥିତିରେ କରୋନାର ଟ୍ରେଣ୍ଡ ଉପରେ ନଜର ରଖିବା ଆବଶ୍ୟକ । ଦେଶରେ ଜିନୋମ ସିକ୍ୱେନ୍ସିଂ ପାଇଁ କେବଳ ୧୦ ଟି ଲ୍ୟାବ ରହିଛି। ସେଥିମଧ୍ୟରେ ଅନ୍ତର୍ଭୁକ୍ତ- ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ ବାୟୋଲୋଜି (ନୂଆଦିଲ୍ଲୀ), ସେଲ୍ୟୁଲାର୍ ଏବଂ ମଲିକୁଲାର ବାୟୋଲୋଜି (ହାଇଦ୍ରାବାଦ), ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ (ଭୁବନେଶ୍ୱର), ଇନ ଷ୍ଟେମ-ଏନସିବିଏସ (ବେଙ୍ଗାଲୁରୁ), ଜାତୀୟ ପ୍ରତିଷ୍ଠାନ ଲ୍ୟାବସ ଅଫ ବାୟୋମେଟିକାଲ ଜେନୋମିକ୍ସ (କଲ୍ୟାଣୀ, ପଶ୍ଚିମବଙ୍ଗ), ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ପୁଣେ)।
https://www.dharitri.com/the-husband-floated-in-the-river-in-front-of-the-womans-eyes/
ସ୍ତ୍ରୀଙ୍କ ଆଖି ସାମ୍ନାରେ ନଦୀରେ ଭାସିଗଲେ ସ୍ବାମୀ, ମିଳିନି ପତ୍ତା ଚିତ୍ରକୋଣ୍ଡା,୨୧ା୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ଥାନା ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତ କାଦଗୁମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀ ନଦୀରେ ଭାସି ଯାଇଥିଲେ ସୁଦ୍ଧା ତାଙ୍କ ପତ୍ତା ମିଳିନାହିଁ। ପାପରମେଟେଲା ଥାନାଧିକାରୀ ମାନସ ରଞ୍ଜନ ସ୍ବାଇଁଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ଶନିବାର ପୂର୍ବାହ୍ନରେ କାଦଗୁମା ଗ୍ରାମର ମଙ୍ଗେଲ ପାଙ୍ଗ(୪୫) ସ୍ତ୍ରୀଙ୍କ ସହ ନଦୀରେ ମାଛ ମାରୁଥିଲେ। ହଠାତ୍ ମଙ୍ଗେଲ ମାଛ ଧରୁଥିବା ଅବସ୍ଥାରେ ଡଙ୍ଗାରୁ ପାଣିକୁ ଖସି ପଡ଼ିଥିଲେ। ଫଳରେ ସେ ଭାସି ଯାଇଥିଲେ। ସ୍ତ୍ରୀ ତାଙ୍କୁ ଧରିବାରେ ସକ୍ଷମ ହୋଇ ନ ପାରି ଲୋକଙ୍କୁ ଡାକ ପକାଇଥିଲେ। ଲୋକେ ଖୋଜା କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ସହ ଚିତ୍ରକୋଣ୍ଡା ଦମକଳ କେନ୍ଦ୍ରର ଦୁଇଟି ଟିମ୍ ଖୋଜା ଖୋଜି କରିଥିଲେ ସୁଦ୍ଧା ମଙ୍ଗେଲ ନିଖୋଜ ଅଛନ୍ତି।
https://www.dharitri.com/history-made-by-team-india-rohit-yashwasbi-duo-did-great-feats/
ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ବଡ଼ କାରନାମା କଲେ ରୋହିତ-ଯଶସ୍ବୀ ଯୋଡ଼ି କାନପୁର,୩୦।୯: କାନପୁର ଟେଷ୍ଟରେ ବାଂଲାଦେଶକୁ ଟିମ ଇଣ୍ଡିଆ ଉପଯୁକ୍ତ ଜବାବ ଦେଇଛି। ପ୍ରଥମ ଇନିଂସରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ତାଙ୍କୁ ଏକ ଭଲ ଆରମ୍ଭ କରିଥିଲେ। ରୋହିତ ଏବଂ ଯଶସ୍ବୀ ମାତ୍ର ୩ ଓଭରରେ ୫୦ ରନରୁ ଅଧିକ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ରୋହିତ ୧୧ ବଲରେ ୨୩ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଯଶସ୍ବୀ ୭୨ ରନ ସ୍କୋର କରି ପରେ ପାଭିଲିୟନକୁ ଫେରିଥିଲେ। ଏହି ଦୁଇଜଣଙ୍କ ସହଭାଗିତା ଏକ ଟେଷ୍ଟ ରେକର୍ଡ ସୃଷ୍ଟି କରିଛି। ରୋହିତ ଏବଂ ଯଶସ୍ବୀଙ୍କ ଶକ୍ତି ଉପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛ। ଟେଷ୍ଟ କ୍ରିକେଟରେ ଦ୍ରୁତତମ ୫୦ ରନ ସ୍କୋର କରିବାର ରେକର୍ଡ ଟିମ ଇଣ୍ଡିଆ ରହିଛି। ରୋହିତ ଏବଂ ଯଶସ୍ବୀ ୩ ଓଭରରେ ୫୧ ରନ ସଂଗ୍ରହ କରିଥିଲେ। ଏହା ପୂର୍ବରୁ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୫୦ ରନ ରେକର୍ଡ ଇଂଲଣ୍ଡ ନାମରେ ଅନୁଷ୍ଠିତ ହୋଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ୪.୨ ଓଭରରେ ଇଂଲଣ୍ଡ ୫୦ ରନ ମାର୍କ ଛୁଇଁଥିଲା। ୧୯୯୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ୪.୩ ଓଭରରେ ୫୦ ରନ ସଂଗ୍ରହ କରିଥିଲା। କାନପୁର ପରୀକ୍ଷାରେ ରୋହିତ ଏବଂ ଯଶସ୍ବୀ ଚମତ୍କାର କରିଥିଲେ। ୫୧ ବଲର ସମ୍ମୁଖୀନ ହୋଇ ଯଶାସଭି ୧୨ ଚୌକା ଓ ୨ ଛକା ମାରିଥିଲେ। ଏହି ସମୟ ମଧ୍ୟରେ ସେ ୭୨ ରନ ସ୍କୋର କରିଥିଲେ। ରୋହିତ ଶର୍ମା ୧୧ ବଲରେ ୨୩ ରନ ସଂଗ୍ରହ କରିଥିଲେ। ରୋହିତଙ୍କ ଇନିଂସରେ ୬ଟି ଛକା ଓ ଗୋଟିଏ ଚୌକା ସାମିଲ ଥିଲା। ବାହାରକୁ ଯିବା ପୂର୍ବରୁ ଯଶସ୍ବୀ ଟିମ ଇଣ୍ଡିଆର ସ୍କୋରକୁ ୧୦୦ ରନରୁ ଅଧିକ ନେଇଥିଲେ। ଟିମ ଇଣ୍ଡିଆ ମଧ୍ୟ ଟେଷ୍ଟରେ ଦ୍ରୁତତମ ୧୦୦ ରନ ରେକର୍ଡ ସୃଷ୍ଟି କରିଛି। ୧୦.୧ ଓଭରରେ ବାଂଲାଦେଶ ବିପକ୍ଷରେ ଭାରତ ଏହି ସଫଳତା ହାସଲ କରିଛି। ଏହାପୂର୍ବରୁ ମଧ୍ୟ ଏହି ରେକର୍ଡ ଭାରତ ନାମରେ ଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୨୩ରେ ଟିମ ଇଣ୍ଡିଆ ୧୨.୨ ଓଭରରେ ୧୦୦ ରନ ଛୁଇଁଥିଲା। ପ୍ରଥମ ଇନିଂସରେ ବାଂଲାଦେଶ ୨୩୩ ରନ ସଂଗ୍ରହ କରିଥିଲା। ବାଂଲାଦେଶ ପକ୍ଷରୁ ମୋମିନୁଲ ହକ ଅପରାଜିତ ଶତକ ହାସଲ କରିଥିଲେ। ସେ ୧୯୪ ବଲରେ ଅପରାଜିତ ୧୦୭ ରନ ସ୍କୋର କରିଥିଲେ। ସେ ୧୭ ଚୌକା ଓ ଗୋଟିଏ ଛକା ମାରିଥିଲେ। କ୍ୟାପଟେନ ନାଜମୁଲ ହୁସେନ ସାଣ୍ଟୋ ୩୧ ରନ ସଂଗ୍ରହ କରିଥିଲେ।
https://www.dharitri.com/it-doesnt-matter/
ଖାତିର ନାହିଁ **ଆକାର ପଟେଲ** ୱାଶିଂଟନ ପୋଷ୍ଟ ସମ୍ପାଦକୀୟ ବୋର୍ଡ ଲେଖିଛି ଯେ,ଭାରତର ଗଣତନ୍ତ୍ର ଦାବି ଉପରେ ପ୍ରଶ୍ନ ଉଠାଇବା ଉଚିତ। ସଂସଦରେ ବିନା ଭୋଟରେ କୃଷି ଆଇନ ପ୍ରଣୟନ ହେବାଠାରୁ ଯୁବତୀମାନଙ୍କୁ ଜେଲରେ ରଖିବା ଯାଏ,ସରକାରରେ ଯାହାସବୁ ଘଟୁଛି ସେ ସମ୍ପର୍କିତ ଉପଲବ୍ଧ ତଥ୍ୟକୁ ଠିକ୍ ଭାବେ ସମୀକ୍ଷା କରି ଏହା ପ୍ରକାଶ କରାଯାଇଥିଲା। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ କୌଣସି କଡ଼ା ପ୍ରତିକ୍ରିୟା ପ୍ରକାଶ କରିନାହିଁ, ଯେପରି ପୂର୍ବରୁ ଜଣେ ପପ୍ ଷ୍ଟାରଙ୍କ କ୍ଷେତ୍ରରେ ଘଟିଥିଲା। ଭାରତରେ ପ୍ରାୟ କେହି ବି ଫେବୃୟାରୀ ୨ରେ ଏହି ପପ୍ ଷ୍ଟାରଙ୍କ ଦ୍ୱାରା ସିଏନ୍ଏନ୍ରେ ପ୍ରକାଶିତ ୬ଟି ଶବ୍ଦ (ଆମେ କାହିଁକି ଏହା ବିଷୟରେ କହୁ ନାହୁଁ) ସମ୍ପର୍କରେ କିଛି ଶୁଣି ନ ଥିତ୍ବେ। ଭାରତର ସାହସୀ ଯୋଦ୍ଧା ଅକ୍ଷୟ କୁମାର ଏବଂ ସଚିନ୍ ତେନ୍ଦୁଲକର ରିହାନ୍ନାଙ୍କ କ୍ଷେତ୍ରରେ ଯେଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ, ୱାଶିଂଟନ୍ ପୋଷ୍ଟକୁ ବି ସେଭଳି ପ୍ରତିକ୍ରିୟା ଦେଲେ ନାହିଁ। ୱାଶିଂଟନ ପୋଷ୍ଟ ଯାହା ଲେଖିଛି, ପପ୍ ଷ୍ଟାରଙ୍କର ଲକ୍ଷ ଲକ୍ଷ ଫଲୋଅର ଥିଲେ ବି ମୋଦି ସେଥିପ୍ରତି ଧ୍ୟାନ ଦେଇନାହାନ୍ତି। ବିଶ୍ୱର ସବୁଠାରୁ ସମ୍ମାନଜନକ ପତ୍ରିକା ‘ଇକୋନୋମିଷ୍ଟ’ ଏହାର ସଦ୍ୟତମ ସଂସ୍କରରେ ଏକ ଶୀର୍ଷକ ପ୍ରକାଶ କରିଛି,ଯେଉଁଥିରେ ଲେଖା ଅଛି- ‘ଭାରତ ସରକାରଙ୍କ ସମାଲୋଚନା, ପରିକଳ୍ପନା ଉପରେ ଆଧାରିତ ଓ ସମାଲୋଚକଙ୍କୁ ଅନୁସରଣ କରିବା ଅନ୍ୟାୟ।’ ୱାଶିଂଟନ ପୋଷ୍ଟ ଭଳି ଏହି ମାଗାଜିନ୍ ମଧ୍ୟ ଭାରତର ସବୁ ଘଟଣା ବିଷୟରେ ଅବଗତ ଅଛି। ଏଥିରେ କୁହାଯାଇଛି ଯେ ମୋଦି ସରକାରଙ୍କ କାର୍ଯ୍ୟକଳାପ ଏହାକୁ ବିଶ୍ୱସ୍ତରରେ ଲଜ୍ଜିତ କରିବା ସହ ମୂର୍ଖାମିର ପରିଚୟ ଦେଇଛି। ସରକାର ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଏହାର ଗୋଟିଏ କାରଣ ହେଉଛି, ଫେବୃୟାରୀ ପ୍ରାରମ୍ଭରେ ସରକାରଙ୍କ ଦ୍ୱାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଗୁରୁଜୀ ଗୋଲଓ୍ବାଲକରଙ୍କ ପ୍ରଚାର ସମ୍ପର୍କରେ ଦି ଇକୋନୋମିଷ୍ଟ ଉଲ୍ଲେଖ କରିଛି। ଇହୁଦିମାନଙ୍କ ସମସ୍ୟା ପାଇଁ ନାଜି ଜର୍ମାନୀର ନୀତି ହିନ୍ଦୁସ୍ତାନରେ ଆମମାନଙ୍କ ପାଇଁ ଏକ ଉତ୍ତମ ଶିକ୍ଷଣ ବିଷୟ ବା ଉଦାହରଣ ଯାହାକୁ ଆମେ ଶିଖିତ୍ବା ଓ ସେଥିରୁ ଲାଭ ଉଠାଇବା ଦରକାର- ଏହା ମିଷ୍ଟର ଗୋଲଓ୍ବାଲକରଙ୍କ ବିଶ୍ୱାସ ଥିଲା ବୋଲି ଉକ୍ତ ମାଗାଜିନ ଏହାର ପାଠକଙ୍କୁ ଅବଗତ କରିଛି। ଓ୍ବାଶିଂଟନ ପୋଷ୍ଟ ଦାବି କରିଛି କି, ଆମେ ଏକ ଗଣତନ୍ତ୍ର ନୋହଁୁ। ଆସନ୍ତୁ ଏହା ଉପରେ ନଜର ଦେବା। ଗଣତନ୍ତ୍ରକୁ ନାଗରିକ ସ୍ବାଧୀନତା, ମୌଳିକ ଅଧିକାର ଏବଂ ନ୍ୟାୟ ପ୍ରଦାନ ସହ ରହିବାକୁ ପଡ଼ିବ। ଏହି ସବୁ ବିଷୟ ଏକାଠି ସରକାରୀ ବ୍ୟବସ୍ଥାରେ ରହିଲେ ତାହାକୁ ଗଣତନ୍ତ୍ର କୁହାଯିବ। ଆମେ କେବଳ ନିର୍ବାଚନକୁ ଗଣତନ୍ତ୍ର ବୋଲି ଭାବୁ। କିନ୍ତୁ ଏଠାରେ ଏକ ସମସ୍ୟା ରହିଛି। ଭାରତ ୧୯୪୭ରେ ସ୍ବାଧୀନତା ପାଇଲା। କିପରି ଶାସନ କରିବେ ତାହା ନିର୍ଦ୍ଧାରଣ କରିବା ଓ ଆଇନ ପ୍ରଣୟନ କରି ବ୍ୟକ୍ତି ସ୍ବାଧୀନତା ଏବଂ ନାଗରିକ ଅଧିତ୍କାର ଉପଭୋଗ କରିବାକୁ ଏହା ଭାରତୀୟ ନାଗରିକମାନଙ୍କୁ ଏକ ସୁଯୋଗ ଦେଲା। ସାମୂହିକ ସ୍ତରରେ ସ୍ବାଧୀନତା ଏବେ ମୁଖ୍ୟତଃ ଭୋଟ ଦେବା ଅଧିକାରକୁ ବୁଝାଉଛି। ଏହା ମଧ୍ୟ ଇଂରେଜଙ୍କ ସମୟରେ ଥିଲା, ଯଦିଓ ସେ ସମୟରେ ଏହା ଉପରେ କଟକଣା ରହିଥିଲା। ଯେଉଁ ଶାସନ ବ୍ୟବସ୍ଥାରୁ ଭାରତକୁ ସ୍ବାଧୀନ କରାଗଲା, ସେଥିରେ ବି ଭାରତୀୟମାନଙ୍କର ଭୋଟ ଦେବାର ଅଧିକାର, ବ୍ୟବସ୍ଥାପକ ସଭା ଏବଂ ଆଇନ ଗଢିବାର କ୍ଷମତା ରହିଥିଲା। ତେବେ କେତେକ ସୀମିତ ବିଷୟ ଉପରେ ଏହା ରହିଥିଲା। ୧୯୪୭ ପରେ ଭାରତ ବ୍ୟକ୍ତି ସ୍ବାଧୀନତାକୁ ଅଧିକ ଦୃଢ କରିବା ଉପରେ ଧ୍ୟାନ ହେବା ଉଚିତ ଥିଲା। କିନ୍ତୁ ଭାରତ ଭୁଲ୍ କଲା। ନାଗରିକମାନଙ୍କୁ ସରକାର ଅଧିକାର ଛାଡ଼ିଲେ ନାହିଁ କି ଏହାକୁ ବିସ୍ତାର କଲେ ନାହିଁ। ସ୍ବାଧୀନତାକୁ ନେଇ ନାଗରିକଙ୍କ ଉପରେ ବଳ ପ୍ରୟୋଗ କରାଗଲା। ଅଭିବ୍ୟକ୍ତିର ସ୍ବାଧୀନତା, ବୃତ୍ତିଗତ ଓ ବ୍ୟବସାୟ କରିବାର ଅଧିକାର, ଶାନ୍ତିପୂର୍ଣ୍ଣ ସମାବେଶ, ସଂଘ ଗଢିବା, ସ୍ବତନ୍ତ୍ର ଭାବେ ଧର୍ମ ପ୍ରଚାର ଓ ପ୍ରସାର ଭଳି ମୌଳିକ ଅଧିକାରଗୁଡ଼ିକ ଏବେ ଭାରତରେ ନାହିଁ। ସମ୍ବିଧାନ ସଭା ଚାହିଁଥିଲେ ବି ଭାରତୀୟଙ୍କୁ ଏହା ଏବେ ମିଳୁନାହିଁ। ସରକାର ଏଗୁଡ଼ିକୁ ନାଗରିକମାନଙ୍କଠାରୁ ଛଡ଼ାଇ ନେଇ ଯାଇଛନ୍ତି। ବାକ୍ସ୍ବାଧୀନତାର ନିୟନ୍ତ୍ରଣ ଏବଂ ଅପରାଧୀକରଣ କରାଯାଇଛି। ରାଜଦ୍ରୋହ, ଆପରାଧିକ ମାନହାନୀ, ଆପରାଧିକ ଅବମାନନାରୁ ଏହା ଆରମ୍ଭ ହେଉଛି। ୧୯୫୦ରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ଦର୍ଶାଇଥିଲେ ଯେ, ସମ୍ବିଧାନ ସଭା କୌଣସିି ବୃତ୍ତି କିମ୍ବା ବ୍ୟବସାୟ କରିବାର ସ୍ବାଧୀନତାକୁ ନିଶ୍ଚିତ କରିଥିବାବେଳେ ଏହା ଗୋ ହତ୍ୟାକୁ ଅନୁମତି ଦେଇ ନ ଥିଲା, କାରଣ ଏହା ହିନ୍ଦୁମାନଙ୍କୁ ଆଘାତ ଦେଇଥିତ୍ଲା। ସମ୍ବିଧାନ ସର୍ବୋଚ୍ଚରେ ଥିଲାବେଳେ ହିନ୍ଦୁମାନଙ୍କ ଭାବନା ତା’ଠାରୁ ଆହୁରି ଉଚ୍ଚରେ ରହିଥିଲା। ଶାନ୍ତିପୂର୍ଣ୍ଣ ଭାବେ ସମାବେଶ ଏବଂ ପ୍ରତିବାଦ ଅଧିକାର, ପ୍ରଚାର କରିବାର ଅଧିକାର ଓ ବୃତ୍ତିଗତ ଅଧିକାରର ଆପରାଧୀକରଣ କରାଯାଇଛି। ଏବେ ସରକାର ଏହି ଅଧିକାରଗୁଡ଼ିକୁ ଓଲଟପାଲଟ କରିଦେଇଛନ୍ତିି। ଏବେକାର ସରକାର ଭାରତୀୟମାନଙ୍କ ଅଧିକାର ଉପରେ ତାଙ୍କ ଅଧିକାରକୁ ଏମିତି ଲଦି ଦେଇଛନ୍ତିି ଯେ, ଯିଏ ଦେଶ ବିରୋଧରେ ସ୍ବର ଉଠାଇବ ତାକୁ ପୂରା ତଳିତଳାନ୍ତ କରିଦେବେ। ଏହା ସେହି ଘଟଣା ଯାହା ଓ୍ବାଶିଂଟନ ପୋଷ୍ଟ ଏବଂ ଦି ଇକୋନୋମିଷ୍ଟ ଲେଖୁଛନ୍ତି। ସେମାନେ ବାଢ଼ିଥିବା ଅଭିଯୋଗ ଉପରେ ଭାରତ ସରକାର ନୀରବ ରହିବାର କାରଣ ହେଉଛି ସେମାନଙ୍କ ଲେଖା ସତ। ଆମେ ଜଣେ ପପ ଗାୟିକାଙ୍କ ମୁହଁ ବନ୍ଦ କରିପାରିବା, କାରଣ ସେ ଜଣେ ଯୁବତୀ। ଓ୍ବାଶିଂଟନ ପୋଷ୍ଟ ଏବଂ ଦି ଇକୋନୋମିଷ୍ଟକୁ ଏଥିରୁ ଦୂରେଇ ରହିବାକୁ କହିବା ଅତ୍ୟନ୍ତ କଷ୍ଟକର। ଏଣୁ ଚୁପ୍ ରହିବା ସବୁଠୁ ଭଲ ବିକଳ୍ପ। ଭାରତ ସରକାର ଲଗାତର କାର୍ଯ୍ୟାନୁଷ୍ଠାନ ନେବା ଏବଂ ନାଗରିକମାନଙ୍କ ପ୍ରତି ଯାହା କରୁଛନ୍ତି, ସେଥିତ୍ରେ ଭାରତର ଅନ୍ତଃରାଷ୍ଟ୍ରୀୟ ଭାବମୂର୍ତ୍ତି ନକାରାମତ୍କ ହୋଇଛି। ଠିକ୍ ସମୟରେ ଆମେ ଘଟଣା ସବୁକୁ ଖୁବ ନିକଟରୁ ଦେଖୁଛେ। ଏହାଦ୍ୱାରା ଆମର କ’ଣ କ୍ଷତି ହୋଇଛି ତାହା ହିସାବ କରିବାକୁ ଆମେ ସକ୍ଷମ ହେବା। କିନ୍ତୁ ଏହା ଗୌଣ ହୋଇଯାଇଛି ଓ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲେ ବି ଏଥିପ୍ରତି ସରକାରଙ୍କର ଖାତିର ନାହିଁ।
https://www.dharitri.com/20-families-are-suffering-for-water/
ପାଣି ପାଇଁ ହଇରାଣ ୨୦ ପରିବାର ଭଦ୍ରକ ଅଫିସ,୧୨।୮: ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍ ଭାବେ ଯୋଗାଣ ହୋଇପାରୁ ନ ଥିବାରୁ ଲୋକେ ସ୍ବଚ୍ଛ ପାନୀୟ ଜଳ ପାଇପାରୁ ନାହାନ୍ତି। ପାଇପ୍ରେ ଆସୁଥିବା ଟୋପେ ଟୋପେ ପାଣିକୁ ଘଣ୍ଟା ଘଣ୍ଟା ଧରି ଗ୍ଲାସରେ ଭରି ସଂଗ୍ରହ କରିବାକୁ ପଡୁଛି। ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛିି ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତର ୪ ନଂ. ୱାର୍ଡ ବଳସାହିରେ। ପାନୀୟଜଳ ପାଇଁ ଉକ୍ତ ସାହିର ୨୦ରୁ ଊର୍ଦ୍ଧ୍ୱ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହିରେ ଗୋଟିଏ ବି ନଳକୂପ ନାହିଁ। ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ହେଁ ଠିକ୍ ଭାବେ ଯୋଗାଣ ହୋଇପାରୁନି। ୫ବର୍ଷ ହେଲା ଏଠାରେ ଏଭଳି ସମସ୍ୟା ଲାଗି ରହିଛି। ସାହି ବାସିନ୍ଦା ଏନେଇ ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିପାରି ନ ଥିବା କହିଛନ୍ତି। ଏପରିକି ଟ୍ୟାପ୍ ବ୍ୟବସ୍ଥା କରାଯାଇ ନାହିଁ। ଦିନକୁ ଦୁଇଥର ପାଣି ଯୋଗାଣ ହେଉଥିବା ବେଳେ ଅଳ୍ପ ଅଳ୍ପ ବାହାରୁଥିବାରୁ ଦୀର୍ଘ ସମୟ ଅପେକ୍ଷା କରି ସେମାନେ ପାଇପ୍ରୁ ପାଣି ସଂଗ୍ରହ କରୁଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ପ୍ରହସନ ପାଲଟିଛି ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ସାହି ବାସିନ୍ଦାଙ୍କ ଲାଗି ପାନୀୟ ଜଳର ସୁବନ୍ଦୋବସ୍ତ କରିବା ପାଇଁ ବଳସାହିର ଯୁବ ସାମାଜିକ କର୍ମୀ ସଞ୍ଜୟ କୁମାର ଦାସ, ରଜତ ଦାସ, ରାମଲାଲ ମହାନ୍ତି, ତୁଷାର ସାହୁ, ରଜତ ରାୟ ପ୍ରମୁଖ ବ୍ଲକ ଅଧ୍ୟକ୍ଷ ଏବଂ ସରପଞ୍ଚଙ୍କୁ ଅନୁରୋଧ କରିଛନ୍ତି। ଏନେଇ ସରପଞ୍ଚ ଅଜୟ ମଲିକ କହିଛନ୍ତି, ପାଇପ୍ ଲାଇନ ଖରାପ ଥିବାରୁ ଲୋକେ ଠିକ୍ ଭାବେ ଆବଶ୍ୟକ ଅନୁଯାୟୀ ପାଣି ପାଇପାରୁ ନାହାନ୍ତି। ଏହାକୁ ମରାମତି କରାଯିବା ସହ ଉକ୍ତ ସାହିରେ ନୂତନ ନଳକୂପ ବସାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଏନେଇ କୌଣସି ଅଭିଯୋଗ ଆସିନାହିଁ, ତେବେ ଅନୁଧ୍ୟାନ କରି ଖୁବ୍ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।
https://www.dharitri.com/ସ୍ପେଶାଲ୍‌-ଟ୍ରେନ୍‌ରେ-୨-ଲକ/
ସ୍ପେଶାଲ୍‌ ଟ୍ରେନ୍‌ରେ ୨ ଲକ୍ଷରୁ ଅଧିକ ଯାତ୍ରୀ କଲେ ଟିକଟ ବୁକିଂ: ୪୫ କୋଟି ୩୦ ଲକ୍ଷ ଭଡ଼ା ଆଦାୟ ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍ଡାଉନ୍ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଇତିମଧ୍ୟରେ ୨ ଲକ୍ଷ ୩୪ ହଜାର ୪୧୧ ଯାତ୍ରୀ ଟିକଟ ବୁକିଂ କରିଛନ୍ତିି। ଭଡ଼ା ବାବଦରେ ୪୫ କୋଟି ୩୦ ଲକ୍ଷ ଟଙ୍କା ଆଦାୟ ହୋଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି।
https://www.dharitri.com/king-kohli-the-african-player-praised-the-hitman/
କିଙ୍ଗ କୋହଲି, ହିଟମ୍ୟାନଙ୍କୁ ଖୁବ ପ୍ରଶଂସା କରି ଏମିତି କହିଲେ ଆଫ୍ରିକାନ ଖେଳାଳି ନୂଆଦିଲ୍ଲୀ,୧୩।୧୧: ଭାରତରେ ବିଶ୍ୱକପ ୨୦୨୩ ଟୁର୍ନାମେଣ୍ଟ ଚାଲିଛି । ଏହି ସମୟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଯୋଡି ଟିମ ଇଣ୍ଡିଆକୁ ଏକ ଶକ୍ତିଶାଳୀ ସ୍ଥିତିକୁ ଆଣିବା ପାଇଁ ବଡ ଭୂମିକା ଗ୍ରହଣ କରିଛି। ଯଦିଓ ଦଳର ସମସ୍ତ ଖେଳାଳି ସହଯୋଗ କରିଛନ୍ତି, କିନ୍ତୁ ଉଭୟ ଦଳକୁ ଉତ୍ସାହିତ କରିବା ସହିତ ଏହାକୁ ଭଲ ସ୍ଥିତିରେ ରଖିବା ପାଇଁ କାର୍ଯ୍ୟ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କେଶବ ମହାରାଜ ମଧ୍ୟ ଏହି ଦୁଇ ଖେଳାଳିଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଏକ ଟୁଇଟ କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। କେଶବ ମହାରାଜ ତାଙ୍କ ଟୁଇଟରେ ଲେଖିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ୟୁଜର୍ସ ଏହା ଉପରେ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେଶବ ମହାରାଜ ଟୁଇଟରେ ଲେଖିଛନ୍ତି – ଏହି ଦୁଇଜଣଙ୍କର ଯୋଡି ଆଶ୍ଚର୍ଯ୍ୟଜନକ। କିଙ୍ଗ କୋହଲି ଏବଂ ହିଟମନ ଆଶ୍ଚର୍ଯ୍ୟଜନକ। ଏହି ଟୁଇଟ ୨ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଏହା ଉପରେ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର ଟୁଇଟ କରି ଲେଖିଛନ୍ତି – ଏହି ଦୁଇଜଣଙ୍କର ଯୋଡି ଏପରି ଯେ ବିରୋଧୀ ଦଳ ସଂପୂର୍ଣ୍ଣ ଧୋଇ ହୋଇଯିବ। ଅନ୍ୟ ଜଣେ ଉପଭୋକ୍ତା କମେଣ୍ଟ ଦେବାବେଳେ ଲେଖିଛନ୍ତି – ସେ ଜଣେ ମହାନ ଧଳା ବଲ ଖେଳାଳୀ ..। ସୂଚନାଯୋଗ୍ୟ, କେଶବ ମହାରାଜ ଭାରତୀୟ ମୂଳବାସିନ୍ଦା। ଯେତେବେଳେ ବି ସେ ଭାରତ ଆସନ୍ତି, ସେ ନିଶ୍ଚିତ ଭାବରେ ହିନ୍ଦୁ ମନ୍ଦିର ପରିଦର୍ଶନ କରନ୍ତି। ପର୍ବ ସମୟରେ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାନ୍ତି। ଦୀପାବଳି ଅବସରରେ ଅନେକ ଲୋକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
https://www.dharitri.com/neeraj-chopra-takes-2023-world-lead-with-doha-diamond-league-win/
ଦୋହା ଡାଇମଣ୍ଡ ଲିଗ୍‌ ଜିତିଲେ ନୀରଜ ଦୋହା,୬ା୫: ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଜିତିି ୨୦୨୩ ପାଇଁ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ନୀରଜ ପ୍ରତିଯୋଗିତାରେ ୮୮.୬୭ ମିଟର ଜାଭେଲିନ୍ ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ବିଶ୍ୱର ଅଗ୍ରଣୀ ଜାଭେଲିନ୍ ଥ୍ରୋୟର ଭାଗ ନେଇଥିଲେ। ୨୫ ବର୍ଷୀୟ ଚୋପ୍ରା ଗତ ସେପ୍ଟେମ୍ବରରେ ସୁଇଜରଲାଣ୍ଡରେ ୨୦୨୨ ଡାଇମଣ୍ଡ ଲିଗ୍ ଫାଇନାଲ ଟ୍ରଫି ହାସଲ କରିଥିଲେ। ଏଠାରେ ତାଙ୍କର ଶ୍ରେଷ୍ଠ ଥ୍ରୋ ୮୮.୬୭ ମିଟର ଯାହାକି ତାଙ୍କ କ୍ୟାରିୟରର ଚତୁର୍ଥ ଶ୍ରେଷ୍ଠ। କାତାର ସ୍ପୋଟର୍ସ କ୍ଲବରେ ନୀରଜଙ୍କ ଏହା ଥିଲା ଦ୍ୱିତୀୟ ପଦାର୍ପଣ। ନୀରଜ ପୂର୍ବରୁ ୨୦୧୮ରେ ଏଠାରେ ପ୍ରଥମ ପଦାର୍ପଣରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ରୌପ୍ୟ ଜିତିଥିବା ଚେକ୍ ରିପବ୍ଲକିର ଜାକବ ଭାଦଲେଚ୍ ତାଙ୍କ ଦ୍ୱିତୀୟ ରାଉଣ୍ଡ ଥ୍ରୋ ୮୮.୬୩ ମିଟର ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଭାଦଲେଚ୍ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ। ଗତବର୍ଷ ଦୋହା ଡାଇମଣ୍ଡ ଲିଗ୍ରେ ୯୦.୮୮ ମିଟର ଥ୍ରୋ କରି ଏକ ରୌପ୍ୟ ଜିତିଥିଲେ। ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଆଣ୍ଡରସନ ପିଟର୍ସ ଗତବର୍ଷ ଏଠାରେ ୯୩.୦୭ ମିଟର ଥ୍ରୋ କରି ଇଭେଣ୍ଟ ଜିତିଥିଲେ। କିନ୍ତୁ ଏଥର ୮୫.୮୮ମିଟର ଥ୍ରୋ ସହ ତୃତୀୟ ହୋଇଛନ୍ତି। ସୂଚନାଯୋଗ୍ୟ, ଚୋପ୍ରାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ୮୯.୯୪ ମିଟର ରହିଛି।
https://www.dharitri.com/court-extends-judicial-custody-of-manish-sisodia-by-14-days/
୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସିସୋଡିଆ ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରୌଜ୍ ଏଭିନ୍ୟୁ କୋର୍ଟ ସିବିଆଇ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସେ ଏପ୍ରିଲ ୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ। ମନୀଷ ସିସୋଡିଆ ବର୍ତ୍ତମାନ ଇଡିଙ୍କ ହେପାଜତରେ ଅଛନ୍ତି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
https://www.dharitri.com/ଆସିଲା-ବାଲାର-ନୂଆ-କମେଡି-ପ/
ଆସିଲା ‘ବାଲା’ର ନୂଆ କମେଡି ପୋଷ୍ଟର ମୁମ୍ବାଇ: ଗତ କିଛିଦିନ ହେବ ଅଭିନେତା ଆୟୁଷ୍ମାନ ଖୁରାନଙ୍କ ଅଭିନୀତ ଫିଲ୍ମ ‘ବାଲା’ ଚର୍ଚ୍ଚାରେ ରହି ଆସିଛି। ଆସନ୍ତା ମାସରେ ଏହା ରିଲିଜ୍ ହେବାର ଯୋଜନା ଥିବା ବେଳେ ଏବେ ନିର୍ମାତା ଫିଲ୍ମର ପୋଷ୍ଟର, ଟିଜର ଓ ସଙ୍ଗ ଭିଡିଓ ଶେୟାର କରୁଥିବା ଦେଖାଯାଇଛି। ଏବେ ଏହାର ଏକ ନୂଆ ପୋଷ୍ଟର ଆସିଥିବା ବେଳେ ଫିଲ୍ମର ରିଲିଜ୍କୁ ନେଇ ମଧ୍ୟ ନୂଆ ତଥ୍ୟ ଆସିଛି। ଏଥିରେ ଆୟୁଷ୍ମାନଙ୍କ ସହ ଭୂମୀ ପେଡନେକର ଓ ୟାମୀ ଗୌତମ ମଧ୍ୟ ଲିଡ୍ ରୋଲରେ ନଜର ଆସିବେ। ଏବେ ଏହି ଫିଲ୍ମର ଏକ ପୋଷ୍ଟରକୁ ଫିଲ୍ମ ଆନାଲିସିଷ୍ଟ ତରନ ଆଦର୍ଶ ଟୁଇଟ୍ କରିଛନ୍ତି। ଯାହାକୁ ଦେଖିଲେ ହସକୁ ଅଟକାଇ ହେଉନାହିଁ। କାରଣ ଏଥିରେ ଆୟୁଷ୍ମାନଙ୍କ ମୁଣ୍ଡରେ କେଶ ନ ଥିବା ବେଳେ କେମିତି କେଶ ଉଠିବ ତାକୁ ନେଇ ସବୁ କଳାକାରମାନେ ଭିନ୍ନ ଭିନ୍ନ ଉପାୟ ବତାଉଥିବା ଦେଖାଯାଇଛି। ଅନ୍ୟଏକ ଟୁଇଟ୍ରେ ତରନ କହିଛନ୍ତି ଫିଲ୍ମ ‘ବାଲା’ ଆସନ୍ତା ମାସ ୭ରେ ରିଲିଜ୍ ହେବାର ଯୋଜନା ରଖିଛନ୍ତି ନିର୍ମାତା।
https://www.dharitri.com/beat-subhadra-for-her-mothers-identity/
ମା’ର ପରିଚୟ ପାଇଁ ସୁଭଦ୍ରାଙ୍କୁ ମାଡ଼ କେନ୍ଦ୍ରାପଡ଼ା ଅଫିସ,_୪_ _।_ _୩:_ କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବରକୋଳିଖଳା ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନୁପ୍ରବେଶକାରୀ ଓଡ଼ିଶା ମାଟିରେ ପ୍ରବେଶ କରି ନିଜର ଦୌରାତ୍ମ୍ୟ ଦେଖାଇଛନ୍ତି। ମା’ର ପରିଚୟ ନ ଦେବାରୁ ଗଁାର ସୁଭଦ୍ରା ରାୟଙ୍କୁ ମାଡ ମରାଯାଇଛି। ସୁଭଦ୍ରାଙ୍କୁ ସ୍ବାମୀ ବିକାଶଙ୍କ ସମେତ ବାଂଲାଦେଶୀ ଅନୁପ୍ରବେଶକାରୀ ଅମିତ୍ ରାୟ ମାଡ ମାରିଛନ୍ତି। ସୁଭଦ୍ରା ଗୁରୁତର ହୋଇ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ସହ ଜମ୍ବୁ ସାମୁଦ୍ରିକ ଥାନାରେ ସେମାନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅନୁପ୍ରବେଶକୁ ନେଇ ଉପୁଜିଥିବା ଏହି ବିବାଦର ସମାଧାନ ପରିବର୍ତ୍ତେ କ୍ରମଶଃ ଜଟିଳ ରୂପ ନେବାରେ ଲାଗିଛି। ଭୋଟ ବ୍ୟାଙ୍କ ପାଇଁ ରାଜନେତା ଓ ପ୍ରଶାସନ ଚୁପ ରହୁଥିବାରୁ ଅନୁପ୍ରବେଶ କେନ୍ଦ୍ରାପଡ଼ା ଜିଲାରେ ବଢି ଚାଲିଛି। ଏହାକୁ ରୋକିବାକୁ ସରକାରୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଜିଲା ପ୍ରଶାସନ ଚୁପ ହୋଇ ବସି ରହୁଛି। ଜିଲାର ଉପାନ୍ତ ଅଞ୍ଚଳରେ ବାଂଲାଦେଶୀଙ୍କ ଅନୁପ୍ରବେଶ ବଢି ଚାଲିଥିବାରୁ ଦେଶର ସୁରକ୍ଷା ପାଇଁ ନାଗରିକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେଉ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଚିକିତ୍ସିତ ହେଉଥିବା ସୁଭଦ୍ରା କହିଛନ୍ତି, ଏକଦା ସେ ମାଲକାନଗିରି ଜିଲାରେ ଜିଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେଠାରେ ରହୁଥିବା ବିକାଶ ରାୟଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ବିବାହ କରିଥିଲେ। ବିବାହ ପରେ ମାଲକାନଗିରିରୁ ଆସି ମହାକାଳପଡ଼ା ବ୍ଲକ ବରକୋଳିଖଳା ଗ୍ରାମରେ ଦୀର୍ଘବର୍ଷ ହେଲା ରହି ଆସୁଛନ୍ତି। ବିକାଶ ହେଉଛନ୍ତି ବାଂଲାଦେଶୀ। ତାଙ୍କର ବାଂଲାଦେଶ ଅରୱେଲ ଗଁାରେ ଘର ଅଛି। ବିକାଶଙ୍କ ଭାଇଙ୍କ ପୁଅ ଅମିତ ଏଠାରେ ରହିବାକୁ ଆସି ସୁଭଦ୍ରାଙ୍କୁ ମା’ର ପରିଚୟ ଦେବାକୁ ବାଧ୍ୟ କରୁଛନ୍ତି। ଏଥିରେ ସମ୍ମତ ନ ହେବାରୁ ଦୁଇବର୍ଷ ପୂର୍ବେ ସ୍ବାମୀ ବିକାଶ, ଅମିତ ସୁଭଦ୍ରାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏ ନେଇ ତତ୍କାଳୀନ ଜିଲାପାଳଙ୍କୁ ଅବଗତ ପରେ ଅମିତଙ୍କ ବାଂଲାଦେଶୀ ପାସପୋର୍ଟଠାରୁ ଆରମ୍ଭ କରି ଭାରତର ଭୋଟ ପରିଚୟପତ୍ରକୁ ଜବତ କରାଯାଇଥିଲା। ତେବେ ଦୁଇବର୍ଷର ବ୍ୟବଧାନ ପରେ ଅମିତ ଦୁଇଦିନ ତଳେ ବରକୋଳିଖଳାରେ ରହିବାକୁ ଆସିଛନ୍ତି। ଏ ନେଇ ପ୍ରତିବାଦ ପରେ ବିକାଶ ଓ ଅମିତ ଦୁହେଁ ସୁଭଦ୍ରାଙ୍କୁ ମାଡ ମାରି ରକ୍ତାକ୍ତ କରିଥିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣାକୁ ଇତିମଧ୍ୟରେ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ପ୍ରତାପ କୁମାର ତ୍ରିପାଠୀ, ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ବିଭୂତି ଭୂଷଣ ରାଉତ, ଅମରବର ବିଶ୍ୱାଳ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ ଘଟଣା ଏବେ ବଢ଼ିଚାଲିଛି। ଯାହା ଜିଲା ସହ ଦେଶର ସୁରକ୍ଷା ପ୍ରତି ବିପଦ ସାଜିଛି। ରାଜନେତାଙ୍କ ଭୋଟ ବ୍ୟାଙ୍କ ହୋଇଥିବା ଅନୁପ୍ରବେଶକରୀଙ୍କ ପ୍ରସଙ୍ଗରେ ଜିଲା ପ୍ରଶାସନ କୌଣସି କାରଣରୁ ନୀରବ ରହୁଛି। ବଙ୍ଗଭଙ୍ଗ ଯୁଦ୍ଧ ସମୟରେ କେନ୍ଦ୍ରାପଡ଼ା ଜିଲାରେ ୧୨୩୭ ବାଂଲାଦେଶୀଙ୍କୁ ଶରଣାର୍ଥୀ ଭାବେ ରହିବାକୁ ଅନୁମତି ଦିଆଯାଇଥିଲା। ଏବେ ବଙ୍ଗଭାଷୀଙ୍କ ସଂଖ୍ୟା ଲକ୍ଷାଧିକ ହୋଇଛି। ଅପରପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ୨୦୦୫ରେ ଜିଲାରେ ଥିବା ୧୫୫୧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ଦେଶାନ୍ତର ନୋଟିସ୍ ହୋଇଥିଲା। ଏହାକୁ ବିରୋଧ କରି ନୋଟିସ୍ପ୍ରାପ୍ତ ବ୍ୟକ୍ତିମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାକୁ ଫେବୃୟାରୀରେ ଉଚ୍ଚ ନ୍ୟାୟାଳୟ ଶୁଣାଣି କରି ୧୫ ବର୍ଷ ପୂର୍ବର ଦେଶାନ୍ତର ନୋଟିସକୁ ରଦ୍ଦ କରିଛନ୍ତି। ତେବେ ଜିଲାରେ ଅନୁପ୍ରବେଶ ବଢ଼ି ଚାଲିଥିବାରୁ ଦେଶର ସୁରକ୍ଷା ପାଇଁ ଭାରତୀୟ ନାଗରିକଙ୍କ ଚିହ୍ନଟ ଜରୁରୀ ବୋଲି ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତ କହିଛନ୍ତି, ସୁଭଦ୍ରାଙ୍କ ନିର୍ଯାତନା ଘଟଣା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ନାଗରିକ ଚିହ୍ନଟ ସମ୍ପର୍କରେ ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରାଯିବ ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ମହେଶ୍ୱର ସେଠୀଙ୍କୁ ପଚାରିବାରେ, ସୁଭଦ୍ରାଙ୍କ ଅଭିଯୋଗର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
https://www.dharitri.com/when-oprah-winfrey-asked-aishwarya-rai-bachchan-why-she-never-give-a-kissing-scene-in-front-of-camera/
ଏଥିପାଇଁ ଗୋଟିଏ ବି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି ନୀଳନୟନା; ସ୍ବାମୀ ଅଭିଷେକ… ବମ୍ବେ: ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ପ୍ରତିଟି ଫିଲ୍ମରେ ତାଙ୍କର ଚରିତ୍ର ଚିତ୍ରଣ ମନ ଜିଣେ। ଫିଲ୍ମଗୁଡ଼ିକ ସୁପରହିଟ୍ ହୋଇଥିଲେ ହେଁ ଗୋଟିଏରେ ବି ସେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି। କ୍ୟାମେରା ସମ୍ମୁଖରେ ଏଭଳି ଦୃଶ୍ୟ ନ ଦେବାକୁ ନେଇ ତାଙ୍କୁ ଅନେକ ଥର ପ୍ରଶ୍ନ କରାଯାଇଛି। ସେଭଳି ଏକ ହେଲା ଓପରୋ ଓ୍ବିନ୍ଫ୍ରେଙ୍କ ଶୋ’ରେ। ୨୦୦୯ରେ ବିବାହ ପରେ ପ୍ରଥମ ଥର ପାଇଁ ସ୍ବାମୀ ଅଭିଷେକ ବଚ୍ଚନଙ୍କ ସହ ଶୋ’ରେ ପହଞ୍ଚିଥିଲେ ଐଶ୍। ସାକ୍ଷାତକାରରେ ତାଙ୍କୁ କର୍ମଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ କରାଯାଇଥିଲା। ଏଥିରୁ କିଛିର ମଜାଦାର ଉତ୍ତର ଦେଇଥିଲେ ଅଭିଷେକ। ବିନ୍ଫ୍ରେ ଐଶ୍ଙ୍କୁ ବଲିଉଡ୍ର ଉଲ୍ଲେଖନୀୟ କ୍ୟାରିୟର ସତ୍ତ୍ୱେ କିସିଂ ସିନ୍ କାହିଁକି କରିନାହାନ୍ତି ବୋଲି ପଚାରିଥିଲେ। ଜବାବରେ ଐଶ୍ଙ୍କ ଗାଲରେ ଚୁମ୍ବନ ଦେଇ ଅଭିଷେକ ଚମକାଇ ଦେଇଥିଲେ। ସେ କହିଥିଲେ, ଏଭଳି ଦୃଶ୍ୟ ପାଶ୍ଚାତ୍ୟ ଫିଲ୍ମରେ ସାଧାରଣ ଭାବେ ଦେଖିବାକୁ ମିଳେ। ଭାରତରେ କିନ୍ତୁ ଏଭଳି ନ ଥାଏ। ଫିଲ୍ମରେ ପୁଅ-ଝିଅ ପରସ୍ପରକୁ ଭେଟନ୍ତି। ସେମାନେ ପ୍ରେମରେ ପଡ଼ନ୍ତି। ପରେ ସେମାନେ ପ୍ରେମ ନିବେଦନ କରିବାକୁ ଯାଇ ଚୁମ୍ବନ ଦେଇଥାନ୍ତି। ଭାରତରେ ପ୍ରେମ ପାଇଁ ଏକ ଗୀତ ଥାଏ। ଏଥିରେ ସବୁ କିଛି ଯୋଡ଼ି ହୋଇଥାଏ। ଭାରତୀୟ ଫିଲ୍ମକୁ ଦେଖିଲେ ଦର୍ଶକଙ୍କୁ ଏସବୁକୁ ଦେଖାଇବାର ଆବଶ୍ୟକତା ନ ଥାଏ ବୋଲି ଅଭିଷେକ କହିଥିଲେ। କହିରଖୁଛୁ, ଫିଲ୍ମ ‘ଗୁରୁ’ର ଶୁଟିସେଟ୍ରୁ ଆରମ୍ଭ ହୋଇଥିଲା ଐଶ୍-ଅଭିଷେକଙ୍କ ଲଭ୍ଷ୍ଟୋରୀ। ଏହାପୂର୍ବରୁ ଏକାଧିକ ନାୟକଙ୍କ ସହ ସୁନ୍ଦରୀଙ୍କ ନାମ ଯୋଡ଼ା ହୋଇସାରିଥିଲା। ହେଲେ ୨୦୦୭ ଏପ୍ରିଲ ୨୦ରେ ଉଭୟ ବିବାହ କରିନେଇଥିଲେ। ଏବେ ଉଭୟଙ୍କ ଏକ ଝିଅ ଆରାଧ୍ୟା ରହିଛି।
https://www.dharitri.com/indonesia-pulls-out-of-thomas-uber-cup/
ଥୋମାସ ଓବର କପ୍‌ରୁ ଓହରିଲା ଇଣ୍ଡୋନେସିଆ ଜାକର୍ତ୍ତା, ୧୩ା୯ (ଏପି)- କରୋନା ଭାଇରସ୍ କାରଣରୁ ଇଣ୍ଡୋନେସିଆ ୫ମ ଦେଶ ଭାବେ ସମ୍ମାନଜନକ ଥୋମାସ ଓ ଉବର କପ୍ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରୁ ଓହରିଯାଇଛି। ଏହି ପ୍ରତିଯୋଗିତା ଡେନମାର୍କର ଆରହସ୍ଠାରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଛି। ଟୁର୍ନାମେଣ୍ଟ ବେଳେ ଖେଳାଳିମାନେ କୋଭିଡ୍-୧୯ ସଂକ୍ରମଣର ଶିକାର ହେବାର ଆଶଙ୍କା ରହିଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଥିବା ଇଣ୍ଡୋନେସିଆନ ବ୍ୟାଡ୍ମିଣ୍ଟନ ଅଫିସିଆଲ ପ୍ରକାଶ କରିଛନ୍ତି। ଇଣ୍ଡୋନେସିଆର ଖେଳାଳିମାନେ ଅକ୍ଟୋବରରେ ହେବାକୁଥିବା ଡେନମାର୍କ ଓପନ ଓ ଡେନମାର୍କ ମାଷ୍ଟର୍ସରେ ମଧ୍ୟ ଭାଗ ନେବେ ନାହିଁ। ଥୋମାସ ଓ ଉବର କପ୍ରୁ ପୂର୍ବରୁ ଓହରିଯାଇଥିବା ଅନ୍ୟ ଦେଶଗୁଡ଼ିକ ହେଲେ ଅଷ୍ଟ୍ରେଲିଆ, ତାଇଓ୍ବାନ, ଥାଇଲାଣ୍ଡ ଓ ଦକ୍ଷିଣ କୋରିଆ। ଥାଇଲାଣ୍ଡ ବ୍ୟାଡ୍ମିଣ୍ଟନ ଫେଡେରେଶନ ଗତ ସପ୍ତାହରେ କହିଥିଲା, କୋଭିଡ୍-୧୯ ଯୋଗୁ ଏହାର ହାଇ ପ୍ରୋଫାଇଲ ଖେଳାଳିମାନେ ଖେଳିବାକୁ ରାଜି ନ ହେବାରୁ ସେମାନେ ବାଧ୍ୟ ହୋଇ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ପୂର୍ବତନ ବିଶ୍ୱ ଚାମ୍ପିୟନ ରାଚାନକ୍ ଇଣଣ୍ଟାନନ୍, ୩ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ମିକ୍ସଡ ଡବଲ୍ସ ଯୋଡ଼ି ଡେଚାପଲ ପୁଆଭାରନୁକ୍ରୋ ଏବଂ ସାପ୍ସିରି ଟାଏରାଟାନ୍ଚାଇଙ୍କ ସମେତ ଅନ୍ୟମାନେ ଉପଲବ୍ଧ ନ ହେବାରୁ ଦେଶ ପକ୍ଷେ ଏକ ଟିମ୍ ପଠାଇବା ସମ୍ଭବପର ନୁହେଁ।
https://www.dharitri.com/800-ship-passengers-are-corona-positive/
୮୦୦ ଜାହାଜ ଯାତ୍ରୀ କରୋନା ପଜିଟିଭ୍‌ ସିଡ୍ନୀ,୧୨ା୧୧: ଛୁଟି କାଟିବା ପାଇଁ ମାଜେଷ୍ଟିକ୍ ପ୍ରିନ୍ସେସ୍ କ୍ରୁଜ୍ ଶିପ୍ ମୋଟ୍ ୪୬୦୦ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ବାହାରିଥିଲା। ଏଥିମଧ୍ୟରୁ ୮୦୦ ଜଣଙ୍କୁ କରୋନା ପଜିଟିଭ୍ ଚିହ୍ନଟ ପରେ ଅଷ୍ଟ୍ରେଲିଆର ସିଡନୀ ସହର ନିକଟ ଡକ୍ରେ ଜାହାଜଟି ଅଟକି ରହିଛି। ଅଷ୍ଟ୍ରେଲିଆ କ୍ରୁଜ୍ର କାର୍ନିଭାଲ ସଭାପତି ମାରଗୁଏର ଫିଟଜେରାଲ୍ଡ କହିଛନ୍ତି, ଏହି ଯାତ୍ରା ୧୨ ଦିନର ଥିଲା। ଯେଉଁଥିରେ ବହୁ ସଂଖ୍ୟକ ଲୋକ କରୋନା ପଜିଟିଭ୍ ଥିବା ଜଣାଯାଇଛି। ଅଷ୍ଟ୍ରେଲିଆର ଗୃହମନ୍ତ୍ରୀ କ୍ଲେୟାର ଓ’ନିଲ ଶନିବାର ଜନସାଧାରଣଙ୍କୁ ଆଶ୍ୱସ୍ତି ହେବା ପାଇଁ ନିବେଦନ କରିଛନ୍ତି। ବହୁ ସଂଖ୍ୟକ ଯାତ୍ରୀଙ୍କୁ କରୋନା ପଜିଟିଭ ହୋଇଥିବା ଖବର ପାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଜାହାଜ କାର୍ଯ୍ୟ ଶୀଘ୍ର ବନ୍ଦ ହୋଇଯାଇଥିଲା। କ୍ଲେୟାର କହିଛନ୍ତି, କର୍ତ୍ତୃପକ୍ଷ ନିତ୍ୟ ବ୍ୟବହାର୍ଯ୍ୟ ପ୍ରୋଟୋକଲ ଲଗାଇଛନ୍ତି ଏବଂ ନ୍ୟୁ ସାଉଥ ଓ୍ବେଲ୍ସ କିପରି ଯାତ୍ରୀମାନଙ୍କୁ ବାହାର କରିବେ ତାହା ସ୍ଥିର କରିବାରେ ନେତୃତ୍ୱ ନେବେ। ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବା ପାଇଁ କ୍ରୁଜ ଜାହାଜ କର୍ମଚାରୀଙ୍କ ସହ ଏହା କାର୍ଯ୍ୟ କରୁଛି ବୋଲି ଏଜେନ୍ସି କହିଛି। କମ୍ପାନୀର ସଭାପତି ମାରଗୁଏର ଫିଟଜେରାଲ୍ଡ କହିଛନ୍ତି, ଅଷ୍ଟ୍ରେଲିଆରେ ମଧ୍ୟ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି।
https://www.dharitri.com/school-to-reopen-all-schools-on-june-21/
୭ ଜିଲାକୁ ଛାଡି ବାକି ସବୁ ଜିଲାରେ ୨୧ରୁ ଖୋଲିବ ସ୍କୁଲ ଭୁବନେଶ୍ୱର,୨୦।୬: ଗ୍ରୀଷ୍ମଛୁଟି ପରେ ଚଳିତମାସ ୨୧ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ହେଲେ ୭ଟି ଜିଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲାର ଜିଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ । ବାକି ୨୩ଟି ଜିଲାରେ ଜୁନ ୨୧ରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ଅନୁଗୋଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଭଳି ୭ଟି ଜିଲାର ଜିଲାପାଳମାନେ ପାଣିପାଗ ପରିସ୍ଥିତିକୁ ଦେଖି ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ଘୋଷଣା କରିପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
https://www.dharitri.com/ସଙ୍କଟ-ସ୍ଥିତିକୁ-ଆସିପାରେ-୫/
ସଙ୍କଟ ସ୍ଥିତିକୁ ଆସିପାରେ ୫୨% ଚାକିରି ନୂଆଦିଲ୍ଲୀ, ୬।୪: କରୋନା ପ୍ରଭାବକୁ କମ୍ କରିବା ଲାଗି ସରକାର ୨୧ ଦିନିଆ ଲକ୍ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ଭାବେ ପଡିଛି। କନଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣ ମୁତାବକ ଅନେକ ଲୋକଙ୍କ ନିଯୁକ୍ତି ଉପରେ କରୋନା ମାଡ କରିବାର ସ୍ଥିତି ଉପୁଜିଛି। ଏଭଳି ସ୍ଥିତିରେ ୫୨% ଚାକିରି ସଙ୍କଟ ସ୍ଥିତିକୁ ଆସିପାରେ ବୋଲି ସିଆଇଆଇର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସିଆଇଆଇ ୨୦୦ ପ୍ରମୁଖ କମ୍ପାନୀର ସିଇଓଙ୍କୁ ନେଇ ଏକ ସର୍ବେକ୍ଷଣ କରିଥିଲା। ଅଧିକାଂଶ କମ୍ପାନୀଙ୍କ ଆୟ ଉପର ଏବେ କରୋନାର ନକରାତ୍ମକ ପ୍ରଭାବ ରହିଛି। ଏହା ଦ୍ୱାରା ଲୋକଙ୍କର ଚାକିରି ଯିବାର ଆଶଙ୍କାକୁ ବଢାଇଛି। ଏପ୍ରିଲ-ଜୁନ ଏବଂ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଅଧିକାଂଶ କମ୍ପାନୀଗୁଡିକର ଲାଭ ୧୦%ରୁ ଅଧିକ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରାଯାଉଛି। ଏହା ଦ୍ୱାରା ୨ ତ୍ରୈମାସରରେ କମ୍ପାନୀଗୁଡିକର ଲାଭ ହ୍ରାସ ହେବା ନେଇ କୁହାଯାଇଛି। ଏହି ସମୟରେ କମ୍ପାନୀଗୁଡିକର ଆୟ ଏବଂ ଲାଭରେ ବୃହତ୍ତ ପରିମାଣର କ୍ଷତି ହେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ ଦେଶର ବିକାଶ ହାର ଉପରେ ପଡିବ ବୋଲି ଆଶଙ୍କା ରହିଛି। ଲକ୍ଡାଉନ ଶେଷ ହେବା ପରେ ୪୭% କମ୍ପାନୀଗୁଡିକରେ ୧୫%ରୁ କମ୍ ନିଯୁକ୍ତି ଉପରେ ପ୍ରଭାବ ପଡିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ୩୨% କମ୍ପାନୀରେ ୧୫ରୁ ୩୦% ନିଯୁକ୍ତି ହ୍ରାସ ହୋଇପାରେ। ଏବେ ସାରା ଦେଶରେ କରୋନା ମାଲା ବଢି ବଢି ଚାଲିଛି। ଲକ୍ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇ ଯାଇଛି।
https://www.dharitri.com/sri-lanka-bowler-dilshan-madushanka-injury-may-will-be-ruled-out-mumbai-indians-ipl-2024/
ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା, ଆଇପିଏଲ ପୂର୍ବରୁ ଆହତ ହେଲେ ଏହି ଖେଳାଳି ନୂଆଦିଲ୍ଲୀ,୧୭।୩: ଆହତ କାରଣରୁ ବାଂଲାଦେଶ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରୁ ଶ୍ରୀଲଙ୍କା ବୋଲର ଦିଲଶାନ ମଦୁଶଙ୍କାଙ୍କୁ ବାଦ ଦିଆଯାଇଛି। ମଦୁଶଙ୍କାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୪.୬୦ କୋଟିରେ କିଣିଛି। ଏବେ ଆଇପିଏଲ ୨୦୨୪ରେ ଖେଳିବାକୁ ନେଇ ସନ୍ଦେହ ଅଛି। ଶ୍ରୀଲଙ୍କା କ୍ରିକେଟ ତାଙ୍କ ସମ୍ପର୍କରେ ସୂଚନା ଦେଇଛି। ତେବେ ଏପର୍ଯ୍ୟନ୍ତ ମଦୁଶଙ୍କାଙ୍କ ବିଷୟରେ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଆଇପିଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବାସ୍ତବରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ଦ୍ୱିତୀୟ ମ୍ୟାଚ ସମୟରେ ମଦୁଶଙ୍କା ଆହତ ହୋଇଥିଲେ। ଏହି କାରଣରୁ ମଦୁଶଙ୍କାଙ୍କୁ ମ୍ୟାଚ ଶେଷ ହେବା ପୂର୍ବରୁ ପଡ଼ିଆ ଛାଡିବାକୁ ପଡିଲା । ମଦୁଶଙ୍କାଙ୍କ ଆଘାତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ବଡ ଝଟକା। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୪.୬୦ କୋଟିରେ କିଣିଛି। ମଦୁଶଙ୍କାଙ୍କ ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା। ଏହା ତାଙ୍କର ଡେବ୍ୟୁ ଆଇପିଏଲ ସିଜିନ୍ ହେବାକୁ ଯାଉଥିଲା। କିନ୍ତୁ ବର୍ତ୍ତମାନ ଖେଳିବା ଉପରେ ସନ୍ଦେହ ରହିଛି।
https://www.dharitri.com/negative-reports-are-mandatory-for-temples/
ଶ୍ରୀମନ୍ଦିର ପାଇଁ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ପୁରୀ ଅଫିସ,୧୯।୪: ଶ୍ରୀମନ୍ଦିରର ବହୁ ସେବାୟତ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏଥିସହ ନୂଆ ଏସ୍ଓପିକୁ ସୋମବାରଠାରୁ ଲାଗୁ କରାଯାଇଛି। ଏଣିକି ରାଜ୍ୟ ତଥା ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇ ଡୋଜ୍ ଟିକା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ କେବଳ ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଏହା ଲାଗୁ କରିବାକୁ ଏସ୍ଓପି ଜାରି ହୋଇଥିବାବେଳେ ଏବେ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନେ ଏସବୁ ଦେଖାଇ ଭିତରକୁ ଯିବାବେଳେ ହାତ ସାନିଟାଇଜ କରିବେ। ସମସ୍ତ କୋଭିଡ ନିୟମ ମାନି ସ୍ବତନ୍ତ୍ର କିଓସ୍କ ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିବାକୁ କୁହାଯାଇଛି। ସେହିଭଳି ପୁରୀରେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିରର ଦର୍ଶନ ବନ୍ଦ କରାଯାଇ ବିଶୋଧନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର ମଧ୍ୟ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯାଇ ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଥିଲା। ଭକ୍ତମାନେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ଫେରିଥିଲେ। କେବଳ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ। ଅଗ୍ନିଶମ ବାହିନୀ, ପୌର ସଂସ୍ଥା ଓ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଥିଲା।
https://www.dharitri.com/selfie-at-the-waterfall-life-body-found-2-days-later/
ଜଳପ୍ରପାତରେ ସେଲ୍‌ଫି ନେଲା ଜୀବନ: ୨ ଦିନ ପରେ ମିଳିଲା ମୃତଦେହ ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍.ଏ.)-ରାୟଗଡ ବ୍ଲକ ଅନ୍ତର୍ଗତ ରଘୁନାଥପୁର ନିକଟରେ ଥିବା ଗୁଦ୍ଗୁଦା ଜଳପ୍ରପାତରେ ସେଲ୍ଫି ନେବା ବେଳେ ପୁଣି ଜଣେ ଯୁବକଙ୍କ ଜୀବନ ଯାଇଛି। ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଗତ ଶନିବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଗ୍ରାମାଞ୍ଚଳର ୪ ଜଣ ଗୁଦ୍ଗୁଦା ଜଳପ୍ରପାତ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ପି.ବଂଶୀ ନାମକ ଯୁବକ ଜଣକ ଜଳପ୍ରପାତର ଉପର ଭାଗରେ ବୁଲି ମୋବାଇଲ ଫୋନରେ ସେଲଫି ଉଠାଉଥିଲେ। ସେଠାରେ ଗୋଡ ଖସିଯିବାରୁ ପ୍ରାୟ ୧୦୦ଫୁଟ ତଳକୁ ଖସିପଡିଥିଲେ । ତାଙ୍କ ସହ ଯାଇଥିବା ଅନ୍ୟ ୩ ଯୁବକ ଓ ସ୍ଥାନୀୟ ଲୋକେ ବଂଶୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପତ୍ତା ମିଳି ନ ଥିଲା । ଜିରାଙ୍ଗ ଫାଣ୍ଡି ଅଧିକାରୀ ପାଣୁ ମଲ୍ଲିକ, ରାୟଗଡ ଥାନା ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରଖିଥିଲେ। ତଥାପି ସଫଳତା ମିଳିନଥିଲା। ସୋମବାର ଜଳପ୍ରପାତ ଅଞ୍ଚଳରୁ ପ୍ରାୟ ୧କିମି ଦୂରରୁ ବଂଶୀଙ୍କ ମୃତଦେହ ମିଳିଥିଲା। ରାୟଗଡ ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏନେଇ ରାୟଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
https://www.dharitri.com/ପାକିସ୍ତାନରେ-୫୮-ସ୍କୁଲ-ଏବଂ/
ପାକିସ୍ତାନରେ ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ ଚାଇନା ଇସଲାମାବାଦ୍/ବେଜିଂ,୨୮।୧୦: ପାକିସ୍ତାନରେ ଚାଇନା ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ। ପାକିସ୍ତାନର ଖାଇବର ପସ୍ତୁତଖ୍ବା ପ୍ରଦେଶରେ ଏହି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ଏହା ଏହି ପଛୁଆ ଅଞ୍ଚଳର ବିକାଶ ହୋଇପାରିବ ବୋଲି ପାକିସ୍ତାନରେ ଅବସ୍ଥାପିତ ଥିବା ଚାଇନାର ରାଷ୍ଟ୍ରଦୂତ ୟାଓ ଜିଙ୍ଗ୍ ସୂଚନା ଦେଇଛନ୍ତି। ଇତିମଧ୍ୟରେ ପାକିସ୍ତାନ-ଚାଇନା ମିଳିତ ଭାବେ ୧୦ଟି କୃଷି ପରିଯୋଜନାରେ କାର୍ଯ୍ୟ କରୁଛନ୍ତି। ଏହା ଦ୍ୱାରା ଖାଦ୍ୟ କ୍ଷେତ୍ରରେ ପାକିସ୍ତାନର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
https://www.dharitri.com/ଜିଓ-ଟ୍ୟୁବ୍‌-ୱାଲରେ-ଅଗ୍ନିକ/
ଜିଓ ଟ୍ୟୁବ୍‌ ୱାଲରେ ଅଗ୍ନିକାଣ୍ଡ : ପ୍ରକଳ୍ପ କଳାକାରନାମାକୁ ଘୋଡାଇବାକୁ ଉଦ୍ୟମ କେନ୍ଦ୍ରାପଡା ଅଫିସ, ୨୬ା୮: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ବେଳାଭୂମିସ୍ଥିତ ଜିଓ ସିନ୍ଥେଟିକ ଟ୍ୟୁବ୍ ଓ୍ବାଲରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଟ୍ୟୁବ୍ ଓ୍ବାଲ୍ର ଗାବିୟନ ବକ୍ସରେ ଲାଗିଥିବା ସିନ୍ଥେଟିକ ଜାଲ ନଷ୍ଟ ହୋଇଯାଇଛି। ଫଳରେ ସେଠାରେ ଥିବା ବହୁ ପଥର ସମୁଦ୍ର ଗର୍ଭକୁ ଚାଲିଯାଇଛି। ଏହି ନିଆଁ ଲାଗିବା ପରେ ସମୁଦ୍ର ଉପକୂଳବର୍ତ୍ତୀ ୫୬ ଗ୍ରାମର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଳି ଲୁଣା ତଟବନ୍ଧ ବିଭାଗ, ଜଳ ସମ୍ପଦ ବିଭାଗ, ଜିଲା ପ୍ରଶାସନର ପ୍ରତିନିଧିମାନେ ସେଠାରେ ପହଞ୍ଚତ୍ ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ କରିଛନ୍ତି। ଜିଓ ଟ୍ୟୁବ୍ ୱାଲରେ ଦୁର୍ଘଟଣା ହେବା ଘଟଣା ନୂଆ ହୋଇ ନ ଥିବା ବେଳେ ଏହା ପୂର୍ବରୁ ୨୦୧୭ରେ ପ୍ରକଳ୍ପ ନିର୍ମାଣ ସମୟରେ ଏହାର ୨୬ ନଂ. ଟ୍ୟୁବ ଫାଟି ଯାଇଥିଲା। ପୁନର୍ବାର ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପରେ ଗାବିଅନ ବକ୍ସର ଜାଲ ସମୁଦ୍ର ଜୁଆର ମାଡ଼ରେ ଛିଡ଼ିିବା ନେଇ ଅଭିଯୋଗ ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣରେ ବହୁ କୋଟି ଟଙ୍କାର ଅନିୟମିତତା ହୋଇଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା। ୱାଲ ନିର୍ମାଣ ପରେ ତଟବର୍ତ୍ତୀ ଅଞ୍ଚଳରେ ବାଲି ପଡ଼ି ନ ଥିବା ଜଣାପଡିଥିଲା। ମାତ୍ର ୨ ବର୍ଷ ପୂର୍ବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ୩୩ କୋଟି ଟଙ୍କାର ଏହି ପ୍ରକଳ୍ପର ଫେଲ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ବିଫଳ ପ୍ରକଳ୍ପର କଳାକାରନାମାକୁ ଘୋଡାଇବା ପାଇଁ ଏବେ ଉଦ୍ୟମ ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ଜିଓ ଟ୍ୟୁବ୍ରେ ନିଆଁ ଲାଗିବା ଦ୍ୱାରା ସମୁଦ୍ର ନିକଟସ୍ଥ ୫୬ଟି ଗ୍ରାମରେ ବସବାସ କରୁଥିବା ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସୁରକ୍ଷା ଚିନ୍ତା ବଢ଼ିଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ମୋଟ ୪୮୦ କି.ମି. ତଟାଞ୍ଚଳ ମଧ୍ୟରୁ ପ୍ରାୟ ୪୦ କିଲୋମିଟର ସ୍ଥାନରେ ସମୁଦ୍ର ଜଳପତ୍ତନ ଉଚ୍ଚା ହୋଇ ସ୍ଥଳଭାଗକୁ ମାଡି ଆସୁଛି। ଏହି କାରଣରୁ କେନ୍ଦ୍ରାପଡା ଜିଲାର ସାତଭାୟା ପଞ୍ଚାୟତର ୫ଟି ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ପେଣ୍ଠଠାରେ ସମୁଦ୍ର ପ୍ରତିବର୍ଷ ୧୨ ମିଟର ସ୍ଥଳଭାଗକୁ ମାଡି ଆସୁଥିଲା। ଏଠାରେ ସମୁଦ୍ରର ଜଳ ପତ୍ତନ ପ୍ରାୟ ୩ ମିଟର ଉଚ୍ଚା ହୋଇଥିବାରୁ ୱାଲର୍ଡ ବ୍ୟାଙ୍କର ଅନୁଦାନରେ ୭ ମିଟର ଉଚ୍ଚ ବିଶିଷ୍ଟ ଜିଓ ଟ୍ୟୁବ ୱାଲ ନିର୍ମାଣ କରାଯାଇଥିଲା। ପ୍ରାଥମିକସ୍ତରରେ ୭୦୦ ମିଟର ଲମ୍ବର ଜିଓ ଟ୍ୟୁବ୍ ନିର୍ମାଣ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୫୦୫ ମିଟର ଲମ୍ବରେ ସୀମିତ ରଖାଯାଇଥିଲା। ୨୦୦୯ ଜାନୁୟାରୀ ୩୦ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଜିଓ ଟ୍ୟୁବରେ ବାଲି ପୂରାଇ ବିଛାଯିବା ସହ ସୁରକ୍ଷା ପାଇଁ ୧୬ ମିଲିମିଟରର ସିନ୍ଥେଟିକ ଜାଲ ମଧ୍ୟରେ ପଥର ରଖାଯାଇଛି। ଏ ସମ୍ପର୍କରେ ପେଣ୍ଠ ଗ୍ରାମର କୃତିବାସ ସ୍ବାଇଁ କୁହନ୍ତି, ଟ୍ୟୁବ୍ରେ ନିଆଁ ଲାଗିବା ପରେ ପେଣ୍ଠ, ଏଣ୍ଡୁଳାସାହି, ପ୍ରସନ୍ନପୁର, ସୁନ୍ଦୁରୀପାଳ, ଖଣ୍ଡମରା ଗ୍ରାମର ଭଳି ବହୁ ଗ୍ରାମର ଲୋକେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ପୂର୍ବରୁ ତଟକ୍ଷୟ ଯୋଗୁ ସ୍ଥାନୀୟ ଲୋକେ ବ୍ୟସ୍ତବିବତ୍ର ରହୁଥିବା ବେଳେ ପ୍ରକଳ୍ପ ନିର୍ମାଣ ପରେ ଗ୍ରାମବାସୀ କିଛି ଆଶ୍ୱସ୍ତି ଲାଭ କରିଥିଲେ। ଏବେ ଧନ ଜୀବନ ପୁଣି ସଙ୍କଟରେ ରହିଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେହିପରି ପ୍ରସନ୍ନପୁରର ଦଇତାରୀ ସାମଲ କହିଛନ୍ତି, ପ୍ରକଳ୍ପ ନିର୍ମାଣ ଆରମ୍ଭରୁ ବିଭିନ୍ନ କ୍ଷେତ୍ରରେ ଅନିୟମିତତା ହୋଇଛି। ଉପଯୁକ୍ତ ସାମଗ୍ରୀ ବ୍ୟବହାର ହୋଇ ନ ଥିବା ବେଳେ ବୈଷୟିକ କୌଶଳ ପାଇଁ କୌଣସି ଇଞ୍ଜିନିୟର ସବୁ ସମୟରେ ରହୁ ନ ଥିଲେ। ଦୁର୍ବଳ ପ୍ରକଳ୍ପ ପାଇଁ ପଥର ଭାସି ଯାଉଛି। ଏଠାରେ ବନ୍ଧ ପରେ ବାଲି ୫୦୦ ମିଟର ଯାଏଁ ଆପଣା ଛାଏଁ ପଡିବ ବୋଲି ଦର୍ଶାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ହୋଇନାହିଁ ବୋଲି ସାମଲ ଅଭିଯୋଗ କରିଛନ୍ତି। ଏହି ପ୍ରକଳ୍ପ ବିଫଳ ହୋଇଥିବାରୁ ଏହାର କଳାକାରନାମା ଲୁଚାଇବା ପାଇଁ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ନିଆଁ ଲଗାଯାଇଛି ବୋଲି ବୁଦ୍ଧିଜୀବୀ ବିଧୁଭୂଷଣ ମହାପାତ୍ର, ବାନାମ୍ବର ସାହୁ, ରାଧାକାନ୍ତ ମହାନ୍ତି, ଆଳୟ ସାମନ୍ତରାୟ ପ୍ରମୁଖ କହିଛନ୍ତିି। ନିଆଁ ଲାଗିବାର କାରଣ ଏବେ ଅନୁସନ୍ଧାନ ଚାଲିଛି ବୋଲି ଆଳି ଲୁଣା ତଟବନ୍ଧ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି।
https://www.dharitri.com/ବିଦ୍ୟୁତ୍‌-ବିଭ୍ରାଟ-ପ୍ରତି-2/
ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକୋ କପ୍ତିପଦା,୫ା୬(ଡି଼.ଏନ୍.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ମଙ୍ଗଳବାର ରାତି ୮ଟାରେ କପ୍ତିପଦା-ବାଲେଶ୍ୱର ଗୋଲୋଇ ଛକ ଠାରେ କଷିଗଡିଆ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନେସ୍କୋ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ବିଭିନ୍ନ ସମୟରେ ବିଦ୍ୟୁତ୍ କାଟ୍ ସାଙ୍ଗକୁ ଲୋ-ଭୋଲଟେଜ ସମସ୍ୟା ଲାଗି ରହୁଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ସାଙ୍ଗକୁ ଟ୍ରାନ୍ଫର୍ମର ପୋଡ଼ିଯିବା ଭଳି ସମସ୍ୟା ବାରମ୍ବାର ଘଟୁଛି। ସାମାନ୍ୟ ପବନରେ କପ୍ତିପଦା ଫିଡ଼ରରୁ ଆସିଥିବା ବିଦ୍ୟୁତ୍ ସରବରାହ ବ୍ୟାହତ ହେଉଛି ା ଏଥିନେଇ ପାଖପାଖ ଅଞ୍ଚଳର ପ୍ରାୟ ୬୦ଟି ଗ୍ରାମର ଉପଭୋକ୍ତା ଠିକ୍ ଭାବରେ ବିଦ୍ୟୁତ୍ ସେବା ପାଇ ପାରୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କାୈଣସି ସୁଫଳ ମିଳୁ ନାହିଁ। ଗତ ୩ ଦିନ ଧରି କଷିଗଡିଆ, ଭାଲୁହୁରୁଡା, ଠାକୁରାସାହି, ମାଝିସାହି, ଜାନୁସାହି, ଗେଣ୍ଡା ଗଡିଆ କଲୋନୀ ସାହି, କବି ସାହି, ସୋଲଗଡିଆ, ଶାଳଚୁଆ କଲୋନୀ, ଶାଳଚୁଆ ଡାକ୍ତରଖାନା, କୁକୁଡାଗଡି, ମହୁଲପଙ୍ଖା, ବିଦ୍ୟାଧର ନଗର, ମଝିଗଡିଆ ଓ ପଦ୍ମପୋଖରୀ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଲାଗି ରହୁଛିି । ପ୍ରଚଣ୍ଡ ରାୈଦ୍ରତାପ ଓ ଗୁଳୁଗୁଳିରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ କପ୍ତିପଦା -ବାଲେଶ୍ୱର ଗୋଲୋଇ ଛକଠାରେ କଷି ଗଡିଆ ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣ ରାସ୍ତା ଅବରୋଧ କରିଥିଲେ। ଖବରପାଇ କପ୍ତିପଦା ଥାନାଧିକାରୀ ରୀନା ବେହେରା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା ା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ ଓ ଥାନା ଅଧିକାରୀ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତୁରନ୍ତ ସ୍ଥାୟୀ ପ୍ରତିକାର କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। କପ୍ତିପଦା ବିଦ୍ୟୁତ୍ ସେକ୍ସନରେ କର୍ମଚାରୀ ଅଭାବ ସାଙ୍ଗକୁ ପୁରୁଣା ଖୁଣ୍ଟ, ତାର ଓ ଯନ୍ତ୍ରାଂଶ ଅପସାରଣ କରାଯାଉ ନ ଥିବା ଯୋଗୁଁ ୩୩ କେ.ଭି. ଲାଇନ୍ରେ ବାରମ୍ବାର ବହୁ ତ୍ରୁଟି ଦେଖାଦେବା ସହିତ ଲାଇନ୍ କାଟୁଛି। ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ବିଭାଗ ତରଫରୁ ଯାହା ସେବା ଯୋଗାଇବା କଥା ସମୟ ଅନୁସାରେ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି।
https://www.dharitri.com/more-than-2-quintals-of-cannabis-seized-11-arrested/
୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୧୧ ଗିରଫ ସମ୍ବଲପୁର,୨୨।୨(ବ୍ୟୁରୋ): ସମ୍ବଲପୁରରୁ ବୁଧବାର ୨ କୁଇଣ୍ଟାଲ ୧୭ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ରେଡ୍ରେ ଅବକାରୀ ବିଭାଗର ୩ଟି ଟିମ୍ ସାମିଲ ଥିଲେ। ତେବେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
https://www.dharitri.com/ଅନୁଷ୍କାଙ୍କ-ସହ-କ୍ରିକେଟ-ଖେ/
ଅନୁଷ୍କାଙ୍କ ସହ କ୍ରିକେଟ ଖେଳିଲେ କୋହଲି ନୂଆଦିଲ୍ଲୀ, ୧୭।୫: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ କ୍ରିକେଟ ଖେଳିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ଏହି ଭିଡିଓରେ ଦେଖାଯାଉଛି ଯେ କୋହଲି ନିଜ ମୁମ୍ବାଇ ବାସଭବନରେ କିଛି ସମୟ ଆଉଟଡୋର ଟ୍ରେନିଂ କରିବାପରେ ଅନୁଷ୍କାଙ୍କ ସହ ହାଲ୍କା ବ୍ୟାଟିଂ ଅଭ୍ୟାସ କରୁଛନ୍ତି। କୋହଲି ପ୍ରଥମେ ଅନୁଷ୍କାଙ୍କୁ କିଛି ସମୟ ଅଣ୍ଡରଆର୍ମ ବୋଲିଂ କରୁୁଛନ୍ତି। ଏହାପରେ ଗ୍ଲୋବ୍ସ ପିନ୍ଧି ବ୍ୟାଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନୁଷ୍କା ପ୍ରଥମେ ଏକ ବାଉନ୍ସର ପକାଇଥିବାବେଳେ କୋହଲି ତାହାକୁ ଡିିଫେଣ୍ଡ କରୁଛନ୍ତି । ପରେ ବଲିଉଡ ଅଭିନେତ୍ରୀ ଫୁଲ୍ ୱାଇଡ୍ ବଲ୍ ପକାଇଛନ୍ତି, ଯାହାକି କୋହଲିଙ୍କଠାରୁ ବହୁ ଦୂରରେ ରହୁଛି। ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ଠାରେ ଖେଳାଳିଙ୍କ ପାଇଁ ଏକ ଆଇସୋଲେଶନ କ୍ୟାମ୍ପ ଆୟୋଜନ ପାଇଁ ଯୋଜନା କରୁଛି। ତେବେ ଲକ୍ଡାଉନ୍ ଯୋଗୁ ମୁମ୍ବାଇରେ ରହିଥିବା ରୋହିତ ଶର୍ମା ଓ କୋହଲିଙ୍କ ପରି ଖେଳାଳି ଏଥିରେ ଯୋଗ ଦେଇପାରିବେ ନାହିଁ। ଭାରତୀୟ ଦଳ ଶେଷଥରପାଇଁ ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲା ।
https://www.dharitri.com/the-railway-overbridge-under-construction-collapsed/
ଭୁଶୁଡ଼ିଲା ନିର୍ମାଣାଧୀନ ରେଲୱେ ଓଭରବ୍ରିଜ ବାଉଁଶୁଣୀ/ବୌଦ୍ଧ,୬।୩(ଡି.ଏନ.ଏ./ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ବ୍ୟାପୀ ଏହି ରେଳପଥ ଯିବାକୁ ଥିବା ବେଳେ କାମ ଆଗେଇ ଚାଲିଛି। ତେବେ ନିମ୍ନମାନର କାମ ଯୋଗୁ ବୌଦ୍ଧ ସଦର ବ୍ଲକ ଅଧୀନ ପୁରୁମୁଣ୍ଡା ଗ୍ରାମ ନିକଟରେ ନିର୍ମାଣାଧୀନ ରେଲଓ୍ବେ ଓଭର ବ୍ରିଜ ଭୁଶୁଡ଼ି ପଡିଛି। ଏଥିରେ ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି। ପ୍ରକାଶ ଯେ, ସଦର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତର ପୁରୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପାଖ ଦେଇ ଉକ୍ତ ରେଳଲାଇନ ଯାଉଛି। ତେଣୁ ଉକ୍ତ ପଞ୍ଚାୟତବାସୀଙ୍କ ଯିବା ଆସିବା ପାଇଁ ପୁରୁମୁଣ୍ଡା ଗଁା ନିକଟରେ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ୩ ମାସ ହେଲା ଚାଲିଛି। ଶୁକ୍ରବାର ଏହି ବ୍ରିଜର ଢଳେଇ ଛାତ ପଡ଼ିଥିଲା। ହେଲେ ୨୪ ଘଣ୍ଟା ନ ପୂରୁଣୁ ତାହା ଭୁଶୁଡି ପଡିବା ଦେଖିବାକୁ ମିଳିଥିଲା। ଜିଲା ପ୍ରଶାସନର ଅବହେଳା ଯୋଗୁ ବ୍ରିଜ କାମ ନିମ୍ନମାନର ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଜେଇ ଓ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହାର ପୁନଃନିର୍ମାଣ ଲାଗି ଗ୍ରାମବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ, ବୌଦ୍ଧ ଜିଲାରେ ବର୍ତ୍ତମାନ ପୁରୁଣାକଟକଠାରୁ ମନମୁଣ୍ଡା ପର୍ଯ୍ୟନ୍ତ କାମ ଆରମ୍ଭ ହୋଇଥିବା ବେଳେ ବେସରକାରୀ ଠିକା ସଂସ୍ଥା ଏଆରଏସଏସ କାର୍ଯ୍ୟ କରୁଛି। ଖୋର୍ଦ୍ଧାରୋଡଠାରୁ ନୟାଗଡର ମହିପୁର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ହୋଇ ରେଳ ଗଡି ସାରିଥିବା ବେଳେ ବଲାଙ୍ଗୀର ପଟୁ ୧୯ କି.ମି. ଭଁଇସାପାଲି ପର୍ଯ୍ୟନ୍ତ ରେଳ ଗଡିସାରିଛି। ତେବେ ବେସରକାରୀ ଠିକା ସଂସ୍ଥାର ନିମ୍ନମାନର କାମ ଯୋଗୁ ନିର୍ମାଣାଧୀନ ରେଲୱେ ଓଭର ବ୍ରିଜ ଭୁଶୁଡ଼ିବା ସମସ୍ତଙ୍କୁ ଚକିତ କରିଛି।
https://www.dharitri.com/ତହସିଲ-କାର୍ଯ୍ୟାଳୟରେ-ପୂର୍ବ/
ତହସିଲ କାର୍ଯ୍ୟାଳୟରେ ପୂର୍ବତନ ଏମ୍‌ପିଙ୍କ ଧାରଣା: କାଠ ବୋଝେଇ ଟ୍ରାକ୍ଟର ଜବତକୁ ବିରୋଧ କୁଜଙ୍ଗ,୫ା୨(ଡି.ଏନ.ଏ.): ଏକ କାଠ ବୋଝେଇ ଟ୍ରାକ୍ଟରକୁ କୁଜଙ୍ଗ ପୋଲିସ ଜାନୁୟାରୀ ୨୬ରେ ଜବତ କରିଥିଲା। ତେବେ ଏହାକୁ ବେଆଇନ ଦର୍ଶାଇ ପୂର୍ବତନ ଏମ୍ପି ତଥା ଭାଜପା ନେତା ବିଭୂପ୍ରସାଦ ତରାଇ ଓ ତାଙ୍କ ସମର୍ଥକ ମଙ୍ଗଳବାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଯାହାକୁ ନେଇ ପୋଲିସ ଓ ପ୍ରଶାସନ ଅଡୁଆରେ ପଡିଥିଲୋ। ବୁଧବାର ଘଟଣାର ସମାଧାନ କରାଯିବା ନେଇ ପ୍ରଶାସନ ଓ ପୋଲିସ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୂଚନା ଅନୁସାରେ, କୁଜଙ୍ଗ ଥାନା ମହ୍ଲାସାହି ଗ୍ରାମର ସନାତନ ପାଣି ତାଙ୍କ ସ୍ଥିତିବାନ ସମ୍ପତ୍ତିରେ ଥିବା ଏକ ଚାକୁଣ୍ଡା ଗଛକୁ ଅରିଖିଆ ମୌଜାର ବାଲିମଠରେ ହେବାକୁ ଥିବା ଯଜ୍ଞରେ ବ୍ୟବହାର ପାଇ ଦାନ କରିଥିଲେ। ସେହି ଅନୁସାରେ ଯଜ୍ଞ କମିଟି ଗଛ କାଟି ଏକ ଟ୍ରାକ୍ଟରରେ ନେଉଥିଲେ। ଏହି ସମୟରେ ସରକାରୀ ଜାଗାରୁ ଗଛ କଟାଯାଇଥିବା କୁଜଙ୍ଗ ତହସିଲଦାର ଖବର ପାଇ ଟାକ୍ଟରକୁ ଜବତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିଲା। ଏକଥା ଯଜ୍ଞ କମିଟି ସଦସ୍ୟମାନେ ଜାଣିବା ପରେ ଥାନାରେ ପହଞ୍ଚତ୍ ଟ୍ରାକ୍ଟରକୁ ଛାଡିଦେବାକୁ ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ହେଲେ ଥାନା ଅଧିକାରୀ ଏକଥା ଶୁଣି ନ ଥିଲେ। ଖାଲି ସେତିକି ନୁହେଁ ଟ୍ରାକ୍ଟର ଜବତ ହେବାର ଏକ ସପ୍ତାହପରେ ଅର୍ଥାତ ସୋମବାର ତହସିଲଦାର ପ୍ରଭାସ ବେଉରା ପତ୍ର ଚିଠି ଲେଖି ଜବତ ଟ୍ରାକ୍ଟର ଓ କାଠକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଗଛ କଟା ଯାଇଥିବା ପ୍ଲଟ ସରକାରୀ ହୋଇଥିବା ଦର୍ଶାଇଥିବାବେଳେ ଖାତା ନଂ.୪୬୪/୧୪୪ ଓ ପ୍ଲଟ ନଂ-୧୪୪ରେ ଥିବା ସ୍ଥିତିବାନ ସତ୍ୱରେ ଗଛ କଟା ଯାଇଥିବା ପୂର୍ବତନ ଏମ୍ପି ତରାଇ କହିଛନ୍ତି। ସେ କହିଛନ୍ତି, ପୋଲିସ ମୌଖିକ ନିର୍ଦ୍ଦେଶରେ କିପରି ଟ୍ରାକ୍ଟର ଜବତ କଲା ତାହା ଆଶ୍ଚର୍ଯ୍ୟ ଲାଗୁଛି। ଅନ୍ୟପକ୍ଷରେ ସପ୍ତାହକ ପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର ପାଇଁ ଲେଖିବା ତହସିଲଦାରଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି କରୁଛି। ତହସିଲଦାର ଅନୁପସ୍ଥିତ ଥିବାରୁ ଧାରଣାସ୍ଥଳରେ ଅତିରିକ୍ତ ତହସିଲଦାର ଚନ୍ଦ୍ରକାନ୍ତ ପଣ୍ଡା ଓ ଥାନା ଅଧିକାରୀ ଦିଲୀପ ସାହୁ ପହଞ୍ଚତ୍ ବୁଝାଶୁଝା କରିବା ସହ ବୁଧବାର ତହସିଲଦାରଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯିବ ବୋଲି କହିଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଘଟଣା ସମ୍ପର୍କରେ ଥାନା ଅଧିକାରୀ ସାହୁ କହିଛନ୍ତି, ପୂର୍ବତନ ଏମ୍ପି ଯେଉଁ ଅଭିଯୋଗ କରିଛନ୍ତି ବୁଧବାର ତର୍ଜମା ହେଲେ ତାହା ଜଣାପଡ଼ିବ। ଏବେ କିଛି କହି ହେବ ନାହିଁ। ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟା ଶୁଶ୍ରୀ ପ୍ରିୟଦର୍ଶିନୀ, ସରପଞ୍ଚ ପ୍ରଦୀପ୍ତ ପରିଡା, ଏଏନଡି ଯାଦବ, ନବନିର୍ମାଣ କୃଷକ ସଂଗଠନର ନେତା ଦେବପ୍ରସାଦ ପଟ୍ଟନାୟକ, ନୂତନ ତ୍ରିପାଠୀ, ବିଷ୍ଣୁ ସ୍ବାଇଁ, ବାବୁରାମ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ।
https://www.dharitri.com/becomes-rich-by-begging-earnings-75000-a-month/
ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଭାରତର ୫ ଜଣ ଧନୀ ଭିକାରିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ଭିକ ମାଗି ଧନୀ ପାଲଟିଛନ୍ତି। ତାଙ୍କର ଗୋଟିଏ ମାସର ରୋଜଗାର ଚାକିରିଆଙ୍କ ମାସିକ ଦରମାଠାରୁ ମଧ୍ୟ ଅଧିକ। ମୁମ୍ବାଇର ପରେଲ ଅଞ୍ଚଳରେ ଭିକ ମାଗୁଥିବା ଭରତ ଜୈନ୍ ଦେଶର ସବୁଠାରୁ ଧନୀ ଭିକାରି। ସେ ଭିକ ମାଗି ମାସକୁ ୭୫ ହଜାର ଟଙ୍କାରୁ ଅଧିକ ରୋଜଗାର କରନ୍ତି। ତାଙ୍କ ପାଖରେ କୋଟିଏ ୪୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି। ସେହିପରି କୋଲକାତାରେ ୧୯୬୪ଠାରୁ ଭିକ ମାଗୁଥିବା ଲକ୍ଷ୍ମୀ ଦ୍ୱିତୀୟ ଧନୀ ଭିକାରି। ସେ ୧୬ ବର୍ଷ ବୟସରୁ ଭିକ ମାଗିବା ଆରମ୍ଭ କରିଥିଲେ। ସେ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରି ରଖିଛନ୍ତି। ପ୍ରତିଦିନ ସେ ଭିକ ମାଗି ହଜାରେ ଟଙ୍କା ରୋଜଗାର କରିଥାନ୍ତି। ତାଙ୍କର ମାସିକ ଆୟ ୩୦ ହଜାର ଟଙ୍କାରୁ ଅଧିକ। ସେହିପରି ମୁମ୍ବାଇର ଗୀତା ଦେଶର ତୃତୀୟ ଧନୀ ଭିକାରି। ସେ ଚରନି ରୋଡ୍ ପାଖରେ ଭିକ ମାଗିଥାନ୍ତି। ଭିକ ମାଗି ସେ ଫ୍ଲାଟ୍ କିଣି ସାରିଛନ୍ତି। ସେ ନିଜ ଭାଇଙ୍କ ସହିତ ରହୁଛନ୍ତି। ପ୍ରତିଦିନ ହାରାହାରି ସେ ୧୫ ଶହ ଟଙ୍କା ରୋଜଗାର କରିଥାନ୍ତି। ତାଙ୍କର ମାସିକ ଆୟ ପ୍ରାୟ ୪୫ ହଜାର ଟଙ୍କା ହେବ। ଧନୀ ଭିକାରି ତାଲିକାର ଚତୁର୍ଥ ସ୍ଥାନରେ ମୁମ୍ବାଇର ଚନ୍ଦ୍ର ଆଜାଦ୍ଙ୍କ ନାମ ରହିଛି। ୨୦୧୯ରେ ଏକ ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିବା ପରେ ପୋଲିସ ତାଙ୍କର ସମ୍ପତ୍ତି ସମ୍ପର୍କରେ ଜାଣିପାରିଥିଲା। ତାଙ୍କ ବ୍ୟାଙ୍କ ୮ ଲକ୍ଷ ୭୭ ହଜାର ଟଙ୍କା ଜମା ଥିବାବେଳେ ପାଖରେ ନଗଦ ଦେଢ଼ଲକ୍ଷ ଟଙ୍କା ଥିଲା। ଏହା ସହିତ ଙ୍ଗୋଓ୍ବଡ଼ିଠାରେ ନିଜର ଏକ ଘର ମଧ୍ୟ ଥିଲା। ଭିକ ମାଗି ଧନୀ ହୋଇଥିବା ତାଲିକାର ପଞ୍ଚମସ୍ଥାନରେ ବିହାର ପାଟନାର ପପ୍ପୁଙ୍କ ନାମ ରହିଛି। ସେ ପାଟନା ରେଳ ଷ୍ଟେଶନରେ ଭିକ ମାଗିଥାନ୍ତି। ଏକ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବା ପରେ ପପ୍ପୁ ଭିକ ମାଗି ଚଳୁଛନ୍ତି। ତାଙ୍କ ପାଖରେ କୋଟିଏ ୨୫ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି।
https://www.dharitri.com/baxipatra-join-bjd/
ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର ଭୁବନେଶ୍ୱର,୩।୪: ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସିପାତ୍ର । ଆଜି ସକାଳୁ ସକାଳୁ ଭାଜପା ଛାଡିଥିବାବେଳେ ଏବେ ବିଜେଡି ସାମିଲ୍ ହୋଇଛନ୍ତି। ଶହ ଶହ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ । ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଦୁଇ ରାଜ୍ୟସଭା ଏମପି ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଗତଥର ବ୍ରହ୍ମପୁରରୁ ଭାଜପାର ଏମପି ପ୍ରାର୍ଥୀ ଭାବେ ଲଢିଥିଲେ ଭୃଗୁ । କିନ୍ତୁ ଚଳିତଥର ଭାଜପା ତାଙ୍କୁ ଟିକେଟ ଦେଇ ନ ଥିଲା । ଏପରିକି ବ୍ରହ୍ମପୁର ବିଧାନସଭା ଆସନରୁ ମଧ୍ୟ ଭୃଗୁଙ୍କ ନାଁ ଘୋଷଣା ହୋଇ ନ ଥିଲା । ଯାହାକୁ ନେଇ ଭୃଗୁ ଅସନୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଆଜି ସକାଳେ ଭାଜପାରୁ ଇସ୍ତଫା ଦେଇଥିଲେ । ସକାଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ପଠାଇ ଥିଲେ। ଏହାପରେ ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା ଯାହାର ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଅନୁମାନ କରାଯାଉଛି କି, ତାଙ୍କୁ ବ୍ରହ୍ମପୁରରୁ ଏମପି ପଦ ଦିଆଯାଇପାରେ। ସୂଚନାଥାଉ କି,୨୦୧୯ ବ୍ରହ୍ମପୁର ଲୋକ ସଭା ଆସନ ଜିତିଥିଲେ ବିଜେଡିର ଚନ୍ଦ୍ରଶେଖର ସାହୁ। ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ଭୃଗୁ ବକ୍ସିପାତ୍ରଙ୍କଠାରୁ ୯୪,୮୪୪ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଏହି ବିଜୟ ସହ ଚନ୍ଦ୍ରଶେଖର ଦ୍ୱିତୀୟ ଥର ପାଇଁ ବ୍ରହ୍ମପୁରର ଏମପି ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦୦୪ରେ ପ୍ରଥମ ଥର ପାଇଁ କଂଗ୍ରେସରୁ ଲଢ଼ି ଏମପି ହୋଇଥିଲେ। କେନ୍ଦ୍ରର ଉପା ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ହେଲେ ୨୦୦୯ ଏବଂ ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢ଼ି ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ।
https://www.dharitri.com/lara-dutta-birthday-love-story-with-mahesh-bhupati/
ବିବାହିତ ମହେଶ ଭୂପତିଙ୍କୁ ଭଲପାଇ ବସିଥିଲେ ଏହି ବିଶ୍ୱ ସୁନ୍ଦରୀ, ପରେ ଘଟିଥିଲା… ବମ୍ବେ: ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତାଙ୍କ ଆଜି ହାପି ବର୍ଥ ଡେ’। ୧୯୭୮ ମସିହା ଏପ୍ରିଲ ୧୬ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମ ଗ୍ରହଣ କରିଥିଲେ ଏହି ସୁନ୍ଦରୀ। ଲାରାଙ୍କ ବାପା ଏଲ୍କେ ଦତ୍ତା ଜଣେ ପଞ୍ଜାବୀ ହୋଇଥିବା ବେଳେ ମା’ ଜେନିଫର ଦତ୍ତା ଆଗ୍ଲୋ ଇଣ୍ଡିଆନ। ୧୯୮୧ରେ ତାଙ୍କ ପରିବାର ଗାଜିଆବାଦରୁ ବାଙ୍ଗାଲୋର ଚାଲିଆସିଥିଲେ। ଏହାପରେ ଲାରା ଏଠାରେ ପାଠପଢ଼ା ଶେଷ କରିଥିଲେ। ସେ ଅର୍ଥଶାସ୍ତ୍ରରେ ଗ୍ରାଜୁଏଟ୍। ୨୦୦୩ରେ ଫିଲ୍ମ ‘ଅନ୍ଦାଜ’ରୁ ବଲିଉଡ୍ ଡେବ୍ୟୁ କରିଥିଲେ ଲାରା। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପରେ ସେ ‘ମସ୍ତି, ଖାକି, ନୋ ଏଣ୍ଟ୍ରି, ଭାଗମ୍ ଭାଗ, ପାର୍ଟନର, ହାଉସ୍ଫୁଲ,ଡନ୍ ’ଭଳି ଫିଲ୍ମରେ ସେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେଲବଟମ୍’ରେ ନଜର ଆସିବେ। ଲାରା ଅଭିନୟଜଗତକୁ ଆସିବା ପୂର୍ବରୁ ୨୦୦୦ରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ବିଶ୍ୱସୁନ୍ଦରୀ ମଧ୍ୟ ହୋଇଥିଲେ। ପୂର୍ବରୁ ତାଙ୍କୁ ମିସ୍ ଇଣ୍ଟରକଣ୍ଟିନେଣ୍ଟାଲ ଭାବେ ଚୟନ କରାଯାଇଥିଲା। ବ୍ୟକ୍ତିଗତ ଜୀବନ ଦେଖିଲେ ୨୦୧୧ ଫେବୃୟାରୀ ୧୬ରେ ଟେନିସ ଖେଳାଳି ମହେଶ ଭୂପତିଙ୍କ ହାତ ଧରିଛନ୍ତି ସେ। ଉଭୟ ଏକ ବିଜିନେସ୍ ମିଟିଂ ସମୟରେ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ଲାରାଙ୍କୁ ମହେଶଙ୍କ ସରଳତା ପସନ୍ଦ ଆସିଥିଲା। ଶୀଘ୍ର ସେମାନେ ବନ୍ଧୁ ଏବଂ ଶେଷରେ ପ୍ରେମରେ ପଡ଼ିଯାଇଥିଲେ। ମହେଶ ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେମାନେ ପରସ୍ପରକୁ ଡେଟ୍ କରୁଥିଲେ। ମଡେଲ ଶ୍ୱେତା ଜୟଶଙ୍କରଙ୍କୁ ବିବାହ କରିଥିଲେ ମହେଶ। ଲାରାଙ୍କ ଯୋଗୁ ଉଭୟଙ୍କ ସମ୍ପର୍କ ତୁଟିଥିଲା। ସେମାନେ ଅଲଗା ହୋଇଯାଇଥିଲେ। ୨୦୧୧ ଭ୍ୟାଲେଣ୍ଟାଇନ୍ ଡେ’ର ଦୁଇ ଦିନ ପରେ ଅର୍ଥାତ ୧୬ ଫେବୃୟାରୀରେ ଲାରା-ମହେଶ ମୁମ୍ବାଇର ବାନ୍ଦ୍ରାରେ ବିବାହ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ଉଭୟଙ୍କ ଝିଅ(ସାଏରା) ଜନ୍ମ ହୋଇଥିଲା।
https://www.dharitri.com/a-wonderful-baby-boy-is-born/
ଅଦ୍ଭୁତ ଶିଶୁ ପୁତ୍ର ଜନ୍ମ ଭବାନୀପାଟଣା,୨୮।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ତାସୀଗୁଡା ଗ୍ରାମରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁ। ସାଧାରଣ ଭାବରେ ଜନ୍ମ ହୋଇଥିଲେ ହେଁ ଶିଶୁ ପୁତ୍ରର ଶାରୀରିକ ଗଠନ ଅସାଧାରଣ ରହିଛି । ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ତାସୀଗୁଡା ଗ୍ରାମର ଗୋପ ମାଝୀଙ୍କ ସ୍ତ୍ରୀ ଗୁରବାରି ଶନିବାର ବିଳମ୍ବିତ ରାତିରେ ନିଜ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଘରେ ପ୍ରସବ ହୋଇଥିଲେ ମଧ୍ୟ ମାଆର ସ୍ବାସ୍ଥ୍ୟାବସ୍ଥା ଠିକ ରହିଛି । କିନ୍ତୁ ଜନ୍ମଗ୍ରହଣ କରିଥିବା ଶିଶୁପୁତ୍ରର ମୁଣ୍ଡ ସାଧାରଣ ଶିଶୁଠାରୁ ଅଧିକ ବଡ଼ ଥିବା ବେଳେ ଆଖି ଡୋଳା ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି। ଶିଶୁର ଓଜନ ୨ କେଜି ୪୦୦ ଗ୍ରାମ ରହିଛି। ତେବେ ଜନ୍ମ ହେବା ପରେ ଶିଶୁର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିବାରୁ ପରିବାର ଲୋକେ ସ୍ଥାନୀୟ ଆଶାକର୍ମୀଙ୍କ ସାହାଯ୍ୟରେ ପ୍ରଥମେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁକୁ ଏସଏନସିୟୁରେ ରଖାଯାଇ ଚିକିତ୍ସା ଆରମ୍ଭ ହୋଇଛି।
https://www.dharitri.com/a-man-was-arrested-on-elizabeth-iis-final-journey/
ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରାରେ ଗିରଫ ହେଲେ ଜଣେ ବ୍ୟକ୍ତି ଲଣ୍ଡନ,୧୭ା୯: ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଲଣ୍ଡନର ଓ୍ବେଷ୍ଟମିନଷ୍ଟର ହଲରେ ସ୍ବର୍ଗତ ରାଣୀଙ୍କ କଫିନ ରଖାଯାଇଥିଲା। ଯେଉଁଠାରେ ହଜାର ହଜାର ଲୋକ ରାଣୀଙ୍କୁ ସମ୍ମାନ ଜଣାଇବାକୁ ଆସିଥିଲେ। ଏହି ସମୟରେ କଫିନ ଆଡ଼କୁ ଦୌଡ଼ୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏହି ପ୍ରସଙ୍ଗରେ ମହାନଗର ନିଗମ କହିଛି, ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଶୁକ୍ରବାର ରାତିରେ ବ୍ରିଟେନର ପବ୍ଲିକ ଅର୍ଡର ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ସାକ୍ଷୀମାନେ କହିଛନ୍ତି, ହଠାତ୍ ବ୍ୟକ୍ତି ଜଣକ ଏକ ଉଚ୍ଚ ପ୍ଲାଟଫର୍ମରେ ରଖାଯାଇଥିବା ରାଣୀଙ୍କ କଫିନ ଆଡ଼କୁ ଦୌଡ଼ିଥିଲେ। ଏଥିରେ ରାଣୀଙ୍କ କଫିନ, ରାଜକୀୟ ମୁକୁଟ ଏବଂ ଅନ୍ୟାନ୍ୟ ପ୍ରତୀକଗୁଡ଼ିକ ରଖାଯାଇଥିଲା। ପୋଲିସ ସୂତ୍ରରୁ ପ୍ରକାଶ, ୧୬ ସେପ୍ଟେମ୍ବର ଶୁକ୍ରବାର ରାତି ପ୍ରାୟ ୧୦ଟାରେ ସଂସଦ ଏବଂ କୂଟନୈତିକ ସୁରକ୍ଷା କମାଣ୍ଡର ଅଧିକାରୀମାନେ ଓ୍ବେଷ୍ଟମିନଷ୍ଟର ହଲରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ପବ୍ଲିକ ଅର୍ଡର ଆକ୍ଟ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ପୂରା ଘଟଣାକୁ ଦେଖି ଲାଇଭ୍ ଟେଲିକାଷ୍ଟ କିଛି ସମୟ ପାଇଁ ବନ୍ଦ ହୋଇଗଲା। ସଂସଦର ମୁଖପାତ୍ର କହିଛନ୍ତି, କିଛି ସମୟ ବ୍ୟାହତ ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଲୋକଙ୍କ ଧାଡ଼ି ପୁଣି ଆରମ୍ଭ ହୋଇଥିଲା। ଯେତେବେଳେ ଲୋକମାନେ ଶ୍ରଦ୍ଧାଞ୍ଜଳି ଦେଉଥିଲେ, ସେତେବେଳେ ଏହି ଘଟଣା ଘଟିଥିଲା।
https://www.dharitri.com/4-corona-positives-including-a-corona-warrior-from-raikia/
ରାଇକିଆରୁ ଜଣେ କରୋନା ଯୋଦ୍ଧା ସମେତ ୪ ପଜିଟିଭ ଚିହ୍ନଟ ରାଇକିଆ,୧୭।୫(ଡି.ଏନ୍.ଏ.): କନ୍ଧମାଳ ଜିଲାରୁ ଶୁକ୍ରବାର ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣ ରାଇକିଆ ବ୍ଲକର। ତିନି ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ରାଇକିଆ ଥାନାର କରୋନା ଯୋଦ୍ଧା ବୋଲି ଜଣାପଡ଼ିଛି। ଗତ ଏକ ସପ୍ତାହ ହେଲା ରାଇକିଆ ସହର ସମେତ ୧୩ଟି ଗ୍ରାମ କଣ୍ଟେନମେଣ୍ଟ ଜୋନ୍ ଭାବେ ଭାବେ ଚିହ୍ନଟ ହୋଇଛି। ରାଇକିଆ ଥାନାକୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ୍ କରାଯାଇଛି। ଆକ୍ରାନ୍ତଙ୍କ ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।
https://www.dharitri.com/65th-annual-general-meeting-of-nmdc/
ଏନ୍‌ଏମ୍‌ଡିସିର ୬୫ତମ ବାର୍ଷିକ ସାଧାରଣ ବୈଠକ ଭୁବନେଶ୍ୱର,୧୦।୯: ଦେଶର ପ୍ରମୁଖ ସରକାରୀ ଉଦ୍ୟୋଗ ନ୍ୟାଶ୍ନାଲ ମିନେରାଲ ଡେଭେଲପ୍ମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି)ର ୬୫ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏନ୍ଏମ୍ଡିସିର ସମସ୍ତ ଅଂଶଧନକାରୀ (ଶେୟାର ହୋଲ୍ଡର୍ସ)ଙ୍କ ସମେତ ଏନ୍ଏମ୍ଡିସିର ବରିଷ୍ଠ ପଦାଧିକାରୀ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏଜିଏମ୍ର ଆଭିମୁଖ୍ୟ ଓ ଏନ୍ଏମ୍ଡିସିର କାରବାର ଏବଂ ସଫଳତା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ଭିସି ଜରିଆରେ କରାଯାଇଥିଲା। ବିଶେଷକରି ମନ୍ତ୍ରଣାଳୟର ନିୟମାବଳୀ ସହ ସେବିର ଗାଇଡ୍ଲାଇନ ଅନୁଯାୟୀ ଉକ୍ତ ବୈଠକ ପରିଚାଳିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏନ୍ଏମ୍ଡିସିର ସିଏମ୍ଡି (ଅତିରିକ୍ତ ଦାୟିତ୍ୱ) ଅମିତାଭ ମୁଖାର୍ଜୀ ଏବଂ ନିର୍ଦ୍ଦେଶକ ଅର୍ଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଉପସ୍ଥିତ ଅଂଶଧନକାରୀ ଓ ଅନ୍ୟମାନଙ୍କୁ ଏନ୍ଏମ୍ଡିସିର ଆଗାମୀ ଦିନର କାର୍ଯ୍ୟକଳାପ ଓ ଚଳିତବର୍ଷର ଆଭିମୁଖ୍ୟ ସହ ବିଗତ ଦିନର ସଫଳତା ଆଦି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଏନ୍ଏମ୍ଡିସିର ବୋର୍ଡ ମେମ୍ବର ତଥା ନିର୍ଦ୍ଦେଶକ (ଉତ୍ପାଦନ) ଦିଲୀପ କୁମାର ମହାନ୍ତି, ନିର୍ଦ୍ଦେଶକ (କର୍ମସିଆଲ) ଭି. ସୁରେଶ, ନିର୍ଦ୍ଦେଶକ (ଟେକ୍ନିକାଲ) ବିନୟ କୁମାର, (ସିଏସ୍) ଏ.ଏସ. ପର୍ଦ୍ଧା ଶରାଧୀ ଏବଂ ସ୍ବାଧୀନ ନିର୍ଦ୍ଦେଶକ ସଞ୍ଜୟ ଟଣ୍ଡନ, ଡ. ଅନିଲ କାମ୍ବଲେ, ବିଶାଲ ବାବେର, ସଞ୍ଜୟ ସିଂହ ପ୍ରମୁଖ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ଦେଶର ସର୍ବବୃହତ୍ ଲୁହା ପଥର ଉତ୍ପାଦକ ଭାବେ ଏନ୍ଏମ୍ଡିସି ଲିମିଟେଡ୍ ଏକ ଅଗ୍ରଣୀ ସରକାରୀ ଉଦ୍ୟୋଗ ଭାବେ ଅନେକ ସୁନାମ ଅର୍ଜନ କରିଛି।
https://www.dharitri.com/but-the-cricketer-missed-the-record-for-2-runs/
ମାତ୍ର ୧ ରନ୍‌ ପାଇଁ ରେକର୍ଡରୁ ବଞ୍ଚିତ ହେଲେ ଏହି କ୍ରିକେଟର୍‌ ଲଣ୍ଡନ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଓଭାଲରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ଲିଡ୍ସ ଭଳି ଭାରତୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଏଠାରେ ସ୍ବିଙ୍ଗ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଥିଲା। ବିରାଟବାହିନୀ ୬୧.୩ ଓଭରରେ ୧୯୧ ରନ ସଂଗ୍ରହ କରି ଅଲଆଉଟ୍ ହୋଇଥିଲେ॥ କ୍ୟାପଟେନ ବିରାଟ କୋହଲି ଭାରତ ପାଇଁ ୫୦ରନର ଇନିଂସ ଖେଳିଥିଲେ। କିନ୍ତୁ ତାଙ୍କ ଅପେକ୍ଷା ଅଧିକ ରନ ଆଘାତ ପରେ ଦଳକୁ ଫେରିଥିବା ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର କରିଥିଲେ। ଶାର୍ଦ୍ଦୁଳ ମାତ୍ର ୩୬ ବଲରେ ୫୭ ରନ ସଂଗ୍ରହ କରିଥିଲେ। ସେ ୭ ଚୌକା ଓ ୩ ଛକା ମାରିଥିଲେ। ଅର୍ଥାତ୍ କେବଳ ଚୌକା, ଛକାରେ ୪୬ ରନ ସ୍କୋର କରାଯାଇଥିଲା। ରବିନ୍ସସନଙ୍କ ବଲରୁ ଛକା ମାରି ଶାର୍ଦୁଳ ନିଜର ୩୧ ବଲ୍ରେ ୫୦ ରନ ପୂରଣ କରିଥିଲେ। ଇଂଲଣ୍ଡରେ ଏହା ହେଉଛି ଦ୍ରୁତତମ ଟେଷ୍ଟ ପଚାଶ। ଶାର୍ଦ୍ଦୁଳଙ୍କ ପୂର୍ବରୁ ଏହି ରେକର୍ଡ ଇୟାନ ବୋଥାମଙ୍କ ନାମରେ ଥିଲ। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। କୌତୁହଳର ବିଷୟ ହେଉଛି ଉଭୟ ଅର୍ଦ୍ଧଶତକ ଓଭାଲରେ ଆସିଛନ୍ତି । ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଏହା ହେଉଛି ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ଟେଷ୍ଟରେ ଭାରତୀୟ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ କପିଲ ଦେବଙ୍କ ନାମରେ ରହିଛି। ୧୯୮୨ ମସିହାରେ ପାକିସ୍ତାନ ବିପକ୍ଷରେ ୩୦ଟି ବଲରେ କପିଳ ଅର୍ଦ୍ଧଶତକ କରିଥିଲେ। ଏହାପୂର୍ବରୁ ୧୯୭୮ ମସିହାରେ କପିଳ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ୩୩ ଟି ବଲରେ ଅର୍ଦ୍ଧଶତକ ସ୍କୋର କରିଥିଲେ। ତାଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ବାଗ ୨୦୦୮ ରେ ଇଂଲଣ୍ଡ ବିପକ୍ଷରେ ୩୨ ବଲରେ ୫୦ ରନ ପୂରଣ କରିଥିଲେ। ୧୫୮.୩୩ଷ୍ଟ୍ରାଇକ ହାରରେ ଶାର୍ଦ୍ଦୁଳ ୫୭ ରନ ସଂଗ୍ରହ କରିଥିଲେ। ଗୋଟିଏ ଟେଷ୍ଟ ଇନିଂସରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଏହା ହେଉଛି ଦ୍ୱିତୀୟ ଶ୍ରେଷ୍ଠ ଷ୍ଟ୍ରାଇକ ହାର। କପିଳ ଦେବ ପ୍ରଥମ ସ୍ଥାନରେ ଅଛନ୍ତି। ସେ ୧୯୮୨ ମସିହାରେ ଇଂଲଣ୍ଡ ବିପକ୍ଷରେ ୧୬୧.୮୧ ହାରରେ ଅର୍ଦ୍ଧଶତକ ହାସଲ କରିଥିଲେ। ହରଭଜନ ସିଂ ତୃତୀୟ ସ୍ଥାନରେ ଅଛନ୍ତି। ସେ ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ୧୪୫.୯୪ ହାରରେ ନିଜର ପଚାଶଟି ପୂରଣ କରିଥିଲେ। ଏହି ତାଲିକାରେ ମହମ୍ମଦ ଆଜହରୁଦ୍ଦିନ (୧୪୧.୫୫), କପିଳ ଦେବ (୧୩୭.୭୩) ଚତୁର୍ଥ ସ୍ଥାନରେ ଅଛନ୍ତି।
https://www.dharitri.com/modi-recorded-100-million-followers-on-x/
X ରେ ରେକର୍ଡ କଲେ ମୋଦି, ୧୦୦ ମିଳିୟନ ଫଲୋୟର୍ସ ନୂଆଦିଲ୍ଲୀ,୧୪।୭: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟୁଇଟର) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁଲାଇ ୧୪)ରେ ୧୦୦ ମିଳିୟନ ଅର୍ଥାତ୍ ୧୦ କୋଟି ଫଲୋୟର୍ସ ଅତିକ୍ରମ କରିଛନ୍ତି। ଏହା ସହିତ ସେ ଅଧିକ ଫଲୋ କରାଯାଉଥିବା ଗ୍ଲୋବାଲ ଲିଡର ହୋଇଯାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (୩୮.୧ ମିଲିୟନ ଫଲୋୟର୍ସ ), ଦୁବାଇ ଶାସକ ଶେଖ ମହମ୍ମଦ (୧୧.୨ ମିଲିୟନ ଫଲୋୟର୍ସ ) ଏବଂ ପୋପ ଫ୍ରାନ୍ସିସ (୧୮.୫ ମିଲିୟନ ଫଲୋୟର୍ସ) ଙ୍କ ପରି ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ବିଶ୍ୱ ନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି। X ରେ ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱର ନେତାମାନେ ସୋସିଆଲ ମିଡିଆରେ ତାଙ୍କ ସହ ଜଡିତ ହେବାକୁ ଆଗ୍ରହୀ ଅଟନ୍ତି। କାରଣ ତାଙ୍କ ସହ ଜଡିତ ହେବା ସେମାନଙ୍କର ଫଲୋୟର୍ସ , ଦୃଷ୍ଟିକୋଣ ଏବଂ ପୋଷ୍ଟକୁ ଯଥେଷ୍ଟ ବୃଦ୍ଧି କରିଥାଏ। ସମ୍ପ୍ରତି ଏହା ଇଟାଲୀ ଏବଂ ଅଷ୍ଟ୍ରିଆରେ ମଧ୍ୟ ଦେଖିବାକୁ ମିଳିଥିଲା। ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଗାମୀଙ୍କ ସଂଖ୍ୟା ଅନ୍ୟ ଭାରତୀୟ ରାଜନେତାଙ୍କ ତୁଳନାରେ ଅଧିକ। ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ୨୬.୪ ମିଲିୟନ ଫଲୋୟର୍ସ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ୨୭.୫ ମିଲିୟନ ଫଲୋୟର୍ସ ଅଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ (୧୯.୯ ମିଲିୟନ ଫଲୋୟର୍ସ ), ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (୭.୪ ମିଲିୟନ ଫଲୋୟର୍ସ), ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଏବଂ ଏନସିପି (ଏସପି) ମୁଖ୍ୟ ଶରଦ ପାୱାର (୨.୯ ମିଲିୟନ ଫଲୋୟର୍ସ) ଙ୍କ ପରି ପ୍ରଧାନମନ୍ତ୍ରୀ ମୋଦି ବହୁ ଆଗରେ ଅଛନ୍ତି। ।
https://www.dharitri.com/boxing-guru-sudarshan-sahu/
ବକ୍ସିଂ ଗୁରୁ ସୁଦର୍ଶନ ସାହୁ ନିଜର କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ଦ୍ୱାରା ସେ କେବଳ ସଫଳତା ହାସଲ କରିନାହାନ୍ତି ବରଂ ଅନେକଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି। କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ବିଦ୍ୟାର୍ଥୀଙ୍କୁ ଦେଉଛନ୍ତି ମାଗଣା ପ୍ରଶିକ୍ଷଣ। ଜଣେ ସଫଳ କ୍ରୀଡ଼ାବିତ ସହିତ ସାମାଜିକ କର୍ମୀ ଓ ଦରଦୀ ମଣିଷ ଭାବେ ପରିଚିତ ସୁଦର୍ଶନ ସାହୁ। ୧୯୬୮ ମସିହାରେ ପୁରୀ ଜିଲାର କୁମ୍ଭାରପଡ଼ାଠାରେ ତାଙ୍କର ଜନ୍ମ। ପିଲାଟିବେଳୁ କ୍ରୀଡ଼ା ପ୍ରତି ତାଙ୍କର ରୁଚି ରହିଥିଲା। କୁମ୍ଭାରପଡ଼ା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲା ସମୟରେ ପ୍ରତେକ ଦିନ ଭୋଳାନାଥ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଅଭ୍ୟାସ କରୁଥିଲେ। ଛାତ୍ର ଜୀବନରେ ପିତାଙ୍କୁ ହରାଇଥିଲେ। ତଥାପି ଅଭାବ, ଅନଟନ ତାଙ୍କ ପାଠପଢ଼ା, ଖେଳକୁଦରେ ବାଧା ସୃଷ୍ଟି କରିପାରି ନ ଥିଲା। ସବୁ ବାଧାବିଘ୍ନକୁ ଏଡାଇ ଆଗକୁ ଚାଲିଥିଲେ। ବକ୍ସିଂ ପ୍ରତି ନଜର : ଦିନେ ସମୁଦ୍ର କୂଳରେ ବୁଲୁଥିବା ବେଳେ ବେଳାଭୂମି ନିକଟରେ ଏକ କ୍ଲବ୍ରେ କେତେଜଣ ଯୁବକ କ୍ରୀଡ଼ାଭ୍ୟାସ କରୁଥିବା ଦେଖି କୌତୂହଳବଶତଃ ସେଠାରେ ପହଞ୍ଚିଥିଲେ। ଆଉ ଏହିଠାରୁ ହିଁ ସେ ବକ୍ସିଂ ପ୍ରତି ଆକର୍ଷିତ ହେଲେ। ଧୀରେ ଧୀରେ ଏହା ତାଙ୍କ ନିଶାରେ ପରିଣତ ହୋଇଗଲା। ଜାନୁୟାରୀ ୨୬, ୧୯୮୦ରେ ଝାଡେଶ୍ୱରୀ କ୍ଲବରେ ଆୟୋଜିତ ହୋଇଥିବା ବକ୍ସିଂ ପ୍ରତିଯୋଗିତାରେ ସେ ପ୍ରଥମ ଜୁନିୟର ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପରବର୍ତ୍ତୀ ସମୟରେ ସେ ବକ୍ସିଂ ଶିଖିବାକୁ ମନସ୍ଥ କରିଥିଲେ। ଏହା ଥିଲା ସୁଦର୍ଶନଙ୍କ ଜୀବନର ଟର୍ନିଂ ପଏଣ୍ଟ। ସୁଦର୍ଶନ ଜାଇଗଡ଼ ଜାଗା ଅଞ୍ଚଳର ପିଲାମାନଙ୍କ ସହିତ ବକ୍ସିଂ ଟ୍ରେନିଂ ନେବା ଆରମ୍ଭ କଲେ। ସେହି ସମୟରେ ଶ୍ରୀକ୍ଷେତ୍ରରେ ଅନେକ ଜାଗା, ଆଖଡ଼ାରେ କୁସ୍ତି କସରତ ଶିକ୍ଷା ଦିଆଯାଉଥିଲା। ସୁଦର୍ଶନ କୁମ୍ଭାରପଡ଼ା ଜାଇଗଡ ଜାଗାରେ ଶାରୀରିକ ଅଭ୍ୟାସ କରୁଥିଲେ। ସେଠାରେ ସେଭଳି କେହି ବକ୍ସିଂ ପ୍ରଶିକ୍ଷକ ନ ଥିଲେ, ଏପରିକି ବକ୍ସିଂ ଉପକରଣ ଉପଲବ୍ଧ ନ ଥିଲା। ଯଦି କେହି ବକ୍ସିଂ ଉପକରଣ ଆଣିଥାଏ, ଉପକରଣ ବ୍ୟବହାର ପାଇଁ ସାଙ୍ଗମାନଙ୍କ ମଧ୍ୟରେ ସଂଘର୍ଷ କରିବାକୁ ପଡୁଥାଏ। ସେହି ସମୟରେ ବିଭିନ୍ନ କ୍ଲବରେ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଜିଲାସ୍ତରୀୟ ପ୍ରତିଯୋଗୀତାଠାରୁ ଆରମ୍ଭ କରି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସୁନାମ ଅର୍ଜନ କଲେ।‘ପୁରୀ ବକ୍ସିଂ ଏକାଡେମୀ’ ଗଠନ : ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବା ସୁଦର୍ଶନ ମେଧାବୀ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ୨୦୧୦ରେ ପୁରୀ ବକ୍ସିଂ ଏକାଡେମୀ ଗଠନ କଲେ। ତାଙ୍କ ଦ୍ବାରା ଗଠିତ ଏହି ଏକାଡେମୀର ପିଲାମାନେ ରାଜ୍ୟ ତଥା ଜାତୀୟ ସ୍ତରର କ୍ରୀଡ଼ାରେ ଅଂଶଗ୍ରହଣ କରି ପଦକ ହାସଲ କରିଲେ। ପ୍ରତିବର୍ଷ ଏକାଡେମୀରୁ ୧୫ ରୁ ଅଧିକ ଆଥଲେଟ୍ ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି । ମାଗଣା ପ୍ରଶିକ୍ଷଣ : ସୁଦର୍ଶନ ମାଗଣା ତାଲିମ ସହ ପିଲାଙ୍କୁ କ୍ରୀଡ଼ା ଉପକରଣ ମଧ୍ୟ ଯୋଗାଇଥାନ୍ତି। ସେ ଚାହାନ୍ତି ଯେଉଁ ସମସ୍ୟା ସେ ସମ୍ମୁଖୀନ ହୋଇଛନ୍ତି ତାହା ଅନ୍ୟ କେହି ସମ୍ମୁଖୀନ ନ ହୁଅନ୍ତୁ। କେବଳ ଏତିକି ନୁହେଁ , ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ବୁଝାଇ ସେମାନଙ୍କ ପାଠପଢାର ବ୍ୟବସ୍ଥା ସହ କ୍ରୀଡା କ୍ଷେତ୍ରରେ ଅଗ୍ରସର କରାଉଛନ୍ତି। ୨୦୧୩ରେ ରାଜ୍ୟ କ୍ରୀଡ଼ା ହଷ୍ଟେଲ ପାଇଁ ଚୟନ ହୋଇଥିବା ୧୩ ଜଣ ବକ୍ସରଙ୍କ ମଧ୍ୟରୁ ୮ଜଣ ସୁଦର୍ଶନଙ୍କ ଏକାଡେମୀରୁ ଚୟନ ହୋଇଥିଲେ। ଏଥିସହିତ ପିଲାମାନଙ୍କ ପ୍ରତିଭା ବିକାଶ ଲାଗି ସେ ନିଜସ୍ବ ଉଦ୍ୟମରେ ବକ୍ସିଂ ପ୍ରତିଯୋଗିତା ଆୟୋଜନ କରି ପିଲାଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସୁଦର୍ଶନ ବହୁ ଥର କୋଚ୍ ଭାବେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତ। ବହୁ ଉଦୀୟମାନ ବକ୍ସିଂ ପ୍ରତିଭା ଯେପରି ଅକ୍ଷୟ ନାୟକ, ସୁବ୍ରତ ପ୍ରଧାନ, ସ୍ମାରକ ରଞ୍ଜନ ସାହୁ ସୁଦର୍ଶନଙ୍କଠାରୁ ପ୍ରଶିକ୍ଷଣ ନେଇ ଜାତୀୟ ସ୍ତରରେ ପଦକ ଜିତିପାରିଛନ୍ତି। ବତ୍ତର୍ମାନ ସେ ଓଡ଼ିଶା ଆମେଚର ବକ୍ସିଂ ଆସୋସିଏସନର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ୨୦୧୫ ରୁ ୨୦୧୯ ପ୍ରଥମ ଏବଂ ୨୦୧୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦବୀରେ ଅଛନ୍ତି। -ପ୍ରଭାତ ପାଣିଗ୍ରାହୀ, ଖୋର୍ଦ୍ଧା
https://www.dharitri.com/କୁକୁଡ଼ାଖଣ୍ଡିରେ-ମାପ-ଓଜନ-ବ/
କୁକୁଡ଼ାଖଣ୍ଡିରେ ମାପ, ଓଜନ ବିଭାଗର ଚଢ଼ାଉ ବ୍ରହ୍ମପୁର ଅଫିସ୍,୨୧ା୯-ଉପଜିଲାପାଳ ସିିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କ ନିର୍ଦ୍ଦେଶକ୍ରମେ ମାପ ଓ ଓଜନ ବିଭାଗ ଏବଂ ଉପଖଣ୍ଡସ୍ତରୀୟ ପ୍ରଶାସନ ପକ୍ଷରୁ ଶୁକ୍ରବାର କୁକୁଡ଼ାଖଣ୍ଡି ତହସିଲ୍ ଅନ୍ତର୍ଗତ ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇଛି। ବିଭିନ୍ନ ପ୍ରସ୍ତୁତକର୍ତ୍ତା ଡାଲି ମିଲ୍ ଏବଂ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ଓଜନ ଯନ୍ତ୍ର ଏବଂ ସେମାନଙ୍କ ପାଖରେ ଥିବା ପ୍ୟାକେଟ୍ଗୁଡ଼ିକ ଯାଞ୍ଚ କରାଯାଇଥିଲା । ୩ ଜଣଙ୍କ ବିରୋଧରେ ମାପ ଓ ଓଜନ ନିୟମ ଖିଲାପ କରିଥିବା ଯୋଗୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୩୭ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ସୁକୁଣ୍ଟାରେ ଥିବା ଗୋଟିଏ ମସଲା ପ୍ରସ୍ତୁତକାରୀ ରାଧାକୃଷ୍ଣ ଫୁଡ ପ୍ରଡକ୍ଟର ପ୍ୟାକେଟ୍ ଯାଞ୍ଚ ବେଳେ ସେଥିରେ ଠିକଣା, ଟେଲିଫୋନ୍ ନମ୍ବର ଏବଂ ଇମେଲ୍ ଲେଖାଯାଇ ନ ଥିଲା । ଓଜନ ଯନ୍ତ୍ର ମଧ୍ୟ ନବୀକରଣ ହୋଇ ନ ଥିଲା। ଏଣୁ ବିଭାଗ ପକ୍ଷରୁ ପ୍ୟାକେଟ୍ ଏବଂ ଓଜନ ଯନ୍ତ୍ର ଜବତ କରାଯାଇଥିଲା। ଅତିରିକ୍ତ ତହସିଲଦାର୍ କଳାକୃଷ୍ଣ ପ୍ରଧାନ, ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ ଏବଂ ଭାରପ୍ରାପ୍ତ ନିରୀକ୍ଷକ ସାଗରିକା ସାବତ ଓ ମୋହନ ରାଓ ପ୍ରମୁଖ ଚଢ଼ାଉରେ ଭାଗ ନେଇଥିଲେ ।
https://www.dharitri.com/kajal-does-not-use-surname/
ସରନେମ୍‌ ବ୍ୟବହାର କରନ୍ତିନି କାଜଲ, ଜାଣନ୍ତୁ କାହିଁକି ମୁମ୍ବାଇ: ବଲିଉଡ୍ର ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ସେମାନଙ୍କ ନାଁ ପରେ ଟାଇଟଲ ସରନେମ୍ ବ୍ୟବହାର କରନ୍ତି ନାହିଁ। ବଲିଉଡ୍କୁ ଆସିବା ପୂର୍ବରୁ ସରନେମ୍ ବ୍ୟବହାର କରୁଥିଲେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେମାନେ ଆଉ ସରନେମ୍ ବ୍ୟବହାର କରିନାହାନ୍ତି। ଜାଣନ୍ତୁ ଏହା ପଛରେ ଥିବା କାରଣ… ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ କାଜଲଙ୍କୁ ସମନ୍ତେ ଜାଣନ୍ତି। ମାତ୍ର କିଛି ଲୋକଙ୍କୁ କାଜଲଙ୍କ ପ୍ରକୃତ ନାମ ଜଣା ନ ଥିବ। ସେ ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କୁ ବିବାହ କରିଥିଲେ, ଯାହା ପରେ ତାଙ୍କ ନାମ କାଜଲ ଦେବଗନ ହୋଇଥିଲା। କିନ୍ତୁ ପୂର୍ବରୁ କାଜଲଙ୍କ ଟାଇଟଲ ମୁଖାର୍ଜୀ ଥିଲା। ବିବାହ ପରେ କାଜଲ ନା ସ୍ବାମୀଙ୍କର ନା ବାପଘର ଟାଇଟଲ କାହାର ବି ବ୍ୟବହାର କଲେ ନାହିଁ। ଏହାର କାରଣ ହେଲା ତାଙ୍କ ମା ତନୁଜା ଏବଂ ବାପା ସୋମୁ ମୁଖାର୍ଜୀଙ୍କ ଛାଡ଼ପତ୍ର ପରେ ସେ ଆଉ ତାଙ୍କର ଟାଇଟଲ ବ୍ୟବହାର କରୁନାହାନ୍ତି।
https://www.dharitri.com/woman-killed-driver-detained/
ମହିଳାଙ୍କୁ ହତ୍ୟା, ଡ୍ରାଇଭର ଅଟକ ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)୧୨।୧୦: ଗୋଶାଣୀନୁଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ସୌଦାମିନୀ ରଥ (ଶିଶୁ ମଙ୍ଗଳ କମିଟି ସଦସ୍ୟା)ଙ୍କୁ ହତ୍ୟା କରାଯାଇଛି। ସୌଦାମିନୀ କୌଣସି ଏକ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ଉକ୍ତ ଘରେ ରହୁଥିବା କାର ଡ୍ରାଇଭର ତାଙ୍କ ମୁଣ୍ଡ ପଛ ପଟକୁ ପିଟି ପିଟି ହତ୍ୟା କରିଛନ୍ତି। ତେବେ ଅପରାଧୀ ଜଣକ ଘଟଣା ସ୍ଥଳରୁ ଚମ୍ପଟ ହୋଇଯାଇଛନ୍ତି । ଖବର ପାଇ ଘଟଣା ସ୍ଥଳେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ତାଙ୍କ ଟିମ ପହଁଞ୍ଚି ମୃତଦେହ ଜବତ କରିଛି। ଗୁରୁବାର ସକାଳେ ପୋଲିସ ଓ ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଘଟଣାର ଖୋଳତାଡ କରୁଛି । ପୋଲିସ ଡ୍ରାଇଭରଙ୍କୁ କାବୁ କରି ଥାନାରେ ଅଟକ ରଖିଛି। ସୌଦାମିନୀଙ୍କୁ କାହିଁକି ତାଙ୍କ ଡ୍ରାଇଭର ଏଭଳି ଭାବେ ଆକ୍ରମଣ କରିଥିଲେ ସେ ଦିଗରେ ପୋଲିସ ତଦନ୍ତ କରୁଥିବା କହିଛି। ମିଳିଥିବା ସୂଚନା ଅନୁଯାୟୀ, ସୌଦାମିନୀ ଅରୁଣା ନାମକ ଏକ ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦିକା ଥିବାବେଳେ ସେ ବୁଧବାର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେ ରାତିରେ ଘରକୁ ପେରିଥିଲେ। ଉକ୍ତ ଡ୍ରାଇଭର ଜଣଙ୍କ ସୌଦାମିନିଙ୍କ ଘରୁ ଚୋରି କରୁଥିବା ସେ ଦେଖିବାକୁ ପାଇଥିଲେ। ଏନେଇ ସେ ଫୋନ କରି କାହାକୁ କହୁଥିବା ବେଳେ ଡ୍ରାଇଭର ତାଙ୍କ ପଛପଟୁ ପିଟିପିଟି ହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହେଉଛି।
https://www.dharitri.com/in-himachal-pradesh-200-species-of-medicinal-herbs-will-be-cultivated/
ହିମାଚଳ ପ୍ରଦେଶରେ ହେବ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ ଶିମଲା, ୨୮।୯: ହିମାଚଳ ପ୍ରଦେଶରେ ୨୦୦ ପ୍ରଜାତିର ଔଷଧୀୟ ଜଡ଼ିବୁଟି ଚାଷ କରାଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବେ। ୭୦ ପ୍ରଜାତିର ଲୁପ୍ତ ଔଷଧୀୟ ଜଡ଼ିବୁଟି ଚାଷ ହେବ। ସେଥିମଧ୍ୟରୁ ୨୨ ପ୍ରଜାତି ଜଡ଼ିବୁଟି କେବଳ ହିମାଚଳ ପ୍ରଦେଶର ବୋଲି କୁହାଯାଉଛି। ରାଜ୍ୟରେ ଔଷଧୀୟ ଜଡ଼ିବୁଟିର ସନ୍ଧାନ କାର୍ଯ୍ୟ ପରେ ଏସମ୍ପର୍କିତ ପଦକ୍ଷେପ ଗ୍ରହଣ କରାଯିବ। ଏଥିରେ ହେଉଥିବା ଖର୍ଚ୍ଚର ୫୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବେ। ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟରେ ଜଡ଼ିବୁଟି ଚାଷ ଆରମ୍ଭ ହେବ। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ସଧାସଳଖ ଚାଷୀମାନଙ୍କ ସହିତ ଯୋଗାଯୋଗ କରି ଜଡ଼ିବୁଟି ସଂଗ୍ରହ କରିପାରିବେ। ଏନେଇ ଜାପାନ ସରକାରଙ୍କ ସହିତ ମଧ୍ୟ ଚୁକ୍ତି ସ୍ବାକ୍ଷର ହୋଇଛି। କୁଲ୍ଲୁ, ମଣ୍ଡି, ଚମ୍ବା, କାଙ୍ଗଡ଼ା, ଶିମଲା, କିନୌର ଆଦି ଜିଲାରେ ଜଡ଼ିବୁଟି ଚାଷ କରାଯିବା ଲାଗି ଜମି ଚୟନ କରାଯାଇଛି।
https://www.dharitri.com/fack-rto-officers-on-the-police-net/
ପୋଲିସ ଜାଲରେ ପଡ଼ିଲେ ମିଛ ଆର୍‌ଟିଓ ଅଧିକାରୀ ବରଗଡ଼ଅଫିସ,୨୫।୧୦: ଆର୍ଟିଓ ଅଧିକାରୀ ସାଜି ଗାଡ଼ିଗୁଡିକରୁ ଟଙ୍କା ଅସୁଲି କରୁଥିଲେ। ସୋମବାର ରାତିରେ ବରଗଡ଼ ସହର ଉପକଣ୍ଠ ଫୋରଲେନ୍ ରାସ୍ତାର ଟୋଲ୍ପ୍ଲାଜା ନିକଟରୁ ଧରାପଡିଛନ୍ତି ମିଛ ଆରଟିଓ ଅଧିକାରୀ। ସମ୍ପୃକ୍ତ ଯୁବକ ଜଣକ ବରଗଡ଼ ସହରରେ ଏକ ଘରେ ଭଡା ନେଇ ରହୁଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରୁଛି। ପୋଲିସ ତାଙ୍କ ପାଖରୁ ଏକ ନକଲି ପିସ୍ତଲ, ବାଇକ୍ ଜବତ କରିଛି।
https://www.dharitri.com/ସଫଳ-ହେଉଛି-ସଟ୍-ଡାଉନ୍‌-କେବଳ/
ସଫଳ ହେଉଛି ସଟ୍ ଡାଉନ୍‌: କେବଳ ଜରୁରୀକାଳୀନ କର୍ମଚାରୀଙ୍କୁ ପାସ୍‌ କଟକ ଅଫିସ୍, ୪ା୪(ବ୍ୟୁରୋ) : ୪୮ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା ପରେ ସହରର ପ୍ରତ୍ୟେକ ଛକ, ଗଳିର ପ୍ରବେଶ ପଥରେ ଜଗି ରହିଛି ପୋଲିସ । ପୋଲିସର ଅସ୍ଥାୟୀ ଶିବିର ସାଧାରଣ ଲୋକଙ୍କ ଗତିବିଧି ଉପରେ ନଜର ରଖୁଛି । ଅପରାହ୍ନ ସୁଦ୍ଧା ଜଣେ ହେଲେ ବି ବ୍ୟକ୍ତି ବିନା କାରଣରେ ରାସ୍ତାକୁ ଆସି ନାହାନ୍ତି ବୋଲି ଉପସ୍ଥିତ ପୋଲିସ କର୍ମଚାରୀମାନେ ସୂଚନା ଦେଇଛନ୍ତି । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବିଭିନ୍ନ କର୍ମଚାରୀ ଘରୁ ବାହାରିଛନ୍ତି । ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା କରାଯାଇଛି । ଏହାକୁ ଦେଖାଇ ସେମାନେ କାର୍ଯ୍ୟରେ ଯାଇଥିବା ମଧୁପାଟଣା, ବାଦାମବାଡ଼ି ଥାନା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ସହରର ବିଭିନ୍ନ ଗଳିର ପ୍ରବେଶ ପଥରେ ଦଉଡି ବାନ୍ଧି ଦିଆଯାଇଛି । ଫଳସ୍ୱରୂପ ଗଳି ଭିତରକୁ ଯିବା, ଆସିବା ଏକପ୍ରକାର ବନ୍ଦ ରହିଛି । ପ୍ରତ୍ୟେକ ମୁଖ୍ୟ ଛକରେ ବ୍ୟାରିକେଡ ବ୍ୟବସ୍ଥା ବ୍ୟାପକ ଭାବେ କରାଯାଇଥିବା ଦେଖିବାକୁ ମିଳୁଛି ।
https://www.dharitri.com/the-chief-minister-greeted-the-people-of-the-state-2/
ରାଜ୍ୟବାସୀଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୨୨ା୧୦: ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପାର୍ବଣର ଅମୃତ ଲଗ୍ନରେ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରି ଦେଉ ବୋଲି ପ୍ରାର୍ଥନା କରୁଛି କହିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଆଜି ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ନବମୀ ପୂଜା କରାଯାଉଛି । ଦୁର୍ଗାପୂଜାକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।
https://www.dharitri.com/one-guarantee-is-modi-wont-win/
ଏକମାତ୍ର ଗ୍ୟାରେଣ୍ଟି ‘ମୋଦି ଜିତିବେନି’ କଲ୍ୟାଣୀ,୧୫ା୫: ଚଳିତ ଲୋକ ସଭା ନିର୍ବାଚନରେ ‘ଇଣ୍ଡିଆ’ ବ୍ଲକ୍ ୩୦୦ ଆସନ ଦଖଲ କରି ସରକାର ଗଢ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର କ୍ଷମତାକୁ ଫେରିପାରିବେ ନାହିଁ। ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଏହା ଏକମାତ୍ର ଗ୍ୟାରେଣ୍ଟି ବୋଲି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଂଗ୍ରେସ ସୁପ୍ରିମୋ ମମତା କଲ୍ୟାଣୀରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା ମିଛ ବିସ୍ତାର କରି ରାଜ୍ୟର ମହିଳାମାନଙ୍କ ଛବି ମଳିନ କରୁଛି। ତେଣୁ ଗୋଟିଏ କଥା ନିଶ୍ଚିତ ହୋଇଛି। ତାହା ହେଲା ମୋଦି କ୍ଷମତାକୁ ଫେରୁନାହାନ୍ତି। ଇଣ୍ଡିଆ ବ୍ଲକ୍ ୨୯୫ରୁ ୩୧୫ ଆସନରେ ବିଜୟୀ ହେବ। ଭାଜପା ସର୍ବାଧିକ ୨୦୦ ଆସନରେ ସୀମିତ ହୋଇ ରହିଯିବ। ବର୍ତ୍ତମାନ ସତ ପଦାକୁ ଆସିବା ପରେ ‘ଗ୍ୟାରେଣ୍ଟି ବାବୁ’ (ମୋଦି) ସନ୍ଦେଶଖାଲିର ଭିଡିଓ ନ ଦେଖାଇବା ପାଇଁ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି। ପଶ୍ଚିମବଙ୍ଗ ଓ ରାଜ୍ୟର ମହିଳାମାନଙ୍କୁ ବଦନାମ କରିବା ପାଇଁ ଭାଜପାବାଲା ଷଡ଼ଯନ୍ତ୍ର କରିଥିଲେ, ଯାହାକି ଧରାପଡ଼ିଯାଇଛି। ପ୍ରକାଶ ଯେ, ରବିବାର ହାଓଡାରେ ରାଲିବେଳେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲି ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରିଥିଲେ। ଦିଦିଙ୍କ ଟିଏମ୍ସି ଅତୀତର କୁକାର୍ଯ୍ୟ (ମହିଳାଙ୍କୁ ଯୌନ ନିର୍ଯାତନା ଓ ଜମି ହଡ଼ପ)କୁ ଘୋଡ଼ାଇବା ପାଇଁ ଉଦ୍ୟମ କରୁଥିବା ସେ କହିଥିଲେ। ତେବେ ଜଣେ ସ୍ଥାନୀୟ ଭାଜପା ନେତା ସନ୍ଦେଶଖାଲିର ମହିଳାମାନଙ୍କଠାରୁ ସାଦା କାଗଜରେ ଦସ୍ତଖତ କରାଉଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ପରେ ସେହି ସାଦା କାଗଜରେ ଟିଏମ୍ସି ନେତାମାନଙ୍କ ବିରୋଧରେ ଅଭିଯୋଗ ଉଲ୍ଲେଖ କରି ଥାନାରେ ଏତଲା ଦିଆଯାଇଥିଲା। ଏପରି କି ଟିଏମ୍ସି ବିରୋଧରେ ବିକ୍ଷୋଭ ଲାଗି ମହିଳାମାନଙ୍କୁ ଭାଜପା ଟଙ୍କା ବାଣ୍ଟିଥିଲା ବୋଲି ଅଭିଯୋଗ ହୋଇଛି। ମମତା ଆହୁରି କହିଛନ୍ତି, ଆମ ଧର୍ମୀୟ ବିଶ୍ୱାସ ହେଉ କି ଖାଦ୍ୟ ଅଭ୍ୟାସ; ଭାଜପା ସବୁ କଥାରେ ହସ୍ତକ୍ଷେପ କରୁଛି। ଏହା ଆଉ ଚାଲିବ ନାହିଁ। ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)କୁ ଲାଗୁ କରାଇ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି। ଇତିମଧ୍ୟରେ ଟିଏମ୍ସିର ଏକ ପ୍ରତିନିଧି ଦଳ ଭାଜପା ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିବା ସହ ଏହାକୁ ମୋଦି କୋଡ୍ ଅଫ୍ କଣ୍ଡକ୍ଟ (ଏମ୍ସିସି) କହି ନିର୍ବାଚନ କମିଶନଙ୍କୁ ପତ୍ର ଲେଖିଛି। ଅନ୍ୟପକ୍ଷେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ୨୪ ପ୍ରଗଣା ଜିଲାରେ କହିଛନ୍ତି, ସିଏଏ ପ୍ରସଙ୍ଗରେ ମମତା ମିଛ କହୁଛନ୍ତି। କେନ୍ଦ୍ର ପ୍ରଣୀତ ଏହି ଆଇନକୁ ମମତା ରୋକିପାରିବ ନାହିଁ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଶାହା ସ୍ପଷ୍ଟ କରିଛନ୍ତି।
https://www.dharitri.com/ବରା-ଉପରେ-ପିଆଜ-ପ୍ରଭାବ/
ବରା ଉପରେ ପିଆଜ ପ୍ରଭାବ ଢେଙ୍କାନାଳ ଅଫିସ, ୭।୧୨ – ପିଆଜ ଦରକୁ ନେଇ ସବୁଠି ଏବେ ଚର୍ଚ୍ଚା। ରୋଷେଇ ଘରେ ସବୁଠାରୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ଶୁକ୍ରବାର ୧୬୦ ଛୁଇଁଛି। ଏହାର ପ୍ରଭାବ ପଡିଛି ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ। ଫାଷ୍ଟଫୁଡ୍ଠାରୁ ଆରମ୍ଭ କରି ଜଳଖିଆ ଦୋକାନରେ ପିଆଜ ଗାଏବ ହୋଇଯାଇଛି। କେବଳ ଏତିକି ନୁହେଁ, ପିଆଜର ଦରବୃଦ୍ଧିର ପ୍ରଭାବଠୁ ବାଦ୍ ପଡ଼ିନି ଢେଙ୍କାନାଳର ପ୍ରସିଦ୍ଧ ବରା। ବ୍ୟବସାୟୀମାନେ ବରାରେ ନାମକୁ ମାତ୍ର ପିଆଜ ବ୍ୟବହାର କରୁଛନ୍ତି। ଫଳରେ ଏହାର ଗୁଣାତ୍ମକମାନ କମିଯାଇଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ବଜାରରେ ଭଲ ପିଆଜ ମଧ୍ୟ ମିଳୁନାହିଁ। ବିରି ମଧ୍ୟ ୧୨୦ ଟଙ୍କା ଟପିଛି। ଫଳରେ ବ୍ୟବସାୟୀମାନେ ଯେନତେନ ପ୍ରକାରେ ଜଳଖିଆ ପ୍ରସ୍ତୁତ କରି କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି। କେତେକ ଦୋକାନୀ ବରା ତିଆରି ପରିମାଣ କମାଇ ଦେଇଥିବା କହିଛନ୍ତି, ଏହା ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିଛି। ପର୍ଯ୍ୟଟନ ଋତୁରେ ଜିଲାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଉ ମନପସନ୍ଦର ସୁଆଦିଆ ବରା ମିଳୁନାହିଁ। ଏ ନେଇ ସ୍ଥାନୀୟ ଗଣେଶ ବଜାରସ୍ଥିତ ପ୍ରସିଦ୍ଧ ବରା ଦୋକାନର ମାଲିକ ପ୍ରସିତ କୁମାର ସାହୁ କୁହନ୍ତି, ପିଆଜରେ ହାତ ମାରି ହେଉନି। ବରାରେ ନାମକୁ ମାତ୍ର ପିଆଜ ପକାଯାଉଛି। ଏହାର ସାଇଜ୍ ଛୋଟ କରିଦିଆଯାଇଛି। ପୂର୍ବ ଅପେକ୍ଷା କମ୍ ବରା ଛଣାଯାଉଛି। ୪୦% ବେପାର କମିଛି। ସେହିପରି ବିରି ଦର କେଜିପିଛା ୧୨୦ ଟଙ୍କା ରହିବା ଅଧିକ ଚିନ୍ତାଜନକ ହୋଇଥିବା ସେ କହିଛନ୍ତି। ଏ ନେଇ ଜିଲା ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ବିଭାଗ ହାତରେ କିଛି ନାହିଁ। ନିୟମିତ ରିଟେଲର ପଏଣ୍ଟ ଯାଞ୍ଚ କରାଯାଉଛି। ୧୫ ତାରିଖ ମଧ୍ୟରେ ଦର ଖସିବ ବୋଲି ଶୁଣିବାକୁ ମିଳୁଥିବା ସେ ସୂଚନା ଦେଇଛନ୍ତି।
https://www.dharitri.com/ସୂର୍ଯ୍ୟ-ମୁହାଁ-ହେଲା-ନାସାର/
ସୂର୍ଯ୍ୟ ମୁହାଁ ହେଲା ନାସାର ସୋଲାର ଅର୍ବିଟର: ୭ ବର୍ଷରେ ଅତିକ୍ରମ କରିବ ୪କୋଟି ୧୮ ଲକ୍ଷ କିମି ଓ୍ବାଶିଂଟନ,୧୦।୨: ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ନାସା ପକ୍ଷରୁ ସୋମବାର ସୋଲାର ଅର୍ବିଟର ଉତ୍କ୍ଷେପଣ କରାଯାଇଛି। ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୯ଟା ୩୩ରେ ଏହା ଫ୍ଲୋରିଡ଼ା ସ୍ପେସ୍ ସେଣ୍ଟରରୁ ସୂର୍ଯ୍ୟ ମୁହାଁ ହୋଇ ଯାତ୍ରା ଆରମ୍ଭ କରିଛି। ଏହା ୭ ବର୍ଷରେ ୪ କୋଟି ୧୮ ଲକ୍ଷ କିମି ଦୂରତା ଅତିକ୍ରମ କରି ସୂର୍ଯ୍ୟ ପାଖରେ ପହଞ୍ଚିବ। ଅର୍ବିଟରକୁ ନେଇ ଯାଉଥିବା ମହାକାଶ ଯାନର ଓଜନ ୨ ଟନ୍ ରହିଛି। ଏହାକୁ ୟୁନାଇଟେଡ୍ ଲଞ୍ଚ୍ ଆଲାଏନ୍ସ୍ ଆଟଲାସ୍-ବି ରକେଟ ଦ୍ୱାରା ଉତ୍କ୍ଷେପଣ କରାଯାଇଛି। ସୋଲାର ଅର୍ବିଟର ସୂର୍ଯ୍ୟ ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳର ଫଟୋ ଉତ୍ତୋଳନ କରି ପୃଥିବୀକୁ ପ୍ରେରଣ କରିବ। ଏହା ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ସମ୍ପର୍କରେ ମଧ୍ୟ ସୂଚନା ଦେବ।
https://www.dharitri.com/russian-defence-official-marina-yankina-mysteriously-falls-to-death-window/
ପୁଟିନଙ୍କ କୋର ଟିମରେ ସାମିଲ ଥିବା ଫିମେଲ ଡିଫେନ୍ସ ଅଫିସରଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ, ୧୬ ମହଲାରୁ ଦିଆଯାଇଛି ଧକ୍କା ମସ୍କୋ,୧୯ ।୨: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୨୪ ଫେବୃୟାରୀରେ ୧ ବର୍ଷ ପୁରଣ ହେବାକୁ ଯାଉଛି । ଦୁଇ ଦେଶର ଏହି ଲଢେଇ ମଧ୍ୟରେ ଲକ୍ଷ ଲକ୍ଷ ଜୀବନ ଯାଇ ସାରିଲାଣି । ଏହାସହ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ମଧ୍ୟ କରାଯାଇଛି । ଏହା ବ୍ୟତୀତ ଏହି ଯୁଦ୍ଧ ଫଳରେ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ବି ଖୁବ୍ ପ୍ରଭାବ ପଡିଲାଣି । ଏହାରି ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କୋର ଟିମରେ ସାମିଲ ଥିବା ଜଣେ ଫିମେଲ ଅଫିସରଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କୁ ୧୬ ମହଲାରୁ ପଛରୁ ଧକ୍କା ଦେଇ ମାରି ଦିଆଯାଇଥିବା କୁହାଯାଉଛି । ମୃତ ଅଫିସରଙ୍କ ନାମ ମରିନା ୟାଂକିନା । ତାଙ୍କ ବୟସ ୫୮ ବର୍ଷ । ଫୁଟିନଙ୍କ ନିକଟତମ ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ ମରିନା । ମରିନାଙ୍କ ପୂର୍ବରୁ ମଧ୍ୟ ରୁଷିଆର ଆଉ କେତେଜଣ ଅଧିକାରୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି । ମରିନା ୟାଂକିନାଙ୍କ ମୃତ ଶରୀର ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଜମସିନା ଷ୍ଟ୍ରିଟରେ ପଡିଥିଲା, ଯାହାକୁ ସେହିବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ମିଳିଥିଲା କି ମରିନାଙ୍କ ମୃତ୍ୟୁ ୫୦ ମିଟର ଉଚ୍ଚତାରୁ ପଡିଯିବାରୁ ହୋଇଛି । ସେ ୟୁକ୍ରେନରେ ରାଷ୍ଟ୍ରପତି ପୁଟିନଙ୍କ ଯୁଦ୍ଧର ଅର୍ଥବ୍ୟବସ୍ଥାର ଜଣେ ମୁଖ୍ୟ ଥିଲେ । ଏହା ବ୍ୟତୀତ ମରିନା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଫାଇନାନସିୟାଲ ଡିପାର୍ଟମେଣ୍ଟର ମୁଖ୍ୟ ଥିଲେ । ଏଥିରୁ ଅନୁମାନ କରାଯାଉଛି କି ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧରେ ପୁଟିନଙ୍କ ପଣ୍ଡିଂର ମୁଖ୍ୟ ଭାବେ କାମ କରୁଥିଲେ । ରୁଷିଆର ଯାଞ୍ଚ ଏଜେନ୍ସି ମରିନାଙ୍କ ମୃତ୍ୟୁ ସ୍ପଷ୍ଟ କରିଛି ଓ ତାଙ୍କ ମୃତ୍ୟୁର ଯାଞ୍ଚ ଆରମ୍ଭ କରିଛି ।
https://www.dharitri.com/ମୁଖ୍ୟମନ୍ତ୍ରୀ-ଦୌଡ଼ରେ-ତୋମର/
ମୁଖ୍ୟମନ୍ତ୍ରୀ ଦୌଡ଼ରେ ତୋମର, ଶିବରାଜ, ନରୋତ୍ତମ ଭୋପାଳ,୨୧।୩: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିଯିବା ପରେ ଏବେ ସେଠାରେ ସରକାର ଗଠନକୁ ନେଇ ଲାଗି ରହିଛି ରାଜନୈତିକ ଆଲୋଚନା। ଭାରତୀୟ ଜନତା ପାର୍ଟି(ଭାଜପା)ସରକାର ଗଠନ କରିବାକୁ ନେଇ ପାଗ ଭିଡୁଥିବା ଆଲୋଚନା ହେଉଛି। ଅନୁମାନ କରାଯାଉଛି ଶନିବାର ଭାଜପା ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରେ। ଭାଜପା ଯଦି ସରକାର ଗଠନ କରେ ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ମଧ୍ୟ ସବୁଠାରୁ ବଡ ଆଲୋଚନାର ବିଷୟ ପାଲଟିଛି। କୁହାଯାଉଛି ଏହି ଦୌଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଓ ନରୋତ୍ତମ ମିଶ୍ର ସାମିଲ ଅଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦପାଇଁ ଶିବରାଜ ସିଂ ଚୌହାନଙ୍କ ନାଁ ଆଗରେ ଥିବା ବେଳେ ଦଳ ଅନ୍ୟ ବିକଳ୍ପକୁ ନେଇ ମଧ୍ୟ ଚିନ୍ତା କରୁଥିବା କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଯାହା ପାଇଁ ଆଜି ମଧ୍ୟପ୍ରଦେଶ ସରକାର ଭାଙ୍ଗି ଯାଇଛି ଅର୍ଥାତ୍ ଜ୍ୟୋତିରାଦିତ୍ୟ ସିନ୍ଧିଆ କୁଆଡେ ଚାହୁଁଛନ୍ତି ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ପଦରେ ବସନ୍ତୁ। କାହାିଁକିନା ଜ୍ୟୋତିରାଦିତ୍ୟ ଚାହୁଁଛନ୍ତି ଗ୍ବାୟାଲିୟର ସମ୍ଭାଲରୁ କେହି ମୁଖ୍ୟମନ୍ତ୍ରୀ ନ ହୁଅନ୍ତୁ। ଆଉ ନରେନ୍ଦ୍ର ସିଂ ତୋମର ଓ ନରୋତ୍ତମ ମିଶ୍ର ସମ୍ଭାଲର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏମାନଙ୍କ ନାଁ ପଛରେ ଆସୁଛି ବୋଲି କୁହାଯାଉଛି।
https://www.dharitri.com/cluster-salo-point-is-not-working/
କାର୍ଯ୍ୟକ୍ଷମ ହେଉନି କ୍ଲଷ୍ଟର ସାଲୋ ପଏଣ୍ଟ ବନ୍ତ,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଥିବା କ୍ଲଷ୍ଟର ସାଲୋ ପଏଣ୍ଟ କାର୍ଯ୍ୟକ୍ଷମ ହେଉନାହିଁ। ଫଳରେ ୨୫ ହେକ୍ଟର ଜମିରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ ବୋଲି ସେମାନେ କହିଛନ୍ତି। ଯେ, ଉକ୍ତ ଗ୍ରାମରେ ରାଜ୍ୟ ସରକାରଙ୍କ ଜଳନିଧି ଯୋଜନା ଫେଜ୍-୨ରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଉଠା ଜଳସେଚନ ନିଗମ ଲିଃ ଦ୍ୱାରା ୧୯ ଲକ୍ଷ ୪୭ ହଜାର ୫ ଶହ ଟଙ୍କା ବ୍ୟୟ ଅଟକଳରେ କ୍ଲଷ୍ଟର ସାଲୋ ପଏଣ୍ଟ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୧ ଫେବୃୟାରୀ ୨୦ରେ ଆରମ୍ଭ ହୋଇ ଗତ ଜୁନ୍ ୧ରେ ଶେଷ ହୋଇଥିଲା। ମାତ୍ର ଗତ ଅଗଷ୍ଟରେ ସମ୍ପୃକ୍ତ ଠିକାଦାର ପରୀକ୍ଷା ମୂଳକ ଭାବେ ପ୍ରକଳ୍ପକୁ ଚଲାଇ ଚାଲି ଯାଇଥିଲେ। ସେତେବେଳେ ପ୍ରକଳ୍ପ ସ୍ଥାନରେ କୌଣସି ମିଟର କିମ୍ବା କାପାସିଟର ଲଗାଯାଇ ନ ଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନ ଥିଲା। ଏହାମଧ୍ୟରେ ୬ ମାସ ବିତିଯାଇଥିବା ବେଳେ ଉକ୍ତ ପ୍ରକଳ୍ପକୁ ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ କରାଯାଇ ନାହିଁ। ଫଳରେ ଏହା ଉପରେ ନିର୍ଭର କରିଥିବା ୫ ଚାଷୀଙ୍କର ୨୫ ହେକ୍ଟର ଜମିରେ ହୋଇଥିବା ପରିବା ଚାଷ ଆଂଶିକ ନଷ୍ଟ ହୋଇଯାଇଛି। ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ ସହ ପରିବା ଚାଷ ନଷ୍ଟ ବାବଦରେ କ୍ଷତିପୂରଣ ଦିଆଯିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଭଦ୍ରକ ସ୍ଥିତ ଉଠା ଜଳସେଚନ ବିଭାଗ ଏସ୍ଡିଓ ଦିଲୀପ ସାହୁଙ୍କୁ ପଚାରିବାରୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
https://www.dharitri.com/maoists-also-set-fire-to-6-vehicles/
ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ, ପୋଡିଦେଲେ ୬ ଗାଡ଼ି ଭବାନୀପାଟଣା,୨୬।୫(ସ୍ବ.ପ୍ର.): କିଛି ଦିନର ନୀରବତା ପରେ ପୁଣି କଳାହାଣ୍ଡିରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ରାସ୍ତା କାମକୁ ବିରୋଧ କରି ୬ଟି ଗାଡି ପୋଡ଼ିଦେଇଥିବା ବେଳେ ମାଓବାଦୀ ପୋଷ୍ଟର ଲଗାଇ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଭବାନୀପାଟଣାସଦର ଥାନା ଅଧୀନ ଯୁଗସାଇପାଟଣା-ପୋଖରୀଘାଟ-ମନସ୍କା ରାସ୍ତା କାମକୁ ବିରୋଧ କରି ୩ଟି ଟ୍ରାକ୍ଟର ୨ଟି ଟିପର ଏବଂ ଗୋଟିଏ ଜେସିବି ମେଶିନକୁ ଜାଳି ଦେଇଛନ୍ତି। ଏପରିକି ଘଟଣାସ୍ଥଳରେ ଏକ ପୋଷ୍ଟର ଲଗାଇ ମାଓବାଦୀମାନେ ରାସ୍ତା କାମକୁ ବିରୋଧ କରିଛନ୍ତି। ଗତ କିଛି ଦିନ ତଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀ ଏରିଆ କମାଣ୍ଡର ଲାଲସୁରଙ୍କୁ ପୋଲିସ ଗିରଫ କରି ଆତ୍ମସମର୍ପଣର ନାଁ ଦେଉଛି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓବାଦୀ ପୋଷ୍ଟର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
https://www.dharitri.com/bangle-festival-in-shahidnagar-malabar/
ଶହୀଦନଗର ମାଲାବାରରେ ‘ବ୍ୟାଙ୍ଗେଲ ଫେଷ୍ଟିଭାଲ’ ଭୁବନେଶ୍ୱର,୧୯।୨: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଶହୀଦନଗରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୧୦ ଦିନିଆ ‘ବ୍ୟାଙ୍ଗେଲ ଫେଷ୍ଟିଭାଲ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଷ୍ଟୋରର ବରିଷ୍ଠ ଅଧିକାରୀ ଅସ୍ନାଫଙ୍କ ସମେତ ମ୍ୟାନେଜମେଣ୍ଟ ଷ୍ଟାଫ୍ ଓ ଗ୍ରାହକମାନଙ୍କ ଉପସ୍ଥିତିରେ ଫେଷ୍ଟିଭାଲର ଶୁଭାରମ୍ଭ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍ର ବିଭିନ୍ନ ବର୍ଗର ଗହଣା ଓ ଚଳିତ ବିବାହ ଋତୁ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ବ୍ୟାଙ୍ଗେଲଗୁଡିକ ପ୍ରଦର୍ଶନ ହେଉଛି ବୋଲି ଜଣାପଡ଼ିଛି। ଉକ୍ତ ଫେଷ୍ଟିଭାଲ ଫେବୃୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବିଶେଷକରି ଉକ୍ତ ଫେଷ୍ଟିଭାଲ ସହ ଷ୍ଟୋରର ୧୦ ଫେୟାର ପ୍ରାଇସ୍ ପ୍ରମିଜ ସୁବିଧା ଜରିଆରେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ଗହଣା ସମ୍ଭାର ଯୋଗାଇ ଦିଆଯାଉଛି। ଅପରପକ୍ଷରେ ମାଲାବାର ଗ୍ରୁପ୍ ତା’ର ବ୍ୟବସାୟିକ କାର୍ଯ୍ୟକଳାପରୁ ଆୟ କରିଥିବା ଲାଭର ସିଂହଭାଗ ସାମାଜିକ କାର୍ଯ୍ୟରେ ବିନିଯୋଗ କରିଥାଏ ବୋଲି ମାଲାବାର ଶହୀଦନଗର ଷ୍ଟୋରର ମୁଖ୍ୟ ବାଣିଜି୍ୟକ ଅଧିକାରୀ ସିଦ୍ଧେଶ୍ୱର ରଥ ମତପ୍ରକାଶ କରିଛନ୍ତି।
https://www.dharitri.com/chahal-showed-bowling-magic/
ବୋଲିଂ ଯାଦୁ ଦେଖାଇଲେ ଚହଲ ନୂଆଦିଲ୍ଲୀ,୨୩।୧୧: କ୍ରିକେଟର ୟୁଜବେନ୍ଦ୍ର ଚହଲ ଟିମ ଇଣ୍ଡିଆ ବାଦ୍ ପଡିଛନ୍ତି। କିନ୍ତୁ ସେ ଅନେକ ଥର ଦୃଢ ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। ଚହଲ ଏବେ ଘରୋଇ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି। ବିଜୟ ହଜାରେ ଟ୍ରଫି ୨୦୨୩ର ଏକ ମ୍ୟାଚରେ ଚହଲ ଚମତ୍କାର ବୋଲିଂ କରିଥିଲେ। ହରିୟାଣା ପାଇଁ ବୋଲିଂ କରୁଥିବାବେଳେ ଚହଲ ଉତ୍ତରାଖଣ୍ଡ ବିପକ୍ଷରେ ୬ଟି ଉଇକେଟ ନେଇଛନ୍ତି। ଉତ୍ତରାଖଣ୍ଡ ପ୍ରଥମେ ହରିୟାଣା ବିପକ୍ଷରେ ବ୍ୟାଟିଂ କରି ୨୦୭ ରନ ସଂଗ୍ରହ କରିଥିଲା। ହରିୟାଣା ବୋଲର ଚହଲ ଉତ୍ତରାଖଣ୍ଡ ବିପକ୍ଷରେ ଚମତ୍କାର ବୋଲିଂ କରିଥିଲେ। ଚହଲ ଏହି ମ୍ୟାଚରେ ସେ ୧୦ ଓଭରରେ ୨୬ ରନ ଦେଇ ୬ ଉଇକେଟ ନେଇଥିଲେ।
https://www.dharitri.com/virat-kohli-and-ravindra-jadeja-will-be-out-in-the-third-test/
ଭାରତକୁ ଡବଲ ଝଟ୍‌କା, ତୃତୀୟ ଟେଷ୍ଟରୁ ବି ଆଉଟ ହେବେ ବିରାଟ କୋହଲି-ରବିନ୍ଦ୍ର ଜାଡେଜା! ନୂଆଦିଲ୍ଲୀ,୧।୨: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟର ଦ୍ୱିତୀୟ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଡବଲ ଝଟକା ଲାଗିଛି। ଏହା ନିଶ୍ଚିତ ଯେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତୃତୀୟ ଟେଷ୍ଟରୁ ବାଦ ପଡିବେ। ସିରିଜର ଶେଷ ତିନୋଟି ପରୀକ୍ଷା ପାଇଁ ବିସିସିଆଇ ଏପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା କରି ନାହିଁ। ଗତ ତିନୋଟି ଟେଷ୍ଟ ପାଇଁ କାହାକୁ ଦଳରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ପାଇଁ ବହୁତ ଚିନ୍ତାର ବିଷୟ ହେବ। ଜାଡେଜା ଏବଂ କୋହଲିଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ ଦୁର୍ବଳ ହୋଇପାରେ। ପ୍ରଥମ ମ୍ୟାଚ ହାରିଯିବା ପରେ ଭାରତ ସିରିଜରେ ୦-୧ରେ ପଛରେ ପଡିଛି ଏବଂ ବର୍ତ୍ତମାନ କୋହଲି ଏବଂ ଜାଡେଜାଙ୍କ ଟିମରୁ ବାହାର ହେବାର ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତଥାପି, ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ ।
https://www.dharitri.com/communal-riots-are-provoking-revenge-in-the-future-like-volcanic-lava-said-sibal/
ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରି ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ, କହିଲେ ସିବଲ… ନୂଆଦିଲ୍ଲୀ,୧୦।୧୧: ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରିରୁ ଉଦ୍ଗୀରଣ ହେଉଥିବା ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ। ଏହା ଆଗ୍ନେୟଗିରି ଭଳି ଶାନ୍ତ ହେବାକୁ ମଧ୍ୟ ଅଧିକ ସମୟ ନେଇଥାଏ ବୋଲି ଗୁଜରାଟ ଦଙ୍ଗା ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ୍ ସିବଲ ଭାବୁକ ହୋଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ଦେଶ ବିଭାଜନ ସମୟରେ ସେ ନିଜ ଆଈ ଏବଂ ଅଜାଙ୍କୁ ହରାଇ ଥିବା କହି ଦୁଃଖ ପ୍ରକାଶ କରିଥିଲେ। ୨୦୦୨ରେ ଗୁଜରାଟ ଦଙ୍ଗାରେ ମୃତ୍ୟୁ ଘଟିଥିବା କଂଗ୍ରେସ ନେତା ଏହସାନ ଜାକରିଙ୍କ ସ୍ତ୍ରୀ ଜାକିଆ ଜାକରିଙ୍କ ପକ୍ଷରୁ ଦାଖଲ ହୋଇଥିବା ମାମଲାର ଶୁଣାଣି ସମୟରେ ସିବଲ କହିଛନ୍ତି ଯେ, ଏହି ଦଙ୍ଗାରେ ବଡ଼ ଧରଣର ଷଡ଼ଯନ୍ତ୍ର ରଚାଯାଇଥିଲା। ଏହି ଅଭିଯୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଉଚ୍ଚ ପଦାଧିକାରୀଙ୍କୁ ସ୍ବତନ୍ତ୍ର ଯାଞ୍ଚ୍ ଦଳ ପକ୍ଷରୁ କ୍ଲିନ୍ ଚିଟ୍ ଦିଆଯାଇଥିବା ନେଇ ଚ୍ୟାଲେଞ୍ଜ୍ କରାଯାଇଛି। ବିଚାରପତି ଏମ.ଏମ୍.ଖାନିଓ୍ବିଲକର, ଦିନେଶ ମାହେଶ୍ୱରୀ ଏବଂ ସି.ଟି.ରବିକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ସିବଲ ଯୁକ୍ତି ଦର୍ଶାଇଥିଲେ ଯେ, ଏସ୍ଆଇଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ଅଣଦେଖା କରି ବିନା ଉଚିତ ଯାଞ୍ଚରେ କ୍ଲୋଜର ରିପୋର୍ଟ ପ୍ରସ୍ତୁତ କରିଥିଲେ। ତେବେ ଏହାର ପ୍ରଭାବ ଏବେ ଭବିଷ୍ୟତରେ ଅନୁଭୁତ ହେବାର ଆଶଙ୍କା ରହିଥିବା ସିବଲ କହିଛନ୍ତି। ସିବଲ କହିଛନ୍ତି ଯେ, ଏନେଇ କାହାକୁ ଦୋଷ ଦିଆଯାଇ ପାରିବ ନାହିଁ। ତେବେ ଏହା ସମଗ୍ର ପୃଥିବୀ ପାଇଁ ଏକ ଅସହ୍ୟ ଯନ୍ତ୍ରଣା ଦାୟକ ସ୍ଥିତି ସୃଷ୍ଟି କରିଥାଏ। ଏହି ଅବସରରେ ସେ କହିଛନ୍ତି ଯେ, ତହଲ୍କା ପତ୍ରିକା ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍ ଅପରେଶନ୍ ଟେପ୍କୁ ଏସ୍ଆଇଟି ପକ୍ଷରୁ ଅଣଦେଖା କରାଯାଇଛି।