text
stringlengths
0
69.8k
ଆଇସିସି ବିଶ୍ବକପରେ ସେ ଅଂଶ ଗ୍ରହଣ କରିଥିବାରୁ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି ।
କରୀନା କପୂର ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମସୁର ଅଲ୍ଲୀ ଖାନଙ୍କ ପଟ୍ଟୌଦୀଙ୍କ ବୋହୂ ।
ଏମିତି ଗୋଟିଏ ଦିନ ଯାଉନି ଯେଉଁ ଦିନ ଆର୍ଟିଓ ଅଫିସରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁନି ।
ଆର୍ଟିଓ ଅଫିସରେ ଦଲାଲଙ୍କ ରାଜ୍ ବଢ଼ିବାରୁ ସରକାର ଦଲାଲମୁକ୍ତ କରିବାକୁ ଚଢ଼ଉ କଲେ ।
କିନ୍ତୁ ଏସବୁ ସତ୍ତ୍ବେ ଆରଟିଓ ଅଫିସରେ ଏବେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆବେଦନକାରୀ ପିଛା ୨୨ଟଙ୍କା ଲୁଟୁଛନ୍ତି ।
ଏହା ବହୁତ ସାଧାରଣ ହୋଇଗଲାଣି ।
ଏହାର ଆରମ୍ଭ ଏତେ ସହଜ ନଥିଲା ।
ଅନେକ ଗବେଷଣା ପରେ ଭିଡିଓ ନିର୍ମାଣର ଆରମ୍ଭ ହୋଇଥିଲା ।
ଆଜି ଆମେ ସେହି ବ୍ୟକ୍ତି ବିଷୟରେ ଜାଣିବା ଯିଏ ଆମକୁ ଭିଡିଓ ଦେଖାଇଛନ୍ତି ।
ସେହି ବ୍ୟକ୍ତି ହେଉଛନ୍ତି ବେଲଜିୟମ୍ର ଭୌତିକ ଶାସ୍ତ୍ରୀ ଜୋସେଫ ଆଣ୍ଟୋନି ଫର୍ଡ଼ିନେଣ୍ଡ ପ୍ଲେଟ୍ୟୁ ।
୧୮୦୧ ମସିହା ଅକ୍ଟୋବର ୧୪ରେ ଜୋସେଫ ଆଣ୍ଟୋନି ବେଲଜିୟମ୍ର ବ୍ରସେଲ୍ସରେ ଜନ୍ମ ଗ୍ରହଣ କରିଥିଲେ ।
ଆଜି ତାଙ୍କର ୨୧୮ତମ ଜନ୍ମ ଜୟନ୍ତୀ ଅବସରରେ ଗୁଗୁଲ ପକ୍ଷରୁ ଡୁଡଲ ସମର୍ପିତ କରାଯାଇଛି ।
ଏହି ପ୍ରତିଛବି ଦୃଷ୍ଟିପଟଳରେ କେତେ ସମୟ ରହିପାରିବ ।
ଆଖି କିଭଳି ସେହି ଛବିର ରଙ୍ଗ ବୁଝିପାରିବ ।
ଏହି ଉପକରଣ ମାଧ୍ୟମରେ ସିନେମା ଓ ଭିଡିଓର ଆବିଷ୍କାର ହୋଇଥିଲା ।
ଗୁଗଲ ସୂଚନା ଅନୁଯାୟୀ ପରବର୍ତ୍ତୀ ମୂହୁର୍ତ୍ତରେ ଜୋସେଫ ପ୍ଲେଟ୍ୟୁ ନିଜ ଆଖିର ଜ୍ୟୋତି ହରାଇ ବସିଥିଲେ ।
ଏହା ପରେ ମଧ୍ୟ ସେ ବିଜ୍ଞାନ ଜଗତରେ ନିଜ ଗବେଷଣା ଜାରି ରଖିଥିଲେ ।
ଏଥିରେ ତାଙ୍କ ପୁଅ ଓ ଜ୍ବାଇଁ ମଧ୍ୟ ସାହାଯ୍ୟ କରିଥିଲେ ।
ଏଣୁ ଲୋକେ ମାଙ୍କ ସ୍ୱାଗତ ଲାଗି ରାତି ଉଜାଗର ରହନ୍ତି ।
ଏହି ଦିନ ଯଦି ଘରେ ସତ୍ୟନାରାୟଣ ପାଲା କରାଯାଏ ଗୃହସ୍ୱାମୀଙ୍କୁ ଅନେକ କଷ୍ଟରୁ ମୁକ୍ତି ମିଳିଥାଏ ।
ବିଷ୍ଣୁଙ୍କ ଆଶିର୍ବାଦ ସାଙ୍ଗକୁ ମାତା ଲକ୍ଷ୍ମୀଙ୍କ କରୁଣା ମଧ୍ୟ ପ୍ରାପ୍ତ ହୁଏ ।
ଏଣୁ ଏହି ଦିନ ବିଷ୍ଣୁଙ୍କୁ କଦଳି ଭୋଗ କରିବାର ପ୍ରଥା ରହିଛି ।
ଘର ଧନଧାନ୍ୟ ଭରା ରହିବା ଲାଗି ଏହି ଦିନ ରାତିରେ ଘରେ ଲକ୍ଷ୍ମୀଙ୍କ ଆବାହନ କରାଯାଏ ।
ଏହି ଦିନ ରାତିରେ ଘର ଛାତ ଉପରେ ଅଥବା ଖୋଲା ଅଗଣାରେ ସ୍ପଷ୍ଟ ଚନ୍ଦ୍ରଙ୍କ କିରଣ ପଡୁଥିବା ସ୍ଥାନରେ ଖୀରି ରାନ୍ଧି ଭୋଗ କରାଯାଏ ।
ଏହା ଦ୍ୱାରା କୁହାଯାଏ ଲକ୍ଷ୍ମୀଙ୍କ କରୁଣା ପ୍ରାପ୍ତ ହୁଏ ।
ଏହି ଖୀରି ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ହିତକର ବୋଲି କୁହାଯାଏ ।
ରନ୍ଧା ଯାଇଥିବା ଖୀରିକୁ ଲକ୍ଷ୍ମୀଙ୍କୁ ମଧ୍ୟ ଭୋଗ ରାଯିବା କଥା ।
ଯଦି ଏହି ଖୀରି ଶିବଙ୍କୁ ଭୋଗ ଲାଗି କରାଯାଏ ଅଶେଷ ପୂଣ୍ୟ ମିଳିଥାଏ ବୋଲି କୁହାଯାଏ ।
ଏହି ସମୟରେ ହିଁ ଆପଣଙ୍କ ତ୍ୱଚା କିଛି ବିଶେଷ ଯତ୍ନ ଆବଶ୍ୟକ କରିଥାଏ ।
ଘରେ ଯଦିଓ ସହଜରେ ନିଜ ତ୍ୱଚାର ଧ୍ୟାନ ରଖା ଯାଇପାରିବ କିନ୍ତୁ କୌଣସି ଯାତ୍ରା କରୁଥିବା ସମୟରେ ମଧ୍ୟ ଆପଣ ନିଜ ତ୍ୱଚାର ଯତ୍ନ ନେବା କିଛିଟା କଠିନ ହୋଇଥାଏ ।
ଏହି ସମୟରେ ହୁଏତ ଆପଣଙ୍କ ପାଖରେ ପୁରା ସ୍କିନ କେୟାର ପ୍ରଡକ୍ଟ ନଥାଇ ପାରେ ବା ଆପଣଙ୍କ ପାଖରେ ନିଜ ତ୍ୱଚାର ଯତ୍ନ ନେବାକୁ ଯଥେଷ୍ଟ ସମୟ ନଥାଇପାରେ ।
କିନ୍ତୁ ଏହି ସମୟରେ କିଛି ବେଶିକ ଟିପ୍ସ ନିଶ୍ଚିତ ରୂପେ ଆପଣାନ୍ତୁ ।
ଆସନ୍ତୁ ଜାଣିବା କିଛି ବେଶିକ ଟିପ୍ସ ଗୁଡିକ ବିଷୟରେ ଯାହା ଯାତ୍ରା ସମୟରେ ମଧ୍ୟ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିପାରିବ ।
ତେଣୁ ଏହି ସମୟରେ ନିଜ ମୁହଁକୁ ଭଲ ଭାବେ ଦିନକୁ ଦୁଇ ଥର ନିଜ ସ୍କିନକୁ ଏକ ଭଲ ଭାବେ ଧୁଅନ୍ତୁ ।
ସ୍କିନରେ ଜମି ଥିବା ଧୂଳି , ମାଟି , ପ୍ରଦୂଷଣକୁ ହଟେଇବା ପାଇଁ ଏହି ନିୟମ ପାଳନ କରିବା ନିହାତି ଦରକାର ।
୨ . ଆଜିକାଲି ପ୍ରାୟ ପ୍ରତି ବ୍ରାଣ୍ଡର ପ୍ରଡକ୍ଟରେ ଟ୍ରାବେଳ ସାଇଜର ପ୍ୟାକ ଉପଲବଧ ହେଉଛି ।
ଯଦି ଆପଣ ବେଶୀ ଜିନିଷ ନିଜ ସହ ନେବାକୁ ଚାହୁଁ ନାହାନ୍ତି ତେବେ ଟ୍ରବେଳ ସାଇଜ ପ୍ୟାକକୁ ନିଜ ସହ ଅବଶ୍ୟ ନେଇ ପାରିବେ ।
୩ . ଆପଣ ଯୁଆଡେ ବି ଯାନ୍ତୁ ନିଜ ସହ ଏକ ଭଲ ବ୍ରାଣ୍ଡର ମଶ୍ଚୁରାଇଜର ନେଇ ଯାଆନ୍ତୁ ।
ହାତ ଧୋଇବା , ଚେହେରା ଧୋଇବା ବା ଗାଧେଇବା ପରେ ଚେହେରାକୁ ମଶ୍ଚୁରାଇଜ କରିବାକୁ ଆଦୌ ଭୂଲନ୍ତୁନି ।
ନଚେତ ଆପଣଙ୍କ ତ୍ୱଚା ତାର ପ୍ରାକୃତିକ ଉଜ୍ଜ୍ୱଳତା ହରାଇବ ।
ରାତିରେ ଶୋଇବା ପୂର୍ବରୁ ମଧ୍ୟ ନିଜ ହାତ , ପାଦ ଓ ମୁହଁରେ ମଶ୍ଚୁରାଇଜର ବା ବଡ଼ି ଲୋସନ ନିଶ୍ଚିତ ଲଗାନ୍ତୁ ।
୪ . ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ ଯେଉଁଠିକି ବି ଯାଆନ୍ତୁ ସନ ସ୍କ୍ରିନ ଲଗାଇବାକୁ ଭୁଲିବେନି ।
ବହୁ ଜଣ ଶୀତ ଦିନେ ସନ ସ୍କ୍ରିନ ଲଗାଇବାକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି ।
କିନ୍ତୁ ପ୍ରକୃତରେ ଏହି ଋତୁରେ ହିଁ ସୂର୍ଯ୍ୟଙ୍କ କୁପ୍ରଭାବ ସ୍କିନ ଉପରେ ଅଧିକ ପଡିଥାଏ ।
ତେଣୁ ଏହି ସମୟରେ ଏହାର ଉପଯୁକ୍ତ ବ୍ୟବହାର ନକଲେ ସ୍କିନରେ ବ୍ଲାକ ସ୍ପଟ , ଡାର୍କ ସ୍ପଟ ଓ ସନ ବର୍ଣ ହେବାର ସମ୍ଭାବନା ବଢିଯାଏ ।
ଯଦି ଆପଣଙ୍କ ତ୍ୱଚା ଅଧିକ ସେନସିଟିଭ ହୋଇଥାଏ ତେବେ ଏହି ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ଥାଏ ।
୫ . ଆଉ ମନେ ରଖନ୍ତୁ ଶୀତରୁ ରକ୍ଷା ପାଇବା ପାଇଁ ଅଧିକ ଗରମ ପାଣିରେ ଜମା ବି ଗାଧେଇବେ ନାହିଁ ।
କାରଣ ଅଧିକ ଗରମ ପାଣି ତ୍ୱଚାରୁ ତାର ପ୍ରାକୃତିକ କୋମଳତାକୁ ନଷ୍ଟ କରିଦେଇଥାଏ ।
ତେବେ ଏବର୍ଷ କେବଳ ୨୦୧୯ ନୁହେଁ , ୨୦୧୮ ପାଇଁ ମଧ୍ୟ ଏହି ପୁରସ୍କାର ଘୋଷଣା କରାଯିବ ।
ଏହାର କାରଣ ହେଉଛି ଯୌନ କେଳେଙ୍କାରୀ ବିବାଦ ଯୋଗୁଁ ଗତ ବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇନଥିଲା ।
୨୦୧୭ରେ ତାଙ୍କ ବିରୋଧରେ ପ୍ରାୟ ୧୨ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ କରିଥିଲେ ।
ଏହାକୁ ନେଇ ସେ ଦୁଇବର୍ଷ ଜେଲ ମଧ୍ୟ ଯାଇଥିଲେ ।
କଥା ହେଉଛି ସେ ନୋବେଲ ବିଜେତା ବାଛୁଥିବା ରୟାଲ ସ୍ୱୀଡିସ ଏକାଡେମୀର ସଦସ୍ୟା କାଟ୍ରିଆନା ଫୋଷ୍ଟେନସନଙ୍କ ସ୍ୱାମୀ ।
ଏହି ଦମ୍ପତ୍ତିଙ୍କ ଦ୍ୱାରା ପରିଚାଳିତ ଏକ ଆର୍ଟ କ୍ଲବକୁ ଏକାଡେମୀ ପାଣ୍ଠି ଯୋଗାଇଥିବା ଅଭିଯୋଗ ହୋଇଥିଲା ।
ଆହୁରି ମଧ୍ୟ ଆରନୋଲ୍ଡ କେତେକ ନୋବେଲ ବିଜେତାଙ୍କ ନାଁ ପ୍ରଘଟ କରିଦେଇଥିବା ଜଣାପଡିବା ପରେ ବିବାଦ ବଢିଥିଲା ।
ଏସବୁ କାରଣରୁ ଗତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯାଇନଥିଲା ।
ଏହାକୁ ପ୍ରଥମରୁ ବିରୋଧ କରିଆସୁଛି ପାକିସ୍ତାନ ।
ବାରମ୍ବାର ଏହାର ପରିଣିତି ଭଲ ହେବନାହି ବୋଲି ସୁଚାଇଆସିଛି ଏହାସହ ପାକିସ୍ତାନୀ ଆତଙ୍କବାଦୀ ହମଳା କରିବାନେଇ ବହୁ ବାର ଧମକ ବି ଦେଇସାରିଛି ପାକିସ୍ତାନ ।
ତେବେ ଶୋପିଆଁ ଜିଲ୍ଲା ଅନ୍ତର୍ଗତ କୁମଦଲାନ୍ ଗାଁରେ ଥିବା ଗୋଟାଏ ସରକାରୀ ସ୍କୁଲ୍ ଘରେ ଶୁକ୍ରବାର ଦିନ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ ।
ଶନିବାର ଅର୍ଥାତ୍ ଆଜି ସେ ସ୍କୁଲ୍ରେ ବୋର୍ଡ ପରୀକ୍ଷା ହେବାକୁ ଥିଲା ।
ସ୍କୁଲ୍ ଘରେ ନିଆଁ ଲଗାଇବାକୁ ଆତଙ୍କବାଦୀମାନେ ପେଟ୍ରୋଲ୍ ବୋମା ଫିଙ୍ଗି ଥିଲେ ।
ଆତଙ୍କବାଦୀଙ୍କ ଏ ଭଳି କାର୍ଯ୍ୟକଳାପ ଯୋଗୁଁ ପୁଣି ଜମ୍ମୁକଶ୍ମୀରରେ କଟକଣା ଲାଗୁ କରାଯାଇଛି ।
ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୭ ତମ ଜନ୍ମଦିନ ।
ହିନ୍ଦୀ ସିନେମା ଜଗତର ସେହେନ୍ସା ଓ ବିଗ୍ ବି ନାମରେ ପ୍ରସିଦ୍ଦ , ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ବିଷୟରେ ।
ଯାହାଙ୍କୁ ହିନ୍ଦି ସିନେମା ଜଗତର ସବୁଠୁ ବଡ ଓ ପ୍ରଭାବଶାଳୀ ଅଭିନେତା ରୂପେ ବିବେଚନା କରାଯାଏ ।
ବଲିଉଡର ଏହି ସେହେନ୍ସା ୭୭ ବର୍ଷରେ ପାଦ ରଖିଛନ୍ତି ।
ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ସୋସିଆଲ୍ ମିଡିଆରେ ଅମିତାଭ ଟ୍ରେଣ୍ଡ କରୁଥିବା ବେଳେ ବହୁ ସଂଖ୍ୟାରେ ଫ୍ୟାନ୍ ତାଙ୍କ ମୁମ୍ବାଇ ଜୁହୁ ସ୍ଥିତ ବାସଭବନ ସମ୍ମୁଖରେ ଭିଡ଼ ଲଗାଇଛନ୍ତି ।
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନିଆରା ବାଲୁକାଶିଳ୍ପୀରେ ଅଭିନନ୍ଦନ ।
ବିଗ୍ବିଙ୍କ ୭୭ ତମ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ପୁରୀ ବେଳାଭୂମିରେ ଅମିତାଭଙ୍କ ପ୍ରତିମୂର୍ତ୍ତି ତିଆରି କରି ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ।
ସେ ଏଥିରେ ଅମିତାଭଙ୍କ ଫିଲ୍ମୀ ଜର୍ଣ୍ଣିକୁ ବାଳୁକାରେ ଦର୍ଶାଛନ୍ତି ସେ ।
ପାଖାପାଖି ୫ ଟନ୍ ବାଲିରେ ଏହି ବାଳୁକା କଳା ନିର୍ମିତ ହୋଇଛି ।
କାରଣ ରାଜ୍ୟର ବଡ଼ ପରିବାର ଭାବେ ଏବେ ଜଣାଶୁଣା ଏହି ପରିବାର ।
ଆଉ ଏହି ପରିବାର ଆଧୁନିକ ଯୁଗର ପରିବାର ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଗୋଟିଏ ଛାତ ତଳେ ୧୦ କି ନୁହେଁ କି ୧୫ ନୁହେଁ ଏକାଠି ରହୁଛନ୍ତି ୧୨୩ ଜଣ ସଦସ୍ୟ ।
ଖୋର୍ଦ୍ଧା ଗୟାବନ୍ଧ ଗାଁର ସମାଜସେବୀ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପରିବାରର ଲୋକ ହେଉଛନ୍ତି ମୋଟ ୧୨୩ ଜଣ ।
ଆଜିକାଲିର ଯୁଗରେ ଏହି ଯୌଥ ପରିବାରକୁ ନେଇ ଚାରିଆଡେ ଚର୍ଚ୍ଚା ।
ରାଜ୍ୟର ସବୁଠାରୁ ବଡ ପରିବାର ପରିଚୟ ପାଇଛି ଶ୍ରୀଚନ୍ଦନ ପରିବାର ।
ସକାଳୁ ଚୁଲି ଜଳିଲେ ରାତି ଯାଏଁ ଚାଲିଥାଏ ରୋଷେଇ ।
ଆଉ ସତେ ଯେମିତି ଭୋଜିଭାତ ଭଳି ଆସର ଜମିଥିବା ଦେଖିବାକୁ ମିଳିଥାଏ ।
ସ୍ୱାର୍ଥପର ଦୁନିଆରେ କିଭଳି ଏକତା ବଜାୟ ରହି ହେବ ସେନେଇ ସମାଜକୁ ବାର୍ତ୍ତା ଦେଇଛନ୍ତି ଶ୍ରୀଚନ୍ଦନ ପରିବାର ।
ସବୁଠାରୁ ବଡ଼ କଥା ହେଲା କି , ଏତେ ବଡ଼ ପରିବାର ବା ଅଧିକ ସଂଖ୍ୟକ ସଦସ୍ୟଙ୍କୁ ନେଇ ଚଳିବା ହୁଏତ ମୁସକିଲ୍ ହୋଇପାରେ କିନ୍ତୁ ଶ୍ରୀଚନ୍ଦନ ପରିବାରରେ ୧୨୩ ଜଣ ନିଆରା ପରିଚୟ ସୃଷ୍ଟି କରିଛନ୍ତି ।
ଏ ନେଇ ବିସିସିଆଇ ଏସଜିଠାରୁ ୭୨ ପିଙ୍କ୍ ବଲ୍ ମଗାଇଛି ।
ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଙ୍ଗଳବାର ସ୍ପଷ୍ଟ କରିଥିଲେ ଯେ କୋଲକାତାରେ ଖେଳାଯିବାକୁଥିବା ଦିବାରାତ୍ର ଟେଷ୍ଟରେ ଏସଜି ବଲର ବ୍ୟବହାର କରାଯିବ ।
ଏସଜି ପିଙ୍କ୍ ବଲର ଏପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚରେ ବ୍ୟବହାର କରାଯାଇନାହିଁ ।
ଦୁଲୀପ୍ ଟ୍ରଫିରେ କୋକାବୁରା ପିଙ୍କ୍ ବଲରେ ଲଗାତାର ତିନୋଟି ସେସନ୍ ଖେଳାଯାଇଥିଲା ।
ଏହା ପରେ ବିସିସିଆଇ ଗତବର୍ଷଠାରୁ ପୁଣିଥରେ ନାଲି ବଲର ବ୍ୟବହାର କରିଥିଲା ।
ପ୍ରଡ୍ୟୁସର ହେଉ ହେଉ ଦୀପିକା ନିଜ ହାତରେ ଏକ ଏପରି ପ୍ରୋଜେକ୍ଟ ନେଇଛନ୍ତି , ଯାହା କୌଣସି ଫିଲ୍ମନିର୍ମାତାଙ୍କ ପାଇଁ ସହଜ ନୁହେଁ ।
ଖାସ୍ କଥା ହେଉଛି ଏହା ଯେ ଦୀପିକା ନିଜେ ଏହି ଫିଲ୍ମରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିବେ ।
ଇଂରେଜମାନେ ଯେଉଁଭଳି ଭାବରେ ଜୟୀ ରାଜଗୁରୁଙ୍କୁ ବରଗଛର ଡାଳରେ ଦୁଇ ଗୋଡକୁ ବାନ୍ଧି ଜିଅନ୍ତା ଫାଡିଦେଲେ ଏପରି ବର୍ବରତାର ହତ୍ୟା ବିଶ୍ୱ ଇତିହାସରେ ବିରଳ ।
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିରୋଧୀ ଦଳ ନେତା ଏହି ଦାବି ଉଠାଇଛନ୍ତି ।
ଗତ ଦୁଇ ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ବର୍ଷା ।
ଫଳରେ ବଜାରକୁ ଧନତେରସ ଆଗରୁ ଆସି ଲୋକେ ନିଜ ପସନ୍ଦର ଅଳଙ୍କାର ପସନ୍ଦ କରିବାର ସୁଯୋଗ ବି ପାଇନାହାନ୍ତି ।
କହିବାକୁ ଗଲେ ଜୁଏଲାରୀ ସପ୍ ଗୁଡିକରେ ଗହଳି ବି ନାହିଁ ।
ଆଗକୁ ବାହାଘର ସିଜିନ ଥିବା ବେଳେ ଏବେ ବଜାରରେ ସୁନା ଦର ବି ଖସିଛି ।
ଏଭଳି ସମୟରେ ଚଳିତବର୍ଷ ଧନତେରସ ପାଇଁ ଗ୍ରାହକ ବେଶ୍ ଉତ୍ସାହିତ ଅଛନ୍ତି ।
ପରମ୍ପରା ଅନୁସାରେ ଲୋକଙ୍କ ବିଶ୍ୱାସ ରହିଛି ଧନତେରସରେ ଘରକୁ ସୁନା ଗହଣା କିଣି ନେଲେ ଲକ୍ଷ୍ମୀ ଆସିଥାନ୍ତି ।
ଏହି ବିଶ୍ୱାସକୁ ନେଇ ସାଧାରଣତଃ ଧନତେରସରେ ବଜାରରେ ଅଧିକ ସୁନା ଗହଣା କାରବାର ହୋଇଥାଏ ।
ସେଥିପାଇଁ ଚଳିତ ବର୍ଷ ସୋ ରୁମ୍ ଗୁଡିକ ପ୍ରାୟ ୧୨ କ୍ୱିଣ୍ଟାଲ ସୁନା ଆଣିଥିବା ସୂଚନା ମିଳିଛି ।
README.md exists but content is empty.
Downloads last month
35