text
stringlengths
265
363k
ନୂଆଦିଲ୍ଲୀ: ବିଶ୍ୱର ସର୍ବ ବୃହତ ସର୍ଚ୍ଚ ଇଂଜିନ ଗୁଗୁଲ ଚୀନ ବିକଶିତ ୧୦୦ଟି ଆପକୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ ନିଷ୍ପତ୍ତି ନେଇଛି। ସାଇବର ଆକ୍ରମଣ ଏବଂ ତଥ୍ୟ ଆଦାନ ପ୍ରଦାନ ନୀତି ଉଲ୍ଲଙ୍ଘନ କରୁଥିବା ଏହି ୧୦୦ଟି ଆପ ଚାଇନାର ଆଣ୍ଡ୍ରଏଡ଼ ଆପ ପ୍ରସ୍ତୁତକର୍ତ୍ତା ଡିଓ ଗ୍ଲୋବାଲ ଦ୍ୱାରା ଗୁଗୁଲ ପ୍ଲେରେ ସ୍ଥାନିତ କରାଯାଇଛି ଯାହାକୁ ଆଂଶିକ ଭାବେ ବାଇଦୁ ମଧ୍ୟ ଅଧିଗ୍ରହଣ କରିଛି। ଇତି ମଧ୍ୟରେ ଗୁଗୁଲ, ଡିଓ ଗ୍ଲୋବାଲର ୪୬ଟି ଆପକୁ ପ୍ଲେ ଷ୍ଟୋରରୁ ହଟାଇ ସାରିଛି। ଗୁଗୁଲ ଅଧିକାରୀଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଆପଗୁଡ଼ିକ ଠିକ ଭାବେ କାର୍ଯ୍ୟ କରୁନାହାନ୍ତି ଏବଂ ଅନ୍ୟ କେତେକ ଆପ ଅନଲାଇନରେ ଅର୍ଥ ଉପାର୍ଜନ ଭଳି ମିଥ୍ୟା ସୂଚନା ଦେଇ ଉପଭୋକ୍ତାଙ୍କ ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟ ହାସଲ କରୁଥିବା ଜଣାପଡିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଡିଓ ଗ୍ଲୋବାଲ ଅନୁଯାୟୀ ତାର ଆପଗୁଡ଼ିକର ୨୫୦ ନିୟୁତ ମାସିକ ବ୍ୟବହାରକାରୀ ଅଛନ୍ତି ଓ ଗୁଗୁଲ ମାଧ୍ୟମରେ ତାହା ୮୦୦ ନିୟୁତ ଉପଭୋକ୍ତାଙ୍କ ନିକଟରେ ପହଂଚିଥାଏ।
ଆଜିର୍ ସମୟରେ ଏମିତି ବହୁତ ଲୋକ ଅଛନ୍ତି, ଯିଏ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ସଜାଗ ରହନ୍ତି, ସେ ନିଜ ସ୍ୱାସ୍ଥ୍ୟକୁ ଭଲ ବନାଇ ରଖିବାପାଇଁ ସବୁଦିନ ନିୟମିତ ରୁପରେ ବ୍ୟାୟାମ କରନ୍ତି, ଏହା ଛଡା ଯୋଗା ଆଦି କରି ନିଜ ଶରୀରକୁ ଫିଟ୍ ରଖିବାରେ ପୁରା ଚେଷ୍ଟା କରନ୍ତି, ଆପଣମାନେ ଦେଖିଥିବେ କି ବହୁତ ଲୋକ ଖାଲି ସମୟରେ ନିଜ ନଖକୁ ରଗଡିଥାନ୍ତି, ବୋଧେ ହୋଇପାରେ କିଛି ଲୋକଙ୍କ ଆକ୍ଟିଭିଟି ଆଶ୍ଚର୍ଯ୍ୟଜନକ ଲାଗିବ । ନଖ ରଗଡିବା ବା ନେଲ୍ ରବିଙ୍ଗ୍ ଏକ୍ସରସାଇଜ୍ ବା ବାଲାୟମ୍ ଯୋଗ୍ କୁହାଯାଏ, ଓ ଏହି ଯୋଗକୁ ନିଜ କିଛି ଆଶ୍ଚର୍ଯ୍ୟଜନକ ଲାଭ ପାଇଁ ଜଣାଯାଏ, ଦୁନିଆଁରେ ଯୋଗ ଗୁରୁ ନଖ ରଗଡିବା ଉପଦେଶ ଦିଅନ୍ତି , ବାଲୟମ୍ ଶାବ୍ଦିକ ଅର୍ଥ ବାଳର ବାୟ୍ୟାମ୍ ଅଟେ, ନଖ ରଗଡିବାର ପ୍ରକ୍ରିୟା ପ୍ରାଚୀନ କାଳରୁ ଚାଲି ଆସୁଛି, ଏଥିରୁ ଆପଣଙ୍କୁ ବହୁତ ରୋଗରୁ ମୁକ୍ତି ମିଳିବ, କହିଦେବୁ କି ଏକ୍ୟୁପ୍ରେସର୍ ଥେରେପି ରେ ନଖ ରଗଡିବାକୁ ଗୁରୁତ୍ୱ ଦିଆଯାଏ । ଏବେକାର ସମୟରେ ଜୀବନଶୈଳୀ ପୁରା ଖରାପ ହୋଇସାରିଛି, ଲୋକଙ୍କ ପାଖରେ ନିଜ ପାଇଁ ଏତେ ସମୟ ହୋଇନଥାଏ, ସେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିପାରିବେ, ଜଙ୍କ୍ ଫୁଡ୍ ଖାଇବା, ପ୍ରୋଟିନ୍, ଓ କ୍ୟାଲସିୟମ୍ କମି ହେବା, ସମୟରେ ଭୋଜନ ନ କରିବା ଆଦି କଥାର ପ୍ରକାର ସମସ୍ୟା ଉତ୍ପନ୍ନ ହୋଇଥାଏ, ବ୍ୟସ୍ତ ଜୀବନଶୈଳୀର କାରଣରୁ ବାଳ କମ୍ ବୟସରେ ଝଡିବା, ବାଳ ପତଳ ହେବା, ଗଞ୍ଜାପଣ ଓ ଅସମୟରେ ଧଳା ବାଳ ଚିନ୍ତା ଆସିବାକୁ ଲାଗେ, ଯଦି ଆପଣ ନଖ ରଗଡୁଛନ୍ତି ,ତେବେ ଏହି ସବୁ ଚିନ୍ତାରୁ ମୁକ୍ତି ମିଳିବ, ତେବେ ଆସନ୍ତୁ ଜାଣିବା ଆଉ ସବୁ ଫାଇଦା ବିଷୟରେ । ନଖ ରଗଡିବା ଏକ ଚାଇନିଜ୍ ଏକ୍ୟୁପ୍ରେସର୍ ର୍ ଅଂଶ ଅଟେ, ଏହି ପ୍ରକିୟାରେ ଦୁହେଁ ହାତର ନଖକୁ ପରସ୍ପର ରଗଡାଯାଏ, ଯେବେ ଦୁହେଁ ହାତର ନଖକୁ ରଗଡନ୍ତି, ଏଥିରେ ଯେଉଁ ଘର୍ଷଣ ହୋଇଥାଏ, ସେଥିରୁ ଗରମ ହୋଇଥାଏ, ଓ ଆପଣଙ୍କ ମୁଣ୍ତର ସ୍କ୍ଲାପ୍ ଉପରେ ପ୍ରଭାବ ପକାଏ, ଯେବେ ଆମେ ନିଜ ହାତର ନଖକୁ ପରସ୍ପର ଭାବେ ଯୋଡି ରଗଡିଥାଉ, ତେବେ ଏହାର କାରଣରୁ ସ୍କ୍ଲାପରେ ରକ୍ତସଂଚାର ହୋଇଥାଏ, ଯାହାର କାରଣାରୁ ବାଳ ଝଡିବା ସମସ୍ୟା କମ୍ ହୋଇଜାଏ, ଏତିକି ନୁହେଁ ବାଳ ଗୁଡିକ ଦୁଇଗୁଣା ତେଜିରେ ବଢିବାକୁ ଲାଗେ, ଆପଣ ଏହି କ୍ରିୟାକୁ ସବୁଦିନ କମ୍ ସେ କମ୍ ୫ ରୁ ୧୦ମିନିଟ୍ କରନ୍ତୁ, ଯେଉଁ ମହିଳା ଗର୍ଭବତୀ ଅଛନ୍ତି ତାଙ୍କୁ ଏହି କଥା ଧ୍ୟାନ ରଖିବାକୁ ହେବ, ଏମିତି କରିବା ଉଚିତ୍ ନୁହେଁ କାରଣ ଏମିତି କରିଲେ ଗର୍ଭାଶୟ ସଂଙ୍କୁଚନ ହେବାର ସଂମ୍ଭାବନା ବଢିଯାଏ, ଯାହା କ୍ଷତି କାରକ ହୋଇଥାଏ । ଯଦି ଆପଣ ନଖକୁ ବାରମ୍ବାର ରଗଡିଥାନ୍ତି ତେବେ ଏଥିରେ ଚର୍ମରୋଗ ଦୁର ହୋଇପାରେ । ଯଦି କେଉଁ ବ୍ୟକ୍ତିକୁ ଏମ୍ପେସାଇଡିସ୍ ଓ ଏଞ୍ଜିୟୋଗ୍ରାଫି ପରି ସର୍ଜିକାଲ୍ ସମସ୍ୟା ଅଛି, ତେବେ ଏମିତି ସ୍ଥିତିରେ ନଖକୁ ରଗଡିବା ଉଚିତ୍ ନୁହେଁ କାରଣ ଏଥିରେ ହୃଦସ୍ପନ୍ଦନ ଓ ଉଚ୍ଚ ରକ୍ତଚାପ ଲକ୍ଷଣ ଗଂମ୍ଭୀର ହୋଇପାରେ ।
ଭୁବନେଶ୍ୱର: ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଦୀପ୍ତିରଂଜନ ବେହେରାଙ୍କ ଅଚାନକ୍ ବଦଳିକୁ ନେଇ ପାଓ୍ୱାର କରିଡର୍ରେ ଜୋରଦାର୍ ଚର୍ଚ୍ଚା। ପ୍ରଭାବଶାଳୀ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଦୀପ୍ତିରଂଜନଙ୍କୁ କାହିଁକି ଅତର୍କିତ ଭାବେ କୋରାପୁଟ୍କୁ ବଦଳି କରାଗଲା ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ବିକ୍ରମ କେଶରୀ ଆରୁଖ ୨୦୦୯ରେ ପ୍ରଥମେ ମନ୍ତ୍ରୀ ହେବା ପରେ ଦୀପ୍ତିରଂଜନ ତାଙ୍କ ଓଏସଡି ଭାବେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଦୀପ୍ତିରଂଜନ ଅନୁଶାସନ ସଚିବ, ଉପସଚିବ, ଯୁଗ୍ମ ସଚିବ ଏବଂ ବ୍ୟକ୍ତିଗତ ସଚିବ ଭାବେ ପଦୋନ୍ନତି ପାଇଥିଲେ ଆରୁଖଙ୍କ ସହ ଦୀର୍ଘ ୧୨ ବର୍ଷ କାମ କରିବା ପରେ ଗତ ଅଗଷ୍ଟ ୨ ତାରିଖରେ ଦୀପ୍ତିରଂଜନଙ୍କୁ ହଠାତ୍ କେବିକେର ଯୁଗ୍ମ ପ୍ରଶାସକ ଭାବେ କୋରାପୁଟ୍କୁ ବଦଳି କରିଦିଆଯାଇଛି। ମନ୍ତ୍ରୀଙ୍କ ଅଗୋଚରରେ ତାଙ୍କ ପି.ଏସ୍.ଙ୍କୁ ଅତର୍କିତ ଭାବେ ବଦଳି କରାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କାରଣ ଜଙ୍ଗଲ ବିଭାଗର ଅଫିସର୍ ACF ସୌମ୍ୟରଂଜନ ମହାପାତ୍ର ଜଳିପୋଡ଼ି ଜୀବନ ହରାଇବାର ୨୬ଦିନ ପରେ ବି ସାମ୍ନାକୁ ଆସିପାରୁନି ସତ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ରୋଷେୟା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ନାଁ ଏଫ୍ଆଇଆର୍ରେ ଥିଲେ ବି ଏଯାଏଁ ହୋଇନି କାର୍ଯ୍ୟାନୁଷ୍ଠାନ। ଷଡ଼ଯନ୍ତ୍ର ପଛରେ ଜଙ୍ଗଲ ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ପରିବାର ଲୋକେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇ ନ୍ୟାୟ ଲୋଡ଼ିଥିଲେ। ତାହାରି ଭିତରେ ମନ୍ତ୍ରୀଙ୍କ ପିଏସ୍ ଦୀପ୍ତିରଂଜନଙ୍କୁ ରାତିଅଧିଆ ବଦଳି ପରେ ପରିବାର ଲୋକେ ମନ୍ତ୍ରୀ ବି ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। ୨୦୦୯ରେ ବିକ୍ରମ ଆରୁଖ ମନ୍ତ୍ରୀ ହେବା ପରେ ଦୀପ୍ତିରଂଜନ ତାଙ୍କ ଓଏସ୍ଡି ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ଅନୁଶାସନ ସଚିବ, ଉପସଚିବ, ଯୁଗ୍ମ ସଚିବ ଏବଂ ବ୍ୟକ୍ତିଗତ ସଚିବ ଭାବେ ପଦୋନ୍ନତି ପାଇଥିଲେ। ଆରୁଖଙ୍କ ସହ ଦୀର୍ଘ ୧୨ ବର୍ଷ କାମ କରିବା ପରେ ଗତ ଅଗଷ୍ଟ ୨ରେ ଦୀପ୍ତିଙ୍କୁ ହଠାତ୍ କେବିକେର ଯୁଗ୍ମ ପ୍ରଶାସକ ଭାବେ କୋରାପୁଟ୍ ବଦଳି କରାଯାଇଛି। ମନ୍ତ୍ରୀଙ୍କ ଅଗୋଚରରେ ଅତର୍କିତ ଭାବେ ଏହି ବଦଳି କରାଯାଇଥିବା ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇଛି। ତେବେ ବଦଳି ପଛରେ ଅସଲ କାରଣ କଣ ? ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ମନ୍ତ୍ରୀଙ୍କ ପିଏସ୍ ଦୀପ୍ତିରଂଜନ ବେହେରାଙ୍କ ମଧ୍ୟରେ ରହିଛି କି ସମ୍ପର୍କ? ଯଦି ସମ୍ପର୍କ ଅଛି, ତାହେଲେ ମନ୍ତ୍ରୀଙ୍କ କ୍ଷମତା ଆଢୁଆଳରେ ରହି ଘଣ୍ଟ ଘୋଡାଉଥିଲେ କି ଡିଏଫ୍ଓଙ୍କୁ? ପୂର୍ବତନ ପ୍ରଶାସକଙ୍କ ମତ କହୁଛି, ସାଧାରଣତଃ ଅଧିକାଂଶ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦବ୍ଦବା ଥାଏ ମିନିଷ୍ଟ୍ରି କରିଡର୍ରେ। ତେଣୁ ବଦଳି ପଛରେ ସେଭଳି ଗନ୍ଧ ଆସୁଛି। ଅଡୁଆ ଖିଅରେ ଛନ୍ଦି ହୋଇଥିବା ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫ୍ଓ, ବିଦ୍ୟାଭାରତୀଙ୍କ ସହ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିସାରିଛି ପୋଲିସ। ଅଥଚ ସୌମ୍ୟ ନିଆଁ ଲାଗିବା ଦିନ ସାଙ୍ଗରେ ଥିବା ପତ୍ନୀ ବିଦ୍ୟାଭାରତୀଙ୍କୁ କାହିଁକି ପାରଳାଖେମୁଣ୍ଡି ଆଣି ସିନ୍ ରିକ୍ରିଏଟ୍ କରାଯାଉନି ? ଦାମ୍ପତ୍ୟ କଳହ କଥା କହିଥିବା ପୋଲିସ କାହିଁକି ସ୍ପଷ୍ଟ କରୁନି କଣ ଘଟିଥିଲା ସେଦିନ ରାତିରେ ? କେଉଁ ଆଧାରରେ ଥରୁଟିଏ ପଚରାଉଚୁରାରେ DFOଙ୍କୁ କ୍ଲିନଚିଟ୍ ଦେଇଦେଲେ ଏସପି। ଏଭଳି ଏକାଧିକ ପ୍ରଶ୍ନ ଭିତରେ ଜଙ୍ଗଲ ମନ୍ତ୍ରୀଙ୍କ ପିଏସଓଙ୍କ ଅତର୍କିତ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ଦଳର ରାଜନେତା। ତେବେ ଏ ସମ୍ପର୍କରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଯୋଗାଯୋଗ କରାଯାଇଥିଲେ ପ୍ରତିକ୍ରିୟା ମିଳିବା ବି ସମ୍ଭବ ହୋଇପାରିନାହିଁ।
ରାମନବମୀ ରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି;ରେଳ ମନ୍ତ୍ରୀ କଲେ ଘୋଷଣା I ଫୋକସ ପ୍ଲସ 4/4 (ଅନୁଗୁଳ): ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି, ରେଳ ମନ୍ତ୍ରୀ କଲେ ଘୋଷଣା ,ଅନୁଗୁଳ ଓ ତାଳଚେର ଲୋକ ସହଜରେ କରି ପାରିବେ ଯାତାୟାତ ।ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି। ଏ ନେଇ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ। ଏହି ଟ୍ରେନ ଚଳାଚଳ କଲେ ପୁରୀ, ଭୁବନେଶ୍ୱର ଓ କଟକର ଲୋକ ସହଜରେ ଅନୁଗୁଳ, ତାଳଚେର ଓ ସମ୍ବଲପୁର ଯାତାୟାତ କରିପାରିବେ। ଶନିବାର ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶାର ବିଧାୟକମାନେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଟ୍ରେନ ଚଳାଚଳ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କରୋନା ସଂକ୍ରମଣ ଯୋଗୁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ବନ୍ଦ ରହିଥିଲା। ଏବେ ସଂକ୍ରମଣ କମିବା ପରେ ଆଂଶିକ ଭାବେ କେତେକ ଟ୍ରେନ ଗଡୁଛି। ପଶ୍ଚିମାଞ୍ଚଳର ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଭୁବନେଶ୍ବର ଓ ବିଶାଖାପାଟଣା ଉପରେ ଅଧିକ ନିର୍ଭର କରୁଥିବାରୁ ସମ୍ବଲପୁରରୁ ବିଶାଖାପାଟଣାକୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବା ପାଇଁ ଏ ଅବସରରେ ଦାବି କରାଯାଇଛି। ଏବେ ବିଶାଖାପାଟଣା ଅମୃତସର ଏକ୍ସପ୍ରେସ ସପ୍ତାହକୁ ତିନି ଦିନ ଚାଲୁଛି। ଏହି ଟ୍ରେନ୍କୁ ପ୍ରତିଦିନ ଚଲାଇବା ପାଇଁ ମଧ୍ୟ ଦାବି ହୋଇଛି। ବିଧାୟକଙ୍କ ସମସ୍ତ ଦାବିକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ନେଇ ସମ୍ବଲପୁର ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । ଅନୁଗୁଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ
ପେଟ ରେ ପିଲା ଅଛି କି ନାଇଁ ଚେକ୍ ବାହାନା ରେ ଏଇ ଦୁଇ ଡାକ୍ତର କରୁଥିଲେ ଗର୍ଭନଷ୍ଟ, ଏଯାବତ୍ ୫୦୦ ରୁ ଉର୍ଦ୍ଧ ଯୁବତୀ ଙ୍କ ସହ କରିଛନ୍ତି ଏମିତି Nov 29, 2023, 11:16 IST ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଏହା ପ୍ରଶ୍ନ କରିବେ କି ଇଏ ଡ଼ାକ୍ତର ନା ରାକ୍ଷସ? କାରଣ ସେ ଏବେ ସୁଦ୍ଧା ୯୦୦ ରୁ ଅଧିକ ଲୋକଙ୍କ ଗ-ର୍ଭ-ପା-ତ କରାଇ ସାରିଲେଣି। ଡ଼ାକ୍ତର ମାନଙ୍କୁ ଭଗବାନ ଙ୍କ ଦ୍ଵିତୀୟ ଅବତାର ବୋଲି ମଧ୍ୟ କୁହା ଯାଇ ଥାଏ। ହେଲେ ବେଳେ ବେଳେ ଟଙ୍କା ପାଇଁ ଡ଼ାକ୍ତର ବଦଳି ଯାଆନ୍ତି। ସେମାନେ ମଧ୍ଯ ରାକ୍ଷସ ପାଲଟି ଯାଇ ଥାଆନ୍ତି। ଆଉ ଏହାର ଏକ ସବୁଠାରୁ ବଡ଼ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକ ରେ। ଗ-ର୍ଭ ନଷ୍ଟ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଡ଼ାକ୍ତର ଓ ତାଙ୍କର ସହଯୋଗୀ। ଏହି ଘଟଣା ରେ ବେଙ୍ଗାଲୁରୁ ର ଡ଼ାକ୍ତର ଚନ୍ଦନ ଓ ତାଙ୍କର ସହଯୋଗୀ ନିଶାନ୍ତ ଙ୍କୁ ଗିରଫ କରାଯାଇଛି। ଉଭୟ ମହୀଶୂର ର ଏକ ହସ୍ପିଟାଲ ରେ କାର୍ଯ୍ୟ ମଧ୍ୟ କରୁଥିଲେ। ସେ ତିନି ବର୍ଷ ମଧ୍ୟରେ ୯୦୦ ରୁ ଅଧିକ ଗ-ର୍ଭ-ପା-ତ କରି ସାରିଛନ୍ତି। ଆଉ ସେ ପ୍ରତି ଗ-ର୍ଭ ନଷ୍ଟ କରିବା ପାଇଁ ମଧ୍ୟ ୩୦ ହଜାର ଟଙ୍କା ମଧ୍ୟ ନେଉଥିଲେ। ଘଟଣାରେ ହସ୍ପିଟାଲ ର ମ୍ୟାନେଜର ଓ ରେସେପ୍ସନିଷ୍ଟ ଙ୍କୁ ଚଳିତ ମାସ ପ୍ରାରମ୍ଭ ରେ ହିଁ ପୋଲିସ ଗିରଫ କରି ଦେଇଥିଲା। ସେଠାରେ ଏକ ଗୁଡ଼ ପ୍ରସ୍ତୁତ କାରଖାନା ଥିବା ବେଳେ ସେଠାରେ ହିଁ ଅଲଟ୍ରାସାଉଣ୍ଡ ସ୍କାନ ୟୁନିଟ ମଧ୍ଯ ଲାଗିଥିଲା। ସେଠାରେ ହିଁ ମହିଳା ମାନଙ୍କ ଗ-ର୍ଭ ପରୀକ୍ଷା କରାଯାଉ ଥିଲା। ଆଉ ଯେଉଁମାନେ ନଷ୍ଟ କରିବାକୁ ଚାହୁଁଥିଲେ, ସେମାନଙ୍କୁ ମହେଶୁର ସ୍ଥିତ ହସ୍ପିଟାଲ କୁ ମଧ୍ଯ ପଠାଇ ଦିଆ ଯାଉଥିଲା। ପୋଲିସ ଛାନବିନ କରୁଥିବା ସମୟରେ ଏହି ଅଲଟ୍ରାସାଉଣ୍ଡ ମେସିନ କୁ ମଧ୍ୟ ସେଠାରୁ ଜବତ କରିଛି। ଏହି ରାକେଟ ରେ ଆହୁରି ଅନେକଙ୍କ ସଂପୃକ୍ତି ଥିବା ନେଇ ବୋଲି ମଧ୍ୟ ସନ୍ଦେହ କରୁଥିବା ବେଳେ ଏହାର ତଦନ୍ତ ମଧ୍ୟ ଜାରୀ ରଖିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।
ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ, ଯାହା ଆପଣଙ୍କ ଆଖି ସମସ୍ୟାକୁ କରିବ ଦୂର ଶରୀରର ପ୍ରତ୍ୟେକ ଅଙ୍ଗ ଖୁବ ମହତ୍ତ୍ୱ ପୂର୍ଣ୍ଣ ହୋଇଥାଏ । ସେହିପରି ଆଖି ମଧ୍ୟ ଶରୀରର ଏକ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହା ବିନା ସବୁ କାମ ଅସମ୍ଭବ । କିନ୍ତୁ ନୀତିଦିନ କାମରେ ଆମେ ଆଖି ଉପରେ ଏତେ ଧ୍ୟାନ ଦେଇନଥାଉ । କଷ୍ଟ ହେଲାପରେ କେତେଜଣ ଚଷମା ବ୍ୟବହାର କରନ୍ତି ତ ଅନ୍ୟ କେତେଜଣଙ୍କର ମୋତିଆବିନ୍ଦୁ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଆଖିରେ ପାଣି ଆସିବା, ଆଖି ପୋଡିବା , ଲାଲ ପଡିଯିବା ଭଳି ଅନ୍ୟ ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ଏଥିପାଇଁ କିଛି ନିୟମ ରହିଛି ଯାହାକୁ ମାନିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । – ଅଁଳାରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି । ଏହାର ସେବନ ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ । ଆଖି ସୁସ୍ଥ ରହିଥାଏ । ଜ୍ୱଳନ ସମସ୍ୟା ହେଉଥିଲେ, ଏହି ଫଳକୁ ସେବନ କଲେ ଆରାମ ମିଳିଥାଏ । – ବାଦାମ, ମିଶ୍ରି ଓ ପାନମଧୁରୀକୁ ସମାନ ମାତ୍ରାରେ ନେଇ ପେଷ୍ଟ କରନ୍ତୁ । ଏହି ମିଶ୍ରଣକୁ ପ୍ରତିଦିନ ରାତିରେ କ୍ଷୀରରେ ମିଶାଇ ପିଅନ୍ତୁ । ଏହାକୁ ସେବନ କରିବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ । ଧ୍ୟାନ ରଖିବେ ଏହାର ସେବନ ପରେ ୨ଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବେ ନାହିଁ । – ଆଖିକୁ ସର୍ବଦା ସଫା ପାଣିରେ ଧୁଅନ୍ତୁ । ଏହାଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ । – ଏହାସହ ଆପଣ ଗାଜର, ଭିଟାମିନ ଇ ଆଦି ଖାଦ୍ୟ ଖାଇପାରିବେ । ଏହାଦ୍ୱାରା ଆଖି ଆପଣଙ୍କ ସୁସ୍ଥ ରହିବ ।
ଚୋରି ହୋଇଥିବା ୬ କିଲୋ ରୁପା ଜବତ, ୫ ଗିରଫ ଆସିକା (ମନୋଜ ମୁନୀ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପୁଲିସକୁ ଆଜି ମିଳିଛି ବଡ଼ ସଫଳତା। ଚୋରି ହୋଇଥିବା ରୁପା ଜବତ କରିଛି ପୁଲିସ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଗତ ମାସ ୧୬ ତାରିଖରେ ଇଲାକାର ପଥରା ଗାଁ ନିକଟରୁ ଜଣେ ରୁପା ବ୍ୟବସାୟୀଙ୍କଠାରୁ ବଡ଼ ଧରଣର ଲୁଟ୍ ହୋଇଥିଲା। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କଠାରୁ ଟଙ୍କା, ଗାଡି ଓ ରୁପା ଲୁଟ୍ କରିନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ମାତ୍ର ଅଭିଯୁକ୍ତଙ୍କୁ ଧରିପାରି ନଥିଲା। ଆଜି କବିସୂର୍ଯ୍ୟନଗର ଥାନା ପୁଲିସ ୫ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ସେମାନଙ୍କ ପାଖରୁ ୬ କିଲୋରୁ ଅଧିକ ରୁପା, ଗୋଟିଏ ମାଉଜର, ତିନି ରାଉଣ୍ଡ ଗୁଳି ଓ ଦୁଇଟି ମୋଟରସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ପୁରୁଷୋତ୍ତମପୁର ଏସଡିପିଓ ଅଶ୍ଵିନୀ ସାହୁ କହିଛନ୍ତି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ପୁରୁଣାର ରହିଛି ନିଆରା ମଜା। ତେଣୁ ବହୁ ପୁରୁଣା ବା ଆଣ୍ଟିକ ପିସର ଦାମ ଶୁଣିଲେ ମୁଣ୍ଡ ଘୁରେଇ ଦେବ। ଆଉ ସେହି ସବୁ ପୁରୁଣା ଜିନିଷ ଭିତରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ବିଶ୍ବର ସର୍ବ ପୁରାତନ ମଦ। କୁହାଯାଉଛି, ମଦର ବୟସ ୧୬୫୦ ବର୍ଷରୁ ଅଧିକ ହେବ। ସବୁଠାରୁ ଆଶ୍ଚର୍ଯ୍ୟ ଓ ଚକିତ କରୁଥିବା କଥାଟି ହେଉଛି କି, ଏହା ଆଜି ବି ତାର ସ୍ୱାଦ, ମାଦକତା ବଜାୟ ରଖିଛି। ବୋତଲର ଅବସ୍ଥା ଦେଖିଲେ ମନରେ ହୁଏତ ଘୃଣା ଭରିଯିବ, ହେଲେ ଭିତର ଜିନିଷ ଏବେ ମଧ୍ୟ ତାର ପୂର୍ବ ମାନ ଜାହିର କରୁଛି। ବିଶ୍ବାସ କରାଯାଉଛି, ଏହି ମଦ ପ୍ରାୟ ୩୨୫ରୁ ୩୫୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରସ୍ତୁତ ହୋଇଥିଲା। ବୋତଲର ଚାରିକଡରେ ଅଳିଆ, ଅପରିଷ୍କାର ଛାୟୀ ଯାଇଛି, ହେଲେ ଭିତରର ମଦ ଏବେ ମଧ୍ୟ ପାନୋପଯୋଗୀ ରହିଥିବା ବିଶେଷଜ୍ଞ କୁହନ୍ତି। ଏହି ବିରଳ ମାଦକର ୧୬ ବୋତଲ ଭିତରୁ ଗୋଟିଏ, ଯାହାକୁ ୧୮୬୭ରେ ଜର୍ମାନର ରୋମାନସ୍ଥିତ ଏକ ସମାଧି ଖୋଦେଇ ବେଳେ ଉଦ୍ଧାର କରାଯାଇଥିଲା। ବାହାରର ବାୟୁକୁ ରୋକିବା ପାଇଁ ଅଲିଭ ଅଏଲର ବ୍ୟବହାର କରାଯାଇଥିଲା। ବର୍ତ୍ତମାନ ବୋତଲରେ ଥିବା ଅବଶିଷ୍ଟାଂଶରୁ ଏହା ସ୍ପଷ୍ଟ କି ଏହା ମାଦକ ବିହୀନ ତରଳ ପଦାର୍ଥ ଓ ଏକ କଠିନ ଝୁଣା ଜାତୀୟ ଉପାଦାନରେ ପ୍ରସ୍ତୁତ ହୋଇଛି। ଏହି ପୁରୁଣା ମଦ ବୋତଲକୁ ଫଲ୍ଜା ଐତିହାସିକ ସଂଗ୍ରହାଳୟରେ ଶହେରୁ ଅଧିକ ବର୍ଷ ହେବ ପ୍ରଦର୍ଶନୀ ପାଇଁ ରଖାଯାଇଛି। ତେବେ ଭିତରେ ଥିବା ମଦର ସତେଜତାକୁ ଦେଖି ଏହାକୁ ପାନ କରିବାକୁ ଅନେକ ବିଶେଷଜ୍ଞ ଚିନ୍ତା କରୁଛନ୍ତି। ୧୬୫୦ ବର୍ଷ ପୁରୁଣା ଏହି ମଦକୁ ନେଇ ୱାଇନ ପ୍ରଫେସର ମୋନିକା ଖ୍ରୀଷ୍ଟମାନ କୁହନ୍ତି କି, ସୂକ୍ଷ୍ମ ଜୈବିକତା ଦୃଷ୍ଟିରୁ ଏହି ମଦ ନଷ୍ଟ ହୋଇନାହିଁ, କିନ୍ତୁ ଏହାର ରୂପରେଖକୁ ଦେଖିଲେ ଏହା ବ୍ୟକ୍ତିଙ୍କୁ ମଦର ଆନନ୍ଦ ଦେବ ନାହିଁ। ଖ୍ରୀଷ୍ଟମାନ ଆହିରି ମଧ୍ୟ କହିଛନ୍ତି କି ଏହାର ସ୍ୱାଦ ଉତ୍କଟ ହୋଇଥିବ ତଥା ବୋତଲ ଖୋଲିବା ମଧ୍ୟ ବିପଦଜନକ ହୋଇପାରେ।
ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ :ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅଧିନସ୍ଥ ଗୋମ୍ଭରିଆ ହାଟ ପଡ଼ିଆ ଠାରେ ଦୀର୍ଘ ଦୁଇ ବର୍ଷ କରୁଣା ମହାମାରୀ ପାଇଁ ବନ୍ଦ ଥିଲା। ତେଣୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଗମ୍ଭାରିଆ ହାଟ ପଡ଼ିଆ ଠାରେ ରାବଣ ପୋଡି ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗମ୍ଭାରିଆ ପଂଚାୟତର ସରପଂଚ ରାବଣ ଉପରେ ଅଗ୍ନି ସଂଯୋଗ କରିଥିଲେ । ଉକ୍ତ ଉତ୍ସବରେ ପ୍ରାୟ ଦେଢ ଲକ୍ଷ ଟଙ୍କାର ବୋମା ଓ ଆତସବାଜି ଫୁଟା ଯାଇଥିଲା ରାଇରଂଗପୁର ତଥା ଆଖପାଖ ଅଂଚଳରୁ ପାଖାପାଖି ୫ ହଜାର ଲୋକ ସମାଗମ ହୋଇଥିଲେ । ଏହି ଭବ୍ୟ କାର୍ୟକ୍ରମରେ ରାଇରଂଗପୁର ବିଧାୟକ ନବ ଚରଣ ମାଝୀ, ଜିଲ୍ଲା ପରିଷଦ ,ପୋଲିସ ପ୍ରଶାସନ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ମା ଦୁର୍ଗା ପାପୀ , ଦୂରାଚାରୀ ଓ ରାକ୍ଷସ ମହିଷାସୁର କୁ ମାରିବା ପାଇଁ ଏ ଧରାପୁଷ୍ଠକୁ ଆସିଥଲେ । ସେହିପରି ରାବଣ ସତୀ ସୀତାକୁ ଅପହରଣ କରି ଶେଷରେ ଶ୍ରୀ ରାମଚନ୍ଦ୍ର ଙ୍କ ଦ୍ବାରା ସେ ନିହିତ ହୋଇଥିଲେ । ମା ଦୁର୍ଗା ଓ ଶ୍ରୀରାମ ଅସତ୍ୟର କାଳିମାକୁ ପୋଛିବା ପାଇଁ ଏ ଧରାରେ ଅବତରଣ କରି ପାପୀ ଓ ଅତ୍ୟାଚାରୀ ମହିଷାସୁର ଓ ରାବଣକୁ ଏ ଧରାପୁଷ୍ଠରୁ ଲୋପ କରିଥିଲେ । ଏଣୁ ଲୋକେ ମଧ୍ୟ ଏହି ଦୁର୍ଗା ପୂଜାରେ ରାବଣ ପ୍ରତିମା କରି ତାହାକୁ ବୋମା ଓ ଆତସବାଜିରେ ଫୁଟାଇ ଆନନ୍ଦ ଉପଭୋଗ କରିଥାନ୍ତି ।
04 ଜୁନ୍ 2021, ଶୁକ୍ରବାର :- କର୍କଟ ରାଶି ସମେତ ଏହି ଅନ୍ୟ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ କର୍ମକ୍ଷେତ୍ରରେ ସ୍ଥିତି ମଜବୁତ ରହିବା ସହ ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବୃଦ୍ଧି ପାଇବ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ଆଜି ଆମେ ଆପଣଙ୍କୁ ୦୪ ମଇ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା'ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ କାର୍ଯ୍ୟ କରିବାକୁ ମନରେ ତତ୍ପରତା ପ୍ରକାଶ କରିବେ । ଦୀର୍ଘ ଦିନରୁ କର୍ମକ୍ଷେତ୍ରରେ ଲାଗିଥିବା ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟରେ ଆଶଜନକ ସଫଳତା ନ ମିଳିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । କର୍ମକ୍ଷେତ୍ରରେ ବିନମ୍ର ସ୍ଵଭାବ ଯୋଗୁଁ ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଅଫିସରେ ସହକର୍ମୀମାନଙ୍କ ସହ ବ୍ୟବହାର ଭଲ ରହିବ । ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସରକାରୀ ସ୍ତରରୁ ଆଶା କରୁଥିବା ସାହାଯ୍ୟ ସହାୟତା ପାଇପାରିବେ । ବନ୍ଧୁଙ୍କ ସହ ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । କଥାବାର୍ତ୍ତାରେ ସଂଯମତା ରଖନ୍ତୁ ଏବଂ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ; ଆପଣଙ୍କ ପାଇଁ ଭଲ ରହିବ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ପାରିବାରିକ ସ୍ତରରେ କେତେକ ବ୍ୟତିକ୍ରମ ଲାଗିଥିଲେ ମଧ୍ୟ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଶୁଭରଙ୍ଗ: ଗୋଳାପୀ । ଆରାଧନା: ମାଆ ବିମଳା । ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ) ଇଷ୍ଟଦେବୀଙ୍କ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ଆଜି ପରିସ୍ଥିତି ଯେତିକି ଜଟିଳ ଭାବୁଛନ୍ତି ବାସ୍ତବରେ ସେହିପରି କିଛି ହେବ ନାହିଁ । ଧୌର୍ଯ୍ୟଧରି କାର୍ଯ୍ୟ କରନ୍ତୁ, ସଫଳତା ନିଶ୍ଚୟ ପାଇବେ । ବ୍ୟବସାୟ ଜନିତ ନୂଆ ନୂଆ ବିଚାର ମନକୁ ଆସିବ । ଅଫିସ ପରିସରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚପ୍ରଶଂସିତ ହେବେ । ତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଅବହେଳାବଶତଃ ଗୁରୁତ୍ୱପୂର୍ଣ୍ଣ କାମଟିକୁ କରି ନ ପାରି ଦୁଃଖ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା । ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ) ଆଜି ପକ୍ଷପାତିତାକୁ ଭିତ୍ତି କରି ସମସ୍ୟାର ଜାଲରେ ଛନ୍ଦି ହୋଇପାରନ୍ତି କିନ୍ତୁ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ସ୍ୱାସ୍ଥ୍ୟ ଉନ୍ନତମନର ରହିବ । ମନରେ ନୂତନ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ହେବ ଓ କର୍ମକ୍ଷେତ୍ରକୁ ସରସ ଓ ସୁନ୍ଦର କରିପାରିବେ । ବକ୍ ଚତୁରତାରେ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଦ୍ଵାରା କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ କାର୍ଯ୍ୟର ଚାପ ଅଧିକ ରହିବ । ସହକର୍ମୀଙ୍କ ସହାୟତାରେ କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ସମର୍ଥ ହେବେ । ସାମାଜିକ ସ୍ତରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡିବାକୁ ପଡିପାରେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ପରିବାରରେ ପିତାଙ୍କ ସହ ମତପାର୍ଥକ୍ୟ ଅଶାନ୍ତିର କାରଣ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା । କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ) ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । କର୍ମକ୍ଷେତ୍ରରେ ନିଜ ଇଚ୍ଛା ମୁତବକ କାର୍ଯ୍ୟ କରିବେ ଓ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ଏବଂ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନିଜ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଅଫିସରେ ଦୁଃସାଧ୍ୟ କାର୍ଯ୍ୟକୁ ହାତକୁ ନେଇ ସହଜରେ ସମ୍ପନ୍ନ କରିନେବେ, ଯାହାଫଳରେ ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ , ଆଲୋଚନା କ୍ଷେତ୍ର, ସଙ୍ଗଠନ ଓ ରାଜନୀତି ସକାଶେ ପ୍ରାୟତଃ ଅସୁବିଧା ହେବନାହିଁ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ସାମୟିକ ଖୁସି ହେବେ । ଅତି ବିଶ୍ୱସ୍ତ ଲୋକଠାରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ଉନ୍ନତ ସ୍ଵାସ୍ଥ୍ୟ, ନୂତନ ସମ୍ପର୍କ ମଧ୍ୟରେ ମନ ପ୍ରଫୁଲ୍ଲ ରହିବ । ଜୀବନସାଥୀ ଏବଂ ପିଲାମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭଦ୍ରକାଳୀ । ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ) ଉତ୍ଥାନ-ପତନ ଦେଇ ଗତି କରିବାକୁ ପଡିବ । ଯେତେ ଚେଷ୍ଟା କରିଲେ ମଧ୍ୟ ସତ କଥାଟିକୁ ଲୁଚାଇ ରଖିପାରିବେ ନାହିଁ । କାହା ସହିତ କଥାବାର୍ତ୍ତା କରିବା ସମୟରେ, ଶବ୍ଦ ସଂଯୋଜନା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବା ସହ ଖର୍ଚ୍ଚର ପରିମାଣ ହଠାତ୍ ବୃଦ୍ଧି ପାଇବା ଫଳରେ ମାନସିକ ସ୍ତରରେ ସରସତା ରହିବ ନାହିଁ । ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଆର୍ଥିକ ଅନଟନ କାରଣରୁ କେତେକ କାର୍ଯ୍ୟ ହାତ ପାହାନ୍ତାରୁ ଚାଲିଯିବ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ କିନ୍ତୁ ସଂପୂର୍ଣ୍ଣ ହୋଇପାରିବ ନାହିଁ । ପାରିବାରିକ ସ୍ତରରେ ବିଭିନ୍ନ ବିଭିନ୍ନ ପ୍ରକାରର ଝମେଲା ମଧ୍ୟଦେଇ ଗତି କରିବାକୁଇ ପଡିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ । କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ) ଦିନଟି ଆପଣଙ୍କ ପାଇଁ ଉଭୟ ସୁଖ ଓ ଦୁଃଖର ମିଶ୍ରଣ ନେଇ ଆସିବ । ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ, ଯାହାଫଳରେ ମାନସିକ ସ୍ଥିତି ଭଲ ରହିବ ନାହିଁ । ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ବ୍ୟବସାୟରେ ସାମାନ୍ୟ ମନ୍ଥର ରହିବା, ଯାହାଫଳରେ ମନ ପ୍ରସନ୍ନ ରହିବା ନାହିଁ । ପ୍ରକାଶନ, ପ୍ରଶାସନ, ଆଲୋଚନା ପରିସର ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ବିତର୍କର ସମ୍ମୁଖୀନ ହେବେ । ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ପ୍ରଭୁ ହନୁମାନ । ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ) ଆଖପାଖର ସୁଖଦ ବାତାବରଣ ମନକୁ ଆନନ୍ଦ ଦେବ କିନ୍ତୁ କର୍ମକ୍ଷେତ୍ରରେ ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ବନ୍ଧୁ ଓ ସହକର୍ମୀଙ୍କ ସହାୟତା ମିଳିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ । ଅଫିସରେ ଉପରିସ୍ଥଙ୍କ ଆଦେଶରେ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି । ଶତ୍ରୁ କିମ୍ଭା ସହକର୍ମୀଙ୍କ ସହିତ ବାଦ-ବିବାଦ କିମ୍ବା ଉଗ୍ର ଚର୍ଚ୍ଚା ନ ହେଉ, ସେଥିପ୍ରତି ଧ୍ୟାନ ରଖନ୍ତୁ । ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ । ଭୁଲ୍ ଖବର ପାଇ ମାନସିକ ସ୍ତରରେ ବିଚଳିତ ହୋଇପାରନ୍ତି । ଆଲୋଚନା ଓ ସମାଲୋଚନା ମଧ୍ୟରେ ପାରିବାରିକ ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ । ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଶୁଭରଙ୍ଗ: ସବୁଜ । ଆରାଧନା: ହନୁମାନ । ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ) ଦୁଃଖ ଓ କଷ୍ଟରୁ ମୁକ୍ତି ପାଇବା ପାଇଁ କେବଳ ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ନାନା ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗିରହିବା ଫଳରେ ମନରେ ଆନନ୍ଦ ରହିବ ନାହିଁ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ବିଶ୍ଵାସ କରୁଥିବା ଲୋକଟି ହିଁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବ । ଘୋରାଇ ଆବଶ୍ୟକତା ପୂରଣ କରିବା ନିମନ୍ତେ ବନ୍ଧୁ ଓ ସହକର୍ମୀଙ୍କ ଠାରୁ ଧାର କରଜ କରିବାକୁ ପଡିବ । ଅଫିସରେ ସମସ୍ତ କଥାକୁ ହାଲୁକା ଭାବରେ ଗ୍ରହଣ କରିଲେ ଅସୁବିଧାରେ ପଡିବେ । ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରିବା ଅର୍ଥ ମରିଚିତ ପଛରେ ଦୌଡିବା । ସମାଜିକ କ୍ଷେତ୍ରରେ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲାଗିରହିଥିବା ଦ୍ଵନ୍ଦ ଦୂର ହେବ । ଅର୍ଥ ଜନିତ ସଙ୍କଟ ଓ ପିଲାଙ୍କ ସ୍ୱାସ୍ଥ୍ୟହାନି ଯୋଗୁଁ ମାନସିକ ସ୍ତରରେ ଦ୍ଵନ୍ଦ ଲାଗିରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ । ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ) ଖର୍ଚ୍ଚର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି । ଯେକୌଣସି କାର୍ଯ୍ୟ ହାସଲ କରିଲେ ମଧ୍ୟ ମୋଟା ଅଙ୍କର ଅର୍ଥ ବ୍ୟୟ କରିବାକୁ ପଡିବ । ତେଣୁ ଆର୍ଥିକ ଦିଗ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କୁ ଜୋର ଦେଇ କହିବା କାରଣରୁ ସେମାନେ ମୁହଁ ଫୁଲାଇ ଆପଣଙ୍କୁ ଭୁଲ ବୁଝିବେ । ଅତି ବିଶ୍ୱସ୍ଥ ଲୋକ ଠାରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । କେତେକ କ୍ଷେତ୍ରରେ ନିଜ ଲୋକମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେବେ । ସାମାଜିକ ସ୍ତରରେ କେବଳ କୌଶଳପୂର୍ଣ୍ଣ ଓ ବିନୟପୂର୍ଣ୍ଣ କଥା କହି କାମ ହାସଲ କରିବାକୁ ପଡିବ । ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗିରହିଥିଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା । ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ) ସମୟ କ୍ରମରେ ପରିସ୍ଥିତି ବଦଳିଯିବ ଓ ଅନୁକୂଳ ପରିସ୍ଥିତି ମଧ୍ୟରେ ଦିନ ଅତିବାହିତ କରିବେ । ବ୍ୟବସାୟ ବାଣିଜ୍ୟରେ ବୁଦ୍ଧି ଓ କୌଶଳକୁ ପାଥେୟ କରି ସମସ୍ୟାର ସମାଧାନ କରିନେବେ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ ପରିସରରେ ଅନୁଷ୍ଠିତ ଆଜିର ବୈଠକରେ ଯୁକ୍ତିଯୁକ୍ତ କଥା କହି ଅସଜଡା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସମର୍ଥ ହେବେ । ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହ କର୍ମକ୍ଷେତ୍ରରେ ପାରିବାରିକ ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥ ପାଇବେ । କିନ୍ତୁ ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କହାନୀ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ । ବିବାହିତ ଜୀବନ ଅତ୍ୟନ୍ତ ସୁନ୍ଦର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ । କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା) ସମ୍ୟକ କଷ୍ଟଦୟାକ ମଧ୍ୟରେ ଦିନଟି ଅତିବାହିତ ହେବ । ବୃତ୍ତିଗତ କର୍ମରେ ଅର୍ଥ ବିନିଯୋଗ କରିବା ପୂର୍ବରୁ ପାରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । ଆର୍ଥିକ ଅବସ୍ଥା ଶୋଚନୀୟ ରହିବ । ଆଜି ଅଫିସରେ କିଛି ଭ୍ରଷ୍ଟାଚର ଅଫିସର ମିଥ୍ୟା ଆରୋପ ଲଗାଇବା ଫଳରେ ମନରେ କାର୍ଯ୍ୟ କରିବାର ଇଚ୍ଛା ମନ୍ଥର ହୋଇଯିବ । ବ୍ୟବସାୟକୁ ଅଗ୍ରଗତି କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପାରିବାରିକ ସ୍ତରରେ ଛୋଟିଆ ଛୋଟିଆ କଥାଗୁଡିକ ବଡ ଆକାରରେ ଚିନ୍ତା କରି ମାନସିକ ଅବସାଦର ଶିକାର ହୋଇପାରନ୍ତି । ଅଧିକାଂଶ କ୍ଷେତ୍ରରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ପରିବାରରେ ବୟସ୍କ ପିତା କିମ୍ବା ମାତାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ । ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି) ସୁନ୍ଦରମୟ ପରିବେଶ ମଧ୍ୟରେ ପାରିବାରିକ ଜୀବନ ଅତିବାହିତ କରିବେ । ଆଜି କର୍ମକ୍ଷେତ୍ରରେ ନିଜର ଦୃଢ ପ୍ରତିଭା ଓ ଦକ୍ଷତା ବଳରେ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବେ । ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିବନ୍ଧକ କ୍ରମଶଃ ଦୂରେଇଯିବ ଓ କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ସଭାସମିତି କିମ୍ବା ଆଲୋଚନା ପରିସରରେ କିଛି ଜଟିଳ ପରିସ୍ଥିତିର ସାମ୍ନା କରିପାରନ୍ତି, ତେଣୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ । ସାମାଜିକ ଦାୟିତ୍ୱଗୁଡିକ ସୁରୁଖୁରୁରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ରାଜନୀତିକ ସ୍ତରରେ ଲୋକ ସମର୍ଥନ ପାଇବା ଫଳରେ ଉନ୍ନତି ପଥରେ ଆଗେଇବେ । ସ୍ୱାସ୍ଥ୍ୟରେ ଉତ୍ଥାନପତନ ଲାଗିରହିବ । ସୁଖଶାନ୍ତିର ସହ ବୈବାହିକ ଜୀବନ ଅତିବାହିତ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରିଣୀ ।
ଲୋକଙ୍କ ନିକଟତର ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ – ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତରେ କହିଛନ୍ତି, ସଙ୍କଟ ସମୟରେ ଆମ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଏହା ଆହୁରି ନିକଟତର ହୋଇଥାଏ। ସେ କହିଛନ୍ତି, ଦେଶରେ ଥିବା ସଂଗ୍ରହାଳୟ ଏବଂ ପାଠାଗାରଗୁଡ଼ିକ ସେମାନଙ୍କ ପାଖରେ ଗଚ୍ଛିତ ଥିବା ସଂଗ୍ରହଗୁଡ଼ିକୁ ଡିଜିଟାଲ୍ ମାଧ୍ୟମରେ ରୂପାନ୍ତରିତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏ ଦିଗରେ ଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟ ଅଭୂତପୂର୍ବ ସଫଳତା ହାସଲ କରିଛି। ଇତିମଧ୍ୟରେ ସେହି ସଂଗ୍ରହାଳୟ ୧୦ଟି ଭର୍ଚୁଆଲ୍ ଗ୍ୟାଲେରୀ ସୃଷ୍ଟି କରିପାରିଛି। ଜନସାଧାରଣ ସେମାନଙ୍କ ଘରେ ବସି ନିଜ ଦେଶର ସଂସ୍କୃତି ବିଷୟରେ ସବୁ ତଥ୍ୟ ପାଇପାରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଦେଶର ସାଂସ୍କୃତିକ ଐତିହ୍ୟକୁ ଅଧିକରୁ ଅଧିକ ଲୋକଙ୍କ ନିକଟତର କରାଯାଇ ପାରୁଛି। ଏହାଫଳରେ ଏହି ସାଂସ୍କୃତିକ ବିଭବକୁ ଅଧିକ ଦିନ ଯାଏଁ ସଂରକ୍ଷଣ କରି ରଖାଯାଇ ପାରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଅଜନ୍ତା ଗୁମ୍ଫାରେ ଚିତ୍ରିତ ସାଂସ୍କୃତିକ ବିଭବ ଓ କଳାନୈପୁଣ୍ୟକୁ ଡିଜିଟାଲ୍ କରାଯାଇଥିବା ଏବଂ ପୁନଃବ୍ୟବସ୍ଥିତ କରାଯାଇଥିବା କହିଛନ୍ତି। ସେ କହିଛନ୍ତି, କିଛିଦିନ ପୂର୍ବେ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ ହୋଇଯାଇଛି। କରୋନା ମହାମାରୀ ସଙ୍କଟ ସତ୍ତ୍ବେ ଜନସାଧାରଣ ବହୁ ସଂଖ୍ୟାରେ ଏହି ସପ୍ତାହ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ କାନାଡ଼ାରୁ ବହୁ ପୁରାତନ ଦେବେୀ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଦେଶକୁ ଆସୁଥିବା କଥା କହିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୯୧୩ ମସିହା ବେଳକୁ ବାରାଣାସୀର ଏକ ମନ୍ଦିରରୁ ଦେବୀ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଚୋରି ହୋଇଥିଲା ଏବଂ ଦେଶ ବାହାରକୁ ଚାଲିଯାଇଥିଲା। ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ କାନାଡ଼ା ସରକାରଙ୍କୁ ଏହି ମୂର୍ତ୍ତି ଫେରସ୍ତ ନେଇ ପଦକ୍ଷେପ ଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତବର୍ଷରୁ ଅନେକ ମୂଲ୍ୟବାନ ମୂର୍ତ୍ତି ଚୋରା ଚାଲାଣ ହୋଇ ଆନ୍ତର୍ଜାତିକ ବଜାରରେ ବିକ୍ରି କରାଯାଇଛି। ତେବେ ସେଗୁଡ଼ିକୁ ଫେରାଇ ଆଣିବା ଲାଗି ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି। କିଛି ବର୍ଷ ମଧ୍ୟରେ ଏହିଭଳି ଅନେକ ମୂର୍ତ୍ତି ଏବଂ ଚିତ୍ର କାରୁକାର୍ଯ୍ୟ ଦେଶକୁ ଫେରାଇ ଅଣାଯାଇପାରିଥିବା ସେ କହିଛନ୍ତି।
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାରେ ଅନୁଷ୍ଠିତ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୭୬୦ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୫୬୧୩୯୦୦ ଟଙ୍କା ଆଦାୟ ହୋଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଶନିବାର ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁରରେ ଦୀର୍ଘ ଦିନ ଧରି ପଡିରହିଥିବା ୨୯୨ଟି ମାମଲାର ଫଇସଲା ହୋଇ ଜୋରିମାନା ବାବଦକୁ ୫୫୧୨୪୦୦ ଟଙ୍କା, ରାଜସ୍ବ ସମ୍ବନ୍ଧିତ ୧୪୬୧ଟି ମାମଲା ଫଇସଲା ଜୋରିମାନା ବାବଦକୁ ୩୧୯୦୦ ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୭ ଟି ମାମଲାର ଫଇସଲା ହୋଇ ଜୋରିମାନା ବାବଦକୁ ୬୯୬୦୦ ଟଙ୍କା ଆଦାୟ ହୋଇଛି। ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ସତ୍ୟନାରାୟଣ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡା ପରିଚାଳନା କରିଥିଲେ। ଏଥିରେ ପରିବାର ଅଦାଲତର ବିଚାରପତି ଅମୃତ ରଞ୍ଜନ ନନ୍ଦ, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଏସ.ଏ.କେ ଜାହିରା ଅହମଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶିନି, ମହିଳା କୋର୍ଟର ବିଚାରପତି ଶ୍ରୀମତି ଶୋନଲ ସର୍ମା, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ସବ୍ ଜଜ୍ ସୋମ୍ୟରୂପ ସାହୁ, ଉପଖଣ୍ଡୀୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ଗ୍ରାମ୍ୟ ନ୍ୟାୟଧିକାରୀ ଚନ୍ଦନ କୁମାର ଦେହୁରୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।
ଖୋର୍ଦ୍ଧା: ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଦଧିମାଛ ଗାଡ଼ିଆଠାରେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରରୁ ରଥ ବାହାରି ହନୁମାନ ମନ୍ଦିର ନିକଟକୁ ଯାଇଥିଲା । ରଥରେ ଶ୍ରୀଜିଉଙ୍କ ପହଣ୍ଡି ହେବା ପରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଛେରାପହଁରା ସଂପାଦିତ ହୋଇଥିଲା । ପୁରୀ ଶ୍ରୀକ୍ଷେତ୍ରସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ସଂଗ୍ରହ ହୋଇଥିବା ଦଧିମାଛଗାଡ଼ିଆ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଏହି ରଥଯାତ୍ରା ଦେଖିବାକୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଚଦୁର୍ଦ୍ଧା ମୂର୍ତ୍ତି ଥିବା ଏହି ରଥ ଚାଲୁଥିବା ସମୟରେ କାହାଳୀ, ମୃଦଙ୍ଗ, ସଂକୀର୍ତ୍ତନର ତାଳେ-ତାଳେ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ରଥଯାତ୍ରା ଉତ୍ସବକୁ ଭୁବନ ବିହାରୀ ପଟ୍ଟନାୟକ, ସହଦେବ ବିଶ୍ୱାଳ, ମଦନ ବିଶ୍ୱାଳ, ଲିଟୁ, ରିଲା ଆଦି ପରିଚାଳଣା କରିଥିଲେ ।
ନୂଆଦିଲ୍ଲୀ ୧୮ ସେପ୍ଟେମ୍ବର (ଓଡିଆ ପୁଅ) ପେଟିଏମ୍ ଗୁଗୁଲ୍ ପ୍ଲେରୁ ହଟାଇ ଦିଆଯାଇଛି। କମ୍ପାନୀ ନିଶ୍ଚିତ କରିଛି ଯେ, ଏହାର ଅପସାରଣ ପଛର କାରଣ ହେଉଛି ଗୁଗୁଲ ପ୍ଲେ ଷ୍ଟୋର ନୀତି ଉଲ୍ଲଂଘନ। ପେଟିଏମ୍ କମ୍ପାନୀ ଦ୍ୱାରା ଆପରେ ଫାଣ୍ଟାସି କ୍ରିକେଟ୍ ଟୁର୍ନାମେଣ୍ଟକୁ ଯୋଡ଼ିବା। ଅବଶ୍ୟ ଆଇଓଏସ୍ ପାଇଁ ପେଟିଏମ୍ ଆପ୍ ଆପଲ୍ ଆପ୍ ଷ୍ଟୋର୍ମାଧ୍ୟମରେ ଡାଉନଲୋଡ୍ ପାଇଁ ଉପଲବ୍ଧ। ପେଟିଏମ୍ ଆପ୍ ବ୍ୟତୀତ ଗୁଗୁଲ୍ ପ୍ଲେ ଷ୍ଟୋର ମଧ୍ୟ ଏହାର ଷ୍ଟୋରରୁ ପେଟିଏମ୍ ଫାଷ୍ଟ ଗେମ୍ସ ଆପ୍ ହଟାଇ ଦେଇଛି। ଯେଉଁଥିରେ ସମାନ ପାଣ୍ଟାସି କ୍ରିକେଟ୍ ପିଟର ଅନ୍ତର୍ଭୂକ୍ତ ହୋଇଛି, କିନ୍ତୁ ପ୍ରକୃତରେ ଏହା କ୍ରିକେଟ୍ ବେଟିଂ ସହିତ ସଂସ୍ଲିଷ୍ଟ। ପେଟିଏମ୍ ଆପ୍ ର ଗୁଗୁଲ୍ ପ୍ଲେ ଷ୍ଟୋର ତାଲିକାରେ ବର୍ତ୍ତମାନ ଏକ ତ୍ରୁଟି ଦୃଶ୍ୟମାନ ହେଉଛି, ଯେଉଁଥିରେ ଲେଖା ଅଛି, "ଆମେ ଦୁଃଖିତ, ଅନୁରୋଧ କରାଯାଇଥିବା URL ଏହି ସର୍ଭରରେ ଉପଲବ୍ଧ ନାହିଁ।" ଆଣ୍ଡ୍ରଏଡ୍ ଡିଭାଇସରେ ବ୍ୟବହାରକାରୀମାନେ ମଧ୍ୟ ପୂର୍ବର ଗୁଗୁଲ୍ ପ୍ଲେରୁ ଆପ୍ ଡାଉନଲୋଡ୍ କରିବାକୁ ସକ୍ଷମ ନୁହଁନ୍ତି। ଅବଶ୍ୟ, ବିଦ୍ୟମାନ ଉପଭୋକ୍ତା, ଯେଉଁମାନେ ପୂର୍ବରୁ ସେମାନଙ୍କ ଡିଭାଇସରେ ଆପ୍ ଇନଷ୍ଟାଲ୍ କରିସାରିଛନ୍ତି, ମୋବାଇଲ୍ ୱାଲେଟ୍ ଏବଂ କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସେବା ବ୍ୟବହାର ଜାରି ରଖିପାରିବେ। ଏହାପୂର୍ବରୁ ଶୁକ୍ରବାର ଦିନ ଗୁଗୁଲ ଏକ ବ୍ଲଗ ପୋଷ୍ଟ କରିଥିଲା ଯେଉଁଥିରେ ଗ୍ୟାମ୍ବଲିଂ (ଜୁଆ ଖେଳ) ନୀତି ବିଷୟରେ କମ୍ପାନୀ ବିସ୍ତୃତ ଭାବରେ ଏହି ବ୍ଲଗ୍ ପୋଷ୍ଟରେ ଲେଖିଥିଲା, ଯାହା ଆପ୍ ଡେଭଲପର୍ମାନଙ୍କୁ ଖେଳ ବେଟିଂ କରିବାକୁ ପ୍ରଶୟ ଦେଇନଥାଏ। ନିକଟରେ ଘୋଷିତ ପାଣ୍ଟାସି କ୍ରିକେଟ୍ ଟୁର୍ନାମେଣ୍ଟ ମାଧ୍ୟମରେ ପେଟିଏମ୍ ଦ୍ୱାରା ଏହା ଏକ ଫିଚର ଥିଲା ଏବଂ ଶେଷରେ ଗୁଗୁଲ ଏହାର ପ୍ଲାଟଫର୍ମରୁ ଆପ୍ କୁ ହଟାଇ ଦେଇଛି। ଗୁଗୁଲ ଏହାର ବ୍ଲଗ୍ ପୋଷ୍ଟରେ କହିଛି ଯେ, ଆମେ ଅନଲାଇନ୍ କାସିନୋକୁ ଅନୁମତି ଦେଉ ନାହୁଁ କିମ୍ବା କୌଣସି ଅନିୟମିତ ଜୁଆ ଖେଳକୁ ସମର୍ଥନ କରୁ ନାହୁଁ, ଯାହା ସ୍ପୋର୍ଟ୍ସ ବେଟିଂ ପ୍ରଦାନ କରିଥାଏ। ଏହା ଅନ୍ତର୍ଭୂକ୍ତ କରେ ଯେ, ଯଦି ଏକ ଆପ୍ ଉପଭୋକ୍ତାମାନଙ୍କୁ ଏକ ବାହ୍ୟ ୱେବସାଇଟ୍ କୁ ନେଇଥାଏ, ଯାହା ସେମାନଙ୍କୁ ପ୍ରକୃତ ଟଙ୍କା କିମ୍ବା ନଗଦ ପୁରସ୍କାର ଜିତିବା ପାଇଁ ଦିଆଯାଇଥିବା ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଥାଏ, ଏହା ଆମର ନୀତିର ଉଲ୍ଲଂଘନ ଅଟେ। " ପେଟିଏମ୍ ଆପ୍ ହଟାଇବାର ଏହା ହେଉଛି କାରଣ ବୋଲି କମ୍ପାନୀ ନିଶ୍ଚିତ କରିଛି। କିନ୍ତୁ, ଗୁଗୁଲ୍ ଷ୍ଟୋରରେ ପେଟିଏମ୍ ଫର୍ ବିଜନେସ୍, ପେଟିଏମ୍ ମଲ୍, ପେଟିଏମ୍ ମନି ଭଳି ଆପ୍ ଅକ୍ଷୁର୍ଣ୍ଣ ରହିଛି। ଏହା ପରେ ପେଟିଏମ୍ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛିଯେ, ପ୍ରିୟ ପେଟିଏମ୍ ବ୍ୟବହାରକାରୀ, ଗୁଗୁଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ ଏବଂ ଅପଡେଟ୍ ପାଇଁ ପେଟିଏମର ଆଣ୍ଡ୍ରଏଡ୍ ଆପ୍ ବର୍ତ୍ତମାନ ଉପଲବ୍ଧ ନୁହେଁ। ଖୁବ୍ ଶୀଘ୍ର ଏହି ସମସ୍ୟା ଦୂର ହୋଇଯିବ। ଆପଣଙ୍କର ସମସ୍ତ ଟଙ୍କା ସୁରକ୍ଷିତ ଅଛି। ଯଦି ଆପଣଙ୍କର ପୂର୍ବରୁ ପେଟିଏମ୍ ଆପ୍ ଅଛି ତେବେ ଆପଣ ସେବାକୁ ଉପଭୋଗ କରିବା ଜାରି ରଖିବେ।
ଲଣ୍ଡନ,୪।୫: ବ୍ରିଟେନ୍ରେ ରହିଥିବା ଚନ୍ଦ୍ର ପଥର ୧୯ କୋଟି ଟଙ୍କାରେ ନିଲାମ ହେବ। ଏହି ୧୩.୫ କିଲୋଗ୍ରାମ୍ ଓଜନର ପଥରକୁ ଲଣ୍ଡନର କ୍ରିଷ୍ଟି ନିଲାମ ହାଉସ୍ରେ ରଖାଯାଇଛି। ଏହାକୁ ଏନ୍ଡବ୍ଲ୍ୟୁଏ-୧୨୬୯୧ ଭାବେ ନାମିତ କରାଯାଇଛି। ପୃଥିବୀ ପୃଷ୍ଠରେ ମିଳିଥିବା ଏହା ହେଉଛି ୫ମ ସର୍ବ ବୃହତ୍ ଟୁକୁଡ଼ା। ଏହାର ଆକାର ଏକ ଫୁଟବଲ ପରି। ପୃଥିବୀରେ ମୋଟ ୬୫୦ କିଲୋଗ୍ରାମ୍ ଓଜନର ଚନ୍ଦ୍ର ପଥର ଖଣ୍ଡ ରହିଛି। ଏଗୁଡ଼ିକ ଉଲକା ପିଣ୍ଡ ଦ୍ୱାରା ପୃଥିବୀରେ ଖସି ପଡ଼ିଥିଲା। ପରବର୍ତ୍ତୀ ସମୟରେ ପଥରଖଣ୍ଡ ଗୁଡ଼ିକୁ ଆମେରିକା ଆପୋଲୋ ମିଶନରେ ଅଣାଯାଇଥିବା ଚନ୍ଦ୍ରର ପଥର ଟୁକୁଡ଼ା ସହିତ ପରୀକ୍ଷା କରାଯାଇଥିଲା ଜଣା ପଡ଼ିଥିଲା। ଏସବୁରେ ସାମ୍ୟତା ରହିଥିବା କ୍ରିଷ୍ଟି ନିଲାମ ହାଉସ୍ ମୁଖ୍ୟ ଜେକ୍ସ୍ ହାଇସ୍ଲୋପ୍ କହିଛନ୍ତି।
ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଲଣ୍ଡନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସପ୍ତାହେ ହେଲାଣି ସେ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ୧୦ଦିନ ପରେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଏପ୍ରିଲ ୬ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ଏପ୍ରିଲ ୯ରେ ତାଙ୍କୁ ଆଇସିୟୁରୁ ବାହାର କରାଯାଇଥିଲା । ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବାରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏବେ ସେ ଘରେ ରହି ବିଶ୍ରାମ କରିବା ସହ କୌଣସି କାମ କରିବେ ନାହିଁ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ମାର୍ଚ୍ଚ ୨୭ରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ଭାଇରସର ଦ୍ୱାରା ଆକ୍ରାନ୍ତ ହୋଇଥିବା କହିଥିଲେ । ଏ ନେଇ ସେ ନିଜେ ନିଜ ଟୁଇଟ ଆକାଉଣ୍ଟ ଜରିଆରେ ସୂଚନା ଦେଇଥିଲେ।
ରାମଗଡ: ରାଜସ୍ଥାନର ଅଲୱର ଜିଲ୍ଲାର ରାମଗଡ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡନାର ବିଷୟ ପାଲଟିଛି । ନାବାଳିକା ଜଣକ ପାଣି ଆଣିବାକୁ ଯାଇଥିବା ବେଳେ ୪ଜଣ ଦୁବୃର୍ତ୍ତ ଅପହରଣ କରି ସ୍ଥାନୀୟ କିଶନଗଡକୁ ନେଇଯାଇ ଏକ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ କରିବା ପରେ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ । ଅଭିଯୁକ୍ତମାନେ ଫେରାର ବେଳେ ଗ୍ରାମବାସୀମାନେ ୩ ଜଣଙ୍କୁ କାବୁ କରିଛନ୍ତି ଓ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାକୁ ନେଇ ରାମଗଡ ଡିଏସପି କହିଛନ୍ତି, ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ପୀଡିତାଙ୍କ ମେଡିକାଲ ଯାଞ୍ଚ କରାଯାଇ ଅଧିକ ତଦନ୍ତ ଜାରି ରହିଛି । Print of Odisha 3405 posts 0 comments Prev Post Next Post
ସାଲେପୁର୨୦/୧୨: ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟିପଡିଲା କାର। ଅଳ୍ପକେ ବର୍ତ୍ତିଗଲେ କାର ଚାଳକ।କଟକ ଜିଲ୍ଲା ସାଲେପୁର କୁଅଁପାଳ ରାସ୍ତାର ବୁଦାମୁଣ୍ଡାଇ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। କାର ଚାଳକ ହେଲେ ମାହାଙ୍ଗା ଥାନା ପୁରୁଣାମଠ ଅସ୍ତପୁର ଅଞ୍ଚଳର ରଞ୍ଜିତ କୁମାର ଦାସ। ସେ ସାଲେପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ କାରଟି ବିଲ ଭିତରକୁ ଓଲଟି ପଡିଥିଲା। ହେଲେ ଭାଗ୍ୟବଶତଃ କାର ଚାଳକ ରଞ୍ଜିତ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି କାର ଚାଳକ ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ସାଲେପୁର ମେଡିକାଲ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଆଜି (ବୁଧବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପହଞ୍ଚିବେ। ୨୮ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ରାଷ୍ଟ୍ରପତି ପ୍ରଥମେ ରାଞ୍ଚିର ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ସାରି ରାଇରଙ୍ଗପୁରରେ ପହଞ୍ଚିବେ। ୪ ଦିନିଆ ଗସ୍ତ କାଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ମହାମହିମଙ୍କ କାର୍ଯ୍ୟକ୍ରମ ରହିଛି । ଆଜି ରାଇରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ଅବକାଶ ନିବାସ ପାଇଁ ଶିଳାନ୍ୟାସ କରିବେ ରାଷ୍ଟ୍ରପତି। ଏହି ଅବସରରେ ସେ ରାଇରଙ୍ଗପୁରଠାରେ ବିଭିନ୍ନ ସଡ଼କ ପ୍ରକଳ୍ପ ଓ କ୍ରୀଡ଼ା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବଡ଼ସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦ୍ଘାଟନ କରିବେ। ସେହିପରି ୨୯ ତାରିଖରେ ରାଷ୍ଟ୍ରପତି କେନ୍ଦୁଝର ଗୋନାସିକାସ୍ଥିତ କଦଳୀବାଡ଼ି ଗ୍ରାମର ଆଦିମ ଅଧିବାସୀ ସଦସ୍ୟଙ୍କ ସହ ଆଲୋଚନା କରିବେ। ଏହାପରେ ସେ 'କେନ୍ଦୁଝରର ଜନଜାତି ଲୋକ, ସଂସ୍କୃତି ଓ ଐତିହ୍ୟ' ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦ୍ଘାଟନ କରିବା ସହ ଧରଣୀଧର ବିଶ୍ବବିଦ୍ୟାଳୟର ଉତ୍ତର କ୍ୟାମ୍ପସ, ଗମ୍ଭରିଆ, କେନ୍ଦୁଝର ଠାରେ ଧରଣୀଧର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ। ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ୧ ତାରିଖରେ ଭଞ୍ଜବିହାରସ୍ଥିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରେ କଟକରେ ବ୍ରହ୍ମକୁମାରୀ, ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ରାଜଭବନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ। ୨ ତାରିଖରେ ସମ୍ବଲପୁର ଜିଲ୍ଲାରେ ସନ୍ଥକବି ଭୀମ ଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ। ସମ୍ବଲପୁର ମିନି ଷ୍ଟାଡିୟମରେ ମହିମା ସଂପ୍ରଦାୟର ଅନୁଗାମୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଉତ୍ତରାଖଣ୍ଡ ୧୦/୦୫: କରୋନା ଭାଇରସ୍ ହେତୁ ଲୋକମାନେ କୌଣସି ବିବାହ, ପାର୍ଟି ଫଙ୍କସନ୍ କିମ୍ବା ଆଉଟିଙ୍ଗ ପାଇଁ ମଧ୍ୟ ଯାଉନାହାଁନ୍ତି । କିନ୍ତୁ ଏଥି ମଧ୍ୟରେ ଯଦି ପରିବାରରେ କେହି ବିବାହ କରନ୍ତି, ତେବେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ମାସ୍କ ପିନ୍ଧି ଫ୍ୟାଶନ କିପରି କରିବେ ସେନେଇ ମହିଳାମାନେ ଅଧିକ ଚିନ୍ତିତ। କିନ୍ତୁ ଏଥି ମଧ୍ୟରେ, ଉତ୍ତରାଖଣ୍ଡର କିଛି ମହିଳା ମାସ୍କ ସହିତ ଏକ ନିଆରା ଫ୍ୟାଶନ କରୁଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ, କରୋନା ଅବଧି ସମୟରେ ଉତ୍ତରାଖଣ୍ଡରେ ନିଆଯାଇଥିବା ଏକ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଜଣେ ମହିଳା ମାସ୍କ ଉପରେ ନାକଫୁଲ ଏବଂ ଅଳଙ୍କାର ପିନ୍ଧିଛନ୍ତି, ଲୋକମାନେ ମହିଳାଙ୍କ ଏହି ଫ୍ୟାଶନକୁ ବହୁତ ପସନ୍ଦ କରୁଛନ୍ତି । ଭାଇରାଲ ହୋଇଥିବା ଏହି ମହିଳାମାନଙ୍କ ଫଟୋରେ, ଆପଣ ଦେଖିପାରିବେ ଯେ ସେମାନେ କିପରି ମାସ୍କ ଉପରେ ସେମାନଙ୍କର ସମସ୍ତ ଅଳଙ୍କାର ପିନ୍ଧିଛନ୍ତି । ବିବାହ ଉତ୍ସବରେ ଯୋଗଦେବା ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ଏକ ବିବାହ ଉତ୍ସବରେ ମାସ୍କ ଉପରେ ନାକଫୁଲ ପିନ୍ଧିଥିବା କବିତା ଯୋଶୀ କହିଛନ୍ତି ଯେ ଏହା ମୋର ଭାଣିଜୀଙ୍କର ବିବାହ ଥିଲା। ମୁଁ ସବୁଠାରୁ ବଡ ମାଇଁ, ଆମେ ସେମାନଙ୍କ ସହ ଅତି ନିକଟତର । କୋଭିଡ-୧୯ ସୁରକ୍ଷା ନିୟମକୁ ଧ୍ୟାନରେ ରଖି ନିତି ନିୟମର ପାଳନ କରିବାକୁ ଚାହୁଁଥିଲି । କବିତା ଯୋଶୀ କହିଛନ୍ତି, ମୋତେ ବିବାହ ପାଇଁ ଭଲ ଭାବରେ ପ୍ରସ୍ତୁତ ହେବାର ଥିଲା । ବିବାହିତ ମହିଳାମାନଙ୍କ ପାଇଁ ନାକଫୁଲ ଶୁଭ ବୋଲି ବିବେଚନା କରାଯାଏ । ମୁଁ ଏହାକୁ ମାସ୍କ ଭିତରେ ପିନ୍ଧିବାକୁ ଚାହୁଁ ନଥିଲି, ତେଣୁ ମୁଁ ଫେସ୍ ମାସ୍କରେ ଏକ ପିନ୍ ସାହାଯ୍ୟରେ ନାକଫୁଲକୁ ମାସ୍କ ଉପରେ ପିନ୍ଧିବାକୁ ସ୍ଥିର କଲି ।
କରୋନା ସଙ୍କଟରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ୭୧,୧୬୧ ଟଙ୍କା ଦେବେ ଜାପାନ ସରକାର, ପ୍ରଧାନମନ୍ତ୍ରୀ କଲେ ଘୋଷଣା ମହାମାରୀ କରୋନା ସଙ୍କଟ ମଧ୍ୟରେ ଜାପାନ, ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ଲକ୍ଷ ୟେନ (୯୩୦ ଡଲାର) ଅର୍ଥାତ ପାଖାପାଖି ୭୧,୧୬୧ ନଗଜ ଟଙ୍କା ପ୍ରଦାନ କରିବାର ନିଷ୍ପତି ନେଇଛି । ଏହା ସହିତ ଶୁକ୍ରବାର ଠାରୁ ଦେଶର ପ୍ରତ୍ୟେକ ନାଗରିକଙ୍କ ଘରେ ଦୁଇଟି ଲେଖାଏଁ ମାସ୍କ ପ୍ରଦାନ କରାଯିବାର ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି । ଏହି ସଂପର୍କରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ଦିନ ଘୋଷଣା କରିଛନ୍ତି । ଆବେ କହିଛନ୍ତି ଯେ, ଆମେ ଯେତେ ଜଲଦିରୁ ଜଲଦି ଏହି ନଗଦ ରାଶି ସମସ୍ତଙ୍କୁ ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛୁ । ପ୍ରଭାବିତ ବ୍ୟକ୍ତି ଏବଂ ତାଙ୍କ ପରିବାରର ଲୋକଙ୍କୁ ତିନିଥର ଏହି ରାଶି ପ୍ରଦାନ କରିବା ପାଇଁ ଏହା ହେଉଛି ପ୍ରାରମ୍ଭିକ ଯୋଜନା । ଏହା ସହ ସେ ଜରୁରୀକାଳୀନ ଯୋଜନା ଉପରେ ଦ୍ୱନ୍ଦ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି । ଆବେ ଆହୁରୀ କହିଛନ୍ତି ଯେ, ଆମେ ଏହି ସଂପର୍କରେ ପୁନଃଚିନ୍ତା କରି ଏହି ସିଦ୍ଧାନ୍ତରେ ପହଞ୍ଚିଛୁ କି, ଯଦି ସମସ୍ତ ୬ ମେଇ ଅର୍ଥାତ ୨ ସପ୍ତାହ ପର୍ଯ୍ୟନ୍ତ ଘରୁ ବାହାରିବେ ନାହିଁ ତେବେ ଦେଶରେ ରାଗୀଙ୍କ ସଂଖ୍ୟାକୁ ହ୍ରାସ କରିବାରେ ସଫଳ ହେବୁ । ଆବେ କହିଛନ୍ତି ଯେ, ଏପ୍ରିଲ ଶେଷ କିମ୍ବା ମେ ଆରମ୍ଭରେ ଗୋଲ୍ଡେନ ୱିକ ଛୁଟି ସମୟରେ ଘରୋଇ ଯାତ୍ରା ଉପରେ ପ୍ରତିବନ୍ଧନ ଲଗାଯିବା ପାଇଁ ଆମେ ଏହି ନିଷ୍ପତି ନେଇଛୁ , ଯେଉଁଥିରେ କି ସମସ୍ତ ଛୁଟି କାଟିବା ପାଇଁ ବାହାରକୁ ଯାଇଥାନ୍ତେ ।
ସ୍ଵାମୀ ଓ ସ୍ତ୍ରୀ ଝଗଡ଼ା କରିବା ଭୁଲିଯିବେ : ବାସ୍ କରନ୍ତୁ ଏହି ଗୋଟିଏ ଉପାୟ ., ଯାହାଦ୍ବାରା ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବ… ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟ ରେ କହି୍ବାକୁ ଯାଉଛୁ ଯାହାକୁ କରିବା ଦ୍ବାରା ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡା ବନ୍ଦ ହୋଇଥାଏ ।ସେମାନଙ୍କର ମଧ୍ୟରେ ପ୍ରେମ ବଢିଯାଇଥାଏ , ଆପଣ ମାନେ ଅନେକ ସ୍ବାମୀ ସ୍ତ୍ରୀ ମାନଙ୍କୁ ଦେଖୁଥିବେ ଯେଉଁ ମାନେ ଛୋଟ ଛୋଟ କଥାରେ ଝଗଡା ଲାଗନ୍ତି । ତେବେ ଆସନ୍ତୁ ଆଗ ଜାଣିବା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅଧିକାଂଶ ସମୟ କାହିଁକି ଝଗଡା ହୋଇଥାଏ । ଯେତେବେଳେ ପୁଅ ଝିଅ ଙ୍କର ବିବାହ ହୋଇଥାଏ ତେବେ ଆମ ହିନ୍ଦିୁ ଧର୍ମରେ ପ୍ରଥମେ ଜାତକ ଦେଖାଯାଇଥାଏ । ଜ୍ୟୋତିଷ୍କ ଶାସ୍ତ୍ର ଅନୁସାରେ ପୁଅ ଝିଅଙ୍କର ଜାତକ 18 ଗୁଣରୁ କମ୍ ସୀଚାଏ ଏବଂ ଝଗଡା ଅଧିକ ହୋଇଥାଏ । ବିବାହ ପୂର୍ବରୁ ଜାତକ ମିଶାଇବା ସହିତ ମଙ୍ଗଳ ଦୋଷ ମଧ୍ୟ ଦେଖାଯାଇଥାଏ । ଯଦି ପୁଅ ଝିଅ ମଧ୍ୟରୁ କାହାର ବି ପ୍ରତ୍ରିକା ମାଙ୍ଗଳିକ ହୋଇଥିବ ତେବେ ଏମିତି ପରିସ୍ଥିତିରେ ମଧ୍ୟ ଝଗଡା ହୋଇଥାଏ । ଯଦି ଆପଣ ମାନେ ଏହି ସମସ୍ୟାର ସମାଧାନ ଖୋଜୁଛନ୍ତି ତେବେଏହି ଉପାୟ କୁ ନିଶ୍ଚିତଭାବରେ କରନ୍ତୁ ଯାହାକୁ କରିବା ଦ୍ବାରା ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବ ନାହିଁ । ଜ୍ୟୋତିଷ୍କ ଶାସ୍ତ୍ର ଅନୁସାରେ ରାଧା -କୃଷ୍ଣଙ୍କର ଗୋଟିଏ ସୁନ୍ଦର ଫୋଟୋ ଯଦି ସ୍ବାମୀ ସ୍ତ୍ରୀ ଙ୍କ ବେଡ୍ ରେ ଲଗାଯିବ ତେବେ ଏଥି ଦ୍ବାରା ସ୍ବାମୀ ଓ ସ୍ତ୍ରୀ ଙ୍କମଧ୍ୟରେ ପ୍ରେମ ବଢିଥାଏ । ଆପଣ ମାନେ ଜାଣିଛନ୍ତି ରାଧା କୃଷ୍ଣ ଙ୍କର ପ୍ରେମ ବିଷୟ ରେ , ସେଥି ପାଇିଁ ଏହି ଫୋଟୋ କୁ ଭଲ ଦିନ ଦେଖି ଲଗାଇବେ ।ୟଦି ଫୋଟୋ ଲାଲ୍ ରଙ୍ଗର ହୋଇଥିବ ତେବେ ବହୁତ ଭଲ ହେବ ।।ଯେଉଁ ଘରେ ରାଧାକୃଷ୍ଣ ଙ୍କର ଫୋଟୋ ଲଗାଯିବ ତାର ସାମ୍ମନା ରେ ସ୍ବାମୀ ସ୍ତ୍ରୀ ଙ୍କର ନିଜର ଫୋଟୋ ଲଗାଇବେ । ରାଧା କୃଷ୍ଣ ଙ୍କୁ ଅତ୍ରୃଟ ପ୍ରେମର ପ୍ରତୀକ ବୋଲି କୁହାଯାଏ । ତେଣୁ ଏହି ଫୋଟୋ ଟିକୁ ଲଗାଇବା ଦ୍ବାରା ସ୍ବାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ବଢିଥାଏ । କିନ୍ତୁ ଏହି କଥାକୁ ଧ୍ୟାନ୍ନ ରଖିବେ ରାଧାକୃଷ୍ଣ ଙ୍କର ଫୋଟୋ ଲଗାଇବ ବେଳେ ସେହି ଫୋଟୋ ରେ ଯେମିତି ଗୋଟିଏ ଗୋପୀ ନଥିବେ । ତାହା ସହିତ ଫୋଟୋ କୁ ଏମିତି ସ୍ଥାନରେ ଲଗାଇବେ ଯେଉଁଠାରେ ସ୍ବାମୀ ସ୍ତ୍ରୀ ଙ୍କର ନଜର ପଡୁଥିବ । ପ୍ରତିଦିନ ଏହି ଫୋଟୋ ର ଦର୍ଶନ କରିବା ଦ୍ବାରା ସ୍ବାମୀ ଏବଂ ସ୍ତ୍ରୀ ର ମଧ୍ୟରେ ପ୍ରେମ ବଢିଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମ ଲାଗି ଗୁରୁବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟା ଯାଏ ଏହା ଚାଲିବ। ୪୦ ଲକ୍ଷ ୫୫ହଜାର ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏହି ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ୫୬୯, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ୫୮୪୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନକୁ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ବୁଥ ଗୁଡ଼ିକର ଭିଡିଓଗ୍ରାଫି କରାଯିବ। କୌଣସି ବ୍ୟକ୍ତି ଯଦି ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା ସତ୍ତ୍ୱେ ପୌର ନିର୍ବାଚନରେ ଭୋଟ ଦେବାର ପ୍ରମାଣ ମିଳିବ, ଅର୍ଥାତ ଡବଲ ଭୋଟିଂ କରିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସ୍ପଷ୍ଟ କରିଛନ୍ତି ।
ନୂଆଦିଲ୍ଲୀ ୩୦|୧: ଆଜି ସଦିଦ ଦିବସ । ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିକୁ ସମଗ୍ର ଦେଶ ସହିଦ ଦିବସ ଭାବେ ପାଳନ କରୁଛି। ଏହି ଅବସରରେ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରତିରକ୍ଷାମନ୍ତ୍ରୀ ଏବଂ ତିନି ସେନାର ମୁଖ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସହିଦ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦାଣ୍ଡିଠାରେ ଜାତୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ଉଦ୍ଘାଟନ କରିବେ। ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ ଗୋଟିଏ ପ୍ରାର୍ଥନା ସଭା ସମୟରେ ଗାନ୍ଧିଜୀଙ୍କୁ ହତ୍ୟା କରାଯାଇଥିଲା। ନାଥୁରାମ ଗଡସେ ତାଙ୍କୁ ଗୁଳିମାରି ହତ୍ୟା କରିଥିଲେ । ଏହି ଦିନକୁ ପ୍ରତିବର୍ଷ ସହିଦ ଦିବସ ଭାବେ ପାଳନ କରାଯାଏ । ମହାତ୍ମା ଗାନ୍ଧି ଭାରତ ସ୍ବାଧିନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତକୁ ସ୍ବତନ୍ତ୍ର କରାଇବାରେ ଗାନ୍ଧିଜୀ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଦେଶକୁ ସ୍ବାଧୀନ କରାଇବାକୁ ପାଇଁ ସେ କେତେଥର ଜେଲ୍ ମଧ୍ୟ ଯାଇଛନ୍ତି । ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ ଗାନ୍ଧିଜୀ ଦିଲ୍ଲୀର ବିଡଲା ଭବନରେ ପ୍ରାର୍ଥନା ସଭାରେ ଉପସ୍ଥିତ ଥିବାବେଳେ ନାଥୁରାମ ଗଡସେ ତାଙ୍କୁ ସେଠାରେ ହିଁ ଗୁଳିକରି ହତ୍ୟା କରିଥିଲା । ଗୋଟିଏ ପରେ ଗୋଟିଏ ୩ଟି ଗୁଳି ମାରିଥିଲେ ଗାନ୍ଧିଜୀଙ୍କ ଉପରକୁ । ଗାନ୍ଧିଜୀଙ୍କ ଅନ୍ତିମ ଯାତ୍ରାରେ ତାଙ୍କୁ ବିଦାୟ ଶୋଭାଯାତ୍ରାରେ ପାଖାପାଖି ଦଶ ଲକ୍ଷ ଲୋକ ଚାଲିଥିବାବେଳେ ୧୫ଲକ୍ଷ ଲୋକ ରାସ୍ତା ପାର୍ଶ୍ବରେ ଛିଡାହୋଇ ଅଶ୍ରୁଳ ବିଦାୟ ଦେଇଥିଲେ ।
ନୟାଗଡ ୨।୧୧: ଚୋର ଧରିବାକୁ ଗାଁରେ ବୁଲିଲା ଖଟ । ନୟାଗଡ ଟାଉନ ଥାନା ଅନ୍ତର୍ଗତ ଭାଟସାହି ଗାଁରେ ଘଟିଛି ଏଭଳି ଏକ ଘଟଣା । ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୨୦ହଜାର ଟଙ୍କା ଚୋରି ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଏ ସମ୍ପର୍କରେ ଗାଁରେ ଜଣାଇଥିଲେ । ଚୋର ଧରିବାକୁ ଖଟ ବୁଲାଇବାକୁ ଗାଁରେ ନିଷ୍ପତ୍ତି ହୋଇଥିଲା । ବେଲବଣି ଗାଁର ଗୁଣିଆ ହାଡିବନ୍ଧୁ ନାହାକ ଖଟ ବୁଲାଇବା ପାଇଁ ପୂଜାପାଠ କରୁଥିବା ବେଳେ ଖବର ପାଇ ଟାଉନ ଥାନା ପୋଲିସ ଗାଁରେ ପହଞ୍ଚିଥିଲା । ତେବେ ପୋଲିସକୁ ଦେଖି ଗୁଣିଆ ଚମ୍ପଟ ମାରିଥିଲା । ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରି ଫେରିବା ପରେ ପୁଣିଥରେ ଗୁଣିଆ ଆସି ଗାଁ ଲୋକଙ୍କ ସହଯୋଗରେ ଖଟ ବୁଲାଇଥିଲା । ପୁଣିଥରେ ପୋଲିସ ଗାଁକୁ ଯାଇ ଗୁଣିଆ ହାଡିବନ୍ଧୁକୁ ଥାନାକୁ ଆଣି ଅଟକ ରଖିଛି । ଏପରିକି ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିନାହିଁ । ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଏଭଳି ଅନ୍ଧବିଶ୍ବାସ ନୟାଗଡ ଜିଲ୍ଲାରେ କମିବାର ନା ଧରୁନି ।
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରଥମ ପାଳିରେ ଯାହା ଦେଖିବାକୁ ମିଳିଥିଲା ତାହା ଏବେ ଦ୍ୱିତୀୟ ପାଳିରେ ବି ଦେଖିବାକୁ ମିଳୁଛି। ତାହା ହେଉଛି ପୋଖତ ରାଜନେତାମାନେ ଯେଉଁ କାମ କରି ନ ପାରିବେ, କେତେକ କ୍ଷେତ୍ରରେ ଅଭିଜ୍ଞ ବାବୁମାନେ ତା'ଠୁ ଭଲ କରିପାରିବେ ବୋଲି ମୋଦିଙ୍କ ଦୃଢ଼ ବିଶ୍ୱାସ। ଆଗରୁ ଅବଶ୍ୟ ବାବୁମାନେ ନେତା ହେବା ଘଟଣା କିଛି ଦୁର୍ଲ୍ଲଭ ନ ଥିଲା, କିନ୍ତୁ ୨୦୧୪ରେ ମୋଦିଙ୍କ ଅଧୀନରେ ଏନ୍ଡିଏ କ୍ଷମତାକୁ ଆସିବା ପରେ ଏହା ଏକ ମୁଖ୍ୟ ଧାରାରେ ପରିଣତ ହୋଇଛି। ତାଙ୍କ ପ୍ରଥମ ପାଳିରେ ମୋଦି ବହୁ ଆଶାୟୀ ଦଳୀୟ ସହଯୋଗୀଙ୍କୁ ଉପେକ୍ଷା କରି ଚାରିଜଣ ପୂର୍ବତନ ବାବୁ ଯଥା ଆର୍.କେ. ସିଂ, ହରଦୀପ ପୁରୀ, କେ.ଜେ. ଆଲ୍ଫନ୍ସ ଓ ସତ୍ୟପାଲ ସିଂଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱ ଅର୍ପଣ କରିଥିଲେ। ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାସୀନ ହୋଇଥିବାରୁ ସେ ସମ୍ଭାବ୍ୟ ଅସନ୍ତୁଷ୍ଟମାନଙ୍କୁ ଉପେକ୍ଷା କରି ଏପରି କରିପାରିଥିଲେ। ବର୍ତ୍ତମାନ ଦ୍ୱିତୀୟ ପାଳିରେ ଭାଜପା ୩୦୩ ଆସନ ଦଖଲ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ସେହି ଏକା ଫର୍ମୁଲା ଆହୁରି ତେଜର ସହ ପ୍ରୟୋଗ କରୁଛନ୍ତି। ମୋଦିଙ୍କ ଅମଲାତନ୍ତ୍ରୀ ପ୍ରୀତି ବିଷୟରେ ଜାଣି ସୁଦ୍ଧା ଯେତେବେଳେ ମନ୍ତ୍ରୀମାନଙ୍କ ଶପଥଗ୍ରହଣ ଉତ୍ସବରେ ପ୍ରକାଶ ଜାଭଡେକର, ପୀୟୂଷ ଗୋୟଲ ଓ ମୁଖ୍ତାର ଅବ୍ବାସ ନକଭିଙ୍କ ପରି ଦଳର ପୁରୁଖା ପ୍ରବୀଣ ନେତାଙ୍କ ପୂର୍ବରୁ ପୂର୍ବତନ ବିଦେଶ ସଚିବ ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବାକୁ ଡକାଗଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅବସରପ୍ରାପ୍ତ ଭାରତୀୟ ବିଦେଶ ସେବାର ୧୯୭୭ ବ୍ୟାଚ୍ ଅଫିସର ଜଣକ ଏବେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ। ଚାକିରି କ୍ଷେତ୍ରରେ ଜୟଶଙ୍କରଙ୍କଠାରୁ ବରିଷ୍ଠ ତଥା ଜାତିସଂଘର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ହରଦୀପ ସିଂ ପୁରୀ ନିର୍ବାଚନରେ ହାରିଯାଇଥିଲେ ମଧ୍ୟ ମୋଦି ତାଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱ ଦେଇଛନ୍ତି- ଆବାସ ଓ ସହର ବ୍ୟାପାର ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ସେହିପରି ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଆର୍.କେ. ସିଂଙ୍କୁ ଦୁଇଟି ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ୱ ଦିଆଯାଇଛି- ଶକ୍ତି ମନ୍ତ୍ରଣାଳୟ ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ। ବର୍ତ୍ତମାନ ସରକାରରେ ପାଞ୍ଚଟି କେନ୍ଦ୍ର ମନ୍ତ୍ରଣାଳୟରେ ମନ୍ତ୍ରିପଦ ଏବଂ ଚାରିଟି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ପଦ ପୂର୍ବତନ ବାବୁମାନଙ୍କୁ ମିଳିଛି। ସମୟକ୍ରମେ ବାବୁମାନଙ୍କ ଉପରେ ମୋଦିଙ୍କ ବିଶ୍ୱାସ ଓ ଭରସା ବୃଦ୍ଧି ପାଇବାରେ ଲାଗିଛି। ନିଶ୍ଚିତ ଭାବେ ମୋଦିଙ୍କ ହାତବଛା ବିଶ୍ୱସ୍ତ ବାବୁମାନଙ୍କ ଦ୍ୱାରା ପରିପୂର୍ଣ୍ଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ହେଉଛି ଏ ସରକାରରେ ସବୁଠାରୁ କ୍ଷମତାଶାଳୀ କାର୍ଯ୍ୟାଳୟ। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଏବଂ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କୁ ପୁନର୍ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରିଛନ୍ତି। ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ପୁନର୍ନିଯୁକ୍ତି ଦିଆଯିବା ସହ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି। କିନ୍ତୁ ପର୍ଯ୍ୟବେକ୍ଷକମାନଙ୍କ କହିବା ଅନୁସାରେ ବାବୁରୁ ନେତା ହୋଇଥିବା ଏହି ମନ୍ତ୍ରୀମାନଙ୍କ ଲାଗି ସେମାନଙ୍କ ମନ୍ତ୍ରିମଣ୍ଡଳୀୟ ପରିସରରେ ରହିଥିବା ପ୍ରସଙ୍ଗଗୁଡ଼ିକ ବଡ଼ ଆହ୍ବାନ ନୁହେଁ, ବରଂ ସେମାନଙ୍କ ପୂର୍ବତନ ସହକର୍ମୀମାନଙ୍କୁ ସାଙ୍ଗରେ ନେଇ କାମ କରିବା ହେଉଛି ବଡ଼ ଆହ୍ବାନ। ଏକ ଭିନ୍ନମତ ବା ଚିନ୍ତାଧାରା ଅନୁସାରେ ପ୍ରଶାସନିକ ସେବା ପୃଷ୍ଠଭୂମିରୁ ଆସିଥିବା ସମସ୍ତେ ଯେ ଭଲ ମନ୍ତ୍ରୀ ହୋଇପାରିବେ ତା'ର କୌଣସି ନିଶ୍ଚୟତା ନାହିଁ। ସରକାର କେମିତି ଚାଲେ ଏ ବିଷୟରେ ବାବୁମାନଙ୍କର ଭଲ ଜ୍ଞାନ ଅଛି, ଏହାକୁ ଅସ୍ବୀକାର କରାଯାଇ ନ ପାରିଲେ ବି ଜଣେ ପୋଖତ ନେତା ଲୋକମାନେ କ'ଣ ଚାହାନ୍ତି ତାହା ଅଧିକ ଭଲଭାବେ ବୁଝିପାରେ। ତେବେ ଏ ପ୍ରକାର ବିଶ୍ୱାସ କେଉଁଠୁ ଆସିଛି, ତାହା ବୁଝିବାରେ କିଛି ଅସୁବିଧା ନାହିଁ। ଗତ ପାଞ୍ଚବର୍ଷରେ ଦେଖାଯାଇଛି ଯେ ମୋଦିଙ୍କ କାର୍ଯ୍ୟ ସଂସ୍କୃତିରେ ଅଛି ପ୍ରତ୍ୟକ୍ଷ ଅଭିଗମନ (ଡାଇରେକ୍ଟ ଆକ୍ସେସ୍), ପ୍ରକ୍ରିୟାଗୁଡ଼ିକର ସରଳୀକରଣ ଏବଂ ତ୍ୱରିତ ନିଷ୍ପତ୍ତି ନେଇ ନିଷ୍ପତ୍ତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା। ମୋଦି ଜାଣିଛନ୍ତି ଯେ, ତାଙ୍କ ପ୍ରଧାନମନ୍ତ୍ରିତ୍ୱର ଦ୍ୱିତୀୟ ପାଳିକୁ ତାଙ୍କ ସରକାରର ଦକ୍ଷତା ଓ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ଭିତ୍ତିରେ ମୂଲ୍ୟାୟନ କରାଯିବ। ତେଣୁ ଯେଉଁ ବାବୁମାନଙ୍କ ଉପରେ ସେ ଆସ୍ଥା ସ୍ଥାପନ କରିଛନ୍ତି ସେମାନଙ୍କୁ ଏପରି କାର୍ଯ୍ୟ କରିବାକୁ ହେବ ଯାହାଦ୍ୱାରା ଲୋକେ ଏ ସରକାରକୁ ନିଜର ବଚନ ରକ୍ଷା କରିପାରିଥିବା ଭଲ ସରକାର ବୋଲି କହିବେ। Email: [email protected] ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍
By Papu Mohanty ଭୁବନେଶ୍ୱର : May 15:ସାମ୍ଭାବ୍ୟ ବାତ୍ୟା ମୁକାବିଲା ଜନୀତ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ବାତ୍ୟାକୁ ନେଇ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ଜନୀତ ସମସ୍ତ ସାମ୍ଭାବ୍ୟ ପରିସ୍ଥିତି ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସୂଚନା ଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଲଘୁଚାପ । ଆସନ୍ତାକାଲି ନେବ ବାତ୍ୟାର ଅବପାତର ରୂପ ନେବ । ପ୍ରାଥମିକ ଭାବେ ଏହି ସାମୁଦ୍ରିକ ଝଡ ଉତର ପଶ୍ଚିମ ଦିଗ ଦେଇ ଗତି କରିବ । ପରେ ଦିଗ ବଦଳାଇ ଉତର-ଉତରପୂର୍ବ ବଙ୍ଗୋପସାଗର ଦେଇ ଗତି କରିବାର ସମ୍ଭାବନା ରହିଛି । ତେବେ ଏହି ସାମୁଦ୍ରିକ ଝଡର ଲ୍ୟାଣ୍ଡଫଲ ସ୍ଥାନ ଏବଂ ତାର ଗତିପଥ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । ଉତ୍ତର ବଙ୍ଗୋପସାଗର ଦେଇ ଗତି କରିବାର ସମ୍ଭାବନା ଥିବାରୁ ଉତ୍ତର ଉପକୂଳ ଓଡିଶା ବାତ୍ୟା ପ୍ରଭାବିତ ହୋଇପାରେ । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟ ସ୍ଥଳ ପାଇଁ ଦୁଇ ଜଣ ଲେଖାଏଁ ଶିକ୍ଷକ ନିୟୋଜିତ ହେବେ ସେହିଭଳି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆଇର ଟିମକୁ ପ୍ରସ୍ତୁତ ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି । ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନେ ୧୭ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳ ଫେରିଆସିବା ପାଇଁ ମଧ୍ୟ କୁହାଯାଇଛି । ୧୮ ତାରିଖରେ ଗଂଜାମ, ଗଜପତି, କେନ୍ଦ୍ରାପଡା ପୁରୀରେ ବର୍ଷା ସହ ୬୦ରୁ ୭୦ କିମି ବେଗରେ ପବନ ବହିପାରେ । ସେହିପରି ୧୯ ତାରିଖରେ କେନ୍ଦ୍ରାପଡା, ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଏବଂ ଭଦ୍ରକରେ ମଧ୍ୟମ ଧରଣର ବର୍ଷା ଏବଂ କା ଭା ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗଜପତି ଜିଲ୍ଲାଠାରୁ ଆରମ୍ଭ କରି ବାଲେଶ୍ୱର ଏବଂ ମୟୂର ଭିଜ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି ।
ପାରାଦୀପ ସମୁଦ୍ରରୁ ପ୍ରଥମ ବିରଳ ପ୍ରଜାତିର କାଦୁଅ କୁଚିଆ ମାଛ ଠାବ ଗୋପାଳପୁର: ବଙ୍ଗୋପସାଗର ତଥା ଓଡ଼ିଶାର ପାରାଦୀପ ସମୁଦ୍ରରୁ ଏକ ନୂଆ ପ୍ରଜାତିର ବିରଳ ମାଛକୁ ଜୁନ ୨୦୧୯ ମସିହାରେ ସେଠାକାର ମତ୍ସ୍ୟଜୀବୀ ଶଙ୍କର ବେଜ ମାଛ ମାରୁଥିବା ବେଳେ ଜାଲରେ ପଡ଼ିଥିଲା । ଏହି ମାଛକୁ ଗୋପାଳପୁର ଜେଡ ଏସଆଇ ସ୍ୱରୂପ ରଞ୍ଜନ ମହାନ୍ତି ଗୋପାଳପୁର ସ୍ଥିତ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରକୁ ଆଣିଥିଲେ। ପରୀକ୍ଷା ନିରୀକ୍ଷା ପରେ ଏହି ମାଛ ପ୍ରଥମ ଥର ନିମନ୍ତେ ବଙ୍ଗୋପସାଗର ତଥା ଭାରତୀୟ ସମୁଦ୍ରରେ ଦେଖାଦେଇଥିବା ଜଣାପଡ଼ିବା ସହ ଏହା କାଦୁଅ କୁଚିଆ ତଥା ଡାଏଫେନ୍ ଚେଲେସ ଡ଼ାଲମଟିଆନ୍ ମାଛ ବୋଲି ଜଣାପଡିଥିଲା। ଏହି ମାଛ ଉଦ୍ଧାର ପରେ ଗୋପାଳପୁର ସ୍ଥିତ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ.ଅନିଲ ମହାପାତ୍ର ଏବଂ ସ୍ୱରୂପ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ଦ୍ଵାରା ଏହା ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରୀକ୍ଷା ନିରୀକ୍ଷା ସମୟରେ ଏହି ବିରଳ ମାଛ ପ୍ରଥମେ ୨୦୧୯ ପୂର୍ବରୁ ଥାଇଲାଣ୍ଡ ଉପକୂଳ ଅଳରେ ଚିହ୍ନଟ କରାଯାଇଥିଲା। ଏହା ପରେ ଏହି ପ୍ରଜାତିର ମାଛ ବଙ୍ଗୋପସାଗର ସମୁଦ୍ର ତଥା ଭାରତରେ ପ୍ରଥମଥର ଏବଂ ଓଡ଼ିଶାରେ ପ୍ରଥମ ଥର ଠାବ ହୋଇଥିବା ଜଣାପଡିଥିଲା ବୋଲି ବୈଜ୍ଞାନିକ ଡଃ ମହାପାତ୍ର ସୂଚନା ଦେଇଛନ୍ତି । ଏଥି ସହ ଏହି ମାଛ ଟି ୨୦୧୯ ଜୁନ ମାସ ପରେ ଆଉ କୈାଣସି ଅଞ୍ଚଳରେ ଦେଖିବାକୁ ମିଳିନାହିଁ । ଏହା ମଧ୍ୟରେ ଗୋପାଳପୁର ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ମାଛର ପରୀକ୍ଷା ରିପୋର୍ଟକୁ ଅନ୍ତଃରାଷ୍ଟ୍ରୀୟ ଜୋନାଲ( ଅପଲାଇଡ୍ ଇଚଥେଓଲ) କୁ ପଠାଯାଇଥିଲା। ଏହି ରିପୋର୍ଟଟି ଆଜି ଏହି ଅନ୍ତଃରାଷ୍ଟ୍ରୀୟ ଜୋନାଲରେ ପ୍ରକାଶିତ ହେବା ସହ ପଞ୍ଜିକୃତ ହୋଇଥିବା ଡ଼ ମହାପାତ୍ର ପ୍ରକାଶ କରିଛନ୍ତି। ଏହି ବିରଳ ପ୍ରଜାତିର ମାଛର ନାମ କାଦୁଅ କୁଚିଆ । ଏହାର ଲମ୍ବ ୪୩୯ ମିଲି ମିଟର ହୋଇଥିବା ବେଳେ ଏହାର ରଙ୍ଗ ଧଳା ସହ ମାଟିଆ ଛିଟ ପଡ଼ିଥାଏ, ଚିକ୍କଣ ଦେହ, ଦାନ୍ତ ମୁନିଆ ସହ ଶକ୍ତ ଅଟେ। ଏମାନେ ସମୁଦ୍ର ରେ ଥିବା ଛୋଟ ଛୋଟ ଗୁଳ୍ମ ଏବଂ ଛୋଟ ଛୋଟ ସାମୁଦ୍ରିକ ଜୀବ ଖାଇଥାନ୍ତି। ଏମାନେ ବିଷାକ୍ତ ନୁହନ୍ତି, ଏମାନଙ୍କୁ ମଣିଷ ମଧ୍ୟ ଖାଇଥାନ୍ତି। ଏମାନଙ୍କ ମେରୁ ଦଣ୍ଡ ରେ ୧୩୨ ଖଣ୍ଡ ହାଡ଼ ରହିଥାଏ, ଏମାନଙ୍କ ର ମୁଣ୍ଡ ଚେପଟା ଓ ଟାଣ ଥାଏ ଏମାନେ ସମୁଦ୍ର ଗଭୀର କାଦୁଆ ସ୍ଥାନରେ ରହିଥାନ୍ତି ।ଏହା ସହ ଏହି ମାଛକୁ ଇଂରାଜୀରେ ମଡ ମୋର ଏବଂ ସ୍ଥାନୀୟ ଭାଷାରେ କାଦୁଅ କୁଚିଆ ମାଛ ବୋଲି କୁହାଯାଇଥାଏ ବୋଲି ବୈଜ୍ଞାନିକ ଡ. ଅନିଲ ମହାପାତ୍ର କହିଛନ୍ତି।
କଟକ: କଟକ ସିଡିଏ ସେକ୍ଟର-୧୦ ସ୍ୱେରେଜରେ ଅଣନିଶ୍ୱାସୀ ହୋଇ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାରେ ୨ ଇଞ୍ଜିନିୟରଙ୍କୁ ବଦଳି କରାଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ନିଲମ୍ବିତ କରିଛନ୍ତି । ଏଥିସହ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ମୃତକଙ୍କୁ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଗୁରୁବାର କଟକ ସିଡିଏ ସେକ୍ଟର-୧୦ରେ ସ୍ୱେରେଜ କାମ ସମୟରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇ ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।+ ତଦନୁଯାୟୀ ଘଟଣାର ତଦନ୍ତ କରାଯାଇ PHEOର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ୱାଟକୋ ଜିଏମ୍ ସୁଶାନ୍ତ ଘଡେଇ ,ଏସଡିଓ ଏବଂଜିଏମ ୱାଟକୋ ସୁବାସ ରାଉତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । କନିଷ୍ଠ ଇଞ୍ଜିନିୟର ପ୍ରଦ୍ଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି । ତା ସହିତ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାହୁ ଏବଂ ସେବା ପ୍ରଦାନକାରୀ ସଂସ୍ଥାର ଦୀପକ ନାୟକଙ୍କ ବିରୋଧରେ ସିଏମସି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ବୁଧବାର ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲାର ସେକ୍ଟର-୧୬ ଏ ବ୍ଲକର ଜଣେ ୬୪ ବର୍ଷିୟ ବୃଦ୍ଧ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୨ ତାରିଖରେ ତାଙ୍କୁ ପ୍ରଥମେ ଇଏସ୍ ଆଇ ମଡେଲ୍ ହସ୍ପିଟାଲରେ ଭ଼ର୍ତ୍ତି କରାଯାଇଥିଲା। ପରେ ଆଇଜିଏଚକୁ ରେଫର୍ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହେବାରୁ ଜଣାପଡିଛି ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗତକାଲି ୪୯ ଓ ଆଜି ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ବୃଦ୍ଧ ଓ ତାଙ୍କ ପରିବାର ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୫୦ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସଂକ୍ରମିତମାନେ ମୁଖ୍ୟତଃ ବାସନ୍ତୀ କଲୋନୀ, ଗୋଲଘର ଅଞ୍ଚଳର ହୋଇଥିବାରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେଠାକାର ବାସିନ୍ଦାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ୱାବ୍ ସଂଗ୍ରହ କରାଯାଉଥିବା ବେଳେ ସଂକ୍ରମଣ ରୋକିବା ପାଇଁ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଉଛି।
ଶୀତଦିନେ ଖଞ୍ଜା ଯନ୍ତ୍ରଣାରୁ କିପରି ପାଇବେ ମୁକ୍ତି ଶୀତଦିନ ଆସିଲେ ଖଞ୍ଜା ଯନ୍ତ୍ରଣା ଆରମ୍ଭ ହୋଇଯାଏ। - Contents - ଶୀତଦିନ ଶୀତଦିନ ଆସିଲେ ଖଞ୍ଜା ଯନ୍ତ୍ରଣା ଆରମ୍ଭ ହୋଇଯାଏ। ବୟସ ବଢ଼ିଲେ ଏହି ସମସ୍ୟା ଦେଖାଦେଇଥାଏ ବୋଲି ସମସ୍ତଙ୍କ ଧାରଣା ରହିଛି। ହେଲେ ବାସ୍ତବ କଥା ହେଲା ଯୁବାବସ୍ଥା ସମୟର ଜୀବନଶୈଳୀ ଏପରି ସମସ୍ୟାର ମୁଖ୍ୟକାରଣ ବୋଲି ଜଣାପଡିଛି। ଜୀବନଶୈଳୀରେ ସାମାନ୍ୟ ସଚେତନତା ଏହି ରୋଗରୁ ଦୂରେଇ ରଖିଥାଏ। ସଚେତନତା ଡାଏଟ୍ ଚାର୍ଟ ଗଣ୍ଠି ଯନ୍ତ୍ରଣା ଥିବା ରୋଗୀମାନେ ସବୁବେଳେ ନିତିଦିନ ଖାଦ୍ୟ ପାଇଁ ଡାଏଟ୍ ଚାର୍ଟ ଅନୁସରଣ କରିବା ଜରୁରୀ। ଭିଟାମିନ୍ 'ଡି','ସି' ଏବଂ 'କେ' ଥିବା ଖାଦ୍ୟ ଖାଇବା ଆବାଶ୍ୟକ। କମଳା, ବନ୍ଧାକୋବି, ପାଳଙ୍ଗ, ଟମାଟୋ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା କମିଥାଏ। ଏହାଛଡ଼ା ଯେଉଁ ବ୍ୟକ୍ତିଙ୍କ ଦେହରେ ଭିଟାମିନ୍ 'ଡି'ର ମାତ୍ରା କମ୍ ଥାଏ ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ସପ୍ଲିମେଣ୍ଟ ମଧ୍ୟ ନେଇ ପାରିବେ। ଅଧିକ ପାଣି ପିଅନ୍ତୁ: ଶୀତଦିନେ ପ୍ରାୟତଃ ଲୋକେ କମ୍ ପାଣି ପିଇଥାନ୍ତି। ଫଳରେ ଶରୀରରେ ଜଳୀୟ ଅଂଶ କମିଯାଏ। ଗଣ୍ଠିର ଭଲ ଭାବେ ଗତିଶୀଳ ହେବା ପାଇଁ ଅଧିକ ମାତ୍ରାରେ ପାଣି ପିଇବା ଜରୁରୀ। ନି ଗାର୍ଡ ଶୀତଦିନେ ଗଣ୍ଠି ଯନ୍ତ୍ରଣା କମ୍ କରିବା ପାଇଁ ନି ଗାର୍ଡ ପିନ୍ଧନ୍ତୁ। ଏହା ପିନ୍ଧିବା ଦ୍ୱାରା ଯନ୍ତ୍ରଣା କମ୍ ଅନୁଭବ ହୁଏ ଓ ଗୁରୁତର ଆଘାତରୁ ରକ୍ଷା ମିଳିଥାଏ। ଫିଜିଓଥେରାପି ଯେଉଁମାନଙ୍କର ଅଷ୍ଟିଓଆର୍ଥ୍ରାଇଟିସ ସମସ୍ୟା ରହିଛି, ସେମାନେ ପ୍ରତିଦିନ ଫିଜିଓଥେରାପି କରିବା ନିହାତୀ ଜରୁରୀ। ଏହା କରିବା ଦ୍ୱାରା ଗଣ୍ଠି ଭଲ ଭାବେ ଗତିଶୀଳ ହୁଏ ଏବଂ ଯନ୍ତ୍ରଣା କମିଥାଏ। ୱାର୍ମ ଅପ୍ ବ୍ୟାୟାମ ତ ଶରୀର ପାଇଁ ଜରୁରୀ କିନ୍ତୁ ତାହା ପୂର୍ବରୁ ୱାର୍ମ ଅପ୍ କରିବାକୁ ଭୁଲନ୍ତୁ ନାହିଁ। ଏହା କଲେ ବ୍ୟାୟାମ ସମୟରେ କୌଣସି ପ୍ରକାର ଆଘାତ ସହଜେ ହୁଏ ନାହିଁ। ଏହା ଶରୀରକୁ ଫୁର୍ତ୍ତି କରିବା ସହିତ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ବଢ଼ାଏ। ଅଧିକ ସମୟ ଗୋଟିଏ ସ୍ଥିତିରେ ଛିଡ଼ା ହୁଅନ୍ତୁ ନାହିଁ ଗୋଟିଏ ସ୍ଥିତିରେ ଛିଡ଼ା ହୋଇ ଅଧିକ ସମୟ କାମ କରୁଥିଲେ ଛିଡ଼ା ହେବାର ସ୍ଥିତି ବଦଳାନ୍ତୁ। ଗୋଟିଏ ପାଖ ପାଦରେ ଶରୀର ଭାର ଅଧିକ ସମୟ ଦେଲେ ଭବିଷ୍ୟତରେ ଗଣ୍ଠି ସମସ୍ୟା ହେବାର ଆଶଙ୍କା ରହିଛି। ଧୂମପାନରୁ ଦୂରେଇ ରୁହନ୍ତୁ ବିନା ଧୂମପାନରେ ଅସ୍ତବ୍ୟସ୍ତ ଅନୁଭବ କରନ୍ତି କି? ତେବେ ଏହି ଅଭ୍ୟାସ ତୁରନ୍ତ ଛାଡ଼ନ୍ତୁ। କାରଣ ବର୍ତ୍ତମାନର ଏହି ଅଭ୍ୟାସ ଭବିଷ୍ୟତରେ ଅସ୍ଥି ଓ ଖଞ୍ଜାକୁ ଦୁର୍ବଳ କରି ଯନ୍ତ୍ରଣା ଦେଇଥାଏ। ତେବେ ଏସବୁ ଛଡ଼ା ଶୀତଦିନେ ଶରୀରକୁ ଯଥାସମ୍ଭବ ସକ୍ରିୟ ରଖନ୍ତୁ ଓ ଶରୀର ତାପମାତ୍ରା ମଧ୍ୟ ନିୟନ୍ତ୍ରଣ କରନ୍ତୁ ଆଧାର ଓଡିଶା ରିପୋଟର
ବାରିପଦା,୨୬/୮(ଏସ ଏସ ନିୟୁଜ ) ବାରିପଦାରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଜରାଳି ଓ ସରାଳି ନଦୀରେ ବଢ଼ିଛି ଜଳସ୍ତର ବଢିବା ସହିତ ସହରର ୫ଟି ୱାର୍ଡ ଜଳଘେରରେ ରହିବା ସହ ଲୋକଙ୍କ ଘରେ ଏବେ ବନ୍ୟା ଜଳ ପଶିଛି। ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି।ଘର ଭିତରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଯାଇଥିବା ବେଳେ ଭୁଶୁଡ଼ିବା ବେଳେ ଘରେ ଉପସ୍ଥିତ ନ ଥିବାରୁ କେହି ମୃତାହତ ହୋଇ ନାହାନ୍ତି । ସ୍ଥାନୀୟ ପ୍ରଶାସନ ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକମାନଙ୍କ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛି ।
କ୍ରୀସମାସ୍ ପାଳନ ଅବସରରେ ପ୍ରତ୍ୟେକ ଘରେ ରଙ୍ଗବେରଙ୍ଗୀ ଆଲୋକମାଳାରେ ସଜ୍ଜିତ କ୍ରୀସମାସ୍ ଟ୍ରୀ ଦେଖିବାକୁ ମିଳିଥାଏ । ଅନେକ ସ୍ଥାନରେ ଏହି ବୃକ୍ଷକୁ ଦେବତା ଭାବେ ପୂଜା କରାଯାଏ । ଏହି ବୃକ୍ଷକୁ ସଜାଇବା ଓ ପୂଜା କରିବା ପଛରେ କିଛି ପୌରାଣିକ ଓ ଐତିହାସିକ ଗାଥା ରହିଛି । ଆସନ୍ତୁ ଜାଣିବା କ'ଣ ସେ କଥା । ବାଇବେଲ୍ ଅନୁଯାୟୀ ଯୀଶୁଙ୍କ ଜନ୍ମ ସମୟରେ ଦେବଦୂତମାନେ ତାଙ୍କ ମା' ମେରୀୟମଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲେ ଏବଂ ଏକ ବୃକ୍ଷକୁ ବିଭିନ୍ନ ରଙ୍ଗୀନ୍ ଆଲୋକମାଳାରେ ସଜ୍ଜିତ କରି ଉପହାର ସ୍ୱରୂପ ଦେଇଥିଲେ । ତେଣୁ ଯୀଶୁଙ୍କ ଜନ୍ମଦିନରେ ଏହି ବୃକ୍ଷ ପରମ୍ପରା ରହିଛି । କିନ୍ତୁ ଐତିହାସିକ ମତାନୁଯାୟୀ ପ୍ରଥମେ ଜର୍ମାନୀରେ ଏହି ପରମ୍ପରା ଆରମ୍ଭ ହୋଇଥିଲା । ଅଷ୍ଟମ ଶତାବ୍ଦୀରେ ବୋନିଫେସ୍ ନାମକ ଜଣେ ଧର୍ମ ପ୍ରଚାରକ କ୍ରୀସମାସ୍ ଟ୍ରୀ ପରମ୍ପରା ଆରମ୍ଭ କରିଥିଲେ । ଏହା ବ୍ୟତୀତ କ୍ରୀସମାସ୍ ଟ୍ରୀ ପଛରେ ଆଉ ଏକ କାହାଣୀ ମଧ୍ୟ ରହିଛି । ୧୯୧୨ ମସିହାରେ ଆମେରିକାରେ ଏକ ରୋଗାକ୍ରାନ୍ତ ଶିଶୁର ଅନୁରୋଧକ୍ରମେ ତାଙ୍କର ବାପା ଖ୍ରୀଷ୍ଟମାସ୍ ଟ୍ରୀକୁ ବିଭିନ୍ନ ଆଲୋକମାଳା, ରଙ୍ଗୀନ୍ କାଗଜ ଓ ମହମବତୀରେ ସଜାଇଥିଲେ । ସେହିଦିନ ଠାରୁ କ୍ରୀସମାସ୍ ଟ୍ରୀର ପରମ୍ପରା ଆରମ୍ଭ ହୋଇଥିଲା । ଅନେକ ସ୍ଥାନରେ କ୍ରୀସମାସ୍ ଟ୍ରୀକୁ ସଜାଇବା ସହ ଗଛର ଉପରିଭାଗରେ ଏକ ପ୍ରତିମା ଲଗାଯାଇଥାଏ । ଏହି ପରମ୍ପରା ଇଂଲଣ୍ଡରେ ଅଧିକ ପ୍ରଚଳିତ । ପ୍ରତିମା ସ୍ଥାପନ କରିବାର ଏହି ପରମ୍ପରା ଇଂଲଣ୍ଡର ୱିଣ୍ଡସର୍କୈସଲ୍ଠାରେ ପ୍ରଥମେ ଆରମ୍ଭ ହୋଇଥିଲା । ସେଠାକାର ରାଜକୁମାର କ୍ରୀସମାସ୍ ଟ୍ରୀକୁ ସଜାଇବା ପରେ ଦୁଇଟି ହାତ ବିସ୍ତାର କରିଥିବା ଏକ ମୂର୍ତ୍ତିକୁ ଗଛର ଉପରିଭାଗରେ ସ୍ଥାପନା କରିଥିଲେ । ସେହିଦିନଠାରୁ ଇଂଲଣ୍ଡରେ ଏହି ପରମ୍ପରା ରହିଆସଛି । ବିଶ୍ୱର ସବୁଠାରୁ ବଡ଼ କ୍ରୀସମାସ୍୍ ଟ୍ରୀ ଉତ୍ତର କେରୋଲିନାସ୍ଥିତ ହିଲ୍ଟନ୍ ପାର୍କରେ ଅଛି । ଏହା ଉଚ୍ଚତା ୯୦ ଫୁଟ୍ ଓ ବ୍ୟାସାର୍ଦ୍ଧ ୧୪ ଫୁଟ୍ । ଏହାର ପୂର୍ଣ୍ଣ ଛାଇର ପରିଧି ୧୧୦ ଫୁଟ୍ରୁ ଊଦ୍ଧ୍ୱର୍ ହେବ । କ୍ରୀସମାସ୍ ଡେ' ପାଳନ ଅବସରରେ ଏହି ବୃକ୍ଷକୁ ଖୁବ୍ ସୁନ୍ଦର ଭାବରେ ସଜାଯାଇଥାଏ । ଆଧ୍ୟାତ୍ମିକସ୍ଥଳ ଭାବେ ପ୍ରତିବର୍ଷ ଏହି କ୍ରୀସମାସ୍ ଟ୍ରୀର ଦର୍ଶନ ପାଇଁ ଅନେକ ଲୋକଙ୍କ ସୁଅ ଛୁଟିଥାଏ । ଆଉ ଏକ କାହାଣୀ ଅନୁଯାୟୀ, ୟୁରୋପୀୟ ଦେଶମାନଙ୍କରେ କୌଣସି ପର୍ବରେ ବିଭିନ୍ନ ଗଛକୁ ସଜାଇବାର ପରମ୍ପରା ରହିଥିଲା । ଜର୍ମାନୀରେ ପ୍ରତିବର୍ଷ ଡିସେମ୍ବର ୨୪ ତାରିଖ ପର୍ବ ପାଳନ ସମୟରେ ଏକ ରହସ୍ୟାତ୍ମକ ନାଟକ 'ଅଦନ୍ କା ବୃକ୍ଷ' ମଞ୍ଚସ୍ଥ ହେଉଥିଲା । ସମ୍ଭବତଃ ଏହି ବି·ରଧାରା କ୍ରୀସ୍ମାସ୍ ଟ୍ରୀର ରୂପ ନେଇଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । କିମ୍ବଦନ୍ତୀ ଅନୁଯାୟୀ ୧୮୨୧ରେ ଇଂଲଣ୍ଡର ରାଣୀ ଏକ କ୍ରୀସ୍ମାସ୍ ବୃକ୍ଷ ପ୍ରସ୍ତୁତ କରି ଶିଶୁମାନଙ୍କ ସହିତ ଉତ୍ସବର ଆୟୋଜନ କରିଥିଲେ ।
ଭଦ୍ରକ/ବାସୁଦେବପୁର: ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଚର୍ଚ୍ଚିତ ଛୁଞ୍ଚିଆ ଜେନା ହତ୍ୟାକାଣ୍ଡ ମାମଲାର ସାକ୍ଷ୍ୟ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବାଲିନଗର ପଡ଼ିଆରେ ନିରଞ୍ଜନ ଜେନା ଓରଫ ଛୁଞ୍ଚିଆଙ୍କୁ ୨୦୦୩ ମସିହାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଧାମନଗର ବିଧାୟକ ମୁକ୍ତକାନ୍ତ ମଣ୍ଡଳଙ୍କ ସମେତ ୫ଜଣ ଅଭିଯୁକ୍ତ ଜିଲ୍ଲା ଦୌରା ଜଜ ଅନୁପ ଚାନ୍ଦଙ୍କ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ତେବେ ହତ୍ୟାକାଣ୍ଡ ଘଟିଥିବା ସମୟରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବାସୁଦେବପୁର ବ୍ଲକ ଚେୟାରମ୍ୟାନ ଥିଲେ ।
ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗରର ହାଟପଦାଠାରେ ଲକ୍ଷ୍ମୀପ୍ରସାଦ ୟୁଥ କ୍ଳବ ପକ୍ଷରୁ ଚାଲିଥିବା ତୃତୀୟ ମା' ପିତାବଳୀ ଭଲିବଲ ପ୍ରତିଯୋଗିତା ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ଲକ୍ଷ୍ମୀପ୍ରସାଦ (ବି) ଚାମ୍ପିୟନ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ମେହେର, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ମାନରଞ୍ଜନ ପୁରୋହିତ, ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ ଯୋଗ ଦେଇ ବିଜେତାଦଳକୁ ଟ୍ରଫି ସହିତ ୪୦୦୧ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୨୦୦୧ ଟଙ୍କା ପୁରସ୍କାର ରାଶି ପ୍ରଧାନ କରିଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ବୁଢ଼ୀପଦର ଓ ରାଜନପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଢ଼ୀପଦର ଦଳ ବିଜୟୀ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ ଭାଗବତ(ବୌଦ୍ଧ) ଓ ତେଲିବନ୍ଧ(ବି )ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଭାଗବତ(ବୌଦ୍ଧ) ଦଳ ବିଜୟୀ ହୋଇଥିଲା । ସେହିପରି ତୃତୀୟ ମ୍ୟାଚ ରାମଗଡ଼ ସହିତ ଲକ୍ଷ୍ମୀପ୍ରସାଦ (ସି )ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାମଗଡ଼ ବିଜୟୀ ହୋଇଥିଲା । ସେହିପରି ଚତୁର୍ଥ ମ୍ୟାଚ ତେଲିବନ୍ଧ(ଏ) ଓ ଆଇଆରବି ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ତେଲିବନ୍ଧ (ଏ) ବିଜୟୀ ହୋଇଥିଲା । ଏହା ପରେ ଲକ୍ଷ୍ମୀପ୍ରସାଦ (ଏ ) ଓ ବୁଢ଼ୀପଦର ଦଳ ମଧ୍ୟରେ ପ୍ରଥମ କ୍ୟାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଉଥିବା ବେଳେ ଲକ୍ଷ୍ମୀପ୍ରସାଦ (ଏ )ଦଳ ବିଜୟୀ ହୋଇ ସେମିଫାଇନାଲ ମ୍ୟାଚରେ ପ୍ରବେଶ କରିଥିଲେ । ଏହା ପରେ ଦ୍ୱିତୀୟ କ୍ବାର୍ଟର ସେମିଫାଇନାଲ ମ୍ୟାଚ ଭାଗବତ ଓ ତେଲିବନ୍ଧ(ଏ) ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ତେଲିବନ୍ଧ (ଏ) ବିଜୟୀ ହୋଇ ରାମଗଡ଼ ସାଙ୍ଗରେ ଖେଳି ସେଥିରୁ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହାପରେ ତେଲିବନ୍ଧ (ଏ ) ଓ ଲକ୍ଷ୍ମୀପ୍ରସାଦ (ଏ )ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ତେଲିବନ୍ଧ (ବ) ୨/୦ ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲେ । ଏହା ପରେ ପୂର୍ବଦିନ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିବା ଲକ୍ଷ୍ମୀପ୍ରସାଦ (ବି ) ଓ ତେଲିବନ୍ଧ (ଏ ) ମଧ୍ୟରେ ୨ଟି ସେଟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ ରେ ଲକ୍ଷ୍ମୀପ୍ରସାଦ (ବି ) ଦଳ ପ୍ରଥମ ସେଟରେ ୩/୧ ଓ ଦ୍ୱିତୀୟ ସେଟରେ ୯/୮ ରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା । ଆଜିର ମ୍ୟାଚକୁ ବୈଶାଖୁ ବେହେରା, ବିପିନ ରଣା,ମାନସ ଜେନା ପରିଚାଳନା କରିଥିବା ବେଳେ ଲାଇନରେ ସୁନିତ ସାହୁ , ଜିତେନ୍ ଜେନା, ତାପସ କୁମାର ସାହୁ, ବିକାଶ ମେହେର ରହିଥିଲେ। ମାନସ ପ୍ରଧାନ ଓ ପ୍ରମୋଦ କୁମାର ପାତ୍ର ସ୍କୋରର ଦାୟିତ୍ଵ ତୁଲାଇଥିବା ବେଳେ ସୂର୍ୟ୍ୟ କୁମାର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ବିଜୟ କୁମାର ସାହୁ, ଅମିତ କର୍ଣ୍ଣ, ଜିତେନ୍ ଜେନା, ଜଗନ ଜେନା, ଅନିଲ କର୍ଣ୍ଣ ଓଁକାର ମେହେର, ବିକାଶ ମେହେର, ଜିଲୁ ସାହୁ, କମଳ ଦେହୁରୀ, ଶାନ୍ତକ୍ଷନୁ ପୁଟେଲ ଏବଂ ଲଷ୍ମୀପ୍ରସାଦ ୟୁଥ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
ନୂଆଦିଲ୍ଲୀ: କରୋନା ଭାଇରସର ଭୟଙ୍କର ପ୍ରକୋପ ସାରା ବିଶ୍ୱକୁ ହନ୍ତସନ୍ତ କରୁଛି । ତେବେ ଏହି ସମୟରେ ଏମିତି ଏକ ପୁଅର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ପଢ଼ିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରିଆସିବ । ସୂଚନା ଅନୁସାରେ ୱେଷ୍ଟ ବ୍ୟାଙ୍କ୍ ବେଇଟ ଆୱା ସହରର ଫିଲିସ୍ତୀନୀର ଯୁବକ ଜିହାଦୀ ଅଲ-ସୁୱାତୀ ହେବ୍ରାନ ଡାକ୍ତରଖାନାର ଆଇସିୟୁରେ ଝରକାରେ ଚଢ଼ି ନିଜ ମାଆକୁ ଶେଷ ବିଦାୟ ଦେଉଥିବା ନଜର ଆସିଛି । ଝରକାରେ ବସିଥିବା ଏହି ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଯାହାକୁ ଦେଖି ଲୋକମାନେ ଖୁବ ଇମୋସନାଲ ମଧ୍ୟ ହୋଇପଡ଼ିଛନ୍ତି । ଜଣାଇ ରଖୁଛୁ ଯେ, ଝରକାରେ ବସିଥିବା ଏହି ଯୁବକଙ୍କର ମାଆ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିଲେ । The son of a Palestinian woman who was infected with COVID-19 climbed up to her hospital room to sit and see his mother every night until she passed away. pic.twitter.com/31wCCNYPbs — Mohamad Safa (@mhdksafa) July 18, 2020 ଝରକାରେ ବସିଥିବା ଏହି ଯୁବକଙ୍କ ମାଆଙ୍କ ନାଁ ରଶ୍ମି ସୁବିତ୍ତୀ ଅଟେ । ୪ ଦିନ ପୂର୍ବରୁ କରୋନା ଭାଇରସ ଦ୍ୱାରା ରଶ୍ମି ସୁବିତ୍ତୀଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟ ମୁତାବକ ଯେତେବେଳେ ରଶ୍ମିଙ୍କ ପୁଅ ତାଙ୍କ ସହ ଦେଖା କରିବା ପାଇଁ ଡାକ୍ତରାଖାନାରେ ପହଞ୍ଚିଲେ ତାର କିଛି ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଫଟୋକୁ ସେୟାର କରି ସେ ଲେଖିଥିଲେ ଯେ, କୋଭିଡ ୧୯ ରେ ସଂକ୍ରମିତ ଜଣେ ଫିଲିସ୍ତୀନୀ ମହିଳାଙ୍କ ପୁଅ ପ୍ରତ୍ୟେକ ଦିନ ରାତିରେ ନିଜ ମାଆଙ୍କୁ ଦେଖିବା ପାଇଁ ଡାକ୍ତରଖାନାର ଝରକା ଉପରେ ଚଢ଼ୁଥିଲେ । ଏହି ଫଟୋ ସେୟାର ହେବା ପରେ ସୋସିଆଲ ମିଡିଆ ୟୁଜୋର୍ସ କମେଣ୍ଟରେ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ, ଏହି ଫଟୋକୁ ଦେଖିବା ପରେ ମୋ ଆଖିରୁ ଲୁହ ଝରିପଡ଼ିଲା । ଅନ୍ୟପଟେ ଏହି ଫଟୋ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ୟୁଜର୍ସ କହିଛନ୍ତି । ମିଡିଆ ରିପୋର୍ଟ ମୁତାବକ ଯୁବକର ମାଆ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ସହିତ ଲ୍ୟୁକେମିୟାରେ ମଧ୍ୟ ପିଡ଼ିତ ଥିଲେ । ଯୁବକଙ୍କ ମାଆଙ୍କୁ ହେବ୍ରୋନ ରାଜକୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ପାଞ୍ଚ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । This is so sad yet so inspirational. The love he clearly felt is a sign that there is still goodness in this world. — Terence Brady (@TerenceBrady6) July 18, 2020 ରିପୋର୍ଟ ମୁତାବକ ଯୁବକ ନିଜ ମାଆଙ୍କୁ ଦେଖିବା ପାଇଁ ପ୍ରତିଦିନ ଝରକାରେ ଚଢ଼ି ବସୁଥିଲା । ଯୁବକଙ୍କ କହିବା ଅନୁଯାୟୀ, ମୁଁ ମୋ ମାଆଙ୍କୁ ଶେଷଥର ପାଇଁ ବିଦାୟ ଦେବାପାଇଁ ଚାହୁଥିଲି । କିନ୍ତୁ ଡାକ୍ତରଖାନାର ନିୟମ ଅନୁସାରେ ମତେ ଡାକ୍ତରଖାନା ଭିତରକୁ ଯିବାକୁ ଅନୁମତି ନଥିଲା । ତେଣୁ ମୁଁ ଡାକ୍ତରଖାନାର ଝରକା ଉପରେ ଚଢ଼ି ମାଆଙ୍କୁ ଦେଖିବାକୁ ଲାଗିଲି ।
ସତ୍ୟପାଠ ବ୍ୟୁରୋ : ଭୁବନେଶ୍ୱରରୁ କଟକ ଗଡିବ ମେଟ୍ରୋ ଟ୍ରେନ । ଏନେଇ ତୁରନ୍ତ ସରକାର ଉଦ୍ୟମ କରିବେ । ଆଜି ବିଧାନସଭାର ଷୋଡଶ ଅଧିବେଶନର ପ୍ରଥମ ଦିବସରେ ଅଭିଭାଷଣ ରଖି ଏଭଳି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାଛଡା ଓଡିଶାର ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ଭାଗକୁ ବିଜୁ ଏକ୍ସପ୍ରେସ୍ ୱେ ସଂଯୋଗ କରିବ ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ । ବିଶ୍ୱ ଐତିହ୍ୟ ନଗରୀ ହେବ ପୁରୀ । ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ରାସ୍ତା ସଂଯୋଗ କରିବା ସହ ରାସ୍ତା ପାଶ୍ୱର୍ରେ ପଥପାଶ୍ୱର୍ ଜନସୁବିଧା କେନ୍ଦ୍ର ସୃଷ୍ଟି କରାଯିବ । ପ୍ରତି ଜିଲ୍ଲାରେ ଜିଲ୍ଲା ପର୍ଯ୍ୟଟନ ପରିଷଦ ଗଠନ କରାଯିବ । ସମସ୍ତ ମହାନଗର ନିଗମ, ପୌରପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦରେ ଜଳ ନିଷ୍କାସନ ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ପରିମଳ ସୁବିଧାକୁ ସୁନିଶ୍ଚିତ କରାଯିବ । 'ଓଡିଶା ସ୍ମାର୍ଟ ସିଟିଜ୍ ମିଶନ' ୫ଟି ମହାନଗରକୁ ସ୍ମାର୍ଟ ସିଟି ରୂପେ ବିକଶିତ କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
କରୋନା ରାଜ୍ୟର ୪୨୨୭୪ଜଣ ପିଲାଙ୍କୁ ଅନାଥ କରିଛି ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ରାଜ୍ୟର ୪୨୨୭୪ ଜଣ ଶିଶୁ ଅନାଥ ହୋଇଛନ୍ତି । ୯୮୮ଜଣ ଶିଶୁ ଉଭୟ ପିତାମାତାଙ୍କୁ ହରାଇ ସମ୍ପୂର୍ଣ୍ଣ ଅନାଥ ହୋଇଥିବାବେଳେ ୪୨୨୭୪ଜଣ ଶିଶୁ ନିଜ ପରିବାରର ରୋଜଗାରକ୍ଷମ ଅଭିଭାବକ(ପିତା କିମ୍ବା ମାତା)ଙ୍କୁ ହରାଇଛନ୍ତି । ୨୦୨୦ ଏପ୍ରିଲ ୧ରୁ ୨୦୨୧ ସେପ୍ଟେମ୍ବର ୧୫ତାରିଖ ମଧ୍ୟରେ ଏହି ଶିଶୁମାନେ ନିଜର ପିତାମାତା ଅବା ଅଭିଭାବକଙ୍କୁ ହରାଇ ଅନାଥ ହୋଇଛନ୍ତି । ଆର୍ଶୀବାଦ ଯୋଜନାରେ ରାଜ୍ୟ ସରକାର ଏହି ଶିଶୁମାନଙ୍କୁ ଆର୍ଥିକ ସହାୟତା ସହିତ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଯତ୍ନ ଓ ସୁରକ୍ଷାର ବନ୍ଦୋବସ୍ତ କରିଛନ୍ତି । ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୧୧ ମସିହା ଜନଗଣନା ଅନୁସାରେ ରାଜ୍ୟରେ ୯୨୦୮୭ଜଣ ଶିଶୁ ବିଭିନ୍ନ କାମ କରୁଛନ୍ତି । ଶିଶୁ ଶ୍ରମିକ ନିଷେଧ ନିମନ୍ତେ ରାଜ୍ୟ ସରକାର ଅନ୍ୟ ବିଭାଗର ସମନ୍ୱୟରେ କାର୍ଯ୍ୟ କରୁଛନ୍ତି । ତେବେ କରୋନା ସମୟରେ ଗରିବ ଓ ଶ୍ରମିକ ଶ୍ରେଣୀର ପରିବାରରେ ପିତାମାତାଙ୍କ ମୃତ୍ୟୁ ଯୋଗୁ ଅନାଥ ହୋଇଥିବା ଶିଶୁମାନେ ଶ୍ରମିକ ହେବାକୁ ବାଧ୍ୟ ହୋଇଥିବା ସମ୍ପର୍କିତ ତଥ୍ୟ ଏହି ବିଭାଗରେ ଉପଲବ୍ଧ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହଥିଲେ ମଧ୍ୟ କରୋନା ଯୋଗୁ ୨୦୨୦ ଏପ୍ରିଲ ୧ରୁ ୨୦୨୧ ସେପ୍ଟେମ୍ବର ୧୫ ମଧ୍ୟରେ ନିଜର ପିତାମାତାଙ୍କୁ ହରାଇଥିବା ୯୮୮ଜଣ ଶିଶୁ ଓ ପରିବାରର ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଥିବା ୪୨୨୭୪ଜଣ ଶିଶୁଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଯତ୍ନଗ୍ରାହୀ ଶିଶୁ ଭାବେ ବିବେଚନା କରି ସେମାନଙ୍କର ଯତ୍ନ ଓ ଥଇଥାନ ପାଇଁ 'ଆଶୀର୍ବାଦ' ଯୋଜନାରେ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଯତ୍ନ ଓ ସୁରକ୍ଷାର ବନ୍ଦୋବସ୍ତ କରିଛନ୍ତି । ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ, ୧୦୯୮ ଚାଇଲଡ ଲାଇନ୍, ସ୍ୱତନ୍ତ୍ର ପୁଲିସ ୟୁନିଟ୍, ଜିଲ୍ଲା-ବ୍ଲକ-ପଂଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ଜରିଆରେ ଏପରି ଶିଶୁର ଯଥାଶୀଘ୍ର ଚିହ୍ନଟ ଓ ଯତ୍ନ ସୁରକ୍ଷା ବନ୍ଦୋବସ୍ତର ବ୍ୟବସ୍ଥା ଥିବାରୁ ପିତାମାତାଙ୍କୁ ହରାଇଥିବା ଶିଶୁଟିଏ ଅସୁରକ୍ଷିତ ହେବାରୁ ରକ୍ଷା କରାଯାଇ ପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । କରୋନା ପ୍ରଭାବିତ ଅନାଥ କିମ୍ବା ଜଣେ ରୋଜଗାରକ୍ଷମ ମୁରବୀ(ପିତା କିମ୍ବା ମାତା) ମୃତ୍ୟୁବରଣ କରିଥିଲେ ନୂଆ ଯୋଜନା 'ଗ୍ରୀନ ପ୍ୟାସେଜ' ଅନ୍ତର୍ଗତ ସେହି ପିଲାମାନଙ୍କୁ ମାଗଣା ଉଚ୍ଚଶିକ୍ଷା ଦେବାର ପ୍ରାବଧାନ ରହିଛି । ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ନମସ୍କାର ପାଠକ ବନ୍ଧୁ। ସାନ ଭଉଣୀ କୁ ବିବାହ କରିଛି ବଡ ଭାଇ।ଏମିତି ଏକ ଖବର ଏବେ ଶୁଣିବାକୁ ମିଳିଛି।ଯେ କେହି ବି ଏହି ଘଟଣା ବିଷୟ ରେ ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛି। ବର୍ତ୍ତମାନ ସମୟ ରେ ଯୁବକ ଯୁବତୀ ମାନେ ନିଜ ସମ୍ପର୍କ କୁ ଭୁଲି ଖରାପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି। ଥରେ ବି ନିଜ ପରିବାର କଥା ଭାବୁ ନାହାନ୍ତି।ଏପରି ଏକ ଘଟଣା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ବଡ ଭାଇ ବିବାହ କରିଛି ନିଜ ଠାରୁ ସାନ ଦୁଇ ଭଉଣୀ କୁ। ସୂଚନା ଅନୁସାରେ ବଡ ଭାଇ ର ବୟସ ହେଉଛି ୧୬ ବର୍ଷ।ତାଙ୍କୁ ପ୍ରେମ କରିବା ପାଇଁ ଝିଅ ମିଳୁ ନ ଥିଲା।ସେଥିପାଇଁ ସେ ନିଜ ସାନ ଦୁଇ ଭଉଣୀ ଙ୍କୁ ବିବାହ କରିଛି।ଜଣକ ର ବୟସ ୧୫ ବର୍ଷ ହୋଇ ଥିବା ବେଳେ ଅନ୍ୟ ଜଣକ ର ବୟସ ୧୪ ବର୍ଷ। ତଳ ଉପର କରି ତିନି ଜଣ ଭାଇ ଭଉଣୀ ଥିଲେ।ପରିବାର ରେ ସବୁବେଳେ ଭାଇ ଭଉଣୀ ମାନେ ଏପରି ଝଗଡ଼ା ଝାଟି ହୁଅନ୍ତି।ସମସ୍ତେ ଭାବୁ ଥିଲେ ସେମାନେ ଭାଇ ଭଉଣୀ ବୋଲି ସେପରି ହେଉଛନ୍ତି। ହେଲେ ପରେ ଜଣା ପଡି ଥିଲା ଯେ ସେମାନେ ପରସ୍ପର କୁ ପ୍ରେମ କରୁଥିଲେ।ପ୍ରେମ ପାଇଁ ନିଜ ଘରୁ ଚାଲି ଯାଇଛନ୍ତି ଦୁଇ ଭଉଣୀ ଓ ଭାଇ।ଏକା ସାଙ୍ଗ ରେ ଦୁଇ ଭଉଣୀ କୁ ବିବାହ କରିଛି ବଡ ଭାଇ। ଏହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା ହେଉଚି।ଯେଉଁ ହାତ ରେ ଦିନେ ଦୁଇ ଭଉଣୀ ରାକ୍ଷୀ ବାନ୍ଧି ଥିଲେ।ତାକୁ ଏବେ ନିଜ ସ୍ଵାମୀ ରୂପେ ପୂଜା କରିବେ। ଯେ କେହି ବି ଏହି କଥା ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଚି।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଭାଇ ଭଉଣୀ ର ସମ୍ପର୍କ ହେଉଚି ଗୋଟିଏ ପବିତ୍ର ସମ୍ପର୍କ।ଯାହାକୁ ଏହି ଭାଇ ଭଉଣୀ ମାନେ ଖରାପ କରି ଦେଇଛନ୍ତି। ଭାଇ ଭଉଣୀ ର ସମ୍ପର୍କ କୁ ସବୁଦିନ ପାଇଁ ଭାଙ୍ଗି ଦେଲେ।ଏବେ ତାଙ୍କ ପରିବାର ଲୋକେ ତାଙ୍କୁ ଘରେ ପୁରାଉ ନାହାନ୍ତି।ତାଙ୍କ ବାପା ତାଙ୍କ ଉପରେ ବହୁତ ରାଗୀ ଯାଇଛନ୍ତି।ଯାହାକି ଏବେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି।
ଭଦ୍ରକ: ସ୍ଥାନୀୟ ନରିପୁର ଗ୍ରାମର କବିଶେଖର ଚିନ୍ତାମଣି ମହାନ୍ତିଙ୍କ ପୌତ୍ର ତଥା ଚିତ୍ତରଞ୍ଜନ ମହାନ୍ତଙ୍କ ପତ୍ନି କ୍ଷୀରସୁଧା ମହାନ୍ତିଙ୍କର ୭୬ ବର୍ଷରେ ତାଙ୍କ ବାସଭବନରେ ଦେହାନ୍ତ ହୋଇ ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ଭଦ୍ରକର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ବଦ୍ରକର ବରିଷ୍ଠ ଅଧିବକ୍ତା ଶରତ ମହାପାତ୍ର , ଡ.ରାଧାରାଣୀ ମହାପାଚ୍ର, ଆଇନଜୀବୀ ନିଶୀକାନ୍ତ ନାୟକ, ଗଦାଧର ବଳ, ଦେବାଶିଷ ନାୟକ, ବରିଷ୍ଠ ନାଗରିକ ବସନ୍ତ ମହାନ୍ତି, ପ୍ରମୁଖ ତାଙ୍କ ଶେଷ ସମ୍ମାନ ପ୍ରଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ଅଧିବକ୍ତା ସରୋଜ ମହାନ୍ତି, କନିଷ୍ଠ ପୁତ୍ର ଗିରିଜା ମହାନ୍ତି, ପୁତ୍ର ବଧୂ ନାତିନାତୁଣି ଉପସ୍ଥିତ ତିଲେ। ତାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାର ଠାରେ ସମ୍ପର୍ଣ୍ଣ କରା ଯାଇଥିଲା।
ନୂଆଦିଲ୍ଲୀ ୨୧।୦୮: କରୋନା ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଗାଇଡ୍ଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଗାଇଡ୍ଲାଇନ୍ ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ଅନଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବେ। ଏହା ସହିତ ନିର୍ବାଚନ ସମୟରେ କରୋନାରୁ ରକ୍ଷା ପାଇଁ ନୂତନ ନିୟମର ପାଳନ କରିବାକୁ ପଡିବ। ନିର୍ବାଚନ ଆୟୋଗଙ୍କ ଏହି ଗାଇଡ୍ଲାଇନ୍ ସଙ୍କେତ ଦେଇଛି ଯେ ରାଜ୍ୟରେ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ। ନିର୍ବାଚନୀ ସମ୍ବନ୍ଧିତ ପ୍ରତିଟି ଗତିବିଧି ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ। ନିର୍ବାଚନ ପାଇଁ ବ୍ୟବହୃତ ହେବାକୁ ଥିବା ପରିସରରେ ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ସାନିଟାଇଜର ଓ ସାବୁନ ଉପଲବ୍ଧ କରାଯିବ ଓ ସାମାଜିକ ଦୂରତ୍ଵ ନିୟମର ପାଳନ କରିବାକୁ ପଡିବ। The option of postal ballot facility has been extended to the electors who are marked as 'persons with disabilities', people above age of 80 years, people employed in notified essential services and who are COVID-19 positive/possibly infected: Election Commission of India https://t.co/S8OZZK0HE7 pic.twitter.com/QoPkbrdHkx— ANI (@ANI) August 21, 2020 ନିର୍ବାଚନ ଆୟୋଗ ଅନୁଯାୟୀ ଏଥର ପ୍ରାର୍ଥୀମାନେ ସିକ୍ୟୁରିଟି ମନି ଅନଲାଇନ୍ରେ ଜମା କରିବେ। ପ୍ରଥମ ଥର ନିର୍ବାଚନରେ ପ୍ରାର୍ଥୀମାନେ ସିକ୍ୟୁରିଟି ମନି ଅନଲାଇନ୍ରେ ଜମା କରିବେ। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଅନଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାକୁ ପଡିବ। Election Commission of India issues guidelines for the conduct of general elections/by-elections during COVID-19; candidates can file nomination online, people to wear face masks during election-related activities. pic.twitter.com/j30hnGJkD1— ANI (@ANI) August 21, 2020 ଗାଇଡ୍ଲାଇନ୍ ଅନୁଯାୟୀ ଡୋର ଡୁ ଡୋର ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହିତ ଅତି ବେଶିରେ ୫ ଜଣ ଲୋକ ଯାଇ ପାରିବେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ସଭା ଓ ରୋଡ୍ ସୋର ଅନୁମତି ମିଳିବ। କରୋନା ସଙ୍କଟକୁ ଧ୍ୟାନରେ ରଖି ସତର୍କ ରହିବାକୁ ମଧ୍ୟ ପଡିବ। ଫେସ୍ ମାସ୍କ, ସାନିଟାଇଜର, ଥର୍ମାଲ ସ୍କାନର, ଗ୍ଲୋଭ୍ସ, ଫେସିଆଲ ପିପି କିଟ୍ସର ବ୍ୟବହାର ନିର୍ବାଚନ ପ୍ରକ୍ରିୟା ସମୟରେ କରାଯିବ ଓ ସାମାଜିକ ଦୂରତା ନିୟମର ମଧ୍ୟ ପାଳନ କରାଯିବ।
ବାଧକ ହେଲା ବର୍ଷା, ଅଧାରେ ଅଟକିଲା ସେମି ମାଞ୍ଚେଷ୍ଟର: ମାଞ୍ଚେଷ୍ଟରରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍ ପ୍ରଥମ ସେମିଫାଇନାଲ୍ ମୁକାବିଲା ବର୍ଷା ଯୋଗୁଁ ଆଜି ଅଧାରୁ ଅଟକିଛି। ଫଳରେ ପୂର୍ବ ନିର୍ଧାରିତ ସୂଚୀ ମୁତାବକ ଏହି ମ୍ୟାଚ୍ ସଂରକ୍ଷିତ ଦିବସକୁ ଯାଇଛି। ମଙ୍ଗଳବାର ଖେଳ ଯେଉଁଠି ଅଟକିଛି, ବୁଧବାର ପୁଣି ଥରେ ସେହିଠାରୁ ଆରମ୍ଭ ହେବ। ବୁଧବାର ଖେଳ ବର୍ଷା ଦ୍ବାରା ପ୍ରଭାବିତ ହେଲେ ଡକୱର୍ଥ/ଲୁଇସ୍ ନିୟମର ଉପଯୋଗ କରାଯିବ। ପୂରା ଦିନ ଖେଳ ନହୋଇ ପାରିଲେ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଯାଇଥିବାରୁ ଭାରତ ଫାଇନାଲ୍ରେ ପ୍ରବେଶ କରିବ। ମଙ୍ଗଳବାର ମ୍ୟାଚ୍ ନିର୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ହେଲେ ନ୍ୟୁଜିଲାଣ୍ଡ ପାଳିର ଶେଷ ଭାଗରେ ବର୍ଷା ଲୁଚକାଳି ଖେଳିବା ଆରମ୍ଭ କରି ଦେଇଥିଲା। ଖେଳାଳିମାନେ ୪୬.୧ ଓଭରରେ ପଡ଼ିଆ ଛାଡ଼ିବା ପରେ ମଝିରେ ମଝିରେ ଅଟକି ପୁଣି ଥରେ ଆରମ୍ଭ ହୋଇଥିଲା। ଅମ୍ପାୟାର ପଡ଼ିଆ ନିରୀକ୍ଷଣ କରି ଏହାକୁ ଖେଳ ଉପଯୋଗୀ ନପାଇବା ପରେ ସ୍ଥାନୀୟ ସମୟ ସଂଧ୍ୟା ୬ଟା ୨୫ରେ ଖେଳକୁ ସ୍ଥଗିତ କରି ଦିଆଯାଇଛି। ଆଜି ଖେଳ ବନ୍ଦ ବେଳକୁ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ୍ ବିନିମୟରେ ୨୧୧ ରନ୍ କରିଥିଲା। ଆସନ୍ତାକାଲି ସକାଳ ସାଢ଼େ ୧୦ଟାରୁ ଖେଳ ଆରମ୍ଭ ହୋଇ ନ୍ୟୁଜିଲାଣ୍ଡ ପାଳିର ୨୩ ବଲ୍ ପଡ଼ିବା ପରେ ଭାରତ ପାଳି ଆରମ୍ଭ ହେବ। ତେବେ ସବୁ କିଛି ବର୍ଷା ଉପରେ ନିର୍ଭରଶୀଳ ରହିବ। ଚିନ୍ତାର ବିଷୟ ହେଉଛି, ମାଞ୍ଚେଷ୍ଟରରେ ମଙ୍ଗଳବାର ଭଳି ବୁଧବାର ମଧ୍ୟ ବର୍ଷା ହେବାର ପୂର୍ବାନୁମାନ ରହିଛି। ସଂଯୋଗବଶତଃ ଭାରତ-ନ୍ୟୁଜିଲାଣ୍ଡ ଲିଗ୍ ମ୍ୟାଚ୍ ଲଗାଣ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ସେତେବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ ବାଣ୍ଟିଥିଲେ।
କଟକ,୯ା୮(ବୁ୍ୟରୋ): ମହାନଦୀ ଓ କାଠଯୋଡି ନଦୀ ଶଯ୍ୟାରେ ଅଳିଆ ଆବର୍ଜନା ନପକାଇବାକୁ କୋଲକାତା ସ୍ଥିତ ଜାତୀୟ ଗ୍ରୀନ୍ ଟ୍ରିବୁ୍ୟନାଲ (ଏନ୍ଜିଟି)ର ପୁର୍ବାଞ୍ଚଳ ଖଣ୍ଡପୀଠଙ୍କ ଆଦେଶ ଓଏ ନଂ- ୪୭/୨୦୧୬/ ଇଜେଡ୍,୧୫ଜୁଲାଇ ୨୦୧୬ର ଅନୁପାଳନ ନିମନ୍ତେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈ÷ଠକ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଗ୍ରୀନ୍ ଟ୍ରିବୁ୍ୟନାଲଙ୍କ ଆଦେଶରେ କଟକ ମହାନଗର ନିଗମ ଦ୍ୱାରା ଅଳିଆ ଆବର୍ଜନା, ଛୋଟ ଛୋଟ ପଥରଖଣ୍ଡ ଇତ୍ୟାଦି ମହାନଦୀ ଓ କାଠଯୋଡି ନଦୀଶଯ୍ୟାରେ ନପକାଇବାକୁ ଗ୍ରୀନ ଟ୍ରିବୁ୍ୟନାଲ ନିଦେ୍ର୍ଦଶ ପ୍ରଦାନ କରିଥିବା ଜିଲ୍ଲାପାଳ ବୈ÷ଠକରେ ପ୍ରକାଶ କରିଥିଲେ । ଏହି ଆଦେଶ ଯେପରି କଡାକଡି ଭାବେ କାର୍ଯ୍ୟକାରୀ ହୁଏ, ଏହାକୁ ତଦାରଖ କରିବା ପାଇଁ ଜାଇକା ଓ ସିଏମ୍ସି କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ମହାନଦୀ, କାଠଯୋଡିରେ ଯେପରି କୋ÷÷ଣସି ପରିସ୍ଥିତିରେ ଅଳିଆ ଆବର୍ଜନା, ପଥର ଖଣ୍ଡ ଆଦି ପକାନଯାଏ । ତେବେ ଏହାକୁ ନିୟମିତ ଯାଞ୍ଚ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ-ମହାନଦୀ ଦକ୍ଷିଣ, ଉତ୍ତର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଓ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) କର୍ମଚାରୀଙ୍କୁ ନେଇ ଜିଲ୍ଲାପାଳ ଏକ ସ୍କାର୍ଡ ଗଠନ କରିଛନ୍ତି । ଏହି ସ୍କ୍ୱାର୍ଡ ସକାଳ ଓ ସନ୍ଧ୍ୟା ଦୁଇ ବେଳା ମହାନଦୀ ଓ କାଠଯୋଡି ନଦୀଶଯ୍ୟା ଅଳିଆ ଆବର୍ଜନା ଯାଞ୍ଚ କରିବେ । ଯଦି ନଦୀଶଯ୍ୟାରେ କୌଣସି ବ୍ୟକ୍ତି ବେଆଇନ୍ ଭାବେ ଆବର୍ଜନା ଆଦି ପକାଉଥାନ୍ତି, ତେବେ ସେମାନଙ୍କୁ ପ୍ରତିରୋଧ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ସ୍କାର୍ଡକୁ ସୁରକ୍ଷା ପ୍ରଦାନ ପାଇଁ ପୁଲିସ ଡିସିପିଙ୍କ ପକ୍ଷରୁ ଏକ ଫୋର୍ସ ପ୍ରଦାନ କରାଯିବ । ଆଜିଠାରୁ ଏହି ଦଳ ନିୟମିତ ଭାବେ ନଦୀ ଶଯ୍ୟାକୁ ଯାଞ୍ଚ କରିବା କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଯାଞ୍ଚ କାର୍ଯ୍ୟର ସହଯୋଗ ପାଇଁ ମହାନଦୀ ଦକ୍ଷିଣ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ତରଫରୁ ବିଭିନ୍ନ ସୁବିଧା ଯାଞ୍ଚ ସ୍କାର୍ଡଙ୍କୁ ଯୋଗାଇ ଦିଆଯିବ । ଏହି ଯାଞ୍ଚ କାର୍ଯ୍ୟକୁ ମହାନଦୀ ଦକ୍ଷିଣ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଏବଂ ଉପ ଜିଲ୍ଲାପାଳ, କଟକ ସଦର ତଦାରଖ କରିବେ । କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରୁଥିଲେ ସେମାନଙ୍କ ବିରୁଦ୍ଧରେ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଆବଶ୍ୟକ ହେଲେ, ଆବର୍ଜନା ସୃଷ୍ଟିକାରୀ ବ୍ୟକ୍ତି ଏବଂ ସଂସ୍ଥାଙ୍କ ବିରୁଦ୍ଧରେ ପୁଲିସଙ୍କ ନିକଟରେ ମାମଲା ରୁଜୁ ନିମନ୍ତେ ଜିଲ୍ଲାପାଳ ଶ୍ରୀ ମିଶ୍ର କଡ଼ା ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ସେହିପରି ଆବର୍ଜନାକୁ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଉପରେ ଆଞ୍ଚଳିକ ପରିବହନ ଅଧିକାରୀ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରିବେ । ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଉପ ଜିଲ୍ଲାପାଳ ସଦର ରଘୁରାମ ଆର୍ ଆୟାର, ନିର୍ବାହୀ ଯନ୍ତ୍ରୀ- ମହାନଦୀ ଦକ୍ଷିଣ ଡିଭିଜନ, ନିର୍ବାହୀ ଯନ୍ତ୍ରୀ, ଜାଇକା(ସ୍ୱେରେଜ୍), କଟକ ମହାନଗର ନିଗମ ସିଟି ଇଞ୍ଜିନିୟର, ସଦର ତହସିଲଦାର, ତଉଜୀ ଅଧିକାରୀ ପ୍ରମୁଖ ଏହି ବୈ÷ଠକରେ ଯୋଗ ଦେଇଥିଲେ । ନଦୀ ଶଯ୍ୟାରେ ଅଳିଆ ପକାଅନି: ଏନ୍ଜିଟି Aug 09, 2016, 18:24 pm54
ଫୁଲବାଣୀ,୪।୩ : ଖେଳିବା ବୁଲିବା ତଥା ପଢ଼ିବା ବୟସରେ ପରିବାର ବୋଝ । ପରିବା ବିକ୍ରି କରି ପରିବାର ଚଳାଉଥିଲେ । ଗରିବୀ ତାଙ୍କ ପରିଶ୍ରମ ଏବଂ ମନବଳ ଆଗରେ ହାର ମାନିଛି । ପରିବା ବିକାଳିରୁ ଆଜି ସେ ଶ୍ରମ କମିଶନର ହୋଇପାରିଛନ୍ତି । ଏ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର କାହ୍ନୁଚରଣ ସାହୁଙ୍କ ସଂଘର୍ଷମୟ ଜୀବନ । ଦିନେ ପରିବା ବିକ୍ରି କରୁଥିବା କାହ୍ନୁ ଏବେ କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଶ୍ରମ କମିଶନର ପଦବିରେ କାର୍ଯ୍ୟ କରୁଛନ୍ତି । ସେ ବିହାରର ପାଟଣା ଠାରେ ଆଞ୍ଚଳିକ ଶ୍ରମ କମିଶନର ଭାବେ କାର୍ଯ୍ୟରତ । ଦୁଇ ଦିନ ତଳେ ଦୂରଦର୍ଶନର ଏକ ସାକ୍ଷାତକାର କାର୍ଯ୍ୟକ୍ରମର ଭିଡିଓ ପ୍ରସାର ପରେ ସେ ଏବେ ଲୋକଲୋଚନକୁ ଆସିବା ସହ ଚର୍ଚ୍ଚିତ ହୋଇଛନ୍ତି । ୨୦୧୪ରେ ନିଯୁକ୍ତି ପାଇଥିବା କାହ୍ନୁଚରଣଙ୍କ ପିଲାଦିନ ଅତି ଦୁଃଖ ଓ ଗରିବୀ ମଧ୍ୟରେ ବିତିଥିଲା । ବାପା ଜୟଦେବ ସାହୁ ଜଣେ ଛୋଟ ବ୍ୟବସାୟୀ ଥିଲେ । କାହ୍ନୁ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମାଆ କୁନି ୨ ପୁଅ ଓ ୩ ଝିଅଙ୍କୁ ନେଇ ବହୁ ଦୁଃଖକଷ୍ଟରେ ପରିବାର ପ୍ରତିପାଳନ କରିଥିଲେ । କାହ୍ନୁ ମେଧାବୀ ଛାତ୍ର ଥିବାରୁ ଶିକ୍ଷକମାନେ ତାଙ୍କୁ ସହାୟତା କରିଥିଲେ । ୯ମ ଶ୍ରେଣୀରେ ପଢିବା ବେଳେ ସେ ଘରକୁ କିଛି ଆର୍ଥିକ ସହାୟତା କରିବା ପାଇଁ ପରିବା ବ୍ୟବସାୟ କରିଥିଲେ । ସରକାରୀ ସ୍କୁଲରୁ ଦଶମ ଶ୍ରେଣୀ ପାସ୍ ପରେ ସେ ଗ୍ରାମରେ ବ୍ଲକଗ୍ରାଣ୍ଟ କଲେଜରେ ନାମ ଲେଖାଇବା ସହ ନିଜର ପଢା ଖର୍ଚ୍ଚ ପାଇଁ ଟ୍ୟୁସନ କରିଥିଲେ । ଯୁକ୍ତ ୨ ପାସ୍ ପରେ ଆର୍ଥିକ କାରଣ ପାଇଁ ଗୋଟିଏ ବର୍ଷ ସେ ପଢି ପାରି ନଥିଲେ । ତାଙ୍କର ଜଣେ ସାଙ୍ଗ ଯିଏକି ବ୍ରହ୍ମପୁରରେ ଟ୍ୟୁସନ କରି ପଢୁଥିଲେ, ତାଙ୍କର ପ୍ରେରଣାରେ ସେ ଟ୍ୟୁସନ କରି ଅର୍ଜନ କରିଥିବା ୩ ହଜାର ଟଙ୍କା ନେଇ ବ୍ରହ୍ମପୁର ଯାଇ କଲେଜରେ ନାମ ଲେଖାଇଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିବା ପରେ ସେ କିଛି ଦିନ ଏକ ବେସରକାରୀ କଲେଜରେ ଅଧ୍ୟାପନା କରିଥିଲେ । ପରେ ସେ ଅଧ୍ୟାପନା ଛାଡି ଏକ ବେସରକାରୀ କମ୍ପାନିରେ କାମ କରିଥିଲେ । ବେସରକାରୀ ଚାକିରର ସୁରକ୍ଷାକୁ ନେଇ ଡର ଥିବାରୁ ସେ ତାହା ଛାଡି ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରିଥିଲେ । ଘରର ଆର୍ଥିକ ପରିସ୍ଥିତି ଭଲ ନଥିବା ବେଳେ ଚାକିରି ଛାଡିବାକୁ ନେଇ ତାଙ୍କ ମାଆ ଅସନ୍ତୁଷ୍ଟ ହୋଇଥିଲେ । ସେ ମାଆଙ୍କୁ ମାତ୍ର ଗୋଟିଏ ବର୍ଷ ରିହାତି ଦେବାକୁ କହିଥିଲେ । ୨୦୧୩ରେ ସେ ୟୁପିଏସିସି ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ୨୦୧୪ରେ ସେ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗରେ କାର୍ଯ୍ୟ ଆରମ୍ଭ କରିବା ସହ ବିହାରର ପାଟଣାଠାରେ ଆଞ୍ଚଳିକ ଶ୍ରମ କମିଶନର ଅଛନ୍ତି । କାହ୍ନୁଙ୍କ କହିବା ଅନୁଯାୟୀ ନିଷ୍ଠାର ସହ ପରିଶ୍ରମ କର, ଭଗବାନ ନିଶ୍ଚୟ ତୁମକୁ ତୁମର ଆକାଂକ୍ଷିତ ସ୍ଥାନରେ ପହଞ୍ଚାଇବେ । ଦେଶର ସର୍ବାଧିକ ଲୋକ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ସେହି ଲୋକମାନଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି ।
ଦେଶରେ ବାରମ୍ବାର ହେଉଛି ଟ୍ରେନ୍ ଦୁର୍ଘଟଣା । ଏଥିପାଇଁ ଦାୟୀ କିଏ ? କାହିଁକି ହେଉଛି ଦୁର୍ଘଟଣା ? କ'ଣ ଥାଇପାରେ କାରଣ ? କେତେବେଳେ ଟ୍ରେନ୍ ମୁହାଁମୁହିଁ ଧକ୍କା ତ କେତେବେଳେ ବଗି ଲାଇନ୍ଚ୍ୟୁତ ହେଉଛି । ଏଭଳି ଘଟଣା ଆମ ଦେଶବାସୀଙ୍କ ପାଇଁ ନୂଆ ନୁହେଁ । ହେଲେ ଏହାର ସମାଧାନ କ'ଣ ? ସାମାନ୍ୟ ଅସାବଧାନତା ଯୋଗୁଁ ଅକାଳରେ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାଗୁଡ଼ିକରେ ପ୍ରାୟ ୧୨,୦୦୦ ଲୋକ ପ୍ରାଣ ହରାଇଥିଲେ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟରୁ ଏହି ସୂଚନା ମିଳିଛି । ୨୦୨୦ର ଟ୍ରେନ୍ ଦୁର୍ଘଟଣାରେ ଦୈନିକ ମୃତ୍ୟୁ ସଂଖ୍ୟା ହାରାହାରି ଥିଲା ୩୨ ଜଣ । ଏହାସହ ଟ୍ରେନରୁ ଖସିପଡ଼ିବା କିମ୍ବା ରେଲୱେ ଟ୍ରାକ ପାର ହେଲା ବେଳେ ୮,୪୦୦ ଲୋକ ପ୍ରାଣ ହରାଇଥିବା ଏନ୍ସିଆର୍ବି ରିପୋର୍ଟ କହୁଛି । Also Read ମହାରାଷ୍ଟ୍ରରେ ସର୍ବାଧିକ ଟ୍ରେନ୍ ଦୁର୍ଘଟଣା ୨୦୨୦ର ଏନସିଆରବି ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ସର୍ବାଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଯାହା ସମୁଦାୟ ଦୁର୍ଘଟଣାର ୨୦ ପ୍ରତିଶତ । ଏହି ତାଲିକାରେ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଥିଲା । ମହାରାଷ୍ଟ୍ରରେ ୧୯୨୨ ଲୋକ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବାବେଳେ ଉତ୍ତର ପ୍ରଦେଶରେ ୧୫୫୮ ଜଣଙ୍କର ମୃତ୍ୟୁ ହୋଇଥିଲା । ୟୁପିରେ ମୋଟ ୧୫୬୦ ରେଳ ଦୁର୍ଘଟଣା ହୋଇଥିବା ବେଳେ ଏହା ମୋଟ୍ ଦୁର୍ଘଟଣାର ୧୨ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ଏହି କାରଣରୁ ଉଭୟ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଶୀର୍ଷରେ ରହିଥିଲା । ଏହା ବ୍ୟତୀତ ୟୁପିରେ ରେଳ କ୍ରସିଂରେ ଦୁର୍ଘଟଣା ରେକର୍ଡ ଛୁଇଁଥିଲା । କେନ୍ଦ୍ରର ରିପୋର୍ଟ ଅନୁସାରେ ରେଳ କ୍ରସିଂରେ ହୋଇଥିବା ଦୁର୍ଘଟଣାରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଥିଲା । ଏଥି ସହିତ ରେଳ କ୍ରସିଂ ଦୁର୍ଘଟଣାରରେ ବିହାର ଦ୍ୱିତୀୟ ସ୍ଥାନରେ ଏବଂ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଥିଲା । ତୁଳନାତ୍ମକ ଭାବେ ୨୦୨୦ରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ ରେଳ ଦୁର୍ଘଟଣା ସ୍ଥିତି କିଛି ମାତ୍ରାରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ୨୦୧୯ ରେ ୨୭,୯୮୭ ଦୁର୍ଘଟଣା ହୋଇଥିବା ବେଳେ ୨୦୨୦ ରେ ଏହା ହ୍ରାସ ପାଇ ୧୩,୦୧୮କୁ ଖସିଛି । ୨୦୨୦ରେ ଦୁର୍ଘଟଣାରେ ୧୧,୯୮୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧,୨୨୭ ଜଣ ଆହତ ହୋଇଥିଲେ । ୨୦୨୦ ରେଳ ଦୁର୍ଘଟଣାରେ ୯,୧୧୭ ଟି ଦୁର୍ଘଟଣା କେବଳ ଟ୍ରେନରୁ ଖସି କିମ୍ବା ଲେବେଲ କ୍ରସିଂ ଜନିତ ବୋଲି ସୂଚନା ତଥ୍ୟ କହୁଛି । ସେହିଭଳି ଦୁର୍ଘଟଣାରେ ସାରା ଦେଶରେ ପ୍ରାୟ ୮୪୦୦ ଲୋକ ପ୍ରାଣ ହରାଇଥିଲେ । ତେବେ ଆଜି ୨୦୨୨ ଜାନୁଆରୀ ଆରମ୍ଭରୁ ମଧ୍ୟ ଦେଶରେ ରେଳ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୌହାଟି-ବିକାନେର ଏକ୍ସପ୍ରେସ ଲାଇନ୍ଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗ ଦୋମୋହାଣି ଠାରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି। ଏକ୍ସପ୍ରେସର ଏକାଥରକେ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ବର୍ତ୍ତମାନ ସୁଦ୍ଧା ୫୦ ଜଣ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରେଲ୍ୱେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରେନ୍ଟି କାହିଁକି ଓ କେଉଁ ପରିସ୍ଥିତିରେ ଲାଇନ୍ଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି । ତେବେ ଲାଇନ୍ଚ୍ୟୁତ ହୋଇଥିବା ୧୨ଟି ବଗି ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଛି । ବଗିଗୁଡ଼ିକ ଏଣେତେଣେ ଛିଟିକି ପଡ଼ିଛି। ଏହି ଘଟଣା ଆଜି ସନ୍ଧ୍ୟା ୫ଟାରେ ଘଟିଛି ।
କଳାହାଣ୍ଡି ୧/୬:ବୁଲା କୁକୁରଙ୍କ କାମୁଡାରେ ବୃଦ୍ଧା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋଲାମୁଣ୍ଡା ବ୍ଲକ ବାଞିବାହାଲ ଗ୍ରାମରେ । ଗାଁର ଜଣେ ବୃଦ୍ଧା ଶନିବାର ସକାଳେ ଶୌଚ ହେବା ପାଇଁ ଯାଇଥିବାବେଳେ କିଛି ବୁଲା କୁକୁରଙ୍କ ଶିକାର ହୋଇଥିଲେ । ୭-୮ କୁକୁର ମିଶି ବୃଦ୍ଧାଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । କାମୁଡି କାମୁଡି ବୁଦ୍ଧାଙ୍କୁ ମାରିଦେଲେ କୁକୁର ପଲ୍ଲ । ମୃତକ ହେଉଛନ୍ତି ଭୂମିସୁତା ମାଝୀ । ଭୁମିସୁତାଙ୍କ ବେକ, ମୁହଁ ଶରୀରରେ କୁକୁର କାମୁଡିବା ଯୋଗୁଁ ଗଭୀର କ୍ଷତ ଚିହ୍ନ ରହିଛି ।
ନୂଆଦିଲ୍ଲୀ: ଚୀନ୍ର ଏକ ବିଶାଳ ଜାହାଜ ଏବେ ଶ୍ରୀଲଙ୍କା ମୁହାଁ ହୋଇଛି। ଆସନ୍ତା ଅଗଷ୍ଟ ୧୧ରେ ଦକ୍ଷିଣ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଚୀନ୍ର ଏକ ବିଶାାଳ ଗବେଷଣା ଜାହାଜ ପହଞ୍ଚିବ। ଭାରତ ଏଥିପାଇଁ ଚିନ୍ତା ପ୍ରକଟ କରିଛି ଏବଂ ଏଦିଗରେ ସତର୍କ ନଜର ରଖିଛି। ଚୀନ୍ ଦ୍ବାରା ପରିଚାଳିତ ଏହି ବନ୍ଦରରେ ଚୀନ୍ ସାମରିକ ପ୍ରତିଷ୍ଠାନ ଯାଞ୍ଚ କରିପାରୁଥିବା ଜାହାଜ ମୁ୍ତୟନ କରିବ। ତେଣୁ ଭାରତ ଏଥିପାଇଁ ଚିନ୍ତା ପ୍ରକଟ କରିଛି। ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ନେଲ ନଳିନ ହେରାଥ କହିଛନ୍ତି, ଶ୍ରୀଲଙ୍କା ଭାରତର ଚିନ୍ତାକୁ ବୁଝିପାରୁଛି କିନ୍ତୁ ଏହା ଏକ ରୁଟିନ କାର୍ଯ୍ୟକ୍ରମ। ଭାରତ, ଚୀନ୍, ରୁଷ, ଜାପାନ, ମାଲେସିଆର ଜାହାଜଗୁଡ଼ିକ ପାଇଁ ବିଭିନ୍ନ ସମୟରେ ଅନୁରୋଧ କରାଯାଇଥାଏ ତେଣୁ ଆମେ ଚୀନ୍କୁ ଅନୁମତି ଦେଇଛୁ। କେବଳ ପରମାଣୁ ଶକ୍ତି ସମ୍ପନ୍ନ ଜାହାଜକୁ ଆମେ ଅନୁମତି ଦେଇନଥାଉ ବୋଲି ଶ୍ରୀଲଙ୍କା କହିଛି। ଚୀନ୍ ଜାହାଜ ଉଆନ ୱାଙ୍ଗ ୫ ହମ୍ବନତୋଟା ବନ୍ଦରରେ ଲାଗିବାପାଇଁ ଶ୍ରୀଲଙ୍କାଠାରୁ ଅନୁମତି ମାଗିଥିଲା। ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ଚୀନ୍ ଜାହାଜ ଶ୍ରୀଲଙ୍କା ବନ୍ଦରରେ ରହିବ। ଭାରତ ମହାସାଗରରେ ସର୍ଭେଲାନ୍ସ ଏବଂ ଦିଗ ନିରୂପଣ ପାଇଁ ଚୀନ୍ ଏହି ଜାହାଜ ପଠାଇଛି ବୋଲି ହେରାଥ କହିଛନ୍ତି।
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ଓମଫେଡ୍ ଡାଏରୀ ପ୍ଲାଣ୍ଟର ତିନିଜଣ ଟ୍ରାନ୍ସପୋର୍ଟରଙ୍କୁ ଅପହରଣ ଓ ପରେ ଛାଡିଦେବା ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନଙ୍କ ମଧ୍ୟରେ ୩ ଅପହରଣକାରୀଙ୍କ ସହ ଜଣେ ଗାଡି ଡ୍ରାଇଭର ରହିଛନ୍ତି। ଅପହରଣରେ ନିୟୋଜିତ ହୋଇଥିବା ବୋଲେରୋ ଗାଡିକୁ ମଧ୍ୟ ପୋଲିସ ଜବତ କରିଛି। ପୋଲିସର ସୂଚନା ଅନୁସାରେ, ୨୦୧୫ ମସିହାରୁ ୩ ବର୍ଷ ପାଇଁ ଭୁବନେଶ୍ୱରର ତିନିଜଣ ଯୁବକ ବାଲେଶ୍ୱର ଡାଏରୀରେ ନିଜର ଗାଡି ଟ୍ରାନ୍ସପୋର୍ଟରେ ଲଗାଇଥିଲେ। ଟେଣ୍ଡର ଅବଧି ମେ' ମାସରୁ ସରିଥିବା ବେଳେ ନୂଆ ଟେଣ୍ଡର ପ୍ରକ୍ରିୟା ପାଇଁ ଆବେଦନ ତାରିଖର ଆଜି ଶେଷ ଦିନଥିଲା। ଏହା ପୂର୍ବରୁ ଅନ୍ୟ ଟ୍ରାନ୍ସପୋର୍ଟର ଏଭଳି ଅପହରଣ ନାଟକ ରଚିଥିଲେ। ଅପହରଣ ପାଇଁ ଯୋଜନା କରିଥିବା ଅନ୍ୟ ଦୁଇ ଟ୍ରାନ୍ସପୋର୍ଟର ଅପହରଣକାରୀ ନିଖିଲ କୁମାର ବେହେରାଙ୍କୁ ୨୦ ହଜାର ଟଙ୍କା ଦେବା ପାଇଁ କହିଥିବା ପୋଲିସ ସୂଚନା ଦେଇଛି। ଶୀଘ୍ର ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଶିଳ୍ପାଞ୍ଚଳ ପୋଲିସ କହିଛି କହିଛନ୍ତି।
ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଟ୍ରଫି ଦଳ ଘୋଷଣା ; ଶୁଭ୍ରାଂଶୁ ଅଧିନାୟକ, ଅଙ୍କିତ ନୂଆମୁହଁ କଟକ : ୨୦୧୯-୨୦ ସିଜିନ୍ର ପ୍ରମୁଖ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଲାଗି ଓଡ଼ିଶା ଦଳ ଘୋଷଣା ରବିବାର କରାଯାଇଛି। ଚଳିତ ସିଜିନ୍ର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶାର ସିନିୟର ମନୋନୟନ କମିଟି ଏହି ଦଳ ଘୋଷଣା କରିଛନ୍ତି। ଗ୍ରୁପ୍ 'ସି'ରେ ଥିବା ଓଡ଼ିଶା ଦଳ ପ୍ରଥମ ମ୍ୟାଚ୍ ରାୟପୁରରେ ଘରୋଇ ଛତିଶଗଡ଼ ବିପକ୍ଷରେ ଡିସେମ୍ବର ୯ରୁ ୧୨ ପର୍ଯ୍ୟନ୍ତ ଖେଳିବ। ପରେ ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡରେ ସର୍ଭିସେସ୍ ବିପକ୍ଷରେ ଓଡ଼ିଶା ୨ୟ ଲିଗ୍ ମ୍ୟାଚ୍ ଖେଳିବ। ଉକ୍ତ ୨ଟି ମ୍ୟାଚ୍ ଲାଗି ଓଡ଼ିଶାର ୧୬ ଜଣିଆ ଦଳ ଘୋଷଣା କରାଯାଇଛି। ଗତବର୍ଷ ରଣଜୀ ଟ୍ରଫିରେ ଓଡ଼ିଶା ଦଳର ନେତୃତ୍ବ ନେଇଥିବା ଶୁଭ୍ରାଂଶୁ ସେନାପତିଙ୍କୁ ଏଥର ମଧ୍ୟ ନେତୃତ୍ବ ପ୍ରଦାନ କରାଯାଇଛି। ଚଳିତବର୍ଷ ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଶୁଭ୍ରାଂଶୁ ଓଡ଼ିଶା ଦଳର ନେତୃତ୍ବ ନେଇଥିବା ବେଳେ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଗୋବିନ୍ଦ ପୋଦ୍ଦାର ଦଳର ନେତୃତ୍ବ ନେଇଥିଲେ। ଉଭୟ ଟୁର୍ଣ୍ଣାମେଣ୍ଟରେ ଶୁଭ୍ରାଂଶୁ ଦଳର ସଫଳ ବ୍ୟାଟ୍ସମ୍ୟାନ୍ ପ୍ରମାଣିତ ହୋଇଥିଲେ। ଘୋଷିତ ଦଳରେ ନୂଆମୁହଁ ଭାବେ ଅଲ୍ରାଉଣ୍ଡର ଅଙ୍କିତ ଯାଦବ ରହିଛନ୍ତି। ଦଳରେ ୨ ଜଣ ୱିକେଟ ରକ୍ଷକ ଅଛନ୍ତି। ସେଦୁହେଁ ହେଲେ ରାଜେଶ ଧୁପର ଓ ସୁଜିତ ଲେଙ୍କା। ତେବେ ଦଳରେ ମାତ୍ର ଜଣେ ସ୍ପିନର ଭାବେ ପପ୍ପୁ ରାୟ ରହିବା ଅନେକଙ୍କୁ ଚକିତ କରିଛି। ରଣଜୀ ଟ୍ରଫିରେ ଏକାଧିକ ସ୍ପିନରଙ୍କ ଆବଶ୍ୟକତା ପଡ଼ିଥାଏ। ଅବଶ୍ୟ ଅଭିଷେକ ରାଉତ କାମଚଳା ଲେଗ୍ ସ୍ପିନ୍ ବୋଲିଂ କରିପାରନ୍ତି। ଗତବର୍ଷ ଖେଳିଥିବା ଓଡ଼ିଶାର ରଣଜୀ ଟ୍ରଫି ଦଳରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଗତବର୍ଷ ଅପେକ୍ଷା ଚଳିତବର୍ଷ ଓଡ଼ିଶା ଅପେକ୍ଷାକୃତ ଦୁର୍ବଳ ଗ୍ରୁପରେ ଥିବାରୁ ଦଳଠାରୁ ଓଡ଼ିଶାର କ୍ରିକେଟପ୍ରେମୀ ଉନ୍ନତ ପ୍ରଦର୍ଶନର ଆଶା ରଖିଛନ୍ତି। ଓଡ଼ିଶା ରଣଜୀ ଟ୍ରଫି ଦଳ ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ, ଅଭିଷେକ ରାଉତ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁଜିତ ଲେଙ୍କା ଓ ରାଜେଶ ଧୁପର (ଉଭୟେ ୱିକେଟ ରକ୍ଷକ), ଅଙ୍କିତ ଯାଦବ, ପପ୍ପୁ ରାୟ। ପ୍ରଶିକ୍ଷକ: ରଶ୍ମିରଞ୍ଜନ ପରିଡ଼ା, ଫିଜିଓ: ଶୁଭକାନ୍ତ ସାହୁ; ଟ୍ରେନର: ମନୋଜ ବିଶ୍ବାଳ।
ବୌଦ୍ଧ,(ବଂଶୀଧର ମାଝୀ): ଗତକାଲି ବିଳମ୍ବିତ ରାତିରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପିତ୍ତ ଛତ୍ରଙ୍କ ଚାଳ ଛପର ଘର କାନ୍ଥ ଭାଙ୍ଗିଯାଇଛି । ତେବେ ଘରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ପରିବାରର ସମସ୍ତ ସଦସ୍ୟ ଗତକାଲି ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା । ତାଙ୍କର ଏକମାତ୍ର ଘର ଭାଙ୍ଗି ଯିବାରୁ ଏବେ ସେମାନେ ବାସହରା ହୋଇପଡିଛନ୍ତି । ପଞ୍ଚାୟତ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କ ପାଇଁ ରହିବା ବ୍ୟବସ୍ଥା କରିବା ସହିତ ଆବଶ୍ୟକ ରିଲିଫ ବ୍ୟବସ୍ଥା ଏବଂ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । Next Post
ସ୍ତ୍ରୀ ସିନ୍ଦୁର ଲଗାଇବା ସମୟରେ କେବଳ ଗୋଟିଏ ମନ୍ତ୍ର ବଦଳାଇ ଦେବ ସ୍ୱାମୀର ଭାଗ୍ୟ , ନିଶ୍ଚିତ ଜାଣି ନିଅନ୍ତୁ ଆମ ଓଡିଶା ର ସଂସ୍କୃତି ଅନୁସାରେ ଗୋଟିଏ ଘରର ବୋହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଅଶାନ୍ତି ବୋହୁ ଉପରେ ନିର୍ଭର କରିଥାଏ । ବୋହୂ ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବୋହୂ ହିଁ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷ୍ମୀ ବୋଲି ସମ୍ବୋଧନ କରାଯାଇଥାଏ । ଯଦି ଜଣେ ନାରୀ ଆମ ସସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନିଥାଏ ତେବେ ସେହି ଘର ଧନ ସମ୍ପତ୍ତି ରେ ପରିପୂର୍ଣ୍ଣ ହୋଇଯାଇଥାଏ । ବିବାହ ପରେ ଗୋଟିଏ ଝିଅ ପାଇଁ ତାର ମଥା ର ସିନ୍ଦୂର ତା ପାଇଁ ସବୁକିଛି ହୋଇଥାଏ । ତେବେ ବହୁତ୍ ସମୟରେ ନାରୀ ମାନେ ଭୁଲ ଧରଣରେ ମଥା ରେ ଲଗେଇ ନିଜର ସ୍ଵାମୀ ର ଜୀବନକୁ ବିପଦରେ ପକେଇଥାନ୍ତି । ଆମର ଶାସ୍ତ୍ର ଅନୁସାରେ , ଜଣେ ବିବାହିତ ନାରୀ ର ସଙ୍କେତ ହୋଇଥାଏ ସିନ୍ଦୂର । ଯେତେବେଳେ ଜଣେ ନାରୀ ନିଜ ମୁଣ୍ଡରେ ସିନ୍ଦୂର ଲଗେଇଥାଏ ସେତେବେଳେ ସେ ତାର ସ୍ଵାମୀ ର ଶୁଭ କାମନା କରିଥାଏ । ସିନ୍ଦୂର ଏକ ପ୍ରକାରର ବିଷ ହୋଇଥାଏ । କିନ୍ତୁ ଜଣେ ନାରୀ ଏହି ବିଷ କୁ ନିଜ ମୁଣ୍ଡରେ ଲଗେଇଥାଏ ଆଉ ନିଜର ଆୟୁଷ କମେଇଥାଏ ତା ସହ ନିଜ ସ୍ବାମୀ ର ଆୟୁଷ କୁ ବୃଦ୍ଧି କରାଇଥାଏ । ଯାହା ଫଳରେ ସେ ସ୍ବାମୀ ଙ୍କ ଆଗରୁ ସଧବା ବେଶ ରେ ସ୍ଵର୍ଗବାସ କରିଥାଏ । କିନ୍ତୁ ଆମେ ଆଜି ଆପଣ ଙ୍କୁ ଏମିତି କେତେକ ଉପାୟ ବିଷୟରେ ଜଣେଇବୁ ଯାହା କରିବା ଦ୍ୱାରା ଆପଣ ନିଜର ସ୍ବାମୀ ର ଆୟୁଷ ବୃଦ୍ଧି କରିବା ସହ ଘରେ ଧନ ସମ୍ପତ୍ତି ର ଅଭାବ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ୧. ଗୋଟିଏ ପାନ ପତ୍ରରେ ଅଳ୍ପ ଟିକେ ସିନ୍ଦୂର ଓ ଫତିକ ଲଗାଇ ତାହାକୁ ବୁଧବାର ଦିନ ସକାଳେ ବା ସନ୍ଧ୍ୟା ସମୟରେ ଏକ ଅସ୍ତ ଗଛ ତଳେ ରଖି ଦେଇ ପଳେଇ ଆସନ୍ତୁ । ଧ୍ୟାନ ରଖିବେ ଯେପରି ଆସିବା ସମୟରେ ଆପଣ ପଛ କୁ ଦେଖିବେ ନାହିଁ । ଏହିପରି ୩ ଟି ବୁଧବାର କରିବା ଦ୍ଵାରା ଘରେ ଧନ ସମ୍ପତ୍ତି ଆସିଥାଏ ୨. ଦ୍ଵିତୀୟ ରେ ଘରର ମୁଖ୍ୟ ଦ୍ଵାର ରେ ସିନ୍ଦୂର ସହ ତେଲ ମିଶାଇ ଘର ଆଗରେ ଏକ ସ୍ୱସ୍ତିକ ଚିହ୍ନ ବନେଇ ଦିଅନ୍ତୁ । ଏପରି କରିବା ଦ୍ବାରା ଘର ଉପରେ କୌଣସି ନକରାତ୍ମକ ପ୍ରଭାବ ପଡି ନ ଥାଏ ଏବଂ ସ୍ବାମୀ ଙ୍କୁ ସଫଳତା ମିଳିବା ସହ ଘରେ କୌଣସି ଅଭାବ ଦେଖାଯାଏ ନାହିଁ । ୩. ଯଦି ଆପଣଙ୍କ ଘରେ ଧନ ର ସମସ୍ୟା ରହିଛି ତେବେ ଗୋଟିଏ ନଡିଆ ରେ ସିନ୍ଦୂର ଲଗାଇ ତାହାକୁ ଏକ ଲାଲି କପଡା ରେ ବାନ୍ଧି ଏକ ସୁରକ୍ଷିତ ସ୍ଥାନରେ ରଖି ମା ଲକ୍ଷ୍ମୀ ଙ୍କ ର ଆରାଧନା କରନ୍ତୁ । ଘରେ ଧନ ସମସ୍ୟା ଦୂର ହୋଇଯିବ । ୪. ମହିଳା ମାନେ ସିନ୍ଦୂର ଲଗେଇବା ସମୟରେ ଯଦି ସ୍ବାମୀ ଙ୍କୁ ଧ୍ୟାନ ରେ ରଖି ଏହି ମନ୍ତ୍ର କୁ ଜୋପ କରନ୍ତି ତେବେ ସ୍ବାମୀ ଙ୍କ ର ଆୟୁଷ ବୃଦ୍ଧି ହେବା ସହିତ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ । ମନ୍ତ୍ର ଟି ହେଉଛି "ॐ ଶ୍ରୀ ତ୍ରିଭୁଜନ ମହାଲକ୍ଷ୍ମୀ ଆକ୍ସମନ ଦାରିଦ୍ର୍ୟ ନାସି ପ୍ରଚୁର ଧନ ଦେହିଂ" । ଏହାକୁ ପ୍ରତିଦିନ ଜୋପ କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ସ୍ବାମୀ ଦୀର୍ଘାୟୁ ହୋଇଥାନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଗୁଜୁରାଟ ପୋଲିସକୁ ବଡ ସଫଳତା । ସୁରଟର ଏକ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାରେ ଏକ ନିର୍ମାଣଧୀନ ମନ୍ଦିରର ସାଧୁକୁ ମଧ୍ୟ ପୋଲିସ ଗିରଫ କରିଛି । ସାଧୁ ଜଣଙ୍କ ମନ୍ଦିର ଭିତରେ ନକଲି ନୋଟ ଛାପୁଥିବାର ଅଭିଯୋଗ ହୋଇଛି । ତାଙ୍କ ନିକଟରୁ ପୋଲିସ ପାଖାପାଖି ୫୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ସୂଚନାନୁସାରେ, ସୁରଟ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ କିଛି ଦିନ ପୂର୍ବରୁ ନକଲି ନୋଟର କାରବାର କରୁଥିବା ପ୍ରତିକ ନାମକ ବ୍ୟକ୍ତିଙ୍କୁ ଧରିଥିଲା । ତାଙ୍କ ନିକଟରୁ ୪ ଲକ୍ଷ ୬ ହଜାର ନକଲି ନୋଟ୍ ଜବତ କରିଥିଲା । ପଚରାଉଚରା କରିବା ଦ୍ୱାରା ଏହି ପୁରା ର୍ୟାକେଟର ପର୍ଦ୍ଦାଫାସ ହୋଇଥିଲା । ଏହି କାମରେ ସାମିଲ ଥିବା ବାପା-ପୁଅ ପ୍ରବୀଣ ଚୋପ୍ରା ଓ କାଳୁ ଚୋପ୍ରାକୁ ପୋଲିସ ଗିରଫ କରିଛି ଏବଂ ନିର୍ମାଣଧୀନ ସ୍ୱାମୀ ନାରାୟଣ ମନ୍ଦିରରୁ ରାଧା ରମଣ ସ୍ୱାମୀ ନାମକ ସାଧୁଙ୍କୁ ପୋଲିସ ଗିରଫ କରିଛି । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଏବେ ପର୍ଯ୍ୟନ୍ତ ଦଶ ଓ ୫ ହଜାରର ନକଲି ନୋଟ କାରବାର କରି ଆସୁଥିଲେ ।
କେତେ ଥର ହଟିବ ଗରିବୀ? News Story - Posted on 2017-02-07 ସୂର୍ଯ୍ୟମଣି ମିଶ୍ର ୧୯୭୧ ମସିହାରେ ଭାରତବାସୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କଠାରୁ ଶୁଣିବାକୁ ପାଇଥିଲେ ଗରିବୀ ହଟାଓର ନାରା। ନିକଟରେ ଅର୍ଥାତ୍ ୨୦୧୬ ନଭେମ୍ୱର ୮ ତାରିଖ ରାତିରେ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରୁ ଶୁଣିବାକୁ ପାଇଥିଲେ, ଭ୍ରଷ୍ଟାଚାର ହଟାଓର ଧ୍ୱନି। ଶ୍ରୀମତୀ ଇନ୍ଦିରା ଗାନ୍ଧି ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫରକ ଏହା ଯେ, ଶ୍ରୀମତୀ ଗାନ୍ଧି ସର୍ବଦା ଗାନ୍ଧିବାଦ ସମାଜବାଦ କଥା କହୁଥିବାବେଳେ ମୋଦିଙ୍କ ମୁହଁରେ ରାଷ୍ଟ୍ରବାଦ ଓ ବସୁଧୈବ କୁଟୁମ୍ୱକମ୍ର କଥା ଶୁଣିବାକୁ ମିଳୁଛି। ଦେଶ ବଦଳୁଛି, ଆଗକୁ ବଢୁଛି ବୋଲି ଶ୍ରୀମତୀ ଇନ୍ଦିରା ଗାନ୍ଧି ଦେଶବାସୀଙ୍କୁ କହୁଥିଲେ। ହୁଏତ ସିଧାସଳଖ ଭାବେ ନୁହେଁ, ପରୋକ୍ଷରେ ତାଙ୍କ ମତ ଥିଲା ତାଙ୍କ ସରକାର ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଶ୍ରୀମତୀ ଗାନ୍ଧି କଂଗ୍ରେସ ଦଳର ବରିଷ୍ଠ ନେତା ଥିଲେ। ଆଜିର ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଜନତା ପାର୍ଟିର ପ୍ରମୁଖ ନେତା। ସ୍ୱାଧୀନତାର ୬୯ ବର୍ଷ ମଧ୍ୟରେ ଶ୍ରୀମତୀ ଗାନ୍ଧିଙ୍କ ଠାରୁ ତାଙ୍କର ସୁପୁତ୍ର ରାଜୀବ ଗାନ୍ଧି, କଂଗ୍ରେସ ନେତା ନରସିଂହ ରାଓ, ଡକ୍ଟର ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହି ଦେଶକୁ ଦାରିଦ୍ର୍ୟତାରୁ ମୁକ୍ତ କରିବାକୁ ଘୋଷଣା କରିଥିଲେ। ଏହା ପୂର୍ବରୁ ଅଣକଂଗ୍ରେସ ଦଳର ମୋରାରଜୀ ଦେଶାଇ, ଭି.ପି. ସିଂହ ଏବଂ ଚରଣ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ଭ୍ରଷ୍ଟାଚାରମୁକ୍ତ ଓ ଦାରିଦ୍ର୍ୟ ମୁକ୍ତ କରିବାକୁ ତାଙ୍କ ସରକାର ଉଦ୍ୟମରତ ଓ ପ୍ରତିଶ୍ରୁତିବଦ୍ଧ ବୋଲି କହିବାକୁ ଭୁଲି ନଥିଲେ। ଏହା ମଧ୍ୟରେ ଦେଶ ସ୍ୱାଧୀନତାର ୭୦ତମ ଉତ୍ସବ ପାଳନ କରିସାରିଛି। ଦେଶର ଜାତୀୟ ଆୟ ବୃଦ୍ଧି ଘଟିଛି। ଆର୍ଥିକ ବୃଦ୍ଧି କ୍ଷେତ୍ରରେ ଭାରତ ବିଶେଷ ସ୍ଥାନ ଅଧିକାର କରିଛି। ଭାରତ ବିଶ୍ୱରେ ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ବୋଲି ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହି ତଥ୍ୟ ଯେପରି ସତ୍ୟ, ଅନ୍ୟ ଯେଉଁ ତଥ୍ୟଟି ସତ୍ୟ ତାହା ହେଲା- ବିଶ୍ୱର ମୋଟ ଗରିବ ଲୋକଙ୍କ ସଂଖ୍ୟାର ୩୦ ପ୍ରତିଶତ ଗରିବ କେବଳ ଭାରତ ବର୍ଷରେ ବସବାସ କରୁଛନ୍ତି। ଦାରିଦ୍ର୍ୟର ପରିଭାଷା, ମାନଦଣ୍ଡ ପରିବର୍ତ୍ତନ ସହ ଦାରିଦ୍ର୍ୟର ସମସ୍ୟା ଓ ଗରିବ ଲୋକଙ୍କ ଦୁଃସ୍ଥିତି ଜଟିଳ ହେଉଥିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଘୋଷିତ ବିମୁଦ୍ରାକରଣ ପରେ ଗରିବଲୋକଙ୍କ ଜଟିଳ ସ୍ଥିତି ଦେଶବ୍ୟାପୀ ଦେଖିବାକୁ ମିଳିଥିଲା। ଏଟିଏମ୍ ଆଗରେ ଛିଡ଼ା ହୋଇ ଟଙ୍କା ନପାଇ ୧୦୦ରୁ ଅଧିକ ଲୋକ ପଡ଼ି ମରିଥିଲେ। ଏମାନଙ୍କ ମୃତ୍ୟୁରେ ଏମାନଙ୍କ ପରିବାରରେ ଚୁଲି ଜଳିନଥିଲା। କନ୍ୟା ବିଭାଘର ଦିନ ଘୁଞ୍ଚିଥିଲା। ଖାଦ୍ୟ, ବସ୍ତ୍ର, ଚିକିତ୍ସା ଓ ପାଠପଢା ପାଇଁ ଆବଶ୍ୟକ ଅର୍ଥ ସଂଗ୍ରହରେ ଗରିବ ଓ ନିମ୍ନମଧ୍ୟବିତ୍ତ ହା ହତାଶ ହେଉଥିବା ଦୃଶ୍ୟର ଏବେବି ଅନ୍ତ ଘଟିନି ବୋଲି କହିଲେ ଭୁଲ ହେବନାହିଁ। ଏହି ସମୟରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପିତ ହୋଇଛି। ସାମାଜିକ ସୁରକ୍ଷା ପ୍ରଦାନ ଦିଗ ଉପରେ ସରକାର କେତେ ସଚେତନ ଓ ସମ୍ୱେଦନ ତାହା ଏହି ବଜେଟରେ ଦେଖିବାକୁ ମିଳିଛି। ବିଦେଶୀ ରାଷ୍ଟ୍ରଗୁଡ଼ିକରେ ସେସବୁ ଦେଶର ମୋଟ ରାଜସ୍ୱ ଏବଂ ମୋଟ ଘରୋଇ ଉତ୍ପାଦନ ୩୦ରୁ ୪୦ ପ୍ରତିଶତ ଗରିବଲୋକଙ୍କ ସାମାଜିକ ସୁରକ୍ଷା ପାଇଁ ବ୍ୟୟ ହୋଇଥାଏ। ଭାରତରେ ଏହାର ହାର ୧୬.୮ ପ୍ରତିଶତରେ ସୀମିତ ରହିଛି। କିନ୍ତୁ ପୁଞ୍ଜିପତି, ଶିଳ୍ପପତି, ବ୍ୟବସାୟୀ, ବଡ଼ବଡ଼ ଚାଷୀ, ରାଜନେତାମାନେ ଟିକସ ଦେଇନଥାନ୍ତି। ଟିକସ ଚୋରି କରିଥାନ୍ତି। ଶିଳ୍ପପତି ଓ ବ୍ୟବସାୟୀଙ୍କ ଟିକସ ଛାଡ଼ କରାଯାଇଥାଏ। ଏହିପରି ବଡ଼ଚାଷୀଙ୍କୁ ସବ୍ସିଡି, କ୍ଷମତାଧାରୀ ରାଜନେତାଙ୍କୁ ଅନେକ ପ୍ରକାର ସରକାରୀ ମାଗଣା ସୁବିଧା ଦିଆଯାଇଥାଏ। ଗରିବ କ'ଣ ଚାହୁଛନ୍ତି, ଏ ସଂପର୍କରେ ଗୋଟିଏ ପରେ ଗୋଟିଏ ସରକାର ବଦଳୁଥିଲେ ହେଁ କେହି ଚିନ୍ତା କରିନାହାନ୍ତି କି ଆଜି ଦିନର ବିଜେପି ନେତୃତ୍ୱାଧୀନ ସରକାର ମଧ୍ୟ କରୁନାହାନ୍ତି। କେବଳ ପ୍ରତିଶ୍ରୁତି ଓ ଭାଷଣରେ ସେଦିନ ଯେପରି ଶ୍ରୀମତୀ ଗାନ୍ଧି 'ଗରିବୀ ହଟାଅ'ର ନାରା ଦେଇ ଗରିବଙ୍କ ମନକୁ ଭୁଲାଉଥିଲେ, ଆଜି ଦିନରେ ଶ୍ରୀଯୁକ୍ତ ମୋଦି ଦି' ପାହଚ ଆଗକୁ ବଢ଼ି ତାଙ୍କ ସରକାର ଗରିବଙ୍କ ବିକାଶ ପାଇଁ ବୋଲି ହୁରିପକାଇ କହିଚାଲିଛନ୍ତି। ଚଳିତ ଆର୍ଥିକ ବଜେଟ୍ର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୟୁନିଭର୍ସାଲ୍ ବେଶିକ୍ ଇନ୍କମ୍ ବା ୟୁବିଆଇ ଅର୍ଥାତ୍ ସର୍ବନିମ୍ନ ଆୟ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ସୂଚନା ଦିଆଇଛି। ଏହି ସର୍ବନିମ୍ନ ଆୟ ବ୍ୟବସ୍ଥା କାର୍ଯ୍ୟକ୍ରମ ଜରିଆରେ ଦେଶର ଦରିଦ୍ରତମ ଓ ଦରିଦ୍ର ପରିବାରଗୁଡ଼ିକ ମାସକୁ ୧୫୦୦ ଟଙ୍କା ପାଇବେ। ପ୍ରତ୍ୟେକ ଗରିବ ବା ଆର୍ଥିକ ଅସ୍ୱଚ୍ଛଳ ପରିବାରକୁ କେନ୍ଦ୍ର ସରକାର ୟୁବିଆଇ ବା ୟୁନିଭର୍ସାଲ୍ ବେଶିକ୍ ଇନ୍କମ୍ କାର୍ଯ୍ୟକ୍ରମ ଜରିଆରେ ମାସକୁ ମାସ ୧୫୦୦ ଟଙ୍କା ପ୍ରଦାନ କରିବେ। କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ୍ ଯୁକ୍ତି ଉପସ୍ଥାପନ କରି ଦର୍ଶାଇଥିଲେ ଯେ, ୨୦୦୪ ରୁ ୨୦୧୪ (ୟୁପିଏ ଶାସନକାଳ) ମଧ୍ୟରେ ଦେଶର ୧୪ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଥିଲେ। କିନ୍ତୁ ବାସ୍ତବରେ ଗରିବ ଆହୁରି ଗରିବ ହୋଇଚାଲିଛି। ଆଜିର ବିଜେପି ନେତୃତ୍ୱାଧୀନ ସରକାର ଏକାଧିକ ଜନକଲ୍ୟାଣ କାର୍ଯ୍ୟକ୍ରମରୁ ସବ୍ସିଡ୍ ହ୍ରାସ କରି ୟୁବିଆଇ ମାଧ୍ୟମରେ ନଗଦ ସବ୍ସିଡି ଦେବାକୁ ମନସ୍ଥ କରିଛନ୍ତି। ଏହା ନିର୍ଦ୍ଦିଷ୍ଟ ଜନସଂଖ୍ୟା ପାଇଁ କି ନୁହେଁ, ତାହା ସ୍ପଷ୍ଟ ହୋଇନି। ସର୍ଭେଭିତ୍ତିକ ଭାବେ ବା ସର୍ଭେ ନକରି ଏହି ଯୋଜନାରେ ଗରିବଙ୍କୁ ସଂପୃକ୍ତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିନି। ସରକାର ପୂର୍ବରୁ (କଂଗ୍ରେସ ସରକାର ସମୟରେ) ଗ୍ରାମୀଣ ଲୋକର ଆୟ ୩୨ ଟଙ୍କାରୁ ଅଧିକ ଏବଂ ସହରରେ ୪୭ ଟଙ୍କାରୁ ଅଧିକ ଦୈନିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଦରିଦ୍ର ବୋଲି ଚିହ୍ନଟ କରିଛନ୍ତି। ଏହି ଦାରିଦ୍ର୍ୟ ନିର୍ଦ୍ଧାରଣ ବା ମାପଦଣ୍ଡକୁ ଆଜିର କେନ୍ଦ୍ର ସରକାର ପରିବର୍ତ୍ତନ କରିବେ କି ନାହିଁ, ତାହା ସ୍ପଷ୍ଟ ନୁହେଁ। ୟୁବିଆଇ ଯୋଜନା କାର୍ଯ୍ୟକାରୀ କରି ସର୍ବନିମ୍ନ ଆୟ ବ୍ୟବସ୍ଥା ଗରିବଙ୍କ ପାଇଁ ନିଶ୍ଚିତ କଲେ ବାର୍ଷିକ ହାରାହାରି ୩୪୬,୫୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଏକ ଆକଳନରୁ ଜଣାପଡ଼ିଛି। ଅନ୍ୟ ଏକ ଆକଳନ ଅନୁଯାୟୀ ଏହି ଯୋଜନାରେ ବାର୍ଷିକ ୬୯୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦେଶର ସମୁଦାୟ ଗରିବଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବ ବୋଲି ନିଶ୍ଚିତତା ଯେ ଅଛି ତାହା କୁହାଯାଇନପାରେ। ୨୦୧୫-୧୬ ଆର୍ଥିକ ବର୍ଷରେ ଦେଶର ଅଣଗରିବୀ ଲୋକଙ୍କ ପାଇଁ ସରକାର ୧୦୦,୦୦୦ କୋଟି ଟଙ୍କାର ସବ୍ସିଡ୍ ଦେଇଛନ୍ତି। ସାର୍ବଜନୀନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଯୋଜନାର ବ୍ୟୟ ଅଟକଳ ୨୫୬,୬୬୯ କୋଟି ଟଙ୍କାରୁ ହ୍ରାସ କରାଯାଇ ୪୨,୧୨୮ କୋଟି ଟଙ୍କାରେ ପହଞ୍ଚିଛି। ଘରୋଇ କ୍ଷେତ୍ରରେ ଘୋଷିତ ଯୋଜନାର ମୂଲ୍ୟ ୧୧୯,୪୭୫ କୋଟି ଟଙ୍କାରୁ ହ୍ରାସ କରାଯାଇ ୮୬,୬୪୫ କୋଟି ଟଙ୍କାରେ ପହଞ୍ଚିଛି। ଏହି ସମୟରେ ଅର୍ଥାତ୍ ଚଳିତ ବଜେଟ୍ରେ ଜିଡିପିର ୧ ପ୍ରତିଶତ ହ୍ରାସ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ହ୍ରାସ ଘଟିଲେ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଦେଢ଼ଲକ୍ଷ କୋଟି ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଇଛି। ଏହି କ୍ଷତି ଆର୍ଥିକ ବ୍ୟବସ୍ଥା ପାଇଁ ଆହ୍ୱାନର ବିଷୟ ହୋଇଥିଲା ବେଳେ ସରକାରଙ୍କ ପ୍ରଚାରିତ ୟୁବିଆଇ ବା ସର୍ବନିମ୍ନ ଆୟ ଯୋଜନାର ସଫଳତା ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ। ୨୦୧୧ ଆର୍ଥିକ ଓ ଜାତିଗତ ଜନଗଣନା ରିପୋର୍ଟ ଅନୁଯାୟୀ ଦେଶରେ ୨୪.୪୯ କୋଟି ପରିବାର ଅଛନ୍ତି। ଏହି ମୋଟ ପରିବାର ମଧ୍ୟରୁ ଗ୍ରାମାଞ୍ଚଳରେ ୧୭.୦୭ କୋଟି ପରିବାର ରହିଛନ୍ତି। ଏହି ମୋଟ ପରିବାର ମଧ୍ୟରୁ ୭.୦୭ କୋଟି ପରିବାର ୟୁବିଆଇ କାର୍ଯ୍ୟକ୍ରମ ଅନୁଯାୟୀ ସହାୟତା ପାଇବେ ନାହିଁ। ସୂଚନାମୁତାବକ ୦.୧୬ କୋଟି ଗ୍ରାମୀଣ ଗରିବ ଏବଂ ୮.୭୩ କୋଟି ବଞ୍ଚିତ ପରିବାରଙ୍କୁ ମାସକୁ ୧୫୦୦ ଟଙ୍କା ମିଳିବ। ଅର୍ଥାତ୍ ୮.୮୯ କୋଟି ପରିବାରର ୧୬ କୋଟି ଲୋକ ୟୁବିଆଇ କାର୍ଯ୍ୟକ୍ରମ ଦ୍ୱାରା ସର୍ବନିମ୍ନ ଆୟ ବ୍ୟବସ୍ଥା ଅନୁଯାୟୀ ପଞ୍ଜିକୃତ ହେବେ। ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଲେ ଦେଶର ରାଜସ୍ୱ ଉପରେ ୧.୬ ଲକ୍ଷ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଦେଶର ସମସ୍ତ ୨୯ କୋଟି ଆର୍ଥିକ କ୍ଷେତ୍ରର ଦୁର୍ବଳ ପରିବାରଙ୍କୁ ୟୁବିଆଇ ବ୍ୟବସ୍ଥା ଅନୁଯାୟୀ ସୁବିଧା ଦିଆଗଲେ ଦେଶ ପାଇଁ ଅତିରିକ୍ତେ ଭାବେ ଆର୍ଥିକ ବୋଝ ପରିମାଣ ୩.୬ ଲକ୍ଷ କୋଟି ଟଙ୍କାକୁ ଛୁଇଁବ। ଏହା ଦେଶର ସରକାରଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ନୁହେଁ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଗଲେ ଦାରିଦ୍ର୍ୟ ପରିବାର ହ୍ରାସ ପାଇବ ବୋଲି ଅର୍ଥଶାସ୍ତ୍ରୀ ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୋଟ ଘରୋଇ ଉପିାଦରେ ଟିକସ-ରାଜସ୍ୱ ବୃଦ୍ଧି କରାଯାଉଛି। ଏହି ରାଜସ୍ୱ ଦ୍ୱାରା ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇପାରିବ। ଏହିପରି ସରକାର ବିଭିନ୍ନ ପ୍ରକାର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରୁ ଅର୍ଥକାଟ କରୁଥିବାରୁ ବଳକା ଅର୍ଥକୁ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟୟ କରାଯାଇପାରିବ। କର୍ପୋରେଟ୍ ଟିକସ ଛାଡ଼କୁ ବନ୍ଦ କରିବା, ଟିକସ ଚୋରିକୁ ବନ୍ଦ କରିବା ଓ ଧନୀକଙ୍କୁ ଦିଆଯାଉଥିବା ସବ୍ସିଡିକୁ ବନ୍ଦ କରି ଦାରିଦ୍ର୍ୟ ଦୂରୀକରଣ ପାଇଁ ୟୁବିଆଇ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇପାରେ। ରାଜସ୍ୱ ଅର୍ଥ ବ୍ୟବସ୍ଥାକୁ ଶକ୍ତିଶାଳୀ ଭାବରେ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ଏହାସହ ପ୍ରାକୃତିକ ସଂପଦର ଉପଯୋଗଙ୍କୁ ପ୍ରାଥମିକତା ଦିଆଯିବା ସହ ଏହାର ସଠିକ୍ ମୂଲ୍ୟାୟନ ଓ ବିତରଣ ଜରୁରୀ। ଏହା କରାଯାଇ ପାରିବ। ଏହା ନିର୍ଭର କରେ ସରକାରଙ୍କ ଇଚ୍ଛାଶକ୍ତି ଉପରେ। ଆମ ଦେଶ ଭାରତ ଭାଷା, ଲିଙ୍ଗ, ଧର୍ମ, ଜାତି ଓ ବର୍ଗକୁ ନେଇ ବିଭିନ୍ନତା ମଧ୍ୟରେ ଏକତାର କଥା କହିଥାଏ। ଏଥିପାଇଁ ବିଶ୍ୱ ସଂସ୍କୃତିରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି। ଦେଶର ଗରିବୀ ଲୋକଙ୍କ ସଂଖ୍ୟା କେତେ? ତାହାର ପ୍ରକୃତ ଆକଳନ ହୋଇପାରିନି। ସରକାର ଘରୋଇ କର୍ପୋରେଟ୍ ହାଉସ୍ ଉପରେ ଦେଶର ବିକାଶକୁ ନ୍ୟସ୍ତ କରୁଛନ୍ତି। ଏହି ଘରୋଇ କ୍ଷେତ୍ର ଦ୍ୱାରା ଦେଶର ଉପେକ୍ଷିତ ଗରିବୀ ଲୋକଙ୍କର ବିକାଶ ସମ୍ଭବ ହେବ, ଏହା ବିଶ୍ୱାସଯୋଗ୍ୟ ନୁହେଁ। ଘରୋଇ କ୍ଷେତ୍ର ଉପରେ ବିଶ୍ୱାସ କରି ବିକାଶ ଯୋଜନାର ସଫଳତା ଆଶା କରିବା ମରିଚୀକାରେ ଜଳର ସନ୍ଧାନ ସଦୃଶ। ସରକାରଙ୍କର ସର୍ବଦା ଯୁକ୍ତି ହେଉଛି-ଶିଳ୍ପ ବିକାଶରେ ଦେଶର ବିକାଶ ହୋଇପାରିବ। ଦେଶର ଆର୍ଥିକ ସ୍ଥିତି ସ୍ୱାବଲମ୍ୱୀ ହେବ। କିନ୍ତୁ ଏହା ସ୍ୱାଧୀନତାର ୭୦ ବର୍ଷ ପରେ ଦେଶର ଉପେକ୍ଷିତ, ବଞ୍ଚିତ ଓ ଅବହେଳିତ ସାଧାରଣ ଲୋକ (ମୋଟ ଜନସଂଖ୍ୟାର ୮୦ ଭାଗ) ଦେଖିପାରିନାହାନ୍ତି କି ଅନୁଭବ କରିପାରିନାହାନ୍ତି। ଦକ୍ଷିଣ କୋରିଆ ଭଳି ଗୋଟିଏ ଦେଶର ଉଦାହରଣ ଦେଲେ ଦେଶର ସାଧାରଣ ନାଗରିକଙ୍କ ଆର୍ଥିକ ସ୍ଥିତି କିପରି ତାହା ସ୍ପଷ୍ଟ ହେବ। ଦକ୍ଷିଣ କୋରିଆର ପ୍ରତ୍ୟେକ ବ୍ୟକ୍ତି ମୋଟ ଘରୋଇ ଉତ୍ପାଦର ସ୍ତର ଅନୁଯାୟୀ ପାଖାପାଖି ୨୦ ହଜାର ଆମେରିକୀୟ ଡଲାର ଖର୍ଚ୍ଚ କରିଥାନ୍ତି। କିନ୍ତୁ ଭାରତର ଆର୍ଥିକ ସ୍ଥିତି ହେଉଛି ପ୍ରତ୍ୟେକ ବ୍ୟକ୍ତି ମୋଟ ଘରୋଇ ଉତ୍ପାଦର ସ୍ତର ଅନୁଯାୟୀ ୫ ହଜାର ଆମେରିକୀୟ ଡଲାର୍ ଖର୍ଚ୍ଚ କରିଥାନ୍ତି। ଦେଶର ସାଧାରଣ କୃଷକ ପରିବାରର ଆୟ ଦିନକୁ ୨୦ ଟଙ୍କା। ଏଠାରେ ଅସଂଗଠିତ ଶ୍ରମିକଙ୍କ ଆୟର ଗ୍ୟାରେଣ୍ଟି ନାହିଁ। ଏହି ଚିତ୍ରକୁ ସମୀକ୍ଷା କଲେ ଦେଶରେ ମୋଟ ଜନସଂଖ୍ୟାର ୮୦ ଭାଗ ଲୋକ ସ୍ୱଚ୍ଛଳ ନୁହଁନ୍ତି ବୋଲି ଜଣାପଡେ଼। ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ୟୁନିଭର୍ସାଲ୍ ବେଶିକ୍ ଇନ୍କମ୍ ବା ସର୍ବନିମ୍ନ ଆୟ ବ୍ୟବସ୍ଥା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପୂର୍ବରୁ ଦେଶର ମୋଟ ଗରିବ ଲୋକଙ୍କ ମଧ୍ୟରୁ କେତେ ପ୍ରତିଶତ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରାଯିବ, ତାହାର ସ୍ପଷ୍ଟ ଚିତ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ କରାଯାଉ। ସମୟ କହିବ ସରକାରଙ୍କ ଏହି ୟୁବିଆଇ ବା ସର୍ବନିମ୍ନ ଆୟ ବ୍ୟବସ୍ଥା କାର୍ଯ୍ୟକ୍ରମ ଦେଶରୁ ଦାରିଦ୍ର୍ୟ ଦୂର କରିବାରେ କେତେ ସଫଳ ହେଉଛି। ଏହା ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ (କଂଗ୍ରେସ ସରକାରଙ୍କ) 'ଗରିବୀ ହଟାଅ' ଧ୍ୱନି ଭଳି ବିଫଳତାର ପ୍ରସଙ୍ଗ ହୋଇ ରହିବ। ଗରିବ ଓ ଧନୀ ମଧ୍ୟରେ ତାରତମ୍ୟ ଏବେ ଯେପରି ଆକାଶ ପାତାଳ ଫରକ ରହିଛି, ସେହିପରି ଫରକ ଅତୁଟ ରହିବ ନା ଦୂର ହେବ? କହିବା ପ୍ରାସଙ୍ଗିକ ହେବ ଯେ ଉଦାରୀକରଣ ଅର୍ଥନୀତିର କରୁଣ ପରିଣତି ହେଉଛି ଦାରିଦ୍ର୍ୟ ବୃଦ୍ଧି। ଏହି କାରଣକୁ ସରକାର ଏଯାଏ ମାନିନାହାନ୍ତି ବା ସ୍ୱୀକାର କରିନାହାନ୍ତି ବା ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପରିବର୍ତ୍ତନ ପାଇଁ ଗୋଟିଏ ପାଦ ଆଗକୁ ବଢ଼ିନାହାନ୍ତି। କଂଗ୍ରେସର ଅର୍ଥନୀତି ରାସ୍ତାରେ ଆଜିର ବିଜେପି ଆଗକୁ ମାଡ଼ିଚାଲିଛି। ପଛକୁ ଫେରି ଅର୍ଥନୀତି ପରିବର୍ତ୍ତନ କରିବାର ସମ୍ଭାବନା ଦେଖାଯାଉନାହିଁ। ଫଳରେ ଦାରିଦ୍ର୍ୟ ଦୂର କେବଳ ରାଜନୈତିକ ପ୍ରସଙ୍ଗ ହୋଇ ରହିଛି ଓ ରହିଥିବ ବୋଲି କହିଲେ ଭୁଲ ହେବନାହିଁ। ଏସଂପର୍କରେ ସମୀକ୍ଷା ଓ ବିତର୍କ ଲୋଡ଼ା। ଭିଆର୍-୧୦/୧, ଖାରବେଳ ନଗର, ଭୁବନେଶ୍ୱର-୭୫୧୦୦୧ ଦୂରଭାଷ : ୯୪୩୮୦୦୬୨୧୫
- ୨୬ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ - ପ୍ରଭାବିତ ହେବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର - ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ, ୨୦୦ମିମି ବର୍ଷା ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘଣ୍ଟାକୁ ୪ କିମି ବେଗରେ ପ୍ରଥମେ ଅବପାତର ରୂପ ଓ ପରେ ଗଭୀର ଅବପାତ ରୂପେ ଗତି କରୁଛି । ଆଉ କିଛି ସମୟ ମଧ୍ୟରେ ଅବପାତ ବାତ୍ୟା ୟାସରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟା 'ୟାସ୍' ୨୬ ତାରିଖ ସନ୍ଧ୍ୟା ପରେ ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଯେ କୌଣସି ସ୍ଥାନରେ ସ୍ଥଳଭାଗକୁ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ଏଭଳି ପୂର୍ବାନୁମାନ କରିଛନ୍ତି। କିନ୍ତୁ ଆଇଏମ୍ଡି ପକ୍ଷରୁ ବାତ୍ୟାର ଗତିପଥ ସଂପର୍କରେ ଯେଉଁ ନକ୍ସା ଜାରି କରାଯାଇଛି, ତାହା ଚୂଡ଼ାନ୍ତ ହୋଇନଥିଲେ ହେଁ, ଏହା ସୂଚାଉଛି ଯେ ସମ୍ଭାବ୍ୟ ବାତ୍ୟା ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଆଖି ପକାଇଛି ଏବଂ ଭୋଗରାଇ-ତାଳସାରି ପାଖାପାଖି ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁପାରେ। ତେବେ 'ୟାସ୍' ଭୀଷଣ ବାତ୍ୟା ରୂପ ନେଇ ପାଖାପାଖି ୧୨ଘଣ୍ଟା ଉପକୂଳକୁ ଗୁରାଣ୍ଡି ପକାଇବ। ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ଛୁଇଁଥିବ ଏବଂ ମଝିରେ ମଝିରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ଝଟ୍କା ଦେବ। ଆଇଏମ୍ଡି ଆହୁରି କହିଛି ଯେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଜଗତ୍ସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପଡ଼ିବ। ତେବେ ଗଞ୍ଜାମଠାରୁ ଆରମ୍ଭ କରି ବାଲେଶ୍ବର, ମୟୂରଭଂଜ ପର୍ଯ୍ୟନ୍ତ ଓ ଏହାର ସଂଲଗ୍ନ ଜିଲ୍ଲାମାନଙ୍କରେ 'ୟାସ୍' ତା'ର ଚିହ୍ନ ଛାଡ଼ିବ। ୨୪ ତାରିଖ ଅପରାହ୍ନରୁ ବାତ୍ୟାର ପ୍ରଭାବ ଉପକୂଳ ଓଡ଼ିଶା ଅନୁଭବ କରିବ। କିନ୍ତୁ ୨୫ରୁ ବର୍ଷା ଆରମ୍ଭ ହୋଇଯିବ ଓ ୨୬ ତାରିଖରେ ବିପର୍ଯ୍ୟୟ ଘଟାଇବ। ୨୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବ। ଏବେଠାରୁ ସବୁ ବନ୍ଦରରେ ପାଣିପାଗ ବିଭାଗ ୧ନମ୍ବର ବିପଦ ସଙ୍କେତ ଜାରି କରିଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସେହି ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ଏହା ପାରାଦୀପଠାରୁ ୫୭୦ କିଲୋମିଟର ଏବଂ ବାଲେଶ୍ବରଠାରୁ ୬୭୦ କିଲୋମିଟର ଦୂରରେ ଘନୀଭୂତ ହେଉଛି। ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଏହା ଆଗକୁ ବଢ଼ୁଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ସକାଳେ ଅତି ଶକ୍ତିଶାଳୀ ବାତ୍ୟା (ୟାସ୍) ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ୨୬ ତାରିଖ ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିବ। ସେଠାରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ଏବଂ ସନ୍ଧ୍ୟା ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଏବଂ ସାଗର ଦ୍ବୀପପୁଞ୍ଜ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଝଡ଼ ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ଓ ସର୍ବାଧିକ ୬୦ କିେଲାମିଟର ରହିପାରେ। ଏହା ଧୀରେ ଧୀରେ ବୃଦ୍ଧି ପାଇ ୨୫ ତାରିଖ ସନ୍ଧ୍ୟା ପରଠାରୁ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ଓ ସର୍ବାଧିକ ୭୦ କିଲୋମିଟର ରହିବ। ୨୬ ତାରିଖ ଅପରାହ୍ଣରେ କିନ୍ତୁ ବାତ୍ୟା ଅତି ଶକ୍ତିଶାଳୀ ହୋଇ ତାଣ୍ଡବ ରଚିବ। ୨୬ ତାରିଖ ପୂର୍ବାହ୍ଣରୁ ପବନର ବେଗ ବୃଦ୍ଧିପାଇ ଘଣ୍ଟାପ୍ରତି ୯୦ରୁ ୧୦୦ ସର୍ବାଧିକ ୧୧୦ କିଲୋମିଟର ରହିବ ଏବଂ କ୍ରମାଗତ ଏହା ବୃଦ୍ଧି ପାଇବ। ଓଡ଼ିଶା ଉପରେ ଏହାର ପ୍ରଭାବ ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉମାଶଙ୍କର ଦାସ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ଚିତ୍ର ଜାରି ହୋଇଛି ସେ ଅନୁସାରେ, ୨୬ ତାରିଖ ଦିନ ସର୍ବାଧିକ ପବନ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଓ ମୟୂରଭଂଜ ପାଇବେ। ସେଠାରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ଛୁଇଁପାରେ। ଭୁବନେଶ୍ବର, ପୁରୀ, କଟକ, ଯାଜପୁର, କେନ୍ଦୁଝର ଆଦି ଜିଲ୍ଲାରେ ପବନର ବେଗ ୬୦ରୁ ୭୦ କିଲୋମିଟର ଓ ମଝିରେ ମଝିରେ ୯୦ କିଲୋମିଟର ବେଗରେ ଧକ୍କା ଦେବ। ଗଞ୍ଜାମ, ଢେଙ୍କାନାଳ ଆଦି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ଓ ସ୍ଥଳବିଶେଷରେ ୫୦ କିଲୋମିଟର ବେଗରେ ପବନ ବହିବ। ଅନ୍ୟପକ୍ଷରେ ୨୫ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଧା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଅର୍ଥାତ୍ ୧୨୦ ମିଲିମିଟରରୁ ୧୫୦ ମିଲିମିଟର ବର୍ଷା ହୋଇପାରେ। ସେହି ସମୟରେ ମୟୂରଭଂଜ, ଗଞ୍ଜାମ, ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଅର୍ଥାତ୍ ୬୪ ମିଲିମିଟର ବର୍ଷା ହୋଇପାରେ। ୨୬ ତାରିଖରେ କିନ୍ତୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ (୧୨୦ ମିଲିମିଟରରୁ ୧୫୦ ମିଲିମିଟର) ଏବଂ ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ଅର୍ଥାତ୍ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ସେହିଦିନ ଢେଙ୍କାନାଳ, ଅନୁଗୁଳ, ଦେବଗଡ, ଖୋର୍ଧା ଏବଂ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ୬୪ ମିଲିମିଟର ଯାଏ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ୨୭ ତାରିଖ ଦିନ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଜିଲ୍ଲାରେ ବି ଅନୁରୂପ ପରିମାଣରେ ବର୍ଷା ଜାରି ରହିବ।
ପୁଣି ହାତ ଯୋଡି ଅନୁରୋଧ କଲେ ଅପରାଜିତା : ମୋ ସ୍ୱାମୀଙ୍କ ଦେହ ଖରାପ, କେତେବେଳେ ଆମ୍ବୁଲାନ୍ସ ଆସିପରେ ,ଦୟାକରି ଆମକୁ ଟିକେ ଏକା ଛାଡି ଦିଅନ୍ତୁ… ଦେଖନ୍ତୁ Video ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ପ୍ରତେକ ଦିନ ଭାଇରାଲ ହେଉଥିବା ଭିଡିଓ କଥା ତ ବେଶ ଭଲ ଭାବରେ ଜାଣିଥିବେ |ତେବେ ଆପଣ ମାନେ ତ ଜାଣିଥିବେ କି ତୃପ୍ତି ରାସ୍ତା ଉପରେ ଯେଭଳି ଭାବରେ ଘଟଣା ଘଟାଇଥିଲେ ତାହା ପାଇଁ ବାବୁସାନ ଓଡିଶା ଛାଡିକି ଚେନାଇ ଯାଇଥିଲେ, ଆଉ ପରେ ସେ ଓଡିଶା ମଧ୍ୟ ଫେରିଥିଲେ |ତେବେ ଯାହା ଜଣା ପଡିଛି କି ବାବୁସାନ ଏବେ ଚେନାଇ ରୁ ଆସି ତାଙ୍କ ବାପା ମା ଙ୍କ ପାଖରେ ଅର୍ଥାତ ବରମୁଣ୍ଡା ରେ ଉତ୍ତମ ମହାନ୍ତି ଓ ଅପରାଜିତା ଙ୍କ ପାଖରେ ଥିଲେ ଆଉ କ୍ଷମା ମଧ୍ୟ ମାଗିଥିଲେ ସେମାନଙ୍କୁ | ଯାହା ସେସିଆଲ ମିଡିଆରେ ସବୁବେଳେ ଘୁରି ବୁଲୁଥିବା ବେଳେ ବର୍ତ୍ତମାନ ଅପରାଜିତା ଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି |ଆଉ କଣ ସବୁ କହିଛନ୍ତି ଅପରାଜିତା ଗଣମାଧ୍ୟମ କୁ ଆସନ୍ତୁ ଜାଣିବା | ପ୍ରକୃତି ଆଉ ତୃପ୍ତି ଙ୍କୁ ନେଇକି ବେଶ କିଛି ଦିନ ହେଲା ସେସିଆଲ ମିଡ଼ିଆରେ ଘଟଣା ଟି ଭାଇରାଲ ହେବା ପରେ ଏବେ ଟିକିଏ ଘଟଣା ରେ ସୁଧାର ଆସିବାକୁ ଯାଉଛି | କିନ୍ତୁ ମିଡ଼ିଆ ଭାଇ ଆଉ ଲୋକ ମାନଙ୍କର କାମ ତାଙ୍କ ଜୀବନରେ କଷ୍ଟ ଆଣିଦେଉଛି, ଆଉ ଯାହା ପାଇଁ ଅପରାଜିତା ଗଣମାଧ୍ୟମ ଙ୍କ ପାଇକି ଗୋଟିଏ ଭିଡିଓ ଭାଇରାଲ କରେଇଛନ୍ତି | ଆଉ ଯୋଉଥିରେ ଗଣମାଧ୍ୟମ ଆଉ ମିଡ଼ିଆ ଭାଇ ମାନଙ୍କୁ କିଛି ଅନୁରୋଧ କରିଛନ୍ତି | ତେବେ ଅପରାଜିତା ଗଣମାଧ୍ୟମ ଆଗରେ ହାତ ଯୋଡ଼ିକି anuଅନୁରୋଧ କରିଥିଲେ କି ଏତେ ଦିନ ଯାଏ ଆମ ମାନଙ୍କ ସହିତ ରହିଲ | ଆମର ସୁଖରେ ଦୁଃଖରେ ସବୁ ପରିସ୍ଥିତି ରେ ଆମକୁ ସାଥ ଦେଲ ଯାହା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି | କିନ୍ତୁ ବର୍ତ୍ତମାନ ଆମକୁ ଏକା ଛାଡି ଦିଅନ୍ତୁ, ଆମେ ମାନେ ଏକା ରହିବା ପାଇଁ ଚାହୁଁଛୁ |କାରଣ ସେ କହିଛନ୍ତି କି ଉତ୍ତମ ମହାନ୍ତି ଙ୍କର ଦେହ ଭଲ ନାହିଁ, ତାହା ସହିତ ଅପରାଜିତା ଙ୍କର ଦେହ ମଧ୍ୟ ଖରାପ ଅଛି | ତାହା ବ୍ୟତୀତ ଆହୁରି ମଧ୍ୟ କହିଛନ୍ତି ଅପରାଜିତା ଗଣମାଧ୍ୟମ ଙ୍କ ଆଗରେ କି ସେମାନଙ୍କ ଦେହ ଏତେ ଖରାପ କି କେଉଁ ମୁହୂର୍ତ୍ତରେ ଆମ୍ବୁଲାନ୍ସ ଲାଗିପାରେ ଆଉ କେଉଁ ମୁହୂର୍ତ୍ତରେ ସେମାଙ୍କର ଡାକ୍ତର ଙ୍କର ଆବଶ୍ୟକତା ପଡିପାରେ କହି ବେବୋ ନାହିଁ | ତାହା ବ୍ୟତୀତ ଯେଉଁ ଭଳି ଭାବରେ ମିଡ଼ିଆ ଆଉ ଜନସାଧାରଣ ମାନେ ହେଉଛନ୍ତି ସେହି ଘଟଣା କୁ ନେଇକି ଯାହା ପାଇଁ ସେମାନଙ୍କ ର ଦେହ ଖରାପ ପରେ ମଧ୍ୟ ସେମାନେ ବାହାରକୁ ଯାଇପାରୁନାହାନ୍ତି କି ଘରେ ଝରକା କବାଟ ମଧ୍ୟ ଖୋଲି ପାରୁନାହାନ୍ତି | ଆଉ ରାସ୍ତାରେ ମଧ୍ୟ ସେମାନଙ୍କ ପାଇଁ ଭିଡ଼ ହେଇଛି ବୋଲି କହୁଛନ୍ତି |ତେଣୁ ଯେହେତୁ ସେ ଘଟଣାର 6-7 ଦିନ ବିତି ଗଲାଣି ତେଣୁ ସେ ଘଟଣା କୁ ଆଉ ପ୍ରଚାର ନ କରି ଏକା ଛାଡ଼ିଦେବା ପାଇଁ ଅପରାଜିତା କହିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେଉଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
ଦୀର୍ଘ ୬୫ ବର୍ଷ ପରେ ଏପ୍ରିଲ୍-ମେ ମାସରେ ସବୁଠୁ କମ୍ ବର୍ଷା ନୂଆଦିଲ୍ଲୀ: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଦେଶ। ଅପେକ୍ଷା କେବେ ଆସିବ ମୌସୁମୀ। ଜୁନ ୬ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହେବାକୁ ଆହୁରି ୧୦ ଦିନ ଲାଗିବ ବୋଲି ପାଣିପାଗ ବିଭାଗ କହିଛି। ସ୍କାଏମେଟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୌସୁମୀ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ କମିଯିବ। କିନ୍ତୁ ୧୦ ଦିନ ପରେ ମୌସୁମୀ ନିଜ ସ୍ଥିତି ଜାହିର କରିବ। କିନ୍ତୁ ପଶ୍ଚିମ ତଟରେ ମୌସୁମୀର ସ୍ଥିତି ଯଦି ଭଲ ରୁହେ ତାହାଲେ ମୌସୁମୀ ସ୍ଥଳ ଭାଗ ଛୁଇଁବାକୁ ବିଳମ୍ୱ ହେବ ନାହିଁ ବୋଲି କୁହାଯାଇଛି। ତେବେ ଦକ୍ଷିଣ ପୂର୍ବ ଆରବ ସାଗରରେ ପାଣିପାଗର ସ୍ଥିତି ଉପରେ ଚଳିତ ମୌସୁମୀର ସକ୍ରିୟତା ସମ୍ପୂର୍ଣ୍ଣ ନିର୍ଭର କରୁଛି ବୋଲି କହିଛନ୍ତି ସ୍କାଏମେଟ ପାଣିପାଗ ବିଭାଗର ବୈଜ୍ଞାନିକ ମହେଶ ପାଲାଓ୍ୱତ୍। ସୂଚନାଯୋଗ୍ୟ ଯେ ମୌସୁମୀ ଛୁଇଁବା ପୂର୍ବରୁ ଯେଉଁ ବର୍ଷା ହୁଏ ଚଳିତଥର ତାହା ୧୯୫୪ ମସିହା ପରେ ସବୁଠାରୁ କମ୍ ବୋଲି ଜଣାପଡ଼ିଛି। ୧୯୫୪ ମସିହାରେ ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ ମାସରେ ମାତ୍ର ୯୩.୯ ମିଲିମିଟର ବର୍ଷା ହୋଇଥିଲା। ଚଳିତଥର ସେହିଁ ଅବଧିରେ ୯୯ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ହକି ବିଶ୍ୱ କପ୍ ଉଦ୍ଘାଟନୀ ଟିକେଟ୍: ବିଭ୍ରାଟ୍ରୁ ବ୍ଲାକ୍ ଯାଏଁ ପଢ଼ନ୍ତୁ ଏହି ୭ଟି ପଏଣ୍ଟ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହକି ବିଶ୍ୱ କପ୍ ଉଦ୍ଘାଟନୀ ଟିକେଟ ବିଭ୍ରାଟକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଛି। ପ୍ରଥମେ ଅନ୍ଲାଇନ୍ରେ ଟିକେଟ୍ ବ୍ଲାକରେ ବିକ୍ରି ହେବା ଖବର ଆସିବା ପରେ ଏବେ ସିଧା କଳିଙ୍ଗ ଷ୍ଟାଡିୟମ୍ କାଉଣ୍ଟରରେ ବ୍ଲାକ୍ ହେବା ଘଟଣା କ୍ରୀଡ଼ା ବିଭାଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ହଜାର ହଜାର ଦର୍ଶକ ଉଦ୍ଘାଟନୀ ଉତ୍ସବର ଟିକେଟ ନପାଇ ନିରାଶ ହେବା ପରେ ଟିକେଟ୍ ବିକ୍ରିର ଦାୟିତ୍ୱ ଅନଲାଇନ୍ ସଂସ୍ଥାର କହି ସରକାର ହାତ ଝାଡ଼ିଦେଇଥିଲେ। ହେଲେ ଏବେ କାଉଣ୍ଟରରେ ବ୍ଲାକ୍ ହେବା ଘଟଣାର ଚିତ୍ର ଭାଇରାଲ ହେବା ପରେ ସରକାର ଓ କ୍ରୀଡ଼ା ବିଭାଗର ଅସଲ ଚେହେରାକୁ ପଦାରେ ପକାଇଛି। ତେବେ ଆସନ୍ତୁ ହକି ବିଶ୍ୱ କପ୍ ଉଦ୍ଘାଟନୀ ଟିକେଟକୁ ନେଇ ହୋଇଥିବା ବିଶୃଙ୍ଖଳାର ଧାରାବାହିକ ଘଟଣାକୁ ନେଇ ଆସନ୍ତୁ ନଜର ପକାଇବା। ୧-ବିଶ୍ଵ କପ୍ ହକି ଉଦ୍ଘାଟନୀ ଉତ୍ସବର ଟିକେଟ ଅଫ୍ଲାଇନ୍ରେ ତଥା ନଭେମ୍ବର ୧୫ରେ ଉପଲବ୍ଧ ହେବ ବୋଲି ପ୍ରଥମେ କ୍ରୀଡ଼ା ସଚିବ ବିଶାଲ ଦେବ ନଭେମ୍ବର ୧ ତାରିଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। କିନ୍ତୁ ତାହା ହୋଇ ନଥିଲା। ୨- ବିଶେଷକରି ରଙ୍ଗାରଙ୍ଗ ଉତ୍ସବ, କିଙ୍ଗ୍ ଖାନ୍ ଶାହାରୁଖ ଏବଂ ବିଶିଷ୍ଟ ସଙ୍ଗୀତକାର ଏ.ଆର. ରେହେମାନଙ୍କୁ ଦେଖିବା ପାଇଁ ରାଜ୍ୟର ବହୁସ୍ଥାନରୁ ଦର୍ଶକମାନେ ଆସି ରାତିରୁ କାଉଣ୍ଟର ଆଗରେ ଭିଡ଼ ଜମାଇଥିଲେ। ହେଲେ ନଭେମ୍ବର ୧୫ରେ ଦୀର୍ଘ ସମୟ ଅପେକ୍ଷା କରି କାଉଣ୍ଟରରେ ଟିକେଟ ବିକ୍ରି ନହେବାରୁ ଦର୍ଶକ ନିରାଶ ହୋଇଥିଲେ। ଫଳରେ ହକିପ୍ରେମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କିଛି ଦର୍ଶକ ଉତ୍ତ୍ୟକ୍ତ ହୋଇ କାଉଣ୍ଟର ସାମ୍ନାରେ ଭଙ୍ଗାରୁଜା କରିଥିଲେ। ଏଥିରେ ପୁଲିସ ଆସି ହସ୍ତକ୍ଷେପ କରିଥିଲା। ୩-ଅଫ୍ଲାଇନ୍ ଟିକେଟ୍ ନ ପାଇ କଳିଙ୍ଗ ଷ୍ଟାଡିୟମ୍ ବାହାରେ ବ୍ୟାପକ ଭଙ୍ଗାରୁଜା ହେବା ପରେ କ୍ରୀଡ଼ା ସଚିବ ବିଶାଲ ଦେବ ପୁଣି ନିଷ୍ପତ୍ତି ବଦଳାଇଲେ। କହିଲେ ଉଦଘାଟନୀ ଉତ୍ସବ ପାଇଁ ଅନ୍ଲାଇନ୍ରେ ଟିକେଟ୍ ବିକ୍ରି ହେବ। ଆହୁରି ପଢ଼ନ୍ତୁ ୪-ନଭେମ୍ବର ୨୦ରେ ଦିନ ୧୨ଟା ବେଳକୁ ticketgenie.in ୱେବ୍ସାଇଟ୍ରେ ଅନ୍ଲାଇନ୍ ଟିକେଟ୍ ବିକ୍ରି ହେବ ବୋଲି ଘୋଷଣା ହେଲା। କିନ୍ତୁ ଠିକ୍ ୧୨ଟା ବେଳକୁ ୱେବ୍ସାଇଟ୍ ticketgenie.in ଟିକେଟ୍ ବିକ୍ରି ସମ୍ବନ୍ଧରେ ସୂଚନା ଦିଆଯାଇଥିଲେ ମଧ୍ୟ ସାଇଟ୍ ଓପନ୍ ହୋଇ ନ ଥିଲା। ଲୋକେ ଉତ୍ସାହର ସହ ଅପେକ୍ଷା କରିଥିଲେ ମଧ୍ୟ ବାରମ୍ବାର ଗୋଟିଏ ଉତ୍ତର ଆସୁଥିଲା 'This site can't be reached .ticketgenie.intook too long to respond.'। ଆଉ ଟିକେଟ ବିକ୍ରି ଆରମ୍ଭର ଗୋଟିଏ ଘଣ୍ଟା ପରେ ଟିକେଟ ଆର ସୋଲ୍ଡ ଆଉଟ୍' ଉତ୍ତର ଆସିଥିଲା। ୫- ଟିକେଟ୍ ବିଭ୍ରାଟ ଏବଂ ଜାଲିଆତି ଅଭିଯୋଗ ଆସିବା ପରେ ସରକାର ସ୍ପଷ୍ଟୀକରଣ ରଖିଥିଲେ। କହିଥିଲେ ଉଦ୍ଘାଟନୀ ଟିକେଟ୍ ବିକ୍ରି ଦାୟିତ୍ୱ ୱେବ୍ସାଇଟ୍ର। ୬-ନଭେମ୍ବର ୨୬ ଅର୍ଥାତ ଉଦ୍ଘାଟନୀ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଅନଲାଇନ୍ ସଂସ୍ଥା ଓଏଲଏକ୍ସରେ ଟିକେଟ୍ ବ୍ଲାକ୍ ହେବା ଖବର ଆସିଥିଲା। ୫୦୦ ଟଙ୍କାର ଟିକେଟ୍ ୪,୫୦୦ ଟଙ୍କା ଠାରୁ ଆରମ୍ଭ କରି ସର୍ବାଧିକ ୮୦୦୦ ଟଙ୍କାରେ ବିକ୍ରି ହେଉଥିବା ଚର୍ଚ୍ଚା ହୋଇଥିଲା। ୭- ନଭେମ୍ବର ୨୮ ଅର୍ଥାତ ଆଜି ଟିକେଟ୍ ବ୍ଲାକରେ ବିକ୍ରି ହେଉଥିବାର ଏକ ଭିଡିଓ ଭାଇରାଲ ହେବା ନଜରକୁ ଆସିଛି। ଅନ୍ୟ କେଉଁଠି ନୁହେଁ ଖୋଦ୍ କଳିଙ୍ଗ ଷ୍ଟାଡିୟମର କାଉଣ୍ଟରରେ ଏପରି ବ୍ଲାକ୍ରେ ଟିକେଟ୍ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ୫୦୦ ଟଙ୍କାର ଟିକେଟ୍କୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି କରାଯାଇଥିବା ଅଭିଯୋଗ ଉଠିଛି।
ମନୀଷ ସିସୋଦିଆଙ୍କୁ ଲୁଟେରା ସଜାଇଲା ବିଜେପି ନୂଆଦିଲ୍ଲୀ: ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆମ୍ ଆଦମୀ ପାର୍ଟି। ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ବିଶେଷ କରି ଆପ୍ ଓ ବିଜେପି ପରସ୍ପରକୁ ଜୋରଦାର ଟାର୍ଗେଟ୍ କରୁଛନ୍ତି। ଏହାରି ଭିତରେ ଆରମ୍ଭ ହୋଇଛି ପୋଷ୍ଟର ୱାର୍। ପୋଷ୍ଟର୍ ଜରିଆରେ ବିଜେପି ଆପ୍କୁ କରିଛି ଟାର୍ଗେଟ୍। ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବିଜେପି ସାଜାଇଛି ଲୁଟେରା। ରବିବାର ବିଜେପି ଆକ୍ରମଣାତ୍ମକ ଢ଼ଙ୍ଗରେ ଟ୍ୱିଟ୍ କରି ଏକ ପୋଷ୍ଟର୍ ଜାରି କରିଛି। ଏଥିରେ ମନୀଷ ସିସୋଦିଆଙ୍କୁ ସେ ଲୁଟେରା ବୋଲି କହିଛି। ଏହି ପୋଷ୍ଟରକୁ ନେଇ ଏବେ ହଙ୍ଗାମା ଜାରି ହୋଇଛି। Beware of these lootera's. pic.twitter.com/7EamPxrj6e — BJP Delhi (@BJP4Delhi) November 13, 2022 ପ୍ରକୃତରେ ୨୦୧୩ରେ ବଲିଉଡର ଫିଲ୍ମ 'ଲୁଟେର' ରିଲିଜ ହୋଇଥିଲା। ଯେଉଁଥିରେ ରଣବୀର ସିଂହ ଓ ସୋନାକ୍ଷୀ ସିହ୍ନା ଲିଡ୍ ରୋଲ୍ରେ ଥିଲେ। ଏହି ଫିଲ୍ମର ପୋଷ୍ଟରକୁ ଫଟୋସପ୍ କରି ଏଥିରେ ରଣବୀରଙ୍କ ସ୍ଥାନରେ ମନୀଷ ସିସୋଦିଆଙ୍କ ଫଟୋ ଲଗାଇ ବିଜେପି ତାଙ୍କୁ ଲୁଟେରା ଆଖ୍ୟା ଦେଇଛି। କେବଳ ସେତିକି ନୁହେଁ ପ୍ରଡକ୍ସନ ହାଉସର ନାଁ ମହାଠକ ସୁକେଶର ଥିବା ବେଳେ ନିର୍ଦ୍ଦେଶ ଅରବିନ୍ଦ କେଜ୍ରିୱାଲ ବୋଲି ପୋଷ୍ଟର୍ରେ ଲେଖା ଅଛି। ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବିଜେପି ଆପ୍ ନେତାଙ୍କୁ ଏଭଳି ଦର୍ଶାଇଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା କେଜ୍ରିୱାଲ ସରକାରଙ୍କ ନୂଆ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ। ଅଭିଯୋଗ ପରେ ସିବିଆଇ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଥିଲା। ୧୪ ଘଣ୍ଟା ଧରି ଏହି ରେଡ୍ ଚାଲିଥିଲା। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ଆଜି ନଭେମ୍ୱର ୨୧ ତାରିଖରେ ପ୍ରକାଶ ପାଇବ ଓଟିଇଟି ପରୀକ୍ଷାଫଳ! ଅଫିସିଆଲ ୱେବସାଇଟ bseodisha.nic.inରେ ପ୍ରକାଶ ପାଇବ ପରୀକ୍ଷାଫଳ Trending Photos ଭୁବନେଶ୍ୱର: ଗୁରୁବାର ଦିନ ୧୨ଟା ପରେ ପ୍ରକାଶ ପାଇବ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ୨୦୧୯ (OTET)ପରୀକ୍ଷା ଫଳ । ଅଫିସିଆଲ ୱେବସାଇଟ bseodisha.nic.inରେ ପ୍ରକାଶ ପାଇବ ପରୀକ୍ଷାଫଳ । ପରୀକ୍ଷାର୍ଥୀ ନିଜର ରେଜିଷ୍ଚ୍ରେସନ ନମ୍ୱର ଓ ଡେଟ ଅଫ ବାର୍ଥ ଜରିଆରେ ନିଜର ପରୀକ୍ଷାଫଳ ଜାଣି ପାରିବେ । ପ୍ରଥମଥର ପାଇଁ ଅନଲାଇନରେ ଓଟିଇଟି ପରୀକ୍ଷା କରାଯାଇଥିବାବେଳେ ସିଲାବସ ବାହାରୁ ପ୍ରଶ୍ନ ଆସିଥିଲା ଓ କିଛି ପ୍ରଶ୍ନ ବିକୃତ ଭାଷାରେ ଆସିଥିଲା । ଏପରିକି ଉତ୍ତରପତ୍ରରେ ମଧ୍ୟ ବ୍ୟାପକ ତ୍ରୁଟି ଦେଖାଯାଇଥିଲା । ଏଣୁ ଅକ୍ଟୋବର ୨୨ ତାରିଖ ଦିନ ଏଥିପାଇଁ ଲୋକସେବା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ତ୍ରୁଟି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । ଅନୁଧ୍ୟାନ ପରେ ତୁରନ୍ତ ନଭେମ୍ବର ୨୧ ତାରିଖ ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ଦାସ । ଏପରିକି ପରୀକ୍ଷାରେ କାହିଁକି ତ୍ରୁଟି ହେଲା ଏବଂ ତ୍ରୁଟି ଯୋଗୁଁ ଗ୍ରେସ ମାର୍କ ଦିଆଯିବ କି ନାହିଁ ଏ ସବୁ ସଂପର୍କରେ ତଦନ୍ତ କରି ସମାଧାନ କରିବାକୁ କଣ୍ଡକ୍ଟିଂ ବୋର୍ଡକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ତ୍ରୁଟି ଯୋଗୁ ରି-ଚେକିଂ ପାଇଁ ଆବେଦନ କରିଥିବା ୫ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କଠାରୁ ଆଦାୟ କରାଯାଇଥିବା ୫୦୦ ଟଙ୍କା ଲେଖାଏଁ ଫେରାଇବାକୁ ନିଷ୍ପତ୍ତି ହୋଇଥିବା ସ୍କୁଲ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । କିପରି ପାଇବେ ରେଜଲ୍ଟ - ପ୍ରଥମେ ଅଫିସିଆଲ ୱେବସାଇଟ bseodisha.nic.in କୁ ଯାଆନ୍ତି - ୱେବସାଇଟରେ ଥିବା ରେଜଲ୍ଟ ଅପସନ ଉପରେ କ୍ଲିକ କରି ନିଜର ରୋଜିଷ୍ଟ୍ରେସନ ନମ୍ୱର ଓ ଡେଟ ଅଫ ବାର୍ଥ ଦିଅନ୍ତୁ - ଏହା ପରେ ଆପଣ ପାଇପାରିବେ ନିଜର ପରୀକ୍ଷାଫଳ More Stories
ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଚିନ୍ତାମଣିଶ୍ୱର ଫିସେରି ଲେନ୍ ଓ ହଳଦିପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍ର ବାଉନ୍ ସୁଗାର ଜବତ ହୋଇଛି। ଶୁକ୍ରବାର ସକାଳେ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୩୮ ଲକ୍ଷରୁ ଅଧିକ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଚିନ୍ତାମଣିଶ୍ୱର ଏବଂ ହଳଦିପଡ଼ିଆରେ ବ୍ରାଉନ୍ ସୁଗାର କାରବାର କରାଯାଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଶୁକ୍ରବାର ସକାଳେ ଅବକାରୀ ବିଭାଗ ସେଠାରେ ଚଢ଼ାଉ କରିଥିଲା। ଏହି ଅଭିଯୁକ୍ତମାନେ ଜଳେଶ୍ୱରରୁ ବ୍ରାଉନ୍ ସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି।
ସହଦେବ ସାହୁ ନିର୍ବାଚନ ମାନିଫେଷ୍ଟୋକୁ ଟେଣ୍ଡର ରୂପେ ଧରିବା କଥାଟା ଅଜବ ଲାଗୁଥିଲେ ବି ଅସମ୍ଭବ ନୁହେଁ। ରାଜନୀତିର ମୂଳଦୁଆ ଅର୍ଥନୀତି। ତାହା ନ ହୋଇଥିଲେ ନେତାମାନେ ଭୋଟରମାନଙ୍କୁ ଏତେ ଟଙ୍କା, ଉପହାର ଓ ମାଗଣା ଭୋଜନ ବାଣ୍ଟନ୍ତେ ନାହିଁ। ଶାନ୍ତିଶୃଙ୍ଖଳା ବଜାୟ ରଖି ଲୋକଙ୍କୁ ନିଜ ନିଜ ମାର୍ଗରେ ବିକଶିତ ହେବାର ସୁବିଧା ଯୋଗାଇବା ଏବଂ ରାଷ୍ଟ୍ରଶକ୍ତିକୁ ସାମୂହିକ ବିକାଶରେ ଲଗାଇବା ହେଉଛି ରାଜନୀତିର ଲକ୍ଷ୍ୟ। କାର୍ଲମାର୍କ୍ସ କହିଥିଲେ, ସମସ୍ତେ ସମାନ ଭାବରେ ବିକଶିତ ହେଲେ ଅର୍ଥାତ୍ ସାମ୍ୟବାଦ ସଫଳ ହେଲେ ରାଷ୍ଟ୍ର ମଉଳିଯିବ, ଷ୍ଟେଟ୍ ୱିଲ୍ ୱିଦର୍ ଆୱେ, ସରକାର ଦରକାର ହେବ ନାହିଁ; ଲୋକେ ସମାନ ସୁବିଧା ପାଉଥିବାରୁ କଳିତକରାଳ ରହିବ ନାହିଁ ା ସେହି ଭାଷା, ସେହି ଯୁକ୍ତି, ସେହି ଲକ୍ଷ୍ୟ ଘରୋଇକରଣର ପ୍ରବକ୍ତାମାନେ ବ୍ୟବହାର କରୁଛନ୍ତି। ଏବେ କମ୍ୟୁନିଜମ୍ ବଦଳରେ ଆସିଛି ଲିବରାଲ୍ ଡେମୋକ୍ରାସି ବା ଉଦାର ଗଣତନ୍ତ୍ର। ଉଦାର-ଗଣତନ୍ତ୍ରବାଦୀମାନେ କହନ୍ତି, କାଳକ୍ରମେ ଲୋକେ ନିଜେ ହିଁ ସରକାର ହେବେ, ବଜାର ହିଁ ସେମାନଙ୍କ ଆଚରଣକୁ ନିୟନ୍ତ୍ରିତ କରିବ। ଏବେ ନେତାଏ ଦେଶକୁ ପରିବାର ଏବଂ ରାଜନୀତିକୁ ବ୍ୟବସାୟ ରୂପେ ଦେଖୁଛନ୍ତି। ତାକୁ ନିୟମାନୁମୋଦିତ ବ୍ୟବସ୍ଥା କରିଦେଲେ କ୍ଷତି କ'ଣ? ୧୯୧୭ରୁ ୧୯୯୦, ୭୩ ବର୍ଷ ଭିତରେ କମ୍ୟୁନିଜମ୍ ଯୁଗ ସରିଗଲା। ବିଫଳ ହେଲା ବୋଲି କହିବା ନାହିଁ, କି ଅକାଳ ମୃତ୍ୟୁ କହିବା ନାହିଁ। ୧୯୬୦ ଦଶକରେ ଆରମ୍ଭ ହୋଇଥିବା ଘରୋଇକରଣ ପ୍ରକ୍ରିୟାର ୭୦ ବର୍ଷ ପୂରିଲା ବେଳକୁ, ୨୦୩୦ ସୁଦ୍ଧା ଯଦି ଘରୋଇକରଣର ଅକାଳ ମୃତ୍ୟୁ ହୋଇ ନ ଥାଏ, ତେବେ ରାଜନୀତି ସ୍ଥାନରେ ଅର୍ଥନୀତି କାମ କରିବ। ପଲିଟିକ୍ସ ୱିଲ୍ ୱିଦର୍ ଆୱେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ବିଶୃଙ୍ଖଳାକୁ ଆୟତ୍ତ କରିବା ଲକ୍ଷ୍ୟରେ ବିଲାତ ସରକାର ଦେଶର ଅର୍ଥନୀତିକୁ ନିୟନ୍ତ୍ରଣ କଲା ଭଳି ଶୀର୍ଷରେ ଥିବା ଶିଳ୍ପ ବା ସେବାଗୁଡ଼ିକୁ ରାଷ୍ଟ୍ରାୟତ୍ତ କରିନେଲା। ଆମ ଦେଶର ସରକାର ବି ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ସେୟା କଲା। ରେଳବିଭାଗ, ଇସ୍ପାତ ଶିଳ୍ପ, କୋଇଲା ଉତ୍ତୋଳନ, ଜାହାଜ ନିର୍ମାଣ, ପରିବହନ ତଥା ଜନସାଧାରଣଙ୍କ ସେବାକାରୀ ସଂସ୍ଥା (ପବ୍ଲିକ୍ ୟୁଟିଲିଟିଜ୍)କୁ ରାଷ୍ଟ୍ରାୟତ୍ତ କରିନେଲା। କିନ୍ତୁ ନାଗରିକର ମଙ୍ଗଳ ଆଳରେ ସେଗୁଡ଼ିକ ଶ୍ରମିକ ସଂଗଠନର ସ୍ବାର୍ଥକୁ ବେଶି ଜଗିଲା, ଗ୍ରାହକର ସେବା ଉପେକ୍ଷିତ ହୋଇପଡ଼ିଲା। କାଳକ୍ରମେ ସେଗୁଡ଼ିକରେ କ୍ଷତି ବଢ଼ିଲା। କର୍ମଜୀବୀ ତଥା ଅଧିକାରୀମାନେ ଭଲ କାମ କରିବା ଲାଗି ପ୍ରେରଣା ପାଇଲେ ନାହିଁ, କାମିକା ଲୋକ ଭିତରେ ନୂଆ କିଛି କରି ଦେଖାଇବାର ଇଚ୍ଛା ବା ସାମର୍ଥ୍ୟ ମଉଳିଗଲା। କାମ କରିବାର ଇଚ୍ଛା ନୁହେଁ, ମଜୁରି ନେବାର ନିଶା ଘାରିଲା, ଲେବର୍ ୟୁନିୟନ ତାକୁ ସମର୍ଥନ କଲା। ଲୋକେ କହିଲେ, ବିଶେଷତଃ ମାର୍କିନ୍ ଲୋକେ କହିଲେ, ଯଦି କୌଣସି ଶିଳ୍ପ ବା ସେବାକୁ ନଷ୍ଟ କରିବାକୁ ଚାହଁ ତ ତାକୁ ସରକାରୀ କରିଦିଅ। ସମାଲୋଚକମାନେ କହିଲେ, ଅସ୍ତ୍ରଶସ୍ତ୍ରରେ ୱାଶିଂଟନ ହାନୋଇଠାରୁ ହଜାରେ ଗୁଣ ଖର୍ଚ୍ଚ କରି ମଧ୍ୟ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଦରିଦ୍ର ଭିଏତ୍ନାମଠାରୁ ହାରିବାର କାରଣ ସୈନିକମାନଙ୍କ ଚାକିରିଆ ମନୋବୃତ୍ତି। ନିଜ ମାଲିକାନାରେ କ୍ଷତି ହେଲେ ଲୋକ ଦୋକାନ ବନ୍ଦ କରିଦିଏ, ସରକାରୀ ଉଦ୍ୟୋଗ କ୍ଷତିରେ ଚାଲିଲେ ଆହୁରି ବେଶି ପଇସା ଖର୍ଚ୍ଚ କରାଯାଏ। କର୍ମବିମୁଖମାନେ ତଡା ଖାଆନ୍ତି ନାହିଁ, ସେମାନେ ଷ୍ଟ୍ରାଇକ୍ କଲେ ସରକାର ମୁଣ୍ଡ ନୁଆନ୍ତି, ସରକାରୀ ସଂସ୍ଥାମାନ ଉପତ୍ାଦନର କାରଖାନା ନ ହୋଇ କର୍ମଯୋଗାଣର କେନ୍ଦ୍ର ହୋଇଯାଏ। କେବଳ ଉପତ୍ାଦନକାରୀ ଶିଳ୍ପ ନୁହେଁ, ସେବାପ୍ରଦାନକାରୀ ସଂସ୍ଥାମାନେ ବି ଯଥାଯଥ ସୁବିଧା ଯୋଗାନ୍ତି ନାହିଁ। ଶେଷରେ ରାଜକୋଷ କର୍ମଚାରୀଙ୍କ ଦରମା ପାଇଁ ଯଥେଷ୍ଟ ହୁଏ ନାହିଁ, ଯେପରି ଓଡ଼ିଶାରେ ଅତୀତରେ ଘଟିଥିଲା। ଏହାର ଉତ୍ତରରେ ଆମେରିକାର ଚିନ୍ତାଜୀବୀମାନେ, ବିଶେଷତଃ ନିର୍ବାଚନ ଖର୍ଚ୍ଚ ଉଠାଇବାର ଉପାୟ ଖୋଜୁଥିବା ନେତାମାନେ ପୁଞ୍ଜିବାଦର ନୂଆ ରୂପ ବାଢ଼ିଲେ- ବଜାରର ନିୟମ ହିଁ ଶାସନକୁ ଚଳାଇବ। ସେ ଦେଶର ଜେଲ ବ୍ୟବସ୍ଥାର ଉଦାହରଣ ଦେଖନ୍ତୁ, ପ୍ରତି ବନ୍ଦୀ ପିଛା ବର୍ଷକୁ ପ୍ରାୟ ୨୦,୦୦୦ ଡଲାର ଖର୍ଚ୍ଚ ହେଉଛି, କିନ୍ତୁ ବନ୍ଦୀ କେବେ ସୁଧୁରୁ ନାହିଁ, ଜେଲରୁ ଫେରି ପୁଣି ଅପରାଧ କରୁଛି। ବିଂଶ ବୟସ୍କଟିଏ ଜେଲ ଗଲେ ଜୀବଦ୍ଦଶାରେ ଘରକୁ ଫେରିବାର ସମ୍ଭାବନା ଖୁବ୍ କମ୍। ଅନ୍ୟପକ୍ଷରେ ଶାସକ ଦଳର ନେତା ସହ ସମ୍ପର୍କ ରଖିଥିଲେ, ଜେଲ ଅଧିକାରୀ ଖୁସି ହେଲେ, ଜେଲ ତ ଡାକବଙ୍ଗଳା ବା ସର୍କିଟ୍ ହାଉସ୍ ହୋଇପଡୁଛି। ତେଣୁ ଆମେରିକାରେ ଜେଲ ବ୍ୟବସ୍ଥା ବଦଳିଲାଣି। ଆଉ ଗୋଟିଏ ଉଦାହରଣ ପୌରପାଳିକାର ପରିମଳ ପରିଚାଳନା। ସହରର ସ୍ବାସ୍ଥ୍ୟରକ୍ଷା ଦାୟିତ୍ୱ ବେସରକାରୀ ଉଦ୍ୟୋଗୀଙ୍କୁ ଦିଆଯାଉଛି। ଏକ ପକ୍ଷରେ ସହର ଆଗ ଭଳି ଅପରିଷ୍କାର ରହୁନାହିଁ କି ପ୍ରଦୂଷଣ ବଢୁନାହିଁ, ଅନ୍ୟପକ୍ଷରେ ଆବର୍ଜନା ସଫା ଆଳରେ ଗଢ଼ିଉଠିଥିବା ମାଫିଆରାଜ କମି କମି ଯାଉଛି। ପୌର ନିର୍ବାଚନରେ ଟେଣ୍ଡର ହେଲେ ଯେଉଁ ବ୍ୟକ୍ତି ବା ସଂସ୍ଥା ତା'ର ନିର୍ବାଚନୀ ଟେଣ୍ଡରରେ ଅନ୍ୟ ପ୍ରତିଯୋଗୀ ତୁଳନାରେ ଶତକଡା ହିସାବରେ ବେଶି ଭାଗ ଆବର୍ଜନା ଓ ନର୍ଦ୍ଦମା ସଫା କରିବ, ସମ୍ପତ୍ତି ଟିକସ ଓ ଅନ୍ୟ ପ୍ରକାରର ମ୍ୟୁନିସିପାଲ୍ ଟିକସ ଆଦିରେ ବେଶି ଶତାଂଶ କମାଇବ, ସାହି ସାହି ଗଣ୍ଡଗୋଳକୁ ଅଧିକ କମାଇବ, ରାସ୍ତାଘାଟରେ ଅପରାଧ ପରିମାଣ ବେଶି କମାଇବ, ତାକୁ କମିଶନ ବାଛିବେ। ଏକ ସ୍ବାଧୀନ ଅଡିଟ୍ ସଂସ୍ଥା ସବୁ କାମର ସମୀକ୍ଷା କରିବ, ଯଦି ପ୍ରତିଶ୍ରୁତି ଅନୁଯାୟୀ କାମ ହେଉ ନ ଥାଏ ଉକ୍ତ ଉଦ୍ୟୋଗୀଠାରୁ ସେ ନେଇଥିବା ଅର୍ଥ ସରକାରୀ ଭଣ୍ଡାରକୁ ଫେରିଆସିବ ଏବଂ ସେ ଜାଲିଆତି ଦୋଷରେ ଦଣ୍ଡିତ ହେବ। ଏପରି ହେଲେ ମ୍ୟୁନିସିପାଲ ନିର୍ବାଚନରେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଭାଗ ନେବେ। ସବୁ ଦେଶର ପୋଲିସବାହିନୀ କମ୍ପ୍ୟୁଟରରେ ସଜ୍ଜିତ ହେଲେଣି, ତଥାପି କାହିଁକି ପୋଲିସ କାଗଜପତ୍ର ଗୋପନୀୟ ରଖାଯାଉଛି? କମ୍ପ୍ୟୁଟରରୁ ଚୋରି କରୁଥିବା ଲୋକେ (ହ୍ୟାକର୍ମାନେ) ସବୁ ଜାଣୁଛନ୍ତି ତ ଲୋକେ ଅପରାଧୀମାନଙ୍କ ବିବରଣୀ ଜାଣିଲେ କ୍ଷତି କ'ଣ? ଆମ ନିର୍ବାଚନରେ ପ୍ରାର୍ଥୀମାନେ ତ ଶପଥପାଠ ଓ ମିଡିଆ ବିଜ୍ଞାପନରେ ନିଜର ଅପରାଧପ୍ରବଣତାର ତଥ୍ୟ ଯୋଗାଉଛନ୍ତି! ବରଂ ସାମାଜିକ ବାସନ୍ଦ ଭୟ ଅପରାଧ କରିବାର ଇଚ୍ଛାକୁ ରୋକିବ। ବ୍ୟକ୍ତି ସ୍ବାଧୀନତା ପ୍ରବର୍ତ୍ତକମାନେ ସମାଲୋଚନା କରିବେ, କହିବେ କେତେଗୁଡିଏ ଅପରାଧ ଲୋକେ ଜାଣିବା ଉଚିତ ନୁହେଁ। ଆଜି ନ ହେଲେ କାଲି ତ ଲୋକେ ଜାଣିବେ, 'ଲୋକେ ଜାଣିବେ' ଏ ଭୟ ଅପରାଧପ୍ରବଣ ଲୋକକୁ ଅପରାଧ କରିବାରୁ କ୍ଷାନ୍ତ କରିବ, ଅପରାଧୀକୁ ପ୍ରଶ୍ରୟ ଦେଉଥିବା ଦଳର ନେତା ବି ବଦନାମ ହେବେ। ମଧ୍ୟସ୍ଥ ବା ଓକିଲ ବ୍ୟବସ୍ଥା ଉଠିଯିବ- ଦେବାଳୟରେ ଓ ବିଚାରାଳୟରେ। ପଇସା ଥିବା ମାନେ ଧର୍ମ ଅଛି ଓ ନ୍ୟାୟ ଅଛି - ଏ ଧାରଣା ଉଠିଯିବ। ଦେଶର ଆଇନର ତର୍ଜମା କମ୍ପ୍ୟୁଟରରୁ ମିଳିବ, ନିଜ କମ୍ପ୍ୟୁଟରରୁ ଦେଖି ଆସାମୀ ବା ପ୍ରତିପକ୍ଷ ନିଜେ ମକଦ୍ଦମା ଲଢ଼ିବ, କମ୍ପ୍ୟୁଟର ପ୍ରତ୍ୟେକ ସନ୍ଦେହର ଓ ପ୍ରଶ୍ନର ଉତ୍ତର ଦେବ, କମ୍ପ୍ୟୁଟରକୁ ସମସ୍ତ ପ୍ରମାଣ ଯୋଗାଇ ଅପରାଧୀ ଜାଣିପାରିବ ସେ ଦେଉଥିବା ସଫେଇ କୋର୍ଟରେ ଚଳିବ କି ନାହିଁ। ନ ଚଳିବ ଜାଣିଲେ ସିଏ ଆରମ୍ଭରୁ ଦୋଷ ସ୍ବୀକାର କରିନେବ; ତେଣୁ ତାକୁ କମ୍ ଦଣ୍ଡ ମିଳିବ, କୋର୍ଟ କଚେରିର ସମୟ ବଞ୍ଚିବ, ଦେଶର ତହବିଲରୁ ଖର୍ଚ୍ଚ କମିବ। ରାଜନୀତିର ପାରିବାରିକୀକରଣ ବଦଳରେ ଠିକାଦାରୀକରଣ ବରଂ ଭଲ। ତା' ହେଲେ ୨୦୩୦ ବେଳକୁ ରାଜନୈତିକ ଦଳଗୁଡ଼ିକ ଇସ୍ତାହାର ବଦଳରେ ଟେଣ୍ଡର ପକାଇବେ ନିର୍ବାଚନ କମିଶନଙ୍କ ଅଫିସରେ। ସବୁଠାରୁ କମ୍ ଟିକସ, ସବୁଠାରୁ ବେଶି ପରିମାଣର ନିଶ୍ଚିତ ରୋଜଗାର, ଅଶାନ୍ତି ଓ ବିଶୃଙ୍ଖଳାକୁ ଶୂନ ଶତାଂଶକୁ ହ୍ରାସ ଭଳି ନିବିଦା ବା ଟେଣ୍ଡର ଦେଇଥିବା ଦଳର ସୁପ୍ରିମୋଙ୍କୁ କମିଶନ ବାଛିବେ। ବିଭିନ୍ନ ଶ୍ରେଣୀର ନାଗରିକଙ୍କୁ ଆବଶ୍ୟକତା ଅନୁସାରେ ସର୍ବାଧିକ ସେବା ଦେବ କିନ୍ତୁ ସର୍ବନିମ୍ନ ଟିକସ ବସାଇବ- ତାହାର ପରିମାଣ ଟେଣ୍ଡରରେ ସୂଚାଯାଇଥିବ। ସର୍ତ୍ତ ରକ୍ଷାକରି ନ ପାରିଲେ, ଯାହାକୁ ଏକ ନିରପେକ୍ଷ ଅଡିଟ୍ ସଂସ୍ଥା ଯାଞ୍ଚ କରିବ, ରାଜନୈତିକ ଦଳ ରାଷ୍ଟ୍ରକୁ କ୍ଷତିପରୂରଣ ଦେବ। ଏବେ ରାଜନୀତିକୁ ପରିବାରର ବ୍ୟବସାୟ ବୋଲି ଭାବିଥିବା ନେତାଏ ସେତେବେଳେ ରାଷ୍ଟ୍ରର ଲାଭକ୍ଷତି ଦୃଷ୍ଟିରୁ ସରକାର ଚଳାଇବେ, କଣ୍ଟ୍ରାକ୍ଟ ପଲିଟିସିଆନ୍ ଚୁକ୍ତିର ଖିଲାପ କଲେ କ୍ଷତିପୂରଣ ଦେବା ସହ ଜେଲ ଯିବେ, ଜେଲ ପରିଚାଳନାରେ ବେଶ୍ ସଫଳ ହୋଇଥିବା ଠିକାଦାର ପାଖରେ ରାଷ୍ଟ୍ର ଚଳାଇବାର କାଇଦା ବା ସ୍କିଲ୍ ଶିଖିବେ। ଇ-ମେଲ୍: [email protected]
ନୂଆଦିଲ୍ଲୀ , ୧୯।୨: (ସଂକେତ ଟିଭି) ବିଶ୍ୱରେ ମାତ୍ର ୭ ମିନିଟ୍ ପାଇଁ ସବୁଠୁ ବଡ଼ ଧନୀ ହୋଇଛନ୍ତି ଇଂଲଣ୍ଡର ମାକ୍ସଫସ୍ । ସେ ବିଶ୍ୱର ସବୁଠାରୁ ବଡ଼ ଧନୀ ଟେସଲା ର ସଂସ୍ଥାପକ ଏଲ୍.ଏନ୍. ମକ୍ସଙ୍କୁ ପଛରେ ପକାଇଥିଲେ । ଏଲ୍.ଏନ୍.ଙ୍କ ସମ୍ପତ୍ତିର ଦୁଇଗୁଣା ଅଧିକ ସମ୍ପତ୍ତି ମାତ୍ର ୭ ମିନିଟ୍ ପାଇଁ ମାକ୍ସଫସ୍ ଅକ୍ତିଆର କରିପାରିଥିଲେ । ସେ ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ପକାଇଥିଲେ । ଏପର୍ଯ୍ୟନ୍ତ ୫.୭୫ ଲକ୍ଷ ଭିୟୁ ହାସଲ କରିଛନ୍ତି । ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ମାକ୍ସଫସ୍ । ତାଙ୍କର କହିବା ଅନୁଯାୟୀ ଅସୀମିତ ଟଙ୍କା ଓ ୧୦ ବିଲିୟନ ସେୟାର ଥିବା ଲିମିଟେଡ଼ କମ୍ପାନୀ ଗଠନ କରି ଏହାକୁ ପଞ୍ଜିକୃତ କରିଛି । ଏଥିରେ ବିନିଯୋଗ ପାଇଁ ପ୍ରତି ସେୟାରକୁ ୫୦ ପାଉଣ୍ଡରେ ବିକ୍ରୟ କରେ । ଯାହାଫଳରେ ମୋର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏଲ୍.ଏନ୍. ମକ୍ସଙ୍କୁ ପଛରେ ପକାଇ ସୀମିତ ସମୟ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେବାର ସ୍ଥାନ ଅଧିକାର କରିପାରିଛି । ତେଣୁ ଅଦମ୍ୟ ଚେଷ୍ଟା ଓ ଦୃଢ଼ ମନୋବଳ ରହିଲେ ଅସମ୍ଭବକୁ ସମ୍ଭବ କରିପାରେ ।
ନୂଆଦିଲ୍ଲୀ : ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର କିଣିବାକୁ ନେଇ ଭାରତ ଉପରେ କଟକଣା ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି । ଏହାସତ୍ତ୍ୱେ ମଧ୍ୟ ଋଷିଆ ସହିତ ଭାରତ ସାମରିକ ସଂପର୍କ ବଜାୟ ରଖିବ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଭାରତ ଋଷିଆଠାରୁ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଛି । ଏଥିପାଇଁ ଆମେରିକାର କଟକଣା ରହିଥିଲେ ମଧ୍ୟ ସେ ସେତେଟା କଡା ପ୍ରତିକ୍ରିୟା ଦେଇନାହିଁ । କିନ୍ତୁ ଆମେରିକା ଚୁପ ହୋଇ ଯେ ବସିଯିବ ତାହା ଭାବିବା ଠିକ ନୁହେଁ । କାରଣ ଆମେରିକା ଏବେ ଭାରତ ବିରୋଧରେ କଟକଣା ଲଗାଇବାର ସଂକେତ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି "ଭାରତର ଏହି ଦୁଃସାହସର କଣ ଜବାବ ଦିଆଯିବ ତାହା ଏବେ ଆମେରିକା ବିଚାର କରୁଛି ।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ରାଷ୍ଟ୍ରୀୟ ପର୍ବ ସ୍ୱାଧିନତା ଦିବସ ଯାଏଁ ଥିବା ସେଠାରେ ସମସ୍ତ ସରକାରୀ କର୍ମଚାରୀଙ୍କ ପୂର୍ବ ସିକୃତିପ୍ରାପ୍ତ ଛୁଟି ବାତିଲ କରାଯାଇଛି । ଛୁଟି ଅବକାଶରେ ବାହାରକୁ ବୁଲିବା ପାଇଁ ଯାଇଥିବା କର୍ମଚାରୀଙ୍କୁ ମଧ୍ୟ ତୁରନ୍ତ ଫେରି ସୋମବାର ମଧ୍ୟରେ ଆସି କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାମ୍ମୁକାଶ୍ମୀରର ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ପାଇଁ ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ କ୍ରମେ ମୁଖ୍ୟ ସଚିବ ଧନଞ୍ଜୟ ଶୁକ୍ଲ ଶାସନର ସମସ୍ତ ମୁଖ୍ୟ ସଚିବ ,ପ୍ରମୁଖ ସଚିବ , ପ୍ରଦେଶର ସମସ୍ତ ମଣ୍ଡାଳୟୁକ୍ତ ଓ ଜିଲ୍ଲାଅଧିକାରୀଙ୍କୁ ଏହି ଛୁଟି ବାତିଲ ସମ୍ପର୍କରେ ଅବଗତ କରାଇଛନ୍ତି । ଏନେଇ ସମସ୍ତଙ୍କୁ ଆଦେଶ ଜାରି କରାଯାଇଛି । ଏହି ଅଧିକାରୀମାନେ ସୋମବାର ସୁଦ୍ଧା ନିଜ ନିଜ ମୁଖ୍ୟଳୟରେ ଉପସ୍ଥିତ ରହିବା ସହ ନିଜ ଅଧିନସ୍ଥ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ, ଅଗଷ୍ଟ ୧୫ ଯାଏଁ କୈାଣସି ପରିସ୍ଥିତିରେ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯିବ ନାହିଁ ।
ବଲିଉଡ୍ର କିଙ୍ଗ୍ ଭାବେ ପରିଚିତ ଶାହାରୁଖ୍ ଖାନ୍ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍ ଆଜି ୨୮ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡି ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଦମ୍ପତି ଏକାଠି ଜୀବନର ବହୁ ଝଡ଼ଝଞ୍ଜାକୁ ସାମ୍ନା କରିଛନ୍ତି। ଆଜି ବିବାହ ବାର୍ଷିକୀ ଅବସରରେ ଶାହାରୁଖ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପତ୍ନୀଙ୍କ ସହ ଏକ ଫଟୋ ସେୟାର କରି ଖୁବ୍ ସୁନ୍ଦର କ୍ୟାପସନ୍ ଦେଇଛନ୍ତି। ଶାହାରୁଖ ଲେଖିଛନ୍ତି ଯେ ଏମିତି ଲାଗୁଛି ଯେଭଳି ଏହା କାଲିର କଥା। ଆମେ ପ୍ରାୟ ତିନି ଦଶକ ଏକାଠି ଅଛୁ। ତିନିଟି ସ୍ନେହୀ ଛୁଆ ମଧ୍ୟ ଆମ ସହ ଅଛନ୍ତି। ମୁଁ ଜୀବନରେ ଯେତେ ସବୁ ପରିଙ୍କ କାହାଣୀ ଶୁଣିଛି ସେଥିରୁ ଆମ କାହାଣୀ ଉପରେ ହିଁ ମତେ ସବୁଠାରୁ ଅଧିକ ବିଶ୍ୱାସ ଅଛି। ମୋ ଜୀବନ ସେତିକି ସୁନ୍ଦର ଯେତିକି ହେବା କଥା। Feels like forever, seems like yesterday….Nearly three Decades and Dearly three kids old. Beyond all fairy tales I tell, I believe this one, I have got as beautiful as beautiful can be! pic.twitter.com/3qHwP7kjWx — Shah Rukh Khan (@iamsrk) October 24, 2019 ଶାହାରୁଖଙ୍କ ଏହି ପ୍ରେମପୂର୍ଣ୍ଣ ମେସେଜ୍କୁ ଫ୍ୟାନ୍ମାନେ ଖୁବ୍ ପସନ୍ଦ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ୧୯୯୧ ମସିହା ଅକ୍ଟୋବର ୨୫ ତାରିଖରେ ଶାହାରୁଖ ଓ ଗୌରୀଙ୍କ ବିବାହ ହୋଇଥିଲା। ସେମାନଙ୍କର ୩ଟି ପିଲା ମଧ୍ୟ ଅଛନ୍ତି।
ପାକିସ୍ତାନ ସହ ସ୍ବାଭାବିକ ସଂପର୍କ ଚାହୁଁ, କିନ୍ତୁ… ଭାରତ-ପାକ ସଂପର୍କ ଉପରେ କହିଲେ ମୋଦୀ ନୂଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ହିରୋସିମାରେ ପହଞ୍ଚିଛନ୍ତି। ଏହି ସାକ୍ଷାତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଜାପାନୀ ଗଣମାଧ୍ୟମ ନିକ୍କି ଏସିଆକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତ ପାକିସ୍ତାନ ସହିତ ସ୍ୱାଭାବିକ ଏବଂ ପଡ଼ୋଶୀ ସମ୍ପର୍କ ଚାହୁଁଛି, କିନ୍ତୁ ଆତଙ୍କବାଦ ମୁକ୍ତ ବାତାବରଣ ସୃଷ୍ଟି କରିବା ଏବଂ ଅନୁକୂଳ ବାତାବରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଇସଲାମାବାଦର ଦାୟିତ୍ୱ । ଆତଙ୍କବାଦ ଏବଂ ଶତ୍ରୁତାମୁକ୍ତ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାକିସ୍ତାନର ଦାୟିତ୍ବ ବୋଲି ସେ କହିଛନ୍ତି । ସୀମାପାର ଆତଙ୍କବାଦକୁ ପାକିସ୍ତାନ ପକ୍ଷରୁ ବାରମ୍ବାର ସମର୍ଥନ ମିଳୁଥିବାରୁ ଭାରତ ଚିନ୍ତା ପ୍ରକଟ କରିଛି । ଏବଂ ଆତଙ୍କବାଦ ଏବଂ ଆଲୋଚନା ଏକାଠି ହୋଇପାରିବ ନାହିଁ ବୋଲି ଗୁରୁତ୍ୱାରୋପ କରିଥିଲେ । ଚଳିତ ମାସ ପ୍ରାରମ୍ଭରେ ଗୋଆରେ ଅନୁଷ୍ଠିତ ଏସସିଓ ବୈଠକରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଯୋଗ ଦେଇଥିଲେ। କିନ୍ତୁ ସେହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ କୌଣସି ଆଲୋଚନା ହୋଇନଥିଲା । ଏହି ସାକ୍ଷାତକାର ରେ ପ୍ରଧାନମନ୍ତ୍ରୀ ଚୀନ ସହ ସମ୍ପର୍କ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଭାରତ ନିଜର ଅଖଣ୍ଡତା ରକ୍ଷା ପାଇଁ ପ୍ରସ୍ତୁତ ରହିଛି ।
ମୁମ୍ବାଇ: ଆଜି ହେଉଛି ଲୋକପ୍ରିୟ ଅଭିନେତ୍ରୀ ନୀତୁ ସିଂହଙ୍କ ଜନ୍ମଦିନ। ସେ ଅଭିନେତା ଋଷି କପୁରଙ୍କୁ ବାହା ହୋଇଛନ୍ତି। ହେଲେ ଆପଣ କ'ଣ ଜାଣନ୍ତି କି ଏମାନଙ୍କର ପ୍ରେମକାହାଣୀ କେତେ ମଜାଦାର! ସୋ' ମ୍ୟାନ୍ ରାଜ କପୁରଙ୍କ 'ବବି' ଫିଲ୍ମର ସୁଟିଂ ସେଟ୍ରେ ଉଭୟଙ୍କର ପ୍ରଥମ ଦେଖା ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ଋଷି କପୁର ନୀତୁଙ୍କୁ ନିଜର ଦିଲ୍ ଦେଇଥିଲେ । ତା'ପରେ ଋଷି ଓ ନୀତୁୁ ଏକାଠି କାମ କରିଥିଲେ 'ଜହରୀଲା ଇନ୍ସାନ୍'ଫିଲ୍ମରେ। ଏହି ଫିଲ୍ମର ସୁଟିଂ ସେଟ୍ରେ ଋଷି କପୁର ନୀତୁ ସିଂହଙ୍କ ସଂପର୍କ ଆଗକୁ ଯାଇଥିଲା । 'ଜହରୀଲା ଇନ୍ସାନ୍'ର ସୁଟିଂ ଶେଷ କରି ଋଷି କପୁର ବିଦେଶ ଚାଲି ଯାଇଥିଲେ। ସେଠାରୁ ସେ ନୀତୁ ସିଂହଙ୍କୁ ଟେଲିଗ୍ରାମ ପଠାଇଥିଲେ। ସେ ସେଥିରେ ଜଣାଇଥିଲେ 'ୟେ ସିଖ୍ଡି ବଡ଼ିୟାଦ୍ ଆତି ହେ'। ଏହି ଟେଲିଗ୍ରାମ ପାଇବାପରେ ନୀତୁ ବି ଋଷିଙ୍କ ଆଡକୁ ଢ଼ଳିଥିଲେ। ବିଦେଶରୁ ଫେରିବାପରେ ଦୁହେଁ ବାହାହେବାର ନିଷ୍ପତ୍ତି ନେଇଥିଲେ। ନୀତୁ ସିଂହ ମାତ୍ର ୨୧ ବର୍ଷ ବୟସରେ ବାହା ହୋଇଥିଲେ। ବିବାହ ପରେ ସେ ଅଭିନୟ ଛାଡିଥିଲେ ।
ମିଳିଲା ଗ୍ରୀନ୍ ସିଗ୍ନାଲ, ପ୍ରକାଶ ପାଇବ NEET-UG ରେଜଲ୍ଟ ନୂଆଦିଲ୍ଲୀ: ମିଲିଲା ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗ୍ନାଲ। ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ। ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ବାସ୍ତବରେ, ବମ୍ବେ ହାଇକୋର୍ଟ ଦୁଇ ଛାତ୍ରଙ୍କ ପାଇଁ NEET ଫଳାଫଳକୁ ସ୍ଥଗିତ ରଖିଥିଲେ। ଏହାର ଜାବବରେ କେବଳ ଦୁଇ ଜଣ ଛାତ୍ରଙ୍କ ପାଇଁ ରେଜଲ୍ଟକୁ ଅଟକାଇ ଦିଆ ଯାଇପାରିବ ନାହିଁ। ୧୬ ଲକ୍ଷ ଛାତ୍ରଛାତ୍ରୀ ଉତ୍ସାହର ସହିତ ଫଳାଫଳକୁ ଅପେକ୍ଷା କରିଛନ୍ତି। ସେମାନଙ୍କ ସ୍ୱାର୍ଥରେ ବ୍ରେକ୍ ଲାଗିବନି। ଆମେ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ସନ୍ତୁଳିତ କରିବାକୁ ପଡିବ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ସଲିସିଟର ଜେନେରାଲ୍ ତୁଶାର ମେହେଟ୍ଟାଙ୍କୁ କହିଛନ୍ତି ଯେ, 'ଯଦିଓ ଆମେ ସ୍ୱୀକରୁଛୁ ଯେ ଫଳାଫଳ ଘୋଷଣାକୁ ରୋକାଯାଇପାରିବ ନାହିଁ, ବରଂ ଦୁଇ ଛାତ୍ରଙ୍କ ହିତକୁ ମଧ୍ୟ ସୁରକ୍ଷା ଦିଆଯିବା ଉଚିତ, ଏହାକୁ ଅଧାରେ ଛାଡି ଦିଆଯାଇପାରିବ ନାହିଁ। ଆପଣଙ୍କର ପରୀକ୍ଷା ନୀରିକ୍ଷକ ହିଁ ନିଜ ଭୁଲ୍ ସ୍ୱୀକାର କରିଛନ୍ତି। ଏଭଳି ପରିସ୍ଥିତିରେ ଆମେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ପାଇଁ ଅପେକ୍ଷା କରାଇପାରିବୁ ନାହିଁ। ଏହି ଦୁଇ ଛାତ୍ରଙ୍କ କ୍ଷେତ୍ରରେ, ଆପଣ ଅନ୍ୟ ଏକ ବାଟ ଖୋଜିବେ।' ଉଭୟ ଛାତ୍ରଙ୍କ ପ୍ରସଙ୍ଗରେ କୋର୍ଟ NEETକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଦୀପାବଳି ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନା ମୁତାବକ, ଦୁଇ ଜଣ ଛାତ୍ର NEET ପରୀକ୍ଷାରେ ତାଙ୍କର ବୁକ୍ଲେଟ୍ ଏବଂ ଓଏମ୍ଆର୍ ସିଟ୍ରେ ହେରଫେର ହେବା ପରେ ସେପ୍ଟେମ୍ବର ୧୨ ତାରିଖରେ ବମ୍ୱେ ହାଇକୋର୍ଟରେ ଫଳାପଳ ଘୋଷଣା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ନିଟ୍ ଫଳାଫଳରେ ବିଳମ୍ବ ହେବା ଯୋଗୁଁ ଗ୍ରାଜୁଏଟ୍ ମେଡିକାଲ ଆଡମିଶନ ପ୍ରଭାବିତ ହେଉଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନରେ କୁହାଯାଇଥିଲା। ଏହି ଆବେଦନର ଆଜି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଏନ୍ ନାଗେଶ୍ୱର ରାଓ, ଦିନେଶ ମହେଶ୍ୱରୀ ଏବଂ ବିଆର୍ ଗୱଇ ଶୁଣାଣି କରିଛନ୍ତି। ଏଥିସହ ବମ୍ବେ ହାଇକୋର୍ଟର ନିର୍ଦ୍ଦେଶକୁ ସ୍ଥଗତି ରଖିଛନ୍ତି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ଭୁବନେଶ୍ୱର: ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ ମୋହର ପରେ ଫିଟିଲା ର୍ନିବାଚନ ଲାଗି ବାଟ। ଆଇନ କାର୍ଯ୍ୟକାରୀ ହେଲେ ୫୦ ପ୍ରତିଶତରେ ସୀମିତ ରହିବ ସବୁ ସଂରକ୍ଷଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଅନ୍ତର୍ଗତ ଏହା କରାଯିବ। ତେବେ କେଉଁ ବର୍ଗକୁ ମିଳିବ କେତେ ପ୍ରତିଶତ ସଂରକ୍ଷଣ? ତାକୁ ନେଇ ଚର୍ଚ୍ଚା ମିଳିଥିବା ସୂଚନା ଅନୁସାରେ ଅନୁସୂଚିତ ଜନଜାତିଙ୍କୁ ୨୨.୫, ଅନୁସୂଚିତ ଜାତିଙ୍କୁ ୧୬.୨୫ ଏବଂ ଏସ୍ସିବିସିଙ୍କୁ ୧୧.୨୫ ପ୍ରତିଶତ ଆସନ ମିଳିବା ନେଇ ଚର୍ଚ୍ଚା ହେଉଛି। ପଞ୍ଚାୟତର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଜନସଂଖ୍ୟା ଆଧାରରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ବ୍ଲକ ଜନସଂଖ୍ୟା ଅନୁସାରେ ସମିତି ସଭ୍ୟ ଓ ଜିଲାର ଜନସଂଖ୍ୟା ଅନୁସାରେ ଜିଲା ପରିଷଦ ଆସନ ସଂରକ୍ଷଣ କରାଯିବ। ଏହି ତିନି ବର୍ଗର ରାଜ୍ୟ ଜନସଂଖ୍ୟା ଅନୁଯାୟୀ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ମିଳିବ। କୌଣସି ଅଞ୍ଚଳରେ ଏସ୍ସି ଓ ଏସଟି ଜନସଂଖ୍ୟା କମ୍ ଥିଲେ ସେମାନଙ୍କ କୋଟାର ଅବଶିଷ୍ଟ ଆସନ ପଛୁଆ ବର୍ଗଙ୍କୁ ମିଳିବ କିନ୍ତୁ ପଛୁଆ ବର୍ଗଙ୍କ ସଂରକ୍ଷଣ ୨୭ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ଜଣାପଡ଼ିଛି। Also Read ପୌର ଆଇନ ସଂଶୋଧନ ପ୍ରସ୍ତାବରେ ବି କ୍ୟାବିନେଟ୍ ମୋହର ମାରିଛି। ଆଇନ ଲାଗୁ ହେଲା ପରେ ଅନୁସଚିତ ଜାତି, ଜିନଜାତି, ପଛୁଆ ବର୍ଗ ଜନସଂଖ୍ୟା ଆଧାରରେ ସଂରକ୍ଷଣ ମିଳିବ। କିଛି ସ୍ଥାନରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିପାରେ। ଯେଉଁଠି ଏସ୍ସି ଓ ଏସ୍ଟିଙ୍କ ସଂଖ୍ୟା କମ୍ ସେଠାରେ ଏହି ବ୍ୟବସ୍ଥା ଲାଗୁ ହେବ। ସଂରକ୍ଷଣ ବ୍ୟବସ୍ଥାରେ ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛି ବିଜେଡି। ଏପଟେ ବିଜେଡି ଦଳୀୟସ୍ତରରେ ମଧ୍ୟ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଟିକଟ ଦେବାକୁ ଘୋଷଣା କରିଛି। ତେବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ତିନି ଦଳ ସଜବାଜ ହେଉଥିବା ନେଇ ସୂଚନା ମିଳିଛି।
ପରଦାକୁ ଆସିବ ଜବ ୱି ମେଟର ସିଜନ ଟୁ, କିଏ ନେବ କରୀନାଙ୍କ ସ୍ଥାନ । ହିନ୍ଦୀ ସିନେମାରେ ପ୍ରସିଦ୍ଧ ଫିଲ୍ମ ମାନଙ୍କ ମଧ୍ୟରୁ ଜବ ୱି ମେଟ ଗୋଟିଏ । ଏହି ଫିଲ୍ମକୁ ୧୦ ବର୍ଷ ପୂରିସାରିଛି । ଆଜି ମଧ୍ୟ ଫିଲ୍ମରେ ଶାହିଦ କପୁରଙ୍କ ସ୍ମୃତିକୁ ଦର୍ଶକ ଭୁଲି ପାରିନାହାନ୍ତି । ଏହି ସମୟରେ ନିର୍ମାତା ଫିଲ୍ମର ସିଜନ ୨କୁ ନିର୍ମାଣ କରିବାକୁ ଯାଉଛନ୍ତି । ଖବର ଅନୁସାରେ ନିର୍ଦ୍ଦେଶକ ହସ୍ତିୟାଜ ଅଲି ଏହି ଫିଲ୍ମର ପାର୍ଟ ୨କୁ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଫିଲ୍ମ ପାଇଁ ଶାହିଦ କପୁରଙ୍କ ସହିତ ଆଲୋଚନା ସରିଛି ଏବଂ ସେ ଫିଲ୍ମ କରିବାକୁ ରାଜି ଅଛନ୍ତି । ଫିଲ୍ମକୁ ସାଜିଦ ନାଡିୟାଡବାଲା ନିର୍ମାଣ କରିବାକୁ ଯାଉଛନ୍ତି । ଆସନ୍ତା ବର୍ଷ ଅପ୍ରେଲ ମାସଠାରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କିନ୍ତୁ ଏ ବିଷୟରେ ଅଧିକ କିଛି ସୂଚନା ମିଳିନାହିଁ । ଏହା ବ୍ୟତୀତ ଏ ପର୍ଯ୍ୟନ୍ତ ଫିଲ୍ମର ନାୟିକାଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ । କିଛିଦିନ ପୂର୍ବରୁ ଶାହିଦ କହିଥିଲେଯେ କରୀନା କପୁରଙ୍କ ସ୍ଥାନରେ କେବଳ ଆଲିୟା ଭଟ୍ଟ ଏହି ଚରିତ୍ର ପାଇଁ ପରଫେକ୍ଟ ହେବେ । ପିଟିଆଇ ସହିତ ଇଂଟରଭ୍ୟୁ ଦେବା ସମୟରେ ହସ୍ତିୟାଜ ଅଲି କହିଥିଲେଯେ ଏହି ଫିଲ୍ମଟି ତାଙ୍କ ଜୀବନର ସବୁଠାରୁ ଖାସ ଫିଲ୍ମ ଥିଲା ଏବଂ ତାଙ୍କ ହୃଦୟକୁ ଛୁଇଁପାରିଥିଲା । ତାଙ୍କ କହିବା ଅନୁସାରେ ୧୦ ବର୍ଷ ପୂରିଯାଇଥିଲେ ମଧ୍ୟ ଆଜି ବି ଦର୍ଶକ ଏହି ଫିଲ୍ମକୁ ଖୁବ ପସନ୍ଦ କରୁଛନ୍ତି । ତାଙ୍କ କହିବା ଅନୁସାରେ ଏହି ଫିଲ୍ମରେ ସେ ଚରିତ୍ରରେ ପରିବର୍ତ୍ତନ ଆଣିବାକୁ ଡରୁଛନ୍ତି, କାରଣ ହୁଏତ ଦର୍ଶକଙ୍କୁ ଏହା ଠିକ ନଲାଗିପାରେ । କିନ୍ତୁ ସେ କୁହନ୍ତି ମୁଁ ଏହି ଫିଲ୍ମରେ ଅନେକ ପରିବର୍ତ୍ତନ ଆଣିବାକୁ ଚାହୁଁଛି । କିନ୍ତୁ କ'ଣ ପରିବର୍ତ୍ତନ ହେବ ସେ ବିଷୟରେ ସେ କୌଣସି ସୂଚନା ଦେଇନାହାନ୍ତି । ୨୦୦୭ରେ ଫିଲ୍ମ ଜବ ୱି ମେଟରେ ଶାହିଦ କପୁର ଆଦିତ୍ୟ କଶ୍ୟପ ନାମରେ ଏକ ବିଜନେସ ପ୍ରେମୀ ଭାବରେ ଦେଖିବାକୁ ମିଳିଥିଲେ ଏବଂ କରୀନା ଗୀତା ଚରିତ୍ରରେ ନଜର ଆସିଥିଲେ ଯିଏକି ସବୁବେଳେ ଗପୁଥାନ୍ତି । ଫିଲ୍ମରେ ଟ୍ୱିଷ୍ଟ ଦେଖିବାକୁ ମିଳିଥିଲା । ତାମିଲରେ ଏହି ଫିଲ୍ମ କନ୍ଦନ କଧଲାଇ ନାମରେ ନିର୍ମାଣ ହୋଇସାରିଛି । ଜବ ୱି ମେଟ ବକ୍ସ ଅଫିସରେ ୩୦ କୋଟିରୁ ଅଧିକ ରୋଜଗାର କରିଥିଲା ।
ଭୁବନେଶ୍ୱର (ସଂକେତ୍ ଟିଭି) କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉତ୍କେଲା ବିମାନ ବନ୍ଦରକୁ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ସେପଟେ ଭୁବନେଶ୍ୱର ଏୟାରପୋର୍ଟରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ବିମାନକୁ ଫ୍ଲାଗଅପ୍ କରିଛନ୍ତି । ଆଜି ଭୁବନେଶ୍ବରରୁ ଉତ୍କେଲା ମଧ୍ୟରେ ପ୍ରଥମ ବିମାନ ପୂର୍ବାହ୍ନ ୧୦ଟାରେ ଉଡ଼ିଛି । ଇଣ୍ଡିଆ ୱାନ ଏୟାର ପକ୍ଷରୁ ୯ ସିଟ୍ ବିଶିଷ୍ଟ ବିମାନ ଉତ୍କେଲା ଓ ଭୁବନେଶ୍ବର ମଧ୍ୟରେ ଚଳାଚଳ କରିଛି । ଏହି ବିମାନ ଯାତ୍ରା ପାଇଁ ଟିକେଟର ଦାମ ରହିଛି ୯୯୯ ଟଙ୍କା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଛତିଶଗଡ଼କୁ ସମ୍ପ୍ରସାରିତ ହୋଇପାରେ । ଉତ୍କେଲା ଓ ଭୁବନେଶ୍ବର ମଧ୍ୟରେ ସପ୍ତାହରେ ଦୁଇ ଥର ବିମାନ ଚଳାଚଳ କରିବ । ମଙ୍ଗଳବାର ଓ ଗୁରୁବାର ଉଡ଼ିବ ବିମାନ ।
ଆରଆରଟିଟିଏସଏସର ଗବେଷଣା : ଚାଷୀଙ୍କୁ ହସାଇବ ଚକଡା ନିରୋଧୀ ଧାନ 'ହର୍ସନ୍ତ', ୧୫୦ ଦିନରେ ଦେବ ହେକ୍ଟରକୁ ୫୫କୁଇଣ୍ଟାଲ ଧାନ ୫୯୪ ପ୍ରକାର ଧାନକୁ ନେଇ ଚାଲିଛି ଗବେଷଣା ୪୪ ପ୍ରକାର ବାସନା ଧାନକୁ ଚାଷୀ ଅନୁକୂଳ କରିବାକୁ ପ୍ରୟାସ ଜୟପୁର : ଚାଷୀଙ୍କୁ ହସାଇବ ହର୍ସନ୍ତ। କୋରାପୁଟ ଜିଲ୍ଲାର ଖରିଫ ଋତୁରେ ଲାଗୁଥିବା ଚକଡା ପୋକକୁ ଦମନ କରି ଦେବ ଭଲ ଅମଳ। ତାହା ପୁଣି ଅନ୍ୟ ଧାନ ତୁଳନାରେ ଅପେକ୍ଷାକୃତ ଅଧିକ ଅମଳ। ଜୟପୁରରେ ରହିଥିବା ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ଜ୍ଞାନ ପ୍ରସାରଣ ଉପକେନ୍ଦ୍ରରେ ତିନି ବର୍ଷ ହେବ ଚାଲିଛି ଗବେଷଣା। କୋରାପୁଟ ଜିଲ୍ଲାରେ ଲାଗୁଥିବା ଚକଟା ପୋକକୁ ହତ କରିବାକୁ ଆସିଛି ନୂଆ ପ୍ରଜାତି ଧାନ। ଏହି ଧାନ ହେକ୍ଟର ପିଛା ପ୍ରାୟ ୫୫ କୁଇଣ୍ଟାଲ ଧାନ ଅମଳ ଦେବ। ଏହି ଧାନର ନାମ ହେଉଛି 'ହର୍ସନ୍ତ'। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଧାନକୁ ଗବେଷଣା କରାଯାଇ ଉତ୍ପନ୍ନ କରାଯାଇଥିବାବେଳେ ଏହାକୁ କୋରାପୁଟରେ ତିନିବର୍ଷ ହେବ ତନ୍ନତନ୍ନ କରି ପରୀକ୍ଷା କରାଯାଉଛି। ଗତ ତିନିବର୍ଷ ହେବ ଅନ୍ୟ ଧାନ ବଦଳରେ ଏହି ଧାନ ଅଧିକ ଅମଳକ୍ଷମ ହେବା ସହ ଚକଟାରୋଗ ନିରୋଧୀଭାବେ ସାବ୍ୟସ୍ତ ହୋଇଛି। ୬ଟି ଋତୁରେ ଏହି ଧାନକୁ ପରୀକ୍ଷା କରାଯାଇଥିବା ବେଳେ ମଧ୍ୟମ ଓ ଖାଲୁଆ ଜମିରେ ଖରିଫ ଋତୁରେ ଏହା ଅଧିକ ଅମଳକ୍ଷମ ସାବ୍ୟସ୍ତ ହୋଇଛି। ୧୫୦ ଦିନରେ ଏହି ଧାନ ଅମଳ ହେଉଥିବାବେଳେ ଅନ୍ୟ ଧାନ ତୁଳନାରେ ଏହି ଧାନକୁ ଚକଟା ତା' ଆଁରେ ଧରିପାରୁନି ବୋଲି କହିଛନ୍ତି କୃଷିବୈଜ୍ଞାନିକ ମିହୀର ରଞ୍ଜନ ମହାନ୍ତି। ଏହି ଧାନ ଅନ୍ୟ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବାବେଳେ କୋରାପୁଟ ଜିଲ୍ଲାର ପାଣିପାଗକୁ ସୁହାଇବକି ନାହିଁ ବୋଲି ପ୍ରଥମେ ଚିନ୍ତାରେ ରହିଥିଲେ। ତେବେ ଏହି ଧାନ କୋରାପୁଟ ଜିଲ୍ଲାର କେବଳ ଖରିଫ ଋତୁରେ ହିଁ ଭଲ ଅମଳ ଦେଉଛି। ଅନ୍ୟ ଋତୁରେ ଏହି ଧାନ ଭଲ ଅମଳ ଅପେକ୍ଷାକୃତ ଭାବେ କମ ରହୁଥିବା ବୈଜ୍ଞାନିକ କହିଛନ୍ତି। ଅନ୍ୟପକ୍ଷରେ ଏହି ଉପକେନ୍ଦ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଜିଲ୍ଲାରେ ଦେଖାଯାଉଥିବା ଚକଡା ପୋକ ଉପଦ୍ରବକୁ ସମାଧାନ କରାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହାସହ ୧୦ ହେକ୍ଟର ପରିମିତ ଏହି କେନ୍ଦ୍ରରେ ୫୯୦ ପ୍ରଜାତି ଦେଶୀ ଓ ବିଦେଶୀ ଧାନର ଗବେଷଣା କରାଯାଉଛି। ସେଥିମଧ୍ୟରେ ପ୍ରମୁଖ ରହିଛି ୪୪ପ୍ରକାର ଦେଶୀ ବାସନା ଧାନ। ଏହି ଧାନ ମଧ୍ୟରେ ରହିଛି କଳାଜୀରା, ଚଟିଆନାକୀ, କର୍ପୁରକାନ୍ତି, ବଡ ଧାନ, ହୀରାଖଣ୍ଡି, ତୁଳସୀଖଣ୍ଡି, ମୁକ୍ତାବାଲି, ଲୋକଟିମାଚି, ଦୁଧମଣି, ବାସୁଆଭୋଗ, କଲିକତି ଓ ଆଗରମତି ପାରି ବାସନାଧାନ। ଏହି ଧାନଗୁଡିକ ବହୁ ଉଚ୍ଚା ଗଛ ହେଉଥିବାରୁ ଟିକେ ପବନରେ ଗଛ ଭାଙ୍ଗିପଡୁଛି। ଏହି ଧାନଗୁଡିକୁ ଛୋଟ ଗଛ କରାଯିବାକୁ ଗବେଷେଣା କରାଯାଉଛି। ଏହାସହ ଚାରି ଜିଲ୍ଲାର ଚାଷୀ କିପରି ଏହି ବାସନାଧାନକୁ ଚାଷ କରିବେ ସେଥିପାଇଁ ଗବେଷଣା କରାଯାଉଛି। ଏହି ଧାନକୁ ମୁଖ୍ୟତଃ ମହିଁଷାରୋଗ ଧରୁଥିବାବେଳେ ଥଣ୍ଡାଦିନେ ଏହା ଚାଷ ହୋଇପାରୁନାହିଁ। ଖାଲୁଆ ଜମିରେ ଏହି ପ୍ରାୟ ଧାନ ହେଉଥିବାବେଳେ ରୋଗପୋକ ଦାଉ ସାଧୁଛି। ଏହାକୁ ରୋକିବାକୁ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହାସହ ଏହି ଉପକେନ୍ଦ୍ରରେ ରାଜ୍ୟ ପ୍ରଦତ୍ତ ପ୍ରଜାତି, କେନ୍ଦ୍ର ପ୍ରଦତ୍ତ ପ୍ରଜାତି ଓ ଆନ୍ତଃଜାତୀୟ ପ୍ରଜାତିର ଧାନ ଗବେଷଣା କରାଯାଉଛି।କେନ୍ଦ୍ର ଓ ରାଜ୍ୟ ପ୍ରଜାତିର ଶତାଧିକ ଧାନ ଗବେଷଣା କରାଯାଉଥିବାବେଳେ ଅର୍ନ୍ତଜାତୀୟ ପ୍ରଜାତିର ଆଇଆର-୬୪, ଆଇଆରଆରଆଇ-୧୮୧, ଆଇଆରଆରଆଇ-୧୦୪, ଆଇଆରଆରଆଇ-୧୭୪, ଆଇଆରଆରଆଇ-୧୮୦ ଓ ଆଇଆର-୩୮ ପ୍ରମୁଖ ପ୍ରଜାତି ରହିଛି।
ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେଡି ମଧ୍ୟ ଏହାକୁ କାଉଣ୍ଟର କରୁଛି । ଏଥିପାଇଁ ଦରଦାମ ବୃଦ୍ଧିକୁ ନେଇ ଗତ ୩ ଦିନ ହେଲା ଧାରଣା ଦେଉଛି ବିଜେଡି । ଲାଜ ସରମ ହରାଇ ବସିଲାଣି ପାକିସ୍ତାନ। ଦେଶ ଚଳାଇ ପାରୁନାହାନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଦିନକୁ ଦିନ କାଙ୍ଗାଳ ଅବସ୍ଥାକୁ ଯାଉଛି ପାକିସ୍ତାନ। ନା ଖାଇବାକୁ ଅଛି ନା ପାଖରେ ଟଙ୍କା ଅଛି? ଏମିତି ଅବସ୍ଥାରେ କେମିତି ଦେଶ ଚଳାଇବେ ସେ ଚିନ୍ତାରେ ଇମ୍ରାନ। କଥାରେ ଅଛି ଅଭାବ ନଷ୍ଟ କରେ ସ୍ୱଭାବ। ଠିକ୍ ସେହି ସ୍ଥିତି ପାକିସ୍ତାନର ପାକିସ୍ତାନ୍ରେ ବଢୁଛି ଦରଦାମ୍ । ପ୍ରତ୍ୟେକ ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଥିବାରୁ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି । ଏହି ସମସ୍ୟାର ସମ୍ମୁଖୀନ ତଥା ବର୍ଦ୍ଧିତ ଦରଦାମ୍ର ମୁକାବିଲା କରିବା ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଗିଲଗିଟ-ବାଲ୍ଟିସ୍ତାନର ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର ପାକିସ୍ତାନ୍ ବାସୀଙ୍କୁ ଏକ ପରାମର୍ଶ ଦେଇଛନ୍ତି ।
ଓଡିଶା ଭାସ୍କର; ଘାଟିରେ ଚାଲିଗଲା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ । ସ୍କୁଟିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଲଙ୍ଗଲବେଡ଼ା ପଞ୍ଚାୟତ କସମ ଘାଟିରେ । ସୂଚନା ମୁତାବକ, ଗୋଟିଏ ପରିବାରର ଜୟ ରାଜୁ (୧୯), ମାରି ଶିବା(୨୦) ଓ ମାଲିକା ବାଲରାଜୁ (୨୧) ସ୍କୁଟି ଯୋଗେ ଉକ୍ତ ରାସ୍ତାଦେଇ ଫେରୁଥିଲେ । ହେଲେ ଭାରସାମ୍ୟ ହରେଇ ଏକ ବିରାଟ ପଥରରେ ବାଡ଼େଇ ହେବା ଫଳରେ ଦୁଇଶହ ମିଟର ତଳକୁ ଛିଟିକିପଡିଥିଲେ । ଘଟଣାସ୍ଥଳରେ ହିଁ ଏହି ତିନି ଜଣ ଯୁବକ-ରାଜୁ, ଶିବା ଓ ବାଲରାଜୁଙ୍କ ଜୀବନ ଚାଲିଯାଇଥିଲା। ତେବେ ଏହି ଭୟାନକ ଦୁର୍ଘଟଣାରେ ସ୍କୁଟି ଗାଡିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହା ସହ ଦୀର୍ଘ ଏକ ଘଣ୍ଟା ଯାଏଁ ଉଦ୍ଧାର କାମରେ ନିୟୋଜିତ ଥିଲେ । ରାତି ସାଢ଼େ ସାତଟା ବେଳକୁ ତିନି ମୃତଦେହକୁ ଆମ୍ବୁଲାନ୍ସରେ ଆଣି ଶବବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଏହାର ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତ ଯୁବକ ଆନ୍ଧ୍ର ପ୍ରଦେଶର ପାର୍ବତୀପୁର ମାନ୍ୟମ ଜିଲ୍ଲା ଅନ୍ତର୍ଗତ ମକୁଆ ମଣ୍ଡଳର ଆନସୁଭଦ୍ରାଗ୍ରାମର ବୋଲି ସୂଚନା ମିଳିଛି ।
କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍ ନିଜ ଅଭିନୟ ଓ ନୂଆ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ । ଏବେ କିନ୍ତୁ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ସାରା । ନିକଟରେ ତାଙ୍କର ଏକ ଶାଢି ପିନ୍ଧା ଫଟୋକୁ ସୋସିଆଲ ସାଇଟରେ ଅପଲୋଡ କରିଛନ୍ତି ସାରା । ଏଥିରେ ସେ ପିଙ୍କ କଲରର ପ୍ରିଣ୍ଟେଡ୍ ସାଢି ପିନ୍ଧିଛନ୍ତି । ଏଥିରେ ସ୍କାଏ ଓ ବ୍ଲୁ ପ୍ୟାଚ୍ ରହିଛି । ଆଗକୁ ପଢନ୍ତୁ ଖାସିୟତ୍ ହେଉଛି ଏହି ପିଙ୍କ କଲର ଶଢିରେ ଥିବା ସ୍କାଲ ପ୍ୟାଚତ ଉପରେ ଲେଖା ହୋଇଛି ବିଗ୍ ବି ଅମିତାଭ ବଚ୍ଚନଙ୍କ ଡାଏଲଗ୍ ' ମେରେ ପାସ୍ ମା' ହୈ' ।ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
ରାତି ୧୦ଟା – ମୁଖ୍ୟ ଖବର – ରଥ ଉପରେ ସୀମିତ ସେବାୟତ ରହିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସୁନାବେଶ ବେଳେ ରଥ ଉପରେ ରହିଛନ୍ତି ଅଧିକ ସେବାୟତ, ଦୂରଦର୍ଶନ ସିଧା ପ୍ରସାରଣରେ ସ୍ପଷ୍ଟ ଦୃଶ୍ୟମାନ ହେଉନି ସୁନାବେଶ – ଜୁଲାଇ ୨୬ରୁ ସ୍କୁଲ ସହ ଖୋଲିବ ହଷ୍ଟେଲ, ଘୋଷଣା କଲେ ରାଜ୍ୟ ସରକାର। ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶାବଳୀ – ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ, ସେ ୨ ଘଣ୍ଟା ଧରି ଆମ୍ବୁଲାନ୍ସ ଅଟକାଇ ଥିଲା – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୋଭିଡ ଉପରେ ରାଜନୀତି କରାଯିବା ଉଚିତ ନୁହେଁ। ସମଗ୍ର ମାନବ ଜାତି ଏହାର ମୁକାବିଲା ଦିଗରେ ମିଳିମିଶି କାର୍ଯ୍ୟ କରିବା ଉଚିତ। – ଶ୍ରୀ ମୋଦି କହିଛନ୍ତି, ବିଗତ ଶହେ ବର୍ଷ ଧରି ମାନବ ଜାତି ଏଭଳି ଏକ ବିଶ୍ୱବ୍ୟାପି ରୋଗ ଦେଖି ନ ଥିଲା। ତେବେ ଏହାର ମୁକାବିଲା ଲାଗି ସମଗ୍ର ଦେଶରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଉଦ୍ୟମ କରାଯାଉଛି। – ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଓ ଜନସଂଖ୍ୟାଜନିତ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ମୁକାବିଲା କରିବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ଆଗେଇ ଆସିବାକୁ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଆହ୍ୱାନ ଦେଇଛନ୍ତି। – ଆଜି ଦେଶରେ ୪୨ ହଜାର ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୬ ହଜାର ୯୭୭ ସୁସ୍ଥ ଓ ୩ ହଜାର ୯୯୮ ମୃତ – ଦେଶରେ ଆଜି ସୁଦ୍ଧା କରୋନା ଟୀକା ନେଲେଣି ୪୧ କୋଟି ୫୪ ଲକ୍ଷ ୭୨ ହଜାର ୪୫୫, ଆଜି ଟୀକା ନେଇଛନ୍ତି ୩୪ ଲକ୍ଷ ୨୫ ହଜାର ୪୪୬ – ରାଜ୍ୟରେ ଆଜି ସୁଦ୍ଧା କରୋନା ଟୀକା ନେଲେଣି ୧ କୋଟି ୪୭ ଲକ୍ଷ ୯୧ ହଜାର ୭୮, ଆଜି ଟୀକା ନେଇଛନ୍ତି ୨ ଲକ୍ଷ ୧୭ ହଜାର ୮୫୭ – ରାଜ୍ୟରେ ଗୋଟିଏ ଦିନରେ ୧ ହଜାର ୯୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ଅଣସ୍ତରି ମୃତ – ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧ ହଜାର ୯୪୩ ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩୬ ହଜାର ୯୫୦କୁ ବୃଦ୍ଧି – ଆଜି ଦ୍ୱାଦଶୀ ତିଥିରେ ପାରମ୍ପରିକ ରୀତି ମତେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ତିନି ରଥ ଉପରେ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି। – ସୁନାବେଶ ଲାଗି ପୁରୀର କିଛି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ମାର୍କେଟ ଛକ, କାକୁଡ଼ିଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି। ଏହା ଆସନ୍ତା ୨୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। – ନୂତନ ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। – ବାଲେଶ୍ୱର ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଆଜି ମଧ୍ୟାହ୍ନ ୧୨ ଟା ୪୫ ମିନିଟ୍ ସମୟରେ ନୂତନ ପିଢ଼ିର କ୍ଷେପଣାସ୍ତ୍ର ଆକାଶର ସଫଳ ପରୀକ୍ଷଣ କରାଯାଇଛି। – ରାଜ୍ୟ ସରକାର କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି। ଗତ ଜୁନ୍ ୧୭ ତାରିଖରୁ ଏକ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାପାଳ ଏବଂ ମେଡିକାଲ କଲେଜ୍ଗୁଡ଼ିକୁ ପଠାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ କହିଛନ୍ତି। – କରୋନା ମୁକାବିଲା ପାଇଁ ଡିଏମ୍ଇଟିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି କରୋନାର ଦ୍ୱିତୀୟ ଲହର ସମୟରେ ସରକାରଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଦେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। – ଆଜି ତ୍ୟାଗ ଓ ସମର୍ପଣର ପର୍ବ ଉଦ୍-ଉଲ୍-ଜୁହା ରାଜ୍ୟବ୍ୟାପୀ ପାଳିତ ହେଉଛି। କୋଭିଡ୍ କଟକଣା ଯୋଗୁଁ ଏହି ପର୍ବକୁ ମୁସଲମାନ ସମ୍ପ୍ରଦାୟର ଲୋକେ ଘରେ ରହି ପାଳନ କରୁଛନ୍ତି।
ବ୍ରଜକିଶୋରଙ୍କ ମୃତଦେହ ଉଦ୍ଧାର ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପେଡ଼ାଗଡ଼ି ଗାଁର ଆମ୍ୱତୋଟାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ବ୍ରଜକିଶୋର ବିନ୍ଧାଣୀ। ତାଙ୍କ ଘର ସେହି ପେଡ଼ାଗଡ଼ି ଗାଁରେ। ଆଜି ସକାଳେ ଗାଁର ଆମ୍ୱତୋଟାର ଏକ ଗଛରେ ବ୍ରଜକିଶୋରଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ରଜକିଶୋର ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିବା ବେଳେ ଏହା ପଛର କାରଣ ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ଆପଣ ମାନେ ନିଶ୍ଚିତ ଭାବରେ ଆକବର ଏବଂ ବିରବଲ ଙ୍କ କୌଣସି ନା କୌଣସି କାହାଣୀ ପଢ଼ିଥିବେ । ତେବେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ରୋଚକ କାହାଣୀ ଏଥିରୁ ଆପଣ ବହୁତ କିଛି ଶିକ୍ଷା ଗ୍ରହଣ କରିପାରିବେ । ଦୈନନ୍ଦିନ ପରି ସମ୍ରାଟ ଆକବରଙ୍କ କୋର୍ଟ ପ୍ରକ୍ରିୟା ଚାଲିଥିଲା, ସମସ୍ତେ ନିଜର ସମସ୍ୟା ଆଣିଥିଲେ, ଯାହା ସମ୍ରାଟଙ୍କ ଦ୍ୱାରା ସମାଧାନ ହେଉଥିଲା । ଦରବାର ମଝିରେ ଏକ ପାତ୍ର ଧରି ଜଣେ ଅଦାଲତ ସଭାରେ ପହଞ୍ଚୀଲେ, ରାଜା ଆଶ୍ଚର୍ଯ୍ୟ ହେଲେ, ଏହି ପାତ୍ରରେ କ'ଣ ଅଛି? ବୋଲି ପଚାରିଲେ । ସେ ବ୍ୟକ୍ତି ଜଣଙ୍କ କହିଲା, ମହାରାଜ, ଏଥିରେ ବାଲି ଏବଂ ଚିନି ମିଶ୍ରଣ ରହିଛି । ରାଜା ପଚାରିଲେ କଣ ପାଇଁ? ବ୍ୟକ୍ତି ଜଣଙ୍କ କହିଲା, ମୁଁ ଦୁଖିତ, ମହାରାଜା, କିନ୍ତୁ ମୁଁ ବିରବଲଙ୍କ ଜ୍ଞାନ ବିଷୟରେ ଅନେକ କଥା ଶୁଣିଛି, ତେବେ ଆମେ ବୀରବଲଙ୍କ ଦକ୍ଷତା ପରୀକ୍ଷା କରିବାକୁ ଚାହୁଁଛୁ । ଆମେ ଚାହୁଁ ସେ ଚିନିର ଦାନାକୁ ବାଲିରୁ ଅଲଗା କରନ୍ତୁ କିନ୍ତୁ ପାଣି ବ୍ୟବହାର ନକରି । ରାଜା ବିରବଲ ଆଡକୁ ମୁହଁ କରି ହସି ହସି କହିଲେ, ବିରବଲ, ପ୍ରତିଦିନ ଏକ ନୂଆ ସମସ୍ୟା ଆପଣଙ୍କ ସାମ୍ନା କୁ ଆସିଯାଏ, ଆପଣଙ୍କୁ ଏହି ବାଲିରୁ ଚିନିକୁ ବିନା ପାଣି ମିଶାଇ ଅଲଗା କରିବାକୁ ପଡିବ । ବିରବଲ ବହୁତ ଆରାମରେ କହିଲେ- ହାହା, ଏହା ତ ମୋର ବାମ ହାତର କାମ । ଏହା ଶୁଣି ସଭିଏଁ ଆଶ୍ଚର୍ଯ୍ୟ ହୋଇଗଲେ । ଏହା କହି ବିରବଲ ପାତ୍ରକୁ ଉଠାଇ କୋର୍ଟରୁ ବାହାରକୁ ଚାଲିଗଲେ । ବାକି କୋର୍ଟ ମଧ୍ୟ ତାଙ୍କ ପଛରେ ଚମତ୍କାର ଦେଖିବା ପାଇଁ ଚାଲିଲେ । ବୀରବଲ ବଗିଚାରେ ବାହାରେ ଅଟକି ଯାଇ ଏକ ବଡ଼ ଆମ୍ବ ଗଛ ଚାରିପାଖରେ ପାତ୍ରର ମିଶ୍ରଣକୁ ବିଛାଇ ଦେଲେ । ସେହି ବ୍ୟକ୍ତି ପଚାରିଲେ, ତୁମେ କଣ କରୁଛ? ବିରବଲ କହିଲେ – ତୁମେ କାଲି ଜାଣିବ .. ଏହା ପରେ ସମସ୍ତେ କୋର୍ଟରୁ ଫେରିଥିଲେ । ପରଦିନ ସକାଳେ, ସମସ୍ତେ ସେହି ଆମ୍ବ ଗଛ ନିକଟରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଗଲେ ଯେ ବର୍ତ୍ତମାନ କେବଳ ବାଲି ଅଛି, ସମସ୍ତ ଚିନି ଦାନା ପିମ୍ପୁଡ଼ି ସଂଗ୍ରହ କରି ସେମାନଙ୍କ ଗାତକୁ ନେଇଯାଇଛନ୍ତି । କିଛି ପିମ୍ପୁଡ଼ି ଚିନି ଦାନା ଟାଣୁଥିବାର ଦେଖାଯାଇଥିଲା । ବ୍ୟକ୍ତି ପଚାରିଥିଲେ, କିନ୍ତୁ ସମସ୍ତ ଚିନି କୁଆଡେ ଗଲା? ବିରବଲ ତାଙ୍କ କାନରେ ଧୀରେ ଧୀରେ ଫୁସ୍ ଫୁସ କରି କହିଲେ- ସେ ବାଲିରୁ ଅଲଗା ହୋଇଗଲା । ଏହା ଶୁଣି ସମସ୍ତେ ଜୋରରେ ହସିଲେ ଏବଂ ବ୍ୟକ୍ତି ଜଣକ ଟିକିଏ ପାଟି କରି ସେଠାରୁ ଖସିଗଲେ । ସମ୍ରାଟ ଆକବରଙ୍କ ସମେତ ସମସ୍ତ ପ୍ରାଙ୍ଗଣ ବୀରବଲଙ୍କ ଚତୁରତାକୁ ପ୍ରଶଂସା କରିବାକୁ ଲାଗିଲେ । ଏଥିରୁ ଆମେ କଣ ଶିଖିଲେ : ଯଦି କେହି ଗୁଣବାନ ଏବଂ ଚତୁର, ତେବେ ତାଙ୍କଠାରୁ ଶିଖ, ଇର୍ଷା କର ନାହିଁ, କାରଣ କାହାକୁ ଅପମାନିତ କରିବାକୁ ଚେଷ୍ଟା କରିବା ତୁମ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।
ମୁମ୍ଵାଇ ୦୩।୧୨: ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀର୍ଘ ଦିନର ପ୍ରେମିକା ସୋହେଲ କଥୁରିଆଙ୍କ ସହ ସାତ ଫେରା ନେବେ। ଅବଶ୍ୟ ଉଭୟ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ ତାରିଖ ଘୋଷଣା କରିନାହାଁନ୍ତି। କିନ୍ତୁ ବିବାହ ରୀତିନୀତି ଆରମ୍ଭ ହୋଇଛି। ନିକଟରେ ହଂସିକା ସୋହେଲଙ୍କ ନାମ ମେହେନ୍ଦି ତାଙ୍କ ହାତରେ ଲଗାଇଛନ୍ତି। ବର୍ତ୍ତମାନ ଏହି ମେହେନ୍ଦି ସମାରୋହର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୟପୁରରେ ହଂସିକାଙ୍କ ବିବାହ ଆୟୋଜନ କରାଯାଇଛି। ମେହେନ୍ଦୀ ଭିଡିଓରେ ହଂସିକା ଏବଂ ତାଙ୍କ ଭାବି ସ୍ୱାମୀ ସୋହେଲ ଏକାଠି ନଜର ଆସିଛନ୍ତି। ଉଭୟଙ୍କ ମୁହଁରେ ଖୁସି ଗୁଡିକ ନଜର ଆସୁଛି । ଗୋଟିଏ ଭିଡିଓରେ କପଲ ସୋଫାରେ ବସି ଡ୍ୟାନ୍ସ ଷ୍ଟେପ୍ କରୁଥିବା ବେଳେ ଦ୍ୱିତୀୟ ଭିଡିଓରେ ତାଙ୍କ ହାତରେ ମେହେନ୍ଦୀ ଲଗାଉଥିବାର ଦେଖିବାକୁ ମିଳିଛି। କହିବାକୁ ଗଲେ, ତେବେ ହଂସିକା ଏବଂ ସୋହେଲ ଡିସେମ୍ବର ୪ ଅର୍ଥାତ୍ ରବିବାର ଦିନ ଜୟପୁରର ମୁଂଦୋତି ପ୍ୟାଲେସରେ ବିବାହ କରିବେ। ଡିସେମ୍ବର ୩ରେ କାର୍ଯ୍ୟକ୍ରମ କରାଯାଇଛି। ହଂସିକାଙ୍କ ପ୍ରଶଂସକମାନେ ତାଙ୍କୁ ବ୍ରାଇଡାଲ୍ ଲୁକ୍ରେ ଦେଖିବାକୁ ବହୁତ ଉତ୍ସାହିତ ଅଛନ୍ତି । କହିବାକୁ ଗଲେ ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। କିଛି ସମୟ ପୂର୍ବରୁ ସୋହେଲ ଆଇଫେଲ ଟାୱାର ସାମ୍ନାରେ ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାର ଫଟୋ ହଂସିକା ନିଜେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ସେବେଠାରୁ ଖବର ଆସିବାକୁ ଲାଗିଲା ଯେ ଖୁବ୍ ଶୀଘ୍ର ଉଭୟ ବିବାହ କରିବାକୁ ଯାଉଛନ୍ତି।
ଭୁବନେଶ୍ୱର ଆସିବେ ଶାହାରୁଖ ଖାନ୍ – ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ସାମିଲ ହେବେ ବଲିଉଡ ବାଦଶାହ ଶାହାରୁଖ ଖାନ୍ ଭାରତୀୟ ହକି ଟିମକୁ ଚିୟର କରିବା ପାଇଁ ଆସୁଛନ୍ତି ଭୁବନେଶ୍ୱର। ଆଉ ଦିନ କେତେଟାର ପ୍ରତୀକ୍ଷା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍। ବିଶ୍ୱକପ୍ର ଉଦଘାଟନୀ ଉତ୍ସବକୁ ରଙ୍ଗାରଙ୍ଗ କରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର। ଉଦଘାଟନୀ ଉତ୍ସବର ମାହୋଲକୁ ଆହୁରି ରଙ୍ଗିନ କରିବା ପାଇଁ ବଲିଉଡ ବାଦଶାହ ଶାହାରୁଖ ଖାନ୍ ଭୁବନେଶ୍ୱର ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି। Delighted to share that @iamsrk 's #HeartBeatsForHockey and he has come forward to support Indian hockey & #HockeyWorldCup2018 in #Bhubaneswar. Kalinga Stadium & #Odisha look forward to welcoming you, Mr. Khan at the #OdishaHWCOpeningCeremony on 27th November 2018 #AbBasHockey https://t.co/rWNZvT1KmQ — Naveen Patnaik (@Naveen_Odisha) October 9, 2018 ଉଦଘାଟନୀ ଉତ୍ସବରେ ଯୋଗଦେଇ ଭାରତୀୟ ଟିମ୍କୁ ଚିୟର କରିବେ କିଙ୍ଗ୍ ଖାନ୍। ହକି ବିଶ୍ୱକପ୍ର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ କିଙ୍ଗ୍ ଖାନ୍ଙ୍କୁ ଟୁଇଟ୍ କରି ଆମନ୍ତ୍ରଣ କରିଥିଲେ ଭାରତୀୟ ହକି ଟିମ୍ର ସଦସ୍ୟ। ଏହି ବିଶ୍ୱକପ୍ରେ ଯୋଗଦେବେ ବୋଲି ରିଟୁଇଟ୍ କରି ଶାହାରୁଖ ସ୍ପଷ୍ଟ କରିଛନ୍ତି। "ହକି ବିଶ୍ୱକପ୍ରେ ଯୋଗଦେବା ନେଇ ମୋର ଜଣାଇବାରେ ବିଳମ୍ବ ହୋଇଯାଇଛି। ମୁଁ ଆପଣମାନଙ୍କୁ ଉତ୍ସାହିତ କରିବାକୁ ନିଶ୍ଚିତ ଯିବି। ମତେ ମନେପକାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ", କହିଛନ୍ତି ଶାହାରୁଖ। ଶହାରୁଖ ଭାରତୀୟ ହକି ଟିମ୍କୁ ଉତ୍ସାହିତ କରିବା ପାଇଁ ଭାରତବାସୀଙ୍କୁ ନିବେଦନ କରିଛନ୍ତି। ହକି ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି କିଙ୍ଗ ଖାନ୍ କହିଛନ୍ତି। ଏହାସହ 'ହାର୍ଟ ବିଟ୍ସ ଫର୍ ହକି'କୁ ସମର୍ଥନ କରିଛନ୍ତି ଶାହାରୁଖ। 'ମୋ ହୃଦୟ ହକି ପାଇଁ ଜୋର୍ରେ ସ୍ପନ୍ଦନ କରୁଛି' – କହିଛନ୍ତି ଶାହାରୁଖ। ବଲିଉଡ ବାଦଶାହ ଶାହାରୁଖ କଳିଙ୍ଗ ଷ୍ଟାଡିୟମ ଆସୁଥିବା ଖବର ଜଣାପଡ଼ିବା ପରେ ହକି ପ୍ରେମୀମାନେ ଉତ୍ସାହିତ ହୋଇଯାଇଛନ୍ତି। ଶାହାରୁଖଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ହକି ବିଶ୍ୱକପ୍ ଉଦଘାଟନୀ ସମାରୋହରେ ଓସ୍କାର ବିଜେତା ଏ ଆର୍ ରେହମାନ ଉଦଘାଟନୀ ସଙ୍ଗୀତ ପରିବେଷଣ କରିବେ। ବିଶିଷ୍ଟ ଗୀତିକାର ଗୁଲଜାରଙ୍କ ସହ ମିଶି ଏ ଆର ରେହମାନ ହକି ବିଶ୍ୱକପ୍ ପାଇଁ ଉଦଘାଟନୀ ସଙ୍ଗୀତ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଓଡ଼ିଶାରେ ସେ ଲାଇଭ୍ ପରଫରମାନ୍ସ କରବାକୁ ଥିବାରୁ ହକି ପ୍ରେମୀମାନଙ୍କ ମନରେ ଉତ୍ସାହ ଭରି ଯାଇଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ। ୨୭ ତାରିଖ ଦିନ ହକି ବିଶ୍ୱକପ୍ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।
ନୂଆଦିଲ୍ଲୀ ୧୧/୦୫: ଆଉ ପିଚ୍ରେ ଦେଖିବାକୁ ମିଳିବନି ଧୂଆଁଦାର ବ୍ୟାଟିଂ ଓ ଦମଦାର ବୋଲିଂ । କାରଣ ଆନ୍ତର୍ଜାତୀୟ କ୍ରିକେଟ୍ ଫର୍ମାଟ ଖେଳ ଛାଡିଛନ୍ତି କାରବିୟାନ ଅଲରାଉଣ୍ଡର । ୨୦୨୧ଟି -20 ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜକୁ ୨୦ ରନ୍ରେ ହରାଇଛି ଶ୍ରୀଲଙ୍କା । ଏହି ପରାଜୟ ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଦଳ ସେମିଫାଇନାଲ ଦୌଡ଼ରୁ ବାଦ ପଡିଛି । ତେବେ ପରାଜୟରୁ ହତାଶ ହୋଇ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି । ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଡୱେନ ବ୍ରାଭୋ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । ଶ୍ରୀଲଙ୍କା ମ୍ୟାଚ୍ ପରେ ଫେସବୁକ୍ ଲାଇଭ୍ ସୋ'ରେ ପୂର୍ବତନ ଅଧିନାୟକ ଡାରେନ୍ ସାମି ଏବଂ ସମୀକ୍ଷକ ଆଲେକ୍ସ ଜୋର୍ଡାନଙ୍କ ସହ ବାର୍ତ୍ତାଳାପ ସମୟରେ ବ୍ରାଭୋ ତାଙ୍କ ଅବସରକୁ ନିଶ୍ଚିତ କରିଛନ୍ତି । West Indies all-rounder Dwayne Bravo confirms he will retire at the end of the ICC Men's T20 World Cup: International Cricket Council— ANI (@ANI) November 5, 2021 (Photo courtesy: ICC) pic.twitter.com/ZwAOA4Y1pE ବ୍ରାଭୋ କହିଛନ୍ତି, 'ମୁଁ ଭାବୁଛି ସମୟ ଆସିଛି । ୧୮ ବର୍ଷର କ୍ୟାରିୟର ଭିତରେ ମୁଁ ବହୁତ କିଛି ଉତଥାନ ପତନ ଦେଖିଛି । କିନ୍ତୁ ଯେତେବେଳେ ମୁଁ ଏହା ପଛକୁ ଚାହେଁ ସେତେବେଳେ କାରିବିଆନ୍ ଲୋକେ ମୋତେ ସଦା ସର୍ବଦା ଦେଖାଯିବେ । କାରଣ ଏଠାରେ ଏତେ ଦିନ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିବାରୁ ମୁଁ ବହୁତ କୃତଜ୍ଞ । ମୋ କ୍ୟାରିୟରରେ ତିନୋଟି ଆଇସିସି ଟାଇଟଲ୍ ଜିତିବା ଏକ ବଡ଼ ସଫଳତା । ବ୍ରାଭୋ କହିଛନ୍ତି, 'ଏହି ବିଶ୍ୱକପ୍ ଯାହା ଆମେ ଆଶା କରିଥିଲୁ ତାହା ନୁହେଁ । ଆମେ ନିଜ ପାଇଁ ଦୁଃଖ ଅନୁଭବ କରିବା ଉଚିତ୍ ନୁହେଁ । ଏହା ଏକ କଠିନ ପ୍ରତିଯୋଗିତା ଥିଲା ଏବଂ ଆମକୁ ମୁଣ୍ଡ ନୁଆଁଇବାକୁ ପଡିଲା । ମୋର ଯାହା କିଛି ଅଭିଜ୍ଞତା ଏବଂ ସୂଚନା ଅଛି, ମୁଁ ଏହାକୁ ଯୁବ ଖେଳାଳିଙ୍କ ସହ ବାଣ୍ଟିବାକୁ ଚେଷ୍ଟା କରିବାକୁ ଚାହୁଁଛି । ମୁଁ ଭାବୁଛି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ର ଧଳା ବଲ୍ ଫର୍ମାଟରେ ଉଜ୍ଜ୍ୱଳ ଭବିଷ୍ୟତ ଅଛି ଏବଂ ଖେଳାଳିଙ୍କୁ ସମର୍ଥନ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ।
ପ୍ରେମିକାଙ୍କୁ ବି ଠକିଥିଲେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି - ନକଲି ହୀରା ମୁଦି ଉପହାର ଦେଇଥିଲେ ଚୋକ୍ଷି ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଓ ତାଙ୍କ ପ୍ରେମିକା ବରବରା ଜାରାବିକାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ସୋମବାର ଚୋକ୍ଷି ତାଙ୍କ ପ୍ରେମିକାଙ୍କ ସମ୍ପର୍କରେ ଗଣମାଧ୍ୟମକୁ ବୟାନ ଦେଇଥିବା ବେଳେ ମଙ୍ଗଳବାର ଚୋକ୍ଷିଙ୍କ ସମ୍ପର୍କରେ ବରବରା କିଛି ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ପ୍ରଥମେ ବରବରା କହିଛନ୍ତି ଯେ ଚୋକ୍ଷିଙ୍କ ଅପହରଣ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଚୋକ୍ଷି ଆଣ୍ଟିଗୁଆରେ ରହିବା ସମୟରେ ବରବରାଙ୍କ ସହିତ ନିଜଆଡୁ ନିଜକୁ ପରିଚିତ କରାଇଥିଲେ। ଚୋକ୍ଷି ନିଜକୁ 'ରାଜ୍' ନାମରେ ପରିଚିତ କରାଇଥିଲେ। ପରେ ଉଭୟଙ୍କ ବନ୍ଧୁତା ବଢିଥିଲା। ତେବେ ବନ୍ଧୁତା ପରିବର୍ତ୍ତେ ଚୋକ୍ଷି ତାଙ୍କୁ ପ୍ରେମ କରିବାକୁ ଲାଗିଥିଲେ। ଏହି ସମୟରେ ବରବରାଙ୍କୁ ଚୋକ୍ଷି ଏକ ହୀରା ମୁଦି ଓ ବ୍ରେସଲେଟ୍ ଉପହାର ଦେଇଥିଲେ। ପରବର୍ତ୍ତୀ ସମୟରେ ବରବରା ଜାଣିବାକୁ ପାଇଥିଲେ ଯେ ଏହି ହୀରା ମୁଦିଟି ନକଲି। ବରବରା କହିଛନ୍ତି ଚୋକ୍ଷିଙ୍କ ପରିବାର ଓ ଓକିଲ ତାଙ୍କ ନାମକୁ ଅପହରଣ ମାମଲାରେ ଯୋଡିଛନ୍ତି। ବାସ୍ତବରେ ଅପହରଣ ଘଟଣାରେ ତାଙ୍କର କୌଣସି ସମ୍ପର୍କ ନାହିଁ। ବରବରା କହିଛନ୍ତି ଯେ ଚୋକ୍ଷିଙ୍କ ସହିତ ସେ ବ୍ୟାବସାୟିକ ବୁଝାମଣା କରିଥିଲେ। ତେବେ ବରବରାଙ୍କୁ ଏକ କାରବିୟ ଦ୍ବୀପରେ ରଖାଇବା ଲାଗି ଚୋକ୍ଷି ଯୋଜନା କରିଥିଲେ। ବରବରା କହିଛନ୍ତି ଯେ ପ୍ରେମ ନାମରେ ଚୋକ୍ଷି ତାଙ୍କ ପ୍ରତି ଅସଦାଚରଣ କରିବା ଉଦ୍ୟମ କରିଥିଲେ। ଏପରିକି ଅନେକ ଥର ଅଶ୍ଳୀଳ ବାର୍ତ୍ତାଳପ କରିଥିବା ବରବରା ଅଭିଯୋଗ କରିଛନ୍ତି।
ସେଲଫି ନିଶାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ! ଆଜିକାଲି ସେଲଫି ନେବା ସମସ୍ତଙ୍କର ଏକ ସଉକ ପାଲଟିଗଲାଣି । ଛୋଟ ଠାରୁ ବଡ ସମସ୍ତେ ଏଥିରେ ମସଗୁଲ୍ । ନିଜର ସ୍ମାର୍ଟଫୋନରେ ସେଲଫି ନେବାର ମଜା ମଧ୍ୟ ନିଆରା । ଆଉ ଏହାର ଫାଇଦା ସବୁ ବର୍ଗର ଲୋକେ ନେଉଛନ୍ତି । ଆଉ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଖୁବ୍ ଖୁସି ହେଉଛନ୍ତି । ଏବେ ଏହି ସେଲଫି ନିଶା ଘାରିଛି ଆମର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କୁ । ଆଉ ଶିଖୁଛନ୍ତି କେମିତି ସେଲଫି ଉଠାଯାଏ । ଆପଣ ଭାବୁଥିବେ ତାଙ୍କୁ କିଏ ଶିଖାଉଛନ୍ତି ଏହି ସେଲଫି । ସେ ଜଣେ ଛୋଟ ପିଲା । ଯାହାଙ୍କ ନାମ ହମଜା ସୈଫି । ପ୍ରକୃତରେ ପ୍ରଣବ ମୁର୍ଖାଜୀ ନିଜର ଟ୍ୱିଟର ଆକାଉଂଟରେ ଜଣେ ପିଲା ସହ ଏକ ସେଲଫି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ପିଲାଟିର ମୁଣ୍ଡରେ ହାତ ରଖିଛନ୍ତି । ଫଟୋ ସହ କ୍ୟାପଶନରେ ଲେଖିଛନ୍ତି , 'ପିଲାଙ୍କ ସହ ମିଶିବା ସବୁବେଳେ ମୋତେ ଭଲଲାଗେ । ଏହି ଫଟୋରେ ନଜର ଆସୁଥିବା ପିଲାଟି ହମଜା ସୈଫି । ଯିଏ ମୋତେ ଶିଖାଇଛି ସେଲଫି କେମିତି ନିଆଯାଏ ।' ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କର ଏହି ଫଟୋକୁ ଏବେସୁଦ୍ଧା ହଜାର ଲୋକ ଲାଇକ୍ କରିସାରିଲେଣି ଏବଂ ଶହେ ଲୋକ ଏହାକୁ ରିଟ୍ୱିଟ୍ କରିଛନ୍ତି । ଟ୍ୱିଟରରେ ଲୋକେ ଏହି ଫଟୋକୁ ଖୁବ୍ ତାରିଫ୍ କରିଛନ୍ତି । ଏହି ବର୍ଷ ୨୪ ଜୁଲାଇରେ ରାଷ୍ଟ୍ରପତି ପଦରୁ ପ୍ରଣବମୁଖାର୍ଜୀଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା ।
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୁମ୍ଭିରାନାଳ ନିକଟସ୍ଥ ହରିଡ଼ାଗୋଡ଼ାଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଛେଣ୍ଡିପଦା ଥାନାଠାରୁ ମାତ୍ର ୨କି.ମି ଦୁରତ୍ୱରେ ହରିଡ଼ାଗୋଡ଼ାର ଏକ ଗଛରେ କଂଟା ସାହାଯ୍ୟରେ ଏହି ମାଓ ପୋଷ୍ଟର ଟଙ୍ଗା ଯାଇଥିବାର ଦେଖିବାକୁ ମିଳିଛି । ସମ୍ପ୍ରତି ଛେଣ୍ଡିପଦାରେ କୋଇଲାଖଣି ନିମନ୍ତେ ଜମି ଅଧିଗ୍ରହଣ ହେଉଥିବା ବେଳେ ଏହାକୁ ବିରୋଧ କରି ଏହି ପୋଷ୍ଟର ଲାଗିଥିବାର ଚର୍ଚ୍ଚା ହେଉଛି । ଏହି ପୋଷ୍ଟରରେ ଲାଲ ଅକ୍ଷରରେ ଲେଖାଯାଇଥିବା ଉକ୍ତିଗୁଡ଼ିକରେ ପ୍ରଥମେ ଲାଲ ସଲାମ ଲେଖାଯାଇ ନିଜ ମାଆ ମାଟିକୁ ବିକ୍ରୀ କରୁଥିବା ଲୋକଙ୍କୁ କ୍ଷମା ଦିଆଯିବ ନାହିଁ । ଯଦି ସରକାର,ପ୍ରଶାସନ କିମ୍ବା ପ୍ରଶାସନକୁ କେହି ସାହାଯ୍ୟ କରନ୍ତି ତେବେ ସେମାନଙ୍କୁ ପ୍ରଜାକୋର୍ଟରେ ମୃତୁ୍ୟଦଣ୍ଡ ଦିଆଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ଛେଣ୍ଡିପଦା ପୋଲିସ ଏ ସମ୍ପର୍କରେ ସୂଚନା ପାଇବାପରେ ପୋଷ୍ଟରକୁ ଜବତ କରିବାସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ରେଳ ଧାରଣାର ମରାମତି ପରେ ଉକ୍ତ ମାର୍ଗରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ସିବିଆଇ ତଦନ୍ତ ନସରିବା ପର୍ଯ୍ୟନ୍ତ ବାହାନଗା ବଜାର ରେଳ ଷ୍ଟେସନରେ କୌଣସି ଟ୍ରେନ ଅଟକିବ ନାହିଁ । ଦକ୍ଷିଣ ପୂର୍ବ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା ପଛର କାରଣ ଜାଣିବାକୁ ଏବେ ସିବିଆଇ ତଦନ୍ତ ଜାରି ରହିଛି । ଲଗବୁକ୍ ସମେତ ରିଲେ ପ୍ୟାନେଲ ଓ ଅନ୍ୟାନ୍ୟ ଉପକରଣକୁ ଜବତ ସହ ବାହାନଗା ବଜାର ରେଳଷ୍ଟେସନକୁ ସିବିଆଇ ଅଧିକାରୀମାନେ ସିଲ୍ କରିଦେଇଛନ୍ତି । ଯେହେତୁ ସିଗନାଲ ସିଷ୍ଟମର ଗୁରୁତ୍ୱପୂର୍ଣ୍ଣ ରିଲେ ଇଂଟରଲକିଂ ପ୍ୟାନେଲକୁ ସିଲ୍ କରାଯାଇଛି ଓ ସେଠାକୁ ଷ୍ଟେସନର କର୍ମଚାରୀଙ୍କ ପ୍ରବେଶ ଉପରେ କଟକଣା ରହିଛି, ତେଣୁ ବାହାନଗା ବଜାର ଷ୍ଟେସନରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ କିମ୍ବା ମାଲବାହୀ ଟ୍ରେନ ଅଟକିବ ନାହିଁ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି । ସେହିପରି ଜୁନ୍ ୨ରେ ବାହାନଗା ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୧୨୦୮ଜଣ ଯାତ୍ରୀଙ୍କ ମଧ୍ୟରୁ ୭୦୯ଜଣଙ୍କୁ କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇ ସାରିଛି । ବାକି ଯାତ୍ରୀଙ୍କୁ ଏହି ଅର୍ଥ ପ୍ରଦାନ କରିବା ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି । ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ, ଜୁନ୍ ୨ ତାରିଖରେ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଓ କରମଣ୍ଡଳ ଏକ୍ସପ୍ରେସରେ ମୋଟ ୨୨୯୬ଜଣ ଯାତ୍ରୀ ଦୁର୍ଘଟଣା ସମୟରେ ଟ୍ରେନରେ ଯାତ୍ରା କରୁଥିଲେ । ଉଲ୍ଲେଖଯୋଗ୍ୟ, ବାହାନଗା ବଜାର ରେଳଷ୍ଟେସନ ମାର୍ଗ ଦେଇ ପ୍ରତିଦିନ ୧୭୦ଟି ଟ୍ରେନ ଅତିକ୍ରମ କରିଥାଏ । ସେଥିରୁ କେବଳ ୭ଟି ପାସେଞ୍ଜର ଟ୍ରେନ ସେଠାରେ ପ୍ରତିଦିନ ୧ରୁ ୨ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥାଏ । ଏହି ଟ୍ରେନ ଭିତରେ ଭଦ୍ରକ-ବାଲେଶ୍ୱର ମେମୁ, ହାୱାଡ଼ା-ଭଦ୍ରକ ବାଘାଯତୀନ ଫାଷ୍ଟ ପାସେଞ୍ଜର, ଖଡ଼ଗପୁର-ଖୋର୍ଦ୍ଧା ରୋଡ୍ ଫାଷ୍ଟ ପାସେଞ୍ଜର ଭଳି ଟ୍ରେନ ଏହି ଷ୍ଟେସନରେ ଅଟକିଥାଏ । ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
ନୂଆଦିଲ୍ଲୀ : ଡାଉନ୍ ହେଲା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର । ପେଜ୍ ଲୋଡ୍ କରିପାରୁ ନାହାନ୍ତି ୟୁଜର । ବିଶ୍ୱର ଅନେକ ଦେଶରୁ ଏପରି ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ଅନେକ ୟୁଜର ଅଭିଯୋଗ ମଧ୍ୟ କରିଛନ୍ତି । ଟ୍ୱିଟର ଡାଉନ୍ ହେବା ସତ୍ତ୍ୱେ କିଛି ଫିଚର ପାଇଁ ୟୁଜର ଟ୍ୱିଟର ଆକ୍ସେସ୍ କରିପାରୁଛନ୍ତି । ଡେସ୍କଟପ ଓ ଲାପଟପରେ ଟ୍ୱିଟର ଆକ୍ସେସ୍ କରିବାରେ ଅସୁବିଧା ଭୋଗୁଛନ୍ତି ୟୁଜର । ଅନେକ ୟୁଜର ନିଜର ଟ୍ୱିଟ ଓ ଟ୍ୱିଟରର ଥ୍ରେଡ୍ ଦେଖିବାରୁ ନାହାଁନ୍ତି । ଗତକାଲି ବିଳମ୍ବିତ ରାତି ଠାରୁ ଟ୍ୱିଟରରେ ସମସ୍ୟା ଦେଖାଦେଇ ଥିବା କହିଛନ୍ତି ୬୦୦୦ ରୁ ଅଧିକ ଉପଭୋକ୍ତା । ସୂଚନା ଅନୁସାରେ ମୋଟ ରିପୋର୍ଟର ପ୍ରାୟ ୯୩ ପ୍ରତିଶତ ସମସ୍ୟା ଟ୍ୱିଟର ୱେବସାଇଟ୍ ସହିତ ଜଡିତ । ଅନ୍ୟପଟେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟର ମୋବାଇଲ୍ ଡିଭାଇସରେ ଭଲ କାମ କରୁଛି ବୋଲି କହିଛନ୍ତି କିଛି ୟୁଜର । ଆଜି ଦିନ ସକାଳ ୭:୦୩ ରୁ ୟୁଜର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଗତ କିଛି ଦିନ ହେଲା ବିବାଦ ଘେରରେ ରହିଛି ଟ୍ୱିଟର । ଟ୍ୱିଟର ଏବଂ କେନ୍ଦ୍ର ସରକାର ମଧ୍ୟରେ ପୂର୍ବରୁ ଅନେକ ବିବାଦ ଚାଲିଥିଲା । ଆଉ ଏହାରି ମଧ୍ୟରେ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ୱେବସାଇଟରେ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ପୃଥକ ଦେଶ ଭାବରେ ଦର୍ଶାଯାଇଥିଲା । ତେବେ ଚାରିଆଡୁ ସମାଲୋଚନା ଓ କାର୍ଯ୍ୟାନୁଷ୍ଠାନ ଦାବି ପରେ ଭାରତର ଭୁଲ ମ୍ୟାପକୁ ହଟାଇ ଦେଇଥିଲା ଟ୍ୱିଟର। ଜଣେ ୟୁଜର ଏ ସଂପର୍କରେ ଜଣାଇବା ପରେ ଏହାକୁ ନେଇ ଟ୍ୱିଟରକୁ ସବୁ ଆଡ଼ୁ ସମାଲୋଚନା କରାଯାଇଥିଲା। ଏହାକୁ ନେଇ ଟ୍ୱିଟର ଇଣ୍ଡିଆର ମ୍ୟାନେଜିଂ ଡିରେକ୍ଟର ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ବୁଲନ୍ଦ ସହରରେ ମାମଲା ରୁଜୁ କରାଯାଇଛି । ବଜରଙ୍ଗ ଦଳର ଜଣେ କର୍ମୀ ଏହି ମାମଲା ରୁଜୁ କରିଛନ୍ତି। ଗତ କିଛି ଦିନ ହେଲାଣି ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଯାହାକି ସୁଧୁରିବା ପରିବର୍ତ୍ତେ ଆହୁରି ଜଟିଳ ହେବାରେ ଲାଗିଛି । ନୂଆ ଆଇଟି ନିୟମ ମାନିବାରେ ଅବହେଳା କରିବାକୁ ଟ୍ୱିଟରକୁ ମିଳୁଥିବା ଆଇନଗତ ସୁରକ୍ଷାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି । ଏହାଦ୍ୱାରା କଂପାନୀକୁ ଆଉ ପୂର୍ବ ଭଳି କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ, ମାନହାନି କିମ୍ବା ଜରିମାନା ଆଦିରୁ ସୁରକ୍ଷା ମିଳିବନାହିଁ।
ଇରାନ୍ ଆକ୍ରମଣ ନେଇ ଚର୍ଚ୍ଚାରେ ଟ୍ରମ୍ପଙ୍କ ପୁରୁଣା ଟ୍ବିଟ୍ ! ୱାସିଂଟନ: ୨୦୧୨ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୁନଃ ବିଜୟୀ ହେବା ପାଇଁ ବାରାକ୍ ଓବାମା ଇରାନ୍ ଉପରେ ଆକ୍ରମଣ କରିପାରନ୍ତି। ସେତେବେଳେ ଏଭଳି ପୂର୍ବାନୁମାନ କରି ଡୋନାଲ୍ଡ ଟ୍ରମ୍ପ ଏକାଧିକ ଟ୍ବିଟ୍ କରିଥିଲେ। କିନ୍ତୁ ଟ୍ରମ୍ପ ଆଜି ବିମାନ ଆକ୍ରମଣରେ ଇରାନର ସୁଲେମାନୀଙ୍କୁ ହତ୍ୟା କରିବା ପରେ ସେହି ପୁରୁଣା ଟ୍ବିଟ୍ ଗୁଡ଼ିକ ଚର୍ଚ୍ଚାକୁ ଆସିଛି। ଟ୍ବିଟରରେ ଏ କି ପ୍ରକାର ବ୍ୟଙ୍ଗୋକ୍ତି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଟ୍ରମ୍ପଙ୍କ ସେହି ପୁରୁଣା ଟ୍ବିଟ୍ ଏବେ ତାଙ୍କୁ ଘାଇଲା କରିଛି। ୨୦୧୧ ଏବଂ ୨୦୧୨ ମସିହାରେ ଟ୍ରମ୍ପ ବାରମ୍ବାର ଅଭିଯୋଗ କରିଥିଲେ ଯେ ବାରାକ ଓବାମା ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଇରାନ ଉପରେ ଆକ୍ରମଣ କରିବାକୁ ଆଗ୍ରହୀ ଅଛନ୍ତି। ଟ୍ରମ୍ପଙ୍କ ସେ ସମୟର ଟ୍ବିଟ୍ ଏବେ ଭାଇରାଲ ହେବାରେ ଲାଗିଛି। ବିଶେଷକରି ଟ୍ରମ୍ପ ବ୍ୟକ୍ତିଗତ ଭାବେ ଇରାନର ଜେନେରାଲ ସୁଲେମାନୀଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ଟ୍ବିଟ ଗୁଡ଼ିକ ଇଣ୍ଟରନେଟ୍ରେ ଏବେ ପୁଣି ଦେଖିବାକୁ ମିଳିଛି। ଟ୍ରମ୍ପ ସେତେବେଳେ ଜଣେ ରିଅଲିଟି ଟିଭି ଷ୍ଟାର ଏବଂ ରିଅଲ ଇଷ୍ଟେଟ ବ୍ୟବସାୟୀଭାବେ ପରିଚିତ ଥିଲେ। ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ କହିଥିଲେ, ଓବାମା ନିର୍ବାଚନରେ ଜିତିବା ପାଇଁ ଲିବିୟା କିମ୍ବା ଇରାନ ଉପରେ ଆକ୍ରମଣ କରିପାରନ୍ତି। ୨୦୧୨ରେ ଓବାମା ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେବା ପରେ ମଧ୍ୟ ଟ୍ରମ୍ପ ତାଙ୍କର ଟ୍ବିଟ୍ ଜାରି ରଖିଥିଲେ। ସେସବୁ ଟ୍ବିଟ୍ରେ ମଧ୍ୟ ଓବାମା ଇରାନ ବିରୋଧରେ ଯୁଦ୍ଧ କରିବାକୁ ବ୍ୟଗ୍ର ବୋଲି ଟ୍ରମ୍ପ କହିଥିଲେ। ଏସବୁ ଟ୍ବିଟ୍କୁ ନେଇ ଏବେ ଟ୍ରମ୍ପ ଏବେ ଉପହାସର ପାତ୍ର ପାଲଟି ଯାଇଛନ୍ତି।
ଏପରି ଏକ ସମୁଦ୍ର ଯେଉଁଥିରେ କେହି ବୁଡନ୍ତି ନାହିଁ, ଗାଧୋଇଲେ ଦୂର ହୁଏ ଅନେକ ରୋଗ ଅଧିକାଂଶ ଲୋକଙ୍କୁ ସମୁଦ୍ର କୂଳରେ ବୁଲିବା ଖୁବ ପସନ୍ଦ । ଯେଉଁମାନଙ୍କୁ ପହଁରା ଆସିଥାଏ ସେମାନେ ସମୁଦ୍ରରେ ଖୁବ ମଜା ଉଠାଇଥାନ୍ତି । କିନ୍ତୁ ଯେଉଁମାନଙ୍କୁ ପହଁରା ଆସିନଥାଏ ସେମାନେ କେବଳ ପାଣିକୁ ଦେଖି ଫେରି ଆସିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସମୁଦ୍ର ବିଷୟରେ କହିବା ପାଇଁ ଯାଉଛୁ ଯେଉଁଥିରେ କେହି ବୁଡନ୍ତି ନାହିଁ । ଆପଣଙ୍କୁ ପହଁରା ଆସୁ କି ନ ଆସୁ ଏହି ସମୁଦ୍ରରେ ଆପଣ ବୁଡିବେ ନାହିଁ । ଏହା ବ୍ୟତିତ ଏହି ସମୁଦ୍ରରେ ଗାଧୋଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଏହି ସମୁଦ୍ରର ନାମ ହେଉଛି ଡେଡ ସି । ଏହା ଇଜରାଏଲ ଏବଂ ଜାର୍ଡନ ମଝିରେ ଅବସ୍ଥିତ । ଏହାକୁ ସଲଟ ସି ମଧ୍ୟ କୁହାଯାଇଥାଏ । ଏହି ସମୁଦ୍ରରେ ମ୍ୟଗ୍ନେସିୟମ କ୍ଲୋରାଇଡ, କ୍ୟାଲସିୟମ କ୍ଲୋରାଇଡ, ପୋଟାସିୟମ କ୍ଲୋରାଇଡ ପରି ବିଷାକ୍ତ ଖଣିଜ ଲବଣ ଭରପୁର ମାତ୍ରାରେ ମିଳିଥାଏ । ଏହାକୁ ଡେଡ ସି କହିବାର କାରଣ ଏହି ସମୁଦ୍ରରେ କୌଣସି ଗଛ କିମ୍ବା ଜୀବ ଦେଖିବାକୁ ମିଳିନଥାଏ । ଏବଂ ଏହାକୁ ସଲ୍ଟ ସି କହିବାର କାରଣ ଏହି ସମୁଦ୍ରରେ ଲୁଣର ପରିମାଣ ଖୁବ ଅଧିକ । ଏହି ସମୁଦ୍ରର ପାଣି ଖାରିଆ ହୋଇଥିବାରୁ ଏଥିରେ କୌଣସି ଜୀବ-ଜନ୍ତୁ ଦେଖିବାକୁ ମିଳିନଥାଏ । ଆପଣ ଭାବୁଥିବେ ପାଣି ଏତେ ଖାରିଆ ତ ଏହା ଦେହ ପାଇଁ କ୍ଷତି କାରକ ହୋଇଥିବ କିନ୍ତୁ ଆପଣ ଭୁଲ ଭାବୁଛନ୍ତି । ଏହି ପାଣିରେ ଅନେକ ପ୍ରକାରର ମିନେରାଲ ଭରି ରହିଛି । ଯହା ଶରୀର ପାଇଁ ଖୁବ ଉପକାରୀ । ଏହି ସମୁଦ୍ରରେ କେହି ନବୁଡିବା କାରଣରୁ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହି ସମୁଦ୍ରରେ ଆପଣ ଲୁଣର ଛୋଟ ଛୋଟ ପାହାଡ ମଧ୍ୟ ଦେଖିପାରିବେ । ସବୁଠାରୁ ଆକର୍ଷଣୀୟ କଥା ହେଉଛି କି ଏହି ପାଣିରେ ବସି ଆପଣ କିଛି ବି କାମ କରିପାରିବେ । ପାଣିରେ ପହଁରି ଆପଣ ଏଠାରେ ମାଗାଜିନ, ବହି ମଧ୍ୟ ପଢିପାରିବେ । ଏହି ସମୁଦ୍ରକୁ ପୁରା ଦୁନିଆରେ ସ୍ୱତନ୍ତ୍ର ପରିଚୟ ମିଳିସାରିଛି । କିନ୍ତୁ ଏହାର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି ଯାହା ଏକ ଚିନ୍ତାର ବିଷୟ ।
ବନ୍ଧା ପଡିଛି ତାଙ୍କ ସମସ୍ତ ସମ୍ପତ୍ତି। ତାହା ପୁଣି ଗୋଟିଏ ଫିଲ୍ମ ପାଇଁ। କିଏ ବୋଲି ମନରେ ପ୍ରଶ୍ନ ଆସିବା ଆଗରୁ ଇନ୍ଦିରାଙ୍କ ଲୁକରେ ଥିବା ଏ ହିରୋଇନଙ୍କୁ ଦେଖନ୍ତୁ। ଠିକ୍ ବୁଝିପାରିବେ ଆମେ କାହା କଥା କହୁଛୁ। #ArgusNews #BollywoodQueen #KanganaRanaut #IndiraGandhi #National Be the first to know any news. You will get latest stories and video updates through the day. You can turn them off anytime.
ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି, ବିଭାଗୀୟ ଅଧିକାରୀ ରିପୋର୍ଟ ଦେବା ପରେ କ୍ଷୟକ୍ଷତି ଜଣାପଡିବ : ପ୍ରମିଳା ମଲ୍ଲିକ 9/03/2023 at 1:24 PM ଭୁବନେଶ୍ବର ୯।୩: ପୁରୀ ସ୍ଥିତ ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ ଲାଗିବା ଘଟଣାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଘଟଣା ଉପରେ ନଜର ରଖିଛନ୍ତି ସରକାର । ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି । ରିପୋର୍ଟ ଦେବା ପରେ କ୍ଷୟକ୍ଷତି ଜଣାପଡିବ । ସେପଟେ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏବେ ଯାଏଁ ପୁରୀ ଅଘଟଣ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ୧୨ ଘଣ୍ଟାରୁ ଅଧିକ ସମୟ ହେଲାଣି ନିଆଁ କାବୁ ହେଇପାରିନାହିଁ । ବିଜ୍ଞାନ ଏତେ ଉନ୍ନତି କଲା ପରେ ବି ନିଆଁକୁ ଆୟତ୍ତ କରାଯାଇ ପାରିଲାନାହିଁ । ରାଜ୍ୟ ସରକାରଙ୍କ ଚରମ ଅବହେଳା ଦେଖିବାକୁ ମିଳିଲା ବୋଲି ନରସିଂହ କହିଛନ୍ତି ।
ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ରାଜନୈତିକ ସରଗରମ, ପ୍ରଦୀପଙ୍କୁ ମିଳିପାରେ ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ! ବୌଦ୍ଧ: କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଏବେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ନେଇ କଳ୍ପନା ଜଳ୍ପନା ଜୋର ଧରିବାରେ ଲାଗିଛି। ନବୀନଙ୍କ ମନ୍ତ୍ରୀ ମଣ୍ଡଳରୁ କେଉଁ କେଉଁ ମନ୍ତ୍ରୀ ବିଦା ହେବେ ଓ କେଉଁମାନେ ମନ୍ତ୍ରୀ ହେବାର ସୁଯୋଗ ପାଇବେ ତାହାକୁ ନେଇ ମଧ୍ୟ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦା ହେଲା ପରେ ପୌର ନିର୍ବାଚନ ପୂର୍ବରୁ ଗଂଜାମ ରାଜନୀତିକୁ ସକ୍ରିୟ କରିବାକୁ ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ପଦବିରୁ ହଟାଇ ମନ୍ତ୍ରୀ ଭାବରେ ଦାୟିତ୍ୱ ଦିଆଯାଇପାରେ। ସେହିପରି ଦୁଇଥର ବାଚସ୍ପତି,ଅର୍ଥ ମନ୍ତ୍ରୀ,ଖଣି ଓ ଇସ୍ପାତ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇ ସାରିଥିବା ଓଡ଼ିଶା ବିଧାନସଭାର ଅନ୍ୟତମ ବରିଷ୍ଠ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ନବୀନ ତାଙ୍କର ନୂତନ କ୍ୟାବିନେଟରେ ସୁଯୋଗ ଦେବା ଏକପ୍ରକାର ସ୍ଥିର ହୋଇସାରିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗତଥର ଅର୍ଥମନ୍ତ୍ରୀ ପଦବୀ ପରେ ଅଧାରୁ ପୁଣିଥରେ ଦ୍ୱିତିୟଥର ପାଇଁ ବାଚସ୍ପତି ଭାବରେ ଦାୟିତ୍ୱ ଦେଇ ନବୀନ ପ୍ରଦୀପଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ। ତେଣୁ ଲଗାତାର ଭାବରେ ଚତୁର୍ଥ ଥର ପାଇଁ ବୌଦ୍ଧରୁ ବିଜୟୀ ହୋଇ ରାଜ୍ୟ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀ ଅମାତ ନିର୍ବାଚନ ପରେ ପ୍ରମୁଖ ମନ୍ତ୍ରୀ ପଦବୀ ପାଇବେ ବୋଲି ଜିଲାବାସୀ ତଥା ତାଙ୍କର ସମର୍ଥକମାନେ ଆଶାବାନ୍ଧି ବସିଥିବାବେଳେ ସମସ୍ତଙ୍କୁ ବିସ୍ମିତ କରି ନବୀନ ତାଙ୍କର ନୂତନ ମନ୍ତ୍ରୀ ମଣ୍ଡଳରୁ ପ୍ରଦୀପଙ୍କୁ ବାଦ ଦେଇଥିଲେ। ପଡ଼ୋଶୀ ସୁବର୍ଣ୍ଣପୁର ଜିଲାରୁ ଦୁଇ ଦୁଇଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଥିବାବେଳେ ପ୍ରଦୀପଙ୍କୁ ସେତେବେଳେ କାହିଁକି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରିଲାନାହିଁ ତାହା ଏବେ ମଧ୍ୟ ବୌଦ୍ଧବାସୀଙ୍କ ମନରେ ଏକ ବଡ ପ୍ରଶ୍ନବାଚୀ ହୋଇ ରହିଛି। ତେବେ ବର୍ତମାନ କେନ୍ଦ୍ର ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବରିଷ୍ଠ ବିଧାୟକ ଶ୍ରୀ ଅମାତ ପୁଣିଥରେ ରାଜ୍ୟ କ୍ୟାବିନେଟ୍ ରେ ସ୍ଥାନ ପାଇବା ସମ୍ଭାବନା ନେଇ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାବେଳେ ତାହା ପୂର୍ବରୁ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବାର ସମ୍ଭାବନା ରହିଛି। ବରିଷ୍ଠ ବିଧାୟକ ଭାବରେ ଶ୍ରୀ ଅମାତଙ୍କ ବିଜେଡିରେ ଅନେକ କାଟତି ରହିଥିବାବେଳେ ବତର୍ମାନ କୌଣସି ପ୍ରମୁଖ ପଦବୀରେ ନଥିଲେ ମଧ୍ୟ ଜିଲାର ଉନ୍ନୟନ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନାହିଁ। ବୌଦ୍ଧ ଏନଏସିରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନେଇ ପୌର ନିର୍ବାଚନ ପୂର୍ବରୁ ବିଜେଡି ଅଧିକ ସଂଗଠିତ ହୋଇଥିବାବେଳେ ସଂପୁର୍ଣ୍ଣ ହେବାକୁ ଯାଉଥିବା ମର୍ଜାକୁଦ ସେତୁ ପ୍ରଦିପଙ୍କ ରାଜନୈତିକ ଜୀବନ ପାଇଁ ଏକ ବଡ ସଫଳତା। ସେହିପରି ବୌଦ୍ଧଠାରେ ବାଇପାଶ ରାସ୍ତା, ଧଳପୁର ଆଠମଲ୍ଲିକ ସେତୁ, ଐତିହାସିକ ଜଗନ୍ନାଥ ସଡକର ଉନ୍ନତିକରଣ, ସହରର ପ୍ରମୁଖ ରାସ୍ତାର ସଂପ୍ରସାରଣ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରେ ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ, ବୌଦ୍ଧ ବଘିଆପଡା ରାସ୍ତାର ପ୍ରଶସ୍ତିକରଣ ସମେତ ଅନେକ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ଜୁଟାଇବାରେ ସଫଳ ହୋଇ ଶ୍ରୀଅମାତ ନିଜର ରାଜନୈତିକ ମୂଳଦୁଆକୁ ଅଧିକ ମଜଭୁତ କରିବାରେ ସଫଳ ହୋଇଛନ୍ତି। ତେଣୁ ଶ୍ରୀଅମାତଙ୍କୁ ପୁଣିଥରେ ମନ୍ତ୍ରୀ ପଦ ମିଳିଲେ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲାରେ ବିଜେଡି ଅଧିକ ମଜଭୁତ ହୋଇପାରିବ ବୋଲି ଦଳୀୟ ନେତା ଓ କର୍ମୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛନ୍ତି, ଯାହାର ସେବନ ଦ୍ବାରା ଆପଣଙ୍କର ଅନ୍ତନଳୀକୁ ସଫା କରି ପାରିବେ ଯକୃତ ଏବଂ କିଡନୀ,ଲିଭର ମଧ୍ୟ ଶକ୍ତିଶାଳୀ ହେବ। ସେହି ଜିନିଷର ନାମ ହେଉଛି ସାବଜାର ମଞ୍ଜି, ସେଗୁଡିକ ଏକ ଛୋଟ ତୁଳସୀ ପ୍ରଜାତିର ଉଦ୍ଭିଦରୁ ପ୍ରାପ୍ତ । ଏହି ମଞ୍ଜିଗୁଡିକ କଳା ରଙ୍ଗର ଅଟେ ଏବଂ ପାଣିରେ ଭିଜିବା ପରେ କଳା ରଙ୍ଗର ଧଳା ରଙ୍ଗ ସ୍ପଞ୍ଜ ହୋଇଯାଏ। କିନ୍ତୁ ଏହି ମଞ୍ଜି ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ। ଏଥିରେ ପ୍ରୋଟିନ୍, ଭିଟାମିନ୍, ଫାଇବର, କାର୍ବୋହାଇଡ୍ରେଟ୍, ଓମେଗା ଫ୍ୟାଟି ଏସିଡ୍ ଏବଂ ମିନେରାଲ୍ସ ଭରପୂର ଅଟେ। ସାବଜା ମଞ୍ଜି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ। ଏବଂ ଅନ୍ତନଳୀ, ଯକୃତ ଏବଂ କିଡନୀରେ ଜମା ହୋଇଥିବା ମଇଳା ସହଜରେ ସଫା ହୋଇଯାଏ। ସେମାନେ ହଜମ ପ୍ରକ୍ରିୟାକୁ ମଧ୍ୟ ବଜାୟ ରଖନ୍ତି। ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରି ଏହା ହାଡକୁ ଅଧିକ ଶକ୍ତିଶାଳୀ କରିଥାଏ। ଏହାର ବ୍ୟବହାର ଦ୍ୱାରା ଶରୀର ଶକ୍ତିଶାଳୀ ହୁଏ। ଏହା ଖାଇବା ପାଇଁ ଉପାୟ – ଏକ ଚାମଚ ସାବଜା ମଞ୍ଜିକୁ ପାଣିରେ ଭିଜାନ୍ତୁ ଏବଂ ପ୍ରାୟ 12 ଘଣ୍ଟା ପରେ ସେମାନଙ୍କୁ ପାଣିରୁ ବାହାର କରି ଏକ ଗ୍ଲାସ ଗରମ କ୍ଷୀରରେ ମିଶ୍ରଣ କରିବା ପରେ ପିଅନ୍ତୁ।ରାତିରେ ଶୋଇବା ପୂର୍ବରୁ କିମ୍ବା ସକାଳେ ଜଳଖିଆରେ ଆପଣ ଏହାକୁ ଖାଇପାରିବେ। ଏହା ଦ୍ୱାରା ଆମ ଶରୀର କୁ ଭରପୁର ଶକ୍ତି ମିଳିଥାଏ। ଅନେକ ଲୋକ ମାନେ ଦୈନନ୍ଦିନ କାମ ଭାଗଦୌଡ ଭରା ଜୀବନ ଦ୍ୱାରା ହାଲିଆ ହୋଇଯାଆନ୍ତି ଏବଂ ବହୁତ ଦୁର୍ବଳ ଅଳସୁଆ ଅନୁଭବ କରିଥାନ୍ତି। ଯଦି ପୁରୁଷ ମାନେ ଏହାକୁ ପ୍ରତିଦିନ ସକାଳେ ସେବନ କରନ୍ତି ତେବେ ଦିନ ସାରା ଆପଣଙ୍କୁ ଭରପୁର ତାକତ ମିଳିବ। ଏବଂ ଆପଣ କୌଣସି କାମରେ ଶୀଘ୍ର ଥକିବେ ନାହିଁ। ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ |
କଟକ : କଟକ ବିଦ୍ୟାଧରପୁର ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ କଟକ-ବାରାବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାମରେ ଥିବା ଏକ ଟ୍ରଷ୍ଟ ଓ ମେଟ୍ରୋ ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟ ସେବା ଚିକିତ୍ସା ଶିବିରର ଆୟୋଜନ କରାଯାଇଛି। ଏହି ବିଶାଳ ସ୍ୱାସ୍ଥ୍ୟ ସେବା ଚିକିତ୍ସା ଶିବିରକୁ ବିଧାୟକ ମହମ୍ମଦ ମୋକିମ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଭିନ୍ନ ବିଭାଗର ଡାକ୍ତର ମାନେ ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇ ଉପସ୍ଥିତ ଜନସାଧରଣଙ୍କୁ ଚିକିତ୍ସା କରିଥିଲେ। ସେଠାରେ ନିଶୁଳ୍କ ଚିକିତ୍ସା ସହିତ ନିଶୁଳ୍କ ଔଷଧ ମଧ୍ୟ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା। ଶତାଧିକ ସଂଖ୍ୟାରେ ଜନସାଧାରଣ ଏହି ସ୍ୱାସ୍ଥ୍ୟ ଶିବିରରେ ପହଂଚି ଏହାର ଲାଭ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୋଫିଆ ଫିର୍ଦୋଷ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଆନ୍ୟମାନଙ୍କ ମଧ୍ୟରେ ସେଇ ଅଞ୍ଚଳର ବ୍ୟକ୍ତି ବିଶେଷ ଓ କଂଗ୍ରେସ ଦଳର ନେତୃମଣ୍ଡଳୀ ଗିରିବାଲା ବେହେରା, ଶୈଳବାଲା ବେହେରା, ଶରତ କୁମାର ସେଠୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ୫ ଗୋଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ଓଡ଼ିଶାରୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୁଲିସ ସେବା ଓ ଭାରତୀୟ ରାଜସ୍ୱ ସେବା ବର୍ଗରୁ ମୋଟରେ ୭୩ ଜଣ ବରିଷ୍ଠ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରି ସେମାନଙ୍କୁ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଭର୍ଚୁଆଲ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଓ ତାଙ୍କ ସହଯୋଗୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭର୍ଚୁଆଲ୍ ତାଲିମ ପ୍ରଦାନ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କ ସହ ଅନ୍ୟ ଦୁଇ ସହଯୋଗୀ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ଉପସ୍ଥିତ ରହି ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ ସଂପର୍କିତ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ । ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଗଲେ ପର୍ଯ୍ୟବେକ୍ଷକମାନେ ଅବାଧ, ସ୍ୱଚ୍ଛ ଓ ନିରା ପଦ ନିର୍ବାଚନ କି ପରି କରାଯାଇ ପାରିବ ସେ ସଂ ପର୍କରେ ନିର୍ବାଚନ କମିଶନର ଗୁରୁତ୍ୱାରୋ ପ କରିଥିଲେ । କୋଭିଡ୍ ସମୟରେ ନିରେପକ୍ଷ ଓ ନିରାପଦ ନିର୍ବାଚନ କି ପରି କରାଯାଇ ପାରିବ, ତା'ଉପରେ ବିଶେଷ ଧ୍ୟାନ ଦେବାକୁ ନବନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି । ନିର୍ବାଚନ ଆୟୋଗଙ୍କ ସଚିବ ଉମେଶ ସିହ୍ନା ନିର୍ବାଚନ ପରିଚାଳନା ସଂପର୍କିତ ଏକ ପାଓ୍ୱାର ପଏଣ୍ଟ ଅଫ ପ୍ରଜେଣ୍ଟେସନ୍ ପର୍ଯ୍ୟବେକ୍ଷକମାନଙ୍କୁ ଦେଖାଇଥିଲେ ।
ଅଳ୍ପକେ ବଞ୍ଚିଲା ସାଂସଦ ରମେଶ ମାଝୀଙ୍କ ଜୀବନ । ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ରାସ୍ତା ଉପରୁ ଖସିଗଲା ସାଂସଦଙ୍କ କାର୍ । କନକ ବ୍ୟୁରୋ: ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡି ଦୁର୍ଘଟଣାଗସ୍ତ । ଡ୍ରାଇଭରର ଅସାବଧାନତା ଯୋଗୁଁ ଗାଡିର ଚକା ଫାଟିଯିବାରୁ ବିଲ ଭିତରକୁ ମାଡିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ସାଂସଦ ରମେଶ ମାଝୀ । Kanak News is now on WhatsApp Join and get latest news updates delivered to you via WhatsApp ଏଥିରେ ସାଂସଦ ସାମାନ୍ୟ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ସାଂସଦ ଦିଲ୍ଲୀରୁ ସଂସଦ ଅଧିବେଶନ ସାରି ଫେରୁଥିବା ବେଳେ ଉମରକୋଟ ନିକଟ ଦୁର୍ଗାଗୁଡ଼ାରେ ତାଙ୍କ ଗାଡି ଦୁର୍ଘଟଣା ହୋଇଥିଲା । ଗାଡିର ଚକା ଫାଟିଯିବା ଯୋଗୁ ଏକ ଖାତ ଭିତରକୁ ପଶିଯାଇଥିଲା । ଗାଡିରେ ସାଂସଦଙ୍କ ସମେତ ଡ୍ରାଇଭର ଓ ପିଏସ୍ଓ ରହିଥିଲେ । ସମସ୍ତେ ସାମାନ୍ୟ ଆହତ ହୋଇଥିବା ବେଳେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।
ଆମେ ଏକ ସାମାଜିକ ପରିବେଶ ଭିତରେ ବାସ କରୁଛନ୍ତି । ଆମ ଜୀବନଶୈଳୀରେ ଖାଦ୍ୟ ଏକ ପ୍ରମୁଖ ଉପାଦାନ । ଆମେ ଖାଦ୍ୟ କଥା ମନରେ ଚିନ୍ତା କଲେ ସର୍ବପ୍ରଥମେ କୃଷି ବା ଚାଷର କଥା ଆସେ । ଏ ଚାଷର କଥା ସରେନି । ଏ ଚାଷର ଗାଥା ବି ସରେନି । ଚାଷ ଆମ ଜୀବନ ଜୀଇଁବାର ଏକ ଅଧ୍ୟାୟ । ଆଉ ଚାଷୀ ଏ ସବୁର ମଙ୍ଗୁଆଳ । ଚାଷୀ ଏ ଚାଷ ମାଧ୍ୟମରେ ମାଟିକୁ ଜୀବନ୍ୟାସ ଦିଏ । ମାଟି ଉପରେ ସବୁଜିମାର ଶିହରଣ ରଚନା କରେ । ମାଟି ଉପରେ ଫସଲର ଗୁଣ ଗାଏ । ସେଇ ଚାଷୀ ହିଁ ବିନ୍ଧାଣୀ ସାଜି ଶ୍ୟାମଳ ପରିବେଶରେ ସୁବର୍ଣ୍ଣର ମାହୋଲ ରଚନା କରେ । ଏଇ ଚାଷୀ ଓ ଚାଷକୁ ଆଧାର କରି ଆମେ ୨୦୧୮ରେ ଆରମ୍ଭ କରିଥିଲୁ କୃଷି ଭିତ୍ତିକ ଏକ ପତ୍ରିକା। ନାଁ ଥିଲା ଶ୍ୟାମଳ ସୁବର୍ଣ୍ଣ । ପତ୍ରିକା ଆରମ୍ଭ ସମୟରେ ମନରେ କେବଳ ଗୋଟିଏ କଥା ଥିଲା –ଚାଷୀକୁଳ ପାଇଁ କାମ କରିବା । ଯେହେତୁ ଆମେ କୃଷି ବିଜ୍ଞାନର ଛାତ୍ର ଥିଲୁ ତେଣୁ ଚାଷର କଥାକୁ କଲମ ମାଧ୍ୟମରେ ପହଁଚାଇବାକୁ ଏକ ଦୁଃସାହାସ କରିଥିଲୁ । ଜାଣି ନଥିଲୁ ଆମେ କେତେ ସଫଳ ହେବୁ । କିନ୍ତୁ ସବୁଠାରୁ ଉପରେ କୃଷକ ମାନଙ୍କ ପାଇଁ ଲେଖିବାର ନିଶା ଯୋଗୁଁ ଆମେ ପତ୍ରିକାଟିଏ ପ୍ରକାଶ କରିବାକୁ ସକ୍ଷମ ହୋଇପାରିଲୁ । ୨୦୧୮ଏପ୍ରିଲ ୧ ରେ ଏହାର ପ୍ରଥମ ସଂଖ୍ୟା ଶୁଭାରମ୍ଭ ହୋଇଥିଲା । ମାତ୍ର ୨୦୦କପିରେ ଆରମ୍ଭ ହୋଇଥିବା ଏ ପତ୍ରିକା ସେତେବେଳେ ଲୋକଙ୍କ ପାଖରେ ପହଁଚାଇବାକୁ ଆମେ ଅବିରତ ଉଦ୍ୟମ କରିଥିଲୁ । ପରେ ପରେ କୃଷି ଭିତ୍ତିକ ଲେଖାର ମାନ ତଥା ଉପାଦେୟ ଆଲେଖ୍ୟ ଓ ନିରନ୍ତର ପ୍ରକାଶନ ଯୋଗୁଁ ବର୍ତ୍ତମାନ ଏହା ଓଡ଼ିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ କୌଣସି ସମୟରେ କାହା ସହ ପ୍ରତିଦ୍ୱନ୍ଦିତା କରିବା କଥା ଚିନ୍ତା କରିନଥିଲୁ କି କରିବୁନାହିଁ । କାରଣ ଶ୍ୟାମଳ ସୁବର୍ଣ୍ଣ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ସୃଷ୍ଟ ହୋଇନଥିଲା । ଏହାର ଚିନ୍ତାଧାରା ଓ ବିଚାରଧାର ସମ୍ପୂର୍ଣ୍ଣ ଭିନ୍ନ । ଆମେ ଆଲେଖ୍ୟରେ ଏହାର ମାନ ଉପରେ ଗରୁତ୍ୱ ଦେଉ । ଚାଷୀଙ୍କ ପାଖରେ କିପରି ଉପାଦେୟ ଲେଖା ପହଁଚିପାରିବ, ସେ ଦିଗରେ ଚିନ୍ତା କରୁ । ଏ ପତ୍ରିକା ବିକି ପେଟ ପୋଷିବା ଳକ୍ଷ୍ୟ ଆମର ନୁହେଁ । କାରଣ ପତ୍ରିକା ଆରମ୍ଭ କଲା ବେଳେ ଆମେ ଛାତ୍ର ଥିଲୁ । ଆଉ ଏବେ ବି ଛାତ୍ର । ଛାତ୍ରାବସ୍ଥାରେ କଂଚାହାତରେ ପତ୍ରିକା ସମ୍ପାଦନାରେ ତୃଟି ରହିଥାଇପାରେ । କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଏହାକୁ ସୁଧାରିବାକୁ ଚେଷ୍ଟା କରିଛୁ । ପତ୍ରିକାର ବରିଷ୍ଠ ଉପଦେଷ୍ଟା ତଥା ସମ୍ପାଦନା ମଣ୍ଡଳୀର ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଆମେ ଆଜି କାହା ସହ ପ୍ରତିଯୋଗିତା ନୁହେଁ ବରଂ ନିଜ ପାଇଁ ଏକ ସ୍ଥାନ ତିଆରି କରିସାରିଛୁ । କଥାରେ ଅଛି ଭଲ ଦେଖିଲେ ଲୋକ କହିବେ। ଠିକ୍ ସେମିତି ଆମକୁ ସମାଲୋଚନା କରିବାକୁ ଲୋକଙ୍କର ଅଭାବ ନଥିଲା। ଛାତ୍ରାବସ୍ଥାରେ ଏହା ଆରମ୍ଭ କରିଥିବା ଯୋଗୁଁ ଅନେକ ନିରୁତ୍ସାହିତ କଥା ଲୋକଙ୍କ ଠାରୁ ଶୁଣିବାକୁ ମିଳିଥଲା ଆଉ ଏବେ ବି ମିଳୁଛି ମଧ୍ୟ । ନିନ୍ଦୁକ ମାନେ ଆମକୁ ସବୁଦିନ ପ୍ରେରଣା ଦେଇଚାଲୁଛନ୍ତି । ଆଉ ଖାସ୍ କରି ସେଇ ନିନ୍ଦୁକ ଓ ସମାଲୋଚନକ ମାନଙ୍କ ପାଇଁ ଆମେ ନିରନ୍ତର ଭାବରେ ୧୫ଟି ସଂଖ୍ୟା ନିରନ୍ତର ପ୍ରକାଶ କରିସାରିଛୁ । ଡ଼ିଜିଟାଲ ମାଧ୍ୟମରେ ଏବେ ବେଶ ସହଜରେ କୃଷି ଭିତ୍ତିକ ତଥ୍ୟକୁ ଲୋକଙ୍କ ପାଖରେ ପହଁଚାଇପାରିଛୁ। ଖୁବ କମ ସମୟ ମଧ୍ୟରେ ୪୦୦୦୦ରୁ ଅଧିକ ଲୋକ ଆମ ସହ ଡ଼ିଜିଟାଲ ମାଧ୍ୟମରେ ଯୋଡ଼ି ହୋିଛନ୍ତି । ଯେଉଁ ନିନ୍ଦୁକ ମାନେ ଆମ ପଛପଟୁ ଆମକୁ ସମାଲୋଚନା କରୁଛନ୍ତି , ସେମାନଙ୍କୁ ଆମେ ସ୍ୱାଗତ କରୁଛୁ । ସତରେ ଆପଣଙ୍କ ପାଇଁ ଆମେ ଆମ ଗୁରୁ ଦାୟିତ୍ୱ କୁ ସୂଚାରୁ ଭାବେ ନିଭାଇପାରୁଛୁ। ତେବେ ଏ ନବବର୍ଷ ଶ୍ୟାମଳ ସୁବର୍ଣ୍ଣ ପାଇଁ ସ୍ୱତନ୍ତ୍ର । ନବବର୍ଷର ନବପୁଲକରେ ଆମେ ଛାତିରେ ଛାତିଏ ସାହାସ ଆଉ ଆଖିରେ ଆଖିଏ ସ୍ୱପ୍ନ ନେଇ ଶ୍ୟାମଳ ସୁବର୍ଣ୍ଣକୁ ନୂଆ ରଙ୍ଗ ଦେବାକୁ ଯାଉଛୁ । ଏକ ନୂଆ ରୂପ ଆଉ ନୂଆ ସ୍ପର୍ଶରେ ପାଠକମାନେ ଏଇ ନବବର୍ଷରୁ ଶ୍ୟାମଳ ସୁବର୍ଣ୍ଣକୁ ଦେଖିବାକୁ ପାଇବେ । ଶ୍ୟାମଳ ସୁବର୍ଣ୍ଣ ଆଜି ଠାରୁ ଚାଷୀର ସ୍ୱନ: ଶ୍ୟାମଳ ସୁବର୍ଣ୍ଣ ନାମରେ ସାରା ଓଡ଼ିଶାରେ ପରିଚିତ ଓ ପ୍ରକାଶିତ ହେବ । ଚାଷୀର ସ୍ୱର ହୋଇ ଆମେ ଗାଁ ଗାଁରେ ପହଁଚିବାକୁ ଚେଷ୍ଟା କରିବୁ । ସେମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରିବୁ । ଏହା ଆମ ପାଇଁ ନୂଆ ବର୍ଷର ନୂଆ ସଂକଳ୍ପ ରହିବ । ଏକ ନୂଆ ବିଶ୍ୱାସ ସହ ଆମେ ପୁଣି ଆମ ଚାଷୀଭାଇଙ୍କ ସହ ଯୋଡ଼ିହେବୁ । ଆଶା କରୁଛି ଆପଣ ମାନେ ଆମକୁ ଯେମିତି ସ୍ନେହ,ଶ୍ରଦ୍ଧା ଦେଇଥିଲେ ଏ ଚାଷୀର ସ୍ୱନ: ଶ୍ୟାମଳ ସୁବର୍ଣ୍ଣକୁ ବି ଆପଣ ଠିକ୍ ସେମିତି ଆଶୀର୍ବାଦ ଦେବେ । ପୁରୁଣା ବର୍ଷର ଭୁଲକୁ ସୁଧାରିବାକୁ ଚେଷ୍ଟା କରିବୁ ଏବଂ ନୂଆବର୍ଷରେଆଉ କିଛି ନୂଆ କରି ଦେଖାଇବୁ । ଆମ ଚାଷୀକୁଳ ହିଁ ଆମ ପାଇଁ ପ୍ରେରଣାର ଉତ୍ସ । କଥା ଦେଉଛୁ ପ୍ରତିଟି ସମୟରେ ଆମେ ଚାଷୀଙ୍କ ସହ ରହିବୁ , ଏହା ହିଁ ଆମର ନବବର୍ଷର ପ୍ରତିବଦ୍ଧତା । ଡ଼ି ଶୁଭମ୍ , ସମ୍ପାଦକ – ଚାଷୀର ସ୍ୱନ:ଶ୍ୟାମଳ ସୁବର୍ଣ୍ଣ
ଭୁବନେଶ୍ୱର: ଶର୍ଯ୍ୟାଶୟୀ ଏବଂ ଶାରିରୀକ ଅଚଳ ଲୋକଙ୍କୁ ଟିକା ଦେବା ଲାଗି ଆରମ୍ଭ ହୋଇଛି ପଞ୍ଜିକରଣ । ବିଏସି ପକ୍ଷରୁ କରାଯାଇଛି ଏଭଳି ସୁବିଧା । ଏଯାବତ ୩୦ଜଣ ପଞ୍ଜିକରଣ କରରିଥିବା ଦେଖିବାକୁ ମିଳିଛି । ତେବେ ପଞ୍ଜିକୃତ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପରେ ଟିକା ପ୍ରଦାନ କରାଯିବ । ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଘରେ ଯାଇ ଟିକା ଦିଆଯିବ ବୋଲି ସୂଚନା ଦେଇଛି ବିଏମସି । ସହହର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ବିଏମସିର ଟାର୍ଗେଟ ରହିଛି। ବିଶେଷ କରି ଯେଉଁମାନେ ଏଭଳି ସମ୍ବେଦନଶୀଳ ବ୍ୟକ୍ତି ସେମାନଙ୍କୁ ସ୍ୱଚ୍ଛତା ଓ ସୁରକ୍ଷା ରେ ଟିକା ଦେବା ଲାଗି ଏହି ବ୍ୟବସ୍ଥା ହୋଇଛି। ଅନ୍ୟପଟେ ୧୮ରୁ ୪୪ ବର୍ଗର ହିତାଧିକାରୀଙ୍କ ଦ୍ୱୀତିୟ ଡୋଜ ପାଇଁ ଓ୍ୱାକ୍ ଇନ୍ ଟିକାକରଣ କରାଯାଇଛି। ଅଗ୍ରାଧିକାରୀ ଭିତ୍ତିରେ ପ୍ରଥମ ଡୋଜ୍ ନେଇସାରିଥିବା ପ୍ରାୟ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଡ୍ୟୁ ଡେଟ୍ ଅନୁଯାଇ ଆସନ୍ତା ସୋମବାର ସୁଦ୍ଧା ଟିକାଦାନ ସରିବା ପରେ ବଳକା ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି।
କେହି ଶୁଣିଲେନି ମହିଳାଙ୍କ ବୁକୁ ଫଟା ଚିତ୍କାର, ରାସ୍ତା ମଝିରେ କୁନି ଝିଅକୁ ଧରି ସାହାଯ୍ୟ ପାଇଁ କରୁଥିଲେ ଗୁହାରି । ପଢନ୍ତୁ ସ୍ୱାର୍ଥପର ଦୁନିଆର ଅମାନବିକତାର କରୁଣ କାହାଣୀ । ସମାଜରେ ହଜିଯାଇଛି ମାନବିକତା । ମରିଯାଇଛି ସାହାଯ୍ୟ ନାମୀ ଶବ୍ଦ । ସ୍ୱାର୍ଥପର ହୋଇଯାଇଛି ଦୁନିଆ । ଅମାନବିକତା ଏବଂ ସ୍ୱାର୍ଥପରତାର ଏକ ଚିତ୍ର ଦେଖିବାକୁ ମିଳିଛି ଫତେହଗଞ୍ଜ ପଶ୍ଚିମୀର ଭାଖଡା ପୋଲ ଉପରେ । କୋଳରେ ତିନି ବର୍ଷର କୁନି ଝିଅକୁ ଧରି ଆହତ ହୋଇଥିବା ଏହି ମହିଳାଜଣଙ୍କ ରାସ୍ତାରେ ଯାଉଥିବା ପ୍ରତ୍ୟେକ ଗାଡିକୁ ସାହାଯ୍ୟ ପାଇଁ ବିନତି କରୁଛନ୍ତି । ସାହାଯ୍ୟ ମାଗିବାର କାରଣ ଥିଲା ବାସ ଏତିକି, ରୋଡୱେଜ ବସ ମାଡିଯିବା ଦ୍ୱାରା ପୋଲ ଉପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ସ୍ୱାମୀଙ୍କ ମରଶରୀରକୁ ହସ୍ପିଟାଲ ନେବାକୁ ଗୁହାରି କରୁଥିଲେ ଏହି ମହିଳା । ସାହାଯ୍ୟ ପାଇଁ ଲୋକମାନଙ୍କର ଗୋଡ ଧରିବାକୁ ମଧ୍ୟ ପଛାଇନଥିଲେ । ରାସ୍ତା ମଝିରେ ପାଟି କରି କାନ୍ଦି କାନ୍ଦି ଟିକିଏ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଥିଲେ । କିଛି ଲୋକ ତାଙ୍କ ସ୍ୱାମୀଙ୍କ ମର ଶରୀରର ଦୁଇ ପାଶ୍ୱର୍ ଦେଇ ଗତି କରି ଯାଉଥିଲେ । ଆଉ କିଛି ଲୋକ ଏହି ଘଟଣା ଦେଖି ଗାଡିର ଗତିକୁ ଧିମା କରିଥିଲେ ମଧ୍ୟ ପାଖକୁ ଆସିନଥିଲେ । ଏପରିକି କିଛି ଲୋକ ନିଜ ମୋବାଇଲରେ ଏପରି ଦୃଶ୍ୟକୁ ଭିଡିଓ ରେକର୍ଡିଂ କରୁଥିଲେ । କିନ୍ତୁ କେହି ହେଲେ ମଧ୍ୟ ସାହାଯ୍ୟର ହାତ ବଢାଇନଥିଲେ । ସ୍ୱାର୍ଥପରତା ଏବଂ ଅମାନବିକତାର ଏହି ଲଜ୍ଜାଜନକ ଦୃଶ୍ୟ ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ମହିଳାଙ୍କ ଧୈର୍ଯ୍ୟ ଦେଇଥିଲା ଉତ୍ତର । ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକର କଲର ଧରି ତାକୁ ଅଟକାଇ ଦେଇଥିଲେ । ଏବଂ ସାହାଯ୍ୟ ବଦଳରେ କେବଳ ପୋଲିସକୁ ସୂଚନା ଦେବା ପାଇଁ ଗୁହାରି କରିଥିଲେ । ଏହା ପରେ ଯାଇ ଯୁବକଜଣଙ୍କ ପୋଲିସକୁ ଖବର ଦେଇଥିଲେ । ପାଖାପାଖି ୧ଘଣ୍ଟା ପରେ ପୋଲିସର ଜିପ ଘଟଣାସ୍ଥଳରେ ପହଞ୍ଚିଥିଲା । ତାହା ପୁଣି ଫତେହଗଞ୍ଜ ପୋଲିସ ନୁହେଁ ବରଂ ମୀରଗଞ୍ଜ ପୋଲିସ । ମୀରଗଞ୍ଜ ଥାନାର ଥାନା ଅଧିକାରୀ ଘଟଣାସ୍ଥଳରେ ଥିବା ସମୟରେ ଫତେହଗଞ୍ଜ ପୋଲିସ ସେଠାରେ ପହଞ୍ଚିଥିଲା । ଆଉ ଏହା ପରେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା । ଏବଂ ଆହତ ଥିବା ମହିଳା ଏବଂ ତିନି ବର୍ଷର ସେହି କୁନି ଝିଅକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଜଣ ଏବେ ସୁସ୍ଥ ଥିଲେ ମଧ୍ୟ ତାଙ୍କ ପରିବାର ଉଜୁଡିଯାଇଛି । ସ୍ୱାର୍ଥପରତା ଏବଂ ଅମାନବିକତାର ଏହି ଲଜ୍ଜାଜନକ ଦୃଶ୍ୟ ତାଙ୍କ କଷ୍ଟକୁ ଆହୁରି ବଢାଇ ଦେଇଛି । ଅଳ୍ପକେ ବତ୍ତିଲା ତିନି ବର୍ଷର କୁନି ଝିଅ, କ'ଣ ଥିଲା ପୁରା ଘଟଣା : ରାମପୁର ମିଲକର ଗାଁ ପଶୁପୁରା ନିବାସୀ ୨୮ ବର୍ଷୀୟ ପ୍ରେମପାଲ ଶ୍ରମିକ କାମ କରନ୍ତି । ପ୍ରେମପାଲଙ୍କ ପରିବାରରେ ପତ୍ନୀ ଲୋଙ୍ଗଶ୍ରୀ, ୫ବର୍ଷର ଝିଅ ଆରତୀ ଏବଂ ତିନି ବର୍ଷର ଝିଅ କାଜଲ । ଲୋଙ୍ଗଶ୍ରୀଙ୍କ ଭାଇ କରନଙ୍କ ପୁଅ ସୁରଜିତ ବରେଲି ହସ୍ପିଟାଲରେ ଆଡମିଟ ଥିଲା । ବଡ ଝିଅ ଆରତୀକୁ ଘରେ ଛାଡି ବାକି ସମସ୍ତେ ବାଇକରେ ବରେଲି ଯାଉଥିଲେ । ବାଟରେ ଭାଖଡା ପୋଲ ଉପରେ ସାମ୍ନାରୁ ଆସୁଥିବା ରୋଡୱେଜ ବସ ଓଭରଟେକ କରିବା ଲକ୍ଷ୍ୟରେ ବାଇକକୁ ଧକ୍କା ଦେଇଥିଲା । ପ୍ରେମପାଲ ଓ ଝିଅ କାଜଲ ଗାଡିରୁ ପଡି ବସର ଚକା ଆଗରେ ପଡିଯାଇଥିଲେ । ବସଟି ପ୍ରେମପାଲଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଝିଅଟିର ଫ୍ରକ ଧରି ମା ଭିଡି ନେଇଯିବାରୁ ଝିଅର ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ପ୍ରେମପାଲଙ୍କ ସୁନାର ସଂସାର ଏବେ ଉଜୁଡି ଯାଇଛି । ଦୁଇ ଦୁଇଟି କୁନି ଝିଅଙ୍କୁ ଧରି କିପରି ଆଗକୁ ବଢିବେ ସେନେଇ ଚିନ୍ତାରେ ପ୍ରେମପାଲଙ୍କ ପତ୍ନୀ । ପ୍ରେମପାଲଙ୍କ ବିବାହ ୨୦୦୮ ମସିହାରେ ହୋଇଥିଲା ।
ଦେଖନ୍ତୁ, ଉଚ୍ଚତାକୁ ନେଇ ବିପକ୍ଷ ଦଳର ଖେଳାଳିଙ୍କୁ କେମିତି ତାଚ୍ଛଲ୍ୟ କଲେ ଆମେରିକୀୟ ଫୁଟବଲର୍ ୱାଶିଂଟନ୍: ଫୁଟବଲ୍ରେ ସ୍ଲେଜିଂ କିଛି ନୂଆ କଥା ନୁହେଁ। କିନ୍ତୁ ଜଣେ ଖେଳାଳି ନିଜ ଉଚ୍ଚତାକୁ ନେଇ ପ୍ରତିପକ୍ଷ ଦଳର ଜଣେ ଖେଳାଙ୍କୁ ପଡ଼ିଆ ମଝିରେ ତାଚ୍ଛଲ୍ୟ କରିବା ହୁଏତ ଆପଣ କେବେ ଶୁଣି ନଥିବେ କିମ୍ବା ଦେଖି ନଥିବେ। ହେଲେ ମେକ୍ସିକୋ ଓ ଆମେରିକା ମଧ୍ୟରେ ଚାଲିଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଆମେରିକାର ୬ ଫୁଟ୍ ୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ଡିଫେଣ୍ଡର୍ ମାଟ୍ଟ ମିଆଜ୍ଗା ମେକ୍ସିକୋର ୫ ଫୁଟ୍ ୬ ଇଞ୍ଚ୍ ଉଚ୍ଚତାର ଖେଳାଳି ୱିଙ୍ଗର୍ ଡିଏଗୋ ଲାଇନେଞ୍ଜଙ୍କୁ ପଡ଼ିଆ ମଝିରେ ଉଚ୍ଚତାକୁ ନେଇ ତାଚ୍ଛଲ୍ୟ କରିଛନ୍ତି। ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ଲାଇନେଞ୍ଜ ଆମେରିକା ଗୋଲ୍ପୋଷ୍ଟକୁ ଏକ ବଲ୍ ନେଇ ଯାଉଥିଲେ। କିନ୍ତୁ ଏହି ସମୟରେ ମିଆଜ୍ଗା ବଲ୍ଟିକୁ ଅଟାଇ ଦେଇଥିଲେ ଏବଂ ଲାଇନ୍ ଅମ୍ପିୟାର ଅଫ୍ସାଇଡ୍ ବୋଲି ମଧ୍ୟ କହିଥିଲେ। ତେବେ ମିଆଜାଗ୍ଙ୍କଠାରୁ ବଲ୍ ଛଡ଼ାଇବାକୁ ଲାଇନେଞ୍ଜ ଚେଷ୍ଟା କରିଥିଲେ। ଏତିକିରେ ମିଆଜାଗ୍ ରାଗି ଯାଇ ୧୮ ବର୍ଷୀୟ ଲାଇନେଞ୍ଜଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ସେ ପଡ଼ିଆ ମଝିରେ ନିଜ ଉଚ୍ଚତାକୁ ଲାଇନେଞ୍ଜଙ୍କ ସହ ତୁଳନା କରିଥିଲେ। ନିଜ ଛାତିରେ ହାତ ମାରିବା ସହ ନଇଁ ପଡ଼ି ଲାଇନେଞ୍ଜଙ୍କ ଉଚ୍ଚତା ସହ ନିଜକୁ ସମାନ କରି ଦେଖିବା ଭଳି ଅଭିନୟ କରିଥିଲେ। ଅନ୍ୟ ଖେଳାଳିମାନେ ଉଭୟଙ୍କ ମଧ୍ୟରେ ପ୍ରବେଶ କରି ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
୨୪ ଘଣ୍ଟା ଭିତରେ ରାଜଧାନୀରୁ ୧୧ ନିଶା ବେପାରୀ ଗିରଫ ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୪ ଘଣ୍ଟା ଭିତରେ ରାଜଧାନୀରୁ ୧୧ ନିଶା ବେପାରୀ ଗିରଫ। ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଆରମ୍ଭ କରାଯାଇଥିବା "Operation White Spider" ଅଭିଯାନରେ ୨୪ ଘଣ୍ଟାରେ ୭ ଜଣ ବ୍ରାଉନସୁଗାର ବେପାରୀ ଗିରଫ। ସେମାନଙ୍କ ନିକଟରୁ ୫୭ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ୪ ଜଣ ଗଂଜେଇ ବେପାରୀ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫ କେଜି ଗଂଜେଇ ଜବତ କରାଯାଇଛି। କମିଶନରେଟ ପୁଲିସ ସୂଚନା ମୁତାବକ, ପୁଲିସ ତରଫରୁ ଗତ ୨୪ଘଣ୍ଟା ମଧ୍ୟରେ ୬ଟି ଥାନା ଅଞ୍ଚଳରେ ପୁଲିସ ଚଢଉ କରାଯାଇଥିଲା। କ୍ୟାପିଟାଲ ଥାନା, ଇନ୍ଫୋଭ୍ୟାଲି ଥାନା, ନୟାପଲ୍ଲି ଥାନା, ଭରତପୁର ଥାନା, ଧଉଳି ଥାନା ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏହି ଚଢ଼ାଉ ହୋଇଥିଲା। ଏହ ଚଢଉ ସମୟରେ କ୍ୟାପିଟାଲ ଥାନା ପୁଲିସ କେଦାରପଲ୍ଲୀ ବସ୍ତିରେ ଚଢଉ କରି ଦୀଲୁ ନାୟକ ଓ ଅମର ବେହେରା ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ମୋଟ ୧୩.୦୫ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିଲା। ସେହିପରି ଇନଫୋଭ୍ୟାଲି ଥାନା ଗଙ୍ଗପଡା ଟୋଲ ଗେଟ ନିକଟରେ ଚଢଉ କରି ଦୀପକ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଠାରୁ ୧୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ନୟାପଲ୍ଲି ଥାନା ପୁଲିସ XIMB କଲେଜ ଛକରେ ଚଢଉ କରି ଚନ୍ଦୁ ଓରଫ ଚନ୍ଦ୍ରମୋହନ ସିଂ ଓ ଅତୁଲ୍ୟ ରଞ୍ଜନ ନାଏକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ୭.୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହି କ୍ରମରେ ଭରତପୁର ଥାନା ପୁଲିସ ତପବନ ରୋଡ଼ରେ ଚଢଉ କରି ଏ. କାଳିଆ ଡୋରା ଓ ତାପସ ଢାଇଙ୍କ ଠାରୁ ୨୧ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ସେମାନଙ୍କୁ ଗିରଫ କରାଯାଇଥିଲା। ସେହିପରି ଧଉଳି ଥାନା ପୁଲିସ ଧଉଳି ପାହାଡ ପଛପଟେ ଚଢଉ କରି କାଶୀନାଥ ନାମକ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ମୋଟ ୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି କ୍ରମରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ମଧ୍ୟ ବିଲସିନୀ ମଣ୍ଡପ ନିକଟରେ ଚଢଉ କରି କାହ୍ନା ନାଏକ, ପଦ୍ମଲୋଚନ ବେହେରା ଓ ଅମିୟ ଦାସଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ୩.୫୦୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ହସ୍ତଗତ ହୋଇଛି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।